BSE Odisha 10th Class History Notes Chapter 16 ସାମାଜିକ ବିକାଶ

Odisha State Board BSE Odisha 10th Class History Notes Chapter 16 ସାମାଜିକ ବିକାଶ will enable students to study smartly.

BSE Odisha Class 10 History Notes Chapter 16 ସାମାଜିକ ବିକାଶ

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ:

→ ଅନୁସୂଚିତ ଜନଜାତିଙ୍କ ବିକାଶ ପାଇଁ ପଦକ୍ଷେପ:

  • ସ୍ଵାଧୀନତା ବେଳକୁ ଓଡ଼ିଶାର ଲୋକସଂଖ୍ୟା ଥିଲା ୧ କୋଟି ୩୭ ଲକ୍ଷ ଓ ତନ୍ମଧ୍ୟରୁ ୩୫ ଲକ୍ଷ ଆଦିବାସୀ ଓ ୧୮ ଲକ୍ଷ ୬୦ ହଜାର ଅନୁସୂଚିତ ଜାତିର ଥିଲେ ।
  • ଜାତୀୟ ସ୍ରୋତରୁ ବିଚ୍ଛିନ୍ନ ପାହାଡ଼ ଜଙ୍ଗଲଘେରା ପାର୍ବତ୍ୟାଞ୍ଚଳର ଆଦିବାସୀ ସଂପ୍ରଦାୟର ସର ଳ ତାର ସୁ ଯୋଗ ନେ ଇ ଅଣଆଦିବାସୀମାନେ ସେମାନଙ୍କୁ ନାନାଭାବେ ଶୋଷଣ କରୁଥିଲେ ।
  • ୧୯୪୭ ମସିହାରେ ପ୍ରଣୀତ ଆଇନ ଅନୁସାରେ ଅଣଆଦିବାସୀମାନେ ଆଦିବାସୀମାନଙ୍କର ଜମି କୌଣସି ଆଳରେ ଜବରଦଖଲ କରିପାରିବେ ନାହିଁ ବୋଲି ସ୍ଥିର ହେଲା ।

ଅନୁସୂଚିତ ଜନଜାତିଙ୍କ ବିକାଶ ପାଇଁ ପଦକ୍ଷେପ

BSE Odisha 10th Class History Notes Chapter 16 ସାମାଜିକ ବିକାଶ

  • ସେମାନଙ୍କଠାରୁ ଛଡ଼େଇ ନିଆଯାଇଥିବା ଜମି ସେମାନଙ୍କୁ ଫେରସ୍ତ କରାଗଲା । କାମଧନ୍ଦା ପାଇଁ ସେମାନଙ୍କୁ ମାଗଣା ବଳଦ, କୃଷି ଉପକରଣ, ଚରଖା ଇତ୍ୟାଦି ଯୋଗାଇ ଦିଆଗଲା ।
  • ପୋଡୁଚାଷକୁ ନିରୁତ୍ସାହିତ କରାଗଲା ଏବଂ କୃଷି ଉପଯୋଗୀ ଜମି ଯୋଗାଇ ଦେଇ ନିୟମିତ କୃଷି ପାଇଁ ପ୍ରୋତ୍ସାହିତ କରାଗଲା ।
  • ଆଦିବାସୀମାନେ ଜଙ୍ଗଲରେ ଅଗ୍ନି ସଂଯୋଗ କରି ଚାଷଜମି ପ୍ରସ୍ତୁତ କରନ୍ତି ଯାହାକୁ ପୋଡୁଚାଷ କୁହାଯାଏ ।
  • ୧୯୪୭ ମସିହା ମାର୍ଚ୍ଚ ମାସରେ ଆଇନ ପ୍ରଣୟନ କରାଯାଇ ମହାଜନମାନଙ୍କର ଋଣ କାରବାରକୁ ନିୟନ୍ତ୍ରଣ କରାଗଲା । ଏହି ମହାଜନୀ ପ୍ରଥା ଆଦିବାସୀ ଅଞ୍ଚଳରେ ଅମାନୁଷିକ ଗୋତିପ୍ରଥା ସୃଷ୍ଟି କରିଥିଲା ।
  • ୧୯୪୮ ମସିହା ଜୁନ୍ ମାସରେ ଓଡ଼ିଶାରୁ ଗୋତିପ୍ରଥା ଉଚ୍ଛେଦ ନିୟାମକକୁ କଡ଼ାକଡ଼ିଭାବେ ପାଳନ କରାଯାଇ ଗୋତିପଥାକ ନିଷିଦ୍ଧ କରାଗଲା ଓ ହଜାର ହଜାର ଗୋତି ଶ୍ରମିକଙ୍କୁ ଉଦ୍ଧାର କରାଗଲା ।
  • ଗଡ଼ଜାତ ଅଞ୍ଚଳରେ ଚାଲୁଥିବା ବେଠି, ବେଗାରୀ, ମାଗଣ, ରସଦ ଓ ଭେଟି ପ୍ରଥାକୁ ବନ୍ଦ କରି ଦିଆଗଲା ।
  • ‘ଅସ୍ପୃଶ୍ୟତାକୁ’ ଉଠାଇ ଦେବାପାଇଁ ସରକାର ଦୁଇଟି ଆଇନ ପ୍ରଣୟନ କରିଥିଲେ; ଯଥା— ଓଡ଼ିଶା ମନ୍ଦିର ପ୍ରବେଶ ଅନୁମତି ଆଇନ ୧୯୪୮ ଏବଂ ନାଗରିକ ଅଯୋଗ୍ୟତା ଦୂରୀକରଣ ଆଇନ ।
  • ୧୯୪୮ ମସିହା ମାର୍ଚ୍ଚ ୧ ତାରିଖରେ ସାକ୍ଷୀଗୋପାଳ ମନ୍ଦିରରେ ଅନୁସୂଚିତ ଜାତିର ଭକ୍ତମାନେ ପ୍ରବେଶ କରିଥିଲେ ।
  • ସ୍ଵାଧୀନତା ପ୍ରାପ୍ତି ସମୟରେ ଆଦିବାସୀ ଜନସଂଖ୍ୟାର ୧.୫% ଅନୁସୂଚିତ ଜାତିର ୩.୩% ମାତ୍ର ସାକ୍ଷର ଥିଲେ, ତେଣୁ ସରକାର ସେମାନଙ୍କୁ ଶିକ୍ଷା ପ୍ରତି ଆଗ୍ରହୀ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କଲେ ।
  • ଆଦିବାସୀ ଓ ଦଳିତବର୍ଗ ମଧ୍ୟରେ ଶିକ୍ଷାର ପ୍ରସାର ପାଇଁ ଏହି ଦୁଇ ବର୍ଗର ଛାତ୍ରଛାତ୍ରୀମାନଙ୍କୁ ଛାତ୍ରବୃତ୍ତି ପ୍ରଦାନ, ସ୍କୁଲ ଓ କଲେଜର ଦରମା ଛାଡ଼, ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥାର ପ୍ରବର୍ତ୍ତନ, ଶହ ଶହ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା, ଆଶ୍ରମ ଓ ସେବାଶ୍ରମ ଖୋଲାଯାଇ ସ୍ବତନ୍ତ୍ର ଶିକ୍ଷା ବ୍ୟବସ୍ଥା ଆଦି ପଦକ୍ଷେପମାନ ନିଆଗଲା ।
  • ଆଦିବାସୀ ଓ ଦଳିତ ବର୍ଗର ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କର ରାଜ୍ୟ ବାହାରେ ଉଚ୍ଚ ବୈଷୟିକ ଶିକ୍ଷା ପାଇଁ ଆର୍ଥିକ ବ୍ୟବସ୍ଥା କରାଗଲା ।
  • ଆଦିବାସୀମାନେ ସେମାନଙ୍କ ଜୀବନଶୈଳୀ ଯୋଗୁଁ କେତେକ ସ୍ୱତନ୍ତ୍ର ବ୍ୟାଧ‌ିର ଶିକାର ହେଉଥିଲେ । ଗଞ୍ଜାମ ଓ କୋରାପୁଟର ଆଦିବାସୀମାନେ କେତେକ ଯୌନରୋଗର ଶିକାର ହେଉଥିଲେ । ସରକାର ଏହାର ନିରାକକରଣ ବ୍ୟବସ୍ଥା କରିଥିଲେ ।

ଅନୁସୂଚିତ ଜନଜାତିଙ୍କ ବିକାଶ ପାଇଁ ପଦକ୍ଷେପ Image

BSE Odisha 10th Class History Notes Chapter 16 ସାମାଜିକ ବିକାଶ

  • କୋରାପୁଟର କୋୟାମାନେ ୟଜ୍ ନାମକ ଏକ ରୋଗର ଶିକାର ହେଉଥିଲେ ହେଁ ଡାକ୍ତରଖାନାକୁ ଯାଉନଥିଲେ । ସେମାନଙ୍କୁ ଆର୍ଥିକ ପ୍ରଲୋଚନ ଦେଖାଇ ଡାକ୍ତରଖାନାକୁ ଅଣାଯାଇ ସୁସ୍ଥ ହେବାର ବ୍ୟବସ୍ଥା କରାଗଲା ।
  • ମ୍ୟାଲେରିଆ ରୋଗରୁ ଲୋକଙ୍କୁ ରକ୍ଷା କରିବାପାଇଁ ମ୍ୟାଲେରିଆ ନିରାକରଣ ବଟିକା ବିତରଣ କରାଗଲା ଓ ସମାଜକୁ ନିଶାମୁକ୍ତ ରଖିବାର ବ୍ୟବସ୍ଥା କରାଗଲା । ନିଯୁକ୍ତି କ୍ଷେତ୍ରରେ ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀମାନଙ୍କ ପାଇଁ ସଂରକ୍ଷଣର ବ୍ୟବସ୍ଥା କରାଗଲା ।

→ ଗ୍ରାମାଞ୍ଚଳର ବିକାଶ:

  • ସ୍ଵାଧୀନତା ପରେ ଗ୍ରାମାଞ୍ଚଳ ଲୋକମାନଙ୍କର ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି; ଯଥା— ଇନ୍ଦିରା ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଓ ଅନ୍ତୋଦୟ ଯୋଜନା ଇତ୍ୟାଦି ।
  • ଅନ୍ତୋଦୟ ଯୋଜନାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ମାସିକ କି.ଗ୍ରା. ପ୍ରତି ୩ ଟଙ୍କା ଦରରେ ୩୫ କି.ଗ୍ରା. ଚାଉଳ ଦେବା ବ୍ୟବସ୍ଥା କରାଯାଇଛି ।
  • ୨୦୦୫ ମସିହାରେ ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ଗ୍ରାମାଞ୍ଚଳର ଲୋକମାନଙ୍କୁ ବର୍ଷରେ ଅନ୍ୟନ ୧୦୦ ଦିନର କାମଧନ୍ଦା ଯୋଗାଇ ଦିଆଯାଇଛି ।
  • ଏହାବ୍ୟତୀତ ‘‘ଖାଦ୍ୟ ପାଇଁ କାମ’’, ‘ସମ୍ପୂର୍ଣ୍ଣ ଗ୍ରାମ ସ୍ଵରୋଜଗାର ଯୋଜନା’’, ‘ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା’’, ‘ଜବାହର ଗ୍ରାମ ସମୃଦ୍ଧି ଯୋଜନା’’, ‘ନିଶ୍ଚିତ ରୋଜଗାର ଯୋଜନା’’ ମାଧ୍ୟମରେ ଗ୍ରାମାଞ୍ଚଳରେ ବିକାଶ ସାଧନ କରାଯାଉଛି ।
  • ଗୋପବନ୍ଧୁ ଗ୍ରାମୀଣ ଯୋଜନାଦ୍ୱାରା ବିଜୁଳି, ସଡ଼କ ଓ ପାଣିର ପର୍ଯ୍ୟାପ୍ତ ପାଇଁ ବ୍ୟବସ୍ଥା କରାଯାଇଛି ।
  • ‘ବିଜୁ ଗ୍ରାମଜ୍ୟୋତି’ ଯୋଜନାରେ ରାଜ୍ୟର ସମସ୍ତ ଗ୍ରାମକୁ ବିଦ୍ୟୁତ୍ ସଂଯୋଗ କରାଯିବାର ଲକ୍ଷ୍ୟ ରହିଛି ।

BSE Odisha 10th Class History Notes Chapter 16 ସାମାଜିକ ବିକାଶ

→ ଶିଶୁବିକାଶ କାର୍ଯ୍ୟକ୍ରମ:

  • ଶିଶୁମାନଙ୍କ ସୁରକ୍ଷା ଓ ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯାଇଛି; ଯଥା – କନ୍ୟାଭୃଣ ହତ୍ୟା ନିଷେଧ, ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ, ଅଙ୍ଗନବାଡ଼ି କେନ୍ଦ୍ର ପ୍ରତିଷ୍ଠା ଓ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଇତ୍ୟାଦି ।
  • ୧୪ ବର୍ଷରୁ କମ୍ ବୟସର ଶ୍ରମିକମାନଙ୍କୁ ଶିଶୁ ଶ୍ରମିକ କୁହାଯାଏ ।

→ ମହିଳା ବିକାଶ:

  • ମହିଳାମାନଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧ ପାଇଁ କେତେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
  • ଜନ୍ମ ନିୟନ୍ତ୍ରଣକୁ ପ୍ରୋତ୍ସାହିତ କରାଯାଇଛି । ଜନନୀ ସୁରକ୍ଷା ଯୋଜନା ମାଧ୍ୟମରେ ସେମାନଙ୍କୁ ପ୍ରସବକାଳୀନ ଡାକ୍ତରୀ ଓ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।
  • ୨୦୦୧ ମସିହା ମାର୍ଚ୍ଚ ୮ ତାରିଖରୁ ‘ମିଶନ ଶକ୍ତି’ ନାମକ ଏକ ମହିଳା ସଶକ୍ତିକରଣ ଯୋଜନା ଆରମ୍ଭ କରାଯାଇଛି ।
  • ମହିଳା ସ୍ଵୟଂ ସହାୟକ ଦଳର ସଂରକ୍ଷଣ ଓ ପ୍ରସାର, ପରିଚାଳନା ଓ ତାଲିମ ପ୍ରଦାନ, ଉପଯୁକ୍ତ ଦିଗ୍‌ଦର୍ଶନ ଓ ଋଣ ଯୋଗାଇବା ସହ ନୂତନ ସ୍ବୟଂ ସହାୟକ ଗୋଷ୍ଠୀ ଗଠନରେ ସହାୟତା କରିବା ମିଶନ ଶକ୍ତିର ପ୍ରମୁଖ କାର୍ଯ୍ୟ । ଏହି ଯୋଜନା ମହିଳାମାନଙ୍କ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହୋଇପାରିଛି ।

→ ସାମାଜିକ ନିରାପତ୍ତା:

  • ସାଧାରଣ ଲୋକମାନଙ୍କୁ ସାମାଜିକ ନିରାପତ୍ତା ଯୋଗାଇ ଦେବାପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କେତେକ ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ ହେଉଛି । ସେଗୁଡ଼ିକ ହେଲା– ଜାତୀୟ ବୃଦ୍ଧାବସ୍ଥା ପେନ୍‌ସନ୍‌ ଯୋଜନା, ଜାତୀୟ ମାତୃତ୍ୱ ହିତକାରୀ ଯୋଜନା, ଜନନୀ ସୁରକ୍ଷା ଯୋଜନା, ଜାତୀୟ ପରିବାର ହିତ ଯୋଜନା ଓ ମଧୁବାବୁ ପେନ୍‌ସନ୍ ଯୋଜନା ଇତ୍ୟାଦି ।
  • ୨୦୦୮ ଜାନୁୟାରୀ ୧ରେ ପ୍ରବର୍ତ୍ତିତ ମଧୁବାବୁ ପେନ୍‌ସନ୍‌ ଯୋଜନା ଅନୁଯାୟୀ ବୃଦ୍ଧ, ବିଧବା, ଭିନ୍ନକ୍ଷମ ଓ କୁଷ୍ଠରୋଗରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କୁ ମାସିକ ଭତ୍ତା ପ୍ରଦାନ କରାଯାଇଛି ।
  • ୧୯୯୯ ମସିହାକୁ ମିଳିତ ଜାତିସଂଘ ‘ବୃଦ୍ଧବ୍ୟକ୍ତିମାନଙ୍କର ବର୍ଷ’ ଭାବରେ ପାଳନ କରିଥିଲା ।
  • ୨୦୦୮ ମସିହା ଏପ୍ରିଲ୍ ୧ ତାରିଖରୁ ରାଷ୍ଟ୍ରୀୟ ସ୍ବାସ୍ଥ୍ୟବୀମା ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ ହେଉଛି । ଏହି ଯୋଜନା ଅନୁସାରେ ରୋଗୀର ଡାକ୍ତରଖାନା ଖର୍ଚ୍ଚର ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଭରଣା କରାଯାଉଛି ।
  • ୨୦୧୩ ମସିହା ମାର୍ଚ୍ଚ ୫ ତାରିଖରୁ ଓଡ଼ିଶାରେ ଜରୁରିକାଳୀନ ମେଡ଼ିକାଲ ଆମ୍ବୁଲାନ୍ସ ସେବା ପ୍ରବର୍ତ୍ତନ କରାଯାଇଛି ।
  • ଜଙ୍ଗଲ ଅଧିକାର ଆଇନଦ୍ଵାରା ଉପହୃତ ହିତାଧ୍ୟାକାରୀଙ୍କୁ ଇନ୍ଦିରା ଆବାସ ଗୃହ ଯୋଗାଣ, ଘରପୋଡ଼ି ଓ ହାତୀ ଉପଦ୍ରବଦ୍ଵାରା ଗୃହଶୂନ୍ୟ ଲୋକଙ୍କୁ ‘ମୋ କୁଡ଼ିଆ ଯୋଜନା’ ମାଧ୍ୟମରେ ଘର ଯୋଗାଇ ଦିଆଯାଉଛି ।
  • ଦାରିଦ୍ର୍ୟ ଦୂରୀକରଣ ନିମନ୍ତେ ଓଡ଼ିଶା ଜୀବିକା ମିଶନ ଏବଂ ଅବିଭକ୍ତ କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟ ଅଞ୍ଚଳର ବିକାଶ ପାଇଁ ବିଜୁ କେବିକେ ଯୋଜନା କାର୍ଯ୍ୟକାରୀ କରାଯାଉଛି ।

BSE Odisha 10th Class History Notes Chapter 16 ସାମାଜିକ ବିକାଶ

ଐତିହାସିକ ଘଟଣାବଳୀ ଓ ସମୟ
୧୯୪୭ ଖ୍ରୀ.ଅ. – ଆଦିବାସୀ ଜମିଜମା ଜବରଦଖଲ ଉଚ୍ଛେଦ ଆଇନ ପ୍ରଣୟନ ।
୧୯୪୭ ଖ୍ରୀ.ଅ. – (ମାର୍ଚ୍ଚ) ମହାଜନମାନଙ୍କର ଋଣ କାରବାର ନିୟନ୍ତ୍ରଣ ପାଇଁ ଆଇନ ପ୍ରଣୟନ ।
୧୯୪୮ ଖ୍ରୀ.ଅ. – (ଜୁନ୍) ଓଡ଼ିଶା ଗୋତିପ୍ରଥା ଉଚ୍ଛେଦ ନିୟାମକକୁ କଡ଼ାକଡ଼ି ଭାବେ ଲାଗୁ କରାଗଲା ।
୧୯୪୮ ଖ୍ରୀ.ଅ. – (ମାର୍ଚ୍ଚ ୧) ଅନୁସୂଚିତ ଜାତିର ଲୋକମାନଙ୍କର ସାକ୍ଷୀଗୋପାଳ ମନ୍ଦିରରେ ପ୍ରବେଶ ।
୧୯୪୯ ଖ୍ରୀ.ଅ. – ଅପରାଧୀ ଜନଜାତି ଆଇନ ଭଳି ଅଗଣତାନ୍ତ୍ରିକ ବ୍ୟବସ୍ଥା ରଦ୍ଦ ।
୨୦୦୧ ଖ୍ରୀ.ଅ. – (ମାର୍ଚ୍ଚ ୮) ‘ମିଶନ ଶକ୍ତି’ ନାମକ ଏକ ମହିଳା ସଶକ୍ତିକରଣ ଯୋଜନା ଆରମ୍ଭ ।
୨୦୦୫ ଖ୍ରୀ.ଅ. – ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପ୍ରବର୍ତ୍ତନ ।
୨୦୦୮ ଖ୍ରୀ.ଅ. – (ଜାନୁଆରୀ ୧) ଓଡ଼ିଶାରେ ମଧୁବାବୁ ପେନ୍‌ସନ୍ ଯୋଜନା କାର୍ଯ୍ୟକାରୀ
୨୦୦୮ ଖ୍ରୀ.ଅ. – (ଏପ୍ରିଲ୍ ୧) ରାଷ୍ଟ୍ରୀୟ ସ୍ଵାସ୍ଥ୍ୟବୀମା ଯୋଜନା ପ୍ରବର୍ତ୍ତନ ।
୨୦୧୩ ଖ୍ରୀ.ଅ. – (ମାର୍ଚ୍ଚ ୫) ଓଡ଼ିଶାରେ ଜରୁରିକାଳୀନ ମେଡ଼ିକାଲ ଆମ୍ବୁଲାନ୍ସ ସେବା ପ୍ରବର୍ତ୍ତନ ।

Leave a Comment