BSE Odisha 10th Class History Solutions Chapter 18 କୃଷିର ବିକାଶ

Odisha State Board BSE Odisha 10th Class History Solutions Chapter 18 କୃଷିର ବିକାଶ Textbook Exercise Questions and Answers.

BSE Odisha Class 10 History Solutions Chapter 18 କୃଷିର ବିକାଶ

୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ କି ବ୍ୟବସ୍ଥା ଗ୍ରହଣ କରାଯାଇଛି ?
Answer:

  • କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ଓ ସେମାନଙ୍କୁ ଗ୍ରାମ ମହାଜନଙ୍କ ଲୋଲୁପ ଦୃଷ୍ଟିରୁ ରକ୍ଷା କରିବାପାଇଁ ଓଡିଶା ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି ।
  • ୧୯୪୭ ମସିହାର ଏକ ଆଇନ ବଳରେ ଗ୍ରାମ ମହାଜନଙ୍କ ଏକଚାଟିଆ ଅର୍ଥ କାରବାରକୁ ନିୟନ୍ତ୍ରିତ କରାଯାଇଛି ।
  • ୧୯୪୮ ମସିହାରେ ଗୋତି ଶ୍ରମିକ ପ୍ରଥା ଉଚ୍ଛେଦ କରାଯାଇଛି ଓ ୧୯୭୬ ମସିହାରେ ଗୋତି ପ୍ରଥା ଉଚ୍ଛେଦ ଆଇନ ବଳରେ ଗୋତି ପ୍ରଥା ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଛି ।
  • କୃଷକମାନଙ୍କୁ ଚାଷକାର୍ଯ୍ୟ ଆରମ୍ଭ ସମୟରେ ସ୍ୱଳ୍ପ ସୁଧହାରରେ ଋଣ ଯୋଗାଇ ଦେବାପାଇଁ ସମବାୟ ସଂସ୍ଥାମାନ ଗଠନ କରାଯାଇଛି ।
  • ସରକାରୀ ମୂଳଧନରେ ୧୯୪୮ ମସିହାରେ ରାଜ୍ୟ ସମବାୟ ବ୍ୟାଙ୍କ୍ ପ୍ରତିଷ୍ଠିତ ହୋଇଛି । ସମବାୟ ଆନ୍ଦୋଳନକୁ ସଂପ୍ରସାରିତ କରି ଏହାକୁ କୃଷକମାନଙ୍କ ପାଖରେ ପହଞ୍ଚାଇ ଦିଆଯାଇଛି । ପ୍ରାକୃତିକ ବିପର୍ଯ୍ୟୟରେ ଫସଲ କ୍ଷତିଗ୍ରସ୍ତ ହେଲେ ଚାଷୀମାନଙ୍କ ତକାଭି ଋଣ ଯୋଗାଇ ଦିଆଯାଉଛି । ଅନେକ କ୍ଷେତ୍ରରେ ଚାଷୀମାନେ ନେଇଥିବା ଋଣ ଛାଡ଼ କରି ଦିଆଯାଇଛି ।

(ଖ) ପ୍ରାକୃତିକ ବିପର୍ଯ୍ୟୟ ସମୟରେ କୃଷକମାନଙ୍କୁ କିପରି ଭାବରେ ସହାୟତା ପ୍ରଦାନ କରାଯାଏ ?
Answer:

  • ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ କ୍ଷତିଗ୍ରସ୍ତ ହେଲେ କୃଷକମାନଙ୍କୁ ‘ତକାଭି’ ଋଣ ଦିଆଯାଏ। ଅନେକ କ୍ଷେତ୍ରରେ ଚାଷୀମାନେ ନେଇଥିବା ଋଣ ମଧ୍ୟ ଛାଡ଼ କରି ଦିଆଯାଏ ।
  • ସରକାର ‘ ଅଧ୍ଵ ଖାଦ୍ୟଶସ୍ୟ ଉତ୍ପାଦନ କର’ ନାମକ ଯୋଜନାରେ ପତିତ ଜମିକୁ ଚାଷୋପଯୋଗୀ କରିଛନ୍ତି ।
  • ଜଳସେଚନ ପାଇଁ ପୋଖରୀ ଖୋଳାଯାଇଛି, ପୁରୁଣା ପୋତି ହୋଇପଡ଼ିଥିବା ପୋଖରୀର ପୁନରୁଦ୍ଧାର କରାଯାଇଛି ଓ ରିହାତି ଦରରେ କୃଷକମାନଙ୍କୁ ସାର ଓ ବିହନ ଯୋଗାଇ ଦିଆଯାଇଛି ।
  • ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ କାମଧନ୍ଦା ଯୋଗାଇ ଦେବାପାଇଁ ସରକାର ‘ଟେଷ୍ଟ୍ ରିଲିଫ୍’ କାର୍ଯ୍ୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
  • ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ରାସ୍ତାଘାଟ ତିଆରି, ପୋଖରୀ ଖୋଳା ପ୍ରଭୃତି କାର୍ଯ୍ୟରେ ଶ୍ରମଦାନ ନିମନ୍ତେ ଅର୍ଥ ବା ଖାଦ୍ୟଶସ୍ୟ ପ୍ରଦାନ କରାଯାଉଛି ।

(ଗ) କୃଷି ଗବେଷଣା ପାଇଁ ଓଡ଼ିଶାରେ କି ବ୍ୟବସ୍ଥା ଅଛି ?
Answer:

  • କୃଷି ଶିକ୍ଷା ଓ ଗବେଷଣା ପାଇଁ ଓଡ଼ିଶା ସରକାର ଏକ କୃଷି ମହାବିଦ୍ୟାଳୟ ଓ ପରେ ଏକ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି ।
  • ଏହା ବ୍ୟତୀତ ଓଡ଼ିଶାରେ ଅନ୍ୟ କେତେକ କୃଷି ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।
  • ଏଠାରୁ ଉଦ୍‌ବୃତ୍ତ ଜ୍ଞାନକୌଶଳ କୃଷକମାନଙ୍କ ପାଖରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି ।
  • ଜମିର ଉର୍ବରତା ବଜାୟ ରଖିବାପାଇଁ ଓଡ଼ିଶା ସରକାର ବିଭିନ୍ନ ପ୍ରୟୋଗଶାଳା ପ୍ରତିଷ୍ଠା କରିଛନ୍ତି ।
  • ଆଧୁନିକ ପ୍ରଣାଳୀରେ କୃଷି ପାଇଁ ପ୍ରଦର୍ଶନୀ କୃଷିକ୍ଷେତ୍ରମାନ ପ୍ରସ୍ତୁତ କରାଯାଇଛି ।

BSE Odisha 10th Class History Solutions Chapter 18 କୃଷିର ବିକାଶ

(ଘ) ଜଳସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ସ୍ଵାଧୀନତା ପରେ ଓଡ଼ିଶାରେ କି କି ପଦକ୍ଷେପ ନିଆଯାଇଥିଲା ?
Answer:

  • ସ୍ଵାଧୀନତା ପରେ ଓଡ଼ିଶାରେ ଜଳନସେଚନ ଓ ବନ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟର ସର୍ବବୃହତ୍ ବହୁମୁଖୀ ଯୋଜନା ହୀରାକୁଦ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରାଗଲା ।
  • ଏହାପରେ ଓଡ଼ିଶାରେ ଅନ୍ୟ କେତୋଟି ବୃହତ୍ ବହୁମୁଖୀ ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା ।
  • ଆନ୍ଧ୍ରପ୍ରଦେଶ ସହଯୋଗରେ ମାଛକୁଣ୍ଡ ଯୋଜନା, କୋରାପୁଟର ଅପର କୋଲାବ ଯୋଜନା, ଇନ୍ଦ୍ରାବତୀ ଯୋଜନା, ରେଙ୍ଗାଲି ଭୀମକୁଣ୍ଡ ଯୋଜନା ଓଡ଼ିଶାରେ ଜଳସେଚନ କ୍ଷେତ୍ରରେ ସହାୟକ ହୋଇଛି ।
  • ଏତଦ୍‌ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ମଧ୍ଯମ ଜଳସେଚନ ଯୋଜନା କାର୍ଯ୍ୟକାରୀ ହେଉଛି ।
  • ଜଳସେଚନ ସୁବିଧା ନ ଥ‌ିବା ସ୍ଥାନମାନଙ୍କରେ ଉଠାଜଳସେଚନର ବ୍ୟବସ୍ଥା କରାଯାଇଛି ।

(ଙ) କୃଷି, ମତ୍ସ୍ୟଚାଷ ଓ ପଶୁପାଳନର ବିକାଶ ପାଇଁ ଓଡ଼ିଶା ସରକାର କି କି ବ୍ୟବସ୍ଥା କରିଛନ୍ତି ?
Answer:

  • ଓଡ଼ିଶାରେ କୃଷିର ବିକାଶ ପାଇଁ ସମୟକ୍ରମେ କୃଷି ବିଭାଗ ଅଧୀନରେ ୪ ଗୋଟି ନିର୍ଦ୍ଦେଶାଳୟ କାର୍ଯ୍ୟ କରୁଛି । ସେଗୁଡ଼ିକ ହେଲା – କୃଷି ଓ ଖାଦ୍ୟଶସ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟ ଏବଂ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ।
  • ମତ୍ସ୍ୟ ସମ୍ପଦର ବିକାଶ ପାଇଁ ମତ୍ସ୍ୟପାଳନ ନିର୍ଦ୍ଦେଶାଳୟ ଏବଂ ପଶୁସମ୍ପଦର ଉନ୍ନତି ପାଇ ପଶୁଧନ ନିର୍ଦ୍ଦେଶାଳୟ କାର୍ଯ୍ୟ କରୁଛି ।
  • ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଓ କୃଷି ବିଭାଗ ଅଧୀନରେ ଥ‌ିବା ପ୍ରଶିକ୍ଷଣ ପ୍ରତିଷ୍ଠାନଗୁଡ଼ିକ କୃଷକମାନଙ୍କୁ ପ୍ରଶିକ୍ଷଣ ଓ ଦିଗ୍‌ଦର୍ଶନ ଦେବାରେ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ନିର୍ବାହ କରୁଛନ୍ତି । କୃଷି ଗବେଷଣା କାର୍ଯ୍ୟ ଅବ୍ୟାହତ ଅଛି ।
  • କଟକର କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ, କୌଶଲ୍ୟାଗଙ୍ଗର କେନ୍ଦ୍ରୀୟ ମଧୁରଜଳ ମତ୍ସ୍ୟଚାଷ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ଗବେଷଣା କେନ୍ଦ୍ର, ସାକ୍ଷୀଗୋପାଳର ନାରିକେଳ ଗବେଷଣା କେନ୍ଦ୍ର ଓ କୃଷି ବିଜ୍ଞାନ ମହାବିଦ୍ୟାଳୟଗୁଡ଼ିକ ଓଡ଼ିଶାର କୃଷକମାନଙ୍କୁ ଉନ୍ନତ କୃଷି ବିଜ୍ଞାନ ସମ୍ବନ୍ଧିତ ଜ୍ଞାନ ପ୍ରଦାନ କରିବାରେ ସମର୍ଥ ହୋଇଛନ୍ତି ।
  • ଏହାବ୍ୟତୀତ ୧୯୭୬ ମସିହାରୁ ଅନେକ କୃଷି ବିଜ୍ଞାନ କେନ୍ଦ୍ର ଓଡ଼ିଶାରେ ପ୍ରତିଷ୍ଠା କରାଯାଇଛି । ଆଖପାଖ ଅଞ୍ଚଳର କୃଷକମାନଙ୍କୁ ବୈଜ୍ଞାନିକ ଦିଗ୍‌ଦର୍ଶନ ଦେବା ଏହି କୃଷି ବିଜ୍ଞାନ କେନ୍ଦ୍ରମାନଙ୍କର କାର୍ଯ୍ୟ ।

୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ସ୍ଵାଧୀନତା ପରେ ଓଡ଼ିଶା କୃଷକର ସବୁଠାରୁ ବଡ଼ ସମସ୍ୟା କ’ଣ ଥିଲା ଏବଂ ଏହି ସମସ୍ୟାର ସମାଧାନ କ୍ଷେତ୍ରରେ କି ଅନ୍ତରାୟ ସୃଷ୍ଟି ହୋଇଥିଲା ?
Answer:

  • ସ୍ଵାଧୀନତା ପରେ ଓଡ଼ିଶା କୃଷକର ସବୁଠାରୁ ବଡ଼ ସମସ୍ୟା ଥିଲା ପ୍ରକୃତରେ ଜମିରେ ଚାଷ କରୁଥିବା କୃଷକକୁ ଜମିର ସ୍ଵତ୍ଵାଧ୍ୟାକାର ପ୍ରଦାନ ।
  • ଚିରସ୍ଥାୟୀ ବନ୍ଦୋବସ୍ତ ସମୟରୁ ଚଳିଆସୁଥ‌ିବା ଜମିଦାରୀ ପ୍ରଥା ଏହି ସମସ୍ୟା ସମାଧାନ କ୍ଷେତ୍ରରେ ବଡ଼ ଅନ୍ତରାୟ ଥିଲା ।

(ଖ) ଓଡ଼ିଶାରୁ ଜମିଦାରୀ ପ୍ରଥା କିପରି ଉଚ୍ଛେଦ ହେଲା ?
Answer:

  • ଓଡ଼ିଶାର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଯଥାଶୀଘ୍ର ଜମିଦାରୀ ପ୍ରଥା ଉଚ୍ଛେଦ କରିବାର ସୂଚନା ପ୍ରଦାନ କରି ଏହି ସଂକ୍ରାନ୍ତରେ ବିଧାନସଭାରେ ଏକ ବିଧେୟକ ଆଗତ କରିଥିଲେ ।
  • ପରେ ଷଷ୍ଠ ଦଶକରେ ଜମିଦାରୀ ଉଚ୍ଛେଦ ଆଇନ କାର୍ଯ୍ୟକାରୀ ହୋଇଥିଲା ।

(ଗ) ଗୋତିପ୍ରଥା କିପରି ବନ୍ଦ ହେଲା ?
Answer:

  • ୧୯୪୮ ମସିହାରେ ଗୋତି ଶ୍ରମିକ ପ୍ରଥା ଉଚ୍ଛେଦ କରାଗଲା ।
  • ୧୯୭୬ ମସିହାରେ ଗୋତି ପ୍ରଥା ଉଚ୍ଛେଦ ଆଇନ ବଳରେ ଗୋତି ପ୍ରଥା ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଗଲା ।

BSE Odisha 10th Class History Solutions Chapter 18 କୃଷିର ବିକାଶ

(ଘ) ସମବାୟ ଆନ୍ଦୋଳନ କିପରି କୃଷକମାନଙ୍କର ସହାୟକ ହେଲା ?
Answer:

  • କୃଷକମାନଙ୍କୁ ଚାଷକାର୍ଯ୍ୟ ଆରମ୍ଭ ସମୟରେ ସ୍ୱଳ୍ପ ସୁଧହାରରେ ଋଣ ଯୋଗାଇଦେବା ପାଇଁ ସମବାୟ ସଂସ୍ଥାମାନ ଗଠନ କରାଗଲା ।
  • ସରକାରୀ ମୂଳଧନରେ ୧୯୪୮ ମସିହାରେ ରାଜ୍ୟ ସମବାୟ ବ୍ୟାଙ୍କ ପ୍ରତିଷ୍ଠିତ ହେଲା । ସମବାୟ ଆନ୍ଦୋଳନକୁ ସଂପ୍ରସାରିତ କରି ଏହାକୁ କଷକମାନଙ୍କ ପାଖରେ ପହଞ୍ଚାଗଲା ।

(ଙ) ‘ଅଧ୍ଵ ଖାଦ୍ୟଶସ୍ୟ ଉତ୍ପାଦନ କର’ ଯୋଜନାଟି କ’ଣ ?
Answer:

  • ସରକାର ‘ଅଧ୍ଵ ଖାଦ୍ୟଶସ୍ୟ ଉତ୍ପାଦନ କର’ ନାମକ ଯୋଜନାରେ ପତିତ ଜମିକୁ ଚାଷୋପଯୋଗୀ କଲେ ।
  • ଜଳସେଚନ ପାଇଁ ପୋଖରୀ ଖୋଳାଇଲେ, କୃଷକମାନଙ୍କ ପାଇଁ ହଳ, ଲଙ୍ଗଳ ଓ ବଳଦ କିଣିଦେଲେ ଓ ରିହାତି ଦରରେ କୃଷକମାନଙ୍କୁ ସାର, ବିହନ ଯୋଗାଇଦେଲେ ।

(ଚ) ଫଳଚାଷର ଉନ୍ନତି ପାଇଁ କି ବ୍ୟବସ୍ଥା କରାଗଲା ?
Answer:

  • ଫଳଚାଷର ଉନ୍ନତି ପାଇଁ ଅନୁଗୁଳ, ପଟ୍ଟାଙ୍ଗୀ ଓ ଜି. ଉଦୟଗିରିରେ କେନ୍ଦ୍ରମାନ ପ୍ରତିଷ୍ଠା କରାଗଲା ।
  • ଏଠାରେ ଫଳଗଛ ଚାରା ଓ କଲମୀ ପ୍ରସ୍ତୁତ ହୋଇ କୃଷକମାନଙ୍କୁ ବିତରଣ କରାଗଲା

(ଛ) ହୀରାକୁଦ ନଦୀବନ୍ଧ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ କ’ଣ ଥିଲା ?
Answer:

  • ମହାନଦୀ ତ୍ରିକୋଣଭୂମି ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ କରିବା, ସମ୍ବଲପୁର, ବଲାଙ୍ଗୀର ଜିଲ୍ଲାରେ ଜଳସେଚନର ବ୍ୟବସ୍ଥା କରିବା ଓ ଜଳବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିବା ହୀରାକୁଦ ନଦୀବନ୍ଧ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
  • ହୀରାକୁଦ ଜଳଭଣ୍ଡାରରେ ମାଛଚାଷ କରିବା ଏହି ଯୋଜନାର ଅନ୍ୟ ଏକ ଉଦ୍ଦେଶ୍ୟ ଥିଲା ।

(ଜ) ଗୋଧନର ସୁରକ୍ଷା ପାଇଁ ଓଡ଼ିଶା ସରକାର କି କି ପଦକ୍ଷେପ ନେଇଛନ୍ତି ?
Answer:

  • ଗୋଧନର ସୁରକ୍ଷା ପାଇଁ ଗାଁଗହଳରେ ପଶୁ ଡାକ୍ତରମାନଙ୍କୁ ନିଯୁକ୍ତି ମିଳିଛି ।
  • ପଶୁମାନଙ୍କୁ ସଂକ୍ରାମକ ରୋଗରୁ ରକ୍ଷା କରିବାପାଇଁ ୧୯୪୯ ମସିହାରେ ସରକାର ଏକ ଆଇନ ପ୍ରଣୟନ କରିଛନ୍ତି ।

(ଝ) ମତ୍ସ୍ୟଜୀବୀମାନଙ୍କର ସୁବିଧା ପାଇଁ ସରକାର କ’ଣ କରିଛନ୍ତି ?
Answer:

  • ମହାନଦୀ, ଧାମରା, ସୁବର୍ଣ୍ଣରେଖା ଓ ଚିଲିକାର ମତ୍ସ୍ୟଜୀବୀମାନଙ୍କୁ ସରକାର ବିଭିନ୍ନ ଭାବରେ ଉତ୍ସାହିତ କରୁଛନ୍ତି । ମାଛର ସଂରକ୍ଷଣ ପାଇଁ ମାଛଧରା କେନ୍ଦ୍ରମାନଙ୍କ ନିକଟରେ ବରଫକଳ ପ୍ରତିଷ୍ଠା କରାଯାଇଛି ।
  • ସମୁଦ୍ର ଓ ବଡ଼ ବଡ଼ ଜଳାଶୟ ଓ ହ୍ରଦରୁ ମତ୍ସ୍ୟ ସଂଗ୍ରହ ପାଇଁ, ଧୀବରମାନଙ୍କ ସୁରକ୍ଷା ପାଇଁ ଆଇନମାନ ପ୍ରଣୀତ ହୋଇଛି ।

(ଞ) ‘ଅଭାବୀ ବିକ୍ରି’ କ’ଣ ଏବଂ ଏହି ସମସ୍ୟାରୁ ରକ୍ଷା ପାଇବାପାଇଁ ସରକାର କ’ଣ କରିଛନ୍ତି ?
Answer:

  • ଉତ୍ପାଦିତ ଦ୍ରବ୍ୟ ଠିକ୍ ମୂଲ୍ୟରେ ବିକ୍ରି ହୋଇ ନ ପାରିବାକୁ ‘ଅଭାବୀ ବିକ୍ରି’ କୁହାଯାଏ ।
  • ଏହି ସମସ୍ୟାରୁ ରକ୍ଷା ପାଇବାପାଇଁ ସରକାର ସିଧାସଳଖ କୃଷକମାନଙ୍କଠାରୁ ଧାନ ସଂଗ୍ରହର ବ୍ୟବସ୍ଥା କରିଛନ୍ତି।

BSE Odisha 10th Class History Solutions Chapter 18 କୃଷିର ବିକାଶ

୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ଓଡ଼ିଶାର କେଉଁ ମୁଖ୍ୟମନ୍ତ୍ରୀ ଜମିଦାରୀ ପ୍ରଥା ଉଚ୍ଛେଦ କରିବାପାଇଁ ବିଧାନସଭାରେ ଏକ ବିଧେୟକ ଆଣିଥିଲେ ?
Answer:
ଓଡ଼ିଶାର ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଜମିଦାରୀ ପ୍ରଥା ଉଚ୍ଛେଦ କରିବାପାଇଁ ବିଧାନସଭାରେ ଏକ ବିଧେୟକ ଆଣିଥିଲେ ।

(ଖ) କିଏ ଭୂଦାନ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ?
Answer:
ଆଚାର୍ଯ୍ୟ ବିନୋବା ଭାବେ ଭୂଦାନ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ।

(ଗ) କେଉଁ ପରିସ୍ଥିତିରେ ତକାଭି ଋଣ ଦିଆଯାଏ ?
Answer:
ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ କ୍ଷତିଗ୍ରସ୍ତ ହେଲେ କୃଷକମାନଙ୍କୁ ‘ତକାଭି’ ଋଣ ଦିଆଯାଏ ।

(ଘ) ସରକାର କାହିଁକି ‘ଟେଷ୍ଟ୍ ରିଲିଫ୍’ କାମ ଆରମ୍ଭ କଲେ ?
Answer:
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କୁ କାମଧନ୍ଦା ଯୋଗାଇ ଦେବାପାଇଁ ସରକାର ‘ଟେଣ୍ଟ୍‌ ରିଲିଫ୍ କାର୍ଯ୍ୟ ଆରମ୍ଭ କରିଥିଲେ ।

(ଙ) ହୀରାକୁଦ ନଦୀବନ୍ଧ ଯୋଜନାଟି କେବେ ଆରମ୍ଭ ହୋଇ କାର୍ଯ୍ୟକ୍ଷମ ହେଲା ?
Answer:
ଉ ହୀରାକୁଦ ନଦୀବନ୍ଧ ଯୋଜନାଟି ୧୯୪୮ ମସିହାରେ ଆରମ୍ଭ ହୋଇ ୧୯୫୬ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା ।

(ଚ) ପଶୁମାନଙ୍କୁ ସଂକ୍ରାମକ ରୋଗରୁ ରକ୍ଷା କରିବାପାଇଁ ସରକାର କେବେ ଆଇନ ପ୍ରଣୟନ କଲେ ?
Answer:
ପଶୁମାନଙ୍କୁ ସଂକ୍ରାମକ ରୋଗରୁ ରକ୍ଷା କରିବାପାଇଁ ସରକାର ୧୯୪୯ ମସିହାରେ ଏକ ଆଇନ ପ୍ରଣୟନ କଲେ ।

(ଛ) କୃଷି ବିକାଶ କ୍ଷେତ୍ରରେ କେଉଁମାନେ କୃଷି ବିଭାଗକୁ ସହଯୋଗ ସମର୍ଥନ ପ୍ରଦାନ କରୁଛନ୍ତି ?
Answer:
କୃଷି ବିକାଶ କ୍ଷେତ୍ରରେ କେତେକ ନିଗମ ଓ ଅନୁଷ୍ଠାନ ଯଥା – ଓଡ଼ିଶା ରାଜ୍ୟ ବିହନ ନିଗମ, ଓଡ଼ିଶା କୃଷିଶିଳ୍ପ ନିଗମ, କୃଷି ସଂପ୍ରସାରଣ ପରିଚାଳନା ପ୍ରତିଷ୍ଠାନ, ଓଡ଼ିଶା କାଜୁ ଉନ୍ନୟନ ନିଗମ ଓ ଓଡ଼ିଶା କୃଷି କ୍ରମୋନ୍ନତି ଓ ବିନିଯୋଗ ନିଗମ କୃଷି ବିଭାଗକୁ ସହଯୋଗ ଓ ସମର୍ଥନ ପ୍ରଦାନ କରୁଛନ୍ତି ।

BSE Odisha 10th Class History Solutions Chapter 18 କୃଷିର ବିକାଶ

(ଜ) କେନ୍ଦ୍ର ସରକାରଙ୍କଦ୍ୱାରା ପରିଚାଳିତ ଧାନ ଗବେଷଣା ପ୍ରତିଷ୍ଠାନଟି ଓଡ଼ିଶାର କେଉଁଠାରେ ଅବସ୍ଥିତ ?
Answer:
କେନ୍ଦ୍ର ସରକାରଙ୍କଦ୍ବାରା ପରିଚାଳିତ ଧାନ ଗବେଷଣା ପ୍ରତିଷ୍ଠାନଟି ଓଡ଼ିଶାର କଟକସ୍ଥିତ ବିଦ୍ୟାଧରପୁରଠାରେ ଅବସ୍ଥିତ

(ଝ) କୌଶଲ୍ୟାଗଙ୍ଗଠାରେ ନିର୍ମିତ କେନ୍ଦ୍ରୀୟ ପ୍ରକଳ୍ପଟି କ’ଣ ?
Answer:
କୌଶଲ୍ୟାଗଙ୍ଗଠାରେ ନିର୍ମିତ କେନ୍ଦ୍ରୀୟ ପ୍ରକଳ୍ପଟି ହେଉଛି ମଧୁରଜଳ ମତ୍ସ୍ୟଚାଷ କେନ୍ଦ୍ର ।

୪. ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) କେବେ ଗୋତି ପ୍ରଥା ସମ୍ପୂର୍ଣ୍ଣଭାବେ ଉଚ୍ଛେଦ ହେଲା ?
(i) ୧୯୪୭
(ii) ୧୯୪୮
(iii) ୧୯୫୫
(iv) ୧୯୭୬

(ଖ) ରାଜ୍ୟ ସମବାୟ ବ୍ୟାଙ୍କ୍ କେବେ ପ୍ରତିଷ୍ଠିତ ହୋଇଥିଲା ?
(i) ୧୯୪୭
(ii) ୧୯୪୮
(iii) ୧୯୪୯
(iv) ୧୯୫୬

(ଗ) କେଉଁଠାରେ ଫଳ ଚାଷ ପାଇଁ କେନ୍ଦ୍ର ପ୍ରତିଷ୍ଠିତ ହୋଇ ନ ଥିଲା ?
(i) ଅନୁଗୁଳ
(ii) ପଟ୍ଟାଙ୍ଗୀ
(iii) ସମ୍ବଲପୁର
(iv) ଜି. ଉଦୟଗିରି

(ଘ) ନିମ୍ନଲିଖ ନିର୍ଦ୍ଦେଶାଳୟ ମଧ୍ୟରୁ କେଉଁଟି କୃଷି ବିଭାଗ ଅଧୀନସ୍ଥ ନୁହେଁ ?
(i) ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ
(ii) ମତ୍ସ୍ୟପାଳନ ନିର୍ଦ୍ଦେଶାଳୟ
(iii) ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟ
(iv) ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ

BSE Odisha 10th Class History Solutions Chapter 18 କୃଷିର ବିକାଶ

(ଙ) ଓଡ଼ିଶାରେ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର କେଉଁଠାରେ ଅବସ୍ଥିତ ?
(i) ସାକ୍ଷୀଗୋପାଳ
(ii) ଭୁବନେଶ୍ଵର
(iii) କଟକ
(iv) ବଲାଙ୍ଗୀର

Answers:
(କ) (iv) ୧୯୭୬
(ଖ) (ii) ୧୯୪୮
(ଗ) (iii) ସମ୍ବଲପୁର
(ଘ) (ii) ମତ୍ସ୍ୟପାଳନ ନିର୍ଦ୍ଦେଶାଳୟ
(ଙ) (iii) କଟକ

Leave a Comment