BSE Odisha 10th Class History Important Questions Chapter 19 ଶିଳ୍ପର ବିକାଶ

Odisha State Board BSE Odisha 10th Class History Important Questions Chapter 19 ଶିଳ୍ପର ବିକାଶ Important Questions and Answers.

BSE Odisha Class 10 History Important Questions Chapter 19 ଶିଳ୍ପର ବିକାଶ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

୧।. ୧୯୪୭-୪୮ ଆର୍ଥିକ ବର୍ଷରେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ହରେକୃଷ୍ଣ ମହତାବଙ୍କ କେଉଁ କାର୍ଯ୍ୟ ପ୍ରଶଂସନୀୟ ?
Answer:

  • ୧୯୪୭-୪୮ ଆର୍ଥିକ ବର୍ଷରେ ଓଡ଼ିଶାରୁ ମିଳୁଥିବା ଲୁହାପଥର ଓ ମାଙ୍ଗାନିଜକୁ ବ୍ୟବହାର କରି ଏକ ଲୌହ ଓ ଇସ୍ପାତ କାରଖାନା ପ୍ରତିଷ୍ଠା ସମ୍ଭାବନା ପାଇଁ ସର୍ବେକ୍ଷଣ ଆରମ୍ଭ କରାଗଲା ।
  • ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଅଣଓଡ଼ିଆ ଭାରତୀୟ ଶିଳ୍ପପତିଙ୍କ ଅନାଗ୍ରହ ଲକ୍ଷ୍ୟକରି ହରେକୃଷ୍ଣ ମହତାବ ବିଦେଶୀ ପୁଞ୍ଜିନିବେଶ ପାଇଁ ଅନୁମତି ଦେବାକୁ ଭାରତ ସରକାରଙ୍କୁ ଅନୁରୋଧ କଲେ ।
  • ଓଡ଼ିଶାରେ ଶିଳ୍ପ ବିକାଶର ସମ୍ଭାବନା ଓ ଯୋଜନା ତିଆରି କରିବାପାଇଁ ଆମେରିକାରୁ ଡେଭିଡ୍ ଏଫ୍. ରୋଜେନ୍ ନାମକ ଜଣେ ବୈଷୟିକ ପରାମର୍ଶଦାତାଙ୍କୁ ଓଡ଼ିଶା ଅଣାଯାଇଥିଲା ।
  • ସେ ଏକ ପ୍ରତିବେଦନ ମଧ୍ୟ ପ୍ରସ୍ତୁତ କଲେ ।
  • ଆହୁରି ମଧ୍ୟ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଦିଗରେ ଅନୁକୂଳ ପରିବେଶ ସୃଷ୍ଟି ପାଇଁ ସେ ଅନ୍ୟ କେତେକ ପଦକ୍ଷେପ ନେଇଥିଲେ ।

୨।. ପାରାଦ୍ଵୀପ ବନ୍ଦର ଓଡ଼ିଶାରେ ଆମଦାନୀ ଓ ରପ୍ତାନି ପାଇଁ କ’ଣ ସବୁ ସୁବିଧା ସୁଯୋଗ ସୃଷ୍ଟି କରିପାରିଛି ?
Answer:

  • ବିଂଶ ଶତାବ୍ଦୀର ସପ୍ତମ ଦଶକରେ ପାରାଦ୍ବୀପ ବନ୍ଦର ପ୍ରତିଷ୍ଠା ହେଲା ।
  • ପ୍ରଥମରୁ ଏଠାରୁ କେବଳ ଲୁହାପଥର ରପ୍ତାନି ହେଉଥିଲା ।
  • ପରବର୍ତୀ ସମୟରେ ଏହାର ପଣ୍ୟ ଧାରଣ ଓ ରପ୍ତାନି ଶକ୍ତି ବୃଦ୍ଧି କରାଗଲା ।
  • ୧୯୭୫ ମସିହାରେ ପାରାଦ୍ଵୀପକୁ ରେଳଲାଇନ୍‌ଦ୍ବାରା ସଂଯୁକ୍ତ କରାଗଲା ।
  • ବର୍ତ୍ତମାନ ଏହି ବନ୍ଦରରୁ ଲୁହାପଥର ସହ ଅନ୍ୟାନ୍ୟ ସାମଗ୍ରୀ ରପ୍ତାନି କରାଯାଉଛି । ଏହା ଓଡ଼ିଶାର ତଥା ଭାରତର ଏକ ପ୍ରମୁଖ ବନ୍ଦରଭାବେ କାର୍ଯ୍ୟ କରୁଛି ।

୩।. ବିଂଶ ଶତାବ୍ଦୀରେ ଓଡ଼ିଶାରେ ପ୍ରତିଷ୍ଠା କରାଯାଇଥିବା ପ୍ରମୁଖ ଶିଳ୍ପଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କର ।
Answer:
ବିଂଶ ଶତାବ୍ଦୀରେ ଓଡ଼ିଶାରେ ପ୍ରତିଷ୍ଠା କରାଯାଇଥିବା ପ୍ରମୁଖ ଶିଳ୍ପଗୁଡ଼ିକ ହେଲା

  • ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ନଦୀକୂଳରେ ଜୟଶ୍ରୀ ରସାୟନ କାରଖାନା ।
  • ରାୟଗଡ଼ା ଜିଲ୍ଲାର ଥରଭାଲିଠାରେ ଫେରୋସିଲିକନ୍ କାରଖାନା ।
  • କଟକ ଜିଲ୍ଲାର ଚୌଦ୍ଵାରଠାରେ ଫେରେ ଆଏଜ୍ କାରଖାନା ।
  • କେନ୍ଦୁଝର ଜିଲ୍ଲାର ଯୋଡ଼ା ଓ ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ଠାରେ ଫେରୋ ମାଙ୍ଗାନିଜ୍ କାରଖାନା ।
  • ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଓ ବରଗଡ଼ ଜିଲ୍ଲାର ବରଗଡ଼ଠାରେ ସିମେଣ୍ଟ କାରଖାନା ଓ ବାଲେଶ୍ଵରଠାରେ

BSE Odisha 10th Class History Important Questions Chapter 19 ଶିଳ୍ପର ବିକାଶ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।

୧।. ଶିଳ୍ପ ଭିତ୍ତିଭୂମିର ବିକାଶ ପାଇଁ ମହତାବଙ୍କ ମନ୍ତ୍ରିମଣ୍ଡଳ ନେଇଥ‌ିବା ପଦକ୍ଷେପଗୁଡି଼କ ଉଲ୍ଲେଖ କର ।
Answer:
ଶିଳ୍ପ ଭିତ୍ତିଭୂମିର ବିକାଶ ପାଇଁ ମହତାବଙ୍କ ମନ୍ତ୍ରିମଣ୍ଡଳ ନେଇଥିବା ପଦକ୍ଷେପଗୁଡିକ ହେଲା –

  • ବୈଷୟିକ ଶିକ୍ଷାର ପ୍ରସାର, ବିଜ୍ଞାନ ଓ ଶିଳ୍ପର ଗବେଷଣା ପାଇଁ ଏକ ପରିଷଦ ଗଠନ ।
  • ଶିଳ୍ପ ବିଭାଗର ପୁନର୍ଗଠନ, ଶିଳ୍ପାୟନ ସମ୍ଭାବନା ବିଷୟରେ ସର୍ବେକ୍ଷଣ ।
  • ଶିଳ୍ପଋଣ ନିଗମ ଗଠନ (କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ), ପ୍ରାଦେଶିକ ଶିଳ୍ପ ଅନୁଦାନ ବ୍ୟବସ୍ଥା ଏବଂ ଶିଳ୍ପ ପରିଷଦ ଗଠନ ।

୨।. ସ୍ଵାଧୀନତା ପରବର୍ତ୍ତୀ କାଳରେ ଓଡ଼ିଶାରେ ପୋତାଶ୍ରୟ, ବିଦ୍ୟୁତ୍ ଶକ୍ତି ଉତ୍ପାଦନ ପାଇଁ କ’ଣ କରାଯାଇଥିଲା ?
Answer:

  • ସ୍ଵାଧୀନତା ପରବର୍ତ୍ତୀ କାଳରେ ଓଡ଼ିଶାରେ ଥ‌ିବା ଚାନ୍ଦବାଲି, ଗୋପାଳପୁର ଓ ଧାମରା ପୋତାଶ୍ରୟର ଉନ୍ନତୀକରଣ କରାଗଲା ।
  • ଶକ୍ତି ଯୋଗାଣ ପାଇଁ ଚୌଦ୍ଵାର ଓ ବ୍ରହ୍ମପୁରରେ ଦୁଇଟି ଛୋଟ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର, ମାଛକୁଣ୍ଡ ଓ ହୀରାକୁଦରୁ ଜଳବିଦ୍ୟୁତ୍ ଯୋଜନା କାର୍ଯ୍ୟ ଆରମ୍ଭ କରିଥିଲା ।
  • ୧୯୫୭ ମସିହାରେ ହୀରାକୁଦ ଜଳବିଦ୍ୟୁତ୍ ପ୍ରକଳ୍ପ କାର୍ଯ୍ୟକାରୀ ହେଲା ।

୩।. ୧୯୫୧-୧୯୮୫ ମଧ୍ୟରେ ଓଡ଼ିଶାରେ ସମୁଦାୟ ଶ୍ରମଶକ୍ତିର ଏକ ଆକଳନ ପ୍ରସ୍ତୁତ କର ।
Answer:

  • ୧୯୫୦ ମସିହା ପରଠାରୁ ଅଧ୍ଵରୁ ଅଧ୍ଵ ଓଡ଼ିଆ ଶିଳ୍ପ କାରଖାନାରେ କାର୍ଯ୍ୟ କରିବାକୁ ଆଗେଇ ଆସିଲେ ।
  • ୧୯୫୧ ମସିହାରେ ଓଡ଼ିଶାର ସମୁଦାୟ ଶ୍ରମଶକ୍ତିର ଶତକଡ଼ା ୭.୧୪ ଭାଗ ଶ୍ରମିକ କାରଖାନାମାନଙ୍କରେ କାମ କରୁଥିଲେ ।
  • ୧୦ ବର୍ଷ ପରେ ୧୯୬୧ ମସିହାରେ ଏହା ପହଞ୍ଚିଲା ୮.୦୫ ପ୍ରତିଶତରେ ଓ ୧୯୮୪-୮୫ ମସିହା ବେଳକୁ ୩, ୯୦,୦୦୦ ଶ୍ରମିକ ଓଡ଼ିଶାର ବିଭିନ୍ନ କଳକାରଖାନାରେ କାମ କରୁଥିଲେ ।

୪।. ଓଡ଼ିଶାରେ ଥ‌ିବା ବିପୁଳ ଲୁହାପଥର ସମ୍ପଦକୁ ଆଧାର କରି କେଉଁସବୁ କମ୍ପାନୀ ସହ ଓଡ଼ିଶା ସରକାର ରାଜିନାମା ପତ୍ର ସ୍ବାକ୍ଷର କରିଛନ୍ତି ?
Answer:
ଓଡ଼ିଶାର ବିପୁଳ ଲୁହାପଥର ସମ୍ପଦକୁ ଆଧାର କରି ଅନେକ କମ୍ପାନୀ ସହ ଓଡ଼ିଶା ସରକାର ରାଜିନାମା ପତ୍ର ସ୍ବାକ୍ଷର କରିଛନ୍ତି; ଯଥା

  • ପୋସ୍କୋ ସହିତ ପାରାଦ୍ଵୀପ ନିକଟରେ ନିର୍ମାଣ ହେବାକୁ ଥିବା ବୃହତ୍ ଲୌହଇସ୍ପାତ କାରଖାନା ।
  • ଟାଟା ଷ୍ଟିଲ୍‌ ସହିତ ଡୁବୁରିଠାରେ ହେବାକୁ ଥିବା ଏକ ଲୌହ ପ୍ରକଳ୍ପ ।
  • ଜିନ୍ଦଲ ଷ୍ଟେନଲେସ୍ ଷ୍ଟିଲ୍‌ ସହିତ ଯାଜପୁର ଜିଲ୍ଲାରେ ପ୍ରସ୍ତାବିତ କାରଖାନା ଇତ୍ୟାଦି ।
  • ଜିନ୍ଦଲ ଷ୍ଟିଲ୍‌ ଓ ପାଓ୍ବାର ତରଫରୁ କେନ୍ଦୁଝର ଓ ଅନୁଗୁଳଠାରେ ସ୍ଥାପିତ ହେବାକୁ ଥ‌ିବା ଲୌହ ପ୍ରକଳ୍ପ ।

BSE Odisha 10th Class History Important Questions Chapter 19 ଶିଳ୍ପର ବିକାଶ

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୧।. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।
Answer:

  • ସ୍ଵାଧୀନତା ପ୍ରାପ୍ତିବେଳକୁ ଓଡ଼ିଶାରେ କଳକାରଖାନା ସଂଖ୍ୟା ଥିଲା ଅତି ନଗଣ୍ୟ ।
  • ସେତେବେଳେ ଓଡ଼ିଶାରେ ଗୋଟିଏ କାଗଜକଳ, ଗୋଟିଏ କାଚ କାରଖାନା, ଗୋଟିଏ ସାବୁନ କାରଖାନା ଓ ଦୁଇଟି ମଧ୍ୟମ ଧରଣର ଚିନି କଳ ଥିଲା । ଏହା ବ୍ୟତୀତ କିଛି ଧାନକଳ ଓ ଚିନିକଳ ଥିଲା ।

୨।. ଓଡ଼ିଶାରେ ପ୍ରଥମେ କେଉଁ ଦୁଇଟି ନଦୀବନ୍ଧ ଯୋଜନାର କାର୍ଯ୍ୟ ଆରମ୍ଭ ହେଲା ? ସେଥିମଧ୍ୟରୁ କେଉଁଟି ପ୍ରଥମେ କେବେ କାର୍ଯ୍ୟକାରୀ ହେଲା ?
Answer:

  • ଓଡ଼ିଶାରେ ପ୍ରଥମେ ମାଛକୁଣ୍ଡ ଓ ହୀରାକୁଦ ନଦୀବନ୍ଧ ଯୋଜନା କାର୍ଯ୍ୟ ଆରମ୍ଭ କରିଥିଲା ।
  • ସେଥୁମଧ୍ୟରୁ ୧୯୫୭ ମସିହାରେ ହୀରାକୁଦ ଜଳବିଦ୍ୟୁତ୍ ପ୍ରକଳ୍ପ ପ୍ରଥମେ କାର୍ଯ୍ୟକାରୀ ହେଲା ।

୩।. ଡାଲମିଆ କମ୍ପାନୀକୁ ଓଡ଼ିଶା ସରକାର ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ କ’ଣ ସବୁ ସୁବିଧା ସୁଯୋଗ ପ୍ରଦାନ କରିଥିଲେ ?
Answer:

  • ଓଡ଼ିଶା ସରକାର ଡାଲମିଆ କମ୍ପାନୀର ୪୦ ଲକ୍ଷ ଟଙ୍କାର ଅଂଶଧନ କିଣିଥିଲେ ।
  • ଭବିଷ୍ୟତରେ ସିମେଣ୍ଟ କିଣିବାପାଇଁ କମ୍ପାନୀକୁ ୫୦ ଲକ୍ଷ ଟଙ୍କା ଅଗ୍ରୀମ ଆକାରରେ ଦେଇଥିଲେ ।

୪।. ରାଉରକେଲା ଲୌହଇସ୍ପାତ ଶିଳ୍ପ କାହା ସହାୟତାରେ କିପରି କାର୍ଯ୍ୟକ୍ଷମ ହୋଇପାରିଛି ?
Answer:

  • ଜର୍ମାନୀର ବୈଷୟିକ ସହାୟତାକୁ ଆଧାର କରି ରାଉରକେଲାରେ ପ୍ରତିଷ୍ଠିତ ହୋଇଥିଲା ରାଉରକେଲା ଇସ୍ପାତ କାରଖାନା ।
  • ଏହା ଭାରତୀୟ ଇସ୍ପାତ କର୍ତ୍ତୃପକ୍ଷଦ୍ବାରା କାର୍ଯ୍ୟକ୍ଷମ ହୋଇପାରିଛି ।

୫।. ‘ନାଲ୍‌କୋ’ର ପୂରାନାମ କ’ଣ ? ଏହାର ଦୁଇଟି ପ୍ରକଳ୍ପ କେଉଁଠାରେ ଅବସ୍ଥିତ ?
Answer:

  • ‘ନାଲ୍‌କୋ’ର ପୂରାନାମ ‘ଜାତୀୟ ଆଲୁମିନିୟମ୍ କମ୍ପାନୀ’ ।
  • କୋରାପୁଟ ଜିଲ୍ଲାର ଦାମନଯୋଡ଼ିଠାରେ ଓ ଅନୁଗୁଳ ଜିଲ୍ଲାର ଅନୁଗୁଳଠାରେ ଏହାର ଦୁଇଟି ପ୍ରକଳ୍ପ ଅବସ୍ଥିତ ।

୬।. ମିଗ୍ ବିମାନର ଇଞ୍ଜିନ୍ ତିଆରି କାରଖାନା କାହା ସହାୟତାରେ କେଉଁଠି ନିର୍ମାଣ କରାଯାଇଛି ?
Answer:

  • ସୁନାବେଡ଼ାରେ ମିଗ୍ ବିମାନର ଇଞ୍ଜିନ୍ ତିଆରି କାରଖାନା ପ୍ରତିଷ୍ଠିତ ହୋଇଛି ।
  • ଏହା ସୋଭିଏତ୍ ରୁଷିଆର ସହଯୋଗରେ ନିର୍ମିତ ହୋଇଛି ।

BSE Odisha 10th Class History Important Questions Chapter 19 ଶିଳ୍ପର ବିକାଶ

୭।. ଓଡ଼ିଶାରେ ଫେରୋ ସିଲିକନ୍ ଓ ଫେରୋ ମାଙ୍ଗାନିଜ୍ କାରଖାନା କେଉଁଠାରେ ପ୍ରତିଷ୍ଠା କରାଯାଇଛି ?
Answer:

  • ରାୟଗଡ଼ା ଜିଲ୍ଲାର ଥୁରୁଭାଲିଠାରେ ଫେରୋ ସିଲିକନ୍ କାରଖାନା ପ୍ରତିଷ୍ଠା କରାଯାଇଛି ।
  • ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ଠାରେ ଫେରୋ ମାଙ୍ଗାନିଜ୍ କାରଖାନା ପ୍ରତିଷ୍ଠା କରାଯାଇଛି ।

Objective Type Questions With Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ସ୍ଵାଧୀନତାପ୍ରାପ୍ତି ବେଳକୁ ଓଡ଼ିଶାରେ କେଉଁସବୁ କଳକାରଖାନା ଗଢ଼ିଉଠିଥିଲା ?
Answer:
ସ୍ଵାଧୀନତା ପ୍ରାପ୍ତିବେଳକୁ ଓଡ଼ିଶାରେ ମାତ୍ର ଗୋଟିଏ କାଗଜକଳ, ଗୋଟିଏ କାଚ କାରଖାନା, ଗୋଟିଏ ସାବୁନ କାରଖାନା ଓ ଦୁଇଟି ମଧ୍ୟମ ଧରଣର ଚିନିକଳ ଥିଲା ।

2. କେଉଁ ଦୁଇଟି କାରଣରୁ ଓଡ଼ିଶାରେ ଶିଳ୍ପାୟନ ସମ୍ଭବପର ହୋଇନଥିଲା ?
Answer:
ପ୍ରଥମ କାରଣଟି ହେଲା ଉଦ୍ୟୋଗପତିଙ୍କ ଅଭାବ ଓ ଦ୍ବିତୀୟ କାରଣଟି ଥିଲା ପୁଞ୍ଜିର ଅଭାବ ।

3. କଂଗ୍ରେସର ଦ୍ଵିତୀୟ ମନ୍ତ୍ରୀମଣ୍ଡଳ କେବେ, କାହା ନେତୃତ୍ୱରେ କାର୍ଯ୍ୟ କରିଥିଲା ?
Answer:
ପ୍ରଥମ କାରଣଟି ହେଲା ଉଦ୍ୟୋଗପତିଙ୍କ ଅଭାବ ଓ ଦ୍ବିତୀୟ କାରଣଟି ଥିଲା ପୁଞ୍ଜିର ଅଭାବ ।

4. ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ କିଏ କେବେ ପ୍ରଚେଷ୍ଟା କରିଥିଲେ ?
Answer:
୧୯୪୬ ମସିହାରେ ହରେକୃଷ୍ଣ ମହତାବ ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ପ୍ରଚେଷ୍ଟା କରିଥିଲେ ।

5. ଓଡ଼ିଶାରେ ଶିଳ୍ପ ବିକାଶର ମୁଖ୍ୟ ପ୍ରତିବନ୍ଧକ କ’ଣ ଥିଲା ?
Answer:
ଶିଳ୍ପ ବିକାଶ ପାଇଁ ଆବଶ୍ୟକ ଭିତ୍ତିଭୂମିର ଅଭାବ ଓ ଭାରତର ଶିଳ୍ପପତିମାନେ ଓଡ଼ିଶାକୁ ଆସିବାକୁ ଅନାଗ୍ରହ ।

BSE Odisha 10th Class History Important Questions Chapter 19 ଶିଳ୍ପର ବିକାଶ

6. ଓଡ଼ିଶାର କେଉଁ ତିନୋଟି ପୋତାଶ୍ରୟର ଉନ୍ନତୀକରଣ କରାଯାଇଥିଲା ?
Answer:
ଏହି ପୋତାଶ୍ରୟଗୁଡ଼ିକ ଥିଲା ଚାନ୍ଦବାଲି, ଗୋପାଳପୁର ଓ ଧାମରା ।

7. ଶକ୍ତିଯୋଗାଣ ପାଇଁ କେଉଁ କେନ୍ଦ୍ରମାନ ପ୍ରତିଷ୍ଠା କରାଯାଇଥିଲା ?
Answer:
ଶକ୍ତି ଯୋଗାଣ ପାଇଁ ଚୌଦ୍ଵାର ଓ ବ୍ରହ୍ମପୁରରେ ଛୋଟ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା ।

8. ଓଡ଼ିଶା ଟେକ୍‌ସଟାଇଲ ମିଲ୍ କେଉଁଠାରେ ପ୍ରତିଷ୍ଠା କରାଯାଇଥିଲା ?
Answer:
ସ୍ଵାଧୀନତା ପରେ କଟକ ଜିଲ୍ଲାର ଚୌଦ୍ଵାରଠାରେ ଓଡ଼ିଶା ଟେକ୍‌ସଟାଇଲ ମିଲ୍ ନାମରେ ଏକ ଲୁଗାକଳ ପ୍ରତିଷ୍ଠା

9. ମିଗ୍ ବିମାନ ଇଞ୍ଜିନ୍ ତିଆରି କାରଖାନା କେଉଁଠି କାହା ସହାୟତାରେ ନିର୍ମାଣ କରାଯାଇଛି ?
Answer:
ସୋଭିଏତ୍ ଋଷିଆର ସହାୟତାରେ ସୁନାବେଡ଼ାଠାରେ ମିଗ୍ ବିମାନ ଇଞ୍ଜିନ୍ ତିଆରି କାରଖାନା ନିର୍ମାଣ କରାଯାଇଛି ।

10. ଟାଟା କମ୍ପାନୀ ଓ ଜିନ୍ଦଲ କେଉଁଠାରେ ଲୌହ ପ୍ରକଳ୍ପ ସ୍ଥାପନ କରିଛନ୍ତି ?
Answer:
ଟାଟା କମ୍ପାନୀ ଡୁବୁରିଠାରେ ଓ ଜିନ୍ଦଲ ଷ୍ଟେନଲେସ୍ ଷ୍ଟିଲ୍ ଯାଜପୁରଠାରେ ଲୌହ ପ୍ରକଳ୍ପ ସ୍ଥାପନ କରିଛନ୍ତି ।

BSE Odisha 10th Class History Important Questions Chapter 19 ଶିଳ୍ପର ବିକାଶ

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. ୧୯୪୯-୫୦ ଆର୍ଥିକ ବର୍ଷରେ ଜୟପୁର ଓ ବିଶାଖାପାଟଣା ମଧ୍ୟରେ ଥିବା କେଉଁ ରାସ୍ତାର ଉନ୍ନତୀକରଣ ପାଇଁ ଅର୍ଥ ବ୍ୟବଷ୍ଥ କରାଗଲା ?
Answer:
ସୁନକି ଓ ଜୟପୁର

2. ବୈଷୟିକ ପରାମର୍ଶଦାତା ଡେଭିଡ୍ ଏଫ. ରେଜେନ୍‌ଙ୍କୁ କେଉଁଠାରୁ ଓଡ଼ିଶା ଅଣାଗଲା ?
Answer:
ଆମେରିକା

3. ୧୯୮୪-୮୫ ମସିହାବେଳକୁ କେତେ ସଂଖ୍ୟକ ଓଡ଼ିଆ ଶ୍ରମିକ କଳକାରଖାନାମାନଙ୍କରେ କାମ କରୁଥିଲେ ?
Answer:
୩, ୯୦, ୦୦୦

4. ରାଉରକେଲା ଇସ୍ପାତ କାରଖାନା କେଉଁ ଦେଶର ବୈଷୟିକ ସହାୟତାରେ ନିର୍ମିତ ହୋଇଥିଲା ?
Answer:
ଜର୍ମାନୀ

5. ୧୯୬୧ ମସିହାରେ ଓଡ଼ିଶାର ସମୁଦାୟ ଶ୍ରମଶକ୍ତିର ଶତକଡା କେତେ ଭାଗ ଶ୍ରମିକ କାରଖାନାମାନଙ୍କରେ କାମ କରୁଥିଲେ ?
Answer:
୮.୦୫

6. ଢେଙ୍କାନାଳର କେଉଁଠାରେ ସୂତାକଳ ପ୍ରତିଷ୍ଠା କରାଯାଇଥିଲା ?
Answer:
ଗୋବିନ୍ଦପୁର

7. ପଞ୍ଚପତିମାଳି ବକ୍‌ସାଇଟ୍ ଖଣି ଆମ ରାଜ୍ୟର କେଉଁ ଜିଲ୍ଲାରେ ଅବସ୍ଥିତ ?
Answer:
କୋରାପୁଟ

8. ରାୟଗଡ଼ା ଜିଲ୍ଲାର ଥୁରୁଭାଲିଠାରେ କେଉଁ କାରଖାନା ଅଛି ?
Answer:
ଫେରୋସିଲିକନ୍

9. ଆମ ରାଜ୍ୟର ବାଲେଶ୍ଵରଠାରେ କେଉଁ କାରଖାନା ଅଛି ?
Answer:
ଟାୟାର

BSE Odisha 10th Class History Important Questions Chapter 19 ଶିଳ୍ପର ବିକାଶ

10. ଆଣବିକ ଶକ୍ତି ଆୟୋଗ ଅଧୀନରେ ଭାରୀଜଳ ପ୍ରକଳ୍ପ ଓଡ଼ିଶାରେ କେଉଁ ସ୍ଥାନରେ ପ୍ରତିଷ୍ଠିତ ହୋଇଛି ?
Answer:
ତାଳଚେର

11. କେଉଁ ଚାଷକୁ ଶିଳ୍ପର ମର୍ଯ୍ୟଦା ଦିଆଯାଇଛି ?
Answer:
ଚିଙ୍ଗୁଡ଼ି ଓ ମାଛଚାଷ

12. ତାଳଚେରଠାରେ ସାର କାରଖାନା କିଏ ପ୍ରତିଷ୍ଠା କରିଥିଲେ ?
Answer:
ଭାରତୀୟ ସାର ନିଗମ

13. ଟିଟାଗଡ଼ ପେପର ମିଲ୍ କେଉଁଠାରେ ପ୍ରତିଷ୍ଠିତ ହୋଇଥିଲା ?
Answer:
ଚୌଦ୍ଵାର

14. ଜିନ୍ଦଲ ଷ୍ଟିଲ ଓ ପାୱାର ତରଫରୁ କେଉଁଠାରେ ଲୌହ ପ୍ରକଳ୍ପ ସ୍ଥାପିତ ହେବାକୁ ଅଛି ?
Answer:
କେନ୍ଦୁଝର

15. କେଉଁ ଉଦ୍ଦେଶ୍ୟରେ ଶିଳ୍ପ ବିଦ୍ୟାଳୟମାନଙ୍କରେ ତନ୍ତକାମ, ବଢ଼େଇ କାମ, ସିଲେଇ କାମ ଆଦି ତାଲିମ ଦିଆଗଲା ?
Answer:
କୁଟୀର ଶିଳ୍ପ ଓ କ୍ଷୁଦ୍ରଶିଳ୍ପର ବିକାଶ

16. ଓଡ଼ିଶା ସରକାର ଡାଲମିଆ ସିମେଣ୍ଟ କମ୍ପାନୀର କେତେ ଟଙ୍କା ଅଂଶଧନ କିଣିଥିଲେ ?
Answer:
୪୦ ଲକ୍ଷ ଟଙ୍କା

BSE Odisha 10th Class History Important Questions Chapter 19 ଶିଳ୍ପର ବିକାଶ

C. ଶୂନ୍ୟସ୍ଥାନ ପୂରଣ କର ।

1. ହରେକୃଷ୍ଣ ମହତାବ ମନ୍ତ୍ରୀମଣ୍ଡଳ ____________________ ମସିହାରେ ଦାୟିତ୍ଵ ଗ୍ରହଣ କରିଥିଲେ ।
Answer:
୧୯୪୬

2. ଓଡ଼ିଶାରେ ପ୍ରଶିକ୍ଷିତ _________________ ସମ୍ବଳର ଅଭାବ ଥିଲା ।
Answer:
ମାନବ

3. ଆମ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ଦିଗରେ ________________ ଅନୁକୂଳ ପରିବେଶ ସୃଷ୍ଟି କରିବାପାଇଁ ପଦକ୍ଷେପ ନେଇଥିଲେ ।
Answer:
ହରେକୃଷ୍ଣ ମହତାବ

4. ଶକ୍ତି ଯୋଗାଣପାଇଁ ଚୌଦ୍ୱାର ଓ _________________ ଠାରେ ଦୁଇଟି ଛୋଟ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା ।
Answer:
ବୁହୁପୁର

5. ଡାଲମିଆ କମ୍ପାନୀ ________________ ଠାରେ ଏକ ସିମେଣ୍ଟ କାରଖାନା ସ୍ଥାପନ କରିଥିଲା ।
Answer:
ରାଜଗାଙ୍ଗପୁର

6. ୧୯୪୭-୪୮ ମସିହାରେ ଓଡ଼ିଶାରେ ବୁଣାକର ସମବାୟ ସମିତି ସଂଖ୍ୟା _______________ ଥିଲା ।
Answer:
୧୩୩

7. __________________ ମସିହାରେ ପାରାଦୀପକୁ ରେଳପଥଦ୍ଵାରା ସଂଯୋଗ କରାଯାଇଥିଲା ।
Answer:
୧୯୭୫

8. ଜର୍ମାନୀ ଜ୍ଞାନ କୌଶଳରେ ଆମ ରାଜ୍ୟରେ ________________ ଠାରେ ଏକ ଲୌହଇସ୍ପାତ ଶିଳ୍ପ ପ୍ରତିଷ୍ଠା କରାଯାଇଛି ।
Answer:
ରାଡରକେଲା

BSE Odisha 10th Class History Important Questions Chapter 19 ଶିଳ୍ପର ବିକାଶ

9. ଜାତୀୟ ଆଲୁମିନିୟମ କମ୍ପାନୀ (NALCO)ର ମୁଖ୍ୟ କାର୍ଯ୍ୟାଳୟ ______________ ଠାରେ ରହିଛି ।
Answer:
ଭୁବନେଶର

10. ୧୯୭୧ ମସିହାରେ ଭାରତୀୟ ସାର ନିଗମ _________________ ଠାରେ ଏକ ସାର କାରଖାନା ପ୍ରତିଷ୍ଠା କରିଥିଲା ।
Answer:
ତାଳଚେର

11. ପାରାଦ୍ଵୀପ ଫସ୍‌ଫେଟ୍ ଲିମିଟେଡ୍ _______________ ମସିହାରେ ଆତ୍ମପ୍ରକାଶ କରିଥିଲା ।
Answer:
୧୯୮୧

12. ସୋଭିଏତ୍ ରୁଷିଆର ସହଯୋଗରେ ସୁନାବେଡ଼ାଠାରେ _______________ ଇଞ୍ଜିନ୍ ତିଆରି କାରଖାନା ପ୍ରତିଷ୍ଠା କରାଯାଇଛି ।
Answer:
ମିଗ୍ ବିମାନ୍

13. ‘ଭାରତୀୟ ଆଣବିକ ଶକ୍ତି ଆୟୋଗ’ _________________ ମସିହାରେ ଛତ୍ରପୁରଠାରେ ଏକ ବିରଳ ମୁଭିକା କାରଖାନା ପ୍ରତିଷ୍ଠା କରିଛି ।
Answer:
୧୯୭୮

14. ବଡ଼ମାଳଠାରେ ପ୍ରତିଷ୍ଠା ହୋଇଛି ଏକ ______________ କାରଖାନା ।
Answer:
ଗୋଳାବାରୁଦ

15. ଯାଜପୁର ଜିଲ୍ଲାର ________________ ଠାରେ ଏକ ଝୋଟକଳ ପ୍ରତିଷ୍ଠା କରାଯାଇଛି ।
Answer:
ଧାନମଣ୍ଡଳ

BSE Odisha 10th Class History Important Questions Chapter 19 ଶିଳ୍ପର ବିକାଶ

D. ଠିକ୍ ଉକ୍ତି ପାଇଁ (✓ ) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (x) ଚିହ୍ନ ଦିଅ ।

1. ସତ୍ୟମ୍ ମହିନ୍ଦ୍ରା ଏକ ମୋଟରଗାଡ଼ି କାରଖାନା ।
Answer:
x

2. ୨୦୦୬ରେ ଓଡ଼ିଶା ତା’ର ନୂତନ ଶିଳ୍ପନୀତି ଘୋଷଣା କରିଥିଲା ।
Answer:
x

3. ଚିଙ୍ଗୁଡ଼ି ଓ ମାଛଚାଷକୁ ବୃହତ୍ ଶିଳ୍ପର ମର୍ଯ୍ୟାଦା ଦିଆଯାଇଛି ।
Answer:
x

4. ବଡ଼ମ୍ବାଠାରେ ଏକ ଚିନିକଳ ସ୍ଥାପିତ ହୋଇଛି ।
Answer:

5. ଧାନମଣ୍ଡଳ ଝୋଟକଳ କଟକ ଜିଲ୍ଲାରେ ଅବସ୍ଥିତ ।
Answer:
x

BSE Odisha 10th Class History Important Questions Chapter 19 ଶିଳ୍ପର ବିକାଶ

6. ବିରଳ ମୃତ୍ତିକା କାରଖାନା ତାଳଚେରଠାରେ ଅବସ୍ଥିତ ।
Answer:
x

7. ଭାରୀଜଳ ପ୍ରକଳ୍ପ ବ୍ରହ୍ମପୁରଠାରେ ଅବସ୍ଥିତ ।
Answer:
x

8. କାଚରାମାଳଠାରେ ଗୋଳାବାରୁଦ କାରଖାନା ପ୍ରତିଷ୍ଠା କରାଯାଇଛି ।
Answer:
x

9. ୧୯୮୧ ମସିହାଠାରୁ ନାଲ୍‌କୋର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରଠାରେ କାର୍ଯ୍ୟ କରୁଛି ।
Answer:

10. ରାଉରକେଲା ଷ୍ଟିଲ୍‌ଣ୍ଟ ରୁଷିଆ ସହାୟତାରେ ନିର୍ମାଣ କରାଯାଇଛି ।
Answer:
x

11. କୋରାପୁଟ ଜିଲ୍ଲାର ପଞ୍ଚପତିମାଳିଠାରେ ଆଲୁମିନିୟମ ମିଳିଥାଏ ।
Answer:
x

12. ଓଡ଼ିଶା ସରକାର ଡାଲମିଆ ସିମେଣ୍ଟ କାରଖାନାକୁ ଅନେକ ପ୍ରକାର ସୁବିଧା ପ୍ରଦାନ କରିଥିଲେ ।
Answer:

13. ଓ.ଟି.ଏମ୍. ଢେଙ୍କାନାଳ ଜିଲ୍ଲାରେ ପ୍ରତିଷ୍ଠା କରାଯାଇଥିଲା ।
Answer:
x

14. ଓଡ଼ିଶାରେ ଅବସ୍ଥିତ ଚାରିଗୋଟି ପୋତାଶ୍ରୟର ଉନ୍ନତୀକରଣ କରାଗଲା ।
Answer:
x

15. ପୂର୍ବରୁ ଶକ୍ତି ଯୋଗାଣ ପାଇଁ ଚୌଦ୍ଵାର ଓ ବ୍ରହ୍ମପୁରଠାରେ ଦୁଇଟି ଛୋଟ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା ।
Answer:

BSE Odisha 10th Class History Important Questions Chapter 19 ଶିଳ୍ପର ବିକାଶ

16. ଶିଳ୍ପ ଭିତ୍ତିଭୂମିର ବିକାଶ ପାଇଁ କୃଷ୍ଣଚନ୍ଦ୍ର ଗଜପତିଙ୍କ ସରକାର ପଦକ୍ଷେପ ନେଇଥିଲେ ।
Answer:
x

17. ୧୯୪୬ ମସିହାରେ ଓଡ଼ିଶାରେ ମହତାବ ମନ୍ତ୍ରୀମଣ୍ଡଳ ଗଠନ କରିଥିଲେ ।
Answer:

18. ବିଜୁ ପଟ୍ଟନାୟକ ମହାନଦୀ ଓ କାଠଯୋଡ଼ି ଉପରେ ପୋଲ ତିଆରି କାମ ଆରମ୍ଭ କରିଥିଲେ ।
Answer:
x

19. ୧୯୪୭-୪୮ ମସିହାରେ ଓଡ଼ିଶାରେ ସମବାୟ ସମିତି ସଂଖ୍ୟା ଥିଲା ୧୩୩ ।
Answer:

20. ୧୯୫୧ ମସିହାରେ ଶତକଡ଼ା ୭.୧୪ ଭାଗ ଶ୍ରମିକ କଳକାରଖାନାରେ କାମ କରୁଥିଲେ ।
Answer:

E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
1.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question 1
Answer:
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Answer 1

BSE Odisha 10th Class History Important Questions Chapter 19 ଶିଳ୍ପର ବିକାଶ

2.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question 2
Answer:
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Answer 2
3.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question 3
Answer:
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Answer 3

BSE Odisha 10th Class History Important Questions Chapter 19 ଶିଳ୍ପର ବିକାଶ

4.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Question 4
Answer:
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର । Answer 4

Leave a Comment