BSE Odisha 6th Class Geography Important Questions Chapter 7(b) ଭାରତ : ଜଳବାୟୁ, ପ୍ରାକୃତିକ ଉଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ

Odisha State Board BSE Odisha 6th Class Geography Important Questions Chapter 7(b) ଭାରତ : ଜଳବାୟୁ, ପ୍ରାକୃତିକ ଉଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ Important Questions and Answers.

BSE Odisha Class 6 Geography Important Questions Chapter 7(b) ଭାରତ : ଜଳବାୟୁ, ପ୍ରାକୃତିକ ଉଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଜଳବାୟୁକୁ ନିୟନ୍ତ୍ରିତ କରୁଥିବା କାରକଗୁଡ଼ିକର ନାମ ଲେଖ । ଭାରତର କେଉଁ ଅଞ୍ଚଳର ଜଳବାୟୁ କିପରି ଉଲ୍ଲେଖ କର ।
Answer:

  • କୌଣସି ଅଞ୍ଚଳର ଜଳବାୟୁ ଏହାର ଅବସ୍ଥିତି, ସମୁଦ୍ର ପତ୍ତନରୁ ଉଚ୍ଚତା, ସମୁଦ୍ରଠାରୁ ଦୂରତା ଓ ପାହାଡ଼ ପର୍ବତ ଆଦି ଭୂମିରୂପଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।
  • ଭାରତର ଜଳବାୟୁକୁ ମୌସୁମୀ ଜଳବାୟୁ କୁହାଯାଏ । ମୌସୁମୀ ବାୟୁ ପ୍ରଭାବରେ ଭାରତରେ ପ୍ରଚୁର ବର୍ଷା ହୁଏ ।
  • ହୋଇଥିବାବେଳେ ଜାମ୍ମୁ ଓ କାଶ୍ମୀରର ଡ୍ରାସ ଓ କାରଗିଲ୍‌ରେ ଅତ୍ୟଧ୍ୟ ଶୀତ ଅନୁଭୂତ ହୁଏ ।
  • କୋଲକାତା ଓ ମୁମ୍ବାଇର ଜଳବାୟୁ ମୃଦୁ । ଏଠାରେ ଅଧୁକ ଶୀତ ବା ଅଧିକ ଗରମ ହୁଏ ନାହିଁ ।
  • ମେଘାଳୟର ମାଓସିନ୍‌ରାମଠାରେ ପୃଥ‌ିବୀର ସର୍ବାଧ‌ିକ ବୃଷ୍ଟି ହେଉଥ‌ିବାବେଳେ ରାଜସ୍ଥାନର ଜୟସାଲମେରଠାରେ ଆଦୌ ବର୍ଷା ହୁଏ ନାହିଁ ।

୨। ଅରଣ୍ୟର ଉପକାରିତା ସଂକ୍ଷେପରେ ଉଲ୍ଲେଖ କର ।
Answer:
ଅରଣ୍ୟକୁ ଆମେ ଅନେକ ଉପକାର ପାଇଥାଉ; ଯଥା –

  • ଜଙ୍ଗଲ ବୃଷ୍ଟିପାତ କରିବାରେ ସାହାଯ୍ୟ କରିଥାଏ ।
  • ବୃକ୍ଷ ଚେର ଓ ମୂଳଦ୍ଵାରା ମୃତ୍ତିକାକୁ ବାନ୍ଧି ରଖୁଥ‌ିବାରୁ ମୃତ୍ତିକାକ୍ଷୟ ହ୍ରାସ ପାଇଥାଏ ।
  • ଜଙ୍ଗଲ ବନ୍ୟପ୍ରାଣୀଙ୍କର ପ୍ରାକୃତିକ ବାସସ୍ଥଳୀ ଅଟେ ।
  • ବୃକ୍ଷ ଖାଦ୍ୟପ୍ରସ୍ତୁତି ସମୟରେ ଅଙ୍ଗାରକାମ୍ଳ ଗ୍ରହଣ କରି ଅମ୍ଳଜାନ ଛାଡ଼ିଥାଏ । ଯାହାକୁ ଆମେ ପ୍ରଶ୍ବାସରେ ଗ୍ରହଣ କରୁ ।
  • ଜଙ୍ଗଲରୁ ଗୃହ ଆସବାବ ନିମନ୍ତେ କାଠ, ଜାଳେଣି କାଠ, ଗୋମେଷାଦି ପଶୁଖାଦ୍ୟ, ଔଷଧୀୟ ବୃକ୍ଷ, ଚେରମୂଳି, ଲାଖ, ଝୁଣା, ଅଠା, କେନ୍ଦୁପତ୍ର ଆଦି ଆବଶ୍ୟକ ପଦାର୍ଥ ମିଳିଥାଏ ।

BSE Odisha 6th Class Geography Important Questions Chapter 7(b) ଭାରତ : ଜଳବାୟୁ, ପ୍ରାକୃତିକ ଉଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର 
(କ) ସଂକ୍ଷେପରେ ଉତ୍ତର ଦିଅ ।
୧। ଭାରତର ବୃହତ୍ତମ ମରୁଭୂମି କିଏ ? ଏହି ମରୁଭୂମି ବିଷୟରେ ସଂକ୍ଷେପରେ ଲେଖ ।
Answer:
(i) ଥର୍ ମରୁଭୂମି ଭାରତର ବୃହତ୍ତମ ମରୁଭୂମି । ଏହା ଉତ୍ତର ଭାରତ ସମତଳଭୂମି ଅଞ୍ଚଳର ପଶ୍ଚିମରେ ରାଜସ୍ଥାନ ରାଜ୍ୟରେ ଅବସ୍ଥିତ ।
(ii) ଏହା ଶୁଷ୍କ । ଉତ୍ତପ୍ତ ଓ ବାଲୁକାମୟ । ଏଠାରେ କଣ୍ଟାଜାତୀୟ ଗୁଳ୍ମ ଦେଖାଯାଏ ।

୨। ପ୍ରତ୍ୟାବର୍ତ୍ତନଶୀଳ ମୌସୁମୀବାୟୁ ଋତୁ କହିଲେ କ’ଣ ବୁଝ ?
Answer:
(i) ଅକ୍ଟୋବର ଓ ନଭେମ୍ବର ମାସରେ ମୌସୁମୀବାୟୁ ସ୍ଥଳଭାଗରୁ ବଙ୍ଗୋପସାଗର ଉପରକୁ ଫେରିଆସେ । ତେଣୁ ଏହି ସମୟକୁ ପ୍ରତ୍ୟାବର୍ତ୍ତନଶୀଳ ମୌସୁମୀବାୟୁ ଋତୁ ମଧ୍ୟ କୁହାଯାଏ।
(ii) ଏହି ଋତୁରେ ଦିନବେଳା ତାପମାତ୍ରା ଅଧିକ ରହେ; ମାତ୍ର ରାତିବେଳା ତାପମାତ୍ରା କ୍ରମଶଃ ହ୍ରାସ ପାଇଥାଏ । ଏହି ବାୟୁ ତାମିଲନାଡୁ ଓ ଆନ୍ଧ୍ର ଉପକୂଳରେ ବୃଷ୍ଟିପାତ କରାଇଥାଏ ।

୩। କ୍ରାନ୍ତୀୟ ବାତାବର୍ତ୍ତ କ’ଣ ?
Answer:
(i) କ୍ରାନ୍ତିମଣ୍ଡଳର ସମୁଦ୍ର ଉପରେ କୌଣସି କାରଣରୁ ବାୟୁଚାପ ହ୍ରାସ ପାଇ ଲଘୁଚାପ କେନ୍ଦ୍ର ସୃଷ୍ଟି ହୋଇଥାଏ । କ୍ରମେ ଏହା ଘନୀଭୂତ ହୋଇ ବାତାବର୍ଷରେ ପରିଣତ ହୁଏ । ଏହାକୁ କ୍ରାନ୍ତୀୟ ବାତାବର୍ଷ କୁହାଯାଏ ।
(ii) ଏହାର ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ ପ୍ରଚୁର ବୃଷ୍ଟିପାତ ହୋଇଥାଏ ।

୪। ଜୁଆରିଆ ଅରଣ୍ୟ ବା ହେନ୍ତାଳ ବଣ କ’ଣ ?
Answer:
(i) ଉପକୂଳବର୍ତ୍ତୀ ଜୁଆର ପାଣି ମାଡ଼ୁଥିବା ସନ୍ତସନ୍ତିଆ ଅଞ୍ଚଳରେ ହେନ୍ତାଳ ବଣ ଦେଖାଯାଏ । ହେନ୍ତାଳ ବୃକ୍ଷ ଏହି ଅରଣ୍ୟର ମୁଖ୍ୟବୃକ୍ଷ ।
(ii) ପଶ୍ଚିମବଙ୍ଗର ଗଙ୍ଗାନଦୀ ମୁହାଣରେ ସୁନ୍ଦରବନ, ଓଡ଼ିଶାର ଭିତରକନିକା ଏବଂ ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜରେ ହେନ୍ତାଳବଣ ରହିଛି ।

୫। ପାର୍ବତ୍ୟ ଅରଣ୍ୟ କ’ଣ ?
Answer:
(i) ପାର୍ବତ୍ୟ-ଅରଣ୍ୟରେ ଗଛଗୁଡ଼ିକ ପ୍ରାୟ ୧୫୦୦ ମିଟରରୁ ୨୫୦୦ ମିଟର ଉଚ୍ଚତାରେ ଶଙ୍କୁ ଆକାରର ହୋଇଥାଆନ୍ତି । ଏହି ଅରଣ୍ୟରେ ଚିର, ପାଇନ୍, ଦେବଦାରୁ ଆଦି ମୁଖ୍ୟ ବୃକ୍ଷ ଅଟେ ।
(ii) ଏହି ଅରଣ୍ୟକୁ ମଧ୍ୟ ସରଳବର୍ଗୀୟ ଅରଣ୍ୟ କୁହାଯାଏ ।

BSE Odisha 6th Class Geography Important Questions Chapter 7(b) ଭାରତ : ଜଳବାୟୁ, ପ୍ରାକୃତିକ ଉଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ

୬। କଣ୍ଟାବୁଦା ଜଙ୍ଗଲରେ କେଉଁ କେଉଁ ଉଭିଦ ଦେଖାଯାଏ ? ଭାରତର କେଉଁ କେଉଁ ସ୍ଥାନରେ ଏ ପ୍ରକାର ଜଙ୍ଗଲ ଅଛି ?
Answer:
(i) କଣ୍ଟାବୁଦା ଜଙ୍ଗଲରେ ସିଜୁ, ଖଜୁରୀ, ନାଗଫେଣୀ, ବବୁଲ ଆଦି କ୍ଷୁଦ୍ର କଣ୍ଟାଜାତୀୟ ଉଦ୍ଭିଦ ଦେଖାଯାଏ ।
(ii) ଏହି ଅରଣ୍ୟ ଭାରତର ରାଜସ୍ଥାନ, ପଞ୍ଜାବ, ହରିଆନା ପଶ୍ଚିମଘାଟ ପର୍ବତମାଳାର ପୂର୍ବଢ଼ାଲୁ ଅଂଶ ଓ ଗୁଜରାଟରେ ଅଛି ।

(ଖ) ପାର୍ଥକ୍ୟ ଦର୍ଶାଅ ।
୧। ଲୁ ଓ କାଳବୈଶାଖୀ ।
Answer:

ଲୁ କାଳବୈଶାଖୀ
(i) ଗ୍ରୀଷ୍ମ ଋତୁରେ ରାଜସ୍ଥାନ, ଦିଲ୍ଲୀ, ହରିଆନା, ପଞ୍ଜାବ ଓ ପଶ୍ଚିମ ଉତ୍ତର ପ୍ରଦେଶ ଅନ୍ତର୍ଗତ ଅଞ୍ଚଳରେ ଦିନବେଳା ଅତି ଉଷ୍ଣ ଓ ଶୁଷ୍କ ବାୟୁ ପ୍ରବାହିତ ହୁଏ । ଏହାକୁ ‘ଲୁ’ କହନ୍ତି ।
(ii) ଏହି ବାୟୁ ପ୍ରବାହିତ ହେବା ଦ୍ୱାରା ଅଂଶୁଘାତ ଜନିତ ମୃତ୍ୟୁ ହେବାର ସମ୍ଭାବନା ଥାଏ ।
(i) ଗ୍ରୀଷ୍ମଋତୁରେ ଉତ୍ତର ଓଡ଼ିଶା ଓ ପଶ୍ଚିମ ବଙ୍ଗରେ ଅପରାହ୍ନ ସମୟରେ ବିଜୁଳି ଓ ଘଡ଼ଘଡ଼ି ସହ ବୃଷ୍ଟିପାତ ହୋଇଥାଏ । ଏହାକୁ କାଳବୈଶାଖୀ କହନ୍ତି ।
(ii) ଏହାଦ୍ଵାରା ସ୍ଥାନେ ସ୍ଥାନେ ଧୂଳିଝଡ଼ ଓ କୁଆପଥର ବୃଷ୍ଟିଯୋଗୁ ଧନଜୀବନ ହାନି ଘଟିଥାଏ ।

୨। ପାଣିପାଗ ଓ ଜଳବାୟୁ ।
Answer:

ପାଣିପାଗ ଜଳବାୟୁ
(i)ବାୟୁମଣ୍ଡଳରେ ଘଟୁଥ୍ ଦୈନନ୍ଦିନ ପରିବର୍ତ୍ତନକୁ ପାଣିପାଗ କୁହାଯାଏ ।
(ii) ବାୟୁମଣ୍ଡଳରେ ଘଟୁଥ‌ିବା ପରିବର୍ତ୍ତନ ମୁଖ୍ୟତଃ ବାୟୁର ତାପମାତ୍ରା, ବୃଷ୍ଟିପାତ ଓ ସୂର୍ଯ୍ୟାଲୋକର ପରିମାଣର ପରିବର୍ତ୍ତନକୁ ବୁଝାଇଥାଏ ।
(i) ବହୁବର୍ଷ ଧରି ପାଣିପାଗର ହାରାହାରି ଅବସ୍ଥାକୁ ଜଳବାୟୁ କୁହାଯାଏ ।
(ii) ଭାରତର ଜଳବାୟୁକୁ ମୌସୁମୀ ଜଳବାୟୁ ଆଖ୍ୟା ଦିଆଯାଇଛି । କାରଣ ମୌସୁମୀ ବାୟୁ ପ୍ରଭାବରେ ଭାରତରେ ପ୍ରଚୁର ବୃଷ୍ଟି ହୋଇଥାଏ ।

(ଗ) ସଂକ୍ଷିପ୍ତ ଟିପ୍‌ପଣୀ ।
୧। କାଳବୈଶାଖୀ :
Answer:
(i) ଗ୍ରୀଷ୍ମଋତୁରେ ଭାରତର କେତେକ ଅଞ୍ଚଳରେ ଅପରାହ୍ନ ସମୟରେ ବିଜୁଳି ଓ ଘଡ଼ଘଡ଼ି ସହ ହୋଇଥାଏ । ଏହି ସମୟକୁ କାଳବୈଶାଖୀ କୁହାଯାଏ ।
(ii) ଏହା ସାମୟିକ ଭାବେ ତାପମାତ୍ରା ହ୍ରାସ କରିବା ସହ ଆଶ୍ୱସ୍ତି ଆଣିଥାଏ । କେଉଁଠି କେଉଁଠି ଧୂଳିଝଡ଼ ଓ କୁଆପଥର ବୃଷ୍ଟିଯୋଗୁଁ ଧନଜୀବନ ହାନି ଘଟିଥାଏ ।

୨। ମୌସୁମୀ ବାୟୁ :
Answer:
(i) ଏହା ଏକ ଋତୁକାଳୀନ ବାୟୁପ୍ରବାହ । ଗ୍ରୀଷ୍ମକାଳରେ ଏହା ଦକ୍ଷିଣ-ପଶ୍ଚିମ ଦିଗରୁ ଓ ଶୀତକାଳରେ ଉତ୍ତର-ପୂର୍ବ ଦିଗରୁ ପ୍ରବାହିତ ହୁଏ।
(ii) ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମୁଦ୍ର ପୃଷ୍ଠରୁ ପ୍ରବାହିତ ହେଉଥ‌ିବାରୁ ଏଥୁରେ ଅଧ୍ଵକ ଜଳୀୟ ବାଷ୍ପ ଥାଏ । ଏଥୁରୁ ପ୍ରଚୁର ବୃଷ୍ଟିପାତ ମିଳିଥାଏ ।

୩ । ଦେଓମାଳୀ :
Answer:
(i) ପୂର୍ବଘାଟ ପର୍ବତମାଳାର ଉଚ୍ଚତମ ଶୃଙ୍ଗ ।
(ii) ଏହା ଓଡ଼ିଶା ରାଜ୍ୟରେ ଅବସ୍ଥିତ ।

BSE Odisha 6th Class Geography Important Questions Chapter 7(b) ଭାରତ : ଜଳବାୟୁ, ପ୍ରାକୃତିକ ଉଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ

୪। ଆନାଇମୁଡ଼ି :
Answer:
(i) ଏହା ଦକ୍ଷିଣ ଭାରତର ଉଚ୍ଚତମ ଶୃଙ୍ଗ ।
(ii) ଏହା ନୀଳଗିରି ପର୍ବତର ଦକ୍ଷିଣକୁ ବିସ୍ତୃତ କାର୍ଡ଼ମମ ପର୍ବତରେ ଅବସ୍ଥିତ ।

(ଘ) ଭୌଗୋଳିକ କାରଣ ଦର୍ଶାଅ ।
୧। ବିଭିନ୍ନ ଅଞ୍ଚଳରେ ଜଳବାୟୁର ପାର୍ଥକ୍ୟ ଦେଖାଯାଏ ।
Answer:
(i) କୌଣସି ଅଞ୍ଚଳର ଜଳବାୟୁ ଏହାର ଅବସ୍ଥିତି । ସମୁଦ୍ର ପତ୍ତନରୁ ଉଚ୍ଚତା, ସମୁଦ୍ରଠାରୁ ଦୂରତା ଓ ପାହାଡ଼ ପର୍ବତ ଆଦି ଭୂମିରୂପ ଦ୍ବାରା ନିୟନ୍ତ୍ରତ ହୋଇଥାଏ ।
(ii) ମରୁଭୂମି ଅଞ୍ଚଳରେ ତାପମାତ୍ରା ଅଧ‌ିକ ଥିବାବେଳେ ପାର୍ବତ୍ୟ ଅଞ୍ଚଳରେ ଅଧ୍ୱ ଶୀତ ହୋଇଥାଏ । ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ମୃଦୁ ଜଳବାୟୁ ଅନୁଭୂତ ହୁଏ ।

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର 
(କ) ଶୂନ୍ୟସ୍ଥାନ ପୂରଣ କର ।
(୧) _____________________ ପତ୍ର ଜଳକ୍ଷୟ କମାଇଥାଏ ।
Answer:
ମୋଟା

(୨) ଗୁଜରାଟର ____________________ ଜଙ୍ଗଲ ଏସିଆ ସିଂହର ବାସସ୍ଥଳୀ ।
Answer:
ଗୀର

(୩) ରାଜସ୍ଥାନର ____________________ ଠାରେ ବର୍ଷେ ବର୍ଷେ ଆଦୌ ବୃଷ୍ଟିପାତ ହୋଇନଥାଏ ।
Answer:
ଜୟସାଲମେର୍

(୪) ____________________ ବୃଷ୍ଟିପାତ ଅସମାନ ଓ ଅନିଶ୍ଚିତ ।
Answer:
ମୌସୁମୀ

(୫) ୧୯୯୯ ମସିହା ଅକ୍ଟୋବର ୨୮ ତାରିଖରେ ଓଡ଼ିଶାରେ ଏକ ________________________ ହୋଇଥିଲା ।
Answer:
ମହାବାତ୍ୟା

(୬) ମେଘାଳୟର _________________________ ଠାରେ ପୃଥ‌ିବୀର ସର୍ବାଧ‌ିକ ବୃଷ୍ଟିପାତ ହୁଏ ।
Answer:
ମାଓସିନ୍‌ରାମ

BSE Odisha 6th Class Geography Important Questions Chapter 7(b) ଭାରତ : ଜଳବାୟୁ, ପ୍ରାକୃତିକ ଉଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ

(୭) ମଣିଷର ବିନା ସାହାଯ୍ୟରେ ଆପେ ଆପେ ବହୁଥ‌ିବା ଘାସ ବୁଦା ଓ ଗଛଲତାଦିକୁ ________________________ କୁହାଯାଏ ।
Answer:
ପ୍ରାକୃତିକ ଉଭିଦ

(୮) ପ୍ରଚୁର ବୃଷ୍ଟିପାତ ହେଉଥ‌ିବା ଅଞ୍ଚଳରେ ___________________________ ଅରଣ୍ୟ ଦେଖାଯାଏ ।
Answer:
ଚିରହରିତ୍

(୯) _____________________________ ବୃକ୍ଷ ହେନ୍ତାଳ ବଣର ମୁଖ୍ୟ ବୃକ୍ଷ ।
Answer:
ହେନ୍ତାଳ

(୧୦) ଡିସେମ୍ବରରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ___________________________ ଋତୁ ଅନୁଭୂତ ହୁଏ ।
Answer:
ଶୀତ

(ଖ) ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
୧। ପାଣିପାଗ କାହାକୁ କୁହାଯାଏ ?
Answer:
ବାୟୁମଣ୍ଡଳରେ ଘଟୁଥ‌ିବା ପ୍ରତିଦିନର ସାମୟିକ ପରିବର୍ତ୍ତନକୁ ପାଣିପାଗ କୁହାଯାଏ ।

୨। ରାଜସ୍ଥାନର ପଶ୍ଚିମାଞ୍ଚଳରେ କାହିଁକି ଥର୍ ମରଭୂମି ସୃଷ୍ଟି ହୋଇଛି ?
Answer:
ରାଜସ୍ଥାନର ପଶ୍ଚିମାଞ୍ଚଳରେ ଅତି କମ୍ ବୃଷ୍ଟିପାତ କାରଣରୁ ଥର୍ ମରୁଭୂମି ସୃଷ୍ଟି ହୋଇଛି ।

୩। ଜଳବାୟୁ କାହାକୁ କୁହାଯାଏ ?
Answer:
ବହୁ ବର୍ଷ ଧରି ପାଣିପାଗର ହାରାହାରି ଅବସ୍ଥାକୁ ଜଳବାୟୁ କୁହାଯାଏ ।

୪। ଓଡ଼ିଶାରେ କେବେ ମହାବାତ୍ୟା ହୋଇଥିଲା ?
Answer:
ଓଡ଼ିଶାରେ ୧୯୯୯ ମସିହା ଅକ୍ଟୋବର ୨୮ ତାରିଖରେ ମହାବାତ୍ୟା ହୋଇଥିଲା ।

୫। ମୌସୁମୀ ଶବ୍ଦଟି କେଉଁଠୁ ଆସିଛି ? ଏହାର ଅର୍ଥ କ’ଣ ?
Answer:
ମୌସୁମୀ ଶବ୍ଦଟି ଆରବ ଶବ୍ଦ ‘ମୌସମ୍’ରୁ ଆସିଛି । ଏହାର ଅର୍ଥ ଋତୁ ।

୬। ପୃଥ‌ିବୀର ସର୍ବାଧ‌ିକ ବୃଷ୍ଟିପାତ କେଉଁଠାରେ ହୁଏ ?
Answer:
ମେଘାଳୟର ମାଓସିନ୍‌ରାମଠାରେ ପୃଥ‌ିବୀର ସର୍ବାଧ‌ିକ ବୃଷ୍ଟିପାତ ହୁଏ ।

BSE Odisha 6th Class Geography Important Questions Chapter 7(b) ଭାରତ : ଜଳବାୟୁ, ପ୍ରାକୃତିକ ଉଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ

୭। ପୃଥ‌ିବୀର କେଉଁଠାରେ ବର୍ଷେ ବର୍ଷେ ଆଦୌ ବୃଷ୍ଟିପାତ ହୋଇନଥାଏ ?
Answer:
ରାଜସ୍ଥାନର ଜୟସାଲମେର୍‌ଠାରେ ବର୍ଷେ ବର୍ଷେ ଆଦୌ ବୃଷ୍ଟିପାତ ହୋଇନଥାଏ ।

୮। ବନ୍ୟପ୍ରାଣୀ ସପ୍ତାହ କେବେ ପାଳନ କରାଯାଏ ?
Answer:
ପ୍ରତିବର୍ଷ ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଏ ।

(ଗ) ଗୋଟିଏ ବା ଦୁଇଟି ଭୌଗୋଳିକ ଶବ୍ଦରେ ଉତ୍ତର ଲେଖ ।
(୧) ‘ମୌସମ୍’ ଶବ୍ଦର ଅର୍ଥ – ଋତୁ
(୨) ଜୁଆରିଆ ଅରଣ୍ୟର ମୁଖ୍ୟ ବୃକ୍ଷ – ହେନ୍ତାଳ
(୩) ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଉଥିବା ମାସ – ଅକ୍ଟୋବର
(୪) ବହୁବର୍ଷ ଧରି ପାଣିପାଗର ହାରାହାରି ଅବସ୍ଥା – ଜଳବାୟୁ
(୫) ଭାରତରେ ଥର୍ ମରୁଭୂମି ଥିବା ରାଜ୍ୟ – ରାଜସ୍ଥାନ
(୬) ପୃଥ‌ିବୀର ସର୍ବାଧ‌ିକ ବୃଷ୍ଟିପାତ ହେଉଥ‌ିବା ସ୍ଥାନ – ମେଘାଳୟର ମାଓସିନ୍‌ରାମ
(୭) ଆମର ଜାତୀୟ ପଶୁ – ବାଘ
(୮) ଭାରତର ବୃହତ୍ତମ ମରୁଭୂମି – ଥର ।

(ଘ) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
୧। ନିମ୍ନଲିଖ ମଧ୍ୟରୁ ପୃଥ‌ିବୀର ସର୍ବାଧ‌ିକ ବୃଷ୍ଟିପାତ ହେଉଥ‌ିବା ସ୍ଥାନ କିଏ ?
(A) ମୁମ୍ବାଇ
(B) ଜୟସାଲମେର
(C) ମାଓସିନ୍‌ରାମ
(D) ଚେନ୍ନାଇ
Answer:
(C) ମାଓସିନ୍‌ରାମ

୨। ଭାରତର ସର୍ବପୁରାତନ ପର୍ବତଶ୍ରେଣୀ କିଏ ?
(A) ଆରାବଳୀ
(B) ସାତପୁରା
(C) ବିନ୍ଧ୍ୟ
(D) ପଶ୍ଚିମଘାଟ
Answer:
(A) ଆରାବଳୀ

୩। ନିମ୍ନଲିଖ କେଉଁ ଅରଣ୍ୟରେ ମେହେଗାନି ଓ ରୋଜଉଡ୍ ବୃକ୍ଷ ଦେଖାଯାଏ, ?
(A) ହେନ୍ତାଳବଣ
(B) ମଧୁର ଜଳ
(C) କ୍ରାନ୍ତୀୟ ଚିରହରିତ୍‌ ଅରଣ୍ୟ
(D) କୌଣସିଟି ନୁହେଁ
Answer:
(C) କ୍ରାନ୍ତୀୟ ଚିରହରିତ୍‌ ଅରଣ୍ୟ

BSE Odisha 6th Class Geography Important Questions Chapter 7(b) ଭାରତ : ଜଳବାୟୁ, ପ୍ରାକୃତିକ ଉଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ

୪। ହେନ୍ତାଳ ବଣ ବଢିବା ପାଇଁ ନିମ୍ନଲିଖ ମଧ୍ୟରୁ କେଉଁଟି ଆବଶ୍ୟକ ?
(A) ଲୁଣିଜଳ
(B) ମଧୁର ଜଳ
(C) ଅପରିଷ୍କାର ଜଳ
(D) କୌଣସିଟି ନୁହେଁ
Answer:
(A) ଲୁଣିଜଳ

୫। ଆରବ ସାଗରରେ ଅବସ୍ଥିତ ଭାରତୀୟ ଦ୍ବୀପର ନାମ କ’ଣ ?
(A) ଆଣ୍ଡାମାନ ଓ ନିକୋବର
(B) ଲାକ୍ଷାଦ୍ଵୀପ
(C) ମାଳଦ୍ୱୀପ
(D) କୌଣସିଟି ନୁହେଁ
Answer:
(B) ଲାକ୍ଷାଦ୍ଵୀପ

୬ । ନିମ୍ନଲିଖ ମଧ୍ୟରୁ ହେନ୍ତାଳ ବଣର ମୁଖ୍ୟ ବୃକ୍ଷ କିଏ ?
(A) ସୁନ୍ଦରୀ
(B) ଶାଳ
(C) ପାଇନ୍
(D) ହେନ୍ତାଳ
Answer:
(D) ହେନ୍ତାଳ

୭ । ଭାରତର କେଉଁଠାରେ ସର୍ବନିମ୍ନ ବର୍ଷା ହୁଏ ?
(A) ଜୟସାଲମେର
(B) ମାଓସିନ୍‌ ରାମ
(C) ନିକୋବର ଦ୍ଵୀପ
(D) ଲାକ୍ଷାଦ୍ଵୀପ
Answer:
(A) ଜୟସାଲମେର

୮। ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ କେଉଁ ସମୁଦ୍ରରେ ଅବସ୍ଥିତ ?
(A) ବଙ୍ଗୋପସାଗର
(B) ଭାରତ ସାଗର
(C) ଆରବସାଗର
(D) ଆଣ୍ଟାର୍କଟିକା
Answer:
(A) ବଙ୍ଗୋପସାଗର

→ ତୁମ ଆଖପାଖରେ ବଢୁଥ‌ିବା ଗଛଗୁଡ଼ିକର ନାମ ଲେଖ । ବିଭିନ୍ନ ପ୍ରକାର ବୃକ୍ଷଲତା, ଜୀବଜନ୍ତୁ ଓ ପକ୍ଷୀମାନଙ୍କର ଛବି ସଂଗ୍ରହ କରି ତୁମ ଖାତାରେ ଲଗାଅ ।
Answer:
( ନିଜେ କର ।)

BSE Odisha 6th Class Geography Important Questions Chapter 7(b) ଭାରତ : ଜଳବାୟୁ, ପ୍ରାକୃତିକ ଉଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ

→ ତୁମ ବଗିଚାରେ ବା ଘର ପାଖ ଜାଗାରେ ଏକ ଛୋଟ ଚାରା ଗଛ ଲଗାଅ । ପ୍ରତିଦିନ ଏଥ୍ରେ ପାଣି ଦିଅ । ଗଛରେ ହେଉଥ‌ିବା ପରିବର୍ତ୍ତନକୁ ଲକ୍ଷ୍ୟକର ଓ ମାସେ ଦୁଇମାସ ପର୍ଯ୍ୟନ୍ତ ଏହାକୁ ଖାତାରେ ଟିପି ରଖ ।
Answer:
( ନିଜେ କର ।)

→ ତୁମ ଅଞ୍ଚଳକୁ ବାହାର ଅଞ୍ଚଳର ପକ୍ଷୀ ଆସୁଛନ୍ତି କି ? ଏମାନଙ୍କୁ ଚିହ୍ନଟ କର । ମୁଖ୍ୟତଃ ଶୀତଦିନେ ଅଧ୍ବକ ଦୃଷ୍ଟି ଦିଅ ।
Answer:
( ନିଜେ କର ।)

→ ଯଦି ତୁମ ଘର ପାଖ ସହରରେ ଚିଡ଼ିଆଖାନା ଅଛି ବା ଜଙ୍ଗଲ ଅଛି ବା ଅଭୟାରଣ୍ୟ ଅଛି ତେବେ ଗୁରୁଜନଙ୍କ ସାଙ୍ଗରେ ଯାଇ ସେଠାରେ ଥ‌ିବା ଭିନ୍ନ ଭିନ୍ନ ପ୍ରାଣୀଙ୍କୁ ଦେଖ ଏବଂ ସେଗୁଡ଼ିକର ନାମ ଲେଖ ।
Answer:
(ନିଜେ କର ।)

Leave a Comment