BSE Odisha 9th Class History Notes Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

Odisha State Board BSE Odisha 9th Class History Notes Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା will enable students to study smartly.

BSE Odisha Class 9 History Notes Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ଉପକ୍ରମ :

  • ଶୀତଳ ଯୁଦ୍ଧ ଯୋଗୁଁ ପୃଥ‌ିବୀ ଦୁଇଟି ଗୋଷ୍ଠୀରେ ବିଭକ୍ତ ହେଲା; ଯଥା – ସାମ୍ୟବାଦୀ ଗୋଷ୍ଠୀ ଏବଂ ପୁଞ୍ଜିବାଦୀ ଗୋଷ୍ଠୀ ।
  • ପରେ ଉଭୟ ଗୋଷ୍ଠୀ ପରସ୍ପର ସପକ୍ଷରେ ସାମରିକ ମେଣ୍ଟମାନ ଗଠନ କରିଥିଲେ ।
  • ଶୀତଳ ଯୁଦ୍ଧ ସମୟରେ ମହାକାଶ ଗବେଷଣା, ଆଣବିକ ଅସ୍ତ୍ର ପ୍ରସ୍ତୁତି ପାଇଁ ପ୍ରତିଦ୍ବନ୍ଦିତା, ଚନ୍ଦ୍ରପୃଷ୍ଠରେ ମାନବର ଅବତରଣ,ନୂତନ ପ୍ରଯୁକ୍ତି ବିଦ୍ୟା ଯୁଗର ଅୟମାରମ୍ଭ ଘଟିଥିଲା ।

BSE Odisha 9th Class History Notes Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

ବିଷୟବସ୍ତୁ ରୂପରେଖ:

  1. ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଂଗଠନ (NATO)
  2. ଆନ୍‌ସ୍ ରାଜିନାମା (ANZUS PACT)
  3. ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନ (SEATO)
  4. ବାଗଦାଦ୍ ଚୁକ୍ତି
  5. କେନ୍ଦ୍ରୀୟ ଚୁକ୍ତି ସଂଗଠନ (CENTO)
  6. ୱାରସ୍ ଚୁକ୍ତି (WARSAW PACT)
  7. ଦେର୍ତା (DETENTE)
  8. ନୂତନ ଶୀତଳ ଯୁଦ୍ଧ (New Cold War)

→ ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଂଗଠନ (NATO) :

  • ପଶ୍ଚିମ ଓ ମଧ୍ୟ ଇଉରୋପରେ ସୋଭିଏତ୍ ରୁଷର ପ୍ରତିପତ୍ତିକୁ ପ୍ରତିହତ କରିବାପାଇଁ ୧୯୪୯ ମସିହା ଏପ୍ରିଲ ୪ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଂଗଠନ ବା NATO ଗଠିତ ହୋଇଥିଲା ।

→ ଆନ୍‌ସ୍ ରାଜିନାମା (ANZUS PACT) :

  • ୧୯୫୧ ମସିହାରେ ଆନ୍‌ସ୍ ରାଜିନାମା ସ୍ବାକ୍ଷରିତ ହୋଇଥିଲା । ଏଥିରେ ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକା ଭାଗ ନେଇଥିଲେ ।
  • ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ତଥା ମିଳିତ ପ୍ରତିରକ୍ଷା ବ୍ୟବସ୍ଥାର ପରିଚାଳନା ଏହାର ଉଦ୍ଦେଶ୍ୟ ଥିଲା ।

→ ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନ (SEATO) :

  1. ଦକ୍ଷିଣ-ପୂର୍ବ ଏସିଆରେ ରୁଷ୍ ଓ ସାମ୍ୟବାଦୀ ଚୀନ୍‌ର ପ୍ରଭାବ ହ୍ରାସ କରିବାପାଇଁ ୧୯୫୪ ମସିହା ସେପ୍ଟେମ୍ବର ୮ ତାରିଖରେ ଆମେରିକା ନେତୃତ୍ୱରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
  2. ୧୯୪୮ ମସିହାରେ ବ୍ରସେଲସ୍ ଚୁକ୍ତି ଆଧାରରେ ପଶ୍ଚିମ ଇଉରୋପରେ ଐକ୍ୟ ପ୍ରତିଷ୍ଠା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଥିଲା ।

BSE Odisha 9th Class History Notes Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

→ ବାଦ୍ ଚୁକ୍ତି :

  • ୧୯୫୫ ମସିହାରେ ବାର୍‌ଦ୍ୱାରେ ବ୍ରିଟେନ୍, ତୁର୍କୀ, ଇରାକ୍, ଇରାନ୍ ଓ ପାକିସ୍ତାନ ମଧ୍ୟରେ ଏହି ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା ।

→  କେନ୍ଦ୍ରୀୟ ଚୁକ୍ତି ସଂଗଠନ (CENTO) :
ସାମରିକ ଗୋଷ୍ଠୀ ଗଠନ ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା Chapter 9

  • ୧୯୫୮ ମସିହାରେ ବାଦ୍ ଚୁକ୍ତିରୁ ଇରାକ୍ ଓହରିଯିବାରୁ ଏହାକୁ କେନ୍ଦ୍ରୀୟ ଚୁକ୍ତି ସଂଗଠନ କୁହାଗଲା ଓ ଏଥିରେ ଆମେରିକା ନୂତନ ସଭ୍ୟଭାବେ ଯୋଗଦେଲା ।

→ ୱାରସ୍ ଚୁକ୍ତି (WARSAW PACT) :

  • ୧୯୫୫ ମସିହା ମେ ୧ ତାରିଖରେ ପୋଲାଣ୍ଡର ରାଜଧାନୀ ୱାରସ୍ତାରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
  • ଏହା ସୋଭିଏତ୍ ରୁଷ୍ ନେତୃତ୍ୱରେ ଗଠିତ ହୋଇଥିଲା । ପୁଞ୍ଜିବାଦୀ ରାଷ୍ଟ୍ରମାନଙ୍କର ଆକ୍ରମଣକୁ ମିଳିତଭାବେ ପ୍ରତିରୋଧ କରିବା ଏହାର ଉଦ୍ଦେଶ୍ୟ ଥିଲା ।

→ ଦୈର୍ତା (DETENTE) :

  • ୧୯୬୯ ମସିହାରୁ ୧୯୭୮ ମସିହା ମଧ୍ୟରେ ସୋଭିଏତ୍ ରୁଷ୍ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଉତ୍ତେଜନା ହ୍ରାସ ପାଇଥିଲା । ଶୀତଳ ଯୁଦ୍ଧର ଏହି ପରିସ୍ଥିତିକୁ ଦୈର୍ତା (Detente) କୁହାଯାଉଥିଲା । ଏହି ସମୟରେ ଦୁଇ ବୃହତ୍ ଶକ୍ତି ମଧ୍ୟରେ ପାରସ୍ପରିକ ସହଯୋଗିତା ଦେଖାଦେଇଥିଲା ।

BSE Odisha 9th Class History Notes Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

→ ନୂତନ ଶୀତଳ ଯୁଦ୍ଧ (New Cold War) :

  • ୧୯୭୯ ମସିହାରେ ଇରାନ୍ ବିଦ୍ରୋହ, ଚୀନ୍ – ଭିଏତ୍‌ନାମ୍ ଯୁଦ୍ଧ, ଏଲସାଲଭେଡ଼ରରେ ଯୁକ୍ତରାଷ୍ଟ୍ର ଆମେରିକାର ସଂପୃକ୍ତି ଏବଂ ଆଫଗାନିସ୍ତାନରେ ସୋଭିଏତ୍ ରୁଷର ହସ୍ତକ୍ଷେପ ଫଳରେ ଦୈତାର ଅବସାନ ହେଲା ଓ ଦୁଇ ମହାଶକ୍ତି ମଧ୍ୟରେ ପୁନଃ ଉତ୍ତେଜନା ଓ ଦ୍ବନ୍ଦ୍ବ ପ୍ରକାଶ ପାଇଲା ।
    ସାମରିକ ଗୋଷ୍ଠୀ ଗଠନ ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା Chapter 9.1
  • ପୋଲାଣ୍ଡ, ଚେକୋସ୍ଲୋଭାକିଆ, ଆଲ୍‌ବାନିଆ, ଯୁଗୋସ୍ଲୋଭିଆ, ବୁଲଗେରିଆ, ହଙ୍ଗେରୀ, ପୂର୍ବ ଜର୍ମାନୀ ପ୍ରଭୃତି ଦେଶରେ ସାମ୍ୟବାଦୀ ସରକାର ଗଠିତ ହୋଇଥିଲା ।
  • ଏହା ପୁରାତନ ଶୀତଳ ଯୁଦ୍ଧଠାରୁ ଭୟଙ୍କର ଜଣାଯାଉଥିଲେ ମଧ୍ୟ ଅସ୍ଥାୟୀ ଥିଲା ।
  • ୧୯୮୫ ମସିହାରେ ସୋଭିଏତ୍ ରୁଟ୍‌ରେ ମିଖାଇଲ୍ ଗୋର୍ବାଚେର୍‌ଙ୍କ ସଂସ୍କାରମୂଳକ ନୀତି ପ୍ରଣୟନ ଫଳରେ ଉଭୟ ମହାଶକ୍ତିଙ୍କ ମଧ୍ୟରେ ଶାନ୍ତି ଓ ସହାବସ୍ଥାନ ଭାବ ବୃଦ୍ଧି ପାଇଥିଲା ।
  • ୧୯୯୧ ମସିହା ଡିସେମ୍ବର ମାସରେ ସୋଭିଏତ୍ ସଂଘର ବିଲୟ ଘଟିଥିଲା ।
  • ୧୯୯୨ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜର୍ଜ ବୁଶ୍ ଓ କେନ୍ଦ୍ର ରୁଷ୍ ମଣ୍ଡଳ (Russian Federation)ର ରାଷ୍ଟ୍ରପତି ବୋରିସ୍ ୟେଲ୍‌ସିନ୍ ଶୀତଳ ଯୁଦ୍ଧର ପରିସମାପ୍ତି ଘୋଷଣା କରିଥିଲେ ।

BSE Odisha 9th Class History Notes Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

ଖ୍ରୀଷ୍ଟାବ୍ଦସମୂହ ଓ ପ୍ରମୁଖ ଘଟଣାବଳୀ:

୧୯୪୯ ଖ୍ରୀ.ଅ. – (ଏପ୍ରିଲ୍ ୪) ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଂଗଠନ (NATO) ଗଠନ ।
୧୯୫୧ ଖ୍ରୀ.ଅ. – ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଆନ୍‌ସ୍ ରାଜିନାମା ସ୍ବାକ୍ଷରିତ ।
୧୯୫୨ ଖ୍ରୀ.ଅ. – ଗ୍ରୀସ୍ ଓ ତୁର୍କୀର ନାଟୋରେ ଯୋଗଦାନ; (ମେ ୨୭) ଇଉରୋପୀୟ ପ୍ରତିରକ୍ଷା ଗୋଷ୍ଠୀର ପ୍ରତିଷ୍ଠା ନିମନ୍ତେ ପ୍ୟାରିସ୍ଠାରେ ଏକ ଚୁକ୍ତି ସ୍ୱାକ୍ଷରିତ ।
୧୯୫୪ଖ୍ରୀ.ଅ. – (ସେପ୍ଟେମ୍ବର ୮) ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନ (SEATO) ଗଠନ ।
୧୯୫୫ ଖ୍ରୀ.ଅ. – ଜର୍ମାନୀ ସଂଯୁକ୍ତ ସାଧାରଣତନ୍ତ୍ରର ନାଟୋରେ ଯୋଗଦାନ; ବାଗ୍‌ଦାଦ୍ ଚୁକ୍ତି ସ୍ୱାକ୍ଷରିତ; (ମେ ୧) ରୁଷ୍ ଏବଂ ତା’ର ଅନୁଗାମୀମାନଙ୍କୁ ନେଇ ୱାରସ୍ ଚୁକ୍ତି ସ୍ବାକ୍ଷରିତ ।
୧୯୫୮ ଖ୍ରୀ.ଅ. – ଇରାକ୍ ବାଗ୍‌ଦାଦ୍ ଚୁକ୍ତିରୁ ଓହରିଯିବା ପରେ ଏହି ଚୁକ୍ତିର ନାମ କେନ୍ଦ୍ରୀୟ ଚୁକ୍ତି ସଂଗଠନ ରଖାଗଲା ଏବଂ ଆମେରିକା ଏହାର ସଭ୍ୟ ହେଲା ।
୧୯୭୫ ଖ୍ରୀ.ଅ. – ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନର ପରିସମାପ୍ତି ।
୧୯୭୯ ଖ୍ରୀ.ଅ. – ନୂତନ ଶୀତଳ ଯୁଦ୍ଧର ସୂତ୍ରପାତି ଓ ଦେର୍ତାର ଅବସାନ ।
୧୯୮୫ ଖ୍ରୀ.ଅ. – ମିଖାଇଲ୍ ଗୋର୍ବାଚେଭ୍ ସୋଭିଏତ୍ ପଲିଟିବ୍ୟୁରୋର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ।
୧୯୯୧ ଖ୍ରୀ.ଅ. – ଡିସେମ୍ବର ସୋଭିଏତ୍ ସଂଘର ବିଲୟ ।
୧୯୯୨ ଖ୍ରୀ.ଅ. – ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜର୍ଜ ବୁଶ୍ ଓ କେନ୍ଦ୍ର ରୁଷ୍ମମଣ୍ଡଳର ରାଷ୍ଟ୍ରପତି ବୋରି ସ୍ ୟେଲସିନ୍‌ଙ୍କଦ୍ଵାରା ଶୀତଳ ଯୁଦ୍ଧର ଅବସାନ ଘୋଷଣା ।

Leave a Comment