Processing math: 100%

BSE Odisha 10th Class Maths Solutions Geometry Chapter 5 ପରିମିତି Ex 5(f)

Odisha State Board BSE Odisha 10th Class Maths Solutions Geometry Chapter 5 ପରିମିତି Ex 5(f) Textbook Exercise Questions and Answers.

BSE Odisha Class 10 Maths Solutions Geometry Chapter 5 ପରିମିତି Ex 5(f)

Question 1.
ନିମ୍ନରେ କେତେକ ଗୋଲକର ବ୍ୟାସାର୍ଦ୍ଧ r କିମ୍ବା ବ୍ୟାସ d ଦତ୍ତ ଅଛି । ପ୍ରତ୍ୟେକ କ୍ଷେତ୍ରରେ ଗୋଲକର ପୃଷ୍ଠତଳର କ୍ଷେତ୍ରଫଳ ଓ ଆୟତନ ନିର୍ଣ୍ଣୟ କର । (π ≃ \frac { 22 }{ 7 })
(i) r = 21 ସେ.ମି.
(ii) d = 14 ସେ.ମି.
(iii) r = 10.5 ସେ.ମି.
Solution:
ଗୋଲକର ପୃଷ୍ଠତଳର କ୍ଷେତ୍ରଫଳ = 4πr2 ବର୍ଗ ଏକକ
ଗୋଲକର ଆୟତନ = \frac { 4 }{ 3 } πr3 ଘନ ଏକକ

(i) r = 21 ସେ.ମି.
∴ ଗୋଲକର ପୃଷ୍ଠତଳର କ୍ଷେତ୍ରଫଳ = 4πr2 = 4 × \frac { 22 }{ 7 } × (21)2= 5544 ଦ. ସେ.ମି.
∴ ଗୋଲକର ଆୟତନ = \frac { 4 }{ 3 } πr3 = \frac { 4 }{ 3 } × \frac { 22 }{ 7 } × (21)3
= 4 × 22 × (21)2 = 38808 ଶ.ସେ.ମି.

(ii) d = 14 ସେ.ମି. ⇒ r = \frac { 14 }{ 2 } = 7 ସେ.ମି.
∴ ଗୋଲକର ପୃଷ୍ଠତଳର କ୍ଷେତ୍ରଫଳ = 4πr2 = 4 × \frac { 22 }{ 7 } × (7)2 = 616 ଦ. ସେ.ମି.
∴ ଗୋଲକର ଆୟତନ = \frac { 4 }{ 3 }πr3 = \frac { 4 }{ 3 } × \frac { 22 }{ 7 } × (7)3 = \frac{4312}{3} = 1437\frac { 1 }{ 3 } ଦ. ସେ.ମି.

(iii) r = 10.5 ସେ.ମି. = 21 ସେ.ମି..
∴ ଗୋଲକର ପୃଷ୍ଠତଳର କ୍ଷେତ୍ରଫଳ = 4πr2 = 4 × \frac { 22 }{ 7 } × \frac { 21 }{ 2 } × \frac { 21 }{ 2 } = 1386 ଦ. ସେ.ମି.
∴ ଗୋଲକର ଆୟତନ = \frac { 4 }{ 3 }πr3 = \frac { 4 }{ 3 } × \frac { 22 }{ 7 } × (\frac { 21 }{ 2 })3 = 4851 ଶ.ସେ.ମି.

BSE Odisha 10th Class Maths Solutions Geometry Chapter 5 ପରିମିତି Ex 5(f)

Question 2.
ନିମ୍ନରେ ପ୍ରତ୍ୟେକ କ୍ଷେତ୍ରରେ ତିନୋଟି ଲେଖାଏଁ ଧାତବ ଗୋଲକର ବ୍ୟାସାର୍ଦ୍ଧ ଦତ୍ତ ଅଛି । ସେଗୁଡ଼ିକୁ ତରଳାଇ ଗୋଟିଏ ଗୋଲକରେ ପରିଣତ କଲେ, ପ୍ରତ୍ୟେକ ସ୍ଥଳେ ନୂତନ ଗୋଲକର ବ୍ୟାସାର୍ଦ୍ଧ କେତେ ହେବ ? (π ≃ \frac { 22 }{ 7 })
(i) 3 ସେ.ମି., 4 ସେ.ମି., 5 ସେ.ମି.
(ii) 8 ସେ.ମି., 6 ସେ.ମି., 1 ସେ.ମି.
(iii) 17 ସେ.ମି., 14 ସେ.ମି., 7 ସେ.ମି.
Solution:
(i)
ତିନୋଟି ଗୋଲକର ବ୍ୟାସାର୍ଦ୍ଧ ଯଥାକ୍ରମେ 3 ସେ.ମି., 4 ସେ.ମି. ଓ 5 ସେ.ମି. ।
ମନେକର ନୂତନ ଗୋଲକର ବ୍ୟାସାର୍ଦ୍ଧ R ସେ.ମି. ।
ଗୋଲକମାନକର ଆୟତନର ସମସି = ନୂତନ ଗୋଲାକାର ଆୟତନ
\frac { 4 }{ 3 } π(3)3 + \frac { 4 }{ 3 } π (4)3 + \frac { 4 }{ 3 } π (5)3 = \frac { 4 }{ 3 } πR3
\frac { 4 }{ 3 } π 33 + 43 + 53) = \frac { 4 }{ 3 } πR3
⇒ 27 + 64 + 125 = R3
⇒ R3 = 216 ⇒ R = 6 ସେ.ମି.
∴ ନୂତନ ଗୋଲକର ବ୍ୟାସାର୍ଦ୍ଧ 6 ସେ.ମି. ।

(ii) ତିନୋଟି ଗୋଲକର ବ୍ୟାସାର୍ଦ୍ଧ ଯଥାକ୍ରମେ 8 ସେ.ମି., 6 ସେ.ମି. ଓ 1 ସେ.ମି. ।
ମନେକର ନୂତନ ଗୋଲକର ବ୍ୟାସାର୍ଦ୍ଧ R ସେ.ମି. |
\frac { 4 }{ 3 } π(8)3 + \frac { 4 }{ 3 } π(6)3 + \frac { 4 }{ 3 } π(1)3 = \frac { 4 }{ 3 } πR3
\frac { 4 }{ 3 } π(8)3 + 63 + 1)3 = \frac { 4 }{ 3 } πR3 ⇒ 512 + 216 + 1 = R3
⇒ R3 = 729 ⇒ R = 9 ସେ.ମି.
∴ ନୂତନ ଗୋଲକର ବ୍ୟାସାର୍ଦ୍ଧ 9 ସେ.ମି. |

(iii) ତିନୋଟି ଗୋଲକର ବ୍ୟାସାର୍ଦ୍ଧ ଯଥାକ୍ରମେ 17 ସେ.ମି., 14 ସେ.ମି. ଓ 1 ସେ.ମି. ।
ମନେକର ନୂତନ ଗୋଲକର ବ୍ୟାସାର୍ଦ୍ଧ R ସେ.ମି. ।
ଗୋଲକମାନକର ଆୟତନର ସମସି = ନୂତନ ଗୋଲାକାର ଆୟତନ
\frac { 4 }{ 3 } π (17)3 + \frac { 4 }{ 3 } π (14)3 + \frac { 4 }{ 3 } π (7)3 = \frac { 4 }{ 3 } πR3
⇒ 4913 + 2744 + 343 = R3
⇒ R3 = 8000 ⇒ R = 20 ସେ.ମି.
∴ ନୂତନ ଗୋଲକର ବ୍ୟାସାର୍ଦ୍ଧ 20 ସେ.ମି. ।

Question 3.
ନିମ୍ନ ପ୍ରତ୍ୟେକ କ୍ଷେତ୍ରରେ ଦୁଇଟି ଲେଖାଏଁ ଗୋଲକର ବ୍ୟାସର ଅନୁପାତ ବା ବ୍ୟାସାର୍ଦ୍ଧର ଅନୁପାତ ଦର ଅଛି । ପ୍ରତ୍ୟେକ କ୍ଷେତ୍ରରେ ଗୋଲକଦ୍ୱୟର ଆୟତନର ଅନୁପାତ ଏବଂ ପୃଷ୍ଠତଳର କ୍ଷେତ୍ରଫଳର ଅନୁପାତ ନିଶ୍ଚୟ କର ।
(i) \frac{d_1}{d_2} = \frac { 3 }{ 4 }
(ii) \frac{r_1}{r_2} = \frac { 1 }{ 3 }
(iii) \frac{r_1}{r_2} = \frac { 2 }{ 5 }
Solution:
BSE Odisha 10th Class Maths Solutions Geometry Chapter 5 Img 1
BSE Odisha 10th Class Maths Solutions Geometry Chapter 5 Img 2
BSE Odisha 10th Class Maths Solutions Geometry Chapter 5 Img 3

Question 4.
ଗୋଟିଏ ଗୋଲକର ଆୟତନ \frac{792}{7} ଘନ ସେ.ମି. ହେଲେ ତା’ର ପୃଷ୍ଠତଳର କ୍ଷେତ୍ରଫଳ ନିର୍ଣ୍ଣୟ କର । (π ≃ \frac { 22 }{ 7 })
Solution:
ମନେକର ଗୋଲକ ଦ୍ୟାମାଦି r ସେ.ମି. | ∴ ଗୋଲକ ଅନୁପାତ = \frac { 4 }{ 3 } × \frac { 22 }{ 7 } r3 = \frac { 792 }{ 7 }
ପ୍ରଶାନ୍ତପାରେ \frac { 4 }{ 3 } πr3 = \frac { 792 }{ 7 }\frac { 4 }{ 3 } × \frac { 22 }{ 7 } r3 = \frac { 792 }{ 7 }
⇒ r3 = \frac { 792 }{ 7 } × \frac{7 \times 3}{22 \times 4} = 27 ⇒ r = 3 ସେ.ମି.
∴ ଗୋଲକର ପୃଷ୍ଠତଳର କ୍ଷେତ୍ରଫଳ = 4πr2 = 4 × \frac { 22 }{ 7 } × 32 = \frac { 792 }{ 7 } = 113\frac { 1 }{ 7 } = 113 ବ. ସେ.ମି. |

Question 5.
(i) ଗୋଟିଏ ଗୋଲକର ପୃଷ୍ଠତଳର କ୍ଷେତ୍ରଫଳ 616 ବ. ସେ.ମି. ହେଲେ ତା’ର ଆୟତନ ନିର୍ଣ୍ଣୟ କର । (π ≃ \frac { 22 }{ 7 })
(ii) ଗୋଟିଏ ଗୋଲକର ପୃଷ୍ଠତଳର କ୍ଷେତ୍ରଫଳ 5544 ବ. ସେ.ମି. ହେଲେ ତା’ର ବ୍ୟାସାର୍ଦ୍ଧ କେତେ ? (π ≃ \frac { 22 }{ 7 })
Solution:
(i) ମନେକର ଗୋଲକର ବ୍ୟାସାର୍ଦ୍ଧ r ସେ.ମି. ଓ ପୃଷ୍ଠତଳର କ୍ଷେତ୍ରଫଳ = 4πr2 ବର୍ଗ ସେ.ମି.
ପ୍ରଶାନ୍ତପାରେ, 4πr2 = 616 ⇒ 4 × \frac { 22 }{ 7 } × r2 = 616
⇒ r2 = \frac{616 \times 7}{4 \times 22} = 49 ⇒ r = √49 = 7 ସେ.ମି.
∴ ଆୟତନ = \frac { 4 }{ 3 } πr3 = \frac { 4 }{ 3 } × \frac { 22 }{ 7 } × 73 = \frac { 4312 }{ 3 } ବ 1437\frac { 1 }{ 3 } ପନ. ସେ.ମି. |

(ii) ମନେକର ଗୋଲକର ବ୍ୟାସାର୍ଦ୍ଧ r ସେ.ମି. |
∴ ଏହାର ପୃଷ୍ଠତଳର କ୍ଷେତ୍ରଫଳ = 4πr2 ବର୍ଗ ସେ.ମି.
ପ୍ରଶାନ୍ତପାରେ, 4πr2 = 5544 ⇒ 4 × \frac { 22 }{ 7 } × r2 = 5544
⇒ r2 = \frac{5544 \times 7}{4 \times 22} = 441 ⇒ r = √441 = 21 ସେ.ମି.
∴ ଗୋଲକର ବ୍ୟାସାର୍ଦ୍ଧ 21 ସେ.ମି. ।

BSE Odisha 10th Class Maths Solutions Geometry Chapter 5 ପରିମିତି Ex 5(f)

Question 6.
ଗୋଟିଏ ଗୋଲକର ଘନଫଳ 19404 ଘନ ମିଟର । ଏହାର ସମଘନଫଳବିଶିଷ୍ଟ ଏକ ଅର୍ଦ୍ଧ ଗୋଲକର ବ୍ୟାସାର୍ଦ୍ଧ କେତେ ? (π ≃ \frac { 22 }{ 7 })
Solution:
ଏକ ଗୋଲକର ଘନଫଳ = 19404 ଘନ ମି. = ଅନ୍ୟ ଏକ ଅର୍ଦ୍ଧଗୋଲକର ଘନଫଳ
ମନେକର ଅର୍ଦ୍ଧଗୋଲକର ବ୍ୟାସାର୍ଦ୍ଧ = r ମି. । ∴ଅର୍ଦ୍ଧଗୋଲକର ଘନଫଳ = \frac { 2 }{ 3 } πr3 ଘନ ମି.
ପ୍ରଶ୍ନନୁସାରେ, \frac { 2 }{ 3 } πr3 = 19404 ⇒ \frac { 2 }{ 3 } × \frac { 22 }{ 7 } × r3 = 19404
⇒ r3 = 19404 × \frac { 7 }{ 22 } × \frac { 3 }{ 2 } = 9261 ⇒ r = \sqrt[3]{9261} = 21 ମି.
∴ ଅର୍ଦ୍ଧଗୋଲକର ବ୍ୟାସାର୍ଦ୍ଧ 21 ମି. |

Question 7.
9 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ଧାତବ ଗୋଲକକୁ ତରଳାଇ ସେଥୁ
(i) 1 ସେ.ମି. ବ୍ୟାସାଦ୍ଧ ବିଶିଷ୍ଟ କେତୋଟି କ୍ଷୁଦ୍ର ଗୋଲକ ପ୍ରସ୍ତୁତ କରାଯାଇପାରିବ ? \frac { 22 }{ 7 }
(ii) 1 ସେ.ମି. ବ୍ୟାସ ବିଶିଷ୍ଟ ବୃତ୍ତାକାର ପ୍ରସ୍ଥଚ୍ଛେଦଥାଇ କେତେ ଲମ୍ବର ତାର ପ୍ରସ୍ତୁତ କରାଯାଇପାରିବ ? \frac { 22 }{ 7 }
Solution:
(i) 9 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଗୋଲକକୁ ତରଳାଇ = \frac { 22 }{ 7 } π × 93 ମି.ସେ.ମି.
1 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ କ୍ଷୁଦ୍ର ଗୋଲକର ଘନଫଳ = \frac { 4 }{ 3 } π (l)3 = \frac { 4 }{ 3 } π ପନ. ସେ.ମି.
∴ ଯୁଦ୍ର ଗୋଲକରି ସଂଖ୍ୟା = \frac{\frac{4}{3} \pi \times 9^3}{\frac{4}{3} \pi} = 93 = 729

(ii) 9 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଗୋଲକର ଘନପଳ = \frac { 4 }{ 3 } π × 93 ମି.ସେ.ମି.
1 ସେ.ମି. ବ୍ୟାସ (ବ୍ୟାସାର୍ଷ = \frac { 1 }{ 2 } ସେ.ମି.) ଓ h ସେ.ମି. ଲମ୍ବ ବିଶିଷ୍ଟ
ତାରର ଘନଫଳ = π × (\frac { 1 }{ 2 })2 × h ପନ. ସେ.ମି.
ପ୍ରଶାନୁସାରେ, \frac { 4 }{ 3 } π × 93 = π × (\frac { 1 }{ 2 })2 × h
\frac { h }{ 4 } = \frac { 4 }{ 3 } × 93 ⇒ h = \frac { 4 }{ 3 } × 729 × 4 = 3888 ସେ.ମି.
⇒ h = 38.88 ମିଟର |
∴ 9 ସେ.ମି. ବ୍ୟାସାର୍ଷ ବିଶିଷ୍ଟ ଗୋଲକକୁ ତରଳାଇ 1 ସେ.ମି. ବ୍ୟାସ ବିଶିଷ୍ଟ 38.88 ମି. ଲମ୍ବର ତାର ତିଆରି କରାଯାଇପାରିବ ।

Question 8.
ଗୋଟିଏ ଅର୍ଷଗୋଲାକୃତି ପାଣିଟାଙ୍କିର ଭିତର ପାଖର ବ୍ୟାସ 4.2 ମିଟର ହେଲେ ସେଥ‌ିରେ କେତେ ଲିଟର ପାଣି ଧରିବ ନିର୍ଣ୍ଣୟ କର । (π ≃ \frac { 22 }{ 7 })
Solution:
ଅର୍ଦ୍ଧ ଗୋଲକର ବ୍ୟାସ = 4.2 ମି.| ଅର୍ଷଗୋଲାକୃତି ବ୍ୟାସାଦି r = 2.1 ମି.|
∴ ଅଦିଗୋଳକର ଆୟତନ = \frac { 2 }{ 3 }πr3 = \frac { 2 }{ 3 } × \frac { 22 }{ 7 } × (2.1)3 = 19.404 ପନ ମିଟର |
∴ପାଣି ଟାଙ୍କିର ଆୟତନ 19.404 ଘନମିଟର |
1 ଶାନମିଟର = 1000 ନଗର |
19.404 ଘନମିଟର = 19.404 × 1000 = 19404 ନଗର
∴ ଅର୍ଦ୍ଧ ଗୋଲାକୃତି ପାଣିଟାଙ୍କିରେ 19404 ଲିଟର ପାଣି ଧରିବ ।

Question 9.
ସମାନ ଭୂମି ବିଶିଷ୍ଟ ଗୋଟିଏ ଅଦ୍ଧଗୋଲକ, ଗୋଟିଏ ସିଲିଣ୍ଡର ଓ ଗୋଟିଏ କୋନ୍‌ର ଆୟତନ ସମାନ ହେଲେ ସେମାନଙ୍କ ଉଚ୍ଚତାର ଅନୁପାତ ସ୍ଥିର କର ।
Solution:
ଅର୍ଦ୍ଧଗୋଲକର ବ୍ୟାସାର୍ଦ୍ଧ = ଅର୍ଦ୍ଧଗୋଲକର ଉଚ୍ଚତା । ଅର୍ଦ୍ଧଗୋଲକର ଆୟତନ = \frac { 2 }{ 3 }πr3 ଘନ ଏକକ ।
BSE Odisha 10th Class Maths Solutions Geometry Chapter 5 Img 4
ସିଲିଣ୍ଡରର ଆୟତନ = πr2h1 ଘନ ଏକକ
କୋନ୍‌ର ଆୟତନ = \frac { 1 }{ 3 } πr2h2, ଘନ ଏକକ (h1 = ସିଲିଣ୍ଡରର ଉଚ୍ଚତା, h2 = କୋନ୍‌ର ଉଚ୍ଚତା)
∵ ସେମାନଙ୍କର ଆୟତନ ଉଚ୍ଚତା ।
ତେଣୁ \frac { 2 }{ 3 } πr3 = πr2h1 = πr2h1
\frac { 2 }{ 3 } r = h1 = \frac { 1 }{ 3 } h2
(∵ ସେମାନଙ୍କର ଭୂମି ସମାନ, ତେଣୁ ସେମାନଙ୍କର ବ୍ୟାସାର୍ଦ୍ଧ ସମାନ ।)
\frac{\mathrm{r}}{\mathrm{h}_1} = \frac { 3 }{ 2 } ଏବଂ \frac{\mathrm{h}_1}{\mathrm{~h}_2} = \frac { 2 }{ 6}
⇒ r : h1 : h2 = 3 : 2 : 6
⇒ ଅର୍ଷଗୋଲକର ଉଚ୍ଚତା : ସିଲିଣ୍ଡରର ଉଚ୍ଚତା : କୋନ୍‌ର ଉଚ୍ଚତା = 3 : 2 : 6

BSE Odisha 10th Class Maths Solutions Geometry Chapter 5 ପରିମିତି Ex 5(f)

Question 10.
ଗୋଟିଏ ଫମ୍ପା ଧାତବ ଗୋଲକର ଅନ୍ତଃବ୍ୟାସାର୍ଦ୍ଧ 3 ସେ.ମି. ଓ ବହିଃବ୍ୟାସାର୍ଦ୍ଧ 6 ସେ.ମି. । ପ୍ରତି ଘନ ସେ.ମି. ଧାତୁର ବସ୍ତୁତ୍ୱ 8 ଗ୍ରାମ୍ ହେଲେ ତା’ର ବସ୍ତୁତ୍ଵ ନିର୍ଣ୍ଣୟ କର ।
Solution:
ମନେକର ଫମ୍ପା ଗୋଲକର ବହିଃବ୍ୟାସାର୍ଦ୍ଧ R ସେ.ମି. ଏବଂ ଅନ୍ତଃବ୍ୟାସାର୍ଦ୍ଧ r ସେ.ମି. ।
ପ୍ରଶ୍ନନୁସାରେ, R = 6 ସେ.ମି. ଏବଂ r = 3 ସେ.ମି
ଫମ୍ପା ଧାତବ ଗୋଲକର ଆୟତନ = \frac { 4 }{ 3 } π (R3 – r3)
= \frac { 4 }{ 3 } × \frac { 22 }{ 7 } (63 – 33) = \frac { 4 }{ 3 } × \frac { 22 }{ 7 } (216 – 27) = \frac { 4 }{ 3 } × \frac { 22 }{ 7 } × 189 = 792 ଘନ ସେ.ମି. ।
କିନ୍ତୁ ପ୍ରତି ଘ. ସେ.ମି. ଧାତୁର ବସ୍ତୁତ୍ଵ = 8 ଗ୍ରାମ୍ ।
∴ 792 ଘ. ସେ.ମି. ଧାତୁର ବସ୍ତୁତ୍ଵ = 792 × 8 = 6336 ଗ୍ରାମ୍ ଦା 6.336 କାଣ୍ଡ |

Question 11.
ଗୋଟିଏ ଅର୍ଷଗୋଲକ ଆକୃତିର ପାତ୍ରର ବାହାର ବ୍ୟାସାର୍ଦ୍ଧ 8 ସେ.ମି. ଓ ମୋଟେଇ 1 ସେ.ମି. । ଏହାର ସମଗ୍ର ପୃଷ୍ଠତଳର କ୍ଷେତ୍ରଫଳ କେତେ ? (π ≃ √10)
Solution:
ଅର୍ଦ୍ଧଗୋଲକ ଆକୃତି ପାତ୍ରର ବହିଃବ୍ୟାସାର୍ଦ୍ଧ (R) = 8 ସେ.ମି. ଓ ଅନ୍ତଃବ୍ୟାସାର୍ଦ୍ଧ (r) = (8 – 1) = 7 ସେ.ମି.
ଫମ୍ପା ଅର୍ଷଗୋଲକର ସମଗ୍ର ପୃଷ୍ଠତଳର କ୍ଷେତ୍ରଫଳ = 2πR2 + 2πr2 + π(R2 – r2)
= π(3R2 + r2) = √10 (3 × 82 + 72) = √10 (192 + 49) = 241√10 ଘନ ସେ.ମି. ।

Question 12.
ଗୋଟିଏ ନିଦା ସୀସା। ସମଘନରୁ ଏକ ବୃହତ୍ତମ ଆକାର ବିଶିଷ୍ଟ ଗୋଲକ କାଟି ନିଆଗଲା । ଅବଶିଷ୍ଟ ଅଂଶର ଆୟତନ 12870 ଘନସେ.ମି. ହେଲେ, ସମଘନର ବାହୁର ଦୈର୍ଘ୍ୟ କେତେ ? (π ≃ 3.14)
Solution:
ମନେକର ସମଘନର ବାହୁର ଦୈର୍ଘ୍ୟ = a ସେ.ମି. ।
ସମଘନର ଆୟତନ = a3 ଘନ ସେ.ମି. ।
ସମଘନର ବାହୁର ଦୈର୍ଘ୍ୟ = ଗୋଲକର ବ୍ୟାସ ।
ଗୋଲକର ବ୍ୟାସାର୍ଦ୍ଧ = \frac { a }{ 2 } ସେ.ମି.
∴ ଗୋଲକର ଘନଫଳ = \frac { 4 }{ 3 }π(\frac { a }{ 2 })3 = \frac { 4 }{ 3 } × π × \frac{a^3}{8} ଘନ ସେ.ମି. = \frac{\pi \mathrm{a}^3}{6} ଘନ ସେ.ମି. |
ପ୍ରଶ୍ନନୁସାରେ, a3\frac{\pi \mathrm{a}^3}{6} = 12870 ⇒ a3(\frac{6-\pi}{6}) = 12870
⇒ a3 (6 – 3.14) = 12870 × 6 ⇒ a3 × 2.86 = 12870 × 6
⇒ a3 = \frac{12870 \times 6}{2.86} = 27000 ⇒ a = \sqrt[3]{27000} = 30 ସେ.ମି. ।
∴ସମଘନର ବାହୁର ଦୈର୍ଘ୍ୟ 30 ସେ.ମି. ।

Question 13.
ଏକ ଅର୍ଷଗୋଲାକୃତି ବିଶିଷ୍ଟ ପାତ୍ରର ମୋଟେଇ ଓ ବାହାରର ବ୍ୟାସାର୍ଦ୍ଧ ଯଥାକ୍ରମେ 1 ସେ.ମି. ଓ 10 ସେ.ମି. ହେଲେ,
(i) ଏହାର ସମସ୍ତ ପୂର୍ବଭଳର ମୋଟେଇ ନିଣ୍ଡୟ କର ଏବଂ
(ii) ଏଥିରେ ବ୍ୟବହୃତ ଧାତୁର ଆୟତନ ନିର୍ଣ୍ଣୟ କର ।
Solution:
ଅର୍ଦ୍ଧ ଗୋଲାକୃତି ବିଶିଷ୍ଟ ପାତ୍ରର ବହିଃବ୍ୟାସାର୍ଦ୍ଧ (R) = 10 ସେ.ମି.
ଓ ଅନ୍ତଃବ୍ୟାସାର୍ଦ୍ଧ (r) = 10 – 1 = 9 ସେ.ମି.
(i) ଫମା ଅଦିଶଶାଳକର ପମଣ୍ଡ ପୂର୍ବପାଳର ଯେତ୍ରଫଳ = 2πR2 + 2πr2 + π(R2 – r2)
= π (3R2 + r2) = π(3 × 102 + 92) = π (300 + 81) = 381 π ଘନ ସେ.ମି. ।

(ii) ଫମା ଅଦିଶଶାଳକର ଆୟତନ = \frac { 2 }{ 3 } π (R3 – r3)
= \frac { 2 }{ 3 } π (103 – 93) = \frac { 2 }{ 3 } π (1000 – 729) = \frac { 2 }{ 3 } π × 271 = \frac{542 \pi}{3} ଘନ ସେ.ମି. ।

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

Odisha State Board BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା Textbook Exercise Questions and Answers.

BSE Odisha Class 8 History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୭୫ଟି ଶବ୍ଦରେ ଲେଖ ।

(କ) ନାଦିର ଶାହ କେବେ ଓ କେଉଁ ପରିସ୍ଥିତିରେ ଭାରତ ଆକ୍ରମଣ କରିଥିଲେ ? ସେ ଭାରତ ଆକ୍ରମଣ କରି କେଉଁ ପରିସ୍ଥିତି ସୃଷ୍ଟି କରିଥିଲେ ? ସେ ଭାରତରୁ ନିଜ ଦେଶକୁ କ’ଣ ନେଇଯାଇଥିଲେ ?
Answer:
ଆକ୍ରମଣ ସମୟ :
ପାରସ୍ୟର ରାଜା ନାଦିର ଶାହ ମୋଗଲ ସାମ୍ରାଜ୍ୟର ଆଭ୍ୟନ୍ତରୀଣ ବିଶୃଙ୍ଖଳାର ସୁଯୋଗ ନେଇ ୧୭୩୯ ଖ୍ରୀଷ୍ଟାବ୍ଦରେ ଭାରତ ଆକ୍ରମଣ କରିଥିଲେ ।

ସ୍ଥାନ :
ପାନିପଥ ନିକଟବର୍ତ୍ତୀ କର୍ଣ୍ଣାଲଠାରେ ସେ ମୋଗଲ ସେନାଙ୍କୁ ପରାସ୍ତ କରି ମୋଗଲ ସମ୍ରାଟ ମହମ୍ମଦ ଶାହଙ୍କୁ ସଙ୍ଗରେ ନେଇ ଦିଲ୍ଲୀରେ ପ୍ରବେଶ କଲେ ।

ଅଧିକାର ଓ ଲୁଣ୍ଠନ :
ସେ ଭାରତ ଆକ୍ରମଣ କରି ବହୁଦିନ ଦିଲ୍ଲୀ ଅଧିକାର କରି ସେଠାରେ ଲୁଣ୍ଠନ ଓ ନରହତ୍ୟା ଚଳାଇଥିଲେ । ଫଳରେ ଦିଲ୍ଲୀ ନଗରୀ ଏକ ଶ୍ମଶାନରେ ପରିଣତ ହୋଇଗଲା ।

ମୟୂର ସିଂହାସନ ଅପହରଣ :
ଅବଶେଷରେ ଦିଲ୍ଲୀକୁ ଲୁଣ୍ଠନ କରି ସେ ଶାହାଜାହାନ୍‌ଙ୍କ ନିର୍ମିତ ମୟୂର ସିଂହାସନ, କୋହିନୂର ମଣି, ହସ୍ତୀ ଓ ଅଶ୍ଵଗୁଡ଼ିକୁ ସଙ୍ଗରେ ଧରି ପାରସ୍ୟ ଫେରିଯାଇଥିଲେ ।

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

(ଖ) ପର୍ତ୍ତୁଗୀଜ୍‌ମାନଙ୍କ ଭାରତ ଆଗମନ ଓ ବାଣିଜ୍ୟକୋଠି ସ୍ଥାପନ ଉପରେ ଧାରଣା ଦିଅ ।
Answer:
ପର୍ତ୍ତୁଗୀଜମାନଙ୍କ ଆଗମନ :
୧୪୯୮ ଖ୍ରୀଷ୍ଟାବ୍ଦରେ ପର୍ତ୍ତୁଗୀଜ୍ ନାବିକ ଭାସ୍କୋଡ଼ାଗାମା ଉତ୍ତମାଶା ଅନ୍ତରୀପ ପାର ହୋଇ ଭାରତର ପଶ୍ଚିମ ଉପକୂଳସ୍ଥ କାଲିକଟ୍ (କୋଝିକୋଡ଼)ଠାରେ ପହଞ୍ଚିଥିଲେ । ସେତେବେଳେ ଜାମୋରିନ୍ ଉପାଧ୍ଧାରୀ ଜଣେ ହିନ୍ଦୁ ରାଜା ଏହି ଅଞ୍ଚଳରେ ଶାସନ କରୁଥିଲେ । ଭାସ୍କୋଡ଼ାଗାମା ଭାରତରେ ବାଣିଜ୍ୟ କରିବାପାଇଁ ତାଙ୍କୁ ଅନୁମତି ମାଗିଥିଲେ ।

ବାଣିଜ୍ୟକୋଠି ନିର୍ମାଣ :
ତାଙ୍କ ଅନୁମତି ଲାଭକରି ପର୍ତ୍ତୁଗୀଜମାନେ ଭାରତର ଗୋଆ, ଡାମନ, ଡିଉ, ସାଲସେଟ୍ ବେସିନ୍, ବମ୍ବେ (ମୁମ୍ବାଇ) ଏବଂ ବଙ୍ଗଦେଶର ହୁଗୁଳି ପ୍ରଭୃତି ସ୍ଥାନରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ । ପରେ ସେମାନେ ଭାରତରେ ପର୍ତ୍ତୁଗୀଜ୍ ଉପନିବେଶମାନ ସ୍ଥାପନ କରିଥିଲେ ।

(ଗ) ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଭାରତରେ କିପରି ସ୍ଥିତି ଦୃଢ଼ କରିପାରିଥିଲା ?
Answer:
ଇଷ୍ଟ ଇଣ୍ଡିଆ କମ୍ପାନୀ ଗଠନ :
ଫ୍ରାନ୍ସ ସମ୍ରାଟ ଚତୁର୍ଦ୍ଦଶ ଲୁଇଙ୍କ ମନ୍ତ୍ରୀ କୋଲବର୍ଟଙ୍କ ପୃଷ୍ଠପେ! କତାରେ ୧୬୬୪ ଖ୍ରୀ.ଅ.ରେ ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠିତ ହୋଇଥିଲା ଏବଂ ମୋଗଲ ସମ୍ରାଟ ଆଉରଙ୍ଗଜେବଙ୍କ ଅନୁମତି ଲାଭ କରି ଭାରତରେ ବାଣିଜ୍ୟ କାରବାର କରିଥିଲା ।

ବାଣିଜ୍ୟକୋଠି ନିର୍ମାଣ :
ଏହି କମ୍ପାନୀ ଭାରତର ସୁରତ, ମସଲିପଟ୍ଟମ୍, ପଣ୍ଡିଚେରୀ (ପୁଦୁଚେରୀ) ଓ ବଙ୍ଗଳାର ଚନ୍ଦନନଗରଠାରେ ବାଣିଜ୍ୟକୋଠିମାନ ନିର୍ମାଣ କରିଥିଲା ।

ସଂଘର୍ଷର ସୂତ୍ରପାତ :
ଭାରତରେ ବାଣିଜ୍ୟ କରିବା ଓ ରାଜ୍ୟବିସ୍ତାର କରିବାପାଇଁ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା । ଏହି ସଂଘର୍ଷ କର୍ଣାଟକ, ମାନ୍ଦ୍ରାଜ୍, ପଣ୍ଡିଚେରୀରେ ଲାଗି ରହିଥିଲା ।

ଶାନ୍ତି ଚୁକ୍ତି :
ଇଉରୋପରେ ସଂଗଠିତ ଅଷ୍ଟ୍ରିଆ ଉତ୍ତରାଧିକାର ସଂକ୍ରାନ୍ତ ଯୁଦ୍ଧରେ ଦୁଇ ବିପରୀତ ପକ୍ଷ ଥିବା ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ଭାରତରେ ଯୁଦ୍ଧ ଲାଗିଗଲା । ଇଂରେଜମାନେ ଫରାସୀମାନଙ୍କ ଦୁର୍ଗ ପଣ୍ଡିଚେରୀ ଆକ୍ରମଣ କରିବାରୁ ଡ୍ୟୁପ୍ଲେଙ୍କ ନେତୃତ୍ୱରେ ଫରାସୀମାନେ ମାନ୍ଦ୍ରାଜ ଅଧିକାର କଲେ । ଉଭୟ ପକ୍ଷ ମଧ୍ୟରେ ଶାନ୍ତିଚୁକ୍ତି ସ୍ୱାକ୍ଷରିତ ହେବାରୁ ଯୁଦ୍ଧ ବନ୍ଦ ହେଲା ଓ ଇଂରେଜମାନେ ମାନ୍ଦ୍ରାଜ ଫେରିପାଇଲେ ।

ସୁଦୃଢ଼ ସ୍ଥିତି :
ସେହିଭଳି ହାଇଦ୍ରାବାଦ ଓ କର୍ଣ୍ଣାଟକର ନବାବ ପଦପାଇଁ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ପୁନର୍ବାର ସଂଘର୍ଷ ସଂଗଠିତ ହୋଇଥିଲା । ଡ୍ୟୁପ୍ଲେଙ୍କ ବିଚକ୍ଷଣ ବୁଦ୍ଧି ବଳରେ ଏହି ଯୁଦ୍ଧରେ ଫରାସୀମାନେ ବିଜୟ ଲାଭକରି ଭାରତରେ ନିଜର ସ୍ଥିତି ସୁଦୃଢ଼ କରିଥିଲେ ।

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

(ଘ) ଦ୍ଵିତୀୟ କର୍ଣାଟ ସମର ଉପରେ ବିବରଣୀ ପ୍ରଦାନ କର ।
Answer:
ସମୟସୀମା :
ହାଇଦ୍ରାବାଦ ଓ କର୍ଣ୍ଣାଟକ ନବାବ ପଦପାଇଁ ଇଂରେଜ ଏବଂ ଫରାସୀମାନଙ୍କ ମଧ୍ୟରେ ଦ୍ବିତୀୟ କର୍ଣ୍ଣାଟ ସମର ୧୭୫୦ରୁ ୧୭୫୪ ଖ୍ରୀ.ଅ. ମଧ୍ଯରେ ସଂଘଟିତ ହୋଇଥିଲା ।

ସମର୍ଥନ :
କର୍ଣ୍ଣାଟକର ନବାବ ପଦପାଇଁ ଇଂରେଜମାନେ ଅନରଙ୍କୁ ସମର୍ଥନ କରୁଥିଲାବେଳେ ଫରାସୀମାନେ ଚନ୍ଦାସାହେବଙ୍କୁ ସମର୍ଥନ କରୁଥିଲେ । ଫଳସ୍ବରୂପ ଉଭୟଙ୍କ ମଧ୍ୟରେ ଯେଉଁ ଯୁଦ୍ଧ ହେଲା ସେଥ‌ିରେ ଅନୱାରଉଦ୍ଦିନ ପରାସ୍ତ ଓ ନିହତ ହେଲେ ଏବଂ ଫରାସୀ ସମର୍ଥ ଚନ୍ଦାସାହେବ ବିଜୟୀ ହୋଇ କର୍ଣ୍ଣାଟକର ନବାବ ହେଲେ ।

କନ୍ଦଳ :
ସେହିପରି ହାଇଦ୍ରାବାଦର ସିଂହାସନ ପାଇଁ ନିଜାମଙ୍କ ପୁତ୍ର ନାସିରଜଙ୍ଗ ଓ ନାତି ମୁଜାଫରଜଙ୍ଗଙ୍କ ମଧ୍ୟରେ କନ୍ଦଳ ଲାଗିଥିଲା ।

ଶକ୍ତିବୃଦ୍ଧି :
ଇଂରେଜମାନେ ନାସିରଜଙ୍ଗଙ୍କୁ ଏବଂ ଫରାସୀମାନେ ମୁଜାଫରଜଙ୍ଗଙ୍କୁ ସମର୍ଥନ କରି ଯୁଦ୍ଧରେ ଅବତୀର୍ଣ୍ଣ ହେଲେ । ଫରାସୀ ଗଭର୍ଣ୍ଣର ନ୍ୟୁଙ୍କ ଷଡ଼ଯନ୍ତ୍ରରେ ନାସିରଜଙ୍ଗ ପରାସ୍ତ ଓ ନିହତ ହେଲେ ଏବଂ ମୁଜାଫରଜଙ୍ଗ ହାଇଦ୍ରାବାଦର ନିଜାମ ହେଲେ । ଫଳରେ ଦାକ୍ଷିଣାତ୍ୟରେ ଫରାସୀମାନଙ୍କ ଶକ୍ତି ବୃଦ୍ଧି ପାଇଲା ।

ଇଂରେଜମାନଙ୍କ ପ୍ରଭାବ :
ଇଂରେଜମାନଙ୍କ ଏହି ଦୁର୍ଦ୍ଦିନରେ କ୍ଲାଇଡ୍ ନାମକ ଜଣେ ଇଂରେଜ ଯୁବକ ଇଂରେଜ ସେନାବାହିନୀ ସାହାଯ୍ୟରେ କର୍ଣ୍ଣାଟକର ରାଜଧାନୀ ଆର୍କଟ ଅଧ୍ୟାର କରି ଅନୱାରଉଦ୍ଦିନ୍‌ଙ୍କ ପୁତ୍ର ମହମ୍ମଦ ଅଲ୍ଲୀଙ୍କୁ କର୍ଣ୍ଣାଟକର ନବାବ କରାଇଲେ । ଫଳରେ ଇଂରେଜମାନଙ୍କ ପ୍ରଭାବ ପୁନଃ ପ୍ରତିଷ୍ଠିତ ହେଲା ।

(ଙ) ମୀରକାଶିମ୍ କିପରି ବଙ୍ଗର ନବାବ ହେଲେ ଓ କେଉଁ କାରଣ ଯୋଗୁଁ ଇଂରେଜମାନେ ତାଙ୍କୁ ନବାବ ପଦରୁ ଅପସାରଣ କରିବାକୁ ଚାହିଁଥିଲେ ?
Answer:
ଅର୍ଥଲୋଭ :
ଇଂରେଜ କର୍ମଚାରୀମାନେ ଅଧିକ ବିଶୃଙ୍ଖଳିତ ହୋଇ ଅଧୂକ ଅର୍ଥ ଲୋଭରେ ମୀଜାଫରଙ୍କୁ ସିଂହାସନରୁ ବିତାଡ଼ିତ କରି ତାଙ୍କ ଜାମାତା ମୀରକାଶିମ୍‌ଙ୍କୁ ସିଂହାସନରେ ବସାଇଥିଲେ । ଫଳରେ ମୀୠକାଶିମ୍ ବଙ୍ଗର ନବାବ ହୋଇଥିଲେ ।

ରାଜଧାନୀ ଉଠାଇବା :
ମୀର୍‌କାଶିମ୍ ନବାବ ହେବାପରେ ଇଂରେଜମାନଙ୍କଠାରୁ ଦୂରରେ ରହି ସ୍ଵାଧୀନଭାବେ ଶାସନ କରିବାପାଇଁ ନିଜ ରାଜଧାନୀ ମୁର୍ଶିଦାବାଦଠାରୁ ମୁଙ୍ଗେରକୁ ଉଠାଇ ନେଇଥିଲେ ।

କର୍ମଚାରୀ ଅପସାରଣ :
ସେ ଶାସନ କ୍ଷେତ୍ରରେ କେତେକ କର୍ମଚାରୀମାନଙ୍କୁ ଅପସାରଣ କରିଥିଲେ ।

କର ଛାଡ଼ :
ପୂର୍ବରୁ କମ୍ପାନୀର ବଣିକମାନଙ୍କ ଉପରୁ ବାଣିଜ୍ୟ କର ଛାଡ଼ କରାଯାଇଥିବାରୁ ମୀରକାଶିମ୍ ଭାରତୀୟ ବଣିକମାନଙ୍କ ଉପରୁ ବାଣିଜ୍ୟ କର ଛାଡ଼ କରିଦେଇଥିଲେ ।

ବାଣିଜ୍ୟରେ ବାଧା :
ଫଳରେ ଇଂରେଜମାନଙ୍କ ବାଣିଜ୍ୟ କାରବାରରେ ବାଧା ସୃଷ୍ଟି ହେଲା । ତେଣୁ ଇଂରେଜମାନେ ମୀୠକାଶିମ୍‌ଙ୍କୁ ନବାବ ପଦରୁ ଅପସାରଣ କରିବାକୁ ଚାହିଁଥିଲେ ।

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

(ଚ) ସାମନ୍ତ ସନ୍ଧି କିଏ କେଉଁ ଉଦ୍ଦେଶ୍ୟରେ ପ୍ରଣୟନ କରିଥିଲେ ? ଏହାର ସର୍ଭଗୁଡ଼ିକ କ’ଣ ଥିଲା ଓ କେଉଁମାନେ ଏହି ସନ୍ଧି ଗ୍ରହଣ କରିଥିଲେ ?
Answer:
ସାମନ୍ତ ସନ୍ଧି ପ୍ରଣୟନ :
ଭାରତୀୟ ରାଜ୍ୟଗୁଡ଼ିକ ଉପରେ ଇଂରେଜମାନଙ୍କ ପ୍ରଭାବ ବିସ୍ତାର କରିବାପାଇଁ ଗଭର୍ଣ୍ଣର ଲର୍ଡ ୱେଲେସ୍‌ଲି ସାମନ୍ତ ସନ୍ଧି ପ୍ରଥା ପ୍ରଣୟନ କରିଥିଲେ ।

ସାମନ୍ତ ସନ୍ଧିର ସର୍ଭ :

  • ଯେଉଁ ଦେଶୀୟ ରାଜ୍ୟଗୁଡ଼ିକର ରାଜା ଏହି ସନ୍ଧି ଗ୍ରହଣ କରିବେ ସେମାନେ ଇଂରେଜମାନଙ୍କ ମିତ୍ର ହୋଇ ଅଧୀନତା ସ୍ବୀକାର କରିବେ ।
  • ଇଂରେଜମାନଙ୍କ ବିନା ଅନୁମତିରେ ସେମାନେ କୌଣସି ଦେଶୀୟ ଓ ବିଦେଶୀ ଶକ୍ତି ସହ ସମ୍ପର୍କ ରଖୂପାରିବେ ନାହିଁ ।
  • ସେମାନେ ନିଜ ରାଜ୍ୟରେ ଦଳେ ଇଂରେଜ ସୈନ୍ୟ ନିଜ ଖର୍ଚ୍ଚରେ ରଖିବେ ।
  • ସୈନ୍ୟମାନଙ୍କ ଖର୍ଚ୍ଚ ଦେବାକୁ ଅସମର୍ଥ ହେଲେ ସେମାନେ ନିଜ ରାଜ୍ୟର ଏକ ଅଂଶ ଇଂରେଜମାନଙ୍କୁ ଦେବେ ।

ସନ୍ଧି ଗ୍ରହଣକାରୀ ଶାସକ :
ହାଇଦ୍ରାବାଦର ନିଜାମ୍, ଅଯୋଧ୍ୟାର ନବାବ, ଭୋସଲା, ସିନ୍ଧିଆଙ୍କ ସହ ତାଞ୍ଜୋର, ସୁରାଟ, ଯୋଧପୁର, ଜୟପୁର ଓ ଉଦୟପୁର ଆଦି ଅଞ୍ଚଳର ଶାସକମାନେ ସାମନ୍ତ ସନ୍ଧି ଗ୍ରହଣ କରିଥିଲେ ।

(ଛ) ରାଜ୍ୟସ୍ଵତ୍ଵ ଲୋପନୀତି କିଏ ପ୍ରଣୟନ କରିଥିଲେ ? ଏହି ନୀତିରେ କି ବ୍ୟବସ୍ଥା ଥିଲା ଏବଂ କେଉଁ ରାଜ୍ୟଗୁଡ଼ିକ ଏଥରେ କ୍ଷତିଗ୍ରସ୍ତ ହୋଇଥିଲେ ?
Answer:
ନୀତି ପ୍ରଣୟନ :
ଭାରତର ଗଭର୍ଣ୍ଣର ଜେନେରାଲ ଲର୍ଡ ଡେଲ୍‌ହାଉସୀ ରାଜ୍ୟସ୍ୱତ୍ବ ଲୋପନୀତି ପ୍ରଣୟନ କରିଥିଲେ ।

ରାଜ୍ୟସ୍ଵତ୍ଵ ଲୋପନୀତିର ବ୍ୟବସ୍ଥା :

  • ଅପୁତ୍ରିକ ରାଜାମାନେ ପୋଷ୍ୟପୁତ୍ର ଗ୍ରହଣ କରିପାରିବେ ନାହିଁ ।
  • ସେମାନଙ୍କର ମୃତ୍ୟୁପରେ ସେମାନଙ୍କ ରାଜ୍ୟ ଇଂରେଜ ସାମ୍ରାଜ୍ୟଭୁକ୍ତ ହେବ ।

କ୍ଷତିଗ୍ରସ୍ତ ରାଜ୍ୟ :
ଏହି ନୀତିଦ୍ଵାରା ସତାରା, ଝାନ୍ସୀ, ନାଗପୁର, ସମ୍ବଲପୁର, ଜୈତ୍ରପୁର ଆଦି ରାଜ୍ୟଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲେ । ସେହି ରାଜ୍ୟଗୁଡ଼ିକ ଇଂରେଜ ସାମ୍ରାଜ୍ୟଭୁକ୍ତ ହେଲା ।

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

(ଜ) ‘ପିଙ୍କ ଭାରତ ଶାସନ ଆଇନ’’ ସମ୍ପର୍କରେ ଧାରଣା ଦିଅ ।
Answer:
ରେଗୁଲେଟିଂ ଆକ୍ଟର ତ୍ରୁଟି ସୁଧାର :
ରେଗୁଲେଟିଂ ଆକ୍ଟ ବା ନିୟାମକ ଆଇନର ତ୍ରୁଟିକୁ ସୁଧାରିବାପାଇଁ ବିଲାତ ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ ପିଟ୍ ସାହେବ ଏକ ଆଇନ କଲେ । ତାହା ପିଟ୍‌ଙ୍କ ଭାରତ ଶାସନ ଆଇନ ନାମରେ ନାମିତ ।

ବୋର୍ଡ଼ ଅଫ୍ କଣ୍ଟ୍ରାଲ ଗଠନ :
ଏହି ଆଇନ ଅନୁଯାୟୀ ବିଲାତରେ ବୋର୍ଡ ଅଫ୍ କଣ୍ଟ୍ରୋଲ୍ ବା ନିୟନ୍ତ୍ରଣ ପରିଷଦ ଗଠନ କରାଗଲା । ବିଲାତର ମନ୍ତ୍ରୀପରିଷଦରୁ ଜଣକୁ ତାହାର ସଭାପତି ରୂପେ ନିଯୁକ୍ତ କରାଗଲା ।

କ୍ଷମତା ପ୍ରଦାନ :
ଏହି ବୋର୍ଡ ଅଫ୍ କଣ୍ଟ୍ରୋଲ୍ ହାତରେ ଭାରତ ଶାସନର ସର୍ବୋଚ୍ଚ କ୍ଷମତା ରହିଲା । ଗଭର୍ଣ୍ଣର ଜେନେରାଲଙ୍କ କ୍ଷମତା ବଢ଼ାଇ ଦିଆଗଲା । ଶାସନକାର୍ଯ୍ୟରେ ତାଙ୍କୁ ପରାମର୍ଶ ଦେବାକୁ ଏକ ସଭା ରହିଲା । ଏହି ସଭାରେ ତିନିଜଣ ସଭ୍ୟ ରହିଲେ ।

ପୂର୍ଣ୍ଣ ନିୟନ୍ତ୍ରଣ ବ୍ୟବସ୍ଥା :
ବମ୍ବେ, ମାନ୍ଦ୍ରାଜର ଗଭର୍ଣରଙ୍କ ଉପରେ ଗଭର୍ଣ୍ଣର ଜେନେରାଲ୍‌ଙ୍କର ପୂର୍ଣ୍ଣ ନିୟନ୍ତ୍ରଣ ରହିଲା । ସୁପ୍ରିମ୍‌କୋର୍ଟର କ୍ଷମତା ପରିସର ସ୍ପଷ୍ଟ କରାଗଲା । ଏହି ଆଇନଦ୍ଵାରା ଇଂରେଜ ସରକାର ଇଷ୍ଟଇଣ୍ଡିଆ କମ୍ପାନୀକୁ ନିୟନ୍ତ୍ରଣ କରିପାରିଥିଲେ ।

୨ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ଗେଟି ଶବ୍ଦରେ ଲେଖ ।

(କ) ଅମୀରମାନେ କେଉଁ କେଉଁ ଦଳରେ ବିଭକ୍ତ ହୋଇଥିଲେ ? ସେମାନେ କେଉଁ ଫାଇଦା ହାସଲ କରୁଥିଲେ ?
Answer:
ଦଳ ଗଠନ :
ଅମୀରମାନେ ଦୁରାନୀ, ଇରାନୀ ଓ ହିନ୍ଦୁସ୍ଥାନୀ ପ୍ରଭୃତି ଦଳରେ ବିଭକ୍ତ ହୋଇଥିଲେ ।

ଫାଇଦା ହାସଲ :
ମୋଗଲ ଦରବାରକୁ ଦୁର୍ବଳ କରି ସେମାନେ ରାଜନୈତିକ ଫାଇଦା ହାସଲ କରୁଥିଲେ ।

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

(ଖ) ଯୋଧପୁରର ରାଜା ଅଜିତ୍ ସିଂହ କେଉଁ କେଉଁ ରାଜ୍ୟର ଶାସନକର୍ତ୍ତା ହେଲେ ? ସେ କେଉଁ ଅଞ୍ଚଳର ଶାସନ ଦାୟିତ୍ବ ଗ୍ରହଣ କରିଥିଲେ ?
Answer:
ଶାସନକର୍ତ୍ତା :
ଯୋଧପୁରର ରାଜା ଅଜିତ୍ ସିଂ ଗୁଜରାଟ ଓ ଆଜମିରର ଶାସନକର୍ତ୍ତା ହୋଇଥିଲେ ।

ଅଞ୍ଚଳ :
ସେ ମଧ୍ୟ ଆଗ୍ରାର ଶାସନ ଦାୟିତ୍ଵ ଗ୍ରହଣ କରିଥିଲେ ।

(ଗ) କେଉଁ ସ୍ଥାନଗୁଡ଼ିକରେ ପର୍ତ୍ତୁଗୀଜମାନଙ୍କ ବାଣିଜ୍ୟକୋଠି ଥିଲା ? କେଉଁଗୁଡ଼ିକ ୧୯୬୧ ପର୍ଯ୍ୟନ୍ତ ସେମାନଙ୍କ ଅଧିକାରରେ ରହିଥିଲା ?
Answer:
ବାଣିଜ୍ୟକୋଠି :
ଭାରତର ଗୋଆ, ଡାମନ, ଡିଉ, ସାଲସେଟ୍ ବେସିନ୍, ବମ୍ବେ ଏବଂ ବଙ୍ଗଦେଶର ହୁଗୁଳି ପ୍ରଭୃତି ସ୍ଥାନରେ ପର୍ତ୍ତୁଗୀଜମାନଙ୍କର ବାଣିଜ୍ୟକୋଠି ଥିଲା ।

ଅଧ୍ୟାତ ଅଞ୍ଚଳ :
୧୯୬୧ ମସିହା ପର୍ଯ୍ୟନ୍ତ ଗୋଆ, ଡାମନ, ଡିଉ ସେମାନଙ୍କ ଅଧିକାରରେ ଥିଲା ।

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

(ଘ) ଇଂରେଜ ଓ ଫରାସୀମାନେ କେଉଁ ସ୍ଥାନମାନଙ୍କରେ ବାଣିଜ୍ୟଦୁର୍ଗ ନିର୍ମାଣ କରିଥିଲେ ?
Answer:
ଇଂରେଜମାନଙ୍କ ବାଣିଜ୍ୟକୋଠି ନିର୍ମାଣ :
ଇଂରେଜମାନେ ନିର୍ମାଣ କରିଥିବା ବାଣିଜ୍ୟକୋଠି ମଧ୍ୟରେ ମସଲିପଟ୍ଟମ୍, ମହାନଦୀ ମୁହାଣସ୍ଥିତ ହରିପୁର, ବାଲେଶ୍ଵର, ହୁଗୁଳୀ, ପାଟଣା ଓ କାଶି ମ୍ବବଜାର ଉଲ୍ଲେଖଯୋଗ୍ୟ ଥିଲା । ମାନ୍ଦ୍ରାଜ୍ (ଚେନ୍ନାଇ), ବମ୍ବେ (ମୁମ୍ବାଇ) ଓ କଲିକତା (କୋଲକାତା) ସେମାନଙ୍କର ପ୍ରଧାନ ବାଣିଜ୍ୟକେନ୍ଦ୍ର ଥିଲା ।

ଫରାସୀମାନଙ୍କ ବାଣିଜ୍ୟକୋଠି ନିର୍ମାଣ :
ଫରାସୀମାନେ ପ୍ରଥମେ ସୁରତଠାରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ଓ ପରେ ମସଲିପଟ୍ଟମ୍, ପଣ୍ଡିଚେରୀ (ପୁଦୁଚେରି) ଓ ବଙ୍ଗଳାର ଚନ୍ଦନନଗରଠାରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ।

(ଙ) ଆଲିବର୍ଦ୍ଦି ଖାଁ କେବେ ପ୍ରାଣତ୍ୟାଗ କରିଥିଲେ ? ତାଙ୍କ ପରେ କିଏ ବଙ୍ଗର ଶାସକ ହୋଇଥିଲେ ?
Answer:
ପ୍ରାଣତ୍ୟାଗ ସମୟ :
ଆଲିବର୍ଦ୍ଦି ଖାଁ ୧୭୫୬ ଖ୍ରୀ.ଅ. ଅପ୍ରେଲ ମାସ ୯ ତାରିଖରେ ପ୍ରାଣତ୍ୟାଗ କରିଥିଲେ ।

ପରବର୍ତୀ ଶାସକ :
ତାଙ୍କ ପରେ ତାଙ୍କର ନାତି ସିରାଜଉଦୌଲା ବଙ୍ଗର ଶାସକ ହୋଇଥିଲେ ।

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

(ଚ) ପଲାସୀ ଯୁଦ୍ଧରେ କିଏ ପରାଜିତ ହୋଇଥିଲେ ଓ ତାଙ୍କୁ କେଉଁ ସ୍ଥାନରେ ବନ୍ଦୀକରି ରଖାଯାଇଥିଲା ?
Answer:
ବ୍ୟକ୍ତି :
ପଲାସୀ ଯୁଦ୍ଧରେ ସିରାଜଉଦୌଲା ପରାଜିତ ହୋଇଥିଲେ ।

ସ୍ଥାନ :
ତାଙ୍କୁ ମୁର୍ଶିଦାବାଦଠାରେ ବନ୍ଦୀକରି ରଖାଯାଇଥିଲା ।

(ଛ) କେଉଁ ଆଇନ ବଳରେ ଇଂଲଣ୍ଡର ପାର୍ଲାମେଣ୍ଟ ଇଷ୍ଟଇଣ୍ଡିଆ କମ୍ପାନୀକୁ ନିୟନ୍ତ୍ରଣ କରିପାରିଥିଲା ? ଏହା କେଉଁ ଆଇନର ଦୋଷତ୍ରୁଟିକୁ ସୁଧାରିବାପାଇଁ କରାଯାଇଥିଲା ?
Answer:
ଆଇନ :
ପିଟ୍‌ଙ୍କ ଭାରତ ଶାସନ ଆଇନ ବଳରେ ଇଂଲଣ୍ଡର ପାର୍ଲାମେଣ୍ଟ ଇଷ୍ଟଇଣ୍ଡିଆ କମ୍ପାନୀକୁ ନିୟନ୍ତ୍ରଣ କରିପାରିଥିଲା ।

ଦୋଷତ୍ରୁଟି :
ଏହା ରେଗୁଲେଟିଂ ଆକ୍‌ଟ ବା ନିୟାମକ ଆଇନର ଦୋଷତ୍ରୁଟିକୁ ସୁଧାରିବାପାଇଁ କରାଯାଇଥିଲା ।

(ଜ) ଟିପୁ ସୁଲତାନ କେଉଁ ଯୁଦ୍ଧରେ ନିହତ ହୋଇଥିଲେ ? ତାଙ୍କ ପରେ ମହୀଶୂର ରାଜ୍ୟର ପରିଣତି କ’ଣ ହୋଇଥିଲା ?
Answer:
ଯୁଦ୍ଧର ନାମ :
ଟିପୁ ସୁଲତାନ ୧୭୯୯ ଖ୍ରୀଷ୍ଟାବ୍ଦରେ ସଂଘଟିତ ଚତୁର୍ଥ ମହୀଶୂର ଯୁଦ୍ଧରେ ନିହତ ହୋଇଥିଲେ ।

ରାଜ୍ୟ ବିଭକ୍ତିକରଣ :
ତାଙ୍କ ପରେ ମହୀଶୂର ରାଜ୍ୟ ତିନି ଭାଗରେ ବିଭକ୍ତ ହୋଇଥିଲା । ରାଜ୍ୟର ପଶ୍ଚିମ- ଦକ୍ଷିଣ ଜିଲ୍ଲାଗୁଡ଼ିକ ଇଂରେଜମାନଙ୍କ ଅଧୀନରେ, ଉତ୍ତର-ପୂର୍ବର କେତେକ ଜିଲ୍ଲା ନିଜାମଙ୍କ ରାଜ୍ୟରେ ମିଶିଲା ଓ ରାଜ୍ୟର ଉତ୍ତର-ପଶ୍ଚିମ ଅଂଶରୁ କିଛି ମରହଟ୍ଟାମାନେ ପାଇଥିଲେ ।

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୩ । ଶୂନ୍ୟସ୍ଥାନ ପୂରଣ କର ।

(କ) ନିଜାମ୍ -ଉଲ୍-ମୁଲକ୍ __________ ର ଗଭର୍ଣ୍ଣର ରୂପେ ନିଯୁକ୍ତି ପାଇଥିଲେ ।
Answer:
ଦାଷିଣାତ୍ୟ

(ଖ) ମୟୂର ସିଂହାସନ __________ ନିର୍ମାଣ କରିଥିଲେ ।
Answer:
ଶାହାଜାହାନ୍

(ଗ) ଶାହୁଜୀଙ୍କୁ ________ ବନ୍ଦୀ କରି ରଖୁଥିଲେ ।
Answer:
ମୋଗଲମାନେ

(ଘ) ୧୬୧୫ ଖ୍ରୀ.ଅ.ରେ __________ ଇଂଲଣ୍ଡର ରାଜଦୂତ ଭାବେ ଭାରତକୁ ଆସିଥିଲେ ।
Answer:
ସାର୍ ଟମାସ୍‌

(ଙ) ପଣ୍ଡିଚେରୀରେ ସାମରିକ ଶିବିର __________ ମାନେ ପ୍ରତିଷ୍ଠା କରିଥିଲେ ।
Answer:
ଫରାସୀ

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

(ଚ) ଇଂରେଜ ସେନାଧ୍ୟକ୍ଷ __________ ଫରାସୀ ବାଣିଜ୍ୟକୋଠି ଚନ୍ଦନନଗର ଅଧିକାର କରିଥିଲେ ।
Answer:
ଲର୍ଡ କ୍ଲାଇବ୍

(ଛ) ‘ଅନ୍ଧକୂପ ହତ୍ୟା’’ ________ ଙ୍କ ଦ୍ଵାରା ହୋଇଥିଲା ।
Answer:
ସିରାଜଉଦୌଲା

(ଜି) ବକ୍ସାର ଯୁଦ୍ଧ ପରେ ସୁଜାଉଦୌଲା ଇଷ୍ଟଇଣ୍ଡିଆ କମ୍ପାନୀକୁ ________ ଓ __________ ହସ୍ତାନ୍ତର କରିଥିଲେ ।
Answer:
କୋରା, ଆଲ୍ଲାହାବାଦ

(ଝ) ହାଇଦର ଅଲ୍ଲୀ ________ ଖ୍ରୀ.ଅ.ରେ ମହୀଶୂରର ଶାସକ ହେଲେ ।
Answer:
୧୭୬୧

(ଞ) ୱେଲେସ୍‌ଲି __________ ପ୍ରଥା ପ୍ରଚଳନ କରିଥିଲେ ।
Answer:
ସାମନ୍ତସନ୍ଧି

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୪ । ରେଖାଙ୍କିତ ଶବ୍ଦଗୁଡ଼ିକୁ ପରିବର୍ତ୍ତନ ନ କରି ଭ୍ରମ ସଂଶୋଧନ କର ।

(କ) ଟିପ୍ ସୁଲତାନ୍ କର୍ସେଲ୍‌ ବେରଂଙ୍କୁ ପରାସ୍ତ କରି ଶେରିଙ୍ଗାପରନମ୍ ଅଧିକାର କରିଥିଲେ ।
Answer:
ଟିପୁ ସୁଲତାନ୍ କର୍ଣ୍ଣେଲ ବେରଂଙ୍କୁ ପରାସ୍ତ କରି ଆର୍କଟ ଅଧୂକାର କରିଥିଲେ ।

(ଖ) ନିୟାମକ ଆଇନ ଭାରତ ପାର୍ଲାମେଣ୍ଟରେ ଗୃହୀତ ହୋଇଥିଲା ।
Answer:
ନିୟାମକ ଆଇନ ବ୍ରିଟିଶ୍ ପାର୍ଲାମେଣ୍ଟରେ ଗୃହୀତ ହୋଇଥିଲା ।

(ଗ) ନାଦିର ଶାହଙ୍କୁ ମୋଗଲସେନା ଲାହୋରଠାରେ ପ୍ରତିରୋଧ କରିଥିଲେ ।
Answer:
ନାଦିର ଶାହଙ୍କୁ ମୋଗଲସେନା କର୍ତ୍ତାଲଠାରେ ପ୍ରତିରୋଧ କରିଥିଲେ ।

(ଘ) ଫୋର୍ଟ ସେଣ୍ଟଜର୍ଜ କଲିକତାରେ ଅବସ୍ଥିତ ।
Answer:
ଫୋର୍ଟ ସେଣ୍ଟଜର୍ଜ ମାନ୍ଦ୍ରାଜ(ଚେନ୍ନାଇ)ରେ ଅବସ୍ଥିତ ।

(ଙ) ଓ୍ୱାଜିର ପଦବୀ ମୋଗଲ ଶାସନ କାଳରେ ରାଜସ୍ବ ଆଦାୟକାରୀଙ୍କୁ ବୁଝାଉଥିଲା ।
Answer:
ୱାଜିର୍ ପଦବୀ ମୋଗଲ ଶାସନ କାଳରେ ପ୍ରଧାନମନ୍ତ୍ରୀ ପଦକୁ ବୁଝାଉଥିଲା ।

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୫। ‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଶବ୍ଦ ମିଳନ କର ।

ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା chapter 1
Answer:

ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା chapter 1.1

୬ । ନିମ୍ନ ସମ୍ଭାବ୍ୟ ଉତ୍ତରଗୁଡ଼ିକ ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।

(କ) ‘କୁଲି ଖାଁ’’ ଉପାଧ୍ କିଏ ପାଇଥିଲେ ?
(i) ନାଦିର ଶାହ
(ii) ନିଜାମ୍‌ -ଉଲ୍ ମୁଲକ
(iii) ସାଦତ୍ ଖାଁ
(iv) ଚେଙ୍ଗିଜ୍ ଖାଁ
Answer:
(ii) ନିଜାମ୍‌ -ଉଲ୍ ମୁଲକ

(ଖ) ଶିଶୁମାନେ କେତୋଟି ସଂଘରେ ସଂଗଠିତ ହୋଇଥିଲେ ?
(i) ୧୧
(ii) ୧୨
(iii) ୧୩
(iv) ୧୪
Answer:
(ii) ୧୨

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

(ଗ) ପ୍ରଥକ କର୍ଣ୍ଣାଟ ସମରର ସମୟସୀମା କେତେ ?
(i) ୧୭୪୦-୧୭୪୮
(ii) ୧୭୫୦-୧୭୬୦
(iii) ୧୭୫୮-୧୭୬୦
(iv) ୧୭୫୭-୧୭୬୦
Answer:
(i) ୧୭୪୦-୧୭୪୮

(ଘ) ‘ମହୀଶୂରର ବାଘ’’ ନାମରେ କିଏ ପରିଚିତ ?
(i) ରବର୍ଟ କ୍ଲାଇବ୍
(ii) ହାଇଦର ଅଲ୍ଲୀ
(iii) ଟିପୁ ସୁଲତାନ୍
(iv) କଣ୍ଠୱାଲିସ୍
Answer:
(iii) ଟିପୁ ସୁଲତାନ୍

୭ । ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବା ସଂଖ୍ୟା ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ଭାରତକୁ ________ ଆବିଷ୍କାର କରିଥିଲେ ।
(ଭାସ୍କୋଡ଼ାଗାମା, ଆଲବୁକାର୍କ, କଲମ୍ବସ୍, କ୍ୟାପଟେନ୍ କୁକ୍)
Answer:
ଭାସ୍କୋଡ଼ାଗାମା

(ଖ) ପଲାସୀ ଯୁଦ୍ଧରେ _______ ର ବିଶ୍ଵାସଘାତକତା ପାଇଁ ସିରାଜଉଦୌଲା ହାରିଲେ ।
(ମୀରକାଶିମ୍, ମିରଜାଫର, ସୁଜାଉଦୌଲା, ଶାହାଆଲାମ୍)
Answer:
ମିରଜାଫର

BSE Odisha 8th Class History Solutions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

(ଗ) ଟିପୁ ସୁଲତାନ _______ ମସିହାରେ ଯୁଦ୍ଧରେ ନିହତ ହେଲେ ।
(୧୭୯୦, ୧୭୬୧, ୧୭୯୯, ୧୮୦୦)
Answer:
୧୭୯୯

BSE Odisha 8th Class History Solutions Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

Odisha State Board BSE Odisha 8th Class History Solutions Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ Textbook Exercise Questions and Answers.

BSE Odisha Class 8 History Solutions Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

୧। ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୭୫ଟି ଶବ୍ଦରେ ଦିଅ ।

(କ) ଭାରତରେ ଜାତୀୟତାବାଦର ବିକାଶ ପାଇଁ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ଐକ୍ୟଭାବ କିପରି ଦାୟୀ ଥିଲା ?
Answer:
ସାମାଜିକ ଐକ୍ୟଭାବ :

  • ପ୍ରାଚୀନ କାଳରେ ହିମାଳୟଠାରୁ କୁମାରୀକା ପର୍ଯ୍ୟନ୍ତ ଭୂଖଣ୍ଡରେ ବସବାସ କରୁଥିବା ସମସ୍ତ ଅସ୍ଵାସୀ ଭାରତୀୟ ସନ୍ତତି ଭାବରେ ପରିଚିତ ହେଉଥିଲେ ।
  • ଭାରତ ବର୍ଷରେ ହିମାଳୟ ପର୍ବତ ଓ ଗଙ୍ଗା, ଯମୁନା ଭଳି ନଦୀଗୁଡ଼ିକୁ ସମସ୍ତେ ପବିତ୍ର ମନେ କରନ୍ତି ।
  • ଭାରତର ବିଭିନ୍ନ ସ୍ଥାନରେ ସମସ୍ତ ଧର୍ମର ତୀର୍ଥସ୍ଥାନ ମଧ୍ୟ ରହିଛି ।

ସାଂସ୍କୃତିକ ଐକ୍ୟଭାବ :

  • ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭାରତୀୟମାନେ ପାଳନ କରୁଥିବା ଉତ୍ସବ, ରୀତି-ନୀତି ତଥା ସାମାଜିକ ପ୍ରଥା ଓ ଚଳଣିରେ ସାମଞ୍ଜସ୍ୟ ଦେଖାଯାଏ ।
  • ଖାଦ୍ୟପେୟ ଓ ପୋଷାକପତ୍ରରେ ଆଞ୍ଚଳିକ ଭିନ୍ନତା ଥିଲେ ମଧ୍ୟ ସେଗୁଡ଼ିକର ଆଦର ଦେଶର ସବୁସ୍ଥାନରେ କରାଯାଇଥାଏ ।

ରାଜନୈତିକ ଐକ୍ୟଭାବ :

  • ଐତିହାସିକ ଯୁଗର ବିଭିନ୍ନ ପର୍ଯ୍ୟାୟରେ ଏକ ଶାସନାଧୀନ ରହି ଭାରତୀୟମାନଙ୍କ ମଧ୍ୟରେ ଐକ୍ୟଭାବ ସୃଷ୍ଟି ହୋଇଥିଲା ।
  • ଇଂରେଜ ଶାସନ କାଳରେ ଭାରତର ସମସ୍ତ ଅଞ୍ଚଳ ମଧ୍ୟରେ ରାଜନୈତିକ ଏକତା ଦୃଢ଼ୀଭୂତ ହୋଇଥିଲା ।
  • ଭାରତର ସମସ୍ତ ଦେଶୀୟ ରାଜ୍ୟ ବ୍ରିଟିଶ୍ ଶାସନାଧୀନ ହେବା ଫଳରେ ଭାରତୀୟମାନଙ୍କ ମନରେ ଜାତୀୟତାବାଦ ବୃଦ୍ଧି କରିବାରେ ପରୋକ୍ଷରେ ସାହାଯ୍ୟ କରିଥିଲା ।

BSE Odisha 8th Class History Solutions Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

(ଖ) ଭାରତରେ ଜାତୀୟତାବାଦୀ ଆନ୍ଦୋଳନ ପାଇଁ ଇଂରାଜୀ ଭାଷା ଓ ଇଂରେଜ ଶାସନ କିପରି ସହାୟକ ହେଲା ?
Answer:
ଇଂରାଜୀ ଭାଷାର ପ୍ରଭାବ :

  • ଇଂରାଜୀ ଭାଷା ଓ ଶିକ୍ଷାର ପ୍ରଚଳନ ଫଳରେ ଇଂରାଜୀ ଶିକ୍ଷିତ ଭାରତୀୟମାନେ ପରସ୍ପର ମଧ୍ୟରେ ଭାବ ବିନିମୟ କରିପାରିଲେ, ଯାହାଫଳରେ ସେମାନଙ୍କ ମଧ୍ୟରେ ଐକ୍ୟଭାବ ସୃଷ୍ଟି ହେଲା ।
  • ଭାରତୀୟ ଶିକ୍ଷିତ ବୁଦ୍ଧିଜୀବୀମାନେ ଆମେରିକାର ସ୍ଵାଧୀନତା ସଂଗ୍ରାମ, ରୁଷ୍ ବିପ୍ଲବ, ଫରାସୀ ବିପ୍ଳବ ଓ ଜର୍ମାନୀ ଏବଂ ଇଟାଲୀ ଏକତ୍ରୀକରଣ ପ୍ରଭୃତି ବିଦେଶୀ ବିଦ୍ରୋହ ସମ୍ବନ୍ଧରେ ଜ୍ଞାନ ଆହରଣ କଲେ ।
  • ପୁନଶ୍ଚ ରୁଷୋ, ଭଲ୍‌ଟାୟାର ଓ ମଣ୍ଡେସ୍କୁଙ୍କ ଦାର୍ଶନିକଙ୍କ ଚିନ୍ତାଧାରା, ପାଶ୍ଚାତ୍ୟ ଗଣତନ୍ତ୍ର, ସ୍ଵାଧୀନତା, ସାହିତ୍ୟ, ଦର୍ଶନ, ରାଜନୀତି ଓ ଇତିହାସ ଭାରତୀୟମାନେ ଜାଣିବାର ସୁଯୋଗ ପାଇଲେ । ତେଣୁ ବିଦେଶୀ ଇଂରେଜ ଶାସନ କବଳରୁ ମୁକ୍ତ ହୋଇ ସେମାନେ ସ୍ଵାଧୀନ ହେବାକୁ ପ୍ରୟାସ କଲେ ।

ଇଂରେଜ ଶାସନର ପ୍ରଭାବ :

  • ଇଂରେଜ ଶାସନ କାଳରେ ବେଣ୍ଟିଙ୍ଗ୍‌ଙ୍କଦ୍ୱାରା ଭାରତରେ କେତେକ କୁପ୍ରଥା ଉଚ୍ଛେଦ ଓ ଇଂରାଜୀ ଭାଷା ପ୍ରଚଳନ ଭାରତୀୟମାନଙ୍କ ମଧ୍ୟରେ ଜାତୀୟତାଭାବ ସୃଷ୍ଟି କରିବାରେ ସାହାଯ୍ୟ କରିଥିଲା ।
  • ଗଭର୍ଣ୍ଣର ଜେନେରାଲ୍ ଲର୍ଡ ଡେଲ୍ହାଉସୀଙ୍କଦ୍ୱାରା ଭାରତରେ ରେଳ ଚଳାଚଳ ଓ ଡାକ ବ୍ୟବସ୍ଥା ପ୍ରଚଳନ ଯୋଗୁ ଭାରତର ନେତୃସ୍ଥାନୀୟ ବ୍ୟକ୍ତିମାନେ ପରସ୍ପର ମଧ୍ୟରେ ଯୋଗାଯୋଗ ରକ୍ଷାକରି ନିଜର ସଙ୍ଗଠନ ଦୃଢ଼ କଲେ । ଲର୍ଡ ରିପନ୍‌ଙ୍କଦ୍ୱାରା ପ୍ରଚଳିତ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଭାରତୀୟମାନଙ୍କ ମଧ୍ୟରେ ରାଜନୈତିକ ଚେତନା ସୃଷ୍ଟି କରିଥିଲା ।

(ଗ) ଇଂରେଜମାନଙ୍କର ଦମନମୂଳକ ଶାସନ ପଦ୍ଧତିର ଏକ ବିବରଣୀ ପ୍ରଦାନ କର ।
Answer:
ଇଂରେଜମାନଙ୍କ ଶାସନରେ ପ୍ରାଧାନ୍ୟ ବିସ୍ତାର :

  1. ଇଂରେଜ ଶାସନ କାଳରେ ଭାରତୀୟମାନଙ୍କର ଶାସନ କ୍ଷେତ୍ରରେ ଅଂଶଗ୍ରହଣ କରିବାର କୌଣସି ସୁଯୋଗ ନଥିଲା । ଇଂରେଜ ଶାସନମୁଖ୍ୟ ବଡ଼ଲାଟ୍ ବ୍ରିଟିଶ୍ ପାର୍ଲାମେଣ୍ଟଦ୍ୱାରା ପ୍ରଣୀତ ଆଇନ ଅନୁଯାୟୀ ଭାରତରେ ଦମନମୂଳକ ଶାସନ ଚଳାଉଥିଲେ । ବଡ଼ଲାଙ୍କ କାର୍ଯ୍ୟକାରୀ ପରିଷଦ ଓ ବ୍ୟବସ୍ଥାପକ ପରିଷଦରେ ଅଧିକାଂଶ ଇଂରେଜ ସଭ୍ୟ ଥିଲେ ।
  2. ‘ପ୍ରଶାସନିକ ସେବା’ ପରୀକ୍ଷା ଇଂଲଣ୍ଡରେ ହେଉଥ‌ିବାରୁ ଗରିବ ମେଧାବୀ ଭାରତୀୟମାନେ ଏହି ସୁଯୋଗରୁ ବଞ୍ଚିତ ହେଉଥିଲେ ।

ଅର୍ଥନୈତିକ ଶୋଷଣ :

  1. ଇଂରେଜମାନେ ଅର୍ଥନୈତିକ ଶୋଷଣମୂଳକ ଓ ଦମନମୂଳକ ଶାସନ ଭାରତରେ ଚଳାଉଥିଲେ । ଭାରତୀୟମାନଙ୍କଠାରୁ କର, ରାଜସ୍ଵ ଓ ବାଣିଜ୍ୟ ମାଧ୍ୟମରେ ବହୁତ ଅର୍ଥ ଇଂଲଣ୍ଡକୁ ଚାଲିଯାଉଥିଲା । ଭାରତରୁ କଞ୍ଚାମାଲ ଇଂଲଣ୍ଡକୁ ରପ୍ତାନି ହୋଇ ଇଂଲଣ୍ଡର ଶିଳ୍ପଜାତ ଦ୍ରବ୍ୟ ଭାରତରେ ବିକ୍ରି ହେବାରୁ ଭାରତୀୟ କୁଟୀର ଶିଳ୍ପର ଅବନତି ଘଟିଲା ।
  2. ଇଂରେଜ ଶାସନ କାଳରେ ଜମିଦାରମାନେ କୃଷକମାନଙ୍କୁ ଶୋଷଣ କରୁଥିଲେ ଏବଂ ଜମିଜମା ଆଇନଗୁଡ଼ିକ ଚାଷୀମାନଙ୍କ ସ୍ଵାର୍ଥବିରୋଧୀ ଥିଲା ।

ବର୍ଣ୍ଣବୈଷମ୍ୟ ନୀତି :
ଇଂରେଜମାନେ ଭାରତରେ ବର୍ଣ୍ଣବୈଷମ୍ୟ ନୀତି ଅନୁସରଣ କରୁଥିଲେ । ଭାରତୀୟ ବିଚାରପତିମାନେ ଇଂରେଜ ଅପରାଧୀମାନଙ୍କର ବିଚାର କରିପାରୁ ନଥିଲେ । ଶିକ୍ଷିତ ଭାରତୀୟମାନେ ଯୋଗ୍ୟ ହେଲେବି ଉଚ୍ଚ ପଦବୀ ଓ ଚାକିରିରୁ ବଞ୍ଚିତ ହେଉଥିଲେ ।

BSE Odisha 8th Class History Solutions Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

(ଘ) ଭାରତରେ ଜାତୀୟ କଂଗ୍ରେସର କିପରି ଆବିର୍ଭାବ ଓ ବିକାଶ ହେଲା ?
Answer:
ଆଲାନ୍ ଅକ୍ଟୋଭିଆନ ହ୍ୟୁମ୍‌ଙ୍କ ପରାମର୍ଶ :

  • ୧୮୮୫ ମସିହାରେ ଆଲାନ୍ ଅକ୍ସାଭିଆନ ହ୍ୟୁମ୍ ନାମକ ଜଣେ ଅବସରପ୍ରାପ୍ତ ଇଂରେଜ ଶାସନ ତତ୍କାଳୀନ ବଡ଼ଲାଟ ଡଫରିଙ୍କୁ ଭାରତୀୟମାନଙ୍କ ନିମନ୍ତେ ଏକ ସଙ୍ଗଠନର ଆବଶ୍ୟକତା ବିଷୟରେ ଅବଗତ କରାଇଲେ ।
  • ହ୍ୟୁମ୍ନଙ୍କ ମତରେ ଏହି ସଙ୍ଗଠନ ସରକାରଙ୍କୁ ଦେଶବାସୀଙ୍କ ଅଭାବ, ଅସୁବିଧା ଓ ଅଭିଯୋଗ ଜଣାଇବ ଏବଂ ସେମାନଙ୍କୁ ବିଦ୍ରୋହରୁ ନିବୃତ୍ତ କରିବ ।

ଡରଫିନ୍‌ଙ୍କ ଉଦ୍ୟମ :
ଡଫରିନ୍‌ ମଧ୍ୟ ଇଂଲଣ୍ଡ ସରକାରଙ୍କ ଦୋଷତ୍ରୁଟି ଜଣାଇବା ଭଳି ସଙ୍ଗଠନ ଭାରତରେ ରହିବା ଆବଶ୍ୟକ ହୃଦୟଙ୍ଗମ କରି ହ୍ୟୁମ୍‌ଙ୍କୁ ଏ ଦିଗରେ ଉତ୍ସାହିତ କଲେ ।

  • ହ୍ୟୁମ୍‌ଙ୍କ ଦିଗ୍‌ଦର୍ଶନରେ ‘ଜାତୀୟ କଂଗ୍ରେସ’ ପ୍ରତିଷ୍ଠା ହେଲା ଏବଂ ୧୮୮୫ ମସିହା ଡିସେମ୍ବର ୨୮ ଓ ୨୯ ତାରିଖରେ ଏହାର ପ୍ରଥମ ଅଧ‌ିବେଶନ ବମ୍ବେଠାରେ ଅନୁଷ୍ଠିତ ହେଲା ।
  • ସମୟାନୁକ୍ରମେ ଶିକ୍ଷିତ ମଧ୍ୟବିତ୍ତ ସମ୍ପ୍ରଦାୟର ଲୋକ, ଓକିଲ, ଡାକ୍ତର, ଲେଖକ ଓ ସାମ୍ବାଦିକ ଆଦି ବୁଦ୍ଧିଜୀବୀ ଓ ସରକାରୀ କର୍ମଚାରୀମାନେ ଜାତୀୟ କଂଗ୍ରେସରେ ଯୋଗଦେବାରୁ ଏହାର ବିକାଶ ଘଟିଲା ।

(ଙ) ଜାତୀୟ କଂଗ୍ରେସର ନରମପନ୍ଥୀମାନେ କି କି ଦାବି ଉପସ୍ଥାପନ କରିଥିଲେ ?
Answer:
ଜାତୀୟ କଂଗ୍ରେସର ନରମପନ୍ଥୀମାନେ ସ୍ଵଭାବସୁଲଭ ଭଙ୍ଗୀରେ ଅନୁରୋଧ କରି ସେମାନଙ୍କ ଦାବି ଉପସ୍ଥାପନ କରୁଥିଲେ ।

→ ନରମପନ୍ଥୀଙ୍କର ଦାବି :
ସେମାନେ ଇଂରେଜ ସରକାରଙ୍କ ନିକଟରେ କେତେକ ଦାବି ଉପସ୍ଥାପନ କରିଥିଲେ । ସେଗୁଡ଼ିକ ହେଲା —
(a) ପ୍ରାଦେଶିକ ଓ କେନ୍ଦ୍ରୀୟ ଆଇନ ସଭାରେ ଭାରତୀୟ ପ୍ରତିନିଧୂ ରହିବାର ବ୍ୟବସ୍ଥା କରିବା ।
(b) ଭାରତୀୟ ପ୍ରଶାସନିକ ପରୀକ୍ଷା ଇଂଲଣ୍ଡରେ ହେବା ସହ ଭାରତରେ କରିବାର ବ୍ୟବସ୍ଥା ହେବା ।
(c) ଭାରତୀୟ ପ୍ରଶାସନିକ ପରୀକ୍ଷା ପାଇଁ ଭାରତୀୟ ପରୀକ୍ଷାର୍ଥୀମାନଙ୍କର ବୟସସୀମା ବୃଦ୍ଧି କରିବା ।
(d) ସାମରିକ ଖର୍ଚ୍ଚ କମାଇ ଶିକ୍ଷା, କୃଷି ଓ ଶିଳ୍ପର ଅଧ୍ଵ ବିକାଶ ଘଟାଇବା ।
(e) ଅସ୍ତ୍ରଶସ୍ତ୍ର ଆଇନର ସଂସ୍କାର କରିବା ।

BSE Odisha 8th Class History Solutions Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

(ଚ) ବଙ୍ଗ ପ୍ରଦେଶ କିପରି ବିଭାଜିତ ହେଲା ?
Answer:
ବଙ୍ଗଳା ପ୍ରଦେଶ ଗଠନ :

  • ବଙ୍ଗ, ବିହାର ଓ ଓଡ଼ିଶାକୁ ନେଇ ଗଠିତ ବଙ୍ଗଳା ପ୍ରଦେଶ ବିଶାଳ ଥିଲା । ଏତେବଡ଼ ପ୍ରଦେଶର ପ୍ରଶାସନିକ ଅସୁବିଧା ଅନୁଭବ କରି ତତ୍‌କାଳୀନ ଇଂରେଜ ବଡ଼ଲାଟ୍ ଲର୍ଡ ନାଥାନିଏଲ୍‌ କର୍ଜନ୍ ବଙ୍ଗ ପ୍ରଦେଶ ବିଭାଜନ କଥା ଚିନ୍ତାକଲେ ।
  • ବଙ୍ଗର ପୂର୍ବଭାଗକୁ ଆସାମ ସହିତ ମିଶାଇ ଦିଆଗଲା । ଢାକାଠାରେ ଏହାର ରାଜଧାନୀ ରହିଲା । ସେହିପରି ବଙ୍ଗର ପଶ୍ଚିମଭାଗ, ବିହାର ଓ ଓଡ଼ିଶାକୁ ନେଇ ପଶ୍ଚିମବଙ୍ଗ ଗଠିତ ହେଲା । ଏହାର ରାଜଧାନୀ କଲିକତା (କୋଲକାତା)ଠାରେ ରହିଲା ।

ବଙ୍ଗ ଭଙ୍ଗ ନୀତି :
ଫଳରେ ବଙ୍ଗଳା ଭାଷାଭାଷୀ ଲୋକ ଦୁଇଭାଗରେ ବିଭକ୍ତ ହେଲେ । ବଙ୍ଗର ସାଧାରଣ ଜନତା ଉତ୍‌କ୍ଷିପ୍ତ ହୋଇପଡ଼ିଲେ । ଜାତୀୟ କଂଗ୍ରେସ ଏହି ବଙ୍ଗଭଙ୍ଗ ନୀତିକୁ ବିରୋଧ କଲା ।

ବଙ୍ଗ ବିଭାଜନ :
ଭାରତର ଲୋକମାନଙ୍କର ବିରୋଧଭାବକୁ ଇଂରେଜ ସରକାର ଭୂକ୍ଷେପ ନକରି ୧୯୦୫ ଅକ୍ଟୋବର ୧୬ ତାରିଖ ଦିନ ଲର୍ଡ କର୍ଜନ ‘ବଙ୍ଗ ବିଭାଜନ’ ଘୋଷଣା କଲେ ।

ସାମ୍ପ୍ରଦାୟିକତା :
ବଙ୍ଗ ପ୍ରଦେଶରେ ମୁଣ୍ଡ ଟେକୁଥ‌ିବା ତୀବ୍ର ଜାତୀୟତାବାଦକୁ ପ୍ରତିହତ କରିବା ଓ ଭାରତୀୟମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକ ତିକ୍ତତା ସୃଷ୍ଟିକରିବା ଇଂରେଜ ଶାସକଙ୍କର ବଙ୍ଗ ବିଭାଜନ ନୀତିର ପ୍ରକୃତ ଉଦ୍ଦେଶ୍ୟ ଥିଲା ।

(ଛ) ସ୍ଵଦେଶୀ ଆନ୍ଦୋଳନ କ’ଣ ? ଏହାର ଲକ୍ଷ୍ୟ ଓ ଅଗ୍ରଗତି ଉପରେ ଏକ ବିବରଣୀ ପ୍ରଦାନ କର ।
Answer:
ସ୍ଵଦେଶୀ ଆନ୍ଦୋଳନର ଅୟମାରମ୍ଭ :

  • ଲର୍ଡ କର୍ଜନଙ୍କର ବଙ୍ଗ ବିଭାଜନ ଘୋଷଣା ବିରୋଧର ସାରାଦେଶରେ ବିଦ୍ରୋହର ବହ୍ନି ପ୍ରଜ୍ଵଳିକ ହେଲା ଓ ଆନ୍ଦୋଳନ ଚାଲିଲା ।
  • ନରମପନ୍ଥୀ ନେତାମାନେ ଇଂରେଜ ଶାସନ ବିରୋଧରେ ପ୍ରକାଶ୍ୟ ଆନ୍ଦୋଳନ ପାଇଁ ମତ ଦେଲେ ଓ ଚରମପନ୍ଥୀ ନେତାମାନେ ଭାରତୀୟମାନଙ୍କର ନ୍ୟାୟୋଚିତ ଅଧିକାର ସାବ୍ୟସ୍ତ କରିବାକୁ ବଳପୂର୍ବକ ଦାବି କଲେ । ଏହା ଫଳରେ ୧୯୦୫ ମସିହାରେ ଭାରତରେ ‘ସ୍ଵଦେଶୀ ଆନ୍ଦୋଳନ’ ଆରମ୍ଭ ହେଲା ।

ସ୍ଵଦେଶୀ ଆନ୍ଦୋଳନର ଲକ୍ଷ୍ୟ :

  1. ବିଦେଶୀ ତଥା ବିଲାତ ଦ୍ରବ୍ୟ ବର୍ଜନ କରିବା ।
  2. ନିଜ ଦେଶ ଅର୍ଥାତ୍ ଭାରତୀୟ ଉତ୍ପାଦିତ ଦ୍ରବ୍ୟକୁ ଆଦର କରିବା ଓ ବ୍ୟବହାର କରିବା ।
  3. ସ୍ଵଦେଶପ୍ରୀତିଭାବ ଉଦ୍ରେକ ଓ ସଞ୍ଚାର କରିବା ।

ସ୍ଵଦେଶୀ ଆନ୍ଦୋଳନର ଅଗ୍ରଗତି :

  • ସ୍ଵରାଜମନ୍ତ୍ରରେ ଅଭିମନ୍ତ୍ରିତ ଭାରତୀୟମାନେ ଚାରିଆଡ଼େ ସଭାସମିତି ଓ ଶୋଭାଯାତ୍ରାର ଆୟୋଜନ କଲେ । ଇଂରେଜ ଶାସନ ବିରୋଧରେ ବିଭିନ୍ନ ଜାତୀୟତାବାଦୀ ଧ୍ଵନି ଦିଆଗଲା ।
  • ୧୯୦୫ ଅଗଷ୍ଟ ୭ ତାରିଖ ଦିନ କୋଲକାତାର ଟାଉନ୍‌ହଲରେ ଏକ ସଭାରେ ବିଦେଶୀ ଦ୍ରବ୍ୟ ବର୍ଜନ କରିବାପାଇଁ ଏକ ଜାତୀୟ ନୀତି ଗ୍ରହଣ କରାଗଲା । ଫଳରେ ଭାରତୀୟମାନଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳତା, ଆତ୍ମବିଶ୍ଵାସ ଓ ଆତ୍ମସହାୟତାଭାବ ସୃଷ୍ଟି ଓ ବିକାଶ ହୋଇପାରିଲା ।

BSE Odisha 8th Class History Solutions Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

୨। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ସଂକ୍ଷେପରେ ଲେଖ ।

(କ) ‘‘ଲାଲ-ବାଲ-ପାଲ୍’’ କହିଲେ କ’ଣ ବୁଝ ?
Answer:

  • ମହାରାଷ୍ଟ୍ରର ଲୋକମାନ୍ୟ ବାଲ୍ ଗଙ୍ଗାଧର ତିଲକ୍, ପଞ୍ଜାବର ଲାଲା ଲଜପତ୍ ରାୟ, ପଶ୍ଚିମବଙ୍ଗର ବିପିନ୍ ଚନ୍ଦ୍ର ପାଲ୍ ଜାତୀୟ କଂଗ୍ରେସର ଚରମପନ୍ଥୀ ଗୋଷ୍ଠୀର ନେତା ଥିଲେ ।
  • ଏହି ତିନିଜଣ ସଂକ୍ଷେପରେ ‘‘ଲାଲ୍-ବାଲ୍-ପାଲ୍’’ ନାମରେ ପରିଚିତ ଥିଲେ ।

(ଖ) କେଉଁ ବିଦେଶୀ ଲେଖକଙ୍କଦ୍ବାରା ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ ପ୍ରଭାବିତ ହୋଇଥିଲା ?
Answer:
ସାର୍ ଉଇଲିୟମ୍ ଜୋନ୍ସ, ପ୍ରଫେସର ମାକ୍ସମୁଲର, ମୋନିୟର ଉଇଲିୟମ୍‌ ପ୍ରଭୃତି ବିଦେଶୀ ଲେଖକଙ୍କଦ୍ୱାରା ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ ପ୍ରଭାବିତ ହୋଇଥିଲା ।

(ଗ) ଜାତୀୟ କଂଗ୍ରେସର ପ୍ରଥମ ସଭାପତି କିଏ ଥିଲେ ?
Answer:
ଉମେଶ ଚନ୍ଦ୍ର ବାନାର୍ଜୀ ଜାତୀୟ କଂଗ୍ରେସର ପ୍ରଥମ ସଭାପତି ଥିଲେ ।

(ଘ) ଜାତୀୟ କଂଗ୍ରେସର ପ୍ରଥମ ଅବେଶନ କେବେ ଓ କେଉଁଠି ବସିଥିଲା ?
Answer:

  • ଜାତୀୟ କଂଗ୍ରେସର ପ୍ରଥମ ଅଧ୍ଵବେଶନ ୧୮୮୫ ମସିହା ଡିସେମ୍ବର ୨୮ ଓ ୨୯ ତାରିଖରେ ବସିଥିଲା ।
  • ଏହା ବମ୍ବେ (ବର୍ତ୍ତମାନର ମୁମ୍ବାଇ)ର ଗୋକୁଲ୍ ଦାସ୍ ତେଜପାଲ୍ ସଂସ୍କୃତ କଲେଜରେ ବସିଥିଲା ।

(ଙ) ବଡ଼ଲାଟ କେଉଁ ପରିଷଦଦ୍ଵାରା ଶାସନ ପରିଚାଳନା କରୁଥିଲେ ?
Answer:
ବଡ଼ଲାଟ୍ କାର୍ଯ୍ୟକାରୀ ପରିଷଦ ଓ ବ୍ୟବସ୍ଥାପକ ପରିଷଦଦ୍ଵାରା ଶାସନ ପରିଚାଳନା କରୁଥିଲେ ।

BSE Odisha 8th Class History Solutions Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

୩ । ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ଭାରତରେ ଏକ ଜାତୀୟ ସଙ୍ଗଠନର ଆବଶ୍ୟକତା ଅଛି ବୋଲି ଆଲାନ୍ ଆକ୍ଟାଭିଆନ୍ ହ୍ୟୁମ୍ __________ ଙ୍କୁ ଅବଗତ କରାଇଥିଲେ ।
(ଡଫ୍‌ରିନ୍, ଆନିବେଶାନ୍ତ, କ୍ୟାନିଂ, ଉଇଲିୟମ୍ ବେଣ୍ଟିଙ୍କ୍ )
Answer:
ଡଫ୍‌ରିନ୍

(ଖ) ନିମ୍ନୋକ୍ତଗୁଡ଼ିକ ମଧ୍ୟରୁ _________ ଟି ଡେଲ୍ହାଉସୀଙ୍କ ସମୟରେ ଆରମ୍ଭ ହୋଇଥିଲା ।
(ସିପାହୀ ବିଦ୍ରୋହ, ଜାତୀୟ କଂଗ୍ରେସ, ରେଳ ଚଳାଚଳ, ଇଂରାଜୀ ଶିକ୍ଷା)
Answer:
ରେଳ ଚଳାଚଳ

(ଗ) ଲର୍ଡ କର୍ଜନ ___________ ମସିହାରେ ବଡ଼ଲାଟ ହୋଇ ଆସିଥିଲେ ।
(୧୯୦୫, ୧୯୧୪, ୧୮୯୫, ୧୮୯୯)
Answer:
୧୮୯୯

(ଘ) ଗୋପାଲ୍ହରି ଦେଶମୁଖ _______ ଉପରେ ଗୁରୁତ୍ଵ ଦେଉଥିଲେ ।
(ଜାତୀୟ କଂଗ୍ରେସ, ସ୍ବଦେଶୀ ଦ୍ରବ୍ୟର ଆବଶ୍ୟକତା, ଦେଶାତ୍ମବୋଧ, ସ୍ଵାଧୀନତା ଆନ୍ଦୋଳନ)
Answer:
ସ୍ବଦେଶୀ ଦ୍ରବ୍ୟର ଆବଶ୍ୟକତା

BSE Odisha 8th Class History Solutions Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

୪। ରେଖାଙ୍କିତ ଅଂଶ ପରିବର୍ତ୍ତନ ନ କରି ଭ୍ରମ ସଂଶୋଧନ କର ।

(କ) କ୍ୟାସିଂଙ୍କ ସମୟରେ ଭାରତରେ ଇଂରାଜୀ ଭାଷା ଓ ଶିକ୍ଷାର ପ୍ରଚଳନ ହେଲା ।
Answer:
ଉଇଲିୟମ୍ ବେଣ୍ଟିଙ୍ଗ୍‌ଙ୍କ ସମୟରେ ଭାରତରେ ଇଂରାଜୀ ଭାଷା ଓ ଶିକ୍ଷାର ପ୍ରଚଳନ ହେଲା ।

(ଖ) ଇଂରେଜ ଶାସନ କାଳରେ ଭାରତୀୟ ସିଭିଲ ସର୍ଭିସେସ୍ ପରୀକ୍ଷା ଭାରତରେ ହେଉଥିଲା ।
Answer:
ଇଂରେଜ ଶାସନ କାଳରେ ଭାରତୀୟ ସିଭିଲ ସର୍ଭିସେସ୍ ପରୀକ୍ଷା ଇଂଲଣ୍ଡରେ ହେଉଥିଲା ।

(ଗ) ଭାରତର ଜାତୀୟ କଂଗ୍ରେସ ୧୮୫୭ରେ ପ୍ରତିଷ୍ଠିତ ହୋଇଥିଲା
Answer:
ଭାରତର ଜାତୀୟ କଂଗ୍ରେସ ୧୮୮୫ରେ ପ୍ରତିଷ୍ଠିତ ହୋଇଥିଲା ।

(ଘ) ସୁଦେଶୀ ଆନ୍ଦୋଳନ ୧୯୪୨ରେ ଆରମ୍ଭ ହୋଇଥିଲା
Answer:
ସ୍ବଦେଶୀ ଆନ୍ଦୋଳନ ୧୯୦୫ରେ ଆରମ୍ଭ ହୋଇଥିଲା ।

BSE Odisha 8th Class History Solutions Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

୫। ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ସ୍ଥାପିତ କର ।

ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ Chapter 5
Answer:

ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ Chapter 5.1

BSE Odisha 9th Class Maths Notes Algebra Chapter 7 ପରିସଂଖ୍ୟାନ

Odisha State Board BSE Odisha 9th Class Maths Notes Algebra Chapter 7 ପରିସଂଖ୍ୟାନ will enable students to study smartly.

BSE Odisha Class 9 Maths Notes Algebra Chapter 7 ପରିସଂଖ୍ୟାନ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

ପରିସଂଖ୍ୟାନର ଐତିହାସିକ ପୃଷ୍ଠଭୂମି (Historical back-ground) :
(i) ‘ପରିସଂଖ୍ୟାନ’ର ଇଂରାଜୀ ପ୍ରତିଶବ୍ଦ ହେଉଛି Statistics ଏବଂ ଏହି ଶବ୍ଦର ଅର୍ଥ ଲାଟିନ୍ ଶବ୍ଦ Status ଅଥବା ଇଟାଲୀୟ ଶବ୍ଦ Statistics ରୁ ଉଦ୍ଭବ ବୋଲି ମନେ ହୁଏ । ଉପରିସ୍ଥ ପ୍ରତ୍ୟେକ ଶବ୍ଦର ଅର୍ଥ ହେଉଛି ‘ରାଜନୈତିକ ଅବସ୍ଥା’ ।
(ii) ରାଜ୍ୟ ଶାସନରେ ପରିସଂଖ୍ୟାନର ପ୍ରଭୃତ ବ୍ୟବହାର ଯୋଗୁ ଅନେକ ପରିସଂଖ୍ୟାନକୁ ରାଜକୀୟ ବିଜ୍ଞାନ (Science of Kings) ବୋଲି କହିଥା’ନ୍ତି ।
{ସାର୍‌ ରୋନାଲ୍‌ (1890-1962) ପ୍ରଥମେ ପରିସଂଖ୍ୟାନର ବ୍ୟବହାରର ପରିସରକୁ ବହୁ ପରିମାଣରେ ବଢ଼ାଇ ଦେଇଥ‌ିବାରୁ ତାଙ୍କୁ ପରିସଂଖ୍ୟାନର ଜନ୍ମଦାତା (Father of Statistics) ଆଖ୍ୟା ଦିଆଯାଏ ।}

ପରିସଂଖ୍ୟାନ ସଂଜ୍ଞା – ‘ସାଂଖ୍ୟକ ତଥ୍ୟ ସଂଗ୍ରହ, ଏହାର ବିଶ୍ଳେଷଣ ଓ ବ୍ୟାଖ୍ୟା ସମ୍ବନ୍ଧୀୟ ବିଜ୍ଞାନ ହିଁ ପରିସଂଖ୍ୟାନ ।’’
ଅର୍ଥାତ୍ ତଥ୍ୟକୁ ବିଜ୍ଞାନ ସମ୍ମତ ପ୍ରଣାଳୀରେ ଉପସ୍ଥାପନା କରିବାକୁ ହେବ ବା ସେଗୁଡ଼ିକୁ ସଜାଇ ରଖୁବାକୁ ହେବ । ତା’ପରେ ସେ ସୁସଜ୍ଜିତ ତଥ୍ୟାବଳୀକୁ ବ୍ୟାଖ୍ୟା ଓ ବିଶ୍ଳେଷଣ କରି ତହିଁରୁ ଉଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚିବାକୁ ହେବ । ଉପରୋକ୍ତ ପର୍ଯ୍ୟାୟମାନଙ୍କ ମଧ୍ୟଦେଇ କୌଣସି ସିଦ୍ଧାନ୍ତରେ ଉପନୀତ ହେବା ପ୍ରକ୍ରିୟାହିଁ ପରିସଂଖ୍ୟାନ ।

ତଥ୍ୟ (Data) :
(1) ‘ତଥ୍ୟ’ କହିଲେ ଆମେ ‘ସାଂଖ୍ୟକ ତଥ୍ୟ’ ବୋଲି ବୁଝିବା । ସାଂଖ୍ୟକ ତଥ୍ୟ (Numerical data) ହେଉଛି ପରିସଂଖ୍ୟାନର ମୂଳଭିଭି । ତଥ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି; ଯଥା – ପ୍ରାଥମିକ ତଥ୍ୟ, ପରୋକ୍ଷ ତଥ୍ୟ । 
(2) ପ୍ରାଥମିକ ତଥ୍ୟ – କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ଆଗ୍‌ରେ ରଖ୍ ସାଧାରଣତଃ ଅନୁସନ୍ଧାନକାରୀମାନେ ପ୍ରତ୍ୟକ୍ଷଭାବରେ ତଥ୍ୟ ସଂଗ୍ରହ କରିଥା’ନ୍ତି । ଏହିପରି ସଂଗୃହୀତ ତଥ୍ୟକୁ ପ୍ରାଥମିକ ତଥ୍ୟ (Primary data) କୁହାଯାଏ । 
(3) ପରୋକ୍ଷ ତଥ୍ୟ – କେତେକ କ୍ଷେତ୍ରରେ ସମୟ, ସୁବିଧା ବା ଅର୍ଥାଭାବରୁ ପୁସ୍ତକାଗାର, ସରକାରୀ, କାଗଜପତ୍ର ବା ଖବରକାଗଜରୁ ମଧ୍ୟ ବିଭିନ୍ନ ତଥ୍ୟ ସଂଗ୍ରହ କରାଯାଇଥାଏ । ଏଭଳି ତଥ୍ୟକୁ ପରୋକ୍ଷ ତଥ୍ୟ (Secondary data) କୁହାଯାଏ ।
{ସଂଗୃହୀତ ପ୍ରାଥମିକ ବା ପରୋକ୍ଷ ତଥ୍ୟକୁ ଲବ୍‌ଧାଙ୍କ (Score) କୁହାଯାଏ ।}

BSE Odisha 9th Class Maths Notes Algebra Chapter 7 ପରିସଂଖ୍ୟାନ

ସଂଗୃହୀତ ତଥ୍ୟର ଉପସ୍ଥାପନା (Presentation of data) :
ସଂଗୃହୀତ ତଥ୍ୟ କ୍ରମରେ ନଥିଲେ ତାକୁ ଅପକ୍ଵ ତଥ୍ୟ (Raw data) କୁହାଯାଏ ।
ମନେକର 10 ଜଣ ଛାତ୍ର ଗଣିତରେ 28, 48, 55, 92, 67, 88, 96, 30, 98 ଓ 49 ଏହିପରି ଭାବରେ ରଖୁଛନ୍ତି । ଏଭଳି ପ୍ରଦତ୍ତ ତଥ୍ୟକୁ ଅପକ୍ବ ତଥ୍ୟ କୁହାଯାଏ ।

ପୌନଃପୁନଃ ବିତରଣ ସାରଣୀ (Frequency distribution table) :

  • ଏକାଧ୍ଵବାର ରହିଥ‌ିବା ଲବ୍‌ଧାଙ୍କଗୁଡ଼ିକୁ ବାରମ୍ବାର ନ ଲେଖୁ ସେମାନଙ୍କର ସଂଖ୍ୟାକୁ ପୌନଃପୁନ୍ୟ ବା ବାରମ୍ବାରତା (Frequency) ରୂପେ ପ୍ରକାଶ କରାଯାଏ । ଏହି ପ୍ରଣାଳୀରେ ପ୍ରସ୍ତୁତ ସାରଣୀକୁ ବାରମ୍ବାରତା ବିତରଣ ସାରଣୀ ବା ପୌନଃପୁନଃ ବିତରଣ ସାରଣୀ (Frequency distribution table) କୁହାଯାଏ ।
  • (ascending order) ବା (descending order) ରେ ସଜାଇ ରଖାଯାଏ ।
  • ଉକ୍ରମ ବା ଅଧଃକ୍ରମରେ ତଥ୍ୟଗୁଡ଼ିକୁ ସଜାଇ ରହିବାକୁ ଗୋଟିଏ ବିନ୍ୟାଶ (Array) କୁହଯାଏ । 

ଲବ୍‌ଧାଙ୍କମାନଙ୍କର ବାରମ୍ବାରତା ନିର୍ଶୃୟ (Determination of frequency of the scores):

  • ଲବ୍‌ଧାଙ୍କମାନଙ୍କର ବାରମ୍ବାରତାକୁ ଅନୁମେଳନ ରେଖା ବା ଟାଲିଚିହ୍ନ (Tally mark) ଦ୍ୱାରା ପ୍ରକାଶ କରାଯାଏ । 
  • ସର୍ବନିମ୍ନ ଲବ୍‌ଧାଙ୍କରୁ ସର୍ବାଧ‌ିକ ଲବ୍‌ଧାଙ୍କ (ବା ସର୍ବାଧ୍ଵରୁ ସର୍ବନିମ୍ନ) ମାନଙ୍କର ତାଲିକାଟି ଲେଖାଯାଏ । 
  • ତଥ୍ୟାବଳୀର ପ୍ରତ୍ୟେକ ଲବ୍‌ଧାଙ୍କ ଲାଗି ଲବ୍‌ଧାଙ୍କ ତାଲିକାରେ ସେହି ଲବ୍‌ଧାଙ୍କ ଡାହାଣରେ ଗୋଟିଏ ଗୋଟିଏ ଗାର (/ ) ସାମାନ୍ୟ ତିର୍ଯ୍ୟକଭାବେ ଅଙ୍କନ କରାଯାଏ ।
  • 5ରୁ ଅଧୂକବାର ରହିଥ‌ିବା ଲବ୍‌ଧାଙ୍କ ପାଖରେ ଥ‌ିବା ଟାଲିଚିହ୍ନ ନିମ୍ନ ପ୍ରକାରେ ହୋଇଥାଏ ।
    5ଥର ରହିଥ‌ିବା ଲବ୍‌ଧାଙ୍କର ଟାଲିଚିହ୍ନ (////) ବା (\overline{////})
    6 ଥର ରହିଥ‌ିବା ଲବ୍‌ଧାଙ୍କର ଟାଲି ଚିହ୍ନ (//// /) ବା (\overline{////}) /
    10 ଥର ରହିଥ‌ିବା ଲବ୍‌ଧାଙ୍କର ଟାଲି ଚିହ୍ନ ((//// (////) ବା (\overline{////}) (\overline{////})

ରାଶିକୃତ ବାରମ୍ବାରତା (Cumulative frequency) :
(i) ଏକ ତଥ୍ୟାବଳୀର ସର୍ବନିମ୍ନ ଲବ୍‌ଧାଙ୍କଠାରୁ କୌଣସି ଏକ ନିର୍ଦ୍ଦିଷ୍ଟ ଲବ୍‌ଧାଙ୍କ ପର୍ଯ୍ୟନ୍ତ ସମସ୍ତ ଲବ୍‌ଧାଙ୍କର ଯୋଗଫଳକୁ ଉକ୍ତ ନିର୍ଦ୍ଦିଷ୍ଟ ଲବ୍‌ଧାଙ୍କର ରାଶିକୃତ ବାରମ୍ବାରତା (Cumulative Frequency) କୁହାଯାଏ ।
{କୌଣସି ଲବ୍‌ଧାଙ୍କର ରାଶିକୃତ ବାରମ୍ବାରତା = ତା’ର ଠିକ୍ ପୂର୍ବବର୍ତ୍ତୀ ଲବ୍‌ଧାଙ୍କର ରାଶିକୃତ ବାରମ୍ବାରତା + ସେନି ଲବ୍‌ଧାଙ୍କର ବାରମ୍ବାରତା}
(ii) ଲବ୍‌ଧାଙ୍କର ବାରମ୍ବାରତାର ସମଷ୍ଟିକୁ ସିଗ୍‌ F (Σf) କୁହାଯାଏ ।
ଦ୍ରଷ୍ଟବ୍ୟ : ଏକ ବାରମ୍ବାରତା ବିତରଣ ସାରଣୀର ଶେଷ ଲବ୍‌ଧାଙ୍କର ରାଶିକୃତ ବାରମ୍ବାରତା ଓ Σfର ମାନ ସମାନ ହେଲେ ରାଶିକୃତ ବାରମ୍ବାରତା ନିର୍ଣ୍ଣୟ ଠିକ୍ ଅଛି ବୋଲି ଜଣାପଡ଼େ ।

ଭାଗ ବିଭକ୍ତ ବାରମ୍ବାରତା ବିତରଣ (Grouped frequency distribution) :
(i) କୌଣସି ତଥ୍ୟାବଳୀର ଉପସ୍ଥାପନା ନିମିତ୍ତ ଏବଂ ଏହାର ଉପସ୍ଥାପନ କିପରି ସରଳ ଓ ବୋଧଗମ୍ୟ ଏବଂ ସର୍ବୋପରି ସମୟସାପେକ୍ଷ ନ ହୋଇ କମ୍ ସ୍ଥାନ (space) ମଧ୍ଯରେ ଉପସ୍ଥାପିତ ହୋଇପାରିବ ସେଥୂପାଇଁ ପ୍ରତ୍ୟେକ ଲବ୍‌ଧାଙ୍କଗୁଡ଼ିକୁ କେତେକ ଶ୍ରେଣୀ ବା ସଂଭାଗ (class or group) ରେ ବିଭକ୍ତ କରି ପ୍ରତ୍ୟେକ ସଂଭାଗର ବାରମ୍ବାରତା ନିର୍ଣ୍ଣୟ କରାଯାଏ । ଏହି ପ୍ରକ୍ରିୟାକୁ ସଂଭାଗୀକରଣ (Classification) କୁହାଯାଏ ।
(ii) ସାଧାରଣତଃ ତଥ୍ୟାବଳୀର ବିସ୍ତାର ଅଧିକ ହୋଇଥିଲେ ତଥ୍ୟାବଳୀର ସଂଭାଗୀକରଣ କରାଯାଏ ।
{ତଥ୍ୟାବଳୀର ସର୍ବୋଚ୍ଚ ଓ ସର୍ବନିମ୍ନ ଲବ୍‌ଧାଙ୍କ ଦ୍ଵୟ ମଧ୍ଯରେ ଥିବା ଦୂରତ୍ବକୁ ତଥ୍ୟାବଳୀର ବିସ୍ତାର (Range) କୁହାଯାଏ}

ସଂଭାଗୀକରଣ ସାଧାରଣତଃ ନିମ୍ନମତେ କରାଯାଇପାରେ –
(a) 10 – 20, 20 – 30, 30 – 40, 40 – 50, 50 – 60, 60 – 70, 70 – 80
(b) 10 – 19, 20 – 29, 30 – 39, 40 – 49, 50 – 59, 60 – 69, 70 – 79
ସମସ୍ତ ତଥ୍ୟକୁ 7ଟି ଭାଗ (class) ରେ ବିଭକ୍ତ କରାଯାଇଛି । ଏହି ପ୍ରକ୍ରିୟାକୁ ସଂଭାଗୀକରଣ କୁହାଯାଏ ।

ସଂଭାଗୀକରଣ ପ୍ରକ୍ରିୟା ସମ୍ବନ୍ଧରେ କେତେକ ଜାଣିବା କଥା :
(a) ସଂଭାଗର ଊର୍ଦ୍ଧ୍ୱସୀମା ଓ ନିମ୍ନସୀମା (Upper limit and Lower limit of the class) : 
⇒ ରେ ପ୍ରଦର୍ଶିତ ‘ସଂଭାଗୀକରଣ’ରେ ସଂଭାଗଗୁଡ଼ିକ ହେଲେ, 10-20, 20-30, …….
⇒ ରେ ପ୍ରଦର୍ଶିତ ‘ସଂଭାଗୀକରଣ’ରେ ସଂଭାଗଗୁଡ଼ିକ ହେଲେ, 10-19, 20-29, ……
ପ୍ରତ୍ୟେକ ସଂଭାଗର ଗୋଟିଏ ନିମ୍ନସୀମା ଏବଂ ଗୋଟିଏ ଉର୍ଦ୍ଧ୍ୱସୀମା ଥାଏ; ଯଥା – 10-20 ସଂଭାଗର ନିମ୍ନସୀମା (lower limit) = 10 ଏବଂ ଊର୍ଦ୍ଧ୍ୱସୀମା (upper limit) = 20 । ସେହିପରି 20-29 ସଂଭାଗର ନିମ୍ନସୀମା ଏବଂ ଊର୍ଦ୍ଧ୍ୱସୀମା = 29

ସଂଭାଗର ମଧ୍ୟବିନ୍ଦୁ (Mid-point of the class) :
କୌଣସି ସଂଭାଗର ନିମ୍ନ ଓ ଊର୍ଦ୍ଧ୍ୱସୀମାଦ୍ବୟ ଯଥାକ୍ରମେ 1 ଓ ℓ2 ହେଲେ, ସଂଭାଗର ମଧ୍ୟବିନ୍ଦୁ = \frac{l_1+l_2}{2} ହେବ ।

ସଂଭାଗର ବିସ୍ତାର (Size of the class or class interval) :
(i) ପ୍ରତ୍ୟେକ ସଂଭାଗ ଏହାର ନିମ୍ନ ସୀମାଠାରୁ ଊର୍ଦ୍ଧ୍ୱସୀମା ପର୍ଯ୍ୟନ୍ତ ବିସ୍ତୃତ । ଏହି ବିସ୍ତୃତିକୁ ସଂଭାଗ ବିସ୍ତାର କୁହାଯାଏ । 
(ii) କ୍ରମାନ୍ୱୟରେ ଥ‌ିବା ଦୁଇଟି ସଂଭାଗର ମଧ୍ୟବିନ୍ଦୁ ଦ୍ବୟର ବିୟୋଗଫଳକୁ ମଧ୍ଯ ସଂଭାଗ ବିସ୍ତାର କୁହାଯାଏ ।
{ଯଦି କ୍ରମାନ୍ୱୟରେ ଥିବା ଦୁଇଟି ସଂଭାଗର ମଧ୍ୟବିନ୍ଦୁ m1 ଓ m2 ହୋଇଥାଏ, ତେବେ ସଂଭାଗ ବିସ୍ତାର = m2 – m1}
(iii) ଯଦି ସଂଭାଗଗୁଡ଼ିକ କ୍ରମାନ୍ୱୟରେ 10 – 20, 20 – 30, 30 – 40 ହୋଇଥାଏ ତେବେ ସଂଭାଗୀକରଣରେ ସଂଭାଗ ବିସ୍ତାର = ଊର୍ଦ୍ଧ୍ବ ସୀମା – ନିମ୍ନସୀମା = ℓ1 – ℓ2 = 20 – 10 = 10 ସଂଭାଗ ବିସ୍ତାର
(iv) ଯଦି ସଂଭାଗଗୁଡ଼ିକ କ୍ରମାନ୍ୱୟରେ 10 – 19, 20 – 39 ……. ହୋଇଥାଏ, ତେବେ ଏହି ପ୍ରକାର ସଂଭାଗୀକରଣରେ = ଊର୍ଦ୍ଧ୍ୱସୀମା – ନିମ୍ନସୀମା + 1 = ℓ2 – ℓ1 + 1 = 19 – 10 + 1 = 9 + 1 = 10

BSE Odisha 9th Class Maths Notes Algebra Chapter 7 ପରିସଂଖ୍ୟାନ

ତଥ୍ୟାବଳୀର ସଂଭାଗୀକରଣ :
(1) ପ୍ରଥମ ସଂଭାଗର ନିମ୍ନସୀମାକୁ ଦତ୍ତ ତଥ୍ୟାବଳୀର ସର୍ବନିମ୍ନ ଲବ୍‌ଧାଙ୍କ ସଙ୍ଗେ ସଙ୍ଗେ ସମାନ ବା ତା’ଠାରୁ କିଛି କମ୍ ନିଆଯାଏ । ସେହିପରି ସର୍ବୋଚ୍ଚ ସଂଭାଗର ଊର୍ଦ୍ଧ୍ଵସୀମାକୁ ଦତ୍ତ ତଥ୍ୟାବଳୀର ସର୍ବୋଚ୍ଚ ଲବ୍‌ଧାଙ୍କ ସହ ସମାନ ବା -ତା’ଠାରୁ ସାମାନ୍ୟ ଅଧ୍ଵ ନିଆଯାଏ 
(2) ଦତ୍ତ ତଥ୍ୟାବଳୀକୁ କେତୋଟି ଶ୍ରେଣୀ ବା ସଂଭାଗରେ ବିଭକ୍ତ କରାଯିବ, ସେଥୁନିମନ୍ତେ କୌଣସି ଧରାବନ୍ଧା ନିୟମ ନାହିଁ । ତଥ୍ୟାବଳୀର ବିସ୍ତାରକୁ ଦୃଷ୍ଟିରେ ରଖୁ ଏହା ନିର୍ଣ୍ଣୟ କରାଯାଏ । ତେବେ ସଂଭାଗ 5ରୁ 15 ମଧ୍ୟରେ ସୀମିତ ରଞ୍ଝା ଭଲ ।
(3) ସଂଭାଗ ବିସ୍ତାର ସାଧାରଣତଃ ସୁବିଧା ଲାଗି 5, 10 ବା 20 ନିଆଯାଇଥାଏ ।
(4) ସଂଭାଗୀକରଣର ପ୍ରକାରଭେଦ :

  • 10 – 20, 20 – 30, 30 – 40,…. ରେ ପ୍ରଦର୍ଶିତ ସଂଭାଗୀକରଣରେ ପ୍ରଥମ ସଂଭାଗର ଊର୍ଦ୍ଧ୍ୱସୀମା ତଥା ଦ୍ୱିତୀୟ ସଂଭାଗର ନିମ୍ନସୀମା ପ୍ରତ୍ୟେକ 20 । ଏଠାରେ 20କୁ ପ୍ରକୃତରେ ଦ୍ୱିତୀୟ ସଂଭାଗର ଅନ୍ତର୍ଭୁକ୍ତ ବୋଲି ଧରାଯାଏ । ପ୍ରଥମ ସଂଭାଗ “10-20”ର ହେଉଛି ଏହି ସଂଭାଗର 10ରୁ ଆରମ୍ଭ ହୋଇ 20 ପର୍ଯ୍ୟନ୍ତ (ମାତ୍ର 20 ବ୍ୟତୀତ) ବିସ୍ତୃତ । ଏହାକୁ ବହିର୍ଭୁକ୍ତ ସଂଭାଗୀକରଣ (Exclusive classification) କୁହାଯାଏ ।
  • 10 – 19, 20 – 29, 30 – 39,…… ରେ ପ୍ରଦର୍ଶିତ ସଂଭାଗୀକରଣରେ ପ୍ରଥମ ସଂଭାଗର ଊର୍ଦ୍ଧ୍ୱସୀମା 19 ଯାହାକି ଦ୍ଵିତୀୟ ସଂଭାଗର ନିମ୍ନସୀମା ସହ ସମାନ ନୁହେଁ । ଏଠାରେ ପ୍ରଥମ ସଂଭାଗ ‘10-19’ର ଅର୍ଥ ହେଉଛି ଏହି ସଂଭାଗ 10ରୁ ଆରମ୍ଭ ହୋଇ 19 ପର୍ଯ୍ୟନ୍ତ ବିସ୍ତୃତ । ଏହାକୁ ଅନ୍ତର୍ଭୁକ୍ତ ସଂଭାଗୀକରଣ (Inclusive classification) କୁହାଯାଏ ।

ଭାଗବିଭକ୍ତ ବାରମ୍ବାରତା ବିତରଣ ସାରଣୀ (Grouped frequency distribution) : 
ଭାଗବିଭକ୍ତ ବାରମ୍ବାରତା ସାରଣୀରେ ପ୍ରତ୍ୟେକ ସଂଭାଗର ବାରମ୍ବାରତା ବା ପୌନଃପୁନଃ ନିର୍ଦ୍ଦେଶିତ ହୁଏ । ପ୍ରଥମେ ଏକ ସଂଭାଗର ବାରମ୍ବାରତା କ’ଣ ବୁଝିବା ଆବଶ୍ୟକ, ଗୋଟିଏ ସଂଭାଗ ଅନ୍ତର୍ଭୁକ୍ତ ଲବ୍‌ଧାଙ୍କମାନଙ୍କର ମୋଟ ସଂଖ୍ୟାହିଁ ଉକ୍ତ ସଂଭାଗର ବାରମ୍ବାରତା ।
(1) Σf ସର୍ବଦା ମୋଟ ଲବ୍‌ଧାଙ୍କ ସଂଖ୍ୟା ସଙ୍ଗେ ସମାନ ହେବା ଆବଶ୍ୟକ । ନହେଲେ ଟାଲିଚିହ୍ନ ଦେବା ବା ଟାଲିଚିହ୍ନକୁ ଗଣି ବାରମ୍ବାରତା ଲେଖୁବା ପ୍ରଣାଳୀରେ କିଛି ତ୍ରୁଟି ଅଛି ବୋଲି ବୁଝିବାକୁ ହେବ ।
(2) ଯେକୌଣସି ତଥ୍ୟାବଳୀକୁ ବାରମ୍ବାରତା ବିତରଣ ସାରଣୀର ପ୍ରକାଶ କଲେ ସାଧାରଣତଃ ଦେଖୁ ଯେ କ୍ଷୁଦ୍ରତମ ଲବ୍‌ଧାଙ୍କଠାରୁ ମଧ୍ୟଭାଗ ଆଡ଼କୁ ବାରମ୍ବାରତା କ୍ରମଶଃ ବୃଦ୍ଧିପାଏ ଓ ମଧ୍ୟଭାଗରୁ ବୃହତ୍ତମ ଲବ୍‌ଧାଙ୍କ ଆଡ଼କୁ ବାରମ୍ବାରତା କ୍ରମଶଃ ହ୍ରାସପାଏ । ଯଦି ବାରମ୍ବାରତା ବିତରଣରେ ବ୍ୟତିକ୍ରମ ହୋଇଥାଏ କୌଣସି ଏକ ଅସ୍ଵାଭାବିକ ପରିସ୍ଥିତିର ସୂଚନା ଦିଏ ।

ଭାଗ ବିଭକ୍ତ ବାରମ୍ବାରତା ସାରଣୀରେ ରାଶିକୃତ ବାରମ୍ବାରତା :
{ପ୍ରତ୍ୟେକ ସଂଭାଗର ଉର୍ଦ୍ଧ୍ୱସୀମାର ରାଶିକୃତ ବାରମ୍ବାରତାକୁ ସେହି ସଂଭାଗର ରାଶିକୃତ ବାରମ୍ବାରତା ମଧ୍ୟ କୁହାଯାଏ ।}
ଉଦାହରଣସ୍ୱରୂପ :

ସଂଭାଗ 0-5 5-10 10-15 15-20 20-25 25-30
ବାରମ୍ବାରତା 18 22 27 25 20 16

ଉପରିସ୍ଥ ସାରଣୀରେ 0–5 ସଂଭାଗରେ ବାରମ୍ବାରତା = 18 ଅର୍ଥାତ୍ 0-5 ସଂଭାଗର ଲବ୍‌ଧାଙ୍କର ସଂଖ୍ୟା (ଅର୍ଥାତ୍ ସମସ୍ତ ଲବ୍‌ଧାଙ୍କର ବାରମ୍ବାତାର ସମଷ୍ଟି) ହେଉଛି 18 ।
∴ ‘5’ ର ରାଶିକୃତ ବାରମ୍ବାରତା = 18 
ସେହିପରି 10ର ରାଶିକୃତ ବାରମ୍ବାରତା = 0 ରୁ 10 ପର୍ଯ୍ୟନ୍ତ ସମସ୍ତ ଲବ୍‌ଧାଙ୍କର ବାରମ୍ବାରତାର ସମଷ୍ଟି = 0 ରୁ 5 ପର୍ଯ୍ୟନ୍ତ ସମସ୍ତ ଲବ୍‌ଧାଙ୍କର ବାରମ୍ବାରତା ସମଷ୍ଟି + 5 ରୁ 10 ପର୍ଯ୍ୟନ୍ତ ସମସ୍ତ ଲବ୍‌ଧାଙ୍କର ବାରମ୍ବାରତାର ସମଷ୍ଟି = (0 – 5) ସଂଭାଗରେ ବାରମ୍ବାରତା + (5 – 10) ସଂଭାଗରେ ବାରମ୍ବାରତା = 18 + 22 = 40

ତଥ୍ୟାବଳୀର ଲୈଖ୍ୟକ ପରିପ୍ରକାଶ (Graphical representation of data) :
(i) ପରିସଂଖ୍ୟାନର ସାଖ୍ୟକ ତଥ୍ୟକୁ ପୌନଃପୁନ୍ୟ ବିତରଣୀ ସାରଣୀରେ ପ୍ରକାଶ କରି ତାହାକୁ ଅଧ‌ିକ ବୋଧଗମ୍ୟ ଓ ଆକର୍ଷଣୀୟ କରାଇବାକୁ ହେଲେ ଲେଖଚିତ୍ରର ଆବଶ୍ୟକତା ଅଛି । ଏହା ମନୁଷ୍ୟର ପରିସଂଖ୍ୟାନ ଉପରେ ଅନ୍ତଃଦୃଷ୍ଟି ବୃଦ୍ଧି କରିଥାଏ ।
(ii) ତଥ୍ୟାବଳୀର ବିଭିନ୍ନ ଲେଖ୍କ ପରିପ୍ରକାଶ ହେଲା 

  • ବାରମ୍ବାରତା ନିର୍ଦ୍ଦେଶକ ରେଖାଚିତ୍ର (Frequency Polygon)
  • ଷ୍ଟାଗ୍ରାମ୍ (Histogram)
  • ଛବିଲେଖ (Pictograph)
  • ବୃତ୍ତଲେଖ (Pie chart)

ବାରମ୍ବାରତା ନିର୍ଦ୍ଦେଶକ ରେଖାଚିତ୍ର (Frequency Polygon) :
ଅଙ୍କନ ପ୍ରଣାଳୀ :
(i) ଗୋଟିଏ ଗ୍ରାଫ୍ କାଗଜରେ ଏକ ଆନୁଭୂମିକ ରେଖାଖଣ୍ଡ x-ଅକ୍ଷ (x-axis) ଓ ଅନ୍ୟ ଏକ ଅଭିଲମ୍ବୀୟ ଅକ୍ଷରେଖା y-ଅକ୍ଷ (y-axis) ଅଙ୍କନ କରାଯାଏ ।
(ii) ଉପଯୁକ୍ତ ଏକକ ଉଭୟ ଅକ୍ଷରେ ଦର୍ଶାଯାଉ । ସ୍କେଲ୍ ଏପରି ହେବା ଉଚିତ ଯେ ଚିତ୍ରଟି ଗ୍ରାଫ୍ କାଗଜର ଅଧିକାଂଶ ଅଂଶ ଅଧିକାର କରିବ ।
(iii) ସାରଣୀକୁ ଦେଖ୍ ଦତ୍ତ ବିନ୍ଦୁମାନଙ୍କୁ ଚିହ୍ନଟ କରି ସେଗୁଡ଼ିକୁ କ୍ରମାନ୍ୱୟରେ ଯୋଗକଲେ ଚିତ୍ରଟି ବାରମ୍ବାରତା ନିର୍ଦ୍ଦେଶକ ରେଖାଚିତ୍ର ହେବ ।

ହିଷ୍ଟୋଗ୍ରାମ୍ (Histogram):

  • ଏକ ପୌନଃପୁନଃ ବିତରଣ ସାରଣୀରେ ଦିଆଯାଇଥିବା ତଥ୍ୟକୁ ଲେଖଚିତ୍ରରେ ଆୟତକ୍ଷେତ୍ରଦ୍ଵାରା ପରିପ୍ରକାଶକୁ ହିଷ୍ଟୋଗ୍ରାମ୍ କୁହାଯାଏ ।
  • ବାରମ୍ବାରତା ସାରଣୀରେ ଥ‌ିବା ଲବ୍‌ଧାଙ୍କର ବିସ୍ତାରକୁ ଆନୁଭୂମିକ ବାହୁ ଓ ଏହାର ବାରମ୍ବାରତାକୁ ଉଲମ୍ବ ବାହୁରୂପେ ନେଇ ଆୟତଚିତ୍ରମାନ ଅଙ୍କନ କରି ହିଷ୍ଟୋଗ୍ରାମ୍ ଅଙ୍କନ କରାଯାଇପାରେ ।

ବୃତ୍ତଲେଖ (Pie-chart ବା Circle graph):
(i) ବିଭିନ୍ନ ଉପଭାଗର ସମଷ୍ଟି ସହିତ ଅନୁପାତ ଅନୁଯାୟୀ ସେହି ବୃତ୍ତକୁ କେତେଗୁଡ଼ିଏ ବୃତ୍ତକଳାରେ ବିଭକ୍ତ କରାଯାଏ । 
(ii) ସଂଗୃହୀତ ତଥ୍ୟକୁ ନେଇ ସମାନୁପାତୀ ଭଗ୍ନସଂଖ୍ୟା ନିର୍ଣ୍ଣୟ କରାଯାଏ । ଏହାର ସୂତ୍ର ହେଲା –\frac{\mathrm{f}}{\Sigma \mathrm{f}} ଏଠାରେ f ନିର୍ଦ୍ଦିଷ୍ଟ ତଥ୍ୟର ବାରମ୍ବାରତା ଓ Σf ବାରମ୍ବାରତାମାନଙ୍କର ସମଷ୍ଟି ।
(iii) ଏହା ପରେ ପ୍ରତ୍ୟେକ ବାରମ୍ବାରତା ପାଇଁ ପୃଥକ କେନ୍ଦ୍ରୀୟ କୋଣର ପରିମାଣ (θ) ନିରୂପଣ କରାଯାଏ ।
\theta=\frac{f}{\Sigma f} \times 360^{\circ}
(iv) ସୁବିଧାଜନକ ବ୍ୟାସାର୍ଦ୍ଧ (ଓ ସେ.ମି. ବା 4 ସେ.ମି.) ନେଇ ଏକ ବୃତ୍ତ ଅଙ୍କନ କରାଯାଏ ।
(v) ଏକ ବ୍ୟାସାର୍ଦ୍ଧ ଅଙ୍କନ କରି ଏହା ଉପରେ କ୍ରମାନ୍ୱୟରେ କେନ୍ଦ୍ରୀୟ କୋଣମାନ ଅଙ୍କନ କରାଯାଇ ବୃତ୍ତକଳାମାନ ଅଙ୍କନ କରାଯାଏ ।
(vi) ପ୍ରତ୍ୟେକ ବୃତ୍ତକଳାଗୁଡ଼ିକର ବିଭିନ୍ନ ବିଭାଗର ସୂଚନା ଦେବାକୁ ପଡ଼େ ।

BSE Odisha 9th Class Maths Notes Algebra Chapter 6 ଅନୁପାତ ଓ ସମାନୁପାତ

Odisha State Board BSE Odisha 9th Class Maths Notes Algebra Chapter 6 ଅନୁପାତ ଓ ସମାନୁପାତ will enable students to study smartly.

BSE Odisha Class 9 Maths Notes Algebra Chapter 6 ଅନୁପାତ ଓ ସମାନୁପାତ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

ଅନୁପାତ (Ratio) :
(i) ଦୁଇଟି ରାଶିକୁ ତୁଳନା କଲେ, ପ୍ରଥମ ରାଶି ଦ୍ୱିତୀୟ ରାଶିର କେତେ ଗୁଣ ବା କେତେ ଅଂଶ, ଏହା ଯେଉଁ ରାଶି ବା ସଂଖ୍ୟାଦ୍ଵାରା ବ୍ୟକ୍ତ ହୁଏ, ତାହାକୁ ପ୍ରଥମ ଓ ଦ୍ୱିତୀୟ ମଧ୍ୟସ୍ଥି ଅନୁପାତ (Ratio) କୁହାଯାଏ
ଉଦାହରଣ –

  • 6 ମିଟର ଓ 30 ମିଟରର ଅନୁପାତ = \frac{6}{30}=\frac{1}{5} = 1 : 5
  • 25 ପଇସା ଓ 1 ଟଙ୍କାର ଅନୁପାତ = \frac{25}{100}=\frac{1}{4} = 1 : 4

(ii) ମନେକରାଯାଉ ଗୋଟିଏ ଏକକରେ ପ୍ରକାଶିତ ଦୁଇଟି ରାଶି a ଓ b ଅଟେ । a ରାଶି ସହ b ରାଶି ଅନୁପାତକୁ a : b । ବା \frac{a}{b} ଦ୍ଵାରା ପ୍ରକାଶ କରାଯାଏ । (a : b କୁ a ଅନୁପାତ b ବା a is to b ବୋଲି ପଢ଼ାଯାଏ ।)
(iii) ଅନୁପାତ a : bରେ ପ୍ରଥମ ପଦ aକୁ ପୂର୍ବ ପଦ (antecedent) ଓ ଦ୍ୱିତୀୟ ପଦ bକୁ ଉତ୍ତର ପଦ (consequent) କୁହାଯାଏ
(iv) କୌଣସି ଅନୁପାତରେ ପୂର୍ବ ଓ ଉତ୍ତର ରାଶିଦ୍ଵୟକୁ ଯଦି ସମାନ ଅଣଶୂନ୍ୟ (Non-zero) ରାଶି ଦ୍ଵାରା ଗୁଣନ ବା ହରଣ କରାଯାଏ, ତାହାହେଲେ ଅନୁପାତର ମୂଲ୍ୟ ଅପରିବର୍ତିତ ରହିବ ।
(v) ଅନୁପାତ କେବଳ ଗୋଟିଏ ରାଶି ବା ଏକ ସଂଖ୍ୟାଦ୍ଵାରା ପ୍ରକାଶିତ ହୁଏ ।
{ଅନୁପାତ ଏକକ ନିରପେକ୍ଷ (independent of unit) ରାଶି ।}

ବିଭିନୃ ଅନୁପାତ (Different type of Ratios):

  • ବର୍ଗାନୁପାତ (Duplicate Ratio) : \frac{\mathrm{a}^2}{\mathrm{~b}^2} କୁ \frac{a}{b} ର ବର୍ଗାନୁପାତ କୁହାଯାଏ । ଉଦାହରଣ ସ୍ୱରୂପ, \frac{2}{3} ର ବର୍ଗାନୁପାତ \frac{4}{9}
  • ଘନାନୁପାତ (Triplicate Ratio): \frac{a^3}{b^3} କୁ \frac{a}{b} ର ଘନାନୁପାତ କୁହାଯାଏ । ଉଦାହରଣ ସ୍ୱରୂପ, \frac{2}{3}ର ଘନାନୁପାତ \frac{8}{27}
  • ଉପବର୍ଗାନୁପାତ କିମ୍ବା ବର୍ଗାମୂଳାନୁପାତ (Subduplicate Ratio) : \frac{a^{\frac{1}{2}}}{b^{\frac{1}{2}}} ବା \frac{\sqrt{a}}{\sqrt{b}} କୁ \frac{a}{b} ଅନୁପାତର ଉପବର୍ଗାନୁପାତ କୁହାଯାଏ । ଉଦାହରଣ ସ୍ଵରୂପ, \frac{2}{3}\frac{4}{9}ର ଉପବର୍ଗାନୁପାତ ଅଟେ ।
  • ଉପବର୍ଗାନୁପାତ କିମ୍ବା ଘନମୂଳାନୁପାତ (Sub-Triplicate Ratio): \frac{a^{\frac{1}{2}}}{b^{\frac{1}{2}}} ବା \frac{3\sqrt{a}}{3\sqrt{b}} କୁ \frac{a}{b} ଅନୁପାତର ଉପଘନାନୁପାତ କୁହାଯାଏ । ଉଦାହରଣ ସ୍ୱରୂପ, \frac{3}{2}\frac{27}{8} କୁ ର ଉପଘନାନୁପାତ କୁହାଯାଏ ।
  • ପ୍ରତିଲୋମୀ ଅନୁପାତ (Inverse Ratio) : କୌଣସି ଅନୁପାତର ପୂର୍ବପଦ ଓ ଉତ୍ତର ପଦକୁ ଯଥାକ୍ରମେ ଉତ୍ତରପଦ ଓ ପୂର୍ବପଦ କରିଦେଲେ, ଯେଉଁ ନୂତନ ଅନୁପାତଟି ସୃଷ୍ଟି ହେବ, ତାହାକୁ ସେହି ଅନୁପାତର ପ୍ରତିଲୋମୀ ଅନୁପାତ କୁହାଯାଏ ।
    ଉଦାହରଣ ସ୍ଵରୂପ, \frac{5}{7} ର ପ୍ରତିଲୋମୀ ଅନୁପାତ \frac{7}{5} ଏବଂ \frac{3}{2} ର ପ୍ରତିଲୋମୀ ଅନୁପାତ \frac{2}{3}
  • ଯୌଗିକ ଅନୁପାତ (Compound Ratio) : ଅନୁପାତଗୁଡ଼ିକ ଯଦି \frac{a}{b}, \frac{c}{d}, \frac{c}{f} ହୁଅନ୍ତି, ତେବେ ସେଗୁଡ଼ିକର \begin{aligned} & \text { ace…….. } \\ & \text { bdf…….. } \end{aligned}
    ଉଦାହରଣ ସ୍ଵରୂପ, \frac{2}{3}, \frac{3}{4}, \frac{4}{5} ର ଯୌଗିକ ଅନୁପାତ ହେବ \begin{aligned} & 2 \times 3 \times 4 \\ & 3 \times 4 \times 5 \end{aligned}=\frac{2}{5}

BSE Odisha 9th Class Maths Notes Algebra Chapter 6 ଅନୁପାତ ଓ ସମାନୁପାତ

ସମାନୁପାତ (Proportion):
(i) ଦୁଇ ବା ତତୋଽଧ୍ଵକ ଅନୁପାତର ସମାନତାକୁ ସମାନୁପାତ (Proportion) କୁହାଯାଏ । \frac{a}{b}=\frac{c}{d} ସମାନୁପାତ । ଏହି ସମାନୁପାତକୁ a : b :: c : d ବା a : b = c : d ରୂପେ ଲେଖାଯାଇପାରେ । ଏଠାରେ ରାଶି ଚାରୋଟି a, b, c, d ସମାନୁପାତୀ (Proportional) ବା ସମାନୁପାତ ବିଶିଷ୍ଟ ।
(ii) ଉପରୋକ୍ତ ସମାନୁପାତରେ a, b, c, dକୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପଦ ବା ରାଶି କୁହାଯାଏ । a ଓ dକୁ ପ୍ରାନ୍ତରାଶି (extremes) ଏବଂ b ଓ cକୁ ମଧ୍ୟରାଶି (means) କୁହାଯାଏ । d ରାଶିକୁ a, b ଓ c ରାଶିଗୁଡ଼ିକର – ଚତୁର୍ଥ ସମାନୁପାତୀ (Forth proportional) କୁହାଯାଏ ।
(iii) \frac{a}{b}=\frac{c}{d} ହେଲେ a, b, c, d ସମାନୁପାତୀ ହୁଅନ୍ତି, ଅନ୍ୟ ପ୍ରକାରେ a, b, c, d ସମାନୁପାତୀ ହେଲେ, \frac{a}{b}=\frac{c}{d} ହୁଏ ।
(iv) \frac{a}{b}=\frac{c}{d} ହେଲେ ad = bc {ଚାରିଗୋଟି ରାଶି ସମାନୁପାତୀ ହେଲେ, ପ୍ରାନ୍ତ ରାଶିଦ୍ଵୟର ଗୁଣଫଳ = ମଧ୍ୟ ରାଶିଦ୍ଧୟର ଗୁଣଫଳ ସହିତ ସମାନ ହୁଏ ।}
(v) ଯଦି \frac{a}{b}=\frac{c}{d}=\frac{e}{f} = ….. ହୁଏ, ହେଲେ a, b, c, d, e, f ରାଶିମାନ ସମାନୁପାତୀ ହେବେ ।

ଏ କ୍ରମିକ ସମାନୁପାତ (Continued Proportion) :
ସମଜାତୀୟ ତିନିଗୋଟି ରାଶି ମଧ୍ୟରୁ ପ୍ରଥମ ଓ ଦ୍ୱିତୀୟ ରାଶିର ଅନୁପାତ, ଯଦି ଦ୍ୱିତୀୟ ଓ ତୃତୀୟ ରାଶିର ଅନୁପାତ ସହିତ ସମାନ ହୁଏ, ତେବେ ସେ ଅନୁପାତ ସମ୍ବନ୍ଧକୁ କ୍ରମିକ ସମାନୁପାତ କୁହାଯାଏ ଏବଂ ଉକ୍ତ ରାଶିଗୁଡ଼ିକୁ କ୍ରମିକ ସମାନୁପାତୀ କୁହାଯାଏ ।

  • a, b, c କ୍ରମିକ ସମାନୁପାତୀ ହେଲେ \frac{a}{b}=\frac{b}{c} ହେବ । ଏଠାରେ bକୁ a ଓ cର ମଧ୍ୟ ସମାନୁପାତୀ (Mean Proportional) ଏବଂ cକୁ a ଓ bଦ୍ୱିତୀୟ ସମାନୁପାତୀ (Third Proportional) କୁହାଯାଏ ।
    \frac{a}{b}=\frac{b}{c} ହେଲେ, b2 = ac ହେବ ଅର୍ଥାତ୍ (ମଧ୍ୟ ସମାନୁପାଢୀ)2 = ପ୍ରାନ୍ତ ରାଶିଦ୍ଧୟର ଗୁଣଫଳ ।
  • ସେହିପରି a, b, c, d ….. କ୍ରମିକ ସମାନୁପାତୀ ହେଲେ \frac{a}{b}=\frac{b}{c}=\frac{c}{d} = ….. ହେବ । ଅର୍ଥାତ୍ b2 = ac, c2 = bd, ad = bc ହେବ ।
    {a, b, c, d କ୍ରମିକ ସମାନୁପାତ୍ରୀ ହେଲେ, ସେମାନେ ସର୍ବଦା ସମାନୁପାଠୀ ହେବେ । ଅର୍ଥାତ୍ \frac{a}{b}=\frac{b}{c}=\frac{c}{d} ହେଲେ \frac{a}{b}=\frac{c}{d} ହେବ ।
  • a, b, c, d ସମାନୁପାତୀ ହେଲେ, ସେଗୁଡ଼ିକ କ୍ରମିକ ସମାନୁପାତୀ ନହୋଇ ପାରନ୍ତି ।

BSE Odisha 9th Class Maths Notes Algebra Chapter 6 ଅନୁପାତ ଓ ସମାନୁପାତ

BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(a)

Odisha State Board BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(a) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(a)

Question 1.
ନିମ୍ନସ୍ଥ ସଂଖ୍ୟାଗୁଡ଼ିକର ଯୋଗାତ୍ମକ ବିଲୋମୀ ନିର୍ଣ୍ଣୟ କର ।
(i) \frac{2}{8}
(ii) -\frac{5}{9}
(iii) \frac{-6}{-5}
(iv) \frac{2}{-9}
(v) \frac{19}{-6}
ସମାଧାନ :
(i) \frac{2}{8}ର ଯୋଗାତ୍ମକ ବିଲୋମୀ -\frac{2}{8}
(ii) -\frac{5}{9}ର ଯୋଗାତ୍ମକ ବିଲୋମୀ +\frac{5}{9}
(iii) \frac{-6}{-5}ର ଯୋଗାତ୍ମକ ବିଲୋମୀ \frac{-6}{5}
(iv) \frac{2}{-9}ର ଯୋଗାତ୍ମକ ବିଲୋମୀ +\frac{2}{9}
(v) \frac{19}{-6} ର ଯୋଗାତ୍ମକ ବିଲୋମୀ \frac{19}{6}

Question 2.
ନିମ୍ନସ୍ଥ ସଂଖ୍ୟାମାନଙ୍କର ଗୁଣନାତ୍ମକ ବିଲୋମୀ ନିର୍ଣ୍ଣୟ କର ।
(i) -13
(ii) \frac{13}{19}
(iii) \frac{1}{5}
(iv) \frac{-5}{8} × \frac{-3}{7}
(v) -1 × \frac{-2}{5}
(vi) -1
ସମାଧାନ :
(i) -13 ର ଗୁଣନାତ୍ମକ ବିଲୋମୀ -\frac{1}{13}
(ii) \frac{13}{19}ର ଗୁଣନାତ୍ମକ ବିଲୋମୀ \frac{19}{13}
(iii) \frac{1}{5}ର ଗୁଣନାତ୍ମକ ବିଲୋମୀ 5 ।
(iv) \frac{-5}{8} × \frac{-3}{7} ବା -\frac{15}{56}ର ଗୁଣନାତ୍ମକ ବିଲୋମୀ -\frac{8}{5} × -\frac{7}{3} ବା \frac{56}{15}
(v) (-1) × \frac{-2}{5} ବା \frac{2}{5} ର ଗୁଣନାତ୍ମକ ବିଲୋମୀ \frac{5}{2}
(vi) -1ର ଗୁଣନାତ୍ମକ ବିଲୋମୀ – 1 ।

BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(a)

Question 3.
ନିମ୍ନସ୍ଥ ଉତ୍ତିଗୁଡ଼ିକରେ କେଉଁ ନିୟମ ବ୍ୟବହାର କରାଯାଇଛି ଲେଖ ।
(i) -\frac{4}{5} \times 1=1 \times \frac{-4}{5}=-\frac{4}{5}
(ii) -\frac{13}{17} \times \frac{-2}{7}=\frac{-2}{7} \times-\frac{13}{17}
(iii) -\frac{19}{29} \times \frac{29}{-19}=1
(iv) \frac{1}{3} \times\left(6 \times \frac{4}{3}\right)=\left(\frac{1}{3} \times 6\right) \times \frac{4}{3}
ସମାଧାନ :
(i) ଗୁଣନର ଅଭେଦ ନିୟମ
(ii) ଗୁଣନର କ୍ରମବିନିମୟୀ ନିୟମ
(iii) ଗୁଣନର ବିଲୋମୀ ନିୟମ
(iv) ଗୁଣନର ସହଯୋଗୀ ନିୟମ

Question 4.
\frac{6}{13} କୁ -\frac{7}{16} ର ବ୍ୟୁତ୍‌କ୍ରମ ସହିତ ଗୁଣଫଳ ନିଶ୍ଚୟ କର ।
ସମାଧାନ :
-\frac{7}{16} ର ବ୍ୟୁତ୍‌କ୍ରମ = -\frac{16}{7}
\frac{6}{13}-\frac{7}{16}ର ଗୁଣଫଳ = \frac{6}{13} × -\frac{7}{16} = \frac{-96}{91}

Question 5.
\frac{8}{9}, 1 \frac{1}{8}ର ବ୍ୟୁତ୍‌କ୍ରମ ହେବ କି ? ଯଦି ନୁହେଁ ତେବେ କାହିଁକି ?
ସମାଧାନ :
\frac{8}{9}ର ବ୍ୟୁତ୍‌କ୍ରମ \frac{9}{8} ବା 1 \frac{1}{8}। ତେଣୁ \frac{8}{9} ର ବ୍ୟୁତ୍‌କ୍ରମ l 1 \frac{1}{8}ହେବ ।

BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(a)

Question 6.
0.3, 3 \frac{1}{3}ର ବ୍ୟୁତ୍‌କ୍ରମ ହେବ କି ? ଯଦି ନୁହେଁ ତେବେ କାହିଁକି ?
ସମାଧାନ :
0.3 = \frac{3}{10}3 \frac{1}{3}=\frac{3}{10}, \frac{3}{10} \times \frac{10}{3}=1
∴ 0.3, 3 \frac{1}{3} ର ବ୍ୟକ୍ରମ ହେବ ।

Question 7.
ଉତ୍ତର ଦିଅ ।
(i) ଏକ ପରିମେୟ ସଂଖ୍ୟା ଯାହାର ବ୍ୟତ୍‌କ୍ରମ ନାହିଁ ।
ସମାଧାନ :
0 ଏକ ପରିମେୟ ସଂଖ୍ୟା, ଯାହାର ବ୍ୟତ୍‌କ୍ରମ ନାହିଁ ।

(ii) ଏକ ପରିମେୟ ସଂଖ୍ୟା, ଯାହାର ବ୍ୟତ୍‌କ୍ରମ ସେହି ସଂଖ୍ୟା ସହ ସମାନ ।
ସମାଧାନ :
ଏକ ପରିମେୟ ସଂଖ୍ୟା, ଯାହାର ବ୍ୟତ୍‌କ୍ରମ ସଂଖ୍ୟା ସହ ସମାନ ।

(iii) ଏକ ପରିମେୟ ସଂଖ୍ୟା, ଯାହା ସେହି ସଂଖ୍ୟାର ଯୋଗାତ୍ମକ ବିଲୋମୀ ସଙ୍ଗେ ସମାନ ।
ସମାଧାନ :
ଏକ ପରିମେୟ ସଂଖ୍ୟା, ଯାହାର ଯୋଗାତ୍ମକ ବିଲୋମୀ ସେହି ସଂଖ୍ୟା ।

BSE Odisha 8th Class Maths Solutions Algebra Chapter 2 ପରିମେୟ ସଂଖ୍ୟା Ex 2(a)

Question 8.
ଶୂନ୍ୟସ୍ଥାନ ପୂରଣ କର ।
(i) ଶୂନର ବ୍ୟକ୍ରମ …………….।
(ii) ……………. ଓ ……………. ସଂଖ୍ୟାମାନେ ନିଜ ନିଜର ବ୍ୟୁତ୍‌କ୍ରମ ।
(iii) -5 ର ବ୍ୟକ୍ରମ ……………. ।
(iv) \frac{1}{x} (x = 0)ର ବ୍ୟୁତ୍‌କ୍ରମ ……………. ।
(v) ଯେ କୌଣସି ଦୁଇଟି ପରିମେୟ ସଂଖ୍ୟାର ଗୁଣଫଳ ଏକ ……………. ।
(vi) ଏକ ଋଣାତ୍ମକ ପରିମେୟ ସଂଖ୍ୟାର ବ୍ୟତ୍‌କ୍ରମ ଏକ ବିଭିନ୍ନ ସଂଖ୍ୟା ସେଟ୍ ମଧ୍ୟରେ ସମ୍ପର୍କ ……………. ।
ସମାଧାନ :
(i) ନାହିଁ
(ii) 1 ଓ -1
(iii) -\frac{1}{5}
(iv) x
(v) ପରି ମେୟ
(vi) ଋଣାତ୍ମକ ପରି ମେୟ ସଂଖ୍ୟା ।

BSE Odisha 9th Class History Notes Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

Odisha State Board BSE Odisha 9th Class History Notes Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ will enable students to study smartly.

BSE Odisha Class 9 History Notes Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ଉପକ୍ରମ :

  • ଭୌଗୋଳିକ ଆବିଷ୍କାର ଫଳରେ ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀରେ ଇଉରୋପୀୟ ରାଷ୍ଟ୍ରମାନେ ଏସିଆ ଓ ଆଫ୍ରିକାର ବିଭିନ୍ନ ଦେଶରେ ଉପନିବେଶ ସ୍ଥାପନ କରିଥିଲେ ।
  • ଉଦ୍ଦେଶ୍ୟ – ବାଣିଜ୍ୟ ତଥା ଆର୍ଥିକ ଉନ୍ନତି, ସାମ୍ରାଜ୍ୟ ବିସ୍ତାର ଓ ଧର୍ମପ୍ରଚାର ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ବିଷୟବସ୍ତୁ ରୂପରେଖ

  1. ଏସିଆରେ ମୁକ୍ତି ଆନ୍ଦୋଳନ
  2. ଚୀନ୍‌ରେ ଜାତୀୟତାବାଦୀ ଆନ୍ଦୋଳନ
  3. ଭିଏତ୍‌ନାମ୍ ଓ ଲା ଓସ୍‌ରେ ମୁକ୍ତି ଆଦୋଳନ
  4. ଆଫ୍ରିକାରେ ମୁକ୍ତି ଆନ୍ଦୋଳନ
  5. ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟବାଦ ବିରୋଧୀ ଆଦୋଳନ

→ ଏସିଆରେ ମୁକ୍ତି ଆନ୍ଦୋଳନ :
ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ Chapter 7

  • ଇରାନ୍ ୧୯୨୧ ମସିହାରେ ରେଜା ଖାଁ ଙ୍କ ନେତୃତ୍ୱରେ ଇଂରେଜମାନଙ୍କୁ ତଡ଼ି ସ୍ଵାଧୀନ ହୋଇଥିଲା ।
  • ଭାରତ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ମହାତ୍ମା ଗାନ୍ଧିଙ୍କ ନେତୃତ୍ବରେ ଇଂରେଜମାନଙ୍କୁ ତଡ଼ି ସ୍ଵାଧୀନ ହେଲା ।
  • ୧୯୪୮ ମସିହା ଜାନୁୟାରୀ ୪ ତାରିଖରେ ଅଙ୍ଗସାନ୍‌ଙ୍କ ନେତୃତ୍ୱରେ ବ୍ରହ୍ମଦେଶ ସ୍ଵାଧୀନ ହେଲା ।
  • ୧୯୪୯ ନଭେମ୍ବର ୨ ତାରିଖ ଦିନ ଇଣ୍ଡୋନେସିଆ ଡଚ୍ ଶାସନରୁ ମୁକ୍ତ ହେଲା ।
  • ମାଳୟ ୧୯୫୭ ଅଗଷ୍ଟ ୩୧ ତାରିଖ ଦିନ ବ୍ରିଟିଶ୍ ଶାସନରୁ ମୁକ୍ତ ହୋଇଥିଲା ।
  • ମୁସ୍ତାଫା କେମାଲଙ୍କ ନେତୃତ୍ୱରେ ତୁର୍କୀ ସ୍ଵାଧୀନ ହୋଇଥିଲା ।

→ ଚୀନ୍‌ରେ ଜାତୀୟତାବାଦୀ ଆନ୍ଦୋଳନ :
ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ Chapter 7.1

  • ସନୟାତ୍ ସେନ୍‌ଙ୍କ କୋମିଙ୍ଗଟାଙ୍ଗ୍ ଦଳ ଚୀନ୍‌ରେ ଜାତୀୟ ସରକାର ଗଠନ କଲା ଓ ତାଙ୍କ ମୃତ୍ୟୁ ପରେ ଚିଆଙ୍ଗ୍ କାଇଶେକ୍ ଜାତୀୟ ସରକାରର ନେତୃତ୍ବ ନେଇଥିଲେ ।
  • ଫର୍ମୋଜା ଦ୍ଵୀପରେ ଆମେରିକାର ସହାୟତାରେ ଚିଆଙ୍ଗ କାଇଶେକ୍ ସ୍ବାଧୀନ ତାଇୱାନ୍ ରାଷ୍ଟ୍ର ଗଠନ କରିଥିଲେ ।
  • ଚୀନ୍‌ର ଗୃହଯୁଦ୍ଧରେ ବିଜୟୀ ହୋଇ ମାଓ ସେତୁଙ୍ଗ ୧୯୪୯ ମସିହା ଅକ୍ଟୋବର ୧ତାରିଖରେ ଚୀନ୍‌ରେ ଲୋକ ସାଧାରଣତନ୍ତ୍ର ସରକାର ଗଠନ କଲେ ।

→ ଭିଏତନାମ୍ ଓ ଲାଓସ୍‌ରେ ମୁକ୍ତି ଆନ୍ଦୋଳନ :

ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ Chapter 7.2

  1. ସାମ୍ୟବାଦୀ ଆଦର୍ଶର ଅନୁଗାମୀ ହୋ-ଚି-ମିନ୍ (Ho Chi Minh) ‘ଭିଏତ୍‌ମିନ୍’ ନାମକ ଏକ ଗଣବାହିନୀ ମାଧ୍ୟମରେ ଭିଏତ୍‌ନାମ୍‌ର ଫରାସୀ ଶାସନ ବିରୋଧରେ ଆନ୍ଦୋଳନ କରି ଜୟଯୁକ୍ତ ହେଲେ ।
  2. ୧୯୫୪ ମସିହାରେ ପାଥେଟ୍ ଲାଓ ଫରାସୀମାନଙ୍କୁ ତଡ଼ି ଲାଓସ୍‌କୁ ସ୍ବାଧୀନ କରିଥିଲେ ।
  3. ନାରୋଦମ୍ ସିହାନୋକଙ୍କ ନେତୃତ୍ୱରେ କାମ୍ବୋଡ଼ିଆ ସ୍ଵାଧୀନ ହୋଇଥିଲା ।

→ ଆଫ୍ରିକାରେ ମୁକ୍ତି ଆନ୍ଦୋଳନ :

  • ୧୯୫୨ ମସିହାରେ ରାଜା ଫାରୁକ୍‌ଙ୍କୁ ଗାଦିଚ୍ୟୁତ କରି ଜେନେରାଲ ନାଗୁଇବ୍ ଇଜିପ୍ଟର ଶାସନ କ୍ଷମତା ହାତକୁ ନେଇଥିଲେ ।
  • ୧୯୫୪ରେ କର୍ଟେଲ୍ ଗାମାଲ୍ ଅବଦୁଲ୍ ନାସେର୍ ଇଜିପ୍ଟରେ ନୂତନ ସରକାର ଗଠନ କଲେ ।
  • ୧୯୬୨ ମସିହା ଜୁଲାଇ ମାସରେ ଆଲଜେରିଆ ଫରାସୀ ଶାସନରୁ ମୁକ୍ତ ହେଲା ।
  • ୧୯୫୭ ମସିହା ମାର୍ଚ୍ଚ ୬ ତାରିଖରେ ବ୍ରିଟିଶ୍ ଶାସନରୁ ଘାନା ସ୍ଵାଧୀନ ରାଷ୍ଟ୍ରରେ ପରିଣତ ହେଲା ।
  • ୧୯୮୦ରେ ଦକ୍ଷିଣ ରୋଡ଼େସିଆ ସ୍ବାଧୀନ ହୋଇ ‘ଜିମ୍ବାୱେ’’ ନାମରେ ପରିଚିତ ହେଲା ।
  • ୧୯୬୦ ମସିହାରେ ଆଫ୍ରିକାର ୧୭ଟି ଦେଶ ସ୍ଵାଧୀନତା ଲାଭ କରିଥିବାରୁ ଏହି ବର୍ଷକୁ ‘ଆଫ୍ରିକା ବର୍ଷ’ କୁହାଯାଏ ।

→ ଦକ୍ଷିଣ ଆଫ୍ରିକାରେ ବର୍ଣବୈଷମ୍ୟବାଦ ବିରୋଧୀ ଆନ୍ଦୋଳନ :
ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ Chapter 7.3

  1. ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟବାଦ ନୀତିଦ୍ଵାରା କୃଷ୍ଣକାୟମାନେ ଶୋଷିତ ଓ ନିର୍ଯାତିତ ହେଉଥିଲେ ।
  2. ଆଫ୍ରିକୀୟ ଜାତୀୟ କଂଗ୍ରେସ ମାଧ୍ୟମରେ ମହାତ୍ମା ଗାନ୍ଧିଙ୍କର ନୀତି ଓ ଆଦର୍ଶରେ ନେଲସନ୍ ମାଣ୍ଡେଲା ବର୍ଣବୈଷମ୍ୟବାଦ ବିରୋଧରେ ତୀବ୍ର ଆନ୍ଦୋଳନ କରିଥିଲେ ।
  3. ଆନ୍ତର୍ଜାତିକ ଚାପ ଓ ସମାଲୋଚନା ଫଳରେ କୃଷ୍ଣକାୟ ନେତା ନେଲ୍‌ସନ୍ ମାଣ୍ଡେଲା କାରାମୁକ୍ତ ହୋଇ ୧୯୯୪ ମସିହା ମେ ୧୦ ତାରିଖରେ ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ହୋଇଥିଲେ ।

ଖ୍ରୀଷ୍ଟାବ୍ଦସମୂହ ଓ ପ୍ରମୁଖ ଘଟଣାବଳୀ:

୧୯୧୯ ଖ୍ରୀ.ଅ. – ଆଫଗାନିସ୍ତାନର ସ୍ଵାଧୀନତା ଲାଭ ।
୧୯୨୧ ଖ୍ରୀ.ଅ. – ଇରାନ୍‌ର ସ୍ବାଧୀନତା ଲାଭ ।
୧୯୪୭ ଖ୍ରୀ.ଅ. – (ଅଗଷ୍ଟ ୧୫) ଭାରତର ସ୍ବାଧୀନତା ଲାଭ ।
୧୯୪୮ ଖ୍ରୀ.ଅ. – (ଜାନୁୟାରୀ ୪) ବ୍ରହ୍ମଦେଶର ସ୍ବାଧୀନତା ଲାଭ; (ଫେବୃୟାରୀ ୪) ଶ୍ରୀଲଙ୍କାର ସ୍ଵାଧୀନତା ଲାଭ ।
୧୯୪୯ ଖ୍ରୀ.ଅ. – (ଅକ୍ଟୋବର ୧) ଚୀନ୍ ଦେଶରେ ଲୋକ ସାଧାରଣତନ୍ତ୍ର ସରକାର ଗଠନ; (ନଭେମ୍ବର ୨) ଇଣ୍ଡୋନେସିଆର ସ୍ଵାଧୀନତା ଲାଭ ।
୧୯୫୦ ଖ୍ରୀ.ଅ. – କୋରିଆ ଯୁଦ୍ଧ ସଂଘଟିତ ।
୧୯୫୪ ଖ୍ରୀ.ଅ. – ଜେନେଭା ସମ୍ମିଳନୀରେ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ନାମରେ ଦୁଇଟି ରାଷ୍ଟ୍ର ଏବଂ ଉତ୍ତର ଭିଏତ୍‌ନାମ ଓ ଦକ୍ଷିଣ ଭିଏତ୍‌ନାମ ନାମରେ ଦୁଇଟି ରାଷ୍ଟ୍ର ଗଠିତ; ସ୍ଵାଧୀନ ଲାଓସ୍ ରାଜ୍ୟ ଗଠିତ; ଆଲଜେରିଆରେ ‘ଜାତୀୟ ମୁକ୍ତି ସାମ୍ମୁଖ୍ୟ’ ଗଠିତ ।
୧୯୫୬ ଖ୍ରୀ.ଅ. – ମରକ୍କୋ ଓ ଟ୍ୟୁନିସିଆର ସ୍ଵାଧୀନତା ଲାଭ ।
୧୯୫୭ ଖ୍ରୀ.ଅ. – (ମାର୍ଚ୍ଚ ୬) ଗୋଲ୍ଡକୋଷ୍ଟ ବ୍ରିଟିଶ୍ ଶାସନରୁ ମୁକ୍ତ ହୋଇ ଘାନା ନାମରେ ପରିଚିତ; (ଅଗଷ୍ଟ ୩୧) ମାଳୟର ସ୍ଵାଧୀନତା ଲାଭ ।
୧୯୫୮ ଖ୍ରୀ.ଅ. – ଗିନି ସାଧାରଣତନ୍ତ୍ର ରାଷ୍ଟ୍ରରୂପେ ଗଠିତ ।
୧୯୫୯ ଖ୍ରୀ.ଅ. – ସିଙ୍ଗାପୁରର ସ୍ଵାଧୀନତା ଲାଭ ।
୧୯୬୦ ଖ୍ରୀ.ଅ. – ଆଫ୍ରିକାର ୧୭ଟି ଦେଶର ସ୍ଵାଧୀନତା ଲାଭ ।
୧୯୬୧-୧୯୬୬ ଖ୍ରୀ.ଅ. – ଗାମ୍ବିଆ, ରୁୱାଣ୍ଡା, ଉଗାଣ୍ଡା, ଜାମ୍ବିଆ ଆଦି ରାଷ୍ଟ୍ରଗୁଡ଼ିକର ସ୍ବାଧୀନତା ଲାଭ ।
୧୯୬୨ ଖ୍ରୀ.ଅ. – (ଜୁଲାଇ ମାସ) ଆଲଜେରିଆର ସ୍ଵାଧୀନତା ଲାଭ ।
୧୯୭୫ ଖ୍ରୀ.ଅ. – ମୋଜାମ୍ବିକ୍ ଓ ଆଙ୍ଗୋଲା ନାମରେ ଦୁଇଟି ପର୍ତ୍ତୁଗୀଜ୍ ଉପନିବେଶର ସ୍ବାଧୀନତା ଲାଭ ।
୧୯୮୦ ଖ୍ରୀ.ଅ. – ଦକ୍ଷିଣ ରୋଡ଼େସିଆର ସ୍ଵାଧୀନତା ଲାଭ ଓ ଜିମ୍ବାୱେ ନାମରେ ପରିଚିତ ।
୧୯୯୦ ଖ୍ରୀ.ଅ. – (ମାର୍ଚ୍ଚ ୨୧) ନାମିବିଆର ସ୍ଵାଧୀନତା ଲାଭ ।
୧୯୯୪ ଖ୍ରୀ.ଅ. – (ମେ ମାସ ୧୦) ନେଲସନ୍ ମାଣ୍ଡେଲା ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ରୂପେ ଅଧିଷ୍ଠିତ ।

BSE Odisha 9th Class History Important Questions Chapter 5 ଫାସୀବାଦ ଓ ନାଜିବାଦର ବିକାଶ

Odisha State Board BSE Odisha 9th Class History Important Questions Chapter 5 ଫାସୀବାଦ ଓ ନାଜିବାଦର ବିକାଶ Important Questions and Answers.

BSE Odisha Class 9 History Important Questions Chapter 5 ଫାସୀବାଦ ଓ ନାଜିବାଦର ବିକାଶ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ପ୍ରଥମ ବିଶ୍ଵଯୁଦ୍ଧ ପରେ ଇଟାଲୀର ଆର୍ଥିକ ଓ ରାଜନୈତିକ ଅବସ୍ଥା ଶୋଚନୀୟ ହୋଇପଡିଥ୍ଲା କାହିଁକି ?
Answer:
ପ୍ରଥମ ବିଶ୍ଵ ଯୁଦ୍ଧ ପରେ ଇଟାଲୀର ଆର୍ଥିକ ଓ ରାଜନୈତିକ ଅବସ୍ଥା ନିମ୍ନପ୍ରକାର ଥିଲା ।

  • ପ୍ରଥମ ବିଶ୍ଵଯୁଦ୍ଧରେ ଇଟାଲୀ ଉପନିବେଶ ଲାଭ ଆଶାରେ ମିତ୍ର ଶକ୍ତି ସପକ୍ଷରେ ଯୋଗ ଦେଇଥିଲେ ହେଁ ପ୍ୟାରିସ୍ ଶାନ୍ତ ସମ୍ମିଳନୀରୁ ନିରାଶ ହୋଇ ଫେରିଥିଲା । ବିଜୟୀ ଶକ୍ତି ଭାବରେ ଇଟାଲୀର ଅହମିକା ରହିଲା ନାହିଁ, ବରଂ ସେଥୁରେ ଜାତୀୟ ସମ୍ମାନ ହାନି ହେଲା ।
  • ଯୁଦ୍ଧ ପରେ ଦେଶର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା । ଘୋର ଅଭାବ, ଦାରିଦ୍ର୍ୟ, ବେକାରି, ଶ୍ରମିକ ଅଶାନ୍ତି, ଧର୍ମଘଟ, ହିଂସାକାଣ୍ଡଦ୍ଵାରା ଇଟାଲୀର ଅବସ୍ଥା ବିପଯ୍ୟପ୍ତ ହୋଇପଡ଼ିଥିଲା ।
  • ଇଟାଲୀର ତତ୍କାଳୀନ ରାଜା ଭିକ୍ଟର ଇମାନୁଏଲ ତୃତୀୟ ଦେଶରୁ ଅରାଜକତା ଦୂରକରିବା ପାଇଁ ସମର୍ଥ ହେଲେ ନାହିଁ ।
  • ଏହି ସମୟରେ ଦେଶରେ ଦେଖା ଦେଇଥ‌ିବା କୃଷି ଓ ଶିଳ୍ପ ଶ୍ରମିକଙ୍କ ଆନ୍ଦୋଳନ ଦମନ ପାଇଁ ଶିଳ୍ପପତି, ପୁଞ୍ଜିପତି ଓ ବ୍ୟବସାୟୀମାନେ ସାହାଯ୍ୟ କଲେ । ଫଳରେ ମୁସୋଲିନୀଙ୍କ ଇଟାଲୀରେ ଗଠିତ ଫାସୀବାଦୀ ଦଳକୁ ସାହାଯ୍ୟ କଲେ । ଫଳରେ ମୁସୋଲିନୀଙ୍କ ନେତୃତ୍ଵରେ ପରବର୍ତ୍ତୀ କାଳରେ ଇଟାଲୀରେ ଫାସିଷ୍ଟ ସରକାର ପ୍ରତିଷ୍ଠିତ ହେଲା ।

BSE Odisha 9th Class History Important Questions Chapter 5 ଫାସୀବାଦ ଓ ନାଜିବାଦର ବିକାଶ

୨ । କେଉଁ ପରିସ୍ଥିତିରେ ଜର୍ମାନୀରେ ‘ୱେ ମର୍ ସାଧାରଣତନ୍ତ୍ର’ ପ୍ରତିଷ୍ଠା ହୋଇଥିଲା ? ଏହି ସାଧାରଣତନ୍ତ୍ ଜନସାଧାରଣଙ୍କ ଅବସ୍ଥାରେ ଉନ୍ନତି ଆଣିପାରିଲା ନାହିଁ କାହିଁକି ?
Answer:

  • ପ୍ରଥମ ବିଶ୍ଵଯୁଦ୍ଧରେ ପରାଜୟ ଓ ଭର୍ସାଇ ସନ୍ଧିର କଠୋର ସର୍ଭାବଳୀ ପାଇଁ ଜର୍ମାନୀ ଜାତି ମର୍ମାହତ ହୋଇଥିଲା ।
  • ରାଜନୈତିକ ଅସ୍ଥିରତା ଓ ଆର୍ଥିକ ସଙ୍କଟ ସେମାନଙ୍କୁ ବିଚଳିତ ଓ ବ୍ୟଥ୍‌ କରି ଦେଇଥ୍ଲା । ଫଳରେ ଦେଶରେ ଦେଖାଦେଇଥ‌ିବା ଗଣବିପ୍ଳବର ମୁକାବିଲା କରିନପାରି କାଇଜର ତୃତୀୟ ଉଇଲିୟମ୍ ଦେଶ ଛାଡ଼ି ଚାଲିଯାଇଥିଲେ ।
  • ଏହାଦ୍ଵାରା ଜର୍ମାନୀରେ କାଇଜର ଶାସନର ପତନ ଘଟିଲା ଓ ଦେଶରେ ସାଧାରଣତନ୍ତ୍ର ପ୍ରତିଷ୍ଠିତ ହେଲା । ତାହାକୁ ‘ୱେମର୍ ସାଧାରଣତନ୍ତ୍ର’ (Weimer Republic) କୁହାଯାଏ ।
  • କିନ୍ତୁ ଏହି ରାଜନୈତିକ ପରିବର୍ଷନ ଜନସାଧାରଣଙ୍କର ଅବସ୍ଥାର ଉନ୍ନତି ଆଣିବାରେ ସମ୍ପୂର୍ଣ ବିଫଳ ହୋଇଥିଲା ।
  • ଶାସନ ପରି ଚାଳନାରେ ପୁଞ୍ଜିପତି, ବ୍ୟବସାୟୀ ଓ ଶିଳ୍ପପତିମାନଙ୍କର ଆଧୂପତ୍ୟ ଓ ପ୍ରାଧାନ୍ୟ ପୂର୍ବପରି ରହିଲା । ସମାଜବାଦୀ ଓ ସାମ୍ୟବାଦୀ ଦଳମାନଙ୍କ ନେତୃତ୍ୱରେ ଶ୍ରମିକ ଆନ୍ଦୋଳନ ଆରମ୍ଭ ହୋଇ ରାଜନୈତିକ ଅସ୍ଥିରତା ଲାଗି ରହିଲା ।

୩ । କେଉଁ ପରିସ୍ଥିତିର ସୁଯୋଗ ନେଇ ଫାସିବାଦୀ ଚିନ୍ତାଧାରାର ଅଭ୍ୟୁଦୟ ହେଲା ?
Answer:

  1. ଊନବିଂଶ ଶତାବ୍ଦୀର ଶିଳ୍ପବିପ୍ଳବ ଯୋଗୁଁ କୃଷିକ୍ଷେତ୍ରରେ ବିଜ୍ଞାନର ଉପଯୋଗ ହେବାଦ୍ଵାରା ଉତ୍ପାଦନ ବହୁ ପରିମାଣରେ ବୃଦ୍ଧିପ୍ରାପ୍ତ ହେଲା ।
  2. କିନ୍ତୁ ଯୁଦ୍ଧ ଯୋଗୁଁ ବାଣିଜ୍ୟ ବ୍ୟବସାୟ ବନ୍ଦହୋଇଯିବାରୁ ଏହି କୃଷିଜାତ ଦ୍ରବ୍ୟ ବିକ୍ରୟ କରିବା ସମ୍ଭବପର ହେଲାନାହିଁ, ଫଳରେ ଉତ୍ପନ୍ନକାରୀ ଦେଶଗୁଡ଼ିକ ବିଶେଷ କ୍ଷତିଗ୍ରସ୍ତ ହେଲେ ଓ କୃଷି ଶ୍ରମିକମାନଙ୍କର ଦୁରବସ୍ଥାର ସୀମା ରହିଲା ନାହିଁ ।
  3. ଉତ୍ପାଦିତ ଦ୍ରବ୍ୟ ବିକ୍ରୟ ନହେବା ଫଳରେ ଶିଳ୍ପପତିମାନେ କଳକାରଖାନା ବନ୍ଦ କରିଦେଲେ । ଫଳରେ ଦାରିଦ୍ର୍ୟ ଓ ବେକାରି ବୃଦ୍ଧି ପାଇ ଶାନ୍ତିଶୃଙ୍ଖଳା ବ୍ୟାହତ ହେଲା ।
  4. ଶ୍ରମିକମାନେ ସେମାନଙ୍କ ଅବସ୍ଥାର ଉନ୍ନତି ଦାବି କରି ସମାଜବାଦୀ ଓ ସାମ୍ୟବାଦୀ ଦଳଗୁଡ଼ିକ ନେତୃତ୍ୱରେ ଆନ୍ଦୋଳନ କଲେ । ଆନ୍ଦୋଳନକୁ ଦମନ କରିବାପାଇଁ ସ୍ୱେଚ୍ଛାଚାରୀ ତଥା ଉଗ୍ରବାଦୀ ଶକ୍ତମାନଙ୍କ ସାହାଯ୍ୟ ନେଲେ ।
  5. ଫଳରେ କେତେକ ସ୍ଥାନରେ ଜାତୀୟତାବାଦୀ ଓ ଏକଚ୍ଛତ୍ରବାଦୀ ଶକ୍ତି ବା ଫାସୀବାଦୀ ଶକ୍ତିର ଅଭ୍ୟୁଦୟ ହେଲା ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ‘ଫାସିସ୍’ ଶବ୍ଦର ଅର୍ଥ କ’ଣ ? ଫାସୀବାଦୀ ଦଳର ଚିହ୍ନ କ’ଣ ଥିଲା ? ଏହା କେଉଁ ଦେଶରେ ଆରମ୍ଭ ହୋଇଥିଲା ?
Answer:

  • ‘ଫାସିସ୍’ ଶବ୍ଦର ଅର୍ଥ ବିଡ଼ାଏ କାଠି ବା କୁରାଢ଼ି ସହିତ ବିଡ଼ାଏ କାଠି ।
  • କୁରାଢ଼ି ସହ କାଠିବିଡ଼ା ଫାସୀବାଦୀ ଦଳର ଚିହ୍ନ ଥିଲା । ଏହା ପ୍ରଥମେ ଇଟାଲୀ ଦେଶରେ ଆରମ୍ଭ ହୋଇଥିଲା ।

BSE Odisha 9th Class History Important Questions Chapter 5 ଫାସୀବାଦ ଓ ନାଜିବାଦର ବିକାଶ

୨। ବେନିତୋ ମୁସୋଲିନୀ କେବେ, କେଉଁଠାରେ ଜନ୍ମଗ୍ରହଣ କରିଥିଲେ ? ପ୍ରଥମ ଅବସ୍ଥାରେ ସେ କ’ଣ କରୁଥିଲେ ?
Answer:

  • ବେନିତୋ ମୁସୋଲିନୀ ୧୮୮୩ ମସିହାରେ ଇଟାଲୀର ରୋମାନାଠାରେ ଜନ୍ମଗ୍ରହଣ କରିଥିଲେ ।
  • ପ୍ରଥମାବସ୍ଥାରେ ସେ ଶିକ୍ଷକତା କରୁଥିଲେ ।

୩ । ମୁସୋଲିନୀ ଇଟାଲୀର ଶାସନଭାର ଗ୍ରହଣ କଲାପରେ ଦେଶରେ ଦେଖାଦେଇଥୁବ। ପରିବର୍ତ୍ତନ ମଧ୍ୟରୁ ଦୁଇଗୋଟି ଉଲ୍ଲେଖ କର ।
Answer:

  1. ମୁସୋଲିନୀ ଇଟାଲୀର ଶାସନଭାର ଗ୍ରହଣ କଲାପରେ ୧୯୨୬ ମସିହାରେ ଇଟାଲୀରେ ଫାସୀବାଦୀ ଦଳ ବ୍ୟତୀତ ଅନ୍ୟ ସମସ୍ତ ରାଜନୈତିକ ଦଳକୁ ବେଆଇନ ଘୋଷିତ କରାଗଲା ।
  2. ପ୍ରଥମାବସ୍ଥାରେ ସେ ଶିକ୍ଷକତା କରୁଥିଲେ । ମୁସୋଲିନୀ ଇଟାଲୀର ଶାସନଭାର ଗ୍ରହଣ କଲାପରେ ଦେଶରେ ଦେଖାଦେଇଥ‌ିବା ପରିବର୍ତ୍ତନ ମଧ୍ୟରୁ ଦୁଇଗୋଟି ଉଲ୍ଲେଖ କର ।

୪ । ୧୯୨୯ ରୁ ୧୯୩୩ ମଧ୍ୟରେ ପୃଥ‌ିବୀରେ ଦେଖାଦେଇଥ‌ିବା ଅର୍ଥନୈତିକ ସଙ୍କଟର ଦୁଇଟି ମୁଖ୍ୟ କାରଣ ଲେଖ ।
Answer:

  • ପ୍ରଥମ ବିଶ୍ଵଯୁଦ୍ଧ ପରେ ପୃଥ‌ିବୀରେ ଏକ ଭୟଙ୍କର ଅର୍ଥନୈତିକ ସଙ୍କଟ ଦେଖାଦେଲା । ମୁଖ୍ୟତଃ ଯୁକ୍ତରାଷ୍ଟ୍ର ଆମେରିକା ଓ ଇଉରୋପୀୟ ଦେଶମାନଙ୍କରେ ବାଣିଜ୍ୟ ବ୍ୟବସାୟ ବାଧାପ୍ରାପ୍ତ ହେଲା ।
  • ଶିଳ୍ପଜାତ ଦ୍ରବ୍ୟଗୁଡ଼ିକର ଉତ୍ପାଦନ ହ୍ରାସ ଓ କ୍ରୟବିକ୍ରୟ ହ୍ରାସ ତଥା ବ୍ୟାଗୁଡ଼ିକରେ ଅଚଳ ଅବସ୍ଥା ଦେଖାଦେଲା ।

୫ । କାହା ନେତୃତ୍ବରେ ଇଟାଲୀରେ ଫାସୀବାଦୀଆନ୍ଦୋଳନ ଆରମ୍ଭ ହେଲା ? କେଉଁମାନଙ୍କୁ ନେଇ ସେ ଇଟାଲୀରେ ଫାସିବାଦୀ ଦଳ ଗଠନ କରିଥିଲେ ?
Answer:

  • ବେନିତୋ ମୁସୋଲିନୀଙ୍କ ନେତୃତ୍ବରେ ଇଟାଲୀରେ ଫାସିବାଦୀ ଆନ୍ଦୋଳନ ଆରମ୍ଭ ହେଲା ।
  • ଯୁଦ୍ଧଫେରନ୍ତା ବେକାର ସୈନିକ, ଦେଶଭକ୍ତ ନାଗରିକ ଓ ରାଜତନ୍ତ୍ର ବିରୋଧୀ ଲୋକଙ୍କୁ ନେଇସେ ଇଟାଲୀରେ ଫାସୀବାଦୀ ଦଳ ଗଠନ କରିଥିଲେ ।

BSE Odisha 9th Class History Important Questions Chapter 5 ଫାସୀବାଦ ଓ ନାଜିବାଦର ବିକାଶ

୬ | ଫାସୀବାଦର ମୂଳଲକ୍ଷ୍ୟ କ’ଣ ଥିଲା ? ସେମାନେ କେଉଁ ପ୍ରକାର ଶାସନରେ ବିଶ୍ଵାସ କରୁଥିଲେ ?
Answer:

  1. ହିଂସାତ୍ମକ ପନ୍ଥାଦ୍ବାରା ଜଣେ କିମ୍ବା ମୁଷ୍ଟିମେୟ ବ୍ୟକ୍ତିଙ୍କ ହାତରେ ସମସ୍ତ କ୍ଷମତା କେନ୍ଦ୍ରୀଭୂତ କରି ଦେଶରେ ଏକଚ୍ଛତ୍ର ଶାସନ ପ୍ରତିଷ୍ଠା କରିବା ଫାସୀବାଦର ମୂଳ ଲକ୍ଷ୍ୟ ଥିଲା ।
  2. ଏହା ବହୁ ଦଳୀୟ ଶାସନକୁ ବିରୋଧ କରୁଥିବାବେଳେ ଏକଦଳୀୟ ଶାସନ ଉପରେ ବିଶ୍ଵାସ କରୁଥିଲା ।

୭ । ହିଟ୍‌ ଲର୍ ପ୍ରଥମ ବିଶ୍ଵଯୁଦ୍ଧରେ କି କାର୍ଯ୍ୟ କରୁଥିଲେ ? ତାଙ୍କୁ କାହିଁକି କାରାଦଣ୍ଡ ଭୋଗ କରିବାକୁ ପଡ଼ିଥିଲ। ? କାରାଗାରରେ ଥ‌ିବାବେଳେ ସେ କେଉଁ ପୁସ୍ତକ ଲେଖିଥିଲେ ?
Answer:

  • ପ୍ରଥମ ବିଶ୍ଵ ଯୁଦ୍ଧବେଳେ ହିଟଲର୍ ଜଣେ ସୈନିକ ଭାବରେ ଯୁଦ୍ଧରେ ଯୋଗ ଦେଇଥିଲେ ।
  • ୧୯୨୩ ମସିହାରେ ବଳପୂର୍ବକ ଜର୍ମାନୀର କରି ହିଟ୍‌ର୍ କାରାଦଣ୍ଡ ଭୋଗ କରିଥିଲେ। ଜେଲରେ ଥ‌ିବାବେଳେ ସେ ‘ମେଁ କାମ୍ଫ’ ବା ‘ମୋର ସଂଘର୍ଷ’ ନାମକ ଏକ ପୁସ୍ତକ ଲେଖୁଥିଲେ ।

୮ । କେଉଁ ଶକ୍ତିମାନଙ୍କୁ ଫାସିବାଦୀ ଶକ୍ତି କୁହାଯାଏ ?
Answer:

  • ବିଶ୍ଵଯୁଦ୍ଧ ପରେ ଦେଶରେ ଅର୍ଥନୈତି କ ଦୁରବସ୍ଥାର ଉନ୍ନତି ଦାବି କରି ସମାଜବାଦୀ ଓ ସାମ୍ୟବାଦୀ ଦଳଗୁଡ଼ିକ ନେତୃତ୍ଵରେ ହେଉଥ‌ିବା ଆନ୍ଦୋଳନ ଦମନ ପାଇଁ ପୁଞ୍ଜିପତି, ଜମିଦାର ଓ ଶିଳ୍ପପତି ମାନେ ଉଗ୍ର ଜାତୀୟତାବାଦୀ ଓ ସ୍ୱେଚ୍ଛାଚାରୀ ଶକ୍ତିମାନଙ୍କ ସାହାଯ୍ୟ ଚାହିଁଲେ ।
  • ଏହି ସୁଯୋଗରେ କେତେକ ସ୍ଥାନରେ ଉଗ୍ର ଜାତୀୟତାବାଦୀ ଓ ଏକଚ୍ଛତ୍ରବାଦୀ ଶକ୍ତିମାନଙ୍କର ଉତ୍‌ଥାନ ହେଲା । ଏମାନଙ୍କୁ ଫାସୀବାଦୀ ଶକ୍ତି କୁହାଯାଏ ।

୯ । ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ କେଉଁ କେଉଁ ଦେଶରେ ଉଗ୍ର ଜାତୀୟତାବାଦୀ ଚିନ୍ତାଧାରାର ବିକାଶ ଘଟିଲା ଓ ପରବର୍ତ୍ତୀ କାଳରେ ଏହି ଚିନ୍ତାଧାରା କେଉଁ ନାମରେ ପରିଚିତ ହେଲା ?
Answer:

  1. ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଇଟାଲୀ ଓ ଜର୍ମ।ନୀରେ ଉଗ୍ର ଜାତୀୟତାବାଦୀ ଚିନ୍ତାଧାରାର ବିକାଶ ଘଟିଲା ।
  2. ପରବର୍ତ୍ତୀ କାଳରେ ଏହି ଚିନ୍ତାଧାରା ‘ଫାସିବାଦ’ ନାମରେ ପରିଚିତ ହେଲା ।

୧୦ । ପ୍ରଥମ ବିଶ୍ଵଯୁଦ୍ଧ ପରେ ଶିଳ୍ପ ଶ୍ରମିକମାନେ କାହିଁକି ବେକାର ହେଲେ ?
Answer:

  • ପ୍ରଥମ ବିଶ୍ଵଯୁଦ୍ଧ ପରେ ଯୁଦ୍ଧସାମଗ୍ରୀ ଉତ୍ପାଦନ ବନ୍ଦ ହୋଇଯିବାରୁ ଓ ଅନ୍ୟାନ୍ୟ ଶିଳ୍ପଜାତ ଦ୍ରବ୍ୟର ଚାହିଦା କମିଯିବାରୁ ଶିଳ୍ପପତିମାନେ କଳକାରଖାନା ବନ୍ଦ କରିଦେଲେ ।
  • ଫଳସ୍ବରୂପ ଲକ୍ଷ ଲକ୍ଷ ଶିଳ୍ପ ଶ୍ରମିକ ବେକାର ହୋଇଗଲେ ।

BSE Odisha 9th Class History Important Questions Chapter 5 ଫାସୀବାଦ ଓ ନାଜିବାଦର ବିକାଶ

୧୧ । ବିଶ୍ଵଯୁଦ୍ଧ ପରେ କେଉଁ କାରଣ ଯୋଗୁଁ କୃଷି ଉତ୍ପାଦନ କରୁଥ‌ିବା ଦେଶଗୁଡ଼ିକ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲେ ?
Answer:

  • ବିଶ୍ଵଯୁଦ୍ଧ ପରେ କୃଷି ଉତ୍ପାଦନ ବୃଦ୍ଧି ପାଇଥିଲେ ମଧ୍ୟ ବାଣିଜ୍ୟ ବ୍ୟବସାୟ ପ୍ରାୟ ବନ୍ଦ ହୋଇଯାଇଥ୍ବାରୁ ସେସବୁ ବିକ୍ରି ହୋଇପାରିଲା ନାହିଁ ।
  • କୃଷି ପ୍ରଧାନ ଦେଶଗୁଡ଼ିକରେ କୃଷିଜାତ ଦ୍ରବ୍ୟର ଆବଶ୍ୟକତା ଥିଲେ ମଧ୍ୟ ଲୋକଙ୍କର କ୍ରୟ କ୍ଷମତା ନଥିଲା । ତେଣୁ କୃଷି ଉତ୍ପାଦନ କରୁଥିବା ଦେଶଗୁଡ଼ିକ କ୍ଷତିଗ୍ରସ୍ତ ହେଲେ ।

୧୨ । କାହିଁକି ମୁସୋଲିନୀଙ୍କର ପ୍ରତିପତ୍ତି ଓ କ୍ଷମତ ଯଥେଷ୍ଟ ବୃଦ୍ଧି ପାଇଲା ? କେବେ ଇଟାଲୀରେ ଏକଦଳୀୟ ଶାସନ ପ୍ରତିଷ୍ଠିତ ହେଲା ?
Answer:

  1. ୧୯୨୪ ମସିହାରେ ଅନୁଷ୍ଠିତ ନିର୍ବାଚନରେ ଫାସୀବାଦୀ ଦଳ ପାର୍ଳ।ମେଣ୍ଝରେ ସଂଖ୍ୟାଗରିଷ୍ଠତା ହାସଲ କରିବାରୁ ମୁସୋଲିନୀଙ୍କର ପ୍ରତିପଭି ଓ କ୍ଷମତା ଯଥେଷ୍ଟ ବୃଦ୍ଧି ପାଇଲା ।
  2. ୧୯୨୬ ମସିହାରେ ଇଟାଲୀରେ ଏକଦଳୀୟ ଶାସନ ପ୍ରତିଷ୍ଠିତ ହୋଇଥିଲା ।

୧୩ । ହିଟ୍‌ଲର୍ ଶାସନ କ୍ଷମତାକୁ ଆସିବା ପରେ ସମାଜବାଦୀ ଓ ସାମ୍ୟବାଦୀ ଦଳଗୁଡ଼ିକୁ କିପରି ଦମନ କଲେ ?
Answer:

  • ହିଟଲର୍ ଶାସନ କ୍ଷମତାକୁ ଆସିବାପରେ ସମାଜବାଦୀ ଓ ସାମ୍ୟବାଦୀ ଦଳର ସଙ୍ଗଠନଗୁଡ଼ିକୁ ଭାଙ୍ଗିଦେଲେ ।
  • ସେ ସେମାନ ଙ୍କର ସମ୍ପତ୍ତି ବାଜ୍ୟାପ୍ତି କରିଥିଲେ ।

୧୪ । ‘ୱେମର ସାଧାରଣତନ୍ତ୍ର’ କାହାକୁ କୁହାଗଲା ?
Answer:

  • ପ୍ରଥମ ବିଶ୍ଵଯୁଦ୍ଧ ପରବର୍ତ୍ତୀ କାଳରେ ଜର୍ମାନୀରେ ଦେଖାଦେଇଥ‌ିବା ଗଣବିପ୍ଳବର ମୁକାବିଲା କରି ନପାରି କାଇଜର ତୃତୀୟ ଉଇଲିୟମ୍ ଦେଶ ଛାଡ଼ି ଚାଲିଗଲେ ।
  • ଫଳରେ ଜର୍ମାନୀରେ କାଇଜର ଶାସନର ପତନ ଘଟିଲା ଓ ସାଧାରଣତନ୍ତ୍ର ପ୍ରତିଷ୍ଠିତ ହେଲା । ତାହାକୁ ‘ୱେମର୍ ସାଧାରଣତନ୍ତ୍ର’ କୁହାଗଲା ।

୧୫ । ଇଟାଲୀୟମାନେ କାହିଁକି ଫାସୀବାଦର ବିରୋଧ କଲେ ନାହିଁ ?
Answer:

  1. ଦେଶରୁ ଅରାଜକତା ଦୂର କରିବାପାଇଁ ଫାସୀବାଦୀ ଦଳ ଏକମାତ୍ର ଦଳ ବୋଲି ଭାବି ଇଟାଲୀର ଜନସାଧାରଣ ଫାସୀବାଦର ବିରୋଧ କଲେ ନାହିଁ ।
  2. ଅପରପକ୍ଷରେ ପୁଞ୍ଜିପତି, ଜମିଦାର ଓ ବ୍ୟବସାୟୀମାନେ ନିଜର ସ୍ଵାର୍ଥ ଓ ସୁବିଧା ଦୃଷ୍ଟିରୁ ଫାସୀବାଦର ବିରୋଧ କରି ନ ଥିଲେ ।

BSE Odisha 9th Class History Important Questions Chapter 5 ଫାସୀବାଦ ଓ ନାଜିବାଦର ବିକାଶ

Objective Type Questions With Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। କିଏ ବିପର୍ଯ୍ୟସ୍ତ ଇଟାଲୀର ଶାନ୍ତିଶୃଙ୍ଖଳା ଓ ଆର୍ଥିକ ସ୍ୱଚ୍ଛଳତା ଫେରାଇ ଆଣିବାରେ ସମ୍ପୂର୍ଣ୍ଣ ବିଫଳହୋଇଥିଲେ ?
Answer:
ଇଟାଲୀର ରାଜା ଭିକ୍ଟର ଇମାନୁଏଲ୍‌ ତୃତୀୟ ବିପର୍ଯ୍ୟସ୍ତ ଇଟାଲୀର ଶାନ୍ତିଶୃଙ୍ଖଳା ଓ ଆର୍ଥିକ ସ୍ୱଚ୍ଛଳତା ଫେରାଇ ଆଣିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ ।

୨। ଫାସିବାଦୀ ଆନ୍ଦୋଳନର କର୍ଣ୍ଣଧାର କିଏ ଥିଲେ ?
Answer:
ଫାସିବାଦୀ ଆନ୍ଦୋଳନର କର୍ଣ୍ଣଧାର ବେନିତୋ ମୁସୋଲିନୀ ଥିଲେ ।

୩ । ମୁସୋଲିନୀ କେବେ ଓ କାହିଁକି ଇଟାଲୀର ରାଜଧାନୀ ରୋମ ଅଭିମୁଖେ ଯାତ୍ରା କରିଥିଲେ ?
Answer:
ବଳପୂର୍ବକ କ୍ଷମତା ଅଧିକାର କରି ଏକଚ୍ଛତ୍ର ଶାସନ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ମୁସୋଲିନୀ ୧୯୨୨ ମସିହା ଅକ୍ଟୋବର ୨୮ ତାରିଖ ଦିନ ଇଟାଲୀର ରାଜଧାନୀ ରୋମ୍ ଅଭିମୁଖେ ଯାତ୍ରା କରିଥିଲେ ।

୪ । କିଏ ମୁସୋଲିନୀଙ୍କୁ ଇଟାଲୀରେ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଥିଲେ ?
Answer:
ଇଟାଲୀର ରାଜା ଭିକ୍ଟର ଇମାନୁ ଏଲ ତୃତୀୟ ମୁସୋଲିନୀଙ୍କୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଥିଲେ ।

୫। ଦଳଗୁଡ଼ିକ ଶ୍ରମିକ ଆନ୍ଦୋଳନର ନେତୃତ୍ବ ଦଳଗୁଡ଼ିକ ଶ୍ରମିକ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ?
Answer:
ପ୍ରଥମ ବିଶ୍ଵଯୁଦ୍ଧ ପରେ ଇଉରୋପର ସମାଜବାଦୀ ଓ ସାମ୍ୟବାଦୀ ଦଳଗୁଡ଼ିକ ଶ୍ରମିକ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

BSE Odisha 9th Class History Important Questions Chapter 5 ଫାସୀବାଦ ଓ ନାଜିବାଦର ବିକାଶ

୬ | ଫାସିବାଦର ମୂଳ ଲକ୍ଷ୍ୟ କ’ଣ ଥିଲା ?
Answer:
ହିଂସାତ୍ମକ ପନ୍ଥାଦ୍ୱାରା ଜଣେ କିମ୍ବା ମୁଷ୍ଟିମେୟ ବ୍ୟକ୍ତିଙ୍କ ହାତରେ ସମସ୍ତ କ୍ଷମତା କେନ୍ଦ୍ରୀଭୂତ କରି ଏକଚ୍ଛତ୍ର ଶାସନ ପ୍ରତିଷ୍ଠା କରିବା ଫାସୀବାଦର ମୂଳ ଲକ୍ଷ୍ୟ ଥିଲା ।

୭ । ଜର୍ମାନୀରେ କେତେବେଳେ ଓ କାହା ନେତୃତ୍ବର ନାଜି ଆନ୍ଦୋଳନ ଆରମ୍ଭ ହୋଇଥିଲା ?
Answer:
ପ୍ରଥମ ବିଶ୍ଵଯୁଦ୍ଧ ପରେ ଜର୍ମାନୀର ରାଜନୈତିକ ଅସ୍ଥିରତାର ସୁଯୋଗ ନେଇ ହିଟଲର୍‌ଙ୍କ ନେତୃତ୍ୱରେ ନାଜି ଆନ୍ଦୋଳନ ଆରମ୍ଭ ହୋଇଥିଲା ।

୮ | ‘ମେଁ କାମ୍ପ’ ପୁସ୍ତକ କିଏ ରଚନା କରିଥିଲେ ?
Answer:
‘ମେଁ କାମ୍ପ’ ବା ‘ମୋର ସଂଘର୍ଷ’ ପୁସ୍ତକ ହିଟଲର୍ ରଚନା କରିଥିଲେ ।

୯। କେବେ ହିଟ୍‌ ଲର୍ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ କ୍ଷମତା ନିଜ ହାତକୁ ନେଲେ ?
Answer:
ଜର୍ମାନୀର ତତ୍କାଳୀନ ରାଷ୍ଟ୍ରପତି ହିଣ୍ଡେନ୍‌ବର୍ଗଙ୍କ ମୃତ୍ୟୁପରେ ହିଟ୍ ଲର୍ ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ କ୍ଷମତା ନିଜ ହାତକୁ ନେଲେ ।

୧୦ । କଳାକୁର୍ତ୍ତା ବାହିନୀ କେଉଁମାନଙ୍କୁ କୁହାଯାଉଥିଲା ?
Answer:
ଫାସୀବାଦୀ ଦଳର ତତ୍ତ୍ଵାବଧାନରେ ତାଲିମପ୍ରାପ୍ତ କଳାପୋଷାକ ପିନ୍ଧା ସଶସ୍ତ୍ର ସ୍ଵେଚ୍ଛାସେବକ ବାହିନୀକୁ କଳାକୁର୍ତ୍ତା ବାହିନୀ କୁହାଯାଉଥିଲା ।

୧୧। ହିଟ୍‌ଲର୍ କିପରି ଭାବରେ ଏକାଧାର ରେ ରାଷ୍ଟ୍ରମୁଖ୍ୟ, ଶାସନମୁଖ୍ୟ ଓ ସାମରିକ ବିଭାଗର ସର୍ବୋଚ୍ଚ କର୍ତ୍ତା ହେଲେ ?
Answer:
ରାଷ୍ଟ୍ରପତି ହିଣ୍ଡେବର୍ଗଙ୍କ ମୃତ୍ୟୁ ପରେ ହିଟ୍‌ଲର୍ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରି ଉଭୟ ରାଷ୍ଟ୍ରପତି ଓ ଚାନ୍ସେଲରଙ୍କ କ୍ଷମତା ନିଜ ହାତକୁ ନେବା ସହିତ ଏକାଧାରରେ ଜର୍ମାନୀର ରାଷ୍ଟ୍ରମୁଖ୍ୟ, ଶାସନମୁଖ୍ୟ ଓ ସାମରିକ ବିଭାଗର ସର୍ବୋଚ୍ଚ କର୍ତ୍ତା ହେଲେ ।

BSE Odisha 9th Class History Important Questions Chapter 5 ଫାସୀବାଦ ଓ ନାଜିବାଦର ବିକାଶ

୧୨ । ମୁସୋଲିନୀ ଶାସନଭାର ଗ୍ରହଣ କଲାପରେ ଇଟାଲୀରେ ଶିକ୍ଷା ପଦ୍ଧତିରେ କିପରି ବର୍ତ୍ତନ ଘଟିଲା ?
Answer:
ମୁସୋଲିନୀ ଶାସନଭାର ଗ୍ରହଣ କଲାପରେ ଶିକ୍ଷା ପଦ୍ଧତିକୁ ନିୟନ୍ତ୍ରଣ କରାଗଲା ଓ ସାମରିକ ଶିକ୍ଷାକୁ ବାଧ୍ୟତାମୂଳକ କରାଗଲା ।

୧୩। ଜର୍ମାନୀରେ କେଉଁ ଶାସନର ପତନ ପରେ ସାଧାରଣତନ୍ତ୍ର ପ୍ରତିଷ୍ଠା ହେଲା ?
Answer:
ଜର୍ମାନୀରେ କାଇଜର୍ ଶାସନର ପତନ ପରେ ସାଧାରଣତନ୍ତ୍ର ପ୍ରତିଷ୍ଠା ହେଲା ।

୧୪ । ୧୯୨୯ ରୁ ୧୯୩୩ ମସିହା ମଧ୍ୟରେ ପୃଥ‌ିବୀରେ ବିଭିନ୍ନ ଅଞ୍ଚଳରେ ଦେଖାଦେଇଥ‌ିବା ଉତ୍କଟ ଅର୍ଥନୈତିକ ସଙ୍କଟଦ୍ଵାରା କେଉଁ ଦେଶ ପ୍ରଭାବିତ ହୋଇନଥିଲା ?
Answer:
୧୯୨୯ ରୁ ୧୯୩୩ ମସିହା ମଧ୍ୟରେ ପୃଥ‌ିବୀର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥ‌ିବା ଉତ୍କଟ ଅର୍ଥନୈତିକ ସଙ୍କଟଦ୍ବାରା ରୁଷ୍ ଦେଶ ପ୍ରଭାବିତ ହୋଇନଥିଲା ।

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

୧। କୁରାଢ଼ି ସହିତ କାଠିବିଡ଼ାକୁ କେଉଁ ଦଳ ନିଜର ଦଳୀୟ ସଙ୍କେତ ରୂପେ ବ୍ୟବହାର କରୁଥିଲା ?
Answer:
ଫାସୀବାଦୀ ଦଳ

୨ । ଇଟାଲୀ ଦେଶରେ ଫାସୀବାଦୀ ଆନ୍ଦୋଳନର କର୍ଣ୍ଣଧାର କିଏ ଥିଲେ ?
Answer:
ବେନିତୋ ମୁସୋଲିନୀ

୩ । ପ୍ରଥମ ବିଶ୍ଵ ଯୁଦ୍ଧବେଳେ ମୁ ସୋଲିନୀ କି କାର୍ଯ୍ୟ କରିଥିଲେ ?
Answer:
ସୈନିକ

BSE Odisha 9th Class History Important Questions Chapter 5 ଫାସୀବାଦ ଓ ନାଜିବାଦର ବିକାଶ

୪। ଇଟାଲୀରେ ସମାଜବାଦୀ ଓ ସାମ୍ୟବାଦୀ ଆଦର୍ଶରେ ଅନୁପ୍ରାଣିତ ଶ୍ରମିକ ଆନ୍ଦୋଳନକୁ ଦମନ କରିବାପାଇଁ କେଉଁ ଦଳ ଆଗେଇ ଆସିଥିଲା ?
Answer:
ଫାସୀବାଦୀ ଦଳ

୫। ଫାସୀବାଦୀ ଦଳର ତାଲିମପ୍ରାପ୍ତ ସ୍ଵେଚ୍ଛାସେବକଙ୍କ ସଶସ୍ତ୍ର ବାହିନୀକୁ କ’ଣ କୁହାଗଲା ?
Answer:
କଳାକୁର୍ତ୍ତା ବାହିନୀ

୬ । ଇଟାଲୀର କେଉଁ ରାଜା ଭୟଭୀତ ହୋଇ ମୁସୋଲିନୀଙ୍କୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଥିଲେ ?
Answer:
ଭିକ୍‌ଟର୍ ଇମାନୁଏଲ୍ ତୃତୀୟ

୭। ମୁସୋଲିନୀ କେବେ ଫାସୀବାଦୀ ଦଳ ବ୍ୟତୀତ ଅନ୍ୟ ସମସ୍ତ ରାଜନୈତିକ ଦଳକୁ ବେଆଇନ ଘୋଷଣା କରିଦେଲେ ?
Answer:
୧୯୨୬ ମସିହା

୮। ପ୍ରଥମ ବିଶ୍ଵଯୁଦ୍ଧ ପରେ ଜର୍ମାନୀରେ ଦେଖାଦେଇଥ‌ିବା ଗଣବିପ୍ଳବର ମୁକାବିଲା କରି ନ ପାରି କେଉଁ ସମ୍ରାଟ ଦେଶ ଛାଡ଼ି ନେଦରଲାଣ୍ଡ ଚାଲିଗଲେ ?
Answer:
କାଇଜର ଦ୍ଵିତୀୟ

୯। ପ୍ରଥମ ବିଶ୍ଵଯୁଦ୍ଧ ପରେ ଜର୍ମାନୀରେ ପ୍ରତିଷ୍ଠିତ ସାଧାରଣତନ୍ତ୍ରକୁ କ’ଣ କୁହାଗଲା ?
Answer:
ୱେମର୍ ସାଧାରଣତନ୍ତ୍ର
ଉଇଲିୟମ୍

୧୦ । ହିଟ୍‌ର୍‌ କେଉଁ ଦେଶରେ ଜନ୍ମଗ୍ରହଣ କରିଥିଲେ ?
Answer:
ଅଷ୍ଟ୍ରିଆ

BSE Odisha 9th Class History Important Questions Chapter 5 ଫାସୀବାଦ ଓ ନାଜିବାଦର ବିକାଶ

୧୧ । କେଉଁ ମସିହାରେ ହିଟ୍‌ଲର୍‌ ବଳପୂର୍ବକ ଜର୍ମାନୀର ଶାସନ କ୍ଷମତା ଗ୍ରହଣ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ?
Answer:
୧୯୨୩

୧୨ । ହିଟଲର୍ ତାଙ୍କର କେଉଁ ନୀତି ଯୋଗୁଁ ପୁଞ୍ଜିପତି ଓ ଗଣତନ୍ତ୍ର ବିରୋଧୀ ଶକ୍ତିମାନଙ୍କର ସମର୍ଥନ ଲାଭ କରିଥିଲେ ?
Answer:
ଉଗ୍ର ଜାତୀୟତାବାଦୀ

୧୩ । କ୍ଷମତା ହାସଲ କରିବା ପରେ ହିଟଲର୍ କେଉଁ ସ୍ଥାନରେ ପୁନର୍ବାର ସୈନ୍ୟ ମୁତୟନ କରିଥିଲେ ?
Answer:
ରାଇନ୍ ନଦୀ ଉପତ୍ୟକା

୧୪ । ପୃଥ‌ିବୀର ବିଭିନ୍ନ ଅଞ୍ଚଳରେ ଅର୍ଥନୈତିକ ସଂକଟ ଦେଖାଯାଇଥିବା ସମୟରେ ରୁଷରେ କିଏ ଶାସନ ମୁଖ୍ୟ ଥିଲେ ?
Answer:
ଷ୍ଟାଲିନ୍

୧୫ । ଇଟାଲୀରେ କଳାକୁର୍ତ୍ତା ବାହିନୀ କିଏ ଗଠନ କରିଥିଲେ ?
Answer:
ବେନିତୋ ମୁସୋଲିନୀ

୧୬ । ହିଟ୍‌ଲର କେଉଁମାନଙ୍କୁ ଘୃଣା କରୁଥିଲେ ?
Answer:
ଇହୁ ଦୀମାନ ଙ୍କୁ

୧୭ । କେଉଁ ନଦୀ ଉପତ୍ୟକାରେ ହିଟ୍‌ଲର ପୁନର୍ବାର ସୈନ୍ୟ ମୁତୟନ କରିଥିଲେ ?
Answer:
ରାଇନ୍ ନଦୀ

୧୮ । ହିଟ୍‌ର ଜର୍ମାନୀର ସର୍ବେସର୍ବା ହେବାପରେ କେଉଁ ସଙ୍ଗଠନଗୁଡ଼ିକୁ ଭାଙ୍ଗି ଦେଇଥିଲେ ?
Answer:
ଶ୍ରମିକ ସଙ୍ଗଠନଗୁଡ଼ିକୁ

BSE Odisha 9th Class History Important Questions Chapter 5 ଫାସୀବାଦ ଓ ନାଜିବାଦର ବିକାଶ

୧୯ । କେ ଉଁ ମାନଙ୍କୁ ହିଟ୍‌ର ନୃଶଂସଭାବେ ହତ୍ୟା କରିଥିଲେ ?
Answer:
ଇହୁଦୀମାନଙ୍କୁ

୨୦ । ହିଟ୍‌ର ଶ୍ରମଜୀବୀ ଦଳର ନେତା ହେବାପରେ ଦଳର ନାମ ପରିବର୍ତ୍ତନ କରି କ’ଣ ରଖୁଥିଲେ ?
Answer:
ଜାତୀୟ ସମାଜବାଦୀ ଶ୍ରମିକ ଦଳ / ନାଜି ଦଳ

୨୧ । ଫାସୀବାଦୀ ଶାସନ ପ୍ରତିଷ୍ଠା ପରେ ଇଟାଲୀରେ କେଉଁ ଶିକ୍ଷା ବାଧ୍ୟତାମୂଳକ ହୋଇଥିଲା ?
Answer:
ସାମରିକ ଶିକ୍ଷା

୨୨ । ହିଟ୍‌ଲର୍ ଜେଲ୍‌ରେ ଥ‌ିବାବେଳେ କେଉଁ ପୁସ୍ତକଟି ରଚନା କରିଥିଲେ ?
Answer:
ମେଁ କାମ୍ପ

୨୩। ଇଟାଲୀର କେଉଁଠାରେ ମୁ ସୋଲି ନୀ ଜନ୍ମ ହୋଇଥିଲେ ?
Answer:
ରୋମାନା

୨୪ । କିଏ ‘ମୋର ସଂଘର୍ଷ’ ପୁସ୍ତକ ରଚନା କରିଥିଲେ ?
Answer:
ହିଟ୍‌ର

୨୫ । ପ୍ରଥମ ବିଶ୍ଵଯୁଦ୍ଧ ପରେ କେଉଁ ଆଦର୍ଶବାଦ ଇଟାଲୀରେ ପ୍ରସାରଲାଭ କରିଥିଲା ?
Answer:
ଫାସୀବାଦୀ

୨୬ । କେବେ ଜର୍ମାନୀରେ ନାଜିଦଳ ଗଠିତ ହୋଇଥିଲା ?
Answer:
୧୯୨୧ ମସିହା

BSE Odisha 9th Class History Important Questions Chapter 5 ଫାସୀବାଦ ଓ ନାଜିବାଦର ବିକାଶ

୨୭ । କେଉଁ ସମ୍ରାଟଙ୍କ ପଳାୟନ ପରେ ଜର୍ମାନୀରେ ୱେମର୍ ସାଧାରଣତନ୍ତ୍ର ପ୍ରତିଷ୍ଠିତ ହୋଇଥିଲା ?
Answer:
ଦ୍ଵିତୀୟ ଉଇଲିୟମ୍

୨୮ । କେଉଁ ଦଳର ତାଲିମପ୍ରାପ୍ତ ସ୍ଵେଚ୍ଛାସେବକମାନଙ୍କୁ କଳାକୁର୍ତ୍ତା ବାହିନୀ କୁହାଯାଉଥିଲା ?
Answer:
ଫାସୀବାଦୀ ଦଳ

୨୯ । ମୁସୋଲିନୀ କେବେ ଇଟାଲୀର ରାଜଧାନୀ ରୋମ୍ ଅଭିମୁଖେ ଯାତ୍ରା କରିଥିଲେ ?
Answer:
୧୯୨୨ ଅକ୍ଟୋ।ବର ୨୮ ତାରିଖ

୩୦ । ୧୮୮୩ ମସିହାରେ କେଉଁ ବିପ୍ଳବୀ ଜନ୍ମ ଗ୍ରହଣ କରିଥିଲେ ?
Answer:
ମୁସୋଲିନୀ

C. ଶୂନ୍ୟସ୍ଥାନ ପୂରଣ କର ।

୧। ମୁ ସୋଲିନୀ __________ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ।
Answer:
୧୮୮୩

୨ । __________ ଦଳର ସ୍ଵେଚ୍ଛାସେବକ ବାହିନୀକୁ କଳାକୁର୍ତ୍ତା ବାହିନୀ କୁହାଯାଏ ।
Answer:
ଫାସିବାଦୀ

BSE Odisha 9th Class History Important Questions Chapter 5 ଫାସୀବାଦ ଓ ନାଜିବାଦର ବିକାଶ

୩ । _________ ମସିହାରେ ନାଜିଦଳ ଗଠିତ ହୋଇଥିଲା ।
Answer:
୧୯୨୧

୪ । ‘ଫାସିସ୍’ ଏକ ______________ ଶବ୍ଦ ।
Answer:
ଲାଟିନ୍

୫ । ଫାସିବାଦୀ ଶାସନ ପ୍ରତିଷ୍ଠା ପରେ ଇଟାଲୀରେ ___________ଶିକ୍ଷା ବାଧ୍ୟତାମୂଳକ ହୋଇଥିଲା ।
Answer:
ସାମରିକ

୬ । ହିର୍ଲର୍ ଜେଲ୍‌ରେ ଥିଲାବେଳେ __________ ନାମକ ପୁସ୍ତକଟିଏ ରଚନା କରିଥିଲେ ।
Answer:
ମେଁକାମ୍ଫ

୭ । ହିଂସାତ୍ମକ ପନ୍ଥାଦ୍ୱାରା ଜଣେ କିମ୍ବା ମୁଷ୍ଟିମେୟ ବ୍ୟକ୍ତଙ୍କ ହାତରେ ସମସ୍ତ ଶାସନ କ୍ଷମତା କେନ୍ଦ୍ରୀଭୂତ କରି ଦେଶରେ __________ ଶାସନ ପ୍ରତିଷ୍ଠା କରିବା ଫାସୀବାଦର ମୂଳଲକ୍ଷ୍ୟ ଥିଲା ।
Answer:
ଏକଚ୍ଛତ୍ର

୮ | ମୁସୋଲିନୀ ___________ ମସିହାରେ ଇଟାଲୀର ପ୍ରଧାନମନ୍ତ୍ରୀ ହୋଇଥିଲେ ।
Answer:
୧୯୨୨

୯ । _________ ଦଳ ପରେ ଜାତୀୟ ସମାଜବାଦୀ ଶ୍ରମିକ ଦଳ ବା ନାଜିଦଳ ନାମରେ ପରିଚିତ ହେଲା ।
Answer:
ଶ୍ରମଜୀବୀ

BSE Odisha 9th Class History Important Questions Chapter 5 ଫାସୀବାଦ ଓ ନାଜିବାଦର ବିକାଶ

୧୦ । ୧୮୭୧ ମସିହାରୁ ୧୯୧୮ ମସିହା ପର୍ଯ୍ୟନ୍ତ ଜର୍ମାନୀର ସପ୍ର।ଟମାନଙ୍କୁ __________ ବୋଲି କୁହାଯାଉଥିଲା ।
Answer:
କାଇଜର୍‌

୧୧। ଜର୍ମାନୀରେ _________ ମସିହାରେ ସାଧାରଣ ନିର୍ବ।ଚନ ହୋଇଥିଲା ।
Answer:
୧୯୩୩

୧୨ । ________ ମସିହାରେ ଇଟାଳୀରେ ଫାସୀବାଦୀ ଦଳ ବ୍ୟତୀତ ଅନ୍ୟ ସମସ୍ତ ରାଜନୈତିକ ଦଳକୁ ବେଆଇନ ଘୋଷଣା କରାଯାଇଥିଲା ।
Answer:
୧୯୨୬

୧୩ । ____________ ମସିହାରେ ଯୋଶେଫ୍ ଷ୍ଟାଲିନ୍‌ଙ୍କଦ୍ୱାରା ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ।
Answer:
୧୯୨୮

D. ଠିକ୍ ଉକ୍ତି ପାଇଁ ( ✓) ଓ ଭୁଲ ଉକ୍ତି ପାଇଁ (x) ଲେଖ ।

୧। ଫାସୀବାଦର ମୂଳ ଲକ୍ଷ୍ୟ ହେଲା ହିଂସାତ୍ମକ ଉପାୟରେ ଶାସନ କରିବା ।
୨। ପ୍ରଥମ ବିଶ୍ଵଯୁଦ୍ଧ ପରେ ପ୍ରଥମେ ଜର୍ମାନୀ ଦେଶରେ ଫାସୀବାଦର ବିକାଶ ଘଟିଥିଲା ।
୩ । କଳାକୁର୍ତ୍ତା ବାହିନୀ ମୁଖ୍ୟତଃ ସମାଜବାଦୀ ଓ ସାମ୍ୟବାଦୀମାନଙ୍କୁ ବିରୋଧ କରୁଥିଲା ।
୪। ଇଟାଲୀରେ ୧୯୨୦ ମସିହାରେ ସାଧାରଣ ନିର୍ବାଚନ ହୋଇଥିଲା ।
୫। ଇଟାଲୀରୁ ସାର୍ବଜନୀନ ଭୋଟ୍ ବ୍ୟବସ୍ଥା ହିଟଲର୍ ଉଠାଇ ଦେଇଥିଲେ ।
୬। ଆଡ଼ଲଫ୍ ହିଟ୍‌ର୍ ଜର୍ମାନୀ ଦେଶରେ ଜନ୍ମଗ୍ରହଣି କରିଥିଲେ ।
୭। ‘ମୋର ସଂଘର୍ଷ’ ପୁସ୍ତକ ହିଟ୍‌ଲର୍ ରଚନା କରିଥିଲେ ।
୮। ଇଂରାଜୀ ଭାଷାରୁ ‘ଫାସିସ୍’ ଶବ୍ଦଟି ଆସିଅଛି ।
୯ । ପ୍ୟାରିସ୍ ଶାନ୍ତି ସମ୍ମିଳନୀରେ ଜର୍ମାନୀ ନିରାଶ ହୋଇଥିଲେ ।
୧୦ । ମୁସୋଲିନୀ ଲକ୍ଷ ଲକ୍ଷ ଇହୁଦୀମାନଙ୍କୁ ନୃଶଂସ ଭାବରେ ହତ୍ୟା କରିଥିଲେ ।

BSE Odisha 9th Class History Important Questions Chapter 5 ଫାସୀବାଦ ଓ ନାଜିବାଦର ବିକାଶ

Answer:
୧। (✓)
୨ । (x)
୩ । (✓ )
୪ । (x)
୫ । (x)
୬ । (x)
୭ | (✓)
୮ । (x)
୯ । (x)
୧୦ । (x)

E. ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେ ।

‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେ । Chapter 5
‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେ । Chapter 5.1

F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।

୧। ମୁସୋଲିନ୍ ୧୮୮୨ ମସିହାରେ ଜନ୍ମଗ୍ରହଣ କରିଥିଲେ ।
Answer:
୧୮୮୩

୨। ନାଜିଦଳର ସ୍ଵେଚ୍ଛାସେବକମାନଙ୍କୁ ନେଇ କଳାକୁର୍ତ୍ତା ବାହିନୀ ଗଠନ କରାଯାଇଥିଲା ।
Answer:
ଫାସିବାଦୀ

୩ । ମୁସୋଲିନୀ ୧୯୨୦ ମସିହାରେ ଇଟାଲୀର ପ୍ରଧାନମନ୍ତ୍ରୀ ହୋଇଥିଲେ ।
Answer:
୧୯୨୨

BSE Odisha 9th Class History Important Questions Chapter 5 ଫାସୀବାଦ ଓ ନାଜିବାଦର ବିକାଶ

୪ । ଇଟାଲୀର ରୋମ୍ ସହରରେ ମୁସୋଲିନୀ ଜନ୍ମଗ୍ରହଣ କରିଥିଲେ ।
Answer:
ରୋମାନା

୫। ପଞ୍ଚବାର୍ଷିକ ଯୋଜନାର ପ୍ରବର୍ତ୍ତକ ଥିଲେ ବିନେତୋ ମୁସୋଲିନୀ ।
Answer:
ଯୋଶେଫ୍ ଷ୍ଟାଲିନ୍

୬। କାଇଜର ଦ୍ଵିତୀୟ ଉଇଲିୟମ୍ ଇଟାଲୀ ଦେଶର ଶାସକ ଥିଲେ ।
Answer:
ଜର୍ମାନୀ

୭। ଇହୁଦୀମାନଙ୍କୁ ମୁସୋଲିନୀ ନୃଶଂସଭାବେ ହତ୍ୟା କରିଥିଲେ ।
Answer:
ହିଟଲର

୮। ପ୍ରଥମ ବିଶ୍ୱଯୁଦ୍ଧବେଳେ ହିଟଲର ଜଣେ ସେନାପତି ଭାବରେ ଯୁଦ୍ଧରେ ଯୋଗ ଦେଇଥିଲେ ।
Answer:
ସୈନିକ

୯ । କୁରାଢ଼ି ସହ କାଠିବିଡ଼ା ନାଜିଦଳରୁ ସଙ୍କେତ ଥିଲା ।
Answer:
ଫାସୀବାଦୀ ଦଳର

୧୦ । ରୁଷିଆରେ ପଞ୍ଚବାର୍ଷିକ ଯୋଜନା ୧୯୨୦ ମସିହାରେ ନୂତନଭାବେ ପ୍ରବର୍ତ୍ତନ କରାଯାଇଥିଲା ।
Answer:
୧୯୨୮

୧୧ । ନାଜିଦଳର ଚିନ୍ତାଧାରା, ଆଦର୍ଶ ଓ କାର୍ଯ୍ୟକ୍ରମ ମୋର ଅଭିଜ୍ଞତା ପୁସ୍ତକରେ ପ୍ରକାଶ ପାଇଥିଲା ।
Answer:
ମୋର ସଂଘର୍ଷ

BSE Odisha 9th Class History Important Questions Chapter 5 ଫାସୀବାଦ ଓ ନାଜିବାଦର ବିକାଶ

୧୨ । ପ୍ରଥମ ବିଶ୍ଵଯୁଦ୍ଧରେ ରୁଷିଆ କେନ୍ଦ୍ରଶକ୍ତି ସପକ୍ଷରେ ଯୋଗ ଦେଇଥିଲା ।
Answer:
ମିତ୍ରଶକ୍ତି

G. ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ହିଟ୍‌ର କେଉଁମାନଙ୍କୁ ଘୃଣା କରୁଥିଲେ ?
(A) ମୁସଲମାନ
(B) ଖ୍ରୀଷ୍ଟିଆନ
(C) ପାର୍ସୀ
(D) ଇହୁଦୀ
Answer:
(D) ଇହୁଦୀ

Question 2.
କେଉଁ ନଦୀ ଉପରେ ହିଟ୍‌ଲର ପୁନର୍ବାର ସୈନ୍ୟ ମୁତୟନ କରିଥିଲେ ?
(A) ନେଭା
(B) ଭଲ୍‌ଗା
(C) ରେନା
(D) ରାଇନ୍
Answer:
(C) ରେନା

Question 3.
ହିଟ୍‌ର ଜର୍ମାନୀର ସର୍ବେସର୍ବା ହେବାପରେ କେଉଁ ସଙ୍ଗଠନଗୁଡ଼ିକୁ ଭାଙ୍ଗି ଦେଇଥିଲେ ?
(A) ନାରୀ ସଙ୍ଗଠନ
(B) ଶିକ୍ଷକ ସଙ୍ଗଠନ
(C) ଶ୍ରମିକ ସଙ୍ଗଠନ
(D) ମୂଲିଆ ସଂଘ
Answer:
(C) ଶ୍ରମିକ ସଙ୍ଗଠନ

BSE Odisha 9th Class History Important Questions Chapter 5 ଫାସୀବାଦ ଓ ନାଜିବାଦର ବିକାଶ

Question 4.
କେଉଁମାନଙ୍କୁ ହିଟ୍‌ର ନୃଶଂସଭାବେ ହତ୍ୟା କରିଥିଲେ ?
(A) ଖ୍ରୀଷ୍ଟିଆନ
(B) ପାର୍ସୀ
(C) ଇହୁଦୀ
(D) ଜୋରାଷ୍ଟର
Answer:
(C) ଇହୁଦୀ

Question 5.
ଇଟାଲୀର ‘କଳାକୁର୍ତ୍ତାବାହିନୀ’ କିଏ ଗଠନ କରିଥିଲେ ?
(A) ଭିକ୍ଟର ଇମାନୁଏଲ
(B) ତୃତୀୟ ଉଇଲିୟମ୍
(C) ମୁସୋଲିନ୍
(D) ହିଟ୍‌ର
Answer:
(C) ମୁସୋଲିନ୍

Question 6.
ଫାସୀବାଦୀ ଶାସନ ପ୍ରତିଷ୍ଠା ପରେ ଇଟାଲୀରେ କେଉଁ ଶିକ୍ଷା ବାଧ୍ୟତାମୂଳକ ହୋଇଥିଲା ?
(A) ପ୍ରାଥମିକ ଶିକ୍ଷା
(B) ସାମରିକ ଶିକ୍ଷା
(C) ଇଂରାଜୀ ଭାଷା ଶିକ୍ଷା
(D) ଲାଟିନ୍ ଭାଷା ଶିକ୍ଷା
Answer:
(B) ସାମରିକ ଶିକ୍ଷା

Question 7.
ଇଟାଲୀର ନିମ୍ନୋକ୍ତ କେଉଁଠାରେ ମୁସୋଲିନୀ ଜନ୍ମ ହୋଇଥିଲେ ?
(A) ସିସିଲି
(B) ରୋମ୍
(C) ରୋମାନ
(D) ଜୁରିଚ୍
Answer:
(C) ରୋମାନ

Question 8.
କିଏ ‘ମୋର ସଂଘର୍ଷ’ ପୁସ୍ତକ ରଚନା କରିଥିଲେ ?
(A) ରୁଜୁଭେଲଟ୍
(B) କାଂଶିଟନ୍
(C) ଆବ୍ରାହମ୍ ଲିଙ୍କନ୍
(D) ହିଟ୍‌ର୍
Answer:
(D) ହିଟ୍‌ର୍

BSE Odisha 9th Class History Important Questions Chapter 5 ଫାସୀବାଦ ଓ ନାଜିବାଦର ବିକାଶ

Question 9.
ପ୍ରଥମ ବିଶ୍ଵଯୁଦ୍ଧ ପରେ ନିମ୍ନୋକ୍ତ କେଉଁ ଆଦର୍ଶବାଦ ଇଟାଲୀରେ ପ୍ରସାରଲାଭ କରିଥିଲା ?
(A) ନାଜିବାଦ
(B) ଫାସୀବାଦ
(C) ସାମ୍ୟବାଦ
(D) ସମାଜବାଦ
Answer:
(B) ଫାସୀବାଦ

Question 10.
କେବେ ଜର୍ମାନୀରେ ନାଜିଦଳ ଗଠିତ ହୋଇଥିଲା ?
(A) ୧୯୨୦
(B) ୧୯୨୧
(C) ୧୯୨୨
(D) ୧୯୨୪
Answer:
(B) ୧୯୨୧

Question 11.
ନିମ୍ନୋକ୍ତ କେଉଁ ସମ୍ରାଟଙ୍କ ପଳାୟନ ପରେ ଜର୍ମାନୀରେ ୱେମର୍ ସାଧାରଣତନ୍ତ୍ର ପ୍ରତିଷ୍ଠିତ ହୋଇଥିଲା ?
(A) ପ୍ରଥମ ଉଇଲିୟମ୍
(B) ତୃତୀୟ ଉଇଲିୟମ୍
(C) ଚତୁର୍ଥ ଉଇଲିୟମ୍
(D) ଦ୍ଵିତୀୟ ଉଇଲିୟମ୍
Answer:
(D) ଦ୍ଵିତୀୟ ଉଇଲିୟମ୍

Question 12.
କେଉଁ ଦଳର ତାଲିମପ୍ରାପ୍ତ ସ୍ଵେଚ୍ଛାସେବକମାନଙ୍କୁ କଳାକୁର୍ତ୍ତା ବାହିନୀ କୁହାଯାଉଥିଲା ?
(A) ନାଜିବାଦୀ
(B) ଫାସୀବାଦୀ
(C) ସାମ୍ୟବାଦୀ
(D) ସମାଜବାଦୀ
Answer:
(B) ଫାସୀବାଦୀ

BSE Odisha 9th Class History Important Questions Chapter 5 ଫାସୀବାଦ ଓ ନାଜିବାଦର ବିକାଶ

Question 13.
୧୮୮୩ ମସିହାରେ କେଉଁ ବିପ୍ଳବୀ ଜନ୍ମ ଗ୍ରହଣ କରିଥିଲେ ?
(A) ଲେନିନ୍
(B) ଜର୍ଜ ବାଂଶିଟନ୍
(C) ହିଟ୍‌ର୍
(D) ମୁସୋଲିନୀ
Answer:
(D) ମୁସୋଲିନୀ

Question 14.
କାଇଜର ଦ୍ବିତୀୟ ଉଇଲିୟମ୍ କେଉଁ ଦେଶର ଶାସକ ଥିଲେ ?
(A) ଫ୍ରାନ୍ସ
(B) ଇଟାଲୀ
(C) ତୁର୍କୀ
(D) ଜର୍ମାନୀ
Answer:
(D) ଜର୍ମାନୀ

Question 15.
ଉଗ୍ର ଜାତୀୟତାବାଦ କେଉଁ ଚିନ୍ତାଧାରାକୁ ସୂଚାଏ ?
(A) ସାମ୍ୟବାଦ
(B) ଫାସୀବାଦ
(C) ସମାଜବାଦ
(D) ସାମନ୍ତବାଦ
Answer:
(B) ଫାସୀବାଦ

Question 16.
ପ୍ରଥମ ବିଶ୍ଵଯୁଦ୍ଧ ପରେ କେଉଁ ଦେଶରେ ପ୍ରଥମେ
(A) ଫ୍ରାନ୍ସ
(B) ଇଂଲଣ୍ଡ
(C) ଇଟାଲୀ
(D) ରୁଷିଆ
Answer:
(C) ଇଟାଲୀ

Question 17.
କେଉଁ ଭାଷାରୁ ଫାସିସ୍ ଶବ୍ଦଟି ଆସିଛି ?
(A) ସଂସ୍କୃତ
(B) ଲାଟିନ୍
(C) ଇଂରାଜୀ
(D) ଜର୍ମାନୀ
Answer:
(B) ଲାଟିନ୍

BSE Odisha 9th Class History Important Questions Chapter 5 ଫାସୀବାଦ ଓ ନାଜିବାଦର ବିକାଶ

Question 18.
କୁରାଢ଼ୀ ସହିତ କାଠିବିଡ଼ାକୁ କେଉଁଦଳ ନିଜର ଦଳୀୟ ସଙ୍କେତ ରୂପେ ବ୍ୟବହାର କରୁଥିଲା ?
(A) ସମାଜବାଦୀ ଦଳ
(B) କମ୍ୟୁନିଷ୍ଟ ଦଳ
(C) ଶ୍ରମିକ ଦଳ
(D) ଫାସୀବାଦୀ ଦଳ
Answer:
(D) ଫାସୀବାଦୀ ଦଳ

Question 19.
ପ୍ରଥମ ବିଶ୍ଵ ୟୁଦ୍ଧ ବେଳେ ମୁସୋଲିନୀ କି କାର୍ଯ୍ୟ କରିଥିଲେ ?
(A) ସୈନିକ
(B) ମେଜର
(C) ସେନାଧ୍ଯକ୍ଷ
(D) ଜାହାଜର କପ୍ତାନ୍
Answer:
(A) ସୈନିକ

Question 20.
ଇଟାଲୀରେ ସମାଜବାଦୀ ଓ ସାମ୍ୟବାଦୀ ଆଦର୍ଶରେ କେଉଁ ଦଳ ଆଗେଇ ଆସିଥିଲା ?
(A) ସାମ୍ୟବାଦୀ ଦଳ
(B) ଫାସୀବାଦୀ ଦଳ
(C) ଏକଚ୍ଛତ୍ରବାଦୀ ଦଳ
(D) ବଲ୍‌ସେଭିକ୍ ଦଳ
Answer:
(B) ଫାସୀବାଦୀ ଦଳ

Question 21.
ଫାସୀବାଦୀ ଦଳର ତାଲିମପ୍ରାପ୍ତ ସ୍ଵେଚ୍ଛାସେବକଙ୍କ ସଶସ୍ତ୍ର ବାହିନୀକୁ କ’ଣ କୁହାଗଲା ?
(A) ଲାଲକୁର୍ତ୍ତା ବାହିନୀ
(B) କଳାକୁର୍ତ୍ତା ବାହିନୀ
(C) ସବୁଜ ବାହିନୀ
(D) ସିଂହ ବାହିନୀ
Answer:
(B) କଳାକୁର୍ତ୍ତା ବାହିନୀ

BSE Odisha 9th Class History Important Questions Chapter 5 ଫାସୀବାଦ ଓ ନାଜିବାଦର ବିକାଶ

Question 22.
ହିଟ୍‌ଲର୍ କେଉଁ ଦେଶରେ ଜନ୍ମଗ୍ରହଣ କରିଥିଲେ ?
(A) ଅଷ୍ଟ୍ରିଆ
(B) ଜର୍ମାନୀ
(C) ୟୁଗୋସ୍ଲୋଭିଆ
(D) ଫ୍ରାନ୍ସ
Answer:
(A) ଅଷ୍ଟ୍ରିଆ

BSE Odisha 8th Class History Solutions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

Odisha State Board BSE Odisha 8th Class History Solutions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ Textbook Exercise Questions and Answers.

BSE Odisha Class 8 History Solutions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୧। ପ୍ରାୟ ୭୫ଟି ଶବ୍ଦରେ ଉତ୍ତର ଦିଅ ।

(କ) ସାମାଜିକ ସଂସ୍କାର ଆନ୍ଦୋଳନ କାହିଁକି ଆରମ୍ଭ ହୋଇଥିଲା ?
Answer:
ସମାଜର କୁସଂସ୍କାର ପ୍ରଥା :-

  • ଦୀର୍ଘଦିନରୁ ଭାରତର ସାମାଜିକ ଜୀବନରେ ଜାତିପ୍ରଥା, ବାଲ୍ୟ ବିବାହ, ସତୀଦାହ ପ୍ରଥା ତଥା ନରବଳି ଆଦି ନାନା କୁସଂସ୍କାର ପ୍ରଚଳିତ ଥିଲା ।
  • ଇଂରେଜମାନେ ଦେଶର ଅବନତି ପାଇଁ ଏହି ପ୍ରଥାଗୁଡ଼ିକୁ ଦାୟୀ କଲେ । କାରଣ ସେଗୁଡ଼ିକ ପଛରେ କୌଣସି ବିଜ୍ଞାନସମ୍ମତ ଯୁକ୍ତି ନଥିଲା ।
  • ଭାରତ ଭଳି ଏକ ବିଶାଳ ଉପନିବେଶକୁ ପାଶ୍ଚାତ୍ୟ ସଂସ୍କୃତିର ଅନୁଗାମୀ କରିବା ନିମନ୍ତେ ଭାରତର ସାମାଜିକ ପରମ୍ପରାରେ ଇଂରେଜମାନଙ୍କୁ ହସ୍ତକ୍ଷେପ କରିବାର ଆବଶ୍ୟକତା ପଡ଼ିଲା ।

ଶିକ୍ଷିତ ବୁଦ୍ଧିଜୀବୀଙ୍କ ଆବିର୍ଭାବ :

  • ଇଂରେଜ ସରକାରଙ୍କ ନୂଆ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ଫଳରେ ଉନବିଂଶ ଶତାବ୍ଦୀରେ ଦେଶରେ ଏକ ଆଧୁନିକ ଶିକ୍ଷିତ ବୁଦ୍ଧିଜୀବୀ ବର୍ଗର ଅଭ୍ୟୁଦୟ ହେଲା । ସେମାନେ ଦେଶର ଉନ୍ନତି ପାଇଁ ସାମାଜିକ କୁସଂସ୍କାରଗୁଡ଼ିକର ବିଲୋପ ସାଧନ ଏକାନ୍ତ ଆବଶ୍ୟକ ବୋଲି ହୃଦୟଙ୍ଗମ କଲେ ।
  • ଏହି ସମୟରେ ଭାରତରେ ରାଜା ରାମମୋହନ ରାୟ, ଈଶ୍ଵରଚନ୍ଦ୍ର ବିଦ୍ୟାସାଗର, ଦୟାନନ୍ଦ ସରସ୍ଵତୀ, ସ୍ଵାମୀ ବିବେକାନନ୍ଦ, ମହାଦେବ ଗୋବିନ୍ଦ ରାଣାଡ଼େ ପ୍ରଭୃତି ଏସବୁ କୁସଂସ୍କାର ବିଲୋପ ପାଇଁ ଜନସଚେତନତା ସୃଷ୍ଟିକଲେ ଓ ସେସବୁ ଉଚ୍ଛେଦ ପାଇଁ ସରକାରଙ୍କୁ ସହଯୋଗ କଲେ । ଫଳରେ ଭାରତରେ ସାମାଜିକ ସଂସ୍କାର ଆନ୍ଦୋଳନ ଆରମ୍ଭ ହେଲା ।

BSE Odisha 8th Class History Solutions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

(ଖ) ଓଡ଼ିଶାରେ ସମାଜ ସଂସ୍କାର ଆନ୍ଦୋଳନ ଉପରେ ଏକ ଟିପ୍‌ପଣୀ ଲେଖ ।
Answer:
ଓଡ଼ିଶାର ସମାଜ ସଂସ୍କାରକଗଣ :

  1. ଊନବିଂଶ ଶତାବ୍ଦୀରେ ଚାଲିଥିବା ସମାଜ ସଂସ୍କାର ଆନ୍ଦୋଳନର ପ୍ରଭାବ ଓଡ଼ିଶାରେ ଅନୁଭୂତ ହୋଇଥିଲା ।
  2. ଓଡ଼ିଶାରେ ଫକୀରମୋହନ ସେନାପତି, ମଧୁସୂଦନ ରାଓ ଓ ପ୍ୟାରୀମୋହନ ଆଚାର୍ଯ୍ୟ ଆଦି ନିଜ ରଚନା ମାଧ୍ୟମରେ ବାଲ୍ୟବିବାହର ତୀବ୍ର ବିରୋଧ କରିଥିଲେ ଏବଂ ବିଧବା ବିବାହ, ନାରୀଶିକ୍ଷା ଏବଂ ମାତୃଭାଷା ମାଧ୍ୟମରେ ଶିକ୍ଷାର ପ୍ରସାର ପାଇଁ ଯୁକ୍ତି କରିଥିଲେ ।

ନୂତନ ବିଦ୍ୟାଳୟ ସ୍ଥାପନ :

  1. ଊନବିଂଶ ଶତାବ୍ଦୀର ଉତ୍ତରାଦ୍ଧରେ ହରିହର ଦାସଶର୍ମା ନାମକ ଜଣେ ପଣ୍ଡିତ ସଂସ୍କୃତ ସହିତ ଇଂରାଜୀ, ଗ୍ରୀକ୍, ଲାଟିନ୍ ଆଦି ଭାଷାର ଶିକ୍ଷାପାଇଁ ପୁରୀଠାରେ ଏକ ନୂତନ ଧରଣର ସଂସ୍କୃତ ବିଦ୍ୟାଳୟ ସ୍ଥାପନ କରିଥିଲେ ।
  2. ସେତେବେଳେ ଓଡ଼ିଶାରେ ରକ୍ଷଣଶୀଳ ହିନ୍ଦୁମାନେ କାଗଜ ଓ କଲମ ସାହାଯ୍ୟରେ ଅଧ୍ୟୟନ କଲେ ଜାତି ଯିବ ବୋଲି କହୁଥିଲେ ।
  3. ଏହା ବିରୁଦ୍ଧରେ ହରିହର ଲୋକମାନଙ୍କୁ କାଗଜ କଲମ ବ୍ୟବହାର କରିବାକୁ ଉତ୍ସାହିତ କରିଥିଲେ ।

(ଗ) ବିଜ୍ଞାନ ଓ ବୈଷୟିକ ଶିକ୍ଷା ପ୍ରତି ଇଂରେଜମାନଙ୍କ ମନୋଭାବ ସମ୍ପର୍କରେ ଆଲୋଚନା କର ।
Answer:
ବିଶ୍ବବିଦ୍ୟାଳୟ ସ୍ଥାପନ :

  • ଔପନିବେଶିକ ସ୍ଵାର୍ଥସିଦ୍ଧି ନିମନ୍ତେ ଭାରତରେ ଆଧୁନିକ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ହୋଇଥିଲା । ତେଣୁ ଇଂରେଜ ସରକାର ବିଜ୍ଞାନ ଓ ବୈଷୟିକ ଶିକ୍ଷା ପ୍ରତି ଯଥେଷ୍ଟ ଧ୍ୟାନ ଦେଇନଥିଲେ । ୧୮୯୯ରେ ପ୍ରଥମକରି ବମ୍ବେ ବିଶ୍ଵବିଦ୍ୟାଳୟରେ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ଶିକ୍ଷା ଦିଆଗଲା ।
  • ସେତେବେଳେ ସ୍କୁଲ ପରି କଲେଜରେ ମଧ୍ୟ ଜଣେ ବିଜ୍ଞାନ ଅଧ୍ୟାପକ ପଦାର୍ଥ ବିଜ୍ଞାନ, ରସାୟନ ବିଦ୍ୟା, ଜୀବ ବିଜ୍ଞାନ ଆଦି ବିଜ୍ଞାନର ସବୁ ବିଷୟକୁ ପଢ଼ାଉଥିଲେ ।
  • ୧୮୭୫ ମସିହା ସୁଦ୍ଧା ସାରା ଦେଶରେ କେବଳ ବମ୍ବେ, ମାନ୍ଦ୍ରାଜ୍ କଲିକତାରେ ତିନୋଟି ମେଡ଼ିକାଲ କଲେଜ ରହିଥିଲା ଏବଂ ୧୮୭୬ରେ କଟକରେ ଏକ ମେଡ଼ିକାଲ ସ୍କୁଲ ଆରମ୍ଭ ହୋଇଥିଲା ।

ଇଞ୍ଜିନିୟରିଂ କଲେଜ ସ୍ଥାପନ :

  • ଇଂରେଜ ଶାସନରେ ବୈଷୟିକ ଶିକ୍ଷା ବିଶେଷ ପ୍ରଗତି କରିନଥିଲା । ଉତ୍ତର ପ୍ରଦେଶର ରୁର୍କିଠାରେ ଏକ ଇଞ୍ଜିନିୟରିଂ କଲେଜ ସ୍ଥାପନ କରାଯାଇଥିଲା ଯେଉଁଠି କେବଳ ଇଉରୋପୀୟ ଛାତ୍ରଙ୍କ ପାଇଁ ପ୍ରବେଶାଧୂର ରହିଥିଲା ।
  • ୧୯୩୦ ମସିହା ସୁଦ୍ଧା ସମଗ୍ର ଦେଶରେ ମାତ୍ର ୧୦ଟି ଇଞ୍ଜିନିୟରିଂ କଲେଜ ଥିଲା । ମାତ୍ର ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ ଇଞ୍ଜିନିୟରିଂ ପାଠର ଆବଶ୍ୟକତାକୁ ଅନୁଭବ କରି ଇଂରେଜ ସରକାର ଅନେକ ଇଞ୍ଜିନିୟରିଂ କଲେଜ ସ୍ଥାପନ କରିବାକୁ ବାଧ୍ୟ ହୋଇଥିଲେ ।

BSE Odisha 8th Class History Solutions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

(ଘ) ଇଂରେଜ ଶାସନ କାଳରେ ଶିକ୍ଷା ସମ୍ବନ୍ଧରେ ଇଂରେଜମାନଙ୍କ ମଧ୍ୟରେ ଚାଲିଥିବା ବିତର୍କର ଦିଅ ।
Answer:
ଶିକ୍ଷାନୀତିକୁ ନେଇ ବିତର୍କ :

  1. ଊନବିଂଶ ଶତାବ୍ଦୀର ତୃତୀୟ, ଚତୁର୍ଥ ଦଶକରେ ଭାରତରେ କେଉଁ ପ୍ରକାର ଶିକ୍ଷାନୀତି ପ୍ରଚଳନ ହେବ ସେଥ୍‌ପାଇଁ ଇଂଲଣ୍ଡର ବୁଦ୍ଧିଜୀବୀ ମହଲରେ ଘୋର ତର୍କବିତର୍କ ହୋଇଥିଲା ।
  2. ଗୋଟିଏ ଗୋଷ୍ଠୀ ଯୁକ୍ତି କଲେ ଯେ ଭାରତରେ ଆଧୁନିକ ପାଶ୍ଚାତ୍ୟ ଶିକ୍ଷାର ପ୍ରସାର କରାଗଲେ ଏହାଦ୍ଵାରା ଆଧୁନିକ ବିଜ୍ଞାନ ଓ ସମାଜଶାସ୍ତ୍ର ସମ୍ବନ୍ଧୀୟ ଜ୍ଞାନ ଆହରଣ ସହଜ ହେବ । ଏହି ଶିକ୍ଷା ପାଇବାଦ୍ୱାରା ଭାରତୀୟମାନେ ଇଂରେଜ ସଂସ୍କୃତି ପ୍ରତି ଆକୃଷ୍ଟ ହେବେ ଏବଂ ଆଧୁନିକ ଶିକ୍ଷିତ ଗୋଷ୍ଠୀର ସହାୟତାରେ ଭାରତରେ ଇଂରେଜ ସାମ୍ରାଜ୍ୟ ସୁଦୃଢ଼ ହେବ ।
  3. ଅନ୍ୟପକ୍ଷରେ ଦ୍ବିତୀୟ ଗୋଷ୍ଠୀର ବୁଦ୍ଧିଜୀବୀ କହୁଥିଲେ ଯେ ଭାରତରେ ପାରମ୍ପରିକ ଦେଶୀୟ ଶିକ୍ଷା ଅବ୍ୟାହତ ରହିବା ଉଚିତ । କାରଣ ଆଧୁନିକ ଶିକ୍ଷାର ସଂସ୍ପର୍ଶରେ ଆସିଲେ ଭାରତୀୟମାନେ ସ୍ବାଧୀନତା ଓ ଗଣତନ୍ତ୍ରର ଚିନ୍ତାଧାରାରେ ଅନୁପ୍ରାଣିତ ହେବେ ଏବଂ ଇଂରେଜ ସରକାରଙ୍କର ବିରୁଦ୍ଧାଚରଣ କରିବେ ।

ମାତୃଭାଷା ଉପରେ ଗୁରୁତ୍ଵ :

  • ପୁନଶ୍ଚ ଆଧୁନିକ ଶିକ୍ଷା ନାମରେ ଲୋକମାନଙ୍କର ପରମ୍ପରାରେ ହସ୍ତକ୍ଷେପ କରାଗଲେ ଭାରତୀୟମାନେ ସହ୍ୟ କରିପାରିବେ ନାହିଁ । ଏହିପରି ଉଭୟ ବୁଦ୍ଧିଜୀବୀ ଗୋଷ୍ଠୀ ଇଂରେଜ ସାମ୍ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖ୍ ଯୁକ୍ତି ବାଢ଼ିଲେ ।
  • ଆଧୁନିକ ଶିକ୍ଷା ପାଇଁ ଇଂରାଜୀ ବଦଳରେ ମାତୃଭାଷା ମାଧମ ହେଲେ ଶିକ୍ଷାଗ୍ରହଣ ଯେ ସହଜ ହେବ ଏହା ସେମାନେ ବୁଝିପାରିଲେ ନାହିଁ ।

(ଙ) ସ୍ଵାମୀ ବିବେକାନନ୍ଦଙ୍କ ବିଚାରଧାରା ବିଶ୍ଳେଷଣ କର ।
Answer:
ରାମକୃଷ୍ଣ ମିଶନ ପ୍ରତିଷ୍ଠା :

  • ୧୮୯୭ ମସିହାରେ ସ୍ଵାମୀ ବିବେକାନନ୍ଦ ସମାଜ ସଂସ୍କାର ନିମନ୍ତେ ରାମକୃଷ୍ଣ ମିଶନ ପ୍ରତିଷ୍ଠା କରିଥିଲେ ।
  • ସେ ଥିଲେ ଜଣେ ମାନବବାଦୀ । ତାଙ୍କ ମତରେ “ମାନବ ସେବା ହିଁ ଈଶ୍ଵରସେବା’’ ।
  • ସମାଜରେ ସମାନତା, ବ୍ୟକ୍ତି ସ୍ଵାଧୀନତା ଓ ମୁକ୍ତ ବିଚାରକୁ ମହତ୍ତ୍ବ ଦେବାକୁ ହେଲେ ଜାତିପ୍ରଥା, କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ବିରୋଧ କରିବାକୁ ହେବ ବୋଲି ସେ ଯୁକ୍ତି କରୁଥିଲେ ।

ସଂସ୍କାରମୂଳକ କାର୍ଯ୍ୟ :

  • ଜନସେବାକୁ ଧର୍ମସଂସ୍କାରର ମୂଳ ଆଧାରରୂପେ ପ୍ରତିଷ୍ଠା କରିବାକୁ ରାମକୃଷ୍ଣ ମିଶନ ଲକ୍ଷ୍ୟ ରଖିଲା ।
  • ତେଣୁ ଏହା ବହୁ ସଂଖ୍ୟାରେ ବିଦ୍ୟାଳୟ, ଚିକିତ୍ସାଳୟ, ପାଠାଗାର ତଥା ଅନାଥାଶ୍ରମମାନ ସ୍ଥାପନ କରିଥିଲେ ।

BSE Odisha 8th Class History Solutions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୨। ନିମ୍ନଲିଖୂ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ଟି ଶବ୍ଦରେ ଦିଅ ।

(କ) ସତୀପ୍ରଥା କ’ଣ ?
Answer:

  • ଉତ୍ତର ଭାରତ ଓ ବଙ୍ଗ ପ୍ରଦେଶର କୁଳୀନ ଓ ଉଚ୍ଚବର୍ଗରେ ମୃତ ପତିର ଚିତାରେ ପତ୍ନୀକୁ ଆତ୍ମହ କରିବାକୁ ପଡୁଥିଲା । ଏଭଳି ଦାହ ହେଉଥ‌ିବା ପତ୍ନୀକୁ ସତୀ କୁହାଯାଉଥିଲା ।
  • ଏହି ପ୍ରଥାକୁ ସତୀପ୍ରଥା କୁହାଯାଉଥିଲା। ଏହା ଏକ ସାମାଜିକ କୁସଂସ୍କାର ଥିଲା ।

(ଖ) କନ୍ୟା ହତ୍ୟାର ପ୍ରମୁଖ କାରଣ ଦର୍ଶାଅ ।
Answer:

  1. ଯୁଦ୍ଧରେ ପୁରୁଷମାନେ ବହୁସଂଖ୍ୟାରେ ନିହତ ହେଉଥିବାରୁ କନ୍ୟାର ବିବାହକୁ ଏକ ସମସ୍ୟା ବୋଲି ମନେ କରାଯାଉଥିଲା । ଯୌତୁକ ମଧ୍ଯ କନ୍ୟାର ବିବାହ ପାଇଁ ଏକ ବାଧକ ଥିଲା ।
  2. କୃଷି ପାଇଁ ଆବଶ୍ୟକ କଠିନ ପରିଶ୍ରମ କରିବାକୁ ମଧ୍ଯ କନ୍ୟା ସନ୍ତାନଟି ଉପଯୋଗୀ ନୁହେଁ ବୋଲି ମନେ କରାଯାଉଥିଲା । ତେଣୁ ରାଜପୁତ ଓ ଅନ୍ୟ କେତେକ ଜାତିରେ କନ୍ୟାକୁ ଶିଶୁ ଅବସ୍ଥାରେ ହତ୍ୟା କରିବା ଏକପ୍ରକାର ପ୍ରଥାରେ ପରିଣତ ହୋଇଥିଲା ।

(ଗ) ବ୍ରାହ୍ମ ସମାଜ ପ୍ରତିଷ୍ଠା ପଛରେ କି ପ୍ରମୁଖ ଉଦ୍ଦେଶ୍ୟ ରହିଥିଲା ?
Answer:

  • ଧର୍ମରେ କୁସଂସ୍କାରଗୁଡ଼ିକର ଅନୁପ୍ରବେଶ ଭାରତୀୟ ସମାଜର ଦୁର୍ଗତି ପାଇଁ ଦାୟୀ ବୋଲି ରାଜା ରାମମୋହନ ରାୟ ଜାଣିଥିଲେ ।
  • ତେଣୁ ସମାଜରେ ସଂସ୍କାର ଆଣିବାପାଇଁ ସେ ୧୮୩୦ ମସିହାରେ କଲିକତାରେ ବ୍ରାହ୍ମ ସମାଜ ପ୍ରତିଷ୍ଠା କରିଥିଲେ ?

BSE Odisha 8th Class History Solutions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

(ଘ) ପ୍ରାର୍ଥନା ସମାଜ କିଏ ଓ କାହିଁକି ଆରମ୍ଭ କରିଥିଲେ ?
Answer:

  1. ମହାଦେବ ଗୋବିନ୍ଦ ରାଣାଡ଼େ ପ୍ରାର୍ଥନା ସମାଜ ଆରମ୍ଭ କରିଥିଲେ ।
  2. ଜାତିପ୍ରଥା ଓ ଅସ୍ପୃଶ୍ୟତାର ବିରୋଧ, ବିଧବା ବିବାହ, ନାରୀଶିକ୍ଷା ଓ ହିନ୍ଦୁ ମୁସଲମାନ୍ ଏକତା ପ୍ରତିଷ୍ଠା ଉଦ୍ଦେଶ୍ୟରେ ସେ ପ୍ରାର୍ଥନା ସମାଜ ଆରମ୍ଭ କରିଥିଲେ ।

(ଙ)ରାମକୃଷ୍ଣ ମିଶନର ପ୍ରତିଷ୍ଠାତା କିଏ ?
Answer:

  • ରାମକୃଷ୍ଣ ମିଶନର ପ୍ରତିଷ୍ଠାତା ହେଉଛନ୍ତି ସ୍ଵାମୀ ବିବେକାନନ୍ଦ ।
  • ସେ ସମାଜ ସଂସ୍କାର ନିମନ୍ତେ ୧୮୯୭ ମସିହାରେ ଏହି ମିଶନ ପ୍ରତିଷ୍ଠା କରିଥିଲେ ।

୩ । ଶୂନ୍ୟସ୍ଥାନ ପୂରଣ କର ।

(କ) ଉଡ୍‌ସ୍ ଡେସ୍‌ଚ୍ _______ ମସିହାରେ ଅନୁମୋଦିତ ହୋଇଥିଲା ।
Answer:
୧୮୫୪

(ଖ) ୧୮୬୮ରେ ଓଡ଼ିଶାର ________ ଠାରେ ପ୍ରଥମ କଲେଜ ସ୍ଥାପିତ ହୋଇଥିଲା ।
Answer:
କଟକ

BSE Odisha 8th Class History Solutions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

(ଗ) କଲିକତାରେ ________ ମସିହାରେ ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଥିଲା ।
Answer:
୧୮୫୭

(ଘ) ଓଡ଼ିଶାରେ ପ୍ରଥମ ମେଡ଼ିକାଲ ସ୍କୁଲ ______ ମସିହାରେ ପ୍ରତିଷ୍ଣତ ହୋଇଥିଲା ।
Answer:
୧୮୭୬

(ଙ) ଆର୍ଯ୍ୟ ସମାଜ ______ ମସିହାରେ ସ୍ଥାପିତ ହୋଇଥିଲା ।
Answer:
୧୮୭୫

୪ । ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭ ଯୋଗକର ।

ଭାରତରେ ଇଂରେଜ ଶାସନର ପ୍ରଭାବ Chapter -2
Answer:

ଭାରତରେ ଇଂରେଜ ଶାସନର ପ୍ରଭାବ Chapter -2.1

୫। ଭାରତୀୟ ନବଜାଗରଣର ଧାର୍ମିକ ଓ ସାମାଜିକ ସଂସ୍କାର ଆନ୍ଦୋଳନରେ ମୁଖ୍ୟ ଭୂମିକା ଯେଉଁମାନେ ଗ୍ରହଣ କରିଥିଲେ, ସେମାନଙ୍କ ଫଟୋ ସଂଗ୍ରହ କରି ଗୋଟିଏ ଆଲ୍‌ବମ୍ ତିଆରି କର ।
ଉତ୍ତର :
ଭାରତୀୟ ନବଜାଗରଣର ଧାର୍ମିକ ଓ ସାମାଜିକ ସଂସ୍କାର ଆନ୍ଦୋଳନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କର ଫଟୋ ନିମ୍ନରେ ପ୍ରଦର୍ଶନ କରାଗଲା ।

ଭାରତରେ ଇଂରେଜ ଶାସନର ପ୍ରଭାବ Chapter -2.2

BSE Odisha 8th Class History Solutions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

Odisha State Board BSE Odisha 8th Class History Solutions Chapter 3 ଇଂରେଜ ଶାସନକୁ ପ୍ରତିରୋଧ Textbook Exercise Questions and Answers.

BSE Odisha Class 8 History Solutions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୧ । ପପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ରାଜା ଦ୍ଵିତୀୟ ମୁକୁନ୍ଦଦେବଙ୍କ ରାଜତ୍ଵର ପ୍ରାରମ୍ଭିକ ଅବସ୍ଥାରେ କି କି ସମସ୍ୟା ଦେଖାଗଲା ?
Answer:
ସିଂହାସନ ଆରୋହଣ :
ଦ୍ଵିତୀୟ ମୁକୁନ୍ଦଦେବ ନାବାଳକ ଭାବେ ସିଂହାସନ ଆରୋହଣ କରିଥିଲେ ଓ ଜୟୀ ରାଜଗୁରୁ ତାଙ୍କ ଅଭିଭାବକ ଭାବେ କାର୍ଯ୍ୟ କରିଥିଲେ ।

ଅନ୍ତଯୁଦ୍ଧ :
ତାଙ୍କ ରାଜତ୍ଵର ପ୍ରାରମ୍ଭରେ ଛୋଟ ଛୋଟ ରାଜ୍ୟଗୁଡ଼ିକ ମଧ୍ୟରେ ଅନ୍ତଯୁଦ୍ଧ ହେଲା ।

ଦୁର୍ଭିକ୍ଷ :
ରାଜ୍ୟରେ ଦୁର୍ଭିକ୍ଷ ମଧ୍ୟ ପଡ଼ିଥିଲା ।

ଖୋର୍ଦ୍ଧା ଅଧିକାର :

  • ଇଂରେଜମାନେ ସେତେବେଳେ ଖୋର୍ଦ୍ଧା ଅଧିକାର କରିବାକୁ ଚାହୁଁଥିଲେ ।
  • ଏହିପରି ଭାବେ ସେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।

BSE Odisha 8th Class History Solutions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

(ଖ) ଇଂରେଜମାନଙ୍କର ଖୋର୍ଦ୍ଧା ରାଜାଙ୍କ ସହିତ କାହିଁକି ଯୁଦ୍ଧ ହେଲା ?
Answer:
କୂଟନୀତି :
ଇଂରେଜ ପ୍ରଶାସକ କର୍ଣ୍ଣେଲ ହାରକୋର୍ଟ ଖୋର୍ଦ୍ଧା ରାଜାଙ୍କୁ କବଳିତ କରିବାକୁ କୂଟନୀତି ଅବଲମ୍ବନ କରି ନାନା ପ୍ରଲୋଭନ ଦେଖାଇଲେ ।

ପ୍ରଲୋଭନ :
ଖୋର୍ଦ୍ଧା ରାଜା ଇଂରେଜମାନଙ୍କୁ ସାହାଯ୍ୟ କଲେ ସେ ୧ ଲକ୍ଷ ଟଙ୍କା ପୁରସ୍କାର ସହ ୪ଟି ମରହଟ୍ଟା କବଳିତ ପ୍ରଗଣା ଯଥା ରାହଙ୍ଗ, ସରାଇ, ଚବିଶକୁଦ ଓ ଲେମ୍ବାଇ ଫେରିପାଇବେ ବୋଲି ତାଙ୍କୁ ପ୍ରଲୋଭନ ଦିଆଗଲା ।

ବିଶ୍ୱାସଘାତକତା :

  • ରାଜା ମୁକୁନ୍ଦଦେବ ଲୋଭବଶତଃ ଜୟୀ ରାଜଗୁରୁଙ୍କ କଥାକୁ ଅମାନ୍ୟ କରି ଇଂରେଜମାନଙ୍କୁ ସହାୟତା କଲେ ।
  • ମାତ୍ର ଇଂରେଜମାନଙ୍କ ବିଶ୍ୱାସଘାତକତା ଯୋଗୁଁ ମୁକୁନ୍ଦଦେବ କୌଣସି ପ୍ରଗଣା ପାଇଲେ ନାହିଁ ।
  • ତେଣୁ ମୁକୁନ୍ଦଦେବ ଜୟୀ ରାଜଗୁରୁଙ୍କ ପରାମର୍ଶରେ ଇଂରେଜମାନଙ୍କ ବିରୁଦ୍ଧରେ ଯୁଦ୍ଧଘୋଷଣା କଲେ ।

(ଗ) ବିପ୍ଳବୀ ଜୟୀ ରାଜଗୁରୁଙ୍କୁ କାହିଁକି ଫାଶୀ ଦିଆଗଲା ?
Answer:
ପାଇକମାନଙ୍କର ନେତୃତ୍ଵ :

  1. ଇଂରେଜମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାପାଇଁ ଜୟୀ ରାଜଗୁରୁ ରାଜା ମୁକୁନ୍ଦଦେବଙ୍କୁ ପରାମର୍ଶ ଦେଇଥିଲେ ।
  2. ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼ିବାପାଇଁ ସେ ଏକ ଦୁର୍ଦ୍ଦଷ ପାଇକସେନା ଗଠନ କରି ତା’ର ନେତୃତ୍ୱ ମଧ୍ଯ ନେଇଥିଲେ ।

ଜୟୀ ରାଜଗୁରୁଙ୍କୁ ବନ୍ଦୀ :

  • ୧୮୦୪ ଡିସେମ୍ବର ୪ ତାରିଖ ଦିନ ଖୋର୍ଦ୍ଧା ଏବଂ ବରୁଣେଇ ଦୁର୍ଗ ଇଂରେଜମାନେ ଅଧ୍ୟାର କଲେ ।
  • ବହୁ ଉଦ୍ୟମ କରି ଇଂରେଜମାନେ ଜୟୀ ରାଜଗୁରୁଙ୍କୁ ବନ୍ଦୀ କଲେ ।

ଜୟୀରାଜଗୁରୁଙ୍କୁ ଫାଶୀ :
ଇଂରେଜମାନେ ବିଚାର କରି ଜୟୀ ରାଜଗୁରୁଙ୍କୁ ଦୋଷୀ ସାବ୍ୟସ୍ତ କଲେ ଏବଂ ଦଣ୍ଡ ସ୍ବରୂପ ମେଦିନୀପୁରଠାରେ ଏକ ବରଗଛର ଦୁଇଡାଳକୁ ଏକାଠି କରି ସେଥ୍ରେ ତାଙ୍କୁ ବାନ୍ଧି ଅତି ନିଷ୍ଠୁର ଭାବରେ ଫାଶୀ ଦେଲେ ।

BSE Odisha 8th Class History Solutions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

(ଘ) ପାଇକ ବିଦ୍ରୋହର ମୁଖ୍ୟ କାରଣଗୁଡ଼ିକ କ’ଣ ?
Answer:
ରାଜନୈତିକ କାରଣ :
ଇଂରେଜ ସରକାର ଖୋର୍ଦ୍ଧା ରାଜାଙ୍କ ପ୍ରଧାନମନ୍ତ୍ରୀ ଜୟୀ ରାଜଗୁରୁଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିବାରୁ ଓଡ଼ିଶାବାସୀ କ୍ଷୁବ୍‌ଧ ହୋଇଥିଲେ ।

ସାମାଜିକ ତଥା ଅର୍ଥନୈତିକ କାରଣ :

  • ଇଂରେଜ ଶାସନରେ ଓଡ଼ିଶାବାସୀ ଆର୍ଥିକ ଅନଟନର ସମ୍ମୁଖୀନ ହେଲେ ।
  • ପୂର୍ବରୁ ପାଇକମାନେ ବିନା କରରେ ଉପଭୋଗ କରୁଥିବା ଜମି ଉପରୁ ଇଂରେଜମାନେ ଖଜଣା ଆଦାୟ କଲେ । ଖଜଣା ଆଦାୟକାରୀ ସରକାରୀ କର୍ମଚାରୀଙ୍କ ବ୍ୟବହାର ଅସହ୍ୟ ଥିଲା ।
  • କଉଡ଼ି ବଦଳରେ ଟଙ୍କା ଆକାରରେ ଖଜଣା ଦେବାକୁ ପ୍ରଜାମାନଙ୍କୁ ବାଧ୍ୟ କରାଗଲା । ଖଜଣା ନଦେଲେ ସେମାନଙ୍କୁ ଜମିରୁ ଉଚ୍ଛେଦ କରାଗଲା ।
  • ସରକାରୀ ନୀତିନିୟମ ପାର୍ସୀ ଭାଷାରେ ଲେଖାଯାଇଥିବାରୁ ପ୍ରଜାମାନେ ସେସବୁ ବୁଝିପାରିଲେ ନାହିଁ । ସେହି ସୁଯୋଗରେ ପ୍ରଶାସନିକ ଅଫିସର ଓ ପୋଲିସ୍ କର୍ମଚାରୀ ଓଡ଼ିଆମାନଙ୍କ ଉପରେ ଅତ୍ୟାଚାର କଲେ ।
  • ସ୍ଵଳ୍ପ ମିଆଦୀ ଭୂରାଜସ୍ଵ ପ୍ରଥା ପ୍ରଚଳନ ଫଳରେ ଓଡ଼ିଆମାନେ ଜମିଦାରୀ ହରାଇଲେ ଓ ବଙ୍ଗାଳୀମାନେ ସେଗୁଡ଼ିକ କିଣିଲେ । ଫଳରେ ଲୋକମାନେ ଅର୍ଥନୈତିକ ଅତ୍ୟାଚାରରେ ଅତିଷ୍ଠ ହେଲେ ।
  • ସରକାରଙ୍କ ଲବଣ ଓ ଅନ୍ୟାନ୍ୟ ଅର୍ଥନୀତି ଜନସାଧାରଣଙ୍କ ଅସନ୍ତୋଷ ବୃଦ୍ଧି କରିଥିଲା ।

ପ୍ରତ୍ୟକ୍ଷ କାରଣ :
ଇଂରେଜ ସରକାରଙ୍କ ପ୍ରିୟାପ୍ରୀତି ତୋଷଣ, ଅନ୍ୟାୟ, ଅତ୍ୟାଚାର, ଅମଲାମାନଙ୍କ ଦୁର୍ନୀତି, ପ୍ରଶାସନିକ ଅଧିକାରୀଙ୍କ ଦୁର୍ବ୍ଯବହାର, ସର୍ବରାକାରଙ୍କ ଚକ୍ରାନ୍ତରେ ବକ୍ସି ଜଗବନ୍ଧୁଙ୍କ ଜମିଦାରୀ ଉଚ୍ଛେଦ ପାଇକ ବିଦ୍ରୋହର କାରଣ ହୋଇଥିଲା ।

(ଙ) କନ୍ଧ ବିଦ୍ରୋହରେ ଦୋରା ଓ ଚକରା ବିଶୋଇଙ୍କ ଭୂମିକାର ଏକ ବିବରଣୀ ପ୍ରଦାନ କର ।
Answer:
ଘୁମୁସୁର ବିଦ୍ରୋହ :
୧୮୩୫ ଖ୍ରୀ.ଅ.ରେ ଇଂରେଜମାନେ ଦକ୍ଷିଣ ଓଡ଼ିଶାର ଘୁମୁସର ଅଧ୍ୟାର କରି କନ୍ଧମାନଙ୍କ ଉପରେ ପ୍ରଭୁତ୍ଵ ବିସ୍ତାର କରିବାରୁ ସେମାନେ ଏହାର ପ୍ରତିରୋଧ କରିଥିଲେ । ଏହାକୁ ଘୁମୁସର ବିଦ୍ରୋହ କୁହାଯାଏ । ଦୋରା ବିଶୋଇ ଓ ଚକରା ବିଶୋଇ ଏହି ବିଦ୍ରୋହର ନେତୃତ୍ଵ ନେଇଥିଲେ ।

ଦୋରା ବିଶୋଇଙ୍କ ନେତୃତ୍ଵ :

  1. ଦୋରା ବିଶୋଇଙ୍କ ନେତୃତ୍ୱରେ କନ୍ଧମାନେ ଇଂରେଜ ସେନାକୁ ଆକ୍ରମଣ କରି ୧୩ ଜଣ ସୈନ୍ୟ ଓ ଦୁଇଜଣ ଇଂରେଜ ସେନାପତିଙ୍କୁ ହତ୍ୟା କରିଥିଲେ । କନ୍ଧମାନଙ୍କୁ ଆଉ କରିଦେବାକୁ ପଡ଼ିବ ନାହିଁ ଘୋଷଣା କରାଗଲେ ମଧ୍ୟ ସେମାନେ ବିଦ୍ରୋହ ଚାଲୁ ରଖୁ ।
  2. ଶେଷରେ ଇଂରେଜମାନଙ୍କଦ୍ୱ।ରା ଦୋରା ବିଶୋଇ ଅନୁଗୋଳରେ ଧରାପଡ଼ି ବନ୍ଦୀ ଜୀବନଯାପନ କରୁଥିଲାବେଳେ ମାନ୍ଦ୍ରାଜଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଚକରା ବିଶୋଇଙ୍କ ନେତୃତ୍ଵ :

  • ଦୋରା ବିଶୋଇଙ୍କର ମୃତ୍ୟୁପରେ ତାଙ୍କର ପୁତୁରା ଚକରା ବିଶୋଇଙ୍କ ନେତୃତ୍ୱରେ ୧୮୪୬ରେ କନ୍ଧମାନେ ବିଦ୍ରୋହ କଲେ । ବଣଜଙ୍ଗଲରେ ଲୁଚିରହି ସେ ଓ ତାଙ୍କ ଅନୁଗାମୀମାନେ ଇଂରେଜ ସୈନ୍ୟମାନଙ୍କୁ ଆକ୍ରମଣ କରି ବ୍ୟତିବ୍ୟସ୍ତ କରିପକାଇଲେ ।
  • ତାଙ୍କୁ ଧରିବାପାଇଁ ଇଂରେଜମାନଙ୍କଦ୍ୱାରା ପରୱାନା ପଠାଗଲେ ମଧ୍ୟ ସେ ଧରାପଡ଼ି ନଥିଲେ ଓ ଶକ୍ତିଶାଳୀ ଇଂରେଜ ସରକାରଙ୍କ ବିରୁଦ୍ଧରେ ମୃତ୍ୟୁପର୍ଯ୍ୟନ୍ତ ନିରବଚ୍ଛିନ୍ନ ବିଦ୍ରୋହ ଚାଲୁ ରଖୁଥିଲେ ।

BSE Odisha 8th Class History Solutions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

(ଚ) ଭୂୟାଁମାନେ ଇଂରେଜମାନଙ୍କ ବିରୁଦ୍ଧରେ କାହିଁକି ବିଦ୍ରୋହ କଲେ ?
Answer:
ରାଜଗାଦିରୁ ବଞ୍ଚିତ କରିବା :
କେନ୍ଦୁଝର ରାଜା ଗଦାଧର ଭଞ୍ଜଙ୍କ ମୃତ୍ୟୁ ପରେ ତାଙ୍କର ପୋଷ୍ୟପୁତ୍ର ବୃନ୍ଦାବନ ଭଞ୍ଜଙ୍କୁ ଓଡ଼ିଶାର ତତ୍‌କାଳୀନ କମିଶନର ରେଭେନ୍ସା ଅନ୍ୟାୟ ଭାବରେ ଶାସନ ଗାଦିରୁ ବଞ୍ଚିତ କରିଥିଲେ ଏବଂ ଧନୁର୍ଜୟ ଭଞ୍ଜଙ୍କୁ ରାଜଗାଦି ପାଇବାରେ ସାହାଯ୍ୟ କରିଥିଲେ ।

ସରକାରଙ୍କ ମନୋମୁଖୀ କାର୍ଯ୍ୟ :
ଭୂୟାଁ ସମ୍ପ୍ରଦାୟ ଧନୁର୍ଜୟ ଭଞ୍ଜଙ୍କୁ ସମର୍ଥନ କରୁନଥିବାରୁ ଇଂରେଜ ସରକାରଙ୍କ ମନୋମୁଖୀ କାର୍ଯ୍ୟକଳାପକୁ ବିରୋଧ କଲେ ।

ବିଦ୍ରୋହ :

  • ରତ୍ନା ନାୟକ ଓ ନନ୍ଦ ନାୟକଙ୍କ ପରି ଭୂୟାଁ ନେତାମାନେ ୧୮୬୮ ଖ୍ରୀଷ୍ଟାବ୍ଦରେ ଧନୁର୍ଜୟ ଭଞ୍ଜଙ୍କ ବିରୋଧରେ ବିଦ୍ରୋହ କଲେ ।
  • ସେହିପରି ଧନୁର୍ଜୟ ଭଞ୍ଜଙ୍କ ପ୍ରଜାଶୋଷଣ ଓ ନିର୍ଯାତନା ଓ ବେଠି ପ୍ରଥା ପ୍ରଚଳନ ବିରୁଦ୍ଧରେ ୧୮୯୮ ଖ୍ରୀ.ଅ.ରେ ଆଉ ଏକ ବିଦ୍ରୋହ ହୋଇଥିଲା ।
  • ଧରଣୀଧର ଭୂୟାଁ ଏହି ବିଦ୍ରୋହର ନେତୃତ୍ୱ ନେଇଥିଲେ ।

(ଛ) ‘ଧରଣୀ ମେଳି’ କ’ଣ ? ଏହା କାହିଁକି ସୃଷ୍ଟି ହେଲା ?
Answer:
ଧରଣୀ ମେଳି :
୧୮୯୮ ଖ୍ରୀଷ୍ଟାବ୍ଦରେ ଇଂରେଜମାନଙ୍କ ବିରୋଧରେ କେନ୍ଦୁଝରର ଭୂୟାଁ ସମ୍ପ୍ରଦାୟର ଧରଣୀଧର ଭୂୟାଁଙ୍କ ନେତୃତ୍ୱରେ ବିଦ୍ରୋହ ହୋଇଥିଲା । ଏହା ଧରଣୀ ମେଳି ଭାବରେ ପରିଚିତ ।

ପ୍ରଜା ଶୋଷଣ :

  1. କେନ୍ଦୁଝରରେ ରାଜା ଧନୁର୍ଜୟ ଭଞ୍ଜଙ୍କ ଶାସନରେ ପ୍ରଜାମାନେ ଶୋଷିତ ଓ ନିର୍ଯାତିତ ହେଉଥିଲେ ।
  2. ପ୍ରଜାମାନଙ୍କୁ ବିଭିନ୍ନ କର ଦେବାକୁ ପଡୁଥିଲା ।
  3. ରାଜ୍ୟରେ ବେଠି ପ୍ରଥା ପ୍ରଚଳନ ହେବାରୁ ଲୋକମାନଙ୍କ ଅର୍ଥନୈତିକ ଅବସ୍ଥା ଶୋଚନୀୟ ହୋଇପଡ଼ିଲା ।

ବିଦ୍ରୋହ :
୧୮୯୧ ଖ୍ରୀଷ୍ଟାବ୍ଦରେ ପ୍ରଜାମାନଙ୍କର ବେଠିରେ ରାଜ୍ୟରେ ଏକ ବନ୍ଧ ନିର୍ମାଣପାଇଁ ରାଜା ଆଦେଶ ଦେଲେ । ଏହାକୁ କେନ୍ଦୁଝରର ପ୍ରଜାମାନେ ଧରଣୀଧର ଭୂୟାଁଙ୍କ ନେତୃତ୍ବରେ ବିରୋଧ କରିଥିଲେ ଓ ଧରଣୀ ମେଳି ସୃଷ୍ଟି ହେଲା ।

BSE Odisha 8th Class History Solutions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

(ଜ) କୋହୂମାନେ କାହିଁକି ବିଦ୍ରୋହ କଲେ ?
Answer:
କୋହ୍ଲଙ୍କ ଜମି ଦଖଲ :
କୋହ୍ଲ ଅଧୂକୃତ ଜମିକୁ ଦଖଲ କରିବାପାଇଁ ସିଂହଭୂମ ରାଜା ଉଦ୍ୟମ କରିବାରୁ ୧୮୨୦ ମସିହାରେ କୋହ୍ଲମାନେ ତାଙ୍କ ବିରୋଧରେ ବିଦ୍ରୋହ କରିଥିଲେ ।

କ୍ଷମତାରୁ ବଞ୍ଚତ :
ଦ୍ବିତୀୟତଃ ବାମନଘାଟୀର ଜମିଦାର ମୟୂରଭଞ୍ଜ ରାଜାଙ୍କ ନିୟନ୍ତ୍ରଣରୁ ସ୍ବାଧୀନ ରହିବାକୁ ଚାହିଁଲେ । ଅପରପକ୍ଷରେ ରାଜା ଜମିଦାରଙ୍କୁ ସମସ୍ତ ପ୍ରକାର କ୍ଷମତା ଓ ଅଧିକାରରୁ ବଞ୍ଚିତ କରିବାକୁ ଚାହିଁଲେ । ଏହି ବିବାଦରେ କୋହ୍ଲମାନେ ଜମିଦାରଙ୍କୁ ସମର୍ଥନ କରିଥିଲେ ।

ବିଦ୍ରୋହ :

  • ୧୮୩୧ ମସିହାରେ ଇଂରେଜ କମିଶନର ଷ୍ଟକ୍ୱେଲଙ୍କଦ୍ୱାରା ରାଜା ଓ ବାମନଘାଟୀର ଜମିଦାରଙ୍କ ମଧ୍ୟରେ ବିବାଦ ସମାଧାନ ନିମନ୍ତେ ହୋଇଥ‌ିବା ଉଦ୍ୟମ ବିଫଳ ହେବାରୁ କୋହ୍ଲମାନେ ପୁନର୍ବାର ବିଦ୍ରୋହ କରିଥିଲେ ।
  • ଇଂରେଜ ସରକାରଙ୍କ ହସ୍ତକ୍ଷେପ ଫଳରେ ମାଧବଦାସ ମହାପାତ୍ର ବାମନଘାଟୀ ଜମିଦାର ହୋଇଥିଲେ ହେଁ କୋହ୍ଲମାନେ ତାଙ୍କୁ ସମର୍ଥନ ନ କରି ବିଦ୍ରୋହ ଚାଲୁ ରଖିଲେ ।
  • ଏହିସବୁ କାରଣରୁ କୋହୂମାନେ ବିଦ୍ରୋହ କରିଥିଲେ ।

(ଝ) ସାନ୍ତାଳ ବିଦ୍ରୋହ କିପରି ଅଗ୍ରଗତି କଲା ?
Answer:
ଇଂରେଜ ଶାସନର ପ୍ରତିବାଦ :

  • ୧୯୧୭ ମସିହାରେ ସାନ୍ତାଳ ବିଦ୍ରୋହୀମାନେ ଇଂରେଜ ବିରୋଧୀ ଅଭିଯାନ ଆରମ୍ଭ କରିଥିଲେ । ପ୍ରଥମେ ବେତନଟୀ ହାଟରେ ଇଂରେଜ ଶାସନ ଓ ଜମିଦାରଙ୍କ ଶୋଷଣକୁ ପ୍ରତିବାଦ କରାଗଲା ।
  • ଦୋକାନ ବଜାର ଲୁଣ୍ଠନ କରାଗଲା । ବ୍ରିଟିଶ୍ ଅଫିସ୍ ପୋଡ଼ି ଦିଆଗଲା । ବ୍ରିଟିଶ୍ ଅଫିସର୍ ଭୟରେ ପଳାଇଗଲେ ।

ଯୋଗାଯୋଗ ବିଚ୍ଛିନ୍ନ :

  • ବିଦ୍ରୋହୀମାନେ ବେତନଟୀ ଆୟତ୍ତ କରିନେବାରୁ ଇଂରେଜ ସରକାର ଭୀତତ୍ରସ୍ତ ହୋଇପଡ଼ିଲେ ।
  • ବିଦ୍ରୋହୀମାନେ ରାସ୍ତା ପୋଲ ଭାଙ୍ଗିଦେବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଗଲା ।

ନିର୍ବାଚନ :
ସେମାନେ କଙ୍କା ମାଝିଙ୍କୁ ରାଜା, କାଳିଆ ସର୍ବସମ୍ମତିକ୍ରମେ ନିର୍ବାଚିତ କରି କଙ୍କା-କାଳିଆ ସର୍ବସମ୍ମତିକ୍ରମେ ନିର୍ବାଚିତ କରି କଙ୍କା-କାଳିଆ ସରକାର ଗଠନ କଲେ ।

BSE Odisha 8th Class History Solutions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

(ଞ) ସିପାହୀ ବିଦ୍ରୋହର ମୁଖ୍ୟ କାରଣଗୁଡ଼ିକ କ’ଣ ?
Answer:
୧୮୫୭ ମସିହାର ମହାନ୍ ବିଦ୍ରୋହ ବିଭିନ୍ନ କାରଣରୁ ସଂଘଟିତ ହୋଇଥିଲା ।

ରାଜନୈତିକ କାରଣ :
ଇଂରେଜମାନଙ୍କ ଦେଶୀୟ ରାଜ୍ୟ ଅଧିକାର, ୱେଲେସ୍‌ଲିଙ୍କ ସାମନ୍ତ ସନ୍ଧି ପ୍ରଥା ଓ ଡେଲ୍ହାଉସୀଙ୍କ ରାଜ୍ୟସ୍ୱତ୍ୱ ଲୋପନୀତିଦ୍ୱାରା ଦେଶୀୟ ରାଜ୍ୟଗୁଡ଼ିକୁ ଇଂରେଜ ସାମ୍ରାଜ୍ୟଭୁକ୍ତ କରିବା, ମୋଗଲ ସମ୍ରାଟ ବାହାଦୁର ଶାହଙ୍କୁ ଲାଲକିଲ୍ଲାରୁ କୁତବକୁ ସ୍ଥାନାନ୍ତର, ଇଂରେଜ ସାମ୍ରାଜ୍ୟରେ ଅଯୋଧ୍ୟାର ମିଶ୍ରଣ, େବା ଦ୍ୱିତୀୟ ବାଜିରାଓଙ୍କ ପୋଷ୍ୟପୁତ୍ର ନାନାସାହେବଙ୍କ ଭତ୍ତା ବନ୍ଦ କରିବା ପ୍ରଭୃତି ସିପାହୀ ବିଦ୍ରୋହର କାରଣ ଥିଲା ।

ସାମାଜିକ କାରଣ :
ସତୀଦାହ ପ୍ରଥା ଉଚ୍ଛେଦ, ବିଧବା ବିବାହ ପ୍ରଚଳନ, ରେଳଗାଡ଼ି ଚଳାଚଳ ଓ ଡାକତାର ବ୍ୟବସ୍ଥାର ପ୍ରଚଳନ ଇଂରେଜମାନଙ୍କର ଭାରତୀୟ ସଂସ୍କୃତି ଉପରେ ଏକ ହସ୍ତକ୍ଷେପ ବୋଲି ଭାରତୀୟମାନେ ଭାବୁଥିଲେ ।

ଧର୍ମଗତ କାରଣ :
ଧର୍ମାନ୍ତରିତ ବ୍ୟକ୍ତିଙ୍କର ପୈତୃକ ସମ୍ପତ୍ତିରେ ଅଧିକାର ରହିବା ଆଇନ ପ୍ରଣୟନ ଇଂରେଜମାନଙ୍କର ହିନ୍ଦୁ ଧର୍ମ ଉପରେ ଏକ ଅବାଞ୍ଛିତ ହସ୍ତକ୍ଷେପ ବୋଲି ଭାରତୀୟମାନେ ଚିନ୍ତାକଲେ ।

ସାମରିକ କାରଣ :
ଭାରତୀୟ ସିପାହୀମାନଙ୍କୁ ଗୋରା ସୈନ୍ୟଙ୍କ ତୁଳନାରେ କମ୍ ଦରମା, ସେମାନଙ୍କ ପ୍ରତି ଦୁର୍ବ୍ଯବହାର, ସେମାନଙ୍କ ଧର୍ମ ବିଶ୍ୱାସ ଉପରେ ହସ୍ତକ୍ଷେପ, ସମୁଦ୍ର ପାର ହୋଇ ଯୁଦ୍ଧ କରିବାକୁ ବାଧ୍ୟ କରିବା ସିପାହୀ ବିଦ୍ରୋହର କାରଣ ଥିଲା ।

ପ୍ରତ୍ୟକ୍ଷ କାରଣ :
୧୮୫୭ ଖ୍ରୀ.ଅ.ରେ ଏନ୍‌ଫିଲଡ୍ ବନ୍ଧୁକ ବ୍ୟବହାର କରିବାକୁ ହିନ୍ଦୁ ଓ ମୁସଲମାନ ସିପାହୀମାନଙ୍କୁ ବାଧ୍ୟ କରାଯାଇଥିଲା । ସେହି ଗୁଳିର ଖୋଳରେ ଗାଈ ଓ ଘୁଷୁରୀ ଚର୍ବିର ଲେପ ଦିଆଯାଇଛି ବୋଲି ପ୍ରଚାରିତ ହେବା ପରେ ସିପାହୀମାନେ ଏହି ବନ୍ଧୁକ ବ୍ୟବହାରକୁ ବିରୋଧ କରିଥିଲେ ।

BSE Odisha 8th Class History Solutions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

(ଟ) ସିପାହୀ ବିଦ୍ରୋହର ଫଳାଫଳ କ’ଣ ହେଲା ?
Answer:
ସୁଦୂରପ୍ରସାରୀ ଫଳାଫଳ :
୧୮୫୭ ମହାନ୍ ବିଦ୍ରୋହର ଫଳାଫଳ ଥିଲା ସୁଦୂରପ୍ରସାରୀ । ଏହି ବିଦ୍ରୋହ ଫଳରେ ବିଲାତ ସରକାର ଭାରତରେ ଥିବା କମ୍ପାନୀ ସରକାରର କିଛି ଦୋଷ ଦୁର୍ବଳତାକୁ ଅନୁଭବ କଲେ ।

ସରକାରଙ୍କ ଶାସନ :

  • ତେଣୁ ୧୮୫୮ ମସିହାରେ ଏକ ଆଇନ ପ୍ରଣୀତ ହୋଇ ଭାରତର ଶାସନ ଇଷ୍ଟଇଣ୍ଡିଆ କମ୍ପାନୀ ହାତରୁ ବିଲାତ ସରକାରଙ୍କ ହାତକୁ ଗଲା ।
  • ବିଲାତ ସରକାରଙ୍କ ଜଣେ ମନ୍ତ୍ରୀ ଭାରତ ଶାସନ ଦାୟିତ୍ୱରେ ରହିଲେ ।

ଭାଇସ୍ରାଏ ପଦବୀ :
ଭାରତରେ ନିଯୁକ୍ତ ଗଭର୍ଣ୍ଣର ଜେନେରାଲ ଇଂଲଣ୍ଡ ରାଣୀଙ୍କ ପ୍ରତିନିଧୁଭାବେ ଭାଇସ୍ରାଏ ରୂପେ ପରିଚିତ ହେଲେ ।

ରାଣୀଙ୍କ ଘୋଷଣାପତ୍ର :
ଇଂଲଣ୍ଡର ରାଣୀ ଭିକ୍ଟୋରିଆ ଭାରତ ଶାସନ କ୍ଷମତା ହାତକୁ ନେଲେ ବୋଲି ଆଲ୍ଲାହାବାଦରେ ୧୮୫୮ ମସିହା ନଭେମ୍ବର ୧ ତାରିଖରେ ଏକ ଘୋଷଣାପତ୍ର ପାଠ କରାଗଲା ।

(୦) ସୁରେନ୍ଦ୍ର ସାଏ କାହିଁକି ବିଦ୍ରୋହ କଲେ ?
Answer:
ଅଧିକାରରୁ ବଞ୍ଚିତ :

  1. ସୁରେନ୍ଦ୍ର ସାଏ ସମ୍ବଲପୁରର ଚୌହାନ ରାଜବଂଶର ବଳିୟାର ସିଂହଙ୍କ ଉତ୍ତରାଧ୍ୟାକାରୀ ଥିଲେ ।
  2. ମାତ୍ର ୧୮୨୭ ମସିହାରେ ରାଜା ମହାରାଜା ସାଏଙ୍କର ମୃତ୍ୟୁ ପରେ ତାଙ୍କ ବିଧବାପତ୍ନୀ ମୋହନ କୁମାରୀଙ୍କୁ ଇଂରେଜ ସରକାରଙ୍କ ପ୍ରଶାସନିକ ଅଫିସର ଶାସନ କ୍ଷମତା ଅର୍ପଣ କରି ସୁରେନ୍ଦ୍ର ସାଏଙ୍କୁ ନାଯ୍ୟ ଅଧିକାରରୁ ବଞ୍ଚତ କଲେ ।

ବିଦ୍ରୋହ :

  • ଏଥିରେ କ୍ଷୁବ୍ଧ ହୋଇ ସୁରେନ୍ଦ୍ର ସାଏ ଗଣ୍ଡ ଓ ବିଞ୍ଝାଲ ଆଦିବାସୀଙ୍କ ସମର୍ଥନରେ ବିଦ୍ରୋହ କଲେ ।
  • ୧୮୩୭ ମସିହାରେ ଇଂରେଜ ସରକାର ରାଣୀଙ୍କ ସ୍ଥାନରେ ନାରାୟଣ ସିଂହଙ୍କୁ ରାଜା କଲେ ।
  • ଏଥରେ ଆହୁରି ଉତ୍‌କ୍ଷିପ୍ତ ହୋଇ ସୁରେନ୍ଦ୍ର ସାଏ ଜନସାଧାରଣଙ୍କ ସହାୟତାରେ ବିଦ୍ରୋହ କଲେ ।

BSE Odisha 8th Class History Solutions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ଟି ଶବ୍ଦରେ ଲେଖ ।

(କ) ଶହୀଦ ରାଜଗୁରୁ କେବେ ଓ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
Answer:

  • ସମୟ :
    ଶହୀଦ ଜୟୀରାଜଗୁରୁ ୧୭୩୯ ମସିହା ଅକ୍ଟୋବର ୨୯ ତାରିଖ ତଥା ପବିତ୍ର କାର୍ତ୍ତିକ ମାସ ଶୁକ୍ଳ ନବମୀ ତିଥ୍ୟରେ ଜନ୍ମଗ୍ରହଣ କରିଥିଲେ ।
  • ସ୍ଥାନ :
    ସେ ପୁରୀ ନିକଟସ୍ଥ ବୀର ହରେକୃଷ୍ଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

(ଖ) ରାଜା ମୁକୁନ୍ଦଦେବଙ୍କୁ କେଉଁଠାରେ ବନ୍ଦୀ କରାଗଲା ଓ ମୁକ୍ତ କରାଯାଇ କେଉଁଠାରେ ରଖାଗଲା ?
Answer:

  1. ରାଜା ମୁକୁନ୍ଦଦେବଙ୍କୁ ବାରବାଟୀ ଦୁର୍ଗରେ ବନ୍ଦୀ କରି ରଖାଗଲା ।
  2. ପରେ ତାଙ୍କୁ ମୁକ୍ତ କରାଯାଇ ଜଗନ୍ନାଥ ମନ୍ଦିର ଦାୟିତ୍ଵରେ ପୁରୀଠାରେ ରଖାଗଲା ।

(ଗ) ଜଗବନ୍ଧୁଙ୍କର ପୂରା ନାମ କ’ଣ ? ସେ କ’ଣ ଥିଲେ ?
Answer:

  • ଜଗବନ୍ଧୁଙ୍କର ପୂରା ନାମ ଥିଲା ବକ୍ସି ଜଗବନ୍ଧୁ ବିଦ୍ୟାଧର ଭ୍ରମରବର ରାୟ ମହାପାତ୍ର ।
  • ସେ ଖୋର୍ଦ୍ଧା ରାଜାଙ୍କର ସେନାପତି ଥିଲେ ।

(ଘ) ପାଇକ ବିଦ୍ରୋହ କେଉଁ କେଉଁ ଅଞ୍ଚଳରେ ବ୍ୟାପିଥିଲା ?
Answer:
ପାଇକ ବିଦ୍ରୋହ ଖୋର୍ଦ୍ଧା, ପୁରୀ ଜିଲ୍ଲାର ଗୋପ, ପିପିଲି, ବାଣପୁର ଏବଂ କଟକ ଜିଲ୍ଲାର ଝଙ୍କଡ଼ ଓ କୁଜଙ୍ଗ ଆଦି ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଥିଲା ।

BSE Odisha 8th Class History Solutions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

(ଙ) କିଏ କିଏ କନ୍ଧ ବିଦ୍ରୋହର ନେତୃତ୍ଵ ନେଇଥିଲେ ?
Answer:
ଦୋରା ବିଶୋଇ ଓ ଚକରା ବିଶୋଇ କନ୍ଧ ବିଦ୍ରୋହର ନେତୃତ୍ଵ ନେଇଥିଲେ ।

(ଚ) ଭୂୟାଁ ବିଦ୍ରୋହ କେବେ ସଂଗଠିତ ହେଲା ଓ କିଏ ଏହାର ନେତୃତ୍ଵ ନେଇଥିଲେ ?
Answer:

  • ସମୟ :
    ଭୂୟାଁ ବିଦ୍ରୋହ ୧୮୬୮ ମସିହା ଓ ୧୮୯୮ ମସିହାରେ ସଂଗଠିତ ହୋଇଥିଲା ।
  • ନେତୃତ୍ୱ :
    ୧୮୬୮ର ବିଦ୍ରୋହରେ ରତ୍ନା ନାୟକ ଓ ୧୮୯୮ର ବିଦ୍ରୋହରେ ଧରଣୀଧର ଭୂୟାଁ ନେତୃତ୍ୱ ନେଇଥିଲେ ।

(ଛ) କିଏ କିଏ ସାନ୍ତାଳ ବିଦ୍ରୋହର ନେତୃତ୍ଵ ନେଇଥିଲେ ?
Answer:
କଙ୍କା ମାଝି ଓ କାଳିଆ ମହାନ୍ତ ସାନ୍ତାଳ ବିଦ୍ରୋହର ନେତୃତ୍ଵ ନେଇଥିଲେ ।

(ଜ) କିଏ ରାଜ୍ୟସ୍ଵତ୍ଵ ଲୋପନୀତି ପ୍ରବର୍ତ୍ତନ କରିଥିଲେ ?
Answer:
ଲର୍ଡ ଡେଲ୍ହାଉସୀ ରାଜ୍ୟସ୍ଵତ୍ଵ ଲୋପନୀତି ପ୍ରବର୍ତ୍ତନ କରିଥିଲେ ।

BSE Odisha 8th Class History Solutions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

(ଝ) ଏନ୍‌ଫିଲଡ୍ ବନ୍ଧୁକର ବ୍ୟବହାରକୁ ଉଭୟ ହିନ୍ଦୁ ଓ ମୁସଲମାନମାନେ କାହିଁକି ବିରୋଧ କରିଥିଲେ ?
Answer:

  1. ଏନ୍‌ଫିଲଡ୍ ବନ୍ଧୁକରେ ବ୍ୟବହାର ହେଉଥ‌ିବା ଗୁଳି ଏକ ପ୍ରକାର ଖୋଳରେ ରହିଥିଲା । ବନ୍ଧୁକରେ ବ୍ୟବହାର ପୂର୍ବରୁ ସେହି ଖୋଳକୁ ସିପାହୀମାନଙ୍କୁ ଦାନ୍ତରେ ଛିଡ଼ାଇବାକୁ ପଡୁଥିଲା ।
  2. ସେହି ଖୋଳରେ ଗାଈ ଓ ଘୁଷୁରୀର ଚର୍ବି ଲେପ ଦିଆଯାଇଛି ବୋଲି ପ୍ରଚାରିତ ହେଲା । ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ସିପାହୀମାନେ ସେମାନଙ୍କ ଧର୍ମ ଉପରେ ଇଂରେଜ ସରକାର ହସ୍ତକ୍ଷେପ କରୁଛନ୍ତି ବୋଲି ଅନୁଭବ କରି ଏହାର ବ୍ୟବହାରକୁ ବିରୋଧ କରିଥିଲେ ।

(ଞ) ମଙ୍ଗଳ ପାଣ୍ଡେଙ୍କୁ କାହିଁକି ମୃତ୍ୟୁଦଣ୍ଡ ଦିଆଗଲା ?
Answer:

  • ମଙ୍ଗଳ ପାଣ୍ଡେଙ୍କୁ ଇଂରେଜ ଅଫିସର ଏନ୍‌ଫିଲଡ୍ ବନ୍ଧୁକ ବ୍ୟବହାର କରିବାକୁ ବାଧ୍ୟ କରିବାରୁ ସେ ରାଗିଯାଇ ସେହି ବନ୍ଧୁକରେ ଇଂରେଜ ଅଫିସରଙ୍କୁ ହତ୍ୟା କଲେ ।
  • ହତ୍ୟା ଅପରାଧରେ ଅଭିଯୁକ୍ତ ହୋଇ ସେ ମୃତ୍ୟୁଦଣ୍ଡରେ ଦଣ୍ଡିତ ହେଲେ ।

(ଟ)ରାଣୀ ଭିକ୍ଟୋରିଆ କେଉଁଠାରେ ଘୋଷଣାପତ୍ର ପାଠ କରିଥିଲେ ? .
Answer:
ରାଣୀ ଭିକ୍ଟୋରିଆଙ୍କ ଘୋଷଣାପତ୍ରକୁ ତତ୍କାଳୀନ ଭାଇସ୍ରାଏ ଲର୍ଡ କ୍ୟାମିଂ ଆହ୍ଲାବାଦଠାରେ ପାଠ କରିଥିଲେ ।

(୦) ସୁରେନ୍ଦ୍ର ସାଏ ଲି’ଙ୍କୁ କେବେ ଦେଖା କରିଥିଲେ ?
Answer:
ହଜାରୀବାଗ ଜେଲ୍‌ରୁ ମୁକ୍ତ ହେଲାପରେ ସୁରେନ୍ଦ୍ର ସାଏ ଇଂରେଜ ସେନାପତି ଲି’ଙ୍କୁ ଦେଖା କରିଥିଲେ ।

BSE Odisha 8th Class History Solutions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୩ । ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ଜୟୀ ରାଜଗୁରୁ _________ ରେ ଶାସନ ନିୟନ୍ତ୍ରଣ କ୍ଷମତା ହାତକୁ ନେଲେ ।
(୧୮୫୭, ୧୮୦୪, ୧୭୯୮, ୧୮୦୩)
Answer:
୧୭୯୮

(ଖ) ବିଦ୍ରୋହୀମାନେ ହଜାରିବାଗ ଜେଲ ଭାଙ୍ଗିଦେବା ଫଳରେ __________ ମୁକ୍ତ ହୋଇଗଲେ ।
(ଚକରା ବିଶୋଇ, ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁ, ସୁରେନ୍ଦ୍ର ସାଏ)
Answer:
ସୁରେନ୍ଦ୍ର ସାଏ

(ଗ) ୧୮୧୭ରେ _________ ବିଦ୍ରୋହ ସଂଗଠିତ ହୋଇଥିଲା ।
(ପାଇକ, ସାନ୍ତାଳ, ସିପାହୀ, କୋହ୍ଲ)
Answer:
ପାଇକ

(ଘ) ଚକରା ବିଶୋଇକୁ ଧରାଇ ଦେଲେ ତିନିହଜାର ଟଙ୍କାର ପୁରସ୍କାର _________ ଘୋଷଣା କରିଥିଲେ ।
(କ୍ୟାନିଂ, ଡେଲ୍‌ହାଉସୀ, ୱେଲେସ୍‌, କର୍ଡୱାଲିସ୍)
Answer:
ଡେଲ୍ହାଉସୀ

BSE Odisha 8th Class History Solutions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୪ । ରେଖାଙ୍କିତ ଅଂଶ ପରିବର୍ତ୍ତନ ନ କରି ଭ୍ରମ ସଂଶୋଧନ କର ।

(କ) ରାଜା ୨ୟ ମୁକୁନ୍ଦଦେବଙ୍କୁ ପୁରୀ ରାଜାରୂପେ ଘୋଷଣା କରାଗଲା ।
Answer:
ରାଜା ୨ୟ ମୁକୁନ୍ଦଦେବଙ୍କୁ ଖୋର୍ଦ୍ଧା ରାଜାରୂପେ ଘୋଷଣା କରାଗଲା ।

(ଖ) ୧୮୯୮ରେ ଭୂୟାଁ ସଂପ୍ରଦାୟର ରତନା ଏକ ମେଳିର ନେତୃତ୍ଵ ନେଲେ ।
Answer:
୧୮୯୮ରେ ଭୂୟାଁ ସଂପ୍ରଦାୟର ଧରଣୀଧର ଏକ ମେଳିର ନେତୃତ୍ଵ ନେଲେ ।

(ଗ) ସାନ୍ତାଳ ବିଦ୍ରୋହ ୧୮୧୭ରେ ହୋଇଥିଲା ।
Answer:
ସାନ୍ତାଳ ବିଦ୍ରୋହ ୧୯୧୭ରେ ହୋଇଥିଲା ।

(ଘ) କନ୍‌ର ସଂ ନାନା ସାହେବଙ୍କ ମନ୍ତ୍ରୀଥିଲେ
Answer:
ତାନ୍ତିଆ ତୋପେ ନାନାସାହେବଙ୍କ ମନ୍ତ୍ରୀ ଥିଲେ ।

BSE Odisha 8th Class History Solutions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୫। ନିମ୍ନଲିଖ ‘କ’ସ୍ତମ୍ଭ ‘ଖ’ସ୍ତମ୍ଭକୁ ପ୍ରାସଙ୍ଗିକ ମେଳ ଅନୁଯାୟୀ ସଂଯୋଗ କର ।

ଇଂରେଜ ଶାସନକୁ ପ୍ରତିରୋଧ Chapter 3
Answer:

ଇଂରେଜ ଶାସନକୁ ପ୍ରତିରୋଧ Chapter 3.1

BSE Odisha 9th Class Maths Notes Algebra Chapter 4 ବୀଜଗାଣିତିକ ସମୀକରଣ

Odisha State Board BSE Odisha 9th Class Maths Notes Algebra Chapter 4 ବୀଜଗାଣିତିକ ସମୀକରଣ will enable students to study smartly.

BSE Odisha Class 9 Maths Notes Algebra Chapter 4 ବୀଜଗାଣିତିକ ସମୀକରଣ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

ଏକ ଅଜ୍ଞାତ ରାଶିବିଶିଷ୍ଟ ଏକଘାତୀ ସମୀକରଣ (Linear equation in one variable) :
(1) ଯଦି a ଓ b ପ୍ରତ୍ୟେକ ଧ୍ରୁବକ ବାସ୍ତବ ସଂଖ୍ୟା (a ≠ 0) ଓ x ଏକ ଅଜ୍ଞାତ ରାଶି ହୁଏ, ତେବେ ax + b = ଠକୁ xରେ ଗୋଟିଏ ଏକ ଅଜ୍ଞାତ ରାଶି ବିଶିଷ୍ଟ ଏକଘାତୀ ସମୀକରଣ କୁହାଯାଏ ।
{ax + b ଏକ ପଲିନୋମିଆଲ୍ p(x) ଯେଉଁଠାରେ a, b ∈ R, a ≠ 0 ଉକ୍ତ ଏକ ଅଜ୍ଞାତ ରାଶି ବିଶିଷ୍ଟ ଏକଘାତୀ ପଇନୋମିଆଲ୍ ସଂପୃକ୍ତ ସମୀକରଣ p(x) = 0 କୁ ଏକ ଅଜ୍ଞାତରାଶି ବିଶିଷ୍ଟ ଏକଘାତୀ ସମୀକରଣ କୁହାଯାଏ ।}
(2) xର ଯେଉଁମାନ ପାଇଁ ସମୀକରଣଟି ସିଦ୍ଧ ହୁଏ ତାହାକୁ ସମୀକରଣଟିର ବୀଜ ବା ମୂଳ (root) ବା ସମାଧାନ (Solution) କୁହାଯାଏ ।
ax + b = 0 (a ≠ 0) ସମୀକରଣର ମୂଳ = –\frac{-b}{a}
(3) ଗୋଟିଏ ଏକ ଅଜ୍ଞାତ ରାଶି ବିଶିଷ୍ଟ ଏକଘାତୀ ସମୀକରଣର କେବଳ ଗୋଟିଏ ମାତ୍ର ମୂଳ ଥାଏ ।
(4) ଯେଉଁ ସମୀକରଣର ମୂଳ ନିର୍ଣ୍ଣୟ କରିହୁଏ ତାହାକୁ ସଙ୍ଗତ (Consistent) ସମୀକରଣ କୁହାଯାଏ ଏବଂ ସମାଧାନ କରିହେଉନଥିବା ସମୀକରଣକୁ ଅସଙ୍ଗତ (in-consistent) ସମୀକରଣ କୁହାଯାଏ ।
(5) ଯେଉଁ ଦୁଇଟି ସମୀକରଣର ମୂଳ ସମାନ ସେହି ସମୀକରଣ ଦୁଇଟିକୁ ପରସ୍ପର ଅନୁରୂପ (Equivalent) ସମୀକରଣ କୁହାଯାଏ; ଉଦାହରଣସ୍ୱରୂପ, x + 2 = 0 ଓ 2x + 6 = 2 ସମୀକରଣଦ୍ଵୟ ଅନୁରୂପ, କାରଣ x = – 2 ହେଲେ ଉଭୟ ସମୀକରଣ ସିଦ୍ଧ ହୁଅନ୍ତି ।
(6) xର ଯେକୌଣସି ମାନ ପାଇଁ ଯଦି ସମୀକରଣଟି ସିଦ୍ଧ ହୁଏ, ତେବେ ଏହାକୁ ସମୀକରଣ ନ କହି ଅଭେଦ (Identity) କୁହାଯାଏ ।
ଉଦାହରଣସ୍ୱରୂପ, 2(x – 1) + 1 = 3 (4 – 2x) ଏକ ସମୀକରଣ ନୁହେଁ, ଏକ ଅଭେଦ ।
{ସମାଧାନ ପରେ ସମୀକରଣଟିର ନିର୍ମିତ ମୂଳ ଠିକ୍ କି ନୁହେଁ ଜାଣିବାପାଇଁ ଉକ୍ତ ମୂଳ ଅର୍ଥାତ୍ ଅଜ୍ଞାତ ରାଶିର ଲବ୍‌ଧଦ୍ଵାରା ସମୀକରଣଟି ସିଦ୍ଧ ହେଉ ଅଛି କି ନାହିଁ ପରୀକ୍ଷା କଲେ ତୁମେ ପାଇଥିବା ଉତ୍ତରଟି ଠିକ୍ କି ଭୁଲ୍ ଜାଣିପାରିବ ।}

ଏକ ଅଜ୍ଞାତ ରାଶିବିଶିଷ୍ଟ ଦ୍ୱିଘାତ ସମୀକରଣ (Quadratic equation in one variable) :

  • ଯଦି a, b, c ଗୋଟିଏ ଗୋଟିଏ ବାସ୍ତବ ସଂଖ୍ୟା ଓ x ଏକ ଅଜ୍ଞାତ ରାଶି, ତେବେ p(x) = ax2 + bx + c (a ≠ 0) ଏକ ଦ୍ଵିଘାତ ପଲିନୋମିଆଲ୍ ଅଟେ ।
  • p(x) ସହ ସଂପୃକ୍ତ ସମୀକରଣଟି ହେଉଛି p(x) = 0

{ଏକ ଅଜ୍ଞାତ ରାଶିବିଶିଷ୍ଟ ଦ୍ୱିଘାତ ସମୀକରଣର ବ୍ୟାପକ ରୂପ ହେଉଛି-
ax2 + bx + c = 0, a, b, c ∈ R ଓ a ≠ 0}
ଏହି ସମୀକରଣରେ a ଓ b କୁ ଯଥାକ୍ରମେ x2 ଓ xର ସହଗ ଓ cକୁ ସମୀକରଣର ଧ୍ରୁବକ ପଦ କୁହାଯାଏ ।
ସଂଜ୍ଞା : ଏକ ଅଜ୍ଞାତ ରାଶିବିଶିଷ୍ଟ କୌଣସି ସମୀକରଣର ପଦମାନଙ୍କରେ ଥିବା ଅଜ୍ଞାତ ରାଶିର ସର୍ବୋଚ୍ଚ ଘାତ 2 ହେଲେ ସମୀକରଣଟିକୁ ଦ୍ୱିଘାତ ସମୀକରଣ (Quadratic equation) କୁହାଯାଏ ।

BSE Odisha 9th Class Maths Notes Algebra Chapter 4 ବୀଜଗାଣିତିକ ସମୀକରଣ

ଦ୍ବିଘାତ ସମୀକରଣର ସମାଧାନ :
(i) ଦ୍ୱିଘାତ ସମୀକରଣର ସମାଧାନର ଅର୍ଥ ଅଜ୍ଞାତ ରାଶିର ମାନ ନିର୍ଣ୍ଣୟ କରିବା । ଅଜ୍ଞାତ ରାଶିର ଯେଉଁ ମୂଲ୍ୟଗୁଡ଼ିକ ପାଇଁ ସମୀକରଣଟି ସିଦ୍ଧ ହେବ ସେହି ମାନଗୁଡ଼ିକୁ ସମୀକରଣର ମୂଳ ବା ବୀଜ (root) କୁହାଯାଏ ।
(ii) ଦ୍ଵିଘାତ ସମୀକରଣର କେବଳ ଦୁଇଟି ବୀଜ ଥାଏ ।
(iii) ପ୍ରତ୍ୟେକ ବୀଜ ଦ୍ୱାରା ଦ୍ୱିଘାତ ସମୀକରଣଟି ସିଦ୍ଧ ହୁଏ ।
(iv) ସମୀକରଣଟିର ସମସ୍ତ ପଦକୁ ବାମପାର୍ଶ୍ଵକୁ ଆଣି ବାମପାର୍ଶ୍ୱସ୍ଥ ପରିପ୍ରକାଶ ବା ଉତ୍ପାଦକୀକରଣ କରାଯାଏ; ଫଳରେ ଦୁଇଟି ଏକଘାତୀ ସମୀକରଣର ଗୁଣଫଳ ଶୂନ ସଙ୍ଗେ ସମାନ ହୋଇଥାଏ ।
(v) ଯଦି x ଓ y ବାସ୍ତବ ସଂଖ୍ୟା ଏବଂ xy = 0 ହୁଏ, ତେବେ x = 0 ବା y = 0 ହୁଏ ।

ଦ୍ବିଘାତ ସମୀକରଣ ସାହାଯ୍ୟରେ ପାଟୀଗଣିତ ପ୍ରଶ୍ନର ସମାଧାନ :

  • ବୀଜଗଣିତର ପ୍ରୟୋଗରେ ପାଟୀଗାଣିତିକ ପ୍ରଶ୍ନଗୁଡ଼ିକର ସମାଧାନ ସହଜ ହୋଇଥାଏ । ଦ୍ଵିଘାତ ସମୀକରଣର ବୀଜ ହିଁ ପାଟୀଗାଣିତିକ ପ୍ରଶ୍ନର ସମାଧାନ ଅଟେ ।
  • ସମୟ ସମୟରେ ଦ୍ଵିଘାତ ସମୀକରଣର ଦୁଇଟି ବୀଜ ମଧ୍ୟରୁ ଯେଉଁ ବୀଜଟି ପ୍ରଶ୍ନଟିର ସର୍ଭାଳବୀକୁ ପୂର୍ଣ୍ଣ କରିଥାଏ ତାହାକୁ ଗ୍ରହଣ କରାଯାଏ ଓ ଅନ୍ୟ ବୀଜଟି ଅଗ୍ରହଣୀୟ ଅଟେ ।

ଏ ଘାତାଙ୍କୀୟ ସମୀକରଣର ସମାଧାନ (Solution of Exponential Equations) :
(i) = ଅଜ୍ଞାତ ରାଶି ଏବଂ ଘାତାଙ୍କ ଦ୍ବାରା ପ୍ରକାଶିତ ହେଉଥ‌ିବା ସମୀକରଣକୁ ଘାତାଙ୍ଗୀୟ ସମୀକରଣ (Exponential Equation) କୁହାଯାଏ ।
ଘାତତତ୍ତ୍ଵର ଯେଉଁ ତଥ୍ୟକୁ ପ୍ରୟୋଗକରି ଆମେ କେତେକ ଘାତାଙ୍କୀୟ ସମୀକରଣର ସମାଧାନ କରିବା ତାହା ହେଉଛି – 
{a> 0, a ≠ 1; x, y ∈ R ହେଲେ, ax = ay ⇒ x =y}
(ii) ଘାତାଙ୍କୀୟ ସମୀକରଣର ସମାଧାନ କରିବା ପାଇଁ ଉଭୟ ପାର୍ଶ୍ଵର ଆଧାରକୁ ସମାନ କରିବାପାଇଁ ପଡ଼େ । ଏହା ସମୀକରଣର ପ୍ରଧାନ ସୋପାନ