BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.3

Odisha State Board BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.3 Textbook Exercise Questions and Answers.

BSE Odisha Class 6 Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.3

Question 1.
ପାର୍ଶ୍ୱସ୍ଥ ଚିତ୍ରରେ ଥିବା ସରଳରେଖା, ରେଖାଖଣ୍ଡ ଓ ରଶ୍ମିମାନଙ୍କର ନାମ ନିମ୍ନସାରଣୀ ଭଳି ସାରଣୀଟିଏ ତିଆରି କରି ସେଥୁରେ ପୂରଣ କର ।

ସରଳରେଖା ରେଖାଖଣ୍ଡ ରଶ୍ମି

BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.3
ସମାଧାନ:

ସରଳରେଖା ରେଖାଖଣ୍ଡ ରଶ୍ମି
\( \overleftrightarrow{X Y}\) \(\overline{\mathrm{AB}}, \overline{\mathrm{CD}}\) \(\overrightarrow{\mathrm{DA}}\)
\(\overline{\mathrm{MN}}, \overline{\mathrm{ND}}, \overline{\mathrm{DM}}\) \(\overrightarrow{\mathrm{DB}}\)

Question 2.
ତୁମ ଖାତାରେ ତିନୋଟି ରେଖାଖଣ୍ଡ AB, CD ଓ EF ଅଙ୍କନ କର । ପ୍ରତ୍ୟେକର ଦୈର୍ଘ୍ୟ ପ୍ରଥମେ କେବଳ ସ୍କେଲ୍ ସାହାଯ୍ୟରେ ଓ ପରେ ଡିଭାଇଡର ଏବଂ ସ୍କେଲ ସାହାଯ୍ୟରେ ମାପି ନିମ୍ନସ୍ଥ ସାରଣୀ ଭଳି ସାରଣୀଟିଏ କରି ସେଥ‌ିରେ ପୂରଣ କର ।

ରେଖାଖଣ୍ଡର ନାମ କେବଳ ସ୍କେଲ ସାହାଯ୍ୟରେ ପାଇଥିବା ଦୈର୍ଘ୍ୟ ଡିଭାଇଡର ଓ ସ୍କେଲ ସାହାଯ୍ୟରେ ପାଇଥିବା ଦୈର୍ଘ୍ୟ
\(\overline{\mathrm{AB}}\)
\(\overline{\mathrm{CD}}\)
\(\overline{\mathrm{EF}}\)

ସମାଧାନ:
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.3 1

ରେଖାଖଣ୍ଡର ନାମ କେବଳ ସ୍କେଲ ସାହାଯ୍ୟରେ ପାଇଥିବା ଦୈର୍ଘ୍ୟ ଡିଭାଇଡର ଓ ସ୍କେଲ ସାହାଯ୍ୟରେ ପାଇଥିବା ଦୈର୍ଘ୍ୟ
\(\overline{\mathrm{AB}}\) 8 ସେ.ମି. 8 ସେ.ମି.
\(\overline{\mathrm{CD}}\) 7.8 ସେ.ମି. 7.8 ସେ.ମି.
\(\overline{\mathrm{EF}}\) 7 ସେ.ମି. 7 ସେ.ମି.

Question 3. 
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.3 2

(କ) ପାର୍ଶ୍ଵସ୍ଥ ତ୍ରିଭୁଜର ନାମ କ’ଣ।
ସମାଧାନ:
Δ ABC

(ଖ) ଯେଉଁ ତିନୋଟି ରେଖାଖଣ୍ଡ ଦ୍ଵାରା ତ୍ରିଭୁଜଟି ସୃଷ୍ଟ, ସେଗୁଡ଼ିକର ନାମ ଲେଖ। 
ସମାଧାନ:
\(\overline{\mathrm{AB}}\), \(\overline{\mathrm{BC}}\), \(\overline{\mathrm{CA}}\)

(ଗ) ସ୍କେଲ୍ ସାହାଯ୍ୟରେ ପ୍ରତ୍ୟେକ ରେଖାଖଣ୍ଡର ଦୈର୍ଘ୍ୟ ମାପି ଲେଖ ।
ସମାଧାନ:
\(\overline{\mathrm{AB}}\) = 3.6 ସେ.ମି., \(\overline{\mathrm{BC}}\) = 2.7 ସେ.ମି., \(\overline{\mathrm{CA}}\) = 2.6 ସେ.ମି.

BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.3

Question 4.
ନିମ୍ନସ୍ଥ ବାକ୍ୟମାନଙ୍କ ମଧ୍ୟରୁ ଠିକ୍ ବାକ୍ୟଗୁଡିକୁ ବାଛି ଲେଖ।
(କ) ଗୋଟିଏ ସରଳରେଖା ଏକ ରେଖାଖଣ୍ଡର ଗୋଟିଏ ଅଂଶ ।
(ଖ) ଗୋଟିଏ ରେଖାଖଣ୍ଡର ଦୁଇଟି ପ୍ରାନ୍ତବିନ୍ଦୁ ଥାଏ। 
(ଗ) ଗୋଟିଏ ସରଳରେଖାର ଦୁଇଟି ପ୍ରାନ୍ତବିନ୍ଦୁ ଥାଏ ।
(ଘ) ଗୋଟିଏ ରଶ୍ମିର ଗୋଟିଏ ଆଦ୍ୟବିନ୍ଦୁ ଥାଏ। 
() 1 ସେ.ମି. = 10 ମି. ମି.
ସମାଧାନ:
(), (), () – ଠିକ୍ ବାକ୍ୟ
କହିଲ ଦେଖ୍ :
ସରଳରେଖା, ରଶ୍ମି ଓ ରେଖାଖଣ୍ଡ ମଧ୍ୟରୁ କାହାର ନିର୍ଦ୍ଦିଷ୍ଟ ଦୈର୍ଘ୍ୟ ଅଛି? କାହିଁକି? 
ସମାଧାନ:
ରେଖାଖଣ୍ଡର ନିର୍ଦ୍ଦିଷ୍ଟ ଦୈର୍ଘ୍ୟ ଅଛି । କାରଣ ରଶ୍ମି ଗୋଟିଏ ଦିଗକୁ ଓ ସରଳରେଖା ଦୁଇ ପାର୍ଶ୍ଵ କୁ ଅସୀମ ଭାବରେ ବିସ୍ତୃତ ।

Question 5. 
ଡାହାଣ ପାଖରେ ଥିବା ଚିତ୍ରରୁ ମାପି ଦେଖ ଯେ : 
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.3 3
(କ) AB + BD = AC + CD
ସମାଧାନ:
AB + BD = AC + CD
AB + BD = 2 ସେ.ମି. + 4 ସେ.ମି. = 6 ସେ.ମି.,
AC + CD = 4 ସେ.ମି. +2 ସେ.ମି. = 6 ସେ.ମି.,

() AB + CD = AD – BC
ସମାଧାନ:
AB + CD = AD – BC
AB + CD = 2 ସେ.ମି. + 2 ସେ.ମି. = 4 ସେ.ମି., 
AD – BC = 6 ସେ.ମି. – 2 ସେ.ମି. = 4 ସେ.ମି.

Question 6. 
ତୁମ ଖାତାରେ ତିନୋଟି ସରଳ ରେଖା ଅଙ୍କନ କର, ପ୍ରତ୍ୟେକ ସରଳରେଖା ଉପରେ ତିନୋଟି ଲେଖାଏଁ ବିନ୍ଦୁ ନିଅ। ବାମରୁ ଡାହାଣପଟ କ୍ରମରେ ବିନ୍ଦୁ ତିନୋଟିକୁ P, Q ଓ R ନାମ ଦିଅ । କେଉଁ ବିନ୍ଦୁଟି ଅନ୍ୟ ଦୁଇଟି ବିନ୍ଦୁର ମଧ୍ୟବର୍ତୀ ତାହା କୁହ । ବର୍ତ୍ତମାନ PQ, QR ଓ PR ମଧ୍ୟରୁ କେଉଁଟି ଅନ୍ୟ ଦୁଇଟିର ସମଷ୍ଟି ସହ ସମାନ କୁହ ।
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.3 4
ସମାଧାନ:
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.3 5

BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.2

Odisha State Board BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.2 Textbook Exercise Questions and Answers.

BSE Odisha Class 6 Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.2

Question 1. 
ଖାତାରେ ତିନୋଟି ବିନ୍ଦୁ ଚିହ୍ନିତ କରି ସେଗୁଡ଼ିକର ନାମ ଦିଅ ।
ସମାଧାନ:
A•  B•  •C

Question 2. 
ଦୁଇଟି ସରଳରେଖା ଅଙ୍କନ କରି ସେମାନଙ୍କର ନାମ ଦିଅ।
ସମାଧାନ:
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.2
\(\stackrel{\leftrightarrow}{\mathrm{AB}}\) \(\stackrel{\leftrightarrow}{\mathrm{CD}}\) ଦୁଇଟି ସରଳରେଖା।

Question 3. 
ତୁମ ପାଖଆଖରେ ଦେଖୁଥୁବା ତିନୋଟି ସରଳରେଖା, ତିନୋଟି ବକ୍ରତଳ ଓ ତିନୋଟି ସମତଳର ଉଦାହରଣ ଦିଅ ।
ସମାଧାନ:
ସରଳରେଖା – ସ୍କେଲର ଧାର, ଟେବୁଲର ଧାର, ବହିପୃଷ୍ଠାର ଧାର
ବକ୍ରତଳ – କାଚଗୋଲିର ପୃଷ୍ଠ, ପେଣ୍ଡୁର ପୃଷ୍ଠ, ରୁଲବାଡ଼ିର ପୃଷ୍ଠ ।
ସମତଳ – କାଗଜ ପୃଷ୍ଠ, ଟେବୁଲର ପୃଷ୍ଠ, ଛାତ

BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.2

Question 4.
ନିମ୍ନ ଚିତ୍ରରେ ଥ‌ିବା ଗାରମାନଙ୍କ ମଧ୍ୟରୁ କେଉଁଗୁଡ଼ିକ ସରଳରେଖା ଓ କେଉଁଗୁଡ଼ିକ ବକ୍ରରେଖା ଚିହ୍ନାଅ ।
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.2 1
ଲକ୍ଷ୍ୟ କର : ଚିତ୍ର ‘ଙ’ ରେ ଥ‌ିବା ରେଖାଟି ବହିର ପୃଷ୍ଠାକୁ ଦୁଇଟି ଭାଗରେ ପରିଣତ କରିଛି ଓ ଭାଗ ଦୁଇଟିକୁ ‘ପ’ ଓ ‘ଫ’ ଦ୍ଵାରା ଚିହ୍ନିତ କରାଯାଇଛି । ପ୍ରତ୍ୟେକ ଭାଗକୁ ରେଖାର ଗୋଟିଏ ପାର୍ଶ୍ବ ବୋଲି କୁହାଯାଏ।
ସମାଧାନ:
ଦତ୍ତ ଚିତ୍ର ମଧ୍ୟରୁ କ ଓ ଘ – ବକ୍ରରେଖା ଖ, ଗ ଓ ଙ – ସରଳରେଖା

Question 5.
ତୁମ ଖାତାରେ ଗୋଟିଏ ବିନ୍ଦୁ ଚିହ୍ନିତ କର ଓ ତା’ ମଧ୍ୟଦେଇ ସାତଟି ସରଳରେଖା ଅଙ୍କନ କର । ସେହି ବିନ୍ଦୁ ମଧ୍ୟ ଦେଇ ଆଉ କେତୋଟି ସରଳରେଖା ଅଙ୍କନ କରିପାରିବ ?
ସମାଧାନ:
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.2 2
(i) ଖାତା ଉପରେ ଠ ବିନ୍ଦୁଦେଇ ସାତଟି ସରଳରେଖା ଅଙ୍କନ କର ।
(ii) ସେହି ବିନ୍ଦୁମଧ୍ୟଦେଇ ଅସଂଖ୍ୟ ସରଳରେଖା ଅଙ୍କନ କରାଯାଇପାରିବ ।

Question 6.
ତୁମ ଖାତାରେ A ଓ B ନାମକ ଦୁଇଟି ବିନ୍ଦୁ ନିଅ ଓ ଉଭୟ ବିନ୍ଦୁକୁ ଧାରଣ କରୁଥିବା ସରଳରେଖା ଅଙ୍କନ କର। ଏପରି କେତୋଟି ସରଳରେଖା ଅଙ୍କନ କରିପାରିବ?
ସମାଧାନ:
A ଓ B ଦୁଇଟି ବିନ୍ଦୁ ନିଆଗଲା । A ଓ B ବିନ୍ଦୁରେ \(\stackrel{\leftrightarrow}{\mathrm{AB}}\) ଅଙ୍କନ କରାଗଲା । ଏହିପରି ଗୋଟିଏ ସରଳରେଖା ଅଙ୍କନ ହୋଇପାରିବ ।
A ଓ B ମଧ୍ୟଦେଇ \(\stackrel{\leftrightarrow}{\mathrm{AB}}\) ଭିନ୍ନ ଅନ୍ୟ ସରଳରେଖା ଅଙ୍କନ ସମ୍ଭବ ନୁହେଁ ।

Question 7.
(କ) ସାଧାରଣ ବିନ୍ଦୁ ଥବା ଦୁଇଟି ସରଳ ରେଖା ଅଙ୍କନ କର ସେହି ଦୁଇ ସରଳରେଖାକୁ ନାମକରଣ କର। ସାଧାରଣ ବିନ୍ଦୁର ନାମ P ଦିଅ ।
ସମାଧାନ:
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.2 3
\(\stackrel{\leftrightarrow}{\mathrm{AB}}\) ଓ \(\stackrel{\leftrightarrow}{\mathrm{AB}}\) ଦୁଇଟି ପରସ୍ପର ଛେଦୀ ସରଳରେଖା । ସରଳରେଖାଦ୍ବୟର ସାଧାରଣ ବିନ୍ଦୁ P ।

(ଖ) ତୁମ ଖାତା ଉପରେ ଯେ କୌଣସି ସାତଟି ବିନ୍ଦୁ ନିଅ। ସେଗୁଡ଼ିକର ନାମ ଦିଅ। ସେଗୁଡିକ ଏକରେଖୀ ହେଉଛନ୍ତି କି? କିପରି ଜାଣିଲ?
ସମାଧାନ:
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.2 4
ଏହି ବିନ୍ଦୁମାନ ଏକରେଖା ଉପରିସ୍ଥ ନୁହଁନ୍ତି । ଏମାନେ ଅଣରେଖୀୟ ବିନ୍ଦୁ ।

Question 8.
ଗୋଟିଏ ସମତଳରେ ଥିବା ତିନୋଟି ସରଳରେଖା ପରସ୍ପରକୁ ଅତି କମ୍‌ରେ କେତୋଟି ବିନ୍ଦୁରେ ଛେଦ କରିବେ? ଅତି ବେଶିରେ କେତୋଟି ବିନ୍ଦୁରେ ଛେଦ କରିବେ?
ସମାଧାନ:
(i) ଗୋଟିଏ ସମତଳରେ ଥ‌ିବା ତିନୋଟି ସରଳରେଖା ପରସ୍ପରକୁ ଅତିକମ୍‌ରେ ଗୋଟିଏ ବିନ୍ଦୁରେ ଛେଦ କରିବେ । (ଚିତ୍ର ‘କ’ ଓ ଚିତ୍ର ‘ଖ’)
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.2 5
(ii)
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.2 6
ଗୋଟିଏ ସମତଳରେ ଥ‌ିବା ତିନୋଟି ସରଳରେଖା ପରସ୍ପରକୁ ଅତିବେଶିରେ ତିନୋଟି ବିନ୍ଦୁରେ ଛେଦ କରିବେ । (ଚିତ୍ର ‘ଗ’)

BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.2

Question 9.
ସ୍କେଲ୍ ବ୍ୟବହାର କରି ଦୁଇଟି ସରଳରେଖା ଅଙ୍କନ କର, ଯେପରି ସରଳରେଖା ଦ୍ଵୟ ସମାନ୍ତର ହେବେ ।
ସମାଧାନ:
BSE Odisha 6th Class Maths Solutions Chapter 3 ଜ୍ୟାମିତିରେ ମୌଳିକ ଧାରଣା Ex 3.2 7
\(\overleftrightarrow{\mathrm{AB}}\) ଓ \(\overleftrightarrow{\mathrm{CD}}\) ପରସ୍ପର ସମାନ୍ତର ।

Question 10. 
ନିମ୍ନସ୍ଥ ବାକ୍ୟମାନଙ୍କ ମଧ୍ୟରୁ ଠିକ୍ ବାକ୍ୟଗୁଡ଼ିକୁ ବାଛି ଲେଖ ।
(କ) ‘ରେଖା’ କହିଲେ ଆମେ କେବଳ ‘ସରଳରେଖା’କୁ ବୁଝୁ ।
(ଖ) ଗୋଟିଏ ବିନ୍ଦୁ ମଧ୍ୟ ଦେଇ ଅସଂଖ୍ୟ ସରଳରେଖା ଅଙ୍କନ କରାଯାଇପାରିବ ।
(ଗ) ଏକ ସମତଳରେ ଅବସ୍ଥିତ ଦୁଇଟି ବିନ୍ଦୁ ମଧ୍ୟଦେଇ ଅସଂଖ୍ୟ ସରଳରେଖା ଅଙ୍କନ କରାଯାଇପାରିବ । 
(ଘ) ଏକ ସମତଳ ଉପରିସ୍ଥ ଗୋଟିଏ ବିନ୍ଦୁଦେଇ ମାତ୍ର ଗୋଟିଏ ସରଳରେଖା ଅଙ୍କନ କରାଯାଇପାରିବ । 
(ଙ) ଏକ ସମତଳରେ ଥ‌ିବା ଦୁଇଟି ବିନ୍ଦୁକୁ ଧାରଣ କରୁଥିବା ଗୋଟିଏ ମାତ୍ର ସରଳରେଖା ଅଙ୍କନ ସମ୍ଭବ । 
(ଚ) ଏକ ସମତଳ ଉପରିସ୍ଥ ଦୁଇଟି ଅସମାନ୍ତର ସରଳରେଖା ପରସ୍ପରକୁ ଗୋଟିଏ ମାତ୍ର ବିନ୍ଦୁରେ ଛେଦ କରନ୍ତି । 
(ଛ) ଦୁଇଟି ସମାନ୍ତର ସରଳରେଖାର କୌଣସି ଛେଦବିନ୍ଦୁ ନାହିଁ ।
ସମାଧାନ:
(), (), (), (), () ବାକ୍ୟଗୁଡ଼ିକ ଠିକ୍ ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b)

Odisha State Board BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b)

Question 1.
(i) ଟଙ୍କା ପ୍ରତି ମାସକୁ 3 ପଇସା ସୁଧ ହାରରେ ଶତକଡ଼ା ବାର୍ଷିକ ସୁଧହାର କେତେ ?
(ii) ଶତକଡ଼ା ବାର୍ଷିକ ସୁଧହାର 8 ଟଙ୍କା ହେଲେ, 1 ଟଙ୍କାର ବର୍ଷକୁ ସୁଧ କେତେ ?
(iii) ବାର୍ଷିକ ସୁଧ ମୂଳଧନର \(\frac{1}{8}\) ଅଂଶ ହେଲେ, ଶତକଡ଼ା ବାର୍ଷିକ ସୁଧହାର କେତେ ?
(iv) 1 ଟଙ୍କାର 1 ବର୍ଷର ସୁଧ \(\frac{1}{16}\) ଟଙ୍କା ହେଲେ, ଶତକଡ଼ା ବାର୍ଷିକ ସୁଧହାର କେତେ ?
ସମାଧାନ :
(i) 1 ଟଙ୍କାର ମାସକୁ ସୁଧ 3 ପଇସା ।
100 ଟଙ୍କାର ମାସକୁ ସୁଧ = 3 ପଇସା × 100 = 300 ପଇସା ବା 3 ଟଙ୍କା ।
100 ଟଙ୍କାର ମାସକୁ ସୁଧ = 3 × 12 = 36 ଟଙ୍କା ।
∴ ଶତକଡ଼ା ବାର୍ଷିକ ସୁଧ ହାର 36% ।

(ii) ମୂଳଧନ (P) = 1 ଟଙ୍କା, ସୁଧ ହାର (R) = 8%, ସମୟ (T) = 1 ବର୍ଷ
ସରଳ ସୁଧ (I) = \(\frac{PTR}{100}=\frac{1×1×8}{100}\) ଟଙ୍କା = \(\frac{8}{100}\) ଟଙ୍କା ବା 8 ପଇସା
∴ ଏକ ଟଙ୍କାର ବର୍ଷକୁ ସୁଧ 8 ପଇସା ।

(iii) ମନେକର ମୂଳଧନ (P) = x ଟଙ୍କା
ପ୍ରଶାନୁଯାୟୀ, ସୁଧ (I) = \(\frac{x}{8}\) ଟଙ୍କା ଓ ସମୟ (T) = 1 ବର୍ଷ
ଆମେ ଜାଣିଛୁ, I = \(\frac{PTR}{100}\)
⇒ \(\frac{x}{8}=\frac{x \times 1 \times R}{100} \Rightarrow R=\frac{100 x}{8 x}=\frac{25}{2}=12.5\)
∴ ନିଶ୍ଚେୟ ଶତକଡ଼ା ବାର୍ଷିକ ସୁଧହାର 12.5% ।

(iv) ଏକ ଟଙ୍କାର ଏକ ବର୍ଷର ସୁଧ \(\frac{1}{16}\)
100 ଟଙ୍କାର ଏକ ବର୍ଷର ସୁଧ = \(\frac{1}{16}\) × 100 = \(\frac{25}{4}\) ଟଙ୍କା ବା \(6 \frac{1}{4}\)
∴ ଶତକଡ଼ା ବାର୍ଷିକ ସୁଧହାର \(6 \frac{1}{4}\) % ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b)

Question 2.
ସଦାନନ୍ଦ ପୋଷ୍ଟ ଅଫିସ୍‌ରେ ୫% ବାର୍ଷିକ ସୁଧରେ 6 ବର୍ଷ ପାଇଁ 8000 ଟଙ୍କା ସଞ୍ଚୟକଲା । ସେ 6 ବର୍ଷ ପରେ ମୋଟରେ ପୋଷ୍ଟ ଅଫିସରୁ କେତେ ଟଙ୍କା ପାଇବ ?
ସମାଧାନ :
ଏଠାରେ ସୁଧର ହାର (R) = 8%, ସମୟ (T) = 6 ବର୍ଷ ଓ ମୂଳଧନ (P) = 8000 ଟଙ୍କା
ସରଳ ସୁଧ (I) = \(\frac{PTR}{100}=\frac{800×8×6}{100}\) ଟଙ୍କା = 3840 ଟଙ୍କା
∴ ସମୂଳସୁଧ = ମୂଳଧନ + ସୁଧ = 8000 ଟଙ୍କା + 3840 ଟଙ୍କା = 11840 ଟଙ୍କା
∴ ସଦାନନ୍ଦ 6 ବର୍ଷ ପରେ ପୋଷ୍ଟ ଅଫିସ୍‌ ପାଇବ 11840 ଟଙ୍କା ।

Question 3.
7.5% ହାରରେ 6000 ଟଙ୍କାର 6 ବର୍ଷର ସମୂଳସୁଧ କେତେ ହେବ ?
ସମାଧାନ :
ଏଠାରେ ମୂଳଧନ (P) = 6000 ଟଙ୍କା, ସୁଧର ହାର (R) = 7.5%, ସମୟ (T) = 6 ବର୍ଷ
ସୁଧ (I) = \(\frac{PTR}{100}=\frac{6000×6×7.5}{100}\) = 2700 ଟଙ୍କା
ସମୂଳସୁଧ = ମୂଳଧନ + ସୁଧ = 6000 ଟ. + 2700 ଟ. = 8700 ଟଙ୍କା
∴ ନିର୍ଦେୟ ସମୂଳ ସୁଧ 8700 ଟଙ୍କା ।

Question 4.
ହରିହର 10% ହାରରେ ବ୍ୟାଙ୍କ୍‌ରୁ 10000 ଟଙ୍କା କରଜ କରି 13% ହାରରେ ଦୁଇଜଣ ଲୋକଙ୍କୁ କରଜ ଦେଲା । 5 ବର୍ଷ ଶେଷରେ ତା’ର ଏଥ‌ିରେ ବ୍ୟାଙ୍କ୍ ଋଣ ପରିଶୋଧ କରି କେତେ ଲାଭ ପାଇବ ?
ସମାଧାନ :
ପ୍ରଥମରେ, ମୂଳଧନ (P) = 10000 ଟଙ୍କା, ସୁଧର ହାର (R) = 10% ଓ ସମୟ (T) = 5 ବର୍ଷ
ସୁଧ (I) = \(\frac{PTR}{100}=\frac{10000×5×10}{100}\) = 5000 ଟଙ୍କା
ଦ୍ୱିତୀୟରେ, ମୂଳଧନ (P) = 10000 ଟଙ୍କା, ସୁଧର ହାର (R) = 13% ଓ ସମୟ (T) = 5 ବର୍ଷ
ସୁଧ (I) = \(\frac{PTR}{100}=\frac{10000×5×13}{100}\) = 6500 ଟଙ୍କା
ଲାଭର ପରିମାଣ = 6500 ଟଙ୍କା – 5000 ଟଙ୍କା = 1500 ଟଙ୍କା
∴ 5 ବର୍ଷ ଶେଷରେ ହରିହର ଏଥୁରେ ବ୍ୟାଙ୍କ ଋଣ ପରିଶୋଧ କରି 1500 ଟଙ୍କା ଲାଭ ପାଇବ ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b)

Question 5.
ରସାନନ୍ଦ ବ୍ୟାଙ୍କରୁ 10.5% ହାରରେ 12000 ଟଙ୍କା କରଜ କରି ଟଙ୍କା ପ୍ରତି ମାସିକ 2 ପଇସା ସୁଧରେ କରଜ ଦେଲା । ଏହାଦ୍ଵାରା ବର୍ଷ ଶେଷରେ ସେ କେତେ ରୋଜଗାର କରିବ ?
ସମାଧାନ :
ପ୍ରଥମରେ, ମୂଳଧନ (P) = 12000 ଟଙ୍କା, ସୁଧର ହାର (R) = 10.5% ଓ ସମୟ (T) = 1 ବର୍ଷ
ସୁଧ (I) = \(\frac{PTR}{100}=\frac{12000×1×10.5}{100}\) = 1260 ଟଙ୍କା
ଏକ ଟଙ୍କାର ମାସିକ ସୁଧ 2 ପଇସା । 100 ଟଙ୍କାର ମାସିକ ସୁଧ 2 ଟଙ୍କା ।
100 ଟଙ୍କାର ବାର୍ଷିକ ସୁଧ = 2 × 12 = 24 ଟଙ୍କା ।
ଏଠାରେ, ସୁଧହାର (R) = 24%, ମୂଳଧନ (P) = 12000 ଟଙ୍କା ଓ ସମୟ (T) = 1 ବର୍ଷ
ସୁଧ (I) = \(\frac{PTR}{100}=\frac{12000×1×24}{100}\) = 2880 ଟଙ୍କା
ରୋଜଗାର ପରିମାଣ = (2880 – 1260) ଟଙ୍କା = 1620 ଟଙ୍କା
∴ ବର୍ଷ ଶେଷରେ ରସାନନ୍ଦ 1620 ଟଙ୍କା ରୋଜଗାର କରିବ ।

Question 6.
ଟଙ୍କାପ୍ରତି ମାସିକ 3 ପଇସା ହାରରେ P ଟଙ୍କାର I ବର୍ଷରେ ସମୂଳସୁଧ କେତେ ହେବ ନିର୍ଣ୍ଣୟ କର ।
ସମାଧାନ :
ଏକ ଟଙ୍କାର ମାସିକ ସୁଧ 3 ପଇସା । 100 ଟଙ୍କାର ମାସିକ ସୁଧ 3 ଟଙ୍କା ।
100 ଟଙ୍କାର ବାର୍ଷିକ ସୁଧ = 3 × 12 = 36 ଟଙ୍କା
ସୁଧହାର (R) = 36%, ମୂଳଧନ (P) = P ଟଙ୍କା ଓ ସମୟ (T) = T ବର୍ଷ
ସୁଧ (I) = \(\frac{PTR}{100}=\frac{PT×36}{100}=\frac{9 PT}{25}\) ଟଙ୍କା
ସମୂଳସୁଧ = ମୂଳଧନ + ସୁଧ = P + \(\frac{9 PT}{25}\)
= \(\frac{25 P + 9 PT}{25}=\frac{P(25 + 9T)}{25}\) ଟଙ୍କା
∴ ନିର୍ଣ୍ଣୟ ସମୂଳସୁଧ \(\frac{P(25 + 9T)}{25}\) ଟଙ୍କା ।

ସୂଚନା :
ମୂଳଧନ = (P) = \(\frac{100×I}{RT}\)
ସୁଧର ହାର = (R) = \(\frac{100×I}{PT}\)
ସମୟ (T) = \(\frac{100×I}{RP}\)

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b)

Question 7.
ଶରତ ବ୍ୟାକ୍‌ 12% ହାରରେ 3000 ଟଙ୍କା କରଜ କରି ବ୍ୟାଙ୍କ୍କୁ 6600 ଟଙ୍କା ଦେଇ ଋଣମୁକ୍ତ ହେଲା । ସେ କେତେ ବର୍ଷ ପାଇଁ ଟଙ୍କା କରଜ କରିଥିଲା ।
ସମାଧାନ :
ଏଠାରେ ମୂଳଧନ (P) = 3000 ଟଙ୍କା, ସମୂଳସୁଧ (A) = 6600 ଟଙ୍କା
ସୁଧ (I) = A – P = (6600 – 3000) ଟଙ୍କା = 3600 ଟଙ୍କା,
ସୁଧହାର (R) = 12%
ସମୟ (T) = \(\frac{100 \mathrm{I}}{\mathrm{PR}}=\frac{100 \times 3600}{3000 \times 12}=10\)
∴ ଶରତ 10 ବର୍ଷ ପାଇଁ ଟଙ୍କା କରଜ କରିଥିଲା ।

Question 8.
6% ହାରରେ କେଉଁ ମୂଳଧନର \(7 \frac{1}{2}\) ବର୍ଷର ସରଳ ସୁଧ 4500 ଟଙ୍କା ହେବ ?
ସମାଧାନ :
ଏଠାରେ ସୁଧହାର (R) = 6%, ସମୟ (T) = 7 ବର୍ଷ ବା ବର୍ଷ ଓ ସୁଧ (1) = 4500 ଟଙ୍କା
ମୂଳଧନ (P) ନିର୍ଣ୍ଣୟ କରିବାକୁ ହେବ ।
∴ ମୂଳଧନ (P) = \(\frac{100 \mathrm{I}}{\mathrm{PR}}=\frac{100 \times 4500}{\frac{15}{2} \times 6}=\frac{100 \times 4500 \times 2}{15 \times 6}=10000\)
∴ ନିଶ୍ଚେୟ ମୂଳଧନ 10,000 ଟଙ୍କା ।

Question 9.
କୌଣସି ମୂଳଧନ 20 ବର୍ଷରେ ସୁଧ ଓ ମୂଳ ମିଶି ମୂଳଧନର 3 ଗୁଣ ହୋଇଯାଏ । ସୁଧହାର ନିର୍ଣ୍ଣୟ କର ।
ସମାଧାନ :
ମନେକର ମୂଳଧନ P ଟଙ୍କା ।
ପ୍ରଶ୍ନନୁସାରେ, 20 ବର୍ଷ ପରେ ସୁଧ ଓ ମୂଳ ମିଶି 3P ଟଙ୍କା ହେବ ।
ସୁଧ (I) = 3P – P = 2P ଟଙ୍କା, ସମୟ (T) = 20 ବର୍ଷ
∴ ସୁଧହାର (R) = \(\frac{100 \mathrm{I}}{\mathrm{PR}}=\frac{100 \times 2P}{P \times 20}=10\)
∴ ନିଶ୍ଚେୟ ସୁଧହାର 10%

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b)

Question 10.
କୌଣସି ମୂଳଧନର 2 ବର୍ଷର ସରଳସୁଧ, ସମୂଳସୁଧର \(\frac{1}{9}\) ଅଂଶ । ସୁଧ ହାର ନିର୍ଣ୍ଣୟ କର ।
ସମାଧାନ :
ମନେକର ସମୂଳସୁଧର ପରିମାଣ x ଟଙ୍କା ।
∴ 2 ବର୍ଷରେ ସୁଧର ପରିମାଣ (I) = \(\frac{x}{9}\)
∴ ମୂଳଧନ (P) = ସମୂଳସୁଧ – ସୁଧ = x – \(\frac{x}{9}=\frac{9x-x}{9}=\frac{8x}{9}\)
∴ ସୁଧ ହାର (R) = \(\frac{100 \mathrm{I}}{\mathrm{PT}}=\frac{100 \times \frac{\mathrm{x}}{9}}{\frac{8 \mathrm{x}}{9} \times 2}=\frac{100}{8 \times 2}=\frac{25}{4}\) ବା \(6 \frac{1}{4}\)
∴ ନିଶ୍ଚେୟ ସୁଧହାର \(6 \frac{1}{4}\) %।

Question 11.
କୌଣସି ମୂଳଧନର ଏକ ନିର୍ଦ୍ଦିଷ୍ଟ ହାରରେ 10 ବର୍ଷର ଓ 6 ବର୍ଷର ସମୂଳସୁଧ ଯଥାକ୍ରମେ 3000 ଟଙ୍କା ଓ 2600 ଟଙ୍କା । ମୂଳଧନ ଓ ସୁଧହାର ନିର୍ଣୟ କର ।
ସମାଧାନ :
10 ବର୍ଷର ସମୂଳସୁଧ 3000 ଟଙ୍କା ଓ 6 ବର୍ଷର ସମୂଳସୁଧ 2600 ଟଙ୍କା ।
ତେବେ 4 ବର୍ଷର ସରଳ ସୁଧ = (3000 – 2600) ଟ. = 400 ଟଙ୍କା
1 ବର୍ଷର ସରଳ ସୁଧ = \(6 \frac{400}{4}\) = 100 ଟଙ୍କା
10 ବର୍ଷର ସରଳ ସୁଧ = 100 × 10 = 1000 ଟଙ୍କା
ମୂଳଧନ = (3000 – 1000) ଟ = 2000 ଟଙ୍କା
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b) - 1
∴ ନିଶ୍ଚେୟ ମୂଳଧନ 2000 ଟଙ୍କା ଓ ସୁଧ ହାର 5% ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b)

Question 12.
କୌଣସି ମୂଳଧନ ଏକ ନିର୍ଦ୍ଦିଷ୍ଟ ହାରରେ 15 ବର୍ଷରେ 3 ଗୁଣ ହୋଇଯାଏ; ତେବେ ଉକ୍ତ ମୂଳଧନ କେତେ ବର୍ଷରେ 4 ଗୁଣ ହୋଇଯିବ ?
ସମାଧାନ :
ମନେକର ମୂଳଧନ P ଟଙ୍କା । 15 ବର୍ଷ ପରେ ମୂଳଧନ + ସୁଧ = 3P ଟଙ୍କା ହେବ ।
ସୁଧ (I) = 3P – P = 2P ଟଙ୍କା ଓ ସମୟ (T) = 15 ବର୍ଷ
ସୁଧର ହାର (R) = \(\frac{100 I}{PT}=\frac{100 \times 2P}{P \times 15}==\frac{40}{3}\) %
ଦ୍ଵିତୀୟରେ ମନେକର ମୂଳଧନ T ବର୍ଷରେ 4 ଗୁଣ ହୋଇଯିବ ।
ଅର୍ଥାତ୍ T ବର୍ଷ ପରେ ମୂଳଧନ + ସୁଧ = 4P ଟଙ୍କା ହେବ । ସୁଧ (I) = 4P – P = 3P ଟଙ୍କା
ସମୟ (T) = \(\frac{1}{2}\) ବା 22 \(\frac{1}{2}\)
∴ ଉକ୍ତ ମୂଳଧନ 22\(\frac{1}{2}\) ବର୍ଷରେ 4 ଗୁଣ ହୋଇଯିବ ।

ବିକଳ୍ପ ସମାଧାନ :
15 ବର୍ଷରେ 3 ଗୁଣ ହୁଏ ଅର୍ଥ ସୁଧ ମୂଳଧନର ଦୁଇଗୁଣ ହୁଏ ।
ମୂଳଧନ 4 ଗୁଣ ହେବ ଅର୍ଥ ସୁଧ ମୂଳଧନର ତିନିଗୁଣ ହେବ ।
ମୂଳଧନର ଦୁଇଗୁଣ ପରିମାଣ ସୁଧ ହୁଏ 15 ବର୍ଷରେ
ମୂଳଧନ ପରିମାଣ ସୁଧ ହେବ \(\frac{15}{2}\) ବର୍ଷରେ
ମୂଳଧନର 3 ଗୁଣ ପରିମାଣ ସୁଧ ହେବ 3 × \(\frac{15}{2}\) ବର୍ଷ । = \(22 \frac{1}{2}\) ବର୍ଷରେ

Question 13.
କୌଣସି ମୂଳଧନ 8 ବର୍ଷ 4 ମାସରେ ଦୁଇଗୁଣ ହୋଇଯାଏ । ଏହା କେତେ ବର୍ଷରେ 3 ଗୁଣ ହେବ ?
ସମାଧାନ :
ମନେକର ମୂଳଧନ P ଟଙ୍କା । 8 ବର୍ଷ 4 ମାସ ପରେ ମୂଳଧନ + ସୁଧ
ସୁଧ (1) = 2P – P = P ଟଙ୍କା, ସମୟ = 8 ବର୍ଷ 4 ମାସ = \(8 \frac{4}{12}\) ବର୍ଷ = \(22 \frac{25}{3}\) ବର୍ଷ

ସୁଧର ହାର (R) = \(\frac{100 \mathrm{I}}{\mathrm{PT}}=\frac{100 \times \mathrm{P}}{\mathrm{P} \times \frac{25}{3}}=\frac{100 \times 3}{25}=12 \%\)
ଦ୍ଵିତୀୟରେ ମନେକର ମୂଳଧନ I ବର୍ଷରେ 3 ଗୁଣ ହୋଇଯିବ ।
ଅର୍ଥାତ୍ T ବର୍ଷ ପରେ ମୂଳଧନ + ସୁଧ = 3P ଟଙ୍କା ହେବ ।
ସୁଧ (I) = 3P – P = 2P ଟଙ୍କା
ସମୟ (T) = \(\frac{100 I}{P R}=\frac{100 \times 2 P}{P \times 12}=\frac{50}{3}\) ବା 16\(\frac{2}{3}\) ବର୍ଷ ବା 16 ବର୍ଷ 8 ମାସ ।
∴ ଉକ୍ତ ମୂଳଧନ 16 ବର୍ଷ 8 ମାସରେ 3 ଗୁଣ ହେବ ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b)

Question 14.
କୌଣସି ମୂଳଧନର ସରଳ ସୁଧ, ମୂଳଧନର \(\frac{16}{25}\) । ଯଦି ସୁଧର ହାର ଓ ସମୟର ସାଂଖ୍ୟକ ମାନ ସମାନ ହୁଏ ତେବେ ସୁଧର ହାର ନିର୍ଣ୍ଣୟ କର ।
ସମାଧାନ :
ମନେକର ମୂଳଧନ P ଟଙ୍କା; ସୁଧହାର = R% ଓ ସମୟ I ବର୍ଷ |
ପ୍ରଶ୍ନନୁସାରେ, ସରଳ ସୁଧ (I) = \(\frac{16 P}{25}\) R = T
∴ R = \(R=\frac{100 \mathrm{I}}{\mathrm{PT}}=\frac{100 \times \frac{16 \mathrm{P}}{25}}{\mathrm{P} \times \mathrm{R}}=\frac{64}{R} \Rightarrow R^2=64 \Rightarrow R=8\) (∵ T = R)
∴ ନିଶ୍ଚେୟ ସୁଧହାର 8%

Question 15.
କୌଣସି ମୂଳଧନ 8% ହାରରେ 2 ବର୍ଷରେ 12,122 ଟଙ୍କା ହୁଏ; ତେବେ ସେହି ମୂଳଧନ 9% ହାରରେ 2 ବର୍ଷ 8 ମାସରେ ସମୂଳସୁଧ କେତେ ହେବ ?
ସମାଧାନ :
ଏଠାରେ ସୁଧହାର (R) = 8%, ସମୟ (T) = 2 ବର୍ଷ ଓ ସମୂଳ ସୁଧ (A) = 12,122 ଟଙ୍କା
ସରଳ ସୁଧ (I) =\(\frac{P R T}{100}=\frac{P \times 8 \times 2}{100}=\frac{16 \mathrm{P}}{100}\) ଟଙ୍କା
ସମୂଳସୁଧ (A) = P + 1 = P + \(\frac{16 \mathrm{P}}{100}=\frac{100 \mathrm{P}+16 \mathrm{P}}{100}=\frac{116 \mathrm{P}}{100}\) ଟଙ୍କା
ପ୍ରଶ୍ନନୁସାରେ, \(\frac{116 P}{100}=12122 \Rightarrow P=\frac{12122 \times 100}{116}\) ଟ = 10450 ଟଙ୍କା
ବର୍ତ୍ତମାନ (P) = 10450 ଟଙ୍କା, ସୁଧର ହାର (R) = 9%
ଓ ସମୟ (T) = 2 ବର୍ଷ 8 ମାସ = \(2 \frac{8}{12}\) ବର୍ଷ = \(2 \frac{2}{3}\) ବର୍ଷ = \(\frac{8}{3}\) ବର୍ଷ
∴ ସୁଧ (I) = \(\frac{PRT}{100}=\frac{10450}{100}\) × 9 × \(\frac{8}{3}\) = ଟ 2508
∴ ସମୂଳ ସୁଧ (A) = P + I = 10450 ଟ + ଟ 2508 = 12958 ଟଙ୍କା

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b)

Question 16.
କରିମ୍ ଏକ ବ୍ୟାଙ୍କରେ 9000 ଟଙ୍କା । 2 ବର୍ଷ ପରେ ସେ 4000 ଟଙ୍କା ଉଠାଇଲା । 5 ବର୍ଷ । ଶେଷରେ ସେ ବ୍ୟାଙ୍କରୁ 7640 ଟଙ୍କା ସୁଧର ହାର ନିର୍ଣ୍ଣୟ କର ।
ସମାଧାନ :
ମନେକର ସୁଧର ହାର R% । ମୂଳଧନ (P) = 9000 ଟଙ୍କା, ସମୟ (T) = 2 ବର୍ଷ
∴ ସୁଧ (I) = \(\frac{PRT}{100}=\frac{9000×R×2}{100}\) ଟଙ୍କା = 180R ଟଙ୍କା
2 ବର୍ଷ ପରେ ମୂଳଧନ ହେବ = ଟ 9000 – 4000 ଟ = 5000 ଟଙ୍କା
ମୂଳଧନ (P) = 5000 ଟଙ୍କା ଓ ସମୟ (T) = 5 – 2 = 3 ବର୍ଷ
ସୁଧ (I) = \(\frac{PRT}{100}=\frac{5000×R×3}{100}\) = 150 R ଟଙ୍କା
∴ ମୋଟ ସୁଧ = 180 R ଟଙ୍କା + 150 R ଟଙ୍କା = 330 R ଟଙ୍କା
ପ୍ରଶ୍ନନୁସାରେ, 330 R = 7640 – 5000 ⇒ R = \(\frac{2640}{300}=\frac{264}{33}=8\)
∴ ସୁଧର ହାର 8% ।

BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.3

Odisha State Board BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.3 Textbook Exercise Questions and Answers.

BSE Odisha Class 6 Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.3

Question 1. 

ଉଦାହରଣରେ ଦେଖାଯାଇଥିବା ପରି ପ୍ରତ୍ୟେକ ଧାଡ଼ିରେ ମଝିଘରେ ଥିବା ସଂଖ୍ୟାର ପୂର୍ବବର୍ତ୍ତା ଓ ପରବର୍ତୀ ସଂଖ୍ୟା ଲେଖ ।

ପୂର୍ବବର୍ତ୍ତା ସଂଖ୍ୟା ସଂଖ୍ୟା ପରବର୍ତୀ ସଂଖ୍ୟା
9999 10,000 10,001
10090
29999
586452
358610
555555
708000
999999

ସମାଧାନ:

ପୂର୍ବବର୍ତ୍ତା ସଂଖ୍ୟା ସଂଖ୍ୟା ପରବର୍ତୀ ସଂଖ୍ୟା
9999 10,000 10,001
10089 10090 10091
29998 29999 30000
586451 586452 586453
358609 358610 358611
555554 555555 555556
707999 708000 708001
999998 999999 1000000

Question 2.
(କ) କୌଣସି ସଂଖ୍ୟାର ଠିକ୍ ପରବର୍ତୀ ସଂଖ୍ୟା ଓ ଠିକ୍ ପୂର୍ବବର୍ତ୍ତୀ ସଂଖ୍ୟା ମଧ୍ୟରେ ଅନ୍ତର କେତେ?
ସମାଧାନ:
କୌଣସି ସଂଖ୍ୟାର ଠିକ୍ ପରବର୍ତୀ ସଂଖ୍ୟା ଓ ଠିକ୍ ପୂର୍ବବର୍ତ୍ତୀ ସଂଖ୍ୟା ମଧ୍ୟରେ ଅନ୍ତର 2 ।

(ଖ) କୌଣସି ଯୁଗ୍ମ ସଂଖ୍ୟାର ଠିକ୍ ପରବର୍ତୀ ଓ ଠିକ୍ ପୂର୍ବବର୍ତୀ ସଂଖ୍ୟା ଯୁଗ୍ମ ସଂଖ୍ୟା ହେବେ କି? ଗୋଟିଏ ଉଦାହରଣ ନେଇ ପରୀକ୍ଷା କର ।
ସମାଧାନ:
କୌଣସି ଯୁଗ୍ମ ସଂଖ୍ୟାର ଠିକ୍ ପରବର୍ତୀ ଓ ଠିକ୍ ପୂର୍ବବର୍ତୀ ସଂଖ୍ୟା ଏକ ଯୁଗ୍ମ ସଂଖ୍ୟା ହେବେ ନାହିଁ । 
ଉଦାହରଣ – ମନେକର 4 ଏକ ଯୁଗ୍ମ ସଂଖ୍ୟା ।
4 ର ପୂର୍ବବର୍ତ୍ତୀ ସଂଖ୍ୟା = 3, ଏକ ଯୁଗ୍ମ ସଂଖ୍ୟା ନାହିଁ ।
ସେହିପରି 4 ର ପରବର୍ତ୍ତୀ ସଂଖ୍ୟା = 5, ଏକ ଯୁଗ୍ମ ସଂଖ୍ୟା ନୁହେଁ ।

() ଏକ କୋଟିର ଠିକ୍ ପୂର୍ବବର୍ତୀ ଓ ଠିକ୍ ପରବର୍ତୀ ସଂଖ୍ୟା ଲେଖ ।
ସମାଧାନ:
ଏକ କୋଟିର ଠିକ୍ ପରବର୍ତୀ ସଂଖ୍ୟା = 10000000 – 1 = 9999999
ଏବଂ ଠିକ୍ ପରବର୍ତୀ ସଂଖ୍ୟା = 10000000 + 1 = 10000001

BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.3

(ଘ) ତୁମ ମନରୁ ପାଞ୍ଚଟି ଆଠ ଅଙ୍କବିଶିଷ୍ଟ ସଂଖ୍ୟା ଲେଖ । ପ୍ରତ୍ୟେକ ସଂଖ୍ୟାର ଠିକ୍ ପୂର୍ବବର୍ତୀ ଓ ଠିକ୍ ପରବର୍ତୀ ସଂଖ୍ୟା ଲେଖ ।
ସମାଧାନ:
ଅଙ୍କବିଶିଷ୍ଟ ସଂଖ୍ୟାଗୁଡ଼ିକ ହେଲା – 23405317, 18905563, 45632970, 38754021, 98765028 ।
(i) 23405317 ର ଠିକ୍ ପୂର୍ବବର୍ତୀ ସଂଖ୍ୟା = 23405316 ଓ ଠିକ୍ ପରବର୍ତ୍ତୀ ସଂଖ୍ୟା  = 23405318 ।
(ii) 18905563 & ର ଠିକ୍ ପୂର୍ବବର୍ତୀ ସଂଖ୍ୟା  = 18905562 ଓ ଠିକ୍ ପରବର୍ତ୍ତୀ ସଂଖ୍ୟା = 18905564 ।
(iii) 45632970 ର ଠିକ୍ ପୂର୍ବବର୍ତୀ ସଂଖ୍ୟା = 45632969 ଓ ଠିକ୍ ପରବର୍ତ୍ତୀ ସଂଖ୍ୟା = 45632971 । 
(iv) 38754021  ର ଠିକ୍ ପୂର୍ବବର୍ତୀ ସଂଖ୍ୟା = 38754020 ଓ ଠିକ୍ ପରବର୍ତ୍ତୀ ସଂଖ୍ୟା = 38754022 ।
(v) 98765028 ର ଠିକ୍ ପୂର୍ବବର୍ତୀ ସଂଖ୍ୟା = 98765027 ଓ ଠିକ୍ ପରବର୍ତ୍ତୀ ସଂଖ୍ୟା = 98765029 ।

Question 3.
ଗୋଟିଏ ତିନିଅଙ୍କ ବିଶିଷ୍ଟ ସଂଖ୍ୟା ନିଅ। ସେହି ସଂଖ୍ୟାର ଠିକ୍ ପରବର୍ତୀ ଓ ଠିକ୍ ପୂର୍ବବର୍ତୀ ସଂଖ୍ୟା ନିର୍ଣ୍ଣୟ କର । ଠିକ୍ ପୂର୍ବବର୍ତୀ ଓ ଠିକ୍ ପରବର୍ତୀ ସଂଖ୍ୟାକୁ ଯୋଗ କରି ଯୋଗଫଳକୁ ଦୁଇରେ ଭାଗ କର । କ’ଣ ପାଇଲ? ଆଉ ଗୋଟିଏ ଛଅ ଅଙ୍କ ବିଶିଷ୍ଟ ସଂଖ୍ୟା ନେଇ ଠିକ୍ ଏହି ଭଳି କାର୍ଯ୍ୟ କର ।
ସମାଧାନ:
ତିନିଅଙ୍କ ବିଶିଷ୍ଟ ଏକ ସଂଖ୍ୟା ହେଲା 845  
845 ର ଠିକ୍ ପୂର୍ବବର୍ତ୍ତୀ ସଂଖ୍ୟା = 844 ଓ ଠିକ୍ ପରବର୍ତୀ ସଂଖ୍ୟା = 846
ସଂଖ୍ୟାଦ୍ୱୟର ଯୋଗଫଳ = 844 + 846 = 1690 ।
ଯୋଗଫଳକୁ 2 ଦ୍ବାରା ଭାଗ କଲେ ହେବ = 1690 ÷ 2 = 845
∴ ପୂର୍ବବର୍ତୀ ଓ ପରବର୍ତୀ ସଂଖ୍ୟାଦ୍ୱୟର ଯୋଗଫଳକୁ 2ରେ ଭାଗକଲେ ମଧ୍ୟବର୍ତ୍ତୀ ସଂଖ୍ୟାଟି ମିଳେ ।
ଛଅଅଙ୍କ ବିଶିଷ୍ଟ ଅନ୍ୟ ଏକ ସଂଖ୍ୟା ହେଲା – 234573 ।
234573 ର ଠିକ୍ ପୂର୍ବବର୍ତୀ ସଂଖ୍ୟା = 234572 ଓ ଠିକ୍ ପରବର୍ତୀ ସଂଖ୍ୟା = 234574
ସଂଖ୍ୟାଦ୍ୱୟର ଯୋଗଫଳ = 234572 + 234574 = 469146
ଯୋଗଫଳକୁ ଦୁଇଭାଗ କଲେ ହେବ = 469146 ÷ 2 = 234573
∴ ପୂର୍ବବର୍ତୀ ଓ ପରବର୍ତ୍ତୀ ସଂଖ୍ୟାଦ୍ୱୟର ଯୋଗଫଳକୁ ଦୁଇରେ ଭାଗକଲେ ମଧ୍ୟବର୍ତ୍ତୀ ସଂଖ୍ୟାଟି ମିଳେ ।

BSE Odisha 8th Class Maths Solutions Algebra Chapter 9 ଚଳନ Ex 9(a)

Odisha State Board BSE Odisha 8th Class Maths Solutions Algebra Chapter 9 ଚଳନ Ex 9(a) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 9 ଚଳନ Ex 9(a)

Question 1.
ଶୂନ୍ୟସ୍ଥାନ ପୂରଣ କର, ଯେପରି \(\frac { x }{ y }\) = k (ସ୍ଥିରାଙ୍କ) ଏବଂ k = \(\frac { 1 }{ 2 }\)
BSE Odisha 8th Class Maths Solutions Algebra Chapter 9 Img 1
Solution:
BSE Odisha 8th Class Maths Solutions Algebra Chapter 9 Img 2

Question 2.
ଚଳନ ସୂତ୍ର ପ୍ରୟୋଗରେ ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(a) 3 ଟି କଞ୍ଚା କଦଳୀର ଦାମ୍ 15 ଟଙ୍କା ହେଲେ,
(i) 12 ଟି କଦଳୀର ମୂଲ୍ୟ କେତେ ?
(ii) 25 ଟଙ୍କାରେ କେତୋଟି କଦଳୀ ମିଳିବ ?
Solution:
(i) 3 ଟି କଞ୍ଚା କଦଳୀର ଦାମ୍ 15 ଟଙ୍କା ।
ଏଠାରେ x1 = 3 ଓ y1 = 15 ନିଆଯାଉ | x2 = 12 ଓ y2 ନିର୍ଣ୍ଣୟ କରିବାକୁ ହେବ ।
ସଳଖ ଚଳନ ସୂତ୍ର ଅନୁଯାୟୀ, \(\frac{x_1}{y_1}\) = \(\frac{x_2}{y_2}\) ⇒ y2 = \(\frac{\mathrm{x}_2 \mathrm{y}_1}{\mathrm{x}_1}\) = \(\frac{12 \times 15}{3}\) = 60 |
∴ 12 ଟି କଦଳୀର ମୂଲ୍ୟ

(ii) 3 ଟି କଞ୍ଚା କଦଳୀର ଦାମ୍ 15 ଟଙ୍କା ।
ଏଠାରେ x1 = 3 ଓ y1 = 25 ନିଆଯାଉ । y2 = 25 ଓ x2 ନିର୍ଣ୍ଣୟ କରିବାକୁ ହେବ ।
ସଳଖ ଚଳନ ସୂତ୍ର ଅନୁଯାୟୀ, \(\frac{x_1}{y_1}\) = \(\frac{x_2}{y_2}\) ⇒ x2 = \(\frac{\mathrm{x}_1 \mathrm{y}_2}{\mathrm{y}_1}\) ⇒ x2 = \(\frac{3 \times 25}{15}\) = 5
∴ 25 ଟଙ୍କାରେ 5 ଟି କଦଳୀ ମିଳିବ ।

ଦିକଜ୍ ସମଧାର୍ନ ତ୍ପଶାଲା :
ଦତ୍ତ ତଥ୍ୟକୁ ନିମ୍ନ ସାରଣୀରେ ପ୍ରକାଶକଲେ,
BSE Odisha 8th Class Maths Solutions Algebra Chapter 9 Img 3
\(\frac{x_1}{y_1}\) = \(\frac{x_2}{y_2}\) = \(\frac{x_3}{y_3}\) (ସଳଖ ଚଳନର ସଂଜ୍ଞା)
⇒ \(\frac { 3 }{ 15 }\) = \(\frac{12}{y_2}\) = \(\frac{x_3}{25}\) ⇒ \(\frac { 3 }{ 15 }\) = \(\frac{12}{y_2}\) ⇒ y2 = \(\frac{12 \times 15}{3}\) = 60
ଓ \(\frac { 3 }{ 15 }\) = \(\frac{x_3}{25}\) ⇒ 15x3 = 3 × 25 ⇒ x3 = 5
∴ 12 ଟି କଦଳୀର ଦାମ୍ 60 ଟଙ୍କା ଏବଂ 25 ଟଙ୍କାରେ 5 ଟି କଦଳୀ ମିଳିବ ।

(b) ଜଣେ ଶ୍ରମିକର ଦୈନିକ ମଜୁରି 140 ଟଙ୍କା ହେଲେ,
(i) ତାହାର 5 ଦିନର ମଜୁରି କେତେ ?
(ii) 840 ଟଙ୍କା ମଜୁରି ପାଇଁ ସେ କେତେ ଦିନ କାମ କରିବ ?
Solution:
(i) ଜଣେ ଶ୍ରମିକର ଦୈନିକ ମଜୁରି 140 ଟଙ୍କା x = ଦିନ ସଂଖ୍ୟା, y = ଦୈନିକ ମଜୁରି (ଟଙ୍କାରେ)
ଏଠାରେ x1 = 1 ଓ y1 = 140 ନିର୍ଣ୍ଣୟ ଏବଂ x2 = 5 ଓ y2 ନିର୍ଣ୍ଣୟ ଆବଶ୍ୟକ ।
ସଳଖ ଚଳନ ସୂତ୍ର ଅନୁଯାୟୀ, \(\frac{x_1}{y_1}\) = \(\frac{x_2}{y_2}\) ⇒ \(\frac { 1 }{ 140 }\) = \(\frac{5}{y_2}\) ⇒ y2 = 5 × 140 = 700
∴ ଶ୍ରମିକଟିର 5 ଦିନର ମଜୁରି 700 ଟଙ୍କା ।

(ii) ଜଣେ ଶ୍ରମିକର ଦୈନିକ ମଜୁରି 140 ଟଙ୍କା ।
ଏଠାରେ x1 = 1 ଓ y1 = 140 ନିର୍ଣ୍ଣୟ |
ଦିନ ସଂଖ୍ୟା = x2 ଓ ମଜୁରି (y2) = 840 ଟଙ୍କା ।
ସଳଖ ଚଳନ ସୂତ୍ର ଅନୁଯାୟୀ, \(\frac{x_1}{y_1}\) = \(\frac{x_2}{y_2}\) ⇒ \(\frac { 1 }{ x_2 }\) = \(\frac { 140 }{ 840 }\) ⇒ 140x2 = 840 ⇒ x2 = \(\frac { 840 }{ 140 }\) = 6 |
∴ 840 ଟଙ୍କା ପାଇଁ ଶ୍ରମିକଟି ‘6′ ଦିନ କାମ କରିବ ।

BSE Odisha 8th Class Maths Solutions Algebra Chapter 9 ଚଳନ Ex 9(a)

Question 3.
ସମାନ ଆକାରର 3ଟି ମହମବତିର ଦାମ୍ 24 ଟଙ୍କା ହେଲେ, 120 ଟଙ୍କାରେ ସେହି ଆକାରର କେତୋଟି ମହମବତି ମିଳିବ ?
Solution:
ଦତ୍ତ ତଥ୍ୟକୁ ନିମ୍ନ ସାରଣୀରେ ପ୍ରକାଶ କଲେ,
BSE Odisha 8th Class Maths Solutions Algebra Chapter 9 Img 4
ଏଠାରେ ଲକ୍ଷ୍ୟକର, x ∝ y । ତେଣୁ ସଳଖ ଚଳନର ସୂତ୍ର ପ୍ରୟୋଗ ହେବ ।
ସଳଖ ଚଳନ ସୂତ୍ରାନୁଯାୟୀ, \(\frac{x_1}{y_1}\) = \(\frac{x_2}{y_2}\) ⇒ \(\frac { 3 }{ 24 }\) = \(\frac{x_2}{120}\) ⇒ 24x2 = 120 × 3
⇒ x2 = \(\frac{120 \times 3}{24}\) = 151
∴ 120 ଟଙ୍କାରେ 15ଟି ଖାତା ମିଳିବ ।

Question 4.
6ଟି ଖାତାର ମୂଲ୍ୟ 90 ଟଙ୍କା । ସେହି ଆକାରର 15ଟି ଖାତାର ମୂଲ୍ୟ କେତେ ? 75 ଟଙ୍କାରେ କେତୋଟି ଖାତା ମିଳିବ ?
Solution:
ଦତ୍ତ ତଥ୍ୟକୁ ନିମ୍ନ ସାରଣୀରେ ପ୍ରକାଶ କଲେ,
BSE Odisha 8th Class Maths Solutions Algebra Chapter 9 Img 5
ଏଠାରେ ଲକ୍ଷ୍ୟକର, x ∝ y । ତେଣୁ ସଳଖ ଚଳନର ସୂତ୍ର ପ୍ରୟୋଗ ହେବ ।
ସଳଖ ଚଳନ ସୂତ୍ରାନୁଯାୟୀ, \(\frac{x_1}{y_1}\) = \(\frac{x_2}{y_2}\) = \(\frac{x_3}{y_3}\) ⇒ \(\frac { 6 }{ 90 }\) = \(\frac { 15 }{ y_2 }\) = \(\frac{x_3}{75}\)
⇒ \(\frac { 6 }{ 90 }\) = \(\frac { 15 }{ y_2 }\) ⇒ 6y2 = 90 × 15 ⇒ y2 = \(\frac{90 \times 15}{6}\) = 225
ପ୍ରକାଶ, \(\frac { 6 }{ 90 }\) = \(\frac{x_3}{75}\) ⇒ 90x3 = 6 × 75 ⇒ x3 = \(\frac{6 \times 75}{90}\) = 5
∴ 15ଟି ଖାତାର ମୂଲ୍ୟ 225 ଟଙ୍କା ଓ 75 ଟଙ୍କାରେ 5ଟି ଖାତା ମିଳିବ ।

Question 5.
ବଜାରରେ 2 କିଲୋଗ୍ରାମ୍ ଆଳୁର ଦାମ୍ 9 ଟଙ୍କା; ତେବେ 5 କିଲୋଗ୍ରାମ୍ ଆଳୁର ମୂଲ୍ୟ କେତେ ? 27 ଟଙ୍କାରେ କେତେ ପରିମାଣର ଆଳୁ ମିଳିବ ?
Solution:
ଦତ୍ତ ତଥ୍ୟକୁ ନିମ୍ନ ସାରଣୀରେ ପ୍ରକାଶ କଲେ,
BSE Odisha 8th Class Maths Solutions Algebra Chapter 9 Img 6
ଏଠାରେ ଲକ୍ଷ୍ୟକର, x ∝ y । ତେଣୁ ସଳଖ ଚଳନର ସୂତ୍ର ପ୍ରୟୋଗ ହେବ ।
ସଳଖ ଚଳନ ସୂତ୍ରାନୁଯାୟୀ, \(\frac{x_1}{y_1}\) = \(\frac{x_2}{y_2}\) = \(\frac{x_3}{y_3}\) ⇒ \(\frac { 2 }{ 9 }\) = \(\frac { 5 }{ y_2 }\) = \(\frac{x_3}{27}\)
⇒ \(\frac { 2 }{ 9 }\) = \(\frac { 5 }{ y_2 }\) ⇒ y2 = \(\frac { 45 }{ 2 }\) = 22.50
ପ୍ରକାଶ, \(\frac { 2 }{ 9 }\) = \(\frac{x_3}{27}\) ⇒ 9x3 = 27 × 2
⇒ x3 = \(\frac{27 \times 2}{9}\) = 6
∴ 5 କିଲୋଗ୍ରାମ୍ ଆଳୁର ମୂଲ୍ୟ ଟ.22.50 ଓ 27 ଟଙ୍କାରେ 6 କିଲୋଗ୍ରାମ୍ ଆଳୁ ମିଳିବ ।

Question 6.
ଗୋଟିଏ ସ୍କୁଟର 3 ଘଣ୍ଟାରେ 120 କିଲୋମିଟର ବାଟ୍ ଯାଇପାରେ । ସେହି ବେଗରେ ୫ ଘଣ୍ଟାରେ କେତେ ବାଟ ଯିବ ଏବଂ ସେହି ବେଗରେ 200 କି.ମି. ବାଟ ଯିବାକୁ କେତେ ସମୟ ଲାଗିବ ?
Solution:
ଦତ୍ତ ତଥ୍ୟକୁ ନିମ୍ନ ସାରଣୀରେ ପ୍ରକାଶକଲେ,
BSE Odisha 8th Class Maths Solutions Algebra Chapter 9 Img 7
ଏଠାରେ ଲକ୍ଷ୍ୟକର x ∝ y । ତେଣୁ ସଳଖ ଚଳନର ସୂତ୍ର ପ୍ରୟୋଗ ହେବ ।
ସଳଖ ଚଳନ ସୂତ୍ର ଅନୁଯାୟୀ, \(\frac{x_1}{y_1}\) = \(\frac{x_2}{y_2}\) = \(\frac{x_3}{y_3}\) ⇒ \(\frac { 3 }{ 120 }\) = \(\frac { 8 }{ y_2 }\) = \(\frac{x_3}{200}\)
⇒ \(\frac { 3 }{ 120 }\) = \(\frac { 8 }{ y_2 }\) ⇒ 3y2 = 120 × 8
⇒ y2 = \(\frac{120 \times 8}{3}\) = 320
ପ୍ରକାଶ, \(\frac { 3 }{ 120 }\) = \(\frac{x_3}{200}\) ⇒ 120x3 = 600 ⇒ x3 = \(\frac{600}{120}\) = 5
∴ ସେହି ବେଗରେ 8 ଘଣ୍ଟାରେ 320 କିଲୋମିଟର ଯିବ । 200 କି.ମି. ବାଟ ଯିବାକୁ 5 ଘଣ୍ଟା ସମୟ ଲାଗିବ |

BSE Odisha 8th Class Maths Solutions Algebra Chapter 9 ଚଳନ Ex 9(a)

Question 7.
କୁକୁଡ଼ା ଅଣ୍ଡା‘ଡଜନ 15 ଟଙ୍କା ହେଲେ, ଟି ଅଣ୍ଡାର ଦାମ୍ କେତେ ? 10 ଟଙ୍କାରେ କେତୋଟି ଅଣ୍ଡା ମିଳିବ ?
Solution:
ଦତ୍ତ ତଥ୍ୟକୁ ନିମ୍ନ ସାରଣୀରେ ପ୍ରକାଶକଲେ,
BSE Odisha 8th Class Maths Solutions Algebra Chapter 9 Img 8
ଏଠାରେ ଲକ୍ଷ୍ୟକର x ∝ y । ତେଣୁ ସଳଖ ଚଳନର ସୂତ୍ର ପ୍ରୟୋଗ ହେବ ।
ସଳଖ ଚଳନ ସୂତ୍ରାନୁଯାୟୀ, \(\frac{x_1}{y_1}\) = \(\frac{x_2}{y_2}\) = \(\frac{x_3}{y_3}\) ⇒ \(\frac { 12 }{ 15 }\) = \(\frac { 6 }{ y_2 }\) = \(\frac{x_3}{10}\)
⇒ \(\frac{12}{15}\) = \(\frac{6}{y_2}\) ⇒ 12y2 = 15 × 6 ⇒ y2 = \(\frac{15 \times 6}{12}\) = 7.50
ପ୍ରକାଶ, \(\frac { 12 }{ 15 }\) = \(\frac{x_3}{10}\) ⇒ 15x3 = 12 × 10 ⇒ x3 = \(\frac{12 \times 10}{15}\) = 8
∴ ଜୈ ଅଣ୍ଡାର ଦାମ୍ ଟ.7.50 ଏବଂ 10 ଟଙ୍କାରେ ୫ଟି ଅଣ୍ଡା ମିଳିବ ।

Question 8.
15 କି.ମି. ବସ୍‌ରେ ଯିବାପାଇଁ 2 ଟଙ୍କା 25 ପଇସା ଭଡ଼ା ଲାଗେ । ସେହି ବସ୍‌ରେ 80 କି.ମି. ବାଟ ଯିବାକୁ କେତେ ଭଡ଼ା ପଡ଼ିବ ?
Solution:
ଦତ୍ତ ତଥ୍ୟକୁ ନିମ୍ନ ସାରଣୀରେ ପ୍ରକାଶକଲେ,
BSE Odisha 8th Class Maths Solutions Algebra Chapter 9 Img 9
ଏଠାରେ ଲକ୍ଷ୍ୟକର x ∝ y । ତେଣୁ ସଳଖ ଚଳନର ସୂତ୍ର ପ୍ରୟୋଗ ହେବ ।
ସଳଖ ଚଳନ ସୂତ୍ର ଅନୁଯାୟୀ, \(\frac{x_1}{y_1}\) = \(\frac{x_2}{y_2}\)
⇒ \(\frac{15}{2.25}\) = \(\frac{80}{y_2}\) ⇒ 15y2 = 180 ⇒ y2 = \(\frac{180}{15}\) = 12
∴ ସେହି ବସ୍‌ରେ 80 କି.ମି. ବାଟ ଯିବାକୁ ଭଡ଼ା 12 ଟଙ୍କା ଲାଗିବ ।

Question 9.
ଗୋଟିଏ ସ୍କୁଟର 45 କି.ମି. ବାଟ ଯିବାରେ 1 ଲିଟର ପେଟ୍ରୋଲ ଆବଶ୍ୟକ କରେ । ସେହି ସ୍କୁଟରରେ 225 କି.ମି. ବାଟ ଯିବାକୁ କେତେ ପେଟ୍ରୋଲ ଆବଶ୍ୟକ ?
Solution:
ଦତ୍ତ ତଥ୍ୟକୁ ନିମ୍ନ ସାରଣୀରେ ପ୍ରକାଶକଲେ,
BSE Odisha 8th Class Maths Solutions Algebra Chapter 9 Img 10
ଏଠାରେ ଲକ୍ଷ୍ୟକର x ∝ y । ତେଣୁ ସଳଖ ଚଳନର ସୂତ୍ର ପ୍ରୟୋଗ ହେବ ।
ସଳଖ ଚଳନ ସୂତ୍ର ଅନୁଯାୟୀ \(\frac{x_1}{y_1}\) = \(\frac{x_2}{y_2}\) ⇒ \(\frac{45}{1}\) = \(\frac{225}{y_2}\) ⇒ y2 = \(\frac{225}{45}\) = 5
∴ 225 କି.ମି. ବାଟ ଯିବାପାଇଁ 5 ଲିଟର ପେଟ୍ରୋଲ ଆବଶ୍ୟକ ।

Question 10.
ଗୋଟିଏ ପରିବାରର ଏକ ସପ୍ତାହର ଖାଇବା ଖର୍ଚ୍ଚ 1050 ଟଙ୍କା । ଉକ୍ତ ପରିବାରର ସଦସ୍ୟ ସଂଖ୍ୟା ଅପରିବର୍ତିତ ହେଲେ, 2009 ମସିହା ଫେବୃୟାରୀ ମାସର ଖାଇବା ଖର୍ଚ୍ଚ କେତେ ହେବ ?
Solution:
ଦତ୍ତ ତଥ୍ୟକୁ ନିମ୍ନ ସାରଣୀରେ ପ୍ରକାଶକଲେ, [∵ 1 ସପ୍ତାହ = 7 ଦିନ । 2009 ର ଫେବୃୟାରୀ ମାସ = 28 ଦିନ]
BSE Odisha 8th Class Maths Solutions Algebra Chapter 9 Img 11
ଏଠାରେ ଲକ୍ଷ୍ୟକର x ∝ y । ତେଣୁ ସଳଖ ଚଳନର ସୂତ୍ର ପ୍ରୟୋଗ ହେବ ।
ସଳଖ ଚଳନ ସୂତ୍ର ଅନୁଯାୟୀ, \(\frac{x_1}{y_1}\) = \(\frac{x_2}{y_2}\) ⇒ \(\frac{7}{1050}\) = \(\frac{28}{y_2}\) ⇒ 7y2 = 1050 × 28 ⇒ y2 = \(\frac{1050 \times 28}{7}\) = 4200 |
∴ 2009 ମସିହା ଫେବୃୟାରୀ ମାସର ଖାଇବା ଖର୍ଚ୍ଚ 4200 ଟଙ୍କା ହେବ ।

BSE Odisha 8th Class Maths Solutions Algebra Chapter 9 ଚଳନ Ex 9(a)

Question 11.
5 ଲିଟର ଖାଇବା ତେଲର ମୂଲ୍ୟ 300 ଟଙ୍କା ହେଲେ, ମାସକୁ 12 ଲିଟର ତେଲ ଖର୍ଚ୍ଚ କରୁଥ‌ିବା ଛାତ୍ରାବାସର ମାସିକ ତେଲ ବାବଦରେ କେତେ ଖର୍ଜ ଦେବାକୁ ପଡ଼ିବ ?
Solution:
ଦତ୍ତ ତଥ୍ୟକୁ ନିମ୍ନ ସାରଣୀରେ ପ୍ରକାଶକଲେ,
BSE Odisha 8th Class Maths Solutions Algebra Chapter 9 Img 12
ଏଠାରେ ଲକ୍ଷ୍ୟକର x ∝ y । ତେଣୁ ସଳଖ ଚଳନର ସୂତ୍ର ପ୍ରୟୋଗ ହେବ ।
ସଳଖ ଚଳନ ସୂତ୍ର ଅନୁଯାୟୀ, \(\frac{x_1}{y_1}\) = \(\frac{x_2}{y_2}\) ⇒ \(\frac{5}{300}\) = \(\frac{12}{y_2}\) ⇒ y2 = \(\frac{300 \times 12}{5}\) = 720 |
∴ ମାସକୁ 12 ଲିଟର ତେଲ ଖର୍ଚ୍ଚ କରୁଥିବା ଛାତ୍ରାବାସର ମାସିକ ତେଲ ବାବଦରେ 720 ଟଙ୍କା ଖର୍ଚ୍ଚ ଦେବାକୁ ପଡ଼ିବ ।

Question 12.
50ଟି ଖବରକାଗଜ ବିକିଲେ ଜଣେ ବିକ୍ରେତା 18 ଟଙ୍କା କମିଶନ୍ ପାଆନ୍ତି । ସେ କେତୋଟି କାଗଜ ବିକିଲେ 54 ଟଙ୍କା କମିଶନ୍ ପାଇବେ ? ଦିନକୁ 300 ଟି ଖବରକାଗଜ ବିକିଲେ କେତେ କମିଶନ୍ ମିଳିବ ?
Solution:
ଦତ୍ତ ତଥ୍ୟକୁ ନିମ୍ନ ସାରଣୀରେ ପ୍ରକାଶକଲେ,
BSE Odisha 8th Class Maths Solutions Algebra Chapter 9 Img 13
ଏଠାରେ ଲକ୍ଷ୍ୟକର x ∝ y । ତେଣୁ ସଳଖ ଚଳନର ସୂତ୍ର ପ୍ରୟୋଗ ହେବ ।
ସଳଖ ଚଳନ ସୂତ୍ର ଅନୁଯାୟୀ, \(\frac{x_1}{y_1}\) = \(\frac{x_2}{y_2}\) = \(\frac{x_3}{y_3}\) ⇒ \(\frac{50}{18}\) = \(\frac{x_2}{54}\) ⇒ \(\frac{300}{y_3}\)
ଦଉମାନ, \(\frac{50}{18}\) = \(\frac{x_2}{54}\) ⇒ 18x2 = 50 × 54 ⇒ x2 = \(\frac{50 \times 54}{18}\) = 150
ପୁନଶ୍ଚ, \(\frac{50}{18}\) = \(\frac{300}{y_3}\) ⇒ 50y3 = 300 × 18 ⇒ y3 = \(\frac{300 \times 18}{50}\) = 108
∴ ସେ 150ଟି ଖବରକାଗଜ ବିକିଲେ 54 ଟଙ୍କା କମିଶନ୍ ପାଇବେ ଏବଂ ସେ ଦିନକୁ 300ଟି ଖବରକାଗଜ ବିକିଲେ 108 ଟଙ୍କା କମିଶନ୍ ପାଇବେ ।

CHSE Odisha Class 12 History Chapter 4 Short Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 4 ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀର ଧର୍ମୀୟ ସଂସ୍କାର ଆନ୍ଦୋଳନ-ଜୈନଧର୍ମ, ବୌଦ୍ଧଧର୍ମ  Short Answer Questions.

CHSE Odisha 12th Class History Chapter 4 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧। ଜୈନଧର୍ମ କେତେଜଣ ତୀର୍ଥଙ୍କରଙ୍କ ପ୍ରଚାରିତ ବାଣୀ ? କେଉଁ ଦୁଇଜଣ ତୀର୍ଥଙ୍କରଙ୍କ ନାମ ବୈଦିକ ସାହିତ୍ୟରେ ଉଲ୍ଲେଖ କରାଯାଇଛି ?
Answer:
ଜୈନଧର୍ମ ୨୪ ଜଣ ତୀର୍ଥଙ୍କରଙ୍କ ପ୍ରଚାରିତ ବାଣୀ ଅଟେ । ବୈଦିକ ସାହିତ୍ୟରେ ଋଷଭନାଥ ଓ ଆରିଷ୍ଟେନେମି ନାମକ ଦୁଇଜଣ ତୀର୍ଥଙ୍କରଙ୍କ ନାମ ଉଲ୍ଲେଖ କରାଯାଇଛି ।

୨। ମହାବୀର କେଉଁଠାରେ ଓ କେଉଁ ଗୋଷ୍ଠୀରେ ଜନ୍ମ ହୋଇଥିଲେ ? ତାଙ୍କର ମାତା ତ୍ରିଶଳା କେଉଁ ବଂଶସମ୍ଭୂତା ?
Answer:
ମହାବୀର ଉତ୍ତର ବିହାର ଅନ୍ତର୍ଗତ ବୈଶାଳୀ ନିକଟସ୍ଥ କୁନ୍ଦଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ମାତା ଥିଲେ ଲିଙ୍ଗବୀ ବଂଶସମ୍ଭୂତା ।

୩ । ଖ୍ରୀ. ପୂ. ୫୧୨ରେ କେଉଁଠାରେ ଏକ ଜୈନ ସମ୍ମିଳନୀ ବସିଥିଲା ? ଉକ୍ତ ସମ୍ମିଳନୀରେ କିଏ ସଭାପତି ଥିଲେ ?
Answer:
ଖ୍ରୀ. ପୂ. ୫୧୨ରେ ବଲ୍ଲଭୀ (ଗୁଜୁରାଟ)ଠାରେ ଏକ ବୌଦ୍ଧ ସମ୍ମିଳନୀ ବସିଥିଲା । ଉକ୍ତ ସମ୍ମିଳନୀରେ ଜୈନ ସନ୍ନ୍ୟାସୀ ନାଗାର୍ଜୁନ ସଭାପତିତ୍ୱ କରିଥିଲେ ।

CHSE Odisha Class 12 History Chapter 4 Short Answer Questions in Odia Medium

୪ । ମହାବୀର ଦିବ୍ୟଜ୍ଞାନ ଲାଭ କରିବାପରେ କେଉଁ କେଉଁ ନାମରେ ପରିଚିତ ହେଲେ ?
Answer:
ମହାବୀର ଦିବ୍ୟଜ୍ଞାନ ଲାଭ କରିବାପରେ ‘କେବଲୀନ୍’ (ସର୍ବଜ୍ଞ, ସର୍ବଦ୍ରଷ୍ଟା) ରୂପେ ପରିଗଣିତ ହୋଇଥିଲେ । ସଂସାରର ବନ୍ଧନକୁ ଛିନ୍ନ କରିଥିବାରୁ ସେ ନିଗ୍ରନ୍ଥ ନାମରେ ସିଦ୍ଧ ହେଲେ । ସମସ୍ତ କାମନା, ବାସନା, ଆସକ୍ତି ତଥା ଇନ୍ଦ୍ରିୟକୁ ଜୟ କରିଥୁବାରୁ ସେ ଜୀନ ନାମରେ ବିଖ୍ୟାତ ହୋଇଥିଲେ ।

୫। ପାର୍ଶ୍ଵନାଥ କିଏ ? ତାଙ୍କର ଚତୁର୍ଯ୍ୟାମ ଧର୍ମ କ’ଣ ଥିଲା ?
Answer:
ଜୈନଧର୍ମର ୨୩ତମ ଧର୍ମପ୍ରଚାରକ ଥିଲେ ପାର୍ଶ୍ଵନାଥ । ସେ ଯଜ୍ଞ, ପଶୁବଳି, ଦେବଦେବୀ ପୂଜା, ଜାତିପ୍ରଥା ଆଦିକୁ ବିରୋଧ କରି ସତ୍ୟ, ଅହିଂସା, ଆସ୍ତେୟ ଓ ଅପରିଗ୍ରହ ଭଳି ଚାରିସତ୍ୟକୁ ଲୋକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ଏହି ‘ଚତୁର୍ଯ୍ୟାମ ଧର୍ମ’ ପାଳନ କଲେ ମଣିଷ ମୋକ୍ଷଲାଭ କରିବ ବୋଲି ସେ ଦର୍ଶାଇଥିଲେ ।

୬ | ମହାବୀର ପ୍ରଥମେ କେଉଁଠାରେ ନିଜର ଧର୍ମମତ ପ୍ରଚାର କରିଥିଲେ ? ସେଠାରେ ସେ କେତେଜଣ ବ୍ରାହ୍ମଣଙ୍କୁ ଜୈନଧର୍ମରେ ଦୀକ୍ଷିତ କରାଇଥିଲେ ?
Answer:
ଜ୍ଞାନଲାଭ ପରେ ମହାବୀର ପ୍ରଥମେ ମଗଧର ପୁରାତନ ରାଜଧାନୀ ରାଜଗୃହ ସନ୍ନିକଟ ବିପୁଳାଚଳକୁ ଯାତ୍ରା କରିଥିଲେ । ସେଠାରେ ସେ ୧୧ ଜଣ ବ୍ରାହ୍ମଣଙ୍କୁ ଜୈନଧର୍ମରେ ଦୀକ୍ଷିତ କରାଇଥିଲେ । ସମୟକ୍ରମେ ଲୋକମାନେ ତାଙ୍କ ପ୍ରତି ଆକୃଷ୍ଟ ହୋଇ ତାଙ୍କର ଶିଷ୍ୟତ୍ଵ ଗ୍ରହଣ କରିଥିଲେ ।

୭ । ଜୈନ୍ୟ ସ୍ଥାପତ୍ୟର ବିକାଶ ସମ୍ପର୍କରେ ଲେଖ ।
Answer:
ଜୈନମାନେ ଅନେକ ସ୍ତୂପ ନିର୍ମାଣ କରିଥିଲେ । ଏଗୁଡ଼ିକ ଦ୍ଵାରବନ୍ଧ, ସ୍ତମ୍ଭ, ଛତ୍ର ପ୍ରଭୃତି ବିଭିନ୍ନ କାରୁକାର୍ଯ୍ୟରେ ମଣ୍ଡିତ ହୋଇଥିଲା । ଅନେକ ଜୈନକୀର୍ତ୍ତି ଜୁନାଗଡ଼, ମଥୁରା, ବୁନ୍ଦେଲଖଣ୍ଡ ଓ ଗ୍ବାଲିଅର୍ ଆଦି ସ୍ଥାନରେ ଦେଖିବାକୁ ମିଳିଥାଏ । ଜୈନମାନଙ୍କର ବିହାରର ପାର୍ଶ୍ଵନାଥ ପର୍ବତ, ପାବାପୁରୀ, ରାଜଗିରି, କାଥୁଆୱାଡ଼ର ଗିରନାର ଆଦି ତୀର୍ଥସ୍ଥାନରେ ମନ୍ଦିରମାନ ରହିଅଛି ।

୮ | ମହାବୀର କେବେ ଓ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ? ତାଙ୍କର ପିତାମାତାଙ୍କ ନାମ କ’ଣ ଥିଲା ?
Answer:
ମହାବୀର ଖ୍ରୀ.ପୂ. ୫୪୦ରେ ବୈଶାଳୀ ନିକଟବର୍ତ୍ତୀ କୁନ୍ଦଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ସିଦ୍ଧାର୍ଥ ଏବଂ ମାତାଙ୍କ ନାମ ତ୍ରିଶଳା ଥିଲା ।

CHSE Odisha Class 12 History Chapter 4 Short Answer Questions in Odia Medium

୯। ମହାବୀର କେଉଁଠାରେ ଓ କେଉଁ ବୃକ୍ଷମୂଳରେ ଦିବ୍ୟଜ୍ଞାନ ଲାଭ କରିଥିଲେ ?
Answer:
ମହାବୀର ୪୨ ବର୍ଷ ବୟସରେ ବୈଶାଖ ମାସ ଶୁକ୍ଳପକ୍ଷ ଦଶମୀ ତିଥ୍ୟରେ ଜୁମ୍ଭିକ ଗ୍ରାମରେ ପ୍ରବାହିତ ଋଜୁପାଳିକା ନଦୀ ତଟସ୍ଥ ଶାଳ ବୃକ୍ଷ ମୂଳରେ ଦିବ୍ୟଜ୍ଞାନ ଲାଭ କରିଥିଲେ ।

୧୦ । ମହାବୀରଙ୍କ ମୃତ୍ୟୁପରେ ଜୈନଧର୍ମ କେତେ ଭାଗରେ ଓ କ’ଣ କ’ଣ ନାମରେ ବିଭକ୍ତ ହୋଇଥିଲା ?
Answer:
ମହାବୀରଙ୍କ ମୃତ୍ୟୁପରେ ଜୈନଧର୍ମ ଦୁଇ ଭାଗରେ ବିଭକ୍ତ ହୋଇଥିଲା; ଯଥା – ଶ୍ଵେତାମ୍ବର ଏବଂ ଦିଗମ୍ବର ।

୧୧ । ଜୀନ ଶବ୍ଦର ଅର୍ଥ କ’ଣ ? କିଏ କିପରି ଜୀନ ନାମରେ ପରିଚିତ ହୋଇଥିଲେ ?
Answer:
ଜୀନ ଶବ୍ଦର ଅର୍ଥ ସଂସାରର ସମସ୍ତ ବନ୍ଧନରୁ ନିଜକୁ ମୁକ୍ତ କରିବା । ମହାବୀର ଦିବ୍ୟଜ୍ଞାନ ଲାଭକରି ସମସ୍ତ ଇନ୍ଦ୍ରିୟକୁ ଜୟ କରିଥିବାରୁ ସେ ଜୀନ ନାମରେ ପରିଚିତ ହୋଇଥିଲେ ।

୧୨ । ମହାବୀର କେବେ ଓ କେଉଁଠାରେ ମୃତ୍ୟୁବରଣ କରିଥିଲେ ?
Answer:
ମହାବୀର ଖ୍ରୀ.ପୂ. ୪୬୮ରେ ୭୨ ବର୍ଷ ବୟସରେ ବିହାରର ପାବାଠାରେ ମୃତ୍ୟୁବରଣ କରିଥିଲେ ।

୧୩ । ଜୈନଧର୍ମର ତ୍ରିରତ୍ନ କ’ଣ ?
Answer:
ପୁନର୍ଜନ୍ମରୁ ଆତ୍ମାର ମୁକ୍ତିଲାଭ ପାଇଁ ମହାବୀର ତିନୋଟି ମାର୍ଗ ଅନୁସରଣ କରିବାକୁ ଉପଦେଶ ଦେଇଥିଲେ । ସେଗୁଡ଼ିକ ହେଲା – ସମ୍ୟକ୍ ଜ୍ଞାନ, ସମ୍ୟକ୍ ଚରିତ୍ର ଓ ସମ୍ୟକ୍ ବିଶ୍ଵାସ । ମହାବୀରଙ୍କର ଏହି ଉପଦେଶ ପଞ୍ଚମହାବ୍ରତ ନାମରେ ଖ୍ୟାତିଲାଭ କରିଥିଲା ।

୧୪ । ଜୈନଧର୍ମର ବିଭିନ୍ନ ଗ୍ରନ୍ଥର ନାମ ଲେଖ ।
Answer:
ଜୈନଧର୍ମର ବିଭିନ୍ନ ଗ୍ରନ୍ଥର ନାମ ହେଲା – ଅଙ୍ଗ, ଉପାଙ୍ଗ, ଆଗମ, କଳ୍ପସୂତ୍ର ।

CHSE Odisha Class 12 History Chapter 4 Short Answer Questions in Odia Medium

୧୫ । ଜୈନଧର୍ମାବଲମ୍ବୀମାନେ କର୍ମଫଳ ଏବଂ ପୁନର୍ଜନ୍ମରେ ବିଶ୍ଵାସ କରୁଥୁଲେ କାହିଁକି ? ଏହାଦ୍ଵାରା କ’ଣ ହୁଏ ?
Answer:
ଜୈନଧର୍ମାବଲମ୍ବୀମାନେ କର୍ମଫଳ ଓ ପୁନର୍ଜନ୍ମରେ ବିଶ୍ୱାସ କରୁଥିଲେ । ନିଜ କର୍ମଯୋଗୁଁ ହିଁ ସାଧନାର ସିଦ୍ଧି ମିଳିଥାଏ । ମୁକ୍ତି ଓ ପୁନର୍ଜନ୍ମ ମହତ୍ କର୍ମ ଓ ମନ୍ଦକର୍ମଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ସୁକର୍ମ କଲେ ତାହା ସାହାଯ୍ୟରେ ତାକୁ ସୁଫଳ ମିଳିଥାଏ ଏବଂ ଶେଷରେ ନିର୍ବାଣ ପ୍ରାପ୍ତି ହୋଇଥାଏ ।

୧୬ । ଜୈନଧର୍ମର ପଞ୍ଚ ମହାବ୍ରତ କ’ଣ ?
Answer:
ଜୀବନକୁ ନୀତିମୟ କରିବାପାଇଁ ଏବଂ ଉତ୍ତମ ଚରିତ୍ର ଗଠନ ପାଇଁ ମହାବୀର ପାଞ୍ଚଗୋଟି ଉପଦେଶ ଦେଇଥିଲେ । ସେଗୁଡ଼ିକ ହେଲା — ଅହିଂସା, ସତ୍ୟ, ଅଚୌର୍ଯ୍ୟ, ଅପରିଗ୍ରହ ଏବଂ ବ୍ରହ୍ମଚର୍ଯ୍ୟ | ଏହାକୁ ଜୈନଧର୍ମର ପଞ୍ଚମହାବ୍ରତ କୁହାଯାଏ ।

୧୭ । ପାର୍ଶ୍ଵନାଥ କେବେ ଜନ୍ମଗ୍ରହଣ କରିଥିଲେ ? ତାଙ୍କ ପିତାମାତାଙ୍କ ନାମ କ’ଣ ଥିଲା ?
Answer:
ପାର୍ଶ୍ଵନାଥ ଖ୍ରୀ.ପୂ. ୮୭୭ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଅଶ୍ଵସେନ ଓ ମାତାଙ୍କ ନାମ ବାମାଦେବୀ ଥିଲା ।

୧୮ । ଭଦ୍ରବାହୁ କିଏ ? ସେ କେବେ କେଉଁଠାରେ ଜୈନଧର୍ମ ପ୍ରଚାର କରିଥିଲେ ?
Answer:
ଭଦ୍ରବାହୁ ଜଣେ ଜୈନ ସନ୍ନ୍ୟାସୀ । ଖ୍ରୀ.ପୂ. ଚତୁର୍ଥ ଶତାବ୍ଦୀରେ ସେ ଅନେକ ଜୈନ ସନ୍ନ୍ୟାସୀଙ୍କୁ ନେଇ ସୁଦୂର ଦକ୍ଷିଣରେ ଜୈନଧର୍ମ ପ୍ରଚାର କରିଥିଲେ ।

୧୯ । ବୁଦ୍ଧଙ୍କ ଅଷ୍ଟାଙ୍ଗମାର୍ଗ କ’ଣ ? ଏହାକୁ ଅନ୍ୟ ଅର୍ଥରେ କ’ଣ କୁହାଯାଇଥାଏ ?
Answer:
ଆର୍ଯ୍ୟ ଅଷ୍ଟାଙ୍ଗମାର୍ଗ ହେଉଛି ବୌଦ୍ଧଧର୍ମର ଶ୍ରେଷ୍ଠବାଣୀ । ଏହା ହେଲା – (୧) ସତ୍ ବିଶ୍ଵାସ, (୨) ସତ୍ ଚିନ୍ତା, (୩) ସତ୍ କର୍ମ, (୪) ସତ୍ ବାକ୍ୟ, (୫) ସତ୍ ଆଚାର, (୬) ସତ୍ ଉଦ୍ୟମ, (୭) ସତ୍ ଜୀବିକା, (୮) ସତ୍ ସଂକଳ୍ପ । ଏହାକୁ ଅନ୍ୟ ଅର୍ଥରେ ମଧ୍ୟମ ମାର୍ଗ କୁହାଯାଇଥାଏ ।

୨୦ । ଓଡ଼ିଶାର କେଉଁଠାରେ ବୌଦ୍ଧ କୀର୍ତ୍ତିମାନ ରହିଅଛି ?
Answer:
ଓଡ଼ିଶାର ରତ୍ନଗିରି ଓ ଲଳିତଗିରିଠାରେ ବୌଦ୍ଧ କୀର୍ତିମାନ ରହିଅଛି ।

CHSE Odisha Class 12 History Chapter 4 Short Answer Questions in Odia Medium

୨୧ । ବୁଦ୍ଧଙ୍କ ଶିଷ୍ୟ ହୋଇଥିବା ଉତ୍କଳ ବଣିକଦ୍ଵୟଙ୍କ ନାମ କ’ଣ ? ବୌଦ୍ଧଧର୍ମ କେଉଁ ଗଣିକା ଗ୍ରହଣ କରିଥିଲେ ?
Answer:
ବୁଦ୍ଧଙ୍କ ଶିଷ୍ୟ ହୋଇଥୁବା ଉତ୍କଳ ବଣିକଦ୍ବୟଙ୍କ ନାମ ତାପସୁ ଓ ଭଲ୍ଲିକ । ଗଣିକା ଅମ୍ବାପଲ୍ଲୀ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ।

୨୨। ହୋଇଥୁବା ଉତ୍କଳ ବଣିକଦ୍ଵୟଙ୍କ ନାମ ତାପସୁ ଓ ଭଲ୍ଲିକ । ଗଣିକା ଅମ୍ବାପଲ୍ଲୀ ବୌଦ୍ଧଧର୍ମ ଗ୍ରହଣ ଥିଲା ? ହୁଏନ୍‌ସାଂ କେଉଁ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ ?
Answer:
ବୌଦ୍ଧଧର୍ମର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ତକ୍ଷଶିଳା, ନାଳନ୍ଦା, ମହାବୋଧ ଏବଂ ପୁଷ୍ପଗିରି ଆଦି ବୌଦ୍ଧ ବିଶ୍ବବିଦ୍ୟାଳୟଗୁଡ଼ିକର ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲା । ହୁଏନ୍‌ସାଂ ନାଳନ୍ଦା ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ ।

୨୩ । ବୁଦ୍ଧଙ୍କ ପ୍ରଚାରିତ ଚାରି ଆର୍ଯ୍ୟ ସତ୍ୟ କ’ଣ ?
Answer:
ବୁଦ୍ଧଦେବ ଚାରୋଟି ମହାନ୍ ସତ୍ୟକୁ ଉପଲବ୍ଧ କରିଥିଲେ । ଏହି ଚାରୋଟି ସତ୍ୟ ହେଲା – ଦୁଃଖ, ଦୁଃଖରୁ କାରଣ କାମନା, କାମନାର ବିନାଶରେ ଦୁଃଖର ବିନାଶ ଓ ନିର୍ବାଣ ଲାଭ ।

୨୪ । ବୁଦ୍ଧଙ୍କ ମତରେ ନିର୍ବାଣର ଅର୍ଥ କ’ଣ ? କ’ଣ କଲେ ନିର୍ବାଣ ଲାଭ ହୋଇଥାଏ ?
Answer:
ସାଂସାରିକ ଦୁଃଖରୁ ମୁକ୍ତିଲାଭ କରିବାର ଅନ୍ୟ ନାମ ହେଉଛି ନିର୍ବାଣ । କାମନାର ବିନାଶଦ୍ୱାରା ମନୁଷ୍ୟ ଜନ୍ମ ଓ ମୃତ୍ୟୁଚକ୍ରରୁ ମୁକ୍ତିଲାଭ କରିବା ସଙ୍ଗେ ସଙ୍ଗେ ନିର୍ବାଣ ଲାଭ କରିଥାଏ ।

୨୫ । ବୌଦ୍ଧଧର୍ମର ପବିତ୍ର ଧର୍ମଗ୍ରନ୍ଥର ନାମ କ’ଣ ? ଏହା କେତେ ଭାଗରେ ବିଭକ୍ତ କରାଯାଇଛି ଓ କ’ଣ କ’ଣ ?
Answer:
ବୌଦ୍ଧଧର୍ମର ପବିତ୍ର ଧର୍ମଗ୍ରନ୍ଥର ନାମ ତ୍ରିପିଟକ । ଏହାକୁ ତିନିଭାଗରେ ବିଭକ୍ତ କରାଯାଇଛି; ଯଥା – ସୂତ୍ରପିଟକ, ବିନୟପିଟକ ଏବଂ ଅଭିଧର୍ମପିଟକ ।

୨୬ । ଧର୍ମଚକ୍ର ପ୍ରବର୍ତ୍ତନ କ’ଣ ?
Answer:
ଗୌତମ ବୁଦ୍ଧ ନିରଞ୍ଜନା ନଦୀକୂଳରେ ଅଶ୍ଵତ୍‌ଥ ବୃକ୍ଷ ମୂଳରେ ଦିବ୍ୟଜ୍ଞାନ ଲାଭ କରିବା ପରେ ବାରାଣସୀର ନିକଟବର୍ତ୍ତୀ ସାରନାଥର ମୃଗଉଦ୍ୟାନଠାରେ ପାଞ୍ଚଜଣ ବ୍ରାହ୍ମଣଙ୍କ ସମ୍ମୁଖରେ ପ୍ରଥମେ ନିଜର ଧର୍ମବାଣୀ ଶୁଣାଇଥିଲେ । ସେହି ପାଞ୍ଚଜଣ ତାଙ୍କର ଶିଷ୍ୟତ୍ବ ଗ୍ରହଣ କରିଥିଲେ । ବୁଦ୍ଧଙ୍କଦ୍ୱାରା ଏହି ପ୍ରଥମ ଧର୍ମ ପ୍ରଚାରକୁ ଧର୍ମଚକ୍ର ପ୍ରବର୍ତ୍ତନ କୁହାଯାଏ ।

CHSE Odisha Class 12 History Chapter 4 Short Answer Questions in Odia Medium

୨୭ । ବୌଦ୍ଧଧର୍ମର ତ୍ରିରତ୍ନ କ’ଣ ?
Answer:
ବୁଦ୍ଧଦେବ ଧର୍ମ ଏବଂ ସଂଘ ଉପରେ ଗୁରୁତ୍ଵ ଦେଉଥିଲେ । ବୌଦ୍ଧ ସନ୍ନ୍ୟାସୀମାନେ ବୌଦ୍ଧ ସଂଘରେ ଯୋଗଦେବାବେଳେ ଶପଥ ନେଇ ଉଚ୍ଚାରଣ କରୁଥିଲେ – ବୁଦ୍ଧ ଶରଣଂ ଗଚ୍ଛାମି, ଧର୍ମ ଶରଣଂ ଗଚ୍ଛାମି, ସଂଘଂ ଶରଣଂ ଗଚ୍ଛାମି । ଏହାକୁ ବୌଦ୍ଧ ଧର୍ମର ତ୍ରିରତ୍ନ କୁହାଯାଏ ।

B. ପାଞ୍ଚଟି / ଛଅଟି ବାକ୍ୟରେ ଉତ୍ତର ଦିଅ ।

୧। ବୁଦ୍ଧଙ୍କ ମତରେ ନିର୍ବାଣ କ’ଣ ?
Answer:
ପୁନର୍ଜନ୍ମରୁ ମୁକ୍ତ ହୋଇ ମୋକ୍ଷଲାଭକୁ ଗୌତମ ବୁଦ୍ଧ ନିର୍ବାଣ ବୋଲି କହୁଥିଲେ । ନିର୍ବାଣ ହେଉଛି ଏକ ଅବ୍ୟକ୍ତ ଶବ୍ଦ । ଏଥିରେ ଆଶା-କାମନା, ଜନ୍ମ-ମୃତ୍ୟୁ, ଜରା-ଯୌବନ, ଦୁଃଖ-ସୁଖ ପ୍ରଭୃତିର ସ୍ଥାନ ନଥାଏ । ନିର୍ବାଣ ପାଇଁ ସଚିନ୍ତା ଓ ପବିତ୍ର କର୍ମ ଏକାନ୍ତ ଆବଶ୍ୟକ । କାରଣ ପବିତ୍ର ଚିନ୍ତା ବା ଇଚ୍ଛା ହେଉଛି ଆଶାମୁକ୍ତ ହେବାର ପ୍ରକୃତ ପାବଚ୍ଛ । ଏଥିପାଇଁ ସେ ଚାରୋଟି ନୀତିର ଅବତାରଣା କରିଥିଲେ, ଯାହାକୁ ‘ଚତୁରାନୁଶାସନ’ କୁହାଯାଏ । ଏଥିପାଇଁ ସେ ବ୍ୟକ୍ତିଗତ ସଂଯମ ଓ ନୈତିକତା ଉପରେ ଯଥେଷ୍ଟ ଗୁରୁତ୍ଵ ଦେଇଥିଲେ । ନିର୍ବାଣରେ ଆତ୍ମା ଚିରନ୍ତନ-ଶାଶ୍ୱତ ଜଗତରେ ଅବସ୍ଥାନ କରେ ।

୨ । ଜୈନ ତୀର୍ଥଙ୍କରମାନଙ୍କର ସମ୍ପର୍କରେ ଲେଖ ।
Answer:
ଜୈନ ଧର୍ମଗ୍ରନ୍ଥ ଅଙ୍ଗ, ଉପାଙ୍ଗ ଓ ମୂଳସୂତ୍ରରୁ ଜୈନ ତୀର୍ଥଙ୍କର ବା ପ୍ରଚାରକମାନଙ୍କ ସମ୍ବନ୍ଧରେ ଜଣାପଡ଼ିଥାଏ । ଏହି ଗ୍ରନ୍ଥଗୁଡ଼ିକରୁ ଜଣାପଡ଼ିଥାଏ ଯେ, ୨୩ ଜଣ ପ୍ରଚାରକ ବା ତୀର୍ଥଙ୍କର ଜୈନଧର୍ମ ପ୍ରଚାର କରିଥିଲେ । ଜୈନଧର୍ମର ପ୍ରଥମ ପ୍ରଚାରକ ଥିଲେ ଋଷଭନାଥ । ତାଙ୍କ ପରଠାରୁ ଅନ୍ୟ ୨୨ ଜଣ ପ୍ରଚାରକଙ୍କ ସମ୍ବନ୍ଧରେ କୌଣସି ଐତିହାସିକ ତଥ୍ୟ ମିଳେ ନାହିଁ । ଜୈନଧର୍ମର ୨୩ ତମ ପ୍ରଚାରକ ଥିଲେ ପାର୍ଶ୍ଵନାଥ । ସେ କ୍ଷତ୍ରିୟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଚାରିବ୍ରତ (ସତ୍ୟ, ଅହିଂସା, ଅଚୌର୍ଯ୍ୟ ଓ ଅପରିଗ୍ରହ) ପ୍ରଚାର କରିଥିଲେ । ମହାବୀରଙ୍କ ଜନ୍ମର ୨୫୦ ବର୍ଷ ପୂର୍ବେ ପାର୍ଶ୍ଵନାଥ ଧର୍ମପ୍ରଚାର କରିଥିଲେ । ଏହି ଧର୍ମର ଶେଷ ପ୍ରଚାରକ ଥିଲେ ମହାବୀର । ସେ ପାର୍ଶ୍ଵନାଥଙ୍କ ବାଣୀକୁ ଆଧାର କରି ‘ପଞ୍ଚବ୍ରତ’ ପ୍ରଚାର କରିଥିଲେ ।

CHSE Odisha Class 12 History Chapter 4 Short Answer Questions in Odia Medium

୩ । ମହାବୀରଙ୍କ ମୁଖ୍ୟ ଧର୍ମବାଣୀ କ’ଣ ଥିଲା ?
Answer:
ମହାବୀର ଜୈନଧର୍ମର ଶେଷ ପ୍ରଚାରକ ଥିଲେ । ସେ ପାର୍ଶ୍ଵନାଥଙ୍କ ପ୍ରଚାରିତ ବାଣୀକୁ ସମ୍ମାନ ଜଣାଇ ବ୍ରହ୍ମଚର୍ଯ୍ୟ ନାମକ ଏକ ନୂତନ ନୀତି ଏଥୁସହିତ ସଂଯୋଗ କରିଥିଲେ । ଫଳତଃ ମହାବୀରଙ୍କ ପ୍ରଚାରିତ ବାଣି ‘ପଞ୍ଚବ୍ରତ’ ନାମରେ ପରିଚିତ ହୋଇଥିଲା । ଜୀବନକୁ ନୀତିମୟ କରିବାପାଇଁ ମହାବୀର ଏହି ପାଞ୍ଚଗୋଟି ଉପଦେଶ ପ୍ରଦାନ କରିଥିଲେ । ସତ୍ୟ, ଅହିଂସା, ଅଚୌର୍ଯ୍ୟ, ଅପରିଗ୍ରହ ଓ ବ୍ରହ୍ମଚର୍ଯ୍ୟ ଥିଲା ପାଞ୍ଚ ବ୍ରତର ପାଞ୍ଚଗୋଟି ନୀତି । ଏଥୁସହିତ ସେ ମଧ୍ଯ ‘ତ୍ରିରନ୍’ ପ୍ରଚାର କରିଥିଲେ । ଏହା ଥିଲା ସତ୍ ଜ୍ଞାନ, ସତ୍ ଆଚରଣ ଓ ସତ୍ ବିଶ୍ଵାସର ସମାହାର । ଏହି ତ୍ରିରନ୍ ନୀତିକୁ ଅନୁସରଣ କଲେ ଆତ୍ମ ନିର୍ବାଣ ଲାଭକରି ଚରମ ଶାନ୍ତି ପାଇଥାଏ ବୋଲି ସେ ମତବ୍ୟକ୍ତ କରିଥିଲେ । ସେ ପିତୁଳା ପୂଜା, ଆଡ଼ମ୍ବରପୂର୍ଣ୍ଣ ପୂଜାପଦ୍ଧତି ଓ ବ୍ରାହ୍ମଣମାନଙ୍କର ଉପସ୍ଥିତିକୁ ଅସ୍ଵୀକାର କରିଥିଲେ । ଏପରିକି ନିର୍ବାଣପ୍ରାପ୍ତି ପାଇଁ କଠୋର ଆତ୍ମସଂଯମ ଓ ସନ୍ୟାସବ୍ରତ ପାଳନ ପାଇଁ ସେ ଶିଷ୍ୟମାନଙ୍କୁ ଶିକ୍ଷା ଦେଇଥିଲେ ।

୪। ଜୈନଧର୍ମ ଓ ବୌଦ୍ଧଧର୍ମର ଉତ୍‌ଥାନ ପୂର୍ବରୁ ଭାରତୀୟ ସମାଜ ଓ ଧର୍ମ କିପରି ଥୁଲା ?
Answer:
ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀର ଭାରତୀୟ ସମାଜରେ କୁସଂସ୍କାରପୂର୍ଣ୍ଣ ଏକ ଧାର୍ମିକ ଜୀବନର ପ୍ରତିଫଳନ ଘଟିଥିଲା । ଏହି ସମୟରେ ଭାରତୀୟ ସମାଜ ଜଟିଳ କର୍ମକାଣ୍ଡର ମାୟାଜାଲରେ ଛନ୍ଦି ହୋଇ ପଡ଼ିଥିଲା । ସମାଜରେ ନାରୀର ସ୍ଥାନ ହ୍ରାସ ପାଇଥିଲା । ବୈଦିକ ଯୁଗର ସରଳ ଏବଂ ନିରାଡ଼ମ୍ବର ଧର୍ମ ଏହି ସମୟରେ ଜଟିଳ ହୋଇପଡ଼ିଥିଲା । ଦେବଦେବୀ ପୂଜା ନିମିତ୍ତ ଯାଗଯଜ୍ଞ, ପଶୁବଳି ଆଦି ଉପରେ ବ୍ରାହ୍ମଣମାନେ ଗୁରୁତ୍ଵ ଆରୋପ କରିଥିଲେ । ଧର୍ମ ଓ ସମାଜର ଏପରି ଅଧଃପତନ କାଳରେ ଜୈନଧର୍ମ ଓ ବୌଦ୍ଧଧର୍ମର ଉତ୍‌ଥାନ ଘଟିଥିଲା । ଏହି ଦୁଇ ଧର୍ମ ଜାତିପ୍ରଥା, ଯାଗଯଜ୍ଞ, ପଶୁବଳି ପ୍ରଥା, ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ ଇତ୍ୟାଦି କୁସଂସ୍କାରକୁ ବିରୋଧ କରି ଅହିଂସା, ମାନବିକତା, ନୈତିକତା ତଥା ଆଦର୍ଶ ଜୀବନଧାରଣର ମାନ ନିର୍ଣ୍ଣୟ କରିଥିଲା ।

୫ । ଭାରତୀୟ କଳା ଓ ସ୍ଥାପତ୍ୟକୁ ଜୈନଧର୍ମର ଅବଦାନ ବିଷୟରେ ଉଲ୍ଲେଖ କର ।
Answer:
ଜୈନଧର୍ମ ଭାରତବର୍ଷରେ କଳା ଓ ସ୍ଥାପତ୍ୟର ଶ୍ରୀବୃଦ୍ଧି ସାଧନ କରିଥିଲା । ପ୍ରଥମାବସ୍ଥାରେ ଜୈନମାନେ ସ୍ତୂପ ତଥା ଗୁମ୍ଫା ଇତ୍ୟାଦି ନିର୍ମାଣ କରୁଥିଲେ । ପରବର୍ତ୍ତୀ ସମୟରେ ସେମାନେ ଜୈନ ତୀର୍ଥଙ୍କରମାନଙ୍କର ମୂର୍ତ୍ତିଗୁଡ଼ିକ ନିର୍ମାଣ କରିବାରେ ଲାଗିଲେ । ରାଜାମାନଙ୍କର ପୃଷ୍ଠପୋଷକତା ଲାଭକରି ଜୈନ କଳା ଓ ସ୍ଥାପତ୍ୟର ବିକାଶ ଘଟିଥିଲା । ମଥୁରା, ବୁନ୍ଦେଲଖଣ୍ଡ ଏବଂ ମଧ୍ୟପ୍ରଦେଶର ଉତ୍ତର ଭାଗରେ ବହୁ ସୁନ୍ଦର ସୁନ୍ଦର ଜୈନମୂର୍ତ୍ତିମାନ ଦେଖିବାକୁ ମିଳିଥାଏ । କର୍ଣ୍ଣାଟକରେ ଶ୍ରବଣବେଲ୍‌ ଗୋଲ୍ଲାଠାରେ ଅବସ୍ଥିତ ଗୋମତେଶ୍ଵର ନାମକ ବାହୁବଳୀଙ୍କ ମୂର୍ତ୍ତି ଜୈନ ସ୍ଥାପତ୍ୟର ଜ୍ଵଳନ୍ତ ନିଦର୍ଶନ । ଭୁବନେଶ୍ଵରର ଉଦୟଗିରି, ମଧ୍ୟପ୍ରଦେଶ, ଏଲୋରା ଏବଂ ମହାରାଷ୍ଟ୍ରର ଜୈନଗୁମ୍ଫାସମୂହ ଜୈନକଳାର ଅନନ୍ୟ ନିଦର୍ଶନ । ଦିରାର ଜୈନ ମନ୍ଦିରର କାରୁକାର୍ଯ୍ୟ ବିଶ୍ଵକୁ ବିସ୍ମିତ କରିଥାଏ ।

CHSE Odisha Class 12 History Chapter 4 Short Answer Questions in Odia Medium

୬ । ବୁଦ୍ଧଙ୍କ ମତରେ ଅହିଂସା କହିଲେ କ’ଣ ବୁଝାଯାଏ ?
Answer:
ବୁଦ୍ଧ ଅହିଂସା ମାର୍ଗରେ ପରିଚାଳିତ ହେବାପାଇଁ ଉପଦେଶ ଦେଇଥିଲେ । ସେ ‘ଅହିଂସା ପରମଧର୍ମ’ ଏହି ମନ୍ତ୍ର ପ୍ରଚାର କରିଥିଲେ । ବୌଦ୍ଧଧର୍ମରେ ଜୀବପ୍ରତି ଦୟା ଏକ ପରମ ନୀତିରୂପେ ବିବେଚିତ ହେଉଥିଲା । ନିଜ କାର୍ଯ୍ୟ ଓ ଚିନ୍ତାରେ ଜୀବଜଗତ ପ୍ରତି ଅହିଂସାଭାବ ପୋଷଣ କରିବାପାଇଁ ବୌଦ୍ଧମାନେ ସଦାସର୍ବଦା ଚେଷ୍ଟିତ ଥିଲେ । ବୁଦ୍ଧଙ୍କ ପ୍ରଣୀତ ଅହିଂସା ନୀତିରେ ଅଧ୍ଵ କଠୋରତା ପରିଲକ୍ଷିତ ହୋଇନଥିବାବେଳେ ମହାବୀରଙ୍କ ପ୍ରଣୀତ ଅହିଂସା ନୀତିରେ କଠୋରତା ସ୍ଥାନ ପାଇଥିଲା । କର୍ମବାଦ ଉପରେ ଗଭୀର ବିଶ୍ଵାସ ପାଇଁ ବୁଦ୍ଧ ସତ୍ୟ, ସଂଯମ, ଦୟା,ପ୍ରେମ, ଦାନ ଓ ଅହିଂସା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

୭ । ତ୍ରିପିଟକ ସଂପର୍କରେ ଲେଖ ।
Answer:
ବୌଦ୍ଧମାନଙ୍କର ପବିତ୍ର ସାହିତ୍ୟ ବା ଧର୍ମଗ୍ରନ୍ଥକୁ ତ୍ରିପିଟକ କୁହାଯାଏ । ତ୍ରିପିଟକ ତିନି ଭାଗରେ ବିଭକ୍ତ ହୋଇଅଛି; ଯଥା— (1)ବିନୟପିଟକ, (2) ସୂତ୍ରପିଟକ ଓ (3) ଅଭିଧର୍ମପିଟକ । ବିନୟପିଟକରେ ବୌଦ୍ଧଭିକ୍ଷୁମାନଙ୍କର କର୍ତ୍ତବ୍ୟ ଓ ବୌଦ୍ଧସଂଘର ପରିଚାଳନା ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ସୂତ୍ରପିଟକରେ ବୁଦ୍ଧଙ୍କର ଧର୍ମୋପଦେଶମାନ ବର୍ଣ୍ଣନା କରାଯାଇଅଛି । ଅଭିଧର୍ମ ପିଟକରେ ବୌଦ୍ଧଧର୍ମର ଅନ୍ତର୍ନିହିତ ଦର୍ଶନମାନ ବ୍ୟାଖ୍ୟା କରାଯାଇଅଛି ।

୮ | ବୁଦ୍ଧଙ୍କୁ କାହିଁକି ଭାରତର ଲୁଥର ବୋଲି କୁହାଯାଏ ?
Answer:
ଗୌତମ ବୁଦ୍ଧ ଜାତିପ୍ରଥାର ତୀବ୍ର ବିରୋଧ କରିଥିଲେ । ସେ ଜଣେ ବ୍ୟକ୍ତିକୁ କୁଳ ଅନୁସାରେ ନ ଚିହ୍ନି ତା’ର ଗୁଣଦ୍ଵାରା ଚିହ୍ନିବାପାଇଁ ଉପଦେଶ ଦେଇଥିଲେ । ଯେଉଁ ଜାତିର ହୋଇଥାଉନା କାହିଁକି ବ୍ୟକ୍ତି ଯଦି ଦୋଷୀ ସାବ୍ୟସ୍ତ ହୁଏ ସେ ଦଣ୍ଡ ପାଇବା ଉଚିତ ବୋଲି ବୁଦ୍ଧ ମତବ୍ୟକ୍ତ କରିଥିଲେ । ବୁଦ୍ଧଙ୍କର ଏହି ବାଣୀ ସମସ୍ତଙ୍କ ମନରେ ଗଭୀର ପ୍ରଭାବ ପକାଇଥିଲା । ଏହି ସମସ୍ତ ସଂସ୍କାରମୂଳକ ପଦକ୍ଷେପ ପାଇଁ ବୁଦ୍ଧଙ୍କୁ ଜର୍ମାନୀର ପ୍ରସିଦ୍ଧ ସଂସ୍କାରକ ମାର୍ଟିନ୍ ରୁଥରଙ୍କ ସହ ତୁଳନା କରାଯାଏ ଏବଂ ତାଙ୍କୁ ‘ଭାରତୀୟ ରୁଥର’ ରୂପେ ଅଭିହିତ କରାଯାଇଥାଏ ।

CHSE Odisha Class 12 History Chapter 4 Short Answer Questions in Odia Medium

୯ । ରାଜନୈତିକ କ୍ଷେତ୍ରରେ ଜୈନଧର୍ମର ଉଲ୍ଲେଖନୀୟ ପ୍ରଭାବ ବର୍ଣ୍ଣନା କର ।
Answer:
ଭାରତର ରାଜନୈତିକ କ୍ଷେତ୍ରରେ ଜୈନଧର୍ମ ବିପୁଳ ପରିବର୍ତ୍ତନ ଆଣିଥିଲା । ବିଭିନ୍ନ ରାଜ୍ୟ ମଧ୍ୟରେ ଥିବା ପାରସ୍ପରିକ ହିଂସା ଏବଂ ଶ୍ଳେଷକୁ ଏହା ବହୁ ପରିମାଣରେ ପ୍ରଶମିତ କରିଥିଲା । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଭଳି ଜଣେ ପରାକ୍ରମଶାଳୀ ରାଜାଙ୍କୁ ଏହି ଧର୍ମ ଉଦାର ‘ଚନ୍ଦ୍ରମୁନି’ରେ ପରିବର୍ତ୍ତିତ କରିଥିଲା । କଳିଙ୍ଗ ଗୌରବ ମହାମେଘବାହନ ଐର ଖାରବେଳ ଶେଷରେ ଜଣେ ଉଦାର, ଧାର୍ମିକ ତଥା ଧର୍ମସହିଷ୍ଣୁତାର ମୂର୍ତିମନ୍ତ ପ୍ରତୀକ ଭାବେ ଏହି ଜୈନଧର୍ମଦ୍ଵାରା ହିଁ ପ୍ରଭାବିତ ହୋଇଥିଲେ । ମୋଟ ଉପରେ ରାଜନ୍ୟବର୍ଗଙ୍କୁ ଏହି ଧର୍ମ ବହୁ ପରିମାଣରେ ଉଦାର ଓ ସହିଷ୍ଣୁ କରାଇଥିଲା ।

୧୦ । ମହାବୀରଙ୍କର ‘ଜୀବ ଓ ଅଜୀବ ତତ୍ତ୍ଵ’ ବିଷୟରେ ସଂକ୍ଷେପରେ ଲେଖ ।
Answer:
ସମଗ୍ର ବିଶ୍ଵ ଦୁଇଗୋଟି ସ୍ଵୟଂଶାସିତ ଉପାଦାନଦ୍ୱାରା ଗଠିତ ବୋଲି ବର୍ତ୍ତମାନ ମତବ୍ୟକ୍ତ କରିଥିଲେ । ସେ ଦୁଇଟି ହେଲା- ‘ଜୀବ’ ଏବଂ ‘ଅଜୀବ’ । ‘ଜୀବତତ୍ତ୍ଵ’ ଅନୁସାରେ ମଣିଷର ମୃତ୍ୟୁପରେ ସ୍ଥୂଳ ଶରୀରକୁ ବାଦ୍ ଦେଇ ଯାହା ଛାୟା ଆକାରରେ ରହିଥାଏ ତାହାହିଁ ଜୀବ । ଏହି ଜୀବଗୁଡ଼ିକ କାର୍ଯ୍ୟହୀନ ଅବସ୍ଥାରେ ରହିଥା’ନ୍ତି । ସେମାନଙ୍କର ଓଜନ ନାହିଁ । ସେମାନେ ଯୁଦ୍ଧ, ଗୁଣରହିତ, ମୃତ୍ୟୁହୀନ, ଅସଂଖ୍ୟ ଏବଂ ଶାଶ୍ଵତ । ବିଶ୍ଵର ଉପରିଭାଗରେ ସେମାନଙ୍କର ସ୍ଥିତି । ନିଜର ଆତ୍ମ-ବିକୃତି ଫଳରେ ସେମାନେ ଧରାବତରଣ କରନ୍ତି ଏବଂ ବିଭିନ୍ନ ଭୌତିକ ଶରୀର ଧାରଣ କରନ୍ତି । ବର୍ଷମାନଙ୍କ ପ୍ରଚାରିତ ଅଜୀବ ତତ୍ତ୍ଵ ପାଞ୍ଚୋଟି ଉପାଦାନକୁ ନେଇ ଗଠିତ । ସେଗୁଡ଼ିକ ହେଲା- ଧର୍ମ, ଅଧର୍ମ, କାଳ, ଆକାଶ ଏବଂ ଗୁଦ୍‌ଗଳ । ‘ଧର୍ମ’ ଗତିର ନିୟମ ହିସାବରେ ପରିଗଣିତ ହୋଇଥିବାବେଳେ ଅଧର୍ମ ସ୍ଥାଣୁତ୍ଵକୁ ପରିଚାଳିତ କରାଏ । ‘କାଳ’ ନିୟନ୍ତ୍ରକ, ‘ଆକାଶ’ ଶୂନ୍ୟତାର ସମୟର କଲାବେଳେ ‘ଗୁଦ୍‌ଗଳ ବସ୍ତୁର ନିୟମ ନିର୍ଦ୍ଧାରଣ କରିଥାଏ ।

୧୧ । ବୁଦ୍ଧଦେବଙ୍କର ଦଶଶୀଳ ନୀତି ବିଷୟରେ ଲେଖ ।
Answer:
ଏକ ଶୁଦ୍ଧପୂତ ଏବଂ ନୀତିମୟ ଜୀବନଯାପନ ପାଇଁ ବୁଦ୍ଧଦେବ ଦଶଗୋଟି ଉପଦେଶ ପ୍ରଦାନ କରିଥିଲେ । ସେଗୁଡ଼ିକୁ ‘ଦଶଶୀଳ ନୀତି’ ନାମରେ ନାମିତ କରାଯାଇଥାଏ । ସେଗୁଡ଼ିକ ହେଲା- (୧) ଜୀବହିଂସା କରନାହିଁ, (୨) ଚୋରି କରନାହିଁ, (୩) ବ୍ୟଭିଚାର କରନାହିଁ, (୪) ମିଥ୍ୟା କୁହନାହିଁ, (୫) ମାଦକ ଦ୍ରବ୍ୟ ସେବନ କରନାହିଁ, (୬) ସୁକୋମଳ ଶଯ୍ୟାରେ ଶୟନ କରନାହିଁ, (୭) ନୃତ୍ୟ, ଗୀତ ଆଦି ଆମୋଦ ପ୍ରମୋଦ ପ୍ରତି ଆକୃଷ୍ଟ ହୁଅନାହିଁ, (୮) ଅସମୟରେ ଭୋଜନ କରନାହିଁ, (୯) ସୁବର୍ଷ ଆଦି ମୂଲ୍ୟବାନ୍ ବସ୍ତୁ ଗ୍ରହଣ କରନାହିଁ, (୧୦) ଅର୍ଥ ସଞ୍ଚୟ କରନାହିଁ । ଏହି ଦଶଶୀଳ ନୀତି ଅବଲମ୍ବନ କଲେ ମଣିଷ ଜୀବନ ନୀତିମୟ ହୋଇଥାଏ ଓ ସେ ସମସ୍ତ ସୁଗୁଣର ଅଧିକାରୀ ହୋଇଥାଏ ।

CHSE Odisha Class 12 History Chapter 4 Short Answer Questions in Odia Medium

୧୨ । ମହାଭିନିଷ୍କ୍ରମଣ କ’ଣ ?
Answer:
ଗୌତମ ମନୁଷ୍ୟ ଜୀବନରେ ଚାରିପ୍ରକାର ଦୃଶ୍ୟଦ୍ଵାରା ଗଭୀର ଭାବେ ପ୍ରଭାବିତ ହୋଇଥିଲେ । ଦିନେ ଗୌତମ ଏକ ଜରାଗ୍ରସ୍ତ ବ୍ୟକ୍ତି, ବ୍ୟାଧୁଗ୍ରସ୍ତ ଶରୀର ଓ ଏକ ମଣିଷର ଶବ ଦେଖି ଉପଲବ୍‌ଧ୍ୱ କରିଥିଲେ ଯେ ପାର୍ଥିବ ଜୀବନ ଦୁଃଖପୂର୍ଣ୍ଣ । ଅନ୍ୟ ଏକ ଦିନ ସେ କପିଳବାୟୁର ରାଜପଥରେ ଏକ ପ୍ରଶାନ୍ତଚେତା ନିର୍ଲିପ୍ତି ସନ୍ୟାସୀଙ୍କ ଦିବ୍ୟମୂର୍ତ୍ତି ଅବଲୋକନ କରି ସେ ଚିନ୍ତା କଲେ ଯେ, ଦୁଃଖମୟ ସାଂସାରିକ ଜୀବନଠାରୁ ସନ୍ନ୍ୟାସ ଜୀବନଯାପନ କରିବା ହିଁ ଶ୍ରେଷ୍ଠ ମାର୍ଗ । ପରିଶେଷରେ ୨୯ ବର୍ଷ ବୟସରେ ଗୌତମ ନିଜର ନବଜାତ ପୁତ୍ର, ସୁନ୍ଦରୀ ସ୍ତ୍ରୀ ଓ କପିଳବାୟୁର ରାଜପ୍ରାସାଦ ପରିତ୍ୟାଗ କରି ସତ୍ୟର ଅନୁସନ୍ଧାନରେ ଗୃହତ୍ୟାଗ କରିଥିଲେ । ତାଙ୍କର ସାଂସାରିକ ଜୀବନ ପରିତ୍ୟାଗକୁ ମହାଭିନିଷ୍କ୍ରମଣ କୁହାଯାଏ ।

୧୩ । ବୌଦ୍ଧଧର୍ମ କାହିଁକି ବିଶେଷ ଲୋକପ୍ରିୟ ହୋଇପାରିଥିଲା ?
Answer:
ବୌଦ୍ଧଧର୍ମର ନୀତିଗୁଡ଼ିକ ଅତ୍ୟନ୍ତ ସରଳ ଓ ସହଜବୋଧ ଥିବାରୁ ଏହାକୁ ଗ୍ରହଣ କରିବାକୁ ଲୋକମାନେ ଆଗ୍ରହୀ ହେଉଥିଲେ । ବୌଦ୍ଧଧର୍ମରେ ବୈଦିକ ଯୁଗର ଜଟିଳ ଯାଗଯଜ୍ଞ ଇତ୍ୟାଦିର ସ୍ଥାନ ନଥିଲା । ସଂସ୍କୃତ ପରିବର୍ତ୍ତେ ଲୋକମାନେ ବୁଝିପାରୁଥିବା ସରଳ ଭାଷାରେ ବୁଦ୍ଧ ନିଜର ଧର୍ମବାଣୀ ପ୍ରଚାର କରିଥିଲେ । ଏହାଛଡ଼ା ଗୌତମ ବୁଦ୍ଧଙ୍କ ସରଳ ଏବଂ ନିରାଡ଼ମ୍ବର ଚରିତ୍ର ଲୋକମାନଙ୍କୁ ଆକର୍ଷିତ କରିଥିଲା । ବୌଦ୍ଧ ସଂଘଗୁଡ଼ିକ ଏହି ଧର୍ମକୁ ପ୍ରଚାର କରିବାପାଇଁ ବିଶେଷ ଭୂମିକା ଗ୍ରହଣ କରିଥିଲେ । ସର୍ବୋପରି ବିମ୍ବିସାର, ଅଶୋକ, କନିଷ୍କ ଏବଂ ହର୍ଷବର୍ଦ୍ଧନ ଇତ୍ୟାଦି ସମ୍ରାଟଙ୍କ ପୃଷ୍ଠପୋଷକତା ଲାଭ କରି ବୌଦ୍ଧଧର୍ମ ବିଶେଷରୂପେ ପ୍ରଚାରିତ ଓ ପ୍ରସାରିତ ହୋଇପାରିଥିଲା ।

୧୪ । ଭାରତୀୟ ସଭ୍ୟତା ପ୍ରତି ବୌଦ୍ଧଧର୍ମର ଅବଦାନ କ’ଣ ଥିଲା ?
Answer:
ବୌଦ୍ଧଧର୍ମର ପ୍ରଭାବ ଭାରତୀୟ ସମାଜ, ଧର୍ମ, ସାହିତ୍ୟ, ଦର୍ଶନ ଏବଂ କଳା ଉପରେ ଅନୁଭୂତ ହୋଇଥିଲା । ବୁଦ୍ଧଙ୍କର ଜାତିଭେଦ ପ୍ରଥାର ବିରୋଧ ଏବଂ ଜଟିଳ ଯାଗଯଜ୍ଞ ଏବଂ ପଶୁବଳି ପ୍ରଥା ବିରୁଦ୍ଧରେ ସ୍ଵର ଉତ୍ତୋଳନ ହିନ୍ଦୁଧର୍ମକୁ ବହୁ ପରିମାଣରେ ପ୍ରଭାବିତ କରିବା ସହିତ ହିନ୍ଦୁଧର୍ମରୁ ଏହି କୁସଂସ୍କାରଗୁଡ଼ିକ ଦୂରୀଭୂତ କରିବାରେ ସହାୟକ ହୋଇଥିଲା । ବୌଦ୍ଧଧର୍ମର ଅହିଂସା ନୀତିଦ୍ଵାରା ଲୋକମାନେ ଗଭୀର ଭାବେ ପ୍ରଭାବିତ ହୋଇଥିଲେ । ବୌଦ୍ଧଧର୍ମାବଲମ୍ବୀମାନେ ସାଧକ, ଅମରାବତୀ, ଗାନ୍ଧାର, ନାଳନ୍ଦା ପ୍ରଭୃତି ସ୍ଥାନରେ ସ୍ତୂପ ଓ ବୌଦ୍ଧମୂର୍ତ୍ତି ଆଦି ନିର୍ମାଣକରି ଭାରତୀୟ କଳା ଓ ସ୍ଥାପତ୍ୟକୁ ପରିପୁଷ୍ଟ କରିପାରିଥିଲେ । ବୁଦ୍ଧଙ୍କର ଜୀବନୀ ଓ ବାଣୀକୁ ପ୍ରାକୃତ ଭାଷାରେ ରଚନା କରାଯିବାରୁ ଆଞ୍ଚଳିକ ସାହିତ୍ୟର ଉନ୍ନତି ଘଟିଥିଲା । ନାଳନ୍ଦା, କନୌଜ, ବୁଦ୍ଧଗୟା, ତକ୍ଷଶିଳା ପ୍ରଭୃତି ସ୍ଥାନରେ ଥିବା ବୌଦ୍ଧମଠ ଓ ବିହାରଗୁଡ଼ିକ ଶିକ୍ଷାକେନ୍ଦ୍ର ରୂପେ ପ୍ରସିଦ୍ଧି ଲାଭ କରିଥିଲା । ବୌଦ୍ଧଧର୍ମାବଲମ୍ବୀମାନଙ୍କୁ ଅନୁସରଣ କରି ବ୍ରାହ୍ମଣମାନେ ମନ୍ଦିର ଏବଂ ମଠ ଇତ୍ୟାଦି ନିର୍ମାଣ କରିଥିଲେ । ଏହିପରି ଭାବରେ ଭାରତୀୟ ସମାଜ, ଧର୍ମ, କଳା, ସ୍ଥାପତ୍ୟ ଇତ୍ୟାଦି ବୌଦ୍ଧଧର୍ମର ଦାନରେ ପରିପୁଷ୍ଟ ହୋଇପାରିଥିଲା ।

CHSE Odisha Class 12 History Chapter 4 Short Answer Questions in Odia Medium

୧୫ । ଭାରତୀୟ ସଭ୍ୟତା ପ୍ରତି ଜୈନଧର୍ମର ଅବଦାନମାନ ଉଲ୍ଲେଖ କର ।
Answer:
ଜୈନଧର୍ମରେ ଜାତିପ୍ରଥା, ଜଟିଳ ପୂଜାପଦ୍ଧତି ଓ ଯାଗଯଜ୍ଞ ଇତ୍ୟାଦିର ସ୍ଥାନ ନଥିବାରୁ ଏହା ଭାରତୀୟ ସଂସ୍କୃତିକୁ ବେଶ୍ ପ୍ରଭାବିତ କରିଥିଲା । ଜୈନ୍ୟ ସାଧୁସନ୍ଥମାନେ ସଂସ୍କୃତ, ତାମିଲ, କନ୍ନଡ଼ ଏବଂ ତେଲୁଗୁ ଭାଷାରେ ଜୈନଧର୍ମ ଓ ଦର୍ଶନ ସମ୍ବନ୍ଧରେ ଅନେକ ପୁସ୍ତକ ରଚନା କରିବାଦ୍ଵାରା ଭାରତୀୟ ସାହିତ୍ୟ ସମୃଦ୍ଧ ହୋଇପାରିଥିଲା । ଜୈନ ସନ୍ନ୍ୟାସୀମାନଙ୍କଦ୍ଵାରା ପ୍ରତିଷ୍ଠିତ ଧର୍ମାନୁଷ୍ଠାନଗୁଡ଼ିକ ପରବର୍ତ୍ତୀ କାଳରେ ଶିକ୍ଷା ଓ ଦର୍ଶନର ପୀଠସ୍ଥଳୀ ରୂପେ କାର୍ଯ୍ୟ କରିଥିଲା । ଜୈନଧର୍ମାବଲମ୍ବୀମାନଙ୍କର ଅହିଂସା ଓ ନୀତିମୟ ଆଦର୍ଶ ଜୀବନ ଭାରତୀୟମାନଙ୍କର ସାମାଜିକ ଜୀବନକୁ ପ୍ରଭାବିତ କରିଥିଲା । ଖଜୁରାହୋର ଜୈନ ଭାସ୍କର୍ଯ୍ୟ, ଦକ୍ଷିଣ ବାଙ୍ଗାଲୋରର ଜୈନମନ୍ଦିର ଏବଂ ଭୁବନେଶ୍ଵରରେ ଥିବା ଖଣ୍ଡଗିରି ଏବଂ ଉଦୟଗିରି ଗୁମ୍ଫା ଭାରତୀୟ କଳା ଏବଂ ସ୍ଥାପତ୍ୟକୁ ବହୁ ମାତ୍ରାରେ ସମୃଦ୍ଧ କରିପାରିଥିଲା ।

୧୬ । ବୌଦ୍ଧଧର୍ମ ଏବଂ ଜୈନଧର୍ମ ମଧ୍ୟରେ ଥିବା ସାମଞ୍ଜସ୍ୟ ଓ ପାର୍ଥକ୍ୟଗୁଡ଼ିକ ସଂକ୍ଷେପରେ ଦର୍ଶାଅ ।
Answer:
ଉଭୟ ବୌଦ୍ଧ ଓ ଜୈନଧର୍ମ ବୈଦିକ ଧର୍ମର ଜଟିଳ ପୂଜାପଦ୍ଧତି, ପୁରୋହିତ ଶ୍ରେଣୀର ପ୍ରାଧାନ୍ୟ, ବୈଦିକ ସମାଜର ଜାତିପ୍ରଥା ପ୍ରଭୃତି କୁସଂସ୍କାର ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ । ଉଭୟ ଧର୍ମ ଅହିଂସା ନୀତି, କର୍ମଫଳ, ପୁନର୍ଜନ୍ମ ଏବଂ ଶେଷରେ ମୋକ୍ଷ ବା ନିର୍ବାଣ ପ୍ରଭୃତି ମତବାଦ ଉପରେ ବିଶ୍ଵାସ କରୁଥିଲେ । ଉଭୟ ଧର୍ମ ସଂସ୍କୃତ ଭାଷା ପରିବର୍ତ୍ତେ ଜନସାଧାରଣଙ୍କର କଥିତ ଭାଷା (ପ୍ରାକୃତ ଓ ପାଲୀ) ପ୍ରଚାରର ମାଧ୍ୟମରୂପେ ଗ୍ରହଣ କରିଥିଲେ । ଏସବୁ ସତ୍ତ୍ଵେ ଉଭୟ ଧର୍ମ ମଧ୍ଯରେ କେତେକ ମୌଳିକ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ । ନିର୍ବାଣପ୍ରାପ୍ତି ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ । ମୋକ୍ଷ ପ୍ରାପ୍ତି ପାଇଁ ଜୈନମାନେ ତ୍ରିରନୁ ଉପରେ ବିଶ୍ଵାସ କଲାବେଳେ ବୌଦ୍ଧମାନେ ଅଷ୍ଟାଙ୍ଗ ମାର୍ଗରେ ବିଶ୍ଵାସ କରୁଥିଲେ । ବୌଦ୍ଧଧର୍ମ ପାଳନ ପାଇଁ ସଂସାର ତ୍ୟାଗ କରି ସନ୍ନ୍ୟାସ ବ୍ରତ ଗ୍ରହଣ କରିବାର ବିଶେଷ ଆବଶ୍ୟକତା ନ ଥିଲା । ମାତ୍ର ଜୈନଧର୍ମ ପାଳନ କରିବାପାଇଁ କଠୋର ସନ୍ନ୍ୟାସ ବ୍ରତ ଅବଲମ୍ବନ କରିବାର ଆବଶ୍ୟକତା ଥିଲା ।

CHSE Odisha Class 12 History Chapter 4 Objective Questions in Odia Medium

Odisha State Board CHSE Odisha Class 12 History Solutions Chapter 4 ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀର ଧର୍ମୀୟ ସଂସ୍କାର ଆନ୍ଦୋଳନ-ଜୈନଧର୍ମ, ବୌଦ୍ଧଧର୍ମ Objective Questions.

CHSE Odisha 12th Class History Chapter 4 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । କିଏ ତ୍ରୟୋବିଂଶ ତୀର୍ଥଙ୍କରଭାବେ ପ୍ରସିଦ୍ଧିଲାଭ କରିଥିଲେ ?
(କ) ଋଷଭନାଥ
(ଖ) ନେମିନାଥ
(ଗ) ପାର୍ଶ୍ଵ ନାଥ
(ଘ) ମହାବୀର
Answer:
(ଗ) ପାର୍ଶ୍ଵନାଥ

୨ । “ଚତୁର୍ଯ୍ୟାମ ଧର୍ମ”? କିଏ ପ୍ରଚାର କରିଥିଲେ ?
(କ) ପାର୍ଶ୍ଵନାଥ
(ଖ) ନେମିନାଥ
(ଗ) ଋଷଭନାଥ
(ଘ) ମହାବୀର
Answer:
(କ) ପାର୍ଶ୍ଵନାଥ

CHSE Odisha Class 12 History Chapter 4 Objective Questions in Odia Medium

୩ । ଜୈନଧର୍ମର ୨୪ତମ ବା ଶେଷ ପ୍ରଚାରକ କିଏ ଥିଲେ ?
(କ) ଋଷଭନାଥ
(ଖ) ମହାବୀର
(ଗ) ନେମିନାଥ
(ଘ) ପାର୍ଶ୍ଵନାଥ
Answer:
(ଖ) ମହାବୀର

୪ । କେଉଁ ସ୍ଥାନରେ ମହାବୀର ଜନ୍ମଗ୍ରହଣ କରିଥିଲେ ?
(କ) କପିଳବାସ୍ତୁ
(ଖ) କୁନ୍ଦଗ୍ରାମ
(ଗ) ଜୁମ୍ଭିକଗ୍ରାମ
(ଘ) ରାଜଗୃହ
Answer:
(ଖ) କୁନ୍ଦଗ୍ରାମ

୫ । କେଉଁଠାରେ ମହାବୀର ଦେହତ୍ୟାଗ କରିଥିଲେ ?
(କ) କୁଶୀନରା
(ଖ) ବୈଶାଳୀ
(ଗ) ପାବା
(ଘ) ରାଜଗୃହ
Answer:
(ଗ) ପାବା

୬ । ମହାବୀର କେଉଁଠାରେ ଦିବ୍ୟଜ୍ଞାନ ଲାଭ କରିଥିଲେ ?
(କ) କୁନ୍ଦଗ୍ରାମ
(ଖ) ଜୁମ୍ଭିକଗ୍ରାମ
(ଗ) ବୈଶାଳୀ
(ଘ) ଗୟା
Answer:
(ଖ) ଜୁମ୍ଭିକଗ୍ରାମ

୭ | କିଏ ମହାବୀରଙ୍କ ପିତା ଥିଲେ ?
(କ) ସିଦ୍ଧାର୍ଥ
(ଖ) ପାର୍ଶ୍ଵନାଥ
(ଗ) ଋଷଭନାଥ
(ଘ) ଭଦ୍ରବାହୁ
Answer:
(କ) ସିଦ୍ଧାର୍ଥ

CHSE Odisha Class 12 History Chapter 4 Objective Questions in Odia Medium

୮ । କେବେ ମହାବୀର ଦେହତ୍ୟାଗ କରିଥିଲେ ?
(କ) ଖ୍ରୀ.ପୂ. ୪୬୪
(ଖ) ଖ୍ରୀ.ପୂ. ୪୬୫
(ଗ) ଖ୍ରୀ.ପୂ. ୪୬୬
(ଘ) ଖ୍ରୀ.ପୂ. ୪୬୮
Answer:
(ଘ) ଖ୍ରୀ.ପୂ. ୪୬୮

୯। ମହାବୀର କେଉଁ କ୍ଷତ୍ରିୟ ସମ୍ପ୍ରଦାୟର ଥିଲେ ?
(କ) ଶାକ୍ୟ
(ଖ) ଜ୍ଞାତ୍ରିକ
(ଗ) ଈୟାକୁ
(ଘ) ମୋରୀୟ
Answer:
(ଖ) ଜ୍ଞାତ୍ରିକ

୧୦ । ଓଡ଼ିଶାର କେଉଁ ସମ୍ରାଟ ଜୈନଧର୍ମର ପୃଷ୍ଠପୋଷକ ଥିଲେ ?
(କ) ଅଶୋକ
(ଖ) ଖାରବେଳ
(ଗ) ମୁକୁନ୍ଦଦେବ
(ଘ) ପ୍ରତାପରୁଦ୍ରଦେବ
Answer:
(ଖ) ଖାରବେଳ

୧୧। ଗୌତମ ବୁଦ୍ଧ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
(କ) କପିଳବାୟୁର ଲୁମ୍ବିନୀ ଉଦ୍ୟାନ
(ଖ) ବୈଶାଳୀ
(ଗ) ରାଜଗୃହ
(ଘ) ଊରୁବିଲ୍ବ
Answer:
(କ) କପିଳବାସ୍ତୁର ଲୁମ୍ବିନୀ ଉଦ୍ୟାନ

୧୨। କେବେ ଗୌତମ ବୁଦ୍ଧ ଜନ୍ମଗ୍ରହଣ କରିଥିଲେ ?
(କ) ଖ୍ରୀ.ପୂ. ୫୪୦
(ଖ) ଖ୍ରୀ.ପୂ. ୪୬୮
(ଗ) ଖ୍ରୀ.ପୂ. ୫୬୬
(ଘ) ଖ୍ରୀ.ପୂ. ୪୮୬
Answer:
(ଗ) ଖ୍ରୀ.ପୂ. ୫୬୬

CHSE Odisha Class 12 History Chapter 4 Objective Questions in Odia Medium

୧୩। ବୁଦ୍ଧ କେଉଁ କ୍ଷତ୍ରିୟ ସମ୍ପ୍ରଦାୟର ଥିଲେ ?
(କ) ଜ୍ଞାତ୍ରିକ
(ଖ) ଶାକ୍ୟ
(ଗ) ଈକ୍ଷ୍ମାକୁ
(ଘ) ମୋରୀୟ
Answer:
(ଖ) ଶାକ୍ୟ

୧୪। କେଉଁଠାରେ ବୁଦ୍ଧ ଦିବ୍ୟଜ୍ଞାନ ଲାଭ କରିଥିଲେ ?
(କ) ରାଜଗୃହ
(ଖ) ବୈଶାଳୀ
(ଗ) କପିଳବାସ୍ତୁ
(ଘ) ବୁଦ୍ଧଗୟା
Answer:
(ଘ) ବୁଦ୍ଧଗୟା

୧୫। କେଉଁଠାରେ ବୁଦ୍ଧ ପ୍ରଥମେ ତାଙ୍କଦ୍ୱାରା ଆବିଷ୍କୃତ ସତ୍ୟକୁ ପ୍ରଚାର କରିଥିଲେ ?
(କ) ସାରନାଥ
(ଖ) ଗୟା
(ଗ) ଉରୁବିଲ୍ବ
(ଘ) କୁଶୀନରା
Answer:
(କ) ସାରନାଥ

୧୬। ବୌଦ୍ଧଧର୍ମର ପବିତ୍ର ଧର୍ମଗ୍ରନ୍ଥର ନାମ ଲେଖ ।
(କ) ତ୍ରିପିଟକ
(ଖ) ଅଙ୍ଗ
(ଗ) ଉପାଙ୍ଗ
(ଘ) କଳ୍ପସୂତ୍ର
Answer:
(କ) ତ୍ରିପିଟକ

୧୭ । କେବେ ବୁଦ୍ଧ ଦେହତ୍ୟାଗ କରିଥିଲେ ?
(କ) ଖ୍ରୀ.ପୂ. ୫୪୦
(ଖ) ଖ୍ରୀ.ପୂ. ୫୬୬
(ଗ) ଖ୍ରୀ.ପୂ. ୪୮୬
(ଘ) ଖ୍ରୀ.ପୂ. ୪୬୮
Answer:
(ଗ) ଖ୍ରୀ.ପୂ. ୪୮୬

୧୮। କେଉଁ ସ୍ଥାନରେ ବୁଦ୍ଧଙ୍କ ନିର୍ବାଣପ୍ରାପ୍ତି ହୋଇଥିଲା ?
(କ) ପାବା
(ଖ) କୁଶୀନଗର
(ଗ) ସାରନାଥ
(ଘ) ବୋଧଗୟା
Answer:
(ଖ) କୁଶୀନଗର

CHSE Odisha Class 12 History Chapter 4 Objective Questions in Odia Medium

୧୯। ପ୍ରଥମ ବୌଦ୍ଧ ସମ୍ମିଳନୀ ଖ୍ରୀପୂ. ୪୮୬ରେ ମଗଧର ରାଜଧାନୀ ରାଜଗୃହଠାରେ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ କିଏ ସଭାପତିତ୍ୱ କରିଥିଲେ ?
(କ) ଅଜାତଶତ୍ରୁ
(ଖ) ମହାକାଶ୍ୟପ
(ଗ) ହୁଏନ୍‌ସାଂ
(ଘ) ସାରୀପୁତ୍ତ
Answer:
(ଖ) ମହାକାଶ୍ୟପ

୨୦ । ଦ୍ଵିତୀୟ ବୌଦ୍ଧ ସମ୍ମିଳନୀ ଖ୍ରୀ.ପୂ. ୩୮୭ରେ କାଳାଶୋକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀ କେଉଁଠାରେ ବସିଥିଲା ?
(କ) ରାଜଗୃହ
(ଖ) ବୈଶାଳୀ
(ଗ) ପାଟଳୀପୁତ୍ର
(ଘ) କୁଣ୍ତଳବନବିହାର
Answer:
(ଖ) ବୈଶାଳୀ

୨୧। ଖ୍ରୀ.ପୂ. ୨୫୦ରେ ଅଶୋକଙ୍କ ରାଜତ୍ଵ କାଳରେ ତୃତୀୟ ବୌଦ୍ଧ ସମ୍ମିଳନୀ ପାଟଳୀପୁତ୍ରଠାରେ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ କିଏ ସଭାପତିତ୍ୱ କରିଥିଲେ ?
(କ) ମୋଗଲିପୁରତିସ୍‌
(ଖ) ବସୁମିତ୍ର
(ଗ) ଅଶ୍ଵଘୋଷ
(ଘ) ସାରୀପୁତ୍ତ
Answer:
(କ) ମୋଗଲିପୁଭୃତିସ୍‌

୨୨। ବସୁମିତ୍ରଙ୍କ ସଭାପତିତ୍ୱରେ ଏବଂ କନିଷ୍କଙ୍କ ତତ୍ତ୍ୱାବଧାନରେ କାଶ୍ମୀରର କୁଣ୍ଡଳବନବିହାରଠାରେ ଚତୁର୍ଥ ବୌଦ୍ଧ ସମ୍ମିଳନୀ ଆହୂତ ହୋଇଥିଲା । ଏହି ସମ୍ମିଳନୀରେ କିଏ ଉପସଭାପତି ପଦ ମଣ୍ଡନ କରିଥିଲେ ?
(କ) କାଳାଶୋକ
(ଖ) ଅଶୋକ
(ଗ) କନିଷ୍ଠ
(ଘ) ଅଶ୍ଵଘୋଷ
Answer:
(ଘ) ଅଶ୍ଵଘୋଷ

୨୩। କାହାକୁ ଜୈନଧର୍ମର ପ୍ରଥମ ତୀର୍ଥଙ୍କର ଭାବେ ବର୍ଣ୍ଣନା କରାଯାଇଛି ?
(କ) ବର୍ଦ୍ଧମାନ ମହାବୀର
(ଖ) ପାର୍ଶ୍ଵନାଥ
(ଗ) ଋଷଭନାଥ
(ଘ) ଭଦ୍ରବାହୁ
Answer:
(ଗ) ଋଷଭନାଥ

CHSE Odisha Class 12 History Chapter 4 Objective Questions in Odia Medium

୨୪। କିଏ ‘ନଟପୁତ୍ର’ ନାମର କଥୁତ ହୋଇଥିଲେ ?
(କ) ବର୍ଦ୍ଧମାନ ମହାବୀର
(ଖ) ସିଦ୍ଧାର୍ଥ
(ଗ) ଗୌତମ
(ଘ) ପାର୍ଶ୍ଵନାଥ
Answer:
(କ) ବର୍ଦ୍ଧମାନ ମହାବୀର

୨୫। ଗୌତମ ବୁଦ୍ଧଙ୍କ ଜୀବନକାଳରେ କେଉଁ ରାଜା ତାଙ୍କର ଶିଷ୍ୟତ୍ଵ ଗ୍ରହଣ କରିଥିଲେ ?
(କ) ବିମ୍ବିସାର
(ଖ) ଅଶୋକ
(ଗ) କନିଷ୍କ
(ଘ) ଖାରବେଳ
Answer:
(କ) ବିମ୍ବିସାର

୨୬। ଜ୍ଞାନ ପ୍ରାପ୍ତି ପରେ କେତେ ବର୍ଷ କାଳ ବୁଦ୍ଧ ନିଜର ମତ ପ୍ରଚାର କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ?
(କ) ୪୦
(ଖ) ୪୫
(ଗ) ୫୦
(ଘ) ୫୫
Answer:
(ଖ) ୪୫

୨୭। ବୌଦ୍ଧଧର୍ମର ସର୍ବଶ୍ରେଷ୍ଠ ପୃଷ୍ଠପୋଷକ ଭାବେ କାହାକୁ ବିଚାର କରାଯାଏ ?
(କ) ହର୍ଷବର୍ଦ୍ଧନ
(ଖ) କନିଷ୍କ
(ଗ) ଅଶୋକ
(ଘ) ଖାରବେଳ
Answer:
(ଗ) ଅଶୋକ

୨୮। କାହା ରାଜତ୍ଵ ସମୟରେ ଚତୁର୍ଥ ବୌଦ୍ଧ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ?
(କ) ଅଜାତଶତ୍ରୁ
(ଖ) ଅଶୋକ
(ଗ) କନିଷ୍ଠ
(ଘ) ଖାରବେଳ
Answer:
(ଗ) କନିଷ୍କ

CHSE Odisha Class 12 History Chapter 4 Objective Questions in Odia Medium

୨୯। ମହାବୀର କେଉଁ ନଦୀ କୂଳରେ ଦିବ୍ୟଜ୍ଞାନ ଲାଭ କରିଥିଲେ ?
(କ) ଋଜ୍ଜୁପାଳିକା
(ଖ) ନିରଞ୍ଜନା
(ଗ) ଗଙ୍ଗା
(ଘ) କୁଶୀନଗର
Answer:
(କ) ରଜ୍ଜୁପାଳିକା

୩୦। ନିମ୍ନଲିଖତ ମଧ୍ୟରୁ ଜୈନଧର୍ମର କେଉଁଟି ଏକ ଗ୍ରନ୍ଥ ?
(କ) କଳ୍ପସୂତ୍ର
(ଖ) ତ୍ରିପିଟକ
(ଗ) ସଂହିତା
(ଘ) ବଜ୍ରସୂଚୀ
Answer:
(କ) କଳ୍ପସୂତ୍

୩୧। ଗୋମତେଶ୍ଵର ବାହୁବଳୀ ମୂର୍ତ୍ତି କେଉଁଠାରେ ଦେଖାଯାଏ ?
(କ) ଶ୍ରବଣବେଲଗୋଲା
(ଖ) ପାବା
(ଗ) ମାଉଣ୍ଟ ଆବୁ
(ଘ) ଖଣ୍ଡଗିରି
Answer:
(କ) ଶ୍ରବଣବେଲଗୋଲା

୩୨। କାହାକୁ ‘ଏସିଆର ଆଲୋକ’ କୁହାଯାଏ ?
(କ) ମହାବୀର
(ଖ) ଗୌତମବୁଦ୍ଧ
(ଗ) ଶଙ୍କରାଚାର୍ଯ୍ୟ
(ଘ) ନିମ୍ବ।ର୍କ
Answer:
(ଖ) ଗୌତମବୁଦ୍ଧ

୩୩। କାହାକୁ ‘ଭାରତୀୟ ଲୁଥର’ କୁହାଯାଏ ?
(କ) ବୁଦ୍ଧଦେବ
(ଖ) ମହାବୀର
(ଗ) ଶଙ୍କର
(ଘ) ନିମ୍ବ।ର୍କ
Answer:
(କ) ବୁଦ୍ଧଦେବ

CHSE Odisha Class 12 History Chapter 4 Objective Questions in Odia Medium

B. ଶୂନ୍ୟସ୍ଥାନ ପୂରଣ କର ।

୧। _________ ଙ୍କୁ ପ୍ରଥମ ଜୈନ ତୀର୍ଥଙ୍କର ରୂପେ ବିଶ୍ଵାସ କରାଯାଏ ।
Answer:
ଋଷଭନାଥ

୨ । ___________ ଙ୍କୁ ତ୍ରୟୋବିଂଶ ତୀର୍ଥଙ୍କର ରୂପେ ବିଶ୍ଵାସ କରାଯାଏ ।
Answer:
ପାର୍ଶ୍ଵନାଥ

୩ । ମହାବୀର________ ରେ ମୃତ୍ୟୁବରଣ କରିଥିଲେ ।
Answer:
ଖ୍ରୀ.ପୂ. ୪୬୮

୪। ମହାବୀରଙ୍କର ମାତା ତ୍ରିଶଳା ____________ ବଂଶର ଥିଲେ ।
Answer:
ଲଚ୍ଛାବୀ

୫। ନାଳଦାରେ ମହାବୀର ___________ ନାମକ ସନ୍ନ୍ୟାସୀଙ୍କ ସଂସ୍ପର୍ଶରେ ଆସିଥିଲେ ।
Answer:
ଗୋଶାଳ ମାଲୀପୁତ୍ର

CHSE Odisha Class 12 History Chapter 4 Objective Questions in Odia Medium

୬ | _____________ ନଦୀକୂଳରେ ମହାବୀର ସର୍ବଶ୍ରେଷ୍ଠ ଆଧ୍ୟାତ୍ମିକ ଜ୍ଞାନ ଲାଭ କରିଥିଲେ ।
Answer:
ଋଜୁପାଳିକା

୭ । ମହାବୀର ଜୈନ _______ ରେ ଜନ୍ମଗ୍ରହଣ କରିଥିଲେ ।
Answer:
ଖ୍ରୀ.ପୂ. ୫୪୦

୮ । କଳିଙ୍ଗର ସମ୍ର।ଟ _________ ଥିଲେ ଜୈନଧର୍ମର ପ୍ରଧାନ ପୃଷ୍ଠପୋଷକ ।
Answer:
ଖାରବେଳ

୯। ପାର୍ଶ୍ଵନାଥ ତପସ୍ୟାରେ ଉପବିଷ୍ଟ ହୋଇ _________ ପ୍ରାପ୍ତ ହେଲେ ।
Answer:
କୈବଲ୍ୟ

୧୦। ସଂସାରର ବନ୍ଧନକୁ ଛିନ୍ନ କରିଥିବାରୁ ବର୍ତ୍ତମାନ ମହାବୀର __________ ନାମରେ ପରିଚିତ ହେଲେ ।
Answer:
ନିର୍ଗଛ

୧୧। ଅଶୀ ବର୍ଷ ବୟସରେ ପବିତ୍ର ବୈଶାଖ ପୂର୍ଣ୍ଣିମା ଦିନ ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାର __________ ଠାରେ ଖ୍ରୀ.ପୂ. ________ ରେ ବୁଦ୍ଧଙ୍କର ନିର୍ବାଣ ହୋଇଥିଲା ।
Answer:
କୁଶୀନଗର, ୪୮୬

CHSE Odisha Class 12 History Chapter 4 Objective Questions in Odia Medium

୧୨। ଖ୍ରୀ.ପୂ. ଚତୁର୍ଥ ଶତାବ୍ଦୀରେ ଜୈନ ସନ୍ନ୍ୟାସୀ _________ ଅନେକ ଜୈନ ସନ୍ୟାସୀ ଓ ଚନ୍ଦ୍ରଗୁପ୍ତଙ୍କୁ ନେଇ ସୁଦୂର ଦକ୍ଷିଣରେ ଜୈନଧର୍ମ ପ୍ରଚାର କରିଥିଲେ ।
Answer:
ଭଦ୍ରବାହୁ

୧୩। ଜୈନଗ୍ରନ୍ଥଗୁଡ଼ିକ __________ ଭାଷାରେ ଲିଖୁତ ହେବାଦ୍ଵାରା ସାଧାରଣ ଲୋକେ ଜୈନଧର୍ମକୁ ସହଜରେ ବୁଝିପାରୁଥିଲେ ।
Answer:
ଅର୍ଦ୍ଧମାଗଧ

୧୪ । ଜୈନମାନେ __________ ଭାଷାରେ ସେମାନଙ୍କର ଧର୍ମର ପ୍ରଚାର କରୁଥିଲେ ।
Answer:
ପ୍ରାକୃତ

୧୫। ରାଜସ୍ଥାନର _________ ପର୍ବତରେ ଥିବା ଜୈନ ମାର୍ବଲ ମନ୍ଦିରଗୁଡ଼ିକ ଉତ୍କୃଷ୍ଟ କଳାର ନିଦର୍ଶନ ।
Answer:
ମାଉଣ୍ଟଆବୁ

୧୬ । ଶ୍ଵେତାମ୍ବର ଓ ଦିଗମ୍ବର ________ ଧର୍ମର ଦୁଇଟି ଗୋଷ୍ଠୀ ଅଟେ ।
Answer:
ଜୈନ

୧୭। ଓଡ଼ିଶାର ଖଣ୍ଡଗିରି ଓ ଉଦୟଗିରିର ଭଗ୍ନାବଶେଷ __________ କଳା ଓ ଭାସ୍କର୍ଯ୍ୟର ଜ୍ଵଳନ୍ତ ଉଦାହରଣ ଅଟେ ।
Answer:
ଜୈନ

୧୮ । ଖ୍ରୀ.ପୂ. ୫୧୨ରେ ବଲ୍ଲଭୀଠାରେ ___________ ଙ୍କ ସଭାପତିତ୍ୱରେ ଜୈନ ସମ୍ମିଳନୀ ଆହୂତ ହୋଇଥିଲା ।
Answer:
ନାଗାର୍ଜୁନ

CHSE Odisha Class 12 History Chapter 4 Objective Questions in Odia Medium

୧୯। ଶାକ୍ୟ ବଂଶରେ ଜନ୍ମ ହୋଇଥିବାରୁ ସିଦ୍ଧାର୍ଥଙ୍କୁ __________ କୁହାଯାଉଥିଲା ।
Answer:
ଶାକ୍ୟସିଂହ

୨୦। ସର୍ବସାଧାରଣଙ୍କ ମଧ୍ୟରେ ବୌଦ୍ଧଧର୍ମକୁ __________ ଭାଷାରେ ପ୍ରଚାର କରାଯାଇଥିଲା ।
Answer:
ପ୍ରାକୃତ

୨୧। ବୁଦ୍ଧଙ୍କୁ _________ ରୂପେ ବିଦିତ କରଯାଏ ।
Answer:
ଭାରତୀୟ ଲୁଥର

୨୨। ପୁତ୍ରଟିଏ ଜନ୍ମ ପରେ ପରେ ସତ୍ୟର ସନ୍ଧାନ ନିମିତ୍ତ ଗୌତମ ବୁଦ୍ଧ ସଂସାର ତ୍ୟାଗ କରିଥିଲେ । ଏହାକୁ _________ କୁହାଯାଏ ।
Answer:
ମହାଭିନିଷ୍କ୍ରମଣ

୨୩ । _________ ପିଟକରେ ବୌଦ୍ଧଧର୍ମର ଅନ୍ତର୍ନିହିତ ଦର୍ଶନଗୁଡ଼ିକୁ ବ୍ୟାଖ୍ୟା କରାଯାଉଛି ।
Answer:
ଅଭିଧର୍ମ

୨୪। ବୁଦ୍ଧଦେବ ମୁମୂର୍ଷୁ ଅବସ୍ଥାରେ _________ ନାମ୍ନୀ ଜଣେ ଗ୍ରାମବାଳିକାଠାରୁ ଖାଦ୍ୟ ଆହରଣ କରିଥିଲେ ।
Answer:
ସୁଜାତା

୨୫। ଅଶ୍ଵତ୍‌ଥ ବୃକ୍ଷଟି ବୁଦ୍ଧଦେବ ଦିବ୍ୟଜ୍ଞାନ ଲାଭ କରିବାପରେ _________ ନାମରେ ପରିଚିତ ହୋଇଥିଲା ।
Answer:
ବୋଧଦ୍ରୁମ

CHSE Odisha Class 12 History Chapter 4 Objective Questions in Odia Medium

୨୬। ଗଣିକା ଅମ୍ବାପାଲୀ ________ ଧର୍ମ ଗ୍ରହଣ କରିଥିଲେ ।
Answer:
ବୌଦ୍ଧଧର୍ମ

୨୭। ବୁଦ୍ଧଦେବଙ୍କର ମୃତ୍ୟୁକୁ ବୌଦ୍ଧଗ୍ରନ୍ଥରେ ___________ ନାମରେ ନାମିତ କରାଯାଇଛି ।
Answer:
ମହାପରିନିର୍ବାଣ

୨୮। ବୌଦ୍ଧଶାସ୍ତ୍ର ଅନୁଯାୟୀ, ସ୍ଵାର୍ଥଜନିତ କାମନାକୁ ସମ୍ପୂର୍ଣ୍ଣ ଦୂରୀଭୂତ କରିବାଦ୍ଵାରା ଯେଉଁ ଅନିର୍ବଚନୀୟ ଆନନ୍ଦ ମିଳିଥାଏ ତାହା ହିଁ _________ ଅଟେ ।
Answer:
ନିର୍ବାଣ

୨୯। ଜୈନଧର୍ମର ପ୍ରତିଷ୍ଠାତା ମହାବୀରଙ୍କ ବାଲ୍ୟନାମ ________ ଥିଲା ।
Answer:
ବର୍ତ୍ତମାନ

୩୦। ଗୌତମ ବୁଦ୍ଧ _________ ଠାରେ ତାଙ୍କର ପ୍ରଥମ ଧର୍ମବାଣୀ ପ୍ରଚାର କରିଥିଲେ ।
Answer:
ସାରନାଥ

୩୧ । ଗୌତମ ବୁଦ୍ଧଙ୍କ ମତରେ ସକଳ ଦୁଃଖର କାରଣ ହେଲା _________ ।
Answer:
କାମନା

୩୨ । ହୀନଯାନ ଓ ମହାଯାନ ________ ଧର୍ମର ଦୁଇଟି ଗୋଷ୍ଠୀ ।
Answer:
ବୌଦ୍ଧ

CHSE Odisha Class 12 History Chapter 4 Objective Questions in Odia Medium

୩୩। ତ୍ରିପିଟକ ________ ଧର୍ମର ପବିତ୍ର ଧର୍ମଗ୍ରନ୍ଥ ଅଟେ ।
Answer:
ବୌଦ୍ଧ

୩୪। ତ୍ରିପିଟକ ତିନୋଟି ବିଭାଗରେ ବିଭକ୍ତ, ଯଥା ସୂତ୍ରପିଟକ, _________ ପିଟକ ଓ ଅଭିଧର୍ମପିଟକ ।
Answer:
ବିନୟ

୩୫। ଅଶୋକଙ୍କଦ୍ଵାରା ଆହୂତ ତୃତୀୟ ବୌଦ୍ଧ ସମ୍ମିଳନୀର ସଭାପତି ଥିଲେ _________ ।
Answer:
ମୋଗଲିପୁଭତିସ୍‌

୩୬। ଓଡ଼ିଶାର ରନ୍‌ଗିରି ଓ ଲଳିତଗିରିର ଭଗ୍ନାବଶେଷ _________ କଳା ଓ ଭାସ୍କର୍ଯ୍ୟର ଜ୍ଵଳନ୍ତ ଉଦାହରଣ ଅଟେ ।
Answer:
ବୌଦ୍ଧ

୩୭ । ଅଜନ୍ତା ଓ ଏଲୋରାରେ ଥିବା କୀର୍ତ୍ତିମାନ __________ କଳାର ନିଖୁଣ ନିଦର୍ଶନ ।
Answer:
ବୌଦ୍ଧ

୩୮। କନିଷ୍କଙ୍କ ରାଜଧାନୀ _______ ଠାରେ ଏକ ପ୍ରକାଣ୍ଡ ଚୈତ୍ୟ ନିର୍ମାଣ ହୋଇଥିବାର ଚୀନ୍ ଦେଶର ବର୍ଣ୍ଣନାରୁ ମିଳିଥାଏ ।
Answer:
ପୁରୁଷପୁର

୩୯ । _________ ବୌଦ୍ଧ ସମ୍ମିଳନୀରେ ବୌଦ୍ଧଧର୍ମକୁ ବ୍ୟାଖ୍ୟା କରି ଏହା ଉପରେ ‘ମହାବିଭାଷା’ ନାମକ ଏକ ଟୀକା ପ୍ରସ୍ତୁତ କରାଯାଇଥିଲା ।
Answer:
ଚତୁର୍ଥ

୪୦| _________ ପିଟକରେ ବୌଦ୍ଧଧର୍ମର ବାଣୀ ଓ ଉପଦେଶ ସଂକଳିତ ହୋଇଛି ।
Answer:
ସୂତ୍ର

CHSE Odisha Class 12 History Chapter 4 Objective Questions in Odia Medium

୪୧। _________ ପିଟକରେ ବୌଦ୍ଧଭିକ୍ଷୁମାନଙ୍କର କର୍ତ୍ତବ୍ୟ ଓ ବୌଦ୍ଧସଂଘର ପରିଚାଳନାର ନିୟମମାନ ରହିଛି ।
Answer:
ବିନୟ

C. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ବୁଦ୍ଧଙ୍କ ମତ ଅନୁସାରେ ନିର୍ବାଣ ପ୍ରାପ୍ତିର ନିଶ୍ଚିତ ମାର୍ଗ କ’ଣ ?
Answer:
‘ବୁଦ୍ଧଙ୍କ ମତ ଅନୁସାରେ ଅଷ୍ଟାଙ୍ଗ ମାର୍ଗ ହେଉଛି ନିର୍ବାଣ ପ୍ରାପ୍ତିର ନିଶ୍ଚିତ ମାର୍ଗ ।

୨ । ମହାବୀର କେଉଁଠାରେ ଦିବ୍ୟଜ୍ଞାନ ଲାଭ କରିଥିଲେ ?
Answer:
ଜୁମ୍ଭିକ ଗ୍ରାମ ନିକଟରେ ପ୍ରବାହିତ ଋଜୁପାଳିକା ନଦୀତଟସ୍ଥ ଏକ ଶାଳବୃକ୍ଷ ମୂଳରେ ମହାବୀର ଦିବ୍ୟଜ୍ଞାନ ଲାଭ କରିଥିଲେ ।

୩। ତୀର୍ଥଙ୍କର ଅର୍ଥ କ’ଣ ?
Answer:
ତୀର୍ଥଙ୍କର ଅର୍ଥ ହେଉଛି ଧର୍ମପ୍ରଚାରକ ବା ପ୍ରବର୍ତ୍ତକ ।

୪। ଭଦ୍ରକ କିଏ ?
Answer:
ଗୌତମବୁଦ୍ଧ ପ୍ରଥମେ ରାଜଗୃହଠାରେ ଉଦ୍ରକଙ୍କ ନିକଟରୁ ଜ୍ଞାନ ଆହରଣ କରିଥିଲେ ।

CHSE Odisha Class 12 History Chapter 4 Objective Questions in Odia Medium

୫। ବୁଦ୍ଧଦେବ ଜନ୍ମ ନେଇଥିବା ରାଜବଂଶର ନାମ କ’ଣ ?
Answer:
ବୁଦ୍ଧଦେବ ଶାକ୍ୟ ରାଜବଂଶରେ ଜନ୍ମଗ୍ରହଣ କରିଥିଲେ ।

୬ | ବୌଦ୍ଧଧର୍ମର ପୃଷ୍ଠପୋଷକତା କରିଥିବା ଦୁଇଜଣ ସମ୍ରାଟଙ୍କ ନାମ ଲେଖ ।
Answer:
ମୌର୍ଯ୍ୟ ସମ୍ରାଟ ଅଶୋକ ଏବଂ କୁଶାଣ ସମ୍ରାଟ କନିଷ୍କ ବୌଦ୍ଧଧର୍ମର ପୃଷ୍ଠପୋଷକତା କରିଥିଲେ ।

୭ | ମହାବୀର କେବେ ଓ କେଉଁଠାରେ ଇହଲୀଳା ସମ୍ବରଣ କରିଥିଲେ ?
Answer:
ମହାବୀର ଖ୍ରୀ.ପୂ. ୪୬୮ରେ ପାବାଠାରେ ଇହଲୀଳା ସମ୍ବରଣ କରିଥିଲେ ।

୮ । ‘ମହାଭିନିଷ୍କ୍ରମଣ’ କହିଲେ କ’ଣ ବୁଝ ?
Answer:
ଗୌତମ ବୁଦ୍ଧ ସତ୍ୟର ସନ୍ଧାନ ପାଇଁ ୨୯ ବର୍ଷ ବୟସରେ ଗୃହତ୍ୟାଗ କରିବା ଘଟଣାକୁ ‘ମହାଭିନିଷ୍କ୍ରମଣ’ କୁହାଯାଏ ।

୯ । ଗୌତମ ବୁଦ୍ଧଙ୍କ ପୁତ୍ରର ନାମ କ’ଣ ଥିଲା ?
Answer:
ଗୌତମ ବୁଦ୍ଧଙ୍କ ପୁତ୍ରର ନାମ ରାହୁଳ ଥିଲା ।

୧୦। ଧର୍ମଚକ୍ର ପ୍ରବର୍ତ୍ତନ କ’ଣ ?
Answer:
ଗୌତମ ବୁଦ୍ଧ ସାରନାଥର ମୃଗବିହାରଠାରେ ପାଞ୍ଚଜଣ ବ୍ରାହ୍ମଣଙ୍କୁ ପ୍ରଥମ ଧର୍ମବାଣୀ ପ୍ରଦାନକୁ ଧର୍ମଚକ୍ର ପ୍ରବର୍ତ୍ତନ କୁହାଯାଏ ।

CHSE Odisha Class 12 History Chapter 4 Objective Questions in Odia Medium

୧୧। ବୌଦ୍ଧ ଧର୍ମାବଲମ୍ବୀମାନେ କେତୋଟି ସମ୍ପ୍ରଦାୟରେ ବିଭକ୍ତ ହୋଇଥିଲେ ?
Answer:
ବୌଦ୍ଧଧର୍ମାବଲମ୍ବୀମାନେ ହୀନଯାନ ଓ ମହାଯାନ ନାମରେ ଦୁଇଟି ସମ୍ପ୍ରଦାୟରେ ବିଭକ୍ତ ହୋଇଥିଲେ ।

୧୨। ବୌଦ୍ଧଧର୍ମର ତ୍ରିରନ୍ କ’ଣ ?
Answer:
ବୁଦ୍ଧ, ଧର୍ମ ଓ ସଂଘକୁ ବୌଦ୍ଧଧର୍ମର ତ୍ରିରନୁ କୁହାଯାଏ ।

୧୩। ଓଡ଼ିଶାର କେଉଁଠାରେ ବୌଦ୍ଧଧର୍ମର କୀର୍ତ୍ତି ରହିଛି ?
Answer:
ଓଡ଼ିଶାର ଧଉଳିଗିରି, ଲଳିତଗିରି ଓ ରଗିରିଠାରେ ବୌଦ୍ଧ କୀର୍ତ୍ତି ରହିଛି ।

୧୪। ଖଣ୍ଡଗିରି ଓ ଉଦୟଗିରି କେଉଁ ଧର୍ମର କୀର୍ତ୍ତି ବହନ କରିଛି ?
Answer:
ଖଣ୍ଡଗିରି ଓ ଉଦୟଗିରି ଜୈନଧର୍ମର କୀର୍ତ୍ତି ବହନ କରିଛି ।

୧୫। କେଉଁଠାରେ ବୁଦ୍ଧଦେବ ମହାପରିନିର୍ବାଣ ଲାଭ କରିଥିଲେ ?
Answer:
୮୦ ବର୍ଷ ବୟସରେ ଖ୍ରୀ.ପୂ. ୪୮୬ରେ ଆଧୁନିକ ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲା ଅନ୍ତର୍ଗତ କୁଶୀନଗରଠାରେ ଗୌତମବୁଦ୍ଧ ମହାପରିନିର୍ବାଣ ଲାଭ କରିଥିଲେ ।

୧୬। ପାର୍ଶ୍ଵନାଥ କିଏ ?
Answer:
ପାର୍ଶ୍ଵନାଥ ଜୈନଧର୍ମର ୨୩ତମ ତୀର୍ଥଙ୍କର ଭାବେ ପରିଚିତ ।

୧୭। ଚତୁଃ ଆର୍ଯ୍ୟସତ୍ୟାନି ବା ଚାରି ଆର୍ଯ୍ୟସତ୍ୟ କ’’ଣ ?
Answer:
ବୁଦ୍ଧଙ୍କ ମତରେ, ଏ ଜୀବନ ଦୁଃଖପୂର୍ଣ୍ଣ, ଦୁଃଖର କାରଣ କାମନା, କାମନାର ବିନାଶରେ ଦୁଃଖର ବିନାଶ ଓ ନିର୍ବାଣ ଲାଭ । ଏହା ଚାରି ଆର୍ଯ୍ୟସତ୍ୟ ନାମରେ ପରିଚିତ ।

CHSE Odisha Class 12 History Chapter 4 Objective Questions in Odia Medium

୧୮। ଜୈନଧର୍ମର ତ୍ରିରନ୍ କ’ଣ ?
Answer:
ସମ୍ୟକ୍ ବିଶ୍ଵାସ, ସମ୍ୟକ୍ ଜ୍ଞାନ ସମ୍ୟକ୍ କର୍ମ ହେଉଛି ଜୈନଧର୍ମର ତ୍ରିରନୁ ।

୧୯। ବୋଧଦ୍ରୁମ କାହାକୁ କୁହାଯାଏ ?
Answer:
ଗୌତମ ବୁଦ୍ଧ ନିରଞ୍ଜନା ନଦୀ କୂଳରେ ଥିବା ଅଶ୍ଵତ୍‌ଥ ବୃକ୍ଷ ମୂଳରେ ଦିବ୍ୟଜ୍ଞାନ ଲାଭ କରିଥିବାରୁ ସେହି ବୃକ୍ଷକୁ ବୋଧଦ୍ରୁମ କୁହାଯାଏ ।

୨୦ । ରାଜଗୃହରେ କେଉଁ ପଣ୍ଡିତଙ୍କଠାରୁ ଗୌତମ ବୁଦ୍ଧ ଜ୍ଞାନ ଆହରଣ କରିଥିଲେ ?
Answer:
ରାଜଗୃହରେ ଆଲାରକାଲାମ୍ ଓ ଭଦ୍ରକ ରାମପୁତ୍ର ନାମକ ଦୁଇଜଣ ପଣ୍ଡିତଙ୍କଠାରୁ ବୁଦ୍ଧଦେବ ଜ୍ଞାନ ଆହରଣ କରିଥିଲେ ।

୨୧। କେଉଁ ଚାରୋଟି ଦୃଶ୍ୟ ପାଇଁ ଗୌତମ ଗୃହତ୍ୟାଗ କରିଥିଲେ ?
Answer:
ଏକ ବୃଦ୍ଧ ବ୍ୟକ୍ତି, ରୁଗ୍ଣ ବ୍ୟକ୍ତି, ଶବ ଏବଂ ଏକ ପ୍ରଶାନ୍ତଚିତ୍ତ ସନ୍ନ୍ୟାସୀଙ୍କୁ ଦେଖୁ ସାରିବା ପରେ ଚିରଦିନପାଇଁ ଗୌତମ ଗୃହତ୍ୟାଗ କରିଥିଲେ ।

୨୨। ବୁଦ୍ଧଗୟା କାହିଁକି ପ୍ରସିଦ୍ଧ ?
Answer:
ବୁଦ୍ଧଗୟାଠାରେ ଗୌତମ ଜ୍ଞାନପ୍ରାପ୍ତି ହୋଇଥିବାରୁ ଏହା ପ୍ରସିଦ୍ଧ ।

୨୩। ଦ୍ଵିତୀୟ ଜୈନସଭା କେବେ ଆହୂତ ହୋଇଥିଲା ?
Answer:
ମହାବୀର ଜୀନଙ୍କର ମହାପ୍ରୟାଣର ୯୮୦ ବର୍ଷ ପରେ ଗୁପ୍ତଯୁଗରେ ଜୈନଧର୍ମର ଦ୍ଵିତୀୟ ମହାସଭା ବଲ୍ଲଭୀଠାରେ ଆହୂତ ହୋଇଥିଲା ।

୨୪। ବର୍ତ୍ତମାନ ମହାବୀରଙ୍କର ପତ୍ନୀଙ୍କର ନାମ କ’ଣ ଥିଲା ?
Answer:
ବର୍ଦ୍ଧମାନ ମହାବୀରଙ୍କର ପତ୍ନୀଙ୍କର ନାମ ଯଶୋଦା ଥିଲା ।

CHSE Odisha Class 12 History Chapter 4 Objective Questions in Odia Medium

୨୫। ଜୈନମାନେ କେଉଁ ଦୁଇଟି ସମ୍ପ୍ରଦାୟରେ ବିଭକ୍ତ ହୋଇଥିଲେ ?
Answer:
ଜୈନମାନେ ଶ୍ଵେତାମ୍ବର ଓ ଦିଗମ୍ବର ନାମକ ଦୁଇଟି ସମ୍ପ୍ରଦାୟରେ ବିଭକ୍ତ ହୋଇଥିଲେ ।

୨୬। ମହାବୀରଙ୍କର ମୁଖନିଃସୃତ ବାଣୀ କେଉଁ ଧର୍ମଗ୍ରନ୍ଥରେ ସଂରକ୍ଷିତ ହୋଇଛି ?
Answer:
‘ପୂର୍ବ’ ନାମକ ଧର୍ମଗ୍ରନ୍ଥରେ ମହାବୀରଙ୍କର ଧର୍ମବାଣୀ ସଂରକ୍ଷିତ ହୋଇଛି ।

୨୭ । ଜୈନ ଧର୍ମଗ୍ରନ୍ଥଗୁଡ଼ିକର ନାମ ଲେଖ ।
Answer:
ଜୈନ ଧର୍ମଗ୍ରନ୍ଥଗୁଡ଼ିକର ନାମ ହେଉଛି ଅଙ୍ଗ, ଉପାଙ୍ଗ ଏବଂ କଳ୍ପସୂତ୍ର ।

୨୮। ପଞ୍ଚ ମହାବ୍ରତ କ’ଣ ?
Answer:
ଅହିଂସା, ସତ୍ୟ, ଅଚୌର୍ଯ୍ୟ, ଅପରିଗ୍ରହ ଏବଂ ବ୍ରହ୍ମଚର୍ଯ୍ୟକୁ ପଞ୍ଚ ମହାବ୍ରତ କୁହାଯାଏ ।

୨୯। ମହାବୀର କେଉଁ କେଉଁ ସ୍ଥାନରେ ନିଜର ଧର୍ମମତ ପ୍ରଚାର କରିଥିଲେ ?
Answer:
ଉତ୍ତର ଭାରତର ମିଥୁଳା, ଶ୍ରାବସ୍ତୀ, ଚମ୍ପା, ବୈଶାଳୀ ଓ ରାଜଗୃହ ପ୍ରଭୃତି ନଗରରେ ମହାବୀର ନିଜର ଧର୍ମମତ ପ୍ରଚାର କରିଥିଲେ ।

୩୦ । ଦିଗମ୍ବର କହିଲେ କ’ଣ ବୁଝ ?
Answer:
ଜୈନଧର୍ମରେ ବିଭେଦ ସୃଷ୍ଟି ହୋଇ ଏହା ଦୁଇ ଭାଗରେ ବିଭକ୍ତ ହେଲା; ଯଥା – ଶ୍ଵେତମ୍ବର ଓ ଦିଗମ୍ବର । ଯେଉଁମାନେ ଶୂନ୍ଯବସ୍ତ୍ର ବା ଉଲଗ୍ନ ରହୁଥିଲେ ସେମାନଙ୍କୁ ଦିଗମ୍ବର କୁହାଯାଉଥିଲା ।

୩୧। ମହାବୀର କେଉଁ ସମ୍ପ୍ରଦାୟରେ ଜନ୍ମଗ୍ରହଣ କରିଥିଲେ ?
Answer:
ମହାବୀର ଜ୍ଞାତ୍ରିକ କ୍ଷତ୍ରିୟ ସମ୍ପ୍ରଦାୟରେ ଜନ୍ମଗ୍ରହଣ କରିଥିଲେ ।

CHSE Odisha Class 12 History Chapter 4 Objective Questions in Odia Medium

୩୨ । କେଉଁ ମୌର୍ଯ୍ୟ ସମ୍ରାଟ ଜୈନଧର୍ମ ଗ୍ରହଣ କରିଥିଲେ ।
Answer:
ମୌର୍ଯ୍ୟସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଜୈନଧର୍ମ ଗ୍ରହଣ କରିଥିଲେ ।

୩୩ । କେବେ ପ୍ରଥମ ଜୈନସଭା ଆହୂତ ହୋଇଥିଲା ?
Answer:
ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ପାଟଳୀପୁତ୍ରଠାରେ ଖ୍ରୀ.ପୂ. ୩୦୦ରେ ପ୍ରଥମ ଜୈନସଭା ଆହୂତ କରିଥିଲେ । ବିଖ୍ୟାତ ପଣ୍ଡିତ ସ୍ଥୂଳଭଦ୍ର ଏଥରେ ଅଧ୍ୟକ୍ଷତା କରିଥିଲେ ।

୩୪। ଜୀନ ଶବ୍ଦର ଅର୍ଥ କ’ଣ ?
Answer:
ଜୀନ ଶବ୍ଦର ଅର୍ଥ ଜିତେନ୍ଦ୍ରିୟ ।

୩୫। ନିଗ୍ରନ୍ଥ କାହାକୁ କୁହାଯାଏ ?
Answer:
ବର୍ତମାନ ମହାବୀରଙ୍କୁ ନିଗ୍ରନ୍ଥ କୁହାଯାଏ । ନିଗ୍ରନ୍ଥ ଶବ୍ଦର ଅର୍ଥ ବନ୍ଧନମୁକ୍ତ ।

୩୬ । କଳିଙ୍ଗର କେଉଁ ସମ୍ରାଟ ଜୈନଧର୍ମ ପ୍ରଚାରରେ ସହାୟକ ହୋଇଥିଲେ ?
Answer:
କଳିଙ୍ଗ ସମ୍ରାଟ ଦିଗ୍‌ବିଜୟୀ ଖାରବେଳ ଜୈନଧର୍ମ ପ୍ରଚାରରେ ସହାୟକ ହୋଇଥିଲେ ।

୩୭ । ଜୈନଧର୍ମରେ କାହା ଉପରେ ବେଶି ଗୁରୁତ୍ଵ ଦିଆଯାଉଥିଲା ?
Answer:
ଜୈନଧର୍ମରେ ଆତ୍ମଶୁଦ୍ଧି ଉପରେ ଅଧ‌ିକ ଗୁରୁତ୍ଵ ଦିଆଯାଉଥିଲା ।

CHSE Odisha Class 12 History Chapter 4 Objective Questions in Odia Medium

D. ଭ୍ରମ ସଂଶୋଧନ କର ।

୧। ଜୈନମାନେ ବିଶ୍ଵର ସୃଷ୍ଟିକର୍ତ୍ତା ଓ ରକ୍ଷକ ଭାବେ ଈଶ୍ୱର ସର୍ବଶକ୍ତିମାନ୍ ବୋଲି ସ୍ଵୀକାର କରି ପୂଜା କରୁଥିଲେ ।
Answer:
ଜୈନମାନେ ଈଶ୍ଵର ସୃଷ୍ଟିକର୍ତ୍ତା ଓ ରକ୍ଷକ ଭାବେ ଈଶ୍ଵର ସର୍ବଶକ୍ତିମାନ୍ ବୋଲି ସ୍ଵୀକାର କରି ପୂଜା କରୁ ନଥିଲେ ।

୨। ବୌଦ୍ଧଧର୍ମାବଲମ୍ବୀମାନଙ୍କ ମଧ୍ୟରେ ଶ୍ୱେତାମ୍ବର ଓ ଦିଗମ୍ବର ନାମକ ଦୁଇଟି ଗୋଷ୍ଠୀ ଥିଲା ।
Answer:
ଜୈନଧର୍ମାବଲମ୍ବୀମାନଙ୍କ ମଧ୍ୟରେ ଶ୍ଵେତାମ୍ବର ଓ ଦିଗମ୍ବର ନାମକ ଦୁଇଟି ଗୋଷ୍ଠୀ ଥିଲେ ।

୩ । ବୌଦ୍ଧଧର୍ମ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଭଳି ଜଣେ ପରାକ୍ରମଶାଳୀ ରାଜାଙ୍କୁ ଉଦାର ‘ଚନ୍ଦ୍ରମୁନି’ରେ ପରିବର୍ତ୍ତିତ କରିଥିଲା ।
Answer:
ଜୈନଧର୍ମ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଭଳି ଜଣେ ପରାକ୍ରମଶାଳୀ ରାଜାଙ୍କୁ ଉଦାର ଚନ୍ଦ୍ରମୁନିରେ ପରିବର୍ତ୍ତିତ କରିଥିଲା ।

୪ । ଉପାଙ୍ଗ ବୌଦ୍ଧଦର୍ଶନ ପ୍ରତିଫଳନ କରିଥାଏ ।
Answer:
ଉପାଙ୍ଗ ଜୈନଧର୍ମ ପ୍ରତିଫଳନ କରିଥାଏ ।

୫| ହେମଚନ୍ଦ୍ର ବୌଦ୍ଧଶାସ୍ତ୍ର ଉପରେ ସମୀକ୍ଷା ରଚନା କରିଥିଲେ ।
Answer:
ହେମଚନ୍ଦ୍ର ଜୈନଶାସ୍ତ୍ର ଉପରେ ସମୀକ୍ଷା ରଚନା କରିଥିଲେ ।

୬। ଜୈନଧର୍ମ ମଠ ବ୍ୟବସ୍ଥାର ପ୍ରଚଳନ କରିଥିଲା ।
Answer:
ବୌଦ୍ଧଧର୍ମ ମଠ ବ୍ୟବସ୍ଥାର ପ୍ରଚଳନ କରିଥିଲା ।

CHSE Odisha Class 12 History Chapter 4 Objective Questions in Odia Medium

୭ | ନିରଞ୍ଜନା ନଦୀ କୂଳରେ ମହାବୀର ସର୍ବଶ୍ରେଷ୍ଠ ଆଧ୍ୟାୟିକ ଜ୍ଞାନ ଲାଭ କରିଥିଲେ ।
Answer:
ରଜ୍ଜୁପାଳିକା ନଦୀ କୂଳରେ ମହାବୀର ସର୍ବଶ୍ରେଷ୍ଠ ଆଧ୍ୟାତ୍ମିକ ଜ୍ଞାନ ଲାଭ କରିଥିଲେ ।

୮ । ଜ୍ଞାନପ୍ରାପ୍ତ ହୋଇ ସତ୍ୟକୁ ଉପଲବ୍‌ଧ କରିପାରିଥିବାରୁ ଗୌତମ ନିଗ୍ରନ୍ଥ ନାମରେ ପରିଚିତ ହୋଇଥିଲେ ।
Answer:
ଜ୍ଞାନପ୍ରାପ୍ତ ହୋଇ ସତ୍ୟକୁ ଉପଲବ୍ଧ କରିପାରିଥିବାରୁ ଗୌତମ ତଥାଗତ ନାମରେ ପରିଚିତ ହୋଇଥିଲେ ।

୯। ବିମ୍ବିସାରଙ୍କ ରାଜତ୍ଵ ସମୟରେ ତୃତୀୟ ବୌଦ୍ଧ ସମ୍ମିଳନୀ ଅନୁଷ୍ଠିତ ହୋଇଥଲା ।
Answer:
ଅଶୋକଙ୍କ ରାଜତ୍ଵ ସମୟରେ ତୃତୀୟ ବୌଦ୍ଧ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

୧୦। ଗୌତମ ବୁଦ୍ଧଙ୍କୁ ନଟପୁତ୍ର କୁହାଯାଉଥିଲା ।
Answer:
ମହାବୀର ଜୀନଙ୍କୁ ନଟପୁତ୍ର କୁହାଯାଉଥିଲା ।

୧୧। ମହାବୀର ଜୀନଙ୍କୁ ଭାରତର ଲୁଥର ବୋଲି ଆଖ୍ୟା ଦିଆଯାଇଛି ।
Answer:
ଗୌତମ ବୁଦ୍ଧଙ୍କୁ ଭାରତର ଲୁଥର ବୋଲି ଆଖ୍ୟା ଦିଆଯାଇଛି ।

୧୨। ଅଶୋକଙ୍କୁ ଏସିଆର ଆଲୋକ କୁହାଯାଏ ।
Answer:
ଗୌତମ ବୁଦ୍ଧଙ୍କୁ ଏସିଆର ଆଲୋକ କୁହାଯାଏ ।

CHSE Odisha Class 12 History Chapter 4 Objective Questions in Odia Medium

୧୩। ଅଶୋକଙ୍କଦ୍ଵାରା ଆହୂତ ତୃତୀୟ ବୌଦ୍ଧ ସମ୍ମିଳନୀର ସଭାପତି ନାଗାର୍ଜୁନ ଥିଲେ ।
Answer:
ଅଶୋକଙ୍କଦ୍ଵାରା ଆହୂତ ତୃତୀୟ ବୌଦ୍ଧ ସମ୍ମିଳନୀର ସଭାପତି ମୋଗଲିପୁର୍ନୀତିସ୍‌ ଥିଲେ ।

୧୪। ଓଡ଼ିଶାର ରନ୍‌ଗିରି ଓ ଲଳିତଗିରିର ଭଗ୍ନାବଶେଷ ମୌର୍ଯ୍ୟକଳା ଓ ଭାସ୍କର୍ଯ୍ୟର ଜ୍ଵଳନ୍ତ ଉଦାହରଣ ଅଟେ ।
Answer:
ଓଡ଼ିଶାର ରନ୍‌ଗିରି ଓ ଲଳିତଗିରିର ଭଗ୍ନାବଶେଷ ବୌଦ୍ଧକଳା ଓ ଭାସ୍କର୍ଯ୍ୟର ଜ୍ଵଳନ୍ତ ଉଦାହରଣ ଅଟେ ।

BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.3

Odisha State Board BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.3 Textbook Exercise Questions and Answers.

BSE Odisha Class 6 Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.3

Question 1.
10 30 ମଧ୍ୟରେ ଥ‌ିବା ମୌଳିକ ସଂଖ୍ୟାଗୁଡ଼ିକ ଲେଖ ।
ସମାଧାନ:
10 30 ମଧ୍ୟରେ ଥିବା ମୌଳିକ ସଂଖ୍ୟାଗୁଡ଼ିକ ହେଲା
11, 13, 17, 19, 23 29 

Question 2.
3, 4 ଓ 5 ର ତିନୋଟି ସାଧାରଣ ଗୁଣିତକ ଲେଖ । 
ସମାଧାନ:
3, 4 ଓ 5 ର ତିନୋଟି ସାଧାରଣ ଗୁଣିତକ ଲେଖ । = 3 × 4 × 5 = 60
3, 4 ଓ 5 ର ତିନୋଟି ସାଧାରଣ ଗୁଣତକ ହେଲା– 60, 120, 180

Question 3.
60 ଓ 75 ସାଧାରଣ ଗୁଣନୀୟକଗୁଡ଼ିକୁ ଲେଖ ।
ସମାଧାନ:
60 ର ଗୁଣନୀୟକଗୁଡ଼ିକ ହେଲା –  1, 2, 3, 4, 5, 6, 10, 12, 15, 20, 30 60
75 ର ଗୁଣନୀୟକଗୁଡ଼ିକ ହେଲା 1, 3, 5, 15, 25 75
60 ଓ 75 ର ସାଧାରଣ ଗୁଣନୀୟକଗୁଡ଼ିକ ହେଲା – 1, 3, 5 ଓ 15

Question 4.
ନିମ୍ନରେ ଦିଆଯାଇଥିବା ପ୍ରତ୍ୟେକ ଉକ୍ତିକୁ ପଢ଼ି ତାହା ଭୁଲ୍ କି ଠିକ୍ କହ । 
(ଉପଯୁକ୍ତ କାରଣ ଦେଇ ତୁମ ଉତ୍ତରର ଯଥାର୍ଥତା ପ୍ରତିପାଦନ କର ।)

BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.3

(କ) କୌଣସି ସଂଖ୍ୟାର ଅସଂଖ୍ୟ ଗୁଣନୀୟକ ଥାଏ।
ସମାଧାନ:
6 ର ଗୁଣନୀୟକଗୁଡ଼ିକ ହେଲା – 1, 2, 3 ଓ 6 
ତେଣୁ କୌଣସି ସଂଖ୍ୟାର ଅସଂଖ୍ୟ ଗୁଣନୀୟକ ନଥାଏ । (ଉକ୍ତିଟି ଭୁଲ ଅଟେ ।)

(ଖ) 4 ଓ 9 ପରସ୍ପର ମୌଳିକ ସଂଖ୍ୟା ।
ସମାଧାନ:
4 ର ଗୁଣନୀୟକଗୁଡ଼ିକ ହେଲା – 1, 2, 4; 9 ର ଗୁଣନୀୟିକଗୁଡ଼ିକ ହେଲା – 1, 3, 9 
ତେଣୁ 4 ଓ 9 ପରସ୍ପର ମୌଳିକ ସଂଖ୍ୟା (ଉକ୍ତିଟି ଠିକ୍ ଅଟେ ।)

(ଗ) କୌଣସି ସଂଖ୍ୟା ସେହି ସଂଖ୍ୟାର କ୍ଷୁଦ୍ରତମ ଗୁଣନୀୟକ ।
ସମାଧାନ:
ପ୍ରତ୍ୟେକ ସଂଖ୍ୟାର କ୍ଷୁଦ୍ରତମ ଗୁଣନୀୟକ 1 ଓ ବୃହତ୍ତମ ଗୁଣନୀୟକ ସେହି ସଂଖ୍ୟା । (ଉକ୍ତିଟି ଭୁଲ୍ ଅଟେ ।)

(ଘ) 9 ଓ 13 ର କୌଣସି ସାଧାରଣ ଗୁଣନୀୟକ ନାହିଁ।
ସମାଧାନ:
9 ଓ 13 ର ସାଧାରଣ ଗୁଣନୀୟକ 1 । (ଉକ୍ତିଟି ଭୁଲ୍ ଅଟେ ।)

(ଙ) କୌଣସି ସଂଖ୍ୟାର ନିର୍ଦ୍ଦିଷ୍ଟ ସଂଖ୍ୟକ ଗୁଣନୀୟକ ଥାଏ । 
ସମାଧାନ:
(ଉକ୍ତିଟି ଠିକ୍ ଅଟେ ।)

(ଚ) 12 ହେଉଛି ଗୋଟିଏ ପରିପୂର୍ଣ୍ଣ ସଂଖ୍ୟା ।
ସମାଧାନ:
12 ର ଗୁଣନୀୟକଗୁଡ଼ିକ ହେଲା − 1, 2, 3, 4, 6 ଓ 12 | 
ର ଗୁଣନୀୟକଗୁଡ଼ିକ ହେଲା = 1 + 2 + 3 + 4 + 6 + 12 = 28
12 ର 2 ଗୁଣ = 12 × 2 = 24 । ତେଣୁ 12 ଏକ ପୂର୍ଣ୍ଣସଂଖ୍ୟା ନୁହେଁ । (ଉକ୍ତିଟି ଭୁଲ୍ ଅଟେ ।)

BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.2

Odisha State Board BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.2 Textbook Exercise Questions and Answers.

BSE Odisha Class 6 Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.2

Question 1.
ବିଭାଜ୍ୟତା ନିୟମକୁ ବ୍ୟବହାର କରି, ତଳେ ଦିଆଯାଇଥିବା ସଂଖ୍ୟାଗୁଡ଼ିକ 2 ଦ୍ୱାରା, 3 ଦ୍ୱାରା, 4 ଦ୍ବାରା, 5 ଦ୍ବାରା, 6 ଦ୍ୱାରା, 8 ଦ୍ଵାରା, 9 ଦ୍ୱାରା, 11 ଦ୍ବାରା ବିଭାଜ୍ୟ କି ନୁହେଁ ପରୀକ୍ଷା କର ଓ ଯେଉଁ ସଂଖ୍ୟାଦ୍ଵାରା ବିଭାଜ୍ୟ ସେହି ସଂଖ୍ୟା ତଳେ ଥିବା ଘରେ ଠିକ (✓) ଚିହ୍ନ ଦିଅ।
BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.2
ସମାଧାନ:
(i) 990, 1586, 400, 6666, 639210, 429714, 2856, 900000
ସଂଖ୍ୟାଗୁଡ଼ିକ 2 ଦ୍ୱାରା ବିଭାଜ୍ୟ, କାରଣ ଏହି ସଂଖ୍ୟାଗୁଡ଼ିକର ଏକକ ସ୍ଥାନରେ 0, 6, 4 ଅଛି ।

(ii) 990 ସଂଖ୍ୟାର ଅଙ୍କମାନଙ୍କର ସମଷ୍ଟି = 9 + 9 + 0 = 18
ଏହା 3 ଦ୍ବାରା ବିଭାଜ୍ୟ ହେତୁ 990 ସଂଖ୍ୟାଟି 3 ଦ୍ବାରା ବିଭାଜ୍ୟ । 
1586 ସଂଖ୍ୟାର ଅଙ୍କମାନଙ୍କର ସମଷ୍ଟି = 1 + 5 + 8 + 6 = 20
ଏହା 3 ଦ୍ବାରା ବିଭାଜ୍ୟ ନୁହେଁ, ତେଣୁ 1586 ସଂଖ୍ୟାଟି 3 ଦ୍ଵାରା ଅବିଭାଜ୍ୟ
400 ସଂଖ୍ୟାର ଅଙ୍କମାନଙ୍କର ସମଷ୍ଟି = 4 + 0 + 0 = 4
ଏହା 3 ଦ୍ବାରା ବିଭାଜ୍ୟ ନୁହେଁ; ତେଣୁ 400 ସଂଖ୍ୟାଟି 3 ଦ୍ଵାରା ଅବିଭାଜ୍ୟ । 
6666 ସଂଖ୍ୟାର ଅଙ୍କମାନଙ୍କର ସମଷ୍ଟି = 6 + 6 + 6 + 6 = 24
ଏହା 3 ଦ୍ବାରା ବିଭାଜ୍ୟ ହେତୁ 6666 ସଂଖ୍ୟାଟି 3 ଦ୍ବାରା ବିଭାଜ୍ୟ
639210 ସଂଖ୍ୟାର ଅଙ୍କମାନଙ୍କର ସମଷ୍ଟି = 6 + 3 + 9 + 2 + 1 + 0 = 21 
ଏହା 3 ଦ୍ବାରା ବିଭାଜ୍ୟ ହେତୁ 639210 ସଂଖାଟି 3 ଦ୍ବାରା ବିଭାଜ୍ୟ ।
429714 ସଂଖ୍ୟାର ଅଙ୍କମାନଙ୍କର ସମଷ୍ଟି = 4 + 2 + 9 + 7 + 1 + 4 = 27
ଏହା 3 ଦ୍ବାରା ବିଭାଜ୍ୟ ହେତୁ 429714 ସଂଖ୍ୟାଟି 3 ଦ୍ବାରା ବିଭାଜ୍ୟ ।
2856 ସଂଖ୍ୟାର ଅଙ୍କମାନଙ୍କର ସମଷ୍ଟି = 2 + 8 + 5 + 6 = 21
ଏହା 3 ଦ୍ବାରା ବିଭାଜ୍ୟହେତୁ 2856 ସଂଖ୍ୟାଟି 3 ଦ୍ବାରା ବିଭାଜ୍ୟ ।
900000 ସଂଖ୍ୟାର ଅଙ୍କମାନଙ୍କର ସମଷ୍ଟି = 9 + 0 + 0 + 0 + 0 + 0 = 9
ଏହା 3 ଦ୍ଵାରା ବିଭାଜ୍ୟ ହେତୁ 900000 ସଂଖ୍ୟାଟି 3 ଦ୍ୱାରା ବିଭାଜ୍ୟ । 
999999ସଂଖ୍ୟାର ଅଙ୍କମାନଙ୍କର ସମଷ୍ଟି = 9 + 9 + 9 + 9 + 9 + 9 = 54 
ଏହା 3 ଦ୍ବାରା ବିଭାଜ୍ୟ ହେତୁ 999999 ସଂଖ୍ୟାଟି 3 ଦ୍ୱାରା ବିଭାଜ୍ୟ ।

(iii) 990 ର ଦଶକ ଓ ଏକକ ଘରର ଅଙ୍କଦ୍ୱୟ ଦ୍ୱାରା ଗଠିତ ସଂଖ୍ୟାଟି = 90
ଏହା 4 ଦ୍ୱାରା ବିଭାଜ୍ୟ ନୁହେଁ ତେଣୁ ୨୨୦ ସଂଖ୍ୟାଟି 4 ଦ୍ଵାରା ଅବିଭାଜ୍ୟ । 
1586 ର ଦଶକ ଓ ଏକକ ଘରର ଅଙ୍କଦ୍ବୟ ଦ୍ବାରା ଗଠିତ ସଂଖ୍ୟାଟି = 86 
ଏହା 4 ଦ୍ୱାରା ବିଭାଜ୍ୟ ନୁହେଁ ତେଣୁ 1586 ସଂଖ୍ୟାଟି 4 ଦ୍ଵାରା ଅବିଭାଜ୍ୟ । 
400 ର ଦଶକ ଓ ଏକକ ଘରର ଅଙ୍କଦ୍ୱୟଦ୍ବାରା ଗଠିତ ସଂଖ୍ୟାଟି = 00 
ଏହା 4 ଦ୍ବାରା ବିଭାଜ୍ୟ ହେତୁ 400 ସଂଖ୍ୟାଟି 4 ଦ୍ୱାରା ବିଭାଜ୍ୟ । 
6666 ର ଦଶକ ଓ ଏକକ ଘର ଅଙ୍କଦ୍ଵୟ ଦ୍ବାରା ଗଠିତ ସଂଖ୍ୟାଟି = 66 
ଏହା 4 ଦ୍ୱାରା ବିଭାଜ୍ୟ ନୁହେଁ ତେଣୁ 6666 ସଂଖ୍ୟାଟି 4 ଦ୍ଵାରା ଅବିଭାଜ୍ୟ । 
639210 ର ଦଶକ ଓ ଏକକ ଘର ଅଙ୍କଦ୍ୱୟଦ୍ବାରା ଗଠିତ ସଂଖ୍ୟାଟି = 10 
ଏହା 4 ଦ୍ଵାରା ବିଭାଜ୍ୟ ନୁହେଁ ତେଣୁ 639210 ସଂଖ୍ୟାଟି 4 ଦ୍ବାରା ଅବିଭାଜ୍ୟ ।
429714 ର ଦଶକ ଓ ଏକକ ଘର ଅଙ୍କଦ୍ୱୟଦ୍ବାରା ଗଠିତ ସଂଖ୍ୟାଟି = 14 
ଏହା 4 ଦ୍ବାରା ବିଭାଜ୍ୟ ନୁହେଁ ତେଣୁ 429714 ସଂଖ୍ୟାଟି 4 ଦ୍ଵାରା ଅବିଭାଜ୍ୟ ।
2856 ର ଦଶକ ଓ ଏକକ ଘର ଅଙ୍କଦ୍ୱୟଦ୍ବାରା ଗଠିତ ସଂଖ୍ୟାଟି = 56 
ଏହା 4 ଦ୍ବାରା ବିଭାଜ୍ୟ ହେତୁ 2856 ସଂଖ୍ୟାଟି 4 ଦ୍ୱାରା ବିଭାଜ୍ୟ । 
900000 ସଂଖ୍ୟାର ଦଶକ ଓ ଏକକ ଘର ଅଙ୍କଦ୍ଵୟ ଦ୍ୱାରା ଗଠିତ ସଂଖ୍ୟାଟି = 00
ଏହା 4 ଦ୍ଵାରା ବିଭାଜ୍ୟ ହେତୁ 900000 ସଂଖ୍ୟାଟି 4 ଦ୍ୱାରା ବିଭାଜ୍ୟ । 
999999 ସଂଖ୍ୟାର ଦଶକ ଓ ଏକକ ଘର ଅଙ୍କଦ୍ଵୟଦ୍ୱାରା ଗଠିତ ସଂଖ୍ୟାଟି = 99
ଏହା 4 ଦ୍ବାରା ବିଭାଜ୍ୟ ନୁହେଁ ତେଣୁ 999999 ସଂଖ୍ୟାଟି 4 ଦ୍ଵାରା ଅବିଭାଜ୍ୟ । 

BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.2

(iv) ଦତ୍ତ ସଂଖ୍ୟାଗୁଡ଼ିକ ମଧ୍ୟରୁ 990 ର ଏକକ ସ୍ଥାନରେ 0, 400 ର ଏକକ ସ୍ଥାନରେ 0, 639210 ର ଏକକ ସ୍ଥାନରେ 0 ଓ 900000 ର ଏକକ ସ୍ଥାନରେ 0 ଥ‌ିବାରୁ ସଂଖ୍ୟାଗୁଡ଼ିକ 5 ଦ୍ବାରା ବିଭାଜ୍ୟ ।

(v) ପୂର୍ବ ପରୀକ୍ଷାରୁ ଆମେ ଜାଣିଛୁ ଯେ ଦତ୍ତ ସଂଖ୍ୟା ମଧ୍ୟରୁ 990, 6666, 639210, 429714, 2856 & 900000 ସଂଖ୍ୟାଗୁଡ଼ିକ 2 ଓ 3 ଦ୍ବାରା ବିଭାଜ୍ୟ । ତେଣୁ ଏହି ସଂଖ୍ୟାଗୁଡ଼ିକ 6 ଦ୍ୱାରା ବିଭାଜ୍ୟ ।

(vi) ଯେଉଁ ସଂଖ୍ୟାର ଶତକ, ଦଶକ ଓ ଏକକ ସ୍ଥାନୀୟ ଅଙ୍କଦ୍ବାରା ଗଠିତ ସଂଖ୍ୟାଟି ୫ ଦ୍ବାରା ବିଭାଜ୍ୟ ସେହି ସଂଖ୍ୟାଟି 8 ଦ୍ବାରା ବିଭାଜ୍ୟ ।
990 ସଂଖ୍ୟାରେ 990 ÷ 8 = ବିଭାଜ୍ୟ ନୁହେଁ ତେଣୁ 990 ସଂଖ୍ୟାଟି 8 ଦ୍ବାରା ବିଭାଜ୍ୟ ନୁହେଁ । 
1586 ସଂଖ୍ୟାରେ 586 ÷ 8 = ବିଭାଜ୍ୟ ନୁହେଁ ତେଣୁ 1586 ସଂଖ୍ୟାଟି 8 ଦ୍ବାରା ବିଭାଜ୍ୟ ନୁହେଁ । 
400 ସଂଖ୍ୟାରେ 400 ÷ 8 = 50 ତେଣୁ 400 ସଂଖ୍ୟାଟି 8 ଦ୍ଵାରା ବିଭାଜ୍ୟ ।
6666 ସଂଖ୍ୟାରେ 666 ÷ 8 = ବିଭାଜ୍ୟ ନୁହେଁ ତେଣୁ 6666 ସଂଖ୍ୟାଟି 8 ଦ୍ଵାରା ବିଭାଜ୍ୟ ନୁହେଁ ।
639210 ସଂଖ୍ୟାରେ 210 ÷ 8 = ବିଭାଜ୍ୟ ନୁହେଁ ତେଣୁ 639210, 8 ଦ୍ବାରା ବିଭାଜ୍ୟ ନୁହେଁ ।
429714 ସଂଖ୍ୟାରେ 714 ÷ 8 = ବିଭାଜ୍ୟ ନୁହେଁ ତେଣୁ 429714, 8 ଦ୍ଵାରା ବିଭାଜ୍ୟ ନୁହେଁ
2856 ସଂଖ୍ୟାରେ 856 ÷ 8 = 107 ତେଣୁ 2856 ସଂଖ୍ୟାଟି 8 ଦ୍ୱାରା ବିଭାଜ୍ୟ ।
900000 ସଂଖ୍ୟାରେ 000 ÷ 8 = 0 ତେଣୁ 900000 ସଂଖ୍ୟାଟି ୫ ଦ୍ଵାରା ବିଭାଜ୍ୟ ।
999999 ସଂଖ୍ୟାରେ 999 ÷ 8 = ବିଭାଜ୍ୟ ନୁହେଁ ତେଣୁ 999999, 8 ଦ୍ୱାରା ବିଭାଜ୍ୟ ନୁହେଁ ।

(vii) 990 ର ଅଙ୍କମାନଙ୍କର ସମଷ୍ଟି 9 + 9 + 0 = 18 । ଏହା 9 ଦ୍ୱାରା ବିଭାଜ୍ୟ ହେତୁ 990 ସଂଖ୍ୟାଟି 9 ଦ୍ଵାରା ବିଭାଜ୍ୟ ।
1586 ର ଅଙ୍କମାନଙ୍କର ସମଷ୍ଟି 1 + 5 + 8 + 6 = 20 । ଏହା 9 ଦ୍ୱାରା ବିଭାଜ୍ୟ ନୁହେଁ । ତେଣୁ 1586 ସଂଖ୍ୟାଟି 9 ଦ୍ବାରା ବିଭାଜ୍ୟ ନୁହେଁ ।
400 ର ଅଙ୍କମାନଙ୍କର ସମଷ୍ଟି = 4 + 0 + 0 = 4 । ଏହା 9 ଦ୍ବାରା ବିଭାଜ୍ୟ ନୁହେଁ ତେଣୁ 400 ସଂଖ୍ୟାଟି 9 ଦ୍ବାରା ବିଭାଜ୍ୟ ନୁହେଁ ।
6666 ର ଅଙ୍କମାନଙ୍କର ସମଷ୍ଟି = 6 + 6 + 6 + 6 = 24 । ଏହା 9 ଦ୍ୱାରା ବିଭାଜ୍ୟ ନୁହେଁ ତେଣୁ 6666 ସଂଖ୍ୟାଟି 9 ଦ୍ୱାରା ବିଭାଜ୍ୟ ନୁହେଁ ।
639210 ର ଅଙ୍କମାନଙ୍କର ସମଷ୍ଟି = 6 + 3 + 9 + 2 + 1 + 0 = 21 । ଏହା 9 ଦ୍ୱାରା ବିଭାଜ୍ୟ ନୁହେଁ ତେଣୁ 639210 ସଂଖ୍ୟାଟି 9 ଦ୍ୱାରା ବିଭାଜ୍ୟ ନୁହେଁ ।
429714 ର ଅଙ୍କମାନଙ୍କର ସମଷ୍ଟି = 4 + 2 + 9 + 7 + 1 + 4 = 27 | ଏହା 9 ଦ୍ବାରା ବିଭାଜ୍ୟ ହେତୁ 429714 ସଂଖ୍ୟାଟି 9 ଦ୍ବାରା ବିଭାଜ୍ୟ ।
2856 ଅଙ୍କମାନଙ୍କର ସମଷ୍ଟି = 2 + 8 + 5 + 6 = 21 । ଏହା 9 ଦ୍ୱାରା ବିଭାଜ୍ୟ ନୁହେଁ ତେଣୁ 2856 ସଂଖ୍ୟାଟି 9 ଦ୍ବାରା ବିଭାଜ୍ୟ ନୁହେଁ
900000 ର ଅଙ୍କମାନଙ୍କର ସମଷ୍ଟି = 9 + 0 + 0 + 0 + 0 + 0 = 9 । ଏହା 9 ଦ୍ଵାରା ବିଭାଜ୍ୟ ହେତୁ 900000 ସଂଖ୍ୟାଟି 9 ଦ୍ୱାରା ବିଭାଜ୍ୟ ।
999999 ର ଅଙ୍କମାନଙ୍କର ସମଷ୍ଟି = 9 + 9 + 9 + 9 + 9 + 9 = 54 । ଏହା 9 ଦ୍ୱାରା ବିଭାଜ୍ୟ ହେତୁ 999999 ସଂଖ୍ୟାଟି 9 ଦ୍ବାରା ବିଭାଜ୍ୟ ।

(viii) 990 ସଂଖ୍ୟାଟିର ଅଯୁଗ୍ମ ସ୍ଥାନର ଅଙ୍କମାନଙ୍କର ସମଷ୍ଟି = 0 + 9 = 9 ଓ ଯୁଗ୍ମ ସ୍ଥାନର ଅଙ୍କମାନଙ୍କର ସମଷ୍ଟି = 9
9 – 9 = 0; ତେଣୁ 990 ସଂଖ୍ୟାଟି 11 ଦ୍ବାରା ବିଭାଜ୍ୟ ।
1586 ସଂଖ୍ୟାଟିର ଅଯୁଗ୍ମ ସ୍ଥାନର ଅଙ୍କମାନଙ୍କର ସମଷ୍ଟି = 6 + 5 = 11 ଓ ଯୁଗ୍ମ ସ୍ଥାନର ଅଙ୍କମାନଙ୍କର ସମଷ୍ଟି = 8 + 1 = 9
11 – 9 = 2; ତେଣୁ 1586 ସଂଖ୍ୟାଟି 11 ଦ୍ଵାରା ବିଭାଜ୍ୟ ନୁହେଁ ।
400 ସଂଖ୍ୟାଟିର ଅଯୁଗ୍ମ ସ୍ଥାନର ଅଙ୍କମାନଙ୍କର ସମଷ୍ଟି = 0 + 4 = 4 ଓ ଯୁଗ୍ମ ସ୍ଥାନର ଅଙ୍କ = 0 
4 – 0 = 4; ତେଣୁ 400 ସଂଖ୍ୟାଟି 11 ଦ୍ୱାରା ବିଭାଜ୍ୟ ନୁହେଁ
6666 ସଂଖ୍ୟାଟିର ଅଯୁଗ୍ମ ସ୍ଥାନର ଅଙ୍କମାନଙ୍କର ସମଷ୍ଟି = 6 + 6 = 12 ଓ ଯୁଗ୍ମ ସ୍ଥାନର ଅଙ୍କମାନଙ୍କର ସମଷ୍ଟି = 6 + 6 = 12
12 – 12 = 0; ତେଣୁ  6666 ସଂଖ୍ୟାଟି 11 ଦ୍ୱାରା ବିଭାଜ୍ୟ 
639210 ସଂଖ୍ୟାଟିର ଅଯୁଗ୍ମ ସ୍ଥାନର ଅଙ୍କମାନଙ୍କର ସମଷ୍ଟି = 0 + 2 + 3 = 5 ଓ ଯୁଗ୍ମ ସ୍ଥାନର ଅଙ୍କମାନଙ୍କର ସମଷ୍ଟି = 1 + 9 + 6 = 16 
16 – 5=11; ତେଣୁ 639210  ସଂଖ୍ୟାଟି 11 ଦ୍ଵାରା ବିଭାଜ୍ୟ
429714 ସଂଖ୍ୟାଟିର ଅଯୁଗ୍ମ ସ୍ଥାନର ଅଙ୍କମାନଙ୍କର ସମଷ୍ଟି = 4 + 7 + 2 = 13 ଓ ଯୁଗ୍ମ ସ୍ଥାନର ଅଙ୍କମାନଙ୍କର ସମଷ୍ଟି = 1 + 9 + 4 = 14
14 – 13 = 1 ; ତେଣୁ 429714 ସଂଖ୍ୟାଟି 11 ଦ୍ଵାରା ବିଭାଜ୍ୟ ନୁହେଁ । 
2856 ସଂଖ୍ୟାଟିର ଅଯୁଗ୍ମ ସ୍ଥାନର ଅଙ୍କମାନଙ୍କର ସମଷ୍ଟି = 6 + 8 = 14 ଓ ଯୁଗ୍ମ ସ୍ଥାନର ଅଙ୍କମାନଙ୍କର ସମଷ୍ଟି = 5 + 2 = 7
14 – 7 = 7; ତେଣୁ 2856 ସଂଖ୍ୟାଟି 11 ଦ୍ଵାରା ବିଭାଜ୍ୟ ନୁହେଁ ।
900000 ସଂଖ୍ୟାଟିର ଅଯୁଗ୍ମ ସଂଖ୍ୟାମାନଙ୍କର ସମଷ୍ଟି = 0 + 0 + 0 = 0 ଓ ଯୁଗ୍ମ ସଂଖ୍ୟାମାନଙ୍କର ସମଷ୍ଟି = 0 + 0 + 9 = 9
9 – 0 = 9; ତେଣୁ 900000 ସଂଖ୍ୟାଟି 11 ଦ୍ଵାରା ବିଭାଜ୍ୟ ନୁହେଁ 
999999 ସଂଖ୍ୟାଟିର ଅଯୁଗ୍ମ ସଂଖ୍ୟାମାନଙ୍କର ସମଷ୍ଟି = 9 + 9 + 9 = 27 ଓ ଯୁଗ୍ମ ସଂଖ୍ୟାମନଙ୍କର ସମଷ୍ଟି = 9 + 9 + 9 = 27
27 – 27 = 0; ତେଣୁ 999999 ସଂଖ୍ୟାଟି 11 ଦ୍ଵାରା ବିଭାଜ୍ୟ
BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.2 1

BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.1

Odisha State Board BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.1 Textbook Exercise Questions and Answers.

BSE Odisha Class 6 Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.1

Question 1.
ବନ୍ଧନୀ ବ୍ୟବହାର କରି ଲେଖ :

() 5 ଓ 7 ର ଯୋଗଫଳକୁ 12 ଦ୍ଵାରା ହରଣ।
ସମାଧାନ:
(5 + 7 ) ÷ 12

() 12 କୁ 5 ଓ 3 ର ବିୟୋଗଫଳ ଦ୍ଵାରା ହରଣ।
ସମାଧାନ:
12 ÷ (5 + 3)

() 15 ରୁ 12 ର ବିୟୋଗଫଳଠାରୁ 1 ଅଧିକ ସଂଖ୍ୟା ସହ 20 ଗୁଣନ
ସମାଧାନ:
(15 – 12 + 1) × 20

(ଘ) 133 କୁ 4 ଓ 5 ର ଗୁଣଫଳରୁ 1 କମ୍ ହୋଇଥିବା ସଂଖ୍ୟା ଦ୍ଵାରା ହରଣ
ସମାଧାନ:
133 ÷ (4 × 5 – 1)

Question 2.
ଭୁଲ ଥିଲେ ଠିକ୍ କରି ଲେଖ :

() 12 + 4 – 1 କୁ ସରଳ କରିବା ବେଳେ ପ୍ରଥମେ 12 କୁ 4 ଦ୍ଵାରା ହରଣ କରିବାକୁ ହେବ।
ସମାଧାନ:

() (6 – 3) × 2 କୁ ସରଳୀକରଣ କରିବା ବେଳେ ପ୍ରଥମେ 6 – 3 ର ବିୟୋଗଫଳ ନିର୍ଣ୍ଣୟ କରିବା ।
ସମାଧାନ:

(ଗ) 12 – {8 ÷ (3 – 1)} କୁ ସରଳ କଲାବେଳେ ପ୍ରଥମେ 12 ରୁ 8 କୁ ବିୟୋଗ କରାଯିବ ।
ସମାଧାନ:
12 – {8 ÷ (3 – 1)} କୁ ସରଳ କଲାବେଳେ ପ୍ରଥମେ 3 ରୁ 1 କୁ ବିୟୋଗ କରାଯିବ ।

(ଘ) 20 × {6 ÷ (3 – 2)} କୁ ସରଳ କରିବା ବେଳେ ପ୍ରଥମେ 6 + 3 ର କାର୍ଯ୍ୟ କରାଯାଏ ।
ସମାଧାନ:
20 × {6 ÷ (3 – 2)} କୁ ସରଳ କରିବାବେଳେ ପ୍ରଥମେ 3 – 2 ର କାର୍ଯ୍ୟ କରାଯାଏ ।

BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା Ex 2.1

Question 3.
ସରଳ କର :

(କ) ) [9 × {7 – (2 + 3)}]
ସମାଧାନ:
[9 × {7 – (2 + 3)}]
= [9 × {(7 – 5)}]
= 9 × 2
= 18

() 1 – [1 – (1 – (1 – \(\overline{1-1}\))}]
ସମାଧାନ:
1 – [1 – (1 – (1 – \(\overline{1-1}\))}]
= 1 – [1 – {1 – (1 – 0)}]
= 1 – [1 – {1 – 1}]
= 1 – [1 – 0]
= 1 – 1
= 0

() 5 – 15 – 15 – (5 – \(\overline{5-5}\))}]
ସମାଧାନ:
5 – 15 – 15 – (5 – \(\overline{5-5}\))}]
= 5 – [5 – {5 – (5 – 0)}]
= 5 – [5 – {5 – 5}]
= 5 – [5 – 0]
= 5 – 5
= 0

() [(3 × 2- (2 × \(\overline{6-3}\))) ((15 ÷ \(\overline{8-3}\)) + (12 ÷  \(\overline{4-2}\))}]
ସମାଧାନ:
[(3 × 2- (2 × \(\overline{6-3}\))) ((15 ÷ \(\overline{8-3}\)) + (12 ÷  \(\overline{4-2}\))}]
= [{3 × 2 – (2 × 3)} – 15 ÷ 5) + (12 ÷ 2)}]
= [{3 × 2 – 6} – {3 + 6}]
= [{6 – 6} – 9] = [0 – 9]
= -9

BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.5

Odisha State Board BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.5 Textbook Exercise Questions and Answers.

BSE Odisha Class 6 Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.5

Question 1.
ପୁସ୍ତକମେଳାରେ ପାଞ୍ଚଦିନରେ କେତେ ଟଂକାର ବହି ବିକ୍ରି ହୋଇଥିଲା, ତାହା ନିମ୍ନରେ ଦିଆଯାଇଛି ।
ପ୍ରଥମ ଦିନ 47, 22, 780 ଟଙ୍କା
ଦ୍ୱିତୀୟ ଦିନ 41, 01, 524 ଟଙ୍କା
ଦ୍ୱିତୀୟ ଦିନ 72, 24, 218 ଟଙ୍କା
ଚତୁର୍ଥ ଦିନ 76, 55, 320 ଟଙ୍କା
ପଞ୍ଚମ ଦିନ 92, 70, 148 ଟଙ୍କା
BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.5

(କ) କେଉଁ ଦିନ ସବୁଠାରୁ ଅଧିକ ମୂଲ୍ୟର ଓ କେଉଁ ଦିନ ସବୁଠାରୁ କମ୍ ମୂଲ୍ୟର ବହି ବିକ୍ରି ହୋଇଥିଲା? 
ସମାଧାନ:
ପଞ୍ଚମ ଦିନ ସବୁଠାରୁ ଅଧ‌ିକ ମୂଲ୍ୟର ଓ ଦ୍ବିତୀୟ ଦିନ ସବୁଠାରୁ କମ୍ ମୂଲ୍ୟର ବହି ବ୍ରିକି ହୋଇଥିଲା । 

(ଖ) ଚତୁର୍ଥ ଦିନ ତୁଳନାରେ ପଞ୍ଚମଦିନ କେତେ ଟଙ୍କାର ଅଧିକ ବହି ବିକ୍ରି ହୋଇଥୁଲା? 
ସମାଧାନ:
ଚତୁର୍ଥ ଦିନ ବିକ୍ରି ହୋଇଥିଲା = 76,55,320 ଟଙ୍କା, ପଞ୍ଚମ ଦିନ ବିକ୍ରି ହୋଇଥିଲା = 92,70,148 ଟଙ୍କା  
∴ ଚତୁର୍ଥ ଦିନ ତୁଳନାରେ ପଞ୍ଚମ ଦିନ ବ୍ରିକ୍ରି ହୋଇଥିଲା
= 92,70,148 61 ଟଙ୍କା – 76,55,320 ଟଙ୍କା = 16,14,828 ଟଙ୍କା

(ଗ) ପୁସ୍ତକମେଳାରେ ମୋଟ କେତେ ଟଙ୍କା ମୂଲ୍ୟର ବହି ବିକ୍ରି ହୋଇଥିଲା?
ସମାଧାନ:
ପ୍ରଥମ ଦିନ ବିକ୍ରି ହୋଇଥିଲା = 47,22,780 ଟଙ୍କା, ଦ୍ବିତୀୟ ଦିନ ବିକ୍ରି ହୋଇଥିଲା = 41,01,524 ଟଙ୍କା 
ତୃତୀୟ ଦିନ ବିକ୍ରି ହୋଇଥିଲା = 72,24,218 ଟଙ୍କା, ଚତୁର୍ଥ ଦିନ ବିକ୍ରି ହୋଇଥିଲା = 76, 55,320 ଟଙ୍କା
ପଞ୍ଚମ ଦିନ ବିକ୍ରି ହୋଇଥିଲା = 92,70,148 ଟଙ୍କା
ମୋଟ ବିକ୍ରି ହୋଇଥିଲା = 47,22,780 ଟଙ୍କା + 41,01,524 ଟଙ୍କା  + 72,24,218 ଟଙ୍କା  + 76,55,320 ଟଙ୍କା + 92,70,148 ଟଙ୍କା = 3,29,73,990 ଟଙ୍କା

(ଘ) ପ୍ରଥମ ଓ ଶେଷ ଦିନ ମଧ୍ୟରୁ କେଉଁଦିନ କମ୍ ଟଙ୍କାର ବହି ବିକ୍ରି ହୋଇଥିଲା ଓ କେତେ କମ୍ ଟଙ୍କାର ବହି ବିକ୍ରି ହୋଇଥିଲା?
ସମାଧାନ:
ପ୍ରଥମ ଦିନ ବିକ୍ରି ହୋଇଥିଲା = 47,22,780 ଟଙ୍କା, ଶେଷ ଦିନ ବିକ୍ରି ହୋଇଥିଲା = 92,70,148 ଟଙ୍କା
ପ୍ରଥମ ଦିନ ଶେଷଦିନଠାରୁ କମ୍ ବିକ୍ରି ହୋଇଥିଲା = 92,70,148 – 47,22,780 = 45,47,368 ଟଙ୍କା 
∴ ପ୍ରଥମ ଦିନ 45,47,368 ଟଙ୍କାର ବହି ବିକ୍ରି ହୋଇଥିଲା ।

Question 2.
ଗୋଟିଏ ଲୋକସଭା ନିର୍ବାଚନରେ ଜଣେ ବିଜୟୀ ପ୍ରାର୍ଥୀ 5,45,200 ଟି ଭୋଟପାଇ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀଙ୍କୁ 1,78,298 ଭୋଟ୍‌ରେ ହରାଇଥିଲେ। ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ କେତେ ଖଣ୍ଡ ଭୋଟ ପାଇଥିଲେ?
BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.5 1
ସମାଧାନ:
ବିଜୟୀ ପ୍ରାର୍ଥୀ ପାଇଥିବା ଭୋଟ୍ ସଂଖ୍ୟା = 5,45,200
ସେ ନିକଟତମ ପ୍ରତିଦ୍ଵନ୍ଦୀଙ୍କୁ ହରାଇଥିବା ଭୋଟସଂଖ୍ୟା = 1,78,298
ପ୍ରତିଦ୍ଵନ୍ଦୀ ପାଇଥିବା ଭୋଟ ସଂଖ୍ୟା = 5,45,200 – 1,78,298 = 3,66,902 ଟଙ୍କା 

BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.5

Question 3.
ମହେଶକୁ 22721 ରେ 18 ଗୁଣିବାକୁ କୁହାଯାଇଥିଲା । କିନ୍ତୁ ସେ ଭୁଲ୍‌ରେ 22721 ରେ 81 ଗୁଣିଦେଲା । ସେ ପାଇଥ‌ିବା ଉତ୍ତର, ପ୍ରକୃତ ଉତ୍ତରଠାରୁ କେତେ ଅଧ୍ଵ ବା କମ୍ ହେବ?
ସମାଧାନ:
ପ୍ରକୃତ ଉତ୍ତର  = 22721 × 18 = 408978,
ଭୁଲ୍‌ରେ ପାଇଥ‌ିବା ଉତ୍ତର = 22721 × 81 = 1840401
1840401 – 408978 = 1431423
∴ ମହେଶ ପାଇଥ‌ିବା ଉତ୍ତର, ପ୍ରକୃତ ଉତ୍ତରଠାରୁ 1431423 ଅଧିକ ।

Question 4. 
ଗୋଟିଏ କଣ୍ଟା ତିଆରି କାରଖାନାରେ ଦିନକୁ 62,736 ଟି କଣ୍ଟା ଉତ୍ପାଦନ କରାଯାଏ ।

(କ) ସେହି କାରଖାନାରେ ଗୋଟିଏ ସପ୍ତାହରେ କେତୋଟି କଣ୍ଟା ଉତ୍ପାଦନ କରାହେବ (ପ୍ରତି ସପ୍ତାହରେ କେବଳ ରବିବାର ଦିନ କାରଖାନା ବନ୍ଦ ରହେ)?
ସମାଧାନ:
ଗୋଟିଏ କଣ୍ଟା ତିଆରି କାରଖାନାରେ ଦିନକୁ 62,736 ଟି କଣ୍ଟା ଉତ୍ପାଦନ କରାଯାଏ ।
ରବିବାର ଦିନ ବ୍ୟତୀତ ସପ୍ତାହର ଅନ୍ୟ 6 ଦିନରେ କଣ୍ଟା ତିଆରି ହେବ = 62,736 × 6 = 3,76,416

(ଖ) ଜୁଲାଇ ମାସରେ ସେହି କାରଖାନାରେ କେତୋଟି କଣ୍ଟା ତିଆରି ହେବ ( ଯଦି ସେହି ମାସରେ ଋରୋଟି ରବିବାର ଥାଏ)?
ସମାଧାନ:
ଜୁଲାଇ ମାସର ଦିନ ସଂଖ୍ୟା = 31 ଦିନ
ଜୁଲାଇ ମାସରେ 4 ଟି ରବିବାର ପଡ଼ିଥିଲେ 31 – 4 = 27 ଦିନ କାମ ହୋଇଛି ।
କାରଖାନାରେ ଦିନକୁ 62,736 ଟି କଣ୍ଟା ଉତ୍ପାଦନ କରାଯାଏ ।
27 ଦିନରେ ଉତ୍ପାଦନ କରାଯିବ = 62,736 × 27 = 16,93,872 ଟି କଣ୍ଟା
ଜୁଲାଇ ମାସରେ 16,93,872 ଟି କଣ୍ଟା ତିଆରି ହେବ ।

(ଗ) 24ଟି କଣ୍ଟାକୁ ଗୋଟିଏ ପ୍ୟାକେଟ୍‌ରେ ଭର୍ତ୍ତି କରାଯାଇ ବିକ୍ରି ପାଇଁ ବାହାରକୁ ପଠାଯାଉଥିଲା । ତେବେ ଗୋଟିଏ ସପ୍ତାହରେ ଉତ୍ପାଦନ ହୋଇଥିବା କଣ୍ଟାଗୁଡିକୁ କେତୋଟି ପ୍ୟାକେଟ୍ କରାଯିବ?
ସମାଧାନ:
ଏକ ସପ୍ତାହର କାରଖାନାରେ ତିଆରି ହୋଇଥିବା କଣ୍ଟା ସଂଖ୍ୟା = 3,76,416 
24 ଟି କଣ୍ଟାକୁ ଗୋଟିଏ ପ୍ୟାକେଟ୍‌ରେ ଭର୍ତ୍ତି କରାଯାଏ ।
3,76,416 ଟି କଣ୍ଟା ରହିବ = 3,76,416 ÷ 24 = 15,684 ଟି ପ୍ୟାକେଟ୍‌ରେ
∴ ଗୋଟିଏ ସପ୍ତାହରେ ଉତ୍ପାଦନ ହୋଇଥ‌ିବା କଣ୍ଟାଗୁଡ଼ିକୁ 15,684 ଟି ପ୍ୟାକେଟ୍ କରାଯିବ ।