BSE Odisha 10th Class History Important Questions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

Odisha State Board BSE Odisha 10th Class History Important Questions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ Important Questions and Answers.

BSE Odisha Class 10 History Important Questions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

Subjective Type Questions With Answers

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

୧। ‘ମଣ୍ଟେଗୁ-ଚେମ୍‌ସ୍ଫୋର୍ଡ଼ ସଂସ୍କାର ଆଇନ’ କାହାକୁ କୁହାଯାଏ ? ଏଥ‌ିରେ ଥ‌ିବା ତ୍ରୁଟିଗୁଡ଼ିକୁ ଦର୍ଶାଅ ।
Answer:

  • ଇଂଲଣ୍ଡର ବୈଦେଶିକ ସଚିବ ଏଡ଼ଉଇନ୍ ମଣ୍ଟେଗୁ ଓ ଭାରତର ଭାଇସ୍‌ରାୟ ଲର୍ଡ଼ ଚେମ୍‌ସ୍‌ଫୋର୍ଡ଼ଙ୍କଦ୍ୱାରା ୧୯୧୯ ମସିହା ଡିସେମ୍ବର ୨୩ ତାରିଖରେ ପ୍ରବର୍ତ୍ତିତ ହୋଇଥିବା ସମ୍ବିଧାନ ସଂସ୍କାର ଆଇନକୁ ‘ମଣ୍ଟେଗୁ-ଚେମ୍‌ସ୍‌ଫୋର୍ଡ଼ ସଂସ୍କାର ଆଇନ’ କୁହାଯାଏ । ଏଥ‌ିରେ ଅନେକ ତ୍ରୁଟି ରହିଥିଲା ।
  • ପ୍ରଥମ ତ୍ରୁଟି – ଭାଇସ୍‌ୟ ଓ ତାଙ୍କ କାର୍ଯ୍ୟକାରୀ ପରିଷଦ ଭାରତୀୟ ସଂସଦ ପରିବର୍ତ୍ତେ ବ୍ରିଟିଶ୍ ମନ୍ତ୍ରୀମଣ୍ଡଳ ନିକଟରେ ଉତ୍ତରଦାୟୀ ରହିଲେ ।
  • ଦ୍ଵିତୀୟ ତ୍ରୁଟି – ପ୍ରାଦେଶିକ ସ୍ତରରେ ଦ୍ଵୈତ ଶାସନ କ୍ଷମତା ବ୍ୟବସ୍ଥା ଅନୁଯାୟୀ ରାଜ୍ୟପାଳଙ୍କ ଅଧୀନରେ ରଖାଯାଇଥିବା ବିଭାଗଗୁଡ଼ିକଠାରୁ ଅପେକ୍ଷାକୃତ କମ୍ ଗୁରୁତ୍ବପୂର୍ଣ୍ଣ ବିଭାଗ ମନ୍ତ୍ରୀମଣ୍ଡଳ ଅଧୀନରେ ରହିଲା ।
  • ତୃତୀୟ ତ୍ରୁଟି – କେନ୍ଦ୍ରୀୟ ଓ ପ୍ରାଦେଶିକ ବ୍ୟବସ୍ଥାପକ ସଭାର ସଭ୍ୟମାନଙ୍କ ପାଇଁ ପୂର୍ବରୁ ଥିବା ମୁସଲମାନ ସମ୍ପ୍ରଦାୟ ବ୍ୟତୀତ ଶିଖ୍ ଓ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟଭିତ୍ତିକ ନିର୍ବାଚନମଣ୍ଡଳୀ ଗଠିତ ହେଲା ।
  • ଚତୁର୍ଥ ତ୍ରୁଟି – ଭୋଟଦାନ ଅଧିକାରକୁ ଅଧିକ ସଙ୍କୁଚିତ କରାଗଲା ।

୨। ଓଡ଼ିଶାର ଅସହଯୋଗ ଆନ୍ଦୋଳନରେ ଗୋପବନ୍ଧୁ ଦାସଙ୍କ ଭୂମିକା ଉଲ୍ଲେଖ କର ।
Answer:

  • ଗୋପବନ୍ଧୁ ଦାସ ୧୯୨୦ ମସିହା ଡିସେମ୍ବର ମାସରେ ଅନୁଷ୍ଠିତ ନାଗପୁର କଂଗ୍ରେସ ଅଧିବେଶନରେ ଓଡ଼ିଶାରୁ ୩୫ ଜଣ ପ୍ରତିନିଧିଙ୍କୁ ନେଇ ଯୋଗ ଦେଇଥିଲେ ।
  • ସେହି ଅଧ୍ଵବେଶନରୁ ଫେରି ଗୋପବନ୍ଧୁ ୧୯୨୧ ମସିହା ଜାନୁୟାରୀ ୨୪ ତାରିଖରେ କଟକଠାରେ ଛାତ୍ରମାନଙ୍କୁ ଉଦ୍‌ବୋଧନ ଦେଇଥିଲେ ଏବଂ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ସଙ୍ଗଠିତ କରିଥିଲେ ।
  • ୧୯୨୧ ମସିହା ମାର୍ଚ୍ଚ ମାସରେ ତାଙ୍କ ଉଦ୍ୟମରେ ‘ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟି’ ଗଠିତ ହୋଇଥିଲା ।
  • ସେ ଥିଲେ ଏହାର ପ୍ରଥମ ସଭାପତି ଏବଂ ଭାଗୀରଥ ମହାପାତ୍ର ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ ।
  • ଅସହଯୋଗ ଆନ୍ଦୋଳନକୁ ଓଡ଼ିଶାରେ ଲୋକାଭିମୁଖୀ କରାଇବା ନିମନ୍ତେ ସେ ମହାତ୍ମା ଗାନ୍ଧିଙ୍କୁ ଓଡ଼ିଶାକୁ ଡକାଇ ଆଣିଥିଲେ । ତାଙ୍କ ଉଦ୍ୟମରେ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ ବ୍ୟାପକ ହୋଇଥିଲା ।

BSE Odisha 10th Class History Important Questions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।

୧ | “‘ନିଷ୍ଫଳ ଭାରତ ଖୁଲାଫତ୍ ସମ୍ମିଳନୀ’’ କେବେ ଅନୁଷ୍ଠିତ ହୋଇଥିଲା ? ଏଥରେ କିଏ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ଓ ଏଥିରେ କ’ଣ ନିଷ୍ପରି ନିଆଯାଇଥିଲା ?
Answer:

  1. ୧୯୧୯ ମସିହା ନଭେମ୍ବର ମାସରେ ‘ନିଷ୍ଫଳ ଭାରତ ଖୁଲାଫତ୍ ସମ୍ମିଳନୀ’ ଅନୁଷ୍ଠିତ ହୋଇଥିଲା ।
  2. ଏଥରେ ଗାନ୍ଧିଜୀ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।
  3. ତୁର୍କୀର ସୁଲତାନଙ୍କ ଅଧୀନରେ ଯଥେଷ୍ଟ ଅଞ୍ଚଳ, ବିଶେଷ କରି ମୁସଲମାନମାନଙ୍କ ପବିତ୍ର ସ୍ଥାନଗୁଡ଼ିକୁ ନ ରଖିଲେ ବର୍ଜନ ଓ ଅସହଯୋଗ କରିବାପାଇଁ ଏହି ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଥିଲା ।

୨। ଅସହଯୋଗ ଆନ୍ଦୋଳନକୁ ପ୍ରଥମ ଗଣ ଆନ୍ଦୋଳନ କୁହାଯାଉଥିଲା କାହିଁକି ?
Answer:

  • ଅସହଯୋଗ ଆନ୍ଦୋଳନ ୧୯୨୦ ମସିହା ଅଗଷ୍ଟ ୧ ତାରିଖରେ ଆନୁଷ୍ଠାନିକଭାବେ ଆରମ୍ଭ ହୋଇଥିଲା ଓ ସମଗ୍ର ଦେଶରେ ହରତାଳ ଓ ଶୋଭାଯାତ୍ରା ସଙ୍ଗଠିତ ହୋଇଥିଲା ।
  • ଏହି ଆନ୍ଦୋଳନ ବ୍ରିଟିଶ୍ ସାମ୍ରାଜ୍ୟର ମୂଳଦୁଆକୁ ଦୋହଲାଇ ଦେଇଥିଲା ।
  • ଏହି ଆନ୍ଦୋଳନ ଇଂରେଜ ସରକାରଙ୍କ ବିରୋଧରେ ମହାତ୍ମା ଗାନ୍ଧିଙ୍କ ପରିଚାଳିତ ପ୍ରଥମ ଗଣଆନ୍ଦୋଳନ ଥିଲା । କାରଣ ଏଥିରେ ସମସ୍ତ ସଂପ୍ରଦାୟର ଲୋକେ ଅଂଶଗ୍ରହଣ କରିଥିଲେ ।

୩ । ହଣ୍ଟର କମିଟିର ରିପୋର୍ଟରେ ଭାରତୀୟମାନେ କ୍ଷୁବ୍ଧ ହୋଇଥିଲେ କାହିଁକି ?
Answer:

  • ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡର ଏକ ସରକାରୀ ତଦନ୍ତ ପାଇଁ ୧୯୧୯ ମସିହା ଅକ୍ଟୋବର ୧୪ ତାରିଖରେ ଲର୍ଡ଼ ହଣ୍ଟରଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଥିଲା ।
  • ଏହି କମିଟି ଗଠନ ଇଂରେଜମାନଙ୍କର କେବଳ ଏକ ଧୂଆଁବାଣ ଥିଲା ।
  • ଲର୍ଡ଼ସ୍‌ ସଭାରେ ଜେନେରାଲ ଡାୟାରଙ୍କ କାର୍ଯ୍ୟକୁ ଅନୁମୋଦନ କରାଯାଇଥିଲା ଓ ତାଙ୍କ ପାଇଁ ବ୍ରିଟିଶ୍ ଜନସାଧାରଣ ତିରିଶ ହଜାର ପାଉଣ୍ଡ ସଂଗ୍ରହ କରିଥିଲେ । ଏହା ଭାରତୀୟମାନଙ୍କୁ ଅତ୍ୟନ୍ତ କ୍ଷୁବ୍ଧ କରିଥିଲା ।

BSE Odisha 10th Class History Important Questions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

୪। ଅସହଯୋଗ ଆନ୍ଦୋଳନ ସମୟରେ କେଉଁସବୁ ଗଠନମୂଳକ କାର୍ଯ୍ୟକ୍ରମ ଗ୍ରହଣ କରିବାପାଇଁ ସ୍ଥିର କରାଯାଇଥିଲା ?
Answer:

  1. ଖଦୀ ଓ ଗ୍ରାମୋଦ୍ୟୋଗର ପ୍ରସାର ।
  2. ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଏକତା ସୃଷ୍ଟି ।
  3. ଅସ୍ପୃଶ୍ୟତା ନିରାକରଣ ଓ ଜାତୀୟ ଶିକ୍ଷାନୁଷ୍ଠାନ ସ୍ଥାପନ ।

୫ । ଅସହଯୋଗ ଆନ୍ଦୋଳନ ସମୟରେ କନିକା ପ୍ରଜା ବିଦ୍ରୋହ କିପରି ସଂଘଟିତ ହେଲା ଓ କନିକା ଅତ୍ୟାଚାର ଘଟଣା କାହା ମାଧ୍ୟମରେ ଲୋକଲୋଚନକୁ ଆସିପାରିଥିଲା ? ଏହାର ପରିଣାମ କ’ଣ ହେଲା ?
Answer:

  • ଅସହଯୋଗ ଆନ୍ଦୋଳନ ଜନସ୍ରୋତରେ ଭାସିଯାଇ କନିକାର ପ୍ରଜାମାନେ ବିଦ୍ରୋହ କରିଥିଲେ । ଫଳସ୍ବରୂପ ଗୁଳିଚାଳନା ଯୋଗୁଁ ଦୁଇଜଣ ମୃତ୍ୟୁବରଣ କରିଥିବାବେଳେ ଅନ୍ୟମାନେ ଆହତ ହୋଇଥିଲେ ।
  • ‘ସମାଜ’ ଓ ‘ଉତ୍କଳ ଦୀପିକା’ ମାଧ୍ୟମରେ କନିକା ଅତ୍ୟାଚାର ଘଟଣା ଲୋକଲୋଚନକୁ ଆସିଥିଲା ।
  • ଏହିଠାରେ ଆଇନ ଅମାନ୍ୟ କରିଥିବା ଅଭିଯୋଗରେ ଗୋପବନ୍ଧୁ ଦାସ ଓ ଭାଗୀରଥ୍ ମହାପାତ୍ରଙ୍କୁ ଗିରଫ କରି ହଜାରିବାଗ ଜେଲକୁ ପଠାଯାଇଥିଲା ।

୬। ଓଡ଼ିଶାରେ ଅସହଯୋଗ ଆନ୍ଦୋଳନକୁ ଦମନ କରିବାପାଇଁ ଇଂରେଜ ସରକାରଙ୍କର ତିନିଗୋଟି କାର୍ଯ୍ୟ ଉଲ୍ଲେଖ କର ।
Answer:

  • ଓଡ଼ିଶାରେ ଅସହଯୋଗ ଆନ୍ଦୋଳନକୁ ଦମନ କରିବାପାଇଁ ଇଂରେଜ ସରକାର ଜନସାଧାରଣଙ୍କ ଉପରେ ଲାଠିଚାଳନା ଓ ବେତ୍ରାଘାତ କରିଥିଲେ ।
  • ଇଂରେଜ ସରକାର ଶହ ଶହ ସତ୍ୟାଗ୍ରହୀଙ୍କୁ କାରାରୁଦ୍ଧ କରିଥିଲେ ।
  • ଇଂରେଜ ସରକାର ସମାଜ ସମ୍ବାଦପତ୍ରରେ ‘ସତ୍ୟ ହେଲେ ସାଂଘାତିକ’ ସ୍ତମରେ ସରକାରୀ ବିରୋଧୀ ଲେଖା ନିମନ୍ତେ ଗୋପବନ୍ଧୁ ଦାସଙ୍କୁ ୧ ମାସ ଜେଲକୁ ପଠାଇ ଦେଇଥିଲେ । ‘ସ୍ବରାଜ ସଙ୍ଗୀତ’ ନାମକ ପ୍ରାଚୀରପତ୍ର ଛାପିଥ‌ିବାରୁ ସମ୍ବଲପୁରର ମିଶ୍ର ପ୍ରେସ୍‌କୁ ୨୫ ଟଙ୍କା ଜୋରିମାନା କରାଯାଇଥିଲା ।

BSE Odisha 10th Class History Important Questions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୧। ମୌଲାନା ଆବୁଲ୍ କାଲାମ୍ ଆଜାଦଙ୍କ ମୂଳନାମ କ’ଣ ଥିଲା ? ସେ ଭାରତର କେଉଁ ବିଭାଗର ମନ୍ତ୍ରୀ ଥିଲେ ?
Answer:

  1. ମୌଲାନା ଆବୁଲ୍ କାଲାମ୍ ଆଜାଦ୍ରଙ୍କ ମୂଳନାମ ଥିଲା ମୋହିଉଦ୍ଦିନ୍ ଅହମ୍ମଦ ।
  2. ସେ ସ୍ବାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ ଥିଲେ ।

୨। ୧୯୨୦ ଜୁନ୍ ୯ ତାରିଖରେ କେଉଁଠାରେ ଏକ ସର୍ବଦଳୀୟ ବୈଠକର ଆୟୋଜନ କରାଯାଇଥିଲା ଓ ଏଥ‌ିରେ କ’ଣ ନିଷ୍ପତ୍ତି ନିଆଯାଇଥିଲା ?
Answer:

  • ୧୯୨୦ ମସିହା ଜୁନ୍ ୯ ତାରିଖରେ ଆଲ୍ଲାହାବାଦଠାରେ ଏକ ସର୍ବଦଳୀୟ ବୈଠକର ଆୟୋଜନ କରାଯାଇଥିଲା ।
  • ଏଠାରେ ଗାନ୍ଧିଜୀଙ୍କ ନେତୃତ୍ୱରେ ଖୋଲାଫତ୍ କମିଟି ଇଂରେଜ ସରକାରଙ୍କ ସହିତ ସମ୍ପର୍କ ଛିନ୍ନ କରିବାପାଇଁ ନିଷ୍ପତ୍ତି ନେଇଥିଲା ।

୩ । କଂଗ୍ରେସର ଅହମ୍ମଦାବାଦ୍ ବାର୍ଷିକ ଅଶନ କେବେ ବସିଥିଲା ଓ ଏଥ‌ିରେ କ’ଣ ନିଷ୍ପତ୍ତି ନିଆଯାଇଥିଲା ?
Answer:

  • ୧୯୨୧ ଖ୍ରୀଷ୍ଟାବ୍ଦ ଡିସେମ୍ବର ମାସରେ କଂଗ୍ରେସର ଅହମ୍ମଦାବାଦ୍ ବାର୍ଷିକ ଅଧୂବେଶନ ବସିଥିଲା ।
  • ଏଥିରେ ଅସହଯୋଗ ଆନ୍ଦୋଳନକୁ ଚାଲୁରଖୁବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା ।

BSE Odisha 10th Class History Important Questions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

୪ । ଅସହଯୋଗ ଆନ୍ଦୋଳନ ସମୟରେ କେଉଁ ହିଂସାତ୍ମକ ଘଟଣା ଗାନ୍ଧିଜୀଙ୍କୁ ବ୍ୟଥ୍‌ତ କରିଥିଲା ?
Answer:

  1. ୧୯୨୨ ମସିହା ଫେବୃୟାରୀ ୫ ତାରିଖରେ ଉତ୍ତରପ୍ରଦେଶର ଗୋରଖପୁର ଅଞ୍ଚଳସ୍ଥିତ ଚୌରିଚୌରା ନାମକ ସ୍ଥାନରେ ଉତ୍ୟକ୍ତ ଆନ୍ଦୋଳନକାରୀମାନେ ଏକ ପୋଲିସ୍ ଷ୍ଟେସନରେ ନିଆଁ ଲଗାଇ ଦେଇଥିଲେ ।
  2. ଏହା ଫଳରେ ୨୨ ଜଣ ପୋଲିସ୍ କର୍ମଚାରୀ ଜୀବନ୍ତ ଦଗ୍‌ଧ ହୋଇଥିଲେ । ଏହି ଘଟଣା ଗାନ୍ଧିଜୀଙ୍କୁ ବ୍ୟର୍ଥାତ କରିଥିଲା ।

୫ । କେଉଁ ଆନ୍ଦୋଳନରେ ଗାନ୍ଧିଜୀଙ୍କୁ ଗିରଫ କରାଯାଇ କେବେ ଓ କେତେ ବର୍ଷ ପାଇଁ ଜେଲଦଣ୍ଡ ଦିଆଯାଇଥିଲା ?
Answer:

  • ଅସହଯୋଗ ଆନ୍ଦୋଳନରେ ୧୯୨୨ ମସିହା ମାର୍ଚ୍ଚ ୧୦ ତାରିଖରେ ଗାନ୍ଧିଜୀଙ୍କୁ ଗିରଫ କରାଯାଇଥିଲା ।
  • ତାଙ୍କୁ ୬ ବର୍ଷ ପାଇଁ ଜେଲଦଣ୍ଡ ଦିଆଯାଇଥିଲା ।

୬। ତୁର୍କୀରେ ସାଧାରଣତନ୍ତ୍ର କେବେ ପ୍ରତିଷ୍ଠିତ ହୋଇଥିଲା ? ଏହାଦ୍ଵାରା କେଉଁ ବ୍ୟବସ୍ଥାର ଉଚ୍ଛେଦ ହୋଇଥିଲା ?
Answer:

  • ୧୯୨୨ ମସିହାରେ ମୁସ୍ତାଫା କମାଲ ପାଶାଙ୍କ ନେତୃତ୍ୱରେ ତୁର୍କୀରେ ସାଧାରଣତନ୍ତ୍ର ପ୍ରତିଷ୍ଠିତ ହୋଇଥିଲା ।
  • ଏହାଦ୍ୱାରା ସେଠାରେ ଥିବା ଖଲିଫା ବ୍ୟବସ୍ଥାର ଉଚ୍ଛେଦ ହୋଇଥିଲା ।

୭ । ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟି କେବେ ଗଠିତ ହୋଇଥିଲା ? ଏସ୍‌ରେ କିଏ ସଭାପତି ଓ ସମ୍ପାଦକ ଭାବେ କାର୍ଯ୍ୟ କରିଥିଲେ ?
Answer:

  1. ୧୯୨୧ ମସିହା ମାର୍ଚ୍ଚ ମାସରେ ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟି ଗଠିତ ହୋଇଥିଲା ।
  2. ଏହାର ପ୍ରଥମ ସଭାପତି ଓ ସମ୍ପାଦକ ଭାବେ ଯଥାକ୍ରମେ ଗୋପବନ୍ଧୁ ଦାସ ଓ ଭାଗୀରଥ୍ ମହାପାତ୍ର କାର୍ଯ୍ୟ କରିଥିଲେ ।

BSE Odisha 10th Class History Important Questions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

୮ । ଗାନ୍ଧିଜୀ କେବେ ଓଡ଼ିଶା ଆସିଥିଲେ ? ସେ କାହା ଉପରେ ଗୁରୁତ୍ଵ ଦେଇଥିଲେ ?
Answer:

  • ଗାନ୍ଧିଜୀ ୧୯୨୧ ମସିହାରେ ଓଡ଼ିଶା ଆସିଥ୍‌ଲେ ।
  • ଖଦୀର ବ୍ୟବହାର, ଚରଖାର ପ୍ରଚଳନ ଏବଂ ସ୍ଵଦେଶୀ ଦ୍ରବ୍ୟ ପ୍ରତି ଆଦର ଉପରେ ସେ ଗୁରୁତ୍ଵ ଦେଇଥିଲେ ।

Objective Type Questions with Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ଖୁଲାଫତ୍ ଆନ୍ଦୋଳନର ନେତୃତ୍ୱ ନେଇଥ‌ିବା ଅଲ୍ଲୀ ଭ୍ରାତାଦ୍ୱୟ କିଏ ଥିଲେ ।
Answer:
ଖଲାଫତ୍ ଆନ୍ଦୋଳନର ନେତୃତ୍ୱ ନେଇଥିବା ଅଲ୍ଲୀ ଭ୍ରାତାଦ୍ବୟ ଯଥାକ୍ରମେ ସୌକତ ଅଲ୍ଲୀ ଓ ମହମ୍ମଦ ଅଲ୍ଲୀ ଥିଲେ ।

2. ୧୯୯୨ ମସିହାରେ କାହାକୁ ମରଣୋତ୍ତର ଭାବେ ‘ଭାରତରତ୍ନ’ ସମ୍ମାନରେ ଭୂଷିତ କରାଯାଇଥିଲା ?
Answer:
ମୌଲାନା ଆବୁଲ କାଲାମ ଆଜାଦ୍‌ଙ୍କୁ ୧୯୯୨ ମସିହାରେ ମରଣୋତ୍ତର ଭାବେ ‘ଭାରତରତ୍ନ’ ସମ୍ମାନରେ ଭୂଷିତ କରାଯାଇଥିଲା ।

3. ୧୯୧୯ ଭାରତ ଶାସନ ଆଇନଦ୍ୱାରା ଭାରତୀୟମାନଙ୍କର କେଉଁ ଅଧିକାରକୁ ସଙ୍କୁଚିତ କରାଯାଇଥିଲା ?
Answer:
୧୯୧୯ ଭାରତ ଶାସନ ଆଇନଦ୍ୱାରା ଭାରତୀୟମାନଙ୍କର ଭୋଟଦାନ ଅଧିକାରକୁ ସଙ୍କୁଚିତ କରାଯାଇଥିଲା ।

4. କାହା ନେତୃତ୍ୱରେ ଜାଲିଆନାଓ୍ବାଲାବାଗ୍ ହତ୍ୟାକାଣ୍ଡର ସରକାରୀ ତଦନ୍ତ କରାଯାଇଥିଲା ?
Answer:
ଲର୍ଡ଼ ହଣ୍ଟରଙ୍କ ନେତୃତ୍ବରେ ଜାଲିଆନାଓ୍ବାଲାବାଗ୍ ହତ୍ୟାକାଣ୍ଡର ସରକାରୀ ତଦନ୍ତ କରାଯାଇଥିଲା ।

BSE Odisha 10th Class History Important Questions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

5. ଅସହଯୋଗ ଆନ୍ଦୋଳନର ମୂଳନୀତି କ’ଣ ଥିଲା ?
Answer:
ଇଂରେଜ ଅନୁଷ୍ଠାନ ଓ ବିଦେଶୀ ଦ୍ରବ୍ୟ ବର୍ଜନ ଅସହଯୋଗ ଆନ୍ଦୋଳନର ମୂଳନୀତି ଥିଲା ।

6. ଅସହଯୋଗ ଆନ୍ଦୋଳନର ମୁଖ୍ୟ ଗଠନମୂଳକ କାର୍ଯ୍ୟକ୍ରମଟି କ’ଣ ଥିଲା ?
Answer:
ଖଦୀ ଓ ଗ୍ରାମୋଦ୍ୟୋଗର ପ୍ରସାର ଥିଲା ଅସହଯୋଗ ଆନ୍ଦୋଳନର ମୁଖ୍ୟ ଗଠନମୂଳକ କାର୍ଯ୍ୟକ୍ରମ ।

7. ‘ତିଳକ ସ୍ଵରାଜ ପାଣ୍ଠି’ ଗଠନ କେଉଁ ଆନ୍ଦୋଳନର ଉଲ୍ଲେଖନୀୟ କାର୍ଯ୍ୟ ଥିଲା ?
Answer:
‘ତିଳକ ସ୍ଵରାଜ ପାଣ୍ଠି’ ଗଠନ ଅସହଯୋଗ ଆନ୍ଦୋଳନର ଉଲ୍ଲେଖନୀୟ କାର୍ଯ୍ୟଥିଲା ।

8. ଅସହଯୋଗ ଆନ୍ଦୋଳନ ସ୍ଥଗିତ ନିଷ୍ପତ୍ତିକୁ ଏକ ଜାତୀୟ ବିପର୍ଯ୍ୟୟ ଭାବରେ କିଏ ବର୍ଣନା କରିଥିଲେ ?
Answer:
ସୁଭାଷ ଚନ୍ଦ୍ର ବୋଷ ଅସହଯୋଗ ଆନ୍ଦୋଳନ ସ୍ଥଗିତ ନିଷ୍ପତ୍ତିକୁ ଏକ ଜାତୀୟ ବିପର୍ଯ୍ୟୟ ଭାବେ ବର୍ଣ୍ଣନା କରିଥିଲେ ।

9. ୧୯୨୨ ମାର୍ଚ୍ଚ ୧୦ ତାରିଖରେ ଗାନ୍ଧିଜୀଙ୍କୁ ଗିରଫ କରାଯାଇ କେତେ ବର୍ଷ ପାଇଁ ଜେଲଦଣ୍ଡ ଦିଆଯାଇଥିଲା ?
Answer:
୧୯୨୨ ମାର୍ଚ୍ଚ ୧୦ ତାରିଖରେ ଗାନ୍ଧିଜୀଙ୍କୁ ଗିରଫ କରାଯାଇ ୬ ବର୍ଷ ପାଇଁ ଜେଲଦଣ୍ଡ ଦିଆଯାଇଥିଲା ।

BSE Odisha 10th Class History Important Questions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

10. ୧୯୨୨ ମସିହାରେ ତୁର୍କୀରେ କିଏ ସାଧାରଣତନ୍ତ୍ର ପ୍ରତିଷ୍ଠା କରିଥିଲେ ?
Answer:
ମୁସ୍ତାଫା କମାଲ ପାଶା ୧୯୨୨ ମସିହାରେ ତୁର୍କୀରେ ସାଧାରଣତନ୍ତ୍ର ପ୍ରତିଷ୍ଠା କରିଥିଲେ ।

11. ଭାଗୀରଥ୍ ମହାପାତ୍ର କିଏ ଥିଲେ ?
Answer:
ଭାଗୀରଥ୍ ମହାପାତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ସମ୍ପାଦକ ଥିଲେ ।

12. ସମ୍ବଲପୁର ଜିଲ୍ଲାସ୍କୁଲର କାହା ପ୍ରେରଣାରେ ଛାତ୍ରମାନେ ଅସହଯୋଗ ଆନ୍ଦୋଳନରେ ଯୋଗଦେଲେ ?
Answer:
ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ପ୍ରେରଣାରେ ସମ୍ବଲପୁର ଜିଲ୍ଲାସ୍କୁଲର ଛାତ୍ରମାନେ ଅସହଯୋଗ ଆନ୍ଦୋଳନରେ ଯୋଗଦେଲେ ।

13. ସତ୍ୟବାଦୀ ବନବିଦ୍ୟାଳୟ କେବେ ପ୍ରତିଷ୍ଠା କରାଯାଇଥିଲା ?
Answer:
୧୯୧୯ ମସିହାରେ ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ।

14. ‘ଉତ୍କଳ ସ୍ୱରାଜ୍ୟ ଶିକ୍ଷା ପରିଷଦ’ କେଉଁଠାରେ ଗଠିତ ହୋଇଥିଲା ?
Answer:
କଟକଠାରେ ‘ଉତ୍କଳ ସ୍ୱରାଜ୍ୟ ଶିକ୍ଷା ପରିଷଦ’ ଗଠିତ ହୋଇଥିଲା ।

BSE Odisha 10th Class History Important Questions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

15. କଟକରେ ସ୍ୱରାଜ ଆଶ୍ରମ କାହିଁକି ପ୍ରତିଷ୍ଠା କରାଯାଇଥିଲା ?
Answer:
ସ୍ଵେଚ୍ଛାସେବୀ ଓ କର୍ମୀମାନଙ୍କୁ ପ୍ରଶିକ୍ଷଣ ଦେବାପାଇଁ କଟକରେ ସ୍ୱରାଜ ଆଶ୍ରମ ପ୍ରତିଷ୍ଠା କରାଯାଇଥିଲା ।

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. ଗୋପବନ୍ଧୁ ଦାସଙ୍କଦ୍ଵାରା ପ୍ରତିଷ୍ଠିତ ସମ୍ବାଦପତ୍ରର ନାମ କ’ଣ ଥିଲା ?
Answer:
‘ସମାଜ’

2.ପ୍ରଥମ ବିଶ୍ଵଯୁଦ୍ଧ ପରେ ତୁର୍କୀ ସହିତ କେଉଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ?
Answer:
ସେଭର୍ସ ଚୁକ୍ତି

3. ଅସହଯୋଗ ଆନ୍ଦୋଳନ ସମୟରେ ଜଗତ୍‌ସିଂହପୁରଠାରେ କେଉଁ ଆଶ୍ରମ ପ୍ରତିଷ୍ଠା କରାଯାଇଥିଲା ?
Answer:
ଅଳକା ଆଶ୍ରମ

4. କେଉଁ ଅନୁଷ୍ଠାନ ‘ସ୍ବରାଜ୍ୟ ସମାଚାର’ ପତ୍ରିକା ପ୍ରକାଶ କରୁଥିଲେ ?
Answer:
ସ୍ଵରାଜ ମନ୍ଦିର

5. ସମ୍ବଲପୁରର ମିଶ୍ର ପ୍ରେସ୍ କେଉଁ ପ୍ରାଚୀରପତ୍ର ଛାପି ୨୫ ଟଙ୍କା ଜୋରିମାନା ଦେଇଥିଲା ?
Answer:
‘ସ୍ଵରାଜ ସଙ୍ଗୀତ’

BSE Odisha 10th Class History Important Questions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

6. ମୁସଲମାନମାନଙ୍କଦ୍ଵାରା ଗଠନ କରାଯାଇଥିବା ସଙ୍ଗଠନକୁ କ’ଣ କୁହାଯାଉଥିଲା ?
Answer:
ମୁସଲିମ୍ ଲିଗ୍

7. କାହା ନେତୃତ୍ୱରେ ‘ସ୍ଵରାଜ ମନ୍ଦିର’ ଗଠିତ ହୋଇଥିଲା ?
Answer:
ହରେକୃଷ୍ଣ ମହତାବ

8. କେବେ ପୁରୀଠାରେ ବିଦେଶୀ ବସ୍ତ୍ରଗୁଡିକରେ ଅଗ୍ନିସଂଯୋଗ କରାଯାଇଥିଲା ?
Answer:
୧୯୨୧ ଅଗଷ୍ଟ ୩

9. ଲୋକମାନ୍ୟ ବାଲ ଗଙ୍ଗାଧର ତିଳକଙ୍କ ସ୍ମୃତିରେ ଗଠିତ ପାଣ୍ଠିର ନାମ କ’ଣ ଥିଲା ?
Answer:
‘ତିଳକ ସ୍ବରାଜ ପାଣ୍ଠି’

10. ୧୯୧୯ ନଭେମ୍ବର ମାସରେ ନିଷ୍ଫଳ ଭାରତ ଖୋଲାଫତ୍ ସମ୍ମିଳନୀରେ ସଭାପତି ଭାବେ କିଏ ନିର୍ବାଚିତ ହୋଇଥିଲେ ?
Answer:
ମହାତ୍ମା ଗାନ୍ଧି

11. ମୌଲାନା ଆବୁଲ୍ କାଲାମ୍ ଆଜାଦ୍ କେବେ ମରଣୋତ୍ତର ଭାରତ ରତ୍ନ ସମ୍ମାନରେ ଭୂଷିତ ହୋଇଥିଲେ ?
Answer:
୧୯୯୨

12. ଛାତ୍ରମାନଙ୍କୁ ଜାତୀୟତାବାଦୀ ଶିକ୍ଷା ଦେବା ନିମନ୍ତେ ଗୋପବନ୍ଧୁ କେଉଁ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ?
Answer:
ସତ୍ୟବାଦୀ ବନବିଦ୍ୟାଳୟ

13. ଇଂରେଜ ସରକାରଙ୍କ ବିରୋଧରେ ଗାନ୍ଧିଜୀଙ୍କଦ୍ବାରା ପରିଚାଳିତ ପ୍ରଥମ ଗଣ-ଆନ୍ଦୋଳନର ନାମ କ’ଣ ?
Answer:
ଅସହଯୋଗ ଆନ୍ଦୋଳନ

BSE Odisha 10th Class History Important Questions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

14. ହଣ୍ଟର କମିଟି କେବେ ଗଠିତ ହେଲା ?
Answer:
୧୯୧୯ ଅକ୍ଟୋବର ୧୪

15. କେବେ ନାଗପୁରଠାରେ କଂଗ୍ରେସର ବାର୍ଷିକ ଅଧୂବେଶନରେ ଅସହଯୋଗ ଆନ୍ଦୋଳନ ପ୍ରସ୍ତାବ ଅନୁମୋଦିତ ହୋଇଥିଲା ?
Answer:
୧୯୨୦ ଡିସେମ୍ବର

16. ଓଡ଼ିଶାର ପ୍ରଥମ ସମ୍ବାଦପତ୍ରର ନାମ କ’ଣ ?
Answer:
ଉତ୍କଳ ଦୀପିକା

17. ସ୍ଵାଧୀନ ଭାରତର ପ୍ରଥମ ଶିକ୍ଷାମନ୍ତ୍ରୀ କିଏ ଥିଲେ ?
Answer:
ମୌଲାନା ଆବୁଲ୍ କାଲାମ୍ ଆଜାଦ୍

18. ଅସହଯୋଗ ଆନ୍ଦୋଳନ ସମୟରେ ଗୋପବନ୍ଧୁ ଦାସଙ୍କୁ କେଉଁ ଜେଲକୁ ପଠାଇ ଦିଆଯାଇଥିଲା ?
Answer:
ହଜାରିବାଗ ଜେଲ

19. ଖଲିଫା ବ୍ୟବସ୍ଥାର ଉଚ୍ଛେଦ କେବେ କରାଯାଇଥିଲା ?
Answer:
୧୯୨୨

BSE Odisha 10th Class History Important Questions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

20. ଅସହଯୋଗ ଆନ୍ଦୋଳନ ସମୟରେ କନିକାର ରାଜା କିଏ ଥିଲେ ?
Answer:
ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ

C. ଶୂନ୍ୟସ୍ଥାନ ପୂରଣ କର ।

1. ପ୍ରଥମ ବିଶ୍ବଯୁଦ୍ଧରେ ତୁର୍କୀ _____ ଶକ୍ତି ବିରୋଧରେ ଯୁଦ୍ଧ କରିଥିଲା ।
Answer:
ମିତ୍ରଶକ୍ତି

2. ମୁସଲମାନମାନଙ୍କ ଧର୍ମଗୁବୁଙ୍କ ______ କୁହାଯାଉଥିଲା ।
Answer:
ଖଲିଫା

3. ‘ଇଣ୍ଡିଆ ଉଇନ୍ସ ଫ୍ରିଡ଼ମ୍’ ପୁସ୍ତକ ______ ରଚନା କରିଥିଲେ ।
Answer:
ମୌଲାନା ଆବୁଲ କାଲାମ

4. ମୌଲାନା ଆବୁଲ କାଲାମ _______ ମସିହାରେ ଭାରତରତ୍ନ ପୁରସ୍କାର ପାଇଥିଲେ ।
Answer:
୧୯୯୨

5. _______ ମସିହା ନଭେମ୍ବରରେ ନିଷ୍ଫଳ ଭାରତ ଖୁଲାଫତ୍ ସମ୍ମିଳନୀର ସଭାପତିଭାବେ ନିର୍ବାଚିତ ହୋଇଥିଲେ ।
Answer:
୧୯୧୯

BSE Odisha 10th Class History Important Questions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

6. ପ୍ରଥମ ବିଶ୍ଵଯୁଦ୍ଧ ପରେ ସେଭର୍ସ ଚୁକ୍ତି ______ ଉପରେ ଲଦି ଦିଆଯାଇଥିଲା ।
Answer:
ତୁର୍କୀ

7. ୧୯୨୦ ମସିହା ଅଗଷ୍ଟ ୧ ତାରିଖରେ ଭାରତର ମହାନ୍ ନେତା _______ ଙ୍କର ଦେହାନ୍ତ ହୋଇଥିଲା ।
Answer:
ବାଲଗଙ୍ଗ।ଧର ତିଲକ

8. ________ ଆନ୍ଦୋଳନ ବ୍ରିଟିଶ୍ ସାମ୍ରାଜ୍ୟର ମୂଳଦୁଆକୁ ଦୋହଲାଇ ଦେଇଥିଲା ।
Answer:
ଅସହଯୋଗ

9. ରାଓଲାତ ଆଇନ ________ ମସିହାରେ ପ୍ରଣୟନ କରାଯାଇଥିଲା ।
Answer:
୧୯୧୯

10. ଜେନେରାଲ ଡାୟାରଙ୍କ ପାଇଁ ଇଂଲଣ୍ଡର ଜନସାଧାରଣ ________ ହଜାର ପାଉଣ୍ଡ ସଂଗ୍ରହ କରିଥିଲେ ।
Answer:
୩୦

11. ମୋତିଲାଲ ନେହେରୁ ଜଣେ ଖ୍ୟାତନାମା ______ ଥିଲେ ।
Answer:
ବାରିଷ୍ଟର

12. _______ ର ଯୁବରାଜଙ୍କ ଭାରତ ପରିଦର୍ଶନକୁ ବାସନ୍ଦ କରାଯାଇଥିଲା ।
Answer:
ୱେଲସ

BSE Odisha 10th Class History Important Questions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

13. ୧୯୨୧ ମସିହା ଡିସେମ୍ବର ମାସରେ କଂଗ୍ରେସର ଅଧ୍ଵଂଶନ ______ ଠାରେ ବସିଥିଲା ।
Answer:
ଅହମ୍ମଦାବାଦ

14. ୧୯୨୧ ମସିହା ଅଗଷ୍ଟ ୧୧ ଓ ୧୪ ତାରିଖରେ ______ ଠାରେ ଜନସାଧାରଣ ବିଦେଶୀ ଲୁଗା ପୋଡ଼ି ଦେଇଥିଲେ ।
Answer:
କଟକ

15. ଗୌରମୋହନ ଦାସ _______ ଠାରେ ଘରୋଇ ନ୍ୟାୟାଳୟ ପ୍ରତିଷ୍ଠା କରିଥିଲେ ।
Answer:
ବାଲେଶ୍ଵର

16. _________ ସମ୍ବାଦପତ୍ର ଜାତୀୟ ଚେତନା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।
Answer:
ସମାଜ

17. ‘ସତ୍ୟ ହେଲେ ସାଂଘାତିକ’ ଲେଖା ପାଇଁ ଗୋପବନ୍ଧୁଙ୍କୁ _______ ମାସ ଜେଲ ଭୋଗିବାକୁ ପଡ଼ିଥିଲା ।
Answer:

18. ‘ସ୍ଵରାଜ ସଙ୍ଗୀତ’ ପ୍ରାଚୀରପତ୍ର ଛାପିବାପାଇଁ ______ ପ୍ରେସ୍‌କୁ ୨୫ ଟଙ୍କା ଜୋରିମାନା କରାଯାଇଥିଲା ।
Answer:
ମିଶ୍ର

19. ଗୋପବନ୍ଧୁ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିରୁ ପ୍ରଥମ ______ ଭାବେ ନିର୍ବାଚିତ ହୋଇଥିଲେ ।
Answer:
ସଭାପତି

BSE Odisha 10th Class History Important Questions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

20. ନାଗପୁର କଂଗ୍ରେସ ଅଧ୍ଵବେଶନରେ ଓଡ଼ିଶାରୁ ______ ଜଣ ପ୍ରତିନିଧ୍ଵ ଯୋଗ ଦେଇଥିଲେ ।
Answer:
୩୦

D. ଠିକ୍ ଉକ୍ତି ପାଇଁ (✓) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (×) ଚିହ୍ନ ଦିଅ ।

1. ମୌଲାନା ଆବୁଲ କାଲାମ ଆଜାଦଙ୍କ ମୂଳ ନାମ ଥଲା ମୋହିଉଦ୍ଦିନ୍ ଅଲ୍ଲୀ ।
2. ୧୯୨୦ ମସିହା ଜୁନ୍ ୯ ତାରିଖରେ ଅହମ୍ମଦାବାଦ୍ ଠାରେ ସର୍ବଦଳୀୟ ବୈଠକର ଆୟୋଜନ କରାଯାଇଥିଲା ।
3. ଚୌରିଚୌରା ଦୁର୍ଘଟଣାରେ ୨୨ ଜଣ ପୋଲିସ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇଥିଲେ ।
4. ଚୌରିଚୌରା ଦୁର୍ଘଟଣାରେ ୨୨ ଜଣ ପୋଲିସ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇଥିଲେ ।
5. ବାଲେଶ୍ଵରଠାରେ ଉତ୍କଳ ସ୍ୱରାଜ୍ୟ ଶିକ୍ଷା ପରିଷଦ ସ୍ଥାପିତ ହୋଇଥିଲା ।
6. ସ୍ଵେଚ୍ଛାସେବୀ ଓ କର୍ମୀମାନଙ୍କୁ ପ୍ରଶିକ୍ଷଣ ଦେବାପାଇଁ କଟକରେ ‘ସ୍ଵରାଜ ଆଶ୍ରମ’ ପ୍ରତିଷ୍ଠା କରାଯାଇଥିଲା ।
7. ସମ୍ବାଦପତ୍ର ‘ସମାଜ’ ମହାତ୍ମା ଗାନ୍ଧିଙ୍କଦ୍ଵାରା ପ୍ରତିଷ୍ଠା କରାଯାଇଥିଲା ।
8. ୧୯୨୦ ମସିହାରେ ‘ସମାଜ’ ସମ୍ବାଦ ପତ୍ରିକା ପ୍ରତିଷ୍ଠା କରାଯାଇଥିଲା ।
9. ଇଂରେଜ ସରକାର ଓଡ଼ିଶାରେ ଆନ୍ଦୋଳନକୁ ଦମନ କରିବାପାଇଁ ଲାଠିଚାଳନା ଓ ବେତ୍ରାଘାତ କରିଥିଲେ ।
10. ‘ସ୍ଵରାଜ ସଙ୍ଗୀତ’ ଏକ କବିତା ପୁସ୍ତକ ଥିଲା ।

BSE Odisha 10th Class History Important Questions Chapter 2 ଭାରତରେ ଅସହଯୋଗ ଆନ୍ଦୋଳନ ଓ ଓଡ଼ିଶାରେ ଏହାର ପ୍ରଭାବ

Answer:
1. ✗
2. ✗
3. ✓
4. ✓
5. ✗
6. ✓
7. ✗
8. ✓
9. ✓
10. ✗

E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

Leave a Comment