BSE Odisha 10th Class History Solutions Chapter 19 ଶିଳ୍ପର ବିକାଶ

Odisha State Board BSE Odisha 10th Class History Solutions Chapter 19 ଶିଳ୍ପର ବିକାଶ Textbook Exercise Questions and Answers.

BSE Odisha Class 10 History Solutions Chapter 19 ଶିଳ୍ପର ବିକାଶ

୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ସ୍ଵାଧୀନତା ପ୍ରାପ୍ତିବେଳକୁ ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ କି କି ପ୍ରତିବନ୍ଧକ ରହିଥିଲା ?
Answer:
ସ୍ଵାଧୀନତା ପ୍ରାପ୍ତିବେଳକୁ ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ଅନେକ ପ୍ରତିବନ୍ଧକ ଥିଲା; ଯଥା –

  • ଶିଳ୍ପର ବିକାଶ ପାଇଁ ଆବଶ୍ୟକ ଭିତ୍ତିଭୂମିର ଅଭାବ ।
  • ଭାରତର ଶିଳ୍ପପତିମାନଙ୍କର ଓଡ଼ିଶାକୁ ଆସିବାକୁ ଅନାଗ୍ରହ ।
  • ଓଡ଼ିଶାର ନିଜସ୍ଵ ଶିଜୋଦ୍ୟୋଗୀଙ୍କ ଅନୁପସ୍ଥିତି ।
  • ଓଡ଼ିଶାରେ ରେଳପଥର ଅନଗ୍ରସରତା ଓ ପୋତାଶ୍ରୟର ଅଭାବ ।
  • ଓଡ଼ିଶାରେ ପ୍ରଶିକ୍ଷିତ ମାନବ ସମ୍ବଳର ଅଭାବ ।

(ଖ) ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ୧୯୪୭ରୁ ୧୯୫୦ ମସିହା ପର୍ଯ୍ୟନ୍ତ କି କି ପଦକ୍ଷେପ ନିଆଗଲା ?
Answer:
ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ମହତାବ ସରକାର ୧୯୪୭ ରୁ ୧୯୫୦ ମସିହା ମଧ୍ୟରେ ଅନେକ ପଦକ୍ଷେପ

  • ଓଡିଶାରେ ଶିଳ୍ପର ବିକାଶ ପାଇଁ ମହତାବ ସରକାର ୧୯୪୭ ରୁ ୧୯୫୦ ମସିହା ମଧ୍ୟରେ ଅନେକ ପଦକ୍ଷେପ ନେଇଥିଲେ ।
  • ଏହି ସମୟରେ ମହାନଦୀ ଓ କାଠଯୋଡ଼ି ଉପରେ ପୋଲ ତିଆରି କରାଗଲା । ୧୯୪୯-୫୦ ଆର୍ଥିକ ବର୍ଷରେ ଜୟପୁର ଓ ବିଶାଖାପାଟଣା ମଧ୍ୟରେ ସୁନକି ଓ ଜୟପୁର ରାସ୍ତାକୁ ଉନ୍ନତ କରିବାପାଇଁ ଓଡ଼ିଶା ସରକାର ଅର୍ଥବ୍ୟବସ୍ଥା କରିଥିଲେ ।
  • ରେଳପଥର ବିକାଶ ଓ ସମନ୍ଵୟ ପାଇଁ ଓଡ଼ିଶା ସରକାର ୧୯୪୯-୫୦ ଆର୍ଥିକ ବର୍ଷରେ ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟବସ୍ଥା କଲେ ।
  • ଓଡ଼ିଶାରେ ଅବସ୍ଥିତ ଚାନ୍ଦବାଲି, ଗୋପାଳପୁର ଓ ଧାମରା ନାମକ ତିନୋଟି ପୋତାଶ୍ରୟର ଉନ୍ନତୀକରଣ କରାଗଲା । ଶକ୍ତି ଯୋଗାଣ ପାଇଁ ଚୌଦ୍ବାର ଓ ବ୍ରହ୍ମପୁରଠାରେ ଦୁଇଟି ଛୋଟ ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ନେଇଥିଲେ ।
  • ଏହାଛଡ଼ା ମହତାବ ମନ୍ତ୍ରୀମଣ୍ଡଳ ଶିଳ୍ପର ବିକାଶ ପାଇଁ ବୈଷୟିକ ଶିକ୍ଷାର ପ୍ରସାର, ବିଜ୍ଞାନ ଓ ଶିଳ୍ପର ଗବେଷଣା ପାଇଁ ଏକ ପରିଷଦ ଗଠନ, ଶିଳ୍ପ ବିଭାଗର ପୁନର୍ଗଠନ, ଶିଳ୍ପାୟନ ସମ୍ଭାବନା ବିଷୟରେ ସର୍ବେକ୍ଷଣ, ଶିଳ୍ପ ଋଣ ନିଗମ ଗଠନ, ପ୍ରାଦେଶିକ ଶିଳ୍ପ ଅନୁଦାନ ବ୍ୟବସ୍ଥା ଓ ଶିଳ୍ପ ପରିଷଦ ଗଠନ ଆଦି ପଦକ୍ଷେପ ନେଇଥିଲେ ।

BSE Odisha 10th Class History Solutions Chapter 19 ଶିଳ୍ପର ବିକାଶ

(ଗ) ଓଡ଼ିଶାରେ ରାଷ୍ଟ୍ରାୟତ୍ତ ଶିଳ୍ପ ଉଦ୍ୟୋଗଗୁଡ଼ିକର ଏକ ବିବରଣୀ ପ୍ରଦାନ କର ।
Answer:

  • ୧୯୫୦ ମସିହା ପରେ କେତେଗୋଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓଡ଼ିଶାର ଶିଳ୍ପ ମାନଚିତ୍ରକୁ ସମୃଦ୍ଧ କରିଥିଲା । ଜର୍ମାନୀର ବୈଷୟିକ ସହାୟତାକୁ ଆଧାର କରି ରାଉରକେଲାରେ ପ୍ରତିଷ୍ଠିତ ହେଲା ରାଉରକେଲା ଇସ୍ପାତ କାରଖାନା ।
  • କୋରାପୁଟ ଜିଲ୍ଲାର ପଞ୍ଚପତିମାଳିଠାରେ ବକ୍‌ସାଇଟ୍ ଖଣିର ସନ୍ଧାନ ମିଳିବା ପରେ ଓଡ଼ିଶାର ଦାମନଯୋଡ଼ି ଓ ଅନୁଗୁଳଠାରେ ଦୁଇଟି ଆଲୁମିନିୟମ୍ ପ୍ରକଳ୍ପ ପ୍ରତିଷ୍ଠା ହେଲା । ଏହି କମ୍ପାନୀର ନାମ ହେଲା – ‘ଜାତୀୟ ଆଲୁମିନିୟମ୍ କମ୍ପାନୀ’’ (ନାଲ୍‌କୋ) ।
  • ୧୯୭୧ ମସିହାରେ ଭାରତୀୟ ସାର ନିଗମ ତାଳଚେରଠାରେ ଏକ ସାର କାରଖାନା ପ୍ରତିଷ୍ଠା କରିଥିଲେ । ପାରାଦ୍ବୀପଠାରେ ଏକ ସାର କାରଖାନା ୧୯୮୧ ମସିହାରେ ‘ପାରାଦ୍ବୀପ ଫସଫେଟସ୍ ଲିମିଟେଡ଼’ ନାମରେ ଆତ୍ମପ୍ରକାଶ କରିଥିଲା ।
  • ସୁନାବେଡ଼ାରେ ସୋଭିଏତ୍ ରୁଷିଆର ସହାୟତାରେ ମିଗ୍‌ବିମାନର ଇଞ୍ଜିନ୍ ତିଆରି କାରଖାନା ପ୍ରତିଷ୍ଠିତ ହେଲା ।
  • ୧୯୭୮ ମସିହାରେ ଭାରତୀୟ ଆଣବିକ ଶକ୍ତି ଆୟୋଗ ଗଞ୍ଜାମ ଜିଲ୍ଲାର ଛତ୍ରପୁଠାରେ ଏକ ବିରଳ ମୃଭିକା କାରଖାନ ଏବଂ ତାଳଚେରଠାରେ ଭାରୀଜଳ ପ୍ରକଳ୍ପ ପ୍ରତିଷ୍ଠା କରିଥିଲା । ଏହାଛଡ଼ା ବଡ଼ମାଳଠାରେ ଏକ ଗୋଳାବାରୁଦ କାରଖାନା ପ୍ରତିଷ୍ଠା କରାଗଲା ।

(ଘ) ଓଡ଼ିଶାରେ ପ୍ରତିଷ୍ଠିତ କୃଷିଭିତ୍ତିକ ଶିଳ୍ପଗୁଡ଼ିକର ଏକ ବିବରଣୀ ଦିଅ ।
Answer:

  • କୃଷିଭିତ୍ତିକ ଶିଳ୍ପକ୍ଷେତ୍ରରେ ପ୍ରଥମ ଶିଳ୍ପଟି ଥିଲା ୧୯୪୯ ମସିହାରେ ଚୌଦ୍ଵାରଠାରେ ପ୍ରତିଷ୍ଠିତ ଓଡ଼ିଶା ଲୁଗା କାରଖାନା । ପରେ ଓଡ଼ିଶାର ୬ଟି ସ୍ଥାନରେ ୬ଟି ସୂତାକଳ ପ୍ରତିଷ୍ଠା କରାଗଲା ।
  • ଓଡ଼ିଶାରେ ଉତ୍ପାଦିତ ଝୋଟକୁ ବ୍ୟବହାର କରିବାପାଇଁ ଯାଜପୁର ଜିଲ୍ଲାର ଧାନମଣ୍ଡଳଠାରେ ଏକ ଝୋଟକଳ ପ୍ରତିଷ୍ଠା କରାଗଲା ।
  • ଦ୍ଵିତୀୟ ବିଶ୍ଵଯୁଦ୍ଧ ବେଳକୁ ଓଡ଼ିଶାରେ କେବଳ ଗୋଟିଏ ଚିନିକଳ ଆସ୍କାଠାରେ ଥିଲା । ଆସ୍କା ଚିନିକଳକୁ ସମ୍ପ୍ରସାରଣ କରାଯିବା ସାଙ୍ଗକୁ ରାୟଗଡ଼ା ଓ ନୟାଗଡ଼ରେ ପ୍ରତିଷ୍ଠା କରାଗଲା ଆଉ ଦୁଇଟି ଚିନିକଳ ।
  • ଓଡ଼ିଶାର ଚୌଦ୍ଵାର, ବ୍ରଜରାଜନଗର, ରାୟଗଡ଼ା କୋରାପୁଟରେ କାଗଜକଳ ପ୍ରତିଷ୍ଠା କରାଯାଇଥିଲା ।
  • ରେଶମ ପୋକ ପାଳନ ଓ ରେଶମ ସୂତା ଉତ୍ପାଦନକୁ ଏକ କୃଷିଭିତ୍ତିକ ଶିଳ୍ପର ମାନ୍ୟତା ପ୍ରଦାନ କରାଯାଇଥିଲା ।

(ଙ) ୨୦୦୭ ମସିହାରେ ଘୋଷିତ ଓଡ଼ିଶାର ଶିଳ୍ପନୀତି କ’ଣ ?
Answer:

  • ବିଦେଶୀ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ ଦେବାଲାଗି ୨୦୦୭ ମସିହାରେ ଓଡ଼ିଶା ସରକାର ନୂତନ ଶିଳ୍ପନୀତି ଘୋଷଣା କଲେ ।
  • ଏହି ଶିଳ୍ପନୀତିରେ ଓଡ଼ିଶାକୁ ଏକ ଶିଳ୍ପାନ୍ନତ ରାଜ୍ୟରେ ପରିଣତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
  • ଶିଳ୍ପର ବିକାଶ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା ଏହି ଶିଳ୍ପନୀତିର ଉଦ୍ଦେଶ୍ୟ ।
  • ଶିଳ୍ପାୟନ ଜରିଆରେ ଅଧ‌ିକ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଓଡ଼ିଶାରୁ ବେକାର ସମସ୍ୟା ଦୂର କରିବା ଏହି ଶିଳ୍ପନୀତିର ଅନ୍ୟ ଏକ ଆଭିମୁଖ୍ୟ ।
  • ହସ୍ତଶିଳ୍ପ, ହସ୍ତତନ୍ତ, ଖଦୀ ଓ ଗ୍ରାମ୍ୟଶିଳ୍ପର ବିକାଶ ପାଇଁ ଏହି ଶିଳ୍ପନୀତିରେ ଗୁରୁତ୍ଵ ଦିଆଯାଇଛି । ସୂଚନା ପ୍ରଯୁକ୍ତି ବିଦ୍ୟା, ଜୀବ ବୈଷୟିକ ଜ୍ଞାନ, ସାମୁଦ୍ରିକ ବିଜ୍ଞାନ, ଖାଦ୍ୟ ପ୍ରସ୍ତୁତୀକରଣ ଓ ପର୍ଯ୍ୟଟନକୁ ପ୍ରାଧାନ୍ୟ ଦିଆଯାଇ ଅଧ୍ଵ ନିଯୁକ୍ତି ସୁଯୋଗ ସୃଷ୍ଟି ମଧ୍ୟ ଏହି ଶିଳ୍ପନୀତିର ଉଦ୍ଦେଶ୍ୟ ଥିଲା ।

BSE Odisha 10th Class History Solutions Chapter 19 ଶିଳ୍ପର ବିକାଶ

୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ଶିଳ୍ପର ବିକାଶ ପାଇଁ ଓଡ଼ିଶାରେ ଉପଲବ୍‌ଧ ସମ୍ବଳଗୁଡ଼ିକ କ’ଣ ?
Answer:

  • ଓଡ଼ିଶା ଥିଲା ପ୍ରାକୃତିକ ଖଣିଜ ସମ୍ପଦରେ ଭରପୂର ଏକ ରାଜ୍ୟ । ଶିଳ୍ପର ବିକାଶ ପାଇଁ ଏହାର ଜଙ୍ଗଲଜାତ ଦ୍ରବ୍ୟ ଓ କାରଖାନା ଉପଯୋଗୀ କୃଷିଜାତ ଦ୍ରବ୍ୟର ମଧ୍ୟ ଅଭାବ ନଥିଲା ।
  • ଏହାଛଡ଼ା ଶିଳ୍ପାୟନ ପାଇଁ ଓଡ଼ିଶାରେ ଆବଶ୍ୟକ ଲୋକଶକ୍ତି ବା ମାନବ ସମ୍ବଳ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍‌ଧ ଥିଲା ।

(ଖ) ରେଳପଥର ବିକାଶ ପାଇଁ ମହତାବ ସରକାର (୧୯୪୬ – ୧୯୫୦) ରେ କି କି ପଦକ୍ଷେପ ନେଇଥିଲେ ?
Answer:
ଓଡ଼ିଶାରେ ରେଳପଥର ବିକାଶ ନିମନ୍ତେ ରେଳରାସ୍ତା ସମନ୍ଵୟ ବ୍ୟବସ୍ଥା ପାଇଁ ମହତାବ ସରକାର· ୧୯୪୯ – ୧୯୫୦ ଆର୍ଥିକ ବର୍ଷରେ ପ୍ରାୟ ୨୦ ଲକ୍ଷ ଟଙ୍କା ବ୍ୟବସ୍ଥା କରିଥିଲେ ।

(ଗ) ଚୌଦାର ଓ ରାଜଗାଙ୍ଗପୁରରେ କେଉଁ ଶିଳ୍ପ ପ୍ରତିଷ୍ଠା କରାଯାଇଥିଲା ?
Answer:

  • କଟକ ଜିଲ୍ଲାର ଚୌଦ୍ଵାରଠାରେ ଓଡ଼ିଶା ଟେକ୍‌ସଟାଇଲ୍ ମିଲ୍ ନାମରେ ଏକ ଲୁଗାକଳ ପ୍ରତିଷ୍ଠା କରାଯାଇଥିଲା ।
  • ଡାଲମିଆ କମ୍ପାନୀଦ୍ଵାରା ରାଜଗାଙ୍ଗପୁରଠାରେ ଏକ ସିମେଣ୍ଟ କାରଖାନା ସ୍ଥାପନ କରାଯାଇଥିଲା । (ଘ) କୁଟୀର ଶିଳ୍ପ ଓ କ୍ଷୁଦ୍ର ଶିଳ୍ପର ବିକାଶ ପାଇଁ ଓଡ଼ିଶା ସରକାର କି ପଦକ୍ଷେପ ନେଇଥିଲେ ?

(ଘ) କୁଟୀର ଶିଳ୍ପ ଓ କ୍ଷୁଦ୍ର ଶିଳ୍ପର ବିକାଶ ପାଇଁ ଓଡ଼ିଶା ସରକାର କି ପଦକ୍ଷେପ ନେଇଥିଲେ ।
Answer:

  • କୁଟୀର ଶିଳ୍ପ ଓ କ୍ଷୁଦ୍ର ଶିଳ୍ପର ବିକାଶ ପାଇଁ ଶିଳ୍ପ ବିଦ୍ୟାଳୟମାନଙ୍କରେ ତନ୍ତକାମ, ବଢ଼େଇ କାମ, ପ୍ରଭୃତି ତାଲିମ ଦିଆଗଲା । କାରିଗରମାନଙ୍କୁ ସାହାଯ୍ୟ କରିବାପାଇଁ ଶିଳ୍ପ ପ୍ରତି ଓଡ଼ିଶା ରାଜ୍ୟ ସହାୟତା ନିୟମରେ ବ୍ୟାପକ ପରିବର୍ତ୍ତନ କରାଗଲା ।
  • ହସ୍ତତନ୍ତ, ସୁନାରୁପାର ତାରକସି କାମ, ଚମଡ଼ା କାମ, ରେଶମ ଶିଳ୍ପର ବିକାଶ ପାଇଁ ସରକାର ବଜାରର ବ୍ୟବସ୍ଥା କଲେ । ବୁଣାକାର ସମବାୟ ସମିତିଗୁଡ଼ିକୁ ପୁନର୍ଜୀବିତ କରାଗଲା ।

(ଙ) ଜାତୀୟ ଆଲୁମିନିୟମ୍ କମ୍ପାନୀର ପ୍ରକଳ୍ପଗୁଡ଼ିକ କେଉଁଠାରେ ଅବସ୍ଥିତ ?
Answer:

  • ଜାତୀୟ ଆଲୁମିନିୟମ୍ କମ୍ପାନୀର ଗୋଟିଏ ପ୍ରକଳ୍ପ କୋରାପୁଟ ଜିଲ୍ଲାର ଦାମନଯୋଡ଼ିରେ ଅବସ୍ଥିତ ।
  • ଏହାର ଅନ୍ୟ ଗୋଟିଏ ପ୍ରକଳ୍ପ ଅନୁଗୁଳ ଜିଲ୍ଲାର ଅନୁଗୁଳଠାରେ ଅବସ୍ଥିତ ।

BSE Odisha 10th Class History Solutions Chapter 19 ଶିଳ୍ପର ବିକାଶ

(ଚ) ପାରାଦ୍ଵୀପରେ ପ୍ରତିଷ୍ଠିତ ସାର କାରଖାନା କେବେ ଆତ୍ମପ୍ରକାଶ କଲା ଓ ଏହି କାରଖାନାର ନାମ କ’ଣ ?
Answer:

  • ପାରାଦ୍ଵୀପଠାରେ ପ୍ରତିଷ୍ଠିତ ସାର କାରଖାନା ୧୯୮୧ ମସିହାରେ ଆତ୍ମପ୍ରକାଶ କଲା ।
  • ଏହି କାରଖାନାର ନାମ ହେଉଛି ‘ପାରାଦ୍ଵୀପ ଫସ୍‌ଫେଟସ୍ ଲିମିଟେଡ୍’ ।

(ଛ) ଓଡ଼ିଶାର ଆଣବିକ ଶକ୍ତି ଆୟୋଗର ପ୍ରକଳ୍ପଗୁଡ଼ିକ କ’ଣ ?
Answer:

  • ୧୯୭୮ ମସିହାରେ ଭାରତୀୟ ଆଣବିକ ଶକ୍ତି ଆୟୋଗ ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ ଏକ ବିରଳ ମୁଭିକା କାରଖାନା ପ୍ରତିଷ୍ଠା କରିଛି ।
  • ଏହି ଆୟୋଗ ତାଳଚେରଠାରେ ଏକ ଭାରୀ ଜଳ ପ୍ରକଳ୍ପ ପ୍ରତିଷ୍ଠା କରିଛି ।

(ଜ) ଓଡ଼ିଶାର କେଉଁ ସ୍ଥାନମାନଙ୍କରେ ଫେରୋ ମାଙ୍ଗାନିଜ୍ କାରଖାନା ପ୍ରତିଷ୍ଠିତ ହୋଇଅଛି ?
Answer:
କେନ୍ଦୁଝର ଜିଲ୍ଲାର ଯୋଡ଼ା ଓ ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ଠାରେ ଫେରୋ ମାଙ୍ଗାନିଜ୍ କାରଖାନା ପ୍ରତିଷ୍ଠା କରାଯାଇଛି ।

(ଝ) ଓଡ଼ିଶାର କେଉଁ ସ୍ଥାନମାନଙ୍କରେ ଚିନି କାରଖାନା ସ୍ଥାପନ କରାଯାଇଅଛି ?
Answer:
ଓଡ଼ିଶାର ଆସ୍କା, ରାୟଗଡ଼ା, ନୟାଗଡ଼ ଓ ବଡ଼ମ୍ବା ଆଦି ସ୍ଥାନମାନଙ୍କରେ ଚିନି କାରଖାନା ସ୍ଥାପନ କରାଯାଇଅଛି ।

(ଞ) ଓଡ଼ିଶାର କେଉଁ ସ୍ଥାନଗୁଡ଼ିକୁ ନାଭିକେନ୍ଦ୍ର କରି ଶିଳ୍ପାଞ୍ଚଳମାନ ଗଢ଼ିଉଠିଛି ?
Answer:
ଓଡ଼ିଶାର ଝାରସୁଗୁଡ଼ା, ଅନୁଗୁଳ, ପାରାଦ୍ବୀପ ଓ କଳିଙ୍ଗନଗରକୁ ନାଭିକେନ୍ଦ୍ର କରି ନୂତନ ଶିଳ୍ପାଞ୍ଚଳମାନ ଗଢ଼ିଉଠିଛି ।

BSE Odisha 10th Class History Solutions Chapter 19 ଶିଳ୍ପର ବିକାଶ

୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ୧୯୫୭ ମସିହାରେ କାର୍ଯ୍ୟକ୍ଷମ ହୋଇଥିବା ଜଳବିଦ୍ୟୁତ୍ ପ୍ରକଳ୍ପଟି କେଉଁଠାରେ ଅବସ୍ଥିତ ?
Answer:
୧୯୫୭ ମସିହାରେ କାର୍ଯ୍ୟକ୍ଷମ ହୋଇଥିବା ଜଳବିଦ୍ୟୁତ୍ ପ୍ରକଳ୍ପଟି ହୀରାକୁଦଠାରେ ଅବସ୍ଥିତ ।

(ଖ) ଡାଲମିଆ କମ୍ପାନୀ କେଉଁଠାରେ ଏକ ସିମେଣ୍ଟ କାରଖାନା ପ୍ରତିଷ୍ଠା କରିଥିଲେ ?
Answer:
ଡାଲମିଆ କମ୍ପାନୀ ରଜଗାଙ୍ଗଘରଠାରେ ଏକ ସିମେଣ୍ଟ କାରଖାନା ପ୍ରତିଷ୍ଠା କରିଥିଲେ ।

(ଗ) ଓଡ଼ିଶାରେ ଶିଳ୍ପ ବିକାଶ ଯୋଜନା ପ୍ରସ୍ତୁତ କରିବାପାଇଁ ଆମେରିକାରୁ କାହାକୁ ଅଣାଯାଇଥିଲା ?
Answer:
ଓଡ଼ିଶାରେ ଶିଳ୍ପ ବିକାଶ ଯୋଜନା ପ୍ରସ୍ତୁତ କରିବାପାଇଁ ଆମେରିକାରୁ ଡେଭିଡ୍ ଏଫ୍. ରୋଜେନ୍ ନାମକ ଜଣେ ବୈଷୟିକ ପରାମର୍ଶଦାତାଙ୍କ ଅଣାଯାଇଥିଲା ।

(ଘ) ନାଲ୍‌କୋ ପ୍ରକଳ୍ପ ଛଡ଼ା ଓଡ଼ିଶାର ଅନ୍ୟ କେଉଁଠି ଆଲୁମିନିୟମ୍ କାରଖାନା ଅବସ୍ଥିତ ?
Answer:
ନାଲ୍‌କୋ ପ୍ରକଳ୍ପ ଛଡ଼ା ଓଡ଼ିଶାର ହୀରାକୁଦଠାରେ ଅନ୍ୟ ଏକ ଆଲୁମିନିୟମ୍ କାରଖାନା ଅବସ୍ଥିତ ।

(ଙ) ସୁନାବେଡ଼ାର ମିଗ୍ ଇଞ୍ଜିନ୍ କାରଖାନା କାହା ସହଯୋଗରେ ନିର୍ମିତ ହୋଇଅଛି ?
Answer:
ସୁନାବେଡ଼ାର ମିଗ୍ ଇଞ୍ଜିନ୍ କାରଖାନା ସୋଭିଏତ୍ ରୁଷିଆର ସହଯୋଗରେ ନିର୍ମିତ ହୋଇଅଛି ।

BSE Odisha 10th Class History Solutions Chapter 19 ଶିଳ୍ପର ବିକାଶ

(ଚ) କେଉଁଠାରେ ଫେରୋ ଆଲଏଜ୍ କାରଖାନା ପ୍ରତିଷ୍ଠା କରାଯାଇଛି ?
Answer:
କଟକ ଜିଲ୍ଲାର ଚୌଦ୍ଵାରଠାରେ ଫେରୋ ଆଏଜ୍ କାରଖାନା ପ୍ରତିଷ୍ଠା କରାଯାଇଛି ।

(ଛ) ଓଡ଼ିଶାର କେଉଁ ସ୍ଥାନମାନଙ୍କରେ କାଗଜ କଳ ରହିଅଛି ?
Answer:
ଓଡ଼ିଶାର ଚୌଦ୍ଵାର, ବ୍ରଜରାଜନଗର, ରାୟଗଡ଼ା ଓ କୋରାପୁଟଠାରେ କାଗଜ କଳ ରହିଅଛି ।

(ଜ) ୨୦୦୭ରେ ଓଡ଼ିଶାର ନୂତନ ଶିଳ୍ପନୀତି କାହିଁକି ଘୋଷିତ ହୋଇଥିଲା ?
Answer:
ବିଦେଶୀ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ ଦେବାଲାଗି ୨୦୦୭ ମସିହାରେ ଓଡ଼ିଶାର ନୂତନ ଶିଳ୍ପନୀତି ଘୋଷଣା କରାଯାଇଥିଲା ।

(ଝ) କେଉଁଠାରେ ଏକ ତୈଳ ବିଶୋଧନାଗାର ନିର୍ମାଣ କରାଯାଇଅଛି ?
Answer:
ପାରାଦ୍ଵୀପଠାରେ ଏକ ତୈଳ ବିଶୋଧନାଗାର ନିର୍ମାଣ କରାଯାଇଅଛି ।

୪. ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) ସ୍ଵାଧୀନତା ପରେ ଉନ୍ନତୀକରଣ କରାଯାଇଥିବା ପୋତାଶ୍ରୟଗୁଡ଼ିକ ମଧ୍ୟରେ କେଉଁଟି ଅନ୍ତର୍ଭୁକ୍ତ ନୁହେଁ ?
(i) ଗୋପାଳଫୁର
(ii) ପାରାଦ୍ବୀପ
(iii) ଚାନ୍ଦବାଲି
(iv) ଧାମରା

(ଖ) କେବେ ପାରାଦ୍ୱୀପକୁ ରେଳପଥଦ୍ଵାରା ସଂଯୁକ୍ତ କରାଗଲା ?
(i) ୧୯୫୦
(ii) ୧୯୭୧
(iii) ୧୯୭୫
(iv) ୧୯୮୧

BSE Odisha 10th Class History Solutions Chapter 19 ଶିଳ୍ପର ବିକାଶ

(ଗ) କେଉଁଠାରେ ବକ୍‌ସାଇଟ୍‌ ସନ୍ଧାନ ମିଳିବା ପରେ ଓଡ଼ିଶାରେ ଦୁଇଟି ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠିତ ହେଲା ?
(i) ଅନୁଗୁଳ
(ii) ଦାମନଯୋଡ଼ି
(iii) ପଞ୍ଚପତିମାଳି
(iv) ଡୁବୁରୀ

(ଘ) ୧୯୭୧ରେ କେଉଁଠାରେ ଏକ ସାର କାରଖାନା ପ୍ରତିଷ୍ଠିତ ହୋଇଥିଲା ?
(i) ଛତ୍ରପୁର
(ii) ତାଳଚେର
(iii) ପାରାଦ୍ବୀପ
(iv) ଥେରୁଭାଲି

(ଙ) କେଉଁ ସଫଓୟାର କମ୍ପାନୀର ଓଡ଼ିଶାରେ ଉପସ୍ଥିତି ନାହିଁ ?
(i) ଟାଟା କନ୍‌ସଲ୍‌ଟାନ୍‌ସି ସର୍ଭିସ୍
(ii) ଆକ୍ସେସେଞ୍ଚର
(iii) ଵିପ୍ରୋ
(iv) ସତ୍ୟମ୍ ମହେନ୍ଦ୍ର

Answers:
(କ) (ii) ପାରାଦ୍ବୀପ
(ଖ) (ii) ୧୯୭୫
(ଗ) (iii) ପଞ୍ଚପତିମାଳି
(ଘ) (ii) ତାଳଚେର
(ଙ) (ii) ଆକ୍ସେଞ୍ଚର

Leave a Comment