CHSE Odisha Class 12 Economics Chapter 9 Objective & Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 9 ଯୋଗାଣ Objective & Short Answer Questions.

CHSE Odisha 12th Class Economics Chapter 9 Objective & Short Answer Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର
A ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ଏକ ସ୍ଵାଭାବିକ ଯୋଗାଣ ରେଖା :
(A) ନିମ୍ନଗାମୀ ହୋଇଥାଏ
(B) ଊର୍ଦ୍ଧ୍ୱଗାମୀ ହୋଇଥାଏ
(C) ଉଲ୍ଲମ୍ବା ହୋଇଥାଏ
(D) ଆନୁଭୂମିକ ହୋଇଥାଏ
Answer:
(B) ଊର୍ଦ୍ଧ୍ୱଗାମୀ ହୋଇଥାଏ

2. ଦର ଓ ଯୋଗାଣ ପରିମାଣ ମଧ୍ଯରେ କେଉଁ ସମ୍ପର୍କ ପରିଲକ୍ଷିତ ହୋଇଥାଏ ?
(A) ପ୍ରତ୍ୟକ୍ଷ
(B) ପରୋକ୍ଷ
(C) ପ୍ରଥମେ ପରୋକ୍ଷ ଓ ତତ୍ପରେ ପ୍ରତ୍ୟକ୍ଷ
(D) ପ୍ରଥମେ ପ୍ରତ୍ୟକ୍ଷ ଓ ତତ୍ପରେ ପରୋକ୍ଷ
Answer:
(A) ପ୍ରତ୍ୟକ୍ଷ

3. ସମ୍ପୂର୍ଣ ସ୍ଥିତିସ୍ଥାପକ ଯୋଗାଣ ରେଖା :
(A) ନିମ୍ନଗାମୀ ହୋଇଥାଏ
(B) ଊର୍ଦ୍ଧ୍ୱଗାମୀ ହୋଇଥାଏ
(C) ଉଲ୍‌ମ୍ ହୋଇଥାଏ
(D) ଆନୁଭୂମିକ ହୋଇଥାଏ
Answer:
(D) ଆନୁଭୂମିକ ହୋଇଥାଏ

4. ନିର୍ଦ୍ଦିଷ୍ଟ ଦରରେ ଗଚ୍ଛିତ ପରିମାଣର ଯେଉଁ ଅଂଶ ଉତ୍ପାଦନକାରୀ ବିକ୍ରୟ ଲାଗି ଇଚ୍ଛା ପ୍ରକାଶ କରେ ସେହି ପରିମାଣ ହେଉଛି :
(A) ଚାହିଦା
(B) ମୋଟ ଉତ୍ପାଦ
(C) ପରୋକ୍ଷ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ପରୋକ୍ଷ

5. ଦର ପରିବର୍ତ୍ତନଠାରୁ ଯୋଗାଣ ପରିମାଣରେ ପରିବର୍ତ୍ତନର ତୀବ୍ରତା ଅଧ୍ବକ ହେଲେ ଯୋଗାଣ ସ୍ଥିତିସ୍ଥାପକତା କ’ଣ ହୁଏ ?
(A) ଏକଠାରୁ ଅଧ୍ଵ
(B) ଏକ ସଙ୍ଗେ ସମାନ
(C) ଏକଠାରୁ କମ୍
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ଏକଠାରୁ ଅଧ୍ଵ

CHSE Odisha Class 12 Economics Chapter 9 Objective & Short Answer Questions in Odia Medium

6. ଯୋଗାଣ ରେଖା ବାମରୁ ଦକ୍ଷିଣକୁ ଉର୍ଦ୍ଧ୍ୱଗାମୀ ହୋଇଥାଏ, ଏହା କେଉଁ ସମ୍ପର୍କ ସ୍ଥାପନ କରେ ?
(A) ଋଣାତ୍ମକ ସମ୍ପର୍କ
(B) ଧନାତ୍ମକ ସମ୍ପର୍କ
(C) କୌଣସି ସମ୍ପର୍କ ସ୍ଥାପନ କରେ ନାହିଁ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ଧନାତ୍ମକ ସମ୍ପର୍କ

7. ଯୋଗାଣ ସ୍ଥିର ଥାଇ ଚାହିଦା ବୃଦ୍ଧି ପାଇଲେ ଦାମ୍ :
(A) ସ୍ଥିର ରହେ
(B) ବୃଦ୍ଧି ପାଏ
(C) ହ୍ରାସ ପାଏ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ବୃଦ୍ଧି ପାଏ

8. ଚାହିଦା ସ୍ଥିର ରହି ଯୋଗାଣ ବୃଦ୍ଧି ପାଇଲେ, ଦାମ୍ :
(A) ସ୍ଥିର ରହେ
(B) ବୃଦ୍ଧି ପାଏ
(C) ହ୍ରାସ ପାଏ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ହ୍ରାସ ପାଏ

9. ଯେତେବେଳେ ଉଭୟ ଚାହିଦା ଓ ଯୋଗାଣ ସମାନ ହାରରେ ବୃଦ୍ଧି ବା ହ୍ରାସ ହୁଅନ୍ତି, ସେତେବେଳେ ଦାମ୍ :
(A) ସ୍ଥିର ରହେ
(B) ବୃଦ୍ଧି ପାଏ
(C) ହ୍ରାସ ପାଏ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ସ୍ଥିର ରହେ

10. କେଉଁ ବଜାରରେ ଦାମ୍ ଏକ ପ୍ରକାର ଥାଏ ?
(A) ପୂର୍ଣ୍ଣ ପ୍ରତିଯୋଗିତା
(B) ଏକାଧିକାର
(C) ଅଚ୍ଛାଧ୍ୟାକାର
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ପୂର୍ଣ୍ଣ ପ୍ରତିଯୋଗିତା

11. ଚାହିଦାର ବୃଦ୍ଧି ହାର ଯୋଗାଣର ବୃଦ୍ଧି ହାରଠାରୁ ଅଧିକ ହେଲେ, ଦାମ୍ :
(A) ବୃଦ୍ଧି ପାଏ
(B) ହ୍ରାସ ପାଏ
(C) ସ୍ଥିର ରହେ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ବୃଦ୍ଧି ପାଏ

12. ଯେତେବେଳେ ଦର ପରିବର୍ତ୍ତନର ଶତକଡ଼ା ହାର ଯୋଗାଣ ପରିମାଣ ପରିବର୍ତ୍ତନର ଶତକଡ଼ା ହାରର ଅନୁପାତ ଏକ (୧) ହୁଏ; ତାହାକୁ କ’ଣ କୁହାଯାଏ ?
(A) ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଯୋଗାଣ
(B) ଅପେକ୍ଷାକୃତ ସ୍ଥିତିସ୍ଥାପକ ଯୋଗାଣ
(C) ଏକକ ସ୍ଥିତିସ୍ଥାପକ ଯୋଗାଣ
(D) ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଯୋଗାଣ
Answer:
(C) ଏକକ ସ୍ଥିତିସ୍ଥାପକ ଯୋଗାଣ

13. ଦର ପରିବର୍ତ୍ତନ ପ୍ରତି ଯୋଗାଣର ସମ୍ବେଦନଶୀଳତା ମାତ୍ରାର ପରିମାପକୁ ଯୋଗାଣର କ’ଣ କୁହାଯାଏ ?
(A) ଯୋଗାଣର ସ୍ଥିତିସ୍ଥାପକତା
(B) ଯୋଗାଣ
(C) ଚାହିଦା
(D) ଚାହିଦାର ସ୍ଥିତିସ୍ଥାପକତା
Answer:
(A) ଯୋଗାଣର ସ୍ଥିତିସ୍ଥାପକତା

CHSE Odisha Class 12 Economics Chapter 9 Objective & Short Answer Questions in Odia Medium

14. ଯେତେବେଳେ ଦର ପରିବର୍ତ୍ତନର ଶତକଡ଼ା ହାର ଯୋଗାଣ ପରିମାଣ ପରିବର୍ତ୍ତନର ଶତକଡ଼ା ହାରଠାରୁ କମ୍ ହୁଏ, ସେତେବେଳେ ଯୋଗାଣର ସ୍ଥିତିସ୍ଥାପକତା କ’ଣ ହୋଇଥାଏ ?
(A) ସମ୍ପୂର୍ଣ ସ୍ଥିତିସ୍ଥାପକ ଯୋଗାଣ
(B) ସମ୍ପୂର୍ଣ ଅସ୍ଥିତିସ୍ଥାପକ ଯୋଗାଣ
(C) ଅପେକ୍ଷାକୃତ ସ୍ଥିତିସ୍ଥାପକ ଯୋଗାଣ
(D) ଏକକ ସ୍ଥିତିସ୍ଥାପକ ଯୋଗାଣ
Answer:
(C) ଅପେକ୍ଷାକୃତ ସ୍ଥିତିସ୍ଥାପକ ଯୋଗାଣ

B. ଶୂନ୍ୟସ୍ଥାନ ପୂରଣ କର ।

1. ଏକ ନିର୍ଦ୍ଦିଷ୍ଟ ସମୟକାଳରେ ଦ୍ରବ୍ୟର ବିଭିନ୍ନ ଦରରେ ବିକ୍ରୟ ପାଇଁ ଉଦ୍ଦିଷ୍ଟ ପରିମାଣକୁ _____________ କୁହାଯାଏ ।_
Answer:
ଯୋଗାଣ

2. ଦ୍ରବ୍ୟର ଦର ଓ ଯୋଗାଣର ପରିମାଣ ମଧ୍ଯରେ _________ ସହସମ୍ବନ୍ଧ ଥାଏ ।
Answer:
ଧନାତ୍ମକ

3. ପ୍ରତିସ୍ଥାପନକ୍ଷମ ଦ୍ରବ୍ୟ କ୍ଷେତ୍ରରେ ଗୋଟିଏ ଦ୍ରବ୍ୟର ଦର ବୃଦ୍ଧି ପାଇଲେ ଅନ୍ୟ ଦ୍ରବ୍ୟର ଯୋଗାଣ ପରିମାଣ _____________ ହୁଏ ।
Answer:
ହ୍ରାସ

4. ଅନୁପୂରକ ଦ୍ରବ୍ୟର ଦରବୃଦ୍ଧି ହେଲେ ଅନ୍ୟ ଗୋଟିଏ ଦ୍ରବ୍ୟର ଯୋଗାଣ _______________ ଘଟିଥାଏ ।
Answer:
ବୃଦ୍ଧି

5. ଉପାଦାନଗୁଡ଼ିକର ଦାମ୍ ବୃଦ୍ଧି ପାଇଲେ ଉତ୍ପାଦନ ପରିବ୍ୟୟ ବୃଦ୍ଧି ପାଏ, ଫଳରେ ଦ୍ରବ୍ୟର ଯୋଗାଣ ________________ ପାଏ ।
Answer:
ହ୍ରାସ

6. ନୂତନ ଓ ଉନ୍ନତ ମାନର ଉତ୍ପାଦନ କୌଶଳ ପ୍ରୟୋଗଦ୍ଵାରା ଯୋଗାଣ____________ ପାଏ ।
Answer:
ବୃଦ୍ଧି

7. ଯୋଗାଣକୁ ପ୍ରଭାବିତ କରୁଥିବା ଅନ୍ୟ ଉପାଦାନଗୁଡ଼ିକ ସ୍ଥିର ରହିଲେ, ଗୋଟିଏ ଦ୍ରବ୍ୟର ଯୋଗାଣ ପରିମାଣ, _____________ ଭାବରେ ଦର ସହିତ ପରିବର୍ତ୍ତିତ ହୋଇଥାଏ ।
Answer:
ପ୍ରତ୍ୟକ୍ଷ

8. ଯୋଗାଣରେଖା ଡାହାଣକୁ ______________ ହୋଇଥାଏ ।
Answer:
ଊର୍ଦ୍ଧ୍ୱଗାମୀ

9. ବଜାରରେ ଦ୍ରବ୍ୟର ସର୍ବମୋଟ ଯୋଗାଣକୁ _______________ କୁହାଯାଏ ।
Answer:
ବଜାର ଯୋଗାଣ

10. ବଜାର ଦାମ୍‌ରେ ପରିବର୍ତ୍ତନ ସହିତ ଯୋଗାଣ ପରିମାଣର ସମ୍ବେଦନଶୀଳତାର ମାତ୍ରାକୁ ଯୋଗାଣର ______________ କୁହାଯାଏ।
Answer:
ସ୍ଥିତିସ୍ଥାପକତା

11. ଦରର ସାମାନ୍ୟ ପରିବର୍ତ୍ତନ ଯୋଗୁଁ ଯୋଗାଣର ପରିମାଣରେ ପରିବର୍ତ୍ତନ ଯଦି________________ ହୁଏ ତେବେ ଯୋଗାଣକୁ ସମ୍ପୂର୍ଣ ସ୍ଥିତିସ୍ଥାପକ କୁହାଯାଏ ।
Answer:
ଅସୀମ

12. ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଯୋଗାଣ କ୍ଷେତ୍ରରେ ଯୋଗାଣରେଖା _________________ ରେଖା ସହିତ ସମାନ୍ତରାଳ ହୋଇ ଗତିକରେ ।
Answer:
ଆନୁଭୂମିକ

CHSE Odisha Class 12 Economics Chapter 9 Objective & Short Answer Questions in Odia Medium

13. ଦର ପରିବର୍ତ୍ତନ ଯୋଗୁଁ ଯୋଗାଣର ପରିମାଣ ଆଦୌ ପରିବର୍ତ୍ତିତ ନ ହେଲେ, ଯୋଗାଣକୁ _____________ କୁହାଯାଏ ।
Answer:
ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ

14. ସମ୍ପୂର୍ଣ ଅସ୍ଥିତିସ୍ଥାପକ ଯୋଗାଣ କ୍ଷେତ୍ରରେ ଯୋଗାଣର ସ୍ଥିତିସ୍ଥାପକତା ____________ ଅଟେ ।
Answer:
ଶୂନ୍ୟ

15. ସମ୍ପୂର୍ଣ ଅସ୍ଥିତିସ୍ଥାପକ ଯୋଗାଣ କ୍ଷେତ୍ରରେ ଯୋଗାଣରେଖା _____________ ଅଟେ ।
Answer:
ଉଲ୍ଲମ୍ବ

16. ଦର ପରିବର୍ତ୍ତନ ହେଲେ ଯଦି ଯୋଗାଣର ପରିମାଣ ଅଧିକ ଅନୁପାତରେ ପରିବର୍ତ୍ତିତ ହୁଏ, ତେବେ ଯୋଗାଣର ସ୍ଥିତିସ୍ଥାପକତାର _____________ ହୁଏ ।
Answer:
ଏକରୁ ଅଧ୍ଵ

17. ଦର ପରିବର୍ତ୍ତନ ହେଲେ ଯଦି ଯୋଗାଣର ପରିମାଣ କମ୍ ଅନୁପାତରେ ପରିବର୍ତ୍ତିତ ହୁଏ, ତେବେ ଯୋଗାଣର ସ୍ଥିତିସ୍ଥାପକତାର _____________ ହୁଏ ।
Answer:
ଏକରୁ କମ୍

18. ଦର ପରିବର୍ଭନ ହେଲେ ଯଦି ଯୋଗାଣର ପରିମାଣ ସମାନୁପାତରେ ପରିବର୍ତ୍ତିତ ହୁଏ, ତେବେ ଯୋଗାଣର ସ୍ଥିତିସ୍ଥାପକତାର ମୂଲ୍ୟ ______________ ହୁଏ ।
Answer:
ଏକ

19. ଯୋଗାଣ ଗଚ୍ଛିତ ପରିମାଣର _____________ ଅଟେ ।
Answer:
ଅଂଶ

20. ଯୋଗାଣ ସ୍ଥିର ରହି ଚାହିଦାର ବୃଦ୍ଧି ଘଟିଲେ _____________ ବୃଦ୍ଧି ପାଏ ।
Answer:
ଦାମ

21. ଚାହିଦା ସ୍ଥିର ରହି _____________ ରେ ହ୍ରାସ ଘଟିଲେ ଦାମ୍ ବୃଦ୍ଧି ଘଟିଥାଏ ।
Answer:
ଯୋଗାଣ ।

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ଯୋଗାଣ ସୂତ୍ର ଅନୁସାରେ ଦ୍ରବ୍ୟର ଦାମ୍ ଓ ଯୋଗାଣ ମଧ୍ୟରେ ବିପରୀତମୁଖୀ ସମ୍ପର୍କ ରହିଛି ।
Answer:
ଭୁଲ୍ ।
ଠିକ୍ – ଯୋଗାଣ ସୂତ୍ର ଅନୁସାରେ ଦ୍ରବ୍ୟର ଦାମ୍ ଓ ଯୋଗାଣ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ରହିଛି ।

2. ଯୋଗାଣରେଖା ବାମରୁ ଡାହାଣୁକୁ ନିମ୍ନଗାମୀ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ଯୋଗାଣରେଖା ବାମରୁ ଡାହାଣକୁ ଉର୍ଦ୍ଧ୍ୱଗାମୀ ହୋଇଥାଏ ।

3. ଉତ୍ପାଦନ ପରିବ୍ୟୟ ବୃଦ୍ଧି ହେଲେ ଦ୍ରବ୍ୟର ଯୋଗାଣ ବୃଦ୍ଧି ପାଏ ।
Answer:
ଭୁଲ୍ ।
ଠିକ୍ – ଉତ୍ପାଦନ ପରିବ୍ୟୟ ବୃଦ୍ଧି ହେଲେ ଦ୍ରବ୍ୟର ଯୋଗାଣ ହ୍ରାସ ପାଏ ।

CHSE Odisha Class 12 Economics Chapter 9 Objective & Short Answer Questions in Odia Medium

4. ଭବିଷ୍ୟତରେ ଦ୍ରବ୍ୟର ଦାମ୍‌ରେ ଅସ୍ଵାଭାବିକ ହାସର ଆଶଙ୍କା ହେଲେ ଦ୍ରବ୍ୟର ଯୋଗାଣ ହ୍ରାସ ହୁଏ ।
Answer:
ଭୁଲ୍ ।
ଠିକ୍ – ଭବିଷ୍ୟତରେ ଦ୍ରବ୍ୟର ଦାମ୍‌ରେ ଅସ୍ଵାଭାବିକ ହ୍ରାସର ଆଶଙ୍କା ହେଲେ ଦ୍ରବ୍ୟର ଯୋଗାଣ ବୃଦ୍ଧି ହୁଏ ।

5. ଦ୍ରବ୍ୟର ଦାମ୍ ହ୍ରାସ ଯୋଗୁଁ ଯୋଗାଣର ହ୍ରାସକୁ ଯୋଗାଣର ସଂକୋଚନ କୁହାଯାଏ ।
Answer:
ଠିକ୍

6. ଉତ୍ପାଦନକାରୀଙ୍କ ସଂଖ୍ୟା ବୃଦ୍ଧି ହେଲେ ଯୋଗାଣର ସମ୍ପ୍ରସାରଣ ହୁଏ ।
Answer:
ଭୁଲ୍ ।
ଠିକ୍ – ଉତ୍ପାଦନକାରୀଙ୍କ ସଂଖ୍ୟା ବୃଦ୍ଧି ହେଲେ ଯୋଗାଣର ବୃଦ୍ଧି ହୁଏ ।

7. ଯୋଗାଣର ପରିବର୍ତ୍ତନ ହେଲେ ଯୋଗାଣରେଖାର ସ୍ଥାନାନ୍ତର ଘଟେ ।
Answer:
ଠିକ୍ ।

8. ଏକକ ସ୍ଥିତିସ୍ଥାପକତାରେ ଯୋଗାଣରେଖା ଆନୁଭୂମିକ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ଏକକ ସ୍ଥିତିସ୍ଥାପକତାରେ ଯୋଗାଣରେଖା 45 ହୋଇ ଊର୍ଦ୍ଧ୍ୱଗାମୀ ହୋଇଥାଏ ।

9. ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକତାରେ ଯୋଗାଣରେଖା ଆନୁଭୂମିକ ।
Answer:
ଭୁଲ୍ ।
ଠିକ୍ – ସମ୍ପୂର୍ଣ ଅସ୍ଥିତିସ୍ଥାପକତାରେ ଯୋଗାଣରେଖା ଭଲୁମ୍ବ ହୋଇଥାଏ ।

10. ଅପେକ୍ଷାକୃତ ସ୍ଥିତିସ୍ଥାପକତାରେ ଯୋଗାଣରେଖା ଊର୍ଦ୍ଧ୍ୱଗାମୀ ଓ ତୀଖ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ଅପେକ୍ଷାକୃତ ସ୍ଥିତିସ୍ଥାପକତାରେ ଯୋଗାଣ ରେଖା ଓ ର୍ଦ୍ଧ୍ୱଗାମୀ ଓ ଚଟକା ହୋଇଥାଏ ।

11. କୌଣସି ଏକ ଦ୍ରବ୍ୟର ଗଚ୍ଛିତ ପରିମାଣ ଯେଉଁ ସର୍ବନିମ୍ନ ଦାମରେ ଆଂଶିକ ବା ସମ୍ପୂର୍ଣ୍ଣ ପରିମାଣକୁ ବିକ୍ରୟ ପାଇଁ ଉତ୍ସର୍ଗ କରାଯାଏ ଏବଂ ସେହି ଦାମଠାରୁ ନିମ୍ନରେ ଏପରିକି ଦ୍ରବ୍ୟର ଗୋଟିଏ ଏକକ ବିକ୍ରୟ ହୁଏ ନାହିଁ, ତାହାକୁ ବଜାର ଦାମ୍ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – କୌଣସି ଏକ ଦ୍ରବ୍ୟର ଗଚ୍ଛିତ ପରିମାଣରୁ ଯେଉଁ ସର୍ବନିମ୍ନ ଦାମ୍‌ରେ ଆଂଶିକ ବା ସମ୍ପୂର୍ଣ୍ଣ ପରିମାଣକୁ ବିକ୍ରୟ ପାଇଁ ଉତ୍ସର୍ଗ କରାଯାଏ ଏବଂ ସେହି ଦାମଠାରୁ ନିମ୍ନରେ ଏପରିକି ଦ୍ରବ୍ୟର ଗୋଟିଏ ଏକକ ବିକ୍ରୟ ହୁଏ ନାହିଁ, ତାହାକୁ ସଂରକ୍ଷିତ ଦାମ୍ କୁହାଯାଏ ।

12. ଦରରେ ପରିବର୍ତ୍ତନ ଘଟିଲେ ଯୋଗାଣରେଖା ପରିବର୍ତ୍ତିତ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ଦର ବ୍ୟତୀତ ଅନ୍ୟ ଉପାଦାନଗୁଡ଼ିକର ପରିବର୍ତ୍ତନ ଘଟିଲେ ଯୋଗାଣରେଖା ପରିବର୍ତ୍ତିତ ହୋଇଥାଏ ।

13. ଦୁଷ୍ପାପ୍ୟ ଦ୍ରବ୍ୟ କ୍ଷେତ୍ରରେ ଯୋଗାଣରେଖା ଉଲ୍ଲମ୍ବ ହୋଇଥାଏ ।
Answer:
ଠିକ୍ ।

14. ବୈଷୟିକ ପ୍ରଗତି ଫଳରେ ଯୋଗାଣ ବୃଦ୍ଧି ହୁଏ ।
Answer:
ଠିକ୍ ।

D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଯୋଗାଣ କାହାକୁ କହନ୍ତି ?
Answer:
ଏକ ନିର୍ଦ୍ଦିଷ୍ଟ ସମୟକାଳରେ ଦ୍ରବ୍ୟର ବିଭିନ୍ନ ଦରରେ ବିକ୍ରୟ ପାଇଁ ଉଦ୍ଦିଷ୍ଟ ପରିମାଣକୁ ଯୋଗାଣ କୁହାଯାଏ ।

2. ଯୋଗାଣ ସୂତ୍ରର ସଂଜ୍ଞା ପ୍ରଦାନ କର ।
Answer:
ଯୋଗାଣ ସୂତ୍ରର ସଂଜ୍ଞା ହେଲା, ‘ଅନ୍ୟାନ୍ୟ ଅବସ୍ଥା ଅପରିବର୍ତିତ ଥାଇ, ଅଧିକ ଦାମରେ ଯୋଗାଣ ଅଧିକ ଏବଂ କମ୍ ଦାମ୍‌ରେ ଯୋଗାଣ କମ୍ ହୋଇଥାଏ। ସଂକ୍ଷେପରେ କହିବାକୁ ଗଲେ, ଦର ବୃଦ୍ଧି ହେଲେ ଯୋଗାଣ ବୃଦ୍ଧି ହୁଏ ଏବଂ ଦର ହ୍ରାସ ହେଲେ ଯୋଗାଣ ହ୍ରାସ ହୁଏ।’’

3. ଯୋଗାଣକୁ ପ୍ରଭାବିତ କରୁଥ‌ିବା ଦୁଇଟି ଉପାଦାନର ନାମ ଲେଖ ।
Answer:
ଯୋଗାଣକୁ ପ୍ରଭାବିତ କରୁଥିବା ଦୁଇଟି ଉପାଦାନ ହେଲା – (i) ଦ୍ରବ୍ୟର ଦର (ii) ଉତ୍ପାଦନ କୌଶଳ

4. ସାଧାରଣତଃ ଯୋଗାଣରେଖାର ଆକାର କିପରି ?
Answer:
ସାଧାରଣତଃ ଯୋଗାଣରେଖା ବାମରୁ ଡାହାଣକୁ ଉର୍ଦ୍ଧ୍ୱଗାମୀ ହୋଇଥାଏ ।

5. ଯୋଗାଣର ସ୍ଥିତିସ୍ଥାପକତା କ’ଣ ?
Answer:
ଦାମ୍ ପରିବର୍ତ୍ତନ ପ୍ରତି ଯୋଗାଣର ସମ୍ବେଦନଶୀଳତାର ମାତ୍ରାର ପରିମାପ ହିଁ ଯୋଗାଣର ସ୍ଥିତିସ୍ଥାପକତା ।

6. କେତେବେଳେ ଯୋଗାଣରେଖା ପରିବର୍ତ୍ତିତ ହୋଇଥାଏ ?
Answer:
ଦ୍ରବ୍ୟର ଦର ବ୍ୟତୀତ ଅନ୍ୟ କେତେଗୁଡ଼ିଏ ଉପାଦାନ; ଯଥା – ଉପାଦାନର ଦର, ଉତ୍ପାଦନର କୌଶଳ ଇତ୍ୟାଦିର ପରିବର୍ତ୍ତନ ହେଲେ ଯୋଗାଣରେଖା ବାମକୁ ବା ଡାହାଣକୁ ପରିବର୍ତ୍ତିତ ହୋଇଥାଏ ।

7. କେଉଁ ସ୍ଥିତିସ୍ଥାପକତାରେ ଯୋଗାଣରେଖା ଉଲ୍ଲମ୍ବ ହୋଇଥାଏ ?
Answer:
ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକତାରେ ଯୋଗାଣରେଖା ଉଲ୍ଲମ୍ବ ହୋଇଥାଏ ।

8. କେଉଁ ପରିସ୍ଥିତିରେ ଯୋଗାଣର ସ୍ଥିତିସ୍ଥାପକତା 1 ଠାରୁ ଅଧିକ ?
Answer:
ଦର ପରିବର୍ତ୍ତନ ହେଲେ ଯଦି ଯୋଗାଣର ପରିମାଣ ଅଧିକ ଅନୁପାତରେ ପରିବର୍ତ୍ତିତ ହୁଏ, ତେବେ ଯୋଗାଣର ସ୍ଥିତିସ୍ଥାପକତା ‘ଏକ’ରୁ ଅଧିକ ହେବ ।

9. ଦ୍ରବ୍ୟ ଯୋଗାଣ ଓ ଦ୍ରବ୍ୟ ଭଣ୍ଡାର ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
କୌଣସି ଦ୍ରବ୍ୟ ଭଣ୍ଡାରର ଯେଉଁ ଅଂଶ ବିକ୍ରୟ ଉଦ୍ଦେଶ୍ୟରେ ବଜାରକୁ ପ୍ରେରଣ କରାଯାଏ, ତାହାକୁ ଦ୍ରବ୍ୟ ଯୋଗାଣ କୁହାଯାଏ ।

10. ଯୋଗାଣ ସୂତ୍ର ଅନୁସାରେ ଦ୍ରବ୍ୟର ଦାମ୍ ଓ ଯୋଗାଣ ମଧ୍ୟରେ କି ପ୍ରକାର ସମ୍ପର୍କ ରହିଛି ?
Answer:
ଯୋଗାଣ ସୂତ୍ର ଅନୁସାରେ ଦ୍ରବ୍ୟର ଦାମ୍ ଓ ଯୋଗାଣ ମଧ୍ୟରେ ପ୍ରତ୍ୟକ୍ଷ ଓ ଧନାତ୍ମକ ସମ୍ପର୍କ ରହିଛି ।

11. କେଉଁ ଦୁଇଟି କ୍ଷେତ୍ରରେ ଯୋଗାଣ ସୂତ୍ର କାର୍ଯ୍ୟ କରେ ନାହିଁ ।
Answer:
ଦୁଶ୍ରାପ୍ୟ, ବିରଳ ଦ୍ରବ୍ୟ ଓ ଶ୍ରମବଜାର କ୍ଷେତ୍ରରେ ଯୋଗାଣ ସୂତ୍ର କାର୍ଯ୍ୟ କରେ ନାହିଁ ।

CHSE Odisha Class 12 Economics Chapter 9 Objective & Short Answer Questions in Odia Medium

12. କୌଣସି ଦ୍ରବ୍ୟର ଭବିଷ୍ୟତ ଦାମ୍ ବୃଦ୍ଧି ହେବା ଆଶା କରାଯାଉଥିଲେ ଦ୍ରବ୍ୟର ଯୋଗାଣରେ କି ପରିବର୍ତ୍ତନ ଘଟିଥାଏ ?
Answer:
କୌଣସି ଦ୍ରବ୍ୟର ଭବିଷ୍ୟତ ଦାମ୍ ବୃଦ୍ଧି ହେବା ଆଶା କରାଯାଉଥିଲେ, ପ୍ରଚଳିତ ଦାମ୍‌ରେ ଦ୍ରବ୍ୟ ଯୋଗାଣ ହ୍ରାସ ପାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଦୁଇଟି| ତିନୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

1. ଯୋଗାଣ କହିଲେ କ’ଣ ବୁଝ ?
Answer:
ଉତ୍ପାଦିତ ଦ୍ରବ୍ୟର ଯେଉଁ ପରିମାଣ ଏକ ନିର୍ଦ୍ଦିଷ୍ଟ ସମୟକାଳ ମଧ୍ଯରେ ଭିନ୍ନଭିନ୍ନ ଦରରେ ଦ୍ରବ୍ୟର ଯେଉଁ ପରିମାଣ ବଜାରରେ ବିକ୍ରୟ ପାଇଁ ପ୍ରେରଣ କରାଯାଇଥାଏ, ତାହାକୁ ଯୋଗାଣ କୁହାଯାଏ ।

2. ଯୋଗାଣକୁ ପ୍ରଭାବିତ କରୁଥିବା ଦୁଇଟି ଉପାଦାନ ଲେଖ ।
Answer:
ଯୋଗାଣକୁ ପ୍ରଭାବିତ କରୁଥିବା ଦୁଇଟି ଉପାଦାନ ହେଲା- ଯୋଗାଣ ପ୍ରଯୁକ୍ତି କୌଶଳର ସ୍ତରଦ୍ଵାରା ପ୍ରଭାବିତ ହୁଏ ଓ ସରକାରଙ୍କ ଅନୁସୃତ କରନୀତି, ଶିଳ୍ପନୀତି ଓ ଗମନାଗମନ ନୀତି ଇତ୍ୟାଦି ଯୋଗାଣକୁ ପ୍ରଭାବିତ କରିଥାଏ ।

3. ଯୋଗାଣ ସୂତ୍ରର ସଂଜ୍ଞା ଉଲ୍ଲେଖ କର ।
Answer:
ଯୋଗାଣ ସୂତ୍ର ହେଉଛି କୌଣସି ଏକ ନିର୍ଦ୍ଦିଷ୍ଟ ବଜାରରେ ଏକ ନିର୍ଦ୍ଦିଷ୍ଟ ସମୟରେ ବିକ୍ରୟ ପାଇଁ ଯୋଗାଇ ଦିଆଯାଇଥିବା ଦ୍ରବ୍ୟର ପରିମାଣ ପ୍ରତ୍ୟକ୍ଷ ଭାବରେ ଦାମ୍ ସହିତ ପରିବର୍ତ୍ତିତ ହୋଇଥାଏ । ଅର୍ଥାତ୍ ଦାମ୍ ଓ ଦ୍ରବ୍ୟର ପ୍ରତ୍ୟକ୍ଷ ସମ୍ପର୍କକୁ ହିଁ ଯୋଗାଣ କ୍ରିୟା କୁହାଯାଏ ।

4. ଯୋଗାଣ ସୂଚୀ କହିଲେ କ’ଣ ବୁଝ ?
Answer:
ଯୋଗାଣ ସୂଚୀ କହିଲେ ଜଣେ ନିର୍ଦ୍ଦିଷ୍ଟ ବିକ୍ରେତା ଏକ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ପ୍ରକାର ଦାମରେ ବିକ୍ରି ପାଇଁ ଅର୍ପଣ କରୁଥିବା ଦ୍ରବ୍ୟର ପରିମାଣକୁ ବୁଝାଏ । ଏହି ସୂଚୀ ଦର ଓ ଯୋଗାଣର ପ୍ରତ୍ୟକ୍ଷ ସମ୍ପର୍କକୁ ପ୍ରତିପାଦନ କରିଥାଏ । ଏହାର ଅର୍ଥ ହେଉଛି, ଅଧ୍ବକ ଦରରେ ଯୋଗାଣର ପରିମାଣ ଅଧିକ ଓ କମ୍ ଦରରେ ଯୋଗାଣର ପରିମାଣ କମ୍ ହୁଏ ।

5. କୃଷିଜାତ ଦ୍ରବ୍ୟ କ୍ଷେତ୍ରରେ ଯୋଗାଣ ନିୟମର ବ୍ୟତିକ୍ରମ କାହିଁକି ଦେଖାଯାଏ ?
Answer:
କୃଷିଜାତ ଦ୍ରବ୍ୟ କ୍ଷେତ୍ରରେ ଦାମ୍ ବୃଦ୍ଧି ପାଉଥିଲେ ମଧ୍ୟ ଯୋଗାଣ ବୃଦ୍ଧି କରିବା ସମ୍ଭବ ନୁହେଁ । କାରଣ କୃଷିଜାତ ଦ୍ରବ୍ୟଗୁଡ଼ିକର ଉତ୍ପାଦନ ସମୟସାପେକ୍ଷ ଏବଂ କୃଷିଜାତ ଦ୍ରବ୍ୟ କ୍ଷେତ୍ରରେ ଦର ଅଧିକ ହେଲେ କୃଷକମାନଙ୍କର ଆୟ ବୃଦ୍ଧି ହୁଏ । ସେମାନେ ସେମାନଙ୍କର ଉପଜାତ ଦ୍ରବ୍ୟକୁ ଅଧିକ ଉପଭୋଗ କରନ୍ତି । ଫଳରେ ଦ୍ରବ୍ୟର ଯୋଗାଣ ବଜାରରେ ହ୍ରାସ ପାଏ ।

6. ସ୍ଥିର ଯୋଗାଣ କ୍ଷେତ୍ରରେ ଯୋଗାଣ ନିୟମର ବ୍ୟତିକ୍ରମ ଦେଖାଯାଏ କାହିଁକି ?
Answer:
ଏପରି କେତେକ ଦ୍ରବ୍ୟ ଅଛି; ଯଥା- ପୁରାତନ ପାଣ୍ଡୁଲିପି, ମୂଲ୍ୟବାନ୍ ପଥର, ପୁରାତନ ମୁଦ୍ରା ଇତ୍ୟାଦି ଯାହାର ଯୋଗାଣ ସ୍ଥିର । ତେଣୁ ଏଗୁଡ଼ିକର ଦାମ୍ ଯେତେ ବୃଦ୍ଧି ହେଲେ ମଧ୍ୟ ଯୋଗାଣ ବୃଦ୍ଧି କରାଯାଇପାରେ ନାହିଁ । ତେଣୁ ଏସବୁ କ୍ଷେତ୍ରରେ ଯୋଗାଣ ସୂତ୍ର ଲାଗୁ ହୁଏ ନାହିଁ ।

7. ଦ୍ରବ୍ୟର ଦାମ୍ ଏବଂ ଯୋଗାଣ ମଧ୍ଯରେ କେଉଁ ସମ୍ପର୍କ ଅଛି ?
Answer:
ଯଦି କୌଣସି ଦ୍ରବ୍ୟର ଦାମ୍ ବୃଦ୍ଧି ପାଏ, ଉତ୍ପାଦନ ଅଧିକ ଲାଭଜନକ ହୋଇଥାଏ । ତେଣୁ ଦ୍ରବ୍ୟର ଯୋଗାଣ ଅଧିକ ହୁଏ । ଅନ୍ୟପକ୍ଷରେ, ଯଦି ଦ୍ରବ୍ୟର ଦାମ୍ ହ୍ରାସ ହୁଏ, ତାହାହେଲେ ଉତ୍ପାଦନ କମ୍ ଲାଭଜନକ ହୁଏ ଏବଂ ଯୋଗାଣ ହ୍ରାସ ପାଇଥାଏ । ତେଣୁ ଦ୍ରବ୍ୟର ଦାମ୍ ଏବଂ ଯୋଗାଣ ମଧ୍ୟରେ ଏକ ପ୍ରତ୍ୟକ୍ଷ ସମ୍ପର୍କ ରହିଥାଏ ।

8. ଯୋଗାଣ କିପରି ପ୍ରଯୁକ୍ତି କୌଶଳଦ୍ଵାରା ପ୍ରଭାବିତ ହୋଇଥାଏ ?
Answer:
ଯୋଗାଣ ପ୍ରଯୁକ୍ତି କୌଶଳର ସ୍ତରଦ୍ୱାରା ପ୍ରଭାବିତ ହୁଏ । ଯେତେବେଳେ କୌଣସି ନୂତନ ପ୍ରଯୁକ୍ତି କୌଶଳର ଉଦ୍ଭାବନ ବା ଆବିଷ୍କାର ହୁଏ, ସେତେବେଳେ ଉତ୍ପାଦନର ପରିବ୍ୟୟ କମିଯାଏ । ତେଣୁ କମ୍ ଖର୍ଚ୍ଚରେ ଉତ୍ପାଦନ ବହୁ ପରିମାଣରେ ହେବା ଫଳରେ ଯୋଗାଣରେ ବୃଦ୍ଧି ଦେଖାଯାଏ ।

9. ଯୋଗାଣର ପରିବର୍ତ୍ତନ କହିଲେ କ’ଣ ବୁଝ ?
Answer:
ଯୋଗାଣର ସଂପ୍ରସାରଣ ଓ ସଙ୍କୋଚନ ଦ୍ରବ୍ୟର ଦୂର ପରିବର୍ତ୍ତନ ଯୋଗୁଁ ଦେଖାଦେଇଥାଏ, ଯେଉଁଥରେ ଅନ୍ୟ ସମସ୍ତ ଯୋଗାଣକୁ ପ୍ରଭାବିତ କରୁଥିବା ଉପାଦାନଗୁଡିକ ସ୍ଥିର ରହିବ ବୋଲି ସର୍ଭ ରଖାଯାଇଥାଏ । ଏହାକୁ ମଧ୍ୟ ଯୋଗାଣର ପରିମାଣରେ ପରିବର୍ତ୍ତନ ବୋଲି କୁହାଯାଏ । ଏହି ସ୍ଥିତିରେ ଯୋଗାଣ ରେଖାର ସ୍ଥାନ ପରିବର୍ତ୍ତନ ହୋଇନଥାଏ ।

B ପାଞ୍ଚଟି/ ଛଅଟି ବାକ୍ୟରେ ନିମ୍ନଲିଖୂ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

1. ଯୋଗାଣର ଅର୍ଥ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ ଜଣେ ଉତ୍ପାଦନକାରୀ ଯେଉଁ ପରିମାଣର ଦ୍ରବ୍ୟ ବିକ୍ରି ପାଇଁ ବଜାରକୁ ଯୋଗାଇଦିଏ, ତାହାକୁ ସେହି ଉତ୍ପାଦନକାରୀଙ୍କର ଯୋଗାଣ ବୋଲି କୁହାଯାଏ । ଗୋଟିଏ ଦ୍ରବ୍ୟର ସମସ୍ତ ଉତ୍ପାଦନକାରୀ ଏକ ନିର୍ଦ୍ଦିଷ୍ଟ ସମୟରେ ଓ ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ ବିକ୍ରି ପାଇଁ ବଜାରକୁ ଯେଉଁ ପରିମାଣ ଦ୍ରବ୍ଯ ଛାଡ଼ନ୍ତି, ତାହାକୁ ମୋଟ ଯୋଗାଣ ବା ବଜାର ଯୋଗାଣ ବୋଲି କୁହାଯାଏ । ତେଣୁ ଯୋଗାଣ କହିଲେ ଏକ ନିର୍ଦ୍ଦିଷ୍ଟ ସମୟ, ଏକ ନିର୍ଦ୍ଦିଷ୍ଟ ଦାମ୍, ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟ, ଏକ ନିର୍ଦ୍ଦିଷ୍ଟ ବଜାର ଓ ଏକ ନିର୍ଦ୍ଦିଷ୍ଟ ପରିମାଣର ସମାହାରକୁ ବୁଝାଇଥାଏ ।

ଯୋଗାଣ, ଦର ଓ ସମୟର ଆଧାରରେ ନିର୍ଦ୍ଧାରଣ ହୁଏ । ଯୋଗାଣର ଅର୍ଥ ଦ୍ରବ୍ୟର ଗଚ୍ଛିତ ପରିମାଣ ନୁହେଁ । ଏକ ନିର୍ଦ୍ଦିଷ୍ଟ ସମୟରେ ଗଚ୍ଛିତ ପରିମାଣର ଯେଉଁ ଅଂଶ ବିକ୍ରୟ ପାଇଁ ଛଡ଼ାଯାଏ, ତାହାକୁ ଯୋଗାଣ କୁହାଯାଏ । ପ୍ରଫେସର ହାନ୍‌ସେନ୍‌ଙ୍କ ଭାଷାରେ, ‘ଭିନ୍ନ ଭିନ୍ନ ଦରରେ ବଜାରରେ ଯେତିକି ପରିମାଣ ଦ୍ରବ୍ୟ ବିକ୍ରି ପାଇଁ ବଜାରକୁ ଆସିଥାଏ, ତାହାକୁ ଯୋଗାଣ କୁହାଯାଏ ।’’

CHSE Odisha Class 12 Economics Chapter 9 Objective & Short Answer Questions in Odia Medium

2. ଯୋଗାଣ ସୂତ୍ର କ’ଣ ?
Answer:
ଯୋଗାଣ ସୂତ୍ର ବା ଯୋଗାଣ ନିୟମ ଗୋଟିଏ ଦ୍ରବ୍ୟର ଦର ଓ ଯୋଗାଣର ପରିମାଣ ମଧ୍ୟରେ ଥିବା ସମ୍ପର୍କକୁ ଅନୁଧ୍ୟାନ କରେ । ଯୋଗାଣକୁ ପ୍ରଭାବିତ କରୁଥିବା ଅନ୍ୟ ଉପାଦାନଗୁଡ଼ିକ ସ୍ଥିର ରହିଲେ, ଗୋଟିଏ ଦ୍ରବ୍ୟର ଯୋଗାଣ ପରିମାଣ ପ୍ରତ୍ୟକ୍ଷ ଭାବରେ ଦର ସହିତ ପରିବର୍ତ୍ତିତ ହୋଇଥାଏ । ଯୋଗାଣକୁ ପ୍ରଭାବିତ କରୁଥିବା ଅନ୍ୟ ଉପାଦାନଗୁଡ଼ିକର ଅର୍ଥ ହେଉଛି ଦର ବ୍ୟତୀତ ଯୋଗାଣର ଅନ୍ୟ ନିର୍ଦ୍ଧାରକ ସମୂହ । ସମ୍ପର୍କିତ ଦ୍ରବ୍ୟଗୁଡ଼ିକର ଦର, ଉପାଦାନଗୁଡ଼ିକର ଦର, ଉତ୍ପାଦନ କୌଶଳ ଇତ୍ୟାଦି ଯୋଗାଣକୁ ପ୍ରଭାବିତ କରୁଥିବା ଅନ୍ୟ ଉପାଦାନ ।

ଏହିସବୁ ଉପାଦାନକୁ ସ୍ଥିର ବୋଲି ଧରି ନେଇ ଦ୍ରବ୍ୟର ଦର ଓ ଯୋଗାଣର ପରିମାଣ ମଧ୍ଯରେ ଥିବା ସମ୍ପର୍କକୁ ଅଧ୍ୟୟନ କରିବା ଯୋଗାଣ ସୂତ୍ରର ଲକ୍ଷ୍ୟ । ଦର ଓ ଯୋଗାଣର ପରିମାଣ ମଧ୍ୟରେ ଧନାତ୍ମକ ସହସମ୍ବନ୍ଧ ଥାଏ । ଦର ବୃଦ୍ଧି ହେଲେ ଯୋଗାଣର ପରିମାଣ ବୃଦ୍ଧି ହୁଏ ଏବଂ ଦର ହ୍ରାସ ହେଲେ ଯୋଗାଣର ପରିମାଣ ହ୍ରାସ ହୁଏ

3. ଯୋଗାଣ ସୂଚୀ କ’ଣ ?
Answer:
ଯୋଗାଣ ସୂଚୀ, ଏକ ନିର୍ଦ୍ଦିଷ୍ଟ ସମୟରେ ଦର ଓ ଦ୍ରବ୍ୟର ଯୋଗାଣ ମଧ୍ୟରେ ଥ‌ିବା ସମ୍ପର୍କକୁ ପ୍ରକାଶ କରେ । ଦର ଓ ଦ୍ରବ୍ୟ ଯୋଗାଣର ପରିମାଣ ମଧ୍ଯରେ ଥିବା ସମ୍ପର୍କକୁ ଏକ ସାରଣୀ ସାହାଯ୍ୟରେ ପ୍ରକାଶ କଲେ, ତାହାକୁ ଯୋଗାଣ ସୂଚୀ କୁହାଯାଏ । ଯୋଗାଣ ସୂଚୀ ଦୁଇ ପ୍ରକାରର; ଯଥା- ବ୍ୟକ୍ତିଗତ ଯୋଗାଣ ସୂଚୀ ଓ ବଜାର ଯୋଗାଣ ସୂଚୀ । ବ୍ୟକ୍ତିଗତ ଯୋଗାଣ ସୂଚୀ କହିଲେ ଜଣେ ନିର୍ଦ୍ଦିଷ୍ଟ ବିକ୍ରେତା ଏକ ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ପ୍ରକାର ଦାମରେ ବିକ୍ରି ପାଇଁ ଅର୍ପଣ କରୁଥିବା ଦ୍ରବ୍ୟର ପରିମାଣକୁ ବୁଝାଯାଏ ।

କିନ୍ତୁ କୌଣସି ଦ୍ରବ୍ୟର ବଜାର ଯୋଗାଣ ସମ୍ବନ୍ଧୀୟ ତଥ୍ୟ ପାଇବାକୁ ହେଲେ ସେହି ଦ୍ରବ୍ୟର ସମସ୍ତ ବିକ୍ରେତାଙ୍କର ଯୋଗାଣ ପରିମାଣର ସମଷ୍ଟି ହିସାବ କରିବାକୁ ହେବ । ଅର୍ଥାତ୍ ବଜାରରେ ଉପସ୍ଥିତ ସମସ୍ତ ବିକ୍ରେତାଙ୍କର ବ୍ୟକ୍ତିଗତ ଯୋଗାଣ ସୂଚୀର ସମଷ୍ଟିକୁ ବଜାର ଯୋଗାଣ ସୂଚୀ କୁହାଯାଏ ।

4. ଯୋଗାଣରେଖା କ’ଣ ?
Answer:
ଦ୍ରବ୍ୟର ଦାମ୍ ଓ ଯୋଗାଣ ମଧ୍ୟରେ ଥିବା ସମ୍ପର୍କକୁ ଯେଉଁ ରେଖା ମାଧ୍ୟମରେ ପ୍ରକାଶ କରାଯାଏ; ତାହାକୁ ଯୋଗାଣ – ରେଖା କୁହାଯାଏ । ଅର୍ଥାତ୍ ଯୋଗାଣରେଖା ଯୋଗାଣ ସୂଚୀର କେବଳ ଏକ ରୈଖ୍କ ପରିପ୍ରକାଶ । ଯୋଗାଣରେଖା ସାଧାରଣତଃ ବାମରୁ ଡାହାଣକୁ ଊର୍ଦ୍ଧ୍ୱଗାମୀ ହୋଇଥାଏ । ଦାମ୍ ଓ ଦ୍ରବ୍ୟର ଯୋଗାଣ ପରିମାଣ ମଧ୍ଯରେ ଏହା ଏକ ଧନାତ୍ମକ ସମ୍ପର୍କ ସ୍ଥାପନ କରିଥାଏ । ଅର୍ଥାତ୍ ଅଧୂକ ଦାମ୍‌ରେ ଅଧ‌ିକ ଯୋଗାଣ ଓ କମ୍ ଦାମ୍‌ରେ କମ୍ ଯୋଗାଣ ହୋଇଥାଏ ।

ବ୍ୟକ୍ତିଗତ ଯୋଗାଣ ସୂଚୀ ଭଳି ବଜାର ଯୋଗାଣ ସୂଚୀ ଦର ଓ ଯୋଗାଣର ପ୍ରତ୍ୟକ୍ଷ ସମ୍ପର୍କକୁ ପ୍ରତିପାଦନ କରିଥାଏ । ବଜାର ଯୋଗାଣରେଖା ବ୍ୟକ୍ତିଗତ ଯୋଗାଣରେଖାର ଆନୁଭୂମିକ ସମଷ୍ଟି ମାତ୍ର । ଏହା ଦ୍ରବ୍ୟର ଦର ଓ ବଜାରରେ ମୋଟ ଯୋଗାଣ ମଧ୍ୟରେ ଥିବା ସମ୍ପର୍କର ରେଖାଙ୍କିତ ପ୍ରତିଫଳନ ଅଟେ ।

5. ଯୋଗାଣର ସ୍ଥିତିସ୍ଥାପକତା କ’ଣ ?
Answer:
ଯୋଗାଣର ସ୍ଥିତିସ୍ଥାପକତା କହିଲେ ବଜାର ଦାମ୍‌ରେ ପରିବର୍ତ୍ତନ ସହିତ ଯୋଗାଣ ପରିମାଣର ସମ୍ବେଦନଶୀଳତାର ମାତ୍ରାକୁ ବୁଝାଏ । ଏହା ଯୋଗାଣ ପରିମାଣର ଅନୁପାତିକ ପରିବର୍ତ୍ତନ ଓ ଦରରେ ଆନୁପାତିକ ପରିବର୍ତ୍ତନର ଅନୁପାତ ସହିତ ସମାନ ।

ଯୋଗାଣର ସ୍ଥିତିସ୍ଥାପକତା (E) = \(\frac{ଯୋଗାଣ ପରିମାଣରେ ଆନୁପାତିକ ପରିବର୍ତ୍ତନ}{ଦରରେ ଆନୁପାତିକ ପରିବର୍ତ୍ତନ}\)

ଦର ଏବଂ ଯୋଗାଣ ପରିମାଣ ଏକ ଦିଗରେ ଗତି କରନ୍ତି । ଦର ବୃଦ୍ଧି ହେଲେ ଯୋଗାଣ ପରିମାଣ ବୃଦ୍ଧି ହୁଏ ଓ ଦର ହ୍ରାସ ହେଲେ ଯୋଗାଣ ପରିମାଣ ହ୍ରାସ ହୁଏ । ତେଣୁ, ଯୋଗାଣର ସ୍ଥିତିସ୍ଥାପକତା ସର୍ବଦା ଧନାତ୍ମକ ହୁଏ । ଏହାର ମୂଲ୍ୟ ଶୂନ୍ୟରୁ ଅସୀମ ମଧ୍ୟରେ ରହିଥାଏ ।

C ଛଅଟି ବାକ୍ୟ ମଧ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ଯୋଗାଣ ଓ ଭଣ୍ଡାର :
Answer:
ଯୋଗାଣ ଏକ ପ୍ରବାହ ଧାରଣା ! ଭଣ୍ଡାର କହିଲେ ଜଣେ ଯୋଗାଣକାରୀଙ୍କ ପାଖରେ ଥ‌ିବା ସମସ୍ତ ଦ୍ରବ୍ୟକୁ ବୁଝାଏ । ଦ୍ରବ୍ୟ ଭଣ୍ଡାରର ଯେଉଁ ଅଂଶ ବିଭିନ୍ନ ଦରରେ ଉତ୍ପାଦକ ବିକ୍ରୟ କରନ୍ତି, ତାହାକୁ ଯୋଗାଣ କହନ୍ତି । ତେଣୁ ବାସ୍ତବରେ ଗଚ୍ଛିତ ପରିମାଣ ହିଁ ଯୋଗାଣର ମୂଳଭିତ୍ତି । ଗଚ୍ଛିତ ପରିମାଣ ବ୍ୟତିରେକ ଯୋଗାଣ ସମ୍ଭବ ନୁହେଁ । କିନ୍ତୁ ଯୋଗାଣର ଅର୍ଥ ଦ୍ରବ୍ୟର ଗଚ୍ଛିତ ପରିମାଣ ନୁହେଁ । ଏକ ନିର୍ଦ୍ଦିଷ୍ଟ ସମୟରେ ଗଚ୍ଛିତ ପରିମାଣର ଯେଉଁ ଅଂଶ ବିକ୍ରୟ ପାଇଁ ଛଡ଼ାଯାଏ, ତାହାକୁ ଯୋଗାଣ କୁହାଯାଏ ।

2. ଯୋଗାଣ ପରିମାଣରେ ପରିବର୍ତ୍ତନ ଓ ଯୋଗାଣରେ ପରିବର୍ତ୍ତନ :
Answer:
ଦ୍ରବ୍ୟର ଦର ବୃଦ୍ଧି ଯୋଗୁଁ ତା’ର ଯୋଗାଣର ପରିମାଣର ବୃଦ୍ଧିକୁ ଯୋଗାଣ ପରିମାଣରେ ବୃଦ୍ଧି ବା ଯୋଗାଣର ସମ୍ପ୍ରସାରଣ କୁହାଯାଏ । ଏଠାରେ ଯୋଗାଣ ରେଖାର ପରିବର୍ତ୍ତନ ହୁଏ ନାହିଁ । ସେହିପରି ଦ୍ରବ୍ୟର ଦର ହ୍ରାସ ପାଇଲେ ଯୋଗାଣର ପରିମାଣ ହ୍ରାସ ହୁଏ । ଏହାକୁ ଯୋଗାଣି ପରିମାଣରେ ହ୍ରାସ ବା ଯୋଗାଣର ସଂକୋଚନ କୁହାଯାଏ ।

ଦ୍ରବ୍ୟର ଯୋଗାଣ ତା’ର ଦର ବ୍ୟତୀତ ଅନ୍ୟ କେତେଗୁଡ଼ିଏ ଉପାଦାନଦ୍ୱାରା ପ୍ରଭାବିତ ହୋଇଥାଏ । ସେଗୁଡ଼ିକ ହେଲା ଉପାଦାନର ଦର, ଉତ୍ପାଦନର କୌଶଳ ଇତ୍ୟାଦି । ଏହିସବୁ ଉପାଦାନରେ ପରିବର୍ତ୍ତନ ହେଲେ ଦ୍ରବ୍ୟର ଯୋଗାଣରେ ମଧ୍ୟ ପରିବର୍ତ୍ତନ ହୁଏ । ଏହାକୁ ଯୋଗାଣରେ ପରିବର୍ଭନ କୁହାଯାଏ । ଏହାଦ୍ବାରା ଯୋଗାଣରେଖା ବାମକୁ ବା ଡାହାଣକୁ ସ୍ଥାନାନ୍ତରିତ ହୁଏ ।

3. ସମ୍ପୂର୍ଣ ସ୍ଥିତିସ୍ଥାପକ ଯୋଗାଣ ଓ ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଯୋଗାଣ :
Answer:
ଦରର ସାମାନ୍ୟ ପରିବର୍ତ୍ତନ ଯୋଗୁଁ ଯୋଗାଣର ପରିମାଣରେ ପରିବର୍ତ୍ତନ ଯଦି ଅସୀମ ହୁଏ, ତେବେ ଯୋଗାଣକୁ ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ କୁହାଯାଏ । ଏହି ଅବସ୍ଥାରେ ଯୋଗାଣରେଖା ଆନୁଭୂମିକ ହୋଇଥାଏ । ଏଠାରେ ଯୋଗାଣର ସ୍ଥିତିସ୍ଥାପକତାର ମୂଲ୍ୟ ଅସୀମ (∞) ।

ଦର ପରିବର୍ତ୍ତନ ଯୋଗୁଁ ଯୋଗାଣର ପରିମାଣ ଆଦୌ ପରିବର୍ତ୍ତନ ନ ହେଲେ, ଯୋଗାଣକୁ ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ କୁହାଯାଏ । ଏହି କ୍ଷେତ୍ରରେ ଯୋଗାଣ ରେଖା Y-ଅକ୍ଷ ସହିତ ଭଲ୍ଲମ୍ବାକୃତି ବିଶିଷ୍ଟ ହୋଇଥାଏ । ଏଠାରେ ଯୋଗାଣର ସ୍ଥିତିସ୍ଥାପକତାର ମୂଲ୍ୟ ଶୂନ୍ୟ ହୋଇଥାଏ ।

4. ଅପେକ୍ଷାକୃତ ସ୍ଥିତିସ୍ଥାପକ ଯୋଗାଣ ଓ ଅପେକ୍ଷାକୃତ ଅସ୍ଥିତିସ୍ଥାପକ ଯୋଗାଣ :
Answer:
ଦାମ୍‌ରେ ସାମାନ୍ୟ ପରିବର୍ତ୍ତନ ହେବା ଫଳରେ ଯୋଗାଣର ପ୍ରଭୂତ ପରିବର୍ତ୍ତନ ହେଲେ ଯୋଗାଣକୁ ଅପେକ୍ଷାକୃତ ସ୍ଥିତିସ୍ଥାପକ କୁହାଯାଏ । ଯଦି ଦାମ୍‌ରେ 5% ବୃଦ୍ଧି ହେବା ଯୋଗୁଁ ଯୋଗାଣ 15% ବୃଦ୍ଧି ହେବ, ତେବେ ଯୋଗାଣ ଅପେକ୍ଷାକୃତ ସ୍ଥିତିସ୍ଥାପକ ହେବ । ଏଠାରେ ଯୋଗାଣର ସ୍ଥିତିସ୍ଥାପକତା ‘ଏକ’ର ଅଧ୍ଵ । ଯୋଗାଣରେଖାର ଆକୃତି ଅପେକ୍ଷାକୃତ ଚଟକା ହେବ ।

ଦାମ୍‌ରେ ପ୍ରଭୂତ ପରିବର୍ତ୍ତନ ହୋଇ ଯୋଗାଣରେ ଯେତେବେଳେ ସ୍ଵଳ୍ପ ପରିବର୍ତ୍ତନ ହୁଏ, ସେତେବଳେ ଯୋଗାଣକୁ ଅପେକ୍ଷାକୃତ ଅସ୍ଥିତିସ୍ଥାପକ କୁହାଯାଏ । ଯଦି ଦାମ୍‌ରେ 15% ବୃଦ୍ଧି ହେବାଯୋଗୁଁ ଯୋଗାଣରେ ମାତ୍ର 5% ବୃଦ୍ଧି ହୁଏ, ତେବେ ଏହି କ୍ଷେତ୍ରରେ ଯୋଗାଣ ଅପେକ୍ଷାକୃତ ଅସ୍ଥିତିସ୍ଥାପକ ହେବ । ଏଠାରେ ଯୋଗାଣର ସ୍ଥିତିସ୍ଥାପକତା ଏକରୁ ‘କମ୍’ । ଏ କ୍ଷେତ୍ରରେ ଯୋଗାଣରେଖା ଊର୍ଦ୍ଧ୍ୱଗାମୀ ଓ ତୀଖ ହେବ ।

CHSE Odisha Class 12 Economics Chapter 9 Objective & Short Answer Questions in Odia Medium

5. ଯୋଗାଣ ଓ ଯୋଗାଣ ଫଳନ :
Answer:
ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ ଜଣେ ଉତ୍ପାଦନକାରୀ ଯେଉଁ ପରିମାଣର ଦ୍ରବ୍ୟ ବିକ୍ରି ପାଇଁ ବଜାରକୁ ଯୋଗାଇଦିଏ, ତାହାକୁ ସେହି ଉତ୍ପାଦନକାରୀଙ୍କ ଯୋଗାଣ ବୋଲି କୁହାଯାଏ । ଗୋଟିଏ ଦ୍ରବ୍ୟର ସମସ୍ତ ଉତ୍ପାଦନକାରୀ ଏକ ନିର୍ଦ୍ଦିଷ୍ଟ ସମୟରେ ଓ ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ ବିକ୍ରି ପାଇଁ ବଜାରକୁ ଯେଉଁ ପରିମାଣ ଦ୍ରବ୍ୟ ଛାଡ଼ନ୍ତି, ତାହାକୁ ମୋଟ ଯୋଗାଣ ବା ବଜାର ଯୋଗାଣ ବୋଲି କୁହାଯାଏ ।
ଚାହିଦା ପରି ଦ୍ରବ୍ୟର ଯୋଗାଣ ମଧ୍ୟ କେତେକ ଉପାଦାନଦ୍ୱାରା ପ୍ରଭାବିତ ହୋଇଥାଏ । ସେଗୁଡ଼ିକ ହେଲା– ଦ୍ରବ୍ୟର ଦର, ଅନ୍ୟାନ୍ୟ ସମ୍ପର୍କିତ ଦ୍ରବ୍ୟମାନଙ୍କର ଦର, ପ୍ରଯୁକ୍ତ ଜ୍ଞାନକୌଶଳ, ଉଦ୍ୟୋକ୍ତାଙ୍କର ଆଭିମୁଖ୍ୟ ଇତ୍ୟାଦି । ଏହି ଉପାଦାନଗୁଡ଼ିକ ଓ ଯୋଗାଣ ମଧ୍ୟରେ ଥିବା ଗାଣିତିକ ସମ୍ପର୍କକୁ ଯୋଗାଣ ଫଳନ କୁହାଯାଏ ।

Sx = f(Px, F, P1 …… Px-1, T, G)

ଯେଉଁଠାରେ ‘Sx’ = x ଦ୍ରବ୍ୟର ଯୋଗାଣ, Px = x ଦ୍ରବ୍ୟର ଦାମ୍, F = ଉପାଦାନର ଦାମ୍, P1 …… Px-1 ଅନ୍ୟାନ୍ୟ ଦ୍ରବ୍ୟର ଦାମ୍, T = ପ୍ରଯୁକ୍ତି ବିଦ୍ୟାର ସ୍ତର, ଓ = ପ୍ରତିଷ୍ଠାନର ଆଭିମୁଖ୍ୟକୁ ଦର୍ଶାଇଥାଏ । ଉପରୋକ୍ତ ଉପାଦାନଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ ବା ଏକାଧ୍ଵକ ଉପାଦାନର ପରିବର୍ତ୍ତନ ହେଲେ ଦ୍ରବ୍ୟର ଯୋଗାଣରେ ପରିବର୍ତ୍ତନ ହୋଇଥାଏ । ଦ୍ରବ୍ୟର ଯୋଗାଣ ଉପରେ ଉକ୍ତ ଉପାଦାନମାନଙ୍କ ମଧ୍ୟରୁ କୌଣସି ଗୋଟିକର ପ୍ରଭାବ ଆକଳନ କରିବାକୁ ହେଲେ ଅନ୍ୟ ଉପାଦାନଗୁଡ଼ିକୁ ସ୍ଥିର ରଖୁବାକୁ ପଡ଼ିଥାଏ ।

6. ଗୋଦାମଖାଲି ବିକ୍ରି ଓ ନିଲାମ ବିକ୍ରି :
Answer:
ଗୋଦାମଖାଲି ବିକ୍ରି କ୍ଷେତ୍ରରେ ଯୋଗାଣ ସୂତ୍ର କାର୍ଯ୍ୟକାରୀ ହୁଏ ନାହିଁ । ବିକ୍ରେତା ପୁରୁଣା ଦ୍ରବ୍ୟ ଭଣ୍ଡାରକୁ ନିଃଶେଷ କରିବାକୁ ଇଚ୍ଛା କଲେ ସ୍ଵଚ୍ଛ ଦରରେ ଅଧ୍ଵ ଯୋଗାଣ କରିବେ । ଯଦି କୌଣସି ଏକ କମ୍ପାନୀ କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ ନିଜର ପୁରୁଣା ଦ୍ରବ୍ୟ କମ୍ ଦରରେ ବିକ୍ରୟ କରିଥା’ନ୍ତି, ତେବେ ସ୍ଵଳ୍ପ ଦରରେ ଅଧ‌ିକ ଯୋଗାଣ ହୁଏ । ସେହିପରି କୌଣସି କମ୍ପାନୀ ବା ବ୍ୟବସାୟୀ ଯଦି ନିଜର ବ୍ୟବସାୟ ବନ୍ଦ କରନ୍ତି, ସେତେବେଳେ ସେ ସ୍ଵଳ୍ପ ଦରରେ ଅଧିକ ଯୋଗାଣ କରନ୍ତି ।

ନିଲାମ ବିକ୍ରୟ କ୍ଷେତ୍ରରେ ଯୋଗାଣ ନିୟମ ମଧ୍ଯ ପ୍ରଯୁଜ୍ୟ ହେବ ନାହିଁ । କାରଣ ନିଲାମ ହେଉଥିବା ଦ୍ରବ୍ୟ ଯେକୌଣସି ଦରରେ ବିକ୍ରୟ ହୁଏ।

7.ବଜାର ଯୋଗାଣସୂଚୀ ଓ ବଜାର ଯୋଗାଣରେଖା :
Answer:
କୌଣସି ଦ୍ରବ୍ୟର ବଜାର ଯୋଗାଣ ସମ୍ବନ୍ଧୀୟ ତଥ୍ୟ ଜାଣିବାକୁ ହେଲେ ସେହି ଦ୍ରବ୍ୟର ସମସ୍ତ ବିକ୍ରେତାଙ୍କର ଯୋଗାଣ ପରିମାଣର ସମଷ୍ଟି ହିସାବ କରିବାକୁ ହୋଇଥାଏ । ଅର୍ଥାତ୍ ବଜାରରେ ଉପସ୍ଥିତ ସମସ୍ତ ବିକ୍ରେତାଙ୍କର ବ୍ୟକ୍ତିଗତ ଯୋଗାଣସୂଚୀର ସମଷ୍ଟିକୁ ବଜାର ଯୋଗାଣ ସୂଚୀ କୁହାଯାଏ । ତେଣୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିଭିନ୍ନ ସମ୍ଭାବ୍ୟ ଦରରେ ବଜାରକୁ ବିକ୍ରୟ ପାଇଁ ଅର୍ପିତ ହେଉଥିବା ଦ୍ରବ୍ୟର ଭିନ୍ନ ଭିନ୍ନ ପରିମାଣର ତାଲିକାକୁ ବଜାର ଯୋଗାଣସୂଚୀ କୁହାଯାଏ ।

ଅର୍ଥାତ୍ ବ୍ୟକ୍ତିଗତ ଯୋଗାଣସୂଚୀ ଭଳି ବଜାର ଯୋଗାଣସୂଚୀ ଦର ଓ ଯୋଗାଣର ପ୍ରତ୍ୟକ୍ଷ ସମ୍ପର୍କକୁ ପ୍ରତିପାଦନ କରିଥାଏ । କିନ୍ତୁ ବଜାର ଯୋଗାଣରେଖା ବ୍ୟକ୍ତିଗତ ଯୋଗାଣରେଖାର ଆନୁଭୂମିକ ସମଷ୍ଟି ମାତ୍ର । ଏହା ଦ୍ରବ୍ୟର ଦର ଓ ବଜାରରେ ମୋଟ ଯୋଗାଣ ମଧ୍ୟରେ ଥିବା ସମ୍ପର୍କର ରେଖାଙ୍କିତ ପ୍ରତିଫଳନ ଅଟେ । ବଜାର ଯୋଗାଣରେଖା ବ୍ୟକ୍ତିଗତ ଯୋଗାଣରେଖା ପରି ବାମରୁ ଡାହାଣକୁ ଊର୍ଦ୍ଧ୍ୱଗାମୀ ହୋଇଥାଏ ।

BSE Odisha 8th Class Maths Notes Algebra Chapter 7 ସମୀକରଣ ଓ ଏହାର ସମାଧାନ

Odisha State Board BSE Odisha 8th Class Maths Notes Algebra Chapter 7 ସମୀକରଣ ଓ ଏହାର ସମାଧାନ will enable students to study smartly.

BSE Odisha Class 8 Maths Notes Algebra Chapter 7 ସମୀକରଣ ଓ ଏହାର ସମାଧାନ

→ ସମୀକରଣ ଓ ଅଭେଦ (Equation and Identity):
(i) ଯେଉଁ ଉକ୍ତ ବୀଜଗାଣିତିକ ଅଜ୍ଞାତ ରାଶି x ର ଏକ ନିର୍ଦ୍ଦିଷ୍ଟ ମାନପାଇଁ ସତ୍ୟ ହୁଏ, ତାହାକୁ ସମୀକରଣ (Equation) କୁହାଯାଏ ।
ଯଥା -8x – 3 = 4x + 5 ଏକ ସମୀକରଣ ଅଟେ ।
(ii) ସମୀକରଣଗୁଡ଼ିକରେ ଏକ କିମ୍ବା ଏକାଧିକ ଅଜ୍ଞାତ ରାଶି ଥାଇପାରେ ।
(iii) ଅଜ୍ଞାତ ରାଶି ଭାବରେ x, y ବା z ଇତ୍ୟାଦି ନିଆଯାଏ ।
(iv) ଯେଉଁ ଉକ୍ତ ବୀଜଗାଣିତିକ ଅଜ୍ଞାତ ରାଶି ‘x’ର ଯେ କୌଣସି ମାନ ପାଇଁ ସତ୍ୟ ହୁଏ, ତାକୁ ଅଭେଦ କୁହାଯାଏ ।
7x + 2x = 9x ଗୋଟିଏ ଅଭେଦ ଅଟେ ।

→ ସମୀକରଣ ଘାତ (Power of an Equation):
ସମୀକରଣର ପଦଗୁଡ଼ିକରେ ଥ‌ିବା ଅଜ୍ଞାତ ରାଶିର ସର୍ବୋଚ୍ଚ ଘାତକୁ ସମୀକରଣର ଘାତ କୁହାଯାଏ ।

ଉଦାହରଣ :
2x + 5 = 3, ଏଥରେ x ର ଘାତ = 1 । ତେଣୁ ଏହା ଏକଘାତୀ ସମୀକରଣ ।
ସେହିପରି 2x² + 3x – 5 = 0 ଏକ ଦ୍ବିଘାତୀ ସମୀକରଣ ।

BSE Odisha 8th Class Maths Notes Algebra Chapter 7 ସମୀକରଣ ଓ ଏହାର ସମାଧାନ

→ ସମୀକରଣର ବୀଜ (Roots of an Equation):
(i) ସମୀକରଣରେ ଥ‌ିବା ଅଜ୍ଞାତ ରାଶିର ଯେଉଁ ନିର୍ଦ୍ଦିଷ୍ଟ ମାନଗୁଡ଼ିକ ପାଇଁ ସମୀକରଣଟି ସତ୍ୟ ସେଗୁଡ଼ିକୁ ଉକ୍ତ ସମୀକରଣର ବୀଜ (Root) କୁହାଯାଏ ।
ଉଦାହରଣ :
4x = 8 ସମୀକରଣର ବୀଜ 2, କାରଣ x ର ମାନ 2 ପାଇଁ ଏହା ସତ୍ୟ ଅଟେ ।

(ii) ଯେଉଁ ପ୍ରକ୍ରିୟା ଦ୍ବାରା ସମୀକରଣର ବୀଜ ନିର୍ଣ୍ଣୟ କରାଯାଏ, ତାହାକୁ ସମୀକରଣର ସମାଧାନ କୁହାଯାଏ ।
(iii) ଏକଘାତୀ ସମୀକରଣର ବୀଜ ସଂଖ୍ୟା 1, ଦ୍ଵିଘାତୀ ସମୀକରଣର ବୀଜ ସଂଖ୍ୟା 2 ଓ n ଘାତୀ ସମୀକରଣର ବୀଜ ସଂଖ୍ୟା 1 ।

ମନେରଖ :
ସମୀକରଣର ଘାତ ସଂଖ୍ୟା ତା’ର ବୀଜ ସଂଖ୍ୟା ସହ ସମାନ ।

→ ଏକ ଅଜ୍ଞାତ ରାଶି ବିଶିଷ୍ଟ ଏକଘାତୀ ସମୀକରଣର ସମାଧାନ (Solution of a Linear equation in one variable) : :
ଏକଘାତୀ ସମୀକରଣର ସାଧାରଣ ରୂପ ହେଉଛି ax + b = 0, ଯେଉଁଠାରେ a ≠ 0 1
ଏଠାରେ a ରାଶିଟି xର ସହଗ ଓ b ହେଉଛି ଏକ ଧ୍ରୁବରାଶି ।

→ ସମୀକରଣ ସମାଧାନ ନିମିତ୍ତ ପ୍ରଯୁଜ୍ୟ ସ୍ଵତଃସିଦ୍ଧ :
(i) ସମାନ ସମାନ ରାଶି ସହ ସମାନ ସମାନ ରାଶି ଯୋଗକଲେ ଯୋଗଫଳଦ୍ଵୟ ମଧ୍ୟ ସମାନ ହେବେ ।
(ii) ସମାନ ସମାନ ରାଶିରୁ ସମାନ ରାଶି ବା ଏକ ରାଶି ବିଯୋଗକଲେ ବିଯୋଗଫଳଦ୍ଵୟ ମଧ୍ୟ ସମାନ ହେବେ ।
(iii) ସମାନ ସମାନ ରାଶିରୁ ସମାନ ରାଶି ବା ଏକ ରାଶି ବିୟୋଗକଲେ ବିୟୋଗଫଳଦ୍ଵୟ ମଧ୍ୟ ସମାନ ହେବେ । ହେବେ ।
(iv) ସମାନ ସମାନ ରାଶିକୁ ସମାନ ସମାନ ରାଶି ବା ଏକ ରାଶିଦ୍ୱାରା (ଶୂନ ବ୍ୟତୀତ) ଭାଗକଲେ ଭାଗଫଳ ମଧ୍ୟ
ଉଦାହରଣ :
2x – 3 = 5
⇒ 2x + 3 – 3 = 5 – 3 ( ଉଭୟ ପାର୍ଶ୍ଵରେ 3 ଯୋଗ କରାଗଲା)
⇒ 2x = 8
⇒ \(\frac{2x}{2}=\frac{8}{2}\) ⇒ x = 4 (ଉଭୟ ପାର୍ଶ୍ଵକୁ 2 ଦ୍ଵାରା ଭାଗ କରାଗଲା)
∴ ଦତ୍ତ ସମୀକରଣର ବୀଜ ହେଉଛି 4 ।

(v) କୌଣସି ପଦର ବାମ ପାର୍ଶ୍ୱରୁ ଦକ୍ଷିଣ ପାର୍ଶ୍ବ ବା ଦକ୍ଷିଣ ପାର୍ଶ୍ବରୁ ବାମ ପାର୍ଶ୍ବ ପରିବର୍ତ୍ତନ ଦ୍ବାରା ସଂପୃକ୍ତ ସଂଖ୍ୟାର ଚିହ୍ନ ପରିବର୍ତ୍ତନ ହୁଏ ।

BSE Odisha 8th Class Maths Notes Algebra Chapter 7 ସମୀକରଣ ଓ ଏହାର ସମାଧାନ

→ ଏକ ଅଜ୍ଞାତ ରାଶି ବିଶିଷ୍ଟ ଏକଘାତ୍ରୀ ସମୀକରଣ ସମାଧାନ ନିମିତ୍ତ ସୂଚନା :
(i) ଅଜ୍ଞାତ ରାଶି ସମ୍ବଳିତ ସମସ୍ତ ପଦ ବାମପାର୍ଶ୍ଵକୁ ଓ ଜ୍ଞାତ ରାଶି ଥ‌ିବା ପଦଗୁଡ଼ିକୁ ଦକ୍ଷିଣପାର୍ଶ୍ଵକୁ ପକ୍ଷାନ୍ତର (ପାର୍ଶ୍ଵ ପରିବର୍ତ୍ତନ) କରାଯାଏ ।
(ii) ବାମ ପାର୍ଶ୍ଵର ଏକାଧ୍ଵକ ଅଜ୍ଞାତ ରାଶି ସମ୍ବଳିତ ପଦଗୁଡ଼ିକୁ ଏକତ୍ର କରାଯାଇ ଗୋଟିଏ ପଦରେ ପ୍ରକାଶ କରାଯାଏ ଓ ସେହିପରି ଅବଶିଷ୍ଟ ପଦଗୁଡ଼ିକୁ ଦକ୍ଷଣ ପାର୍ଶ୍ବରେ ଏକତ୍ର କରାଯାଏ ।
(iii) ତତ୍ପରେ ବାମ ପାର୍ଶ୍ବରେ ସୃଷ୍ଟି ହେଉଥ‌ିବା ପଦ (ax ଅଥବା \(\frac{a}{x}\)) ରୁ x (ଅଜ୍ଞାତ ରାଶି)ର ମାନ ସ୍ଥିର କରାଯାଏ । ସମୀକରଣରେ କୌଣସି ପଦର ପାର୍ଶ୍ଵପରିବର୍ତ୍ତନ (ବାମ ପାର୍ଶ୍ଵରୁ ଦକ୍ଷିଣ ପାର୍ଶ୍ଵ ବା ଦକ୍ଷିଣ ପାର୍ଶ୍ଵରୁ ବାମପାର୍ଶ୍ଵ ବେଳେ ପ୍ରକ୍ରିୟାର ପରିବର୍ତ୍ତନ ହୁଏ; ଅର୍ଥାତ୍ ଯୋଗରୁ ବିୟୋଗ ଏବଂ ବିୟୋଗରୁ ଯୋଗ; ହରଣରୁ ଗୁଣ ଗୁଣକରୁ ହରଣ ହୁଏ ।

ନିମ୍ନ ଉଦାହରଣଗୁଡ଼ିକୁ ଲକ୍ଷ୍ୟ କର :
ଉଦାହରଣ :
ସମାଧାନ କରି : 2x – 5 = x +3
ସମାଧାନ
2x – 5 = x + 3 ⇒2x – 5 + 5 = x + 3 + 5 (ଉଭୟ ପାର୍ଶ୍ବରେ 5 ଯୋଗ କରି)
⇒ 2x = x + 8 ⇒ 2x – x = 8 (ଉଭୟ ପାର୍ଶ୍ବରୁ x ବିୟୋଗ କରି)
⇒ x = 8

ନିଜେ କର :
ସମାଧାନ କର :
(i) 2x – 3 = 4
(ii) 3x + \(\frac{1}{2}\) = \(\frac{3}{8}\)
(iii) 2x + \(\frac{3}{4}\) = \(x \frac{1}{4}\)
(iv) 0.3 (6 + 8) = 0.4
(v) \(\frac{3x}{5}\) + 1 = \(\frac{2}{5}\)
ଉ –
ପିଲାମାନେ ନିଜେ କର ।

BSE Odisha 8th Class Maths Notes Algebra Chapter 7 ସମୀକରଣ ଓ ଏହାର ସମାଧାନ

→ ଏକଘାତୀ ସମୀକରଣର ପ୍ରୟୋଗ (Application of Linear equation) :
ପାଟୀଗଣିତ ସମ୍ବନ୍ଧୀୟ ପ୍ରଶ୍ନମାନଙ୍କରେ ଆବଶ୍ୟକ ସମାଧାନପାଇଁ ଏକ ଅଜ୍ଞାତ ରାଶିକୁ ନେଇ ଏକ ସମୀକରଣ ଗଠନ କରାଯାଇଥାଏ ଓ ଏହି ସମୀକରଣକୁ ସମାଧାନ କରିବାପରେ ଆବଶ୍ୟକ ଉତ୍ତରଟି ସହଜରେ ମିଳେ । ଏ ପ୍ରକାର ପ୍ରଣାଳୀକୁ ବୀଜ ଗାଣିତିକ ପ୍ରଣାଳୀରେ ସମାଧାନ ବୋଲି କୁହାଯାଏ । ନିମ୍ନରେ କେତେକ ସମାଧାନ ଦିଆଯାଇଛି ।

ପ୍ରଥମ ସୋପାନ : ପାଟୀଗଣିତ ପ୍ରଶ୍ନଟିରେ ଅଜ୍ଞାତ ରାଶିଟିକୁ ଚିହ୍ନଟ କରାଯାଏ ।
ଦ୍ଵିତୀୟ ସୋପାନ : ପ୍ରଶ୍ନରେ ଥ‌ିବା ସର୍ଭମାନଙ୍କୁ ନେଇ ଏକ ଅଜ୍ଞାତ ରାଶିବିଶିଷ୍ଟ ଏକ ସମୀକରଣ ଗଠନ କରାଯାଏ ।
ତୃତୀୟ ସୋପାନ : ଲବ୍ଧ ସମୀକରଣର ସମାଧାନ କରାଯାଏ ।

ଉଦାହରଣ :
କେଉଁ ସଂଖ୍ୟାଟି 18 ରୁ ଯେତେ ଊଣା, 10 ରୁ ସେତେ ଅଧିକ ?
ସମାଧାନ :
ମନେକର ସଂଖ୍ୟାଟି x ।
ପ୍ରଶ୍ନରୁ ସୁସ୍ପଷ୍ଟ ଯେ, 10 < x < 18; ଅର୍ଥାତ୍ ସଂଖ୍ୟାଟି 10 ଓ 18 ମଧ୍ୟସ୍ଥ ଏକ ସଂଖ୍ୟା ।
କାରଣ ସଂଖ୍ୟାଟି 18ରୁ ଊଣା ଏବଂ 10 ରୁ ଅଧିକ ।
ପ୍ରଶ୍ନାନୁସାରେ, 18 – x = x – 10
⇒ -x – x = -10 – 18
⇒ -2x = -28 ⇒ 2x = 28
⇒ x = \(\frac{28}{2}\) = 14
∴ ନିର୍ଦେୟ ସଂଖ୍ୟାଟି 14 ।

→ ଦ୍ବିଘାତ ସମୀକରଣ ଓ ତା’ର ସମାଧାନ (Quadratic equation and its solution) :
(i) ଏକ ଅଜ୍ଞାତ ରାଶିବିଶିଷ୍ଟ ସମୀକରଣରେ ଅଜ୍ଞାତ ରାଶିର ସର୍ବୋଚ୍ଚ ଘାତ 2 ହେଲେ, ଏହାକୁ ଦ୍ୱିଘାତ ସମୀକରଣ କୁହାଯାଏ ।
(ii) ଦ୍ଵିଘାତ ସମୀକରଣର ସାଧାରଣ ରୂପ ହେଲା ax² + bx + c = 0 (ଯେଉଁଠାରେ a ≠ 0) ।
(iii) ଏଠାରେ ଦ୍ବିଘାତୀ ସମୀକରଣର ବାମ ପାର୍ଶ୍ଵ ଏକ ଦିଘାତ ପଲିନୋମିଆଲ୍; ଯାହାର ଉତ୍ପାଦକୀକରଣ ସମ୍ଭବ । ଉକ୍ତ ପଲିନୋମିଆଲ୍‌ର ଉତ୍ପାଦକୀକରଣ ଦ୍ବାରା ଦତ୍ତ ସମୀକରଣର ସମାଧାନ କରାଯାଏ ।
(iv) ସେ ଅଭେଦଗୁଡ଼ିକ ହେଲା! –
(a) a² – b² = (a + b) (a – b)
(b) x² + (a + b) x + ab = (x + a) (x + b)
(c) (a + b)² = a² + 2ab + b²
(v) ପ୍ରତ୍ୟେକ ଦ୍ଵିଘାତ ପଲିନୋମିଆଲର ଦୁଇଟି ଏକଘାତୀ ଉତ୍ପାଦକ ଥାଏ ।

ମନେରଖ : ଦିଘାତ ସମୀକରଣର କେବଳ ଦୁଇଟି ବୀଜ ରହିଛି ।

BSE Odisha 8th Class Maths Notes Algebra Chapter 7 ସମୀକରଣ ଓ ଏହାର ସମାଧାନ

ଉଦାହରଣ :
x² – 144 = 0
ସମାଧାନ :
x² – 144 = 0
⇒ (x)² – (12)² = 0
⇒ (x + 12) (x – 12) = 0
⇒ x + 12 =0 କିମ୍ବା x – 12 = 0
⇒ x = -12 କିମ୍ବା x = 12
∴ ନିର୍ଦେୟ ସଂଖ୍ୟାଟି -12 ଓ 12 ।

ଉଦାହରଣ :
x² + 4x – 21 = 0
ସମାଧାନ :
x² + 4x – 21 = 0
⇒ x² + (7 – 3) x – 7 × 3 = 0
⇒ x² +7x – 3x – 7 × 3 = 0
⇒ x (x + 7) -3(x + 7) = 0
⇒ (x + 7) (x – 3) = 0
⇒ x + 7 = 0 କିମ୍ବା x – 3 = 0
⇒ x = -7 କିମ୍ବା x = 3
∴ ନିର୍ଦେୟ ସଂଖ୍ୟାଟି -7 ଓ 3 ।

CHSE Odisha Class 12 Economics Chapter 8 Questions and Answers in Odia Medium

Odisha State Board CHSE Odisha Class 12 Economics Solutions Chapter 8 ଆୟ Questions and Answers.

CHSE Odisha Class 12 Economics Chapter 8 Questions and Answers in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର
A ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ । 

1. ପୂର୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟ ରେଖା :
(A) ଊର୍ଦ୍ଧ୍ୱଗାମୀ ହୋଇଥାଏ
(B) ନିମ୍ନଗାମୀ ହୋଇଥାଏ
(C) ଆନୁଭୂମିକ ହୋଇଥାଏ
(D) ଉଲ୍ଲେମ୍ ହୋଇଥାଏ
Answer:
(C) ଆନୁଭୂମିକ ହୋଇଥାଏ

2. ପୂର୍ଣ୍ଣ ପ୍ରତିଯୋଗିତାରେ ବିକ୍ରିତ ଉତ୍ପାଦ ପରିମାଣର ବୃଦ୍ଧି ସହିତ ସୀମାନ୍ତ ଆୟ :
(A) ହ୍ରାସ ପାଏ
(B) ଅପରିବର୍ତିତ ରହେ
(C) ବୃଦ୍ଧି ପାଏ
(D) ଋଣାତ୍ମକ ହୁଏ
Answer:
(B) ଅପରିବର୍ତିତ ରହେ

3. ଅପୂର୍ଣ୍ଣ ପ୍ରତିଯୋଗିତାରେ ହାରାହାରି ଆୟ ରେଖା :
(A) ଊର୍ଦ୍ଧ୍ୱଗାମୀ ହୋଇଥାଏ
(B) ନିମ୍ନଗାମୀ ହୋଇଥାଏ
(C) ଆନୁଭୂମିକ ହୋଇଥାଏ
(D) ଉଲ୍ଲମ୍ବା ହୋଇଥାଏ
Answer:
(B) ନିମ୍ନଗାମୀ ହୋଇଥାଏ

4. ଏକାଧ୍ଵର ବଜାରରେ ହାରାହାରି ଆୟରେଖାଟି :
(A) ନିମ୍ନଗାମୀ ହୋଇଥାଏ
(B) ଉଲ୍‌ମ୍ ହୋଇଥାଏ
(C) ଆନୁଭୂମିକ ହୋଇଥାଏ
(D) ଊର୍ଦ୍ଧ୍ୱଗାମୀ ହୋଇଥାଏ
Answer:
(A) ନିମ୍ନଗାମୀ ହୋଇଥାଏ

5. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ହାରାହାରି ଆୟ ସୀମାନ୍ତ ଆୟଠାରୁ :
(A) ଅଧୂ
(B) କମ୍
(C) ସହ ସମାନ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ସହ ସମାନ

CHSE Odisha Class 12 Economics Chapter 8 Questions and Answers in Odia Medium

6. ପ୍ରାନ୍ତୀୟ ଆୟ ହେଉଛି :
(A) ଦ୍ରବ୍ୟ ଏକକ ପ୍ରତି ମିଳୁଥ‌ିବା ଆୟ
(B) କୌଣସି ଏକ ଅତିରିକ୍ତ ଏକକ ବିକ୍ରୟ କରି ଯେଉଁ ନିଟ୍ ଆୟ ଅର୍ଜନ କରାଯାଏ
(C) ମୋଟ ଉତ୍ପାଦନର ମୂଲ୍ୟ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) କୌଣସି ଏକ ଅତିରିକ୍ତ ଏକକ ବିକ୍ରୟ କରି ଯେଉଁ ନିଟ୍ ଆୟ ଅର୍ଜନ କରାଯାଏ

7. ଆୟ କ’ଣ ?
(A) ଦ୍ରବ୍ୟ ଏକକ ପ୍ରତି ମିଳୁଥିବା ଆୟ
(C) ସୀମାନ୍ତ ଉତ୍ପାଦନର ମୂଲ୍ୟ
(B) ହାରାହାରି ଆୟ
(D) ବିକ୍ରିତ ଦ୍ରବ୍ୟର ମୋଟ ମୂଲ୍ୟ
Answer:
(D) ବିକ୍ରିତ ଦ୍ରବ୍ୟର ମୋଟ ମୂଲ୍ୟ

8. ସୀମାନ୍ତ ଆୟ ହାରାହାରି ଆୟଠାରୁ ଅଧିକ ହେଲେ ହାରାହାରି ଆୟ କ’ଣ ହୁଏ ?
(A) ବୃଦ୍ଧି ହୁଏ
(B) ହ୍ରାସ ହୁଏ
(C) ଅପରିବର୍ତିତ ରହେ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ବୃଦ୍ଧି ହୁଏ

9. ମୋଟ ଆୟ ଆକଳନ କରିବାର ସୂତ୍ର କ’ଣ ?
(A) ବିକ୍ରିତ ଦ୍ରବ୍ୟର ପରିମାଣ × ଦ୍ରବ୍ୟର ଏକକ ପିଛା ଦର
(B) ବିଶ୍ରିତ ଦ୍ରବ୍ୟର ପରିମାଣ ÷ ଏକକ ପିଛା ଦର
(C) ଦ୍ରବ୍ୟର ପରିମାଣ + ଦର
(D) ଦ୍ରବ୍ୟର ପରିମାଣ – ଦର
Answer:
(A) ବିକ୍ରିତ ଦ୍ରବ୍ୟର ପରିମାଣ × ଦ୍ରବ୍ୟର ଏକକ ପିଛା ଦର

10. ପ୍ରାନ୍ତୀୟ ଆୟ ନିର୍ଦ୍ଧାରଣ କରିବାର ସୂତ୍ର କେଉଁଟି ?
(A) ମୋଟ୍ ଆୟ ÷ ବିକ୍ରିତ ଦ୍ରବ୍ୟସମୂହ
(B) ଦ୍ରବ୍ୟର ଏକକ ପିଛା ଦର × ବିକ୍ରିତ ଦ୍ରବ୍ୟର ପରିମାଣ
(C) (ମୋଟ ଆୟ)n – (ମୋଟ ଆୟ)n-1
(D) (ମୋଟ ଆୟ)n + (ମୋଟ ଆୟ)n-1
Answer:
(C) (ମୋଟ ଆୟ)n – (ମୋଟ ଆୟ)n-1

11. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ମୋଟ ଆୟ ରେଖା ମୂଳବିନ୍ଦୁଠାରୁ :
(A) ନିମ୍ନଗାମୀ ହୋଇଥାଏ
(B) ଊର୍ଦ୍ଧ୍ୱଗାମୀ ହୋଇଥାଏ
(C) ଆନୁଭୂମିକ ହୋଇଥାଏ
(D) ଉଲ୍ଲମ୍ବ ହୋଇଥାଏ
Answer:
(B) ଊର୍ଦ୍ଧ୍ୱଗାମୀ ହୋଇଥାଏ

12. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ହାରାହାରି ଓ ପ୍ରାନ୍ତୀୟ ଆୟରେଖା :
(A) ଉର୍ଦ୍ଧ୍ୱଗାମୀ ହୋଇଥାଏ
(B) ନିମ୍ନଗାମୀ ହୋଇଥାଏ
(C) ଆନୁଭୂମିକ ହୋଇଥାଏ
(D) ଉଲ୍‌ମ୍ବ ହୋଇଥାଏ
Answer:
(B) ନିମ୍ନଗାମୀ ହୋଇଥାଏ

13. ଯେତେବେଳେ ସୀମାନ୍ତ ଆୟ ହାରାହାରି ଆୟଠାରୁ କମ୍ ହୁଏ, ହାରାହାରି ଆୟ :
(A) ସ୍ଥିର ରହେ
(B) ହ୍ରାସ ପାଏ
(C) ବୃଦ୍ଧି ପାଏ
(D) ଉପରଲିଷ୍କୃତ କୌଣସିଟି ନୁହେଁ
Answer:
(B) ହ୍ରାସ ପାଏ

B. ଶୂନ୍ୟସ୍ଥାନ ପୂରଣ କର ।

1. ଉତ୍ପାଦିତ ଦ୍ରବ୍ୟ ବିକ୍ରୟ କରି ଉତ୍ପାଦନକାରୀ ଯେଉଁ ଅର୍ଥ ଉପାର୍ଜନ କରନ୍ତି, ତାହା ____________ ।
Answer:
ଆୟ

2. ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ ବିକ୍ରୟ କରି ପ୍ରତିଷ୍ଠାନ ଯେଉଁ ମୋଟ ଅର୍ଥ ଉପାର୍ଜନ କରେ, ତାହାକୁ _____________ କୁହାଯାଏ ।
Answer:
ମୋଟ ଆୟ

3. ବର୍ତ୍ତମାନର ମୋଟ ଆୟ ଏବଂ _____________ ର ପାର୍ଥକ୍ୟ ହେଉଛି ସୀମାନ୍ତ ଆୟ ।
Answer:
ପୂର୍ବତନ ମୋଟ ଆୟ

4. ଦର ଓ ବିକ୍ରିତ ଉତ୍ପାଦକୁ ଗୁଣନ କରି _____________ ଆକଳନ କରାଯାଏ ।
Answer:
ମୋଟ ଆୟ

CHSE Odisha Class 12 Economics Chapter 8 Questions and Answers in Odia Medium

5. ବିକ୍ରିତ ଉତ୍ପାଦର ଏକକ ଓ ମୋଟ ଆୟ ମଧ୍ୟରେ _____________ ସ୍ଥିର ସମ୍ପର୍କ ରହିଛି ।
Answer:
ପ୍ରତ୍ୟକ୍ଷ

6. ମୋଟ ଆୟ = ___________ × ମୋଟ ଉତ୍ପାଦ
Answer:
ଦର

7. ହାରାହାରି ଆୟ = \(\frac{ମୋଟ ଆୟ}{-}\)
Answer:
ମୋଟ ଉତ୍ପାଦ

8. ହାରାହାରି ଆୟରେଖାର ଆକାର ___________ ହେବ ।
Answer:
ଆନୁଭୂମିକ

9. ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକ ବୃଦ୍ଧି ସହିତ ମୋଟ ଆୟରେ ଯେଉଁ ପରିମାଣ ବୃଦ୍ଧି ପାଏ, ତାହା ____________ ।
Answer:
ସୀମାନ୍ତ ଆୟ

10. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ, ହାରାହାରି ଆୟ = ସୀମାନ୍ତ ଆୟ = _____________ ।
Answer:
ଦର

11. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ଦର ଓ ବିକ୍ରିତ ଏକକ ମଧ୍ୟରେ _____________ ସମ୍ପର୍କ ଦୃଷ୍ଟିଗୋଚର ହୁଏ ।
Answer:
ପରୋକ୍ଷ

12. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ବିକ୍ରିତ ଉତ୍ପାଦ ପରିମାଣର ବୃଦ୍ଧି ସହିତ ମୋଟ ଆୟ, ହାରରେ ପ୍ରଥମେ_____________ ବୃଦ୍ଧି ପାଇଥାଏ ଏବଂ ତତ୍ପରେ ହ୍ରାସ ପାଇଥାଏ ।
Answer:
ହ୍ରାସମାନ

13. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟ = ଦର > ______________ ।
Answer:
ସୀମାନ୍ତ ଆୟ ।

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ, ହାରାହାରି ଆୟ ସୀମାନ୍ତ ଆୟଠାରୁ କମ୍ ।
Answer:
ଭୁଲ୍ ।
ଠିକ୍ – ପୂର୍ବ ପ୍ରତିଯୋଗିତାମୂଳକ ସ୍ଥିତିରେ, ହାରାହାର ଆୟ ସୀମାନ୍ତ ଆୟ ସହ ସମାନ ।

2. ହାରାହାରି ଆୟ ଓ ଦର ସମାନ !
Answer:
ଠିକ୍ ।

3. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ, ହାରାହାରି ଆୟ ସୀମାନ୍ତ ଆୟଠାରୁ କମ୍ ।
Answer:
ଭୁଲ୍ ।
ଠିକ୍ – ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ, ହାରାହାରି ଆୟ ସୀମାନ୍ତ ଆୟଠାରୁ ଅଧିକ ।

4. ପୂର୍ଣ ପ୍ରତିଯୋଗିତାରେ, ହାରାହାରି ଆୟ ଓ ହାରାହାରି ପରିବ୍ୟୟ ସମାନ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ — ପୂର୍ଣ ପ୍ରତିଯୋଗିତାରେ, ହାରାହାରି ଆୟ ଓ ପ୍ରାନ୍ତୀୟ ଆୟ ସମାନ ହୋଇଥାଏ ।

5. ପ୍ରାନ୍ତୀୟ ଆୟ ଶୂନ୍ୟ ହେଲେ ମୋଟ ଆୟ ସର୍ବନିମ୍ନ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ପ୍ରାନ୍ତୀୟ ଆୟ ଶୂନ୍ୟ ହେଲେ ମୋଟ ଆୟ ସର୍ବାଧ‌ିକ ହୋଇଥାଏ ।

CHSE Odisha Class 12 Economics Chapter 8 Questions and Answers in Odia Medium

6. ଦ୍ରବ୍ୟର ହାରାହାରି ଆୟ ତା’ର ଦର ମଧ୍ଯ ସୂଚିତ କରେ ।
Answer:
ଠିକ୍

7. ଅତିରିକ୍ତ ଏକକର ବିକ୍ରିରୁ ଲବ୍ଧ ଆୟକୁ ହାରାହାରି ଆୟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ଅତିରିକ୍ତ ଏକକର ବିକ୍ରିରୁ ଲବ୍ଧ ଆୟକୁ ପ୍ରାନ୍ତୀୟ ଆୟ କୁହାଯାଏ ।

8. ଉତ୍ପାଦିତ ଦ୍ରବ୍ୟକୁ ବଜାରରେ ବିକ୍ରି କରି ପ୍ରତିଷ୍ଠାନ ଯେଉଁ ମୌଦ୍ରିକ ଆୟ ଅର୍ଜନ କରିଥାଏ, ତାହାକୁ ପ୍ରତିଷ୍ଠାନର ପରିବ୍ୟୟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ଉତ୍ପାଦିତ ଦ୍ରବ୍ୟକୁ ବଜାରରେ ବିକ୍ରି କରି ପ୍ରତିଷ୍ଠାନ ଯେଉଁ ମୌଦ୍ରିକ ଆୟ ଅର୍ଜନ କରିଥାଏ, ତାହାକୁ ପ୍ରତିଷ୍ଠାନର ଆୟ କୁହାଯାଏ ।

9. ସୀମାନ୍ତ ଆୟ= ବିକ୍ରିତ ଦ୍ରବ୍ୟର ପରିମାଣ × ଦ୍ରବ୍ୟର ଏକକ ପିଛା ଦର ।
Answer:
ଭୁଲ୍ ।
ଠିକ୍ – ମୋଟ ଆୟ = ବିକ୍ରିତ ଦ୍ରବ୍ୟର ପରିମାଣ × ଦ୍ରବ୍ୟର ଏକକ ପିଛା ଦର ।

10. ସୀମାନ୍ତ ଆୟ ଋଣାତ୍ମକ ହୋଇପାରେ; ମାତ୍ର ହାରାହାରି ଆୟ କେବେ ଧନାତ୍ମକ ହୁଏ ନାହିଁ ।
Answer:
ଭୁଲ୍ ।
ଠିକ୍ – ସୀମାନ୍ତ ଆୟ ଋଣାତ୍ମକ ହୋଇପାରେ; ମାତ୍ର ହାରାହାରି ଆୟ କେବେ ଋଣାତ୍ମକ ହୁଏ ନାହିଁ ।

D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଆୟ କାହାକୁ କୁହାଯାଏ ?
Answer:
କୌଣସି ପ୍ରତିଷ୍ଠାନର ବିକ୍ରୟ ହେଉଥିବା ଦ୍ରବ୍ୟରୁ ମିଳୁଥିବା ଅର୍ଥକୁ ଆୟ କୁହାଯାଏ ।

2. ମୋଟ ଆୟ କାହାକୁ କୁହାଯାଏ ?
Answer:
ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ ବିକ୍ରୟ କରି ପ୍ରତିଷ୍ଠାନ ଯେଉଁ ମୋଟ ଅର୍ଥ ଉପାର୍ଜନ କରେ, ତାହାକୁ ମୋଟ ଆୟ କୁହାଯାଏ ।

3. ହାରାହାରି ଆୟ କ’ଣ?
Answer:
ପ୍ରତ୍ୟେକ ବିକ୍ରିତ ଉତ୍ପାଦର ଏକକରୁ ମିଳୁଥିବା ଆୟକୁ ହାରାହାରି ଆୟ କୁହାଯାଏ ।

4. ସୀମାନ୍ତ ଆୟ କ’ଣ?
Answer:
ଉତ୍ପାଦର ଏକ ଅତିରିକ୍ତ ଏକକ ବିକ୍ରୟ କରିବାଦ୍ୱାରା ମୋଟ ଆୟରେ ଯେଉଁ ପରିବର୍ତ୍ତନ ଘଟେ, ତାହାକୁ ସୀମାନ୍ତ ଆୟ କୁହାଯାଏ ।

5. ସୀମାନ୍ତ ଆୟ କିପରି ନିର୍ଣ୍ଣୟ କରାଯାଏ ?
Answer:
ବର୍ତ୍ତମାନର ମୋଟ ଆୟ (TRn) ଏବଂ ପୂର୍ବତନ ମୋଟ ଆୟ (TRn-1) ର ପାର୍ଥକ୍ୟ ହେଉଛି ସୀମାନ୍ତ ଆୟ ।

6. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ବିକ୍ରିତ ଉତ୍ପାଦର ଏକକ ଓ ମୋଟ ଆୟ ମଧ୍ଯରେ କ’ଣ ସମ୍ପର୍କ ରହିଛି ?
Answer:
ପୂର୍ବ ପ୍ରତିଯୋଗିତାମୂଳକ ସ୍ଥିତିରେ ବିକ୍ରିତ ଉତ୍ପାଦର ଏକକ ଓ ମୋଟ ଆୟ ମଧ୍ୟରେ ପ୍ରତ୍ୟକ୍ଷ ସ୍ଥିର ସମ୍ପର୍କ ରହିଛି ।

7. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟରେଖା କେଉଁ ଅକ୍ଷ ସହ ସମାନ୍ତର ହୋଇଥାଏ ?
Answer:
ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟରେଖା X- ଅକ୍ଷ ସହ ସମାନ୍ତର ବା ଆନୁଭୂମିକ ହୋଇଥାଏ ।

8. ପୂର୍ଣ୍ଣ ପ୍ରତିଯୋଗିତା ସ୍ଥିତିରେ କାହିଁକି ସୀମାନ୍ତ ଆୟରେଖା ହାରାହାରି ଆୟରେଖା ଭଳି ଆନୁଭୂମିକ ହୋଇଥାଏ ?
Answer:
ପୂର୍ବ ପ୍ରତିଯୋଗିତା ସ୍ଥିତିରେ ମୋଟ ଆୟ ସମାନ ହାରରେ ବୃଦ୍ଧି ପାଉଥ‌ିବାରୁ ସୀମାନ୍ତ ଆୟ ପ୍ରତ୍ୟେକ ଏକକରେ ସ୍ଥିର, ତେଣୁ ସୀମାନ୍ତ ଆୟରେଖା ହାରାହାରି ଆୟରେଖା ଭଳି ଆନୁଭୂମିକ ହୋଇଥାଏ ।

9. କେଉଁ ପ୍ରତିଯୋଗିତାମୂଳକ ସ୍ଥିତିରେ ସୀମାନ୍ତ ଆୟ ରେଖା ଓ ହାରାହାରି ଆୟରେଖା ଏକ ଓ ଅଭିନ୍ନ ?
Answer:
ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ସୀମାନ୍ତ ଆୟରେଖା ଓ ହାରାହାରି ଆୟରେଖା ଏକ ଓ ଅଭିନ୍ନ ।

10. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ସୀମାନ୍ତ ଆୟରେଖା କିପରି ହୋଇଥାଏ ?
Answer:
ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ସୀମାନ୍ତ ଆୟ ରେଖା ଏକ ସରଳରେଖା ଆକାର ଧାରଣ କରି ନିମ୍ନଗାମୀ ହୋଇଥାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଦୁଇଟି/ ତିନୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

1. ଆୟ କ’ଣ ?
Answer:
ଆୟ କହିଲେ କୌଣସି ପ୍ରତିଷ୍ଠାନଦ୍ୱାରା ବିଭିନ୍ନ ସାଧନଗୁଡିକର ବିନିଯୋଗ କରି ଦ୍ରବ୍ୟ ଉତ୍ପାଦିତ କରି ତାହାକୁ ବଜାରରେ ବିକ୍ରିକରି ଯେଉଁ ମୌଦ୍ରିକ ଆୟ ଉପାର୍ଜନ କରିଥାଏ, ତାହାକୁ ଆୟ କୁହାଯାଏ । ତେଣୁ ଆୟ ଉତ୍ପାଦନର ବିକ୍ରୟଲବ୍ଧ ଉପାର୍ଜନ ମାତ୍ର । ଉତ୍ପାଦନ ସମ୍ବନ୍ଧୀୟ ଯେକୌଣସି ନିଷ୍ପଭିରେ ଏହାର ଭୂମିକା ଗୁରୁତ୍ଵପୂର୍ଣ ।

2. ମୋଟ ଆୟ କ’ଣ?
Answer:
ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ ବିକ୍ରୟ କରି ପ୍ରତିଷ୍ଠାନ ଯେଉଁ ମୋଟ ଅର୍ଥ ପ୍ରାପ୍ତ କରେ, ତାହାକୁ ମୋଟ ଆୟ କୁହାଯାଏ । ଏହା ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ କ୍ରୟ କରିବାପାଇଁ କ୍ରେତାମାନଙ୍କର ମୋଟ ବ୍ୟୟ ସହିତ ସମାନ । ଏଠାରେ କହିବା ବାହୁଲ୍ୟ ଯେ ମୋଟ ଆୟ ପ୍ରତିଷ୍ଠାନର ମୋଟ ବିକ୍ରୟ ଉପରେ ନିର୍ଭର କରେ । ତେଣୁ ଦରକୁ ବିକ୍ରୟ ହୋଇଥିବା ଦ୍ରବ୍ୟର ପରିମାଣ ସହ ଗୁଣନ କରି ମୋଟ ଆୟ ନିର୍ଣ୍ଣୟ କରାଯାଇପାରେ ।
∴ ମୋଟ ଆୟ = ଦର × ବିକ୍ରିତ ଉତ୍ପାଦର ପରିମାଣ ।

CHSE Odisha Class 12 Economics Chapter 8 Questions and Answers in Odia Medium

3. ହାରାହାରି ଆୟ କ’ଣ?
Answer:
କୌଣସି ପ୍ରତିଷ୍ଠାନଦ୍ୱାରା! ବିକ୍ରୟ କରାଯାଉଥ‌ିବା ଦ୍ରବ୍ୟର ପ୍ରତ୍ୟେକ ଏକକରୁ ମିଳୁଥିବା ଆୟକୁ ହାରାହାରି ଆୟ କୁହାଯାଏ । ଏହା ବିକ୍ରିତ ଉତ୍ପାଦର ଦର ସହ ସମାନ । ମୋଟ ଆୟକୁ ବିକ୍ରିତ ଉତ୍ପାଦର ମୋଟ ପରିମାଣ ସହ ବିଭାଜନ କଲେ ଯେଉଁ ଆୟ ନିର୍ଣ୍ଣୟ କରାଯାଏ ତାହାକୁ ହାରାହାରି ଆୟ କୁହାଯାଏ ।

4. ସୀମାନ୍ତ ଆୟ କ’ଣ?
Answer:
ଉତ୍ପାଦିତ ଦ୍ରବ୍ୟର ଏକ ଅତିରିକ୍ତ ଏକକ ବିକ୍ରୟ କରିବାଦ୍ଵାରା ମୋଟ ଆୟରେ ଯେଉଁ ପରିବର୍ତ୍ତନ ଘଟେ, ତାହାକୁ ସୀମାନ୍ତ ଆୟ କୁହାଯାଏ । ଏହା ଅତିରିକ୍ତ ଏକକ ବିକ୍ରୟରୁ ପ୍ରାପ୍ତ ହେଉଥ‌ିବା ଅତିରିକ୍ତ ଆୟ । ଅର୍ଥାତ୍ ବର୍ତ୍ତମାନର ମୋଟ ଆୟ ଏବଂ ପୂର୍ବତନ ମୋଟ ଆୟର ପାର୍ଥକ୍ୟ ହେଉଛି ସୀମାନ୍ତ ଆୟ ।

5. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ମୋଟ ଆୟରେଖା କେଉଁ ଆକାର ଧାରଣ କରିଥାଏ ?
Answer:
ଦର ଓ ବିକ୍ରିତ ଉତ୍ପାଦକୁ ଗୁଣନ କରି ମୋଟ ଆୟ ଆକଳନ କରାଯାଏ । ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକର ବୃଦ୍ଧି ସହିତ ମୋଟ ଆୟ ସ୍ଥିର ହାରରେ ବୃଦ୍ଧି ପାଇଥାଏ । ଅର୍ଥାତ୍ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ, ବିକ୍ରିତ ଉତ୍ପାଦର ଏକକ ଓ ମୋଟ ଆୟ ମଧ୍ୟରେ ପ୍ରତ୍ୟକ୍ଷ ସ୍ଥିର ସମ୍ପର୍କ ରହିଛି । ତେଣୁ ଏ କ୍ଷେତ୍ରରେ ମୋଟ ଆୟରେଖ ଏକ ସରଳରେଖାର ଆକାର ଧାରଣ କରି ଊର୍ଦ୍ଧ୍ୱଗାମୀ ହୋଇଥାଏ ।

6. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟରେଖାର ଆକାର କିପରି ହୋଇଥାଏ ?
Answer:
ମୋଟ ଆୟକୁ ବିକ୍ରିତ ଉତ୍ପାଦର ପରିମାଣ ସହ ବିଭାଜନ କରି ହାରାହାରି ଆୟ ନିର୍ଣ୍ଣୟ କରାଯାଏ । ଏହା ପ୍ରତ୍ୟେକ ବିକ୍ରିତ ପରିମାଣରେ ସ୍ଥିର, କାରଣ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ଦର ସ୍ଥିର । ତେଣୁ ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟରେଖା X- ଅକ୍ଷ ସହ ସମାନ୍ତର ବା ଆନୁଭୂମିକ ହୋଇଥାଏ ।

7. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ସୀମାନ୍ତ ଆୟରେଖା କିପରି ହୋଇଥାଏ ?
Answer:
ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକ ବୃଦ୍ଧି ସହିତ ମୋଟ ଆୟରେ ଯେଉଁ ପରିମାଣ ବୃଦ୍ଧି ପାଏ, ତାହା ସୀମାନ୍ତ ଆୟ । ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ମୋଟ ଆୟ ସମାନ ହାରରେ ବୃଦ୍ଧି ପାଉଥିବାରୁ ସୀମାନ୍ତ ଆୟ ପ୍ରତ୍ୟେକ ଏକକରେ ସ୍ଥିର ରହିଥାଏ । ତେଣୁ ସୀମାନ୍ତ ଆୟରେଖା ହାରାହାରି ଆୟରେଖା ଭଳି ଆନୁଭୂମିକ ହୋଇଥାଏ ।

8. ଅପୂର୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟରେଖା କିପରି ହୋଇଥାଏ ?
Answer:
ମୋଟ ଆୟକୁ ବିକ୍ରିତ ଉତ୍ପାଦ ପରିମାଣ ସହ ଭାଗ କରି ହାରାହାରି ଆୟ ଆକଳନ କରାଯାଏ । ହାରାହାରି ଆୟ ଓ ଦର ସମାନ ହୋଇଥିବାରୁ ବିକ୍ରିତ ଉତ୍ପାଦର ପରିମାଣ ଓ ହାରାହାରି ଆୟ ମଧ୍ୟରେ ପରୋକ୍ଷ ସ୍ଥିର ସମ୍ପର୍କ ରହିଥାଏ । ତେଣୁ ହାରାହାରି ଆୟରେଖା ଏକ ସରଳରେଖାର ଆକାର ଧାରଣ କରି ନିମ୍ନଗାମୀ ହୋଇଥାଏ ।

9. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ସୀମାନ୍ତ ଆୟରେଖା କିପରି ହୋଇଥାଏ ?
Answer:
ଦ୍ରବ୍ୟର ଅତିରିକ୍ତ ଏକକ ବିକ୍ରୟ ଫଳରେ ମୋଟ ଆୟରେ ହେଉଥ‌ିବା ବୃଦ୍ଧିର ପରିମାଣକୁ ସୀମାନ୍ତ ଆୟ କୁହାଯାଏ । ମୋଟ ଆୟ ହ୍ରାସମାନ ହାରରେ ବୃଦ୍ଧି ପାଉଥ‌ିବାରୁ ସୀମାନ୍ତ ଆୟ ପ୍ରଥମେ ହ୍ରାସ ପାଏ । ତତ୍ପରେ, ସୀମାନ୍ତ ଆୟ ଶୂନ୍ୟ ଏବଂ ଋଣାତ୍ମକ ହୋଇଥାଏ । ତେଣୁ ସୀମାନ୍ତ ଆୟରେଖା ଏକ ସରଳରେଖା ଆକାର ଧାରଣ କରି ନିମ୍ନଗାମୀ ହୋଇଥାଏ ।

10. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ମୋଟ ଆୟରେଖା କିପରି ?
Answer:
ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ ବିକ୍ରୟ କରି ପ୍ରତିଷ୍ଠାନ ଯେଉଁ ମୋଟ ଅର୍ଥ ଉପାର୍ଜନ କରେ, ତାହାକୁ ମୋଟ ଆୟ କୁହାଯାଏ । ବିକ୍ରିତ ଉତ୍ପାଦ ପରିମାଣର ବୃଦ୍ଧି ସହିତ ମୋଟ ଆୟ ହ୍ରାସମାନ ହାରରେ ପ୍ରଥମେ ବୃଦ୍ଧି ପାଏ ଏବଂ ତତ୍ପରେ ହ୍ରାସ ପାଇଥାଏ । ତେଣୁ ମୋଟ ଆୟରେଖା ଏକ ନିର୍ଦ୍ଦିଷ୍ଟ ବିନ୍ଦୁ ପର୍ଯ୍ୟନ୍ତ ବୃଦ୍ଧି ପାଇ ତତ୍ପରେ ହ୍ରାସ ହୋଇଥାଏ ।

B ପାଞ୍ଚଟି/ ଛଅଟି ବାକ୍ୟରେ ନିମ୍ନଲିଖୂ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

1. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ହାରାହାରି ଆୟରେଖା ଓ ସୀମାନ୍ତ ଆୟରେଖା କାହିଁକି ଏକ ଓ ଅଭିନ୍ନ ହୋଇଥାଏ ?
Answer:
ହାରାହାରି ଆୟ ପ୍ରତ୍ୟେକ ବିକ୍ରିତ ପରିମାଣରେ ସ୍ଥିର, କାରଣ ପୂର୍ଣ୍ଣ ପ୍ରତିଯୋଗିତା ସ୍ଥିତିରେ ଦର ସ୍ଥିର । ତେଣୁ ହାରାହାରି ଆୟରେଖା X-ଅକ୍ଷ ସହ ସମାନ୍ତର ବା ଆନୁଭୂମିକ ହୋଇଥାଏ । ପୂର୍ଣ୍ଣ ପ୍ରତିଯୋଗିତା ସ୍ଥିତିରେ ମୋଟ ଆୟ ସମାନ ହାରରେ ବୃଦ୍ଧି ପାଉଥ‌ିବାରୁ ସୀମାନ୍ତ ଆୟ ପ୍ରତ୍ୟେକ ଏକକରେ ସ୍ଥିର । ତେଣୁ ସୀମାନ୍ତ ଆୟରେଖା ହାରାହାରି ଆୟ ରେଖା ଭଳି ଆନୁଭୂମିକ ହେବ । ଫଳରେ ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକରେ ଉଭୟ ହାରାହାରି ଆୟ ଓ ସୀମାନ୍ତ ଆୟ ସମାନ ଓ ସ୍ଥିର । ତେଣୁ ଉଭୟେ ଏକ ଓ ଅଭିନ୍ନ । ବିଶ୍ରିତ ଉତ୍ପାଦର ପ୍ରତ୍ୟେକ ଏକକରେ ଉଭୟ ଦର ସମାନ ରହିଥାଏ ।

2. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ମୋଟ ଆୟରେଖାର ପ୍ରକୃତି କିପରି ହେବ ?
Answer:
ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ପ୍ରତିଷ୍ଠାନ ସଂଖ୍ୟା ଅନେକ । ତେଣୁ କୌଣସି ନିର୍ଦ୍ଦିଷ୍ଟ ପ୍ରତିଷ୍ଠାନ ବଜାର ଦରକୁ ପ୍ରଭାବିତ କରିପାରେ ନାହିଁ । ତେଣୁ ବିକ୍ରିତ ଉତ୍ପାଦର ସମସ୍ତ ଏକକ ପାଇଁ ବଜାର ଦର ସମାନ ରହେ । ଦର ଓ ବିକ୍ରିତ ଉତ୍ପାଦକୁ ଗୁଣନ କରି ମୋଟ ଆୟ ଆକଳନ କରାଯାଏ । ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକର ବୃଦ୍ଧି ସହିତ ମୋଟ ଆୟ ସ୍ଥିର ହାରରେ ବୃଦ୍ଧି ପାଇଥାଏ । ଅର୍ଥାତ୍, ବିକ୍ରିତ ଉତ୍ପାଦର ଏକକ ଓ ମୋଟ ଆୟ ମଧ୍ୟରେ ପ୍ରତ୍ୟକ୍ଷ ସ୍ଥିର ସମ୍ପର୍କ ରହିଥାଏ । ତେଣୁ ମୋଟ ଆୟରେଖା ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ, ଏକ ସରଳ ରେଖାର ଆକାର ଧାରଣ କରି ଉର୍ଦ୍ଧ୍ୱଗାମୀ ହୋଇଥାଏ ।

CHSE Odisha Class 12 Economics Chapter 8 Questions and Answers in Odia Medium

3. ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ମୋଟ ଆୟରେଖାର ପ୍ରକୃତି କିପରି ହେବ ?
Answer:
ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ପ୍ରତିଷ୍ଠାନମାନଙ୍କର ସଂଖ୍ୟା ସୀମିତ । ତେଣୁ ଉତ୍ପାଦର ବଜାର ଦର ଉପରେ ପ୍ରତିଷ୍ଠାନର ନିୟନ୍ତ୍ରଣ ରହିଥାଏ । ସାଧାରଣତଃ ଦର ଓ ବିକ୍ରିତ ଏକକ ମଧ୍ୟରେ ପରୋକ୍ଷ ସମ୍ପର୍କ ଦୃଷ୍ଟିଗୋଚର ହୁଏ । ଅର୍ଥାତ୍ ଦର ବୃଦ୍ଧି ପାଇଲେ ବିକ୍ରିତ ଏକକର ପରିମାଣ ହ୍ରାସ ହୁଏ ଏବଂ ଦର ହ୍ରାସ ପାଇଲେ ବିକ୍ରିତ ଏକକର ପରିମାଣ ବୃଦ୍ଧି ପାଏ ତେଣୁ ବିକ୍ରିତ ଉତ୍ପାଦ ପରିମାଣରେ ବୃଦ୍ଧି ସହିତ ମୋଟ ଆୟ ହ୍ରାସମାନ ହାରରେ ପ୍ରଥମେ ବୃଦ୍ଧି ପାଏ ଏବଂ ତତ୍ପରେ ହ୍ରାସ ପାଇଥାଏ । ତେଣୁ ମୋଟ ଆୟରେଖା ଏକ ନିର୍ଦ୍ଦିଷ୍ଟ ବିନ୍ଦୁ ପର୍ଯ୍ୟନ୍ତ ବୃଦ୍ଧି ପାଇ ତତ୍ପରେ ହ୍ରାସ ହୋଇଥାଏ ।

4. ଅପୂର୍ବ ପ୍ରତିଯୋଗିତାମୂଳକ ସ୍ଥିତିରେ ସୀମାନ୍ତ ଆୟରେଖାର ଆକୃତି କିପରି ହୋଇଥାଏ ?
Answer:
ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକ ବୃଦ୍ଧି ସହିତ ମୋଟ ଆୟ ଯେଉଁ ପରିମାଣରେ ବୃଦ୍ଧି ପାଏ, ତାହାକୁ ସୀମାନ୍ତ ଆୟ କୁହାଯାଏ । ସାଧାରଣତଃ ମୋଟ ଆୟ ହ୍ରାସମାନ ହାରରେ ବୃଦ୍ଧି ପାଉଥବାରୁ ସୀମାନ୍ତ ଆୟ ପ୍ରଥମେ ହ୍ରାସ ପାଇଥାଏ । ତତ୍ପରେ ସୀମାନ୍ତ ଆୟ ଶୂନ୍ୟ ଏବଂ ଋଣାତ୍ମକ ହୋଇଥାଏ । ବିଶ୍ରିତ ଉତ୍ପାଦ ପରିମାଣ ଓ ସୀମାନ୍ତ ଆୟ ମଧ୍ୟରେ ପରୋକ୍ଷ ସ୍ଥିର ସମ୍ପର୍କ ରହିଥାଏ । ତେଣୁ ସୀମାନ୍ତ ଆୟରେଖା ଏକ ସରଳରେଖା ଆକାର ଧାରଣ କରି ନିମ୍ନଗାମୀ ହୋଇଥାଏ ।

C ଛଅଟି ବାକ୍ୟ ମଧ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ହାରାହାରି ଆୟ ଓ ପ୍ରାନ୍ତୀୟ ଆୟ :
Answer:
ପ୍ରତ୍ୟେକ ବିକ୍ରିତ ଉତ୍ପାଦର ଏକକରୁ ମିଳୁଥିବା ଆୟକୁ ହାରାହାରି ଆୟ କୁହାଯାଏ । ଏହା ବିକ୍ରିତ ଉତ୍ପାଦର ଦର ସହ ସମାନ । ମୋଟ ଆୟକୁ ବିକ୍ରିତ ଉତ୍ପାଦର ମୋଟ ପରିମାଣ ସହ ବିଭାଜନ କରି ହାରାହାରି ଆୟ ନିର୍ଣ୍ଣୟ କରାଯାଏ । ତେଣୁ,

ହାରାହାରି ଆୟ = \(\frac{ମୋଟ ଆୟ}{ବିକ୍ରିତ ଉତ୍ପାଦର ମୋଟ ପରିମାଣ}\)

ଉତ୍ପାଦର ଏକ ଅତିରିକ୍ତ ଏକକ ବିକ୍ରୟ କରିବାଦ୍ୱାରା ମୋଟ ଆୟରେ ଯେଉଁ ପରିବର୍ତ୍ତନ ଘଟେ, ତାହାକୁ ସୀମାନ୍ତ ଆୟ କୁହାଯାଏ । ଏହା ଅତିରିକ୍ତ ବିକ୍ରୟରୁ ପ୍ରାପ୍ତ ହେଉଥ‌ିବା ଅତିରିକ୍ତ ଆୟ । ଅର୍ଥାତ୍ ବର୍ତ୍ତମାନର ମୋଟ ଆୟ (TRn-1) ଏବଂ ପୂର୍ବତନ ମୋଟ ଆୟ (TR) ର ପାର୍ଥକ୍ୟ ହେଉଛି ସୀମାନ୍ତ ଆୟ । ତେଣୁ ସାମାନ୍ତ ଆୟ (MR) = (TRn – TRn-1)

2. ମୋଟ ଆୟ ଓ ହାରାହାରି ଆୟ :
Answer:
ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ ବିକ୍ରୟ କରି ପ୍ରତିଷ୍ଠାନ ଯେଉଁ ମୋଟ ଅର୍ଥ ଉପାର୍ଜନ କରେ, ତାହାକୁ ମୋଟ ଆୟ କୁହାଯାଏ । ଏହା ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ କ୍ରୟ କରିବାପାଇଁ କ୍ରେତାମାନଙ୍କର ମୋଟ ବ୍ୟୟ ସହିତ ସମାନ । ତେଣୁ ମୋଟ ଆୟ ପ୍ରତିଷ୍ଠାନର ମୋଟ ବିକ୍ରୟ ଉପରେ ନିର୍ଭର କରେ । ତେଣୁ ଦରକୁ ବିକ୍ରୟ ହୋଇଥିବା ଦ୍ରବ୍ୟର ପରିମାଣ ସହ ଗୁଣନ କରି ମୋଟ ଆୟ ଆକଳନ କରାଯାଏ । ମୋଟ ଆୟ = ଦର × ବିକ୍ରିତ ଉତ୍ପାଦର ପରିମାଣ

ପ୍ରତ୍ୟେକ ବିକ୍ରିତ ଉତ୍ପାଦର ଏକକରୁ ମିଳୁଥ‌ିବା ଆୟକୁ ହାରାହାରି ଆୟ କୁହାଯାଏ । ଏହା ବିକ୍ରିତ ଉତ୍ପାଦର ଦର ସହ ସମାନ । ମୋଟ ଆୟକୁ ବିକ୍ରିତ ଉତ୍ପାଦର ମୋଟ ପରିମାଣ ସହ ବିଭାଜନ କରି ହାରାହାରି ଆୟ ନିର୍ଣ୍ଣୟ କରାଯାଏ ।

ତେଣୁ ହାରାହାରି ଆୟ = \(\frac{ମୋଟ ଆୟ}{ବିକ୍ରିତ ଉତ୍ପାଦର ମୋଟ ପରିମାଣ}\)

3. ହାରାହାରି ଆୟ ଓ ସୀମାନ୍ତ ଆୟ :
Answer:
ପ୍ରତ୍ୟେକ ବିକ୍ରିତ ଉତ୍ପାଦର ଏକକରୁ ମିଳୁଥ‌ିବା ଆୟକୁ ହାରାହାରି ଆୟ କୁହାଯାଏ । ଏହା ବିକ୍ରିତ ଉତ୍ପାଦର ଦର ସହ ସମାନ । ମୋଟ ଆୟକୁ ବିକ୍ରିତ ଉତ୍ପାଦର ମୋଟ ପରିମାଣ ସହ ବିଭାଜନ କରି ହାରାହାରି ଆୟ ନିର୍ଣ୍ଣୟ କରାଯାଏ ।

ତେଣୁ ହାରାହାରି ଆୟ = \(\frac{ମୋଟ ଆୟ}{ବିକ୍ରିତ ଉତ୍ପାଦର ମୋଟ ପରିମାଣ}\)

ଉତ୍ପାଦର ଏକ ଅତିରିକ୍ତ ଏକକ ବିକ୍ରୟ କରିବାଦ୍ୱାରା ମୋଟ ଆୟରେ ଯେଉଁ ପରିବର୍ତ୍ତନ ଘଟେ, ତାହାକୁ ସୀମାନ୍ତ ଆୟ କୁହାଯାଏ । ଏହା ଅତିରିକ୍ତ ବିକ୍ରୟରୁ ପ୍ରାପ୍ତ ହେଉଥ‌ିବା ଅତିରିକ୍ତ ଆୟ । ଅର୍ଥାତ୍‌ ବର୍ତ୍ତମାନର ମୋଟ ଆୟ (TRn) ଏବଂ ପୂର୍ବତନ ମୋଟ ଆୟ (TRn-1) ର ପାର୍ଥକ୍ୟ ହେଉଛି ସୀମାନ୍ତ ଆୟ । ତେଣୁ,
ସୀମାନ୍ତ ଆୟ (MR) = (TRn – TRn-1)

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଆୟ କାହାକୁ କହନ୍ତି ? ବିଭିନ୍ନ ପ୍ରକାର ଆୟ ବିଷୟରେ ବର୍ଣ୍ଣନା କର ଓ ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଆଲୋଚନା କର ।
Answer:
ଉତ୍ପାଦିତ ଦ୍ରବ୍ୟ ବିକ୍ରୟ କରି ଉତ୍ପାଦନକାରୀ ଯେଉଁ ଅର୍ଥ ଉପାର୍ଜନ କରନ୍ତି, ତାହାକୁ ଆୟ କୁହାଯାଏ । ତେଣୁ ଆୟ ଉତ୍ପାଦନର ବିକ୍ରୟଲବ୍ଧ ଉପାର୍ଜନ ମାତ୍ର । ଉତ୍ପାଦନ ସମ୍ବନ୍ଧୀୟ ଯେକୌଣସି ନିଷ୍ପଭିରେ ଏହାର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଏହି ଆୟର ବିଭିନ୍ନ ପ୍ରକାର ଧାରଣା ରହିଛି; ଯଥା- ମୋଟ ଆୟ, ହାରାହାରି ଆୟ ଓ ସୀମାନ୍ତ ଆୟ । ସେଗୁଡ଼ିକ ହେଲା :

(1) ମୋଟ ଆୟ- ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦ ବିକ୍ରୟ କରି ପ୍ରତିଷ୍ଠାନ ଯେଉଁ ମୋଟ ଅର୍ଥ ଉପାର୍ଜନ କରେ, ତାହାକୁ ମୋଟ ଆୟ କୁହାଯାଏ । ମୋଟ ଆୟ ପ୍ରତିଷ୍ଠାନର ମୋଟ ବିକ୍ରୟ ଉପରେ ନିର୍ଭର କରେ । ତେଣୁ ଦରକୁ ବିକ୍ରୟ ହୋଇଥବା ଦ୍ରବ୍ୟର ପରିମାଣ ସହ ଗୁଣନ କରି ମୋଟ ଆୟ ନିର୍ଣ୍ଣୟ କରାଯାଏ । ଅତଏବ, ମୋଟ ଆୟ = ଦର × ବିକ୍ରିତ ଉତ୍ପାଦର ପରିମାଣ ।

(2) ହାରାହାରି ଆୟ– ପ୍ରତ୍ୟେକ ବିକ୍ରିତ ଉତ୍ପାଦର ଏକକରୁ ମିଳୁଥିବା ଆୟକୁ ହାରାହାରି ଆୟ କୁହାଯାଏ । ଏହା ବିକ୍ରିତ ଉତ୍ପାଦର ଦର ସହ ସମାନ । ମୋଟ ଆୟକୁ ବିକ୍ରିତ ଉତ୍ପାଦର ମୋଟ ପରିମାଣ ସହ ବିଭାଜନ କରି ହାରାହାରି ଆୟ ନିର୍ଣ୍ଣୟ କରାଯାଏ ।
ହାରାହାରି ଆୟ = \(\frac{ମୋଟ ଆୟ}{ବିକ୍ରିତ ଉତ୍ପାଦର ମୋଟ ପରିମାଣ}\)

(3) ସୀମାନ୍ତ ଆୟ-
ଉତ୍ପାଦର ଏକ ଅତିରିକ୍ତ ଏକକ ବିକ୍ରୟ କରିବାଦ୍ୱାରା ମୋଟ ଆୟରେ ଯେଉଁ ପରିବର୍ତ୍ତନ ଘଟେ, ତାହାକୁ ସୀମାନ୍ତ ଆୟ କୁହାଯାଏ । ଏହା ଅତିରିକ୍ତ ବିକ୍ରୟରୁ ପ୍ରାପ୍ତ ହେଉଥ‌ିବା ଅତିରିକ୍ତ ଆୟ । ଅର୍ଥାତ୍‌, ବର୍ତ୍ତମାନର ମୋଟ ଆୟ (TRn) ଏବଂ ପୂର୍ବତନ ମୋଟ ଆୟ (TRn-1) ର ପାର୍ଥକ୍ୟ ହେଉଛି ସୀମାନ୍ତ ଆୟ । ତେଣୁ, ସୀମାନ୍ତ ଆୟ (MR = TRn – TRn-1)

ମୋଟ ଆୟ, ହାରାହାରି ଆୟ ଓ ପ୍ରାନ୍ତୀୟ ଆୟ ମଧ୍ୟରେ ଥ‌ିବା ସମ୍ପର୍କ :
ମୋଟ ଆୟ, ହାରାହାରି ଆୟ ଓ ପ୍ରାନ୍ତୀୟ ଆୟ ମଧ୍ୟରେ ଥିବା ସମ୍ପର୍କକୁ ବିଭିନ୍ନ ବଜାର ପରିପ୍ରେକ୍ଷୀରେ ଆଲୋଚନା କରାଯାଇପାରେ । ବଜାର ସାଧାରଣତଃ ଦୁଇ ପ୍ରକାରର :
(i) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର
(ii) ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର

(i) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ମୋଟ, ହାରାହାରି ଓ ସୀମାନ୍ତ ଆୟ ମଧ୍ଯରେ ସମ୍ପର୍କ :
ପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ପ୍ରତିଷ୍ଠାନ ସଂଖ୍ୟା ଅନେକ । ତେଣୁ କୌଣସି ନିର୍ଦ୍ଦିଷ୍ଟ ପ୍ରତିଷ୍ଠାନ ବଜାର ଦରକୁ ପ୍ରଭାବିତ କରିପାରେ ନାହିଁ । ବରଂ, ବଜାରଦ୍ଵାରା ସ୍ଥିରୀକୃତ ଦରରେ ପ୍ରତିଷ୍ଠାନ ଉତ୍ପାଦର ଯେକୌଣସି ପରିମାଣ ବିକ୍ରୟ କରିବାପାଇଁ ବାଧ୍ଯ ହୁଏ । ତେଣୁ ବିକ୍ରିତ ଉତ୍ପାଦର ସମସ୍ତ ଏକକ ପାଇଁ ବଜାର ଦର ସମାନ ।

CHSE Odisha Class 12 Economics Chapter 8 Questions and Answers in Odia Medium

ତର (ଟଙ୍କାରେ) ଏକକ ବିକ୍ରିତ ଉତ୍ପାଦର (ସଂଖ୍ୟ।ରେ) ମୋଟ ଆୟ (ଟଙ୍କାରେ) ହାରାହାରି ଆୟ (ଟଙ୍କାରେ) ସୀମାନ୍ତ ଆୟ (ଟଙ୍କାରେ)
10 1 10 10 10
10 2 20 10 10
10 3 30 10 10
10 4 40 10 10
10 5 50 10 10

(a) ମୋଟ ଆୟ– ଦର ଓ ବିକ୍ରିତ ଉତ୍ପାଦକୁ ଗୁଣନ କରି ମୋଟ ଆୟ ଆକଳନ କରିଯାଇଛି । ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକର ବୃଦ୍ଧି ସହିତ ମୋଟ ଆୟ ସ୍ଥିର ହାରରେ ବୃଦ୍ଧି ପାଇଥାଏ । ବିଶ୍ରିତ ଉତ୍ପାଦର ଏକକ ଓ ମୋଟ ଆୟ ମଧ୍ଯରେ ପ୍ରତ୍ୟକ୍ଷ ସ୍ଥିର ସମ୍ପର୍କ ରହିଛି ! ତେଣୁ ମୋଟ ଆୟରେଖା ଏକ ସରଳରେଖାର ଆକାର ଧାରଣ କରି ଊର୍ଦ୍ଧ୍ୱଗାମୀ ହୋଇଛି ।
CHSE Odisha Class 12 Economics Chapter 8 Questions and Answers in Odia Medium
ଚିତ୍ରରେ TR ହେଉଛି ମୋଟ ଆୟରେଖା । ଏହା ମୂଳବିନ୍ଦୁ ‘O’ ରୁ ଉତ୍ପତ୍ତି ଲାଭ କରି ସରଳରେଖା ଆକାରରେ ଊର୍ଦ୍ଧ୍ୱଗାମୀ ହୋଇଛି ।

(b) ହାରାହାରି ଆୟ- ମୋଟ ଆୟକୁ ବିକ୍ରିତ ଉତ୍ପାଦର ପରିମାଣ ସହ ବିଭାଜନ କରି ହାରାହାରି ଆୟ ନିର୍ଣ୍ଣୟ କରାଯାଏ । ଏହା ପ୍ରତ୍ୟେକ ବିକ୍ରିତ ପରିମାଣରେ ସ୍ଥିର, କାରଣ ପୂର୍ବପ୍ରତିଯୋଗିତା ସ୍ଥିତିରେ ଦର ସ୍ଥିର । ତେଣୁ ହାରାହାରି ଆୟରେଖା X- ଅକ୍ଷ ସହ ସମାନ୍ତର ବା ଆନୁଭୂମିକ ହେବ ।
CHSE Odisha Class 12 Economics Chapter 8 Questions and Answers in Odia Medium 1
ଚିତ୍ରରେ AR ହେଉଛି ହାରାହାରି ଆୟରେଖା । ପ୍ରତ୍ୟେକ ବିକ୍ରିତ ଏକକରେ ହାରାହାରି ଆୟ ସମାନ ରହୁଥ‌ିବା ଯୋଗୁଁ ଏହା ଆନୁଭୂମିକ ହୋଇଥାଏ ।

(c) ସୀମାନ୍ତ ଆୟ- କୌଣସି ଏକ ଦ୍ରବ୍ୟର ଅତିରିକ୍ତ ଏକକର ବିକ୍ରୟ ଫଳରେ ମୋଟ ଆୟ ଯେଉଁ ପରିମାଣରେ ବୃଦ୍ଧି ପାଏ ତାହାକୁ ସୀମାନ୍ତ ଆୟ କୁହାଯାଏ । ପ୍ରଥମ ଏକକର ବିକ୍ରୟ ଯୋଗୁଁ ମୋଟ ଆୟ 10 ଟଙ୍କା ଥିଲା । ଦ୍ୱିତୀୟ ଏକକର ବିକ୍ରୟ ଫଳରେ ମୋଟ ଆୟ 20 ଟଙ୍କାକୁ ବୃଦ୍ଧି ପାଇଛି । ତେଣୁ, ମୋଟ ଆୟରେ 10 ଟଙ୍କା ବୃଦ୍ଧି ପାଇଛି । ଏହି 10 ଟଙ୍କା ଦ୍ଵିତୀୟ ବିକ୍ରିତ ଏକକର ସୀମାନ୍ତ ଆୟ । ପୂର୍ଣ୍ଣ ପ୍ରତିଯୋଗିତା ସ୍ଥିତିରେ ମୋଟ ଆୟ ସମାନ ହାରରେ ବୃଦ୍ଧି ପାଉଥ‌ିବାରୁ ସୀମାନ୍ତ ଆୟ ପ୍ରତ୍ୟେକ ଏକକରେ ସ୍ଥିର । ତେଣୁ ସୀମାନ୍ତ ଆୟରେଖା ହାରାହାରି ଆୟରେଖା ଭଳି ଆନୁଭୂମିକ ହୋଇଥାଏ ।

ଚିତ୍ରରେ MR ହେଉଛି ସୀମାନ୍ତ ଆୟରେଖା । ଏହା X- ଅକ୍ଷ ସହ ସମାନ୍ତର ବା ଆନୁଭୂମିକ ।
ସାରଣୀରୁ ଜଣାଯାଏ ଯେ, ଉତ୍ପାଦର ପ୍ରତ୍ୟେକ ଏକକରେ ଉଭୟ ହାରାହାରି ଆୟ ଓ ସୀମାନ୍ତ ଆୟ ସମାନ ଓ ସ୍ଥିର । ତେଣୁ ଉଭୟ ରେଖା ପରସ୍ପର ସହ ସମାନ ହୋଇ ଦର ସହ ସମାନ ହେବ ।
CHSE Odisha Class 12 Economics Chapter 8 Questions and Answers in Odia Medium 2
ଚିତ୍ରରେ AR ହେଉଛି ହାରାହାରି ଆୟରେଖା ଓ MR ହେଉଛି ସୀମାନ୍ତ ଆୟରେଖା । ଉଭୟେ ଏକ ଓ ଅଭିନ୍ନ । ପ୍ରତ୍ୟେକ ଏକକରେ ଏହା ଦର ସହ ସମାନ । ତେଣୁ,
ହାରାହାରି ଆୟ = ସୀମାନ୍ତ ଆୟ = ଦର

(ii) ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ମୋଟ, ହାରାହାରି ଓ ସୀମାନ୍ତ ଆୟ ମଧ୍ୟରେ ସମ୍ପର୍କ :
ଅପୂର୍ଣ୍ଣ ପ୍ରତିଯୋଗିତାମୂଳକ ସ୍ଥିତିରେ ପ୍ରତିଷ୍ଠାନମାନଙ୍କ ସଂଖ୍ୟା ସୀମିତ । ତେଣୁ ଉତ୍ପାଦର ବଜାର ଦର ଉପରେ ପ୍ରତିଷ୍ଠାନର ନିୟନ୍ତ୍ରଣ ରହିଥାଏ । ସାଧାରଣତଃ, ଦର ଓ ବିକ୍ରିତ ଏକକ ମଧ୍ୟରେ ପରୋକ୍ଷ ସମ୍ପର୍କ ରହିଥାଏ । ଅର୍ଥାତ୍ ଦରବୃଦ୍ଧି ପାଇଲେ ଦ୍ରବ୍ୟର ବିକ୍ରି ହ୍ରାସ ହୁଏ ଏବଂ ଦର ହ୍ରାସ ପାଇଲେ ଦ୍ରବ୍ୟର ବିକ୍ରି ପରିମାଣ ବୃଦ୍ଧି ପାଏ ।

ବିକ୍ରିତ ଦ୍ରବ୍ୟର ପରିମାଣ (ସଂଖ୍ୟ।ରେ) ଦ୍ରବ୍ୟର ବକାର ଦର (ଟଙ୍କାରେ) ମୋଟ ଆୟ (ଟଙ୍କାରେ) ହାରାହାରି ଆୟ (ଟଙ୍କାରେ) ସୀମାନ୍ତ ଆୟ (ଟଙ୍କାରେ)
1 10 10 10 10
2 9 18 9 8
3 8 24 8 6
4 7 28 7 4
5 6 30 6 2
6 5 30 5 0
7 4 28 4 -2

(a) ମୋଟ ଆୟ– ସାରଣୀରୁ ଜଣାଯାଏ ଯେ ବିକ୍ରିତ ଉତ୍ପାଦ ପରିମାଣର ବୃଦ୍ଧି ସହିତ ମୋଟ ଆୟ ହ୍ରାସମାନ ହାରରେ ପ୍ରଥମେ ବୃଦ୍ଧି ପାଉଛି ଏବଂ ତତ୍ପରେ ହ୍ରାସ ପାଉଛି । ଷଷ୍ଠ ଏକକ ପର୍ଯ୍ୟନ୍ତ ମୋଟ ଆୟ 10 ଟଙ୍କାରୁ 30 ଟଙ୍କାକୁ ବୃଦ୍ଧି ପାଇଛି ଏବଂ ଏହା ପରେ ହ୍ରାସ ପାଇଛି । ପ୍ରାନ୍ତୀୟ ଆୟ ଋଣାତ୍ମକ ହେଲେ ମୋଟ ଆୟ କମିବାକୁ ଆରମ୍ଭ କରିଥାଏ ।
CHSE Odisha Class 12 Economics Chapter 8 Questions and Answers in Odia Medium 3
ଚିତ୍ରରେ TR ମୋଟ ଆୟରେଖା । ଏହି ରେଖା ଓ ବିନ୍ଦୁ ପର୍ଯ୍ୟନ୍ତ ଊର୍ଦ୍ଧ୍ୱଗାମୀ ହୋଇଛି ଏବଂ ତତ୍ପରେ ନିମ୍ନଗାମୀ ହୋଇଛି । ‘G’ ବିନ୍ଦୁ ପର୍ଯ୍ୟନ୍ତ ବିକ୍ରିତ ଉତ୍ପାଦ ପରିମାଣ ଓ ମୋଟ ଆୟ ମଧ୍ୟରେ ପ୍ରତ୍ୟକ୍ଷ ହ୍ରାସମାନ ସମ୍ପର୍କ ଏବଂ ତତ୍ପରେ ପରୋକ୍ଷ ସମ୍ପର୍କ ମୋଟ ଆୟରେଖା (TR) ପ୍ରତିଫଳିତ କରୁଛି । OK ପରିମାଣର ଉତ୍ପାଦ ବିକ୍ରୟ କଲାବେଳେ ମୋଟ ଆୟ ସର୍ବାଧିକ ହୋଇଥ‌ିବା ମୋଟ ଆୟରେଖା (TR)ର ‘G’ ବିନ୍ଦୁରେ ପ୍ରତିଷ୍ଠାନ ସନ୍ତୁଳନ ହେବ । ତେଣୁ OK ପରିମାଣଠାରୁ ଅଧିକ ପରିମାଣର ଦ୍ରବ୍ୟ ବିକ୍ରୟ କରିବା ପ୍ରତିଷ୍ଠାନ ପାଇଁ ଉଚିତ ହେବ ନାହିଁ ।

CHSE Odisha Class 12 Economics Chapter 8 Questions and Answers in Odia Medium

(b) ହାରାହାରି ଆୟ- ମୋଟ ଆୟକୁ ଦ୍ରବ୍ୟର ଉତ୍ପାଦ ପରିମାଣ ସହ ଭାଗ କରି ହାରାହାରି ଆୟ ହିସାବ କରାଯାଏ । ହାରାହାରି ଆୟ ଓ ଦର ସମାନ ହୋଇଥିବାରୁ ବିକ୍ରିତ ଉତ୍ପାଦର ପରିମାଣ ଓ ହାରାହାରି ଆୟ ମଧ୍ୟରେ ପରୋକ୍ଷ ସ୍ଥିର ସମ୍ପର୍କ ରହିଛି । ତେଣୁ ହାରାହାରି ଆୟରେଖା ଏକ ସରଳରେଖାର ଆକାର ଧାରଣ କରି ନିମ୍ନଗାମୀ ହୋଇଥାଏ ।
CHSE Odisha Class 12 Economics Chapter 8 Questions and Answers in Odia Medium 4
ଚିତ୍ରରେ AR ହେଉଛି ହାରାହାରି ଆୟରେଖା । ଏହା ନିମ୍ନଗାମୀ । ଯେହେତୁ କୌଣସି ହାରାହାରି ଏକକ ଶୂନ୍ୟ ହୋଇପାରେ ନାହିଁ, ହାରାହାରି ଆୟରେଖା X-ଅକ୍ଷର ନିକଟତର ହେଲେ ମଧ୍ୟ ଏହାକୁ ସ୍ପର୍ଶ କରିପାରେ ନାହିଁ ।

(c) ସୀମାନ୍ତ ଆୟ– ମୋଟ ଆୟରେ ହେଉଥ‌ିବା ବୃଦ୍ଧିର ପରିମାଣକୁ ସୀମାନ୍ତ ଆୟ କୁହାଯାଏ । ମୋଟ ଆୟ ହ୍ରାସମାନ ହାରରେ ବୃଦ୍ଧି ପାଉଥ‌ିବାରୁ ସୀମାନ୍ତ ଆୟ ପ୍ରଥମେ ହ୍ରାସ ପାଏ ଏବଂ ତତ୍ପରେ ସୀମାନ୍ତ ଆୟ ଶୂନ୍ୟ ଏବଂ ଋଣାତ୍ମକ ହୋଇଥାଏ । ବିଶ୍ରିତ ଉତ୍ପାଦ ପରିମାଣ ଓ ସୀମାନ୍ତ ଆୟ ମଧ୍ୟରେ ପରୋକ୍ଷ ସ୍ଥିର ସମ୍ପର୍କ ଦେଖାଯାଏ, ତେଣୁ ସୀମାନ୍ତ ଆୟରେଖା ଏକ ସରଳରେଖା ଆକାର ଧାରଣ କରି ନିମ୍ନଗାମୀ ହୋଇଛି ।
CHSE Odisha Class 12 Economics Chapter 8 Questions and Answers in Odia Medium 5
ଚିତ୍ରରେ MR, ସୀମାନ୍ତ ଆୟରେଖା । ଏହା X-ଅକ୍ଷକୁ K ବିନ୍ଦୁରେ ଛେଦ କରୁଛି, ଫଳରେ ଏଠାରେ ସୀମାନ୍ତ ଆୟ ଶୂନ୍ୟ ହୋଇଛି । ଏହା ପ୍ରତିଷ୍ଠାନର ସର୍ବାଧ‌ିକ ଆୟ ବିନ୍ଦୁ । ତତ୍ପରେ ସୀମାନ୍ତ ଆୟରେଖା X ଅକ୍ଷ ଅତିକ୍ରମ କରି ନିମ୍ନଗାମୀ ହୋଇଛି । ଏହା ଋଣାତ୍ମକ ସୀମାନ୍ତ ଆୟକୁ ସୂଚିତ କରୁଛି ।

(d) ବିକ୍ରିତ ଉତ୍ପାଦର ପ୍ରଥମ ଏକକରେ ଉଭୟ ହାରାହାରି ଆୟ ସୀମାନ୍ତ ଆୟ ସମାନ । ତତ୍ପରେ ଉଭୟ ହ୍ରାସ ପାଉଥିଲେ ମଧ୍ୟ ବିକ୍ରିତ ଉତ୍ପାଦର ପ୍ରତ୍ୟେକ ଏକକରେ ହାରାହାରି ଆୟ ସୀମାନ୍ତ ଆୟଠାରୁ ଅଧିକ । କାରଣ ସୀମାନ୍ତ ଆୟ 2 ଟଙ୍କା ହାରରେ ହ୍ରାସ ପାଉଥିଲାବେଳେ ହାରାହାରି ଆୟ 1 ଟଙ୍କା ହାରରେ ହ୍ରାସ ପାଉଛି । ତେଣୁ ହାରାହାରି ଆୟରେଖା ଓ ସୀମାନ୍ତ ଆୟରେଖା ଉଭୟ ଏକ ବିନ୍ଦୁରେ ଉତ୍ପନ୍ନ ହେଲେ ମଧ୍ୟ ହାରାହାରି ଆୟରେଖା ସର୍ବଦା ସୀମାନ୍ତ ଆୟରେଖାର ଉପର ସ୍ତରରେ ରହିବ ।
CHSE Odisha Class 12 Economics Chapter 8 Questions and Answers in Odia Medium 6
ଚିତ୍ରରେ ହାରାହାରି ଆୟରେଖା (AR) ସୀମାନ୍ତ ଆୟରେଖାର ଉପରେ ରହିଛି । Y- ଅକ୍ଷର ଯେକୌଣସି ବିନ୍ଦୁରୁ MRର ଆନୁଭୂମିକ ଦୂରତ୍ୱ AR ର ଆନୁଭୂମିକ ଦୂରତ୍ଵର ସର୍ବଦା ଅର୍ଦ୍ଧେକ ।

BSE Odisha 7th Class Science Important Questions Chapter 2 ଭୌତିକ ଓ ରାସାୟନିକ ପରିବର୍ତ୍ତନ

Odisha State Board BSE Odisha 7th Class Science Important Questions Chapter 2 ଭୌତିକ ଓ ରାସାୟନିକ ପରିବର୍ତ୍ତନ Important Questions and Answers.

BSE Odisha Class 7 Science Important Questions Chapter 2 ଭୌତିକ ଓ ରାସାୟନିକ ପରିବର୍ତ୍ତନ

Question 1.
ଚୂନରେ ଅମ୍ଳଜାନ ଥିଲେ ମଧ୍ୟ ଚୂନର ଧର୍ମ ଅମ୍ଳଜାନର ଧର୍ମଠାରୁ ଭିନ୍ନ କାହିଁକି ?
Solution:

  • କ୍ୟାଲ୍‌ସିୟମ୍‌ର ଗୋଟିଏ ପରମାଣୁ ଓ ଅମ୍ଳଜାନର ଗୋଟିଏ ପରମାଣୁ ରାସାୟନିକ ପ୍ରତିକ୍ରିୟା ଦ୍ବାରା ସଂଯୁକ୍ତ ହୋଇ ଚୂନର ଗୋଟିଏ ଅଣୁ ଗଠନ କରିଥାଏ ।
  • ରାସାୟନିକ ପ୍ରତିକ୍ରିୟାଦ୍ଵାରା କାଲ୍‌ସିୟମ୍ ଓ ଅମ୍ଳଜାନ ମୌଳିକର ପରମାଣୁ ନିଜ ନିଜର ଧର୍ମ ହରାଇ ନୂତନ ଯୌଗିକ ପଦାର୍ଥ ଚୂନ ଅଣୁ ତିଆରି କରୁଥିବାରୁ ଚୂନର ଧର୍ମ ଅମ୍ଳଜାନର ଧର୍ମଠାରୁ ଭିନ୍ନ ।

Question 2.
ଜଳ ଅଣୁ କେଉଁ କେଉଁ ପରମାଣୁକୁ କେତେ ଅନୁପାତରେ ନେଇ କିପରି ଗଠିତ ହୁଏ, ଲେଖ ।
Solution:

  • ଜଳ ଅଣୁ ଗୋଟିଏ ଯୌଗିକ ଅଣୁ । ରାସାୟନିକ ପ୍ରତିକ୍ରିୟାରେ ଉଦ୍‌ଜାନର ଦୁଇଟି ପରମାଣୁ ଓ ଅମ୍ଳଜାନର ଗୋଟିଏ ପରମାଣୁ ମିଶି ଜଳର ଗୋଟିଏ ଅଣୁ ଗଠନ କରନ୍ତି ।
  • ଜଳ ଅଣୁରେ ଉଦ୍‌ଜାନ ଓ ଅମ୍ଳଜାନ ପରମାଣୁର ଅନୁପାତ 2 : 1 |

Question 3.
ସ୍ଵଚ୍ଛ ଚୂନପାଣି ମଧ୍ୟକୁ ଅଙ୍ଗାରକାମ୍ଳ ଗ୍ୟାସ୍ ପ୍ରବେଶ କରାଇଲେ କ’ଣ ହୁଏ ?

  • ସ୍ବଚ୍ଛ ଚୂନପାଣି [Ca(OH)2] ମଧ୍ୟକୁ ଅଙ୍ଗାରକାମ୍ଳ (CO)2 ଗ୍ୟାସ୍ ପ୍ରବେଶ କରାଇଲେ ରାସାୟନିକ ପ୍ରତିକ୍ରିୟା ଘଟି କାସିୟମ୍ କାର୍ବୋନେଟ୍ ଗଠିତ ହୁଏ । ଏହାର ରଙ୍ଗ ଧଳା ହୋଇଥିବାରୁ ଚୂନପାଣି ଦୁଧୂଆ ହୋଇଯାଏ ।
  • Ca(OH)2 + CO2 = CaCO2 + H2O

Question 4.
ଲୌହ ସହ ଗନ୍ଧକକୁ ଉତ୍ତପ୍ତ କଲେ କ’ଣ ହୁଏ ?
Solution:

  • ଲୌହ (Fe) ସହ ଗନ୍ଧକ (S)କୁ ମିଶାଇ ଉତ୍ତପ୍ତ କଲେ ରାସାୟନିକ ପ୍ରତିକ୍ରିୟା ଘଟି ଲୌହ ସଲଫାଇଡ୍ ଉତ୍ପନ୍ନ ହୁଏ ।
  • Fe + S = FeS

BSE Odisha 7th Class Science Important Questions Chapter 2 ଭୌତିକ ଓ ରାସାୟନିକ ପରିବର୍ତ୍ତନ

Question 5.
କଲିଚୂନରେ ଜଳ ମିଶିଲେ କ’ଣ ଉତ୍ପନ୍ନ ହୁଏ ?

  • କଲିଚୂନ (CaO)ରେ ଜଳ (H2O) ମିଶି ରାସାୟନିକ ପ୍ରତିକ୍ରିୟା ହେଲେ ଶମୀତ ଚୂନ Ca(OH)2 ଓ ତାପ ଉତ୍ପନ୍ନ ହୁଏ ।
  • CaO + H2O = Ca(OH)2 + ତାପ

Question 6.
ଜଳକୁ ବିଦ୍ୟୁତ୍ ବିଶ୍ଳେଷଣ କରାଇଲେ କ’ଣ ହୁଏ ?
Solution:

  • ଜଳକୁ ବିଦ୍ୟୁତ୍ ବିଶ୍ଳେଷଣ କଲେ ରାସାୟନିକ ପ୍ରତିକ୍ରିୟା ଫଳରେ ଜଳ (H2O) ଅଣୁ ବିଭାଜିତ ହୋଇ ଉଦ୍‌ଜାନ (H2) ଓ ଅମ୍ଳଜାନ (O2) ଉତ୍ପନ୍ନ ହୁଏ ।
  • 2H2O = 2 + O2 (ବିହ୍ୟୁତ୍ ବିଶେଷଣ)

Question 7.
କାଲ୍ସିୟମ୍ କା ଦେବାନୋଟ୍ ସହ ଲଣ୍ଡ ଲବଣାମ୍ବର ପ୍ରତିକ୍ରିୟା ପଟେ |
Solution:

  • କାସିୟମ୍ କାର୍ବୋନେଟ୍ (CaCO3) ସହ ଲଘୁ ଲବଣାମ୍ଳ (dilHCl)ର ରାସାୟନିକ ପ୍ରତିକ୍ରିୟା ଘଟି କାସିୟମ୍ କ୍ଲୋରାଇଡ୍ (CaCl2), ଜଳ (H2O) ଓ ଅଙ୍ଗାରକାମ୍ଳ (CO2) ଗ୍ୟାସ୍ ଉତ୍ପନ୍ନ ହୁଏ ।
  • CaCO3 + 2HCl = CaCl2 + H2O + CO2

Question 8.
ରାସାୟନିକ ପରିବର୍ତ୍ତନ କ’ଣ ?
Solution:
ଯେଉଁ ପରିବର୍ତ୍ତନ ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ତାହାକୁ ରାସାୟନିକ ପରିବର୍ତ୍ତନ କୁହାଯାଏ । ଉଦାହରଣ – କାଠ ଜଳିବା ।

Question 9.
ରାସାୟନିକ ସମୀକରଣ କ’ଣ ?
Solution:
ଗୋଟିଏ ରାସାୟନିକ ପ୍ରତିକ୍ରିୟାକୁ ଯେଉଁ ସମୀକରଣ ସାହାଯ୍ୟରେ ସଂକ୍ଷେପ ଓ ସାଙ୍କେତିକ ରୂପରେ ପ୍ରକାଶ କରାଯାଏ ତାହାକୁ ରାସାୟନିକ ସମୀକରଣ କୁହାଯାଏ ।

Question 10.
ରାସାୟନିକ ପ୍ରତିକ୍ରିୟା କ’ଣ ?
Solution:
ଦୁଇଟି ପଦାର୍ଥ ମିଶି ନୂତନ ପଦାର୍ଥ ଗଠନ କରିବାକୁ ରାସାୟନିକ ପ୍ରତିକ୍ରିୟା କୁହାଯାଏ ।

ବସ୍ତୁନିଷ୍ଠ ପ୍ରଣୋଇର :

I. ଶୂନ୍ୟସ୍ଥାନ ପୂରଣ କର ।
(i) ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ଗୋଟିଏ __________ ପରିବର୍ତ୍ତନ ।
(ii) ଜଳ ବରଫରେ ପରିଣତ ହେବା __________ ପରିବର୍ତ୍ତନ ।
(iii) ଲୌହ ସହ ଗନ୍ଧକକୁ ମିଶାଇ ଉତ୍ତପ୍ତ କଲେ __________ ଉତ୍ପନ୍ନ ହୁଏ ।
(iv) ______ ଗୁଡ଼ିକ ରାସାୟନିକ ପ୍ରତିକ୍ରିୟାରେ ଭାଗ ନିଅନ୍ତି ।
(v) ରାସାୟନିକ ପ୍ରତିକ୍ରିୟାରେ ଯେଉଁ ପଦାର୍ଥଗୁଡ଼ିକ ଅଂଶଗ୍ରହଣ କରନ୍ତି ସେଗୁଡ଼ିକୁ ______ କୁହାଯାଏ ।
(vi) ସ୍ଵଚ୍ଛଚୂନପାଣି ମଧ୍ୟକୁ ଅଙ୍ଗାରକାମ୍ଳ ଗ୍ୟାସ ପ୍ରବେଶ କରାଇଲେ ______ ବର୍ଣ୍ଣ ଦେଖାଯାଏ ।
(vii) ଖାଇବାଲୁଣ ଅଣୁର ସଂକେତ ______ |
(viii) ______ ପରିବର୍ତ୍ତନଗୁଡ଼ିକରେ ସବୁବେଳେ ନୂତନ ପଦାର୍ଥ ଉତ୍ପନ୍ନ ହୁଏ ।
(ix) ପୋଟାସିୟମ୍ କ୍ଲୋରେଟ୍‌କୁ ଉତ୍ତପ୍ତ କଲେ ______ ଗ୍ୟାସ୍ ଉତ୍ପନ୍ନ ହୁଏ ।
(x) ଯେଉଁ ପରିବର୍ତ୍ତନଗୁଡ଼ିକ ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ ______ କୁହାଯାଏ ।
Solution:
(i) ରାସାୟନିକ
(ii) ଭୌତିକ
(iii) ଲୌହ ସଲଫାଇଡ୍
(iv) ପରମାଣୁ
(v) ପ୍ରତିକାରକ
(vi) ଦୁଧୂ
(vii) NaCl
(viii) ରାସାୟନିକ
(ix) ଅମ୍ଳଜାନ
(x) ଭୌତିକ

II. ବାମପାର୍ଶ୍ୱସ୍ଥ ଶବ୍ଦଗୁଡ଼ିକୁ ଲକ୍ଷ୍ୟକରି ଦକ୍ଷିଣପାର୍ଶ୍ବର ସମ୍ପର୍କିତ ଶବ୍ଦ ଲେଖ ।
(i) କାଚ ବଲବ୍ ଜଳିବା : ଭୌତିକ ପରିବର୍ତ୍ତନ :: କାଠ ଜଳିବା : ______
(ii) ଧାତୁ + ଅମ୍ଳଜାନ : ଧାତବ ଅକ୍‌ସାଇଡ୍ :: ଧାତୁ + ଗନ୍ଧକ : ______
(iii) ମୌଳିକ : ପରମାଣୁ :: ଯୌଗିକ : ______
(iv) ଅଙ୍ଗାରକାମ୍ଳ : ଯୌଗିକ :: ବାରୁଦ : ______
(v) ଲବଣାମ୍ଳ : HCL :: ଗନ୍ଧକାମ୍ଳ : ______
BSE Odisha 7th Class Science Important Questions Chapter 2 Img 2
(vii) ରାସାୟନିକ ସମୀକରଣର ବାମପାର୍ଶ୍ବ : ପ୍ରତିକାରକ :: ରାସାୟନିକ ସମୀକରଣର ଦକ୍ଷିଣପାର୍ଶ୍ବ : ______
(viii) ମହମ ଜଳିବା : ରାସାୟନିକ ପରିବର୍ତ୍ତନ :: ମହମ ତରଳିବା : ______
(ix) ଚୂନ : କ୍ୟାଲ୍‌ସିୟମ୍ ଅକ୍‌ସାଇଡ୍ :: ଚୂନପାଣି : ______
(x) ସମତୁଲ ସମୀକରଣ : = :: ଅସମତୁଲ ସମୀକରଣ : ______
(xi) C+O2 : CO2 :: S + O2: ______
(xii) ଲୌହ ସଲ୍‌ଫେଟ୍ : ସବୁଜ :: ମାଗ୍ନେସିୟମ୍ ଅକ୍‌ସାଇଡ୍ : ______
(xiii) ପାଣି ବାଷ୍ପ ହେବା : ଭୌତିକ ପରିବର୍ତ୍ତନ :: କାଠ ଅଙ୍ଗାର ହେବା : ______
Solution:
(i) ରାସାୟନିକ ପରିବର୍ତ୍ତନ
(ii) ଧାତବ ସଲ୍‌ଫାଇଡ୍
(iii) ଅଣୁ
(iv) ମିଶ୍ରଣ
(v) H2SO2
(vi) କଙ୍କାଳ ସମୀକରଣ
(vii) ଉତ୍ପାଦ
(viii) ଭୌତିକ ପରିବର୍ତ୍ତନ
(ix) କ୍ୟାସିୟମ୍ ହାଇଡ୍ରକ୍‌ସାଇଡ୍
(x) → (xi) SO2
(xii) ଧଳା
(xiii) ରାସାୟନିକ ପରିବର୍ତ୍ତନ

BSE Odisha 7th Class Science Important Questions Chapter 2 ଭୌତିକ ଓ ରାସାୟନିକ ପରିବର୍ତ୍ତନ

III. ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
(i) ______ ଗୁଡ଼ିକ ରାସାୟନିକ ପ୍ରତିକ୍ରିୟାରେ ଭାଗ ନିଅନ୍ତି । (ମୌଳିକ, ଯୌଗିକ, ଅଣୁ, ପରମାଣୁ )
(ii) ଉଦ୍‌ଜାନ ଓ ଅମ୍ଳଜାନ ______ ଅନୁସାରେ ମିଶି ଜଳ ସୃଷ୍ଟି କରନ୍ତି । (ଆକାର, ଆୟତନ, ଓଜନ, ଅଣୁ)
(iii) ସ୍ବଚ୍ଛ ଚୂନପାଣି ମଧ୍ୟକୁ ଅଙ୍ଗାରକାମ୍ଳ ଗ୍ୟାସ୍ ପୂରାଇଲେ ______ ଉତ୍ପନ୍ନ ହେବା ଯୋଗୁଁ ଚୂନପାଣି ଦୁଧୂଆ ରଙ୍ଗ ହୋଇଯାଏ । (କ୍ୟାଲ୍‌ସିୟମ୍‌ ଅକ୍‌ସାଇଡ୍, କ୍ୟାଲସିୟମ୍ ହାଇଡ୍ରୋକ୍‌ସାଇଡ୍, କ୍ୟାସିୟମ୍ କାର୍ବୋନେଟ୍, କ୍ୟାସିୟମ୍ ବାଇକାର୍ବୋନେଟ୍)
(iv) ରାସାୟନିକ ପ୍ରତିକ୍ରିୟାପାଇଁ ______ ର ପ୍ରାୟ ଆବଶ୍ୟକତା ନାହିଁ । (ସ୍ପର୍ଶ, ତାପ, ଆଲୋକ, ଚାପ )
(v) ରାସାୟନିକ ସମୀକରଣର ବାମପାର୍ଶ୍ଵରେ ______ ରହିଥାଏ । (ଉତ୍ପାଦ, ପ୍ରତିକାରକ, ସଂକେତ)
Solution:
(i) ପରମାଣୁ
(ii) ଆୟତନ
(iii)କ୍ୟାସିୟମ୍ ବାଇକାର୍ବୋନେଟ୍
(iv) ଚାପ
(v) ପ୍ରତିକାରକ

IV. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(i) ରାସାୟନିକ ପ୍ରତିକ୍ରିୟାଦ୍ଵାରା କାହାର ଅଣୁ ଗଠିତ ହୋଇଥାଏ ?
(a) ଦସ୍ତା
(b) ମିଶ୍ରଣ
(c) ଯୌଗିକ
(d) ମୌଳିକ
Solution:
(c) ଯୌଗିକ

(ii) ବାରୁଦ ପ୍ରସ୍ତୁତିରେ କେଉଁଟି ବ୍ୟବହୃତ ହୁଏ ?
(a) ତମ୍ବା
(b) ଅଙ୍ଗାରକ
(c) ଦସ୍ତା
(d) ଗନ୍ଧକ
Solution:
(d) ଗନ୍ଧକ

(iii) କେଉଁ ଗ୍ୟାସ୍‌ ଚୂନପାଣିକୁ ଦୁଧୂ ରଙ୍ଗ କରିଦିଏ ?
(a) ଉଦ୍‌ଜାନ
(b) ଅମ୍ଳଜାନ
(c) ଅଙ୍ଗାରକାମ୍ଳ
(d) ଯବକ୍ଷାରଜାନ
Solution:
(c) ଅଙ୍ଗାରକାମ୍ଳ

(iv) କାହା ସହିତ ଅଙ୍ଗାରକାମ୍ଳ ସୂର୍ଯ୍ୟାଲୋକ ଉପସ୍ଥିତିରେ ରାସାୟନିକ ପ୍ରତିକ୍ରିୟା କରି ଉଭିଦର ପତ୍ରରେ ଶ୍ଵେତସାର ଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥାଏ ।
(a) ଉଦ୍‌ଜାନ
(b) ଅମ୍ଳଜାନ
(c) ଅଙ୍ଗାରକାମ୍ଳ,
(d) ଜଳ
Solution:
(d) ଜଳ

(v) କେଉଁଟିରେ ଉପାଦାନଗୁଡ଼ିକ ନିଜ ନିଜର ଧର୍ମ ହରାଇଥାନ୍ତି ?
(a) ବିସରଣ
(b) ମିଶ୍ରଣ
(c) ରାସାୟନିକ ପ୍ରତିକ୍ରିୟା
(d) ଭୌତିକ ପ୍ରତିକ୍ରିୟା
Solution:
(c) ରାସାୟନିକ ପ୍ରତିକ୍ରିୟା

(vi) ଉତ୍ତପ୍ତ ସୋଡ଼ିୟମ୍ ସହ ହାଇଡ୍ରୋକ୍ଲୋରିକ୍ ଗ୍ୟାସ୍‌ର ରାସାୟନିକ ପ୍ରତିକ୍ରିୟା ଫଳରେ କେଉଁ ଗ୍ୟାସ୍ ଉତ୍ପନ୍ନ ହୁଏ ?
(a) ଯବକ୍ଷାରଜାନ
(b) ଅଙ୍ଗାରକାମ୍ଳ
(c) ଉଦ୍‌ଜାନ
(d) ଅମ୍ଳଜାନ
Solution:
(c) ଉଦ୍‌ଜାନ

(vii) ପୋଟାସିୟମ୍ କ୍ଲୋରେଟ୍‌କୁ ଉତ୍ତପ୍ତ କଲେ କେଉଁ ଗ୍ୟାସ୍ ଉତ୍ପନ୍ନ ହୁଏ ?
(a) ଅମ୍ଳଜାନ
(b) ଉଦ୍‌ଜାନ
(c) କ୍ଲୋରିନ୍
(d) ବ୍ରୋମିନ୍
Solution:
(a) ଅମ୍ଳଜାନ

(viii) କେଉଁଟି ରାସାୟନିକ ପ୍ରତିକ୍ରିୟାର ଦୃଷ୍ଟାନ୍ତ ନୁହେଁ ?
(a) ମହମବତୀ ଜଳିବା
(b) ଲୁହା କଳଙ୍କି ଧରିବା
(c) ଦୁଗ୍‌ଧ ଦହିରେ ପରିଣତ ହେବା
(d) ଜଳୀୟବାଷ୍ପ ଶୀତଳ ହେବା
Solution:
(d) ଜଳୀୟବାଷ୍ପ ଶୀତଳ ହେବା

V. ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାଦୁଇଟି ଶବ୍ଦରେ ଉତ୍ତର ଲେଖ ।
(i) କେଉଁ ଗ୍ୟାସ୍ ସ୍ବଚ୍ଛ ଚୂନପାଣିକୁ ଦୁଧୂ ରଙ୍ଗ କରିଦିଏ ?
(ii) ଖାଇବା ଲୁଣର ଅଣୁ ସଂକେତ କ’ଣ ?
(iii) ଦୁଇ ବା ତତୋଽଧ୍ଵ ମୌଳିକ ପଦାର୍ଥ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ରାସାୟନିକ ପ୍ରତିକ୍ରିୟାରେ ମିଶି ଯେଉଁ ନୂତନ ପଦାର୍ଥ ସୃଷ୍ଟି କରନ୍ତି, ତାହାକୁ କ’ଣ କୁହନ୍ତି ?
(iv) ମରକ୍ୟୁରିକ୍ ଅକ୍ସାଇଡ୍‌କୁ ତାପ ଦେଲେ ରାସାୟନିକ ପ୍ରତିକ୍ରିୟା ଘଟି କ’ଣ ଉତ୍ପନ୍ନ ହୁଏ ?
(v) ଲୁହା ଓ ଗନ୍ଧକକୁ ଉତ୍ତପ୍ତ କଲେ ରାସାୟନିକ ପ୍ରତିକ୍ରିୟା ଘଟି କ’ଣ ଗଠିତ ହୁଏ ?
Solution:
(i) ଅଙ୍ଗାରକାମ୍ଳ,
(ii) NaCl,
(iii) ଯୌଗିକ ପଦାର୍ଥ
(iv) ପାରଦ ଓ ଅମ୍ଳଜାନ
(v) ଲୌହ ସଲଫାଇଡ୍ ।

VI. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
BSE Odisha 7th Class Science Important Questions Chapter 2 Img 1

BSE Odisha 7th Class Science Important Questions Chapter 2 ଭୌତିକ ଓ ରାସାୟନିକ ପରିବର୍ତ୍ତନ

VII. ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(i) ଯେଉଁଗୁଡ଼ିକ ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ ସେଗୁଡ଼ିକ ରାସାୟନିକ ପରିବର୍ତ୍ତନ କୁହାଯାଏ ।
(ii) ରାସାୟନିକ ପ୍ରତିକ୍ରିୟାରେ ଯେଉଁ ଯେଉଁ ପଦାର୍ଥ ଅଂଶଗ୍ରହଣ କରିଥାଏ ସେଗୁଡ଼ିକୁ ଉତ୍ପାଦ କୁହାଯାଏ ।
(iii) ସୋଡିୟମ୍‌, କ୍ଲୋରିନୁ ସହିତ ରାସାୟନିକ ପ୍ରତିକ୍ରିୟା କଲେ ହାଇଡ୍ରୋଜେନ୍ କ୍ଲୋରାଇଡ୍ ଉତ୍ପନ୍ନ ହୁଏ ।
(iv) ରାସାୟନିକ ପରିବର୍ତ୍ତନ ବିଭିନ୍ନ ପ୍ରକାର ଲେଖା ଯାଇଥାଏ ।
(v) ବାୟୁରେ ଅଙ୍ଗାରକ ଜଳିବା ବେଳେ ଲବଣାମ୍ଳ ଗ୍ୟାସ୍ ଉତ୍ପନ୍ନ ହୁଏ ।
(vi) ଚୁନପାଣି ହେଉଛି କ୍ୟାଲସିୟମ୍ କାର୍ବୋନେଟ୍ ଜଳୀୟ ଦ୍ରବଣ ।
Solution:
(i) ଯେଉଁଗୁଡ଼ିକ ଅସ୍ଥାୟୀ ଓ ପ୍ରତ୍ୟାବର୍ତ୍ତୀ ସେଗୁଡ଼ିକ ଭୌତିକ ପରିବର୍ତ୍ତନ କୁହାଯାଏ ।
(ii) ରାସାୟନିକ ପ୍ରତିକ୍ରିୟାରେ ଯେଉଁ ଯେଉଁ ନୂତନ ପଦାର୍ଥ ଉତ୍ପନ୍ନ ହୁଏ, ସେଗୁଡ଼ିକୁ ଉତ୍ପାଦ କୁହାଯାଏ ।
(iii) ସୋଡିୟମ୍, କ୍ଲୋରିନ୍ ସହିତ ରାସାୟନିକ ପ୍ରତିକ୍ରିୟା କଲେ ସୋଡ଼ିୟମ୍ କ୍ଲୋରାଇଡ୍ ଉତ୍ପନ୍ନ ହୁଏ ।
(iv) ରାସାୟନିକ ପରିବର୍ତ୍ତନ ଦୁଇପ୍ରକାର ଲେଖା ଯାଇଥାଏ ।
(v) ବାୟୁରେ ଅଙ୍ଗାରକ ଜଳିବା ବେଳେ ଅଙ୍ଗାରକାମ୍ଳ ଗ୍ୟାସ୍ ଉତ୍ପନ୍ନ ହୁଏ ।
(vi) ଚୂନପାଣି ହେଉଛି କ୍ୟାଲସିୟମ୍ ହାଇଡ୍ରେକସାଇଡ଼ର ଜଳୀୟ ଦ୍ରବଣ ।

VIII. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(i) କେଉଁ ପରିବର୍ତ୍ତନରେ ପଦାର୍ଥର ଭୌତିକ ଧର୍ମର ପରିବର୍ତ୍ତନ ଘଟିଥାଏ ?
(ii) ଯେଉଁ ପରିବର୍ତ୍ତନ ସ୍ଥାୟୀ ଓ ଅପ୍ରତ୍ୟାବର୍ତ୍ତୀ ସେଗୁଡ଼ିକ କେଉଁ ଧର୍ମର ପରିବର୍ତ୍ତନ ଅଟେ ?
(iii) କାଠ ଜଳିବା କି ପ୍ରକାର ପରିବର୍ତ୍ତନ ଅଟେ ?
(iv) କେଉଁ ପରିବର୍ତ୍ତନରେ ନୂତନ ପଦାର୍ଥ ଉତ୍ପନ୍ନ ହୋଇନଥାଏ ?
(v) ଭିନେଗାର ସହିତ ଖାଇବା ସୋଡ଼ା ମିଶାଇଲେ କେଉଁ ଗ୍ୟାସ ମିଳେ ?
(vi) ଚୂନପାଣି ସହିତ କେଉଁ ଗ୍ୟାସର ପ୍ରତିକ୍ରିୟା ହେଲେ କ୍ୟାଲସିୟମ କାର୍ବୋନେଟ ଉତ୍ପନ୍ନ ହୁଏ ?
(vii) ରାସାୟନିକ ପ୍ରତିକ୍ରିୟାରେ ଉତ୍ପନ୍ନ ହେଉଥ‌ିବା ନୂତନ ପଦାର୍ଥକୁ କ’ଣ କୁହାଯାଏ ?
(viii) ମାଗ୍ନେସିୟମ୍ ସହିତ ଅମ୍ଳଜାନର ପ୍ରତିକ୍ରିୟା ହେଲେ କ’ଣ ମିଳେ ?
(ix) ବାସି ପଖାଳ ଖଟା ଲାଗିବା କେଉଁ ପ୍ରକାର ପରିବର୍ତ୍ତନ ଅଟେ ?
(x) ଉଚ୍ଚ ତାପମାତ୍ରାରେ ଉଦଜାନ ଓ ଅମ୍ଳଜାନ ରାସାୟନିକ ପ୍ରତିକ୍ରିୟା କଲେ କ’ଣ ମିଳେ ?
Solution:
(i) ଭୌତିକ ପରିବର୍ତ୍ତନରେ ପଦାର୍ଥର ଭୌତିକ ଗୁଣର ପରିବର୍ତ୍ତନ ଘଟିଥାଏ ।
(ii) ରାସାୟନିକ ପରିବର୍ତ୍ତନ ଅଟେ ।
(iii) କାଠ ଜଳିବା ରାସାୟନିକ ପରିବର୍ତ୍ତନ ଅଟେ ।
(iv) ଭୌତିକ ପରିବର୍ତ୍ତନରେ ନୂତନ ପଦାର୍ଥ ଉତ୍ପନ୍ନ ହୁଏ ନାହିଁ ।
(v) ଭିନେଗାର ସହିତ ଖାଇବା ସୋଡ଼ା ମିଶାଇଲେ ଅଙ୍ଗାରକାମ୍ଳ ଗ୍ୟାସ ମିଳେ ।
(vi) ଚୂନପାଣି ସହିତ ଅଙ୍ଗାରକାମ୍ଳ ଗ୍ୟାସର ପ୍ରତିକ୍ରିୟା ହେଲେ କ୍ୟାଲସିୟମ କାର୍ବୋନେଟ ଉତ୍ପନ୍ନ ହୁଏ ।
(vii) ରାସାୟନିକ ପ୍ରତିକ୍ରିୟାରେ ଉତ୍ପନ୍ନ ହେଉଥ‌ିବା ନୂତନ ପଦାର୍ଥକୁ ଉତ୍ପାଦ କୁହାଯାଏ ।
(viii)ମାଗ୍ନେସିୟମ ସହିତ ଅମ୍ଳଜାନର ପ୍ରତିକ୍ରିୟା ହେଲେ ମାଗ୍ନେସିୟମ ଅକ୍ସାଇଡ଼ ମିଳେ ।
(ix) ବାସି ପଖାଳ ଖଟା ଲାଗିବା ଏକ ରାସାୟନିକ ପରିବର୍ତ୍ତନ ଅଟେ ।
(x) ଉଚ୍ଚ ତାପମାତ୍ରାରେ ଉଦ୍‌ଜାନ ଓ ଅମ୍ଳଜାନ ରାସାୟନିକ ପ୍ରତିକ୍ରିୟା କଲେ ଜଳ ମିଳେ ।

BSE Odisha 7th Class Science Important Questions Chapter 1 ପଦାର୍ଥ

Odisha State Board BSE Odisha 7th Class Science Important Questions Chapter 1 ପଦାର୍ଥ Important Questions and Answers.

BSE Odisha Class 7 Science Important Questions Chapter 1 ପଦାର୍ଥ

Question 1.
ପାର୍ଥକ୍ୟ ଦର୍ଶାଅ ।
(a) ମୌଳିକ
(b) ଧାତୁ ଓ ଅଧାତୁ
(c) ଥଶ୍ଚ ଓ ପରମାଣୁ
(d) ପ୍ରତୀକ ଓ ସଙ୍କେତ
(e) ଗଳନାଙ୍କ ଓ ସ୍ଫୁଟନାଙ୍କ
Solution:
BSE Odisha 7th Class Science Important Questions Chapter 1 Img 1
BSE Odisha 7th Class Science Important Questions Chapter 1 Img 2
BSE Odisha 7th Class Science Important Questions Chapter 1 Img 3
BSE Odisha 7th Class Science Important Questions Chapter 1 Img 4
BSE Odisha 7th Class Science Important Questions Chapter 1 Img 5

ସ୍ଫୁଟନାଙ୍କ କୁହାଯାଏ ।

BSE Odisha 7th Class Science Important Questions Chapter 1 ପଦାର୍ଥ

Question 2.
ଅଧାତୁର ଚାରୋଟି ଭୌତିକ ଧମ ଲେଖ |
Solution:

  • ଅଧାତୁ ସାଧାରଣ ତାପମାତ୍ରାରେ କଠିନ କିମ୍ବା ଗ୍ୟାସୀୟ ଅବସ୍ଥାରେ ରହେ । ଅଧାତୁର ଔଜଲ୍ୟ ନ ଥାଏ ।
  • ଅଧାତୁଗୁଡ଼ିକର ନମନୀୟତା ଓ ତନ୍ୟତା ଗୁଣ ନଥିବାରୁ ସେଗୁଡ଼ିକୁ ବାଡ଼େଇଲେ ଖଣ୍ଡ ଖଣ୍ଡ ହୋଇଯାଆନ୍ତି ।
  • ଅଧାତୁଗୁଡ଼ିକ କଠିନ ଅବସ୍ଥାରେ ହାତକୁ ନରମ ଲାଗନ୍ତି । ଅଧାତୁଗୁଡ଼ିକର ଗଳନାଙ୍କ ଓ ସ୍ଫୁଟନାଙ୍କ କମ୍ ।
  • ଅଧାତୁଗୁଡ଼ିକ ତାପ ଓ ବିଦ୍ୟୁତର କୁପରିବାହୀ, କେବଳ ଗ୍ରାଫାଇଟ୍ ସୁପରିବାହୀ ଅଟେ ।

Question 3.
ଯୌଗିକ ଅଣୁର ଦୁଇଟି ବିଶେଷତ୍ଵ ଲେଖ ।
Solution:

  • ଯୌଗିକରେ ଥ‌ିବା ସମସ୍ତ ଅଣୁଗୁଡ଼ିକ ଏକଜାତୀୟ ।
  • ବିଭିନ୍ନ ଯୌଗିକର ଥ‌ିବା ଅଣୁଗୁଡ଼ିକ ପରସ୍ପରଠାରୁ ଭିନ୍ନ । କେତେକ ଯୌଗିକରେ ଥ‌ିବା ଅଣୁଗୁଡ଼ିକର ଆକାର ଓ ଓଜନ ଅନ୍ୟ ଯୌଗିକରେ ଥିବା ଅଣୁଗୁଡ଼ିକଠାରୁ ବଡ଼ ଓ ଭାରୀ ।

Question 4.
ମିଶ୍ରଣର ଦୁଇଟି ବିଶେଷତ୍ଵ ଲେଖ ।

  • ମିଶ୍ରଣରେ ମିଶିଥିବା ଭପାଦାନଗୁଡିକ ସେକୋଣସି ଅନୁପାତରେ ମିଶିଥାଆନ୍ତି |
  • ମିଶ୍ରଣରେ ଥ‌ିବା ଉପାଦାନଗୁଡ଼ିକର ନିଜସ୍ୱ ଧର୍ମ ସୁରକ୍ଷିତ ରହିଥାଏ ।

Question 5.
ମୌଳିକ ପଦାର୍ଥର ଦୁଇଟି ବିଶେଷତ୍ଵ ଲେଖ ।
Solution:

  • ମୌଳିକ ପଦାର୍ଥଗୁଡ଼ିକ ସମଜାତୀୟ ପରମାଣୁରେ ଗଢ଼ା ହୋଇଥାନ୍ତି ।
  • ମୌଳିକ ପଦାର୍ଥଗୁଡ଼ିକ ପରସ୍ପର ସହିତ ସଂଯୋଜିତ ହୋଇ ରାସାୟନିକ ପ୍ରତିକ୍ରିୟା କରି, ଯୌଗିକ ଗଠନ କରନ୍ତି । ଗ୍ୟାସୀୟ ପଦାର୍ଥର ଦୁଇଟି ବିଶେଷତ୍ଵ ଲେଖ ।

Question 6.
ଗ୍ୟାସୀୟ ପଦାର୍ଥର ନିର୍ଦ୍ଦିଷ୍ଟ ବିଶେଶଦ୍ୱ ଲେଖ |
Solution:

  • ଗ୍ୟାସୀୟ ପଦାର୍ଥର ନିର୍ଦ୍ଦିଷ୍ଟ ଆକାର ଓ ଆୟତନ ନ ଥାଏ । ମାତ୍ର ଏହାର ବସ୍ତୁତ୍ଵ ଥାଏ । ଏହା ଆବଦ୍ଧ ପାତ୍ର ମଧ୍ୟରେ ରହିଲେ ପାତ୍ରର ଆକାର ଧାରଣ କରେ ।
  • ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ବ୍ୟାପିଯାଏ ।

Question 7.
ବିଳାନସମ୍ମତ କାରଣ ଲେଖ |
ଅମ୍ଳଜାନର ଆଣବିକ ସଙ୍କେତକୁ କାହିଁକି O2, ଲେଖାଯାଏ ।

  • ଅମ୍ଳଜାନର ପରମାଣୁ ମୁକ୍ତଭାବରେ ରହିପାରନ୍ତି ନାହିଁ ।
  • ଏଣୁ ଅମ୍ଳଜାନର ଦୁଇଟି କରି ପରମାଣୁ ସଂଯୁକ୍ତ ହୋଇ ଗୋଟିଏ ଗୋଟିଏ ଅଣୁ ଗଠନ କରନ୍ତି ।
  • ଅମ୍ଳଜାନରେ ରହିଥିବା ଦୁଇଟି ପରମାଣୁର ସୂଚନା 2 ଦ୍ଵାରା ସୂଚାଇ ଦିଆଯାଏ । ଏଣୁ ଅମ୍ଳଜାନର ଆଣବିକ O2 |

BSE Odisha 7th Class Science Important Questions Chapter 1 ପଦାର୍ଥ

Question 8.
ରୁପାର ପ୍ରତୀକକୁ Ag ଲେଖାଯାଏ କାହିଁକି ?
Solution:

  • ରୁପାର ଲାଟିନ୍ ନାମ ଆର୍ଜେଣ୍ଟମ (Argentum) । ଏହାର ସଂକ୍ଷିପ୍ତ ନାମ ଲେଖିବା ପାଇଁ ଆର୍ଜେଣ୍ଟମର ପ୍ରଥମ ଓ ତୃତୀୟ ଅକ୍ଷର ଦୁଇଟିକୁ ଯୋଡ଼ାଯାଇ Ag ଲେଖାଯାଇଥାଏ ।
  • Ag ରୁପାର ଗୋଟିଏ ପରମାଣୁକୁ ବୁଝାଉଥ‌ିବାରୁ ରୁପାକୁ Ag ଲେଖାଯାଏ ।

Question 9.
ବାୟୁକୁ ମିଶ୍ରଣ କୁହାଯାଏ କାହିଁକି ?

  • ବିଭିନ୍ନ ପଦାର୍ଥ ଯେକୌଣସି ପରିମାଣରେ ମିଶି ଯେଉଁ ନୂତନ ପଦାର୍ଥ ସୃଷ୍ଟି କରନ୍ତି, ତାହାକୁ ମିଶ୍ର ପଦାର୍ଥ କୁହାଯାଏ ।
  • ବାୟୁରେ ଯବକ୍ଷାରଜାନ, ଅମ୍ଳଜାନ, ଅଙ୍ଗାରକାମ୍ଳ, ଜଳୀୟବାଷ୍ପ ଅନ୍ୟାନ୍ୟ କେତେକ ଗ୍ୟାସ୍ ଓ ଧୂଳିକଣା ମିଶି ରହିଥାଏ । ତେଣୁ ବାୟୁ ଏକ ମିଶ୍ରଣ ।

ବସ୍ତୁନିଷ୍ଠ ପ୍ରଣୋଇର :

I. ଶୂନ୍ୟସ୍ଥାନ ପୂରଣ କର ।
(i) ପଦାର୍ଥର _________ ଅବସ୍ଥାରେ ନିର୍ଦ୍ଦିଷ୍ଟ ଆୟତନ ଓ ବସ୍ତୁତ୍ଵ ଥାଏ, କିନ୍ତୁ ନିର୍ଦ୍ଦିଷ୍ଟ ଆୟତନ ନ ଥାଏ |
(ii) ପଦାର୍ଥର _________ ଅବସ୍ଥାରେ କଣିକାଗୁଡିକ ମଧ୍ୟରେ ଥିବା ପାଇଣ୍ଟରିକ ଆକଗଣ ବଳ ସବୁଠାରୁ କମ୍ ଥାଏ ।
(iii) ଯେଉଁ ବିଶୁଦ୍ଧ ପଦାର୍ଥର _________ ଗୁଡ଼ିକ ସହଧର୍ମୀ ହୋଇଥାଏ, ତାହାକୁ ମୌଳିକ କୁହାଯାଏ ।
(iv) ବାୟୁ ଗୋଟିଏ _________ ପଦାର୍ଥ, କିନ୍ତୁ ଅଙ୍ଗାରକାମ୍ଳ ଗୋଟିଏ ଯୌଗିକ ପଦାର୍ଥ ।
(v) ଗୋଟିଏ ମୌଳିକ ପଦାର୍ଥରେ _________ ପ୍ରକାର ପରମାଣୁ ଥାଏ ।
(vi) ଧାତୁମାନଙ୍କ ମଧ୍ୟରେ ସାଧାରଣ ତାପମାତ୍ରାରେ _________
(vii) ଅଧାତୁମାନଙ୍କ ମଧ୍ୟରେ _________ ର ଗଳନାଙ୍କ ଉଚ୍ଚ ।
(viii) ଅଧାତୁମାନଙ୍କ ମଧ୍ୟରେ କେବଳ _________ ବିଦ୍ୟୁତ୍‌ର ସୁପରିବହୀ ।
(ix) ପୋଟାସିୟମ୍‌ର ଲାଟିନ୍‌ ନାମ _________ |
(x) ଲୁହାର ଲାଟିନ୍ ନାମ _________ |
Solution:
(i) ତରଳ
(ii) ଗ୍ୟାସୀୟ
(iii) ପରମାଣୁ
(iv) ମିଶ୍ର
(v) ସମାନ
(vi) ପାରଦ
(vii) ଅଙ୍ଗାରକ
(viii)ଗ୍ରାଫାଇଟ୍
(ix) କାଲିୟମ୍
(x) ଫେରମ୍

II. ବାମପାର୍ଶ୍ଵର ସମ୍ପର୍କଦ୍ୱୟକୁ ଦେଖ୍ ଦକ୍ଷିଣ ପାର୍ଶ୍ଵର ଶୂନ୍ୟସ୍ଥାନ ପୂରଣ କର ।
(i) ଅମ୍ଳଜାନ : ମୌଳିକ :: ଅଙ୍ଗାରକାମ୍ଳ : _________ |
(ii) ମୌଳିକ : ପରମାଣୁ :: ଯୌଗିକ : _________ |
(iii) ଲୁହା : ଫେରମ୍ :: ସୁନା : _________ |
(iv) ସୋଡ଼ିୟମ୍‌ : Na :: ଦସ୍ତା : _________ |
(v) O : ପ୍ରତୀକ :: O2, : _________ |
(vi) ଧାତୁ : ନମନୀୟ :: ଅଧାତୁ : _________ |
(vii) କଲିଚୂନ : CaO :: ଶମୀତଚୂନ : _________ |
Solution:
(i) ଯୌଗିକ
(ii) ଅଣୁ
(iii) ଆରମ୍ଭ
(iv) Zn
(v) ସଙ୍କେତ
(vi) ଭଙ୍ଗୁର
(vii) Ca(OH)2

III. ‘କ’ ସ୍ତମ୍ଭର ଶବ୍ଦ ସହ ‘ଖ’ ସ୍ତମ୍ଭର ସମ୍ପର୍କ ବାଛି ସ୍ତମ୍ଭ ମିଳନ କର ।
Solution:
BSE Odisha 7th Class Science Important Questions Chapter 1 Img 6

IV. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କର ।
(i) କାର୍ବନର ପ୍ରତୀକ _________ | (Au, Fe, C, Na)
(ii) ଗ୍ଲା କୋଡ୍‌ର ଆଣବିକ ସଂକେତ _________ | (C2H12O6, C12H12O12, C6H6O12, C12H6O12)
(iii) ରାସାୟନିକ ପ୍ରତିକ୍ରିୟାରେ ମୌଳିକ ଓ ଯୌଗିକମାନଙ୍କର _________ ଅଂଶଗ୍ରହଣ କରନ୍ତି । (ଅଣୁ, ପରମାଣୁ, ଅଣୁ ଓ ପରମାଣୁ, କୌଣସି ନୁହେଁ)
(iv) ଆଜି ପର୍ଯ୍ୟନ୍ତ 115ଟି ମୌଳିକ ମଧ୍ୟରୁ _________ ଟି ମୌଳିକ ପ୍ରାକୃତିକ । (27, 112, 88, 90)
(v) ନିମ୍ନଲିଖ ମଧ୍ୟରୁ _________ ମିଶ୍ରଣ । (ଅଙ୍ଗାରକାମ୍ଳ, ଚିନି ସରବତ୍, ଗ୍ଲୁକୋଜ୍, ଭିନେଗାର୍)
(vi) ପ୍ରତ୍ୟେକ ସଜୀବ ବସ୍ତୁରେ ସାଧାରଣତଃ _________ ଗୋଟି ମୌଳିକ ଅଧୂକ ପରିମାଣରେ ଥାଏ । (1, 2, 3, 4)
(vii) ଭୂତ୍ଵକ୍‌ରେ ଆଲୁମିନିୟମ୍‌ର ଶତକଡ଼ା ଅଂଶ _________ | (27, 47, 5, 8)
(viii) ନିମ୍ନୋକ୍ତ ମଧ୍ଯରୁ _________ ତରଳ ଆଧାତବ ମୌଳିକ । (ପାରଦ, ବ୍ରୋମିନ୍, ଗନ୍ଧକ, ସୀସା) ଗୋଟିଏ ଉପଧାତୁ ।
(ix) ନିମୋକ୍ତ ମଧ୍ୟରୁ _________ (ଅଙ୍ଗାର, ଲୁହା, ଆର୍ସେନିକ୍, ଯବକ୍ଷାରଜାନ)
(x) ଅଙ୍ଗାରକାମ୍ଳରେ ନିମ୍ନୋକ୍ତ ମଧ୍ୟରୁ _________ ମୌଳିକ ଥାଏ । (ଉଦଜାନ, ଅମ୍ଳଜାନ, ଯବକ୍ଷାରଜାନ, ସୋଡ଼ିୟମ୍)
Solution:
(i) C
(ii) C6H12,O6
(iii) ଅଣୁ ଓ ପରମାଣୁ
(iv) 88
(v) ଚିନି ସରବତ୍
(vi) 4
(vii) 8
(viii) କ୍ରୋମିନ୍
(ix) ଆର୍ସେନିକ୍
(x) ଅମ୍ଳଜାନ

V. ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(i) ମୌଳିକର କ୍ଷୁଦ୍ରତମ କଣିକାକୁ ଅଣୁ କୁହାଯାଏ ।
(ii) ପଦାର୍ଥର ଭୌତିକ ଅବସ୍ଥା ଦୃଷ୍ଟିକୋଣରୁ ପାଞ୍ଚ ପ୍ରକାରରେ ବିଭକ୍ତ କରାଯାଇଥାଏ ।
(iii) ଯୌଗିକର କ୍ଷୁଦ୍ରତମ କଣିକାକୁ ପରମାଣୁ କୁହାଯାଏ ।
(iv) ପଦାର୍ଥର କଠିନ ଅବସ୍ଥାରେ ନିଜସ୍ବ ନିର୍ଦ୍ଦିଷ୍ଟ ଆକାର ଏବଂ ଆୟତନ ନ ଥାଏ
(v) ପ୍ରାକୃତିକ ଯୌଗିକ ପଦାର୍ଥକୁ ନେଇ ଆମ ପୃଥ‌ିବୀର ଭୃତ୍ବକ୍ ଗଠିତ
(vi) ସାଧାରଣ ଲୁଣର ସଂକେତ ହେଉଛି NaOH ।
(vii) ଭଦ୍ରଜାନର ଆଣବିକ ସଂକେତ N2 |
(viii) ଗନ୍ଧକ ଏକମାତ୍ର ତରଳ ଅଧାତୁ ମୌଳିକ ଅଟେ ।
(ix) ମୌଳିକଗୁଡ଼ିକୁ ସେମାନଙ୍କର ସଂକେତ ସାହାଯ୍ୟରେ ଦର୍ଶାଯାଇଥାଏ ।
(x) H2SO4 ନାଇଟ୍ରିକ୍ ଏସିଡ଼ର ସଙ୍କେତ ଅଟେ ।
Solution:
(i) ଯୌଗିକର କ୍ଷୁଦ୍ରତମ କଣିକାକୁ ଅଣୁ କୁହାଯାଏ ।
(ii) ପଦାର୍ଥର ଭୌତିକ ଅବସ୍ଥା ଦୃଷ୍ଟିକୋଣରୁ ତିନି ପ୍ରକାରରେ ବିଭକ୍ତ କରାଯାଇଥାଏ ।
(iii) ମୌଳିକର କ୍ଷୁଦ୍ରତମ କଣିକାକୁ ପରମାଣୁ କୁହାଯାଏ ।
(iv) ପଦାର୍ଥର ଗ୍ୟାସୀୟ ଅବସ୍ଥାରେ ନିଜସ୍ବ ନିର୍ଦ୍ଦିଷ୍ଟ ଆକାର ଏବଂ ଆୟତନ ନଥାଏ ।
(v) ପ୍ରାକୃତିକ ମୌଳିକ ପଦାର୍ଥକୁ ନେଇ ଆମ ପୃଥ‌ିବୀର ଭୂତ୍ଵକ ଗଠିତ ।
(vi) ସାଧାରଣ ଲୁଣର ସଂକେତ ହେଉଛି NaCl ।
(vii) ଉଦ୍‌ଜାନର ଆଣବିକ ସଂକେତ H2
(viii)ବ୍ରୋମିନ୍ ଏକମାତ୍ର ତରଳ ଅଧାତୁ ମୌଳିକ ଅଟେ ।
(ix) ଯୌଗିକଗୁଡ଼ିକୁ ସେମାନଙ୍କର ସଂକେତ ସାହାଯ୍ୟରେ ଦର୍ଶାଯାଇଥାଏ ।
(x) H2SO4, ନାଇଟ୍ରିକ୍ ଏସିଡ୍‌ର ସଙ୍କେତ ଅଟେ ।

BSE Odisha 7th Class Science Important Questions Chapter 1 ପଦାର୍ଥ

VI. ନିମ୍ନରେ ପ୍ରତ୍ୟେକ ପ୍ରଶ୍ନ ପାଇଁ ଦିଆଯାଇଥିବା ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ପାଖରେ ଠିକ୍ ( ✓) ଚିହ୍ନ ଦିଅ ।
(କ) କେଉଁଟି ଏକ କୃତ୍ରିମ ପଦାର୍ଥ ?
(i) ଜଳ
(ii) କୋଲଲା
(iii) ମୃତ୍ତିକା
(iv) କାଗଜ
Solution:
(iv) କାଗଜ

(ଖ) କେଉଁଟି ଧାରକ ପାତ୍ରର ଆକାର ଅନୁସାରେ ବଦଳେ ?
(i) ଫଳରସ
(iii) କାଠ
(ii) କୋଇଲା
(iv) ପଥର
Solution:
(i) ଫଳରସ

(ଗ) ଜେଟ୍ ପ୍ଲେନ୍‌ରୁ ବାହାରୁଥିବା ଧୂଆଁ ସଂପର୍କରେ କେଉଁ ଉକ୍ତିଟି ଠିକ୍ ?
(i) ଏହାର ନିର୍ଦ୍ଦିଷ୍ଟ ଆକୃତି ଅଛି
(ii) ଏହାର ନିର୍ଦ୍ଦିଷ୍ଟ ଆୟତନ ଅଛି
(iii) ଏହାର ନିର୍ଦ୍ଦିଷ୍ଟ ଓଜନ ଅଛି
(iv) ଏହାର ନିର୍ଦ୍ଦିଷ୍ଟ ଆକୃତି ଓ ଓଜନ ଅଛି
Solution:
(iii) ଏହାର ନିର୍ଦ୍ଦିଷ୍ଟ ଓଜନ ଅଛି

(ଘ) କେଉ ପବାଥକୁ ସଦବା ଆଦଦ୍ଧ ପାତ୍ରରେ ରଖଦା ଏକାନ୍ତ ଆବଶ୍ୟକ |
(i) ଉଦ୍‌ଜାନ ଗ୍ୟାସ୍
(ii) କଳ
(iii) ସର୍ବତ
(iv) କିରୋସିନ୍
Solution:
(i) ଉଦ୍‌ଜାନ ଗ୍ୟାସ୍

(ଙ) ସେଲ୍‌ସିୟସ୍ ଏକକରେ ଜଳର ସ୍ଫୁଟନାଙ୍କ କେତେ ?
(i) 0°
(ii) 373°
(iii) 273°
(iv) 100°
Solution:
(iv) 100°

VII. ଅସଂପର୍କିତ ଶବ୍ଦଟିକୁ ବାଛି ଲେଖ ।
(କ) କାଠ, କୋଇଲା, ଖଣିଜ ପଦାର୍ଥ, ବାସନକୁସନ
(ଖ) ଲୁଣ, ଆମୋନିୟମ୍ କ୍ଲୋରାଇଡ୍, ଆୟୋଡ଼ିନ୍ ଦାନା, ଗନ୍ଧକର୍ପୂର
(ଗ) ଲୁହା, ସୀସା, ବ୍ରୋମିନ୍, ଦସ୍ତା
(ଘ) ଉଦ୍‌ଜାନ, ପାରଦ, ଅମ୍ଳଜାନ, କ୍ଲୋରିନ୍
(ଙ) ଅବକ୍ଷେପଣ, ଦହନ, ଉତ୍‌ବାହନ, ପରିସ୍ରବଣ
(କ) ବାସନକୁସନ
(ଗ) ବ୍ରୋମିନ୍

VIII. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(i) କେଉଁଟି ପ୍ରାକୃତିକ ପଦାର୍ଥ ମାତ୍ର ଅଦୃଶ୍ୟ ଅଟେ ?
(ii) ଜଳ ଓ ଆଲୋକ କେଉଁ ପ୍ରକାର ପଦାର୍ଥ ?
(iii) ବିଭିନ୍ନ ପ୍ରକାର ସାର ଓ କୀଟନାଶକ ଔଷଧ କି ପ୍ରକାର |
(iv) ବିଭିନ୍ନ ଉଦ୍ଭବ କି ପ୍ରକାର ପଦାର୍ଥ ?
(v) ଖଣିଜ ତୈଳ କି ପ୍ରକାର ପଦାର୍ଥ ?
(vi) କାଠ କି ପ୍ରକାର ପଦାର୍ଥ ?
(vii) ପେନସିଲ୍ ଓ କଲମ କି ପ୍ରକାର ପଦାର୍ଥ ?
(viii) ଜଳର ନିର୍ଦ୍ଦିଷ୍ଟ କ’ଣ ନାହିଁ ?
(ix) ବାୟୁର ନିର୍ଦ୍ଦିଷ୍ଟ କ’ଣ ନଥାଏ ?
(x) ରନ୍ଧନ ଗ୍ୟାସ୍ ସିଲିଣ୍ଡର ମଧ୍ଯରେ କେଉଁ ଗ୍ୟାସ୍ କେଉଁ ଅବସ୍ଥାରେ ଥାଏ ?
Solution:
(i) ବାୟୁ ପ୍ରାକୃତିକ ପଦାର୍ଥ ମାତ୍ର ଅଦୃଶ୍ୟ ଅଟେ ।
(ii) ଜଳ ଓ ଆଲୋକ ପ୍ରାକୃତିକ ପଦାର୍ଥ ।
(iii) ବିଭିନ୍ନ ସାର ଓ କୀଟନାଶକ ଔଷଧ କୃତ୍ରିମ ପଦାର୍ଥ ।
(iv) ବିଭିନ୍ନ ଉଭିଦ ପ୍ରାକୃତିକ ପଦାର୍ଥ ।
(v) ଖଣିଜ ତୈଳ ପ୍ରାକୃତିକ ପଦାର୍ଥ ।
(vi) କାଠ ପ୍ରକାର ପଦାର୍ଥ |
(vii) ପେନସିଲ୍ ଓ କଲମ କୃତ୍ରିମ ପଦାର୍ଥ ।
(viii) ଜଳର ନିର୍ଦ୍ଦିଷ୍ଟ ଆକାର ନାହିଁ ।
(ix) ବାୟୁର ନିର୍ଦ୍ଦିଷ୍ଟ ଆୟତନ ଓ ଆକୃତି ନଥାଏ ।
(x) ରନ୍ଧନ ଗ୍ୟାସ୍ ସିଲିଣ୍ଡର ମଧ୍ଯରେ ଗ୍ୟାସ୍ ତରଳ ଅବସ୍ଥାରେ ଥାଏ ।

BSE Odisha 8th Class Maths Notes Algebra Chapter 5 ସୂଚକ ତତ୍ତ୍ଵ

Odisha State Board BSE Odisha 8th Class Maths Notes Algebra Chapter 5 ସୂଚକ ତତ୍ତ୍ଵ will enable students to study smartly.

BSE Odisha Class 8 Maths Notes Algebra Chapter 5 ସୂଚକ ତତ୍ତ୍ଵ

→ ଉପକ୍ରମଣିକା (Introduction):
ଆମେ ଜାଣିଛେ 5 × 5 × 5 = 5³, ଯେଉଁଠାରେ 5 ଏକ ଘାତରାଶି ଏବଂ 5 ଓ 3 ଯଥାକ୍ରମେ ଘାତରାଶିର ଅଧାର ଏବଂ ଘାତ । ସେହିପରି (-2) × (-2) × (- 2) × (2) = (-2)4 । ଏଠାରେ ମଧ୍ୟ (- 2) ଏକ ଘାତରାଶି ଏବଂ -24 ଓ 4 ଯଥାକ୍ରମେ ଘାତରାଶିର ଆଧାର ଓ ଘାତ ।

  • a × a × a × ……. m ଥର ଗୁଣିଲେ = am ଲେଖାଯାଏ, ଯେଉଁଠାରେ a ଏକ ପୂର୍ଣ୍ଣସଂଖ୍ୟା ଅଥବା ପରିମେୟ ସଂଖ୍ୟା ଏବଂ m ଏକ ଗଣନ ସଂଖ୍ୟା । am ଏକ ଘାତରାଶି ଏବଂ a ଓ m ଯଥାକ୍ରମେ ଘାତରାଶିର ଆଧାର ଓ ଘାତାଙ୍କ ।

→ ଧନାତ୍ମକ ପୂର୍ଣ୍ଣ ସଂଖ୍ୟା (ଗଣନ ସଂଖ୍ୟା) ଘାତାଙ୍କ ବିଶିଷ୍ଟ ଘାତରାଶି :
ପ୍ରତ୍ୟେକ ଘାତରାଶି (ଗଣନ ସଂଖ୍ୟା ଘାତାଙ୍କ ବିଶିଷ୍ଟ)ର ମାନ ଥାଏ ।
ଯୋପରି 2³ = 2 × 2 × 2 = 8, (-4)² = (-4) × (-4) = 16,
BSE Odisha 8th Class Maths Notes Algebra Chapter 5 ସୂଚକ ତତ୍ତ୍ଵ - 1

BSE Odisha 8th Class Maths Notes Algebra Chapter 5 ସୂଚକ ତତ୍ତ୍ଵ

ନିଜେ କର :

Question 1.
ନିମ୍ନଲିଖ ସଂଖ୍ୟାକୁ ଘାତରାଶିରେ ପରିଣତ କର ।
(a) 625
(b) -27
(c) 243
(d) 1000
(e) \(\frac{4}{9}\)
ଉତ୍ତର –
(a) 625 = 5 × 5 × 5 × 5 = (5)4
(b) (-27) = (-3) × (-3) × (-3) = (-3)³
(c) 243 = 3 × 3 × 3 × 3 × 3 = (3)5
(d)1000 = 10 × 10 × 10 = (10)³
(e) \(\frac{4}{9}=\frac{2}{3} \times \frac{2}{3}=\left(\frac{2}{3}\right)^2\)

Question 2.
ନିମ୍ନ ଘାତ ରାଶିଗୁଡ଼ିକର ମାନ ସ୍ଥିର କର ।
(a) 6³
(b) (-8)³
(c) (12)²
(d) (-11)³
(e) \((- \frac{1}{5})^3\)
ଉତ୍ତର –
(a) 6³ = 6 × 6 × 6 = 216
(b) (-8)³ = (-8) × (-8) × (-8) = -512
(c) (12)² = 12 × 12 = 144
(d) (-11) = (-11) × (-11) × (-11) = -1331
(e) \(\left(-\frac{1}{5}\right)^3=\left(-\frac{1}{5}\right) \times\left(-\frac{1}{5}\right) \times\left(-\frac{1}{5}\right)=\frac{-1}{125}\)

→ ଘାତରାଶିମାନଙ୍କର ଗୁଣନ ଓ ଭାଗକ୍ରିୟା :
ନିୟମ 1 :
‘a’ ଏକ ଅଣଶୂନ୍ୟ ପରିମେୟ ସଂଖ୍ୟା ଏବଂ m ଓ n ଦୁଇଟି ଗଣନ ସଂଖ୍ୟା ହେଲେ, am × an = am+n

ଉଦାହରଣ – 1 :
2³ × 24କୁ ଏକ ଘାତରାଶିରେ ପ୍ରକାଶ କର ।
ସମାଧାନ :
2³ × 24 = 23+4 = 27 ……. ନିୟମ (1)

BSE Odisha 8th Class Maths Notes Algebra Chapter 5 ସୂଚକ ତତ୍ତ୍ଵ

ଉଦାହରଣ 2 :
\(\left(\frac{2}{3}\right)^2 \times\left(\frac{2}{3}\right)^3\) କୁ ଏକ ଘାତରାଶିରେ ପ୍ରକାଶ କର ।
ସମାଧାନ :
\(\left(\frac{2}{3}\right)^2 \times\left(\frac{2}{3}\right)^3=\left(\frac{2}{3}\right)^3+2=\left(\frac{2}{3}\right)^5\) ………… ନିୟମ (1)

ନିୟମ – 2 :
(i) ‘a’ ଏକ ଅଣଶୂନ୍ୟ ପରିମେୟ ସଂଖ୍ୟା ଏବଂ m ଓ n ଦୁଇଟି ଗଣନ ସଂଖ୍ୟା (m > n) ହେଲେ,
am ÷ an = am-n

(ii) ‘a’ ଏକ ଅଣଶୂନ୍ୟ ପରିମେୟ ସଂଖ୍ୟା ଏବଂ m ଓ n ଦୁଇଟି ଗଣନ ସଂଖ୍ୟା (n > m) ହେଲେ,
am ÷ an = \(\frac{1}{a^n-m}\)

ଉଦାହରଣ 3 :
\(\left(\frac{4}{3}\right)^7 \div\left(\frac{4}{3}\right)^4\) କୁ ଏକ ଘାତରାଶିରେ ପ୍ରକାଶ କର ।
ସମାଧାନ :
\(\left(\frac{4}{3}\right)^7 \div\left(\frac{4}{3}\right)^4=\left(\frac{4}{3}\right)^{7-4}=\left(\frac{4}{3}\right)^3\) ………………. ନିୟମ 2(i)

ନିୟମ – 3 :
‘a’ ଏକ ଅଣଶୂନ୍ୟ ପରିମେୟ ସଂଖ୍ୟା ଏବଂ m ଓ n ଦୁଇଟି ଗଣନ ସଂଖ୍ୟା ହେଲେ, (am)n = amn ହେବ ।

ଉଦାହରଣ 4 :
\(\left(\frac{4}{3}\right)^2 \div\left(\frac{4}{3}\right)^5\)କୁ ଘାତରାଶିରେ ପ୍ରକାଶ କର ।
ସମାଧାନ :
\(\left(\frac{4}{3}\right)^2 \div\left(\frac{4}{3}\right)^5=\frac{1}{\left(\frac{4}{3}\right)^{5-2}}=\frac{1}{\left(\frac{4}{3}\right)^3}\) ………….. ନିୟମ 2(ii)

BSE Odisha 8th Class Maths Notes Algebra Chapter 5 ସୂଚକ ତତ୍ତ୍ଵ

ଉଦାହରଣ 5 :
\(\left\{\left(\frac{2}{3}\right)^3\right\}^2\)କୁ ଘାତରାଶିରେ ପ୍ରକାଶ କର ।
ସମାଧାନ :
\(\left\{\left(\frac{2}{3}\right)^3\right\}^2=\left(\frac{2}{3}\right)^{3 \times 2}=\left(\frac{2}{3}\right)^6\)

ନିୟମ – 4 :
‘a’ ଓ b ଦୁଇଟି ଅଣଶୂନ୍ୟ ପରିମେୟ ସଂଖ୍ୟା ଏବଂ ‘m’ ଏକ ଗଣନ ସଂଖ୍ୟା ହେଲେ,
(a × b)m = am × bm ହେବ ।

ଉଦାହରଣ 6 :
\(\left(\frac{3}{4}\right)^2 \times\left(\frac{5}{3}\right)^2\)କୁ ଘାତରାଶିରେ ପ୍ରକାଶ କର ।
ସମାଧାନ :
\(\left(\frac{3}{4}\right)^2 \times\left(\frac{5}{3}\right)^2=\left(\frac{3}{4} \times \frac{5}{3}\right)^2=\left(\frac{5}{4}\right)^2\)

ଉଦାହରଣ 6 :
\(\left(\frac{5}{7}\right)^3 \div\left(\frac{5}{7}\right)^3=\left(\frac{5}{7} \div \frac{5}{7}\right)^2=(1)^3=1\)
ସମାଧାନ :
\(\frac{1}{2}\)

ମନେରଖ :

  • m ଏକ ଯୁଗ୍ମ ଗଣନ ସଂଖ୍ୟା ହେଲେ, (- 1)m = 1
  • m ଏକ ଅଯୁଗ୍ମ ଗଣନ ସଂଖ୍ୟା ହେଲେ, (- 1)m = – 1

→ ପୂର୍ବ ସଂଖ୍ୟା ଘାତାଙ୍କ ବିଶିଷ୍ଟ ରାଶି :
ଆମେ ଜାଣିଛେ a³, 3 ସଂଖ୍ୟକ aର ଗୁଣଫଳ ।
ସେହିପରି a°, 0 ସଂଖ୍ୟକ ଥର ଗୁଣଫଳ ଓ a-2, – 2 ସଂଖ୍ୟକ aର ଗୁଣଫଳ ଯାହାକି ଉକ୍ତିଦ୍ବୟ ଅର୍ଥହୀନ ।
ତେଣୁ ଆମେ a ଓ a2 ଭଳି ଘାତରାଶିର ସଂଜ୍ଞା ନିମ୍ନ ମତେ ପ୍ରକରଣ କରିବା ।
ସଂଜ୍ଞା : a° = 1, a ∈ Q, a ≠ 0
a-n = \(\frac{1}{a^n}\), a ∈ Q, a ≠ 0, n ∈ N

BSE Odisha 8th Class Maths Notes Algebra Chapter 5 ସୂଚକ ତତ୍ତ୍ଵ

ମନେରଖ :
0° ସଂଜ୍ଞାକୃତ ନୁହେଁ,
ଅନୁସିଦ୍ଧାନ୍ତ – 1 :
an × a-n = 1 (a ≠ 0, a ∈ Q, n ∈ N)

ଅନୁସିଦ୍ଧାନ୍ତ – 2 :
1 ÷ a-n = an (a ≠ 0, a ∈ Q, n ∈ N)

→ ପରିମେୟ ଘାତାଙ୍କ ବିଶିଷ୍ଟ ରାଶି :
n ଏକ ପରିମେୟ ସଂଖ୍ୟା ହେଲେ, aର ସଂଜ୍ଞା ପ୍ରକରଣ କରାଯାଇ ପାରିବ । (ଏଠାରେ ମନେରଖୁବାକୁ ହେବ ଯେ, a ଏକ ପରିମେୟ ସଂଖ୍ୟା ।)

ମନେରଖ :
a ∈ Q ଓ a > 0 । ଯଦି n ଏକ ଗଣନ ସଂଖ୍ୟା ହୁଏ; ତେବେ ଏକ ନିର୍ଦ୍ଦିଷ୍ଟ ପରିମେୟ ସଂଖ୍ୟା x ଅଛି; ଯେପରିକି xn = a

ଏଠାରେ xକୁ ଆମେ \(\sqrt[n]{a}\) ବା \(a^\frac{1}{n}\) ରୂପେ ଲେଖୁରିବା ଓ ଏହାକୁ ଥର n-ତମ ମୂଳ କହୁ ।

xn= a ⇒ x = \(a^\frac{1}{n}\) ବା \(\sqrt[n]{a}\), (a > 0) ଫଳରେ \(a^\frac{1}{n}\) = \(\sqrt[n]{a}\)

ଏଠାରେ \(\sqrt[n]{a}\) ଏକ ପରିମେୟ ସଂଖ୍ୟା ସଦାବେଳେ ହୋଇପାରେ ।

ଉଦାହରଣସ୍ୱରୂପ : a5 = 32 ହେଲେ, a = \(\sqrt[5]{32}\) ବା \((32)^{\frac{1}{3}}\) ଅର୍ଥାତ୍ 32ର ପଞ୍ଚମ ମୂଳ a = 2,

  • am × an = am+n a, b > 0.
  • am ÷ an = am-n a, b ∈ Q.
  • (am)n = amn m, n ∈ Q.
  • (ab)m = am × bm ଏବଂ \(\left(\frac{a}{b}\right)^m=\frac{a^m}{b^m}\)

BSE Odisha 8th Class Maths Notes Algebra Chapter 5 ସୂଚକ ତତ୍ତ୍ଵ

ଉଦାହରଣ :
\(\left(\frac{32}{243}\right)^{\frac{2}{5}}\) କୁ ପରିମେୟ ସଂଖ୍ୟାରେ ପ୍ରକାଶ କର ।
ସମାଧାନ :
\(\left(\frac{32}{243}\right)^{\frac{2}{5}}=\left\{\left(\frac{2}{3}\right)^5\right\}^{\frac{2}{3}}=\left(\frac{2}{3}\right)^{5 \times \frac{2}{3}}=\left(\frac{2}{3}\right)^2=\frac{4}{9}\)

ଉଦାହରଣ :
ସରଳ କର : (0.4)² × \((0.125)^\frac{1}{3}\) ÷ \((2 \frac{1}{2})^-3\)
ସମାଧାନ :
BSE Odisha 8th Class Maths Notes Algebra Chapter 5 ସୂଚକ ତତ୍ତ୍ଵ - 2

CHSE Odisha Class 12 Economics Chapter 7 Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 7 ପରିବ୍ୟୟ Long Answer Questions.

CHSE Odisha 12th Class Economics Chapter 7 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଉତ୍ପାଦନ ପରିବ୍ୟୟ କହିଲେ କ’ଣ ବୁଝାଏ ? ସ୍ଵଳ୍ପକାଳୀନ ମୋଟ ପରିବ୍ୟୟର ଉପାଦାନଗୁଡ଼ିକ ବର୍ଣନା କରି ମୋଟ ପରିବ୍ୟୟ କିପରି ନିର୍ଦ୍ଧାରଣ କରାଯାଏ ରେଖାଚିତ୍ର ସାହାଯ୍ୟରେ ବୁଝାଅ । କିମ୍ବା, ଉତ୍ପାଦନ ପରିବ୍ୟୟ କାହାକୁ କୁହାଯାଏ ? ସ୍ଥିର ପରିବ୍ୟୟ ଓ ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ଏହା କିପରି ସ୍ଵଳ୍ପକାଳରେ ମୋଟ ପରିବ୍ୟୟ ନିର୍ଣ୍ଣୟ କରିଥାଏ ବର୍ଣ୍ଣନା କର ।
Answer:
ପରିବ୍ୟୟ – ଅର୍ଥଶାସ୍ତ୍ରରେ ପରିବ୍ୟୟ ଅଭିଧାରଣା ଏକ ଗୁରୁତ୍ୱପୂର୍ଣ୍ଣ ଧାରଣାଭାବେ ସୁସ୍ପଷ୍ଟ । ଉତ୍ପାଦନ ପ୍ରକ୍ରିୟାରେ ‘ପରିବ୍ୟୟ’ ଶବ୍ଦର ଗୁରୁତ୍ଵ ଓ ବ୍ୟାପକତା ଭରିରହିଛି । ଉତ୍ପାଦନ ପ୍ରକ୍ରିୟାରେ ଉତ୍ପାଦନକର୍ତ୍ତା ଉତ୍ପାଦନର ଉପାଦାନ; ଯଥା- ଭୂମି, ଶ୍ରମ ଓ ପୁଞ୍ଜି ସହାୟତାରେ ଦ୍ରବ୍ୟ ସାମଗ୍ରୀ ଉତ୍ପାଦନ କରିଥା’ନ୍ତି ।

ଅର୍ଥାତ୍ ଭୂମି, ଶ୍ରମ ଓ ପୁଞ୍ଜି ଆଦିର ଭୂମିକା ଉତ୍ପାଦନ ପ୍ରକ୍ରିୟାରେ ସ୍ପଷ୍ଟଭାବରେ ଅନୁଭବ କରିହୁଏ । ଏହି ଉପାଦାନମାନଙ୍କର ଉତ୍ପାଦନ ପ୍ରକ୍ରିୟାରେ ନିଜସ୍ଵ ଅବଦାନ ପାଇଁ ଏହାର ବ୍ୟୟଭାର ବହନ କରିଥା’ନ୍ତି । ତେଣୁ ଉତ୍ପାଦନ ପ୍ରକ୍ରିୟାରେ ଉତ୍ପାଦନକର୍ତ୍ତା ଉପାଦାନମାନଙ୍କର ନିୟୋଜନ ଯୋଗୁଁ ଯେଉଁ ବ୍ୟୟ ସାଧନ କରିଥା’ନ୍ତି, ତାହାକୁ ଅର୍ଥଶାସ୍ତ୍ରରେ ‘ଉତ୍ପାଦନର ପରିବ୍ୟୟ’ କୁହାଯାଏ ।

ଉତ୍ପାଦନ ପରିବ୍ୟୟକୁ ବିଭିନ୍ନଭାବରେ ବ୍ୟାଖ୍ୟା କରାଯାଇଥାଏ । ଅର୍ଥାତ୍ ଉତ୍ପାଦନ ପରିବ୍ୟୟକୁ ବିଭିନ୍ନଭାବରେ ପରିପ୍ରକାଶ କରାଯାଇଥାଏ; ଯଥା- ମୁଦ୍ରାଗତ ପରିବ୍ୟୟ ଓ ବାସ୍ତବ ପରିବ୍ୟୟ; ସୁବ୍ୟକ୍ତ ପରିବ୍ୟୟ ଓ ଅବ୍ୟକ୍ତ ପରିବ୍ୟୟ, ବିକଳ୍ପ ବା ସୁଯୋଗ ପରିବ୍ୟୟ ଇତ୍ୟାଦି । ମାତ୍ର ସମସ୍ତ ପ୍ରକାରର ପରିବ୍ୟୟ ଗୋଟିଏ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ଉପରେ ପର୍ଯ୍ୟବସିତ, ତାହାହେଲା ଦ୍ରବ୍ୟ ଉତ୍ପାଦନ । ତେଣୁ ପରିବ୍ୟୟକୁ ସର୍ବସମ୍ମତଭାବେ ଉତ୍ପାଦନଜନିତ ବ୍ୟୟ ବୋଲି ବିବେଚନା କରାଯାଇଥାଏ ।

ମୋଟ ପରିବ୍ୟୟ – ସରଳ ଭାଷାରେ, କୌଣସି ନିର୍ଦ୍ଦିଷ୍ଟ ପରିମାଣର ଦ୍ରବ୍ୟ ଉତ୍ପାଦନ ପାଇଁ ସାମଗ୍ରିକଭାବେ ଯେଉଁ ବ୍ୟୟ ଉତ୍ପାଦନର ଉପାଦାନମାନଙ୍କ ଉଦ୍ଦେଶ୍ୟରେ କରାଯାଏ ତାହାକୁ ମୋଟ ପରିବ୍ୟୟ କୁହାଯାଏ । ଅନ୍ୟ ଅର୍ଥରେ ଉତ୍ପାଦନ ପ୍ରକ୍ରିୟାରେ ସାମଗ୍ରିକଭାବେ ସମସ୍ତ ମୌଦ୍ରିକ ପରିବ୍ୟୟର ସମଷ୍ଟିକୁ ମୋଟ ପରିବ୍ୟୟ କୁହାଯାଏ । ଅଧ୍ୟାପକ ଡୋଲେଙ୍କ ଭାଷାରେ, ‘‘ଏକ ନିର୍ଦ୍ଦିଷ୍ଟ ପରିମାଣର ଦ୍ରବ୍ୟ ଉତ୍ପାଦନ ନିମନ୍ତେ କରାଯାଉଥିବା ସମସ୍ତ ପ୍ରକାର ବ୍ୟୟର ସମଷ୍ଟିକୁ ମୋଟ ପରିବ୍ୟୟ କୁହାଯାଏ ।’’

ମୋଟ ପରିବ୍ୟୟର ସ୍ଵଳ୍ପକାଳୀନ ବିଶ୍ଳେଷଣ – ମୋଟ ପରିବ୍ୟୟର ବିଶ୍ଳେଷଣ ସାଧାରଣତଃ ସମୟ ଭିଭିରେ କରାଯାଇଥାଏ । ଉତ୍ପାଦନ ପ୍ରକ୍ରିୟାରେ ସମୟ ଉପାଦାନର ଗୁରୁତ୍ବ ରହିଥ‌ିବାରୁ ଏହି ସମୟ ଉପାଦାନକୁ ସ୍ଵଳ୍ପକାଳ ଓ ଦୀର୍ଘକାଳ ଆଖ୍ୟା ଦିଆଯାଇଥାଏ । ଯେଉଁ ସମୟ ମଧ୍ୟରେ ପ୍ରତିଷ୍ଠାନର ଆୟତନରେ କୌଣସି ପରିବର୍ତ୍ତନ କରିବା ସମ୍ଭବପର ନୁହେଁ ତାହାକୁ ସ୍ଵଳ୍ପକାଳ କୁହାଯାଏ । ସ୍ବକାଳରେ ସମସ୍ତ ଉପାଦାନ ପରିବର୍ତ୍ତନଶୀଳ ନୁହନ୍ତି; କେତେକ ଉପାଦାନ ସ୍ଥିର ରହି କେତେକ ଉପାଦାନ ପରିବର୍ତ୍ତିତ ହୋଇଥା’ନ୍ତି । ମାତ୍ର ଦୀର୍ଘକାଳରେ ସମସ୍ତ ଉପାଦାନ ପରିବର୍ତ୍ତନଶୀଳ ହୋଇଥା’ନ୍ତି ।

CHSE Odisha Class 12 Economics Chapter 7 Long Answer Questions in Odia Medium

ତେଣୁ ସ୍ଵଳ୍ପକାଳରେ ପରିବ୍ୟୟକୁ ଦୁଇଟି ସ୍ଵତନ୍ତ୍ର ଶ୍ରେଣୀରେ ବିଭକ୍ତ କରାଯାଇଥାଏ; ଯଥା- ସ୍ଥିର ପରିବ୍ୟୟ (Fixed cost) ଓ ପରିବର୍ତ୍ତନୀୟ ପରିବ୍ୟୟ (Variable cost)

ସ୍ଥିର ପରିବ୍ୟୟ – ସ୍ଵଳ୍ପକାଳରେ ସ୍ଥିର ରହୁଥ‌ିବା ଉପାଦାନମାନଙ୍କ ଉଦ୍ଦେଶ୍ୟରେ ଯେଉଁ ବ୍ୟୟ କରାଯାଏ, ତାହାକୁ ସ୍ଥିର ପରିବ୍ୟୟ କୁହାଯାଏ । ଏହି ସ୍ବତନ୍ତ୍ର ସ୍ଵଳ୍ପକାଳୀନ ପରିବ୍ୟୟ ଉତ୍ପାଦର ପରିମାଣ ପରିବର୍ତନ ସହ ପରିବର୍ତ୍ତିତ ହୋଇନଥାଏ । ଉତ୍ପାଦନର ପରିମାଣ ନିର୍ବିଶେଷରେ ଏହି ସ୍ଥିର ପରିବ୍ୟୟ ଅପରିବର୍ତିତ ରହିଥାଏ । ସ୍ଥିର ପରିବ୍ୟୟକୁ ଅତିରିକ୍ତ ପରିବ୍ୟୟ (Supplementary cost) କିମ୍ବା ଉପରି ପରିବ୍ୟୟ (Overhead cost) କୁହାଯାଏ । ଉତ୍ପାଦିତ ଦ୍ରବ୍ୟର ସମସ୍ତ ଏକକ ପାଇଁ ଏହି ସ୍ଥିର ପରିବ୍ୟୟ ସମାନ ରହିଥାଏ ।

ପରିବର୍ତ୍ତନୀୟ ପରିବ୍ୟୟ – ସ୍ଵଳ୍ପକାଳରେ ଉତ୍ପାଦନ ପ୍ରକ୍ରିୟାରେ ଯେଉଁ ପରିବ୍ୟୟ ଉତ୍ପାଦନ ପରିମାଣର ବୃଦ୍ଧି ବା ହ୍ରାସ ସହ ବୃଦ୍ଧି ବା ହ୍ରାସ ହୋଇଥାଏ, ତାହାକୁ ପରିବର୍ତ୍ତନୀୟ ପରିବ୍ୟୟ କୁହାଯାଏ । ଅର୍ଥାତ୍ ଉତ୍ପାଦର ପରିବର୍ତ୍ତନ ସହ ଏହା ପରିବର୍ତ୍ତିତ ହୋଇଥାଏ । ପରିବର୍ତ୍ତନୀୟ ପରିବ୍ୟୟକୁ ପ୍ରତ୍ୟକ୍ଷ ପରିବ୍ୟୟ ( Direct cost) ବା ପ୍ରଧାନ ପରିବ୍ୟୟ (Prime cost) କୁହାଯାଏ ।

ଉପରୋକ୍ତ ବିଶ୍ଳେଷଣରୁ ପ୍ରତିଫଳିତ ହୁଏ ଯେ, ସ୍ଵଳ୍ପକାଳରେ ମୋଟ ପରିବ୍ୟୟର ଦୁଇଟି ଉପାଦାନ ବା ଉପାଂଶ ରହିଛି । ତାହା ମୋଟ ସ୍ଥିର ପରିବ୍ୟୟ ଓ ମୋଟ ପରିବର୍ତ୍ତନୀୟ ପରିବ୍ୟୟ । ତେଣୁ ମୋଟ ପରିବ୍ୟୟ ହେଉଛି ମୋଟ ସ୍ଥିର ପରିବ୍ୟୟ ଓ = ମୋଟ ସ୍ଥିର ପରିବ୍ୟୟ + ମୋଟ ପରିବର୍ତ୍ତନୀୟ ପରିବ୍ୟୟ ।

ମୋଟ ପରିବ୍ୟୟ, ମୋଟ ସ୍ଥିର ପରିବ୍ୟୟ ଓ ମୋଟ ପରିବର୍ତ୍ତନୀୟ ପରିବ୍ୟୟର ସମ୍ମିଶ୍ରଣ ଅଟେ । ଉତ୍ପାଦନର ମୋଟ ପରିବ୍ୟୟ ଉତ୍ପାଦର ସ୍ତର ଉପରେ ନିର୍ଭର କରେ । ଉତ୍ପାଦନ ପରିମାଣର ବୃଦ୍ଧି ସହ ମୋଟ ପରିବ୍ୟୟ ବୃଦ୍ଧି ପାଏ ଓ ହ୍ରାସ ସହ ମୋଟ ପରିବ୍ୟୟ ହ୍ରାସ ପାଏ । କିନ୍ତୁ ଉତ୍ପାଦନ ପ୍ରକ୍ରିୟାରେ ମୋଟ ସ୍ଥିର ପରିବ୍ୟୟ ଅପରିବର୍ତିତ ରହୁଥ‌ିବାରୁ କେବଳ ପରିବର୍ତ୍ତନୀୟ ପରିବ୍ୟୟ ଯୋଗୁ ହିଁ ମୋଟ ପରିବ୍ୟୟରେ ପରିବର୍ତ୍ତନ ଘଟିଥାଏ । ତେଣୁ ସ୍ୱଳ୍ପକାଳରେ ପରିବ୍ୟୟର ବୃଦ୍ଧି ପରିବର୍ତ୍ତନୀୟ ପରିବ୍ୟୟର ବୃଦ୍ଧି ଯୋଗୁଁ ଘଟିଥାଏ ।

ମୋଟ ପରିବ୍ୟୟ, ମୋଟ ପରିବର୍ତ୍ତନୀୟ ପରିବ୍ୟୟ ଓ ମୋଟ ସ୍ଥିର ପରିବ୍ୟୟ ମଧ୍ୟରେ ଥ‌ିବା ସମ୍ପର୍କକୁ ନିମ୍ନଲିଖ୍ ଗାଣିତିକ ବିଶ୍ଳେଷଣ ଓ ରୈଖ୍ୟକ ଉପସ୍ଥାପନାଦ୍ଵାରା ପ୍ରଦର୍ଶିତ କରାଯାଇପାରେ ।

ଉତ୍ପାଦର ଏକକ ମୋଟ ସ୍ଥିର ପରିବ୍ଯୟ (ଟଙ୍କା) ମୋଟ ପରିବର୍ତ୍ତନୀୟ ପରିବ୍ଯୟ (ଟଙ୍କା) ମୋଟ ପରିବ୍ଯୟ (ମୋଟ ସ୍ଥିର ପରିବ୍ଯୟ

+ ମୋଟ ପରିବର୍ତ୍ତନୀୟ ପରିବ୍ଯୟ)

0 10 0 10
1 10 10 20
2 10 18 28
3 10 25 35
4 10 31 41
5 10 36 46
6 10 40 50
7 10 60 70
8 10 90 100

ଉପରୋକ୍ତ ସାରଣୀରୁ ପ୍ରତୀୟମାନ ହୁଏ ଯେ, ମୋଟ ସ୍ଥିର ଉପାଦାନ ଉତ୍ପାଦନର ଯେକୌଣସି ପରିମାଣ ପାଇଁ ସ୍ଥିର (10 ଟଙ୍କା) ରହିଛି । ଏପରିକି ଉତ୍ପାଦର ପରିମାଣ ‘ଶୂନ୍ୟ’ ହେଲେ ମଧ୍ୟ ମୋଟ ସ୍ଥିର ପରିବ୍ୟୟ ସେହି 10 ଟଙ୍କା ରହିଛି । ଦ୍ବିତୀୟତଃ, ଉତ୍ପାଦନ ପରିମାଣର ବୃଦ୍ଧି ସହ ପରିବର୍ଭନୀୟ ପରିବ୍ୟୟର ପରିମାଣ ବୃଦ୍ଧି ପାଇଛି । ଉତ୍ପାଦନର ପରିମାଣ ‘ଶୂନ୍ୟ’ବେଳେ ମୋଟ ପରିବର୍ତ୍ତନୀୟ ମଧ୍ଯ ‘ଶୂନ୍ୟ’ ରହିଛି । କ୍ରମଶଃ ମୋଟ ଉତ୍ପାଦର ପରିମାଣ ବୃଦ୍ଧି ସହ ପରିବର୍ତ୍ତନୀୟ ପରିବ୍ୟୟର ସମଷ୍ଟି (ଚତୁର୍ଥ ସ୍ତମ୍ଭ) ଏବଂ ଏହି ପରିବ୍ୟୟର ବୃଦ୍ଧି କେବଳ ପରିବର୍ତ୍ତନୀୟ ଉପାଦାନର ବୃଦ୍ଧି ଯୋଗୁଁ ଘଟିଥାଏ । ନିମ୍ନସ୍ଥ ଚିତ୍ରରେ OX- ଅକ୍ଷ ଉତ୍ପାଦର ପରିମାଣ ଓ OY- ଅକ୍ଷ ପରିବ୍ୟୟର ପରିମାଣକୁ ପ୍ରତିଫଳିତ କରୁଅଛି ।

ରୈଖ୍ୟକ ଉପସ୍ଥାପନା – ନିମ୍ନସ୍ଥ ଚିତ୍ରରେ OX- ଅକ୍ଷ ଉତ୍ପାଦର ପରିମାଣ ଓ OY- ଅକ୍ଷ ପରିବ୍ୟୟର ପରିମାଣକୁ ପ୍ରତିଫଳିତ କରୁଅଛି ।
FW ସରଳରେଖାଟି ମୋଟ ସ୍ଥିର ପରିବ୍ୟୟ ସୂଚିତ କରୁଛି । ଏହି ରେଖାଟି OX ଅକ୍ଷ ସହ ସମାନ୍ତର ହୋଇଥ‌ିବାରୁ ଉତ୍ପାଦର ଯେକୌଣସି ପରିବର୍ତ୍ତନ ଏହି ପରିବ୍ୟୟ ଉପରେ କୌଣସି ପ୍ରଭାବ ପକାଇ ପାରୁନାହିଁ । ଅର୍ଥାତ୍ ଯେକୌଣସି ପରିମାଣର ଉତ୍ପାଦ କ୍ଷେତ୍ରରେ ମୋଟ ସ୍ଥିର ପରିବ୍ୟୟ ଅପରିବର୍ତ୍ତିତ ରହିଛି । ଏପରିକି ମୋଟ ଉତ୍ପାଦ ‘ଶୂନ୍ୟ’ ହେଲେ ମଧ୍ୟ ଉତ୍ପାଦନକର୍ତ୍ତା OF ପରିମାଣର ସ୍ଥିର ପରିବ୍ୟୟ ବହନ କରୁଛନ୍ତି । ସେହିପରି OM, ON ଓ OQ ପରିମାଣର ଉତ୍ପାଦ ପାଇଁ ସେହି ଏକା ପରିମାଣର ସ୍ଥିର ପରିବ୍ୟୟ (OF) ବ୍ୟୟ କରାଯାଇଛି ।

ମୋଟ ପରିବ୍ୟୟର ଦ୍ବିତୀୟ ଉପାଂଶ (ପରିବର୍ତ୍ତନୀୟ ପରିବ୍ୟୟ)ଟି OV ରେଖାଦ୍ଵାରା ସୂଚିତ ହୋଇଛି । ମୋଟ ପରିବର୍ତ୍ତନୀୟ ପରିବ୍ୟୟ ଉତ୍ପାଦ ପରିମାଣର ବୃଦ୍ଧି ସହ ବୃଦ୍ଧିପ୍ରାପ୍ତ ହୋଇଛି । ଉତ୍ପାଦର ପରିମାଣ ଶୂନ୍ୟ ଥିବାବେଳେ ମୋଟ ପରିବର୍ଭନୀୟ ପରିବ୍ୟୟ ମଧ୍ୟ ଶୂନ୍ୟ ହୋଇଛି (OV ଚକ୍ରରୁ ପ୍ରମାଣିତ) । ସେହିପରି OM, ON, OQ ପରିମାଣର ଉତ୍ପାଦ ପାଇଁ ଯଥାକ୍ରମେ MA, NB ଓ QC ପରିମାଣର ପରିବର୍ତ୍ତନୀୟ ପରିବ୍ୟୟ ଖର୍ଚ୍ଚ ହୋଇଛି ।
ଏଠାରେ OQ > ON > OM
QC > NB > MA

CHSE Odisha Class 12 Economics Chapter 7 Long Answer Questions in Odia Medium

ମୋଟ ପରିବର୍ତ୍ତନୀୟ ପରିବ୍ୟୟ ସମାନ ହାରରେ ବୃଦ୍ଧି ପାଏ ନାହିଁ । କାରଣ ସ୍ଵଳ୍ପକାଳରେ ଉତ୍ପାଦନ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରର ବଶବର୍ତୀ ହୋଇଥାଏ । ଫଳରେ ଏହି ସୂତ୍ରର ତିନୋଟି ପର୍ଯ୍ୟାୟରେ ଯଥାକ୍ରମେ ବର୍ଦ୍ଧିଷ୍ଣୁ ଉତ୍ପନ୍ନ ସୂତ୍ର, ସମାନୁପାତିକ ଉତ୍ପନ୍ନ ସୂତ୍ର ଓ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରରେ କାର୍ଯ୍ୟକାରୀ ହୋଇଥାଏ । ଏହି କାରଣରୁ ପରିବର୍ତ୍ତନୀୟ ପରିବ୍ୟୟ ରେଖାର

ଏହି ସ୍ବତନ୍ତ୍ର ଆକୃତି ହୋଇଥାଏ (OV ରେଖା) । ପରିବର୍ତ୍ତନୀୟ ପରିବ୍ୟୟର ବୃଦ୍ଧିର ହାର ପ୍ରଥମେ ମନ୍ଥର ହୋଇଥିବାବେଳେ ପରବର୍ତ୍ତୀ ସ୍ତରରେ ତୀଖ ହୋଇଥାଏ ।
CHSE Odisha Class 12 Economics Chapter 7 Long Answer Questions in Odia Medium
ଚିତ୍ରରେ ମୋଟ ପରିବ୍ୟୟ ରେଖା FG ଦ୍ଵାରା ଚିହ୍ନିତ ହୋଇଛି । ଏହି ରେଖାଟି ସ୍ଥିର ପରିବ୍ୟୟ ରେଖା ଓ ପରିବର୍ତ୍ତନୀୟ = ମୋଟ ସ୍ଥିର ପରିବ୍ୟୟ + ମୋଟ ପରିବର୍ତ୍ତନୀୟ ପରିବ୍ୟୟ । ତେଣୁ ଉତ୍ପାଦର ବିଭିନ୍ନ ସ୍ତରରେ ମୋଟ ସ୍ଥିର ପରିବ୍ୟୟ ଓ ମୋଟ ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟରେ ଥିବା ଉଲମ୍ବ ଦୂରତ୍ବକୁ ଯୋଗ କରାଯାଇ ମୋଟ ପରିବ୍ୟୟ ସ୍ଥିର କରାଯାଏ; ଯଥା-

ଉତ୍ପାଦର ପରିମାଣ ‘ଶୂନ୍ୟ’ ହେଲେ,
ମୋଟ ପରିବ୍ୟୟ = ମୋଟ ସ୍ଥିର ପରିବ୍ୟୟ (OF) + ମୋଟ ପରିବର୍ତ୍ତନୀୟ ପରିବ୍ୟୟ (0) = OF
ଉତ୍ପାଦର ପରିମାଣ OM ହେଲେ,
ମୋଟ ପରିବ୍ୟୟ = ସ୍ଥିର ପରିବ୍ୟୟ (MP) + ପରିବର୍ତ୍ତନୀୟ ପରିବ୍ୟୟ (PR) = MR
ଉତ୍ପାଦର ପରିମାଣ ଠQ ହେଲେ,
ମୋଟ ପରିବ୍ୟୟ = ସ୍ଥିର ପରିବ୍ୟୟ (QK) + ପରିବର୍ତ୍ତନୀୟ ପରିବ୍ୟୟ (KL) = QL
ମୋଟ ପରିବ୍ୟୟ = ସ୍ଥିର ପରିବ୍ୟୟ (QK) + ପରିବର୍ତ୍ତନୀୟ ପରିବ୍ୟୟ (KL) = QL

ଉପରୋକ୍ତ ପର୍ଯ୍ୟାଲୋଚନାରୁ ଜଣାଯାଏ ଯେ, ସ୍ଵଳ୍ପକାଳରେ ମୋଟ ପରିବ୍ୟୟର ଦୁଇଟି ଉପାଂଶ ବା ଉପାଦାନ ରହିଛି । ତାହାକୁ ସ୍ଥିର ପରିବ୍ୟୟ ଓ ପରିବର୍ତ୍ତନୀୟ ପରିବ୍ୟୟ ନାମରେ ନାମିତ କରାଯାଇଛି । ଏହି ଦୁଇ ପରିବ୍ୟୟର ସମଷ୍ଟିରୁ ମୋଟ ପରିବ୍ୟୟ ସ୍ଥିର କରାଯାଇଥାଏ ।

2. ସ୍ଵଳ୍ପକାଳୀନ ମୋଟ ହାରାହାରି ବକ୍ରରେଖା କାହିଁକି (U) ଆକୃତିର – କାରଣ ଦର୍ଶାଅ
କିମ୍ବା, ସ୍ଵଳ୍ପକାଳୀନ ହାରାହାରି ପରିବ୍ୟୟ ରେଖାଗୁଡ଼ିକର ଆକୃତି କାରଣ ସହ ବର୍ଣନା କର ଓ ଏମାନଙ୍କ ମଧ୍ୟରେ କି ପ୍ରକାର ସଂପର୍କ ରହିଛି ?
କିମ୍ବା, ମୋଟ ହାରାହାରି ପରିବ୍ୟୟ କ’ଣ ? ଏହାର ଉପାଂଶଗୁଡ଼ିକ ବ୍ୟାଖ୍ୟା କରି ଏହା କିପରି ମୋଟ ହାରାହାରି ପରିବ୍ୟୟ ନିର୍ଦ୍ଧାରଣ କରନ୍ତି ଦର୍ଶାଅ ।
କିମ୍ବା, ହାରାହାରି ସ୍ଥିର ପରିବ୍ୟୟ ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ । ଏହା କିପରି ମୋଟ ହାରାହାରି ପରିବ୍ୟୟ ନିର୍ଣ୍ଣୟ କରିଥାଏ ?
Answer:
ଉତ୍ପାଦନ ପ୍ରକ୍ରିୟାରେ ବ୍ୟୟ କରାଯାଉଥିବା ସମସ୍ତ ଅର୍ଥକୁ ମୋଟ ପରିବ୍ୟୟର ଆଖ୍ୟା ଦିଆଯାଇଥାଏ । ଏହାର ପରିମାଣ ଉତ୍ପାଦ ବୃଦ୍ଧିର ପରିମାଣ ସହ ବୃଦ୍ଧିପ୍ରାପ୍ତ ହୋଇଥାଏ । ମାତ୍ର ସ୍ଵଳ୍ପକାଳରେ ମୋଟ ପରିବ୍ୟୟକୁ ମୋଟ ସ୍ଥିର ପରିଦ୍ୟାୟ ଓ ମୋଟ ପରିବର୍ତ୍ତନୀୟ ପରିବ୍ୟୟର ସମଷ୍ଟି କୁହାଯାଏ । ତେଣୁ ସ୍ଥିର ପରିବ୍ୟୟ ଓ ପରିବର୍ଭନୀୟ ପରିବ୍ୟୟ ମୋଟ ପରିବ୍ୟୟର ଦୁଇଟି ପ୍ରଧାନ ଅଂଶରୂପେ ବିବେଚିତ ହୁଏ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉତ୍ପାଦର ପରିମାଣ ବୃଦ୍ଧି ସହ ଏକକ ପିଛା ଉତ୍ପାଦନ ପରିବ୍ୟୟର ପରିବର୍ତ୍ତନ ଘଟିଥାଏ । କାରଣ ଉତ୍ପାଦର ଏକକ ବୃଦ୍ଧି ପାଇଲେ ଏକକ ପିଛା ସ୍ଥିର ପରିବ୍ୟୟ ଓ ପରିବର୍ତ୍ତନୀୟ ପରିବ୍ୟୟରେ ପରିବର୍ତ୍ତନ ପରିଲକ୍ଷିତ ହୋଇଥାଏ । ଏସବୁ ତତ୍ତ୍ଵର ଆଲୋଚନା ହାରାହାରି ପରିବ୍ୟୟ ଅଭିଧାରଣା ମାଧ୍ୟମରେ କରାଯାଇପାରେ ।

ମୋଟ ହାରହାରି ପରିବ୍ୟୟ (Average Total Cost) (AC) :
ପ୍ରତି ଏକକ ଉତ୍ପାଦନ ପାଇଁ ଯେଉଁ ପରିବ୍ୟୟ ଉତ୍ପାଦନକର୍ତ୍ତା ବହନ କରିଥା’ନ୍ତି, ତାହାକୁ ହାରାହାରି ମୋଟ ପରିବ୍ୟୟ (AC) କୁହାଯାଏ । ଅର୍ଥାତ୍ ଏକକ ପ୍ରତି ଉତ୍ପାଦନ ପରିବ୍ୟୟକୁ ହାରାହାରି ମୋଟ ପରିବ୍ୟୟ କୁହାଯାଏ । ମୋଟ ପରିବ୍ୟୟ (AC) କୁ ଉତ୍ପାଦର ମୋଟ ପରିମାଣ (q) ସହ ଭାଗ କରି ହାରାହାରି ପରିବ୍ୟୟ ନିର୍ଣ୍ଣୟ କରାଯାଏ; ଯଥା –
ହାରାହାରି ମୋଟ ପରିବ୍ୟୟ (AC) = \(\frac{ମୋଟ ପରିବ୍ୟୟ (TC)}{ମୋଟ ଉତ୍ପାଦର ପରିମାଣ (q)}\)

ମୋଟ ହାରାହାରି ପରିବ୍ୟୟର ଆଲୋଚନା ସମୟରେ ଏହାର ଦୁଇ ପ୍ରଧାନ ଅଂଶ; ଯଥା – ହାରାହାରି ସ୍ଥିର ପରିବ୍ୟୟ (Average Fixed Cost) ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (Average Variable Cost) ଉପରେ ଗୁରୁତ୍ବ ଆରୋପ କରାଯାଇଥାଏ ।

ହାରାହାରି ସ୍ଥିର ପରିବ୍ୟୟ (Average Fixed Cost) (AFC) :
ଏକକ ପ୍ରତି ବ୍ୟୟ କରାଯାଉଥବା ସ୍ଥିର ପରିବ୍ୟୟକୁ ହାରାହାରି ସ୍ଥିର ପରିବ୍ୟୟ (AFC) କୁହାଯାଏ । ଉତ୍ପାଦନ ପ୍ରକ୍ରିୟାରେ ସ୍ଵଳ୍ପକାଳରେ ମୋଟ ସ୍ଥିର ପରିବ୍ୟୟ ସାମଗ୍ରିକଭାବେ ଅପରିବର୍ତ୍ତିତ ରହିଥାଏ । ତେଣୁ ଉତ୍ପାଦର ପରିମାଣ ବୃଦ୍ଧି ଘଟିଲେ ମୋଟ ସ୍ଥିର ପରିବ୍ୟୟରେ କୌଣସି ବୃଦ୍ଧି ପରିଲକ୍ଷିତ ହୁଏ ନାହିଁ । ମାତ୍ର ସମପରିମାଣର ମୋଟ ସ୍ଥିର ପରିବ୍ୟୟ ଅଧ‌ିକ ସଂଖ୍ୟକ ଏକକ ମଧ୍ୟରେ ବଣ୍ଟିତ ହୋଇଯାଏ । ଫଳରେ ଉତ୍ପାଦର ଏକକ ପ୍ରତି ସ୍ଥିର ପରିବ୍ୟୟ ବା ହାରାହାରି ସ୍ଥିର ପରିବ୍ୟୟ ଉତ୍ପାଦନର ବୃଦ୍ଧି ସହ କ୍ରମଶଃ ହ୍ରାସ ପାଏ । ମୋଟ ସ୍ଥିର ପରିବ୍ୟୟକୁ ମୋଟ ଉତ୍ପାଦଦ୍ୱାରା ବିଭାଜିତ କରି ହାରାହାରି ସ୍ଥିର ପରିବ୍ୟୟ ନିର୍ଣ୍ଣୟ କରାଯାଏ ।

ହାରାହରି ସ୍ଥିର ପରିବ୍ୟୟ (AFC) = \(\frac{ମୋଟ ସ୍ଥିର ପରିବ୍ୟୟ (TFC)}{ମୋଟ ଉତ୍ପାଦର ପରିମାଣ (q)}\)

CHSE Odisha Class 12 Economics Chapter 7 Long Answer Questions in Odia Medium

ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (Average Variable Cost) (AVC) :
ଉତ୍ପାଦର ଏକକ ପ୍ରତି ବ୍ୟୟ କରାଯାଉଥ‌ିବା ପରିବର୍ଭନୀୟ ପରିବ୍ୟୟକୁ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ କୁହାଯାଏ । ମୋଟ ପରିବର୍ତ୍ତନୀୟ ପରିବ୍ୟୟକୁ ମୋଟ ଉତ୍ପାଦନର ପରିମାଣଦ୍ୱାରା ବିଭାଜିତ କରି ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ନିର୍ଦ୍ଧାରଣ କରଯାଇଥାଏ; ଯଥା –
ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (AVC) = \(\frac{ମୋଟ ପରିବର୍ତ୍ତନୀୟ ପରିବ୍ୟୟ (AVC)}{ମୋଟ ଉତ୍ପାଦର ପରିମାଣ (q)}\)

ଉତ୍ପାଦନର ବିଭିନ୍ନ ସ୍ତରରେ ମୋଟ ପରିବର୍ତ୍ତନୀୟ ପରିବ୍ୟୟରେ ବିଭିନ୍ନତା ଦେଖାଦିଏ । ଏହା ଉତ୍ପାଦନର ପରିମାଣ ଅନୁଯାୟୀ ଭିନ୍ନ ହୋଇଥାଏ । କିନ୍ତୁ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ହ୍ରାସମାନ ଉତ୍ପନ୍ନ ସୂତ୍ର ଅନୁସାରେ ହିଁ ହୋଇଥାଏ । ପ୍ରାଥମିକ ଅବସ୍ଥାରେ ଅର୍ଥାତ୍ ହ୍ରାସମାନ ଉତ୍ପନ୍ନ ସୂତ୍ରର ପ୍ରଥମ ପର୍ଯ୍ୟାୟରେ (କ୍ରମବର୍ଦ୍ଧିଷ୍ଣୁ ଉତ୍ପନ୍ନ ପର୍ଯ୍ୟାୟ ) ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ଉତ୍ପାଦନର ବୃଦ୍ଧି ସହିତ ହ୍ରାସ ପାଏ । ଅନ୍ୟ ପକ୍ଷରେ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରର ଦ୍ବିତୀୟ ପର୍ଯ୍ୟାୟରେ ଏହା ଉତ୍ପାଦର ବୃଦ୍ଧି ସହିତ ବୃଦ୍ଧିପ୍ରାପ୍ତ ହୋଇଥାଏ । ତେଣୁ ହାରାହାରି ପରିବର୍ତ୍ତନୀୟ ରେଖା ଥାଳିଆ ଆକୃତି ପରି ପରିଦୃଷ୍ଟ ହୋଇଥାଏ ।

ଉପରୋକ୍ତ ଆଲୋଚନାରେ ହାରାହାରି ପରିବ୍ୟୟ (AC), ହାରାହାରି ସ୍ଥିର ପରିବ୍ୟୟ (AFC) ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (AVC) ର ସମଷ୍ଟି ମାତ୍ର ।
ମୋଟ ହାରାହାରି ପରିବ୍ୟୟ (AC) = \(\frac{ମୋଟ ପରିବ୍ୟୟ (TC)}{ମୋଟ ଉତ୍ପାଦର ପରିମାଣ (q)}\)
⇒ AC = \(\frac{\mathrm{TC}}{\mathrm{q}}=\frac{\mathrm{TFC}+\mathrm{TVC}}{\mathrm{q}}\) (∴ TC = TFC + TVC)
⇒ AC = \(\frac{\text { TFC }}{q}+\frac{\text { TVC }}{\mathrm{q}}\) = AFC + AVC

କୌଣସି ଏକ ଉତ୍ପାଦନ ପ୍ରକ୍ରିୟାରେ ହାରାହାରି ସ୍ଥିର ପରିବ୍ୟୟ, ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ଓ ମୋଟ ପରିବ୍ୟୟର ଗତିବିଧ‌ି ଏକ ଗାଣିତିକ ବିଶ୍ଳେଷଣ ଓ ପୈଖ୍ୟକ ଉପସ୍ଥାପନାଦ୍ୱାରା ଆଲୋଚନା କରାଯାଇପାରେ ।
CHSE Odisha Class 12 Economics Chapter 7 Long Answer Questions in Odia Medium 1
ଉପରୋକ୍ତ ଗାଣିତିକ ସାରଣୀରେ ହାରାହାରି ସ୍ଥିର ପରିବ୍ୟୟ, ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ଓ ମୋଟ ପରିବ୍ୟୟ ଗତିବିଧ୍ ଆଲୋଚିତ ହୋଇଛି ।

ସାରଣୀକୁ ଅନୁଧ୍ୟାନ କଲେ ପ୍ରତୀୟମାନ ହୁଏ ଯେ, ମୋଟ ସ୍ଥିର ପରିବ୍ୟୟ (TFC) ଉତ୍ପାଦନର ପରିମାଣ ନିର୍ବିଶେଷରେ ସ୍ଥିର ହୋଇରହିଛି (100) ଟଙ୍କା) । ମାତ୍ର ହାରାହାରି ସ୍ଥିର ପରିବ୍ୟୟ (AFC), ଉତ୍ପାଦର ବୃଦ୍ଧି ସହ କ୍ରମାଗତଭାବେ ହ୍ରାସ ପାଇ ଚାଲିଛି । ଦ୍ୱିତୀୟରେ ମୋଟ ପରିବର୍ତ୍ତନୀୟ ପରିବ୍ୟୟ (TVC), ଉତ୍ପାଦର ବୃଦ୍ଧି ସହ ବୃଦ୍ଧିପ୍ରାପ୍ତ ହୋଇଚାଲିଛି । ମାତ୍ର ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (AVC) ପ୍ରଥମାବସ୍ଥାରେ (ଚତୁର୍ଥ ଏକକ ପର୍ଯ୍ୟନ୍ତ) ଉତ୍ପାଦର ବୃଦ୍ଧି ସହ ହ୍ରାସ ପାଇଛି (50 ଟଙ୍କାରୁ 35 ଟଙ୍କା) ଓ ପରବର୍ତ୍ତୀ ପର୍ଯ୍ୟାୟରେ (ପଞ୍ଚମ ଏକକଠାରୁ) ଏହା (AVC) ଉତ୍ପାଦର ବୃଦ୍ଧି ସହ ବୃଦ୍ଧିପ୍ରାପ୍ତ ହୋଇଛି ।

ମାତ୍ର ମୋଟ ହାରାହାରି ପରିବ୍ୟୟ (AC) ଏକାଦିକ୍ରମେ ପଞ୍ଚମ ଏକକ ପର୍ଯ୍ୟନ୍ତ ହ୍ରାସ ପାଇଛି ଓ ପରବର୍ତ୍ତୀ ପର୍ଯ୍ୟାୟରେ ଉତ୍ପାଦର ବୃଦ୍ଧି ସହ ବୃଦ୍ଧି ପାଇଛି । ସାରଣୀର ଷଷ୍ଠ ସ୍ତମ୍ଭର (AC), ହାରାହାରି ସ୍ଥିର ପରିବ୍ୟୟ (AFC) ତୃତୀୟ ସ୍ତମ୍ଭ ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (AVC) ପଞ୍ଚମ ସ୍ତମ୍ଭର ଯୋଗଫଳ ।

AC = AFC + AVC

ନୈକ ଉପସ୍ଥାପନା :
ପାର୍ଶ୍ୱସ୍ଥ ଚିତ୍ରରେ ଉତ୍ପାଦର ପରିମାଣକୁ OX ଅକ୍ଷରେ ଓ ପରିବ୍ୟୟକୁ OY ଅକ୍ଷରେ ପରିମାପ କରାଯାଇଛି ।
ଏହି ଚିତ୍ରରେ ଗାଣିତିକ ସାରଣୀ ଭଳି ହାରାହାରି ସ୍ଥିର ପରିବ୍ୟୟ (AFC ଦ୍ଵାରା ଚିହ୍ନିତ) ଉତ୍ପାଦର ବୃଦ୍ଧି ସହ କ୍ରମାଗତ ଭାବେ ହ୍ରାସ ପାଇଛି, ମାତ୍ର ଏହା OX ଅକ୍ଷକୁ ନାହିଁ । ତେଣୁ ଏଥୁରୁ ସୂଚିତ ହେଉଛି ଯେ AFC କଦାପି ଶୂନ୍ୟ ହେବ ନାହିଁ । ଦ୍ଵିତୀୟତଃ, ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (AVC) { ପ୍ରଥମ ଅବସ୍ଥାରେ ଉତ୍ପାଦର ବୃଦ୍ଧି ସହ ହ୍ରାସ ପାଉଛି ଓ ପରବର୍ତ୍ତୀ ପର୍ଯ୍ୟାୟରେ ଉତ୍ପାଦର ବୃଦ୍ଧି ସହ ବୃଦ୍ଧି ପାଉଛି ।

ସେହିପରି ମୋଟ ହାରାହାରି ପରିବ୍ୟୟ (AC) ପ୍ରାଥମିକ ଅବସ୍ଥାରେ ଉତ୍ପାଦର ବୃଦ୍ଧି ସହ ହ୍ରାସ ପାଉଛି । ଠୁ ଏହାର ସର୍ବନିମ୍ନ ବିନ୍ଦୁ । ମାତ୍ର OM ଉତ୍ପାଦର ପରିମାଣ ପରେ AC ଉତ୍ପାଦର ବୃଦ୍ଧି ସହ ବୃଦ୍ଧିପ୍ରାପ୍ତ ହୋଇଛି ।
CHSE Odisha Class 12 Economics Chapter 7 Long Answer Questions in Odia Medium 2
ହାରାହାରି ସ୍ଥିର ପରିବ୍ୟୟ (AFC), ହାରହାରି ପରିବର୍ତ୍ତନୀୟ ପରିବ୍ୟୟ (AVC) ଓ ମୋଟ ପରିବ୍ୟୟ (AC) ମଧ୍ଯରେ ସମ୍ପର୍କ :
AFC, AVC ଓ AC ମଧ୍ୟରେ ଥ‌ିବା ସଂପର୍କ ଉପରୋକ୍ତ ଗାଣିତିକ ସାରଣୀ ଓ ରେଖାଚିତ୍ରରେ ଅତ୍ୟନ୍ତ ସ୍ପଷ୍ଟ । ଗାଣିତିକ ସାରଣୀରେ ବିଶ୍ଳେଷଣ ଓ ରୈଖ୍ୟକ ଉପସ୍ଥାପନା ମଧ୍ୟରେ ସାଦୃଶ୍ୟ ପରିଲକ୍ଷିତ ହୋଇଥାଏ ।

ଉପରୋକ୍ତ ଦ୍ୱୈତ ଉପସ୍ଥାପନାରେ ହାରାହାରି ସ୍ଥିର ପରିବ୍ୟୟ ଉତ୍ପାଦର ବୃଦ୍ଧି ସହ ନିୟମିତ ଭାବେ ହ୍ରାସ ପାଇଛି, ମାତ୍ର ଏହା OX ଅକ୍ଷକୁ ସ୍ପର୍ଶ କରୁନଥିବାରୁ AFC କଦାପି ‘ଶୂନ୍ୟ’ ହୁଏ ନାହିଁ । ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (AVC) ପ୍ରାଥମିକ ଅବସ୍ଥାରେ ସ୍ଥିର ଉପାଦାନର ଅସମ୍ପୂର୍ଣ୍ଣ ଉପଯୋଗ ଯୋଗୁଁ ଅଧିକ ହୋଇଥାଏ । ମାତ୍ର ଉତ୍ପାଦର ବୃଦ୍ଧି ଯୋଗୁଁ ପ୍ରତିଷ୍ଠାନ ବିଭିନ୍ନ ଆଭ୍ୟନ୍ତରୀଣ ସୁବିଧା ଉପଭୋଗ କରିଥାଏ ଯଦ୍ବାରା AVC କ୍ରମଶଃ ହ୍ରାସ ପାଏ । କିନ୍ତୁ AVC ସର୍ବନିମ୍ନ ବିନ୍ଦୁ (N) ରେ ପହଞ୍ଚିବା ପରେ ଏହା କ୍ରମଶଃ ବୃଦ୍ଧି ପାଏ । କାରଣ ଉତ୍ପାଦନ ପରିମାଣ ବୃଦ୍ଧିଜନିତ ପରିସ୍ଥିତିରେ ପ୍ରତିଷ୍ଠାନ କେତେକ ଅସୁବିଧାର ସମ୍ମୁଖୀନ ହୋଇଥାଏ । ଏହି କାରଣରୁ AVC ରେଖା ‘U’ ଆକୃତି ବିଶିଷ୍ଟ ହୋଇଥାଏ ।

CHSE Odisha Class 12 Economics Chapter 7 Long Answer Questions in Odia Medium

AVC ରେଖାଭଳି AC ରେଖା ମଧ୍ଯ ‘U’ ଆକୃତିବିଶିଷ୍ଟ; ମାତ୍ର ଏହା AVC ରେଖାଭଳି ଅଧିକ ଚଟକା ହୋଇନଥାଏ । ସ୍ଵଳ୍ପକାଳୀନ ହାରାହାରି ପରିବ୍ୟୟ କାହିଁକି ‘U’ ଆକୃତିବିଶିଷ୍ଟ ତାହାର କାରଣ ନିମ୍ନରେ ପ୍ରଦାନ କରାଗଲା ।

ପ୍ରଥମତଃ, ହାରାହାରି ପରିବ୍ୟୟ (AC), ହାରାହାରି ସ୍ଥିର ପରିବ୍ୟୟ (AFC) ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (AVC) ର ସମଷ୍ଟି ମାତ୍ର । ଉତ୍ପାଦନର ପ୍ରାରମ୍ଭିକ ପର୍ଯ୍ୟାୟରେ ଉଭୟେ AFC ଓ AVC ହ୍ରାସମାନ ଅବସ୍ଥାରେ ରହିଥା’ନ୍ତି (ଗାଣିତିକ ସାରଣୀ ଓ ରେଖାଚିତ୍ର ଦ୍ରଷ୍ଟବ୍ୟ) । ଗାଣିତିକ ସାରଣୀ ଅନୁସାରେ ଚତୁର୍ଥ ଏକକ ପର୍ଯ୍ୟନ୍ତ AVC ହ୍ରାସ ପାଇଛି । ସେହିପରି ରେଖାଚିତ୍ରରେ OS ଉତ୍ପାଦ ପର୍ଯ୍ୟନ୍ତ AVC ହ୍ରାସ ପାଇଛି । OS ଉତ୍ପାଦ ବା ଚତୁର୍ଥ ଏକକ ପରେ AVC ବୃଦ୍ଧି ପାଇବା ଆରମ୍ଭ ହୋଇଛି ।

କିନ୍ତୁ AFC କ୍ରମାଗତ ହ୍ରାସ ପାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, AFC ର ହ୍ରାସର ହାର AVC ର ବୃଦ୍ଧିର ହାରଠାରୁ ବୃହତ୍ତର । ତେଣୁ AVC ବୃଦ୍ଧି ପାଇବା ସତ୍ତ୍ବେ ମୋଟ ହାରାହାରି ପରିବ୍ୟୟ (AC) ହ୍ରାସ ପାଇଥାଏ । ରେଖାଚିତ୍ରରେ OM ଉତ୍ପାଦ ପର୍ଯ୍ୟନ୍ତ AC ହ୍ରାସ ପାଉଥିବା ସ୍ଥଳେ AVC, OS ଉତ୍ପାଦ ପର୍ଯ୍ୟନ୍ତ ହ୍ରାସ ପାଇଛି । ତେଣୁ AC ର ସର୍ବନିମ୍ନ ବିନ୍ଦୁ (Q), AVC ର ସର୍ବନିମ୍ନ ବିନ୍ଦୁ (N) ର ଡାହାଣକୁ ଅବସ୍ଥିତ ।

ଏ ପ୍ରସଙ୍ଗରେ ଦୁଇଟି କାରଣ ଉଲ୍ଲେଖଯୋଗ୍ୟ । AVC ରେଖାର ନିମ୍ନତମ ବିନ୍ଦୁ (N), AC, ରେଖାର ନିମ୍ନତମ ବିନ୍ଦୁ (Q) ଅପେକ୍ଷା ପୂର୍ବରୁ ପହଞ୍ଚେ । ଦ୍ୱିତୀୟତଃ, AVC, AC ରେଖାର ଯେତେ ନିକଟବର୍ତ୍ତୀ ହେଲେହେଁ ତାହାକୁ ସ୍ପର୍ଶ କରେ ନାହିଁ । ହାରାହାରି ପରିବ୍ୟୟ (AC) ରେଖା ଓ AVC ରେଖା ମଧ୍ୟରେ ଦୂରତ୍ୱ AFC ର ପରିମାପକ ଅଟେ । AFC ଶୂନ୍ୟ ହେଉନଥିବାରୁ AVC ରେଖା ଓ AC ରେଖା ମଧ୍ୟରେ ସର୍ବଦା ସମଦୂରତ୍ୱ ବଜାୟ ରହେ ଓ ସେମାନେ ପରସ୍ପରକୁ ଛେଦ କରନ୍ତି ନାହିଁ ।

ଦଉପାଦାନ ଅପରିବର୍ତ୍ତିତ ରହୁଥ‌ିବାରୁ ପରିବର୍ତ୍ତନୀୟ ଉପାଦାନର ଉପଯୋଗକୁ ହ୍ରାସ-ବୃଦ୍ଧି କରାଯାଇ ମୋଟ ଉତ୍ପାଦନର ହ୍ରାସ-ବିତୀୟତଃ, ସ୍ଵଳ୍ପକାଳୀନ ହାରାହାରି ପରିବ୍ୟୟ ରେଖା ପରିବର୍ତ୍ତନୀୟ ଅନୁପାତ ସୂତ୍ରର ଅଧୀନ । ସ୍ଵଳ୍ପକାଳରେ ସ୍ଥିର ବୃଦ୍ଧି କରାଯାଇପାରେ । ତେଣୁ ପରିବର୍ଭନୀୟ ସୂତ୍ର ବିଶେଷ ଭାବରେ କାର୍ଯ୍ୟକରେ । ଯାହା ଫଳରେ ପ୍ରାଥମିକ ପର୍ଯ୍ୟାୟରେ କ୍ରମବର୍ଦ୍ଧିଷ୍ଣୁ ଉତ୍ପନ୍ନ ସୂତ୍ର ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ କ୍ରମହ୍ରାସମାନ ଉତ୍ପନ୍ନ ସୂତ୍ରର ବଶବର୍ତ୍ତୀ ହୋଇ AC ପ୍ରଥମରୁ ହ୍ରାସ ପାଇ ପରେ ବୃଦ୍ଧି ପାଇଥାଏ । ତେଣୁ ଏହାର ଆକୃତି ‘U’ ଆକାରର ହୋଇଥାଏ ।

ତୃତୀୟତଃ, ସ୍ୱଳ୍ପକାଳରେ ସ୍ଥିର ଉପାଦାନ ଅବିଭାଜ୍ୟ ହୋଇଥିବାରୁ ପ୍ରଥମ ଅବସ୍ଥାରେ ଏହାର ପୂର୍ଣ୍ଣ ବିନିଯୋଗ ହୋଇପାରି ନଥାଏ । ଉତ୍ପାଦର ପରିମାଣ ସଂପ୍ରସାରିତ ହେଲେ ଏହି ଅବିଭାଜ୍ୟ ଉପାଦାନଗୁଡ଼ିକୁ ଯଥାର୍ଥ ଉପଯୋଗ କରାଯାଇଥାଏ । ତେଣୁ ହାରାହାରି ପରିବ୍ୟୟ ହ୍ରାସମାନ ହୋଇଥାଏ । ମାତ୍ର ସର୍ବୋତ୍ତମ ଉତ୍ପାଦ ସ୍ତର ଅତିକ୍ରମ ହେଲେ ହାରାହାରି ପରିବ୍ୟୟ ବୃଦ୍ଧି ପାଏ । ତେଣୁ AC ରେଖା ‘U’ ଆକୃତିବିଶିଷ୍ଟ ହୋଇଥାଏ ।

3. ଉତ୍ପାଦନ ପରିବ୍ୟୟ କହିଲେ କ’ଣ ବୁଝାଏ ? ହାରାହାରି ପରିବ୍ୟୟ ଓ ପ୍ରାନ୍ତୀୟ ପରିବ୍ୟୟ ମଧ୍ୟରେ ଥିବା ସମ୍ପର୍କ ଦର୍ଶାଅ ।
Answer:
ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ ହେଉଥ‌ିବା ସମସ୍ତ ଉପାଦାନ; ଯଥା- ଭୂମି, ଶ୍ରମ ଓ ପୁଞ୍ଜି ନିମନ୍ତେ ଉତ୍ପାଦନକର୍ତ୍ତା ଏହାର ମାଲିକମାନଙ୍କୁ ଯେଉଁ ପାରିତୋଷିକ ପ୍ରଦାନ କରନ୍ତି ତାହାକୁ ‘ଉତ୍ପାଦନ ପରିବ୍ୟୟ’ କୁହାଯାଏ । ସରଳ ଭାଷାରେ, ଉତ୍ପାଦନ ପ୍ରକ୍ରିୟାରେ ଉତ୍ପାଦନକର୍ତ୍ତାଙ୍କଦ୍ବାରା ବହନ କରାଯାଉଥ‌ିବା ସାମଗ୍ରିକ ବ୍ୟୟକୁ ଉତ୍ପାଦନ ପରିବ୍ୟୟ କୁହାଯାଏ । ମୋଟ ଉପରେ ଉତ୍ପାଦନ ଉଦ୍ଦେଶ୍ୟରେ କରାଯାଉଥ‌ିବା ବ୍ୟୟକୁ ଉତ୍ପାଦନ ପରିବ୍ୟୟ କୁହାଯାଏ ।

ଉତ୍ପାଦନ ପରିବ୍ୟୟକୁ ସାଧାରଣତଃ ତିନୋଟି ଦୃଷ୍ଟିକୋଣରୁ ବିଚାର କରାଯାଇଥାଏ; ଯଥା- ମୌଦ୍ରିକ ପରିବ୍ୟୟ, ବାସ୍ତବ ପରିବ୍ୟୟ ଓ ବିକଳ୍ପ (ସୁଯୋଗ ) ପରିବ୍ୟୟ ।
ଉତ୍ପାଦନ ପ୍ରକ୍ରିୟାରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦନ ନିମନ୍ତେ ବହନ କରାଯାଉଥ‌ିବା ସମସ୍ତ ବ୍ୟୟର ସମଷ୍ଟିକୁ ମୋଟ ପରିବ୍ୟୟର ଆଖ୍ୟା ଦିଆଯାଇଥାଏ । ଏହି ମୋଟ ପରିବ୍ୟୟ ଉତ୍ପାଦନର ବୃଦ୍ଧି ସହ ବୃଦ୍ଧି ପାଇଥାଏ ।

ହାରାହାରି ପରିବ୍ୟୟ- ପ୍ରତି ଏକକ ଉତ୍ପାଦ ପାଇଁ ଉତ୍ପାଦନ ପରିବ୍ୟୟକୁ ହାରାହାରି ପରିବ୍ୟୟ କୁହାଯାଇଥାଏ । ଅନ୍ୟ ଅର୍ଥରେ ପ୍ରତି ଏକକ ଉତ୍ପାଦନ ପାଇଁ ବହନ କରାଯାଉଥ‌ିବା ପରିବ୍ୟୟକୁ ହାରାହାରି ପରିବ୍ୟୟ କୁହାଯାଇଥାଏ । ମୋଟ ପରିବ୍ୟୟକୁ ମୋଟ ଉତ୍ପାଦର ପରିମାଣଦ୍ୱାରା ବିଭାଜିତ କରି ହାରାହାରି ପରିବ୍ୟୟ ନିର୍ଣ୍ଣୟ କରାଯାଇଥାଏ; ଯଥା-
ହାରାହାରି ପରିବ୍ୟୟ (AC) = \(\frac{ମୋଟ ପରିବ୍ୟୟ (TC)}{ମୋଟ ଉତ୍ପାଦ (q)}\)

ହାରାହାରି ପରିବ୍ୟୟର ଦୁଇଟି ପ୍ରଧାନ ଉପାଂଶ; ଯଥା- ହାରାହାରି ସ୍ଥିର ପରିବ୍ୟୟ (AFC) ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (AVC) ରହିଛି । ହାରାହାରି ସ୍ଥିର ପରିବ୍ୟୟ (AFC) ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ (AVC)ର ସମଷ୍ଟିଦ୍ୱାରା ହାରାହାରି ପରିବ୍ୟୟ (AC) ନିର୍ଣ୍ଣୟ କରାଯାଏ ।
i.e. AC = AFC + AVC

ପ୍ରାନ୍ତୀୟ ପରିବ୍ୟୟ (Marginal Cost MC) :
ଉତ୍ପାଦନ ପ୍ରକ୍ରିୟାରେ କୌଣସି ଦ୍ରବ୍ୟର ଅତିରିକ୍ତ ଏକକ ଉତ୍ପାଦନ ଫଳରେ ମୋଟ ପରିବ୍ୟୟ ଯେଉଁ ପରିମାଣରେ ବୃଦ୍ଧି ପାଏ ତାହାକୁ ପ୍ରାନ୍ତୀୟ ପରିବ୍ୟୟ (MC) କୁହାଯାଏ । ଅନ୍ୟ ଅର୍ଥରେ ଦ୍ରବ୍ୟର ଅତିରିକ୍ତ ଏକକ ଉତ୍ପାଦନ ଫଳରେ ଉପସ୍ଥିତ ମୋଟ ପରିବ୍ୟୟ ଓ ଏହାର ପୂର୍ବ ଏକକ ପାଇଁ ମୋଟ ପରିବ୍ୟୟ ମଧ୍ୟରେ ଯେଉଁ ପାର୍ଥକ୍ୟ ଦେଖାଯାଏ, ତାହାକୁ ପ୍ରାନ୍ତୀୟ ପରିବ୍ୟୟ କୁହାଯାଏ ।
i.e. MCn = TCn – TCn-1
n → ଉତ୍ପାଦିତ ଦ୍ରବ୍ୟର ଏକକ ।
ଅନ୍ୟ ଅର୍ଥରେ MC = \(\frac{ΔΤC}{Δq}\) = \(\frac{ମୋଟ ପରିବ୍ୟୟରେ ପରିବର୍ତ୍ତନ }{ଉତ୍ପାଦରେ ପରିବର୍ତ୍ତନ}\)

CHSE Odisha Class 12 Economics Chapter 7 Long Answer Questions in Odia Medium

ପ୍ରାନ୍ତୀୟ ପରିବ୍ୟୟ ସର୍ବଦା ପରିବର୍ତ୍ତନୀୟ ପରିବ୍ୟୟ ସହ ସଂଶ୍ଳିଷ୍ଟ ଓ ଏହା ସ୍ଥିର ପରିବ୍ୟୟ ସହ ସଂପର୍କିତ ନୁହେଁ ଉତ୍ପାଦନ ପ୍ରକ୍ରିୟାରେ ଉତ୍ପାଦର ବୃଦ୍ଧି ସହ ଏହାର ହାରାହାରି ପରିବ୍ୟୟ ଓ ପ୍ରାନ୍ତୀୟ ପରିବ୍ୟୟର ଆଚରଣରେ ଭିନ୍ନତା ପରିଲକ୍ଷିତ ହୋଇଥାଏ । ଏତଦ୍‌ବ୍ୟତୀତ, ହାରାହାରି ପରିବ୍ୟୟ (AC) ଓ ପ୍ରାନ୍ତୀୟ ପରିବ୍ୟୟ ମଧ୍ୟରେ ଏକ ସଂପର୍କ ରହିଛି । ନିମ୍ନଲିଖୂ ଗାଣିତିକ ସାରଣୀ ଓ ରେଖାଚିତ୍ରରୁ ଦୁହିଁଙ୍କ ମଧ୍ୟରେ ଥ‌ିବା ସଂପର୍କର ସ୍ପଷ୍ଟ ଚିତ୍ର ମିଳିପାରେ ।

ଗାଣିତିକ ବିଶ୍ଳେଷଣ :
CHSE Odisha Class 12 Economics Chapter 7 Long Answer Questions in Odia Medium 3
ଉପରୋକ୍ତ ସାରଣୀରେ ଉପସ୍ଥାପିତ ତଥ୍ୟରୁ ପ୍ରତୀୟମାନ ହୁଏ ଯେ ମୋଟ ପରିବ୍ୟୟ (ସ୍ତମ୍ଭ 2) ଉତ୍ପାଦର ବୃଦ୍ଧି ସହ ବୃଦ୍ଧି ପାଉଛି । ଏହି ଉତ୍ପାଦର ବୃଦ୍ଧି ସହ ପ୍ରାନ୍ତୀୟ ପରିବ୍ୟୟ ପ୍ରାଥମିକ ଅବସ୍ଥାରେ ଚତୁର୍ଥ ଏକକ ଉତ୍ପାଦନ ପର୍ଯ୍ୟନ୍ତ ହ୍ରାସ ପାଇଛି (ସ୍ତମ୍ଭ -3) । ଏହାର ଅନୁରୂପ ହାରାହାରି ପରିବ୍ୟୟ ମଧ୍ୟ ଉତ୍ପାଦର ବୃଦ୍ଧି ସହ ହ୍ରାସ ପାଇଛି । ମାତ୍ର ପ୍ରାନ୍ତୀୟ ପରିବ୍ୟୟର ହ୍ରାସ ହେବା ହାର ହାରାହାରି ପରିବ୍ୟୟର ହ୍ରାସ ହେବା ହାରଠାରୁ ଅଧିକ ।

ପଞ୍ଚମ ଏକକ ଉତ୍ପାଦନ ହେବା ଅବସ୍ଥାରେ ପ୍ରାନ୍ତୀୟ ପରିବ୍ୟୟ (MC) ଓ ହାରାହାରି ପରିବ୍ୟୟ (AC) ପରସ୍ପର ସମାନ । ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଅର୍ଥାତ୍ ଷଷ୍ଠ ଏକକଠାରୁ ଉତ୍ପାଦର ବୃଦ୍ଧି ସହ ମୋଟ ପରିବ୍ୟୟ (ସ୍ତମ୍ଭ-2), ହାରାହାରି ପରିବ୍ୟୟ (ସ୍ତମ୍ଭ-4) ଓ ପ୍ରାନ୍ତୀୟ ପରିବ୍ୟୟ (ସ୍ତମ୍ଭ -3) ବୃଦ୍ଧି ପାଇଛି । ମାତ୍ର ହାରାହାରି ପରିବ୍ୟୟ ବୃଦ୍ଧି ହାରଠାରୁ ପ୍ରାନ୍ତୀୟ ପରିବ୍ୟୟ ବୃଦ୍ଧିର ହାର ଅଧିକ ।

ବୈଖ୍ୟକ ଉପସ୍ଥାପନ :
ନିମ୍ନସ୍ଥ ଚିତ୍ରରେ ଉତ୍ପାଦର ପରିମାଣ OX– ଅକ୍ଷରେ ଓ ପରିବ୍ୟୟର ପରିମାଣ OY– ଅକ୍ଷରେ ପରିମାପ କରାଯାଇଛି । AC ରେଖା ହାରାହାରି ପରିବ୍ୟୟକୁ ଓ MC ରେଖା ପ୍ରାନ୍ତୀୟ ପରିବ୍ୟୟକୁ ଚିହ୍ନିତ କରୁଅଛି ।
CHSE Odisha Class 12 Economics Chapter 7 Long Answer Questions in Odia Medium 4
ପାର୍ଶ୍ୱସ୍ଥ ଚିତ୍ରକୁ ବିଶ୍ଳେଷଣ କଲେ ଜଣାଯାଏ ଯେ, ଉତ୍ପାଦନର ପ୍ରାରମ୍ଭିକ ଅବସ୍ଥାରେ ହାରାହାରି ପରିବ୍ୟୟ ଓ ପ୍ରାନ୍ତୀୟ ପରିବ୍ୟୟ ହ୍ରାସ ପାଇଥାଏ । ମାତ୍ର ପ୍ରାନ୍ତୀୟ ପରିବ୍ୟୟର ହ୍ରାସର ହାର ହାରାହାରି ପରିବ୍ୟୟର ହ୍ରାସର ହାରଠାରୁ ଅଧ୍ଵ । ତେଣୁ ପ୍ରାନ୍ତୀୟ ପରିବ୍ୟୟ ସର୍ବପ୍ରଥମେ ଏହାର ସର୍ବନିମ୍ନ ବିନ୍ଦୁ (N) ହାସଲ କରିଥାଏ ଯେଉଁ ସମୟରେ କି AC ରେଖା ହ୍ରାସମାନ ଅବସ୍ଥାରେ ରହିଥାଏ । AC ରେଖାର ସର୍ବନିମ୍ନ ବିନ୍ଦୁ ‘M’ ପ୍ରାନ୍ତୀୟ ପରିବ୍ୟୟ ରେଖାର ଡାହାଣକୁ ଅବସ୍ଥିତ ।

ଉତ୍ପାଦର ପରିମାଣ OQ ଥ‌ିବାବେଳେ ସୀମାନ୍ତ ପରିବ୍ୟୟ ଓ ହାରାହାରି ପରିବ୍ୟୟ ପରସ୍ପର ସମାନ ହୋଇଥା’ନ୍ତି (M ବିନ୍ଦୁ) ।
ଏହାର ପରବର୍ତ୍ତୀ ପର୍ଯ୍ୟାୟରେ (OQ ଉତ୍ପାଦ ପରେ) ପ୍ରାନ୍ତୀୟ ଉତ୍ପାଦର ବୃଦ୍ଧିର ହାର ହାରାହାରି ଉତ୍ପାଦର ବୃଦ୍ଧିର ହାରଠାରୁ ଅଧ୍ଵ । ଫଳରେ MC ରେଖା AC ରେଖାର ଊର୍ଦ୍ଧ୍ବରେ ଅବସ୍ଥିତ ।
ଗାଣିତିକ ବା ଜ୍ୟାମିତିକ ଦୃଷ୍ଟିକୋଣରୁ ପ୍ରାନ୍ତୀୟ ପରିବ୍ୟୟ (MC) ଓ ହାରାହାରି ପରିବ୍ୟୟ (AC) ମଧ୍ୟରେ ଥିବା ନିମ୍ନଲିଖୂ ସଂପର୍କ ଦୃଷ୍ଟିଗୋଚର ହୋଇଥାଏ ।

(1) ହାରାହାରି ପରିବ୍ୟୟ ଓ ପ୍ରାନ୍ତୀୟ ପରିବ୍ୟୟ ଉଭୟେ ମୋଟ ପରିବ୍ୟୟରୁ ହିଁ ନିର୍ଣ୍ଣୟ କରାଯାଇଥା’ନ୍ତି । ହାରାହାରି ପରିବ୍ୟୟ କ୍ଷେତ୍ରରେ ମୋଟ ପରିବ୍ୟୟକୁ ମୋଟ ଉତ୍ପାଦରେ ବିଭାଜିତ କରାଯାଇଥାଏ; ଯଥା-
AC = \(\frac{TC}{q}\)
ଏବଂ ପ୍ରାନ୍ତୀୟ ପରିବ୍ୟୟ କ୍ଷେତ୍ରରେ ମୋଟ ପରିବ୍ୟୟର ପରିବର୍ତ୍ତନକୁ ଉତ୍ପାଦର ପରିବର୍ତ୍ତନଦ୍ୱାରା ବିଭାଜିତ କରାଯାଇଥାଏ; ଯଥା-
MC = \(\frac{ΔTC}{Δq}\)
କିମାୃ, MCn = TCn – TCn-1,

(2) ଉଭୟ ଗାଣିତିକ ବିଶ୍ଳେଷଣ ଓ ରେଖାଚିତ୍ରରୁ ଏହା ପ୍ରତିଫଳିତ ହୁଏ ଯେ ଯେଉଁ ଉତ୍ପାଦର ସ୍ତର ପର୍ଯ୍ୟନ୍ତ ହାରାହାରି ପରିବ୍ୟୟ ହ୍ରାସ ପାଉଥାଏ ସେହି ଅବସ୍ଥାରେ ପ୍ରାନ୍ତୀୟ ପରିବ୍ୟୟ ରେଖା, ହାରାହାରି ପରିବ୍ୟୟ ରେଖାର ନିମ୍ନରେ ଅବସ୍ଥାନ କରେ ବା AC > MC କାରଣ ହାରାହାରି ପରିବ୍ୟୟ, ହାରାହାରି ସ୍ଥିର ପରିବ୍ୟୟ ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟର ସମଷ୍ଟି ହୋଇଥିବାସ୍ଥଳେ ପ୍ରାନ୍ତୀୟ ପରିବ୍ୟୟ କେବଳ ପରିବର୍ତ୍ତନୀୟ ପରିବ୍ୟୟ ସହ ସଂପୃକ୍ତ ।

(3) ଉପରୋକ୍ତ ବିଶ୍ଳେଷଣରୁ ସ୍ପଷ୍ଟ ଯେ, ଯେଉଁ ଉତ୍ପାଦର ସ୍ତରରେ ହାରାହାରି ପରିବ୍ୟୟ ବୃଦ୍ଧି ପାଏ (OQ ଉତ୍ପାଦର ପରବର୍ତୀ ଅବସ୍ଥା), ସେହି ସ୍ତରରେ ପ୍ରାନ୍ତୀୟ ପରିବ୍ୟୟ ମଧ୍ୟ ବୃଦ୍ଧି ପାଏ; ମାତ୍ର ପ୍ରାନ୍ତୀୟ ପରିବ୍ୟୟର ବୃଦ୍ଧିର ହାର, ହାରାହାରି ପରିବ୍ୟୟର ବୃଦ୍ଧିର ହାରଠାରୁ ଅଧିକ ।

(4) ପ୍ରାନ୍ତୀୟ ପରିବ୍ୟୟ ରେଖା, ହାରାହାରି ପରିବ୍ୟୟ ରେଖାର ସର୍ବନିମ୍ନ ବିନ୍ଦୁରେ ଛେଦ କରିଥାଏ (ଚିତ୍ରରେ M ବିନ୍ଦୁ) ଓ ଗାଣିତିକ ସାରଣୀରେ (ପଞ୍ଚମ ଏକକ)। ଏ କ୍ଷେତ୍ରରେ ପ୍ରାନ୍ତୀୟ ପରିବ୍ୟୟ ଚେଖାର ସର୍ବନିମ୍ନ ବିନ୍ଦୁ (N), ହାରାହାରି ପରିବ୍ୟୟ ରେଖାର ସର୍ବନିମ୍ନ ବିନ୍ଦୁ (M)ଠାରୁ ସଅଳ ଘଟିଥାଏ ।

(5) ହାରାହାରି ପରିବ୍ୟୟ (AC) ଓ ପ୍ରାନ୍ତୀୟ ପରିବ୍ୟୟ (MC) ମଧ୍ୟରେ ପାରସ୍ପରିକ ସଂପର୍କ ରହିଛି । ଯେତେବେଳେ MC > AC ବା ପ୍ରାନ୍ତୀୟ ପରିବ୍ୟୟ ରେଖା, ହାରାହାରି ପରିବ୍ୟୟ ରେଖାର ଊର୍ଦ୍ଧ୍ବରେ ରହିଥାଏ, ସେ ଅବସ୍ଥାରେ ହାରାହାରି ପରିବ୍ୟୟର ବୃଦ୍ଧି ପ୍ରକ୍ରିୟା ଜାରି ରହିଥାଏ । ଅନ୍ୟପକ୍ଷରେ, ଯେତେବେଳେ AC > MC, ସେ ଅବସ୍ଥାରେ ହାରାହାରି ପରିବ୍ୟୟରେ ହ୍ରାସମାନ ଲକ୍ଷଣ ପରିଲକ୍ଷିତ ହୋଇଥାଏ । ପରିଶେଷରେ ଯେତେବେଳେ AC = MC, ହାରାହାରି ପରିବ୍ୟୟରେ ସ୍ଥିରତା ପ୍ରତିଫଳିତ ହୋଇଥାଏ ।
ଉପରୋକ୍ତ ଆଲୋଚନା ଆର୍ଥନୀତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ।

BSE Odisha 7th Class Science Notes

BSE Odisha Class 7 Science Notes

  • Chapter 1 ପଦାର୍ଥ Notes
  • Chapter 2 ଭୌତିକ ଓ ରାସାୟନିକ ପରିବର୍ତ୍ତନ Notes
  • Chapter 3 ଅମ୍ଳ, କ୍ଷାରକ ଓ ଲବଣ Notes
  • Chapter 4 ତନ୍ତୁରୁ ବସ୍ତ୍ର Notes
  • Chapter 5 ପୋଷଣ Notes
  • Chapter 6 ତାପ ଓ ତାପ ସଂଚରଣ Notes
  • Chapter 7 ପାଣିପାଗ, ଜଳବାୟୁ, ପ୍ରାଣୀମାନଙ୍କ ଉପଯୋଜନ Notes
  • Chapter 8 ମାଟି (ମୃତ୍ତିକା) Notes
  • Chapter 9 ଜୀବନ ପାଇଁ ଶ୍ଵାସକ୍ରିୟା – ପ୍ରାଣୀ ଓ ଉଭିଦର ଶ୍ୱସନ Notes
  • Chapter 10 ଉଦ୍ଭିଦରେ ବଂଶ ବିସ୍ତାର Notes
  • Chapter 11 ଗତି ଓ ସମୟ Notes
  • Chapter 12 ବିଦ୍ୟୁତ୍ ସ୍ରୋତ ଓ ଏହାର ପ୍ରଭାବ Notes
  • Chapter 13 କେତୋଟି ପ୍ରାକୃତିକ ଘଟଣା Notes
  • Chapter 14 ଆଲୋକ Notes
  • Chapter 15 ଜଳ – ଅମୂଲ୍ୟ ପ୍ରାକୃତିକ ସମ୍ପଦ Notes
  • Chapter 16 ଜଙ୍ଗଲ ସମ୍ପଦ Notes
  • Chapter 17 ଆବର୍ଜନାର ପରିଚାଳନା Notes

BSE Odisha 7th Class Text Book Solutions

BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି

Odisha State Board BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି Textbook Exercise Questions and Answers.

BSE Odisha Class 8 Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଆସ, କଥାବାର୍ତ୍ତା ହେବା :
(କ) ବୈଜ୍ଞାନିକ ମନୋବୃତ୍ତିର ପରିଚୟ ସମ୍ପର୍କରେ ଲେଖକ କ’ଣ କହିଛନ୍ତି ?
Answer:
କୌଣସି କଥା ବିଚାର କରିବାବେଳେ କିପରି ଭଲ ହେବ ଓ ନିଜକୁ ଆନନ୍ଦ ମିଳିବ – ଏ ପ୍ରକାର ଇଚ୍ଛା ପ୍ରକାଶ ପାଇଥାଏ । ଏହି ଇଚ୍ଛାକୁ ଦମନ କରି ଅନାସକ୍ତ ଭାବେ ଯୁକ୍ତିଯୁକ୍ତ କାରଣ ସହିତ ବିଚାର କରିବା ହିଁ ବୈଜ୍ଞାନିକ ମନୋବୃତ୍ତିର ପରିଚୟ ଦେଇଥାଏ ।

(ଖ) ବୈଜ୍ଞାନିକ ମନୋଭାବ ଥ‌ିବା ବ୍ୟକ୍ତି ବିରଳ ବୋଲି ଲେଖକ କାହିଁକି କହିଛନ୍ତି ?
Answer:
ବୈଜ୍ଞାନିକ ମନୋଭାବ ଥ‌ିବା ବ୍ୟକ୍ତି ପ୍ରଭାବଶାଳୀ ବ୍ୟକ୍ତି ଓ ଶାସ୍ତ୍ରମତକୁ ଅନ୍ଧ ଭାବରେ ଗ୍ରହଣ କରି ନଥା’ନ୍ତି । ସେ କୌଣସି ବ୍ୟାବସାୟିକ ଲାଭକ୍ଷତିର ହିସାବ ନରଖୁ, ବ୍ୟକ୍ତିଗତ ଇଚ୍ଛାକୁ ଜଳାଞ୍ଜଳି ଦେଇ କେବଳ ସତ୍ୟର ଉଦ୍‌ଘାଟନ ପାଇଁ ନିରରପେକ୍ଷଭାବେ ବିଚାର କରିଥା’ନ୍ତି । ଏଥପାଇଁ ଆବଶ୍ୟକ ଇଚ୍ଛା, ଶିକ୍ଷା ଓ ଶକ୍ତି ଖୁବ୍‌ କମ୍ ଲୋକଙ୍କ ପାଖରେ ଥ‌ିବାରୁ ବୈଜ୍ଞାନିକ ମନୋଭାବ ଥ‌ିବା ବ୍ୟକ୍ତି ବିରଳ ବୋଲି ଲେଖକ କହିଛନ୍ତି ।

BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି

(ଗ) ଜଣେ ବ୍ୟକ୍ତି ପ୍ରତ୍ୟେକ ପ୍ରଶ୍ନକୁ କାହିଁକି ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କରିପାରେନାହିଁ ?
Answer:
ପ୍ରାବନ୍ଧିକଙ୍କ ମତରେ ଆମର ବିଶ୍ଵାସସବୁ ବ୍ୟକ୍ତିଗତ ଇଚ୍ଛାଦ୍ଵାରା ପ୍ରଭାବିତ । ବ୍ୟକ୍ତିଗତ ଇଚ୍ଛା ବିଚାରକୁ ଯୁକ୍ତିଯୁକ୍ତ ଓ ନିରପେକ୍ଷ କରିପାରେନି । ଫଳରେ ପ୍ରଶ୍ନର ବିଚାର ଇଚ୍ଛାର ସପକ୍ଷରେ ଯାଏ । ଏହି କାରଣରୁ ଜଣେ ବ୍ୟକ୍ତି ପ୍ରତ୍ୟେକ ପ୍ରଶ୍ନକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କରିପାରେ ନାହିଁ ।

(ଘ) ସମୟ ସମୟରେ ମଧୁର ସ୍ଵପ୍ନରେ ବାଧା କାହିଁକି ଆସେ ?
Answer:
ବାହ୍ୟ ଜଗତର ଅପ୍ରତ୍ୟାଶିତ ଘଟଣାରେ ଅର୍ଥାତ୍ ପ୍ରକୃତ ସତ୍ୟର ଆବିଷ୍କାରଦ୍ୱାରା ସମୟ ସମୟରେ ମଧୁର ସ୍ଵପ୍ନରେ ବାଧା ଆସିଥାଏ ।

Question ୨ ।
ଆସ, ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖିବା ।
(କ) ମଣିଷର ବିଶ୍ଵାସଗୁଡ଼ିକ ଭିତ୍ତିହୀନ ମଧୁର ସ୍ଵପ୍ନ ବୋଲି କାହିଁକି କୁହାଯାଇଛି ?
Answer:
ପ୍ରାବନ୍ଧିକ ଶରତ କୁମାର ମହାନ୍ତିଙ୍କ ବିଚାରରେ ମଣିଷର ବିଶ୍ୱାସଗୁଡ଼ିକ ଏକ ଏକ ଭିତ୍ତିହୀନ ମଧୁର ସ୍ଵପ୍ନ । ଉଦାହରଣସ୍ୱରୂପ, ଗୋଟିଏ ନିର୍ବାଚନରେ ପ୍ରତ୍ୟେକ ରାଜନୀତିକ ଦଳର ପ୍ରଚାରକମାନେ ନିଜ ଦଳ ଜୟଲାଭ କରିବାର ଯେତିକି ସମ୍ଭାବନା ରଖନ୍ତି, ତା’ଠାରୁ ଅଧ‌ିକ ଆଶା କରନ୍ତି । ଏ ପ୍ରକାର ଆଶାବାଦୀ ବିଶ୍ଵାସ ହିଁ ଭିତ୍ତିହୀନ ମଧୁର ସ୍ଵପ୍ନର ନମୁନା ଅଟେ ।

(ଖ ) ଅତ୍ୟଧ୍ଵ କଳ୍ପନାବିଳାସୀଙ୍କ ସମ୍ପର୍କରେ ଲେଖକ କ’ଣ କହିଛନ୍ତି ?
Answer:
ଅତ୍ୟଧ୍ଵକ କଳ୍ପନାବିଳାସୀଙ୍କ ସମ୍ପର୍କରେ ଲେଖକ ଶରତ କୁମାର ମହାନ୍ତି କହିଛନ୍ତି ଯେ ସେମାନେ ଊଣା ଅଧିକେ ଜୀବନରେ ଗୁଡ଼ିଏ ମଧୁର କଳ୍ପନାକୁ ଗ୍ରହଣ କରି ନେଇଥା’ନ୍ତି ।

(ଗ ) କେଉଁ ପ୍ରକାର ମନୋଭାବ ବୈଜ୍ଞାନିକ ମନୋବୃତ୍ତିର ବିରୋଧୀ ?
Answer:
କୌଣସି କଥାର ବିଚାର କରିବାବେଳେ ନିଜର ବ୍ୟକ୍ତିଗତ ବିଶ୍ବାସଟି ଠିକ୍ ଓ ଅନ୍ୟମାନେ ଏହାକୁ ଗ୍ରହଣ କରନ୍ତୁ – ଏପରି ମନୋଭାବ ପ୍ରକାଶ ପାଇଥାଏ । ବ୍ୟକ୍ତିଗତ ଇଚ୍ଛା ଓ ବିଶ୍ୱାସ ସପକ୍ଷରେ ଏପରି ମନୋଭାବ ବୈଜ୍ଞାନିକ ମନୋବୃତ୍ତିର ସମ୍ପୂର୍ଣ୍ଣ ବିରୋଧୀ ।

(ଘ) ନିଜ ମତ ଠିକ୍ ବୋଲି ପ୍ରମାଣ କରିବାପାଇଁ ଆମେ କାହାକୁ ଅସ୍ତ୍ର ଭାବରେ ବ୍ୟବହାର କରିଥାଉଁ ?
Answer:
ନିଜ ମତ ଠିକ୍ ବୋଲି ପ୍ରମାଣ କରିବାପାଇଁ ଆମେ ନିଜକୁ ସୁହାଇଲା ଭଳି ଯୁକ୍ତିତର୍କକୁ କେବଳ ଅସ୍ତ୍ର ଭାବରେ ବ୍ୟବହାର କରିଥାଉଁ ।

(ଡ ) ବୈଜ୍ଞାନିକ ମନୋବୃତ୍ତିର ପ୍ରଧାନ ଅନ୍ତରାୟ କ’ଣ ?
Answer:
ବୈଜ୍ଞାନିକ ମନୋବୃତ୍ତିର ପ୍ରଧାନ ଅନ୍ତରାୟ ହେଉଛି ଆସକ୍ତିଭାବ ।

(ଚ) ବୈଜ୍ଞାନିକ ମନୋବୃତ୍ତିର ମହତ୍ତ୍ବ ସମ୍ପର୍କରେ ପ୍ରବନ୍ଧରେ କ’ଣ କୁହାଯାଇଛି ?
Answer:
ବୈଜ୍ଞାନିକ ମନୋଭାବାପନ୍ନ ବ୍ୟକ୍ତି ତାଙ୍କ ମତାମତ ଓ କୌଣସି ପ୍ରଶ୍ନର ସିଦ୍ଧାନ୍ତ ଯେ ସବୁବେଳେ ସତ୍ୟ ଏପରି ଭାବିନଥା’ନ୍ତି । ଲେଖକ ବୈଜ୍ଞାନିକ ମନୋବୃତ୍ତିର ମହତ୍ତ୍ବ ସମ୍ପର୍କରେ ଏହି ଅଭିମତ ଦେଇଛନ୍ତି ।

Question ୩ ।
ଆସ, ତଳେ ଦିଆଯାଇଥିବା ବାକ୍ୟଗୁଡିକୁ ସରଳ ଭାଷାରେ ବୁଝାଇ ଲେଖୁନା ।
(କ) ନିଜେ ପ୍ରକୃତରେ ଯାହା ନିଜ ସମ୍ବନ୍ଧରେ ତାହାଠାରୁ ଅତି ଉଚ୍ଚ ଧାରଣା ମନୁଷ୍ୟର ଥାଏ ।
“ନିଜେ ପ୍ରକୃତରେ…………………………..ମନୁଷ୍ୟର ଥାଏ ।’’
ଉକ୍ତ ଗଦ୍ୟାଶଟି ଶରତ କୁମାର ମହାନ୍ତିଙ୍କ ଲିଖ୍ ଚିନ୍ତାମୂଳକ ପ୍ରବନ୍ଧ ‘ବୈଜ୍ଞାନିକ ମନୋବୃତ୍ତି’ ରୁ ଆନୀତ । ଆଲୋଚ୍ୟ ଗଦ୍ୟାଶରେ ପ୍ରାବନ୍ଧିକ ମହାନ୍ତି ମଣିଷର ନିଜକୁ ନେଇ ରହିଥ‌ିବା ଅମୂଳକ ଉଚ୍ଚଧାରଣା ସମ୍ପର୍କରେ ବର୍ଣ୍ଣନା ଉକ୍ତ ଗଦ୍ୟାଶଟି ଶରତ କୁମାର ମହାନ୍ତିଙ୍କ ଲିଖ୍ ଚିନ୍ତାମୂଳକ ପ୍ରବନ୍ଧ ‘ବୈଜ୍ଞାନିକ ମନୋବୃତ୍ତି’ ରୁ ଆନୀତ । କରିଛିନ୍ତି ।

ପ୍ରାବନ୍ଧିକ ମହାନ୍ତିଙ୍କ ବିଚାରରେ ମଣିଷର ବିଶ୍ୱାସଗୁଡ଼ିକ ବ୍ୟକ୍ତିଗତ ଇଚ୍ଛାଦ୍ୱାରା ନିୟନ୍ତ୍ରିତ । ଯୁକ୍ତିଯୁକ୍ତ କାରଣ ନଥାଇ ଅମୂଳକ ଇଚ୍ଛାଦ୍ୱାରା ମଣିଷ ପରିଚାଳିତ ହୁଏ । ମୋ ପରିବାର ଆଦର୍ଶ ଓ ଆଭିଜାତ୍ୟସମ୍ପନ୍ନ ପରିବାର, ମୁଁ ବୁଦ୍ଧିମାନ, ମୋ ଜାତି ଶ୍ରେଷ୍ଠ, ମୋ ଦେଶ ଗୌରବମୟ – ଏହିପରି ଅନେକ ଆତ୍ମ-ସୁଖକର ଧାରଣା ମଣିଷର ଥାଏ । ନିଜକୁ ନିଜ ପରିବାର, ଦେଶ, ଜାତିକୁ କେନ୍ଦ୍ରକରି ଏପରି ମଧୁର ଦିବାସ୍ୱପ୍ନର ଭିତ୍ତିହୀନ ବିଶ୍ୱାସଦ୍ୱାରା ମଣିଷ ପ୍ରଭାବିତ । ପ୍ରାବନ୍ଧିକଙ୍କ ମତରେ ନିଜେ ମଣିଷ ପ୍ରକୃତରେ ଯେତିକି ଆଦର୍ଶ, ଶ୍ରେଷ୍ଠତା, ଗୌରବର ଅଧିକାରୀ ନୁହେଁ ତାହାଠାରୁ ଅଧିକ ଉଚ୍ଚତର ଧାରଣା ବା ବିଶ୍ୱାସ ତା’ର ଥାଏ । ବେଳେବେଳେ ସତ୍ୟ ଅବଶ୍ୟ ପ୍ରକାଶ ପାଏ ଓ ମଣିଷର ନିଜ ଯୋଗ୍ୟତା ଉପରେ ସନ୍ଦେହ ଆସେ । ମାତ୍ର କିଛିକ୍ଷଣ ପରେ ସେ ଅନ୍ୟ ଏକ ବିଶ୍ଵାସଦ୍ବାରା କବଳିତ ହୋଇ ସେ ନିଜ ଯୋଗ୍ୟତା ଉପରେ ଆସ୍ଥା ସ୍ଥାପନ କରେ ଓ ମଧୁର ସ୍ବପ୍ନରାଜ୍ୟକୁ ଫେରିଯାଏ । ପ୍ରାବନ୍ଧିକଙ୍କର ଏପ୍ରକାର ବିଚାର ବେଶ୍ ମନୋଜ୍ଞ ଓ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇଛି ।

(ଖ ) ମାତ୍ର ଶିଳାର ପରୀକ୍ଷା କ୍ଷେତ୍ରରେ ଯାହା ସତ୍ୟ, ସବୁ କ୍ଷେତ୍ରରେ ତାହା ସତ୍ୟ ନୁହେଁ ।
Answer:
‘‘ମାତ୍ର ଶିଳାର ……… …. ସତ୍ୟ ନୁହେଁ ।’’
ଆଲୋଚ୍ୟ ଗଦ୍ୟାଶଟି ଆମ ପଠିତ ‘ସାହିତ୍ୟିକା’ ବହିରେ ସଂଯୋଜିତ ଶରତ କୁମାର ମହାନ୍ତିଙ୍କ ଲିଖ୍ ପ୍ରବନ୍ଧ ‘ବୈଜ୍ଞାନିକ ମନୋବୃତ୍ତିରୁ ଆନୀତ । ଏଠାରେ ପ୍ରାବନ୍ଧିକ ମହାନ୍ତି କୌଣସି ପରୀକ୍ଷାମୂଳକ ସିଦ୍ଧାନ୍ତ ନିର୍ଦ୍ଦିଷ୍ଟ ଓ ଚରମ ସତ୍ୟ ଉପରେ ପ୍ରତିଷ୍ଠିତ ନୁହେଁ ବୋଲି ପ୍ରତିପାଦନ କରିଛନ୍ତି । ଲେଖକଙ୍କ ମତରେ ବୈଜ୍ଞାନିକ ମନୋବୃତ୍ତି ନେଇ ପରୀକ୍ଷା କଲେ ବି କୌଣସି ପରୀକ୍ଷାର ସିଦ୍ଧାନ୍ତ ଶେଷ ସତ୍ୟ ନୁହେଁ । ଗୋଟିଏ ନିର୍ଦ୍ଦିଷ୍ଟ ବସ୍ତୁକୁ ଅଲଗା ଅଲଗା ପରୀକ୍ଷା କଲେ ତାହାର ଭିନ୍ନ ଭିନ୍ନ ସତ୍ୟ ପ୍ରକାଶ ପାଇପାରେ । ଦୁଇଜଣ ଶିଳାଖଣ୍ଡଗୁଡ଼ିକୁ ପରୀକ୍ଷା କଲାପରେ ଶିଳାର ଉପାଦାନ ବିଷୟରେ ଭିନ୍ନ ଭିନ୍ନ ମତ ପ୍ରକାଶ କରିଥା’ନ୍ତି । ସେହି ଶିଳାଖଣ୍ଡଗୁଡ଼ିକୁ ବିଜ୍ଞାନାଗାରରେ ପରୀକ୍ଷା କଲେ ହୁଏତ ଜଣାପଡ଼ିବ ଜଣକର ମତ ଅଧ୍ଵ ଠିକ୍ । ତା’

BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି

ବୋଲି ଅନ୍ୟ ଭୂତତ୍ତ୍ୱବିଦ୍ ଯେ ବ୍ୟକ୍ତିଗତ ଇଚ୍ଛାଦ୍ୱାରା ପରିଚାଳିତ ହୋଇ ଶିଳାଖଣ୍ଡଗୁଡ଼ିକ ସମ୍ପର୍କରେ ମତାମତ ଦେଇଥିଲେ ଏପରି ଭାବିକା ଠିକ୍ ନୁହେଁ । ତେଣୁ ସେ ବିଜ୍ଞାନାଗାରର ରିପୋର୍ଟକୁ ସହଜରେ ଗ୍ରହଣ କରିନେବେ । ମାତ୍ର ଶିଳାର ପରୀକ୍ଷା କ୍ଷେତ୍ରରେ ଯାହା ସତ୍ୟ, ତାହା ସାହିତ୍ୟ ସମାଲୋଚନା କ୍ଷେତ୍ରରେ ସତ୍ୟ ନୁହେଁ । ଜଣେ ସାହିତ୍ୟ ସମାଲୋଚକ ନିଜ ପ୍ରିୟ କବିଙ୍କ କବିତାର ସମାଲୋଚନା କଲାବେଳେ ବ୍ୟକ୍ତିଗତ ଇଚ୍ଛାଦ୍ଵାରା ପରିଚାଳିତ ହୋଇ କବିଙ୍କ ସପକ୍ଷବାଦୀ ମତାମତ ଦେଇଥା’ନ୍ତି । ସେ ସମାଲୋଚନା କରିବା ପରିବର୍ତ୍ତେ ଓକିଲାତି କରିଥା’ନ୍ତି । କିନ୍ତୁ ଶିଳା ପରୀକ୍ଷା କ୍ଷେତ୍ରରେ ଭୂତତ୍ତ୍ବବିଦ୍ ଦ୍ଵୟଙ୍କ ମତରେ ପାର୍ଥକ୍ୟ ଥିଲେହେଁ ଦୁହେଁ ବୈଜ୍ଞାନିକ ମନୋଭାବସମ୍ପନ୍ନ ଥିଲେ । ପ୍ରାବନ୍ଧିକଙ୍କର ଏପ୍ରକାର ସିଦ୍ଧାନ୍ତ ମନୋଜ୍ଞ ହୋଇପାରିଛି ।

Question ୪।
ତଳେ କେତେଗୁଡିଏ ଶବ୍ଦ ଦିଆଯାଇଛି, ଆସ ସେହି ଶବ୍ଦମାନଙ୍କୁ ନେଇ ଗୋଟିଏ ଛୋଟ ଅନୁଚ୍ଛେଦ ଲେଖୁ ।

  • ଅନ୍ତରାୟ
  • ବିଶ୍ଳେଷଣ
  • ଭିଭି
  • ଅପ୍ରତ୍ୟାଶିତ
  • ବିରଳ
  • ଆସକ୍ତି ଚିନ୍ତାଶୀଳ
  • ନିରପେକ୍ଷ
  • ସିଦ୍ଧାନ୍ତ
  • ନିସ୍ପୃହ
  • ବାହୁଲ୍ୟ

Answer:
ବୈଜ୍ଞାନିକମାନେ ସଂସ୍କୃତିର ଅନ୍ତରାୟ ନକରି ବରଂ ନିଜର ଚିନ୍ତାଶୀଳ ମନୋଭାବକୁ ପ୍ରକାଶ କରିଥାନ୍ତି । ସେମାନେ ସାଧାରଣ ପଦାର୍ଥର ବିଶ୍ଳେଷଣ କରନ୍ତି । ନିରପେକ୍ଷ ଯୁକ୍ତି ଉପସ୍ଥାପନ କରନ୍ତି । ତାଙ୍କର ବକ୍ତବ୍ୟ କୌଣସି ସମୟରେ ଭିତ୍ତିହୀନ ହୋଇ ନଥାଏ । ଶେଷରେ ସେମାନେ ଯେଉଁ ସିଦ୍ଧାନ୍ତରେ ପହଞ୍ଚାନ୍ତି, ତାହା ସାଧାରଣ ଲୋକଙ୍କ ପାଇଁ ଅପ୍ରତ୍ୟାଶିତ ହୋଇଥାଏ । କେତେକ ବ୍ୟକ୍ତି ବୈଜ୍ଞାନିକଙ୍କର ଚିନ୍ତାଧାରା ପ୍ରତି ନିସ୍ପୃହ ହୋଇଥାନ୍ତି । ତାଙ୍କର ଚିନ୍ତାଧାରା ଯେ ବିରଳ, ସେ କଥା ପ୍ରକାଶ କରିବା ବାହୁଲ୍ୟ ମାତ୍ର । ମୋଟ ଉପରେ କହିବାକୁ ଗଲେ, ସେମାନେ ନିର୍ଦ୍ଦିଷ୍ଟ ବିଷୟ ପ୍ରତି ଆସକ୍ତି ପ୍ରକାଶକରି, କେବଳ ସିଦ୍ଧାନ୍ତରେ ପହଞ୍ଚାନ୍ତି ।

Question ୫ ।
ତଳେ କେତୋଟି ଶବ୍ଦ ଦିଆଯାଇଛି । ଏହାର ଅର୍ଥ ପାଖ କୋଠରିରେ ଅଛି । ଆସ ଖୋଜି ମିଳାଇବା ଓ ମୂଳ ଶବ୍ଦଟିକୁ ନେଇ ବାକ୍ୟ ଗଠନ କରିବା ।
ଲିପ୍ତ ହେବା, ଆକସ୍ମିକ, ଅନାଗ୍ରହ, ପକ୍ଷପାତଶୂନ୍ୟ, ଯାହା ବହୁ ସଂଖ୍ୟାରେ ଦେଖାଯାଏ ନାହିଁ ।
(କ) ନିରପେକ୍ଷ ________
(ଖ) ଅପ୍ରତ୍ୟାଶିତ ________
(ଗ) ନିସ୍ପୃହ ________
(ଘ) ବିରଳ ________
(ଙ) ଆସକ୍ତି ________
Answer:
(କ) ନିରପେକ୍ଷ (ପକ୍ଷପାତ ଶୂନ୍ଯ) – ନିୟମ ସର୍ବଦା ନିରପେକ୍ଷ ଅଟେ ।
(ଖ) ଅପ୍ରତ୍ୟାଶିତ (ଆକସ୍ମିକ) – ରାଜକିଶୋର ବାବୁ ଅପ୍ରତ୍ୟାଶିତ ଭାବେ ପହଞ୍ଚଗଲେ ।
(ଗ) ନିସ୍ପୃହ (ଅନାଗ୍ରହ) – ପାଠପ୍ରତି ନିସ୍ପୃହ ହେଲେ, ପାଠ ବୁଝି ହୁଏ ନାହିଁ ।
(ଘ) ବିରଳ (ଯାହା ବହୁ ସଂଖ୍ୟାରେ ଦେଖାଯାଏ ନାହିଁ) – ଚିଲିକାକୁ ଏବର୍ଷ ଅନେକ ବିରଳ ପ୍ରଜାତିର ପକ୍ଷୀ ଆସିଛନ୍ତି।
(ଙ) ଆସକ୍ତି (ଲିପ୍ତ ହେବା) – ପିତାମାତାଙ୍କର ପୁତ୍ରକନ୍ୟା ପ୍ରତି ଅଧ‌ିକ ଆସକ୍ତି ରହିଥାଏ ।

Question ୬ ।
ତଳେ କେତେଗୁଡିଏ କାର୍ଯ୍ୟର ନମୁନା ଦିଆଯାଇଛି, ସେମାନଙ୍କ ମଧ୍ୟରୁ କେଉଁଗୁଡିକ ବୈଜ୍ଞାନିକ ମନୋବୃତ୍ତିର ସପକ୍ଷରେ, କେଉଁଗୁଡିକ ବିପକ୍ଷରେ ଯାଉଛି, ତାକୁ ଡାହାଣ ପଟେ ସୂଚାଇବା ।
(କ) ବିଦ୍ୟୁତ୍ ସଂପର୍କିତ କାର୍ଯ୍ୟ କରିବା ବେଳେ ଚପଲ ପିନ୍ଧି କରିବା । ( )
(ଖ) ଘରୁ ବାହାରିବା ବେଳେ ନେଉଳ ଦେଖ‌ିଲେ ଶୁଭ ବୋଲି ଭାବିବା । ( )
(ଗ) ଖାଇବା ପୂର୍ବରୁ ଉପଯୁକ୍ତ ଭାବରେ ହାତକୁ ପରିଷ୍କାର କରିବା । ( )
(ଘ) ଯାତ୍ରା ସମୟରେ ବିଲେଇ ରାସ୍ତା ପାରିହେବାରୁ ପଛକୁ ଫେରିବା । ( )
(ଙ) ସ୍ଵାସ୍ଥ୍ୟର ଯନ୍ତ୍ର ଓ ସୁରକ୍ଷା ଦିଗରେ ଦୃଷ୍ଟି ଦେବା । ( )
Answer:
(କ) ବିଦ୍ୟୁତ୍ ସଂପର୍କିତ କାର୍ଯ୍ୟ କରିବା ବେଳେ ଚପଲ ପିନ୍ଧି କରିବା । (ବୈଜ୍ଞାନିକ ମନୋବୃତ୍ତି ବିପକ୍ଷରେ)
(ଖ) ଘରୁ ବାହାରିବା ବେଳେ ନେଉଳ ଦେଖ‌ିଲେ ଶୁଭ ବୋଲି ଭାବିବା । (ବୈଜ୍ଞାନିକ ମନୋବୃତ୍ତି ବିପକ୍ଷରେ)
(ଗ) ଖାଇବା ପୂର୍ବରୁ ଉପଯୁକ୍ତ ଭାବରେ ହାତକୁ ପରିଷ୍କାର କରିବା । (ବୈଜ୍ଞାନିକ ମନୋବୃତ୍ତି ବିପକ୍ଷରେ)
(ଘ) ଯାତ୍ରା ସମୟରେ ବିଲେଇ ରାସ୍ତା ପାରିହେବାରୁ ପଛକୁ ଫେରିବା । (ବୈଜ୍ଞାନିକ ମନୋବୃତ୍ତି ବିପକ୍ଷରେ)
(ଙ) ସ୍ଵାସ୍ଥ୍ୟର ଯନ୍ତ୍ର ଓ ସୁରକ୍ଷା ଦିଗରେ ଦୃଷ୍ଟି ଦେବା । (ବୈଜ୍ଞାନିକ ମନୋବୃତ୍ତି ବିପକ୍ଷରେ)

Question ୭ ।
ତଳେ କେତେଗୁଡିଏ ଶବ୍ଦ ଦିଆଯାଇଛି । ସେମାନଙ୍କ ମଧ୍ୟରେ ଥ‌ିବା ଭିନ୍ନ ଜାତୀୟ ଶବ୍ଦ ଚିହ୍ନଟ କରି ଲେଖୁବା ।
ଶ୍ରଦ୍ଧାଜଳି, ସ୍ନେତାଂଜଳି, ପ୍ରୋମଂଜଳି, ଜଳାଂଜଳି, ପ୍ରୁତାଂଜଳି
Answer:
ଜଳାଂଜଳି

Question ୮ ।
ନାହିଁ ସ୍ପୃହା ଯାହାର – ନିସ୍ପୃହ, ସେହିପରି କ’ଣ ହେବ ଆସ ଲେଖୁବା ।
(କ) ନାହିଁ ଆସକ୍ତି ଯାହାର _________
(ଖ) ନାହିଁ ଦୋଷ ଯାହାର _________
(ଗ) ନାହିଁ ରୋଗ ଯାହାର _________
(ଘ) ନାହିଁ ସ୍ଵାର୍ଥ ଯାହାର _________
(ଡ) ନାହିଁ ଜ୍ଞାନ ଯାହାର _________
Answer:
(କ) ନାହିଁ ଆସକ୍ତି ଯାହାର – ଅନାସକ୍ତ
(ଖ) ନାହିଁ ଦୋଷ ଯାହାର – ନିଘୋଷ
(ଗ) ନାହିଁ ରୋଗ ଯାହାର – ନୀରୋଗ
(ଘ) ନାହିଁ ସ୍ଵାର୍ଥ ଯାହାର – ନିସ୍ବାର୍ଥ
(ଡ) ନାହିଁ ଜ୍ଞାନ ଯାହାର – ଅଜ୍ଞାନ

Question ୯।
ବହୁଳ ଶବ୍ଦରେ ‘ୟ’ ପ୍ରତ୍ୟୟ ଲାଗିଲେ ନୂଆ ଶବ୍ଦଟି ହୁଏ ‘ବାହୁଲ୍ୟ’ । ତଳଲିଖ୍ ଶବ୍ଦମାନଙ୍କରେ ‘ୟ’ ପ୍ରତ୍ୟୟ ଯୋଗକରି ନୂତନ ଶବ୍ଦଗୁଡିକୁ ଲେଖୁବା ।
ସରଳ ________
ସୁଜନ ________
ତରଳ ________
ପ୍ରଧାନ ________
ଦୀନ ________
Answer:
ସରଳ – ସରଳ + ୟ = ସାରଲ୍ୟ
ସୁଜନ – ସୁଜନ + ୟ = ସୌଜନ୍ୟ
ତରଳ – ତରଳ + ୟ = ତାରଲ୍ୟ
ପ୍ରଧାନ – ପ୍ରଧାନ + ୟ = ପ୍ରାଧାନ୍ୟ
ଦୀନ – ଦୀନ + ୟ = ଦୈନ୍ୟ

BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି

Question ୧୦ ।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡିକର ସନ୍ଧିବିଚ୍ଛେଦ କରି ଲେଖୁବା ।
ସ୍ବପ୍ନାବସ୍ଥା = ________ + ________
ଅଧିକାଂଶ = ________ + ________
କୁଠାରଘାତ = ________ + ________
ଚଳଚ୍ଚିତ୍ର = ________ + ________
ପରସ୍ପର = ________ + ________
ମତାମତ = ________ + ________
Answer:
ସ୍ବପ୍ନାବସ୍ଥା = ସ୍ବପ୍ନ + ଅବସ୍ଥା
ଅଧିକାଂଶ = ଅଧ୍ + କାଂଶ
କୁଠାରଘାତ = କୁଠାର + ଆଘାତ
ଚଳଚ୍ଚିତ୍ର = ଚଳତ୍ + ଚିତ୍ର
ପରସ୍ପର = ପର + ପର
ମତାମତ = ମତ + ଅମତ

Question ୧୧ ।
ଦିଆଯାଇଥ‌ିବା ଅନୁଚ୍ଛେଦଟିକୁ ପଢ଼ି ତଳ ବନ୍ଧନୀ ମଧ୍ଯରୁ ଶବ୍ଦ ଆଣି ଶୂନ୍ୟସ୍ଥାନ ପୂରଣ କରିବା ।
ଏହି _________ ବୈଜ୍ଞାନିକ _________ ପାଇଁ ସର୍ବପ୍ରଥମେ ଆବଶ୍ୟକ ଯେ କୌଣସି ଗୋଟିଏ ଦୁଇଟି କଥାକୁ
_________କରିବା ବ୍ୟକ୍ତିଙ୍କର ବୈଜ୍ଞାନିକ ମନୋବୃତ୍ତି ଅଛି ବୋଲି
କୁ ହାଯାଇ ନପାରେ । କାରଣ ଏହି ଗୋଟିଏ ଦୁଇଟି କଥାରେ ତାଙ୍କର କୌଣସି _________ବା_________ଓ
_________ନାହିଁ, ମାତ୍ର ଆହୁରି ଅନେକ ପ୍ରଶ୍ନରେ ତାଙ୍କର ବ୍ୟକ୍ତିଗତ ଜିଦ୍ ଥାଇପାରେ । ଆମର, _________
ଶିକ୍ଷକଙ୍କର ବିଜ୍ଞାନ ସମ୍ବନ୍ଧରେ କୌଣସି ଇଚ୍ଛା ବା ଜିଦ୍ ନାହିଁ – ମାତ୍ର _________,_________ଓ_________
ର ବିଭିନ୍ନ ପ୍ରଶ୍ନ ସମ୍ପର୍କରେ ତାଙ୍କର ଜିଦ୍ ରହିଛି । ବ୍ୟକ୍ତିଗତ ଇଚ୍ଛା ଓ ଜିଦ୍ ନରଖ୍ _________ଭାବେ ଯେ ସବୁ
_________ର ବିଚାର କରନ୍ତି, ତାଙ୍କରି କେବଳ ବୈଜ୍ଞାନିକ ମନୋବୃତ୍ତି ଅଛି ବୋଲି କୁହାଯାଇପାରେ ।
(ପ୍ରଶ୍ନ, ଅନାସକ୍ତ, ରାଜନୀତି, ସାହିତ୍ୟ, ଧର୍ମ, ବିଜ୍ଞାନ, ଜିଦ୍, ବ୍ୟକ୍ତିଗତ ଇଚ୍ଛା, ଆସକ୍ତିଭାବ, ଯୁକ୍ତିଯୁକ୍ତ, ମନୋବୃତ୍ତି, ନିରପେକ୍ଷ)
Answer:
ଏହି ନିରପେକ୍ଷଭାବ ବୈଜ୍ଞାନିକ ମନୋବୃତ୍ତି ପାଇଁ ସର୍ବପ୍ରଥମେ ଆବଶ୍ୟକ ଯେ କୌଣସି ଗୋଟିଏ ଦୁଇଟି କଥାକୁ ଯୁକ୍ତିଯୁକ୍ତ କାରଣ ସହିତ ନିରପେକ୍ଷଭାବେ ବିଚାର କରିବା ବ୍ୟକ୍ତିଙ୍କର ବୈଜ୍ଞାନିକ ମନୋବୃତ୍ତି ଅଛି ବୋଲି କୁ ହାଯାଇ ନପାରେ । କାରଣ ଏହି ଗୋଟିଏ ଦୁଇଟି କଥାରେ ତାଙ୍କର କୌଣସି ଆସକ୍ତି ବା ବ୍ୟକ୍ତିଗତ ଇଚ୍ଛାଜିଦ୍ ନାହିଁ, ମାତ୍ର ଆହୁରି ଅନେକ ପ୍ରଶ୍ନରେ ତାଙ୍କର ବ୍ୟକ୍ତିଗତ ଜିଦ୍ ଥାଇପାରେ । ଆମର ବିଜ୍ଞାନ ଶିକ୍ଷକଙ୍କର ବିଜ୍ଞାନ ସମ୍ବନ୍ଧରେ କୌଣସି ଇଚ୍ଛା ବା ଜିଦ୍ ନାହିଁ – ମାତ୍ର ଧର୍ମ, ସାହିତ୍ୟରାଜନୀତି ର ବିଭିନ୍ନ ପ୍ରଶ୍ନ ସମ୍ପର୍କରେ ତାଙ୍କର ଜିଦ୍ ରହିଛି । ବ୍ୟକ୍ତିଗତ ଇଚ୍ଛା ଓ ଜିଦ୍ ନରଖ୍ ଅନାସକ୍ତ ଭାବେ ଯେ ସବୁ ପ୍ରଶ୍ନର ବିଚାର କରନ୍ତି, ତାଙ୍କରି କେବଳ ବୈଜ୍ଞାନିକ ମନୋବୃତ୍ତି ଅଛି ବୋଲି କୁହାଯାଇପାରେ ।

Question ୧୨ ।
ଭୁଲଥ‌ିବା ଶବ୍ଦଗୁଡିକୁ ଠିକ୍ କରି ତା’ ପାଖରେ ଲେଖୁବା ।

  • ବ୍ୟବସାୟିକ
  • ବଳିଷ୍ଟ
  • ମନବୃତ୍ତି
  • ଅନୁଭୂତି
  • ଧିିରସ୍ଥିର
  • ବିଜ୍ଞାନଗାର
  • ଚଳଚିତ୍ର
  • କୁଠାରଘାତ

Answer:

  • ବ୍ୟବସାୟିକ – ବ୍ୟବସାୟୀକ
  • ବଳିଷ୍ଟ – ବଳିଷ୍ଠ
  • ମନବୃତ୍ତି – ମନୋବୃତ୍ତି
  • ଅନୁଭୂତି – ଅନୁଭୂତି
  • ଧିିରସ୍ଥିର – ଧୀରସ୍ଥିର
  • ବିଜ୍ଞାନଗାର – ବିଜ୍ଞାନାଗାର
  • ଚଳଚିତ୍ର – ଚଳଚ୍ଚିତ୍ର
  • କୁଠାରଘାତ – କୁଠାରାଘାତ

ତୁମପାଇଁ କାମ

ସାଂପ୍ରତିକ କାଳରେ ବୈଜ୍ଞାନିକ ମନୋବୃତ୍ତିର ଆବଶ୍ୟକତା ସମ୍ପର୍କରେ ତୁମ ଅନୁଭୂତିରୁ ଗୋଟିଏ ଅନୁଚ୍ଛେଦ ଲେଖ ।
Answer:
‘ବିଜ୍ଞାନ ଦୃଷ୍ଟି’, ‘ଗାନ୍ଧି ମଣିଷ’, ‘ଆକାଶର ଆହ୍ୱାନ’, ‘ସଂସ୍କୃତି ଅପସଂସ୍କୃତି’ ଭଳି ବହୁଚର୍ଚ୍ଚିତ ଗଦ୍ୟଗ୍ରନ୍ଥର ଲେଖକ ଶରତକୁମାର ମହାନ୍ତିଙ୍କ ଏକ ଲୋକପ୍ରିୟ ପ୍ରବନ୍ଧ ହେଉଛି ‘ବୈଜ୍ଞାନିକ ମନୋବୃତ୍ତି’ । ଏହା ଏକ ବିଜ୍ଞାନଭାବମୂଳକ ଚିନ୍ତାନିଷ୍ଠ ପ୍ରବନ୍ଧ । ଏହି ପ୍ରବନ୍ଧଟି ପଢ଼ିବା ପରେ ଯେକୌଣସି ପାଠକର ବିଚାରଧାରା ନିରପେକ୍ଷ, ସତ୍ୟନିଷ୍ଠ ଓ ଯୁକ୍ତିନିଷ୍ଠ ହୋଇଉଠିବ । ଆସକ୍ତି ଭାବଦ୍ଵାରା ପ୍ରଭାବିତ ହୋଇ ଅମୂଳକ ଅଭିମତ ଓ ବିଚାର ପ୍ରଦାନ ପ୍ରତି ପାଠକ ସାବଧାନ ହୋଇଉଠିବ । ଜଣେ ଶ୍ରଦ୍ଧାଶୀଳ ପାଠକଭାବରେ ମୁଁ ଏହି ପ୍ରବନ୍ଧଟିକୁ ବାରମ୍ବାର ପଢ଼ିଛି । ମୋର ହୃଦ୍‌ବୋଧ ହୋଇଛି ଯେ ଆଧୁନିକ କାଳରେ ବୈଜ୍ଞାନିକ ମନୋବୃତ୍ତିର ଆବଶ୍ୟକତା ରହିଛି । ଯୁକ୍ତିଯୁକ୍ତ କାରଣ ସହିତ ଯେକୌଣସି ବିଷୟରେ ବିଚାର କରିବାଦ୍ୱାରା ପ୍ରକୃତ ସତ୍ୟ ଉଦ୍‌ଘାଟିତ ହୋଇପାରିବ । ଏହି ମର୍ମରେ ମୁଁ ମୋର ଅନୁଭୂତିରୁ ଗୋଟିଏ ଅନୁଚ୍ଛେଦ ଲେଖୁଛି ।

ଚଳିତ ବର୍ଷ ଆମ ଗ୍ରାମପଞ୍ଚାୟତରେ ସରପଞ୍ଚ ପଦ ପାଇଁ ନିର୍ବାଚନ ହୋଇଥିଲା । ତିନିଗୋଟି ରାଜନୀତିକ ଦଳରୁ ତିନିଜଣ ପ୍ରାର୍ଥୀ ଥିଲେ । ପ୍ରତ୍ୟେକ ପ୍ରାର୍ଥୀ ଘର ଘର ବୁଲି ଭୋଟ ମାଗୁଣି କରୁଥିଲେ । ସେମାନେ ଅନେକ ମିଥ୍ୟା ପ୍ରତିଶ୍ରୁତି ଓ ମଧୁର ସ୍ଵପ୍ନର କଥା କହୁଥିଲେ । ପ୍ରତ୍ୟେକ ନିଜେ ଯାହା ଓ ନିଜ ଦଳ ଯେପରି ଆଦର୍ଶର ତାହାଠାରୁ ଅଧିକ ବଢ଼ାଇ କହୁଥିଲେ । ଆମ ଘରକୁ ଆସି ବାପା, ବୋଉ, ଜେଜେବାପା ଓ ଜେଜେ ମା’ଙ୍କୁ ବି ସେମାନେ ଅନେକ କଥା ବଢ଼ାଇ ଚଢ଼ାଇ କହିଥିଲେ । ଜେଜେବାପା ଓ ଜେଜେମା’ଙ୍କ ପରି ଗାଁର ଅନେକ ଅଶିକ୍ଷିତ ବ୍ୟକ୍ତି ସେମାନଙ୍କ କଥାକୁ ଯୁକ୍ତିଯୁକ୍ତ ଓ ନିରପେକ୍ଷ ଭାବରେ ବିଚାର କରିପାରୁ ନଥିଲେ ।

ସରପଞ୍ଚ ପ୍ରାର୍ଥୀମାନେ ବି ନିଜ ନିଜ ଦଳର ଲୋକପ୍ରିୟତା ଉପରେ ମଧୁର ବିଶ୍ଵାସ ରଖ୍ ଜିତିଯିବାର ସ୍ଵପ୍ନ ଦେଖୁଥିଲେ । ବୈଜ୍ଞାନିକ ମନୋବୃତ୍ତର ଅଭାବ ହେତୁ ପ୍ରାର୍ଥୀମାନେ ମଧୁର କଳ୍ପନାରେ ଜିତିବାର ନିଶ୍ଚିତତାକୁ ମାନି ନେଇଥା’ନ୍ତି । ମାତ୍ର ଭୋଟ ପରେ ନିର୍ବାଚନ ଫଳାଫଳରୁ ଜଣାଗଲା ଯଥାର୍ଥ ଯୁକ୍ତିଯୁକ୍ତ କଥା କହିଥିବା ଓ ନିରପେକ୍ଷ ଭାବରେ ଭୋଟଦେବାକୁ ଯୁକ୍ତି ବାଢ଼ିଥିବା ସ୍ୱାଧୀନ ପ୍ରାର୍ଥୀଜଣକ ଜିତାପଟ ମାରିନେଲେ । ଏଥୁରୁ ସ୍ପଷ୍ଟ ଭାବରେ ମୁଁ ଅନୁଭବ କଲି ଯେ, ଲେଖକ ଶରତ କୁମାର ମହାନ୍ତିଙ୍କ ଅଭିମତ ଯଥାର୍ଥ । ତାଙ୍କ ଅଭିମତଟି ହେଉଛି – ବ୍ୟକ୍ତିଗତ ଇଚ୍ଛାଦ୍ୱାରା ନୁହେଁ, ବରଂ ଯୁକ୍ତିଯୁକ୍ତ କାରଣ ଉପରେ ଘଟଣାର ସତ୍ୟାସତ୍ୟ ନିର୍ଭର କରିଥାଏ । ବୈଜ୍ଞାନିକ ମନୋବୃତ୍ତି ଥରୁ ବିଜୟୀ ସରପଞ୍ଚ ପ୍ରାର୍ଥୀ ନିଜର ପ୍ରଚାରରେ ସଫଳ ହେଲେ ।

ପରାକ୍ଷା ଉପଯେ।ଗା ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନେ।ତ୍ତର

Question ୧।
ଅନାସକ୍ତ ବ୍ୟକ୍ତି ହିଁ ହେଉଛନ୍ତି ଆଦର୍ଶ ମାନବ – ଏକଥା କିଏ କହିଛନ୍ତି ?
Answer:
ଅନାସକ୍ତ ବ୍ୟକ୍ତି ହିଁ ହେଉଛନ୍ତି ଆଦର୍ଶ ମାନବ – ଏକଥା ‘ଏଣ୍ଡସ୍ ଆଣ୍ଡ ମିନସ୍’ ପୁସ୍ତକରେ ଆଲ୍ଡଡସ୍ ହକ୍‌ଲେ କହିଛନ୍ତି ।

BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି

Question ୨।
ଅନାସକ୍ତ ବ୍ୟକ୍ତିକୁ କାହିଁକି ଆଦର୍ଶ ମାନବ କୁହାଯାଏ ?
Answer:
ଅନାସକ୍ତ ବ୍ୟକ୍ତି ନିଜର ଦୈହିକ ଅନୁଭୂତି, ରୁଚି, ଶକ୍ତି ଓ ପ୍ରଭୁତ୍ଵର କାମନା ପ୍ରତି ଆସକ୍ତ ହୋଇନଥା’ନ୍ତି । ବ୍ୟକ୍ତିଗତ ରାଗ, ଘୃଣା, ସ୍ନେହ, ଧନସମ୍ପତ୍ତି, ସୁନାମ, ସାମାଜିକ ପଦମର୍ଯ୍ୟାଦା ପ୍ରତି ସେ ନିସ୍ପୃହ ଥାଆନ୍ତି । ଏପରିକି ବିଜ୍ଞାନ, କଳା ଓ ଯେକୌଣସି ଅନୁମାନ ଏବଂ ମାନବୀୟ ସମ୍ପର୍କାଦି ପ୍ରତି ସେ ସର୍ବଦା ନିରପେକ୍ଷ ରୁହନ୍ତି । ଏସବୁ ଲକ୍ଷଣ ହେତୁ ଅନାସକ୍ତ ବ୍ୟକ୍ତିକୁ ଆଦର୍ଶ ମାନବ କୁହାଯାଏ ।

Question ୩ ।
ବୈଜ୍ଞାନିକ ମନୋବୃତ୍ତି ନିମିତ୍ତ ସର୍ବପ୍ରଥମ ଆବଶ୍ୟକତା କ’ଣ ?
Answer:
ନିରପେକ୍ଷ ଭାବ ହିଁ ବୈଜ୍ଞାନିକ ମନୋବୃତ୍ତି ନିମିତ୍ତ ସର୍ବପ୍ରଥମ ଆବଶ୍ୟକତା ଅଟେ ।

Question ୪ ।
ସାହିତ୍ୟ ସମାଲୋଚକ ଓ ବିଜ୍ଞାନାଗାରର ପରୀକ୍ଷକ କେଉଁ ଦୃଷ୍ଟିରୁ ସମାନ ?
Answer:
ବିଶ୍ଳେଷଣ କାମ କରିବା ଦୃଷ୍ଟିରୁ ସାହିତ୍ୟ ସମାଲୋଚକ ଓ ବିଜ୍ଞାନାଗାରର ପରୀକ୍ଷକ ଉଭୟ ସମାନ ।

Question ୫ ।
ସମାଲୋଚନା ଓ ଓକିଲାତି ମଧ୍ୟରେ କି ପ୍ରକାର ପାର୍ଥକ୍ୟ ରହିଛି ?
Answer:
ସମାଲୋଚନା କରିବା ହେଉଛି ବୈଜ୍ଞାନିକ ମନୋବୃତ୍ତି ଭିଭିରେ ବିଶ୍ଳେଷଣ କରିବା । ଓକିଲାତି କରିବା ହେଉଛି ବ୍ୟକ୍ତିଗତ ଇଚ୍ଛାଦ୍ୱାରା ପରିଚାଳିତ ହୋଇ ଯୁକ୍ତି ବାଢ଼ିବା । ବେଳେବେଳେ ଜଣେ ସମାଲୋଚକ ନିଜର ପ୍ରିୟ କବିଙ୍କ କବିତାର ସମାଲୋଚନା କଲାବେଳେ କବିଙ୍କ ସପକ୍ଷରେ ଗଲାଭଳି ଚିନ୍ତାଧାରା ବ୍ୟକ୍ତ କରନ୍ତି । ସେ ସମାଲୋଚନା ପରିବର୍ତ୍ତେ ଓକିଲାତି କରିଥା’ନ୍ତି । ସେଥ‌ିରେ ବୈଜ୍ଞାନିକ ମନୋବୃତ୍ତିର ଅଭାବ ଥାଏ । ମାତ୍ର କୌଣସି କବିଙ୍କ କବିତାର ଦୋଷଗୁଣ ବିଚାର ଯଦି ନିରପେକ୍ଷଭାବେ କରାଯାଏ, ତେବେ ତାହା ପ୍ରକୃତ ସମାଲୋଚନା ହୋଇଥାଏ ।

୬ ।
ବୈଜ୍ଞାନିକ ମନୋବୃତ୍ତିର ଲକ୍ଷଣ କ’ଣ ?
Answer:
ଅନ୍ୟମାନଙ୍କର ପ୍ରଭାବରୁ ଓ ସମାଜରେ ପ୍ରଚଳିତ ମତର ପ୍ରଭାବରୁ ମୁକ୍ତ ରହି ବିଚାର କରିବା ବୈଜ୍ଞାନିକ ମନୋବୃତ୍ତିର ଅନ୍ୟତମ ଲକ୍ଷଣ । ଏହା ଅଧ୍ୟୟନ, ଗଭୀର ଚିନ୍ତା ଓ ଉପଯୁକ୍ତ ଶିକ୍ଷା ଉପରେ ନିର୍ଭର କରେ ।

Question ୭ ।
କେଉଁ ପ୍ରକାର ସମାଲୋଚନାରେ ବୈଜ୍ଞାନିକ ମନୋଭାବର ଅଭାବ ଲକ୍ଷ୍ୟ କରାଯାଏ ?
Answer:
ସମାଲୋଚକ ନିରପେକ୍ଷ ବିଶ୍ଳେଷଣ କରିବା ପରିବର୍ତ୍ତେ ନିଜ ପ୍ରିୟ କବିଙ୍କ ଦୋଷଗୁଣ ବିଚାର ନକରି ତାଙ୍କର ସପକ୍ଷରେ ଗଲାଭଳି କଥା କହି ଓକିଲାତି କଲେ ସେଭଳି ସମାଲୋଚନାରେ ବୈଜ୍ଞାନିକ ମନୋଭାବର ଅଭାବ ଲକ୍ଷ୍ୟ କରାଯାଏ ।

Question ୮ ।
ସ୍ଵାଧୀନଭାବେ ବିଚାର କରିବାପାଇଁ କ’ଣ କରିବାକୁ ହେବ ?
Answer:
ସ୍ବାଧୀନ ଭାବରେ ବିଚାର କରିବା ଏକ କଠିନ ମାନସିକ ଅଭ୍ୟାସ । ଏହା ଅଧ୍ୟୟନ, ଗଭୀର ଚିନ୍ତା ଓ ଉପଯୁକ୍ତ ଶିକ୍ଷା ଉପରେ ନିର୍ଭର କରେ । ଏତଦ୍‌ଭିନ୍ନ ପ୍ରଭାବଶାଳୀ ବ୍ୟକ୍ତି ଓ ଶାସ୍ତ୍ରର ମତ ପ୍ରଭାବରୁ ନିରପେକ୍ଷ ରହି ଅନାସକ୍ତ ଭାବେ ବିଚାର କରିବା ଆବଶ୍ୟକ ।

Question ୯।
‘ବୈଜ୍ଞାନିକ ମନୋବୃତ୍ତି’ ପ୍ରବନ୍ଧଟିର ଲେଖକ କିଏ ? ଏହି ପ୍ରବନ୍ଧଟି ତାଙ୍କର କେଉଁ ଗ୍ରନ୍ଥରୁ ସଂଗୃହୀତ ହୋଇଛି ?
Answer:
‘ବୈଜ୍ଞାନିକ ମନୋବୃତ୍ତି’ ପ୍ରବନ୍ଧଟିର ଲେଖକ ହେଉଛନ୍ତି ଶରତ କୁମାର ମହାନ୍ତି । ତାଙ୍କ ରଚିତ ବହୁ ଆଦୃତ ପ୍ରବନ୍ଧଗ୍ରନ୍ଥ ‘ବିଜ୍ଞାନ ଦୃଷ୍ଟି’ରୁ ଉକ୍ତ ପ୍ରବନ୍ଧଟି ସଂଗୃହୀତ ।

Question ୧୦ ।
ବୈଜ୍ଞାନିକ ମନୋବୃତ୍ତି ନିମନ୍ତେ ନିଜ ଇଚ୍ଛାର ଦମନ ଆବଶ୍ୟକ କାହିଁକି ?
Answer:
କୌଣସି କଥାକୁ ବିଚାର କଲାବେଳେ ମନୁଷ୍ୟ ନିଜକୁ ଆନନ୍ଦ ଦେଉଥ‌ିବା ଓ ନିଜ ପାଇଁ ଭଲ ହୋଇଥ‌ିବା ବିଷୟ ଉପରେ ଗୁରୁତ୍ଵ ଦେଇଥାଏ । ଏ ପ୍ରକାର ଇଚ୍ଛା ବୈଜ୍ଞାନିକ ମନୋବୃତ୍ତିର ଅନ୍ତରାୟ ହୋଇଥାଏ । ଯୁକ୍ତିଯୁକ୍ତ କାରଣ ସହିତ ବିଚାର କରିବା ହିଁ ବୈଜ୍ଞାନିକ ମନୋବୃତ୍ତିର ପରିଚାୟକ ବ୍ୟକ୍ତି ନିଜ କଥାକୁ ଯୁକ୍ତିଯୁକ୍ତ ବୋଲି ଭାବିଲେ ତାହା ବୈଜ୍ଞାନିକ ମନୋବୃତ୍ତିର ପରିଚାୟକ ହୋଇନଥାଏ । ତେଣୁ ବୈଜ୍ଞାନିକ ମନୋବୃତ୍ତି ନିମନ୍ତେ ନିଜ ଇଚ୍ଛାର ଦମନ ଏକାନ୍ତ ଆବଶ୍ୟକ ।

Question ୧୧ ।
ଜଣେ ବ୍ୟକ୍ତି ସମସ୍ତ କ୍ଷେତ୍ରରେ ସମାନ ଢଙ୍ଗରେ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କରିପାରି ନଥା’ନ୍ତି ଏହାର ଉଦାହରଣ ଦିଅ ।
Answer:
ଜଣେ ବିଜ୍ଞାନ ଶିକ୍ଷକ କ୍ଳାସ୍‌ରେ ପଢ଼ାଇବାବେଳେ ଧୀରସ୍ଥିର ଭାବରେ ଛାତ୍ରଙ୍କ ହିତପାଇଁ ପଢ଼ାନ୍ତି । ଛାତ୍ରଙ୍କ ପ୍ରଶ୍ନର ଉତ୍ତର ଭାବିଚିନ୍ତି ଦିଅନ୍ତି । ଛାତ୍ରମାନଙ୍କୁ ପ୍ରଶ୍ନ ପଚାରିବାକୁ ଉତ୍ସାହିତ କରନ୍ତି । ବିରକ୍ତି ପ୍ରକାଶ ନକରି ସବୁ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ବୈଜ୍ଞାନିକ ମନୋବୃତ୍ତି ପ୍ରଦର୍ଶନ କରନ୍ତି । ମାତ୍ର ଶ୍ରେଣୀଗୃହ ବାହାରକୁ ଚାଲିଗଲା ପରେ ଧର୍ମ ଅଥବା ରାଜନୀତି ବିଷୟରେ କଥା ହେଲାବେଳେ ଭାବିଚିନ୍ତି ଯୁକ୍ତିନିଷ୍ଠ ଭାବରେ ଚିନ୍ତା ନକରି ମତବ୍ୟକ୍ତ କରନ୍ତି । ସେ ରାଗନ୍ତି ଓ ବ୍ୟକ୍ତିଗତ ମତକୁ ଠିକ୍ ବୋଲି ଭାବି ଅବୈଜ୍ଞାନିକ ମନୋବୃତ୍ତି ପ୍ରଦର୍ଶନ କରିଥା’ନ୍ତି ।

Question ୧୨ ।
ସାହିତ୍ୟ ସମାଲୋଚକଙ୍କ ମନୋବୃତ୍ତି ବୈଜ୍ଞାନିକ ବା ଅବୈଜ୍ଞାନିକ ବୁଝାଅ ।
Answer:
ଜଣେ ସାହିତ୍ୟ ସମାଲୋଚକଙ୍କ କାମ ହେଉଛି ନିରପେକ୍ଷ ଭାବରେ ଲେଖାର ବିଶ୍ଳେଷଣ କରିବା । ମାତ୍ର ସମାଲୋଚକ ଜଣକ ବ୍ୟକ୍ତିଗତ ଇଚ୍ଛାଦ୍ଵାରା ପ୍ରଭାବିତ ହୋଇ ତାଙ୍କୁ ପ୍ରିୟ କବିଙ୍କ ସମାଲୋଚନା କଲାବେଳେ କବିଙ୍କ ସପକ୍ଷରେ ଗଲାଭଳି ଅଭିମତ ଦେଇଥା’ନ୍ତି । ଅନ୍ୟ କେହି କବିଙ୍କର ଦୋଷଗୁଣ ବିଚାର କଲାବେଳେ ସେ ତାହାର ବିରୋଧ କରନ୍ତି । ତେଣୁ ସେମାନେ ନିରପେକ୍ଷ ସମାଲୋଚନା ବଦଳରେ ଓକିଲାତି କରିଥା’ନ୍ତି । ଏ ପ୍ରକାର ମନୋବୃତ୍ତି ନିତାନ୍ତ ଅବୈଜ୍ଞାନିକ ।

Question ୧୩ ।
ଆଲ୍‌ସ୍ ହକ୍‌ଲେଙ୍କ ସଂକ୍ଷିପ୍ତ ପରିଚୟ ପ୍ରଦାନ କର ।
Answer:
ଆଲ୍‌ସ୍‌ ହକ୍‌ଲେ ୧୮୯୪ ମସିହାରେ ଇଂଲଣ୍ଡର ଗୋଡ଼ାଲମିଙ୍ଗ୍ ସରେଠାରେ ଜନ୍ମଗ୍ରହଣ କରିଥିଲେ । ଦୁଇ ଦୁଇଟି ବିଶ୍ଵଯୁଦ୍ଧ ଅବସରରେ ଜଣେ ଶାନ୍ତିପ୍ରିୟ ମାନବବାଦୀ ଚିନ୍ତାନାୟକ ଭାବରେ ସେ ବିଶ୍ୱଶାନ୍ତିର ବାର୍ତ୍ତା ପ୍ରଚାର କରିଥିଲେ । ଜଣେ ଆଦର୍ଶବାଦୀ ପ୍ରାବନ୍ଧିକ ଓ ସ୍ତମ୍ଭକାର ରୂପେ ସେ ବିଶ୍ଵବ୍ୟାପୀ ଉଦାର ଆର୍ଥନୀତିକ ବ୍ୟବସ୍ଥା ନିମନ୍ତେ ପ୍ରଚାର କରିଥିଲେ । ୧୯୬୩ ମସିହାରେ ସେ ମୃତ୍ୟୁବରଣ କରିଥିଲେ ।

ସରଳ ଭାଷାରେ ଚୁଝାଇ ଲେଖ

ସତ୍ୟର ଆବିଷ୍କାରଦ୍ୱାରା ସମୟ ସମୟରେ ଆମର ମଧୁର ସ୍ଵପ୍ନରେ ବାଧା ସୃଷ୍ଟି ହୁଏ, ମାତ୍ର ତାହା କ୍ଷଣିକ ।
Answer:
ସତ୍ୟର ଆବିଷ୍କାର ………………………………… ତାହା କ୍ଷଣିକ ।
ଶଂସିତ ଗଦ୍ୟାଶଟି ଆମର ପଠିତ ‘ସାହିତ୍ୟିକା’ ପୁସ୍ତକରେ ସନ୍ନିବିଷ୍ଟ ଶରତ କୁମାର ମହାନ୍ତିଙ୍କ ରଚିତ ‘ବୈଜ୍ଞାନିକ ମନୋବୃତ୍ତି’ ପ୍ରବନ୍ଧରୁ ଗୃହୀତ ହୋଇଛି । ଆଲୋଚ୍ୟ ଗଦ୍ୟାଶରେ ପ୍ରାବନ୍ଧିକ ମହାନ୍ତି ପ୍ରକୃତ ସତ୍ୟ ଜାଣିଯିବାଦ୍ୱାରା ମନୁଷ୍ୟର ମଧୁର ସ୍ଵପ୍ନ ବାଧାପ୍ରାପ୍ତ ହୋଇଥାଏ ବୋଲି ସୂଚେଇଛନ୍ତି ।

BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି

ଭିତ୍ତିହୀନ ମଧୁର ସ୍ଵପ୍ନ ଭାବରେ ଗ୍ରହଣ କରାଯାଇପାରିବ । ମଧୁର ସ୍ଵପ୍ନଗୁଡ଼ିକ ସତ୍ୟ ଉପରେ ଆଧାରିତ ନୁହେଁ । ପରୀକ୍ଷାର୍ଥୀ ଛାତ୍ର, କବି, ପରିବାରୀ ମଣିଷ, ରାଜନୀତିକ ଦଳ ଓ ଜାତିପ୍ରେମୀ ମଣିଷ ଯଥାକ୍ରମେ ନିଜର ଅଧ୍ୟୟନ, ଲେଖା, ପରିବାରର ସଭ୍ୟ, ଦଳୀୟ ବିଜୟ ଓ ଜାତିର ଐତିହ୍ୟକୁ ନେଇ ଅନେକ ମଧୁର କଳ୍ପନାର ସ୍ବପ୍ନ ଦେଖୁଥା’ନ୍ତି । ମାତ୍ର ଯେତେବେଳେ ପ୍ରକୃତ ସତ୍ୟ ପ୍ରକାଶ ପାଏ ଏବଂ ମଣିଷ ନିଜକୁ ଭାବିଥିବା ସ୍ଵପ୍ନଗୁଡ଼ିକ ମିଛ ବା ଅମୂଳକ ବୋଲି ଜାଣେ ସେତେବେଳେ ତା’ର ମଧୁର କଳ୍ପନା ବାଧାପ୍ରାପ୍ତ ହୁଏ । ତା’ର ମଧୁର ସ୍ଵପ୍ନଟି ଭାଙ୍ଗିଯାଏ । ମାତ୍ର ମଣିଷର ଏ ଅନୁଭବ କ୍ଷଣିକ, ପୁଣି ସେ ତା’ର ସ୍ଵପ୍ନ ରାଜ୍ୟକୁ ଫେରିଯାଏ । ନିଜକୁ ବୁଦ୍ଧିମାନ ଭାବୁଥିବା ଜଣେ ଛାତ୍ର ଯଦି ପରୀକ୍ଷାରେ ଖରାପ କରେ, ତେବେ ପ୍ରଥମେ ତା’ର ନିଜ ଯୋଗ୍ୟତା ପ୍ରତି ସନ୍ଦେହ ଆସେ । ମାତ୍ର ପରୀକ୍ଷାଦ୍ୱାରା ପ୍ରକୃତ ଯୋଗ୍ୟତା ଜଣାପଡ଼େ ନାହିଁ ବୋଲି ଭାବନା ତା’ ମନରେ ଆସିଲାକ୍ଷଣି ସେ ପୁନର୍ବାର ନିଜକୁ ଯୋଗ୍ୟ ଓ ଶ୍ରେଷ୍ଠ ବୋଲି ମନେକରେ ଏବଂ ନିଜ କଳ୍ପନା ରାଜ୍ୟକୁ ଫେରିଯାଏ । ପ୍ରାବନ୍ଧିକଙ୍କ ଏପ୍ରକାର ଅଭିମତ ମନୋଜ୍ଞ ହୋଇଛି ।

Question ୨।
ମାତ୍ର ବିଜ୍ଞାନରେ ଜ୍ଞାନ ଅର୍ଜନ କରିବା ଓ ବୈଜ୍ଞାନିକ ମନୋବୃରି ଏ ଦୁଇଟି ପୂରାପୂରି ଅଲଗା ଜିନିଷ ।
‘‘ମାତ୍ର ବିଜ୍ଞାନରେ …………………………… ଅଲଗା ଜିନିଷ ।’’
ପ୍ରଦତ୍ତ ଗଦ୍ୟାଶଟି ଶରତ କୁମାର ମହାନ୍ତିଙ୍କ ରଚିତ ଆମ ପାଠ୍ୟପୁସ୍ତକ ‘ସାହିତ୍ୟିକା’ରେ ସଂକଳିତ ‘ବୈଜ୍ଞାନିକ ମନୋବୃତ୍ତି’ ପ୍ରବନ୍ଧରୁ ଗୃହୀତ । ଆଲୋଚ୍ୟ ଉଦ୍ଧୃତାଂଶରେ ଲେଖକ ବିଜ୍ଞାନ ବିଷୟରେ ରହିଥ‌ିବା ଜ୍ଞାନ ଓ ବିଜ୍ଞାନଧର୍ମୀ ମାନସିକତା ଭିନ୍ନ କଥା ବୋଲି ଦର୍ଶାଇଛନ୍ତି ।

ଲେଖକଙ୍କ ମତରେ ଯେକୌଣସି କଥାର ଆଲୋଚନା ଓ ସତ୍ୟ ଉଦ୍‌ଘାଟନ ପାଇଁ ବୈଜ୍ଞାନିକ ମନୋବୃତ୍ତି ପ୍ରଥମେ ଆବଶ୍ୟକ । ଏକଥା ସତ୍ୟ ବିଜ୍ଞାନହିଁ ବୈଜ୍ଞାନିକ ମନୋଭାବର ବିକାଶ ଘଟାଇଛି । ବିଜ୍ଞାନ ଆମକୁ ଯୁକ୍ତିଯୁକ୍ତ ପରୀକ୍ଷା ବିଷୟ ଶିଖାଇଛି । ମାତ୍ର ବିଜ୍ଞାନରେ ଜ୍ଞାନ ଅର୍ଜନ କରିବା ଓ ବୈଜ୍ଞାନିକ ମନୋବୃତ୍ତି ଏକାକଥା ନୁହେଁ । ଏ ଦୁଇଟି ପୂରାପୂରି ଅଲଗା ଜିନିଷ । ବିଜ୍ଞାନ ଏକ ଜ୍ଞାନ ବା ବିଦ୍ୟାର ବିଷୟ ଏବଂ ବୈଜ୍ଞାନିକ ମନୋବୃତ୍ତି ଯେକୌଣସି ବିଷୟରେ ନିରପେକ୍ଷ ବିଚାର ଦେବାର ଶକ୍ତି । ତେଣୁ ଜଣେ ବିଜ୍ଞାନ ଜ୍ଞାନରେ ଧୂରୀଣ ହୋଇଥିଲେ ବି ତା’ର ବିଚାର ଶକ୍ତି ବୈଜ୍ଞାନିକ ମନୋବୃତ୍ତିର ହୋଇଥବ.ବୋଲି କହିହେବ ନାହିଁ । ତଥାପି ବିଜ୍ଞାନ ଓ ବୈଜ୍ଞାନିକ ମନୋବୃଦ୍ଧି ଉଭୟେ ପରସ୍ପର ସମ୍ବନ୍ଧିତ ଅଟନ୍ତି । ଲେଖକଙ୍କର ଏହି ମତ ବେଶ୍ ଯୁକ୍ତିଯୁକ୍ତ ବୋଧହୁଏ ।

ଦାର୍ଘ ଉତ୍ତର ମୂଳକ ପ୍ରପ୍ରଶ୍ନୋତ୍ତର

Question ୧।
ପଠିତ ପ୍ରବନ୍ଧକୁ ଭିଭିକରି ବୈଜ୍ଞାନିକ ମନୋବୃତ୍ତିର ଲକ୍ଷଣଗୁଡ଼ିକ ବର୍ଣ୍ଣନ କର ।
Answer:
‘ବୈଜ୍ଞାନିକ ମନୋବୃତ୍ତି’ ଏକ ଯୁକ୍ତିନିଷ୍ଠ ବିଜ୍ଞାନବୋଧମୂଳକ ପ୍ରବନ୍ଧ । ଏହି ପ୍ରବନ୍ଧର ଲେଖକ ହେଉଛନ୍ତି ଚିନ୍ତାଶୀଳ ପ୍ରାବନ୍ଧିକ ଶରତ କୁମାର ମହାନ୍ତି । ଓଡ଼ିଆ ସାହିତ୍ୟରେ ସେ ଜଣେ ବୁଦ୍ଧିବାଦୀ ଗଦ୍ୟଶିଳ୍ପୀ । ତାଙ୍କର ପ୍ରତ୍ୟେକ ଲେଖା ବୈଜ୍ଞାନିକ ଚିନ୍ତାଧାରା ଉପରେ ପ୍ରତିଷ୍ଠିତ । ‘ବିଜ୍ଞାନ ଦୃଷ୍ଟି’, ‘ସଂସ୍କୃତି ଅପସଂସ୍କୃତି’, ‘ଗାନ୍ଧି ମଣିଷ’, ‘ଆକାଶର ଆହ୍ବାନ’ ଆଦି ତାଙ୍କର କେତୋଟି ବହୁଚର୍ଚ୍ଚିତ ପ୍ରବନ୍ଧ । ଆଲୋଚ୍ୟ ବୈଜ୍ଞାନିକ ମନୋବୃତ୍ତି ପ୍ରବନ୍ଧଟି ଶ୍ରୀଯୁକ୍ତ ମହାନ୍ତିଙ୍କ ‘ବିଜ୍ଞାନ ଦୃଷ୍ଟି’ ପ୍ରବନ୍ଧ ଗ୍ରନ୍ଥରୁ ସଂଗୃହୀତ । ଏହି ପ୍ରବନ୍ଧରେ ନିରପେକ୍ଷ ଭାବରେ ଅନାସକ୍ତ ରହି ଯୁକ୍ତିଯୁକ୍ତ ଭଙ୍ଗୀରେ ଯେକୌଣସି ପ୍ରସଙ୍ଗକୁ ବିଚାର କରିବାର ବିଜ୍ଞାନସମ୍ମତ ମାନସିକତା ବିଷୟରେ ଲେଖକ ଆଲୋଚନା କରିଛନ୍ତି । ପ୍ରସଙ୍ଗକ୍ରମେ ବୈଜ୍ଞାନିକ ମନୋବୃତ୍ତିର ଲକ୍ଷଣ ଓ ବୈଶିଷ୍ଟ୍ୟ ସମ୍ବନ୍ଧରେ ଲେଖକ ନିଜର ମତାମତଗୁଡ଼ିକୁ ଉପସ୍ଥାପନ କରିଛନ୍ତି ।

ଲେଖକଙ୍କ ମତରେ ଚିନ୍ତାଶୀଳ ବ୍ୟକ୍ତିମାନେ ଭିତ୍ତିହୀନ ଆଲୋଚନାକୁ ନାପସନ୍ଦ କରନ୍ତି । ବିଜ୍ଞାନର ଆବିଷ୍କାର ପରି ସେମାନେ ଯେକୌଣସି କଥାକୁ ଯୁକ୍ତିଯୁକ୍ତ ଭାବରେ ବିଚାର ଓ ଆଲୋଚନା କରିବାକୁ ଗୁରୁତ୍ଵ ଦେଇଛନ୍ତି । ତାଙ୍କ ଦୃଷ୍ଟିରେ ଯେକୌଣସି ବିଚାର କ୍ଷେତ୍ରରେ ବୈଜ୍ଞାନିକ ମନୋବୃତ୍ତି ସର୍ବପ୍ରଥମେ ଆବଶ୍ୟକ । ବୈଜ୍ଞାନିକ ମନୋବୃତ୍ତି ହେଉଛି ଯୁକ୍ତିଯୁକ୍ତ କାରଣ ସହିତ ଗୋଟିଏ କଥାକୁ ବିଚାର କରିବା । ଅନାସକ୍ତ ଭାବରେ ବ୍ୟକ୍ତିଗତ ଇଚ୍ଛାକୁ ପରିହାର କରି ବିଚାର କରିବା ଉପରେ ଏହି ମନୋବୃତ୍ତି ଗୁରୁତ୍ଵ ଦିଏ । ଏହି ମନୋବୃତ୍ତି ସମାଜର ପୂର୍ବପ୍ରଚଳିତ ମତ, ପ୍ରଭାବଶାଳୀ ବ୍ୟକ୍ତି ଓ ଶାସ୍ତ୍ର ସିଦ୍ଧାନ୍ତକୁ ଅନ୍ଧଭାବରେ ଗ୍ରହଣ କରିବାକୁ ବାରଣ କରେ । ଯେକୌଣସି ପ୍ରସଙ୍ଗର ସତ୍ୟ ଉଦ୍‌ଘାଟନ ପାଇଁ ନିରପେକ୍ଷ ରହିବା ଉପରେ ଏହି ମନୋଭାବ ପ୍ରାଧାନ୍ୟ ଦିଏ ।

ବୈଜ୍ଞାନିକ ମନୋବୃତ୍ତି ବ୍ୟକ୍ତିଗତ ମତାମତ ଓ ଇଚ୍ଛାକୁ ନାପସନ୍ଦ କରେ । ଏହା ବ୍ୟକ୍ତିଗତ ଇଚ୍ଛାଦ୍ଵାରା ପ୍ରଭାବିତ ବିଚାରକୁ ଭିଭିହୀନ ବୋଲି ସୂଚେଇଦିଏ । ଏହି ମନୋବୃତ୍ତିର ବ୍ୟକ୍ତି ନିଜକୁ ବୁଦ୍ଧିମାନ, ବିଚାରଶୀଳ, ପ୍ରାମାଣିକ ଓ ନିଜର ମତାମତ ନିର୍ଭୁଲ ବୋଲି ଭାବନ୍ତି ନାହିଁ । ବାର୍ଟାଣ୍ଡ ରସେଲଙ୍କ ମତ ଅନୁସାରେ ବୈଜ୍ଞାନିକ ମନୋବୃତ୍ତି ମଧୁର କଳ୍ପନାମୂଳକ ବିଶ୍ୱାସକୁ ଗ୍ରହଣ କରେନାହିଁ । କୌଣସି ପ୍ରଭାବରେ ପଡ଼ି ମତ ଦେବାକୁ ଏହି ମନୋଭାବ ସମର୍ଥନ କରେ ନାହିଁ ।

କୌଣସି କଥାର ବିଚାରବେଳେ ବିଚାରକର ବ୍ୟକ୍ତିଗତ ବିଶ୍ଵାସ ଠିକ୍, ତା’ର ମତ ଠିକ୍, ଅନ୍ୟମାନେ ତାହା ଗ୍ରହଣ କରନ୍ତୁ – ଏପରି ମନୋଭାବକୁ ବୈଜ୍ଞାନିକ ମନୋବୃତ୍ତି ବିରୋଧ କରେ । ନିରପେକ୍ଷ ଭାବରେ ଆସକ୍ତିଭାବକୁ ଛାଡ଼ି ଯୁକ୍ତି କରିବାକୁ ଏହି ମନୋଭାବ ପ୍ରାଧାନ୍ୟ ଦିଏ । ଆସକ୍ତିଭାବ ଏ ଦିଗରୁ ବୈଜ୍ଞାନିକ ମନୋବୃତ୍ତିର ପ୍ରଧାନ ଅନ୍ତରାୟ । ଆଲ୍‌ଡସ୍ ହକ୍‌ଲେ ଏଥୁପାଇଁ ଆସକ୍ତିଭାବ ନଥ‌ି ନିରପେକ୍ଷ ବ୍ୟକ୍ତିଙ୍କୁ ଆଦର୍ଶ ମାନବ ବୋଲି କହିଛନ୍ତି । ସେ ନିଜର ଦୈହିକ ଅନୁଭୂତି, ରୁଚି, ଶକ୍ତି ଓ ପ୍ରଭୁତ୍ଵର କାମନା ପ୍ରତି ଅନାସକ୍ତ, ରାଗ, ଘୃଣା, ସ୍ନେହ, ଧନସମ୍ପତ୍ତି ଆଦି ପ୍ରତି ନିସ୍ପୃହ ଓ ବିଜ୍ଞାନ, କଳା ଓ ମାନବୀୟ ସମ୍ପର୍କ ଆଦି ପ୍ରତି ନିରପେକ୍ଷ ଅଟନ୍ତି । ଏ କାରଣରୁ ନିରପେକ୍ଷ ଭାବ ବୈଜ୍ଞାନିକ ମନୋବୃତ୍ତି ପାଇଁ ସର୍ବପ୍ରଥମେ ଆବଶ୍ୟକ । ବିଜ୍ଞାନ ଶିକ୍ଷକଙ୍କ ପରି ନିରପେକ୍ଷ ଭାବ ନଥୁଲେ ମଣିଷ ଅବୈଜ୍ଞାନିକ ମତ ଦେଇଥାଏ ।

ବୈଜ୍ଞାନିକ ମନୋବୃତ୍ତିର ମହତ୍ତ୍ବ ହେଉଛି – ଏହା କୌଣସି ମତ ବା ସିଦ୍ଧାନ୍ତକୁ ସବୁବେଳେ ସତ୍ୟ ବୋଲି ଗ୍ରହଣ କରେନାହିଁ । ଏହି ମନୋବୃତ୍ତିର ବ୍ୟକ୍ତି ଭୂତତ୍ତ୍ବବିଦ୍‌ଙ୍କ ପରି କୌଣସି ମତ ପ୍ରତି ଆସକ୍ତ ରୁହନ୍ତି ନାହିଁ । ସୁତରାଂ ନିରପେକ୍ଷ ରହି ଅନାସକ୍ତ ଭାବରେ ଯୁକ୍ତିଯୁକ୍ତ କାରଣର ସହିତ ସତ୍ୟର ଉଦ୍‌ଘାଟନହିଁ ବୈଜ୍ଞାନିକ ମନୋବୃତ୍ତିର ବୈଶିଷ୍ଟ୍ୟ । ଏହି ମନୋଭାବର ବିକାଶ ଉପରେ ଚିନ୍ତାଶୀଳ ବ୍ୟକ୍ତିମାନେ ସମ୍ପ୍ରତି ଗୁରୁତ୍ବ ଦେଉଛନ୍ତି । ବୈଜ୍ଞାନିକ ମନୋବୃତ୍ତିର ବିଶେଷତ୍ଵ ବା ଲକ୍ଷଣ ବିଷୟରେ ଲେଖକଙ୍କର ଏପ୍ରକାର ଧାରଣା ବେଶ୍ ମନୋଜ୍ଞ ହୋଇପାରିଛି ।

Question ୨।
ବୈଜ୍ଞାନିକ ମନୋବୃତ୍ତିର ପ୍ରଧାନ ଅନ୍ତରାୟଗୁଡ଼ିକ ସମ୍ପର୍କରେ ଲେଖକଙ୍କ ମତ ଆଲୋଚନା କର ।
Answer:
‘ବୈଜ୍ଞାନିକ ମନୋବୃତ୍ତି’ର ଲେଖକ ହେଉଛନ୍ତି ଶରତ କୁମାର ମହାନ୍ତି । ବୈଜ୍ଞାନିକ ଚିନ୍ତାଧାରାର ଓ ବୌଦ୍ଧିକ ବିଚାରର ଚିନ୍ତାନିଷ୍ଠ ପ୍ରବନ୍ଧ ରଚନା କରିବାରେ ସେ ନିପୁଣ । ତାଙ୍କ ଗଦ୍ୟ ରଚନାର ସ୍ମାରକୀଗୁଡ଼ିକ ହେଉଛି ‘ଗାନ୍ଧି ମଣିଷ’, ‘ସଂସ୍କୃତି ଅପସଂସ୍କୃତି’, ‘ଆକାଶର ଆହ୍ୱାନ’, ‘ବୋଦାଙ୍କ ଦାଦାଗିରି’, ‘ବିଜ୍ଞାନ ଦୃଷ୍ଟି’, ‘ଅସ୍ତିତ୍ଵବାଦର ମର୍ମକଥା’ ଓ ‘ଜାଁପଲ ସାର୍ତ୍ତ’ । ଆଲୋଚ୍ୟ ପ୍ରବନ୍ଧଟି ଶ୍ରୀଯୁକ୍ତ ମହାନ୍ତିଙ୍କ ଲିଖ୍ ବୈଜ୍ଞାନିକ ଭାବଧାରାର ପ୍ରବନ୍ଧଗ୍ରନ୍ଥ ‘ବିଜ୍ଞାନ ଦୃଷ୍ଟି’ରୁ ସଂଗୃହୀତ । ଏହି ପ୍ରବନ୍ଧରେ ବିଜ୍ଞାନମନସ୍କ ହୋଇ ସତ୍ୟ ଉଦ୍‌ଘାଟନ କରିବାର ବୈଜ୍ଞାନିକ ମନୋବୃତ୍ତିର ବିଶେଷତ୍ଵ ଓ ଅନ୍ତରାୟଗୁଡ଼ିକ ସମ୍ବନ୍ଧରେ ଲେଖକ ଯୁକ୍ତିନିଷ୍ଠ ଆଲୋଚନା କରିଛନ୍ତି ।

ଲେଖକଙ୍କ ମତରେ ନିରପେକ୍ଷ ରହି ଅନାସକ୍ତ ଭାବରେ ଯୁକ୍ତିଯୁକ୍ତ କାରଣର ସହିତ ଗୋଟିଏ ବିଷୟରେ ସିଦ୍ଧାନ୍ତ ଦେବାହିଁ ବୈଜ୍ଞାନିକ ମନୋବୃତ୍ତି । ଏହି ପ୍ରକାର ମନୋବୃତ୍ତି ଭିତ୍ତିହୀନ ଧାରଣାଗୁଡ଼ିକୁ ନଷ୍ଟ କରିଦିଏ । ମାତ୍ର ଏହି ମନୋବୃତ୍ତିର ବିକାଶ କ୍ଷେତ୍ରରେ ଅନେକ ଅନ୍ତରାୟ ମଧ୍ୟ ଦେଖାଯାଏ । ବୈଜ୍ଞାନିକ ମନୋବୃତ୍ତିର ଅନ୍ତରାୟଗୁଡ଼ିକୁ ଏହି ମର୍ମରେ ଲେଖକଙ୍କ ଦୃଷ୍ଟିକୋଣରୁ ଆଲୋଚନା କରାଯାଇଅଛି । ବୈଜ୍ଞାନିକ ମନୋବୃତ୍ତିର ପ୍ରଥମ ଅନ୍ତରାୟ ହେଉଛି – ନିଜକୁ ଭଲ ଲାଗିବା ଓ ଆନନ୍ଦ ଦେବା ଭଳି ବିଚାର କରିବା । ଏହାଦ୍ଵାର ଯୁକ୍ତିନଥାଇ ନିଜର ଇଚ୍ଛାକୁ ସୁହାଇଲା ଭଳି ବିଚାର ଓ ସିଦ୍ଧାନ୍ତ ଦେଇ ହୋଇଯାଏ । ଲାଭକ୍ଷତିର ଆଶା ରଖ୍ ଓ ବ୍ୟକ୍ତିଗତ ଇଚ୍ଛାକୁ ଜଳାଞ୍ଜଳି ନଦେଇ ବିଚାର ଦେବା ମଧ୍ୟ ବୈଜ୍ଞାନିକ ମନୋବୃତ୍ତିର ବାଧକ । ବିଜ୍ଞାନ ଶିକ୍ଷକଙ୍କ ପରି ନିଜର ମତ ହିଁ ଠିକ୍ ଏପରି ଭାବିବା ମଧ୍ୟ ବୈଜ୍ଞାନିକ ମନୋବୃତ୍ତର ବିରୋଧୀ ଲକ୍ଷଣ ।

ନିଜକୁ ବୁଦ୍ଧିମାନ, ନିଜକୁ ବିଚାରଶୀଳ ଓ ନିଜର ମତାମତକୁ ନିର୍ଭୁଲ ଭାବିବାହିଁ ବୈଜ୍ଞାନିକ ମନୋବୃତ୍ତି କୁ ଅବୈଜ୍ଞାନିକ କରିଦିଏ । ନିଜ ପରିବାର ଆଦର୍ଶ ଓ ସମ୍ଭ୍ରାନ୍ତ ପରିବାର, ନିଜ ଜାତି ଶ୍ରେଷ୍ଠ, ନିଜ ଦେଶର ଐତିହ୍ୟ ଗୌରବମୟ ଏପରି ଭାବନା ବୈଜ୍ଞାନିକ ମନୋବୃତ୍ତିର ପରିପନ୍ଥୀ ଅଟେ । ନିଜ ବିଶ୍ଵାସକୁ ନେଇଥିବା ମଧୁର କଳ୍ପନା ଓ ସ୍ଵପ୍ନଗୁଡ଼ିକ ବି ଏହି ମନୋବୃତ୍ତିର ବାଧକ ଅଟେ । ନିଜର ବ୍ୟକ୍ତିଗତ ବିଶ୍ଵାସ ଓ ମତ ଠିକ୍, ଅନ୍ୟମାନେ ତାଙ୍କୁ ମାନନ୍ତୁ – ଏ ପ୍ରକାର ଧାରଣା ବୈଜ୍ଞାନିକ ମନୋବୃତ୍ତିର ବିରୋଧୀ । ନିଜର ମତକୁ ଠିକ୍ ପ୍ରମାଣ କରିବାପାଇଁ ବ୍ୟାକୁଳ ହେବା ଓ ଯୁକ୍ତିତର୍କକୁ ଅସ୍ତ୍ର ଭାବରେ ବ୍ୟବହାର କରିବାଦ୍ୱାରା ବୈଜ୍ଞାନିକ ମନୋବୃତ୍ତି ବାଧାପାଏ । ଏଥ‌ିପାଇଁ ଲେଖକ କୁହନ୍ତି – ବୈଜ୍ଞାନିକ ମନୋବୃତ୍ତିର ପ୍ରଧାନ ଅନ୍ତରାୟ ହେଲା ଆସକ୍ତି ଭାବ ।

ବ୍ୟକ୍ତିଗତ ଇଚ୍ଛା, ଆସକ୍ତି ଓ ଜିଦ୍ ବୈଜ୍ଞାନିକ ମନୋବୃତ୍ତିର ଅନ୍ତରାୟ ହୋଇଥାଏ । ଅନ୍ୟର ମତକୁ ସହଜ ଭାବରେ ପ୍ରକାଶ ନକରି ନିଜ ମତକୁ ଠିକ୍ ବୋଲି ଭାବିବାର ମନୋଭାବ ମଧ୍ୟ ବୈଜ୍ଞାନିକ ମନୋବୃତ୍ତର ଅନ୍ୟତମ ଅନ୍ତରାୟ । କେହି ବଳିଷ୍ଠ ଯୁକ୍ତିଦ୍ଵାରା କୌଣସି କଥାକୁ ପ୍ରମାଣିତ କଲେ ମଧ୍ୟ ତାକୁ ବିରୋଧ କରିବା ଅବୈଜ୍ଞାନିକ ମନୋବୃତ୍ତିର ପରିଚାୟକ । ଏପରିକି ସମାଜର ପ୍ରଚଳିତ ମତକୁ ମାନି ବିଚାର କରିବାଦ୍ଵାରା ମଧ୍ୟ ବୈଜ୍ଞାନିକ ମନୋବୃତ୍ତିରେ ପରିପ୍ରକାଶ ଘଟିନଥାଏ । କୌଣସି ମତ ପ୍ରତି ଆସକ୍ତ ହେବାଦ୍ୱାରା ବୈଜ୍ଞାନିକ ମନୋବୃତ୍ତିରେ ଅନ୍ତରାୟ ଦେଖାଦିଏ । ମୋଟ ଉପରେ ଅମୂଳକ ଭିତ୍ତିହୀନ ଆସକ୍ତିଭାବଯୁକ୍ତ ବିଚାର ଓ ମାନସିକତା ବୈଜ୍ଞାନିକ ମନୋବୃତ୍ତିର ବିକାଶ ଓ ପ୍ରକାଶ କ୍ଷେତ୍ରରେ ଅନ୍ତରାୟରୂପେ ଉଭା ହୋଇଥାଏ । ଚିନ୍ତାଶୀଳ ବ୍ୟକ୍ତିମାନେ ଏଥପ୍ରତି ସତର୍କ ରହିଥା’ନ୍ତି । ଦର୍ଶାଇଛନ୍ତି, ତାହା ବେଶ୍ ମନୋଜ୍ଞ ହୋଇପାରିଛି ।

Question ୩ ।
ଯେ ବିଜ୍ଞାନରେ ଯଥେଷ୍ଟ ଜ୍ଞାନ ଅର୍ଜନ କରିଛି, ତା’ର ନିଶ୍ଚିତ ଭାବେ ବୈଜ୍ଞାନିକ ମନୋବୃତ୍ତି ଥବ ବୋଲି କୁହାଯାଇ ନପାରେ । – ଏ ଉକ୍ତିର ଯଥାର୍ଥତା ବୁଝାଇ ଲେଖ ।
Answer:
ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର ବିକାଶଧାରାରେ ଶରତ କୁମାର ମହାନ୍ତି ଜଣେ ଚିନ୍ତାଶୀଳ ପ୍ରାବନ୍ଧିକ ଭାବରେ ବହୁଚର୍ଚ୍ଚିତ । ଧର୍ମ, ଦର୍ଶନ, ସାହିତ୍ୟ, ମନସ୍ତତ୍ତ୍ୱ ଓ ଇତିହାସକୁ ନେଇ ତାଙ୍କର ପ୍ରବନ୍ଧ-ବିଚାର ଦୃଷ୍ଟି ବହୁ ପ୍ରସାରିତ । ‘ବିଜ୍ଞାନ ଦୃଷ୍ଟି’, ‘ସଂସ୍କୃତି ଅପସଂସ୍କୃତି’, ‘ଆକାଶର ଆହ୍ୱାନ’, ‘ଗାନ୍ଧି ମଣିଷ’, ‘ସକ୍ରେଟିସ୍ ଓ ପ୍ଲେଟୋ’ ଇତ୍ୟାଦି ତାଙ୍କର ବହୁ ପାଠକାଦୃତ ପ୍ରବନ୍ଧ ସଙ୍କଳନ । ଆଲୋଚ୍ୟ ‘ବୈଜ୍ଞାନିକ ମନୋବୃତ୍ତି’ ପ୍ରବନ୍ଧଟି ଏକ ଯୁକ୍ତିନିଷ୍ଠ ଓ ତାତ୍ତ୍ଵିକ ପ୍ରବନ୍ଧ । ‘ବିଜ୍ଞାନ ଦୃଷ୍ଟି’ ଶୀର୍ଷକ ପ୍ରବନ୍ଧ ସଙ୍କଳନରୁ ଏହି ପ୍ରବନ୍ଧଟି ସଂଗୃହୀତ । ବିଜ୍ଞାନସମ୍ମତ ବିଚାରବତ୍ତା ଏଥୁରେ ବିଶ୍ଳେଷିତ ହୋଇଛି । ଅନାସକ୍ତ ଓ ନିରପେକ୍ଷ ବିଚାର ହିଁ ବୈଜ୍ଞାନିକ ମନୋବୃତ୍ତିର ପରିଚାୟକ ବୋଲି ଏଥରେ ଆଲୋଚିତ ହୋଇଛି ।

BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି

ଲେଖକଙ୍କ ମତରେ ଅନ୍ୟ ମତ ପ୍ରତି ଆସକ୍ତ ନହୋଇ ଓ ଇଚ୍ଛାଦ୍ଵାରା ପରିଚାଳିତ ନହୋଇ ବିଚାର କରିବା ହିଁ ବୈଜ୍ଞାନିକ ମନୋବୃତ୍ତି । ଏହି ମନୋବୃଭି ବଳରେ ମନୁଷ୍ୟ ଯୁକ୍ତିଯୁକ୍ତ କାରଣ ସହିତ ସତ୍ୟର ଉଦ୍‌ଘାଟନ କରିଥାଏ । ଯେକୌଣସି କଥାର ବିଚାରବେଳେ ବୈଜ୍ଞାନିକ ମନୋବୃତ୍ତି ପୋଷଣ କରିବା ଉଚିତ । ସାବଧାନତାର ସହିତ ନିଜର ମଧୁର ବିଶ୍ଵାସ ଓ ଇଚ୍ଛା ପ୍ରତି ଅନାସକ୍ତ ରହି ବିଚାର କରିବାହିଁ ବିଜ୍ଞାନସମ୍ମତ ମନୋଭାବର ପରିଚାୟକ । ଲେଖକଙ୍କ ମତରେ ବିଜ୍ଞାନର ଯୁକ୍ତିନିଷ୍ଠ ଜ୍ଞାନ ବୈଜ୍ଞାନିକ ମନୋବୃତ୍ତିରେ ସାହାଯ୍ୟ କରେ । ମାତ୍ର ବିଜ୍ଞାନ ବିଦ୍ୟା ଓ ବିଷୟରେ ଜ୍ଞାନ ଅର୍ଜନ କରିବା ଓ ବିଜ୍ଞାନ ମନୋବୃତ୍ତି ପ୍ରକାଶ କରିବା ଦୁଇଟି ଭିନ୍ନ କଥା ।

ବିଜ୍ଞାନ ଶିକ୍ଷକଙ୍କ ପରି ଯିଏ ବିଜ୍ଞାନ ବିଦ୍ୟାରେ ଜ୍ଞାନ ଅର୍ଜନ କରିଛି ତାଙ୍କର ଯେ ଧର୍ମ ଓ ରାଜନୀତି ଭଳି ଅନ୍ୟ ବିଷୟରେ ବୈଜ୍ଞାନିକ ମନୋବୃତ୍ତି ରହିଥବ ଏହା କୁହାଯାଇ ନପାରେ । ଜଣକର ବିଜ୍ଞାନ ବିଦ୍ୟାରେ ଧାରଣା ଥାଇପାରେ, ମାତ୍ର ତା’ର ବିଚାର କରିବା ନିମନ୍ତେ ବିଜ୍ଞାନସମ୍ମତ ନିରପେକ୍ଷ ମନୋଭାବ ନଥାଇପାରେ । ଅନ୍ୟ ବିଷୟରେ ଆଲୋଚନା କରିବାବେଳେ ସେ ସାହିତ୍ୟ ସମାଲୋଚକଙ୍କ ପରି ବ୍ୟକ୍ତିଗତ ସପକ୍ଷ ଇଚ୍ଛାଶକ୍ତିଦ୍ୱାରା ପ୍ରଭାବିତ ହୋଇପାରନ୍ତି । ଏସବୁ ସତ୍ତ୍ଵେ ଯଥାର୍ଥ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ବା ମନୋବୃତ୍ତି ବିଜ୍ଞାନର ଯୁକ୍ତିଯୁକ୍ତ ବୈଶିଷ୍ଟ୍ୟ ସହିତ ଜଡ଼ିତ ।

କାରଣ ବିଜ୍ଞାନର ବହୁ ଆବିଷ୍କାର ମଣିଷ ମନରୁ ସଯୁକ୍ତିକ ଅନେକ ମଧୁର ଭିତ୍ତିହୀନ ଅନ୍ଧବିଶ୍ୱାସକୁ ଭାଙ୍ଗିଦେଇଛି । ଏଥ‌ିପାଇଁ ଚିନ୍ତାଶୀଳ ବ୍ୟକ୍ତିମାନେ ବ୍ୟକ୍ତିର ବ୍ୟକ୍ତିଗତ ବିଶ୍ୱାସକୁ ଉପେକ୍ଷା କରି ଅନାସକ୍ତଭାବେ ସାବଧାନତା ସହିତ ସତ୍ୟ ଉଦ୍‌ଘାଟନ କରିବା ଉପରେ ଗୁରୁତ୍ଵ ଦେଇଥା’ନ୍ତି । ଏଥୁରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ବିଜ୍ଞାନ ବିଦ୍ୟାରେ ଜ୍ଞାନ ଥିଲେ ବି ଜଣକର ନିଶ୍ଚିତ ଭାବରେ ବୈଜ୍ଞାନିକ ମନୋବୃତ୍ତି ଥ‌ିବ ଏହା ସତ୍ୟ ନହୋଇପାରେ । ବାସ୍ତବିକ ଲେଖକଙ୍କର ଏ ପ୍ରକାର ବିଶ୍ଳେଷଣ ପାଠକଙ୍କୁ ମୁକ୍ତ ବିଜ୍ଞାନସମ୍ମତ ବିଚାର ପାଇଁ ଉତ୍ସାହିତ କରିଛି । ପାଠକ ବିଜ୍ଞାନ ଜ୍ଞାନ ଓ ବୈଜ୍ଞାନିକ ମନୋବୃତ୍ତି ଭିତରେ ଥ‌ିବା ପ୍ରଭେଦ ଓ ସମ୍ପର୍କକୁ ଅନୁଭବ କରି ପାରିଛନ୍ତି ।

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧ ।
ନିମ୍ନରେ କେତୋଟି ବିଶେଷ୍ୟ ପଦ ଦିଆଯାଇଛି । ସେଗୁଡ଼ିକୁ ବିଶେଷଣ ପଦରେ ପରିଣତ କର ।
ଉଦ୍‌ଘାଟନ, ଉତ୍ସାହ, ଚିନ୍ତା, ବିଶ୍ବାସ,ପରିବର୍ତ୍ତନ
Answer:

ପଦତ୍ତ ବିଣେଷ୍ୟ ପଦ ବିଣେଷଣ ରୂପ
ଉଦ୍‌ଘାଟନ ଉଦ୍‌ଘାଟିତ
ଉତ୍ସାହ ଉତ୍ସାହୀ / ଉତ୍ସାହିତ
ଚିନ୍ତା ଚିନ୍ତିତ / ଚିନ୍ତା / ଚିନ୍ତନୀୟ
ବିଶ୍ବାସ ବିଶ୍ବସ୍ତ / ବିଶ୍ଵାସୀ / ବିଶ୍ଵସନୀୟ / ବିଶ୍ୱାସ୍ୟ
ବିଶ୍ବାସ,ପରିବର୍ତ୍ତନ ପରିବର୍ତ୍ତିତ / ପରିବର୍ତ୍ତନୀୟ / ପରିବର୍ଦ୍ଧକ / ପରିବର୍ତୀ

Question ୨।
‘ଧୀରସ୍ଥିର’ ଗୋଟିଏ ଯୁଗ୍ମ ଶବ୍ଦ । ପ୍ରସଙ୍ଗ ମଧ୍ୟରେ ଥ‌ିବା ଯୁଗ୍ମଶବ୍ଦଗୁଡ଼ିକୁ ବାଛି ଲେଖ ।
ଚିନ୍ରାଶାଳ ପ୍ରାବନ୍ଧିକ ଭାରତକୁମାର ସାହାନ୍ତି ‘ବୈଜ୍ଞାନିକ ମନୋବୃତ୍ତି ପ୍ରବନ୍ଧିରେ ‘ଧାରସ୍ଥିର’ ପରି ବ୍ୟବହାର  କରିଥିବା ଯୁଗ୍ମଶବ୍ଦଗୁଡ଼ିକର ତାଲିକା ଏହିପରି –
BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି 1

Question ୩ ।
ନିମ୍ନରେ ପ୍ରଦତ୍ତ ପ୍ରତ୍ୟେକ ଶବ୍ଦକୁ ବ୍ୟବହାର କରି ଗୋଟିଏ ଲେଖାଏଁ ବାକ୍ୟ ଗଠନ କର ।
ଅନ୍ତରାୟ, ଅଭ୍ୟାସ, ବୈଜ୍ଞାନିକ ।
Answer:

  • ଅନ୍ତରାୟ – ପ୍ରଗତିର ପ୍ରଧାନ ଅନ୍ତରାୟ ହେଉଛି ଅଶିକ୍ଷା ଓ ଦାରିଦ୍ର୍ୟ ।
  • ଅଭ୍ୟାସ – ସକାଳ ଓ ସଞ୍ଜରେ ପ୍ରାର୍ଥନା କରିବା ଭଲ ଅଭ୍ୟାସ ।
  • ବୈଜ୍ଞାନିକ – ପ୍ରାଣକୃଷ୍ଣ ପରିଜା ଜଣେ ବିଶ୍ୱବିଖ୍ୟାତ ବୈଜ୍ଞାନିକ ଥିଲେ ।

Question ୪ ।
ବିଜ୍ଞାନ ଶବ୍ଦରେ ‘ଇକ’ ଯୋଗ କରି ବୈଜ୍ଞାନିକ ଶବ୍ଦଟି ଗଢ଼ାଯାଇଛି । ପଠିତ ପ୍ରବନ୍ଧରୁ ‘ଇକ’ ପ୍ରତ୍ୟୟ ଯୋଗରେ ଗଠିତ ଶବ୍ଦମାନ ବାଛି ତାଲିକା କର ।
Answer:
ପ୍ରବନ୍ଧରେ ବ୍ୟବହୃତ ‘ଇକ’ ପ୍ରତ୍ୟୟମୂଳକ ଶବ୍ଦାବଳୀ ତାଲିକାଟି ଏହିପରି ପଠିତ:
BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି 2

ଲେଖକ ପରିଚୟ:

ଶରତ କୁମାର ମହାନ୍ତି ଜଣେ ବୁଦ୍ଧିବାଦୀ ଚିନ୍ତାଶୀଳ ପ୍ରାବନ୍ଧିକ ଭାବରେ ଖ୍ୟାତ । ସେ କଟକ ଜିଲ୍ଲାର ଜରିପଡ଼ା ଗ୍ରାମରେ ୧୯୩୮ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ବିଜ୍ଞାନ, ଦର୍ଶନ, ମନସ୍ତତ୍ତ୍ବ, ଇତିହାସ, ଧର୍ମ, ସଂସ୍କୃତି, ଲୋକଚରିତ୍ର ଓ ପୁରାଣକୁ କେନ୍ଦ୍ରକରି ଯୁକ୍ତିନିଷ୍ଠ ପ୍ରବନ୍ଧମାନ ରଚନା କରିଛନ୍ତି । ବିଜ୍ଞାନଧର୍ମୀ ତର୍କଣା ସହିତ ମନୋରଞ୍ଜନଧର୍ମୀ ରମଣୀୟ ଉପସ୍ଥାପନା ଚାତୁରୀ ତାଙ୍କ ପ୍ରବନ୍ଧର ବୈଶିଷ୍ଟ୍ୟ । ନିରପେକ୍ଷ ସତ୍ୟନିଷ୍ଠତାକୁ କେନ୍ଦ୍ରରେ ରଖ୍ ସେ ପ୍ରବନ୍ଧର ବିଷୟ ନିରୂପଣ କରନ୍ତି । ତଥ୍ୟନିଷ୍ଠ ବିଷୟ ସଂଯୋଜନା ତାଙ୍କ ରଚନାର ଅନ୍ୟତମ ଲକ୍ଷଣ । ‘ଆକାଶର ଆହ୍ବାନ’, ‘ସକ୍ରେଟିସ୍ ଓ ପ୍ଲେଟୋ’, ‘ଅସ୍ତିତ୍ଵବାଦର ମର୍ମକଥା’, ‘ବିଜ୍ଞାନ ଦୃଷ୍ଟି’, ଅପସଂସ୍କୃତି’, ‘ଗ୍ରୀକ୍ ଜାତିର ଜୀବନଗାଥା’, ‘ବୋଦାଙ୍କ ଦାଦାଗିରି’, ‘ଏଣୁଷ୍ଟ ତେଣୁଶ୍ଚ’ ଓ ‘ଗାନ୍ଧି ମଣିଷ’, ‘ସଂସ୍କୃତି ଅପସଂସ୍କୃତି’, ‘ଗ୍ରୀକ୍ ଜାତିର ଜୀବନଗାଥା’, ‘ବୋଦାଙ୍କ ଦାଦାଗିରି’, ‘ଏଣୁଷ୍ଟ ତେଣୁଶ୍ଚ ’ ଓ ‘ଆଟମରୁ କ୍ଵାଣ୍ଟମ୍’ ପ୍ରଭୃତି ତାଙ୍କ ରଚିତ କେତୋଟି ଉଲ୍ଲେଖଯୋଗ୍ୟ ଗଦ୍ୟଗ୍ରନ୍ଥ ।

ପ୍ରବନ୍ଧର ପୃଷ୍ଟଭୂମି:

ଆଲୋଚ୍ୟ ‘ବୈଜ୍ଞାନିକ ମନୋବୃତ୍ତି’ ପ୍ରବନ୍ଧଟି ଲେଖକଙ୍କ ରଚିତ ବହୁଆଦୃତ ପ୍ରବନ୍ଧଗ୍ରନ୍ଥ ‘ବିଜ୍ଞାନ ଦୃଷ୍ଟି’ରୁ ସଂଗୃହୀତ । ଏହି ପ୍ରବନ୍ଧରେ ପ୍ରାବନ୍ଧିକ ମହାନ୍ତି ବିଜ୍ଞାନୋଚିତ ମନୋବୃତ୍ତିରେ ସତ୍ୟର ଉଦ୍‌ଘାଟନ ଓ ଆଲୋଚନା କରିବା ଉପରେ ପ୍ରାଧାନ୍ୟ ଦେଇଛନ୍ତି । ଏହି ପ୍ରବନ୍ଧରେ ଯୁକ୍ତିନିଷ୍ଠତା, ନିରପେକ୍ଷତା, ଅନାସକ୍ତ ଭାବବିଚାର, ସ୍ଵାଧୀନ ମାନସିକତା, ବିଜ୍ଞାନମନସ୍କତା, ଦୃଷ୍ଟିଭଙ୍ଗୀରେ ଯୁକ୍ତିଯୁକ୍ତତା ଆଦି ମହତ ଗୁଣାବଳୀର ମହିମା ସମ୍ପର୍କରେ ଆଲୋଚନା କରାଯାଇଛି । ସରଳ ଓ ଯୁକ୍ତିନିଷ୍ଠ ଉପସ୍ଥାପନା ମଧ୍ୟରେ ଗମ୍ଭୀର ଦର୍ଶନ ଓ ବିଜ୍ଞାନର ପ୍ରସଙ୍ଗ ଏଥରେ ବର୍ଣ୍ଣିତ ହୋଇଛି । ବିଜ୍ଞାନ ଓ ବୈଜ୍ଞାନିକ ମନୋବୃତ୍ତିର ମିଳନରେ ମଣିଷର ବିଚାର ମୂଲ୍ୟବାନ୍ ହୋଇପାରିବ -ଏହି ପ୍ରକାର ସତ୍ୟକୁ ଏଥ‌ିରେ ପ୍ରତିପାଦନ କରାଯାଇଛି ।

ପ୍ରବନ୍ଧର ସାରକଥା:

କୌଣସି କଥା ବିଚାର କରିବାବେଳେ ନିଜକୁ ଆନନ୍ଦ ଦେଉଥ‌ିବା ଓ ନିଜ ପାଇଁ ଭଲ ହେଉଥ‌ିବା ବିଷୟ ଉପରେ ଗୁରୁତ୍ଵ ଦିଆଯାଇଥାଏ । ଏ ପ୍ରକାର ଇଚ୍ଛାକୁ ଦମନ କରାଯିବା ଉଚିତ । ଅନାସକ୍ତ ଭାବେ କେବଳ ଯୁକ୍ତିଯୁକ୍ତ କାରଣ ମାଧ୍ୟମରେ ବୈଜ୍ଞାନିକ ମନୋବୃତ୍ତିରେ ବିଚାର କରିବା ଉଚିତ । ଯୁକ୍ତିଯୁକ୍ତ କାରଣ ସହିତ ବିଚାର କରିବା ହିଁ ବୈଜ୍ଞାନିକ ମନୋବୃତ୍ତିର ପରିଚାୟକ । ବ୍ୟକ୍ତି ନିଜ କଥାକୁ ଯୁକ୍ତିଯୁକ୍ତ ଭାବିଲେ ତାହା ବୈଜ୍ଞାନିକ ମନୋବୃତ୍ତିର ପରିଚାୟକ ହୋଇନଥାଏ । ଏହା ପ୍ରଭାବଶାଳୀ ବ୍ୟକ୍ତିର ମତ, ଏହା ଶାସ୍ତ୍ରର ମତ ହେବା ଉଚିତ ନୁହେଁ । ବୈଜ୍ଞାନିକ ମନୋଭାବ ଥିବା ବ୍ୟକ୍ତି କୌଣସି ଲାଭକ୍ଷତିର ଆଶା ନରଖୁ, ବ୍ୟକ୍ତିଗତ ଇଚ୍ଛାକୁ ପରିତ୍ୟାଗ କରି କେବଳ ସତ୍ୟର ଉଦ୍‌ଘାଟନ ପାଇଁ ନିରପେକ୍ଷ ଭାବରେ ବିଚାର କରିଥା’ନ୍ତି । ଏ ପ୍ରକାର ବିଚାରଶକ୍ତି ଥିବା ବ୍ୟକ୍ତି ସ୍ଵଳ୍ପ ଓ ବିରଳ ।

BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି

ବେଳେବେଳେ ଜଣେ ବ୍ୟକ୍ତିର ବିଚାର ଗୋଟିଏ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବିଜ୍ଞାନସମ୍ମତ ହୋଇଥାଏ । ଉଦାହରଣସ୍ୱରୂପ, ଜଣେ ବିଜ୍ଞାନ ଶିକ୍ଷକ ଶ୍ରେଣୀଗୃହରେ ପଢ଼ାଇବାବେଳେ ଧୀରସ୍ଥିର ଭାବରେ ଭାବିଚିନ୍ତି ଛାତ୍ରଙ୍କ ହିତ ପାଇଁ ପଢ଼ାନ୍ତି । ଛାତ୍ରଙ୍କ ପ୍ରଶ୍ନର ଉତ୍ତର ଭାବିଚିନ୍ତି ଦିଅନ୍ତି । ଛାତ୍ରମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବାକୁ ଉତ୍ସାହିତ କରନ୍ତି, ବିରକ୍ତ ନହୋଇ ସବୁ ପ୍ରଶ୍ନର ସଠିକ୍ ଉତ୍ତର ଦିଅନ୍ତି । ମାତ୍ର ସେହି ଶିକ୍ଷକ କ୍ଲାସ୍ ବାହାରେ ରାଜନୀତି ଅଥବା ଧର୍ମ ବିଷୟରେ କଥା ହେବାବେଳେ ଭାବିଚିନ୍ତି ଯୁକ୍ତିନିଷ୍ଠ ଭାବରେ ବିଚାର ବ୍ୟକ୍ତ କରନ୍ତି ନାହିଁ । ସେ ବେଳେବେଳେ ରାଗନ୍ତି ଓ ନିଜ ବ୍ୟକ୍ତିଗତ ମତ ଠିକ୍ ବୋଲି ଯୁକ୍ତି କରନ୍ତି । ଏଥିରୁ ଜଣାଗଲା ଯେ ଶ୍ରେଣୀଗୃହରେ ଯିଏ ଛାତ୍ରଙ୍କ ପାଇଁ ବୈଜ୍ଞାନିକ ମନୋଭାବର ଜଣେ ଉତ୍ତମ ଶିକ୍ଷକ, ସିଏ ଶ୍ରେଣୀ ବାହାରେ ଧର୍ମ ଓ ରାଜନୀତି ବିଚାର କ୍ଷେତ୍ରରେ ନିହାତି ଅବୈଜ୍ଞାନିକ ।

ଏଥିରୁ ସ୍ପଷ୍ଟ ହୁଏ ଯେ ଜଣେ ବ୍ୟକ୍ତି ସବୁ କ୍ଷେତ୍ରରେ ସମାନ ଢଙ୍ଗରେ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଚାର କରିପାରି ଦିଅନ୍ତି । ଏପରି ହେବାର ଏକମାତ୍ର କାରଣ, ଆମର ବିଶ୍ବାସ ସବୁ ବ୍ୟକ୍ତିଗତ ଇଚ୍ଛାଦ୍ଵାରା ପ୍ରଭାବିତ ହୋଇଥାଏ । ବ୍ୟକ୍ତିଗତ ଇଚ୍ଛାଦ୍ୱାରା ବିଚାର ପରିଚାଳିତ ହୁଏ । ଯେଉଁ କଥାରେ ଯୁକ୍ତିଯୁକ୍ତତା ଥାଏ ତାହା ଆମର ବ୍ୟକ୍ତିଗତ ଇଚ୍ଛାର ସପକ୍ଷରେ ଥାଏ । ଅସ୍ଵୀକାଂଶ ଲୋକଙ୍କର ନିଜର, ନିଜ ପରିବାରର, ନିଜ ଜାତିର ଓ ଦେଶର ଅବସ୍ଥାକୁ ନେଇ ଦିବାସ୍ୱପ୍ନ ପରି ଭାବପ୍ରବଣତା ଥାଏ । ସେଥ‌ିପାଇଁ ସେମାନେ ନିଜକୁ, ନିଜ ପରିବାରକୁ, ନିଜ ଜାତିକୁ ସର୍ବଦା ଗୌରବମୟ ଓ ଶ୍ରେଷ୍ଠ ବୋଲି ବିଚାରିଥା’ନ୍ତି । ନିର୍ବାଚନରେ ଭାଗ ନେଇଥ‌ିବା ଦଳଠାରୁ ଆରମ୍ଭ କରି ଯୁଦ୍ଧରେ ଭାଗ ନେଇଥ‌ିବା ଦେଶର ଲୋକ, ପରୀକ୍ଷାର୍ଥୀ ଛାତ୍ର, ନିଜକୁ ଏକପାଖୁଆ ଭାବେ ଯଥାର୍ଥ ବୋଲି ଭାବିଥା’ନ୍ତି । ନିଜକୁ ପ୍ରତିଭାବାନ୍ କବି ମନେକରୁଥିବା

ବ୍ୟକ୍ତିର ରଚନା ଆଦୃତ ନହେଲେ ସେ ନିଜ ରଚନାର ଦୋଷ ନଧରି ପାଠକେ ତାଙ୍କ ରଚନାକୁ ବୁଝିବାକୁ ଅଯୋଗ୍ୟ ବୋଲି କହିଥା’ନ୍ତି । ଏପରି ବିଚାର ଅବୈଜ୍ଞାନିକ । ବାର୍ଟାଣ୍ଡ ରସେଲ୍‌ଙ୍କ ମତରେ ନିଜକୁ ନେଇ ଯୁକ୍ତି ଓ ବିଚାର କଲାବେଳେ ବ୍ୟକ୍ତି ବସ୍ତୁତଃ ସ୍ବପ୍ନାବସ୍ଥାରେ ଥାଏ । ଫଳରେ କଳ୍ପନାର ମଧୁର ସଂସ୍ପର୍ଶରେ ଆସି ସେ ନିଜ ପାଇଁ ନିରପେକ୍ଷ ରହିପାରେ ନାହିଁ । ନିଜକୁ ସୁହାଇବା ଭଳି ଏବଂ ନିଜର ଯୋଗ୍ୟତା ଓ ବୁଦ୍ଧିର ମହତ୍ତ୍ୱ ଦେଖାଇବାପାଇଁ ସେ ନିଜ ଇଚ୍ଛା ମୁତାବକ ଯୁକ୍ତି ଉପସ୍ଥାପନା କରିଥାଏ । ନିଜକୁ ନେଇ ମଣିଷ ସର୍ବଦା ନିଦ୍ରାରାଜ୍ୟରେ ଥାଏ । ଏ କାରଣରୁ ତା’ର ଦୃଷ୍ଟିଭଙ୍ଗୀ ବିଜ୍ଞାନସମ୍ମତ ହୋଇପାରି ନଥାଏ । ପ୍ରାବନ୍ଧିକ ଶ୍ରୀଯୁକ୍ତ ମହାନ୍ତିଙ୍କ ମତରେ, କୌଣସି କଥାର ବିଚାରବେଳେ ନିଜର ବିଶ୍ଵାସକୁ ଠିକ୍, ଯୁକ୍ତିକୁ ନିର୍ଭୁଲ ଭାବିବା ଉଚିତ ନୁହେଁ ।

ଅନ୍ୟମାନେ ଆମର ବ୍ୟକ୍ତିଗତ ମତକୁ ଗ୍ରହଣ କରନ୍ତୁ – ଏପରି ଭାବିବା ବି ଭୁଲ୍ । ଏପ୍ରକାର ବ୍ୟକ୍ତିସାପେକ୍ଷ ମନୋଭାବ ବୈଜ୍ଞାନିକ ମନୋବୃତ୍ତିର ସମ୍ପୂର୍ଣ୍ଣ ବିରୋଧୀ । ମଣିଷ ନିଜର ବ୍ୟକ୍ତିଗତ ମତକୁ ଅନ୍ୟ ଉପରେ ଯେତେବେଳେ ଲଦିଦେବ, ସେତେବେଳେ ନିଜ ମତକୁ ସୁହାଇବା ଭଳି ଯୁକ୍ତି ସେ ବାଢ଼ିବ । ଏ ପ୍ରକାର ଯୁକ୍ତି ନିରପେକ୍ଷ ଭାବନାର ହୋଇନଥାଏ । କେବଳ ନିଜକୁ ଠିକ୍ ବୋଲି ପ୍ରମାଣ କରିବାପାଇଁ ଯୁକ୍ତିକୁ ଆମେ ଅସ୍ତ୍ରଭଳି ବ୍ୟବହାର କରିଥାଉ । ପ୍ରାବନ୍ଧିକଙ୍କ ମତରେ ଏହି ପ୍ରକାର ଆସକ୍ତିଭାବ ହିଁ ବୈଜ୍ଞାନିକ ମନୋବୃତ୍ତିର ପ୍ରଧାନ ଅନ୍ତରାୟ । ଧର୍ମ ଓ ରାଜନୀତି ବିଷୟରେ ବିଚାର କରିବାବେଳେ ବିଜ୍ଞାନ ଶିକ୍ଷକ ନିଜର ବ୍ୟକ୍ତିଗତ ବିଶ୍ବାସ ପ୍ରତି ଆସକ୍ତ ଥିଲେ । ତେଣୁ ନିଜକୁ ଠିକ୍ ବୋଲି ଭାବୁଥୁଲେ । ଏପରି ଭାବିବାଦ୍ୱାରା ସେ ବୈଜ୍ଞାନିକ ମନୋବୃତ୍ତିଦ୍ଵାରା ଆଲୋଚନା କରିବାକୁ ଅକ୍ଷମ ଥିଲେ । ସେ ନିଜର ଯୁକ୍ତିତର୍କକୁ ଅସ୍ତ୍ରଭାବରେ ବ୍ୟବହାର କରୁଥିଲେ । ଏହା ଆଦର୍ଶହୀନତାର ପରିଚୟ ଦିଏ ।

ବିଶିଷ୍ଟ ଚିନ୍ତାନାୟକ ଆଲ୍‌ଡସ୍ ହକ୍‌ସଲେ ଅନାସକ୍ତ ଭାବରେ ବିଚାର କରିପାରୁଥିବା ବ୍ୟକ୍ତିକୁ ‘ଆଦର୍ଶ ମାନବ’ ବୋଲି ପ୍ରତିପାଦନ କରିଛନ୍ତି । ‘ଏଡ୍‌ସ ଆଣ୍ଡ ମିନସ୍’ ପୁସ୍ତକରେ ସେ ଉଲ୍ଲେଖ କରିଛନ୍ତି – ଅନାସକ୍ତ ବ୍ୟକ୍ତି ହିଁ ଆଦର୍ଶ ମାନବ । ଆଦର୍ଶ ମାନବ ଦୈହିକ ଅନୁଭୂତି, ରୁଚି, ଶକ୍ତି ଓ ପ୍ରଭୁତ୍ଵର କାମନା ପ୍ରତି ଅନାସକ୍ତ ଥାଏ । ବ୍ୟକ୍ତିଗତ ରାଗ, ଘୃଣା, ସ୍ନେହ, ଧନସମ୍ପତ୍ତି, ସୁନାମ ଓ ନିଜ ସାମାଜିକ ସ୍ଥିତି ପ୍ରତି ସେ ନସ୍ପୃହ । ବିଜ୍ଞାନ, କଳା ଓ ମାନବ ସମ୍ପର୍କ ପ୍ରଭୃତି ପ୍ରତି ସେ ନିରପେକ୍ଷ । ସୁତରାଂ ନିରପେକ୍ଷ ଭାବ ହିଁ ଆଦର୍ଶ । ଏହି ନିରପେକ୍ଷ ଭାବ ବୈଜ୍ଞାନିକ ମନୋବୃତ୍ତି ପାଇଁ ପ୍ରଥମ ଆବଶ୍ୟକତା । କୌଣସି ବିଷୟରେ ବ୍ୟକ୍ତିଗତ ଇଚ୍ଛା ଓ ଜିଦ୍ ନରଖୁ ହିଁ ଅନାସକ୍ତି ଭାବ । ଏହି ଭାବ ଥାଇ ଯିଏ ସବୁ ପ୍ରଶ୍ନର ଯୁକ୍ତିଯୁକ୍ତ ବିଚାର କରନ୍ତି ସେ ହିଁ ବୈଜ୍ଞାନିକ ମନୋବୃତ୍ତିର ଅଧିକାରୀ ହୋଇଥା’ନ୍ତି ।

ବୈଜ୍ଞାନିକ ମନୋଭାବାପନ୍ନ ବ୍ୟକ୍ତି ନିଜର ସିଦ୍ଧାନ୍ତ ସର୍ବଦା ସତ୍ୟ ହେବ – ଏପରି ଭାବନ୍ତି ନାହିଁ । ସେ ଜାଣନ୍ତି ଯେ ଅନ୍ୟ କେହି ବି ଯୁକ୍ତି ବଳରେ ତାଙ୍କ ଭୁଲ୍ ଦର୍ଶାଇ ପାରନ୍ତି । ଅନ୍ୟ ବଳିଷ୍ଠ ଯୁକ୍ତି ତାଙ୍କ ମତକୁ ବଦଳାଇ ଦେଇପାରେ । ଅନ୍ୟର ଯୁକ୍ତିଯୁକ୍ତ ମତକୁ ସେ ସହଜରେ ବି ଗ୍ରହଣ କରିଥା’ନ୍ତି । ଅନ୍ୟର ମତକୁ ଗ୍ରହଣ କରିବା ଏବଂ କୌଣସି ମତ ନିର୍ଦ୍ଦିଷ୍ଟ ସତ୍ୟ ଉପରେ ପ୍ରତିଷ୍ଠିତ ନୁହେଁ – ଏପରି ଚିନ୍ତା କରିବା ହିଁ ବୈଜ୍ଞାନିକ ମନୋବୃତ୍ତିର ମହତ୍ତ୍ବ । ଦୁଇଜଣ ଭୂତତ୍ତ୍ବବିଦ୍‌ଙ୍କ ଖଣିଜ ଶିଳାଖଣ୍ଡଗୁଡ଼ିକ ସମ୍ପର୍କରେ ପରୀକ୍ଷାମୂଳକ ସିଦ୍ଧାନ୍ତ ଭିନ୍ନ ଭିନ୍ନ ହୋଇଥାଏ । ସେହି ଶିଳାଖଣ୍ଡଗୁଡ଼ିକୁ ବିଜ୍ଞାନାଗାରରେ ପରୀକ୍ଷା କଲେ ହୁଏତ ଜଣାପଡ଼ିପାରେ ଯେ ଜଣକର ଅଧିକାଂଶ ମତାମତ ଠିକ୍ ଓ ଅନ୍ୟ ଜଣକର ଅଧିକାଂଶ ମତାମତ ଭୁଲ୍ । ମାତ୍ର ଏଥିରେ ଦ୍ବିତୀୟ ଜଣକର ବ୍ୟକ୍ତିଗତ ଇଚ୍ଛା ଥିଲା ବୋଲି କୁହାଯାଇ ପାରେ । ତେଣୁ ଉଭୟେ ବିଜ୍ଞାନାଗାରର ରିପୋର୍ଟକୁ ସହଜରେ ଗ୍ରହଣ କରିଥା’ନ୍ତି । ଏହା ଜଣାଇଦିଏ ଯେ ମତପ୍ରଦାନରେ ଆସକ୍ତିଭାବ ନରହିବା ହିଁ ବୈଜ୍ଞାନିକ ମନୋବୃତ୍ତି ।

ଅନାସକ୍ତ ବୈଜ୍ଞାନିକ ମନୋବୃତ୍ତି ନଥୁଲେ ଜଣେ ଅନ୍ୟର ମତକୁ ସହଜରେ ଗ୍ରହଣ ନକରି ବିରୋଧ କରିଥା’ନ୍ତି । ପ୍ରାବନ୍ଧିକ ଜଣେ ସାହିତ୍ୟ ସମାଲୋଚକଙ୍କ ଉଦାହରଣ ଦେଇଛନ୍ତି । ସାହିତ୍ୟ ସମାଲୋଚକଙ୍କ କାମ ନିରପେକ୍ଷ ଭାବରେ ଲେଖାର ବିଶ୍ଳେଷଣ କରିବା । ମାତ୍ର ସମାଲୋଚକ ଜଣକ ବ୍ୟକ୍ତିଗତ ଇଚ୍ଛାଦ୍ୱାରା ପ୍ରଭାବିତ ହୋଇ ତାଙ୍କ ପ୍ରିୟ କବିଙ୍କ କବିତା ସମାଲୋଚନାବେଳେ କବିଙ୍କ ସପକ୍ଷରେ ଗଲାଭଳି ଅଭିମତ ଦେଇଥା’ନ୍ତି । ଅନ୍ୟ କେହି କବିଙ୍କର ଦୋଷଗୁଣ ବିଚାର କଲେ ସେ ତାଙ୍କର ବିରୋଧ କରିଥା’ନ୍ତି । ମୋଟ ଉପରେ ସେ ନିରପେକ୍ଷ ସମାଲୋଚନା କରିବା ପରିବର୍ତ୍ତେ ଓକିଲାତି କରିଥା’ନ୍ତି । ଏପ୍ରକାର ବିଚାର ଅବୈଜ୍ଞାନିକ ।

ଅନ୍ୟମାନଙ୍କ ପ୍ରଭାବରୁ ମୁକ୍ତ ରହି ବିଚାର କରିବା ବୈଜ୍ଞାନିକ ମନୋବୃତ୍ତିର ଅନ୍ୟତମ ଲକ୍ଷଣ । ପ୍ରଭାବଶାଳୀ ବ୍ୟକ୍ତି ହୁଅନ୍ତୁ ବା ଶାସ୍ତ୍ରର ପ୍ରସିଦ୍ଧ ମତ ହେଉ – ଏସବୁଠାରୁ ମୁକ୍ତ ରହି ବିଚାର ବି କରାଯାଇପାରେ । ସମାଜର ପ୍ରଚଳିତ ମତଦ୍ୱାରା ପ୍ରଭାବିତ ନହୋଇ ସ୍ଵାଧୀନ ଭାବରେ ବିଚାର କରିବା ଏକ କଠିନ ମାନସିକ ବ୍ୟାପାର । ଏହି ମାନସିକ ବ୍ୟାପାରଟି ଗଭୀର ଅଧ୍ୟୟନ, ଶିକ୍ଷା ଓ ଚିନ୍ତା ଉପରେ ନିର୍ଭରଶୀଳ । ଏପରି ମାନସିକ ଅଭ୍ୟାସର ବ୍ୟକ୍ତି ନିଜର ସିଦ୍ଧାନ୍ତକୁ ବୈଜ୍ଞାନିକ ମନୋଭାବ ହେତୁ ନିଶ୍ଚିତ ସତ୍ୟ ବୋଲି ଭାବନ୍ତି ନାହିଁ ।

BSE Odisha 8th Class Odia Solutions Chapter 10 ବୈଜ୍ଞାନିକ ମନୋବୃତ୍ତି

ଏହିସବୁ ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ହୁଏ ଯେ ସତ୍ୟର ଉଦ୍‌ଘାଟନ ପାଇଁ ବୈଜ୍ଞାନିକ ମନୋବୃତ୍ତି ସର୍ବପ୍ରଥମେ ଆବଶ୍ୟକ । ପ୍ରାବନ୍ଧିକଙ୍କ ମତରେ ବୈଜ୍ଞାନିକ ମନୋବୃତ୍ତିର ବ୍ୟକ୍ତି ବିରଳ ନୁହଁନ୍ତି । ଜଣେ ବିଜ୍ଞାନରେ ଜ୍ଞାନ ଅର୍ଜନ କଲେ ବୈଜ୍ଞାନିକ ମନୋବୃତ୍ତିର ବ୍ୟକ୍ତି ହୁଅନ୍ତି ନାହିଁ । ଚିନ୍ତାଶୀଳ ହୋଇ ବିଚାର କରୁଥିବା ବ୍ୟକ୍ତି ବୈଜ୍ଞାନିକ ମନୋବୃତ୍ତିର । ଅବଶ୍ୟ ବିଜ୍ଞାନ ଜ୍ଞାନ ଓ ବୈଜ୍ଞାନିକ ମନୋବୃତ୍ତି ପରସ୍ପର ସହିତ ଜଡ଼ିତ । ଏତିକି ତଫାତ୍ ଯେ ବିଜ୍ଞାନ ଆବିଷ୍କୃତ କେତେକ ପ୍ରସଙ୍ଗ ମନୁଷ୍ୟର ଅନେକ ଭିତ୍ତିହୀନ ଆତ୍ମରୁଚିକର ବିଶ୍ଵାସ ଉପରେ କୁଠାରାଘାତ କରିବାରୁ ଚିନ୍ତାଶୀଳ ବ୍ୟକ୍ତିମାନେ ନିଜର ବିଶ୍ୱାସ ସନ୍ଦେହ ପ୍ରକାଶ କରି ସାବଧାନତାର ସହ ତାହାକୁ ତର୍ଜମା କଲେ । ଏସବୁ ପ୍ରମାଣ କରେ ଯେ ବୈଜ୍ଞାନିକ ମନୋବୃତ୍ତିଟି ଏକ ଅନାସକ୍ତ ଚିନ୍ତାଶୀଳ ମୁକ୍ତ ବିଚାରର କଥା ଅଟେ ।

ସୂଚନା ଓ କଠିନ ଶବ୍ଦାର୍ଥ:

  • ନିରପେକ୍ଷ – ପକ୍ଷପାତରହିତ/ସ୍ଵାଧୀନ ।
  • ଭିଭି – ମୂଳଦୁଆ/ମୂଳ ଆଧାର ।
  • ସିଦ୍ଧାନ୍ତ – ନିର୍ଦ୍ଧାରଣ|ନ୍ୟାୟ ।
  • ଅପ୍ରତ୍ୟାଶିତ – ଆକସ୍ମିକ|ହଠାତ୍‌ ।
  • ଆସକ୍ତି – ଜଡ଼ିତ ହେବା/ଲିପ୍ତ ହେବା ।
  • ନିସ୍ପୃହ – ଅନାଗ୍ରହ/ଆକାଂକ୍ଷାରହିତ ।
  • ବିରଳ – ଦୁର୍ଲଭ/ଅଳ୍ପ ପରିମାଣରେ ଲବ୍ଧ|ଯାହା କମ୍ ଦେଖାଯାଏ ।
  • ବାହୁଲ୍ୟ – ଅତିଶୟୋକ୍ତି/ଅତିରଞ୍ଜିତ/ବହୁଳତା ।
  • ଭୂତତ୍ତ୍ୱବିଦ୍ – ଭୂପୃଷ୍ଠ ଓ ତା’ର ନିମ୍ନବର୍ତ୍ତୀ ସ୍ତର ସମ୍ବନ୍ଧରେ ଯାହାଙ୍କର ବିଜ୍ଞାନସମ୍ମତ ଅଭିଜ୍ଞତା ରହିଛି|ଭୂବିଦ୍ୟା ସମ୍ପର୍କରେ ଅଭିଜ୍ଞ ।
  • ଶିଳାଖଣ୍ଡ – ପଥରଖଣ୍ଡ
  • କୁଠାରାଘାତ – କୁରାଢ଼ି ମାରିବା / ଛେଦନ କରିବା / ଅସ୍ବୀକାର ପୂର୍ବକ ନଷ୍ଟ କରିଦେବା ।
  • ଭିଭିହୀନ – ମୂଲ୍ୟହୀନ / ନିରର୍ଥକ / ଅମୂଳକ ।
  • ଚିନ୍ତାଶୀଳ – ବିଚାରସିଦ୍ଧ / ଚିନ୍ତାପରାୟଣ ।
  • ବାଟ୍ରାଣ୍ଡ ରସେଲ୍ – ଜଣେ ହେତୁବାଦୀ ପାଶ୍ଚାତ୍ୟ ଦାର୍ଶନିକ ଓ ପ୍ରାବନ୍ଧିକ । ସେ ୧୮୭୨ ମସିହାରେ ଇଂଲଣ୍ଡରେ ୱେଲସ୍ ପ୍ରଦେଶରେ ଜନ୍ମ ହୋଇଥିଲେ ଓ କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରେ ଗଣିତ ଅଧ୍ୟାପନା କରୁଥିଲେ । ୧୯୫୦ ମସିହାରେ ସେ ସାହିତ୍ୟରେ ନୋବେଲ ପୁରସ୍କାର ପାଇଥିଲେ । ସେ ଏକାଧାରରେ ଗଣିତ, ଦର୍ଶନ, ସମାଜର ଚିନ୍ତାନାୟକ ତଥା ମନୁଷ୍ୟ ନିୟତି ଲାଗି ଜଣେ ଅଗ୍ରଗାମୀ ସଂଗ୍ରାମୀ ଥିଲେ ।
  • ଆଲ୍‌ଡସ୍ ହକ୍‌ଲେ – ସେ ୧୮୯୪ ମସିହାରେ ଇଂଲଣ୍ଡ ଗୋଡ଼ାଲମିଙ୍ଗ୍ ସରେଠାରେ ଜନ୍ମଗ୍ରହଣ କରିଥିଲେ । ଦୁଇ ଦୁଇଟି ବିଶ୍ଵଯୁଦ୍ଧ ଅବସରରେ ଜଣେ ଶାନ୍ତିପ୍ରିୟ ମାନବବାଦୀ ଚିନ୍ତାନାୟକ ଭାବରେ ସେ ବିଶ୍ୱଶାନ୍ତିର ବାର୍ତ୍ତା ପ୍ରଚାର କରିଥିଲେ । ସେ ଜଣେ ଆଦର୍ଶବାଦୀ ପ୍ରାବନ୍ଧିକ ଓ ସ୍ତମ୍ଭକାର । ବିଶ୍ବବ୍ୟାପୀ ଉଦାର ଆର୍ଥନୀତିକ ବ୍ୟବସ୍ଥା ନିମନ୍ତେ ସେ ପ୍ରଚାର କରିଥିଲେ । ୧୯୬୩ ମସିହାରେ ତାଙ୍କର ମୃତ୍ୟୁ ହୋଇଥିଲା ।

BSE Odisha 7th Class Science Solutions Chapter 17 ଆବର୍ଜନାର ପରିଚାଳନା

Odisha State Board BSE Odisha 7th Class Science Solutions Chapter 17 ଆବର୍ଜନାର ପରିଚାଳନା Textbook Exercise Questions and Answers.

BSE Odisha Class 7 Science Solutions Chapter 17 ଆବର୍ଜନାର ପରିଚାଳନା

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ଜଳରେ ଦୂଷିତ ପଦାର୍ଥ ମିଶିଥିଲେ ତା’କୁ ________ ଜଳ କୁହାଯାଏ ।
(ଖ) ଦୂଷିତ ଜଳକୁ ବିଶୁଦ୍ଧ କରିବାପାଇଁ ________ ଓ ________ ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ ।
(ଗ) ହଇଜା ________ ଓ ________ ଜଳ ବାହିତ ରୋଗ କୁହାଯାଏ ।
(ଙ) ନଳାଗୁଡ଼ିକ ________ ଓ ________ ପାଇଁ ଜାମ୍ ହୋଇଯାଏ ।
(ଚ) ଘରୁ ବାହାରୁଥ‌ିବା ଦୂଷିତ ଜଳକୁ ________ କୁହାଯାଏ ।
(ଛ) ଦୂଷିତ ଜଳର ଉପଚାର ________ ରେ କରାଯାଏ ।
Solution:
(କ) ଅପଚୟିତ
(ଖ) ଚୂନ, ବ୍ଲିଚିଂପାଉଡର
(ଗ) କାମଳ, ଟାଇଫଏଡ୍
(ଙ) ପଲିଥ୍, ତୁଳା
(ଚ) ସୁଏଜ୍ ବା ନାଳ ନର୍ଦ୍ଦମା ଆବର୍ଜନା
(ଛ) ଦୂଷିତଜଳ ଉପଚାର ପ୍ଲାଣ୍ଟ

BSE Odisha 7th Class Science Solutions Chapter 17 ଆବର୍ଜନାର ପରିଚାଳନା

Question 2.
କାରଣ ଲେଖ :
(କ) ନଳାରେ ରନ୍ଧାତେଲ କିମ୍ବା ପୋଡ଼ା ମୋବିଲ୍ ଆଦି ପକାଇବା ଉଚିତ୍ ନୁହେଁ ।
Solution:

  • ରନ୍ଧା ତେଲ କିମ୍ବା ପୋଡ଼ା ମୋବିଲ୍ ମାଟିର ଜଳ ଶୋଷଣରେ ବାଧା ସୃଷ୍ଟିକରେ ।
  • ଏହା ମାଟିର ଉପର ସ୍ତରରେ ଲାଗି ରହି ଜଳକୁ ଶୋଷଣ କରିବାକୁ ନଦେବାରୁ ଜଳ ଜମିରହେ ଓ ଉପକାରୀ ଅଣୁଜୀବ ମରିଯାନ୍ତି । ଏଣୁ ନଳାରେ ରନ୍ଧାତେଲ କିମ୍ବା ପୋଡ଼ା ମୋବିଲ ପକାଇବା ଉଚିତ ନୁହେଁ ।

(ଖ) କଠିନ ଆବର୍ଜନା ଯଥା ତୁଳା, କଣ୍ଢେଇ, ପ୍ଲାଷ୍ଟିକ, ଜରି ଇତ୍ୟାଦି ନଳାରେ ନ ପକାଇ ଡଷ୍ଟବିନ୍‌ରେ ପକାଇବା ଉଚିତ ।
Solution:
ତୁଳା, କଣ୍ଢେଇ, ପ୍ଲାଷ୍ଟିକ, ଜରି ଇତ୍ୟାଦି ନଳାରେ ପକାଇଲେ ନଳା ବନ୍ଦ ବା ଜାମ୍ ହୋଇଯାଏ । ଫଳରେ ଜଳ ନିଷ୍କାସନରେ ବାଧା ସୃଷ୍ଟି ହୁଏ । ଏଣୁ ଏଗୁଡ଼ିକୁ ନଳାରେ ନ ପକାଇ ଡଷ୍ଟବିନ୍‌ରେ ପକାଇବା ଉଚିତ ।

(ଗ) ଦୂଷିତ ଜଳ ପ୍ରବାହିତ ସ୍ଥାନରେ ଇଉକାଲିପଟାସ୍ ଗଛ ଲଗାଇବା ଆବଶ୍ୟକ ।
Solution:
ଇଉକାଲିପଟାସ୍ ଗଛ ଅତି ଶୀଘ୍ର ଦୂଷିତ ଜଳ ଶୋଷଣ କରିପାରେ ଏବଂ ଉଦ୍ବେଦନ ପ୍ରକ୍ରିୟାରେ ପରିଷ୍କାର ବାଷ୍ପ ବାୟୁମଣ୍ଡଳକୁ ଛାଡ଼ିଥାଏ । ଫଳରେ ପାଣି ଜମି ରହେ ନାହିଁ ଓ ପରିବେଶକୁ ପ୍ରଦୂଷିତ ହେବାରୁ ରକ୍ଷା କରେ ।

(ପ) ଦୂଷିତ ଜଳରେ ଉପଚାର ସମୟରେ ପ୍ରଥମେ ବାରସ୍କ୍ରିନ୍ ଦେଲ ଦିଆଯାଏ ।
Solution:
ଦୂଷିତ ଜଳରେ ଉପଚାର ସମୟରେ ଏହାକୁ ପ୍ରଥମେ ବାରସ୍କ୍ରିନ୍ ମଧ୍ୟଦେଇ ପ୍ରବାହିତ ହେବାକୁ ଦିଆଯାଏ । କାରଣ ଏହାଦ୍ଵାରା ସେଥ‌ିରେ ଥ‌ିବା କାଠି, କୁଟା, ପ୍ଲାଷ୍ଟିକ, ଜରି, ତୁଳା ଚିରାକନା ଇତ୍ୟାଦି କଠିନ ଭାସମାନ ଆବର୍ଜଣା ଛାଣି ହୋଇଯାଏ ।

(ଙ) ଖୋଲା ପଡ଼ିଆରେ ଝାଡ଼ା ପରିସ୍ରା କରିବା ମହାମାରୀର କାରଣ ।

  • ଖୋଲା ପଡ଼ିଆରେ ମଳତ୍ୟାଗ କଲେ ତାହା ବର୍ଷା ପାଣିରେ ଧୋଇହୋଇ ନଦୀ, ପୋଖରୀ ଓ କେନାଲ ପାଣିରେ ମିଶେ ।
  • ସେଥ‌ିରେ ନାନା ପ୍ରକାର ରୋଗଜୀବାଣୁ, କୃମି, କୃମିର ଅଣ୍ଡା, ନାନା ବିଷାକ୍ତ ପଦାର୍ଥ ଜଳକୁ ଦୂଷିତ କରେ ।
  • ଏହି ଦୂଷିତ ଜଳକୁ ପିଇଲେ ଏବଂ ସେଥ‌ିରେ ଗାଧୋଇଲେ ଆମେ ହଇଜା, ଆମ୍ବିକଜ୍ଵର, କାମଳ ଓ ଚର୍ମରୋଗରେ ଆକ୍ରାନ୍ତ ହୋଇଥାଉ । ଏହି ଦୂଷିତ ଜଳର ଉପଯୁକ୍ତ ନିଷ୍କାସନ ଓ ବିଶୋଧନ ନହେଲେ ଚାରିଆଡ଼େ ମହାମାରୀ

(କ) ପରିଷ୍କାର ପରିଚ୍ଛନ୍ନତା ଓ ରୋଗ ମଧ୍ୟରେ ସମ୍ପର୍କ କ’ଣ ?
Solution:

  • ଅସ୍ୱାସ୍ଥ୍ୟକର ପରିବେଶରେ ବସବାସ କରିବା ଓ ଦୂଷିତ ଜଳ ବ୍ୟବହାର କରିବା ସମସ୍ତ ରୋଗର ପ୍ରଧାନ କାରଣ ର୍ଥଟେ ।
  • ଏଣେତେଣେ ମଳତ୍ୟାଗ କଲେ ଯାହାଦ୍ୱାରା ବାୟୁ ଉପର ଓ ତଳ ମାଟିର ଜଳ ଦୂଷିତ ହୋଇଥାଏ । ଫଳରେ ଆମକୁ ହଇଜା, ଆମାଶୟ ଆଦି ଜଳବାହିତ ରୋଗ ସହଜରେ ବ୍ୟାପିଥାଏ ।
  • ଖାଲି ପାଦରେ ଝାଡ଼ାଗଲେ ମଳରେ ଥିବା କୃମି, ପାଦର ଚର୍ମଦେଇ ଶରୀର ଭିତରକୁ ପ୍ରବେଶ କରେ । ଏଣୁ ଚପଲ ପିନ୍ଧି ମଳତ୍ୟାଗ କରିବାକୁ ଯିବା ଆବଶ୍ୟକ । ମଳ ତ୍ୟାଗକରି ସାବୁନରେ ହାତ ଧୋଇବା ଓ ନିୟମିତ ଜଳ ପାନ କଲେ ରୋଗରୁ ରକ୍ଷା ମିଳେ ।

(ଖ) ଜଣେ ନାଗରିକ ହିସାବରେ ପରିମଳ ବ୍ୟବସ୍ଥା ପାଇଁ ତୁମର କର୍ତ୍ତବ୍ୟ କ’ଣ ?
Solution:

  • ଜଣେ ସଚେତନ ଓ ଉତ୍ତମ ନାଗରିକ ହିସାବରେ ପରିମଳ ବ୍ୟବସ୍ଥା ପାଇଁ ପୌର ପରିଷଦର କର୍ମକର୍ତ୍ତାଙ୍କୁ ଖବର ଦେଇ ନଳା, ରାସ୍ତା ଓ ସମ୍ପୂର୍ଣ୍ଣ ପରିବେଶକୁ ପରିଷ୍କାର ଓ ବିଶୋଧନ କରିବାପାଇଁ ଉପଯୁକ୍ତ ପଦକ୍ଷେପ ନେବା ଆବଶ୍ୟକ । କରାଇବା ଆବଶ୍ୟକ ।
  • ଗ୍ରାମ ପଞ୍ଚାୟତରେ ସରପଞ୍ଚଙ୍କୁ ଅନୁରୋଧ କରି ଖୋଲା ନଳାଗୁଡ଼ିକୁ ଘୋଡ଼ଣୀ ଦେଇ ବନ୍ଦ ମଶା, ମାଛି ଏବଂ ଅନ୍ୟାନ୍ୟ ଜୀବାଣୁମାନେ ସେଠାରେ ବଂଶବିସ୍ତାର କରନ୍ତି ।

(ଗ) ଦୂଷିତ ଜଳର ପୁନଃ ବ୍ୟବହାର ପାଇଁ ତୁମେ ଦିଦ୍ୟାଳୟରେ କ’ଣ କରିପାରିବ ?
Solution:
ଦୂଷିତ ଜଳର ପୁନଃ ବ୍ୟବହାର ପାଇଁ ବିଦ୍ୟାଳୟରେ ବ୍ୟବହୃତ ଜଳକୁ ନାଳି କାଟି ବଗିଚାରେ ଥ‌ିବା ଫଳ ଫୁଲ ଗଛ ମୂଳକୁ ଛାଡ଼ି ଦେଇପାରିବୁ କିମ୍ବା ଅନ୍ୟ ଆଡ଼କୁ ନଛାଡ଼ି ସୋକ୍‌ପିଟ୍‌ରେ ନିର୍ଦ୍ଦିଷ୍ଟ ଜାଗାକୁ ଛାଡ଼ିପାରିବୁ ନଚେତ୍ ଅଧିକ ଜଳକୁ ମୁଖ୍ୟ ନାଳ ସହ ସଂଯୋଗ କରି ଛାଡ଼ି ପାରିବୁ ।

(ଘ) ବିଦ୍ୟାଳୟ ପରିବେଶରେ ଶ୍ରେଣୀ କୋଠରିରୁ ବାହାରୁଥ‌ିବା ଆବର୍ଜନାର ନିଷ୍କାସନ ପାଇଁ କ’ଣ କରିବ ?
Solution:

  • ବିଦ୍ୟାଳୟ ପରିବେଶରେ ଶ୍ରେଣୀ କୋଠରିରୁ ବାହାରୁଥିବା କଠିନ ଆବର୍ଜନାର ନିଷ୍କାସନ ପାଇଁ ଦୁଇ ପ୍ରକାର ଡଷ୍ଟବିନ୍ ପ୍ରତି ଶ୍ରେଣୀରେ ରହିବା ଆବଶ୍ୟକ ।
  • ଗୋଟିଏ ସବୁଲ ରଲର ଯେଉଁଥିରେ ଲେବ ନିମ୍ନାକାରଣ ଯୋଗ୍ୟ ଆଦଲ୍ୟା ଆତ୍ ମାଟିରେ ମିଶିଯାଉଥିବା ଆବର୍ଜନା ରଖାଯିବ ଓ ଅନ୍ୟଟିରେ ଜୈବ-ନିମ୍ନକରଣ ଅଯୋଗ୍ୟ ଆବର୍ଜନା ରଖାଯିବ ।
  • ଏହି ସବୁଜରଙ୍ଗର ଆବର୍ଜନାକୁ ବଡ଼ ବଡ଼ ଗାତ ମଧ୍ଯରେ ପକାଇ ପଚନ ପଦ୍ଧତିରେ ଏହାକୁ କମ୍ପୋଷ୍ଟରେ ପରିଣତ କରାଯାଇପାରିବ ଏବଂ ଏହି ସାରକୁ ଫଲ ଫୁଲ ଗଛ୍ଠିରେ ଦେବତାର ବ୍ୟବହୃତ ହୋଇପାରିବ |
  • ଲାଲ ରଙ୍ଗର ଆବର୍ଜନାକୁ ଅର୍ଥାତ୍ କାଚ, ପ୍ଲାଷ୍ଟିକ, ପଲିଥ୍, ଟିଣ ଓ ଲୁହା ଆଦିକୁ ବିଭିନ୍ନ କଳକାରଖାନାକୁ ପଠାଳ ପୁନଚକୃଣ ପଦତିଦ୍ୱାରା ନୂତନ ଜିନିଷ ପୃସ୍ତୁତ କରାଯାଲପାରିବ |

(ଙ) ତୁମେ ବିଦ୍ୟାଳୟର ଶୌଚାଳୟ/ପାଇଖାନାର ସଦୁପଯୋଗ ପାଇଁ କ’ଣ ସବୁ କରିବ ?
Solution:

  • ବିଦ୍ୟାଳୟର ପାଇଖାନାର ସଦୁପଯୋଗ ପାଇଁ ଆମେ ପୃତି ବିଦ୍ୟାଳୟରେ ପୁଅ ଟିଥମାନକ ପାଳ ଥିଲଗା ପାଇଖାନା ଓ ପରିସ୍ରାଗାର ରଖୁବା ।
  • ଚପଲ ପିନ୍ଧି ପାଇଖାନାକୁ ଯିବାକୁ ପିଲାଙ୍କୁ ଶିଖାଇବା ।
  • ମଳତ୍ୟାଗ କରି ସାବୁନ୍‌ରେ ହାତଧୋଇବା ଅଭ୍ୟାସ କରାଇବା । ମଳତ୍ୟାଗ ପୂର୍ବରୁ ଓ ପରେ ପାଇଖାନାରେ ପାଣି ଢାଳିବାକୁ କହିବା ।
  • ନିୟମିତ ବ୍ୟବଧାନରେ ପାଇଖାନାକୁ ପରିଷ୍କାର କରିବା ଉଚିତ ।
  • ପାଇଖାନାରେ ବାଲ୍ଟି, ମଗ୍ , ସାବୁନ ଓ ପାଣି ରଖୁବା ନିହାତି ଆବଶ୍ୟକ । ପରିବେଶକୁ ସୁସ୍ଥ ଓ ପରିଷ୍କାର ରଖୁବା ଆମ ସମସ୍ତଙ୍କର କର୍ତ୍ତବ୍ୟ ।

BSE Odisha 7th Class Science Solutions Chapter 17 ଆବର୍ଜନାର ପରିଚାଳନା

Question 3.
ସଂକ୍ଷିପ୍ତ ଟିପ୍‌ପଣୀ ଲେଖ :
(i) ଦୂଷିତ ଜଳ :
Solution:
(a) ତରଳ ଆବର୍ଜନାର କାରକ ଗୁଡ଼ିକ ଜଳସହିତ ମିଶି ଏହାକୁ ଦୂଷିତ କରିଥାଏ ।
(b) ବିଭିନ୍ନ କାରଣରୁ ଜଳ ପ୍ରଦୂଷିତ ହୋଇଥାଏ; ଯଥା – ଶିଳ୍ପଜନିତ, କୃଷି ସମ୍ପର୍କିତ ଓ ଗୃହକାର୍ଯ୍ୟ ଜନିତ ଆଦି । ଏହି ଆବର୍ଜନା ମିଶା ଦୂଷିତ ଜଳକୁ ଅପଚୟିତ ଜଳ କୁହାଯାଏ ।
(c) ଅପଚୟିତ ଜଳରେ କେତେକ ଦୂଷିତ ପଦାର୍ଥ ଦ୍ରବୀଭୂତ ହୋଇଥାଏ ଓ କେତେକ ଭାସୁଥାଏ । ସେଥ୍ରେ କିଛି ହାନିକାରକ ଜୈବିକ ଓ ଅଜୈବିକ ପଦାର୍ଥ ରହିଥାଏ । ରୋଗ ସୃଷ୍ଟି କରୁଥିବା କେତେକ ବୀଜାଣୁ ଏବଂ ଅନ୍ୟାନ୍ୟ
(d) ଦୂଷିତ ଜଳ ପାନକଲେ ଏବଂ ସେଥ‌ିରେ ଗାଧୋଇଲେ ଆମେ ହଇଜା, ଆମାଶୟ, କାମଳ, ଟାଇଫଏଡ୍, କାଛୁକୁଣ୍ଡିଆ ଓ ଯାଦୁ ଆଦି ଜଳବାହିତ ରୋଗରେ ଆକ୍ରାନ୍ତ ହୋଇଥାଉ ।

(ii) ଜୈବିକ ଗ୍ୟାସ :
Solution:
(a) ମନୁଷ୍ୟ ଓ ଗାଈଗୋରୁଙ୍କ ମଳରୁ ବାହାରୁଥିବା ଗ୍ୟାସ୍‌ ଜୈବିକ ଗ୍ୟାସ୍ କୁହାଯାଏ ।
(b) ବାୟୋଗ୍ୟାସ୍ ପ୍ଲାଣ୍ଟରେ ବୀଜାଣୁମାନଙ୍କ ଦ୍ବାରା ମଳ ଅପଘଟିତ ହୋଇ ସେଥୁରୁ ଗ୍ୟାସ୍ ବାହାରେ । ଏହି ଗ୍ୟାସ୍ ରନ୍ଧନ କାର୍ଯ୍ୟରେ ବ୍ୟବହୃତ ହୁଏ ।
(c) ଏହି ଗ୍ୟାସ ପ୍ଲାଣ୍ଟରୁ ଗ୍ୟାସ୍‌ ସରିଲା ପରେ ଯାହା ଅବଶିଷ୍ଟ ରହିଥାଏ, ତାହା ଶସ୍ୟକ୍ଷେତ୍ର ପାଇଁ ଉତ୍ତମ ସାର ରୂପେ ବ୍ୟବହାର କରାଯାଏ ।
(d) ଏ ଦ୍ବିବିଧ ଲାଭ ପାଇଁ ଏବେ ଚୀନ ଓ ଭାରତର ଗାଁମାନଙ୍କରେ ଏହିପରି ଜୈବିକ ଗ୍ୟାସ୍ ପ୍ଲାଣ୍ଟ୍ ହଜାର ହଜାର ସଂଖ୍ୟାରେ ସ୍ଥାପନ କରିବା ପାଇଁ ଚେଷ୍ଟା ଚାଲିଛି ।

(iii) କଲାଭ ଉପଚାର :
Solution:
(a) ଜୈବିକ, ଭୌତିକ ଓ ରାସାୟନିକ ପ୍ରକ୍ରିୟାରେ ଦୂଷିତ ଜଳକୁ ବିଭିନ୍ନ ଉପଚାର କରାଯାଇ ସେଥ‌ିରେ ଥ‌ିବା ଅଦରକାରୀ ଭୌତିକ, ରାସାୟନିକ ଓ ଜୈବିକ ପଦାର୍ଥଗୁଡ଼ିକର ପରିବର୍ତ୍ତନ କରାଯାଇଥାଏ ।
(b) ପ୍ରଥମେ ଦୂଷିତ ଜଳ ବାର୍‌ସ୍କ୍ରିନ୍ ମଧ୍ୟଦେଇ ପ୍ରବାହିତ ହେବା ସମୟରେ ଏଥ‌ିରେ ଥ‌ିବା କାଠି, କୁଟା, ଜରି, ତୁଳା ଆଦି ଭାସମାନ ପଦାର୍ଥ ଛାଣି ହୋଇଯାଏ ।
(c) ଏହାପରେ ଜଳ ଆଉ ଏକ ଟ୍ୟାକୁ ଯାଏ, ଯେଉଁଠାରେ ଜଳରେ ଥିବା ବାଲି, ଗୋଡ଼ି ସବୁ ତଳେ ବସିଯାଏ । ଏହାପରେ ଜଳ ଗୋଟେ ବଡ଼ ଟାଙ୍କିରେ ରହେ ।
(d) ଏଠାରେ ବାଲି ଓ ଗୋଡ଼ି ତଳକୁ ରହିଯାଏ ଓ ଗୋଟେ କୋରଣା ଦ୍ଵାରା ବାହାରିଯାଏ । ଏଠାରେ ଚିକ୍କଣ ଅଠାଳିଆ ପଙ୍କୁଆ ପଦାର୍ଥକୁ ପଙ୍କ (Sludge) କୁହାଯାଏ ।
(e) ଜଳରେ ଭାସୁଥିବା କଠିନ ପଦାର୍ଥ, ଗାଡ଼ିରୁ ବାହାରି ଥ‌ିବା ତେଲ ଆଦିକୁ ଅଲଗା କରି ସ୍କିମର (Skimmer) ବାହାର କରିଦିଏ । ତେଲ ମିଶା କାଦୁଅକୁ ଅନ୍ୟ ଗୋଟିଏ ଟାଙ୍କିକୁ ନିଆଯାଏ । ସେଠାରେ ଥିବା ବିଜାଣୁମାନଙ୍କ ଦ୍ୱାରା ଏହା ଅପଘଟିତ କରାଯାଏ ।
(f) ଏଠାରେ ବାୟୁ ପ୍ରବେଶ କରାଯାଇ ବୀଜାଣୁଗୁଡ଼ିକୁ ବଢ଼ିବାରେ ସାହାଯ୍ୟ କରାଯାଏ । ଏମାନେ ଜଳରେ ରହିଥ‌ିବା ମଳ, ପଚାଫଳ, ସାବୁନ ଓ ଅନ୍ୟାନ୍ୟ ଅଦରକାରୀ ଜୈବିକ ପଦାର୍ଥଗୁଡ଼ିକୁ ଅପଘଟନ କରିଦିଅନ୍ତି ।
(g) କିଛି ସମୟ ପରେ ଜଳରେ ଭାସୁଥ‌ିବା ଅଣୁଜୀବଗୁଡ଼ିକ ତଳେ ବସି ଯାଆନ୍ତି । ଏହାପରେ ଉପରୁ ଜଳକୁ ବାହାର କରିଦିଆଯାଏ । ତଳେ ବସିଥିବା ମାଟି କାଦୁଅକୁ ସାର ରୂପେ ବ୍ୟବହାର କରାଯାଏ ଓ ପରିଷ୍କାର ଜଳକୁ କ୍ଲୋରିନ୍ କିମ୍ବା ଓଜୋନ୍‌ ଦ୍ବାରା ବ୍ୟବହାର ଯୋଗ୍ୟ କରାଯାଏ ।

(iv) ଖୋଲାନାଳର ଅପକାରିତା :
Solution:

  • ବର୍ଷାଦିନେ ଖୋଲାଥିବା ନଳାରେ ଅର୍ଧ ପାଣି ପଶିବା ଦ୍ବାରା ନଳାର ଆବର୍ଜନା ସବୁ ରାସ୍ତା ଉପରେ ଜମା ହୋଇ ଏକ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରେ ।
  • ରାସ୍ତାରେ ଚାଲିବା କଷ୍ଟକର ହୋଇପଡ଼େ । କାରଣ ମଶା, ମାଛି ଏବଂ ଅନ୍ୟାନ୍ୟ ଜୀବାଣୁ ଏଠାରେ ବଂଶବିସ୍ତାର

Question 4.
ଅପଚୟିତ ଜଳରେ ଥ‌ିବା ବିଭିନ୍ନ ଉପାଦାନରୁ ଦୁଇଟି ଲେଖାଏଁ ଉଦାହରଣ ଲେଖ ।
BSE Odisha 7th Class Science Solutions Chapter 17 Img 1

Question 5.
ପଲିଥନ୍ ଓ ପ୍ଲାଷ୍ଟିକ ନିର୍ମିତ ପଦାର୍ଥର ବ୍ୟବହାର ପରେ ଏଣେତେଣେ ନ ଫିଙ୍ଗି ପୋଡ଼ିବା ଦ୍ବାରା ପରିବେଶର କ’ଣ କ୍ଷତି ହୁଏ ?
Solution:

  • ପଲିଥନ୍ ଓ ପ୍ଲାଷ୍ଟିକ ନିର୍ମିତ ପଦାର୍ଥଗୁଡ଼ିକୁ ଏଣେତେଣେ ଫିଙ୍ଗିଲେ ଏହା ଅଣୁ ଜୀବମାନଙ୍କ ଦ୍ବାରା ଅପଘଟିତ ହୋଇନଥାଏ କିମ୍ବା ମାଟିରେ ମିଶିନଥାଏ ।
  • ଏଗୁଡ଼ିକ ପୋଡ଼ିଲେ ସେଥ‌ିରୁ ବିଷାକ୍ତ ବାଷ୍ପ ଓ ଧୂଆଁ ନିର୍ଗତ ହୋଇ ବାୟୁମଣ୍ଡଳକୁ ଦୂଷିତ କରେ ।

Question 6.
ଆଜିକାଲି ଦେଖାଯାଉଥ‌ିବା ‘‘ରାସ୍ତାରୋକା’’ବେଳେ ରାସ୍ତା ମଝିରେ ଟାଏର୍ ଜଳାଯାଉଛି । ଏହାଦ୍ୱାରା ବାୟୁମଣ୍ଡଳ ଉପରେ କି ପ୍ରଭାବ ପଡ଼େ ?
Solution:
‘ରାସ୍ତାରୋକା’ ବେଳେ ରାସ୍ତା ମଝିରେ ଟାଏର୍ ଜଳାଇଲେ ବହୁ ପରିମାଣର ଅଙ୍ଗାରକାମ୍ଳ ଗ୍ୟାସ ବାୟୁ ମଣ୍ଡଳରେ ମିଶେ ଓ ଦୂର୍ଗନ୍ଧ ବାହାରି ପରିବେଶ ପ୍ରଦୂଷିତ ହୋଇଥାଏ ।

BSE Odisha 7th Class Science Solutions Chapter 17 ଆବର୍ଜନାର ପରିଚାଳନା

Question 7.
ପୁରୁଣା ଓ ବ୍ୟବହାର ହୋଇସାରିଥିବା ଟାଏର୍‌ଗୁଡ଼ିକୁ ସାଧାରଣତଃ ଆମେ ଅବ୍ୟବହୃତ ଜାଗାରେ ଫୋପାଡ଼ି ଦେଇଥାଉ । ଏଥୁଗୁଁ ଯେଉଁ ସ୍ଵାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୁଏ ଲେଖ ।
Solution:

  • ଟାଏରମ୍ମତିକ୍ ସାଧାରଣଙ କେବ-ନିମ୍ନାକରଣ ଅବଲାନା | ଏଣ୍ଡ ଅଶ୍ମଜୀବମାନଜ ଦାରା ଅପଣଟିତହୁଏ ନାହିଁ କି ମାଟିରେ ମିଶେ ନାହିଁ । ଏଣୁ ସହର ଓ ଗ୍ରାମାଞ୍ଚଳର ଆବର୍ଜନା ଦୂରୀକରଣ ଏକ ଗୁରୁତ୍ଵପୂର୍ଣ୍ଣ ସମସ୍ୟା ।

Question 8.
ଅଣୁଜୀବମାନେ ଶୁଖୁଲା ପତ୍ର ସହିତ ପ୍ରତିକ୍ରିୟା କରି କ’ଣ ସୃଷ୍ଟି କରନ୍ତି ?
(କ) ବାଲି (ଖ) ଛତୁ (ଗ) ହ୍ୟୁମସ୍ (ଘ) କାଠ
Solution:
ହ୍ୟୁମସ୍

Question 9.
କଟକ ଓ ଭୁବନେଶ୍ଵର ଭଳି ବଡ଼ ବଡ଼ ସହରରୁ ନିର୍ଗତ ବହୁ ପରିମାଣରେ ବାହିତ ମଳକୁ ସଦୁପଯୋଗ କରିବା ପାଇଁ ଦୁଇଟି ଉପାୟ ଲେଖ ।
Solution:

  • କଟକର CDAରୁ ବାହିତ ମଳର ସଦୁପଯୋଗ କରାଯାଇ ସେଥୁରୁ କେବଳ ସାର ସଂଗ୍ରହ କରାଯାଉଛି, ମାତ୍ର ଗୋଟିଏ ବାୟୋଗ୍ୟାସ ପ୍ଲାଣ୍ଟ କରାଗଲେ ଏଡ୍ ସହ ଜାଲେଣି ଗ୍ୟାସ ଓ ବିଦ୍ୟୁତ୍ ଶକ୍ତି ମିଳିପାରିବ ।
  • ଭୁବନେଶ୍ୱରରେ ବାହିତ ମଳକୁ ନେଇ ଗୋଟିଏ City Sewage Disposal Plant ଅର୍ଥାତ୍ ସହରର ଦୂଷିତ ଜଳ ଉପଚାର ପ୍ଳାଣ୍ଟ କରାଯାଇପାରିବ । ଫଳରେ ସେଥୁରୁ ସାର, ବିଦ୍ୟୁତ୍, ଜାଳେଣୀ ଗ୍ୟାସ୍ ଓ ପାନୀୟ ଜଳ ପରିମାଣରେ ମିଳିପାରିବ ।

ବିପଯୁବସ୍ତୁ ସପୂଜାପ ପୂଚନା ଓ ବିଶେଷଣ :

→ ଉପକ୍ରମ :

  • ମନୁଷ୍ୟର ଅଦରକାରୀ ବା ପରିତ୍ୟକ୍ତ ବସ୍ତୁ ସମୂହକୁ ତ୍ୟଜ୍ୟ ବସ୍ତୁ ବା ଆବର୍ଜନା କୁହାଯାଏ ।
  • ଆବର୍ଜନାଗୁଡ଼ିକର ଅବସ୍ଥାକୁ ନେଇ ଏହା କଠିନ, ତରଳ ଓ ଗ୍ୟାସୀୟ ହୋଇଥାଏ ।
  • ସହରର ବିଭିନ୍ନ ସ୍ଥାନରେ ଗୃହ ଆବର୍ଜନା ସବୁ ଜମା କରାଯାଏ । ପନିପରିବା ଚୋପା, ଫଳ, ମଞ୍ଜି, ରନ୍ଧନଶାଳାର ଆବର୍ଜନା, ଗଛ ପତ୍ର ଓ ଘାସ, ଭଙ୍ଗାରୁଜା ଟିଣ, ଅଦରକାରୀ କାଚ ବୋତଲ, ପ୍ଲାଷ୍ଟିକ ଓ ପଲିଥୁନ୍ ଆଦି କଠିନ ଆବର୍ଜନା ଅଟନ୍ତି ।
  • ଆଉ ଏକ ପ୍ରକାରର ଆବର୍ଜନା ହେଲା ନାଳ ଓ ନର୍ଦ୍ଦମା ପାଣି | ଶିଳ୍ପାଞ୍ଚଳଗୁଡ଼ିକରୁ ନିର୍ଗତ ତରଳ ତ୍ୟଜ୍ୟ ସବୁ
  • ଗାଡ଼ି ମଟର, କଳକାରଖାନା ଆଦିରୁ ଉତ୍ପନ୍ନ ଆବର୍ଜନା, ଗ୍ୟାସୀୟ ଆବର୍ଜନା ଅଟେ । ଜାଳେଣିରୁ ମଧ୍ଯ ଗ୍ୟାସୀୟ ଆବର୍ଜନା ବାୟୁମଣ୍ଡଳରେ ମିଶିଥାଏ ।
  • ତରଳ ଓ ଗ୍ୟାସୀୟ ଆବର୍ଜନା ଗୁଡ଼ିକ ରାସାୟନିକ ଆବର୍ଜନା ହୋଇଥିବାରୁ ଅତ୍ୟନ୍ତ ବିଷାକ୍ତ ଓ କ୍ଷତିକାରକ ।
  • ନାଳ, ନର୍ଦ୍ଦମାର ତରଳ ଆବର୍ଜନାରେ ପ୍ରଧାନ ଅଂଶ ହେଉଛି ଜଳ ଏବଂ ଏଥିରେ ଖଦା ଅଂଶ ଅତି କମ୍ । ଜଳକୁ ଖଦାରୁ ପୃଥକ କରି କ୍ଲୋରିନ ଦ୍ଵାରା ବିଶୋଧନ କରି ନଦୀ, ନାଳ, ସମୁଦ୍ର ବା ଅନ୍ୟାନ୍ୟ ଜଳଧାର ମାନଙ୍କରେ ଛାଡ଼ିଦିଆ ଯାଇପାରେ ।

→ ବିଶୁଦ୍ଧ ଜଳ :

  • ଆପେ କେବଳ ବିଶ୍ଵଦ୍ଧ କାଳକୁ ବୃ ପାନାମ୍ ଉପେ ବ୍ୟବହାର କରିଥାଇ |
  • ଦୂଷିତ ଜଳକୁ ପାନୀୟ ରୂପେ ବ୍ୟବହାର କରି ଲୋକମାନେ ଜଳ ବାହିତ ରୋଗ ଯଥା – କଲେରା, ଟାଇଫଏଡ଼ ଓ କାମଳ ଆଦି ରୋଗଦ୍ୱାରା ଆକ୍ରାନ୍ତ ହୋଇଥାଆନ୍ତି ।
    • ବିଶୁଦ୍ଧ ଜଳର ଆବଶ୍ୟକତାକୁ ଅନୁଭବ କରାଇ ଜନସଚେତନତା ଜାଗ୍ରତ କରିବା ପାଇଁ 2005 ମସିହାରୁ ମାର୍ଚ୍ଚ 22 ତାରିଖକୁ ଆମେ ‘ବିଶ୍ଵ ଜଳ ବିବସ’’ ରୂପେ ପାଳନ କରି ଆସୁଛୁ ।
  • ଜାତିସଂଘର ଘୋଷଣା ଅନୁଯାୟୀ ଦଶନ୍ଧି 2005 – 2015 କୁ ଆନ୍ତର୍ଜାତିକ ସ୍ତରରେ ‘‘ଜୀବନ ପାଇଁ ଜଳ’’ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତଙ୍କୁ ବିଶୁଦ୍ଧପାନୀୟ ଜଳ ଯୋଗାଇବାର ଏହି ପ୍ରକଳ୍ପର ଉଦ୍ଦେଶ୍ୟ ।
  • ତରଳ ଆବର୍ଜନାର ବିଭିନ୍ନ କାରକଗୁଡ଼ିକ ଜଳ ସହିତ ମିଶି ଜଳକୁ ଦୂଷିତ କରିଥାଏ । ବିଭିନ୍ନ କାରଣରୁ ଜଳ ପ୍ରଦୂଷିତ ହୋଇଥାଏ; ଯଥା – ଶିଳ୍ପଜନିତ, କୃଷି ସମ୍ପର୍କିତ, ଗୃହକାର୍ଯ୍ୟ ଜନିତ ଆଦି ।
  • ଅପଚଯିତ କାଳର ସମ୍ୟକୟକୃପେ ସେଥିରେ ମିଶିଥିବା ସମୟ ଆନକାନାର ଉପଚାର କୁହାଯାଏ ।

→ ଆବର୍ଜନା ମିଶ୍ରିତ ଜଳ :

  • ଆବର୍ଜନା ମିଶ୍ରିତ ଜଳକୁ ଅପଚୟିତ ଜଳ କୁହାଯାଏ । ପାଇଖାନା ଓ ଗାଧୁଆ ଘରୁ ବାହାରୁଥିବା ମଇଳା ଜଳ, ନାଳରୁ ବାହାରୁଥ‌ିବା ଜଳ, ବର୍ଷାଦ୍ବାରା ଧୋଇହୋଇ ଯାଉଥିବା ଜଳ ଆଦି ଅପଚୟିତ ଜଳ ।
  • ଅପଚୟିତ ଜଳରେ କେତେକ ଦୂଷିତ ପଦାର୍ଥ ଭାସମାନ ଅବସ୍ଥାରେ ରହିଥାଏ ଓ ଆଉ କେତେକ ଦ୍ରବୀଭୂତ ଅବସ୍ଥାରେ ରହିଥାଏ । ସେଥ‌ିରେ କେତେକ ହାନିକାରକ ଜୈବ ଓ ଅଜୈବ ପଦାର୍ଥ ଏବଂ ରୋଗ ସୃଷ୍ଟିକାରୀ ଜୀବାଣୁ ଓ ଅଣୁଜୀବ ରହିଥାନ୍ତି ।
  • ଜଳ ନିଷ୍କାସନର ସୁବ୍ୟବସ୍ଥା କରିବା ଉଚିତ ଓ ବର୍ଷା ଜଳକୁ ନଷ୍ଟ ହେବାକୁ ନଦେଇ ତା’କୁ ସଂଚୟ କରିବା ଉଚିତ୍ ।
  • ଅପଚୟିତ ଜଳରେ ଥିବା କେତେକ ପଦାର୍ଥର ଉଦାହରଣ ତଳେ ଦିଆଯାଇଛି ।

ଜୈବିକ ପଦାର୍ଥ – ମନୁଷ୍ୟର ମଳ, ପଶୁପକ୍ଷୀଙ୍କ ମଇଳା, ଅପରିଷ୍କାର ତୈଳ ଜାତୀୟ ପଦାର୍ଥ, ପଲିଥନ୍,
ଅଜୈବିକ ପଦାର୍ଥ – ମାଟି, ଗୋଡ଼ି, ପାଉଁଶ, ଭଙ୍ଗାକାଚ ଇତ୍ୟାଦି ।
ପୋଷକ – ନାଇଟ୍ରୋଜେନ୍, ଫସ୍‌ଫରସ୍, ପୋଟାସିୟମ୍ ଇତ୍ୟାଦି ଧାତୁର ଯୌଗିକରୁ ପ୍ରସ୍ତୁତ ସାର ।
ବୀଜାଣୁ – ହଇଜା ଓ ଆନ୍ତ୍ରିକ ଜ୍ଵର ସୃଷ୍ଟି କରୁଥିବା ବୀଜାଣୁ ।

→ ଦୂଷିତ ଜଳର ଉପଚାର :

  • ଜଣେ ସଚେତନ ଓ ଉତ୍ତମ ନାଗରିକ ହିସାବରେ, ତୁମେ ପୌରପରିଷଦର କର୍ମକର୍ତ୍ତା ତଥା ଗ୍ରାମ ସରପଞ୍ଚଙ୍କ ସହାୟତାରେ ପରିବେଶକୁ ପରିଷ୍କାର ଓ ବିଶୋଧନ କରିବାରେ ପଦକ୍ଷେପମାନ ନେବା ଆବଶ୍ୟକ ।
  • ନାଳ ନର୍ଦ୍ଦମା ପାଖରେ ଇଉକାଲିପଟାସ୍ ଗଛ ଲଗାଇଲେ ତାହା ଅପରିଷ୍କାର ଜଳ ଅଧ୍ବକ ଶୋଷଣ କରି ପରିଷ୍କାର ବାଷ୍ପ ବାୟୁମଣ୍ଡଳକୁ ଛାଡ଼ିଥାଏ ।

→ ଆବର୍ଜନା ନିଷ୍କାସନର ଉତ୍ତମ ମାର୍ଗ :

  • ଅଳ୍ପ ଆବର୍ଜନା ସୃଷ୍ଟି କରିବା ଓ ଦ୍ୱିତୀୟରେ ଆବର୍ଜନାର ଉପଯୁକ୍ତ ବିନିଯୋଗକରି ସେଥୁରୁ ଉତ୍ପନ୍ନ ଉପାଦାନଗୁଡ଼ିକୁ କାମରେ ଲଗାଇବା ।
  • ଅଦରକାରୀ ତୈଳଜାତୀୟ ପଦାର୍ଥ ମାଟିର ଜଳ ଶୋଷଣରେ ବାଧା ସୃଷ୍ଟି କରେ ଓ ମୋବିଲ, ପୋକମରା ଔଷଧ, ବିଭିନ୍ନ ରଙ୍ଗ, ଆଦି ନାଳରେ ପକାଇଲେ ଏହା ଉପକାରୀ ଅଣୁଜୀବଙ୍କୁ ମାରି ଅଶେଷ କ୍ଷତିସାଧନ କରିଥାଏ ।
  • ପଲିଥନ୍, ଛିଣ୍ଡାକନା, ତୁଳା, ଭଙ୍ଗା କଣ୍ଢେଇ ଆଦି ନାଳରେ ପକାଇଲେ ନାଳ ବନ୍ଦ ହୋଇ ଜଳ ନିଷ୍କାନରେ ବାଧାଦିଏ ।
  • ସହଜରେ ମାଟିରେ ମିଶିଯାଉଥ‌ିବା ଜୈବ ନିମ୍ବୀକରଣ ଯୋଗ୍ୟ ଆବର୍ଜନା ପାଇଁ ସବୁଜ ରଙ୍ଗର ଓ ଜୈବ – ନିମ୍ନକରଣ ଅଯୋଗ୍ୟ ଆବର୍ଜନା ପାଇଁ ଲାଲରଙ୍ଗର ଡଷ୍ଟବିନ୍ ଘରେ ଓ ବିଦ୍ୟାଳୟରେ ବ୍ୟବହାର କରିବା ଉଚିତ ।

→ ପରିମଳ ବ୍ୟବସ୍ଥାର :

  • ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ ସମସ୍ତେ ସ୍ବଚ୍ଛ ପାଇଖାନା ବ୍ୟବହାର କରିବା ଉଚିତ ।
  • ଖୋଲାଜାଗାରେ ମଳତ୍ୟାଗ କରିବା ଉଚିତ ନୁହେଁ, ଯଦି ମଳତ୍ୟାଗ ହୁଏ, ତେବେ ଏହାକୁ ବାଲି କିମ୍ବା ମାଟି ଦ୍ଵାରା ଘୋଡ଼ାଇ ଦେବା ଉଚିତ ।
  • ଆଜିକାଲି ଜଳମୁଦ ପାଇଖାନାରୁ ନିଷ୍କାସିତ ଜଳକୁ ପାଇପ୍ ସାହାଯ୍ୟରେ ବାୟୋଗ୍ୟାସ ପ୍ଲାଣ୍ଟ ସହ ସଂଯୋଗ କରି ସେଥ‌ିରୁ ବିଦ୍ୟୁତ୍ ଶକ୍ତି ଓ ତାପଶକ୍ତି ଉତ୍ପନ୍ନ କରାଯାଉଛି ।

→ ଯେଉଁଠାରେ ଭୂତଳ ନିଷ୍କାସନର ସୁବିଧା ନାହିଁ :

  • ପର୍ବପର୍ବାଣି, ମେଳା ଓ ମହୋତ୍ସବ ପାଳନ ବେଳେ, ହାଟ ବଜାର, ରେଳଷ୍ଟେସନ୍ , ଡାକ୍ତରଖାନା ଓ ବିମାନ ବନ୍ଦରରେ ଅନେକ ଲୋକ ପ୍ରତିଦିନ ଯାତାୟତ କରନ୍ତି । ଏଣୁ ଏଠାରେ ସୃଷ୍ଟି ହେଉଥ‌ିବା ଆବର୍ଜନାର ଉପଯୁକ୍ତ ନିଷ୍କାସନ ଓ ବିଶୋଧନ ଏକାନ୍ତ ଆବଶ୍ୟକ, ନଚେତ୍ ମହାମାରୀ ରୋଗ ବ୍ୟାପିବାର ସମ୍ଭାବନ ଅଛି ।
  • ପରିମଳ ବ୍ୟବସ୍ଥା ପ୍ରତି ନିଜେ ସଚେତନ ରହିବା ସହ ଅନ୍ୟମାନଙ୍କୁ ସଚେତନ କରିବା ଆମର କର୍ତ୍ତବ୍ୟ । କାରଣ ଆମ ପରିବେଶକୁ ସୁସ୍ଥ ଓ ପରିଷ୍କାର ରଖୁବା ଆମ ସମସ୍ତଙ୍କର କର୍ତ୍ତବ୍ୟ । ମିଳିତ ଉଦ୍ୟମରେ ପରିବେଶ ପ୍ରଦୂଷଣ ମୁକ୍ତ ହୋଇ ପାରିବ ।

→ ପରିଷ୍କାର ପରିଚ୍ଛନତା ଓ ରୋଗ :

  • ଅସ୍ବାସ୍ଥ୍ୟକର ପରିବେଶରେ ବାସ କରିବା ଓ ଦୂଷିତ ଜଳ ପାନ କରିବା ସମସ୍ତ ରୋଗର ପ୍ରଧାନ କାରଣ ।
  • ଏଣେତେଣେ ମଳତ୍ୟାଗ କରିବା ଫଳରେ ବାୟୁ, ମାଟି ଉପର ଓ ମାଟି ତଳ ଜଳ ଦୂଷିତ ହୋଇଥାଏ ।
  • ଖୋଲା ପଡ଼ିଆରେ ଝାଡ଼ା ନ ଯାଇ ବରପାଲି ବା ସେପ୍‌ଟିକ୍ ଟ୍ୟାକ୍ ବ୍ୟବହାର କରିବା ଆବଶ୍ୟକ ।
  • ଖାଲି ପାଦରେ ଝାଡ଼ାଗଲେ ମଳରେ ଥିବା କୃମି ପାଦର ଚର୍ମଦେଇ ଶରୀର ଭିତରକୁ ପ୍ରବେଶ କରନ୍ତି ।
    • ଦୂଷିତ ଜଳ ପାନ କଲେ ଏବଂ ସେଥ‌ିରେ ଗାଧୋଇଲେ ହଇଜା, କାମଳ,
    • ଟାଇଫଏଡ଼, କାଛୁକୁଣ୍ଡିଆ ଓ ଯାଦୁ ଆଦି ରୋଗ ହୋଇଥାଏ ।

→ ବ୍ୟବହୃତ ଜଳର ନିଷ୍କାସନ ଓ ପୁନଃ ବ୍ୟବହାର :

  • ବ୍ୟବହୃତ ଜଳକୁ ଗୋଟିଏ ଜାଗାରେ ଜମିବାକୁ ନ ଦେଇ ଏହାକୁ ସୋପିଟ ମଧ୍ୟକୁ ବା ବଗିଚାର ଗଛ ମୂଳକୁ ଛାଡ଼ିଦେବା ଉଚିତ ।
  • ସହରାଞ୍ଚଳରେ ବ୍ୟବହୃତ ଜଳକୁ ଏଣେତେଣେ ନ ଛାଡ଼ି ମୁଖ୍ୟନାଳକୁ ଛାଡ଼ିବା ଉଚିତ ।
  • କୂଅ ଓ ନଳକୂଅ ପାଖରେ ସିମେଣ୍ଟ ଚଟାଣ କରି ଉଚ୍ଚା କଲେ ବ୍ୟବହୃତ ପାଣି ଏହା ମଧ୍ୟକୁ ନଯାଇ ଜଳକୁ ଦୂଷିତ କରି ନ ଥାଏ ।
  • ନାଳ ନର୍ଦ୍ଦମାର ଆବର୍ଜନାକୁ ସଂଗ୍ରହ କରି ବିଭିନ୍ନ ପ୍ରଣାଳୀରେ ସେଥୁରୁ ଜଳ ଓ ଖଦା ଅଂଶକୁ ପୃଥକ କରି ଓ ଜଳକୁ ବିଶୋଧନ କରି ଚାଷପାଇଁ ଏହି ଜଳକୁ ବିନିଯୋଗ କରାଇପାରିବ । ଏପରିକି ମାଛ ଚାଷ ପାଇଁ ମଧ୍ୟ ଲାଭଜନକ ଭାବରେ ଏହାର ବ୍ୟବହାର କରାଯାଇପାରିବ ।

→ ଅପଚୟିତ ଜଳର ପୁନଃ ଚକ୍ରଣ ଏବଂ ପୁନଃ ବିନିଯୋଗ :

  • ପ୍ରତ୍ୟେକ ଆବର୍ଜନାର ପୁନଃଚକ୍ରଣ କରି ବ୍ୟବହାର ଯୋଗ୍ୟ କରାଯାଇ ପାରିବ । କଠିନ ଆବର୍ଜନାକୁ ସହଜରେ ପୁନଃଚକ୍ରଣ କରି ବ୍ୟବହାର କରାଯାଏ; ଯଥା –ଭଙ୍ଗା ଟିଣ, କାଚ, ପ୍ଲାଷ୍ଟିକ ଆଦି ଆବର୍ଜନାକୁ ଆବଶ୍ୟକୀୟ କାରଖାନାକୁ ପଠାଯାଇ ଏହାକୁ ତରଳାଇ ସେଥୁରୁ ନୂତନ ଜିନିଷ ପ୍ରସ୍ତୁତ କରାଯାଇଥାଏ ।
  • ଅପଚୟିତ ଜଳକୁ ସିଧାସଳଖ ନଦୀ ବା ସମୁଦ୍ରକୁ ଛାଡ଼ିବା ଫଳରେ ଅଶୋଧ ଜଳ ଓ ଏଥ‌ିରେ ଥିବା ମାରାତ୍ମକ ପଦାର୍ଥମାନ ଜଳଜ ଜୀବମାନଙ୍କର ଅଶେଷ କ୍ଷତି ଘଟାଇଥାଏ ।
  • ଆଜିକାଲି ଅପଚୟିତ ଜଳକୁ ବିଭିନ୍ନ ପ୍ରକ୍ରିୟାଦ୍ୱାରା ପୁନଃ ବ୍ୟବହାର ଉପଯୋଗୀ କରାଯାଇ ପାରୁଛି । ଉଦାହରଣ ସ୍ଵରୂପ, ଭୁବନେଶ୍ୱର ବିଡ଼ିଏ ନିକୋ ପାର୍କକୁ ବିଭିନ୍ନ ନଳାରେ ଆସୁଥ‌ିବା ଆବର୍ଜନା ପୂର୍ଣ୍ଣ ନର୍ଦ୍ଦମା ଜଳକୁ ପରିଷ୍କାର କରି ଏକ କୃତ୍ରିମ ହ୍ରଦ କରାଯାଇଛି । ଏହି ହ୍ରଦରେ ନୌକା ବିହାର ଓ ଅନ୍ୟାନ୍ୟ ଜଳକ୍ରୀଡ଼ା କରାଯାଇ ପାରୁଛି ।
  • ଭୌତିକ, ରାସାୟନିକ ଓ ଜୈବିକ ପ୍ରକ୍ରିୟାରେ ଦୂଷିତ ଜଳର ଉପଚାର କରାଯାଇ ଏହାକୁ ପରିଷ୍କାର ଓ ବ୍ୟବହାର
  • ଏଥୁରୁ ଶେଷରେ ସାର ମିଳିବା ସହ ଜାଳେଣି ଗ୍ୟାସ୍ ମଧ୍ୟ ମିଳେ ଏବଂ ପରିଷ୍କାର ବିଶୋଧ ଜଳକୁ ପାନୀୟ ଜଳରୂପେ ବ୍ୟବହାର କରାଯାଏ ।

→ ଆସ, ଜାଣିବା :

  • ଘରୁ, କଳକାରଖାନାରୁ, ଚାଷଜମିରୁ ନିର୍ଗତ ଓ ମନୁଷ୍ୟର ବିଭିନ୍ନ ବ୍ୟବହାରରୁ ନିର୍ଗତ ବା ନିଷ୍କାସିତ ଜଳକୁ ଆମେ ପାରୁଛି ।
  • ଅପଚୟିତ ଏକ ପ୍ରକାର ତରଳ ଦୂଷିତ ପଦାର୍ଥ ଯାହା, ମାଟି ଜଳ ଏବଂ ଜମିକୁ ପ୍ରଦୂଷିତ କରିଥାଏ ।
  • ଦୂଷିତ ଜଳକୁ ବିଭିନ୍ନ ପ୍ରକାର ପ୍ରକ୍ରିୟାରେ ଉପଚାର କରାଯାଏ ।
  • ଯେଉଁଠାରେ ଭୂତଳ ନିଷ୍କାସନର ସୁବିଧା ନାହିଁ ସେଠାରେ କମ୍ ଖର୍ଚ୍ଚରେ ସୁଲଭ ପରିମଳ ବ୍ୟବସ୍ଥା କରାଯାଇଥାଏ ।
  • ଦୂଷିତ ଜଳର ଉପଚାର ଫଳରେ ପଟୁମାଟି ଓ ଜୈବିକ ଗ୍ୟାସ୍ ଉପଲବ୍ଧ ହୋଇଥାଏ ।
  • ଖୋଲା ନାଳରେ ମାଛି, ମଶା ଏବଂ ବିଭିନ୍ନ ଅଣୁଜୀବ ସୃଷ୍ଟି ହୋଇଥାଆନ୍ତି । ସେଗୁଡ଼ିକ ବିଭିନ୍ନ ରୋଗର କାରଣ ।
  • ଖୋଲା ପଡ଼ିଆରେ ଝାଡ଼ା ନଯାଇ, ପକ୍କା ପାଇଖାନା ବା ବରପାଲି ପାଇଖାନା ବ୍ୟବହାର କରିବା ଆବଶ୍ୟକ ।

CHSE Odisha Class 12 Economics Chapter 7 Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 7 ପରିବ୍ୟୟ Short Answer Questions.

CHSE Odisha 12th Class Economics Chapter 7 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଦୁଇଟି/ ତିନୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

1. ବ୍ୟକ୍ତିଗତ ପରିବ୍ୟୟ କହିଲେ କ’ଣ ବୁଝ ?
Answer:
ଉତ୍ପାଦନକାରୀ ସଂସ୍ଥା କୌଣସି ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟ ଉତ୍ପାଦନ କଲାବେଳେ ଯେଉଁ ବ୍ୟୟ ଭାର ବହନ କରିଥାଆନ୍ତି, ତାହାକୁ ବ୍ୟକ୍ତିଗତ ପରିବ୍ୟୟ ବୋଲି କୁହାଯାଏ । ସୁତରାଂ, ଏକ ନିର୍ଦ୍ଦିଷ୍ଟ ପରିମାଣର ଦ୍ରବ୍ୟ ଉତ୍ପାଦନ ନିମନ୍ତେ ଉତ୍ପାଦନକାରୀ ଯେଉଁ ପରିବ୍ୟୟ ନିଜେ ବହନ କରେ, ତାହାକୁ ବ୍ୟକ୍ତିଗତ ପରିବ୍ୟୟ ଆଖ୍ୟା ଦିଆଯାଏ । ଚୌଦ୍ବାରସ୍ଥିତ ଚାର୍ଜକ୍ରୋମ୍ କାରଖାନାର ବ୍ୟୟିତ ଖର୍ଚ୍ଚ କେବଳ ତା’ର ମାଲିକ ବହନ କରୁଥିବାରୁ ଏହା ବ୍ୟକ୍ତିଗତ ପରିବ୍ୟୟର ଏକ ଉଦାହରଣ ଅଟେ ।

2. ସାମାଜିକ ପରିବ୍ୟୟ କ’ଣ ?
Answer:
ଉତ୍ପାଦନକାରୀ ସଂସ୍ଥାମାନଙ୍କଦ୍ୱାରା ନିର୍ଦ୍ଦିଷ୍ଟ ଦ୍ରବ୍ୟ ଉତ୍ପାଦନ ନିମନ୍ତେ ସମାଜ ଯେଉଁ ଭାର ବହନ କରେ, ତାହାକୁ ସାମାଜିକ ପରିବ୍ୟୟ ବୋଲି କୁହାଯାଏ । କୌଣସି ଦ୍ରବ୍ୟ ଉତ୍ପାଦନ କଲାବେଳେ ଏପରିକି କାରଖାନା ସହ ଆଦୌ ସମ୍ପୃକ୍ତ ନ ଥ‌ିବା ସମାଜର ବିଭିନ୍ନ ଶ୍ରେଣୀର ବ୍ୟକ୍ତିବିଶେଷ ନାନା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ପରିବେଶ ପ୍ରଦୂଷଣଜନିତ ଅସୁବିଧା ଏବଂ ତହିଁରୁ ମୁକ୍ତି ପାଇବାପାଇଁ ଯେଉଁ ବୋଝ ସରକାର ତଥା ସମାଜ ବହନ କରେ, ତାହାହିଁ ସାମାଜିକ ପରିବ୍ୟୟ ।

3. ସ୍ଵଳ୍ପକାଳ-କ’ଣ?
Answer:
ଯେଉଁ ସମୟସୀମା ମଧ୍ୟରେ ଉତ୍ପାଦନକାରୀ ପ୍ରତିଷ୍ଠାନର ଆୟତନରେ କୌଣସି ପରିବର୍ତ୍ତନ କରିପାରେ ନାହିଁ, ତାହାକୁ ଉତ୍ପାଦନ ପ୍ରକ୍ରିୟାରେ ସ୍ଵଳ୍ପକାଳ ବୋଲି କୁହାଯାଏ । ତେଣୁ ସ୍ଵଳ୍ପକାଳରେ କେବଳ ପରିବର୍ତ୍ତନୀୟ ଉପାଦାନରେ ବୃଦ୍ଧି ଘଟାଇ ଉତ୍ପାଦନ ବୃଦ୍ଧି ଘଟାଇବା ସମ୍ଭବ ହୋଇଥାଏ । ଏହି ସ୍ଵଳ୍ପକାଳରେ ଦୁଇ ପ୍ରକାର ପରିବ୍ୟୟ ଦେଖାଯାଏ; ଯଥା- ସ୍ଥିର ପରିବ୍ୟୟ ଏବଂ ପରିବର୍ତ୍ତନୀୟ ପରିବ୍ୟୟ ।

4. ଦୀର୍ଘକାଳ କ’ଣ ?
Answer:
ଯେଉଁ ସମୟସୀମା ମଧ୍ୟରେ ଉତ୍ପାଦନ ସଂସ୍ଥାର ଆୟତନ ଓ ଯନ୍ତ୍ରପାତି ଇତ୍ୟାଦିର ବୃଦ୍ଧି କରିବା ସମ୍ଭବ ହୋଇଥାଏ, ତାହାକୁ ଦୀର୍ଘକାଳ ବୋଲି କୁହାଯାଏ । ଦୀର୍ଘକାଳରେ କୌଣସି ଉପାଦାନ ସ୍ଥିର ବା ଅପରିବର୍ତ୍ତନୀୟ ରହେ ନାହିଁ ଅର୍ଥାତ୍ ଏହି ସମୟରେ ସମସ୍ତ ଉପାଦାନ ପରିବର୍ତ୍ତନୀୟ ହୋଇଥାଏ ।

CHSE Odisha Class 12 Economics Chapter 7 Short Answer Questions in Odia Medium

5. ପରିବର୍ତ୍ତନୀୟ ପରିବ୍ୟୟ କ’ଣ ?
Answer:
ଉତ୍ପାଦ ପରିମାଣରେ ପରିବର୍ତ୍ତନ ହେଲେ ଯେଉଁ ପରିବ୍ୟୟରେ ପରିବର୍ତ୍ତନ ଘଟେ, ତାହାକୁ ପରି ଉଁନୀୟ ପରିବ୍ୟୟ କୁହାଯାଏ । ଉତ୍ପାଦନରେ ବ୍ୟବହୃତ କଞ୍ଚାମାଲ ବାବଦ ଖର୍ଜ, ବ୍ୟବହୃତ ବିଜୁଳିଶକ୍ତି ବାବଦ ଦେୟ, ଶ୍ରମିକମାନଙ୍କ ମଜୁରି ଇତ୍ୟାଦି ପରିବର୍ତ୍ତନୀୟ ପରିବ୍ୟୟର ଅନ୍ତର୍ଭୁକ୍ତ । ଉତ୍ପାଦନ ବୃଦ୍ଧି ଘଟିଲେ ଏହି ପରିବ୍ୟୟର ବୃଦ୍ଧି ଘଟେ ଏବଂ ଉତ୍ପାଦନ ହ୍ରାସ ହେଲେ ଏହା ହ୍ରାସ ପାଇଥାଏ ଏବଂ ଉତ୍ପାଦନ ପରିମାଣ ଶୂନ୍ୟ ହେଲେ, ଏହି ପରିବ୍ୟୟ ମଧ୍ୟ ଶୂନ୍ୟ ହୋଇଥାଏ ।

6. ଯୋଜନା ରେଖା କ’ଣ ?
Answer:
ସ୍ଵଳ୍ପକାଳରେ ବାସ୍ତବରେ ଉତ୍ପାଦନ ସଙ୍ଘଟିତ ହୋଇଥାଏ, ମାତ୍ର ଦୀର୍ଘକାଳରେ ଉତ୍ପାଦନ ନିମିତ୍ତ କେବଳ ଯୋଜନା ପ୍ରସ୍ତୁତ କରାଯାଇଥାଏ । ସେଥ‌ିପାଇଁ ଦୀର୍ଘକାଳୀନ ହାରାହାରି ପରିବ୍ୟୟ ରେଖାକୁ ଯୋଜନା ରେଖା ବୋଲି ଅଭିହିତ କରାଯାଏ । କାରଣ ଦୀର୍ଘକାଳରେ ସ୍ଵଳ୍ପକାଳୀନ ହାରାହାରି ପରିବ୍ୟୟ ରେଖା ଭିତ୍ତିରେ ହିଁ ପରିବ୍ୟୟ ରେଖା ସ୍ଥିର କରାଯାଇପାରେ ।

7. ଆବୃତ ରେଖା କ’ଣ ?
Answer:
ପ୍ରତ୍ୟେକ ପ୍ରତିଷ୍ଠାନର ନୂନତମ ବିନ୍ଦୁକୁ ଯୋଗକଲେ ଦୀର୍ଘକାଳରେ ଯେଉଁ ରେଖା ଉତ୍ପନ୍ନ ହୁଏ, ତାହାହିଁ ଦୀର୍ଘକାଳୀନ ହାରାହାରି ପରିବ୍ୟୟ ରେଖା । ଏହା ସମସ୍ତ ସ୍ଵଳ୍ପକାଳୀନ ହାରାହାରି ପରିବ୍ୟୟ ରେଖାକୁ ଆବୃତ କରି ରଖୁଥାଏ। ତେଣୁ ଦୀର୍ଘକାଳୀନ ହାରାହାରି ପରିବ୍ୟୟ ରେଖାକୁ ଆବୃତ ରେଖା ବୋଲି କୁହାଯାଏ ।

8. ମୋଟ ପରିବ୍ୟୟ କ’ଣ ?
Answer:
ମୋଟ ପରିବ୍ୟୟ ହେଉଛି ପ୍ରତିଷ୍ଠାନର ମୋଟ ବ୍ୟୟ ବରାଦ । ଉଭୟ ସ୍ଥିର ଉପାଦାନ ଓ ପରିବର୍ତ୍ତନୀୟ ଉପାଦାନ ନିମନ୍ତେ ପ୍ରତିଷ୍ଠାନ କରୁଥିବା ମୋଟ ବ୍ୟୟକୁ ମୋଟ ପରିବ୍ୟୟ କୁହାଯାଏ । ଅର୍ଥାତ୍‌, ମୋଟ ପରିବ୍ୟୟ ହେଉଛି ମୋଟ ସ୍ଥିର ପରିବ୍ୟୟ ଓ ମୋଟ ପରିବର୍ତ୍ତନୀୟ ପରିବ୍ୟୟର ସମଷ୍ଟି ।

9. ଦୃଶ୍ୟମାନ ପରିବ୍ୟୟ କ’ଣ ?
Answer:
ପ୍ରତିଷ୍ଠାନଗୁଡ଼ିକ ସାଧନ ମାଲିମାନଙ୍କଠାରୁ ଉତ୍ପାଦନ ସହାୟକ ସେବା କ୍ରୟ କରିବାପାଇଁ ଯେଉଁ ବ୍ୟୟ ବହନ କରିଥା’ନ୍ତି ତାହାକୁ ଦୃଶ୍ୟମାନ ପରିବ୍ୟୟ କୁହାଯାଏ । ଅର୍ଥାତ୍ ପ୍ରତିଷ୍ଠାନଗୁଡ଼ିକ ଶ୍ରମ, ପୁଞ୍ଜି, ଭୂମି ଇତ୍ୟାଦି ଉତ୍ପାଦନର ମାଲିକମାନଙ୍କୁ ଯେଉଁ ଚୁକ୍ତିଗତ ମୌଦ୍ରିକ ଦେୟ ପ୍ରଦାନ କରିଥା’ନ୍ତି, ତାହାହିଁ ଦୃଶ୍ୟମାନ ପରିବ୍ୟୟ । ଏହାକୁ ମଧ୍ୟ ହିସାବଗତ ପରିବ୍ୟୟ କୁହାଯାଏ ।

10. ପ୍ରଚ୍ଛନ୍ନ ପରିବ୍ୟୟ କ’ଣ ?
Answer:
ଏପରି କେତେକ ପରିବ୍ୟୟ ଅଛି, ଯେଉଁଗୁଡ଼ିକ ପ୍ରକୃତରେ ବ୍ୟୟିତ ହୋଇ ନଥିଲେ ମଧ୍ୟ ପରିବ୍ୟୟର ଏକ ଅଂଶ ହେବା ଉଚିତ, ସେଗୁଡ଼ିକୁ ପ୍ରଚ୍ଛନ୍ନ ପରିବ୍ୟୟ ବା ଲୁକ୍‌କାୟିତ ପରିବ୍ୟୟ କୁହାଯାଏ । ଉତ୍ପାଦନକାରୀଙ୍କ ନିଜସ୍ବ ଭୂମି ପାଇଁ ଅଶେଷ, ନିଜସ୍ଵ ଶ୍ରମ ପାଇଁ ମଜୁରି ଇତ୍ୟାଦି ପ୍ରଚ୍ଛନ୍ନ ପରିବ୍ୟୟ । ଅର୍ଥନୈତିକ ପରିବ୍ୟୟରେ ଉଭୟ ପ୍ରଚ୍ଛନ୍ନ ପରିବ୍ୟୟ ଓ ଦୃଶ୍ୟମାନ ପରିବ୍ୟୟ ହିସାବକୁ ନିଆଯାଏ ।

11. ଉତ୍ପାଦନ ପରିବ୍ୟୟ କ’ଣ ?
Answer:
କୌଣସି ଦ୍ରବ୍ୟର ଉତ୍ପାଦନ ପାଇଁ ଉତ୍ପାଦନକାରୀ ସଂସ୍ଥା ଉପାଦାନଗୁଡ଼ିକ ପାଇଁ ଯେଉଁ ଖର୍ଚ୍ଚ କରିବାକୁ ପଡ଼ିଥାଏ, ତାହାକୁ ଉତ୍ପାଦନ ପରିବ୍ୟୟ କୁହାଯାଏ । ଉତ୍ପାଦନ କାଳରେ ଉତ୍ପାଦନକାରୀ ବିଭିନ୍ନ ଉତ୍ପାଦନର ସାଧନ କ୍ରୟ କରିଥାଏ ଏବଂ ସେଥ‌ିପାଇଁ ପାଉଣା ଦେଇଥାଏ । ତେଣୁ ସମସ୍ତ ପାଉଣାର ସମଷ୍ଟି ହେଉଛି ପରିବ୍ୟୟ । ଅର୍ଥାତ୍ କୌଣସି ଦ୍ରବ୍ୟ ଉତ୍ପାଦନ ପାଇଁ ଯେଉଁ ଖର୍ଚ୍ଚ ବହନ କରାଯାଇଥାଏ, ତାହାକୁ ଉତ୍ପାଦନ ପରିବ୍ୟୟ କୁହାଯାଏ ।

12. ପରିବ୍ୟୟ ଫଳନ କହିଲେ କ’ଣ ବୁଝ ?
Answer:
ପ୍ରତିଷ୍ଠାନ ଦ୍ରବ୍ୟର ଦାମ୍ ନିର୍ଦ୍ଧାରଣ କ୍ଷେତ୍ରରେ ମୋଟ ଉତ୍ପାଦନ ସହିତ ଦ୍ରବ୍ୟର ଉତ୍ପାଦନ ପରିବ୍ୟୟର ସମ୍ପର ୍କ୍ଥାପନ କରିଥାଏ । ଅର୍ଥାତ୍ ପରିବ୍ୟୟ ଓ ଉତ୍ପାଦନ ମଧ୍ୟରେ ସମ୍ପର୍କ ପରିବ୍ୟୟ ଫଳନ ଅଟେ । ପରିବ୍ୟୟ ଫଳନ ଏକ ବ୍ୟୁତ୍ପତ୍ତି ଫଳନ (Cost function is a derived function) । ଏହା ଉତ୍ପାଦନ ଫଳନରୁ ଗ୍ରହଣ କରାଯାଇଅଛି ।

13. ମୁଦ୍ରାଗତ ପରିବ୍ୟୟ କ’ଣ ?
Answer:
ମୋଟ ଉତ୍ପାଦନ ଖର୍ଚ୍ଚକୁ ମୁଦ୍ରା ଆକାରରେ ପରିମାପ କରାଗଲେ, ତାହାକୁ ମୁଦ୍ରାଗତ ପରିବ୍ୟୟ କୁହାଯାଏ । ଏକ ନିର୍ଦ୍ଦିଷ୍ଟ ପରିମାଣର ଦ୍ରବ୍ୟ ଉତ୍ପାଦନ ନିମନ୍ତେ ଉଦ୍ୟୋକ୍ତା ଯେଉଁ ଖର୍ଚ୍ଚ ମୁଦ୍ରା ଆକାରରେ କରିଥା’ନ୍ତି, ତାହାକୁ ମୁଦ୍ରାଗତ ପରିବ୍ୟୟ କୁହାଯାଏ । ତେଣୁ, ଉତ୍ପାଦନର ସମସ୍ତ ପରିବ୍ୟୟ ମୌଦ୍ରିକ ପରିବ୍ୟୟ ଅଟେ ।

14. ବାସ୍ତବ ପରିବ୍ୟୟ କ’ଣ ?
Answer:
ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ ସମସ୍ତ ଉତ୍ପାଦନର ଉପାଦାନ ବା ସେମାନଙ୍କର ମାଲିକମାନଙ୍କର ସମସ୍ତ ପ୍ରକାରର ଅସୁବିଧା ଓ ତ୍ୟାଗର ସମଷ୍ଟିକୁ ବାସ୍ତବ ପରିବ୍ୟୟ କୁହାଯାଏ । ଶ୍ରମିକ ଶ୍ରମଦାନ କଲାବେଳେ ଯେଉଁ କଷ୍ଟ ଓ ପରିଶ୍ରମ ସ୍ୱୀକାର କରିଥାଏ ତାହା ବାସ୍ତବ ପରିବ୍ୟୟ । ସାମାଜିକ ଦୃଷ୍ଟିକୋଣରୁ ବାସ୍ତବ ପରିବ୍ୟୟ ଧାରଣର ଉପଯୋଗିତା ଥିଲେ ମଧ୍ୟ ଅର୍ଥଶାସ୍ତ୍ରରେ ଏହାର କୌଣସି ଭୂମିକା ନାହିଁ।

15. ହିସାବଗତ ପରିବ୍ୟୟ କ’ଣ ?
Answer:
କରିଥା’ନ୍ତି, ତାହାକୁ ହିସାବଗତ ପରିବ୍ୟୟ କୁହାଯାଏ । ଉତ୍ପାଦନକାରୀ କଞ୍ଚାମାଲ ପାଇଁ ଦର, ଶ୍ରମିକମାନଙ୍କ ପାଇଁ ମଜୁରି, ଭୂମି ପାଇଁ ଅଶେଷ, ବିଜ୍ଞାପନ, କର, ବୀମା ଇତ୍ୟାଦି ନିମନ୍ତେ ମଧ୍ୟ ବ୍ୟୟ ବରାଦ କରିଥା’ନ୍ତି । ଏହି ସମସ୍ତ ପରିବ୍ୟୟ ପ୍ରତିଷ୍ଠାନର ହିସାବ ଖାତାରେ ପ୍ରତିଫଳିତ ହୋଇଥାଏ । ତେଣୁ ଏହି ପରିବ୍ୟୟକୁ ହିସାବଗତ ପରିବ୍ୟୟ ବା ଦୃଶ୍ୟମାନ ପରିବ୍ୟୟ କୁହାଯାଏ ।

16. ବିକଳ୍ପ ପରିବ୍ୟୟ କ’ଣ ?
Answer:
ସମ୍ବଳ ସୀମିତ ହୋଇଥିବାରୁ ଉତ୍ପାଦନକାରୀ କୌଣସି ଏକ ଦ୍ରବ୍ୟ ଯଦି ଉତ୍ପାଦନ କରନ୍ତି, ତାହାହେଲେ ତାଙ୍କୁ ଅନ୍ୟ ଏକ ଦ୍ରବ୍ୟର ଉତ୍ପାଦନ ତ୍ୟାଗ କରିବାକୁ ହୋଇଥାଏ । ଏହି ତ୍ୟାଗ କରୁଥିବା ଦ୍ରବ୍ୟ ଉତ୍ପାଦିତ ଦ୍ରବ୍ୟର ବିକଳ୍ପ ପରିବ୍ୟୟ । ତେଣୁ, କୌଣସି ଦ୍ରବ୍ୟର ବିକଳ୍ପ ପରିବ୍ୟୟ ପରିତ୍ୟକ୍ତ ହୋଇଥିବା ସର୍ବୋତ୍ତମ ବିକଳ୍ପ ଦ୍ରବ୍ୟକୁ ବୁଝାଏ ।

17. ଅର୍ଥନୈତିକ ପରିବ୍ୟୟ କ’ଣ ?
Answer:
ଅର୍ଥନୈତିକ ପରିବ୍ୟୟ ଏକ ବିସ୍ତୃତ ତତ୍ତ୍ଵ ଯାହା ଉଭୟ ହିସାବଗତ ପରିବ୍ୟୟ ଓ ପ୍ରଚ୍ଛନ୍ନ ପରିବ୍ୟୟର ସମ୍ମିଶ୍ରଣ ଅଟେ । ପ୍ରତ୍ୟକ୍ଷ ଭାବେ ଦ୍ରବ୍ୟଗୁଡ଼ିକୁ କିଣିବାପାଇଁ ପ୍ରତିଷ୍ଠାନ ଯେଉଁସବୁ ଖର୍ଚ୍ଚ ବହନ କରିଥା’ନ୍ତି, ତାହାକୁ ହିସାବଗତ ପରିବ୍ୟୟ କୁହାଯାଏ । ଅନ୍ୟପକ୍ଷରେ ଉଦ୍ୟୋକ୍ତାଙ୍କର ସ୍ବସମ୍ବଳର ବିନିଯୋଗ ନିମନ୍ତେ ସେ ଯେଉଁ ପ୍ରାପ୍ୟ ପାଆନ୍ତି, ତାହାକୁ ପ୍ରଚ୍ଛନ୍ନ ପରିବ୍ୟୟ କୁହାଯାଏ । ତେଣୁ ଅର୍ଥନୈତିକ ପରିବ୍ୟୟ= ହିସାବଗତ ପରିବ୍ୟୟ + ପ୍ରଚ୍ଛନ୍ନ ପରିବ୍ୟୟ ।

CHSE Odisha Class 12 Economics Chapter 7 Short Answer Questions in Odia Medium

18. ସ୍ଥିର ପରିବ୍ୟୟ କ’ଣ ?
Answer:
ଉତ୍ପାଦନ ପ୍ରକ୍ରିୟାରେ ଯେଉଁ ପରିବ୍ୟୟର କୌଣସି ପରିବର୍ତ୍ତନ ଘଟିନଥାଏ, ତାହା ସ୍ଥିର ପରିବ୍ୟୟ । ଉତ୍ପାଦନର ପରିବର୍ତ୍ତନ ସ୍ଥିର ପରିବ୍ୟୟକୁ ପ୍ରଭାବିତ କରିପାରେ ନାହିଁ । ଉତ୍ପାଦର ପରିମାଣ ଯାହା ହେଉନା କାହିଁକି, ପ୍ରତିଷ୍ଠାନ ଏହି ବ୍ୟୟ ଭାର ବହନ କରିବାକୁ ବାଧ୍ୟ । ଉତ୍ପାଦର ପରିମାଣ ସହିତ ସ୍ଥିର ପରିବ୍ୟୟର କୌଣସି ସମ୍ପର୍କ ନଥିବାରୁ ଏହାକୁ ଅତିରିକ୍ତ ପରିବ୍ୟୟ ବା ପରୋକ୍ଷ ପରିବ୍ୟୟ ନାମରେ ମଧ୍ୟ ଅଭିହିତ କରାଯାଏ ।

19. ପରିବର୍ତ୍ତନୀୟ ପରିବ୍ୟୟ କ’ଣ ?
Answer:
ପରିବର୍ତ୍ତନୀୟ ଉପାଦାନମାନଙ୍କ ନିମନ୍ତେ ପ୍ରତିଷ୍ଠାନ ସ୍ୱଳ୍ପକାଳରେ ଯେଉଁ ବ୍ୟୟ ବରାଦ କରିଥାଏ, ତାହା ପରିବର୍ତ୍ତନୀୟ ପରିବ୍ୟୟ । ଉତ୍ପାଦର ଯେକୌଣସି ପରିବର୍ତ୍ତନ ସହିତ ଏହା ପ୍ରଭାବିତ ହୋଇଥାଏ । ଉତ୍ପାଦ ପରିମାଣ ଓ ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ଦୃଷ୍ଟିଗୋଚର ହୁଏ । କଞ୍ଚାମାଲ ପାଇଁ ଦେୟ, ଶ୍ରମିକମାନଙ୍କ ମଜୁରି, ଶକ୍ତି ପାଇଁ ଖର୍ଚ୍ଚ ଇତ୍ୟାଦି ପରିବର୍ତ୍ତନୀୟ ପରିବ୍ୟୟର ଉଦାହରଣ ।

20. ସୀମାନ୍ତ ପରିବ୍ୟୟ କ’ଣ ?
Answer:
ଦ୍ରବ୍ୟର ଏକ ଅତିରିକ୍ତ ଏକକ ଉତ୍ପାଦନ ହେବାଦ୍ଵାରା ମୋଟ ପରିବ୍ୟୟରେ ଯେଉଁ ବୃଦ୍ଧି ଘଟେ, ତାହାକୁ ସୀମାନ୍ତ ପରିବ୍ୟୟ କୁହାଯାଏ । ଏହା ଏକ ଅତିରିକ୍ତ ଉତ୍ପାଦ ପାଇଁ ହେଉଥ‌ିବା ଅତିରିକ୍ତ ବ୍ୟୟ । ଅର୍ଥାତ୍, ବର୍ତ୍ତମାନର ମୋଟ ପରିବ୍ୟୟ ଓ ପୂର୍ବତନ ମୋଟ ପରିବ୍ୟୟର ପାର୍ଥକ୍ୟ ହେଉଛି ସୀମାନ୍ତ ପରିବ୍ୟୟ ।

21. ହାରାହାରି ସ୍ଥିର ପରିବ୍ୟୟ କ’ଣ ?
Answer:
ଉତ୍ପାଦର ପ୍ରତ୍ୟେକ ଏକକ ପାଇଁ ହେଉଥ‌ିବା ସ୍ଥିର ପରିବ୍ୟୟକୁ ହାରାହାରି ସ୍ଥିର ପରିବ୍ୟୟ କୁହାଯାଏ । ତେଣୁ ମୋଟ ସ୍ଥିର ପରିବ୍ୟୟକୁ ମୋଟ ଉତ୍ପାଦଦ୍ଵାରା ଭାଗ କରି ହାରାହାରି ସ୍ଥିର ପରିବ୍ୟୟ ଆକଳନ କରାଯାଏ । ଯେହେତୁ ମୋଟ ସ୍ଥିର ପରିବ୍ୟୟ ସର୍ବଦା ସ୍ଥିର, ମୋଟ ଉତ୍ପାଦ ପରିମାଣର ପ୍ରତ୍ୟେକ ଏକକ ବୃଦ୍ଧି ସହିତ ହାରାହାରି ସ୍ଥିର ପରିବ୍ୟୟ ହ୍ରାସମାନ ହାରରେ ହ୍ରାସ ପାଇଥାଏ।

22. ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ କ’ଣ ?
Answer:
କୁହାଯାଏ । ମୋଟ ପରିବର୍ତ୍ତନୀୟ ପରିବ୍ୟୟକୁ ମୋଟ ଉତ୍ପାଦ ପରିମ ଣଦ୍ବାରା ଭାଗ କରି ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ନିର୍ଣ୍ଣୟ କରାଯାଏ । ଉତ୍ପାଦର ଏକକ ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟରେ ପ୍ରଥମେ ପରୋକ୍ଷ ଓ ତତ୍ପରେ ପ୍ରତ୍ୟକ୍ଷ ସମ୍ପର୍କ ଥ‌ିବାରୁ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ରେଖା ପ୍ରଥମେ ନିମ୍ନଗାମୀ ଓ ତତ୍ପରେ ଊର୍ଦ୍ଧ୍ୱଗାମୀ ବା ଏହା ଇଂରାଜୀ ଅକ୍ଷର ‘U’ ସଦୃଶ ହୋଇଥାଏ ।

23. ହାରାହାରି ପରିବ୍ୟୟ କ’ଣ ?
Answer:
ଦ୍ରବ୍ୟର ଏକକ ପିଛା ପରିବ୍ୟୟକୁ ହାରାହାରି ପରିବ୍ୟୟ କୁହାଯାଏ । ହାରାହାରି ପରିବ୍ୟୟ ନିର୍ଣ୍ଣୟ କରିବାକୁ ହେଲେ ମୋଟ ପରିବ୍ୟୟକୁ ଉତ୍ପାଦିତ ଦ୍ରବ୍ୟର ଏକକଦ୍ୱାରା ଭାଗ କରିବାକୁ ପଡ଼ିଥାଏ । ହାରାହାରି ପରିବ୍ୟୟ ହେଉଛି ହାରାହାରି ସ୍ଥାୟୀ ପରିବ୍ୟୟ ଏବଂ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟର ସମଷ୍ଟି ।

B ପାଞ୍ଚଟି/ ଛଅଟି ବାକ୍ୟରେ ନିମ୍ନଲିଖୂ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

1. ମୌଦ୍ରିକ ପରିବ୍ୟୟ କିପରି ନିର୍ଣ୍ଣୟ କରାଯାଏ ?
Answer:
ଉତ୍ପାଦନ ପ୍ରକ୍ରିୟାରେ ହେଉଥ‌ିବା ସମସ୍ତ ପରିବ୍ୟୟର ମୌଦ୍ରିକ ପରିପ୍ରକାଶକୁ ମୌଦ୍ରିକ ପରିବ୍ୟୟ କୁହାଯାଏ । ବର୍ତ୍ତମାନର ଅର୍ଥବ୍ୟବସ୍ଥା ହେଉଛି ମୌଦ୍ରିକ ଅର୍ଥବ୍ୟବସ୍ଥା । ଉତ୍ପାଦନକାରୀ ସମସ୍ତ ବ୍ୟୟ ମୁଦ୍ରା ମାଧ୍ୟମରେ ହିଁ ସମ୍ପାଦିତ କରିଥା’ନ୍ତି । ସେ ଶ୍ରମିକକୁ ଦେଉଥୁବା ମଜୁରି, ଋଣକୃତ ପୁଞ୍ଜି ପାଇଁ ଦେଉଥ‌ିବା ସୁଧ, ଭୂମି ପାଇଁ ପଇଠ କରୁଥିବା ଅଧୁଶେଷ, ସରକାରଙ୍କୁ ଦେଉଥ‌ିବା କର ଇତ୍ୟାଦି ମୁଦ୍ରା ମାଧ୍ୟମରେ ପ୍ରକାଶ କରାଯାଏ । ତେଣୁ ଉତ୍ପାଦନର ସମସ୍ତ ପରିବ୍ୟୟ ମୌଦ୍ରିକ ପରିବ୍ୟୟ ଅଟେ । ତେଣୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଦ୍ରବ୍ୟ ଉତ୍ପାଦନ ନିମନ୍ତେ କରାଯାଉଥ‌ିବା ସମସ୍ତ ଅର୍ଥବ୍ୟୟର ସମଷ୍ଟିକୁ ଉକ୍ତ ଦ୍ରବ୍ୟର ମୁଦ୍ରାଗତ ପରିବ୍ୟୟ କୁହାଯାଏ

2. ବାସ୍ତବ ପରିବ୍ୟୟ କିପରି ଏକ ଅନୁଭବସିଦ୍ଧ ବା ମାନସିକ ବିଷୟ ।
Answer:
ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ ସମସ୍ତ ଉତ୍ପାଦନର ଉପାଦାନ ବା ସେମାନଙ୍କର ମାଲିକମାନଙ୍କର ସମସ୍ତ ପ୍ରକାରର ଅସୁବିଧା ଓ ତ୍ୟାଗର ସମଷ୍ଟିକୁ ବାସ୍ତବ ପରିବ୍ୟୟ କୁହାଯାଏ । ଶ୍ରମିକ ଶ୍ରମଦାନ କଲାବେଳେ ଯେଉଁ କଷ୍ଟ ଓ ପରିଶ୍ରମ ସ୍ୱୀକାର କରିଥାଏ, ତାହା ବାସ୍ତବ ପରିବ୍ୟୟ । ଠିକ୍ ସେହିପରି, ପୁଞ୍ଜିର ମାଲିକ ଋଣ ଦେବାଦ୍ଵାରା ବର୍ତ୍ତମାନର ଉପଭୋଗରୁ ନିଜକୁ ବଞ୍ଚତ କରି ଯେଉଁ ତ୍ୟାଗ ସ୍ଵୀକାର କରେ, ତାହା ବାସ୍ତବ ପରିବ୍ୟୟ । କିନ୍ତୁ ଅସୁବିଧା ଓ ତ୍ୟାଗ ମନସ୍ତାତ୍ତ୍ଵିକ ଚିନ୍ତାଧାରା ହୋଇଥ‌ିବାରୁ ବାସ୍ତବ ପରିବ୍ୟୟର ସାଂଖ୍ୟକ ପରିମାପ ଅସମ୍ଭବ । ଏହା ଏକ ଉପଲବ୍ଧି ମାତ୍ର । ସାମାଜିକ ଦୃଷ୍ଟିକୋଣରୁ ବାସ୍ତବ ପରିବ୍ୟୟ ଧାରଣାର ଉପଯୋଗିତା ଥିଲେ ମଧ୍ୟ ଅର୍ଥଶାସ୍ତ୍ରରେ ଏହାର କୌଣସି ଭୂମିକା ନାହିଁ ।

3. ପ୍ରଚ୍ଛନ୍ନ ପରିବ୍ୟୟ କ’ଣ ?
Answer:
ଜଣେ ଉଦ୍ୟୋକ୍ତାଙ୍କର ସ୍ବ-ଅଧିକାରଭୁକ୍ତ ଏବଂ ସ୍ବ-ନିୟୋଜିତ ସାଧନଗୁଡ଼ିକର ପାରିଶ୍ରମିକ ବାବଦରେ ସେ ଯେଉଁ ଆୟ ପାଇବାକୁ ହକ୍‌ର, ତାହାକୁ ପ୍ରଚ୍ଛନ୍ନ ବା ଲୁକ୍କାୟିତ ପରିବ୍ୟୟ କୁହାଯାଏ । ଜଣେ ଉଦ୍ୟୋକ୍ତା ନିଜର ସମ୍ବଳ; ଯଥା- ଭୂମି, ପୁଞ୍ଜି, ଶ୍ରମ ଓ ସେବା ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ କରିଥା’ନ୍ତି । ସେଗୁଡ଼ିକର ମୂଲ୍ୟ ହିସାବଗତ ପରିବ୍ୟୟରେ ଅନ୍ତର୍ଭୁକ୍ତ କରାଯାଇନଥାଏ । ମାତ୍ର ଉଦ୍ୟୋକ୍ତାଙ୍କ ନିଜର ସମ୍ବଳ ହେଲେ ମଧ୍ୟ ତାହା ଦ୍ରବ୍ୟ ଉତ୍ପାଦନରେ ସାହାଯ୍ୟ କରିଥାଏ । ତେଣୁ ଏଭଳି କେତେକ ପରିବ୍ୟୟ ଅଛି, ଯେଉଁଗୁଡ଼ିକ ପ୍ରକୃତରେ ବ୍ୟୟିତ ହୋଇ ନଥିଲେ ମଧ୍ୟ ପରିବ୍ୟୟର ଏକ ଅଂଶ ହେବା ଉଚିତ । ସେଗୁଡ଼ିକୁ ପ୍ରଚ୍ଛନ୍ନ ପରିବ୍ୟୟ କୁହାଯାଏ । ଏହି ପରିବ୍ୟୟକୁ ଆରୋପିତ ପରିବ୍ୟୟ ମଧ୍ୟ କୁହାଯାଏ ।

4. ହିସାବଗତ ପରିବ୍ୟୟ କ’ଣ ?
Answer:
ଉତ୍ପାଦନ ପ୍ରକ୍ରିୟାରେ ଉତ୍ପାଦନର ଉପାଦାନ ନିୟୋଜନ ନିମନ୍ତେ ଉତ୍ପାଦନକାରୀ ଯେଉଁ ସମସ୍ତ ଅର୍ଥ ବ୍ୟୟ କରିଥା’ନ୍ତି, ତାହାକୁ ହିସାବଗତ ପରିବ୍ୟୟ କୁହାଯାଏ । ଉତ୍ପାଦନକାରୀ କଞ୍ଚାମାଲ ପାଇଁ ଦର, ଶ୍ରମିକମାନଙ୍କ ପାଇଁ ମଜୁରି, ଭୂମି ପାଇଁ ଅଶେଷ ଓ ଋଣ କରିଥିବା ପୁଞ୍ଜି ପାଇଁ ସୁଧ ଦେବା ସଙ୍ଗେ ସଙ୍ଗେ ବିଜ୍ଞାପନ, କର, ବୀମା ଇତ୍ୟାଦି ନିମନ୍ତେ ବ୍ୟୟ ବରାଦ କରିଥା’ନ୍ତି । ଏହି ସମସ୍ତ ପରିବ୍ୟୟ ପ୍ରତିଷ୍ଠାନର ହିସାବ ଖାତାରେ ପ୍ରତିଫଳିତ ହୋଇଥାଏ । ତେଣୁ ଏହି ପରିବ୍ୟୟକୁ ହିସାବଗତ ପରିବ୍ୟୟ ବା ଦୃଶ୍ୟମାନ ପରିବ୍ୟୟ ବୋଲି ଅଭିହିତ କରାଯାଏ । ଏହା ପ୍ରତିଷ୍ଠାନର ହୋଇଥିବା ସମସ୍ତ ପରିବ୍ୟୟର ସମଷ୍ଟି ।

5. ଅର୍ଥନୈତିକ ପରିବ୍ୟୟ ହେଉଛି ହିସାବଗତ ପରିବ୍ୟୟ ଓ ପ୍ରଚ୍ଛନ୍ନ ପରିବ୍ୟୟର ସମଷ୍ଟି– କିପରି ?
Answer:
ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ ସମସ୍ତ ବ୍ୟୟ ବରାଦକୁ ପରିବ୍ୟୟ ଭାବେ ବିବେଚନା କରାଯାଏ ଏବଂ ତାହା ସହିତ ପ୍ରକୃତରେ ବ୍ୟୟିତ ନ ହୋଇଥିଲେ ମଧ୍ୟ ଯେଉଁ ପରିମାଣ ଅର୍ଥ ବ୍ୟୟ ପରିସରଭୁକ୍ତ ହେବା ଉଚିତ ତାହାକୁ ମଧ୍ୟ ପରିବ୍ୟୟ ରୂପେ ଗ୍ରହଣ କରାଯାଏ । ଜଣେ ଉତ୍ପାଦନକାରୀ ଉତ୍ପାଦନରେ ନିଜ ପୁଞ୍ଜି ବିନିଯୋଗ କରିଛନ୍ତି । ତେଣୁ ସେ ପୁଞ୍ଜି ବାବଦକୁ ଯେଉଁ ସୁଧ ଦେଇଥା’ନ୍ତେ ତାହା ହେଉନାହାନ୍ତି । ତେଣୁ ଏହି ସୁଧକୁ ହିସାବଗତ ପରିବ୍ୟୟରେ ଏକ ଅଂଶ ବୋଲି ବିଚାର କରାଯାଏ ନାହିଁ ।

କିନ୍ତୁ ଯଦି ସେ ବିନିଯୋଗ କରିଥିବା ପୁଞ୍ଜି ରଣ କରିଥା’ନ୍ତେ, ତେବେ ତାଙ୍କୁ ସୁଧ ଦେବାକୁ ପଡ଼ିଥା’ନ୍ତା । ତେଣୁ ଏଭଳି କେତେକ ପରିବ୍ୟୟ ଅଛି, ଯେଉଁଗୁଡ଼ିକ ପ୍ରକୃତରେ ବ୍ୟୟିତ ହୋଇ ନଥିଲେ ମଧ୍ୟ ପରିବ୍ୟୟର ଏକ ଅଂଶ ହେବା ଉଚିତ, ସେଗୁଡ଼ିକୁ ପ୍ରଚ୍ଛନ୍ନ ପରିବ୍ୟୟ ବା ଲୁକ୍କାୟିତ ପରିବ୍ୟୟ କୁହାଯାଏ । ତେଣୁ ଅର୍ଥନୈତିକ ପରିବ୍ୟୟ ହେଉଛି ହିସାବଗତ ପରିବ୍ୟୟ ଓ ପ୍ରଚ୍ଛନ୍ନ ପରିବ୍ୟୟର ସମଷ୍ଟି ।

CHSE Odisha Class 12 Economics Chapter 7 Short Answer Questions in Odia Medium

6. ପରିବର୍ତ୍ତନୀୟ ପରିବ୍ୟୟ ହେଉଛି ପ୍ରଧାନ ପରିବ୍ୟୟ– କିପରି ?
Answer:
ପରିବର୍ତ୍ତନୀୟ ଉପାଦାନମାନଙ୍କ ନିମନ୍ତେ ପ୍ରତିଷ୍ଠାନ ସ୍ୱଳ୍ପକାଳରେ ଯେଉଁ ବ୍ୟୟ ବରାଦ କରିଥାଏ, ତାହା ପରିବର୍ତ୍ତନୀୟ ପରିବ୍ୟୟ । ଉତ୍ପାଦର ଯେକୌଣସି ପରିବର୍ତ୍ତନ ସହିତ ଏହା ପ୍ରଭାବିତ ହୋଇଥାଏ । ଉତ୍ପାଦ ପରିମାଣ ଓ ପରିବର୍ଭନୀୟ ପରିବ୍ୟୟ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ଦୃଷ୍ଟିଗୋଚର ହୁଏ । ଉତ୍ପାଦନ ବନ୍ଦ ହେବା ସହିତ ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟ ବନ୍ଦ ହୋଇଥାଏ । କଞ୍ଚାମାଲ ପାଇଁ ଦେୟ, ଶ୍ରମିକମାନଙ୍କ ମଜୁରି, ଶକ୍ତି ପାଇଁ ଖର୍ଚ୍ଚ ଇତ୍ୟାଦି ପରିବର୍ତ୍ତନୀୟ ପରିବ୍ୟୟର ଉଦାହରଣ । ଏହି ପରିବ୍ୟୟ, ଉତ୍ପାଦନରେ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଅଧିକାର କରିଥାଏ । ଏହାକୁ ପ୍ରଧାନ ପରିବ୍ୟୟ, ପ୍ରତ୍ୟକ୍ଷ ପରିବ୍ୟୟ ବା ସ୍ବତନ୍ତ୍ର ପରିବ୍ୟୟ ମଧ୍ୟ କୁହାଯାଏ ।

7. ସ୍ଥିର ପରିବ୍ୟୟକୁ କାହିଁକି ଉପରି ପରିବ୍ୟୟ କୁହାଯାଏ ?
Answer:
ସ୍ୱଳ୍ପକାଳୀନ ପରିବ୍ୟୟ ସ୍ଥୂଳତଃ ଦୁଇଭାଗରେ ବିଭକ୍ତ, ସେଗୁଡ଼ିକ ହେଲା ସ୍ଥିର ପରିବ୍ୟୟ ଓ ପରିବର୍ତ୍ତନୀୟ ପରିବ୍ୟୟ । ତେଣୁ ଉତ୍ପାଦନ ପ୍ରକ୍ରିୟାରେ ଯେଉଁ ପରିବ୍ୟୟର କୌଣସି ପରିବର୍ତ୍ତନ ଘଟିନଥାଏ, ତାହା ସ୍ଥିର ପରିବ୍ୟୟ । ଉତ୍ପାଦର ପରିବର୍ତ୍ତନ ସ୍ଥିର ପରିବ୍ୟୟକୁ ପ୍ରଭାବିତ କରିପାରେ ନାହିଁ । ଉତ୍ପାଦନର ପରିମାଣ ଯାହା ହେଉନା କାହିଁକି, ପ୍ରତିଷ୍ଠାନ ଏହି ବ୍ୟୟ ଭାର ବହନ କରିବାକୁ ବାଧ୍ୟ । ଉତ୍ପାଦର ପରିମାଣ ସହିତ ସ୍ଥିର ପରିବ୍ୟୟର କୌଣସି ସମ୍ପର୍କ ନ ଥ‌ିବାରୁ ଏହା ଅତିରିକ୍ତ ପରିବ୍ୟୟ ବା ପରୋକ୍ଷ ପରିବ୍ୟୟ ନାମରେ ମଧ୍ୟ ଅଭିହିତ । ଉତ୍ପାଦର ସମସ୍ତ ଏକକ ପାଇଁ ସ୍ଥିର ପରିବ୍ୟୟ ଯେହେତୁ ସମାନ, ଏହାକୁ ଉପରି ପରିବ୍ୟୟ କୁହାଯାଏ ।

8. ବିକଳ୍ପ ପରିବ୍ୟୟ କ’ଣ ?
Answer:
ଆର୍ଥନୀତିକ ବିଶ୍ଳେଷଣରେ ବିକଳ୍ପ ପରିବ୍ୟୟର ବ୍ୟବହାର ବହୁଳ । ଏହା ବିକଳ୍ପ ବ୍ୟବହାରକ୍ଷମ ସମ୍ବଳ କ୍ଷେତ୍ରରେ ଏହା ପ୍ରଯୁଜ୍ୟ । ସମ୍ବଳ ସୀମିତ ହୋଇଥ‌ିବାରୁ ଉତ୍ପାଦନକାରୀ କୌଣସି ଏକ ଦ୍ରବ୍ୟ ଯଦି ଉତ୍ପାଦନ କରନ୍ତି, ତାହାହେଲେ ତାଙ୍କୁ ଅନ୍ୟ ଏକ ଦ୍ରବ୍ୟର ଉତ୍ପାଦନ ତ୍ୟାଗ କରିବାକୁ ହେବ । ତେଣୁ, ତ୍ୟାଗ କରୁଥିବା ଦ୍ରବ୍ୟ ଉତ୍ପାଦିତ ଦ୍ରବ୍ୟର ବିକଳ୍ପ ପରିବ୍ୟୟ । ଅର୍ଥାତ୍, କୌଣସି ଦ୍ରବ୍ୟର ବିକଳ୍ପ ପରିବ୍ୟୟ ପରିତ୍ୟକ୍ତ ହୋଇଥିବା ସର୍ବୋତ୍ତମ ବିକଳ୍ପ ଦ୍ରବ୍ୟକୁ ବୁଝାଏ । ପ୍ରଫେସର ବେନ୍‌ହାମ୍‌ଙ୍କ ମତରେ ସମପରିମାଣ ଅର୍ଥବ୍ୟୟରେ ଅନୁରୂପ ସମ୍ବଳ ବିନିଯୋଗ କରି ଯେଉଁ ସର୍ବୋତ୍ତମ ବିକଳ୍ପ ଉତ୍ପାଦିତ ହୋଇପାରେ, ତାହା ବିକଳ୍ପ ପରିବ୍ୟୟ ।

C ଛଅଟି ବାକ୍ୟ ମଧ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ସ୍ଥିର ପରିବ୍ୟୟ ଓ ପରିବର୍ତ୍ତନୀୟ ପରିବ୍ୟୟ :
Answer:
ଉତ୍ପାଦନ ପ୍ରକ୍ରିୟାରେ ସ୍ଥିର ଉପାଦାନ; ଯଥା- କାରଖାନା ଗୃହ, ମେସିନ୍, ଯନ୍ତ୍ରପାତି ଉଦ୍ଦେଶ୍ୟରେ ଯେଉଁ ବ୍ୟୟ କରାଯାଏ, ତାହାକୁ ସ୍ଥିର ପରିବ୍ୟୟ କୁହାଯାଏ । ଉତ୍ପାଦନର ଯେକୌଣସି ସ୍ତରରେ ଏହି ସ୍ଥିର ପରିବ୍ୟୟ ସମାନ ଭାବରେ ବହନ କରାଯାଏ । ଉତ୍ପାଦନ ପ୍ରକ୍ରିୟାରେ ଉତ୍ପାଦନ ‘ଶୂନ୍ୟ’ ହେଲେ ମଧ୍ୟ ଏହି ସ୍ଥିର ପରିବ୍ୟୟ ଅପରିବର୍ତିତ ରହିଥାଏ । ଏହି ପରିବ୍ୟୟ କେବଳ ସ୍ଵଳ୍ପକାଳରେ ବହନ କରାଯାଇଥାଏ । ଏହି ପରିବ୍ୟୟକୁ ଅତିରିକ୍ତ ପରିବ୍ୟୟ ମଧ୍ୟ କୁହାଯାଏ ।

ଉତ୍ପାଦନ ପ୍ରକ୍ରିୟାରେ ପରିବର୍ତ୍ତନୀୟ ଉପାଦାନ; ଯଥା – କଞ୍ଚାମାଲ, ମଜୁରି ଆଦି ଉଦ୍ଦେଶ୍ୟରେ ଯେଉଁ ବ୍ୟୟ କରାଯାଏ ତାହାକୁ ପରିବର୍ତ୍ତନୀୟ ପରିବ୍ୟୟ କୁହାଯାଏ । ଉତ୍ପାଦନର ବିଭିନ୍ନ ସ୍ତରରେ ଏହି ପରିବ୍ୟୟ ଭିନ୍ନ ହୋଇଥାଏ । ଉତ୍ପାଦନର ପରିମାଣ ଶୂନ୍ୟ ହେଲେ ଏହି ପରିବ୍ୟୟ ମଧ୍ୟ ଶୂନ୍ୟ ହୋଇଥାଏ । ଏହି ପରିବ୍ୟୟର ସ୍ଥିତି ଉଭୟ ସ୍ଵଳ୍ପକାଳ ଓ ଦୀର୍ଘକାଳରେ ଉପଲବ୍ଧ ହୋଇଥାଏ । ଏହି ପରିବ୍ୟୟକୁ ପ୍ରଧାନ ପରିବ୍ୟୟର ଆଖ୍ୟା ଦିଆଯାଇଥାଏ ।

2. ପ୍ରାକାଶ୍ୟ ପରିବ୍ୟୟ ଓ ପ୍ରଚ୍ଛନ୍ନ ପରିବ୍ୟୟ :
Answer:
ଯେଉଁ ପରିବ୍ୟୟକୁ ଉତ୍ପାଦନକାରୀ ସାଧାରଣଭାବେ ପରିପ୍ରକାଶ କରିପାରେ, ତାହାକୁ ଦୃଶ୍ୟମାନ ବା ପ୍ରାକାଶ୍ୟ ପରିବ୍ୟୟ କୁହାଯାଏ । ଏହିସବୁ ପରିବ୍ୟୟ ପ୍ରାକାଶ୍ୟ ପରିବ୍ୟୟ ଉପାଦାନ; ଯଥା- ମଜୁରି, ସୁଧ, ବୀମା, କର, କଞ୍ଚାମାଲ ଉଦ୍ଦେଶ୍ୟରେ ଏହି ବ୍ୟୟ କରାଯାଇଥାଏ । ଏହାର ହିସାବ ବା ମୂଲ୍ୟାୟନ କରାଯାଇ ପାରୁଥିବାରୁ ଏହାକୁ ମଧ୍ୟ ହିସାବଗତ ପରିବ୍ୟୟ କୁହାଯାଏ । ଏହି ପରିବ୍ୟୟକୁ ମୋଟ ଆୟରୁ ଅନ୍ତର କରାଯାଇ ମୋଟ ଲାଭ ନିର୍ଣ୍ଣୟ କରାଯାଇଥାଏ । ଏହା ଏକ ସଂକୀର୍ଣ୍ଣ ଅଭିଧାରଣ ।

ଯେଉଁ ପରିବ୍ୟୟ ଉତ୍ପାଦନ ପ୍ରକ୍ରିୟାରେ ଲୁକ୍‌କାୟିତ ଭାବରେ ରହିଥାଏ ଓ ଏହାର ପରିପ୍ରକାଶ ସାଧାରଣରେ କରାଯାଇନଥାଏ, ତାହାକୁ ପ୍ରଚ୍ଛନ୍ନ ପରିବ୍ୟୟ କୁହାଯାଏ । ଏହି ପରିବ୍ୟୟ କହିଲେ ଉତ୍ପାଦନକାରୀ ନିଜ ଅଧିକାରଭୁକ୍ତ ସମ୍ବଳର ପ୍ରୟୋଗ; ଯଥା- ନିଜସ୍ଵ ଭୂମି, ନିଜସ୍ଵ ପୁଞ୍ଜି, ନିଜସ୍ଵ ମଜୁରି ଆଦିକୁ ବୁଝାଇଥାଏ । ଏହା ନିଜସ୍ଵ ସମ୍ବଳର ପ୍ରୟୋଗଜନିତ ହୋଇଥ‌ିବାରୁ ଏହାର ହିସାବ ବା ମୂଲ୍ୟାୟନ ସମ୍ଭବ ହୋଇ ନଥାଏ । ମୋଟ ଆୟରୁ ଉଭୟ ପ୍ରାକାଶ୍ୟ ଓ ପ୍ରଚ୍ଛନ୍ନ ପରିବ୍ୟୟର ଅନ୍ତର କରାଯାଇ ନିଟ୍ ଲାଭ ନିର୍ଣ୍ଣୟ କରାଯାଏ । ଏହା ଏକ ବ୍ୟାପକ ଧାରଣା ।

3. ହିସାବଗତ ପରିବ୍ୟୟ ଓ ଅର୍ଥନୀତିକ ପରିବ୍ୟୟ :
Answer:
କରନ୍ତି, ତାହାକୁ ହିସାବଗତ ପରିବ୍ୟୟ କୁହାଯାଏ । ଉତ୍ପାଦନକାରୀ କଞ୍ଚାମାଲ ପାଇଁ ଦର, ଶ୍ରମିକମାନଙ୍କ ପାଇଁ ମଜୁରି, ବିଜୁଳି ଶକ୍ତି ଇତ୍ୟାଦି ନିମନ୍ତେ ବ୍ୟୟ ବରାଦ କରିଥା’ନ୍ତି । ଏହି ସମସ୍ତ ପରିବ୍ୟୟକୁ ହିସାବଗତ ପରିବ୍ୟୟ କୁହାଯାଏ । ତେଣୁ ଏହା କେବଳ ଦୃଶ୍ୟମାନ ପରିବ୍ୟୟକୁ ବୁଝାଏ । ଏହା ଉତ୍ପାଦନ ପରିବ୍ୟୟର ଏକ ସଂକୀର୍ଣ୍ଣ ଧାରଣା । ମୋଟ ଲାଭ ହିସାବ କରିବାପାଇଁ ମୋଟ ଆୟରୁ ହିସାବଗତ ପରିବ୍ୟୟକୁ ଅନ୍ତର କରାଯାଇଥାଏ ।

ଆରୋପିତ ପରିବ୍ୟୟକୁ ନିଆଯାଇଥାଏ । ଏହା ଉଭୟ ଦୃଶ୍ୟମାନ ଓ ଲୁକ୍କାୟିତ ପରିବ୍ୟୟକୁ ହିସାବକୁ ନିଆଯାଇଥାଏ । ଅର୍ଥନୈତିକ ପରିବ୍ୟୟ ହେଉଛି ଉତ୍ପାଦନ ପରିବ୍ୟୟର ଏକ ବିସ୍ତୃତ ଧାରଣା । ନିଟ୍ ଲାଭ ଆକଳନ ପାଇଁ ମୋଟ ଆୟରୁ ଅର୍ଥନୈତିକ ପରିବ୍ୟୟ ଅନ୍ତର କରାଯାଇଥାଏ ।

4. ହାରାହାରି ପରିବ୍ୟୟ ଓ ପ୍ରାନ୍ତୀୟ ପରିବ୍ୟୟ :
Answer:
ଉତ୍ପାଦନ ପ୍ରକ୍ରିୟାରେ ପ୍ରତି ଏକକ ପାଇଁ କରାଯାଉଥ‌ିବା ପରିବ୍ୟୟକୁ ହାରାହାରି ପରିବ୍ୟୟ କୁହାଯାଏ । ମୋଟ ପରିବ୍ୟୟକୁ ମୋଟ ଉତ୍ପାଦଦ୍ୱାରା ବିଭାଜିତ କରି ହାରାହାରି ପରିବ୍ୟୟ ନିର୍ଣ୍ଣୟ କରାଯାଇଥାଏ । ହାରାହାରି ପରିବ୍ୟୟ ନିର୍ଣ୍ଣୟ କରିବାପାଇଁ ହାରାହାରି ସ୍ଥିର ପରିବ୍ୟୟ ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟକୁ ଯୋଗ କରାଯାଏ । ହାରାହାରି ପରିବ୍ୟୟ ଉତ୍ପାଦନର ପ୍ରାରମ୍ଭିକ ସ୍ତରରେ ହ୍ରାସ ପାଇ ପରବର୍ତ୍ତୀ ପର୍ଯ୍ୟାୟରେ ବୃଦ୍ଧିପ୍ରାପ୍ତ ହୋଇଥାଏ । ଯେତେବେଳେ ହାରାହାରି ପରିବ୍ୟୟ ସର୍ବନିମ୍ନ, ସେତେବେଳେ ଏହା ସୀମାନ୍ତ ପରିବ୍ୟୟ ସହ ସମାନ ହୋଇଥାଏ ।

ଉତ୍ପାଦନ ପ୍ରକ୍ରିୟାରେ ଗୋଟିଏ ଅତିରିକ୍ତ ଏକକର ଉତ୍ପାଦନ ପାଇଁ ମୋଟ ପରିବ୍ୟୟ ଯେଉଁ ପରିମାଣରେ ବୃଦ୍ଧି ପାଏ, ତାହାକୁ ପ୍ରାନ୍ତୀୟ ପରିବ୍ୟୟ କୁହାଯାଏ । ବର୍ତ୍ତମାନର ମୋଟ ପରିବ୍ୟୟ ଓ ପୂର୍ବତନ ମୋଟ ପରିବ୍ୟୟର ପାର୍ଥକ୍ୟ ହେଉଛି ସୀମାନ୍ତ ପରିବ୍ୟୟ (MC = TCn – TCn-1) ସୀମାନ୍ତ ପରିବ୍ୟୟ ହାରାହାରି ପରିବ୍ୟୟଠାରୁ କମ୍ ଥ‌ିବାବେଳେ ହାରାହାରି ପରିବ୍ୟୟ ହ୍ରାସ ପାଏ ଏବଂ ସୀମାନ୍ତ ପରିବ୍ୟୟ ହାରାହାରି ପରିବ୍ୟୟଠାରୁ ଅଧିକ ଥିବାବେଳେ ହାରାହାରି ପରିବ୍ୟୟ ବୃଦ୍ଧି ପାଏ । ପ୍ରାନ୍ତୀୟ ପରିବ୍ୟୟ ଉତ୍ପାଦନର ପ୍ରାରମ୍ଭିକ ଅବସ୍ଥାରେ ହ୍ରାସ ପାଏ ଓ ପରବର୍ତ୍ତୀ ପର୍ଯ୍ୟାୟରେ ବୃଦ୍ଧି ପାଏ ।

CHSE Odisha Class 12 Economics Chapter 7 Short Answer Questions in Odia Medium

5. ହାରାହାରି ସ୍ଥିର ପରିବ୍ୟୟ ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ :
Answer:
ପ୍ରତି ଏକକ ପାଇଁ ବ୍ୟୟ ହେଉଥ‌ିବା ସ୍ଥିର ପରିବ୍ୟୟର ପରିମାଣକୁ ହାରାହାରି ସ୍ଥିର ପରିବ୍ୟୟ କୁହାଯାଏ । ଉତ୍ପାଦନର ବୃଦ୍ଧି ସହ ହାରାହାରି ସ୍ଥିର ପରିବ୍ୟୟ କ୍ରମାଗତଭାବେ ହ୍ରାସ ପାଇଥାଏ । ମୋଟ ସ୍ଥିର ପରିବ୍ୟୟକୁ ମୋଟ ଉତ୍ପାଦନଦ୍ଵାରା ବିଭାଜିତ କରାଯାଇ ହାରାହାରି ସ୍ଥିର ପରିବ୍ୟୟ ନିର୍ଣ୍ଣୟ କରାଯାଏ । ହାରାହାରି ସ୍ଥିର ପରିବ୍ୟୟ ରେଖା ବାମରୁ ଡାହାଣକୁ ନିମ୍ନଗାମୀ ହୋଇଥାଏ; ମାତ୍ର ଏହା ଆନୁଭୂମିକ ଅକ୍ଷକୁ (horizontal axis) ସ୍ପର୍ଶ କରେ ନାହିଁ ଅର୍ଥାତ୍ ଏହା ଶୂନ୍ୟ ହୁଏ ନାହିଁ ।

ଉତ୍ପାଦନର ପ୍ରତି ଏକକ ପାଇଁ ବ୍ୟୟ ହେଉଥ‌ିବା ପରିବର୍ତ୍ତନୀୟ ପରିବ୍ୟୟକୁ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ କୁହାଯାଏ । ପ୍ରାଥମିକ ଅବସ୍ଥାରେ ଉତ୍ପାଦନର ବୃଦ୍ଧି ସହ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ହ୍ରାସ ପାଏ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଉତ୍ପାଦର ବୃଦ୍ଧି ସହ ଏହାର ବୃଦ୍ଧି ଘଟିଥାଏ । ମୋଟ ପରିବର୍ତ୍ତନୀୟ ପରିବ୍ୟୟକୁ ମୋଟ ଉତ୍ପାଦନଦ୍ବାରା ବିଭାଜିତ କରାଯାଇ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ନିର୍ଣ୍ଣୟ କରାଯାଏ । ଏହାକୁ ହାରାହାରି ସ୍ଥିର ପରିବ୍ୟୟ କୁହାଯାଏ ।

6. ବ୍ୟକ୍ତିଗତ ଓ ସାମାଜିକ ପରିବ୍ୟୟ :
Answer:
ଏକ ନିର୍ଦ୍ଦିଷ୍ଟ ଉତ୍ପାଦନ କରିବାପାଇଁ ଉତ୍ପାଦନକାରୀ ସଂସ୍ଥା ଯେଉଁ ବ୍ୟୟଭାର ବହନ କରିଥା’ନ୍ତି, ତାହାକୁ ବ୍ୟକ୍ତିଗତ ପରିବ୍ୟୟ ବୋଲି କୁହାଯାଏ । ଦର ଓ ଉତ୍ପାଦ ସଂକ୍ରାନ୍ତୀୟ ନିଷ୍ପଭି ନେଲାବେଳେ ପ୍ରତିଷ୍ଠାନ ଏହି ପରିବ୍ୟୟର ବିଚାର କରିଥାଏ । ଚୌଦ୍ଵାରସ୍ଥିତ ଚାର୍ଜକ୍ରୋମ୍ କାରଖାନାର ବ୍ୟୟିତ ଖର୍ଚ୍ଚ କେବଳ ତା’ର ମାଲିକ ବହନ କରୁଥିବାରୁ ଏହା ବ୍ୟକ୍ତିଗତ ପରିବ୍ୟୟର ଏକ ଉଦାହରଣ ଅଟେ । ଅନ୍ୟପକ୍ଷରେ, ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟ ଉତ୍ପାଦନବେଳେ ସମାଜ ଯେଉଁ ବ୍ୟୟଭାର ବହନ କରିଥାଏ, ତାହାକୁ ସାମାଜିକ ପରିବ୍ୟୟ କୁହାଯାଏ ।

କୌଣସି ଦ୍ରବ୍ୟ ଉତ୍ପାଦନ ହେଲାବେଳେ ଏପରିକି କାରଖାନା ସହ ସଂପୃକ୍ତ ନ ଥ‌ିବା ସମାଜର ବିଭିନ୍ନ ଶ୍ରେଣୀର ବ୍ୟକ୍ତିବିଶେଷ ନାନା ଅସୁବିଧାର ସମ୍ମୁଖୀନ ହୋଇଥା’ନ୍ତି । ଗୋଟିଏ ସାର କାରଖାନାରେ ଉତ୍ପାଦନ ହେଉଥ‌ିବା ସମୟରେ ସେଥୁରୁ ନିର୍ଗତ ଦୂଷିତ ଜଳ, ଧୂଆଁ ଇତ୍ୟାଦି ପରିବେଶକୁ ଦୂଷିତ କରିବାଦ୍ଵାରା ସମାଜର ଅନେକ କ୍ଷତି ହୋଇଥାଏ । ତେଣୁ ଏହାକୁ ସାମାଜିକ ପରିବ୍ୟୟର ଅନ୍ତର୍ଭୁକ୍ତ କରାଯାଇଥାଏ ।

7. ସ୍ଵଳ୍ପକାଳ ଓ ଦୀର୍ଘକାଳ :
Answer:
ଉତ୍ପାଦନ ନିମନ୍ତେ ଯେଉଁ ଅର୍ଥନୈତିକ ସିଦ୍ଧାନ୍ତ ନିଆଯାଏ, ସେଥୁରେ ସମୟର ଗୁରୁତ୍ବ ରହିଛି । ଯେଉଁ ସମୟ ମଧ୍ୟରେ ପ୍ରତିଷ୍ଠାନ କେବଳ ପରିବର୍ତ୍ତନୀୟ ଉପାଦାନଗୁଡ଼ିକ ପରିବର୍ତ୍ତନ କରି ଉତ୍ପାଦିତ ଦ୍ରବ୍ୟର ପରିମାଣରେ ପରିବର୍ତ୍ତନ କରିବାକୁ ସକ୍ଷମ ହୋଇଥା’ନ୍ତି, ସେହି ସମୟର ଅବଧୂ ସ୍ଵଳ୍ପକାଳ କୁହାଯାଏ ।

ଅନ୍ୟପକ୍ଷରେ ଯେଉଁ ସମୟ ମଧ୍ୟରେ ପ୍ରତିଷ୍ଠାନ ତା’ର ସମସ୍ତ ଉପାଦାନଗୁଡ଼ିକୁ ପରିବର୍ତ୍ତନ କରି ଦ୍ରବ୍ୟର ଉତ୍ପାଦିତ ପରିମାଣ ପରିବର୍ତ୍ତନ କରିବାକୁ ସମର୍ଥ ହୋଇଥାଏ, ସେହି ସମୟର ଅବଧୂ ଦୀର୍ଘକାଳ କୁହାଯାଏ । ଦୀର୍ଘକାଳରେ ସ୍ଥିର ଉପାଦାନ ଏବଂ ପରିବର୍ତ୍ତନୀୟ ଉପାଦାନ ମଧ୍ୟରେ କୌଣସି ପାର୍ଥକ୍ୟ ନଥାଏ । ଏଠାରେ ସମସ୍ତ ଉପାଦାନ ପରିବର୍ତ୍ତନୀୟ । ତେଣୁ ଦୀର୍ଘକାଳରେ ସମସ୍ତ ପରିବ୍ୟୟ ପରିବର୍ତ୍ତନୀୟ ।

8. ମୌଦ୍ରିକ ପରିବ୍ୟୟ ଓ ବାସ୍ତବ ପରିବ୍ୟୟ :
Answer:
ଦ୍ରବ୍ୟ ଉତ୍ପାଦନ ସକାଶେ ମୋଟ ମୌଦ୍ରିକ ଖର୍ଚ୍ଚକୁ ମୁଦ୍ରାଗତ ପରିବ୍ୟୟ କୁହାଯାଏ । ମୌଦ୍ରିକ ପରିବ୍ୟୟ ହେଉଛି ପ୍ରକୃତ ପରିବ୍ୟୟ । ଶ୍ରମିକମାନଙ୍କର ମଜୁରି, କର୍ମଚାରୀମାନଙ୍କ ବେତନ, ଶକ୍ତି, କଞ୍ଚାମାଲ, ସୁଧ, ବୀମାଦେୟ, ପରିବହନ ଖର୍ଚ୍ଚ ଇତ୍ୟାଦି ମୁଦ୍ରାଗତ ପରିବ୍ୟୟର ଉଦାହରଣ । ଅର୍ଥାତ୍ ସବୁ ଉପାଦାନର କ୍ରୟ ବିକ୍ରୟରେ ନିୟୋଜିତ ଅର୍ଥର ସମଷ୍ଟିକୁ ମୁଦ୍ରାଗତ ପରିବ୍ୟୟ କୁହାଯାଏ । ମୁଦ୍ରାଗତ ପରିବ୍ୟୟ କ୍ଷେତ୍ରରେ ଦେୟ ମୁଦ୍ରା ଆକାରରେ ହୋଇଥାଏ । ମୁଦ୍ରାଗତ ପରିବ୍ୟୟ ଗଣନା କରିବା ସହଜ ହୋଇଥାଏ ।

ଦ୍ରବ୍ୟ ସାଧନର ମାଲିକମାନେ ଉତ୍ପାଦନକାରୀଙ୍କୁ ଉପାଦାନଗୁଡ଼ିକ ଯୋଗାଇଲାବେଳେ ଯେଉଁ କଷ୍ଟ, ଯନ୍ତ୍ରଣା, ତ୍ୟାଗ ସ୍ବୀକାର କରିଥାଆନ୍ତି ତାହାକୁ ବାସ୍ତବ ପରିବ୍ୟୟ କୁହାଯାଏ । ବାସ୍ତବ ପରିବ୍ୟୟ ଏକ ଅନୁଭବସିଦ୍ଧ ବିଷୟ । ବାସ୍ତବ ପରିବ୍ୟୟକୁ ଗଣନା କରିବା ସହଜସାଧ୍ୟ ହୋଇନଥାଏ । ଉପାଦାନମାନଙ୍କରେ ମାଲିକମାନଙ୍କର ପ୍ରଚେଷ୍ଟା, ତ୍ୟାଗ, ଅସୃଷ୍ଠି ଓ ହରାଇଥିବା ଉପଯୋଗିତାକୁ ବାସ୍ତବ ପରିବ୍ୟୟ ବୋଲି ଅଭିହିତ କରାଯାଏ ।