BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.2

Odisha State Board BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.2 Textbook Exercise Questions and Answers.

BSE Odisha Class 6 Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.2

Question 1. 
ଉପଯୁକ୍ତ ସ୍ଥାନରେ କମା ବ୍ୟବହାର କରି ନିମ୍ନରେ ଦିଆଯାଇଥ‌ିବା ସଂଖ୍ୟାଗୁଡ଼ିକୁ ଲେଖ ଓ ପ୍ରତ୍ୟେକର ସଂଖ୍ୟାନାମ ଲେଖ ।
320418, 7538425, 13247819, 10702000, 53214803
ସମାଧାନ:
320418 – 3,20,418 – ତିନି ଲକ୍ଷ କୋଡ଼ିଏ ହଜାର ଚାରିଶହ ଅଠର
7538425 – 75,38,425 – ପଚସ୍ତରୀ ଲକ୍ଷ ଅଠତିରିଶି ହଜାର ଚାରିଶହ ପଚିଶି
13247819 – 1,32,47,819 – ଏକ କୋଟି ବତିଶି ଲକ୍ଷ ସତଚାଳିଶ ହଜାର ଆଠଶହ ନ‍ଅ
10702000 – 1,07,02,000 – ଏକ କୋଟି ସାତଲକ୍ଷ ଦୁଇ ହଜାର
53214803 – 5,32,14,803 – ପାଞ୍ଚ କୋଟି ବତିଶି ଲକ୍ଷ ଚଉଦ ହଜାର ଆଠଶହ ତିନି

Question 2.
ତୁମେ କେବଳ 3, 4, 0 ଓ 7 ଅଙ୍କଗୁଡ଼ିକୁ ବ୍ୟବହାର କରି ପାଞ୍ଚଟି ଲେଖାଏଁ ଛଅ ଅଙ୍କ ବିଶିଷ୍ଟ ଓ ଆଠ ଅଙ୍କ ବିଶିଷ୍ଟ ସଂଖ୍ୟା ତିଆରି କର ।

(କ) ପ୍ରତ୍ୟେକ ସଂଖ୍ୟାକୁ ସହଜରେ ପଢ଼ିବା ପାଇଁ କମା ବ୍ୟବହାର କର। 
ସମାଧାନ:
(i) 3, 4, 0 ଓ 7 ଅଙ୍କଗୁଡ଼ିକୁ ବ୍ୟବହାର କରି ଗଠିତ ଛଅ ଅଙ୍କବିଶିଷ୍ଟ ସଂଖ୍ୟାଗୁଡ଼ିକ ହେଲା –
4,03,740; 7,44,073; 3,74,073; 3,40,734; 4,37,047
(ii) 3, 4, 0 ଓ 7 ଅଙ୍କଗୁଡ଼ିକୁ ବ୍ୟବହାର କରି ଗଠିତ ଆଠ ଅଙ୍କବିଶିଷ୍ଟ ସଂଖ୍ୟାଗୁଡ଼ିକ ହେଲା –
7,40,37,407; 3,40,47,307; 7,47,34,002; 3,04,74,330; 4,03,74,374

(ଖ) ସଂଖ୍ୟାଗୁଡ଼ିକୁ ବଡ଼ରୁ ସାନ କ୍ରମରେ ସଜାଇ ଲେଖ।
ସମାଧାନ:
(i) 7,44,073 > 4,37,047 > 4,03,740 > 3,74,073 > 3,40,734
(ii) 7,47,34,003 > 7,40,37,407 > 4,03,74,374 >3,40,47,307 > 3,04,74,330

BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.2

Question 3.
କେବଳ 1, 0, 8 ଓ 4 କୁ ବ୍ୟବହାର କରି ଆଠଅଙ୍କ ବିଶିଷ୍ଟ ସବୁଠାରୁ ବଡ଼ ସଂଖ୍ୟା ଓ ଆଠ ଅଙ୍କ ବିଶିଷ୍ଟ ସବୁଠାରୁ ସାନ ସଂଖ୍ୟା ତିଆରି କର (ପ୍ରତ୍ୟେକ ସଂଖ୍ୟାରେ ଋରିଟିଯାକ ଅଙ୍କ ବ୍ୟବହାର ହୋଇଥିବ)। ତୁମେ ତିଆରି କରିଥିବା ସଂଖ୍ୟାଦୁଇଟିକୁ ବିସ୍ତାରିତ ରୂପରେ ଲେଖ।
ସମାଧାନ:
1, 0, 8 ଓ 4 ଅଙ୍କଗୁଡ଼ିକୁ ବ୍ୟବହାର କରି ଗଠିତ ବୃହତ୍ତମ ସଂଖ୍ୟା = 88888410 ଓ କ୍ଷୁଦ୍ରତମ ସଂଖ୍ୟା = 10000048
88888410 ର ବିସ୍ତାରିତ ରୂପ = 8 × 10000000 + 8 × 1000000 + 8 × 100000 + 8 × 10000 + 8 × 1000 + 4 × 100 + 1 × 10 + 0
10000048 ର ବିସ୍ତାରିତ ରୂପ = 1 × 10000000 +0 × 1000000 + 0 × 100000 +0 × 10000 + 0 × 1000 +0 × 100 + 4 × 10 + 8

Question 4.
ବ୍ୟାଙ୍କରେ ଗୋଟିଏ ସପ୍ତାହର କେଉଁ ଦିନ ମୋଟ କେତେ ଟଙ୍କା ଜମା କରାଯାଇଥିଲା, ତାର ବିବରଣୀ ଦିଆଯାଇଛି । ତାହାକୁ ଦେଖୁ ତଳ ପ୍ରଶ୍ନମାନଙ୍କର ଉତ୍ତର ଲେଖ ।

(କ) କେଉଁ ଦିନ କେତେ ଟଙ୍କା ଜମା କରାଯାଇଥିଲା ଅକ୍ଷରରେ ଲେଖ ।
ସୋମବାର  ମଙ୍କଳବାର  ବୁଧବାର  ଗୁରୁବାର  ଶୁକ୍ରବାର  ଶନିବାର
1,23,64,072  86,92,945  89,80,001  1,08,72,666  90,72,709  60,12,010
ସମାଧାନ:
ସୋମବାର – 1, 23, 64,072 – ଏକ କୋଟି ତେଇଶି ଲକ୍ଷ ଚଉଷଠି ହଜାର ବାସ୍ତରୀ
ମଙ୍କଳବାର – 86,92,945 – ଛୟାଅଶୀ ଲକ୍ଷ ବୟାନବେ ହଜାର ନଅଶହ ପଇଁଚାଳିଶି
ବୁଧବାର – 89,80,001 – ଅଣାନବେ ଲକ୍ଷ ଅଶୀହଜାର ଏକ
ଗୁରୁବାର – 1,08,72,666 – ଏକ କୋଟି ଆଠ ଲକ୍ଷ ବାସ୍ତରୀ ହଜାର ଛଅଶହ ଛଅଷଠି
ଶୁକ୍ରବାର – 90,72,709 – ନବେ ଲକ୍ଷ ବାସ୍ତରୀ ହଜାର ସାତଶହ ନଅ
ଶନିବାର – 60, 12, 010ଷାଠିଏ ଲକ୍ଷ ବାର ହଜାର ଦଶ

(ଖ) କେଉଁ ଦିନ ସବୁଠାରୁ ଅଧିକ ଟଙ୍କା ଜମା କରାଯାଇଥିଲା?
ସମାଧାନ:
ସୋମବାର ଦିନ ସବୁଠାରୁ ଅଧିକ ଟଙ୍କା ଜମା କରାଯାଇଥିଲା । 

(ଗ) କେଉଁ ଦିନ ସବୁଠାରୁ କମ୍ ପରିମାଣ ଟଙ୍କା ଜମା କରାଯାଇଥିଲା? 
ସମାଧାନ:
ଶନିବାର ଦିନ ସବୁଠାରୁ କମ୍ ପରିମାଣ ଟଙ୍କା ଜମା କରାଯାଇଥିଲା ।

(ଘ) କେଉଁ କେଉଁ ଦିନ 90 ଲକ୍ଷ ଟଙ୍କାରୁ ଅଧ୍ଵ ପରିମାଣ ଟଙ୍କା ଜମା କରାଯାଇଥିଲା?
ସମାଧାନ:
ସୋମବାର, ଗୁରୁବାର ଓ ଶୁକ୍ରବାର ଦିନ 90 ଲକ୍ଷ ଟଙ୍କାରୁ ଅଧ୍ଵ ପରିମାଣ ଟଙ୍କା ଜମା କରାଯାଇଥିଲା ।

BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.2

Question 5. 
(କ) ଗୋଟିଏ ସଂଖ୍ୟାର ଲକ୍ଷ ସ୍ଥାନରେ 4, ଅୟୁତ ସ୍ଥାନରେ 7, ହଜାର ସ୍ଥାନରେ 2, ଶତକ ସ୍ଥାନରେ 0, ଦଶକ ସ୍ଥାନରେ 8 ଓ ଏକକ ସ୍ଥାନରେ 5 ଅଛି । ସେହି ସଂଖ୍ୟାଟିକୁ ଲେଖ ।
ସମାଧାନ:
ଲକ୍ଷ ସ୍ଥାନରେ = 4, ଅୟୁତ ସ୍ଥାନରେ = 7, ହଜାର ସ୍ଥାନରେ = 2, ଶତକ ସ୍ଥାନରେ = 0, ଦଶକ ସ୍ଥାନରେ = 8 ଓ ଏକକ ସ୍ଥାନରେ = 5 ଅଛି ।
∴ ସଂଖ୍ୟାଟି = 4,72,085

(ଖ) ସବିତା ଗୋଟିଏ କାଗଜରେ ସଂଖ୍ୟାଟିଏ ଲେଖୁଲା । ସେହି ସଂଖ୍ୟାର ଏକକ ସ୍ଥାନରେ 5, ହଜାର ସ୍ଥାନରେ 2, ଶତିକ ସ୍ଥାନରେ 2, ଲକ୍ଷ ସ୍ଥାନରେ 5, ଅୟୁତ ସ୍ଥାନରେ 3, କୋଟି ସ୍ଥାନରେ 1, ନିୟୁତ ସ୍ଥାନରେ 7 ଓ ଦଶକ ସ୍ଥାନରେ 4 ଥିଲା । ସବିତା କେଉଁ ସଂଖ୍ୟା ଲେଖିଥିଲା?
ସମାଧାନ:
ସବିତା ଲେଖୁଥ‌ିବା ସଂଖ୍ୟାଟିର କୋଟି ସ୍ଥାନରେ = 1, ନିୟୁତ ସ୍ଥାନରେ = 7, ଲକ୍ଷ ସ୍ଥାନରେ = 5, ଅୟୁତ ସ୍ଥାନରେ = 3, ହଜାର ସ୍ଥାନରେ = 2, ଶତକ ସ୍ଥାନରେ = 2 ଦଶକ ସ୍ଥାନରେ = 4 ଓ ଏକକ ସ୍ଥାନରେ = 5 
ସଂଖ୍ୟାଟି = 1,75,32,245 
∴ ସବିତା ଲେଖୁଥ‌ିବା ସଂଖ୍ୟାଟି ହେଲା 1,75,32,245 

(ଗ) ଯୋଶେଫ ଗୋଟିଏ ଆଠ ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖୁଥିଲା। ଏହାର ହଜାର ସ୍ଥାନରେ 3, କୋଟି ସ୍ଥାନରେ 7, ଦଶ ଓ ଏକ ପ୍ରତ୍ୟେକ ସ୍ଥାନରେ 4 ଓ ଅନ୍ୟ ସ୍ଥାନ ଗୁଡ଼ିକରେ 0 ଲେଖୁଥିଲା। ସେ କେଉଁ ସଂଖ୍ୟା ଲେଖୁଥୁଲା? ସେହି ସଂଖ୍ୟାକୁ ଓ ଲଟାଇ ଲେଖିଲେ କେଉଁ ସଂଖ୍ୟା ମିଳିବ?
ସମାଧାନ:
ଯୋଶେଫ ଲେଖିବା ସଂଖ୍ୟାଟି = 7,00,03,044 ଓ ଲଟାଇ ଲେଖିଲେ ହେବ

Question 6. 
(କ) 32759084 ରେ 2, 9, 8, 4 ସ୍ଥାନୀୟ ମାନ ଲେଖ ।
ସମାଧାନ:
32759084 ରେ 2 ସ୍ଥାନୀୟ ମାନ = 2000000
9 ର ସ୍ଥାନୀୟ ମାନ = 9000, 8 ର ସ୍ଥାନୀୟ ମାନ = 80 ଓ 4 ର ସ୍ଥାନୀୟ ମାନ = 4

(ଖ) 375248 ରେ ପ୍ରତ୍ୟେକ ଅଙ୍କର ସ୍ଥାନୀୟ ମାନ ଲେଖ । ଏହି ସଂଖ୍ୟାକୁ ଓଲଟାଇ ଲେଖୁ ଯେଉଁ ସଂଖ୍ୟା ପାଇଲ ତାହାର ପ୍ରତ୍ୟେକ ଅଙ୍କର ସ୍ଥାନୀୟ ମାନ କେତେ ହେବ?
ସମାଧାନ:
375248 ରେ 3 ସ୍ଥାନୀୟ ମାନ = 300000,
7 ର ସ୍ଥାନୀୟ ମାନ = 70000, 5 ର ସ୍ଥାନୀୟ ମାନ = 5000,
2 ର ସ୍ଥାନୀୟ ମାନ = 200, 4 ର ସ୍ଥାନୀୟ ମାନ = 40 8 ର ସ୍ଥାନୀୟ ମାନ = 8
375248 କୁ ଓ ଲଟାଇ ଲେଖିଲେ ହେବ 842573
842573 ରେ 8ର ସ୍ଥାନୀୟ ମାନ = 800000,
4 ର ସ୍ଥାନୀୟ ମାନ = 40000, 2 ର ସ୍ଥାନୀୟ ମାନ = 2000,
5 ର ସ୍ଥାନୀୟ ମାନ = 500, 7 ର ସ୍ଥାନୀୟ ମାନ = 70 ଓ 3 ର ସ୍ଥାନୀୟ ମାନ = 3

(ଗ) ତୁମ ମନରୁ ଗୋଟିଏ ଆଠ ଅଙ୍କ ବିଶିଷ୍ଟ ସଂଖ୍ୟା ଲେଖ। ସେହି ସଂଖ୍ୟାର ପ୍ରତ୍ୟେକ ଅଙ୍କର ସ୍ଥାନୀୟ ମାନ ଲେଖ।
ସମାଧାନ:
ଆଠଅଙ୍କ ବିଶିଷ୍ଟ ସଂଖ୍ୟା = 98543210
98543210 ରେ 9 ର ସ୍ଥାନୀୟ ମାନ = 90000000,
8 ର ସ୍ଥାନୀୟ ମାନ = 8000000, 5 ର ସ୍ଥାନୀୟ ମାନ = 500000,
4 ର ସ୍ଥାନୀୟ ମାନ = 40000, 3 ର ସ୍ଥାନୀୟ ମାନ = 3000, 2 ର ସ୍ଥାନୀୟ ମାନ = 200, 1 ର ସ୍ଥାନୀୟ ମାନ = 10 ଓ 0 ର ସ୍ଥାନୀୟ ମାନ = 0

BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.2

(ଘ) ଆଠ ଅଙ୍କ ବିଶିଷ୍ଟ ସବୁଠାରୁ ସାନ ସଂଖ୍ୟା ଓ ବଡ଼ ସଂଖ୍ୟାକୁ ଲେଖ ।
ସମାଧାନ:
ଆଠ ଅଙ୍କବିଶିଷ୍ଟ ସବୁଠାରୁ ବଡ଼ସଂଖ୍ୟା = 99999999 ଓ ସାନ ସଂଖ୍ୟା = 10000000

ସଂଖ୍ୟାରେ ମକା:
11111111 ରେ ଅଙ୍କମାନଙ୍କର ସମଷ୍ଟି 8, 22222222 ରେ ଅଙ୍କମାନଙ୍କର ସମଷ୍ଟି 16, 33333333 ରେ ଅଙ୍କମାନଙ୍କର ସମଷ୍ଟି 24, 44444444 ରେ ଅଙ୍କମାନଙ୍କର ସମଷ୍ଟି 32, 55555555 ରେ ଅଙ୍କମାନଙ୍କର ସମଷ୍ଟି 40, ତଲେଖିବା ସଂଖ୍ୟାସାନଙ୍କର ଅଙ୍କମାନଙ୍କର ସମଷ୍ଟି କେତେହେବ ମିଶାଣ ନ କରି କହ । 66666666, 77777777, 88888888, 99999999 ।
ସମାଧାନ:
66666666 ରେ ଅଙ୍କମାନଙ୍କର ସମଷ୍ଟି 48 । 
77777777 ରେ ଅଙ୍କମାନଙ୍କର ସମଷ୍ଟି 56 ।
88888888 ରେ ଅଙ୍କମାନଙ୍କର ସମଷ୍ଟି 64 ।
99999999 ରେ ଅଙ୍କମାନଙ୍କର ସମଷ୍ଟି 72 ।

BSE Odisha 8th Class Maths Solutions Geometry Chapter 5 ପରିମିତି Ex 5(k)

Odisha State Board BSE Odisha 8th Class Maths Solutions Geometry Chapter 5 ପରିମିତି Ex 5(k) Textbook Exercise Questions and Answers.

BSE Odisha Class 8 Maths Solutions Geometry Chapter 5 ପରିମିତି Ex 5(k)

Question 1.
75 ମି.ମି. ଦୀର୍ଘ ବାହୁବିଶିଷ୍ଟ ଏକ ସମଘନ କେତେ ଘ. ସେ.ମି. ସ୍ଥାନ ଅଧିକାର କରିବ ?
Solution:
ସମଣନାର ବାହୁର ଦେଶ୍ୟ 75 ମି.ମି. |
ଘନଫଳ = (75) = 421875 ଘନ ମିଲିଲିଟର ।
1000 ଘନ ମିଲିମିଟର = 1 ଣନ ସେ.ମି.
421875 ଘନ ମିଲିମିଟର = 421875 ÷ 1000 = 421.875 ଣନ ସେ.ମି.
∴ ସମଘନଟି 421.875 ଘନ.ସେ.ମି. ସ୍ଥାନ ଅଧିକାର କରିବ ।

BSE Odisha 8th Class Maths Solutions Geometry Chapter 5 ପରିମିତି Ex 5(k)

Question 2.
ଗୋଟିଏ ସୁଲଭ ଅତିଟୋରିଥମ୍ବର ମାପ 45 ମି. × 20 ମି. × 16 ମି. | ଯଦି କୌଣସି ଚ୍ଚିତ୍ର 64 କି.ମି. ବାଯୁ ଆଦଶ୍ୟଲ କରୁଥା’ନ୍ତି; ତେବେ ଅତିଟୋରିଥମ୍ବର ସବାଧିକ କେତେକଣ ଛ।ତ୍ରକ ପାଇ ଯଥେଷ୍ଟ ଦ୍ରେଦ |
Solution:
ସୁଲଭ ଅତିଟୋରିଥମ୍ବର ମାପ 45 ମି. × 20 ମି. × 16 ମି. = 14400 କି.ମି. |
1 ଚ୍ଚିତ୍ର ବାଯୁ 64 ବାଯୁ ଆଦଶ୍ୟଲ କରେ |
BSE Odisha 8th Class Maths Solutions Geometry Chapter 5 Img 63
∴ 225 ଜଣ ଛାତ୍ରଙ୍କ ପାଇଁ ଅଡ଼ିଟୋରିୟମ୍ ଯଥେଷ୍ଟ ହେବ ।

Question 3.
ନିମ୍ନ ଚିତ୍ରଗୁଡ଼ିକରେ ପ୍ରଦର୍ଶିତ ଆୟତଘନ ଓ ସମଘନଗୁଡ଼ିକର ମାତ୍ରାଗୁଡ଼ିକୁ ଦିଆଯାଇଛି । ଏହି ତଥ୍ୟଗୁଡ଼ିକୁ ବ୍ୟବହାର କରି ପ୍ରତ୍ୟେକର ଘନଫଳ ସ୍ଥିର କର ।
BSE Odisha 8th Class Maths Solutions Geometry Chapter 5 Img 62
Solution:
ଚିତ୍ର (i) ରେ ଆୟତଘନର ଦୈର୍ଘ୍ୟ l = 9 ସେ.ମି., ପ୍ରସ୍ଥ b = 3 ସେ.ମି., ଉଚ୍ଚତା h = 18 ସେ.ମି.
∴ ଶନଫଲ = l × b × h = 9 × 3 × 18 = 27 × 18 = 486 ଶନ ସେ.ମି.

ଚିତ୍ର (ii) ରେ ସମଘନର ଦୈର୍ଘ୍ୟ l = 1.2 ସେ.ମି.
∴ ଶନଫଲ = (l)2 = (1.2)3 = 1.728 ସେ.ମି.

ଚିତ୍ର (iii) ରେ ଆୟତଘନର ଦୈର୍ଘ୍ୟ l = 8 ସେ.ମି., ଶନ b = 1.25 ମି. = 125 ସେ.ମି.,
ଉଚ୍ଚତା h = 8 ସେ.ମି.,
∴ ଶନଫଲ = l × b × h = 8 × 125 × 8 = 8000 ଶନ ସେ.ମି.

Question 4.
ଯଦି 12 ସେ.ମି. ଦୀର୍ଘ ବାହୁବିଶିଷ୍ଟ ଏକ ଧାତବ ସମଘନକୁ ତରଳାଇ 18 ସେ.ମି. ଦୈର୍ଘ୍ୟ ଏବଂ 15 ସେ.ମି. ପ୍ରସ୍ଥ ବିଶିଷ୍ଟ ଏକ ଆୟତଘନ ପ୍ରସ୍ତୁତ କରାଯାଏ; ତେବେ ଆୟତଘନର ଉଚ୍ଚତା କେତେ ହେବ ?
Solution:
12 ସେ.ମି. ଦୀର୍ଘ ବାହୁ ବିଶିଷ୍ଟ ଏକ ଧାତବ ସମଘନକୁ ତରଳାଇ ଆୟତଘନ ପ୍ରସ୍ତୁତ କରାଗଲା ।
ଏହାର ଥାଯ୍ତନ = (12)3 = 1728 ସେ.ମି. |
ଆୟତନ ଘନର ଦୈର୍ଘ୍ୟ (l) = 18 ସେ.ମି., ପ୍ରସ୍ଥ b = 15 ସେ.ମି., ଧାତବ h ସେ.ମି.
ସ୍ତଶାନୁସାରେ,
ଆୟତଘନର ଆୟତନ = ସମଘନର ଆୟତନ
⇒ lbh = 1728
⇒ 18 × 15 × h = 1728
⇒ h = \(\frac { 1728 }{ 18 × 15 }\) = \(\frac { 1728 }{ 270 }\) = 6.4 ସେ.ମି. |
∴ ଆୟତଘନର ଉଚ୍ଚତା 6.4 ସେ.ମି. |

Question 5.
ଗୋଟିଏ ସମଘନର ଘନଫଳ 8000 ଘ. ସେ.ମି. । ଏହାର ବାହୁର ଦୈର୍ଘ୍ୟ ସ୍ଥିର କର ।
Solution:
ସମଘନର ଘନଫଳ 8000 ଘନ ସେ.ମି. ।
⇒ (l)3 = 8000
⇒ l = \(\sqrt[3]{8000}\) = 20 ସେ.ମି. ।
∴ ବାହୁର ଦୈର୍ଘ୍ୟ 20 ସେ.ମି. ।

BSE Odisha 8th Class Maths Solutions Geometry Chapter 5 ପରିମିତି Ex 5(k)

Question 6.
ଗୋଟିଏ ଆୟତଘନର ଉଚ୍ଚତା ସ୍ଥିର କର ଯେତେବେଳେ ଏହାର ଭୂମିର କ୍ଷେତ୍ରଫଳ 180 ବ. ସେ.ମି. ଏବଂ ଆୟତନ 900 ଘ. ସେ.ମି. ହୋଇଥ‌ିବ ।
Solution:
ଆୟତଘନର ଭୂମିର କ୍ଷେତ୍ରଫଳ 180 ବର୍ଗ ସେ.ମି. ଏବଂ ଆୟତନ 900 ଘନ ସେ.ମି. ।
⇒ ଭୂମିର କ୍ଷେତ୍ରଫଳ × ଉଚ୍ଚତା = 900
⇒ 180 × h = 900
⇒ h = \(\frac { 900 }{ 180 }\) = 5 ସେ.ମି. ।
∴ ଆୟତଘନର ଉଚ୍ଚତା 5 ସେ.ମି. ।

Question 7.
ଗୋଟିଏ ଥାଯ୍ତତଶନ ଆକାରି ବିଶିଷ୍ଟ ଦାଦୁଇ ଭିତରପାଖର ମାପ 60 ସେ.ମି. × 54 ସେ.ମି × 30 ସେ.ମି. । 6 ସେ.ମି. ଦୀର୍ଘ ବାହୁବିଶିଷ୍ଟ କେତୋଟି ସମଘନ ଉକ୍ତ ବାକ୍ସ ମଧ୍ୟରେ ରହିପାରିବ ?
Solution:
BSE Odisha 8th Class Maths Solutions Geometry Chapter 5 Img 64

BSE Odisha 8th Class Maths Solutions Geometry Chapter 5 ପରିମିତି Ex 5(j)

Odisha State Board BSE Odisha 8th Class Maths Solutions Geometry Chapter 5 ପରିମିତି Ex 5(j) Textbook Exercise Questions and Answers.

BSE Odisha Class 8 Maths Solutions Geometry Chapter 5 ପରିମିତି Ex 5(j)

Question 1.
ପାର୍ଶ୍ଵରେ ଗୋଟିଏ ଆୟତଘନର ଚିତ୍ର ପ୍ରଦର୍ଶିତ ହୋଇଛି । ଏହାର ଦୁଇଟି ଭିନ୍ନ ନକ୍ସା (Net) ପ୍ରସ୍ତୁତ କର ।
Solution:
BSE Odisha 8th Class Maths Solutions Geometry Chapter 5 Img 58

Question 2.
ପ୍ରଦର୍ଶିତ ଆୟତଘନ ଓ ସମଘନର ଚିତ୍ରଗୁଡ଼ିକୁ ଦେଖ । ତ୍ତ ଥ‌ିବା ତଥ୍ୟଗୁଡ଼ିକୁ ନେଇ ପ୍ରତ୍ୟେକର ସମଗ୍ରପୃଷ୍ଠତଳର କ୍ଷେତ୍ରଫଳ ସ୍ଥିର କର ।
BSE Odisha 8th Class Maths Solutions Geometry Chapter 5 Img 59
Solution:
ଚିତ୍ର (i) ରେ l = 12 ସେ.ମି., b = 3 ସେ.ମି., h = 25 ସେ.ମି.
ସମଗ୍ରପୃଷ୍ଠତଳର କ୍ଷେତ୍ରଫଳ = 2(lb + bh + hl)
= 2(12 × 3 + 3 × 25 + 12 × 25)
= 2(36 + 75 + 300)
= 2 × 411 = 822 ଦଗ ସେ.ମି.

ଚିତ୍ରରେ (ii) ରେ l = 8 ସେ.ମି.
ସମଗ୍ରପୃଷ୍ଠତଳର କ୍ଷେତ୍ରଫଳ = 6l2 = 6(8)2 = 6 × 64 = 384 ଦଗ ସେ.ମି.
ଚିତ୍ର (iii)ରେ l = 50 ସେ.ମି., b = 15 ସେ.ମି., h = 50 ସେ.ମି.
ସମଗ୍ରପୃଷ୍ଠତଳର କ୍ଷେତ୍ରଫଳ = 2(lb + bh + hl)
= 2(50 × 1.5 + 1.5 × 50 + 50 × 50)
= 2(75 + 75 + 2500) = 2(150 + 2500) = 2 × 2650 = 5300 ଦଗ ସେ.ମି.

ଚିତ୍ର (iv) ରେ l = 1 ସେ.ମି., b = 2.6 ସେ.ମି., h = 20 ସେ.ମି.
ସମଗ୍ରପୃଷ୍ଠତଳର କ୍ଷେତ୍ରଫଳ = 2(lb + bh + hl)
= 2(1.2 × 6 + 2.6 × 20 + 20 × 1)
= 2(2.6 + 52 + 20) = 2 × 74.6 = 149.2 ଦଗ ସେ.ମି.

BSE Odisha 8th Class Maths Solutions Geometry Chapter 5 ପରିମିତି Ex 5(j)

Question 3.
ଗୋଟିଏ ଆୟତଘନର ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା ଯଥାକ୍ରମେ 15 ସେ.ମି., 12 ସେ.ମି. ଓ 10 ସେ.ମି. ହେଲେ, ଏହାର ସମଗ୍ରପୃଷ୍ଠତଳର କ୍ଷେତ୍ରଫଳ ଓ ପାର୍ଶ୍ଵପୃଷ୍ଠତଳର କ୍ଷେତ୍ରଫଳ ସ୍ଥିର କର ।
Solution:
ଆୟତଘନର ଦୈର୍ଘ୍ୟ l = 15 ସେ.ମି. ପ୍ରସ୍ତ b = 12 ସେ.ମି., ଭଲତା h = 10 ସେ.ମି.
ସମଗ୍ରପୃଷ୍ଠତଳର କ୍ଷେତ୍ରଫଳ = 2(lb + bh + hl)
= 2(15 × 12 + 12 × 10 + 10 × 15)
= 2(180 + 120 + 150) = 2 × 450 = 900 ଦଗ ସେ.ମି.
ସମଗ୍ରପୃଷ୍ଠତଳର କ୍ଷେତ୍ରଫଳ = 2(l + b) × h = 2(15 + 12) × 10
= 2 × 27 × 10 = 540 ଦଗ ସେ.ମି.

Question 4.
ଗୋଟିଏ ସମଘନାକୃତି ବାକ୍ସର ଦୈର୍ଘ୍ୟ 2.5 ସେ.ମି. ହେଲେ, ଏହାର ସମଗ୍ରପୃଷ୍ଠତଳର କ୍ଷେତ୍ରଫଳ ଓ ପାର୍ଶ୍ଵପୃଷ୍ଠତଳର କ୍ଷେତ୍ରଫଳ ସ୍ଥିର କର ।
Solution:
ସମଘନାକୃତି ବାକ୍ସର ଦୈର୍ଘ୍ୟ (l) = 2.5 ସେ.ମି
ସମଗ୍ରପୃଷ୍ଠତଳର କ୍ଷେତ୍ରଫଳ = 6l2 = 6(2.5)2 = 6 × 6.25 = 37.5 ଦଗ ସେ.ମି.
ପାଶ୍ୱତ୍ପଶତଲଭ କ୍ଷେତ୍ରଫଳ = 4l2 = 4(2.5)2 = 4 × 6.25 = 25 ଦଗ ସେ.ମି.

Question 5.
ତିନୋଟି ସମଘନକୁ ଯୋଡ଼ି ଗୋଟିଏ ଆୟତଘନରେ ପରିଣତ କରାଗଲା । ସମଘନର ବାହୁର ଦୈର୍ଘ୍ୟ 30 ସେ.ମି. ହେଲେ, ଆୟତଘନର ପାର୍ଶ୍ଵପୃଷ୍ଠତଳଗୁଡ଼ିକର କ୍ଷେତ୍ରଫଳର ସମଷ୍ଟି ସ୍ଥିର କର ।
Solution:
30 ସେ.ମି. ଦୈର୍ଘ୍ୟ ବାହୁବିଶିଷ୍ଟ ସମଘଡ଼କୁ ଯୋଡ଼ି ଆୟତଘନରେ ପରିଣତ କରାଗଲା ।
ଏହି ଆୟତଣନାର ଦୈର୍ଘ୍ୟ = 30 × 3 = 90 ସେ.ମି.ପ୍ରସ୍ତ, = 30 ସେ.ମି. ଭଲତା = 30 ସେ.ମି. |
ସମଗ୍ରପୃଷ୍ଠତଳର କ୍ଷେତ୍ରଫଳ = 2(lb + bh + hl)
= 2(90 × 30 + 30 × 30 + 30 × 90)
= 2(2700 + 900 + 2700) = 2 × 6300 = 12600 ଦଗ ସେ.ମି.

Question 6.
କାର୍ଡ଼ବୋର୍ଡ଼ଦ୍ଵାରା ଗୋଟିଏ ଉପର ଖୋଲା ସମଘନାକୃତି ବାକ୍ସ ତିଆରି କରାଗଲା । ବାକ୍ସର ଦୈର୍ଘ୍ୟ 18 ସେ.ମି. ହେଲେ, ବାକ୍ସର ସମଗ୍ରପୃଷ୍ଠତଳର କ୍ଷେତ୍ରଫଳ କେତେ ହେବ ସ୍ଥିର କର।
Solution:
କାର୍ଡ଼ବୋର୍ଡ଼ଦ୍ୱାରା ଉପର ଖୋଲା ସମଘନାକୃତି ବାକ୍ସ ତିଆରି କରାଗଲା । ବାକ୍ସର ଦୈର୍ଘ୍ୟ (l) = 18 ସେ.ମି.
ସମଗ୍ରପୃଷ୍ଠତଳର କ୍ଷେତ୍ରଫଳ = 5l2 = 5(18)2 = 5 × 324 = 1620 ଦଗ ସେ.ମି. |

Question 7.
ପାର୍ଶ୍ୱସ୍ଥ ଆୟତଘନର ଚିତ୍ରକୁ ଲକ୍ଷ୍ୟ କରି କୁହ—
(i) ପାର୍ଶ୍ଵପୃଷ୍ଠତଳର କ୍ଷେତ୍ରଫଳ + 2 × ଭୂମିର କ୍ଷେତ୍ରଫଳ ହେବା ସମ୍ଭବ କି ?
BSE Odisha 8th Class Maths Solutions Geometry Chapter 5 Img 60
Solution:
ଆୟତଘନର ସମଗ୍ରପୃଷ୍ଠତଳର କ୍ଷେତ୍ରଫଳ = 2(l + b) h = (2lh + 2bh) ବର୍ଗ ଏକକ
ଭୁମିର କ୍ଷେତ୍ରଫଳ = (l × b) ବର୍ଗ ଏକକ
ଆୟତଘନର ସମଗ୍ରପୃଷ୍ଠତଳର କ୍ଷେତ୍ରଫଳ = ପାର୍ଶ୍ଵପୃଷ୍ଠତଳର କ୍ଷେତ୍ରଫଳ + 2 × ଭୂମିର କ୍ଷେତ୍ରଫଳ = 2h + 2bh + 2lb = 2(lb + bh + hl) ବର୍ଗ ଏକକ
ଏଣୁ ଆୟତଘନର ସମଗ୍ରପୃଷ୍ଠତଳର କ୍ଷେତ୍ରଫଳ = ପାର୍ଶ୍ଵପୃଷ୍ଠତଳର କ୍ଷେତ୍ରଫଳ + 2 × ଭୂମିର କ୍ଷେତ୍ରଫଳ ହେବା ସମ୍ଭବ ।

(ii) ଦତ୍ତ ଆୟତଘନାକୃତି ବିଶିଷ୍ଟ ବସ୍ତୁର (ଚିତ୍ରରେ ପ୍ରଦର୍ଶିତ) ଯଦି ଆମେ ଭୂମିର ଦୈର୍ଘ୍ୟକୁ ଉଚ୍ଚତା ଏବଂ ଉଚ୍ଚତାକୁ ଭୂମିର ଦୈର୍ଘ୍ୟ କିଛି ପରିବର୍ତ୍ତନ ହେବ କି ?
BSE Odisha 8th Class Maths Solutions Geometry Chapter 5 Img 61
Solution:
ଦୈର୍ଘ୍ୟ = l, ପ୍ରସ୍ଥ = b, ଉଚ୍ଚତା = h କ୍ଷେତ୍ରଫଳ,
ସମଗ୍ରପୃଷ୍ଠତଳର କ୍ଷେତ୍ରଫଳ = 2(lb + bh + hl) ବର୍ଗ ଏକକ |
ଯଦି ଦୈର୍ଘ୍ୟ = h, ପ୍ରସ୍ଥ = b ଓ ଉଚ୍ଚତା = l ହୁଏ |
ତେବେ ସମଗ୍ରପୃଷ୍ଠତଳର କ୍ଷେତ୍ରଫଳ = 2(hb + bl + lh) = 2(lb + bh + hl) ବର୍ଗ ଏକକ |
ଏଣୁ ସମଗ୍ରପୃଷ୍ଠତଳର କ୍ଷେତ୍ରଫଳରେ କିଛି ପରିବର୍ତ୍ତନ ହେଉ ନାହିଁ ।

BSE Odisha 8th Class Maths Solutions Geometry Chapter 5 ପରିମିତି Ex 5(i)

Odisha State Board BSE Odisha 8th Class Maths Solutions Geometry Chapter 5 ପରିମିତି Ex 5(i) Textbook Exercise Questions and Answers.

BSE Odisha Class 8 Maths Solutions Geometry Chapter 5 ପରିମିତି Ex 5(i)

Question 1.
ଶୂନ୍ୟସ୍ଥାନ ପୂରଣ କର ।
(a) ଗୋଟିଏ ଷଡ଼ଭୁଜାକାର ପିରାମିଡ଼ର ପାର୍ଶ୍ଵ ସଂଖ୍ୟା ……….. |
(b) ଟେଟ୍ରାହେନ୍ଦ୍ରନ୍‌ର ଶୀର୍ଷ ସଂଖ୍ୟା ………… |
(c) ଆଠଗୋଟି ଧାର ବିଶିଷ୍ଟ ଏକ ପିରାମିଡ଼ର ପାର୍ଶ୍ଵ ସଂଖ୍ୟା ………….. |
(d) ଏକ ଚତୁର୍ଭୁଜାକାର ପ୍ରିଜିମୂର ଶୀର୍ଷ ସଂଖ୍ୟା …………. |
(e) ଏକ ପଞ୍ଚଭୁଜାକାର ପ୍ରିଜିମ୍‌ ଧାର ସଂଖ୍ୟା …………… |
(f) ‘n’ ବାହୁବିଶିଷ୍ଟ ବହୁଭୁଜାକୃତି ପ୍ରିଜିମ୍‌ ଶୀର୍ଷ ସଂଖ୍ୟା ……….. ।
(g) ‘n’ ବାହୁବିଶିଷ୍ଟ ବହୁଭୁଜାକୃତି ପିରାମିଡ଼ର ଶୀର୍ଷ ସଂଖ୍ୟା ………….. |
(h) ଏକ ବହୁଫଳକର ଧାର ସଂଖ୍ୟା 12, ପାର୍ଶ୍ଵ ସଂଖ୍ୟା 6 ହେଲେ, ଶୀର୍ଷ ସଂଖ୍ୟା …………. |
(i) ଏକ ବହୁଫଳକର ଧାର ସଂଖ୍ୟା 30 ଏବଂ ଶୀର୍ଷ ସଂଖ୍ୟା 20 ହେଲେ, ପାର୍ଶ୍ଵ ସଂଖ୍ୟା ………….. |
(j) ଗୋଟିଏ ତ୍ରିଭୁଜାକାର ପିରାମିଡ଼ର ଶୀର୍ଷ ସଂଖ୍ୟା ……….. ପାର୍ଶ୍ବ ସଂଖ୍ଯା ………. ଧାର ସଂଖ୍ୟା …………. |
Solution:
(a) 7
(b) 4
(c) 9
(d) 8
(e) 10
(f) n+1
(g) 2n
(h) 8
(i) 12
(j) 4, 4, 6

BSE Odisha 8th Class Maths Solutions Geometry Chapter 5 ପରିମିତି Ex 5(i)

Question 2.
ଗୋଟିଏ ବହୁଫଳକର ଶୀର୍ଷ ସଂଖ୍ୟା ଓ ପାର୍ଶ୍ଵ ସଂଖ୍ୟା ଯଥାକ୍ରମେ 7 ଓ 10 ହେଲେ, ଉକ୍ତ ବହୁଫଳକର ଧାର ସଂଖ୍ୟା କେତେ ?
Solution:
ବହୁଫଳକର ଶୀର୍ଷ ସଂଖ୍ୟା (V) = 7
ପାର୍ଶ୍ଵ ସଂଖ୍ୟା (F) 10
ଧାର ସଂଖ୍ୟା ନିର୍ଣ୍ଣୟ କରିବାକୁ ହେବ ।
ବହୁଫଳକର ଧାର ସଂଖ୍ୟା – V + F – E = 2
⇒ 7 + 10 – E = 2
⇒ 17 – E = 2 ⇒ E = 17 – 2 = 15
∴ ବହୁଫଳକର ଧାର ସଂଖ୍ୟା = 15 |

Question 3.
ଗୋଟିଏ ବହୁଫଳକର ପାର୍ଶ୍ଵ ସଂଖ୍ୟା ଓ ଧାର ସଂଖ୍ୟା ଯଥାକ୍ରମେ 6 ଓ 12 ହେଲେ, ଶୀର୍ଷ ସଂଖ୍ୟା କେତେ ?
Solution:
ବହୁଫଳକର ପାର୍ଶ୍ଵ ସଂଖ୍ୟା (F) = 6, ଧାର ସଂଖ୍ୟା (E) = 12, ଶୀର୍ଷ ସଂଖ୍ୟା ନିର୍ଣ୍ଣୟ କରିବାକୁ ହେବ ।
ଆବଣଶ୍ୟକ ପୁତ୍ରଟି ହେଲା – V + F – E = 2
⇒ V + 6 – 12 = 2 ⇒ V – 6 = 2
⇒ V = 8
∴ ବହୁଫଳକର ଧାର ସଂଖ୍ୟା = 8 ।

Question 4.
ଗୋଟିଏ ବର୍ଗାକୃତି ପ୍ରିଜିମ୍ ଏବଂ ସମଘନ ମଧ୍ୟରେ କେଉଁ ପାର୍ଥକ୍ୟ ପରିଲକ୍ଷିତ ହୁଏ, ଚିତ୍ରଦ୍ଵାରା ଦର୍ଶାଅ |
Solution:
BSE Odisha 8th Class Maths Solutions Geometry Chapter 5 Img 54

Question 5.
ବହୁଫଳକ ଯେ କୌଣସି ଏକ ଉଦାହରଣ ନେଇ ଦର୍ଶାଅ ଯେ, ଶୀର୍ଷ ସଂଖ୍ୟା ଓ ପାର୍ଶ୍ଵ ସଂଖ୍ୟାର ସମଷ୍ଟି, ଧାର ସଂଖ୍ୟାଠାରୁ 2 ଅଧୂକ ।
Solution:
ଗୋଟିଏ ବହୁଫଳକର ନାମ ହେଲା – ଉଦାହରଣ ସମଷ୍ଟି
ଏହାର ଶୀର୍ଷ ସଂଖ୍ୟା (V) = 12
ପାର୍ଶ୍ଵ ସଂଖ୍ୟା (F) = 8
ଧାର ସଂଖ୍ୟା (E) = 18
BSE Odisha 8th Class Maths Solutions Geometry Chapter 5 Img 55
ଶୀର୍ଷ ସଂଖ୍ୟା ଓ ପାର୍ଶ୍ଵ ସଂଖ୍ୟାର ସମଷ୍ଟି = 12 + 8 = 20
ଧାର ସଂଖ୍ୟା = 18
20 – 18 = 2
∴ ଶୀର୍ଷ ସଂଖ୍ୟା ଓ ପାର୍ଶ୍ଵ ସଂଖ୍ୟାର ସମଷ୍ଟି ଧାର ସଂଖ୍ୟା ଠାରୁ 2 ଅଧିକ । (ପ୍ରମାଣିତ)

BSE Odisha 8th Class Maths Solutions Geometry Chapter 5 ପରିମିତି Ex 5(i)

Question 6.
ଇଉଲର୍‌ (Euler) ଙ୍କ ସୂତ୍ର ପ୍ରୟୋଗରେ ନିମ୍ନ ସାରଣୀରେ ଥ‌ିବା ଶୂନ୍ୟସ୍ଥାନଗୁଡ଼ିକୁ ପୂରଣ କର । (ପ୍ରଶ୍ନ ସହ ଉତ୍ତର)
BSE Odisha 8th Class Maths Solutions Geometry Chapter 5 Img 56

Question 7.
ପାର୍ଶ୍ୱସ୍ଥ ଚିତ୍ରରୁ ଶୀର୍ଷ, ଧାର ଏବଂ ପାର୍ଶ୍ଵ ସଂଖ୍ୟା ସ୍ଥିର କରି ଇଉଲର୍‌ (Euler) ଙ୍କ ସୂତ୍ରର ସତ୍ୟତା ପରୀକ୍ଷଣ କର ।
Solution:
BSE Odisha 8th Class Maths Solutions Geometry Chapter 5 Img 57
ଧାର ସଂଖ୍ୟା (E) = 16
ପାର୍ଶ୍ଵ ସଂଖ୍ୟା (F) = 9
ଶୀର୍ଷ ସଂଖ୍ୟା (V) = 9
ଇଉଲର୍‌ ପାର୍ଶ୍ଵ – = V + F – E = 2
ଏଠାରେ = V + F – E = 9 + 9 – 16 = 18 – 16 = 2 (ପ୍ରମାଣିତ)

BSE Odisha 8th Class Maths Solutions Geometry Chapter 5 ପରିମିତି Ex 5(h)

Odisha State Board BSE Odisha 8th Class Maths Solutions Geometry Chapter 5 ପରିମିତି Ex 5(h) Textbook Exercise Questions and Answers.

BSE Odisha Class 8 Maths Solutions Geometry Chapter 5 ପରିମିତି Ex 5(h)

Question 1.
ଗୋଟିଏ ଚତୁରୁକର ଗୋଟିଏ କଣ୍ଡର ଦୈର୍ଘ୍ୟ 78 ସେ.ମି. ଏବଂ ଏହି କଣ୍ଠ ଉପରେ ଏହାର ସମ୍ମୁଖୀନ 23 ସେ.ମି. ଓ 42 ସେ.ମି. ହେଲେ, ଚତୁର୍ଭୁଜଟିର କ୍ଷେତ୍ରଫଳ ନିର୍ଣ୍ଣୟ କର ।
Solution:
ABCD ଚତୁର୍ଭୁଜରେ BD = 78 ସେ.ମି. ଏବଂ AM, CN ଯଥାକ୍ରମେ
A ଓ C ବିନ୍ଦୁରୁ BD ପ୍ରତି ଅଙ୍କିତ ଲମ୍ବ ।
ଦଉ ଅଛି AM = 23 ସେ.ମି., CN = 42 ସେ.ମି.
BSE Odisha 8th Class Maths Solutions Geometry Chapter 5 Img 45
∴ ଚତୁର୍ଭୁଜର କ୍ଷେତ୍ରଫଳ = \(\frac { 1 }{ 2 }\) BD (AM + CN)
= \(\frac { 1 }{ 2 }\) × 78 (23 + 42) = 39 × 65 = 2535 ବଗ ସେ.ମି.

Question 2.
କର୍ଣ୍ଣଦ୍ଵୟ ପରସ୍ପରଛେଦୀ ହୋଇ ନଥିବା ଏକ ଚତୁର୍ଭୁଜର ବହିଃସ୍ଥ କର୍ଷର ଦୈର୍ଘ୍ୟ 43 ସେ.ମି. ଏବଂ ଉକ୍ତ କଣ୍ଠ ଉପରେ ଏହାର ସମ୍ମୁଖୀନ କୌଣିକ ବିନ୍ଦୁଦ୍ଵୟରୁ ଅଙ୍କିତ ଲମ୍ବଦ୍ଵୟର ଦୈର୍ଘ୍ୟ 19 ସେ.ମି. ଓ 9 ସେ.ମି. ହେଲେ, ଚତୁର୍ଭୁଜଟିର କ୍ଷେତ୍ରଫଳ ନିର୍ଣ୍ଣୟ କର ।
Solution:
ABCD ପ୍ରବୃଦ୍ଧକୋଣୀ ଚତୁର୍ଭୁଜର ବହିଃସ୍ଥ କଣ୍ଠର ଦୈର୍ଘ୍ୟ BD = 43 ସେ.ମି.
AM ଓ CN ଯଥାକ୍ରମେ À ଓ C ବିନ୍ଦୁରୁ BD ପ୍ରତି ଅଙ୍କିତ ଲମ୍ବ
BSE Odisha 8th Class Maths Solutions Geometry Chapter 5 Img 46
AM = 19 ସେ.ମି. ଏବଂ CN = 9 ସେ.ମି. |
∴ ଚତୁର୍ଭୁଜର କ୍ଷେତ୍ରଫଳ = \(\frac { 1 }{ 2 }\) BD (AM – CN) = \(\frac { 1 }{ 2 }\) × 43 × (19 – 9) = \(\frac { 1 }{ 2 }\) × 43 × 10 = 215 ଦ. ସେ.ମି.

BSE Odisha 8th Class Maths Solutions Geometry Chapter 5 ପରିମିତି Ex 5(h)

Question 3.
ଗୋଟିଏ ଚତୁର୍ଭୁଜର କଣ୍ଠଦ୍ଵୟ ପରସ୍ପରକୁ ସମକୋଣରେ ଛେଦକରନ୍ତି । କର୍ଣ୍ଣଦ୍ୱୟର ଦୈର୍ଘ୍ୟ 40 ଡେସି.ମି. ଓ 45 ଡେସି.ମି. ହେଲେ, ଏହାର କ୍ଷେତ୍ରଫଳ ନିଶ୍ଚୟ କର ।
Solution:
ଚତୁର୍ଭୁଜର କଣ୍ଠଦ୍ଵୟ ପରସ୍ପରକୁ ସମକୋଣରେ ସମଦ୍ୱିଖଣ୍ଡ କରନ୍ତି |
∴ ଚତୁର୍ଭୁଜର କ୍ଷେତ୍ରଫଳ = \(\frac { 1 }{ 2 }\) × କର୍ଣ୍ଣଦ୍ୱୟର ଦୈର୍ଘ୍ୟର ଗୁଣଫଳ = \(\frac { 1 }{ 2 }\) × 40 × 45 = 900 ଦଣ ତେମମିଟର |

Question 4.
ଗୋଟିଏ ଚତୁର୍ଭୁଜର କର୍ଣ୍ଣଦ୍ୱୟର ଦୈର୍ଘ୍ୟର ସମଷ୍ଟି 50 ମିଟର ଓ ସେମାନଙ୍କ ଅନ୍ତର୍ଗତ କୋଣ ସମକୋଣ । ଗୋଟିଏ କର୍ପୂର ଦୈର୍ଘ୍ୟ ଅନ୍ୟ କର୍ପୂର ଦୈର୍ଘ୍ୟର 4 ଗୁଣ ହେଲେ, ଚତୁର୍ଭୁଜର କ୍ଷେତ୍ରଫଳ ନିଶ୍ଚୟ କର ।
Solution:
ମନେକର କର୍ଣ୍ଣଦ୍ୱୟର ଦୈର୍ଘ୍ୟ ଯଥାକ୍ରମେ x ମି. ଏବଂ 4x ମି.
ପ୍ରଶ୍ନନୁସାରେ x + 4x = 50 ମି. ⇒ 5x = 50 ⇒ x = 10 ମି.
∴ କର୍ଣ୍ଣଦ୍ୱୟର ଦୈର୍ଘ୍ୟ x = 10 ମି. ଏବଂ 4x = 40 ମି. |
BSE Odisha 8th Class Maths Solutions Geometry Chapter 5 Img 47
କର୍ଣ୍ଣଦ୍ୱୟର ଅନ୍ତର୍ଗତ କୋଣ ସମକୋଣ ହେତୁ,
ଚତୁର୍ଭୁଜର କ୍ଷେତ୍ରଫଳ = \(\frac { 1 }{ 2 }\) × କର୍ଣ୍ଣଦ୍ୱୟର ଦୈର୍ଘ୍ୟର ଗୁଣଫଳ = \(\frac { 1 }{ 2 }\) × 10 × 40 = 200 ବଗ ମି.

Question 5.
ଗୋଟିଏ ଚତୁର୍ଭୁଜର କର୍ଣ୍ଣଦ୍ୱୟର ଦୈର୍ଘ୍ୟ 16 ସେ.ମି., 30 ସେ.ମି., 50 ସେ.ମି. ଓ 52 ସେ.ମି. ଏବଂ ପ୍ରଥମ ବାହୁଦ୍ୱୟର ଅନ୍ତର୍ଗତ କୋଣଟି ସମକୋଣ । ଚତୁର୍ଭୁଜଟିର କ୍ଷେତ୍ରଫଳ ନିର୍ଣୟ କର ।
Solution:
ABCD ଚତୁର୍ଭୁଜର AB = 30 ସେ.ମି.
BC = 16 ସେ.ମି., CD = 52 ସେ.ମି.
AD =50 ସେ.ମି. ଏବଂ m∠ABC = 90°
∴ AC = \(\sqrt{\mathrm{AB}^2+\mathrm{BC}^2}\) = \(\sqrt{30^2+16^2}\) = \(\sqrt{900+256}\) = \(\sqrt{1156}\) = 34 ସେ.ମି.
△ABC ର କ୍ଷେତ୍ରଫଳ = \(\frac { 1 }{ 2 }\) AB × BC = \(\frac { 1 }{ 2 }\) × 30 × 16 = 15 × 16 = 240 ଦ.ସେ.ମି.
△ADCର ବାହୁତ୍ରୟର ଦୈର୍ଘ୍ୟ 50 ସେ.ମି., 52 ସେ.ମି. ଏବଂ 34 ସେ.ମି. ।
ଆଦିପରିସାପ = (s) = \(\frac { 50+52+34 }{ 2 }\) = \(\frac { 136 }{ 2 }\) = 68 ସେ.ମି.
∴ ADC ର କ୍ଷେତ୍ରଫଳ =
BSE Odisha 8th Class Maths Solutions Geometry Chapter 5 Img 48
∴ ABCD ଚତୁର୍ଭୁଜର କ୍ଷେତ୍ରଫଳ = △ABCର କ୍ଷେତ୍ରଫଳ + △ADCର କ୍ଷେତ୍ରଫଳ
= 240 + 816 = 1056 ଦ.ସେ.ମି.

Question 6.
କୌଣସି ଚତୁର୍ଭୁଜର ଗୋଟିଏ କୋଣ ସମକୋଣ । ସମକୋଣସଂଲଗ୍ନ ବାହୁଦ୍ୱୟର ଦୈର୍ଘ୍ୟ 12 ମି. ଓ 16 ମି. ଏବଂ ଚତୁର୍ଭୁଜର ଅନ୍ୟ ବାହୁର ଦୈର୍ଘ୍ୟ ପ୍ରତ୍ୟେକେ 26 ମି. ହେଲେ, ଚତୁର୍ଭୁଜର କ୍ଷେତ୍ରଫଳ ନିର୍ଣ୍ଣୟ କର ।
ସମାଧାନ : ABCD ଚତୁର୍ଭୁଜର AB = 12 ମି., BC = 16 Я.
AD = CD = 26 ମିଟର ଏବଂ ZABC = 90° ।
∴ AC = \(\sqrt{\mathrm{AB}^2+\mathrm{BC}^2}\) = \(\sqrt{12^2+16^2}\) = \(\sqrt{144+256}\) = \(\sqrt{400}\) = 20 ମି.
∴ △ABC ର ଯେତ୍ରଫଲ = \(\frac { 1 }{ 2 }\) AB . BC = \(\frac { 1 }{ 2 }\) × 12 × 16 = 96 ଦ. ମି.
△ABC ର ସମାନ ଦାଦୁର ଦେଶ୍ୟ = 26 ମି. କ୍ତମି = AC = 20 ନଗର |
∴ ଭଲତା DM = \(\sqrt{\mathrm{AD}^2-\mathrm{AM}^2}\) = \(\sqrt{26^2-10^2}\) = \(\sqrt{676-100}\) = \(\sqrt{576}\) = 24 ମି.
∴ △ADC ର ଯେତ୍ରଫଲ = \(\frac { 1 }{ 2 }\) AC × DM = \(\frac { 1 }{ 2 }\) × 20 × 24 = 240 ଦ. ମି.
∴ ABCD ଚତୁରୁକର ଯେତ୍ରଫଲ = △ABC ର ଯେତ୍ରଫଲ + △ADC ର ଯେତ୍ରଫଲ
= 96 + 240 = 336 ବଗମିଟର

BSE Odisha 8th Class Maths Solutions Geometry Chapter 5 ପରିମିତି Ex 5(h)

Question 7.
ABCD ଚତୁରୁକର AB = 75 ସେ.ମି., BC = 78 ସେ.ମି., CD = 63 ସେ.ମି., DA = 30 ସେ.ମି. ଏବଂ AC = 51 ସେ.ମି. ହେଲେ, ଚତ୍ରରୁଲଗିର ଯେତ୍ରପଲ କିଣ୍ଡସ୍ କର |
Solution:
ABCD ଚତୁରୁକର AB = 75 ସେ.ମି.
BC = 78 ସେ.ମି., CD = 63 ସେ.ମି.,
DA = 30 ସେ.ମି. ଏବଂ AC = 51 ସେ.ମି.
△ABC ର ଆଦିପରିସାମା = s = \(\frac { 75+78+51 }{ 2 }\) = 102 ମି.
∴△ABC ର ଯେତ୍ରଫଲ =
BSE Odisha 8th Class Maths Solutions Geometry Chapter 5 Img 49
△ADC ର ଯେତ୍ରଫଲ =
BSE Odisha 8th Class Maths Solutions Geometry Chapter 5 Img 50
∴ ABCD ଚତୁରୁକର ଯେତ୍ରଫଲ = △ABC ର ଯେତ୍ରଫଲ + △ADC ର ଯେତ୍ରଫଲ
= (1836 + 756) ବଗ ମି. = 2592 ବଗ ମି.

Question 8.
ABCD ଚତୁରୁକର AB = 21 ସେ.ମି., BC = 16 ସେ.ମି., AD = 20 ସେ.ମି. ଓ m∠BAD = m∠CBD = 90° ହେଲେ, ଚତୁରୁକର ଯେତ୍ରଫଲ କିଣ୍ଡସ୍ କର |
Solution:
ABCD ଚତୁରୁକର AD = 20 ସେ.ମି. AB = 21 ସେ.ମି.
BC = 16 ସେ.ମି. ଏବଂ m∠BAD = m∠CBD = 90° |
△DAB ରେ BD = \(\sqrt{\mathrm{AD}^2+\mathrm{AB}^2}\) = \(\sqrt{20^2+21^2}\) = \(\sqrt{400+441}\) = \(\sqrt{841}\) = 29 ସେ.ମି.
BSE Odisha 8th Class Maths Solutions Geometry Chapter 5 Img 51
△DAB ର ଯେତ୍ରଫଲ = \(\frac { 1 }{ 2 }\) × 20 × 21 = 210 ଦ. ସେ.ମି.
△CBD ର ଯେତ୍ରଫଲ = \(\frac { 1 }{ 2 }\) × 16 × 29 = 232 ଦ. ସେ.ମି.
∴ ABCD ଚତୁରୁକର ଯେତ୍ରଫଲ = △DAB ର ଯେତ୍ରଫଲ + △CBD ର ଯେତ୍ରଫଲ
= 210 + 232 = 442 ଦ. ସେ.ମି.

Question 9.
ଟିତ୍ରରେ ABCD ଏକ ଚତୁରୁକ | BC = CD ହେଲେ, BC ଓ CD ର ଦେଶ୍ୟ ଏବଂ ABCD ଚତୁରୁକର ଯେତ୍ରଫଲ କିଣ୍ଡସ୍ କର |
Solution:
ABCD ଚତୁରୁକର AB = 3 ମି., AD = 4 ମି.
m∠BAD = m∠BCD = 90°, BC = CD
ABD ସମକୋଣା △ରେ, BD = \(\sqrt{AB^2+AD^2}\) = \(\sqrt{3^2+4^2}\) = \(\sqrt{9+16}\) = \(\sqrt{25}\) = 5 ମି.
BCD ସମକୋଣା ସମଦ୍ୱିବାହୁ △ରେ କଣ୍ଡ BD ର ଦେଶ୍ୟ = 5 ମି.
∴ BC = CD = \(\frac{\mathrm{BD}}{\sqrt{2}}\) = \(\frac{5}{\sqrt{2}}\) ମି.
∴ ABCD ଚତୁରୁକର ଯେତ୍ରଫଲ = △ABD ର ଯେତ୍ରଫଲ + △BCD ର ଯେତ୍ରଫଲ
BSE Odisha 8th Class Maths Solutions Geometry Chapter 5 Img 52

Question 10.
ଚିତ୍ରରେ ∠BAD ଏକ ସମଲୋଗ | AB = 4 ସେ.ମି., AD = 3 ସେ.ମି., DC = 4 ସେ.ମି. ଏବଂ BC = 6 ସେ.ମି. ହେଲେ, ABCD ଚତୁରୁକର ଯେତ୍ରଫଲ କିଣ୍ଡସ୍ କର |
Solution:
ABD ସମଲୋଗ △ରେ
BD = \(\sqrt{\mathrm{AB}^2+\mathrm{AD}^2}\) = \(\sqrt{4^2+3^2}\) = \(\sqrt{25}\) = 5 ସେ.ମି.
∴ △ABD ର ଯେତ୍ରଫଲ = \(\frac { 1 }{ 2 }\) × AB × AD = \(\frac { 1 }{ 2 }\) × 4 × 3 = 6 ଦ. ସେ.ମି.
△BCD ରେ BC = a = 6 ସେ.ମି. BD = b = 5 ସେ.ମି. ଓ CD = c = 4 ସେ.ମି.
△BCD ର ଅଦିପରିସାମା (s) = \(\frac { a+b+c }{ 2 }\) = \(\frac { 6+5+4 }{ 2 }\) = \(\frac { 15 }{ 2 }\) ସେ.ମି. = 7.5 ସେ.ମି.
△BCD ର ଯେତ୍ରଫଲ =
BSE Odisha 8th Class Maths Solutions Geometry Chapter 5 Img 53
∴ ABCD ଚତୁରୁକର ଯେତ୍ରଫଲ
= △ABD ର ଯେତ୍ରଫଲ + △BCD ର ଯେତ୍ରଫଲ = (6 + 3.75√ 7) ଦ. ସେ.ମି.
= (6 + 3.75 × 2.645) ବଗ ସେ.ମି.
= (6 + 9.918) ବଗ ସେ.ମି.
= 15.918 ବଗ ସେ.ମି. ଦା 15.92 ବଗ ସେ.ମି.

BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.1

Odisha State Board BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.1 Textbook Exercise Questions and Answers.

BSE Odisha Class 6 Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.1

Question 1.
ଆଠଅଙ୍କ ବିଶିଷ୍ଟ ସବୁଠାରୁ ସାନ ସଂଖ୍ୟାରୁ ଆରମ୍ଭକରି ପରବର୍ତୀ ପାଞ୍ଚଟି ସଂଖ୍ୟାକୁ ଉପଯୁକ୍ତ ସ୍ଥାନରେ କମା ବ୍ୟବହାର କରି ଲେଖ ଓ ସେଗୁଡ଼ିକୁ ପଢ଼ ।
ସମାଧାନ:
ଆଠଅଙ୍କ ବିଶିଷ୍ଟ ସବୁଠାରୁ ସାନ ସଂଖ୍ୟା = 1,00,00,000 – ଏକ କୋଟି
ଏହାର ପରବର୍ତୀ ପାଞ୍ଚଟି ସଂଖ୍ୟା ହେଲା 
1,00,00,001 – ଏକ କୋଟି ଏକ,
1,00,00,002 – ଏକ କୋଟି ତୁଇ,
1,00,00,003 – ଏକ କୋଟି ତିନି, 
1,00,00,004 – ଏକ କୋଟି ଚାରି,
1,00,00,005 – ଏକ କୋଟି ପାଞ୍ଚ

Question 2.

1 0 2
5 6 3
7 4 8

ପାର୍ଶ୍ୱସ୍ଥ ଅଙ୍କଗ୍ରୀଡ଼ରୁ ଅଙ୍କ ନେଇ ପାଞ୍ଚଟି ଆଠଅଙ୍କ ବିଶିଷ୍ଟ ସଂଖ୍ୟା ତିଆରି କର । ସେହି ସଂଖ୍ୟାଗୁଡ଼ିକର ସଂଖ୍ୟା ନାମ ଲେଖ ।
ସମାଧାନ:
ଆଠଅଙ୍କ ବିଶିଷ୍ଟ ସଂଖ୍ୟାଗୁଡ଼ିକ ହେଲା –
8,76,54,321 – ଆଠ କୋଟି ଛଅସ୍ତରୀ ଲକ୍ଷ ଚଉବନ ହଜାର ତିନିଶହ ଏକୋଇଶି
7,04,56,328 – ସାତ କୋଟି ଚାରିଲକ୍ଷ ଛପନ ହଜାର ତିନିଶହ ଅଠେଇଶି
1,23,45,670 – ଏକ କୋଟି ତେଇଶି ଲକ୍ଷ ପଇଁଚାଳିଶ ହଜାର ଛଅଶହ ସତୁରୀ
8,12,04,567 – ଆଠ କୋଟି ବାର ଲକ୍ଷ ଚାରି ହଜାର ପାଞ୍ଚଶହ ସତଷଠି
3,42,57,860 – ତିନିକୋଟି ବୟାଳିଶି ଲକ୍ଷ ସତାବନ ହଜାର ଆଠଶହ ଷାଠିଏ

BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.1

Question 3.
ଏପରି ଆଠଅଙ୍କ ବିଶିଷ୍ଟ ସଂଖ୍ୟା ତିଆରି କର, ଯାହାର ପ୍ରତ୍ୟେକ ଅଙ୍କ ସମାନ । ଏହିପରି ଯେତୋଟି ସଂଖ୍ୟା ସମ୍ଭବ, ସେଗୁଡ଼ିକୁ ଲେଖ ।
ସମାଧାନ:
1,11,11,111; 2,22,22,222; 3,33,33,333; 4,44,44,444; 5,55,55,555; 6,66,66,666; 7,77,77,777; 8,88,88,888; 9,99,99,999

Question 4. 
(କ) କେବଳ ଦୁଇଟି ଅଙ୍କ ବ୍ୟବହାର କରି ଏପରି ଗୋଟିଏ ଆଠ ଅଙ୍କବିଶିଷ୍ଟ ସଂଖ୍ୟା ଲେଖ, ଯାହାର ଅଙ୍କଗୁଡ଼ିକୁ ଓଲଟା କ୍ରମରେ ଲେଖୁଲେ ମିଳିଥିବା ସଂଖ୍ୟାଟି ମୂଳ ସଂଖ୍ୟା ସହ ସମାନ ହେବ।
ସମାଧାନ:
ମନେକର ଅଙ୍କ ଦୁଇଟି 2 ଓ 5 । ନିର୍ଣ୍ଣେୟ ସଂଖ୍ୟା = 2,55,55,552
ଏହି ସଂଖ୍ୟାକୁ ଓଲଟାଇ ଲେଖୁଲେ ମଧ୍ୟ ସେହି ସଂଖ୍ୟା ହେବ ।

(ଖ) ତିନୋଟି ଅଙ୍କ ବ୍ୟବହାର କରି ଏପରି ଆଠ ଅଙ୍କବିଶିଷ୍ଟ ସଂଖ୍ୟାଟିଏ ଲେଖ, ଯାହାର ଅଙ୍କମାନଙ୍କର ସମଷ୍ଟି ୫ ହେବ । ଏହିପରି ଆଉ କେତେଗୁଡ଼ିଏ ସଂଖ୍ୟା ଲେଖ ।
ସମାଧାନ:
ମନେକର ଅଙ୍କ ତିନୋଟି 2, 0, 6 । ନିର୍ୟୟ ସଂଖ୍ୟା = 2,00,00,006
ଏହି ସଂଖ୍ୟାର ଅଙ୍କମାନଙ୍କର ସମଷ୍ଟି = 2 + 0 + 0 + 0 + 0 + 0 + 0 + 6 = 8

BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.6

Odisha State Board BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.6 Textbook Exercise Questions and Answers.

BSE Odisha Class 7 Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.6

Question 1.
EF = 7:2 ସେ.ମି., m∠E = 90°, m∠F = 90° କୁ ନେଇ Δ EFG ଅଙ୍କନ ସମ୍ଭବ କି? ତୁମର ଉତ୍ତର ସପକ୍ଷରେ କାରଣ ଲେଖ ।
ସମାଧାନ:
ଏଠାରେ m∠E + m∠F = 90° 90° = 180°
ତେଣୁ ତ୍ରିଭୁଜ ଅଙ୍କନ ସମ୍ଭବ ନୁହେଁ କାରଣ ∠G ର ମାନ ନାହିଁ ।

Question 2.
Δ XYZ ଅଙ୍କନ କର, ଯାହାର m∠X = 60°, m∠Y = 30° ଏବଂ XY = 62 ସେ.ମି. 
ସମାଧାନ:
ଅଙ୍କନ ପ୍ରଣାଳୀ:
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.6
(i) \(\overline{\mathrm{XY}}\) ଅଙ୍କନ କର ଯାହାର ଦୈର୍ଘ୍ୟ 6.2 ସେ.ମି. 
(ii) XY ର X ବିନ୍ଦୁଠାରେ 60° ପରିମିତ କୋଣ ଅଙ୍କନ କର । ଫଳରେ \(\overrightarrow{\mathrm{XM}}\) ମିଳିବ ।
(iii) Y ବିନ୍ଦୁରେ XY ଉପରେ 30° ପରିମିତ କୋଣ ଅଙ୍କନ କର । ଫଳରେ \(\overrightarrow{\mathrm{YN}}\) ମିଳିବ । \(\overrightarrow{\mathrm{XM}}\) ଓ \(\overrightarrow{\mathrm{YN}}\) ଯେଉଁ ବିନ୍ଦୁରେ ଫରସ୍ପରକୁ ଛେଦ କରିବେ, ତା’ର ନାମ Z ହେଉ ।
∴ XYZ ଆବଶ୍ୟକୀୟ ତ୍ରିଭୁଜ ।

BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.6

Question 3.
Δ KLM ଅଙ୍କନ କର, ଯାହାର LM = 5.4 ସେ.ମି., m∠L = 45°, m∠M = 90° 
ସମାଧାନ:
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.6 12 ନମ୍ବର ‘ଅଙ୍କନ ପ୍ରଣାଳୀ’ ଅନୁସରଣ କରି Δ KLM ଅଙ୍କନ କର ।
(କ) ଏହି ତ୍ରିଭୁଜର ଅନ୍ୟ ଦୁଇ ବାହୁର ଦୈର୍ଘ୍ୟ ନିର୍ଣ୍ଣୟ କର । 
ସମାଧାନ:
 MK = 5.4 ସେ.ମି., LK = 7.6 ସେ.ମି.
(ଖ) ଏହାର ∠N ର ପରିମାଣ କେତେ?
ସମାଧାନ:
∠K ର ପରିମାଣ ∠45° ।
(ଗ) ବାହୁ ମାନଙ୍କର ଦୈର୍ଘ୍ୟ ଅନୁଯାୟୀ ଏହା କି ପ୍ରକାରର ତ୍ରିଭୁଜ? 
ସମାଧାନ:
(ଘ) କୋଣମାନଙ୍କର ମାପ ଅନୁଯାୟୀ ଏହା କି ପ୍ରକାରର ତ୍ରିଭୁଜ?
ସମାଧାନ:
ସମକୋଣୀ ତ୍ରିଭୁଜ

ଏବେ ଗୋଟିଏ ଟ୍ରେସିଂ-କାଗଜରେ ΔPQR ଅଙ୍କନ କର, ଯାହାର PR = 5.4 ସେ.ମି. m∠P=45°, m∠R=45°
PQR ତ୍ରିଭୁଜକୁ ଆଣି ΔLMN ଉପରେ ରଖ, ଯେପରି ΔPQR ର P ବିନ୍ଦୁ ଓ Q ବିନ୍ଦୁ ଯଥାକ୍ରମେ ΔLMN ର L ଓ M ବିନ୍ଦୁ ଉପରେ ରହିବ ।
ΔPQR ଓ ΔLMN ମଧ୍ଯରେ କ’ଣ ସମ୍ବନ୍ଧ ଅଛି ? କାରଣ କ’ଣ?
ସମାଧାନ:
ଟ୍ରେନିଂ କାଗଜରେ Δ PQR ଅଙ୍କନ କରିବା PR = 5.4 ସେ.ମି., ∠P = 45°, m∠R = 45° । ଦତ୍ତ ଅଛି ବର୍ତ୍ତମାନ Δ PQR କୁ Δ KLM ଉପରେ ଏପରି ପକାଇବ ଯେପରି M, Q ବିନ୍ଦୁ ସହ ମିଳିବ, K ଓ P ବିନ୍ଦୁ ପରସ୍ପର ମିଳିତ ହେବେ ଏବଂ L ଓ R ବିନ୍ଦୁ ମିଳିତ ହେବ ।
ଅର୍ଥାତ୍ Δ KML ≅ Δ PQR ହେବ, କାରଣ କୋ-ବା-କୋ ସର୍ବସମତା ରହିଛି ।

Question 4.
ABC Δ ଅଙ୍କନ କର, ଯାହାର BC = 5.3 ସେ.ମି., m∠B = 45° ଓ m∠A = 75°  ଏହି ତ୍ରିଭୁଜ ଅଙ୍କନର ସୋପାନଗୁଡ଼ିକୁ ଲେଖ 
ସମାଧାନ:
ଅଙ୍କନ ପ୍ରଣାଳୀ:
m∠C = 180° – (m∠A + m∠B) = 180° – (75° + 45°) = 60° 
(i) BC ଅଙ୍କନ କର ଯାହାର ଦୈର୍ଘ୍ୟ 5.3 ସେ.ମି. ।
(ii) BC ର B ବିନ୍ଦୁଠାରେ 45° ପରିମାଣର କୋଣ ଅଙ୍କନ କରାଯିବା ଫଳରେ \(\overrightarrow{\mathrm{BZ}}\) ମିଳିବ।
(iii) C ବିନ୍ଦୁରେ \(\overline{\mathrm{CB}}\) ଉପରେ 60° ପରିମିତ କୋଣ ଅଙ୍କନ କର । ଫଳରେ \(\overrightarrow{\mathrm{CY}}\) ମିଳିବ। \(\overrightarrow{\mathrm{BZ}}\) ଓ \(\overrightarrow{\mathrm{CY}}\) ଯେଉଁ ବିନ୍ଦୁରେ ପରସ୍ପରକୁ ଛେଦ କରିବେ, ତା’ର ନାମ A ହେଉ ।
∴ Δ ABC ଆବଶ୍ୟକୀୟ ତ୍ରିଭୁଜ ।

CHSE Odisha Class 12 History Chapter 2(b) Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 2(b) ବୈଦିକ ଏବଂ ପରବର୍ତୀ ବୈଦିକ ଯୁଗ Short & Long Answer Questions.

CHSE Odisha 12th Class History Chapter 2(b) Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ରଗ୍‌ବୈଦିକ ସଭ୍ୟତାର ରାଜନୈତିକ, ସାମାଜିକ, ଅର୍ଥନୈତିକ ଓ ଧାର୍ମିକ ଅବସ୍ଥା ସମ୍ପର୍କରେ ଆଲୋଚନା କର ।
କିମ୍ବା, ଋଗ୍‌ବୈଦିକ ସଭ୍ୟତାର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ପ୍ରତିପାଦନ କର ।
Answer:
ପ୍ରାଚୀନ ବୈଦିକ ଆର୍ଯ୍ୟ ସଭ୍ୟତା ହେଉଛି ଋଗ୍‌ଦିକ ବା ଆଦିବୈଦିକ ସଭ୍ୟତା । ଏହି ସମୟରେ ଆର୍ଯ୍ୟମାନେ ‘ସପ୍ତସିନ୍ଧୁ’ ଓ ପରେ ପଞ୍ଜାବ ଅଞ୍ଚଳରେ ବସବାସ କରୁଥିଲେ । ଏହାପରେ ଜନସଂଖ୍ୟା ବୃଦ୍ଧି, ନୂତନ ସ୍ଥାନ ଅନ୍ଵେଷଣ, ରାଜନୈତିକ ହହ ଓ ଅନ୍ୟ କେତେକ କାରଣ ଯୋଗୁଁ ଆର୍ଯ୍ୟ ସଭ୍ୟତା ବିସ୍ତାରିତ ହୋଇଥିଲା । ନିମ୍ନରେ ଆର୍ଯ୍ୟମାନଙ୍କର ସାମାଜିକ, ରାଜନୈତିକ, ଅର୍ଥନୈତିକ ଓ ଧାର୍ମିକ ଅବସ୍ଥା ଉପରେ ଆଲୋଚନା କରାଯାଇଛି ।

  • ରାଜନୈତିକ ଅବସ୍ଥା– ରାଜନୈତିକ ସଂଗଠନ ଦୃଷ୍ଟିରୁ ଋଗ୍‌ବୈଦିକ ଆର୍ଯ୍ୟମାନେ ଏକ ସୁନିୟନ୍ତ୍ରିତ ଜୀବନଯାପନ କରୁଥିଲେ । ସ୍ଥାୟୀ ବସତି ସ୍ଥାପନ, ସଂଘବଦ୍ଧ ଜୀବନଯାପନ ଏବଂ ଉନ୍ନତ ଚିନ୍ତାଶକ୍ତି ପାଇଁ ଆର୍ଯ୍ୟ ସମାଜରେ ସୁଦୃଢ଼ ରାଜନୈତିକ ଅନୁଷ୍ଠାନମାନଙ୍କର ଅଭ୍ୟୁଦୟ ସମ୍ଭବ ହୋଇଥିଲା । ବୈଦିକ ସମାଜ ମୁଖ୍ୟତଃ ଗ୍ରାମ୍ୟ ସମାଜ ଥିଲା । ପ୍ରକୃତିର ରମଣୀୟ ପରିବେଶ ମଧ୍ୟରେ ସୁଶ୍ୟାମଳ ଶସ୍ୟକ୍ଷେତ୍ର ଓ ବିସ୍ତୀର୍ଣ୍ଣ ସବୁଜ ପ୍ରାନ୍ତର ପରିବେଷ୍ଟିତ ଗ୍ରାମମାନଙ୍କରେ ଆର୍ଯ୍ୟମାନେ ବସବାସ କରୁଥିଲେ । ଗ୍ରାମ ଥିଲା ରାଜନୈତିକ ସଂଗଠନର ମୂଳପିଣ୍ଡ । କେତେକ ପରିବାରକୁ ନେଇ ଗ୍ରାମ ଗଠିତ ହୋଇଥିଲା ।, ପରିବାରର ମୁଖ୍ୟଙ୍କୁ ‘କୁଳପ’ ଏବଂ ଗ୍ରାମର ମୁଖ୍ୟଙ୍କୁ ‘ଗ୍ରାମୀଣ’ କୁହାଯାଉଥିଲା । କେତେଗୁଡ଼ିଏ ଗ୍ରାମକୁ ନେଇ ଗୋଟିଏ ‘ବିଶ୍’ ଗଠିତ ହୋଇଥିଲା । ବିଶ୍ର ମୁଖ୍ୟ ଥିଲେ ‘ବିଶ୍ଵପତି’ । କେତେକ ବିଶ୍ଵକୁ ନେଇ ‘ଜନ’ ଗଠିତ ହୋଇଥିଲା । ‘ଗୋପ’ ଥିଲେ ଜନର ମୁଖ୍ୟ । ‘ଜନ’ର ଅର୍ଥ ଜାତି, ଜନର ଶାସନ ମୁଖ୍ୟ ଥିଲେ ‘ରାଜନ୍’ । ଋଗ୍‌ବୈଦିକ ଯୁଗରେ ରାଜତନ୍ତ୍ର ପ୍ରତିଷ୍ଠା ହୋଇଥିଲା । ପ୍ରଜାମାନଙ୍କର ମଙ୍ଗଳ ସାଧନ, ଉନ୍ନତି ତଥା ରାଜ୍ୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ଥିଲା ତାଙ୍କର ପରମ କର୍ତ୍ତବ୍ୟ । ରାଜା ଥିଲେ ନ୍ୟାୟର ମୂର୍ତ୍ତିମନ୍ତ ପ୍ରତୀକ । ରାଜା ପ୍ରଜାମାନଙ୍କଠାରୁ ‘ବଳି’ ନାମକ ଏକପ୍ରକାର କର ଆଦାୟ କରୁଥିଲେ । ଏହା ପ୍ରଜାମାନଙ୍କ ହିତରେ ବ୍ୟବହାର କରାଯାଉଥିଲା । ରାଜନ୍‌ଙ୍କୁ ରାଜକାର୍ଯ୍ୟରେ ସାହାଯ୍ୟ କରିବାକୁ ଏକ ରାଜକର୍ମଚାରୀ ପରିଷଦ ଥିଲା । ସେମାନେ ହେଲେ ପୁରୋହିତ, ସେନାନୀ, ଗ୍ରାମଣୀ, ସଂଗ୍ରହିତା, ସୂତ, ଗୋବିକୃତ, ସ୍ଥପତି ଓ ଉଗ୍ର । ରାଜାଙ୍କ ଅଖଣ୍ଡ କ୍ଷମତାକୁ ନିୟନ୍ତ୍ରିତ କରିବାକୁ ଦୁଇଟି ସଭାଗୃହ ଥୁଲା; ଯଥା- ସଭା ଓ ସମିତି । ପ୍ରଚଳିତ ପ୍ରଥା ଓ ନୀତି ଅନୁସାରେ ଦଣ୍ଡବିଧାନ କରାଯାଉଥିଲା । ଦଣ୍ଡପ୍ରଥା କଠୋର ଥିଲା ।

CHSE Odisha Class 12 History Chapter 2(b) Long Answer Questions in Odia Medium

  • ସାମାଜିକ ଅବସ୍ଥା- ପ୍ରାଚୀନ ବୈଦିକ ଯୁଗର ସାମାଜିକ ଜୀବନ ଋଗ୍‌ଵେଦରେ ସୁନ୍ଦର ଭାବରେ ପ୍ରତିଫଳିତ ହୋଇଅଛି । ସେମାନେ ମୁଖ୍ୟତଃ ଯାଯାବର ଥିବାରୁ ସରଳ ଓ ନିରାଡ଼ମ୍ବର ଜୀବନ ଅତିବାହିତ କରୁଥିଲେ । ପିତୃକେନ୍ଦ୍ରିକ ପରିବାର ଭିଭିରେ ସାମାଜିକ ଜୀବନ ସେମାନଙ୍କର ଗଢ଼ି ଉଠିଥିଲା । ପରସ୍ପର ପ୍ରତି ସ୍ନେହ ଓ ସଦିଚ୍ଛା ଯୋଗୁ ପାରିବାରିକ ଜୀବନ ସୁଖମୟ ଥିଲା । ପରିବାରର ସମ୍ପଭିକୁ ସୁରକ୍ଷିତ କରିବା, ଯଜ୍ଞ ଓ ପୂଜା ଉପାସନା କରିବା, ବିବାହ ବ୍ରତ ସମ୍ପାଦନ କରିବା ଏବଂ ଶାନ୍ତି ଓ ସୌହାର୍ଯ୍ୟ ସ୍ଥାପନ କରିବା ଗୃହପତିଙ୍କର ଦାୟିତ୍ଵ ଥିଲା । ସମାଜରେ ନାରୀର ଭୂମିକା ଥିଲା ସମ୍ମାନଜନକ । ନାରୀମାନଙ୍କୁ ସ୍ଵାଧୀନ ଭାବରେ କାର୍ଯ୍ୟ କରିବାପାଇଁ ଅନୁମତି ମିଳୁଥୁଲା । ଗହମ, ଯବ, ଧାନ, ମଧୁ ଓ ଫଳ ପ୍ରଧାନ ଖାଦ୍ୟ ଥିଲା । ସେମାନେ ମାଛ ଓ ମାଂସ ମଧ୍ୟ ଭକ୍ଷଣ କରୁଥିଲେ । ସୋମରସ ଓ ସୁରା ସେମାନଙ୍କର ଅତି ପ୍ରିୟ ପାନୀୟ ଥିଲା । କାର୍ପାସ୍ ଓ ପଶମରେ ପ୍ରସ୍ତୁତ ସୁନ୍ଦର ସୁନ୍ଦର ପୋଷାକକୁ ବ୍ୟବହାର କରୁଥିଲେ । ସେମାନଙ୍କର ପରିଧେୟକୁ ତିନିଶ୍ରେଣୀରେ ବିଭକ୍ତ କରାଯାଇଥାଏ । ଶରୀରର ଉପରିଭାଗରେ ବସ୍ତ୍ର, ମଧ୍ୟଭାଗରେ ଉତ୍ତରୀୟ ଏବଂ ନିମ୍ନ ଭାଗରେ ଅନ୍ତରୀୟ ବ୍ୟବହୃତ ହେଉଥିଲା । ନାରୀ ଓ ପୁରୁଷ ଉଭୟେ ମୁଣ୍ଡରେ ପଗଡ଼ି ବାନ୍ଧୁଥିଲେ । ଆର୍ଯ୍ୟ ନାରୀମାନେ ଅଳଙ୍କାର ପ୍ରିୟ ଥିଲେ । ସ୍ଵର୍ଣ୍ଣ, ରୌପ୍ୟ ଓ ପୋହଳାରେ ନିର୍ମିତ ଅଳଙ୍କାରଗୁଡ଼ିକୁ ସେମାନେ ପିନ୍ଧୁଥିଲେ । ଆମୋଦପ୍ରମୋଦ ଏବଂ ମନୋରଞ୍ଜନ ପାଇଁ ଆର୍ଯ୍ୟମାନେ ବହୁବିଧ ଉପାୟ ଅବଲମ୍ବନ କରୁଥିଲେ । ନୃତ୍ୟ ଓ ସଙ୍ଗୀତରେ ସେମାନଙ୍କର ବିଶେଷ ଆଦର ଥିଲା । ପଶାଖେଳ, ଶିକାର, ମଲ୍ଲଯୁଦ୍ଧ, ନୌବିହାର ଆଦି ସେମାନଙ୍କର ମୁଖ୍ୟ ଅବଲମ୍ବନ ଥିଲା । ବୈଦିକ ଯୁଗରେ ଗୁରୁକୁଳ ଆଶ୍ରମରେ ଶିକ୍ଷାବ୍ୟବସ୍ଥା ରହିଥିଲା । ଶିକ୍ଷା ମୁଖ୍ୟତଃ ମୌଖିକ ଭିଭିରେ ଦିଆଯାଉଥିଲା ।
  • ଅର୍ଥନୈତିକ ଅବସ୍ଥା– ବୈଦିକ ଆର୍ଯ୍ୟମାନଙ୍କର ଅର୍ଥନୈତିକ ଜୀବନ ସମୃଦ୍ଧ ଥିଲା । କୃଷି ଥିଲା ସେମାନଙ୍କର ପ୍ରଧାନ ଜୀବିକା । ଏହାଛଡ଼ା ସେମାନେ ପଶୁପାଳନ ଏବଂ ବିଭିନ୍ନ ପ୍ରକାର ବାଣିଜ୍ୟ ବ୍ୟବସାୟଦ୍ଵାରା ନିଜ ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିପାରିଥିଲେ । ଧାନ, ଗହମ, ଯବ, ବାର୍ଲି, ମକା ଇତ୍ୟାଦି ସେମାନେ ଚାଷ କରୁଥିଲେ । ସେମାନେ ଘୋଡ଼ା, ମେଣ୍ଢା, ଛେଳି ପ୍ରଭୃତି ପଶୁମାନଙ୍କୁ ପାଳନ କରୁଥିଲେ । ଏହି ଯୁଗରେ କୃଷିଭିଭିକ ସମାଜପାଇଁ କୁଟୀରଶିଳ୍ପୀମାନ ଗଢ଼ି ଉଠିଥିଲା । କୁମ୍ଭକାର, ଚମାର, ବଢ଼େଇ ଓ କମାରମାନେ କୁଟୀରଶିଳ୍ପଦ୍ଵାରା ଜୀବିକା ନିର୍ବାହ କରୁଥିଲେ । ସେମାନଙ୍କୁ ବାଣିଜ୍ୟ ବ୍ୟବସାୟ ମଧ୍ୟ ଜଣାଥିଲା । ମୁଖ୍ୟତଃ ପଣ୍ୟଦ୍ରବ୍ୟ ଆଦାନ ପ୍ରଦାନ ମୂଲ୍ୟ ବିନିମୟରେ ବା ବସ୍ତୁ ବିନିମୟ ପଦ୍ଧତିରେ ହେଉଥିଲା । ବୈଦିକ ଆର୍ଯ୍ୟମାନଙ୍କର ଧର୍ମଧାରଣା ଓ ଆଧ୍ୟାତ୍ମିକ ଜୀବନ ଭାରତୀୟ ସଂସ୍କୃତିର ମୂଳ ଉତ୍ସ ଥିଲା । ସେମାନେ ମୁଖ୍ୟତଃ ପ୍ରକୃତି ଉପାସକ ଥିଲେ । ଋଗ୍‌ବେଦରୁ ଜଣାଯାଏ ଯେ, ଆର୍ଯ୍ୟମାନେ, ପୃଥ‌ିବୀ, ସୂର୍ଯ୍ୟ, ଇନ୍ଦ୍ର, ବରୁଣ, ଅଗ୍ନି, ସୋମ, ମରୁତ ଆଦି ଦେବଦେବୀମାନଙ୍କୁ ପୂଜା କରୁଥିଲେ । ପୃଥ‌ିବୀ ଶସ୍ୟ ଓ ପ୍ରଜନନ ଶକ୍ତିର ଆଧାର ରୂପେ ପୂଜା ପାଉଥିଲେ । ସେ ସମୟରେ ମୂର୍ତ୍ତିପୂଜା ପ୍ରଚଳିତ ନଥୁଲା । ଉପରୋକ୍ତ ସମସ୍ତ ଆଲୋଚନାରୁ ଜଣାଯାଏ ଯେ, ଋଗ୍‌ବେଦୀୟ ଆର୍ଯ୍ୟମାନେ ହିନ୍ଦୁଧର୍ମର ସୁଦୃଢ଼ ମୂଳଭିତ୍ତି ପ୍ରତିଷ୍ଠା କରିଥିଲେ । ଏହାପରେ ଏହା ସନାତନ ଧର୍ମରେ ରୂପାନ୍ତରିତ ହୋଇଥିଲା ।

CHSE Odisha Class 12 History Chapter 2(b) Long Answer Questions in Odia Medium

୧। ବୈଦିକ ଯୁଗର ରାଜନୈତିକ ସଙ୍ଗଠନ ସମ୍ପର୍କରେ ଆଲୋଚନା କର ।
Answer:
ହରପ୍‌ପା ସଭ୍ୟତାର ଅବସାନ ପରେ ଯେଉଁ ନୂତନ ସଭ୍ୟତାର ଉନ୍ମେଷ ଘଟିଥିଲା ତାହାକୁ ବୈଦିକ ସଭ୍ୟତା ବା ଆର୍ଯ୍ୟ ସଭ୍ୟତା କୁହାଯାଏ । ଏହି ସଭ୍ୟତା ଏକ ଗ୍ରାମୀଣ ସଭ୍ୟତା ଥିଲା । ଏହି ସଭ୍ୟତାର ରାଜନୈତିକ ସଙ୍ଗଠନର ଚିତ୍ର ରଗ୍‌ବେଦରୁ ହିଁ ଜଣାପଡ଼ିଥାଏ । ବେଦ ଆର୍ଯ୍ୟମାନଙ୍କର ପ୍ରଧାନ ଧର୍ମଗ୍ରନ୍ଥ ଥିଲା । ରାଜା, ରାଜକର୍ମଚାରୀ, ସଭା ଓ ସମିତି, ବିଚାର ବ୍ୟବସ୍ଥା ଓ ସୈନ୍ୟବାହିନୀ ଥିଲା ବୈଦିକ ଯୁଗର ରାଜନୈତିକ ସଙ୍ଗଠନର ଗୋଟିଏ ଗୋଟିଏ ଅଂଶ ସଦୃଶ ।

  • ଗ୍ରାମ– ପ୍ରାଚୀନ ବୈଦିକ ଯୁଗର ଆର୍ଯ୍ୟମାନଙ୍କ ରାଜନୈତିକ ଜୀବନ ସୁସ୍ଥ ଏବଂ ଶୃଙ୍ଖଳିତ ଥିଲା । ପରିବାର ବା କୁଳ ସେମାନଙ୍କ ରାଜନୈତିକ ସଙ୍ଗଠନର ମୂଳପିଣ୍ଡ ଥିଲା । ପରିବାରର ମୁଖ୍ୟଙ୍କୁ ‘ଗୃହପତି’ ବା ‘କୁଳପତି’ କୁହାଯାଉଥିଲା । କେତେଗୁଡ଼ିଏ ପରିବାରକୁ ନେଇ ଗୋଟିଏ ଗ୍ରାମ ଗଠିତ ହୋଇଥିଲା । ଗ୍ରାମର ମୁଖ୍ୟଙ୍କୁ ଗ୍ରାମଣୀ କୁହାଯାଉଥିଲା । ଅନେକଗୁଡ଼ିଏ ବିଶ୍ଵର ମିଶ୍ରଣରେ ରାଷ୍ଟ୍ର ବା ଜନ ସୃଷ୍ଟି ହୋଇଥିଲା ।
  • ରାଜା– ବୈଦିକ ଯୁଗରେ ମୁଖ୍ୟତଃ ରାଜତନ୍ତ୍ର ଶାସନ ପ୍ରଚଳିତ ଥିଲା । ରାଜା ଥିଲେ ରାଜତନ୍ତ୍ରର ମୁଖ୍ୟ । ରାଜାମାନେ ବଂଶାନୁକ୍ରମିକ ରାଜ୍ୟଶାସନ କରୁଥିଲେ । କେତେକ କ୍ଷେତ୍ରରେ ପ୍ରଜାମାନେ ରାଜାଙ୍କୁ ମନୋନୀତ କରୁଥିଲେ । ରାଜାମାନେ ଉତ୍ତମ ପୋଷାକ ପରିଧାନ କରୁଥିଲେ ଏବଂ ରାଜପ୍ରାସାଦରେ ଅବସ୍ଥାନ କରୁଥିଲେ । ବୀରତ୍ଵ ଓ ଶକ୍ତି ଉପରେ ରାଜାଙ୍କ ମନୋନୟନ ଓ ସ୍ଵୀକୃତି ନିର୍ଭର କରୁଥିଲା । ରାଜା ସିଂହାସନ ଆରୋହଣ କରିବା ସମୟରେ ପୁରୋହିତ ଅଭିଷେକ ଉତ୍ସବର ଆୟୋଜନ କରୁଥିଲେ । ରାଜା ପ୍ରଜାମାନଙ୍କ ଧନଜୀବନ ସୁରକ୍ଷା ପାଇଁ ପ୍ରତିଜ୍ଞାବଦ୍ଧ ଥିଲେ । ରାଜା ରାଜ୍ୟ ଶାସନର ସର୍ବୋଚ୍ଚ କର୍ତ୍ତା ଥିଲେ । ରାଜ୍ୟ ପାଇଁ ତାଙ୍କର ଅନେକ କର୍ତ୍ତବ୍ୟ ରହିଥିଲା । ତାଙ୍କର ପ୍ରଧାନ କର୍ତ୍ତବ୍ୟ ଥିଲା ପ୍ରଜାପାଳନ ଏବଂ ଶତ୍ରୁ ହାତରୁ ରାଜ୍ୟରକ୍ଷା । ରାଜା ପ୍ରଜାମାନଙ୍କୁ ପୁତ୍ରବତ୍ ପାଳନ କରୁଥିଲେ । ସେ ମଧ୍ୟ ଥିଲେ ନ୍ୟାୟର ମୂର୍ତ୍ତିମନ୍ତ ପ୍ରତୀକ । ରାଷ୍ଟ୍ରର ଶାନ୍ତିଶୃଙ୍ଖଳା ରକ୍ଷାକରିବା ଥିଲା ତାଙ୍କର ଅନ୍ୟତମ କର୍ତ୍ତବ୍ୟ ।
  • ରାଜକର୍ମଚାରୀ – ଶାସନ କାର୍ଯ୍ୟରେ ସହଯୋଗ ଓ ପରାମର୍ଶ ପାଇଁ ରାଜା ରାଜକର୍ମଚାରୀମାନଙ୍କୁ ନିଯୁକ୍ତି ଦେଉଥିଲେ । ସମସ୍ତ ରାଜକର୍ମଚାରୀଙ୍କ ମଧ୍ୟରେ ପ୍ରଧାନ ଥିଲେ ପୁରୋହିତ । ସେ ଥିଲେ ରାଜାଙ୍କର ଉପଦେଷ୍ଟା । ତାଙ୍କଦ୍ୱାରା ରାଜାଙ୍କର ଅଭିଷେକ, ଯୁଦ୍ଧ ସମୟରେ ଅନୁକୂଳଜନିତ ମନ୍ତ୍ରପାଠ ଏବଂ ଅନ୍ୟାନ୍ୟ ଧର୍ମକାର୍ଯ୍ୟମାନ ସମ୍ପାଦିତ ହେଉଥିଲା । ସେନାନୀ ଥିଲେ ରାଜାଙ୍କର ସେନାପତି ଏବଂ ଯୁଦ୍ଧକ୍ଷେତ୍ରରେ ସେ ଶତ୍ରୁ ବିରୁଦ୍ଧରେ ସେନାବାହିନୀର ନେତୃତ୍ଵ ନେଉଥିଲେ । ‘ସୂତ’ ନାମକ କର୍ମଚାରୀ ରାଜାଙ୍କର ଦୈନନ୍ଦିନ କାର୍ଯ୍ୟକ୍ରମ ଲିପିବଦ୍ଧ କରି ରଖୁଥିଲେ । ରାଜସ୍ୱ ଆଦାୟ ପାଇଁ ‘ଭାଗଦୁଘ’ ନାମକ କର୍ମଚାରୀ ନିଯୁକ୍ତି ପାଇଥିଲେ । କୋଷାଧ୍ୟକ୍ଷ କାର୍ଯ୍ୟ ପରିଚାଳନା କରୁଥିଲେ ‘ସଂଗ୍ରହୀତା’ ଏବଂ ‘ଗୋବିକୃତ’ ଥିଲେ ମୁଖ୍ୟ ବନ୍ୟାଧ୍ୟାକାରୀ । ଗ୍ରାମର ମୁଖ୍ୟଙ୍କୁ ଗ୍ରାମଣୀ କୁହାଯାଉଥିଲା । ସେ ଏବଂ ବିଶ୍ଵପତି ରାଜାଙ୍କୁ ଯୁଦ୍ଧକ୍ଷେତ୍ରରେ ସହାୟକ ହେଉଥିଲେ । ‘ପତି’ଙ୍କ ଉପରେ ୧୦୦ଟି ଗ୍ରାମର ଶାସନ ଦାୟିତ୍ୱ ନ୍ୟସ୍ତ ଥିଲା । ସ୍ଥପତି ଥିଲେ ସୀମା ଅଞ୍ଚଳର ଶାସନକର୍ତ୍ତା । ‘ଉଗ୍ର’ ଥିଲେ ପୋଲିସ୍ ଅଧିକାରୀ । ସେମାନେ ଶାନ୍ତିଶୃଙ୍ଖଳା ଦାୟିତ୍ଵରେ ଥିଲେ । ଏହି ସମସ୍ତ ରାଜକର୍ମଚାରୀମାନେ ରାଜାଙ୍କୁ ଶାସନ କାର୍ଯ୍ୟରେ ବିଭିନ୍ନ ଉପାୟରେ ସାହାଯ୍ୟ କରୁଥିଲେ ।

CHSE Odisha Class 12 History Chapter 2(b) Long Answer Questions in Odia Medium

  • ସଭା ଓ ସମିତି- ବୈଦିକ ରାଜାମାନେ ଶକ୍ତିଶାଳୀ ହେଲେ ମଧ୍ୟ ସ୍ଵେଚ୍ଛାଚାରୀ କିମ୍ବା ଅତ୍ୟାଚାରୀ ନଥିଲେ । ରାଜାଙ୍କୁ ଶାସନ ସମ୍ବନ୍ଧୀୟ ପରାମର୍ଶ ଦେବାପାଇଁ ‘ସଭା’ ଓ ‘ସମିତି’ ନାମରେ ଦୁଇଗୋଟି ଅନୁଷ୍ଠାନ ରହିଥିଲା । ରାଜ୍ୟର ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ନେଇ ସଭା ଗଠିତ ହୋଇଥିଲା । ସ୍ଥାନୀୟ ନିୟମକାନୁନ୍ ପ୍ରଣୟନ ଏବଂ ପାଳନ ଆଦି କ୍ଷେତ୍ରରେ ଏହା ରାଜାଙ୍କୁ ସୁଚିନ୍ତିତ ପରାମର୍ଶ ଦେଉଥିଲା । ଏହା ମଧ୍ୟ ଦୋଷୀମାନଙ୍କୁ ଦଣ୍ଡ ଦେବାପାଇଁ ନ୍ୟାୟାଳୟ ରୂପେ କାର୍ଯ୍ୟ କରୁଥିଲା । ସମିତି ଥିଲା ସବୁଠାରୁ ଜନପ୍ରିୟ ରାଜନୈତିକ ଅନୁଷ୍ଠାନ । ଏଥୁରେ ଉଭୟ ନାରୀ ଓ ପୁରୁଷ ସଦସ୍ୟ ରୂପେ ରହିପାରୁଥିଲେ । ସମସ୍ତ ଜାତୀୟ ସମସ୍ୟା ସମିତିରେ ମୁକ୍ତ ଭାବରେ ଆଲୋଚିତ ହେଉଥିଲା । ଏହା ରାଜାଙ୍କର ନିର୍ବାଚନ କରୁଥିଲା । ଏଥୁ ସହିତ ଯୁଦ୍ଧ, ରାଜ୍ୟରକ୍ଷା ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ସମିତିର ମତାମତ ଥିଲା ଏକାନ୍ତଭାବେ ଅପରିହାର୍ଯ୍ୟ । ସମିତିର ମୁଖ୍ୟଙ୍କୁ ‘ପତି’ କୁହାଯାଥିଲା । ରାଜାଙ୍କୁ ଦଣ୍ଡଦେବା କ୍ଷମତା ସମିତିର ରହିଥିଲା ।
  • ବିଚାର ବ୍ୟବସ୍ଥା – ବୈଦିକ ଯୁଗରେ ବିଚାର ବ୍ୟବସ୍ଥାର ସୁବନ୍ଦୋବସ୍ତ କରାଯାଉଥିଲା । ପ୍ରଚଳିତ ପ୍ରଥା ଏବଂ ନୀତି ଅନୁସାରେ ନ୍ୟାୟପ୍ରଦାନ କରାଯାଉଥିଲା । ‘ଅଧ୍ଯକ୍ଷ’ ନାମ୍ନୀ ବିଚାରପତିଙ୍କଦ୍ଵାରା ଦୋଷୀର ବିଚାର କରାଯାଇ ଦଣ୍ଡବିଧାନ କରାଯାଉଥିଲା । ‘ଗ୍ରାମବାଦୀ’ ନାମକ ରାଜକର୍ମଚାରୀ ଗ୍ରାମ୍ୟ ବିବାଦର ସମାଧାନ କରୁଥିଲେ । ରାଜା ଥିଲେ ନ୍ୟାୟପ୍ରଦାନ କ୍ଷେତ୍ରରେ ସର୍ବଶେଷ ବିଚାରକ । ସେ ସମୟରେ ଦଣ୍ଡପ୍ରଥା କଠୋର ଥିଲା । ନ୍ୟାୟ ପାଇବା ସମସ୍ତଙ୍କର ଏକ ଅଧିକାରଭାବେ ସ୍ଵୀକୃତ ହୋଇଥିଲା ।
  • ସୈନ୍ୟ ସଙ୍ଗଠନ– ଶାନ୍ତିଶୃଙ୍ଖଳା ଓ ଧନଜୀବନର ସୁରକ୍ଷା ରାଜାଙ୍କର ପ୍ରଧାନ କର୍ତ୍ତବ୍ୟ ଥିବାରୁ ସୈନ୍ୟ ସଙ୍ଗଠନ ଉପରେ ଅଧ‌ିକ ଗୁରୁତ୍ଵ ଦିଆଯାଉଥିଲା । ରାଜା ଏକ ବିଶାଳ ସୈନ୍ୟବାହିନୀ ରଖୁଥିଲେ । ସୈନ୍ୟମାନେ ଶୃଙ୍ଖଳିତ ଥିଲେ । ସେନାପତିଙ୍କ ଆଦେଶକ୍ରମେ ସୈନ୍ୟମାନେ ପରିଚାଳିତ ହେଉଥିଲେ । ସୈନ୍ୟବାହିନୀରେ ପଦାତିକ, ଅଶ୍ଵାରୋହୀ ଏବଂ ରଥାରୋହୀ ସୈନ୍ୟ ରହିଥିଲେ । ଯୁଦ୍ଧ କରିବା ଏକ ଗୌରବର ବିଷୟ ଥ‌ିବାରୁ ସୈନ୍ୟବାହିନୀରେ ଯୋଗ ଦେବାକୁ ଲୋକମାନେ କୁଣ୍ଠିତ ହେଉନଥିଲେ । ସୈନ୍ୟମାନଙ୍କର ଆଶ୍ରୟସ୍ଥଳୀ ରୂପେ ‘ଦୁର୍ଗ’ ବା ‘ପୁର’ ବ୍ୟବହୃତ ହେଉଥିଲା । ପୁରର ଦାୟିତ୍ଵରେ ପୁରପତି ରହିଥିଲେ । ମୋଟାମୋଟିଭାବେ କହିବାକୁ ଗଲେ ବୈଦିକ ଯୁଗର ରାଜନୈତିକ ଅବସ୍ଥା ଥିଲା ସୁଦୃଢ଼ ।

୩ । ବୈଦିକ ଯୁଗର ଅର୍ଥନୈତିକ ଅବସ୍ଥା ସମ୍ବନ୍ଧରେ ଆଲୋଚନା କର ।
Answer:
ବୈଦିକ ଆର୍ଯ୍ୟମାନଙ୍କର ଅର୍ଥନୈତିକ ଜୀବନ ସମୃଦ୍ଧ ଥିଲା । କୃଷି ଥିଲା ସେମାନଙ୍କର ପ୍ରଧାନ ଜୀବିକା । ଏହାଛଡ଼ା ସେମାନେ ପଶୁପାଳନ ଏବଂ ବିଭିନ୍ନପ୍ରକାର ବାଣିଜ୍ୟ ବ୍ୟବସାୟଦ୍ଵାରା ନିଜ ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିପାରିଥିଲେ ।

  • କୃଷି – କୃଷି ଥିଲା ବୈଦିକ ଯୁଗର ଆର୍ଯ୍ୟମାନଙ୍କର ମୁଖ୍ୟ ଜୀବିକା । ଅଧିକ ଅମଳ ପାଇଁ କୃଷିକ୍ଷେତ୍ରଗୁଡ଼ିକରେ ସେମାନେ ଖତ ଓ ସାର ପ୍ରୟୋଗ କରୁଥିଲେ । ଗହମ ଏବଂ ଯଅ ମୁଖ୍ୟତଃ ସେମାନେ ଚାଷ କରୁଥିଲେ । କପା ମଧ୍ୟ ସେ ସମୟରେ ଚାଷ କରାଯାଉଥିଲା । କୃଷି ଉଦ୍ଦେଶ୍ୟରେ ବେଦରେ ବହୁ ସ୍ତୋତ୍ର ରହିଅଛି, ଯାହା ମାଧ୍ୟମରେ ଆର୍ଯ୍ୟମାନେ କୃଷିଦେବତା ଇନ୍ଦ୍ରଙ୍କୁ ଜଳ ପ୍ରଦାନ ନିମିତ୍ତ ପ୍ରାର୍ଥନା କରୁଥିଲେ ।

CHSE Odisha Class 12 History Chapter 2(b) Long Answer Questions in Odia Medium

  • ପଶୁପାଳନ – ପଶୁପାଳନ କରିବାକୁ ଆର୍ଯ୍ୟମାନେ ଖୁବ୍ ଭଲ ପାଉଥିଲେ । ଗୋ-ସମ୍ପଦ ସେମାନଙ୍କ ଜୀବନର ଏକ ମୁଖ୍ୟ ଉପାଦାନ ଥିଲା । ଯେକୌଣସି ପରିବାରର ଅର୍ଥନୈତିକ ସ୍ଵଚ୍ଛଳତା ପାଳିତ ଗାଈ ଓ ବଳଦରୁ ନିର୍ଣ୍ଣୀତ ହେଉଥିଲା । ଶତ ଶତ ସଂଖ୍ୟାରେ ଗାଈ ଓ ବଳଦ ସେମାନେ ପାଳନ କରୁଥିଲେ । ଗାଈ ଜଗୁଆଳିମାନଙ୍କୁ ‘ଗୋପ’ କୁହାଯାଉଥିଲା । ଏତଦ୍‌ବ୍ୟତୀତ ସେମାନେ ଘୋଡ଼ା, ମେଣ୍ଢା ଓ ଛେଳି ପ୍ରଭୃତି ପଶୁମାନଙ୍କୁ ଘରେ ପାଳନ କରୁଥିଲେ । ପଶୁପାଳନରୁ ସେମାନେ କ୍ଷୀର ଓ ମାଂସ ପାଉଥିଲେ ଏବଂ ପଶୁମାନଙ୍କର ମଳରୁ ଖତସାର ପାଉଥିଲେ । ଅନେକ ସମୟରେ ଧେନୁ ବିନିମୟର ମାଧ୍ୟମ ରୂପେ ବ୍ୟବହୃତ ହେଉଥିଲା ।
  • ବାଣିଜ୍ୟ ଏବଂ ବ୍ୟବସାୟ– ଆର୍ଯ୍ୟ ସମାଜରେ ବୈଶ୍ୟ ଜାତିର ସୃଷ୍ଟି ବାଣିଜ୍ୟ ବ୍ୟବସାୟ ନିମନ୍ତେ ଉଦ୍ଦିଷ୍ଟ ଥିଲା । ସେମାନେ ବିଭିନ୍ନ ଦ୍ରବ୍ୟ ଆମଦାନି ଏବଂ ରପ୍ତାନି କରୁଥିଲେ । ସେମାନେ ସାଧାରଣତଃ ବସ୍ତ୍ର ଓ ଜୋତା ରପ୍ତାନି କରୁଥିଲେ । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଦ୍ରବ୍ୟମାନ ସ୍ଥାନାନ୍ତର କରାଯାଉଥିଲା । ଏଥିପାଇଁ ଅଶ୍ଵ, ରଥ, ବଳଦଗାଡ଼ି ଏବଂ ଗଧ ଆଦିର ସାହାଯ୍ୟ ନିଆଯାଉଥିଲା । ଜଳପଥରେ ମଧ୍ୟ ସେମାନେ ବ୍ୟବସାୟ କରୁଥିଲେ ।
  • ଅନ୍ୟାନ୍ୟ ବ୍ୟବସାୟ– କୃଷି ଓ ଗୋପାଳନ ବ୍ୟତୀତ ଆର୍ଯ୍ୟମାନେ ମଧ୍ୟ ଅନ୍ୟାନ୍ୟ ବ୍ୟବସାୟ କରୁଥିଲେ । କାଠକାମ ସମାଜରେ ଅନ୍ୟତମ ପେସାରୂପେ ଆଦୃତ ଥିଲା । ବଢ଼େଇମାନଙ୍କ ବ୍ୟତୀତ କମାର, ସ୍ଵର୍ଣ୍ଣକାର, ତନ୍ତୀ ଏବଂ ଚର୍ମକାର ଆଦି ମଧ୍ୟ ସେମାନଙ୍କର ପେସା ବଜାୟ ରଖୁଥିଲେ ।
  • ବିନିମୟ ବ୍ୟବସ୍ଥା – ଆଦିବୈଦିକ ଯୁଗରେ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ପ୍ରତ୍ୟକ୍ଷ ଦ୍ରବ୍ୟ ବିନିମୟ ବ୍ୟବସ୍ଥା ପ୍ରଚଳିତ ଥିଲା । ବିଭିନ୍ନ ପ୍ରକାର ଦ୍ରବ୍ୟ ଓ ଅନ୍ୟ ଦ୍ରବ୍ୟଗୁଡ଼ିକର ବିନିମୟଦ୍ୱାରା ଲାଭ କରାଯାଉଥିଲା । ଅନେକ ସମୟରେ ଗାଈକୁ ବିନିମୟର ଏକକ ରୂପେ ବ୍ୟବହାର କରାଯାଉଥିଲା । ସେହି ସମୟରେ ‘ନିଷ୍କ’ ନାମକ ଏକ ସ୍ଵର୍ଣ୍ଣମୁଦ୍ରା ପ୍ରଚଳିତ ଥିଲା । ଏହାଦ୍ଵାରା ଦେଶ ଭିତରେ ତଥା ବହିର୍ଦେଶ ସହିତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିବାକୁ ଆର୍ଯ୍ୟମାନେ ସଫଳ ହୋଇଥିଲେ । ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟରୂପେ ପ୍ରତୀୟମାନ ହୁଏ ଯେ, ଆର୍ଯ୍ୟମାନଙ୍କର ଅର୍ଥନୀତି ସ୍ୱଚ୍ଛଳ ଥିଲା । ଏହା ସେମାନଙ୍କୁ ଏକ ସୁଖପ୍ରଦ ଜୀବନଯାପନ ପ୍ରଦାନ କରିବା ଦିଗରେ ସହାୟକ ହୋଇଥିଲା ।

CHSE Odisha Class 12 History Chapter 2(b) Long Answer Questions in Odia Medium

୪ । ବୈଦିକ ଆର୍ଯ୍ୟମାନଙ୍କର ସାମାଜିକ ଜୀବନ ଉପରେ ଆଲୋକପାତ କର ।
Answer:
ବୈଦିକ ସଭ୍ୟତା ଥୁଲା ଅତୀତ ଭାରତର ଏକ ଗୌରବମୟ ସଭ୍ୟତା । ଏହି ସଂସ୍କୃତି ଆର୍ଯ୍ୟ ଓ ଦ୍ରାବିଡ଼ ଜାତିର ଅବଦାନରେ ଗଢ଼ିଉଠିଥିଲା । ସମଗ୍ର ଉତ୍ତର ଭାରତ ଏବଂ ଦକ୍ଷିଣ ଭାରତ ଆର୍ଯ୍ୟ ସଂସ୍କୃତିରେ ଅନୁପ୍ରାଣିତ ହୋଇଥିଲା ଏବଂ ଏକ ସର୍ବଭାରତୀୟ ସଭ୍ୟତା ଗଢ଼ିଉଠିଥିଲା । ପ୍ରାଚୀନ ବୈଦିକ ଯୁଗର ସାମାଜିକ ଜୀବନ ଋଗ୍‌ଵେଦରେ ସୁନ୍ଦରଭାବେ ପ୍ରତିଫଳିତ ହୋଇଅଛି । ସେମାନେ ଛୋଟ ଛୋଟ ଗ୍ରାମରେ ବାସ କରୁଥିବାରୁ ପରସ୍ପର ସହିତ ଘନିଷ୍ଠ ସାମାଜିକ ସମ୍ପର୍କ ରଖୁଥିଲେ ।

  • ପରିବାର– ପିତୃକୈନ୍ଦ୍ରିକ ପରିବାର ଭିଭିରେ ସାମାଜିକ ଜୀବନ ଗଢ଼ିଉଠିଥିଲା । ପରିବାର ଉପରେ ପିତାଙ୍କର ସମ୍ପୂର୍ଣ୍ଣ କର୍ତ୍ତୃତ୍ଵ ଥିଲା । ପିତାଙ୍କୁ କୁଳପ, କୁଳପତି ଅଥବା ଗୃହପତି ନାମରେ ଅଭିହିତ କରାଯାଉଥିଲା । ପରିବାରର ପ୍ରତିପୋଷଣ, ପିଲାମାନଙ୍କୁ ଶିକ୍ଷାଦାନ, ଶାନ୍ତିଶୃଙ୍ଖଳା ରକ୍ଷା, କନ୍ୟାଦାନ, ସମ୍ପତ୍ତି କ୍ରୟ ଏବଂ ବିକ୍ରୟ ତଥା ବିଭିନ୍ନ ସମସ୍ୟାର ସମାଧାନ ଆଦି କର୍ତ୍ତବ୍ୟମାନ ସେ ସମ୍ପାଦନ କରୁଥିଲେ । ଉଦାରତା, ଦୟା ଏବଂ କ୍ଷମା ଆଦି ଗୁଣରେ ସେ ଥିଲେ ବିଭୂଷିତ । ସନ୍ତାନସନ୍ତତିମାନେ ପିତାଙ୍କର ନିର୍ଦ୍ଦେଶରେ ପରିଚାଳିତ ହେଉଥିଲେ । ପରସ୍ପର ପ୍ରତି ସ୍ନେହ ଓ ସଦିଚ୍ଛା ଭିତ୍ତିରେ ପାରିବାରିକ ଜୀବନ ସୁଖମୟ ଥିଲା । ପିତାଙ୍କ ଆଦେଶ ଅମାନ୍ୟ କଲେ ଦଣ୍ଡଦେବା ବ୍ୟବସ୍ଥା ଗୃହପତିଙ୍କଠାରେ ନ୍ୟସ୍ତ ଥିଲା । ଅବାଧ୍ୟ ସନ୍ତାନ ପରିବାରରୁ ବହିଷ୍କୃତ ହେଉଥିଲେ । ପିତାଙ୍କ ଅନ୍ତେ ଜ୍ୟେଷ୍ଠପୁତ୍ର ପରିବାରର ଦାୟିତ୍ଵ ବହନ କରୁଥିଲେ । ଅତିଥ୍‌ ସତ୍କାର ପରିବାରର ଏକ ଧାର୍ମିକ କର୍ତ୍ତବ୍ୟ ଥିଲା । ଯୌଥ ପରିବାର ଥିଲା ବୈଦିକ ସଭ୍ୟତାର ଅନ୍ୟତମ ବୈଶିଷ୍ଟ୍ୟ । ପତ୍ନୀଙ୍କ ସହ ଯୁକ୍ତ ହୋଇ କୁଳପତି ସମସ୍ତ ମାଙ୍ଗଳିକ କାର୍ଯ୍ୟମାନ ସଂପାଦନ କରୁଥିଲେ ।
  • ବାସଗୃହ– ଆର୍ଯ୍ୟମାନଙ୍କର ବାସଗୃହ ସାଧାରଣତଃ କାଠ, ବାଉଁଶ, ମାଟି ଓ ଛପରକୁ ନେଇ ତିଆରି ହୋଇଥିଲା । ପ୍ରତ୍ୟେକ ବାସଗୃହରେ ରୋଷେଇ ଏବଂ ପୂଜାର୍ଚ୍ଚନା ପାଇଁ ଏକ ସ୍ଵତନ୍ତ୍ର ଗୃହ ରହିଥିଲା । ଏତଦ୍‌ବ୍ୟତୀତ ବୈଠକଘର, ନାରୀମାନଙ୍କ ପାଇଁ ପ୍ରସାଧାନ କକ୍ଷ ତଥା ଗୃହପତିଙ୍କପାଇଁ କକ୍ଷମାନ ମଧ୍ୟ ନିର୍ମିତ ହୋଇଥିଲା । ଗୃହପାଳିତ ପଶୁମାନଙ୍କ ପାଇଁ ମଧ୍ୟ ସ୍ଵତନ୍ତ୍ର ଗୃହ ନିର୍ମିତ ହୋଇଥିଲା । ପ୍ରତ୍ୟେକ ଗ୍ରାମରେ ଅନେକଗୁଡ଼ିଏ ପରିବାର ବାସ କରୁଥିଲେ ।
  • ଖାଦ୍ୟପେୟ – ସେମାନଙ୍କର ଖାଦ୍ୟାଭ୍ୟାସ ଥିଲା ସରଳ । ସେମାନଙ୍କର ଖାଦ୍ୟ ମଧ୍ୟରେ ପ୍ରଧାନ ଥିଲା ଗହମ, ଯବ, ଧାନ, ମଧୁ ଓ ଫଳ । ସେମାନେ ମଧ୍ୟ ମାଛ ଓ ମାଂସ ଭକ୍ଷଣ କରୁଥିଲେ । ଦୁଗ୍‌ଧ, ଘୃତ ଏବଂ ଦୁଗ୍‌ଧଜାତ ସମସ୍ତ ପଦାର୍ଥ ସେମାନଙ୍କର ଅତି ପ୍ରିୟ ଖାଦ୍ୟ ଥିଲା । ସୋମ ନାମକ ଏକ ବୃକ୍ଷରୁ ସେମାନେ ମଦ ପ୍ରସ୍ତୁତ କରୁଥିଲେ । ଏହାକୁ ସୋମରସ କୁହାଯାଉଥିଲା । ସେମାନେ ସୁରା ନାମକ ଏକପ୍ରକାର ରସ ବିଭିନ୍ନ ଶସ୍ୟରୁ ପ୍ରସ୍ତୁତ କରୁଥିଲେ । ଏହା ସର୍ବତ୍ର ଏବଂ ସବୁ ସମୟରେ ପାନ କରାଯାଉଥିଲା ।

CHSE Odisha Class 12 History Chapter 2(b) Long Answer Questions in Odia Medium

  • ପୋଷାକ–ପରିଚ୍ଛଦ– କାର୍ପାସ ଓ ପଶମରେ ପ୍ରସ୍ତୁତ ସୁନ୍ଦର ସୁନ୍ଦର ପୋଷାକକୁ ଆର୍ଯ୍ୟମାନେ ବ୍ୟବହାର କରୁଥିଲେ । ସାଧାରଣତଃ ସେମାନଙ୍କର ପରିଧେୟକୁ ତିନିଶ୍ରେଣୀରେ ବିଭକ୍ତ କରାଯାଇଥିଲା । ଶରୀରର ଉପର ଭାଗରେ ବସ୍ତ୍ର, ମଧ୍ୟଭାଗରେ ଉତ୍ତରୀୟ ଏବଂ ନିମ୍ନଭାଗରେ ଅନ୍ତରୀୟ ବ୍ୟବହୃତ ହେଉଥିଲା । ନାରୀ ଓ ପୁରୁଷ ଉଭୟେ ମୁଣ୍ଡରେ ପଗଡ଼ି ବ୍ୟବହାର କରୁଥିଲେ । ରାଜା ଓ ସମ୍ଭ୍ରାନ୍ତ ଶ୍ରେଣୀର ଲୋକେ ନାନା ରଙ୍ଗରେ ପ୍ରସ୍ତୁତ ପୋଷାକ ପରିଧାନ କରୁଥିଲେ । ମୁନିଋଷିମାନେ ମୃଗଚର୍ମ ଓ ବଳ୍‌କଳରେ ପ୍ରସ୍ତୁତ ପରିଧେୟ ପରିଧାନ କରୁଥିଲେ ।
  • ଅଳଙ୍କାର– ଉଭୟ ପୁରୁଷ ଓ ନାରୀ ଅଳଙ୍କାର ପରିଧାନ କରୁଥିଲେ । ନାରୀମାନେ କର୍ଣ୍ଣଶୋଭନ ବା କାନଫୁଲ ବହୁଳ ଭାବରେ ବ୍ୟବହାର କରୁଥିଲେ । ଏହାବ୍ୟତୀତ ସେମାନେ ହାର, କଙ୍କଣ, ନୂପୁର ଆଦି ଅଳଙ୍କାର ବ୍ୟବହାର କରୁଥିଲେ । ବହୁ ମୂଲ୍ୟବାନ୍ ପଥର ମଧ୍ଯ ଅଳଙ୍କାର ନିର୍ମାଣରେ ବ୍ୟବହୃତ ହେଉଥିଲା । କେଶ ପ୍ରସାଧନ ପ୍ରତି ନାରୀମାନଙ୍କର ବିଶେଷ ଆଗ୍ରହ ରହିଥିଲା । ନାରୀମାନେ ଅଳଙ୍କାର ପରିଧାନ ସହିତ ପୁଷ୍ପଭରଣକୁ ଭଲ ପାଉଥିଲେ । ପୁରୁଷମାନେ ଦାଢ଼ି ରଖୁବାକୁ ଅଧ‌ିକ ପସନ୍ଦ କରୁଥିଲେ । ପଶୁ ଚର୍ମରେ ନିର୍ମିତ ପାଦୁକା ସେମାନଙ୍କଦ୍ଵାରା ବ୍ୟବହୃତ ହେଉଥିଲା ।
  • ଆମୋଦପ୍ରମୋଦ – ଆମୋଦପ୍ରମୋଦ ଏବଂ ମନୋରଞ୍ଜନ ପାଇଁ ଆର୍ଯ୍ୟମାନେ ବହୁବିଧ ଉପାୟ ଅବଲମ୍ବନ କରୁଥିଲେ । ନୃତ୍ୟ ଓ ସଙ୍ଗୀତରେ ସେମାନଙ୍କର ବିଶେଷ ଆଦର ଥିଲା । ସେମାନେ ବିଭିନ୍ନପ୍ରକାର ବାଦ୍ୟଯନ୍ତ୍ର ବ୍ୟବହାର କରୁଥିଲେ । ପଶାଖେଳ, ଶିକାର, ମଲ୍ଲଯୁଦ୍ଧ, ରଥଦୌଡ଼ ପ୍ରତିଯୋଗିତା, ନୌବିହାର ଆଦି ଅବସର ବିନୋଦନର ମୁଖ୍ୟ ଅବଲମ୍ବନ ଥିଲା ।
  • ଶିକ୍ଷାବ୍ୟବସ୍ଥା– ବୈଦିକ ସମାଜରେ ଶିକ୍ଷା ଉପରେ ଗୁରୁତ୍ଵ ଦିଆଯାଉଥିଲା । ଚରିତ୍ର ଗଠନ ଓ ଜ୍ଞାନ ଅର୍ଜନ ଶିକ୍ଷାର ଲକ୍ଷ୍ୟ ଥିଲା । ଉପନୟନ ସଂସ୍କାର ସହିତ ଛାତ୍ରମାନେ ବିଦ୍ୟା ଆରମ୍ଭ କରୁଥିଲେ । ସେ ସମୟରେ ଗୁରୁକୁଳ ଶିକ୍ଷାଶ୍ରମର ବ୍ୟବସ୍ଥା ରହିଥିଲା । ଛାତ୍ରମାନେ ଗୁରୁକୁଳରେ ରହି ଶିକ୍ଷାଲାଭ କରୁଥିଲେ । ଶିକ୍ଷା ମୁଖ୍ୟତଃ ମୌଖୂ ପଦ୍ଧତିରେ ଦିଆଯାଉଥିଲା । ଗୁରୁଶିଷ୍ୟ ପରମ୍ପରାରେ ଶିକ୍ଷା ତିଷ୍ଠି ରହିଥିଲା । ଶିକ୍ଷାଲାଭ କରୁଥିବା ବାଳକମାନଙ୍କୁ ବ୍ରହ୍ମଚାରୀ କୁହାଯାଉଥିଲା । ବିଦ୍ୟାଶିକ୍ଷା ପରେ ଛାତ୍ରମାନେ ଗୁରୁଙ୍କଠାରୁ ଅନୁମତି ନେଇ ସମାଜରେ ସେମାନଙ୍କର ଆଦର୍ଶ ଜୀବନ ଆରମ୍ଭ କରୁଥିଲେ ।
  • ନାରୀର ସ୍ଥାନ – ସମାଜରେ ନାରୀର ଭୂମିକା ସମ୍ମାନଜନକ ଥିଲା । ନାରୀମାନଙ୍କୁ ସ୍ଵାଧୀନ ଭାବରେ କାର୍ଯ୍ୟ କରିବାପାଇଁ ଅନୁମତି ମିଳୁଥିଲା । ସେମାନେ ସମସ୍ତପ୍ରକାର ସାମାଜିକ ଉତ୍ସବ ଓ ସଭାସମିତିରେ ଯୋଗଦାନ କରିପାରୁଥିଲେ । ପ୍ରତିଷ୍ଠାବାନ୍ ନାରୀ ପାଇଁ ସମାଜର ସବୁପ୍ରାଙ୍ଗଣ ମୁକ୍ତ ଥିଲା । ବିବାହ ସମ୍ପର୍କରେ ଏବଂ ସ୍ଵାମୀବରଣ କରିବାର ସ୍ଵାଧୀନତା ମଧ୍ୟ ସେମାନଙ୍କର ରହିଥିଲା । ବୈଦିକ ଋଷିମାନଙ୍କ ପରି ମନ୍ତ୍ର ରଚନାପୂର୍ବକ ଯେଉଁ ଆର୍ଯ୍ୟ ନାରୀମାନେ ନିଜର ବିଚକ୍ଷଣତା ପ୍ରଦର୍ଶନ କରିଯାଇଛନ୍ତି, ସେମାନଙ୍କ ମଧ୍ୟରେ ଆପାଲା, ବିଶ୍ଵବାରା ଏବଂ ଘୋଷା ଥିଲେ ଚିରସ୍ମରଣୀୟା ।
  • ଜାତିପ୍ରଥା– ବୈଦିକ ଆର୍ଯ୍ୟ ସମାଜରେ ଜାତିପ୍ରଥା ନଥିଲା । ଆର୍ଯ୍ୟ ବାଳକମାନେ ସମସ୍ତେ ସମାନ ଥିଲେ ଏବଂ ସମସ୍ତ ପ୍ରକାର କାର୍ଯ୍ୟ ପାଇଁ ସମର୍ଥ ଥିଲେ । ବାସ୍ତବିକ ବୈଦିକ ଯୁଗର ସାମାଜିକ ଅବସ୍ଥା ଉନ୍ନତ ଓ ମାର୍ଜିତ ଥିଲା ।

CHSE Odisha Class 12 History Chapter 2(b) Long Answer Questions in Odia Medium

୫ । ବୈଦିକ ଆର୍ଯ୍ୟମାନଙ୍କର ଧର୍ମଧାରଣା ସମ୍ପର୍କରେ ଆଲୋଚନା କର ।
Answer:
ବୈଦିକ ଆର୍ଯ୍ୟମାନଙ୍କର ଆଧ୍ୟାତ୍ମିକ ଜୀବନ ଥିଲା ଭାରତୀୟ ସଂସ୍କୃତିର ମୂଳପିଣ୍ଡ । ବୈଦିକ ମନ୍ତ୍ରର ମୂର୍ଚ୍ଚନାରେ ନିନାଦିତ ହୋଇଥୁଲା ଭାରତବର୍ଷ । ପୃଥ‌ିବୀର ବିଭିନ୍ନ ସ୍ଥାନର ପ୍ରାଚୀନ ମନୁଷ୍ୟମାନଙ୍କ ମଧ୍ୟରେ ଯେଉଁସବୁ ଧର୍ମବିଶ୍ଵାସ ସୃଷ୍ଟି ହୋଇଥିଲା ସେସବୁ ମଧ୍ୟରେ ଭାରତର ବୈଦିକ ଧର୍ମ ଥିଲା ସର୍ବାଧ‌ିକ ଉନ୍ନତ । ଗଭୀର ଦାର୍ଶନିକ ଓ ଆଧ୍ୟାତ୍ମିକ ଚିନ୍ତାଧାରା ମଧ୍ୟରେ ବୈଦିକ ଋଷିମାନେ ସେମାନଙ୍କ ଧର୍ମକଳ୍ପନା କରିଥିଲେ । ପ୍ରକୃତିଦ୍ଵାରା ସେମାନଙ୍କର ଜୀବନ ଏତେଦୂର ପ୍ରଭାବିତ ହୋଇଥୁଲା ଯେ, ସେମାନେ ସେହି ପ୍ରକୃତି ଉଦ୍ଦେଶ୍ୟରେ ନାନାପ୍ରକାର ସ୍ତୁତି ରଚନା କରିବାକୁ ଧର୍ମ ବୋଲି ଚିନ୍ତା କରୁଥିଲେ l

  • ବିଭିନ୍ନ ଦେବଦେବୀ – ଋଗ୍‌ବେଦରୁ ଜଣାଯାଏ ଯେ, ଆର୍ଯ୍ୟମାନେ ୩୩ଗୋଟି ଦେବଦେବୀଙ୍କୁ ଆରାଧନା କରୁଥିଲେ । ଏହି ସମସ୍ତ ଦେବଦେବୀଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଥିଲା । ସେମାନେ ହେଲେ (୧) ସ୍ଵର୍ଗରେ ଅବସ୍ଥାନ କରୁଥୁବା ଦେବତା, (୨) ବାୟୁମଣ୍ଡଳରେ ଅବସ୍ଥାନ କରୁଥିବା ଦେବତା ଏବଂ (୩) ପୃଥ‌ିବୀରେ ବିରାଜମାନ କରୁଥିବା ଦେବତା । ପ୍ରତ୍ୟେକ ବର୍ଗରେ ୧୧ଗୋଟି କରି ଦେବତା ରହିଥିଲେ । ସ୍ଵର୍ଗରେ ଅବସ୍ଥାନ କରୁଥିବା ଦେବତାମାନଙ୍କ ମଧ୍ୟରେ, ଇନ୍ଦ୍ର, ବରୁଣ, ସୂର୍ଯ୍ୟ ଆଦି ଥିଲେ ଅନ୍ୟତମ । ବାୟୁମଣ୍ଡଳରେ ଅଧୁଷ୍ଠିତ ହୋଇଥିବା ଦେବତାମାନଙ୍କ ମଧ୍ୟରେ ବାୟୁ, ମରୁତ, ପବନ ଆଦି ପ୍ରଧାନ ଥିଲେ । ଶେଷରେ ପୃଥ‌ିବୀରେ ପ୍ରସିଦ୍ଧିଲାଭ କରିଥିବା ଦେବତାମାନଙ୍କ ମଧ୍ୟରେ ପୃଥ‌ିବୀ, ଅଗ୍ନି, ବୃହସ୍ପତି, ସୋମ ଆଦି ବହୁତ ଲୋକପ୍ରିୟ ଥିଲେ । ବୈଦିକ ଯୁଗର ପ୍ରସିଦ୍ଧ ଦେବତା ଥିଲେ ଇନ୍ଦ୍ର । ସେ ପୁରନ୍ଦରରୂପେ ପରିଚିତ ଥିଲେ । ସେ ମଧ୍ୟ ଥିଲେ ବର୍ଷାର ଦେବତା । ତେଣୁ ଜଳ ପାଇଁ ତାଙ୍କୁ ବୈଦିକ ଋଷିମାନେ ପ୍ରାର୍ଥନା କରୁଥିଲେ । ବରୁଣ ଥିଲେ ସତ୍ୟ ଓ ପବନର ଦେବତା । ସୂର୍ଯ୍ୟ ଥୁଲେ ଅନ୍ଧକାର ବିନାଶକର୍ତ୍ତା । ସେ ଆଲୋକ, ଜୀବନ,ଧନ ଓ ଶକ୍ତିର ଦେବତା ରୂପେ ପୂଜିତ ହେଉଥିଲେ । ଋଗ୍‌ବେଦରେ ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଆଧାର ରୂପେ ବର୍ଣ୍ଣନା କରାଯାଇଛି । ‘ଉଷା’ ଥିଲେ ପ୍ରାତଃକାଳର ଦେବୀ । ଋଗ୍‌ବେଦରେ ତାଙ୍କ ସୌନ୍ଦର୍ଯ୍ୟର ସ୍ତୁତିଗାନ କରାଯାଇଛି । ସେ ସମୟରେ ବିଷ୍ଣୁଙ୍କୁ ମଧ୍ୟ ତିନିଲୋକର ଦେବତା ହିସାବରେ ଗଣନା କରାଯାଇଥିଲା । ମରୁତ ଥିଲେ ଝଡ଼ର ଦେବତା । ସେ ସମୟରେ ‘ଯମ’ ଏକ ଦେବତା ରୂପେ ପୂଜିତ ହେଉଥିଲେ । ପୃଥ‌ିବୀ ମଧ୍ୟ ଶସ୍ୟ ଏବଂ ପ୍ରଜନନର ଦେବୀ ହିସାବରେ ପୂଜା ପାଉଥିଲେ । ଅଗ୍ନି ଏକ ବିଶିଷ୍ଟ ଦେବତାରୂପେ ପୂଜା ପାଉଥିଲେ । ପ୍ରତ୍ୟେକ ଆର୍ଯ୍ୟ ପରିବାରରେ ଅଗ୍ନି ଉପାସନା ପାଇଁ ଅଗ୍ନିଶାଳା ରହିଥିଲା । ଅଗ୍ନିସବୁ ଦେବତାମାନଙ୍କ ମଧ୍ୟରେ ସମନ୍ଵୟ ସ୍ଥାପନ କରୁଥିଲେ । ଅଗ୍ନିରେ ପ୍ରଦତ୍ତ ଆହୁତି ସେ ବିଭିନ୍ନ ଦେବଦେବୀଙ୍କ ନିକଟରେ ପହଞ୍ଚାଇ ଦେଉଥିଲେ । ଏହି ସମସ୍ତ ଦେବଦେବୀଙ୍କ ବ୍ୟତୀତ ସାବିତ୍ରୀ, ସରସ୍ଵତୀ, ବୃହସ୍ପତି ଆଦି ବହୁ ଦେବଦେବୀ ଋଗ୍‌ବୈଦିକ ଯୁଗରେ ପୂଜିତ ହେଉଥିଲେ ।

CHSE Odisha Class 12 History Chapter 2(b) Long Answer Questions in Odia Medium

  • ଉପାସନା ପଦ୍ଧତି – ବୈଦିକ ଆର୍ଯ୍ୟମାନେ ପ୍ରକୃତିର ଉପାସକ ଥିଲେ । ପ୍ରକୃତିର ବିଭିନ୍ନ ରୂପକୁ ସେମାନେ ଆରାଧ୍ୟ ଦେବତାରୂପେ କଳ୍ପନା କରିଥିଲେ । ପ୍ରକୃତି ଆରାଧନା ମଧ୍ୟରେ ବୈଦିକ ଋଷିମାନେ ସେହି ସର୍ବଶକ୍ତିମାନ୍ ଈଶ୍ୱରଙ୍କ ସତ୍ତା ଉପଲବ୍‌ଧ କରିଥିଲେ । ସେମାନଙ୍କର ପୂଜା ପଦ୍ଧତି ଥିଲା ଅତ୍ୟନ୍ତ ସରଳ ତଥା ନିରାଡ଼ମ୍ବର । ଦେବଦେବୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆର୍ଯ୍ୟମାନେ ବିଭିନ୍ନ ସ୍ତୋତ୍ର ଏବଂ ମନ୍ତ୍ର ରଚନା କରିଥିଲେ । ଏହି ସ୍ତୋତ୍ର ଏବଂ ମନ୍ତ୍ର ଉଚ୍ଚାରଣଦ୍ଵାରା ସେମାନେ ଦେବଦେବୀଙ୍କୁ ସନ୍ତୁଷ୍ଟ କରିପାରୁଥିଲେ । ପୁନଶ୍ଚ ସେମାନେ ମଧ୍ୟ ଯଜ୍ଞ ଅନୁଷ୍ଠାନଦ୍ଵାରା ଦେବଦେବୀଙ୍କୁ ସନ୍ତୁଷ୍ଟ କରୁଥିଲେ ।
  • ଏକେଶ୍ବରବାଦ – ଋଗ୍‌ଦିକ ଯୁଗରେ ଏକେଶ୍ଵରବାଦ ପ୍ରଚଳିତ ଥିଲା । ମୁନିଋଷିମାନେ ବିଭିନ୍ନ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରୁଥିଲେ ମଧ୍ୟ ସେମାନେ ସମସ୍ତେ ସେ ଗୋଟିଏ ପ୍ରକୃତି ବା ସତ୍ୟର ଅଂଶ ବୋଲି ଆର୍ଯ୍ୟମାନେ ଉପଲବ୍ଧ କରିଥିଲେ ।
  • ଅନ୍ୟାନ୍ୟ ଧର୍ମଧାରଣା – ପ୍ରାର୍ଥନା ଏବଂ ଯଜ୍ଞ ବ୍ୟତୀତ ଆର୍ଯ୍ୟମାନେ ମୃତ୍ୟୁପରର ଜୀବନ ସମ୍ପର୍କରେ ମଧ୍ୟ ସଚେତନ ଥିଲେ । କର୍ମ ଅନୁସାରେ ମଣିଷ ପରିଚାଳିତ ହେଉଥ‌ିବାର ବିଶ୍ଵାସ ସେମାନଙ୍କର ଥିଲା । ସଡ଼କର୍ମ ମଣିଷକୁ ମୁକ୍ତି ପ୍ରଦାନ କରୁଥିବାବେଳେ କୁକର୍ମ ନର୍କକୁ ନେଇଥାଏ ବୋଲି ସେମାନଙ୍କର ଧାରଣା ଥିଲା । ମୃତ୍ୟୁ ପରେ ଶବଦାହ କରାଯାଇ ଚିତାଭସ୍ମକୁ ପାଣିରେ ବିସର୍ଜନ କରାଯାଉଥିଲା । ମୃତ୍ୟୁ ପରେ ଆତ୍ମାର ସଦ୍‌ଗତି ପ୍ରାପ୍ତି ନିମିତ୍ତ ସେମାନେ ଏହା କରୁଥିଲେ । ବୈଦିକ ଧର୍ମ ଓ ଦର୍ଶନରେ ଆଧ୍ୟାତ୍ମିକ ଦୃଷ୍ଟିକୋଣ ସଙ୍ଗେ ସଙ୍ଗେ ସାଂସାରିକ ସୁଖର ସମ୍ମିଶ୍ରଣ ପରିଲକ୍ଷିତ ହୋଇଥିଲା । ବିଭିନ୍ନ ଦିଗରୁ ବିଚାର କଲେ ଋଗ୍‌ବେଦ ସମୟର ସଂସ୍କୃତି ଭାରତୀୟ ସଂସ୍କୃତିର ମୂଳପିଣ୍ଡ ଥିଲା ।

୬ । ପରବର୍ତୀ ବୈଦିକ ଯୁଗର ରାଜନୈତିକ ସଙ୍ଗଠନ ଉପରେ ଆଲୋଚନା କର ।
Answer:
ଋଗ୍‌ବୈଦିକ ଯୁଗର ସମାପ୍ତି ପରେ ପ୍ରାଚୀନ ଭାରତୀୟ ସଭ୍ୟତାର ଅନ୍ୟ ଏକ ପ୍ରସ୍ଥ ଉନ୍ମୋଚିତ ହୋଇଥିଲା । ଏହା ଥିଲା ପରବର୍ତ୍ତୀ ବୈଦିକ ଯୁଗ । ଏହି ଯୁଗରେ ରଚିତ ହୋଇଥିଲା ସାମବେଦ, ଯଜୁର୍ବେଦ ଓ ଅଥର୍ବ ବେଦ । ଏହି ସମୟରେ କୁରୁ, ପାଞ୍ଚାଳ, କାଶୀ, ବିଦେହ, ମତ୍ସ୍ୟ, ଗାନ୍ଧାର ଆଦି ରାଜ୍ୟର ଅଭ୍ୟୁଦୟ ଘଟିଥିଲା । ଋଗ୍‌ବୈଦିକ ଯୁଗର ସରଳତା କ୍ରମଶଃ ଅନ୍ତର୍ହିତ ହୋଇଯାଇଥିଲା ।

  • ରାଜା – ପରବର୍ତ୍ତୀ ବୈଦିକ ଯୁଗରେ ରାଜ୍ୟର ଆୟତନ ଓ ସମ୍ପଦ ବୃଦ୍ଧି ଫଳରେ ରାଜାମାନଙ୍କର ଶକ୍ତି ଓ ପରାକ୍ରମ ବୃଦ୍ଧି ପାଇଥିଲା । ତାଙ୍କର ରାଜ୍ୟାଭିଷେକ ଉତ୍ସବ ମହାସମାରୋହରେ ପାଳିତ ହେଉଥିଲା । ସେ ଥିଲେ ନିରଙ୍କୁଶ କ୍ଷମତାର ଅଧିକାରୀ । ପ୍ରଜାମାନେ ତାଙ୍କୁ ପୂର୍ବବତ୍ ‘ବନଃ ଶୁଳ୍‌କ’ ଏବଂ ‘ଭାଗ’ ନାମକ କର ପ୍ରଦାନ କରୁଥିଲେ । ପ୍ରଜାମାନଙ୍କ ଉପରେ ସେମାନେ ଅଧୂକ କ୍ଷମତା ଓ କର୍ତ୍ତୃତ୍ଵ ପ୍ରତିଷ୍ଠା କରିଥିଲେ । ସେମାନେ ନିଜକୁ ‘ରାଜାଧ୍ଵରାଜ, ‘ସମ୍ରାଟ’, ‘ଏକରାଟ’, ‘ଏକଚକ୍ରବର୍ତୀ’ ଆଦି ନୂତନ ଉପାଧ୍ଵରେ ଭୂଷିତ କରିଥିଲେ । ଯଶ ଗୌରବ ବୃଦ୍ଧି ଆଶାରେ ରାଜାମାନେ ରାଜସୂୟ, ବାଜପେୟ ଓ ଅଶ୍ଵମେଧ ଯଜ୍ଞମାନ ଆୟୋଜନ କରୁଥିଲେ । ଯୁଦ୍ଧରେ ଜୟଲାଭ କରିବା ପରେ ଏହି ଯଜ୍ଞମାନ ଆୟୋଜିତ ହେଉଥିଲା ।
  • ରାଜକର୍ମଚାରୀ – ରାଜାଙ୍କର କ୍ଷମତା ଓ ପରିସର ବୃଦ୍ଧି ପାଇବା ଫଳରେ ବହୁ ରାଜକର୍ମଚାରୀ ଶାସନକୁ ଦେଖାଶୁଣା କରିବାପାଇଁ ନିଯୁକ୍ତି ପାଇଥିଲେ । ଏହି ସମୟରେ ରାଜତନ୍ତ୍ର ଆଡ଼ମ୍ବରପୂର୍ଣ୍ଣ ଆକାର ଧାରଣ କରିଥିଲା । ରାଜକାର୍ଯ୍ୟ ପରିଚାଳନାପାଇଁ ସଚିବ ବା ମନ୍ତ୍ରୀ, କୋଷାଧ୍ୟକ୍ଷ, ସେନାପତି, ସୂତ ବା ସାରଥ ଏବଂ ଭାଗଦୁଘ ବା ରାଜସ୍ୱ ଆଦାୟକାରୀମାନେ ନିଯୁକ୍ତି ପାଇଥିଲେ । ଏହି ସମସ୍ତ କର୍ମଚାରୀ ସେମାନଙ୍କର କାର୍ଯ୍ୟ ପାଇଁ ରାଜାଙ୍କ ନିକଟରେ ଦାୟୀ ରହୁଥିଲେ । ଶାସନଗତ ସୁବିଧା ଦୃଷ୍ଟିରୁ ରାଜ୍ୟକୁ କେତେଗୁଡ଼ିଏ ପ୍ରଦେଶରେ ବିଭକ୍ତ କରାଯାଇଥିଲା ।

CHSE Odisha Class 12 History Chapter 2(b) Long Answer Questions in Odia Medium

  • ରାଜାଙ୍କ କର୍ତ୍ତବ୍ୟ– ରାଜ୍ୟ ଶାସନର ସମସ୍ତ କ୍ଷମତା ରାଜାଙ୍କଠାରେ କେନ୍ଦ୍ରୀଭୂତ ଥିଲା । କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଓ ନ୍ୟାୟପାଳିକାର ସମସ୍ତ କାର୍ଯ୍ୟ ରାଜାଙ୍କଦ୍ୱାରା ପରିଚାଳିତ ହେଉଥିଲା । ଅର୍ଥାତ୍ ରାଜା ଆଇନ ପ୍ରଣୟନ କରୁଥିଲେ ଏବଂ ବିଚାରପତିଭାବେ ଆଇନକୁ ତର୍ଜମା କରୁଥିଲେ । ଏହି ଅସୀମ କ୍ଷମତା ଉପଭୋଗ କରିବା ସତ୍ତ୍ୱେ ରାଜା ଅତ୍ୟାଚାରୀ ନଥିଲେ । ପ୍ରଜାମାନଙ୍କର ଧନଜୀବନ ସୁରକ୍ଷା କରିବା ଓ ଶାନ୍ତିଶୃଙ୍ଖଳା ରକ୍ଷା କରିବା ରାଜାଙ୍କର ମୁଖ୍ୟ କର୍ତ୍ତବ୍ୟରୂପେ ପରିଗଣିତ ହେଉଥିଲା ।
  • ସଭା ଓ ସମିତିର ସ୍ଥିତି – ରାଜାମାନଙ୍କର ଶକ୍ତି ବୃଦ୍ଧି ସଙ୍ଗେ ସଙ୍ଗେ ବୈଦିକ ଯୁଗର ସଭା ଓ ସମିତିଗୁଡ଼ିକର କ୍ଷମତା ହ୍ରାସ ପାଇଥଲା । ତଥାପି ରାଜାମାନେ ସ୍ଵେଚ୍ଛାଚାରୀ ହେବାକୁ ସମର୍ଥ ହେଉନଥିଲେ । ଆର୍ଯ୍ୟ ରାଜନୀତିର ପରମ୍ପରା ଅନୁଯାୟୀ ସେମାନେ ରାଜକର୍ମକୁ ଧର୍ମରୂପେ ବିବେଚନା କରିଥିଲେ । ଜନସାଧାରଣଙ୍କ ଅନୁଷ୍ଠାନ ଭାବରେ ରାଜା ସଭା ଓ ସମିତିକୁ ସହାୟକ ଅନୁଷ୍ଠାନରୂପେ ସ୍ଵୀକାର କରିଥିଲେ ଏବଂ ସେମାନଙ୍କର ପରାମର୍ଶ ଗ୍ରହଣ କରୁଥିଲେ । ଏହି ସମୟରେ ସଭା ସମ୍ପୂର୍ଣ୍ଣରୂପେ ତା’ର ଅସ୍ତିତ୍ଵ ହରାଇ ବସିଥିଲା ।
  • ଦଣ୍ଡ ବ୍ୟବସ୍ଥା – ପରବର୍ତ୍ତୀ ବୈଦିକ ଯୁଗରେ ଦଣ୍ଡବିଧାନ ବ୍ୟବସ୍ଥା ଅତୀବ କଠୋର ହୋଇପଡ଼ିଥିଲା । ଜମିଜମା ସଂକ୍ରାନ୍ତୀୟ ବ୍ୟବସ୍ଥା ନୀତି ବିଧବଦ୍ଧ ଭାବରେ ପ୍ରଣୟନ କରାଯାଇଥିଲା । ପିତାଙ୍କର ମୃତ୍ୟୁ ପରେ ଜ୍ୟେଷ୍ଠପୁତ୍ର ସମ୍ପତ୍ତିର ଉତ୍ତରାଧିକାରୀ ହେଉଥିଲା । ନାରୀ ଏବଂ ଶୂଦ୍ରମାନଙ୍କର ସମ୍ପତ୍ତିଗତ ଅଧିକାର ପରବର୍ତ୍ତୀ ବୈଦିକ ଯୁଗରେ ନଥିଲା । ଫୌଜଦାରୀ ଅପରାଧ ପାଇଁ ଦଣ୍ଡବିଧାନ କରାଯାଉଥିଲା । ଗ୍ରାମର ଅପରାଧଗୁଡ଼ିକ ସଭା ସମାଧାନ କରୁଥିଲା । ମାତ୍ର ଡକାୟତି ଏବଂ ଲୁଣ୍ଠନ ଆଦି କ୍ଷେତ୍ରରେ ଅପରାଧୀକୁ ରାଜା ଅଙ୍ଗ ଛେଦନ ଭଳି କଠୋର ଦଣ୍ଡରେ ଦଣ୍ଡିତ କରୁଥିଲେ ।
    ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ପ୍ରତୀୟମାନ ହୋଇଥାଏ ଯେ, ପରବର୍ତ୍ତୀ ବୈଦିକ ଯୁଗର ରାଜନୈତିକ ସଙ୍ଗଠନ ବଳିଷ୍ଠ ଓ ସମୟ ଉପଯୋଗୀ ଥିଲା ।

୭ | ପରବର୍ତୀ ବୈଦିକ ଯୁଗର ଅର୍ଥନୈତିକ ଅବସ୍ଥା ସମ୍ପର୍କରେ ଲେଖ ।
Answer:
ପରବର୍ତ୍ତୀ ବୈଦିକ ଯୁଗରେ ଆର୍ଯ୍ୟମାନଙ୍କର ଅର୍ଥନୈତିକ କାର୍ଯ୍ୟକଳାପ ପୂର୍ବାପେକ୍ଷା ଅଧିକତର ବ୍ୟାପକ ହୋଇଥିଲା । ଏହି ସମୟର ଅର୍ଥନୈତିକ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା ।

  • କୃଷି – ପରବର୍ତ୍ତୀ ବୈଦିକ ଯୁଗରେ କୃଷିକ୍ଷେତ୍ରରେ ବହୁ ଉନ୍ନତି ସାଧୁତ ହୋଇଥିଲା । ଆର୍ଯ୍ୟମାନେ ବିଭିନ୍ନପ୍ରକାର ଶସ୍ୟ ଚାଷ କରୁଥିଲେ । ଧାନ, ଗହମ, ଯବ ଏବଂ ତୈଳବୀଜ ଆଦି ବହୁପରିମାଣରେ ଚାଷ ହେବାକୁ ଲାଗିଲା । ଉର୍ବରତା ବଢ଼ାଇବାପାଇଁ ସେମାନେ ଜମିରେ ଖତ ଓ ସାର ପ୍ରୟୋଗ କରୁଥିଲେ । ଚାଷକାର୍ଯ୍ୟରେ ସେମାନେ ବଳଦ, ମହିଷି ଆଦିକୁ ବ୍ୟବହାର କରୁଥିଲେ ।
  • ଶିଳ୍ପ – ପରବର୍ତ୍ତୀ ବୈଦିକ ଯୁଗରେ ନୂତନ ଶିଳ୍ପମାନ ଗଢ଼ିଉଠିବା ସଙ୍ଗେ ସଙ୍ଗେ ନୂତନ କର୍ମପ୍ରତି ଲୋକମାନେ ଆଗ୍ରହ ପ୍ରକାଶ କରିଥିଲେ । ସେମାନଙ୍କ ମଧ୍ୟରେ ବୁଣାକାର, ସ୍ଵର୍ଣ୍ଣକାର, ବାରିକ, ରଜକ, ଗୃହ ନିର୍ମାତା, ମାଂସ ବିକ୍ରୟକାରୀ, ଚର୍ମକାର, ବଣିକ, ଲୌହକାର, କୁମ୍ଭକାର ଆଦି ଥିଲେ ଅନ୍ୟତମ । ଏହି ସମୟରେ ସମାଜରେ ବୟନ ଶିଳ୍ପର ବିଶେଷ ଉନ୍ନତି ଘଟିଥିଲା । କୃଷିଭିତ୍ତିକ ସମାଜରେ ଧାତୁନିର୍ମିତ ବସ୍ତୁର ଆବଶ୍ୟକତା ବିଶେଷଭାବେ ବୃଦ୍ଧି ପାଇଥିଲା । ସ୍ଵର୍ଣ୍ଣ, ଲୌହ ସହିତ ରୌପ୍ୟ, ତାମ୍ର, ସୀସା ଓ ବ୍ରୋଞ୍ଜନିର୍ମିତ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରାଯାଇଥିଲା ।

CHSE Odisha Class 12 History Chapter 2(b) Long Answer Questions in Odia Medium

  • ପଶୁପାଳନ – କୃଷି କାର୍ଯ୍ୟ ସହିତ ପଶୁପାଳନ ମଧ୍ଯ ଆର୍ଯ୍ୟମାନଙ୍କର ଅନ୍ୟତମ ଜୀବିକା ଥିଲା । ଗାଈ, ମେଣ୍ଢା, ଛେଳି, ଓଟ, ବଳଦ, କୁକୁର ପ୍ରଭୃତି ଗୃହପାଳିତ ପଶୁ ମଧ୍ୟରେ ପ୍ରଧାନ ଥିଲେ । ନୂତନ ଚାରଣଭୂମି ଓ କୃଷିକ୍ଷେତ୍ର ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଆର୍ଯ୍ୟମାନେ ଜଙ୍ଗଲ ନଷ୍ଟ କରୁଥିଲେ । ଜନସଂଖ୍ୟା ବୃଦ୍ଧି ଫଳରେ ସମାଜର ଅର୍ଥନୈତିକ ଆଭିମୁଖ୍ୟ ବୃଦ୍ଧି ପାଇଥିଲା ।
  • ବିନିମୟ ବ୍ୟବସ୍ଥା – ପରବର୍ତ୍ତୀ ବୈଦିକ ଯୁଗରେ ବିନିମୟ ବ୍ୟବସ୍ଥାର ଉନ୍ନତି ଘଟିଥିଲା । ‘ନିଷ୍କ’ ସହିତ ମଧ୍ୟ ସେ ସମୟରେ ‘ଶତମାଣ’ ଏବଂ ‘କୃଷକ’ ନାମକ ମୁଦ୍ରା ପ୍ରଚଳିତ ଥିଲା । ବାଣିଜ୍ୟ ବ୍ୟବସାୟକୁ ସୁଗମ କରିବାପାଇଁ ‘ନିଗମ’ ସୃଷ୍ଟି ହୋଇଥିଲା । ଏହି ସମ୍ପର୍କରେ ‘ଗଣ’ ଏବଂ ‘ଶ୍ରେଷ୍ଠୀନ୍’ର ବର୍ଣ୍ଣନାରୁ ଜଣାପଡ଼ିଥାଏ ।
  • ପରିବହନ — ପରବର୍ତ୍ତୀ ବୈଦିକ ଯୁଗରେ ପରିବହନ ବ୍ୟବସ୍ଥାରେ ମଧ୍ୟ ଉନ୍ନତି ଘଟିଥିଲା । ଗଧ, ଘୋଡ଼ା ବ୍ୟତୀତ ରଥ, ବିମାନ ତଥା ହସ୍ତୀକୁ ମଧ୍ୟ ପରିବହନ କାର୍ଯ୍ୟରେ ବିନିଯୋଗ କରାଯାଉଥିଲା । ଡଙ୍ଗାମାନ ନଦୀପଥରେ ଏବଂ ଜାହାଜସବୁ ସମୁଦ୍ର ପଥରେ ବାଣିଜ୍ୟ କାରବାର ପାଇଁ ଉଦ୍ଦିଷ୍ଟ ଥିଲା । ଜନସଂଖ୍ୟା ବୃଦ୍ଧି ହେତୁ ବାଣିଜ୍ୟ ବ୍ୟବସାୟରେ ମଧ୍ୟ ବୃଦ୍ଧି ଘଟିଥିଲା ।
  • କର ବ୍ୟବସ୍ଥା– ପରବର୍ତ୍ତୀ ଯୁଗରେ ରାଜାଙ୍କୁ କର ଦେବା ପ୍ରଜାମାନଙ୍କର ନୈତିକ ଦାୟିତ୍ଵ ହୋଇଥିଲା । ଉତ୍ପାଦିତ ଶସ୍ୟର ଏକଷକ୍ଷାଂଶଠାରୁ ଦଶମାଂଶ ପର୍ଯ୍ୟନ୍ତ କର ରାଜା ସଂଗ୍ରହ କରୁଥିଲେ । ବ୍ୟବସାୟୀମାନେ ମଧ୍ୟ ରାଜାଙ୍କୁ କର ଦେଉଥିଲେ । କିନ୍ତୁ ବ୍ରାହ୍ମଣମାନେ କରଦାନରୁ ମୁକ୍ତ ଥିଲେ । ସେ ସମୟରେ ଅର୍ଥ କିମ୍ବା ଦ୍ରବ୍ୟ କର ଆକାରରେ ଆଦାୟ କରୁଥିଲେ । ସେ ସମୟରେ ମୁଦ୍ରାର ପ୍ରଚଳନ ଘଟିଥିଲା ।
  • ବାଣିଜ୍ୟ ବ୍ୟବସାୟ – ପରବର୍ତ୍ତୀ ବୈଦିକ ଯୁଗର ଜନଜୀବନ କେବଳ ଗ୍ରାମମାନଙ୍କର ସୀମିତ ନରହି ସହର- ନଗରମାନଙ୍କୁ ‘ପ୍ରସାରିତ ହୋଇଥିଲା । ସହର ଓ ନଗରଗୁଡ଼ିକ ଆନ୍ତର୍ଦେଶୀୟ ବାଣିଜ୍ୟ ବ୍ୟବସାୟ ଉପରେ ନିର୍ଭର କରୁଥିଲା । ଦେଶର ଦୂରବର୍ତ୍ତୀ ସ୍ଥାନକୁ ଯାତାୟାତ ପାଇଁ ରାସ୍ତାଘାଟ, ଗାଡ଼ି ଚାଲିବାପାଇଁ ଏବଂ ଅଶ୍ଵଚାଳିତ ରଥଗୁଡ଼ିକର ଦ୍ରୁତ ଯାତ୍ରା ପାଇଁ ବିଭିନ୍ନପ୍ରକାର ରାସ୍ତା ନିର୍ମାଣ କରାଯାଇଥିଲା । ରାସ୍ତାଘାଟର ଉନ୍ନତି ପାଇଁ ବାଣିଜ୍ୟ ବ୍ୟବସାୟ ସୂଚାରୁରୂପେ ଚାଲିପାରିଥିଲା । ସେଥ୍ ସଙ୍ଗେ ସଙ୍ଗେ ନଦନଦୀରେ ନୌଚାଳନା ଗୋଟିଏ ନିୟମିତ ରୀତିରେ ପରିଣତ ହୋଇଥିଲା । ଦେଶ ମଧ୍ୟରେ ସ୍ଥଳ ଓ ଜଳପଥରେ ବାଣିଜ୍ୟ ବ୍ୟବସାୟ ବୃଦ୍ଧି ପାଉଥିବାବେଳେ ଆର୍ଯ୍ୟ ବଣିକମାନେ ବହିର୍ଦେଶମାନଙ୍କ ସହିତ ଜଳପଥରେ ଯୋଗାଯୋଗ ପାଇଁ ଉଦ୍ୟମ କରିଥିଲେ । ଏହା ଥିଲା ପରବର୍ତ୍ତୀ ବୈଦିକ ଯୁଗର ଏକ ଉଲ୍ଲେଖଯୋଗ୍ୟ ବିଶେଷତ୍ଵ । ଭାରତର ପ୍ରାକୃତିକ ପ୍ରାଚୁର୍ଯ୍ୟ ଦୃଷ୍ଟିରୁ ପରବର୍ତ୍ତୀ ବୈଦିକ ଯୁଗର ଆର୍ଯ୍ୟମାନେ ସୁଖମୟ ଜୀବନଯାପନ କରିପାରିଥିଲେ । ଏହି ସମସ୍ତ ବର୍ଣ୍ଣନାକୁ ଆଖି ଆଗରେ ରଖ୍ ମତବ୍ୟକ୍ତ କରାଯାଇପାରେ ଯେ, ପରବର୍ତ୍ତୀ ବୈଦିକ ଯୁଗରେ ଅର୍ଥନୀତି କ୍ଷେତ୍ରରେ ଦ୍ରୁତ ପ୍ରଗତି ଘଟିଥିଲା । କୃଷିକାର୍ଯ୍ୟ ବ୍ୟାପକ ହେବା ସହିତ ଆଦିବୈଦିକ ଯୁଗପରି ପରବର୍ତ୍ତୀ ବୈଦିକ ଯୁଗର ଲୋକମାନେ ପଶୁପାଳନ ମଧ୍ୟ କରୁଥିଲେ । ଜନସଂଖ୍ୟା ବୃଦ୍ଧିହେବା ସହିତ ବାଣିଜ୍ୟ ବ୍ୟବସାୟ ମଧ୍ୟ ଦ୍ରୁତ ପ୍ରସାରଲାଭ କରିଥିଲା । ଏହାଦ୍ଵାରା ଦେଶର ଅର୍ଥନୈତିକ ପ୍ରଗତି ପରିଲକ୍ଷିତ ହୋଇଥିଲା । ଏହା ପରବର୍ତ୍ତୀ ବୈଦିକ ଯୁଗର ସାମାଜିକ ଏବଂ ରାଜନୈତିକ ଜୀବନକୁ ପ୍ରଭାବିତ କରିଥିଲା ।

CHSE Odisha Class 12 History Chapter 2(b) Long Answer Questions in Odia Medium

୮। ପରବର୍ତୀ ବୈଦିକ ଯୁଗର ସାମାଜିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କର ।
Answer:
ସମୟର ରଥ ଗଡ଼ିଚାଲିବା ସଙ୍ଗେ ସଙ୍ଗେ ଋଗ୍‌ବେଦୀୟ ସଭ୍ୟତା ପରିବର୍ତ୍ତିତ ହେବାକୁ ଲାଗିଲା । ଏହି ସମୟରେ ଆର୍ଯ୍ୟମାନେ ବିଭିନ୍ନ ଦିଗକୁ ବିସ୍ତାରିତ ହୋଇଥିଲେ । ଫଳତଃ ସେମାନଙ୍କର ଅନ୍ୟ କ୍ଷମତା ବୃଦ୍ଧି ପାଇଥିଲା ।

  • ଜାତିପ୍ରଥା – ବୈଦିକ ଆର୍ଯ୍ୟମାନେ ଯେଉଁପରି ସରଳ ଓ ନିରାଡ଼ମ୍ବର ଜୀବନଯାପନ କରୁଥିଲେ ତାହା ବେଶିଦିନ ସ୍ଥାୟୀ ହୋଇନଥିଲା । କାଳକ୍ରମେ ସମାଜର ଚତୁଃବର୍ଣ୍ଣର ଅଭ୍ୟୁଦୟ ଘଟିଲା ଏବଂ ତାହା ସମାଜର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଗଲା । ସମାଜରେ ନିର୍ଦ୍ଦିଷ୍ଟ ଚାରିଜାତି ଦେଖାଦେଇଥିଲା । ସାମାଜିକ ବର୍ଣ୍ଣ ବ୍ୟବସ୍ଥାର ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିଲେ ବ୍ରାହ୍ମଣ । ବେଦ ଅଧ୍ୟୟନ, ଦାନ, ଯଜ୍ଞାଦି କାର୍ଯ୍ୟାନୁଷ୍ଠାନ, ରାଜାଙ୍କର ଅଭିଷେକ ଆଦି ଥୁଲା ତାଙ୍କର କର୍ମଗୁଡ଼ିକ ମଧ୍ୟରେ ଅନ୍ୟତମ । ସମାଜର ଦ୍ଵିତୀୟ ସ୍ତରରେ ରହିଥିଲେ କ୍ଷତ୍ରିୟ । ରାଜ୍ୟଜୟ, ଯୁଦ୍ଧ, ରାଜ୍ୟରକ୍ଷା, ପ୍ରଜାପାଳନ ଆଦି ସେମାନଙ୍କର କାର୍ଯ୍ୟ ଥୁଲା । ସମାଜର ତୃତୀୟ ଶ୍ରେଣୀଭୁକ୍ତ ହୋଇଥିଲେ ବୈଶ୍ୟମାନେ । ସେମାନେ କୃଷି, ଗୋପାଳନ, ବାଣିଜ୍ୟ ଏବଂ ବ୍ୟବସାୟାଦି କର୍ମ ସମ୍ପାଦନ କରୁଥିଲେ । ସମାଜରେ ଶେଷ ଜାତିରୂପେ ପରିଚିତ ଥିଲା ଶୂଦ୍ର । ଉପରବର୍ଣ୍ଣିତ ତିନି ଜାତିର ନାନାବିଧ ସେବାରେ ସେମାନେ ନିଜକୁ ନିୟୋଜିତ କରୁଥିଲେ । ଏହି ଜାତିପ୍ରଥା କାଳକ୍ରମେ ବଂଶାନୁକ୍ରମିକ ହୋଇଗଲା ।
  • ବର୍ଣ୍ଣାଶ୍ରମ ଧର୍ମ – ଅପରପକ୍ଷେ ସାମାଜିକ ଜୀବନକୁ ଶୃଙ୍ଖଳିତ କରିବାପାଇଁ ଚାରି ଆଶ୍ରମ ସୃଷ୍ଟି ହୋଇଥିଲା । ଏହି ଚାରି ଆଶ୍ରମ ଥିଲା- ବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ, ବାନପ୍ରସ୍ଥ ଓ ସନ୍ୟାସ । ବ୍ରହ୍ମଚର୍ଯ୍ୟ ପାଳନ ଅବସ୍ଥାରେ ଛାତ୍ରମାନେ ଗୁରୁକୁଳରେ ରହି ବିଦ୍ୟା ଅଧ୍ୟୟନ ସହିତ ବ୍ରହ୍ମଚର୍ଯ୍ୟ ପାଳନ କରୁଥିଲେ । ବିଦ୍ୟାଲାଭ ପରେ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେଉଥିଲା ଏବଂ ଗୁରୁଙ୍କର ଅନୁମତି ନେଇ ଛାତ୍ରମାନେ ନିଜ ନିଜ ଗୃହକୁ ଫେରୁଥିଲେ । ବିଦ୍ୟା ଶିକ୍ଷାଲାଭ ପରେ ସେମାନେ ଗାର୍ହସ୍ଥ୍ୟ ଜୀବନ ଆରମ୍ଭ କରୁଥିଲେ । ଗୃହସ୍ଥ ହିସାବରେ ପିଲାମାନଙ୍କ ପ୍ରତି କର୍ତ୍ତବ୍ୟ ସମ୍ପାଦନ କରିସାରିବା ପରେ ଜୀବନର ତୃତୀୟ ପ୍ରସ୍ଥ ଆରମ୍ଭ ହେଉଥିଲା । ଏହି ଅବସ୍ଥା ବାନପ୍ରସ୍ଥ ନାମରେ ପରିଚିତ । ବାନପ୍ରସ୍ଥ କାଳରେ ମଣିଷ ଗୃହତ୍ୟାଗ କରି ସାଂସାରିକ ମୋହଜାଲରୁ ଅବ୍ୟାହତ ନେଇ ଜଙ୍ଗଲରେ ତପସ୍ୟାଚରଣ ପୂର୍ବକ ଫଳମୂଳ ଆଦି ସଂଗ୍ରହ କରି ଈଶ୍ଵର ଆରାଧନାରେ ସମୟ ଅତିବାହତି କରୁଥିଲେ । ଜୀବନର ଶେଷ ଆଶ୍ରମ ଥିଲା ସନ୍ୟାସ । ଗଭୀର ଭଗବତ୍ ପ୍ରେମରେ ନିମଜ୍ଜିତ ହୋଇ କଠୋର ତପସ୍ୟା ଏବଂ ଉପବାସାଦିରେ ମଣିଷ ସମୟ ଅତିବାହିତ କରୁଥିଲେ । ପରଲୋକରେ ହିତ ପାଇଁ ସେମାନେ ତପସ୍ୟାରତ ରହୁଥିଲେ ।

CHSE Odisha Class 12 History Chapter 2(b) Long Answer Questions in Odia Medium

  • ଶିକ୍ଷା- ପରବର୍ତୀ ବୈଦିକ ଯୁଗରେ ଶିକ୍ଷାର ଆଦର ଥିଲା । ବାଲ୍ୟକାଳରୁ ସନ୍ତାନର ମାନସିକ ଓ ବୌଦ୍ଧିକ ବିକାଶପାଇଁ ପିତାମାତା ଯନ୍ତ୍ରଶୀଳ ଥିଲେ । ଉପନୟନ ପରେ ପିଲାମାନେ ଗୁରୁ ଆଶ୍ରମରେ ରହି ବିଦ୍ୟାଶିକ୍ଷା କରୁଥିଲେ । ଗୁରୁସେବା ସହିତ ବିଦ୍ୟା ଶିକ୍ଷା କରିବା ଏକ ଆଦର୍ଶ ଥିଲା । ବେଦାଧ୍ୟୟନ, ବ୍ୟାକରଣ, ପୁରାଣ, ତର୍କଶାସ୍ତ୍ର ଆଦି ପାଠ୍ୟକ୍ରମର ଅନ୍ତର୍ଭୁକ୍ତ ଥିଲା । ସେମାନେ ଶାସ୍ତ୍ରରେ ଜ୍ଞାନଲାଭ କରିବା ସହିତ ବୈଷୟିକ ଶିକ୍ଷା; ଯଥା – ଗୋପାଳନ, କୃଷିକର୍ମ, ଦ୍ରବ୍ୟନିର୍ବାଣ, ଔଷଧ ପ୍ରସ୍ତୁତି ଆଦି ବିଷୟରେ ଶିକ୍ଷାଲାଭ କରୁଥିଲେ ।
  • ନାରୀର ସ୍ଥାନ— ପରବର୍ତ୍ତୀ ବୈଦିକ ଯୁଗରେ ନାରୀମାନେ ସମାଜରେ ସେମାନଙ୍କର ପଦମର୍ଯ୍ୟାଦା ହରାଇ ବସିଥିଲେ । ନାରୀମାନଙ୍କୁ ଶୂଦ୍ର ସହିତ ତୁଳନା କରାଯାଇଥିଲା । ସେମାନେ ରାଜନୈତିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ପୁରୁଷମାନଙ୍କ ସହ ଭାଗ ନେଇପାରୁ ନଥିଲେ । ସେମାନେ ପୁରୁଷମାନଙ୍କ ସହିତ ସମିତିରେ ଯୋଗଦାନ କରିବାର ଅଧିକାରରୁ ବଞ୍ଚିତ ହୋଇଥିଲେ । ସେମାନଙ୍କର ପିତା ବା ସ୍ଵାମୀର ସମ୍ପଭି ଉପରେ କୌଣସି ଅଧିକାର ନଥିଲା । ବିନା ଦ୍ଵିଧାରେ ସେମାନେ ପୁରୁଷର ପ୍ରାଧାନ୍ୟକୁ ମାନିନେଇଥିଲେ । ପିତାଙ୍କ ଇଚ୍ଛାନୁସାରେ କନ୍ୟାର ବିବାହ ସମ୍ପନ୍ନ ହେଉଥିଲା । ସମାଜରେ ବାଲ୍ୟବିବାହ ଏବଂ ଯୌତୁକ ଆଦି କଳଙ୍କିତ ପ୍ରଥା ବିସ୍ତାର ଲାଭ କରିଥିଲା । ଉପରୋକ୍ତ ଆଲୋଚନାରୁ ଜଣାପଡ଼ିଥାଏ ଯେ, ପରବର୍ତ୍ତୀ ବୈଦିକ ଯୁଗରେ ସମାଜ ବହୁ ଜଟିଳ ପରିସ୍ଥିତି ଦେଇ ଗତି କରିଥିଲା । ଜାତିପ୍ରଥା, ବାଲ୍ୟବିବାହ, ଯୌତୁକ ଆଦି ବହୁ କଳଙ୍କିତ ପ୍ରଥା ସମାଜରେ ପ୍ରବେଶ କରିଥିଲା । ନାରୀ ସ୍ଵାଧୀନତା ବହୁଭାବରେ କ୍ଷୁଣ୍ଣ ହୋଇଥିଲା । ଜାତିପ୍ରଥା ପରବର୍ତ୍ତୀ ବୈଦିକ ସମାଜକୁ ଜଟିଳ କରିଦେଇଥିଲା ।

୯ । ପରବର୍ତୀ ବୈଦିକ ଯୁଗର ଧର୍ମ ବ୍ୟବସ୍ଥା ସମ୍ପର୍କରେ ଯାହା ଜାଣ ଲେଖ ।
Answer:
ପରବର୍ତ୍ତୀ ବୈଦିକ ଯୁଗରେ ଆର୍ଯ୍ୟମାନଙ୍କର ଧାର୍ମିକ ଜୀବନରେ ବହୁ ପରିବର୍ତ୍ତନ ଦୃଷ୍ଟିଗୋଚର ହୋଇଥିଲା । ଆଦିବୈଦିକ ଯୁଗର ଆର୍ଯ୍ୟମାନେ ପାଳନ କରୁଥିବା ସରଳ ତଥା ନିରାଡ଼ମ୍ବର ଧର୍ମ ଜଟିଳତାରେ ଛନ୍ଦି ହୋଇଥିଲା । କର୍ମକାଣ୍ଡର ପ୍ରାଧାନ୍ୟ ସହ ଯାଗଯଜ୍ଞାଦି ଅନୁଷ୍ଠାନ ପାଇଁ ବ୍ୟୟ ବୃଦ୍ଧି ପାଇବା ସହିତ ବହୁ ନୂତନ ଦେବଦେବୀର ଆରାଧନା କରାଗଲା । ଏହିପରି ଭାବରେ ବହୁ ପରିବର୍ତ୍ତନର ସ୍ଵାକ୍ଷର ବହନ କରିଥିଲା ପରବର୍ତ୍ତୀ ବୈଦିକ ଯୁଗର ଧାର୍ମିକ ଜୀବନ ।

  • ନୂତନ ଦେବଦେବୀ ପୂଜାର ପ୍ରଚଳନ – ଧର୍ମ ଓ ଆଧ୍ୟାତ୍ମିକ ଅନୁଚିନ୍ତା ଆର୍ଯ୍ୟ ଜୀବନର ଏକ ମୁଖ୍ୟଧାରା ଥିଲା । ଋଗ୍‌ବେଦୀୟ ଧର୍ମରେ କାଳକ୍ରମେ କେତେକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା । ବୈଦିକ ଯୁଗର ସହଜ ଓ ନିରାଡ଼ମ୍ବର ଧର୍ମ କ୍ରମଶଃ ଜଟିଳତାର ଆବରଣରେ ଆଚ୍ଛାଦିତ ହୋଇଥିଲା । ପ୍ରକୃତିର ରୂପ ସହିତ ଦେବଦେବୀଙ୍କୁ ସମ୍ପୃକ୍ତ କରି ଧର୍ମଧାରଣା ଗଢ଼ିଉଠିଥିଲା । ଏହି ସମୟରେ ବହୁ ନୂତନ ଦେବଦେବୀଙ୍କର ଆବିର୍ଭାବ ଘଟିଲା । ଆଦିବୈଦିକ ଯୁଗରେ ପୂଜା ପାଉଥ‌ିବା ଇନ୍ଦ୍ର, ବରୁଣ, ଅଗ୍ନି, ଉଷା, ସରସ୍ଵତୀ, ମରୁତ ଆଦି ଦେବଦେବୀଙ୍କର ପୂଜାପ୍ରତି ଜନସାଧାରଣଙ୍କର ଆଗ୍ରହ କମି ଯାଇଥିଲା । ସେମାନେ ନୂତନ ଦେବଦେବୀଙ୍କୁ ପୂଜା କରିବାପାଇଁ ପ୍ରୟାସୀ ହୋଇଉଠିଲେ । ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵରଙ୍କ ପୂଜା ବିଶେଷଭାବରେ ପ୍ରସାରଲାଭ କରିଥିଲା । ବ୍ରହ୍ମା ସୃଷ୍ଟିକର୍ତ୍ତା, ବିଷ୍ଣୁ ପାଳନକର୍ତ୍ତା ଏବଂ ମହେଶ୍ଵର ଧ୍ଵଂସକର୍ତ୍ତା ରୂପେ ପୂଜିତ ହେବାକୁ ଲାଗିଲେ । ଏଥୁସହିତ ମଧ୍ୟ ଗଣେଶ, କାର୍ତ୍ତିକ, ପାର୍ବତୀ, ଲକ୍ଷ୍ମୀ, ଦୁର୍ଗା, କାଳୀ ଏବଂ ସରସ୍ଵତୀ ଆଦି ପୂଜା ପାଇବାକୁ ଲାଗିଲେ । କେବଳ ସେତିକି ନୁହେଁ- ଗନ୍ଧର୍ବ, ଅପ୍‌ସରା, ନାଗ, ବିଦ୍ୟାଧର ଆଦି ଉପଦେବତାଙ୍କୁ ମଧ୍ୟ ସେହି ସମୟରେ ପୂଜା କରାଯାଉଥିଲା । ଅବତାରବାଦ ପୂଜା ସମାଜରେ ଆଦର ଲାଭ କରିଥିଲା ।

CHSE Odisha Class 12 History Chapter 2(b) Long Answer Questions in Odia Medium

  • ପୂଜାପଦ୍ଧତି – ଏହି ସମୟରେ ପୂଜାପଦ୍ଧତିରେ ମଧ୍ୟ ପରିବର୍ତ୍ତନ ଘଟିଥିଲା । ଆଦିବୈଦିକ ଯୁଗରେ ଥିବା ସରଳ ନିରାଡ଼ମ୍ବର ପୂଜାପଦ୍ଧତିରେ ବ୍ୟାପକ ସମ୍ପ୍ରସାରଣ ଘଟିବା ସହିତ ଅନେକ ନୂତନତା ଏଥ‌ିରେ ପ୍ରବେଶ କରିଥିଲା । ରଗ୍‌ବୈଦିକ ଯୁଗରେ ଯଜ୍ଞ ଆଦି କର୍ମ ଗୃହସ୍ଥଙ୍କଦ୍ୱାରା ସମ୍ପନ୍ନ ହେଉଥ‌ିବାବେଳେ ପରବର୍ତ୍ତୀ ବୈଦିକ ଯୁଗରେ ତାହା ସମ୍ଭବ ହେଲାନାହିଁ । ଯଜ୍ଞ କେବଳ ବ୍ରାହ୍ମଣମାନଙ୍କର ଏକଚାଟିଆ ଅସ୍ଵୀକାର ହୋଇ ରହିଲା ।
  • ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ – ପରବର୍ତ୍ତୀ ବୈଦିକ ଯୁଗରେ ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ ବୃଦ୍ଧି ପାଇଥିଲା । ସେମାନେ ଯଜ୍ଞକାର୍ଯ୍ୟ ସମ୍ପନ୍ନ କରିବା ନିମିତ୍ତ ଅପରିହାର୍ଯ୍ୟ ହୋଇପଡ଼ିଲେ । ବିଭିନ୍ନ ପ୍ରକାର ଯଜ୍ଞର ଆୟୋଜନ କରିବାକୁ ସେମାନେ ଲୋକମାନଙ୍କୁ ଉପଦେଶ ପ୍ରଦାନ କରୁଥିଲେ । ଏହା ବ୍ୟୟବହୁଳ ଥିଲା ଏବଂ ଏଥ‌ିପାଇଁ ସେମାନେ ପ୍ରଚୁର ଅର୍ଥ ରୋଜଗାର କରୁଥିଲେ । ବ୍ରାହ୍ମଣମାନେହିଁ ଧର୍ମ କ୍ଷେତ୍ରରେ ଅନ୍ଧବିଶ୍ଵାସ ଓ କୁସଂସ୍କାର ଭରିଥିଲେ ।
  • ନୈତିକତା ଏବଂ କର୍ତ୍ତବ୍ୟ – ପରବର୍ତ୍ତୀ ବୈଦିକ ଯୁଗରେ ନୈତିକତା ଏବଂ ଧାର୍ମିକ କର୍ତ୍ତବ୍ୟ ଉପରେ ଗୁରୁତ୍ୱାରୋପ କରାଯାଉଥିଲା । ମଣିଷ କେତେଗୁଡ଼ିଏ ଋଣ ସହିତ ଜନ୍ମଲାଭ କରିଥାଏ ବୋଲି ବ୍ରାହ୍ମଣମାନେ ପ୍ରଚାର କରୁଥିଲେ । ଏହି ଋଣଗୁଡ଼ିକ ପରିଶୋଧ କରିବା ଥିଲା ମଣିଷର ନୈତିକ କର୍ଭବ୍ୟ । ଏହି ଋଣଗୁଡ଼ିକ ମଧ୍ୟରେ ‘ଦେବଋଣ’, ‘ଋଷିଋଣ’ ଏବଂ ପିତୃଋଣ ଥୁଲା ଅନ୍ୟତମ । ଦେବତାମାନଙ୍କୁ ତୁଷ୍ଟ କରିବାପାଇଁ ‘ଯଜ୍ଞ’, ଋଷିମାନଙ୍କୁ ସନ୍ତୁଷ୍ଟ କରିବାପାଇଁ ‘ତର୍ପଣ’ ଏବଂ ପିତୃପୁରୁଷ ଶାନ୍ତ କରିବାପାଇଁ ‘ଶ୍ରାଦ୍ଧ’ ଆଦି କରିବାକୁ ବ୍ରାହ୍ମଣମାନେ ଲୋକମାନଙ୍କୁ ପ୍ରବର୍ତାଉଥିଲେ ।
  • କର୍ମବାଦ – ପରବର୍ତ୍ତୀ ବୈଦିକ ଯୁଗରେ ମଧ୍ଯ କର୍ମବାଦ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ପୁରୋହିତମାନେ ବସ୍ତୁତଃ କର୍ମକାଣ୍ଡ ପଦ୍ଧତି ଉପରେ ଗୁରୁତ୍ୱାରୋପ କରିବାବେଳେ ଦାର୍ଶନିକମାନେ କର୍ମବାଦର ଅବତାରଣା କରି ମୋକ୍ଷ ପାଇଁ ପଥ ଆବିଷ୍କାର କରିଥିଲେ । ମୃତ୍ୟୁ ପରେ ମଣିଷର ‘ଆତ୍ମା’ ମରଶରୀର ତ୍ୟାଗ କରି ବ୍ରହ୍ମ ବା ପରମାତ୍ମାଙ୍କ ସହିତ ମିଶିଥାଏ ।
  • ଦାର୍ଶନିକ ତତ୍ତ୍ଵ – ଋଗ୍‌ଦିକ ଯୁଗର ସରଳ ଧର୍ମବିଶ୍ଵାସ ପରବର୍ତୀ ବୈଦିକ ଯୁଗରେ କେବଳ ଯେ ଜଟିଳ ହୋଇପଡ଼ିଥିଲା ତାହା ନୁହେଁ, ଏଥ‌ିରେ ବହୁ ଦାର୍ଶନିକ ତତ୍ତ୍ଵର ସମ୍ମିଶ୍ରଣ ଘଟିଥିଲା । ‘ଆତ୍ମା ଏବଂ ପରମାତ୍ମା’ ସମ୍ପର୍କରେ ଜିଜ୍ଞାସା, ମଣିଷର କର୍ମର ବିଶ୍ଳେଷଣ, ମୋକ୍ଷ ଆଦି ବିଷୟରେ ବହୁ ଚର୍ଚ୍ଚା ଘଟିଥିଲା । ଏହା ଧର୍ମକୁ ଜଟିଳରୁ ଜଟିଳତର କରିଦେଇଥିଲା ।
  • ବିଭିନ୍ନ କୁସଂସ୍କାର – ପରବର୍ତ୍ତୀ ବୈଦିକ ଯୁଗରେ ବିଭିନ୍ନ କୁସଂସ୍କାର ସମାଜରେ ପ୍ରଚଳିତ ଥିଲା । ଲୋକମାନେ ଭୂତ, ପ୍ରେତ, ଗୁଣି ଏବଂ ଗାରେଡ଼ିରେ ବିଶ୍ଵାସ କରୁଥିଲେ । କୁହୁକ ଏବଂ ବଶୀକରଣ ଆଦି ବିଦ୍ୟା ସମାଜରେ ବହୁଳଭାବରେ ଆଦୃତିଲାଭ କରିଥିଲା । ବାସ୍ତବିକ ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ ପରବର୍ତ୍ତୀ ବୈଦିକ ଯୁଗରେ ସମାଜରେ କାୟାବିସ୍ତାର କରିଥିଲା ।

CHSE Odisha Class 12 History Chapter 2(b) Short Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 2(b) ବୈଦିକ ଏବଂ ପରବର୍ତୀ ବୈଦିକ ଯୁଗ Short & Long Answer Questions.

CHSE Odisha 12th Class History Chapter 2(b) Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧। କେଉଁମାନେ ବୈଦିକ ସଭ୍ୟତାର ସ୍ରଷ୍ଟା ଥିଲେ ଏବଂ ସେମାନଙ୍କ ସମ୍ପର୍କରେ କେଉଁଥରୁ ଜଣାପଡ଼ିଥାଏ ?
Answer:
ଆର୍ଯ୍ୟମାନେ ବୈଦିକ ସଭ୍ୟତାର ସ୍ରଷ୍ଟା ଥିଲେ । ଆର୍ଯ୍ୟ ଶବ୍ଦର ଅର୍ଥ ହେଉଛି ସ୍ଵାଧୀନ ଓ ଉଦାରସମ୍ପନ୍ନ ମଣିଷ । ବୈଦିକ ସଭ୍ୟତାକୁ ରଗ୍‌ବୈଦିକ ଏବଂ ପରବର୍ତ୍ତୀ ବୈଦିକ ସଭ୍ୟତା ଏହିପରି ଦୁଇଭାଗରେ ବିଭକ୍ତ କରାଯାଇଛି । ଆର୍ଯ୍ୟମାନଙ୍କର ସାହିତ୍ୟ ‘ବେଦ’ରୁ ବୈଦିକ ସଭ୍ୟତା ସମ୍ପର୍କରେ ଜଣାପଡ଼ିଥାଏ ।

୧। ଋଗ୍‌ବୈଦିକ ଆର୍ଯ୍ୟମାନେ କେଉଁ ଅଞ୍ଚଳରେ ବାସ କରିଥିଲେ ଏବଂ ସେମାନଙ୍କ ସାମାଜିକ ଜୀବନ କିପରି ଥୁଲା ?
Answer:
ଋଗ୍‌ବୈଦିକ ଆର୍ଯ୍ୟମାନେ ସପ୍ତସିନ୍ଧୁ ଅଞ୍ଚଳରେ ବାସ କରିଥିଲେ । ଏହିଠାରେ ପରିସ୍ଫୁଟ ଘଟିଥିଲା ଆର୍ଯ୍ୟମାନଙ୍କର ସାମାଜିକ ଜୀବନ । ସେମାନଙ୍କର ସାମାଜିକ ଜୀବନ ଥୁଲା ସରଳ, ନିରାଡ଼ମ୍ବର ଏବଂ ପବିତ୍ର । ଗ୍ରାମୀଣ ଜୀବନର ବାସ୍ତବ ପ୍ରତିଫଳନ ଘଟିଥିଲା ସେମାନଙ୍କର ସାମାଜିକ ଜୀବନରେ ।

CHSE Odisha Class 12 History Chapter 2(b) Short Answer Questions in Odia Medium

୩ । ପରବର୍ତୀ ବୈଦିକ ଯୁଗର ଜାତିପ୍ରଥା କିପରି ଥୁଲା ?
Answer:
ପରବର୍ତ୍ତୀ ବୈଦିକ ଯୁଗରେ ଜାତିପ୍ରଥା ଜଟିଳ ଆକାର ଧାରଣ କରିଥିଲା । ସମାଜରେ ନିର୍ଦ୍ଦିଷ୍ଟ ଚାରିଜାତି ଦେଖାଦେଇଥିଲା, ତାହା ହେଲା ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର । ସମୟକ୍ରମେ ଏହି ଚାରି ଜାତିରୁ ବହୁ ଉପଜାତି, ଯଥା- କମାର, ବଢ଼େଇ, ତନ୍ତୀ, ରଥକାର, ମାଂସ ବ୍ୟବସାୟୀ ଆଦି ସୃଷ୍ଟି ହୋଇଥିଲା ।

୪। ଚତୁରାଶ୍ରମ କ’ଣ ?
Answer:
ପରବର୍ତ୍ତୀ ବୈଦିକ ଯୁଗର ଆର୍ଯ୍ୟମାନେ ବର୍ଣ୍ଣାଶ୍ରମ ବ୍ୟବସ୍ଥାର ପ୍ରଚଳନ କରିଥିଲେ । ସମଗ୍ର ଜୀବନକୁ ସେମାନେ ଚାରିଗୋଟି ଆଶ୍ରମ ବା ଅବସ୍ଥାରେ ବିଭକ୍ତ କରିଥିଲେ । ସେଗୁଡ଼ିକ ଥିଲା – ବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ, ବାନପ୍ରସ୍ଥ ଏବଂ ସନ୍ନ୍ୟାସ । ଏହି ଚତୁରାଶ୍ରମ ପରବର୍ତ୍ତୀ ବୈଦିକ ଯୁଗରେ ସମାଜର ମୂଳାଧାର ଥିଲା ।

୫। ଆଦିବୈଦିକ ଯୁଗରେ ନାରୀମାନଙ୍କ ସ୍ଥାନ କିପରି ଥୁଲା ?
Answer:
ଆଦିବୈଦିକ ଯୁଗରେ ନାରୀମାନଙ୍କର ସ୍ଥାନ ବହୁ ଉଚ୍ଚରେ ଥିଲା । ସେମାନଙ୍କ ବିନା ପୁରୁଷମାନେ ଯଜ୍ଞାଦି କୌଣସି ଧାର୍ମିକ କାର୍ଯ୍ୟାନୁଷ୍ଠାନ କରିବାକୁ ସକ୍ଷମ ହେଉ ନଥିଲେ । ସମାଜରେ ସତୀପ୍ରଥା ପ୍ରଚଳିତ ନଥିଲେ ମଧ୍ୟ ବିଧବା ବିବାହ ପ୍ରଚଳିତ ଥିଲା । ସମାଜରେ ପର୍ଦା ପ୍ରଥା ନଥିଲା । ଆପାଲା, ଗାର୍ଗୀ, ମୈତ୍ରେୟୀ, ବିଶ୍ଵବାରା, ଲୋପାମୁଦ୍ରା ଆଦି ବିଦୁଷୀ ରମଣୀ ଏହି ଯୁଗରେ ପ୍ରସିଦ୍ଧି ଲାଭ କରିଥିଲେ ।

୬ । ପରବର୍ତୀ ବୈଦିକ ଯୁଗରେ ନାରୀମାନଙ୍କ ସ୍ଥାନ କିପରି ଥୁଲା ?
Answer:
ପରବର୍ତ୍ତୀ ବୈଦିକ ଯୁଗରେ ନାରୀମାନେ ସେମାନଙ୍କର ପ୍ରାଧାନ୍ୟ ହରାଇ ବସିଥିଲେ । ସେମାନେ ରାଜନୈତିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ପୁରୁଷମାନଙ୍କ ସହ ଭାଗ ନେଇପାରୁ ନଥିଲେ । ସମାଜରେ ବାଲ୍ୟବିବାହ ଏବଂ ଯୌତୁକ ଆଦି କଳଙ୍କିତ ପ୍ରଥାର ପ୍ରଚଳନ ହୋଇଥିଲା ।

୭। ବେଦର ଅନ୍ୟନାମ କାହିଁକି ଶ୍ରୁତି ହୋଇଛି ?
Answer:
ବେଦର ଅନ୍ୟ ନାମ ଶ୍ରୁତି, କାରଣ ବହୁକାଳ ପର୍ଯ୍ୟନ୍ତ ଏହା ଲିପିବଦ୍ଧ ହୋଇ ନଥିଲା ଏବଂ ଗୁରୁ ଓ ଶିଷ୍ୟ ପରମ୍ପରାରେ ଶ୍ରବଣଦ୍ଵାରା ତାହା ମନେରଖାଯାଉଥିଲା । ହିନ୍ଦୁମାନେ ବିଶ୍ଵାସ କରନ୍ତି ଯେ ବେଦ ଭଗବାନଙ୍କ ମୁଖନିଃସୃତ ବାଣୀ ।

୮। ଆରଣ୍ୟକ ସମ୍ପର୍କରେ ଲେଖ ।
Answer:
ବେଦର ଏକ ଅଂଶବିଶେଷ ହେଉଛି ଆରଣ୍ୟକ । ଏଥୁରେ ରହିଛି ଦର୍ଶନତତ୍ତ୍ଵ । ସର୍ବମୋଟ ୬ ଗୋଟି ଆରଣ୍ୟକ ରହିଛି । ଆରଣ୍ୟକ କ୍ରମେ ପରିବର୍ତ୍ତିତ ହୋଇ ଉପନିଷଦ୍ ରୂପେ ପରିଚିତ ହେଉଥିଲା ।

CHSE Odisha Class 12 History Chapter 2(b) Short Answer Questions in Odia Medium

୯। ଉପନିଷଦ୍ ସମ୍ପର୍କରେ ଲେଖ ।
Answer:
ଆରଣ୍ୟକର ପରିବର୍ଦ୍ଧିତ ରୂପକୁ ଉପନିଷଦ କୁହାଯାଏ । ଉପନିଷଦରେ ଗଭୀର ଆଧ୍ୟାତ୍ମିକ ଓ ବ୍ରହ୍ମତତ୍ତ୍ଵମାନ ଆଲୋଚିତ ହୋଇଛି । କର୍ମବାଦ, ପୁନର୍ଜନ୍ମ ପ୍ରଭୃତି ହିନ୍ଦୁଧର୍ମର ଗଭୀର ଦାର୍ଶନିକ ତତ୍ତ୍ବମାନ ଏଥିରେ ସନ୍ନିବେଶିତ ।

୧୦ । ବେଦ କେଉଁମାନଙ୍କର ପବିତ୍ର ଧର୍ମଗ୍ରନ୍ଥ ଅଟେ ? ଏହା କେତେ ଭାଗରେ ବିଭକ୍ତ ? ସେଗୁଡ଼ିକର ନାମ ଲେଖ ।
Answer:
ବେଦ ଆର୍ଯ୍ୟମାନଙ୍କର ପବିତ୍ର ଧର୍ମଗ୍ରନ୍ଥ ଅଟେ । ଏହା ଚରି ଭାଗରେ ବିଭକ୍ତ; ଯଥା— ଋକ୍, ସାମ୍, ଯଦୁଃ, ଅଥର୍ବ । ଋଗ୍‌ବେଦ ସବୁଠାରୁ ପୁରାତନ ବେଦ ଅଟେ ।

୧୧ । ବ୍ରହ୍ମାବର୍ତ୍ତ କେଉଁ ନଦୀଦ୍ୱୟ ମଧ୍ୟରେ ଅବସ୍ଥିତ ଥିଲା ? ଏଠାରେ କେଉଁମାନେ ପ୍ରଥମେ ବସତି ସ୍ଥାପନ କରିଥିଲେ ?
Answer:
ସତ୍‌ଲେଜ୍ ଓ ଯମୁନା ନଦୀଦ୍ଵୟ ମଧ୍ଯରେ ବ୍ରହ୍ମାବଉଁ ଅବସ୍ଥିତ ଥିଲା । ଏଠାରେ ଆର୍ଯ୍ୟମାନେ ପ୍ରଥମେ ବସତି ସ୍ଥାପନ କରିଥିଲେ ।

୧୨ । ଋଗ୍‌ବୈଦିକ ପରିବାରର ମୁଖ୍ୟ କିଏ ଥିଲେ ? ତାଙ୍କର କର୍ତ୍ତବ୍ୟ କ’ଣ ଥିଲା ?
Answer:
ଋଗ୍‌ବୈଦିକ ପରିବାରର ମୁଖ୍ୟ ପିତା ଥିଲେ । ପରିବାରର ପ୍ରତିପୋଷଣ, ସନ୍ତାନମାନଙ୍କ ଶିକ୍ଷାଦାନ, ଶାନ୍ତିଶୃଙ୍ଖଳା ରକ୍ଷା, କନ୍ୟାଦାନ, ସମ୍ପତ୍ତି କ୍ରୟ ଓ ବିକ୍ରୟ ତଥା ବିଭିନ୍ନ ସମସ୍ୟାର ସମାଧାନ ଥିଲା ପିତାଙ୍କର କର୍ତ୍ତବ୍ୟ ।

୧୩ । ଆର୍ଯ୍ୟମାନେ ପିନ୍ଧୁଥ‌ିବା ପୋଷାକ କେତେ ପ୍ରକାର ଓ କ’ଣ କ’ଣ ?
Answer:
ଆର୍ଯ୍ୟମାନେ କାର୍ପାସ୍ ଓ ପଶମ ନିର୍ମିତ ବସ୍ତ୍ର ପରିଧାନ କରୁଥିଲେ । ସେମାନେ ସାଧାରଣତଃ ତିନିପ୍ରକାର ପୋଷାକ ବ୍ୟବହାର କରୁଥିଲେ ଯଥା ନୀଭି ବା ନିମ୍ନବସ୍ତ୍ର, ପରିଧାନ ବା ବାସ ଓ ଅଧ୍ୟାସ, ଅଚକ ବା ବହିର୍ବାସ ।

୧୪ । ଋଗ୍‌ବୈଦିକ ସମୟରେ ପ୍ରସିଦ୍ଧି ଲାଭ କରିଥିବା ନାରୀମାନଙ୍କର ନାମ ଲେଖି ।
Answer:
ଋଗ୍‌ଦକ ସମୟରେ ପ୍ରସିଦ୍ଧି ଲାଭ କରିଥିବା ନାରୀମାନେ ହେଲେ ଆପାଲା, ବିଶ୍ଵବାରା, ଘୋଷା, ଲୋପାମୁଦ୍ରା ଓ ସିକତା । ସମାଜରେ ସେମାନଙ୍କ ସ୍ଥାନ ଉଚ୍ଚରେ ଥିଲା ।

CHSE Odisha Class 12 History Chapter 2(b) Short Answer Questions in Odia Medium

୧୫। ‘ବିପଥ’ କହିଲେ କ’ଣ ବୁଝ ? ଆର୍ଯ୍ୟମାନେ ହସ୍ତୀକୁ କେଉଁ କାର୍ଯ୍ୟରେ ଲଗାଉଥିଲେ ?
Answer:
ଅଙ୍କାବଙ୍କା ରାସ୍ତାରେ ଗମନ କରିବାପାଇଁ ଆର୍ଯ୍ୟମାନେ ‘ବିପଥ’ ନାମକ ଏକ ପ୍ରକାର ଯାନ ବ୍ୟବହାର କରୁଥିଲେ । ସେମାନେ ହସ୍ତୀକୁ ସାମରିକ କାର୍ଯ୍ୟରେ ଲଗାଉଥିଲେ ।

୧୬ । ଯଜୁର୍ବେଦରେ କ’ଣ ଉଲ୍ଲେଖ ଅଛି ? ଏହାକୁ କେତେ ଭାଗରେ ବିଭକ୍ତ କରାଯାଇଛି ଓ କ’ଣ କ’ଣ ?
Answer:
ଯଜୁର୍ବେଦରେ ପୂଜାପଦ୍ଧତି ବ୍ୟାଖ୍ୟା କରାଯାଇଛି । ଏଥ‌ିରେ ରହିଛି ୪୦ଟି ମଣ୍ଡଳ । ଏହାକୁ ଶୁକ୍ଳ ଯଜୁର୍ବେଦ ଓ କୃଷ୍ଣ ଯଜୁର୍ବେଦ ନାମରେ ଦୁଇ ଭାଗରେ ବିଭକ୍ତ କରାଯାଇଛି ।

୧୭ । ବୈଦିକ ଯୁଗରେ ଛାତ୍ରମାନେ ଅଧ୍ୟୟନ କରୁଥିବା ବିଦ୍ୟାପୀଠର ନାମ କ’ଣ ଥିଲା ? ସେଠାରେ କେଉଁ କେଉଁ ବିଷୟରେ ଶିକ୍ଷାଦାନ କରାଯାଉଥିଲା ?
Answer:
ବୈଦିକ ଯୁଗରେ ଛାତ୍ରମାନେ ଅଧ୍ୟୟନ କରୁଥିବା ବିଦ୍ୟାପୀଠର ନାମ ଗୁରୁକୁଳ ଥିଲା । ସେଠାରେ ଜ୍ଞାନ ଓ ଚରିତ୍ରର ବିକାଶ କରିବା ଶିକ୍ଷା ଦିଆଯିବା ସଙ୍ଗେ ସଙ୍ଗେ ତର୍କଶାସ୍ତ୍ର, ନୀତିଶାସ୍ତ୍ର, ଧାତୁଶାସ୍ତ୍ର, ଯୁଦ୍ଧଶାସ୍ତ୍ର, ବ୍ରହ୍ମବିଦ୍ୟା, ଗଣିତ, ଜ୍ୟୋତିର୍ବିଦ୍ୟା ଓ ଦର୍ଶନ ଆଦି ଛାତ୍ରମାନଙ୍କୁ ଶିକ୍ଷା ଦିଆଯାଉଥିଲା ।

୧୮ । ବୈଦିକ ଯୁଗରେ ରାଜାଙ୍କୁ ଶାସନରେ ସାହାଯ୍ୟ କରୁଥିବା ମୁଖ୍ୟ କର୍ମଚାରୀମାନେ କିଏ ଥିଲେ ? କିଏ ରାଜାଙ୍କର ମୁଖ୍ୟ ଉପଦେଷ୍ଟା ଥଲେ ?
Answer:
ବୈଦିକ ଯୁଗରେ ରାଜାଙ୍କୁ ଶାସନରେ ସାହାଯ୍ୟ କରୁଥିବା ମୁଖ୍ୟ କର୍ମଚାରୀମାନଙ୍କ ମଧ୍ୟରେ ପୁରୋହିତ, ସେନାନୀ ଓ ଗ୍ରାମଣୀମାନେ ମୁଖ୍ୟ ଥ୍ଷଲ । ପୁରୋହିତ ରାଜାଙ୍କର ମୁଖ୍ୟ ଉପଦେଷ୍ଟା ଥିଲେ ।

୧୯ । ବୈଦିକ ଯୁଗରେ ରାଜାଙ୍କୁ ଶାସନରେ ସାହାଯ୍ୟ କରିବାପାଇଁ କେଉଁ ସଂସ୍ଥା ରହିଥିଲା ଓ କ’ଣ କ’ଣ ?
Answer:
ବୈଦିକ ଯୁଗରେ ରାଜାଙ୍କୁ ଶାସନରେ ସାହାଯ୍ୟ କରିବାପାଇଁ ଦୁଇଟି ଗଣତାନ୍ତ୍ରିକ ସଂସ୍ଥା ରହିଥିଲା । ତାହା ହେଲା–ସଭା ଓ ସମିତି ।

CHSE Odisha Class 12 History Chapter 2(b) Short Answer Questions in Odia Medium

୨୦ । ପରବର୍ତ୍ତୀ ବୈଦିକ ଯୁଗରେ ରାଜାଙ୍କୁ ଶାସନରେ ସାହାଯ୍ୟ କରୁଥିବା କର୍ମଚାରୀମାନଙ୍କ ନାମ କ’ଣ ଥିଲା ?
Answer:
ପରବର୍ତ୍ତୀ ବୈଦିକ ଯୁଗରେ ରାଜାଙ୍କୁ ଶାସନରେ ସାହଯ୍ୟ କରୁଥିବା କର୍ମଚାରୀମାନେ ହେଲେ — ବ୍ରାହ୍ମଣ ( ପୁରୋହିତ), ରାଜନ୍ୟ(ସମ୍ଭ୍ରାନ୍ତ), ମହିଷୀ (ପାଟରାଣୀ), ସୂତ(ରଥଚାଳକ), ସଂଗ୍ରହିତ୍ରୀ (କୋଷାଧ୍ୟକ୍ଷ), ଭାଗଦୁଘ (କର ଆଦାୟକାରୀ) କ୍ଷତ୍ରୀ ଓ ଅକ୍ଷବପ (ପଶାଖେଳ ତତ୍ତ୍ଵାବଧାରକ) ।

B. ପାଞ୍ଚଟି/ଛଅଟି ବାକ୍ୟରେ ଉତ୍ତର ଦିଅ ।

୧ | ଋଗ୍‌ବେଦୀୟ ଧର୍ମର ପ୍ରଧାନ ବୈଶିଷ୍ଟ୍ୟଗୁଡ଼ିକ କ’ଣ ?
Answer:
ବୈଦିକ ଆର୍ଯ୍ୟମାନଙ୍କର ଆଧ୍ୟାତ୍ମିକ ଜୀବନ ଥିଲା ଭାରତୀୟ ସଂସ୍କୃତିର ମୂଳପିଣ୍ଡ । ସେମାନେ ପ୍ରକୃତିର ଉପାସକ ଥିଲେ । ସେମାନେ ପ୍ରକୃତିର ବିଭିନ୍ନ ରୂପକୁ ଦେବତା ବୋଲି ମନେକରି ଉପାସନା କରୁଥିଲେ । ପୃଥିବୀ, ଆକାଶ, ସୂର୍ଯ୍ୟ, ଇନ୍ଦ୍ର, ମରୁତ, ବାୟୁ, ଉଷା ଓ ବୃକ୍ଷ ଇତ୍ୟାଦିଙ୍କୁ ସେମାନେ ପୂଜା କରୁଥିଲେ । ଆର୍ଯ୍ୟମାନେ ଏକେଶ୍ୱରବାଦ ଉପରେ ଗୁରୁତ୍ଵ ପ୍ରଦାନ କରୁଥିଲେ । ସ୍ତୋତ୍ର ଓ ମନ୍ତ୍ର ଉଚ୍ଚାରଣଦ୍ଵାରା ସେମାନେ ଦେବଦେବୀଙ୍କୁ ସନ୍ତୁଷ୍ଟ କରିପାରୁଥିଲେ । ପୂଜାପଦ୍ଧତିରେ ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ ନଥିଲା । ପରିବାରର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ପ୍ରାର୍ଥନା ଏବଂ ଯଜ୍ଞ ସମାପନ କରୁଥିଲେ । ସେତେବେଳେ ଜଟିଳ ଯଜ୍ଞ ଓ କର୍ମକାଣ୍ଡ ପ୍ରଚଳିତ ନଥିଲା । ସନାତନ ଧର୍ମ ଏହି ଆର୍ଯ୍ୟ ଧର୍ମର ରୂପାନ୍ତର ମାତ୍ର ।

୧। ପରବର୍ତୀ ବୈଦିକ ଯୁଗର ଧର୍ମଭାବନା ବିଷୟରେ ଯାହା ଜାଣ ଲେଖ ।
Answer:
ପରବର୍ତ୍ତୀ ବୈଦିକ ଯୁଗରେ ଧର୍ମ କ୍ଷେତ୍ରରେ ଆରାଧନା, ଯାଗଯଜ୍ଞ ଓ ବ୍ରାହ୍ମଣମାନଙ୍କ ପ୍ରାଧାନ୍ୟ ବୃଦ୍ଧି ପାଇବାରେ ଲାଗିଲା । ଋଗ୍‌ବୈଦିକ ଯୁଗର ସରଳ, ନିରାଡ଼ମ୍ବର ଏବଂ ପ୍ରାକୃତିକତା ଉପରେ ପର୍ଯ୍ୟବସିତ ଧର୍ମଧାରଣାର ପରିବର୍ତ୍ତନ ଘଟିଲା । ଧର୍ମଭାବନା ଜଟିଳ ଓ କଳୁଷିତ ହୋଇପଡ଼ିଲା । ବ୍ରହ୍ମା, ବିଷ୍ଣୁ, ମହେଶ୍ଵର, ଗଣେଶ ଓ ଦୁର୍ଗା ଆଦି ନୂତନ ଦେବଦେବୀଙ୍କର ଆବିର୍ଭାବ ଘଟିଥିଲା । ଯଜ୍ଞରେ ପଶୁବଳି ଦିଆଗଲା । କର୍ମବାଦ ଉପରେ ବିଶ୍ଵାସ ପ୍ରକଟିତ ହେଲା । ମନ୍ତ୍ର, ତନ୍ତ୍ର, ଗୁଣିଗାରେଡ଼ି ଓ ଭୂତ-ପ୍ରେତଙ୍କ ଭୟ ଲୋକମାନଙ୍କ ମଧ୍ୟରେ ପ୍ରବେଶ କଲା । ସମାଜରେ ବହୁ କୁସଂସ୍କାରର ସୂତ୍ରପାତ ଘଟିଥିଲା ।

CHSE Odisha Class 12 History Chapter 2(b) Short Answer Questions in Odia Medium

୩ । ପରବର୍ତୀ ବୈଦିକ ଯୁଗରେ ନାରୀମାନଙ୍କ ସ୍ଥାନ ନିରୂପଣ କର ।
Answer:
ପରବର୍ତ୍ତୀ ବୈଦିକ ଯୁଗରେ ନାରୀମାନେ ସେମାନଙ୍କର ପ୍ରାଧାନ୍ୟ ହରାଇ ବସିଥିଲେ । ଏ ଯୁଗରେ ନାରୀମାନେ ରାଜନୈତିକ, ସାମାଜିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ପୁରୁଷମାନଙ୍କ ସହିତ ଭାଗ ନେଇପାରୁ ନଥିଲେ । ନାରୀମାନେ ନିଜର ସମ୍ପଭିଗତ ଅଧିକାର ହରାଇ ବସିଥିଲେ । ନାରୀ ସ୍ଵାଧୀନତା ହ୍ରାସ ପାଇଥିଲା । ସମାଜରେ ବାଲ୍ୟବିବାହ, ବହୁପନ୍ଥୀଗ୍ରହଣ, ଯୌତୁକ ପ୍ରଥା, ସତୀଦାହ ପ୍ରଥା ଓ ପରଦା ପ୍ରଥା ଭଳି କୁସଂସ୍କାରଗୁଡ଼ିକ ମୁଣ୍ଡ ଟେକିଥିଲା । ଶିକ୍ଷା କ୍ଷେତ୍ରରେ ନାରୀମାନେ ପୂର୍ବପରି ପୁରୁଷମାନଙ୍କ ସହିତ ସମକକ୍ଷ ହୋଇପାରିଲେ ନାହିଁ । ପରିବାର ପାଇଁ କନ୍ୟା ଜନ୍ମ ଅଶୁଭ ଓ ଅବାଞ୍ଛିତରୂପେ ପରିଗଣିତ ହେବାକୁ ଲାଗିଲା । ସମାଜରେ ନାରୀ ସମ୍ପୂର୍ଣ୍ଣରୂପେ ଅବଦମିତ ହୋଇ ରହିଲା ।

୪ । ବୈଦିକ ଆର୍ଯ୍ୟମାନଙ୍କର ରାଜନୈତିକ ସଂଗଠନ ସମ୍ପର୍କରେ ଲେଖ ।
Answer:
ଆର୍ଯ୍ୟ ସମାଜରେ ସୁଦୃଢ଼ ରାଜନୈତିକ ଅନୁଷ୍ଠାନଗୁଡ଼ିକର ଅଭ୍ୟୁଦୟ ସମ୍ଭବ ହୋଇଥିଲା କେବଳ ସ୍ଥାୟୀ ବସତି ସ୍ଥାପନ, ସମୃଦ୍ଧ ଜୀବନଯାପନ ଏବଂ ଉନ୍ନତ ଚିନ୍ତାଶକ୍ତି ପାଇଁ । ରାଜନୈତିକ ସଂଗଠନର ମୂଳ ସ୍ତରରେ ଥିଲା ପରିବାର । ପରିବାରର ମୁଖ୍ୟ ଥିଲେ ପିତା । କେତେକ ପରିବାରର ସମ୍ମିଶ୍ରଣରେ ଗୋଟିଏ ଗ୍ରାମ ସୃଷ୍ଟି ହୋଇଥିଲା । ଗ୍ରାମର ମୁଖ୍ୟ ଥିଲେ ଗ୍ରାମଣୀ । କେତେକ ଗ୍ରାମକୁ ନେଇ ସୃଷ୍ଟି ହୋଇଥିଲା ‘ଅଞ୍ଚଳ’ ବା ‘ବିଶ୍’ । ‘ବିଶ୍’ର ପରିଚାଳନା ଦାୟିତ୍ଵରେ ଥିଲେ ‘ବିଶ୍ଵପତି’ । କେତେକ ବିଶ୍ଵକୁ ନେଇ ସୃଷ୍ଟି ହୋଇଥିଲା ‘ଜନ’ । ‘ଗୋପ’ ଥିଲେ ଏହାର ମୁଖ୍ୟ । କେତେକ ଜନକୁ ନେଇ ଏକ ବୃହତ୍ ରାଷ୍ଟ୍ର ଗଠିତ ହୋଇଥିଲା । ଏହାକୁ ଜନପଦ କୁହାଯାଉଥିଲା ଏବଂ ରାଜା ଥିଲେ ଏହାର ମୁଖ୍ୟ ।

୫ । ବୈଦିକ ଯୁଗର ସଭା ଓ ସମିତି ସମ୍ପର୍କରେ ଲେଖ ।
Answer:
ରାଜ୍ୟର ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ନେଇ ସଭା ଗଠିତ ହୋଇଥିଲା । ସଭାର ମୁଖ୍ୟଙ୍କୁ ସଭାପତି କୁହାଯାଉଥିଲା । ସଭାରେ ଧନୀ, ଜ୍ଞାନୀ ଓ ଚିନ୍ତାଶୀଳ ବ୍ୟକ୍ତିମାନେ ଯୋଗଦାନ କରିପାରୁଥିଲେ । ସ୍ଥାନୀୟ ନିୟମ ପ୍ରଣୟନ ଏବଂ ପାଳନ ଆଦି କ୍ଷେତ୍ରରେ ଏହା ରାଜାଙ୍କୁ ସୁଚିନ୍ତିତ ପରାମର୍ଶ ପ୍ରଦାନ କରୁଥିଲା । ସମିତି ଥିଲା ଏକ ଜାତୀୟ ସଭା । ଏଥ‌ିରେ ପୁରୁଷ ଓ ନାରୀ ସଦସ୍ୟ ରହିପାରୁଥିଲେ । ସମସ୍ତ ଜାତୀୟ ସମସ୍ୟା ସମିତିରେ ମୁକ୍ତଭାବେ ଆଲୋଚିତ ହେଉଥିଲା । କେବଳ ରାଜା ନିର୍ବାଚନ ନୁହେଁ, ଯୁଦ୍ଧ, ରାଜ୍ୟରକ୍ଷା ଓ ଶାନ୍ତି ପ୍ରତିଷ୍ଠାପାଇଁ ସମିତିର ମତାମତ ଥିଲା ଏକାନ୍ତଭାବେ ଅପରିହାର୍ଯ୍ୟ । ସମିତି ଥିଲା ଏକ ଜନପ୍ରିୟ ରାଜନୈତିକ ସଂଗଠନ ।

CHSE Odisha Class 12 History Chapter 2(b) Short Answer Questions in Odia Medium

୬ । ବୈଦିକ ଯୁଗର ଶିକ୍ଷା ବ୍ୟବସ୍ଥା କିପରି ଥିଲା ?
Answer:
ବୈଦିକ ଯୁଗରେ ଶିକ୍ଷାପ୍ରତି ଆର୍ଯ୍ୟମାନଙ୍କର ବିଶେଷ ଆଗ୍ରହ ଥିଲା । ଋଷି ଆଶ୍ରମ ଥିଲା ଶିକ୍ଷାୟତନ । ସେଠାରେ ମୌଖ୍ୟକ ଭାବରେ ଶିକ୍ଷାଦାନ ବ୍ୟବସ୍ଥା ଥିଲା । କ୍ଷତ୍ରିୟମାନଙ୍କ ପାଇଁ ଯୁଦ୍ଧବିଦ୍ୟା ଏବଂ ବ୍ରାହ୍ମଣମାନଙ୍କ ପାଇଁ ବେଦ ଅଧ୍ୟୟନ ବାଧ୍ୟତାମୂଳକ ଥିଲା । ଉପନୟନ ଉତ୍ସବ ପରେ ବାଳକମାନେ ଶିକ୍ଷାୟତନରେ ଯୋଗ ଦେଉଥିଲେ । ଆଦର୍ଶ ଓ ଶୃଙ୍ଖଳିତ ଜୀବନଯାପନ ପାଇଁ ଗୁରୁମାନେ ସର୍ବଦା ପରାମର୍ଶ ଦେଉଥିଲେ । ଗୁରୁସେବା ଛାତ୍ରର ପ୍ରଧାନ କର୍ତ୍ତବ୍ୟ ଥିଲା । ଚରିତ୍ର ଗଠନ ଓ ଜ୍ଞାନ ଅର୍ଜନ ଶିକ୍ଷାର ଲକ୍ଷ୍ୟ ଥିଲା । ଶିକ୍ଷାଲାଭ କରୁଥିବା ବାଳକମାନଙ୍କୁ ବ୍ରହ୍ମଚାରୀ କୁହାଯାଉଥିଲା । ସେ ସମୟରେ ବେଦ ଦର୍ଶନ ଆଦି ଛାତ୍ରମାନଙ୍କୁ ଶିକ୍ଷା ଦିଆଯାଉଥିଲା ।

୭ | ବୈଦିକ ଯୁଗର ପରିବାର ବିଷୟରେ ଆଲୋଚନା କର ।
Answer:
ବୈଦିକ ପରିବାର ଥୁଲା ଆର୍ଯ୍ୟ ସାମାଜିକ ସଂଗଠନର ମୂଳପିଣ୍ଡ । ବୈଦିକ ଯୁଗର ପରିବାର ଥିଲା ପିତୃକୈନ୍ଦ୍ରିକ । ପିତାଙ୍କୁ କୁଳପ ବା କୁଳପତି କୁହାଯାଉଥିଲା । ପରିବାରର ମୁଖ୍ୟ ହିସାବରେ ସେ ପରିବାରର ପ୍ରତିପାଳନ, ସନ୍ତାନମାନଙ୍କର ଶିକ୍ଷା ଓ ବିବାହ ସମ୍ପାଦନା ସମ୍ପତ୍ତି କ୍ରୟ ବିକ୍ରୟ ଏବଂ ଧାର୍ମିକ କାର୍ଯ୍ୟ ଆଦି କର୍ତ୍ତବ୍ୟ ପାଳନ କରୁଥିଲେ । ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଉପରେ ତାଙ୍କର ପୂର୍ଣ କର୍ତ୍ତୃତ୍ଵ ରହିଥିଲା । ବୈଦିକ ଯୁଗରେ ଯୌଥ ପରିବାର ପ୍ରଥା ପ୍ରଚଳିତ ଥିଲା ।

୮। ବୈଦିକ ଯୁଗରେ ଆର୍ଯ୍ୟମାନଙ୍କର ଅର୍ଥନୈତିକ ଜୀବନ କିପରି ଥୁଲା ?
Answer:
ଋଗ୍‌ବୈଦିକ ଯୁଗରେ ଆର୍ଯ୍ୟମାନଙ୍କର ଅର୍ଥନୈତିକ ଜୀବନ ଉନ୍ନତ ଥିଲା । କୃଷି ଓ ପଶୁପାଳନ ଥିଲା ସେମାନଙ୍କର ପ୍ରଧାନ ଜୀବିକା । ଶିଳ୍ପ ଓ କାରିଗରୀ ବିଦ୍ୟାରେ ସେମାନେ ନିପୁଣ ଥିଲେ । ଲୁହା, କାଠ, ଚମଡ଼ା, ସ୍ପର୍ଶ ଓ ମାଟିକାମ ଉପରେ ଆର୍ଯ୍ୟମାନେ ପାରଦର୍ଶିତା ଲାଭ କରିଥିଲେ । ସେମାନେ ଉଭୟ ସ୍ଥଳ ଓ ଜଳପଥରେ ବାଣିଜ୍ୟ କାରବାରରେ ଲିପ୍ତ ଥିଲେ । ଶିଳ୍ପ ପ୍ରତିଷ୍ଠା କରି ସେମାନେ ମଧ୍ଯ ଜୀବିକା ନିର୍ବାହ କରୁଥିଲେ । ଶଗଡ଼, ରଥ, ଘୋଡ଼ା, ଓଟ ଓ ଗଧଦ୍ଵାରା ସେମାନେ ସ୍ଥଳପଥରେ ବାଣିଜ୍ୟିକ ଦ୍ରବ୍ୟଗୁଡ଼ିକ ଚାଲାଣ କରୁଥିଲେ ।

CHSE Odisha Class 12 History Chapter 2(b) Short Answer Questions in Odia Medium

୯ | ଚାରିବେଦର ବିଷୟବସ୍ତୁଗୁଡ଼ିକ ଆଲୋଚନା କର ।
Answer:
ବେଦକୁ ଋକ୍, ସାମ୍, ଯଜୁ ଓ ଅଥର୍ବ ଏହିପରି ଚାରିଗୋଟି ଭାଗରେ ବିଭକ୍ତ କରାଯାଇଛି । ରଗ୍‌ବେଦ ହେଉଛି ସର୍ବପ୍ରାଚୀନ ବେଦ । ଏଥ‌ିରେ ୧୦ଟି ମଣ୍ଡଳ ଓ ୧୦୨୮ଟି ସ୍ତୋତ୍ର ରହିଛି । ଏହି ବେଦରେ ଆର୍ଯ୍ୟମାନଙ୍କର ସ୍ତୁତିମାନ ସମ୍ମିଳିତ ହୋଇଛି । ସାମବେଦରେ ୧୫୪୯ଟି ସ୍ତୁତି ରହିଛି । ଏହା ଭଜନ ଓ ପ୍ରାର୍ଥନାରେ ପରିପୂର୍ଣ୍ଣ । ଯଜୁର୍ବେଦରେ ଜଟିଳ ପୂଜାପଦ୍ଧତି ଓ କର୍ମକାଣ୍ଡମାନ ସ୍ଥାନ ପାଇଛି । ଅଥର୍ବ ବେଦ ୨୦ଟି ମଣ୍ଡଳ ଓ ୭୩୧ଟି ସ୍ତୋତ୍ରକୁ ନେଇ ଗଠିତ । ଅଥର୍ବ ବେଦରେ ଭୂତପ୍ରେତାଦି ଦୋଷରୁ ରକ୍ଷା ପାଇବାପାଇଁ ମନ୍ତ୍ର, ଯନ୍ତ୍ର ଓ ଇନ୍ଦ୍ରଜାଲ ଇତ୍ୟାଦି ଲିପିବଦ୍ଧ ।

୧୦ । ମହାଭାରତ ସମ୍ପର୍କରେ ସଂକ୍ଷିପ୍ତ ଟିପ୍‌ପଣୀ ପ୍ରଦାନ କର ।
Answer:
ରାମାୟଣଠାରୁ ମହାଭାରତ ମହାକାବ୍ୟଟି ବଡ଼ । ଏହି ମହକାବ୍ୟଟି ମହର୍ଷି ବ୍ୟାସଦେବଙ୍କଦ୍ୱାରା ରଚିତ । ରାମାୟଣ ପରେ ଏହା ରଚିତ ହୋଇଥିବାର ଅନୁମାନ କରାଯାଏ । ମହାଭାରତରେ ୧୦୦,୦୦୦ ଶ୍ଳୋକ ସନ୍ନିବେଶିତ । ଏହାକୁ ଶତ ସହସ୍ର ସଂହିତା କୁହାଯାଏ । ପାଣ୍ଡବ ଓ କୌରବମାନଙ୍କ ମଧ୍ୟରେ ସଂଘର୍ଷ ହେଉଛି ଏହାର ମୁଖ୍ୟ କାରଣ । ତତ୍‌କାଳୀନ ଭାରତରେ ରାଜନୈତିକ, ସାମାଜିକ ଓ ଧର୍ମ ସମ୍ବନ୍ଧୀୟ ଜୀବନୀ ମହାଭାରତରୁ ଜଣାପଡ଼େ । ସେତେବେଳେ ସାମାଜିକ ଜୀବନ ଥିଲା ସନ୍ତୁଳିତ, ଧାର୍ମିକ ରୀତିରେ ସମାଜ ପରିଚାଳିତ ହେଉଥିଲା । ଏହି ଯୁଗରେ ମାନବିକ ମୂଲ୍ୟବୋଧର ଉନ୍ମେଷ ଘଟିଥିଲା ।

୧୧। ଋଗ୍‌ବୈଦିକ ଯୁଗ ଓ ପରବର୍ତୀ ବୈଦିକ ଯୁଗ ମଧ୍ୟରେ ପାର୍ଥକ୍ୟ ନିର୍ଣ୍ଣୟ କର ।
Answer:
ରଗ୍‌ବୈଦିକ ଯୁଗ ଏବଂ ପରବର୍ତ୍ତୀ ବୈଦିକ ଯୁଗ ମଧ୍ୟରେ ନିମ୍ନଲିଖତ କେତେକ ପାର୍ଥକ୍ୟ ଦେଖାଯାଏ ।

  • ଋଗ୍‌ବୈଦିକ ଯୁଗରେ ରାଜାଙ୍କର କ୍ଷମତା ସୀମିତ ଥିଲା । ସେହି ସମୟର ପ୍ରଚଳିତ ପରମ୍ପରା ଓ ବିଧ୍ ଅନୁସାରେ ସେ କାର୍ଯ୍ୟ କରୁଥିଲେ ମାତ୍ର ପରବର୍ତ୍ତୀ ବୈଦିକ ଯୁଗରେ ରାଜାଙ୍କ କ୍ଷମତା ବହୁ ପରିମାଣରେ ବୃଦ୍ଧି ପାଇଥିଲା ।
  • ଋଗ୍‌ବୈଦିକ ଯୁଗରେ ନାରୀମାନେ ସମାଜରେ ଏକ ବିଶିଷ୍ଟ ସ୍ଥାନ ଅଧିକାର କରିଥିଲେ । ସେମାନେ ଧର୍ମ ଅନୁଷ୍ଠାନମାନଙ୍କରେ ଯୋଗ ଦେଉଥିଲେ । ସେମାନେ ରାଜନୈତିକ ବ୍ୟାପାରରେ ମଧ୍ୟ ଅଂଶଗ୍ରହଣ କରିପାରୁଥିଲେ । ମାତ୍ର ପରବର୍ତ୍ତୀ ବୈଦିକ ଯୁଗରେ ସମାଜରେ ସେମାନଙ୍କର ସମ୍ମାନ ହ୍ରାସ ପାଇଥିଲା । ପର୍ଦାପ୍ରଥା, ବାଲ୍ୟବିବାହ, ସତୀଦାହ ପ୍ରଥା ଆଦି ପ୍ରଚଳିତ ହୋଇଥିଲା ।
  • ଋଗ୍‌ବୈଦିକ ଯୁଗର ଧର୍ମ ଅତ୍ୟନ୍ତ ସରଳ ଥିଲା ଓ ବ୍ୟୟସାପେକ୍ଷ ନଥିଲା । କିନ୍ତୁ ପରବର୍ତୀ ବୈଦିକ ଯୁଗରେ ଧର୍ମ ଜଟିଳ ହୋଇପଡ଼ିଥିଲା ଓ ସେଥ‌ିରେ ଅନ୍ଧବିଶ୍ଵାସ ଓ କୁସଂସ୍କାର ପ୍ରବେଶ କରି ଏହାକୁ କଳୁଷିତ କରିଦେଲା ।
  • ରଗ୍‌ବୈଦିକ ଯୁଗରେ କର୍ମ ଅନୁସାରେ ଆର୍ଯ୍ୟମାନଙ୍କର ବିଭାଗୀକରଣ ହେଉଥିଲା । କିନ୍ତୁ ପରବର୍ତ୍ତୀ ବୈଦିକ ଯୁଗରେ କର୍ମ ଅନୁସାରେ ଜାତିପ୍ରଥା ବା ଚତୁଃବର୍ଣ୍ଣ ସୃଷ୍ଟି ହୋଇ ବଂଶାନୁକ୍ରମିକ ହେଲା । କ୍ରମେ ଏହି ପ୍ରଥା ଅତ୍ୟନ୍ତ କଠୋର ହୋଇପଡ଼ିଥିଲା ।

BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.5

Odisha State Board BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.5 Textbook Exercise Questions and Answers.

BSE Odisha Class 7 Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.5

Question 1.
Δ DEF ଅଙ୍କନ କର ଯାହାର DE = 5 ସେ.ମି., DF = 3 ସେ.ମି.ଏବଂ m∠EDF = 90° । ଏହି ତ୍ରିଭୁଜର ଅନ୍ୟ ବାହୁ ଓ କୋଣଗୁଡ଼ିକର ପରିମାଣ ନିର୍ଣ୍ଣୟ କର । ସେହିପରି ଗୋଟିଏ ଟ୍ରେସିଂ-କାଗଜରେ Δ XYZ ଅଙ୍କନ କର, ଯାହାର XY = 5 ସେ.ମି., XZ = 3 ସେ.ମି. ଏବଂ m ∠YXZ = 90° Δ XYZ କୁ Δ DEF ଉପରେ ଏପରି ଭାବରେ ରଖ ଯେପରି Δ DEF ର D ଓ E ବିନ୍ଦୁ ଯଥାକ୍ରମେ Δ XYZ ର X ଓ Y ବିନ୍ଦୁ ଉପରେ ରହିବ । କ’ଣ ଲକ୍ଷ୍ୟ କରୁଛ? Δ DEF ଓ Δ XYZ ମଧ୍ୟରେ କ’ଣ ସମ୍ପର୍କ ଅଛି? କାରଣ କ’ଣ?
ସମାଧାନ:
ଅଙ୍କନ ପ୍ରଣାଳୀ :
(i) 5 ସେ.ମି. ଦୈର୍ଘ୍ୟର DE ରେଖାଖଣ୍ଡ ଅଙ୍କନ କର ।
(ii) DE ର D ବିନ୍ଦୁରେ m∠MDE ଅଙ୍କନ କର ଯାହାର ପରିମାଣ 90° ହେବ ।
(iii) D କୁ କେନ୍ଦ୍ରକରି 3 ସେ.ମି. ବ୍ୟାସାର୍ଦ୍ଧ ନେଇ ଏକ ଚାପ ଅଙ୍କନ କର । ଏହା \(\overrightarrow{\mathrm{DM}}\) କୁ F ବିନ୍ଦୁରେ ଛେଦ କରୁ ।
(iv) EF ଅଙ୍କନ କରି Δ DEF ସମ୍ପୂର୍ଣ୍ଣ କର ।
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.5
ଟ୍ରେସିଂ-କାଗଜରେ ଓ Δ XYZ ଅଙ୍କନ କଲେ,
Δ DEF = Δ XYZ ହେବ । କାରଣ ତ୍ରିଭୁଜଦ୍ଵୟ ସର୍ବସମ (ବା-କୋ-ବା ସର୍ବସମତା) ।

Question 2.
Δ ABC ଅଙ୍କନ କର ଯାହାର BC = 7.5 ସେ.ମି., AC = 5 ସେ.ମି., ଓ m∠c = 60°
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 7th Class Maths Solutions Chapter 12 ଜ୍ୟାମିତିକ ଅଙ୍କନ Ex 12.5 1
(i) 7.5 ସେ.ମି. ଦୈର୍ଘ୍ୟର BC ରେଖାଖଣ୍ଡ ଅଙ୍କନ କର । 
(ii) C ବିନ୍ଦୁରେ \(\overline{\mathrm{CB}}\) ଉପରେ ∠XCB ଅଙ୍କନ କର ଯାହାର ପରିମାଣ 60° ହେବ ।
(iii) C କୁ କେନ୍ଦ୍ର ନେଇ 5 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଚାପ ଅଙ୍କନ କର ଯାହା \(\overrightarrow{\mathrm{CX}}\) କୁ A ବିନ୍ଦୁରେ ଛେଦ କରିବ । 
(iv) \(\overline{\mathrm{AB}}\) ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।

CHSE Odisha Class 12 History Chapter 2(b) Objective Questions in Odia Medium

Odisha State Board CHSE Odisha Class 12 History Solutions Chapter 2(b) ବୈଦିକ ଏବଂ ପରବର୍ତୀ ବୈଦିକ ଯୁଗ Objective Questions.

CHSE Odisha 12th Class History Chapter 2(b) Objective Questions

in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ବୈଦିକ ଆର୍ଯ୍ୟମାନେ କାହାର ଉପାସକ ଥିଲେ ?
(କ) ମାତୃଶକ୍ତି
(ଖ) ସୂର୍ଯ୍ୟ ଓ ଅଗ୍ନି
(ଗ) ପଶୁପତି
(ଘ) ପ୍ରକୃତି
Answer:
(ଘ) ପ୍ରକୃତି

୨। ଭୂତପ୍ରେତାଦି ବିଶ୍ଵାସ କେଉଁ ବେଦରେ ଲିପିବଦ୍ଧ ?
(କ) ଋଗ୍‌ ବେଦ
(ଖ) ଯଜୁର୍ବେଦ
(ଗ) ସାମବେଦ
(ଘ) ଅଥର୍ବ ବେଦ
Answer:
(ଘ) ଅଥର୍ବ ବେଦ

୩ । ବୈଦିକ ଯୁଗର ଜନପ୍ରିୟ ରାଜନୈତିକ ସଂଗଠନର ନାମ ହେଉଛି :
(କ) ପରିଷଦ
(ଖ) ବଟକରା
(ଗ) ସଂସ୍ଥା
(ଘ) ସମିତି
Answer:
(ଘ) ସମିତି

CHSE Odisha Class 12 History Chapter 2(b) Objective Questions in Odia Medium

୪ । ବୈଦିକ ଯୁଗରେ ଆର୍ଯ୍ୟମାନେ ମୁଦ୍ରା ରୂପେ ଏକ ସ୍ଵର୍ଣ୍ଣଖଣ୍ଡ ପ୍ରଚଳନ କରିଥିଲେ । ଏହାକୁ କ’ଣ କୁହାଯାଏ ?
(କ) ଟଙ୍କା
(ଖ) ବଟକରା
(ଗ) ମୁଦ୍ରା
(ଘ) ନିଷ୍କ
Answer:
(ଘ) ନିଷ୍କ

୫ । ଜନ କାହାକୁ କୁହାଯାଏ ?
(କ) ପରିବାରର ସମଷ୍ଟିକୁ
(ଖ) ବୈଦିକ ଯୁଗକୁ
(ଗ) ଗ୍ରାମର ସମଷ୍ଟିକୁ
(ଘ) ବିଶ୍ବର ସମଷ୍ଟିକୁ
Answer:
(ଘ) ବିଶ୍ବର ସମଷ୍ଟିକୁ

୬ । ବୈଦିକ ଯୁଗର ମୁଖ୍ୟ ରାଜନୈତିକ ସଂଗଠନର ନାମ କ’ଣ ?
(କ) ସଭା
(ଖ) ସଂସ୍ଥା
(ଗ) ପରିଷଦ
(ଘ) ଦରବାର
Answer:
(କ) ସଭା

୭ | କେଉଁ ବେଦରେ ପୂଜାପଦ୍ଧତିର ବ୍ୟାଖ୍ୟା ଦେଖୁବାକୁ ମିଳେ ?
(କ) ଋଗ୍‌ ବେଦ
(ଖ) ସାମବେଦ
(ଗ) ଅଥର୍ବବେଦ
(ଘ) ଯଜୁର୍ବେଦ
Answer:
(ଘ) ଯଜୁର୍ବେଦ

୮। ସ୍ତୁତିମାନଙ୍କର ସ୍ଵରସଂଯୋଗ କେଉଁଥିରେ ଦେଖାଯାଏ ?
(କ) ଋଗ୍‌ବେଦ ସଂହିତା
(ଖ) ଯଜୁର୍ବେଦ ସଂହିତା
(ଗ) ସାମବେଦ ସଂହିତା
(ଘ) ଅଥର୍ବବେଦ ସଂହିତା
Answer:
(ଗ) ସାମବେଦ ସଂହିତା

୯ | ଆର୍ଯ୍ୟମାନଙ୍କର ସ୍ମୃତି କେଉଁଥରେ ସମ୍ବଳିତ ?
(କ) ଋଗ୍‌ବେଦ ସଂହିତା
(ଖ) ଯଜୁର୍ବେଦ ସଂହିତା
(ଗ) ସାମବେଦ ସଂହିତା
(ଘ) ଅଥର୍ବବେଦ ସଂହିତା
Answer:
(କ) ଋଗ୍‌ବେଦ ସଂହିତା

CHSE Odisha Class 12 History Chapter 2(b) Objective Questions in Odia Medium

୧୦। ରାଜା ପ୍ରଜାଙ୍କଠାରୁ ଆଦାୟ କରୁଥିବା କରର ନାମ କ’ଣ ?
(କ) ବଳି
(ଖ) ମୁଦ୍ର।
(ଗ) ଭାଗ
(ଘ) କର
Answer:
(କ) ବଳି

୧୧। ବୈଦିକ ଯୁଗରେ ଗଢ଼ିଉଠିଥିବା ଦୁଇଟି ରାଜନୈତିକ ସଂସଦ ‘ସଭା’ ଓ ‘ସମିତି’ ମଧ୍ୟରୁ କେଉଁଟିର ଭୂମିକା ଥିଲା ଅଧିକ ବ୍ୟାପକ ଓ ଗୁରୁତ୍ଵପୂର୍ଣ ?
(କ) ସମିତି
(ଖ) ସଭା ଓ ସମିତି
(ଗ) ସଭା
(ଘ) କୌଣସିଟି ନୁହେଁ
Answer:
(କ) ସମିତି

୧୨। ପରବର୍ତୀ ବୈଦିକ ଯୁଗରେ କେଉଁ ଦେବତା ଶ୍ରେଷ୍ଠ ବୋଲି ବିବେଚିତ ହେଉଥିଲେ ?
(କ) ବିଷ୍ଣୁ
(ଖ) ଇନ୍ଦ୍ର
(ଗ) ଅଗ୍ନି
(ଘ) ଶିବ
Answer:
(କ) ବିଷ୍ଣୁ

୧୩। ଋଗ୍‌ବୈଦିକ ଯୁଗରେ କେଉଁ ଦେବତା ଆର୍ଯ୍ୟମାନଙ୍କର ଅଧ୍ବକ ପ୍ରିୟ ଥିଲେ ?
(କ) ସୂର୍ଯ୍ୟ
(ଖ) ଅଗ୍ନି
(ଗ) ଇନ୍ଦ୍ର
(ଘ) ଶିବ
Answer:
(ଗ) ଇନ୍ଦ୍ର

୧୪। ବୈଦିକ ଯୁଗରେ ପ୍ରଚଳିତ ‘ବଳି’ କହିଲେ କ’ଣ ବୁଝାଯାଏ ?
(କ) ଓଜନର ଏକ ପରିମାପକ
(ଗ) ରାଜାଙ୍କର ଏକ ଉପାଧ୍
(ଖ) ଏକପ୍ରକାର କର
(ଘ) ରାଜାଙ୍କ ପ୍ରଦତ୍ତ ଦଣ୍ଡ
Answer:
(ଖ) ଏକପ୍ରକାର କର

CHSE Odisha Class 12 History Chapter 2(b) Objective Questions in Odia Medium

୧୫। ଦୀପବଂଶ କେଉଁ ଧର୍ମ ସମ୍ବନ୍ଧୀୟ ଗ୍ରନ୍ଥ ?
(କ) ଜୈନଧର୍ମ
(ଖ) ବୌଦ୍ଧଧର୍ମ
(ଗ) ହିନ୍ଦୁଧର୍ମ
(ଘ) ମୁସଲମାନ ଧର୍ମ
Answer:
(ଖ) ବୌଦ୍ଧଧର୍ମ

୧୬। ବେଦ ଶବ୍ଦ ସଂସ୍କୃତର କେଉଁ ଶବ୍ଦରୁ ଆସିଅଛି ?
(କ) ବିଦ୍
(ଖ) ଶ୍ରୁତି
(ଗ) ଉପନିଷଦ
(ଘ) ବ୍ୟାଖ୍ୟା
Answer:
(କ) ବିଦ୍

୧୭ । ରାଜତନ୍ତ୍ରର ବା ରାଜ୍ୟର ମୁଖ୍ୟ କିଏ ଥିଲେ ?
(କ) ରାଜା
(ଖ) ସମ୍ରାଟ୍
(ଗ) ମନ୍ତ୍ରୀ
(ଘ) ପ୍ରଜାମାନେ
Answer:
(କ) ରାଜା

୧୮। କେଉଁ ବେଦ ସର୍ବପ୍ରାଚୀନ ଅଟେ ?
(କ) ଋଗ୍‌ ବେଦ
(ଖ) ସାମବେଦ
(ଗ) ଯଜୁର୍ବେଦ
(ଘ) ଅଥର୍ବବେଦ
Answer:
(କ) ଋଗ୍‌ବେଦ

୧୯। ବୈଦିକ ଯୁଗରେ ପରିବାରର ମୁଖ୍ୟଙ୍କୁ କ’ଣ କୁହାଯାଉଥିଲା ?
(କ) କୁଳପତି
(ଖ) ମୁଖ୍ୟପତି
(ଗ) ଜ୍ୟେଷ୍ଠ
(ଘ) ଗୃହପିତା
Answer:
(କ) କୁଳପତି

୨୦ । କେଉଁ ଯୁଗରେ ଜାତିପ୍ରଥା ସୃଷ୍ଟି ହୋଇଥୁଲା ?
(କ) ଋଗ୍‌ବୈଦିକ
(ଖ) ପରବର୍ତୀ ବୈଦିକ
(ଗ) ମଧ୍ୟ ବୈଦିକ
(ଘ) ସାମବୈଦିକ
Answer:
(କ) ପରବର୍ତୀ ବୈଦିକ

CHSE Odisha Class 12 History Chapter 2(b) Objective Questions in Odia Medium

୨୧। ଚତୁରାଶ୍ରମ କେଉଁ ଯୁଗରେ ସୃଷ୍ଟି ହୋଇଥିଲା ?
(କ) ଋଗ୍‌ ବୈଦିକ
(ଖ) ପରବର୍ତୀ ବୈଦିକ
(ଗ) ମଧ୍ୟବୈଦିକ
(ଘ) ସାମବୈଦିକ
Answer:
(ଖ) ପରବର୍ତ୍ତୀ ବୈଦିକ

୨୨ । କେଉଁ ଯୁଗରେ ପ୍ରକୃତି ଉପାସନା ପ୍ରଚଳିତ ଥିଲା ?
(କ) ଋଗ୍‌ ବୈଦିକ
(ଖ) ପରବର୍ତୀ ବୈଦିକ
(ଗ) ମଧ୍ୟବୈଦିକ
(ଘ) ସାମବୈଦିକ
Answer:
(କ) ଋଗ୍‌ଦିକ

୨୩। ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ଵରଙ୍କ ପୂଜା କେବେ ପ୍ରଚଳିତ ଥିଲା ?
(କ) ପରବର୍ତୀ ବୈଦିକ ଯୁଗ
(ଖ) ଆଦିବୈଦିକ ଯୁଗ
(ଗ) ମଧ୍ୟବୈଦିକ ଯୁଗ
(ଘ) ସାମବୈଦିକ ଯୁଗ
Answer:
(କ) ପରବର୍ତୀ ବୈଦିକ ଯୁଗ

୨୪। ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ କେଉଁ ଯୁଗରେ ବୃଦ୍ଧି ପାଇଥିଲା ?
(କ) ଆଦିବୈଦିକ
(ଖ) ପରବର୍ତୀ ବୈଦିକ
(ଗ) ମଧୁବୈଦିକ
(ଘ) ଅଥର୍ବବୈଦିକ
Answer:
(ଖ) ପରବର୍ତୀ ବୈଦିକ

୨୫। କେତେଗୁଡ଼ିଏ ଗ୍ରାମକୁ ନେଇ କ’ଣ ଗଠିତ ହୋଇଥିଲା ?
(କ) ବିଶ୍
(ଖ) ଜନ
(ଗ) ନଗର
(ଘ) ରାଜ୍ୟ
Answer:
(କ) ବିଶ୍

CHSE Odisha Class 12 History Chapter 2(b) Objective Questions in Odia Medium

B. ଶୂନ୍ୟସ୍ଥାନ ପୂରଣ କର ।

୧। _________ ବେଦରେ ପୂଜାପଦ୍ଧତି ବ୍ୟାଖ୍ୟା କରାଯାଇଛି ।
Answer:
ଯଦଃ

୨। ପ୍ରତ୍ୟେକ ବେଦକୁ __________ ଗୋଟି ଭାଗରେ ବିଭକ୍ତ କରାଯାଇଛି ।
Answer:
ଚାରି

୩ । _________ ବେଦରେ ସଙ୍ଗୀତ ବିଷୟରେ ଆଲୋଚନା କରାଯାଇଛି ।
Answer:
ଗନ୍ଧର୍ବ

୪। __________ ବେଦରେ ସ୍ଥାପତ୍ୟକଳା ସମ୍ପର୍କରେ ଆଲୋଚନା କରାଯାଇଛି ।
Answer:
ଶିଳ୍ପ

୫। ବୈଦିକ ଯୁଗର ଶେଷ ଭାଗରେ ରଚିତ ସାହିତ୍ୟକୁ ________ କୁହାଯାଏ ।
Answer:
ବେଦାନ୍ତ

୬। ଭୂତପ୍ରତାଦି ବିଷୟରେ ___________ ବେଦ ସୂଚନା ଦିଏ ।
Answer:
ଅଥର୍ବ

CHSE Odisha Class 12 History Chapter 2(b) Objective Questions in Odia Medium

୭। ଆଦିବୈଦିକ ଯୁଗରେ ବ୍ୟବହୃତ ମଦ୍ୟର ନାମ ___________ ଅଟେ ।
Answer:
ସୋମରସ

୮। ଛାତ୍ରମାନେ___________ ଆଶ୍ରମରେ ଶିକ୍ଷାଲାଭ କରୁଥିଲେ ।
Answer:
ଗୁରୁକୁଳ

୯। ଖ୍ରୀ.ପୂ. ୧୮୦୦ ରୁ ଖ୍ରୀ.ପୂ. ୮୦୦ ମଧ୍ୟରେ _________ ସଭ୍ୟତା ବିକାଶଲାଭ କରିଥିଲା ।
Answer:
ଋଗ୍‌ବୈଦିକ

୧୦। ଋବୈଦିକ ସଭ୍ୟତାରେ ___________ ପରିବାର ପ୍ରଥା ପ୍ରଚଳିତ ଥିଲା ।
Answer:
ଯୌଥ

୧୦। ଋଗ୍‌ବୈଦିକ ସଭ୍ୟତାରେ ___________ ପରିବାର ପ୍ରଥା ପ୍ରଚଳିତ ଥିଲା ।
Answer:

୧୧। ରଗ୍‌ବୈଦିକ ଯୁଗରେ __________ ମାନେ ଗଣିବାରେ ନିପୁଣତା ଲାଭ କରିଥିଲେ ।
Answer:
ପଣି

୧୨। ଗଣ ଶବ୍ଦର ଅର୍ଥ ହେଉଛି __________ |
Answer:
ବ୍ୟକ୍ତିସମୂହ

CHSE Odisha Class 12 History Chapter 2(b) Objective Questions in Odia Medium

୧୩ । ____________ ଓ __________ ଙ୍କ ପରି ଇନ୍ଦ୍ରଙ୍କୁ ଝଡ଼ ଓ ଘଡ଼ଘଡ଼ି ସହିତ ସଂଯୁକ୍ତ କରାଯାଇଥାଏ ।
Answer:
ଜିଅସ୍, ଥୋର

୧୪। ବୈଦିକ ଯୁଗରେ ____________ ଦେବତା ପାପୀଙ୍କୁ କଠୋର ଦଣ୍ଡ ଦେଉଥିବାର ବିଶ୍ଵାସ କରାଯାଏ ।
Answer:
ବରୁଣ

୧୫। ବୈଦିକ ଯୁଗରେ ମନୁଷ୍ୟ ଓ ଦେବତାମାନଙ୍କର ମଧ୍ୟସ୍ଥି ରୂପେ __________ ଙ୍କୁ କଳ୍ପନା କରାଯାଏ ।
Answer:
ଅଗ୍ନି

୧୬। ବୈଦିକ ଯୁଗରେ ପୋଲିସ୍ ଅଧିକାରୀଙ୍କୁ __________ କୁହାଯାଉଥିଲା ।
Answer:
ଉଗ୍ର

୧୭। ___________ ବ୍ରାହ୍ମଣରେ ଉଲ୍ଲେଖ ଅଛି ଯେ ନାରୀ ଥୁଲା ପୁରୁଷର ଅର୍ଦ୍ଧାଙ୍ଗିନୀ ।
Answer:
ଶତପଥ

୧୮ । __________ ଋଗ୍‌ବୈଦିକ ସମାଜରେ ଗ୍ରାମର ମୁଖ୍ୟ ଥିଲେ ।
Answer:
ଗ୍ରାମଣୀ

୧୯। ଋଷିମାନେ ବେଦକୁ ଈଶ୍ଵରଙ୍କ ମୁଖରୁ ଶୁଣି ମନେରଖିବାରୁ ଏହାକୁ ____________ କୁହାଯାଏ ।
Answer:
ଶ୍ରୁତି

CHSE Odisha Class 12 History Chapter 2(b) Objective Questions in Odia Medium

୨୦। ଚାରି ବେଦ ଥିଲା __________ , _________ , ___________ ଓ __________ ।
Answer:
ଋକ୍, ସାମ, ଯତଃ, ଅଥର୍ବ

୨୧। ଆର୍ଯ୍ୟମାନଙ୍କର ବାସସ୍ଥଳୀକୁ __________ କୁହାଯାଉଥିଲା ।
Answer:
ଆର୍ଯ୍ୟାବର୍ଷ

୨୨। କେତେକ ପରିବାରର ସମଷ୍ଟିକୁ ନେଇ ___________ ଗଠନ କରାଯାଉଥିଲା ।
Answer:
ଗ୍ରାମ

୨୩ । କେତେଗୁଡ଼ିଏ ଗ୍ରାମକୁ ନେଇ ଗଠିତ ହୋଇଥିବା ବିଶ୍ଵର ମୁଖ୍ୟଙ୍କୁ _________ କୁହାଯାଉଥିଲା ।
Answer:
ବିଶ୍ଵପତି

୨୪ । __________ ଯୁଗରେ ଜାତିପ୍ରଥା ସୃଷ୍ଟି ହୋଇଥିଲା ।
Answer:
ପରବର୍ତୀ ବୈଦିକ

୨୫। କେତେଗୁଡ଼ିଏ ଜନକୁ ନେଇ ଏକ ବୃହତ୍ ରାଜ୍ୟ ଗଠନ କରାଯାଇଥିଲା, ତାକୁ __________ କୁହାଯାଉଥିଲା ।
Answer:
ଜନପଦ

୨୬ । ଋଗ୍‌ବେଦରେ _________ ଟି ମଣ୍ଡଳ ଅଛି ।
Answer:
୧୦ଟି

CHSE Odisha Class 12 History Chapter 2(b) Objective Questions in Odia Medium

C. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ଆର୍ଯ୍ୟମାନଙ୍କର ଆଦିବାସସ୍ଥଳୀ କେଉଁଠାରେ ଥିଲା ?
Answer:
ଆର୍ଯ୍ୟମାନଙ୍କର ଆଦିବାସସ୍ଥାନ ଐତିହାସିକ ମ୍ୟାକ୍‌ସ ମୁଲାରଙ୍କ ଭାଷାରେ ମଧ୍ୟ ଏସିଆ ଅଞ୍ଚଳରେ ଥିଲା । ଅବଶ୍ୟ ଏହି ମତରେ ଭିନ୍ନତା ଦେଖାଯାଇଥାଏ ।

୨ । ଜନ କିପରି ଗଠିତ ହେଉଥିଲା ? ଏହାର ମୁଖ୍ୟ କିଏ ଥିଲେ ?
Answer:
କେତେଗୁଡ଼ିଏ ଗ୍ରାମକୁ ନେଇ ଜନ ଗଠିତ ହେଉଥିଲା । ଏହାର ମୂଖ୍ୟ ଥିଲେ ଗୋପ ।

୩ । ବୈଦିକ ପରିବାରର ମୁଖ୍ୟଙ୍କୁ କ’ଣ କୁହାଯାଉଥିଲା ?
Answer:
ବୈଦିକ ପରିବାରର ମୁଖ୍ୟଙ୍କୁ କୁଳପତି (କୁଳପ) ବା ଗୃହପତି କୁହାଯାଉଥିଲା ।

୪ । ବୈଦିକ ସମାଜରେ ପରିବାରର ମୁଖ୍ୟ କିଏ ଥିଲେ ?
Answer:
ପିତା ବୈଦିକ ସମାଜରେ ପରିବାରର ମୁଖ୍ୟ ଥିଲେ ।

୫ । ବୈଦିକ ସଭ୍ୟତାରେ ମୁଖ୍ୟ ଶାସନକର୍ତ୍ତାଙ୍କୁ କ’ଣ କୁହାଯାଉଥିଲା । ସେ କାହାର ମୁଖ୍ୟ ଥିଲେ ?
Answer:
ବୈଦିକ ସଭ୍ୟତାରେ ମୁଖ୍ୟ ଶାସନକର୍ତ୍ତାଙ୍କୁ ରାଜନ୍ କୁହାଯାଉଥିଲା । ସେ ‘ଜନପଦ’ର ମୁଖ୍ୟ ଥିଲେ ।

CHSE Odisha Class 12 History Chapter 2(b) Objective Questions in Odia Medium

୬ | କେଉଁ ଯୁଗରେ ଚତୁରାଶ୍ରମ ସୃଷ୍ଟି ହୋଇଥିଲା ?
Answer:
ପରବର୍ତ୍ତୀ ବୈଦିକ ଯୁଗରେ ଚତୁରାଶ୍ରମ ସୃଷ୍ଟି ହୋଇଥିଲା ।

୭ । କେଉଁ ଯୁଗରେ ପ୍ରକୃତି ଉପାସନା ପ୍ରଚଳିତ ଥିଲା ?
Answer:
ବୈଦିକ ଯୁଗରେ ପ୍ରକୃତି ଉପାସନା ପ୍ରଚଳିତ ଥିଲା ।

୮ | ରାମାୟଣ କିଏ ରଚନା କରିଥିଲେ ?
Answer:
ମହର୍ଷି ବାଲ୍ମୀକି ‘ରାମାୟଣ’ ରଚନା କରିଥିଲେ ?

୯। ସଭାର କାର୍ଯ୍ୟ କ’ଣ ଥିଲା ?
Answer:
ସଭାର ପ୍ରତିନିଧୁମାନେ ରାଜାଙ୍କୁ ରାଜକାର୍ଯ୍ୟ ପରିଚାଳନା କରିବାରେ ସାହାଯ୍ୟ କରୁଥିଲେ ।

୧୦। ବେଦର ଅନ୍ୟନାମ କ’ଣ ?
Answer:
ବେଦର ଅନ୍ୟନାମ ଶ୍ରୁତି ।

୧୧। ବୈଦିକ ଯୁଗରେ ଖ୍ୟାତିଲାଭ କରିଥିବା ଦୁଇଜଣ ମହିଳାଙ୍କ ନାମ ଉଲ୍ଲେଖ କର ।
Answer:
ଗାର୍ଗୀ ଓ ମୈତ୍ରେୟୀ ବୈଦିକ ଯୁଗର ଦୁଇଜଣ ବିଦୁଷୀ ମହିଳା ଥିଲେ ।

୧୨। ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵରଙ୍କ ପୂଜା କେବେ ପ୍ରଚଳିତ ଥିଲା ?
Answer:
ପରବର୍ତ୍ତୀ ବୈଦିକ ଯୁଗରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ଵରଙ୍କ ପୂଜା ପ୍ରଚଳିତ ଥିଲା ।

CHSE Odisha Class 12 History Chapter 2(b) Objective Questions in Odia Medium

୧୩। ଆର୍ଯ୍ୟାବର୍ଷ କହିଲେ କ’ଣ ବୁଝ ?
Answer:
ଉତ୍ତରରେ ହିମାଳୟ ପର୍ବତଶ୍ରେଣୀର ପାଦଦେଶରୁ ଆରମ୍ଭ କରି ଦକ୍ଷିଣରେ ବିନ୍ଧ୍ୟ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳକୁ ଆର୍ଯ୍ୟାବର୍ଷ କୁହାଯାଉଥିଲା ।

୧୪। ବୈଦିକ ଯୁଗରେ ଗଢ଼ି ଉଠିଥ‌ିବା ଦୁଇଟି ରାଜନୈତିକ ଅନୁଷ୍ଠାନର ନାମ ଲେଖ ।
Answer:
ବୈଦିକ ଯୁଗରେ ସଭା ଓ ସମିତି ନାମରେ ଦୁଇଟି ରାଜନୈତିକ ଅନୁଷ୍ଠାନ ଗଢ଼ିଉଠିଥିଲା ।

୧୫। ପରବର୍ତୀ ବୈଦିକ ଯୁଗରେ ସମାଜରେ କେଉଁ ଚାରୋଟି ଶ୍ରେଣୀ ସୃଷ୍ଟି ହୋଇଥିଲା ?
Answer:
ପରବର୍ତ୍ତୀ ବୈଦିକ ଯୁଗରେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ନାମରେ ଚାରିଗୋଟି ଶ୍ରେଣୀ ସୃଷ୍ଟି ହୋଇଥିଲା ।

୧୬। ବେଦ ଶବ୍ଦର ଅର୍ଥ କ’ଣ ?
Answer:
ବେଦ ସଂସ୍କୃତର ବିଦ୍ ଧାତୁରୁ ଉତ୍ପନ୍ନ ହୋଇଅଛି । ଏହାର ଅର୍ଥ ଜ୍ଞାନ ଆହରଣ କରିବା ବା ଜ୍ଞାନର ଗନ୍ତାଘର ।

୧୭ । ଆର୍ଯ୍ୟ ସଭ୍ୟତା କେତେ ଭାଗରେ ବିଭକ୍ତ ?
Answer:
ଆର୍ଯ୍ୟ ସଭ୍ୟତା ଦୁଇ ଭାଗରେ ବିଭକ୍ତ । ଯଥା— ରଗ୍‌ବୈଦିକ ସଭ୍ୟତା ଓ ପରବର୍ତ୍ତୀ ବୈଦିକ ସଭ୍ୟତା ।

୧୮। ବୈଦିକ ସମାଜ କି ଧରଣର ଥିଲା ?
Answer:
ବୈଦିକ ସମାଜ ଗ୍ରାମ ସମାଜ ଥିଲା ।

୧୯। ବୈଦିକ ସମାଜ ଓ ରାଜନୈତିକ ସଙ୍ଗଠନର ମୂଳ ଉତ୍ସ କ’ଣ ?
Answer:
ବୈଦିକ ସମାଜ ଓ ରାଜନୈତିକ ସଙ୍ଗଠନର ମୂଳ ଉତ୍ସ ପରିବାର ଅଟେ ।

CHSE Odisha Class 12 History Chapter 2(b) Objective Questions in Odia Medium

୨୦ । ଋଗ୍‌ବୈଦିକ ଯୁଗରେ ଶାସନ ପଦ୍ଧତି କିଭଳି ଥୁଲା ?
Answer:
ଋଗ୍‌ବୈଦିକ ଯୁଗରେ ରାଜତନ୍ତ୍ର ଶାସନ ପ୍ରଚଳିତ ଥିଲା ଏବଂ ରାଜାମାନେ ବଂଶାନୁକ୍ରମିକ ଶାସନ କରୁଥିଲେ ।

୨୧। ବିଶ୍ଵପତି କାହାଙ୍କୁ କୁହାଯାଉଥିଲା ?
Answer:
ବିଶ୍ଵର ମୁଖ୍ୟଙ୍କୁ ବିଷ୍ପତି କୁହାଯାଉଥିଲା ।

୨୨। ବୈଦିକ ସମାଜରେ ଜୀବନର ଧାରାକୁ କେତେ ଭାଗରେ ବିଭକ୍ତ କରାଯାଇଥିଲା ଓ ସେଗୁଡ଼ିକ କ’ଣ କ’ଣ ?
Answer:
ବୈଦିକ ସମାଜରେ ଆର୍ଯ୍ୟମାନେ ଜୀବନର ଧାରାକୁ ଚାରି ଭାଗରେ ବିଭକ୍ତ କରିଥିଲେ, ଯଥା – (୧) ବ୍ରହ୍ମଚର୍ଯ୍ୟ, (୨) ଗାର୍ହସ୍ଥ୍ୟ, (୩) ବାନପ୍ରସ୍ଥ ଓ (୪) ସନ୍ନ୍ୟାସ ।

୨୩। ବୈଦିକ ସଭ୍ୟତାରେ କି ପ୍ରକାର ଶିକ୍ଷା ପଦ୍ଧତି ପ୍ରଚଳନ ହୋଇଥିଲା ?
Answer:
ବୈଦିକ ସଭ୍ୟତାରେ ‘ଗୁରୁକୁଳ’ ଆଶ୍ରମରେ ଛାତ୍ରମାନେ ବ୍ୟାକରଣ, ତର୍କଶାସ୍ତ୍ର ଓ ବେଦ ଅଧ୍ୟୟନ କରୁଥିଲେ ।

୨୪। ସପ୍ତସିନ୍ଧୁ କେଉଁ କେଉଁ ନଦୀକୁ ନେଇ ଗଠିତ ?
Answer:
ଭଲ ସିନ୍ଧୁ, ବିସ୍ଫୋ, ଚନ୍ଦ୍ରଭାଗା, ଇରାବତୀ, ବିପାଶା, ଶତଦ୍ରୁ, ସରସ୍ଵତୀ ନଦୀଗୁଡ଼ିକୁ ସପ୍ତସିନ୍ଧୁ କୁହାଯାଏ ।

୨୫। କେଉଁମାନଙ୍କୁ ନେଇ ‘ସଭା’ ଓ ‘ସମିତି’ ଗଠନ ହୋଇଥିଲା ?
Answer:
ସମାଜରେ ବୟୋଜ୍ୟେଷ୍ଠ ଓ ବିଜ୍ଞ ବ୍ୟକ୍ତିଙ୍କୁ ନେଇ ସଭା ଗଠିତ ହୋଇଥିଲାବେଳେ ସମସ୍ତ ଜନସାଧାରଣଙ୍କୁ ନେଇ ସମିତି ଗଠିତ ହୋଇଥିଲା ।

୨୬। ବୈଦିକ ଯୁଗରେ ରାଜାମାନେ ଧାରଣ କରିଥିବା ଦୁଇଟି ଉପାଧ୍ର ନାମ ଲେଖ ।
Answer:
ବୈଦିକ ଯୁଗରେ ରାଜାମାନେ ଏକରାଟ ଓ ଚକ୍ରବର୍ତୀ ଉପାଧ୍ ଧାରଣ କରୁଥିଲେ ।

୨୭। ‘ଭାଗଦୁଘ’ କ’ଣ ?
Answer:
ପରବର୍ତ୍ତୀ ବୈଦିକ ସଭ୍ୟତା କାଳରେ ରାଜସ୍ୱ ଆଦାୟ ନିମିତ୍ତ ନିଯୁକ୍ତି ପାଇଥିବା ସ୍ଵତନ୍ତ୍ର ରାଜକର୍ମଚାରୀ ଗୋଷ୍ଠୀଙ୍କୁ ‘ଭାଗଦୁର୍ଘ’ କୁହାଯାଉଥିଲା ।

CHSE Odisha Class 12 History Chapter 2(b) Objective Questions in Odia Medium

୨୮। ଆର୍ଯ୍ୟ ରାଜାମାନେ ସମ୍ପାଦନ କରୁଥିବା ଯଜ୍ଞ ଭିତରୁ ଦୁଇଟିର ନାମ ଲେଖ ।
Answer:
ଆର୍ଯ୍ୟ ରାଜାମାନେ ସମ୍ପାଦନ କରୁଥିବା ଯଜ୍ଞ ଭିତରୁ ଦୁଇଟିର ନାମ ହେଲା – ରାଜସୂୟ ଯଜ୍ଞ ଓ ଅଶ୍ଵମେଧ ଯଜ୍ଞ ।

୨୯। କେବେ ରାମାୟଣ ଓ ମହାଭାରତ ରଚିତ ହୋଇଥିଲା ?
Answer:
ପରବର୍ତ୍ତୀ ବୈଦିକ ଯୁଗରେ ରାମାୟଣ ଓ ମହାଭାରତ ରଚିତ ହୋଇଥିଲା ।

୩୦। ପରବର୍ତୀ ବୈଦିକ ଯୁଗରେ ବ୍ରାହ୍ମଣମାନେ କେଉଁ କେଉଁ କର୍ମଗୁଡ଼ିକ ସମ୍ପାଦନ କରୁଥିଲେ ?
Answer:
ପରବର୍ତ୍ତୀ ବୈଦିକ ଯୁଗରେ ବ୍ରାହ୍ମଣମାନେ ଯାଗଯଜ୍ଞ, ପୂଜା ଏବଂ ଅନ୍ୟାନ୍ୟ ଧର୍ମକାର୍ଯ୍ୟଗୁଡ଼ିକ ସମ୍ପାଦନ କରୁଥିଲେ ।

୩୧। ପରବର୍ତୀ ବୈଦିକ ଯୁଗରେ ଆର୍ଯ୍ୟମାନେ କେତେ ଜାତିରେ ବିଭକ୍ତ ହୋଇଥିଲେ ଓ କ’ଣ କ’ଣ ?
Answer:
ପରବର୍ତ୍ତୀ ବୈଦିକ ଯୁଗରେ ଆର୍ଯ୍ୟମାନେ ଚାରି ଜାତିରେ ବିଭକ୍ତ ହୋଇଥିଲେ; ଯଥା- ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏବଂ ଶୂଦ୍ର ।

୩୨। କେଉଁମାନେ ଲୁହାର ବ୍ୟବହାର ଜାଣିଥିଲେ ?
Answer:
ଆର୍ଯ୍ୟମାନେ ଲୁହାର ବ୍ୟବହାର ଜାଣିଥିଲେ ।

୩୩। ବୈଦିକ ଯୁଗରେ ଲୋକମାନଙ୍କ ପ୍ରଧାନ ଜୀବିକା କ’ଣ ଥିଲା ?
Answer:
ବୈଦିକ ଆର୍ଯ୍ୟମାନଙ୍କର କୃଷି ଓ ପଶୁପାଳନ ପ୍ରଧାନ ଜୀବିକା ଥିଲା ।

୩୪। ସମିତିର କାର୍ଯ୍ୟ କ’ଣ ଥିଲା ?
Answer:
ଯୁଦ୍ଧଘୋଷଣା, ଶାନ୍ତରକ୍ଷା ଓ ଦଳଗତ ନିର୍ବାଚନ ଇତ୍ୟାଦି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ସମିତିଦ୍ୱାରା ସମ୍ପାଦିତ ହେଉଥିଲା ।

CHSE Odisha Class 12 History Chapter 2(b) Objective Questions in Odia Medium

୩୫। ସଂହିତା କ’ଣ ?
Answer:
ସଂହିତା କେତେକ ସ୍ତୋତ୍ରର ସମାହାର । ଏହାକୁ ବିଭିନ୍ନ ଯାଗଯଜ୍ଞରେ ଆବୃତ୍ତି କରାଯାଉଥିଲା ।

D. ଭ୍ରମ ସଂଶୋଧନ କର ।

୧। ବୈଦିକ ସଭ୍ୟତାରେ ସଭା ଓ ସମିତିରେ ରାଜା ପ୍ରତିନିଧ୍ଵ କରୁଥିଲେ ।
Answer:
ବୈଦିକ ସଭ୍ୟତାରେ ସଭା ଓ ସମିତିରେ ଗ୍ରାମଣୀ ପ୍ରତିନିଧ୍ଵ କରୁଥିଲେ ।

୨ । ଭୂତ, ପ୍ରେତାଦି ବିଶ୍ଵାସ ରଗ୍‌ବେଦରେ ଲିପିବଦ୍ଧ ହୋଇଥିଲା ?
Answer:
ଭୂତ, ପ୍ରେତାଦି ବିଶ୍ଵାସ ଅଥର୍ବ ବେଦରେ ଲିପିବଦ୍ଧ ହୋଇଥିଲା ।

୩ । କେତେଗୁଡ଼ିଏ ଜନକୁ ନେଇ ଏକ ବୃହତ୍ ରାଜ୍ୟ ଗଠନ କରାଯାଉଥିଲା, ଯାହାକୁ ବିଶ୍ କୁହାଯାଉଥିଲା ।
Answer:
କେତେଗୁଡ଼ିଏ ଜନକୁ ନେଇ ଏକ ବୃହତ୍ ରାଜ୍ୟ ଗଠନ କରାଯାଉଥିଲା, ଯାହାକୁ ଜନପଦ କୁହାଯାଉଥିଲା ।

୪। ଅଶ୍ଵମେଧ ଯଜ୍ଞ ବୈଦିକ ଯୁଗରେ ସମାହିତ ହେଉଥିଲା ।
Answer:
ଅଶ୍ଵମେଧ ଯଜ୍ଞ ପରବର୍ତ୍ତୀ ବୈଦିକ ଯୁଗରେ ସମାହିତ ହେଉଥିଲା ।

୫ । ଜନ ଅର୍ଥ ସହର ।
Answer:
ଜନ ଅର୍ଥ ଜାତି ।

CHSE Odisha Class 12 History Chapter 2(b) Objective Questions in Odia Medium

୬। କେତେଗୁଡ଼ିଏ ଗ୍ରାମକୁ ନେଇ ଗୋଟିଏ ଜନ ଗଠିତ ହୋଇଥିଲା ।
Answer:
କେତେଗୁଡ଼ିଏ ଗ୍ରାମକୁ ନେଇ ଗୋଟିଏ ବିଶ୍ ଗଠିତ ହୋଇଥିଲା ।