BSE Odisha 6th Class Geography Important Questions Chapter 4 ପୃଥିବୀର ଗତି

Odisha State Board BSE Odisha 6th Class Geography Important Questions Chapter 4 ପୃଥିବୀର ଗତି Important Questions and Answers.

BSE Odisha Class 6 Geography Important Questions Chapter 4 ପୃଥିବୀର ଗତି

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ପୃଥ‌ିବୀରେ ପରିକ୍ରମଣ ହେତୁ କିପରି ଉଭୟ ଗୋଲାର୍ଦ୍ଧରେ ଋତୁ ପରିବର୍ତ୍ତନ ହୁଏ ବୁଝାଅ।

BSE Odisha 6th Class Geography Important Questions Chapter 4 ପୃଥିବୀର ଗତି Q. 1
BSE Odisha 6th Class Geography Important Questions Chapter 4 ପୃଥିବୀର ଗତି

  • ପୃଥ‌ିବୀର ପରିକ୍ରମଣ କାଳରେ ଜୁନ୍‌ମାସ ୨୧ ତାରିଖ ବେଳକୁ ପୃଥ‌ିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡ଼କୁ ଆଡ଼କୁ ଆନତ ହୋଇ ରହିଥାଏ। ଏହିଦିନ କର୍କଟକ୍ରାନ୍ତି ଉପରେ ସୂର୍ଯ୍ୟଙ୍କର ଲମ୍ବକିରଣ ପଡ଼େ। ଏହି ସମୟରେ ଉତ୍ତର ଗୋଲାର୍ଦ୍ଧରେ ତାପମାତ୍ରା ବୃଦ୍ଧିପାଇ ଗ୍ରୀଷ୍ମଋତୁ ହୋଇଥାଏ। ଦକ୍ଷିଣ ଗୋଲାର୍ଦ୍ଧ ସୂର୍ଯ୍ୟଙ୍କଠାରୁ ଦୂରେଇ ଯାଇଥିବାରୁ ସେଠାରେ କମ୍ ତାପ ଯୋଗୁଁ ଶୀତଋତୁ ହୋଇଥାଏ।
  • ସେହିପରି ଡିସେମ୍ବର ୨୨ ତାରିଖ ଦିନ ପୃଥ‌ିବୀର ଦକ୍ଷିଣ ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡ଼କୁ ଆନତ ହୋଇ ରହିଥାଏ। ଏହିଦିନ ସୂର୍ଯ୍ୟକିରଣ ଲମ୍ବଭାବେ ମକରକ୍ରାନ୍ତି ଉପରେ ପଡ଼ିଥାଏ। ତେଣୁ ଦକ୍ଷିଣ ଗୋଲାର୍ଦ୍ଧରେ ଅଧ‌ିକ ସୂର୍ଯ୍ୟତାପ ଯୋଗୁଁ ଗ୍ରୀଷ୍ମଋତୁ ହୋଇଥାଏ। ମାତ୍ର ଉତ୍ତରଗୋଲାର୍ଦ୍ଧ ସୂର୍ଯ୍ୟଙ୍କଠାରୁ ଦୂରେଇ ଥିବାରୁ ସେଠାରେ ଶୀତଋତୁ ହୋଇଥାଏ।
  • ମାର୍ଚ୍ଚ ୨୧ ଓ ସେପ୍ଟେମ୍ବର ୨୩ ତାରିଖ ଦିନ ସୂର୍ଯ୍ୟକିରଣ ବିଷବବୃତ୍ତ ଉପରେ ଲମ୍ବ ଭାବେ ପଡ଼ିଥାଏ। ଏହି ଦୁଇଟି ଦିନରେ ଉଭୟ ଗୋଲାର୍ଦ୍ଧ ସୂର୍ଯ୍ୟଙ୍କଠାରୁ ସମାନ ଦୂରତାରେ ଥାଆନ୍ତି । ମାର୍ଚ୍ଚ ୨୧ ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ବସନ୍ତ ଋତୁ ହୋଇଥିବାବେଳେ ଦକ୍ଷିଣ ଗୋଲାର୍ଦ୍ଧରେ ଶରତଋତୁ ହୋଇଥାଏ। ଶରତ ଋତୁ ହୋଇଥାଏ। ଏହିପରି ପୃଥ‌ିବୀର ଗତି ଯୋଗୁଁ ଋତୁ ପରିବର୍ତ୍ତନ ସଂଘଟିତ ହୋଇଥାଏ।

(କ) ସଂକ୍ଷେପରେ ଉତ୍ତର ଦିଅ।

୧୮ ଅଧ୍ବବର୍ଷ କାହାକୁ କହନ୍ତି ?
Answer:

  • ପୃଥ‌ିବୀ ନିଜ କକ୍ଷପଥରେ ସୂର୍ଯ୍ୟଙ୍କୁ ପରିକ୍ରମଣ କରିବାକୁ ୩୬୫ ଦିନ ୬ ଘଣ୍ଟା ସମୟ ନିଏ।
  • ଗୋଟିଏ ବର୍ଷର ବଳକା ୬ ଘଣ୍ଟା ସମୟ ପ୍ରତି ୪ ବର୍ଷରେ ୨୪ ଘଣ୍ଟା ବା ୧ ଦିନ ହୁଏ। ଏହାକୁ ସେହି ବର୍ଷର ଫେବୃୟାରୀ ମାସରେ ଯୋଗ କରାଯାଏ, ଫଳରେ ସେ ବର୍ଷର ଫେବୃୟାରୀ ମାସ ୨୯ ଦିନ ହୁଏ। ଏହି ବର୍ଷଟିକୁ ଅଧୂବର୍ଷ କହନ୍ତି।

BSE Odisha 6th Class Geography Important Questions Chapter 4 ପୃଥିବୀର ଗତି

୨। ଗ୍ରୀଷ୍ମ ଅୟନାନ୍ତ ଦିବସ କାହାକୁ କୁହାଯାଏ ?
Answer:

  • ଜୁନ୍ ମାସ ୨୧ ତାରିଖ ଦିନ ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟ ଆଡ଼କୁ ଆନତ ହୋଇ ରହିଥାଏ ଏବଂ କର୍କଟକ୍ରାନ୍ତି ଉପରେ ସୂର୍ଯ୍ୟକିରଣ ଲମ୍ବଭାବେ ପଡ଼ିଥାଏ। ଏହି ଦିନଟିକୁ ଗ୍ରୀଷ୍ମ ଅୟନାନ୍ତ ଦିବସ କୁହାଯାଏ।
  • ଏହି ସମୟରେ ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଶୀତଋତୁ ହୋଇଥାଏ।

୩। ସୂର୍ଯ୍ୟ ଚାରିପାଖରେ ଘୂରୁନଥିଲେ କ’ଣ ହୁଅନ୍ତା ?
Answer:

  • ପୃଥ‌ିବୀ ସୂର୍ଯ୍ୟ ଚାରିପଟେ ଘୂରୁନଥିଲେ, ପୃଥ‌ିବୀରେ ଦିନରାତି ସାନବଡ଼ ହୁଅନ୍ତା ନାହିଁ କି ମଧ୍ୟ ହୁଅନ୍ତା ନାହିଁ।
  • ସୂର୍ଯ୍ୟ ସଦାସର୍ବଦା ପୂର୍ବଦିଗରେ ଆକାଶର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଉଦୟ ହୁଅନ୍ତେ ଓ ପଶ୍ଚିମରେ ଆକାଶର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅସ୍ତ ଯାଆନ୍ତେ।

୪। ଶୀତ ଅୟନାନ୍ତ ଦିବସ କାହାକୁ କୁହାଯାଏ ?
Answer:

  • ଡିସେମ୍ବର ୨୨ ତାରିଖ ବେଳକୁ ପୃଥ‌ିବୀର ଦକ୍ଷିଣ ଗୋଲାର୍ଡ଼ ସୂର୍ଯ୍ୟଙ୍କ ଆଡ଼କୁ ଢଳି ରହିଥାଏ ଓ ସେଠାରେ ତାପମାତ୍ରା ଅଧିକ ହୋଇଥାଏ।
  • ଏହି ଦିନ ମକରକ୍ରାନ୍ତି ଉପରେ ସୂର୍ଯ୍ୟକିରଣ ଲମ୍ବ ଭାବରେ ପଡ଼ିଥାଏ। ତେଣୁ ଏଠାରେ ଗ୍ରୀଷ୍ମଋତୁ ହୋଇଥାଏ। ଉତ୍ତର ଗୋଲାର୍ଦ୍ଧରେ ଏହି ସମୟରେ ଶୀତଋତୁ ହୋଇଥାଏ। ଏହି ଦିବସଟିକୁ ଶୀତ ଅୟନାନ୍ତ ଦିବସ କୁହାଯାଏ।

୫। ଜୁନ୍ ୨୧ ତାରିଖର ବିଶେଷତ୍ଵ କ’ଣ ?
Answer:

  • ଜୁନ୍ ୨୧ ତାରିଖ ଦିନ କର୍କଟକ୍ରାନ୍ତି ଉପରେ ସୂର୍ଯ୍ୟଙ୍କ ଲମ୍ବକିରଣ ପଡ଼େ। ଏହି ଦିନଟିକୁ ଗ୍ରୀଷ୍ମ ଅୟନାନ୍ତ ଦିବସ କୁହାଯାଏ।
  • ଏହି ସମୟରେ ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ଓ ଦକ୍ଷିଣ ଗୋଲାର୍ଦ୍ଧରେ ଶୀତଋତୁ ହୋଇଥାଏ।

BSE Odisha 6th Class Geography Important Questions Chapter 4 ପୃଥିବୀର ଗତି

୬। ସମଦିବାରାତ୍ର ଦିବସ କାହାକୁ କୁହାଯାଏ ?
Answer:

  • ମାର୍ଚ୍ଚ ୨୧ ତାରିଖ ଓ ସେପ୍ଟେମ୍ବର ୨୩ ତାରିଖରେ ସୂର୍ଯ୍ୟରଶ୍ମି ବିଷୁବ ବୃତ୍ତ ଉପରେ ସିଧାସଳଖ ବା ଲମ୍ବଭାବେ ପଡ଼ିଥାଏ।
  • ଏହି ଦୁଇଟି ଦିନରେ ଉଭୟ ଗୋଲାର୍ଦ୍ଧ ସୂର୍ଯ୍ୟଠାରୁ ସମାନ ଦୂରତ୍ଵରେ ଥାଏ। ତେଣୁ ଉଭୟ ଗୋଲାର୍ଦ୍ଧରେ ଦିନ ଓ ରାତି ସମାନ ହୋଇଥାଏ। ଏଣୁ ଏହି ଉଭୟ ଦିନକୁ ସମ-ଦିବାରାତ୍ର ଦିବସ କୁହାଯାଏ।

୭। ଉତ୍ତରାୟଣ ଗତି କାହାକୁ କୁହାଯାଏ ?
Answer:

  • ମାର୍ଚ୍ଚ ୨୧ ତାରିଖ ପରଠାରୁ ଉଭୟ ଗୋଲାର୍ଦ୍ଧ କ୍ରମଶଃ ଅଧ‌ିକ ଆନତ ହୁଏ ବା ଢ଼ଳି ରହେ।
  • ଏହାକ୍ରମେ ବଢ଼ି ବଢ଼ି ଜୁନ୍ ୨୧ ତାରିଖକୁ ସର୍ବାଧ‌ିକ ହୋଇଥାଏ। ଏହି ସମୟରେ ସୂର୍ଯ୍ୟଙ୍କ ପ୍ରତୀୟମାନ ଗତିକୁ ଉତ୍ତରାୟଣ ଗତି କୁହାଯାଏ।

୮। ଦକ୍ଷିଣାୟନ ଗତି କାହାକୁ କୁହାଯାଏ ?
Answer:
ସେପ୍ଟେମ୍ବର ୨୩ ତାରିଖରୁ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କର ଦକ୍ଷିଣ ଦିଗକୁ ପ୍ରତୀୟମାନ ଗତିକୁ ଦକ୍ଷିଣାୟନ ଗତି କୁହାଯାଏ।

(ଖ) ସଂକ୍ଷିପ୍ତ ଟିପ୍ପଣୀ।
୧। ଆବର୍ତ୍ତନ ଗତି :
Answer:

  • ପୃଥ‌ିବୀ ତା’ର ଅକ୍ଷ ଚତୁଃପାର୍ଶ୍ବରେ ଘୂରିବାକୁ ଆବର୍ତ୍ତନ କୁହାଯାଏ। ଏକ ପୂର୍ଣ୍ଣ ଆବର୍ତ୍ତନ କରିବାକୁ ପୃଥ‌ିବୀ ପ୍ରାୟ ୨୪ ଘଣ୍ଟା ସମୟ ନିଏ।
  • ପୃଥ‌ିବୀର ଆବର୍ତ୍ତନ ଗତି ଯୋଗୁଁ ଦିନ ଓ ରାତି ସଙ୍ଗଠିତ ହୁଏ।

BSE Odisha 6th Class Geography Important Questions Chapter 4 ପୃଥିବୀର ଗତି

୨। ପରିକ୍ରମଣ ଗତି :
Answer:

  • ପୃଥ‌ିବୀ ଏକ ଉପବୃତ୍ତାକାର କକ୍ଷପଥରେ ସୂର୍ଯ୍ୟଙ୍କ ଚାରିପଟେ ପ୍ରଦକ୍ଷିଣ କରିବାକୁ ପରିକ୍ରମଣ କୁହାଯାଏ। ଏକ ପୂର୍ଣ୍ଣ ପରିକ୍ରମଣ ପାଇଁ ପୃଥ‌ିବୀ ପ୍ରାୟ ୩୬୫ ଦିନ ବା ୧ ବର୍ଷ ସମୟ ନିଏ।
  • ପୃଥ‌ିବୀର ପରିକ୍ରମଣ ଗତି ଯୋଗୁଁ ଋତୁ ପରିବର୍ତ୍ତନ ସଙ୍ଗଠିତ ହୁଏ।

୩। ଆଲୋକ ବୃତ୍ତ :
Answer:

  • ପୃଥ‌ିବୀ ସୂର୍ଯ୍ୟ ସମ୍ମୁଖରେ ଅବସ୍ଥାପିତ ହେଲାବେଳେ ପୃଥ‌ିବୀର ଅର୍ଦ୍ଧେକ ଅଂଶ ଆଲୋକିତ ହୁଏ ଏବଂ ଅର୍ଦ୍ଧେକ ଅଂଶ ଅନ୍ଧକାରରେ ରହେ।
  • ଆଲୋକିତ ଅଂଶ ଓ ଅନ୍ଧାର ଅଂଶର ସନ୍ଧିସ୍ଥଳ ଏକ ବୃତ୍ତ ବା ବଳୟ ସଦୃଶ। ଏହି ବୃତ୍ତଟିକୁ ଆଲୋକବୃତ୍ତ କୁହାଯାଏ।

୪। ଅଧୂବର୍ଷ :
Answer:

  • ଯେଉଁ ବର୍ଷର ଫେବୃୟାରୀ ଦିନ ସଂଖ୍ୟା ୨୯ ତାହାକୁ ଅଧ୍ବବର୍ଷ କୁହାଯାଏ।
  • ଯେଉଁ ମସିହା ୪ଦ୍ୱାରା ସମ୍ପୂର୍ଣ୍ଣ ବିଭାଜ୍ୟ ସେହି ବର୍ଷଟି ଅଧ୍ବବର୍ଷ ହୋଇଥାଏ।

(ଗ) ଭୌଗୋଳିକ କାରଣ ଦର୍ଶାଅ।

୧। ବିଷୁବ ବୃତ୍ତର ଆବର୍ତ୍ତନ ବେଗ ସର୍ବାଧ‌ିକ।
Answer:

  • ପୃଥ‌ିବୀ ପୃଷ୍ଠରେ କଳ୍ପନା କରାଯାଇଥିବା ସମାକ୍ଷ ବୃତ୍ତଗୁଡ଼ିକ ମଧ୍ୟରେ ବିଷୁବ ବୃତ୍ତର ଦୈର୍ଘ୍ୟ ସର୍ବାଧ‌ିକ। ଏହି ବୃତ୍ତ ଉପରିସ୍ଥ ସ୍ଥାନଗୁଡ଼ିକୁ ୨୪ ଘଣ୍ଟାରେ ଯେତିକି ଦୂରତା ଅତିକ୍ରମ କରିବାକୁ ହୁଏ, ଅନ୍ୟସ୍ଥାନଗୁଡ଼ିକୁ ତା’ଠାରୁ କମ୍ ଦୂରତା ଅତିକ୍ରମ କରିବାକୁ ହୋଇଥାଏ।
  • ତେଣୁ ବିଷୁବ ବୃତ୍ତର ଆବର୍ତ୍ତନ ବେଗ ସର୍ବାଧିକ।

୨। ପୃଥ‌ିବୀ ଅଧ‌ିକ ବେଗରେ ଗତି କରୁଥିଲେ ମଧ୍ୟ ତାହା ଆମକୁ ଜଣାପଡ଼େ ନାହିଁ।
Answer:

  • ପୃଥ‌ିବୀ ଅଧ‌ିକ ବେଗରେ ଗତି କରୁଥିଲେ ମଧ୍ୟ ତାହା ଆମକୁ ଜଣାପଡ଼େ ନାହିଁ। କାରଣ, ପୃଥ‌ିବୀର ଆକାର ବହୁତ ବଡ଼। ତା’ର ଆୟତନ ତୁଳନାରେ ଆମର ସ୍ଥିତି ଏକ ଗ୍ଲୋବ୍‌ରେ ସାମାନ୍ୟ ବିନ୍ଦୁ ସଦୃଶ।
  • ତେଣୁ ଆମେ ପୃଥ‌ିବୀର ଆବର୍ତ୍ତନବେଗ ଖୁବ୍ ଅଧିକ ହୋଇଥିଲେ ମଧ୍ୟ ତାହା ଅନୁଭବ କରିପାରୁ ନାହିଁ।

BSE Odisha 6th Class Geography Important Questions Chapter 4 ପୃଥିବୀର ଗତି

୩। ମାର୍ଚ୍ଚ ୨୧ ତାରିଖ ଓ ସେପ୍ଟେମ୍ବର ୨୩ ତାରିଖ ଉଭୟ ଦିନ ସମ ଦିବାରାତ୍ର ଦିବସ ରୂପେ ପରିଚିତ।
Answer:

  • ମାର୍ଚ୍ଚ ୨୧ ତାରିଖ ଓ ସେପ୍ଟେମ୍ବର ୨୩ ତାରିଖରେ ସୂର୍ଯ୍ୟ ରଶ୍ମି ବିଷୁବ ବୃତ୍ତ ଉପରେ ସିଧାସଳଖ ବା ଲମ୍ବ ଭାବେ ପଡ଼ିଥାଏ। ଏହି ଦୁଇଟି ଦିନରେ ଉଭୟ ଗୋଲାର୍ଦ୍ଧ ସୂର୍ଯ୍ୟଠାରୁ ସମାନ ଦୂରତ୍ଵରେ ଥାଏ।
  • ତେଣୁ ଉଭୟ ଗୋଲାର୍ଦ୍ଧରେ ଦିନ ଓ ରାତି ସମାନ ହୋଇଥାଏ। ଏଣୁ ଏହି ଉଭୟ ଦିନ ସମ ଦିବାରାତ୍ର ଦିବସ ରୂପେ ପରିଚିତ।

୪। ପୃଥ‌ିବୀ ଆବର୍ତ୍ତନ କଲାବେଳେ ମେରୁ ଦୁଇଟି ସ୍ଥିର ଥାଆନ୍ତି।
Answer:

  • ସମସ୍ତ ସମାକ୍ଷବୃତ୍ତ ମଧ୍ଯରେ ବିଷୁବ ବୃତ୍ତ ବୃହତ୍ତମ। ବିଷୁବ ବୃତ୍ତଠାରୁ ମେରୁ ଆଡ଼କୁ ଗଲେ ସମାକ୍ଷବୃତ୍ତଗୁଡ଼ିକର ପରିଧ୍ଵକ୍ରମେ ଛୋଟ ହୋଇ ମେରୁଠାରେ ଗୋଟିଏ ବିନ୍ଦୁରେ ପରିଣତ ହୁଅନ୍ତି।
  • ଅର୍ଥାତ୍ ବିଷୁବ ବୃତ୍ତଠାରୁ ମେରୁଆଡ଼କୁ ଗଲେ ଆବର୍ତ୍ତନ ବେଗ କମି କମି ଦୁଇ ମେରୁଠାରେ ଶୂନ ହୋଇଥାଏ। ତେଣୁ ଆବର୍ତ୍ତନ କଲାବେଳେ ମେରୁ ଦୁଇଟି ସ୍ଥିର ଥାଆନ୍ତି।

(କ) ଶୂନ୍ୟସ୍ଥାନ ପୂରଣ କର।

(୧) ଅଧୂବର୍ଷରେ ସାଧାରଣତଃ __________ ମାସର ଦିନ ସଂଖ୍ୟା ୧ ଦିନ ଅଧ୍ଯକ ହୁଏ।
Answer:
ଫେବୃୟାରୀ

(୨) ସୂର୍ଯ୍ୟ ପୃଥ‌ିବୀଠାରୁ ________ ଗୁଣ ବଡ଼।
Answer:
୧୩ ଲକ୍ଷ

(୩) ପୃଥ‌ିବୀକୁ ଏକ ପୂର୍ଣ ଆବର୍ତ୍ତନ କରିବାକୁ ପ୍ରାୟ __________ ଘଣ୍ଟା ସମୟ ଲାଗେ।
Answer:
୨୪

BSE Odisha 6th Class Geography Important Questions Chapter 4 ପୃଥିବୀର ଗତି

(୪) ପୃଥ‌ିବୀର_______ ଗତିଯୋଗୁଁ ଦିନ ଓ ରାତି ହୁଏ।
Answer:
ଆବର୍ତ୍ତନ

(୫) __________ ତାରିଖରେ ଦିନରାତି ସମାନ ହୁଏ।
Answer:
ମାର୍ଜ – ୨୧

(୬) ପୃଥ‌ିବୀର ଅକ୍ଷ ତା’ର କକ୍ଷତଳ ସହିତ _________ ଡିଗ୍ରୀ କୋଣ କରି ଆନତ ଥାଏ।
Answer:
୬୬୧°/୨

(୭) ଜୁନ୍ ମାସ ୨୧ ତାରିଖଟି ପୃଥ‌ିବୀରେ _________ ରୂପେ ପରିଚିତ।
Answer:
ଗ୍ରୀଷ୍ମ ଅୟନାନ୍ତ ଦିବସ

(୮) ପୃଥ‌ିବୀର ଦୁଇମେରୁଠାରେ ଆବର୍ତ୍ତନ ବେଗ ଘଣ୍ଟାକୁ _________ କି.ମି.।
Answer:
ଶୂନ

BSE Odisha 6th Class Geography Important Questions Chapter 4 ପୃଥିବୀର ଗତି

(୯) ପୃଥ‌ିବୀର ଉତ୍ତର ମେରୁ ସର୍ବଦା ________ ନକ୍ଷତ୍ର ଆଡ଼କୁ ଥାଏ।
Answer:
ଧ୍ରୁବ

(୧୦) ପୃଥ‌ିବୀ ସୂର୍ଯ୍ୟ ଚାରିପଟେ ଏକ ନିର୍ଦ୍ଦିଷ୍ଟ ପଥରେ ପ୍ରଦକ୍ଷିଣ କରିବାକୁ _________ କୁହାଯାଏ।
Answer:
ପରିକ୍ରମଣ

(ଖ ) ଗୋଟିଏ ବାକ୍ୟରେ ଉତ୍ତର ଲେଖ।

୧।ପୃଥ‌ିବୀର ଆବର୍ତ୍ତନ ବେଗ କେଉଁଠାରେ ସର୍ବନିମ୍ନ ?
Answer:
ପୃଥ‌ିବୀର ଆବର୍ତ୍ତନ ବେଗ ମେରୁଠାରୁ ସର୍ବନିମ୍ନ।

୨। କେଉଁଦିନ ପୃଥ‌ିବୀର ସର୍ବତ୍ର ଦିବାରାତ୍ର ସମାନ ହୁଏ ?
Answer:
ମାର୍ଚ୍ଚ ୨୧ ତାରିଖ ଓ ସେପ୍ଟେମ୍ବର ୨୩ ତାରିଖ ଦିନ ପୃଥ‌ିବୀର ସର୍ବତ୍ର ଦିବାରାତ୍ର ସମାନ ହୁଏ।

BSE Odisha 6th Class Geography Important Questions Chapter 4 ପୃଥିବୀର ଗତି

୩। ପୃଥ‌ିବୀର ଆବର୍ତ୍ତନ ଫଳରେ କ’ଣ ଘଟେ ?
Answer:
ପୃଥ‌ିବୀର ଆବର୍ତ୍ତନ ଫଳରେ ଦିନରାତି ହୁଏ।

୪। ପୃଥ‌ିବୀର ପରିକ୍ରମଣ ଫଳରେ କ’ଣ ଘଟେ ?
Answer:
ପୃଥ‌ିବୀର ପରିକ୍ରମଣ ଫଳରେ ଋତୁ ପରିବର୍ତ୍ତନ ହୁଏ।

୫। ପୃଥ‌ିବୀକୁ ପୂର୍ଣ୍ଣ ଆବର୍ତ୍ତନ କରିବାକୁ କେତେ ସମୟ ଲାଗେ ?
Answer:
ପୃଥ‌ିବୀକୁ ପୂର୍ଣ୍ଣ ଆବର୍ତ୍ତନ କରିବାକୁ ପ୍ରାୟ ୨୪ ଘଣ୍ଟା ସମୟ ଲାଗେ।

୬। କେଉଁଦିନ ଉତ୍ତର ଗୋଲାର୍ଦ୍ଧରେ କ୍ଷୁଦ୍ରତମ ରାତି ହୁଏ ?
Answer:
ଜୁନ୍ ୨୧ ତାରିଖ ଦିନ ଉତ୍ତର ଗୋଲାର୍ଦ୍ଧରେ କ୍ଷୁଦ୍ରତମ ରାତି ହୁଏ।

୭। ବିଷୁବ ବୃତ୍ତଠାରେ ପୃଥ‌ିବୀର ଆବର୍ତ୍ତନର ବେଗ ଘଣ୍ଟାପ୍ରତି କେତେ ?
Answer:
ବିଷୁବ ବୃତ୍ତଠାରେ ପୃଥ‌ିବୀର ଆବର୍ତ୍ତନର ବେଗ ଘଣ୍ଟାପ୍ରତି ୧୭୭୦ କିଲୋମିଟର।

BSE Odisha 6th Class Geography Important Questions Chapter 4 ପୃଥିବୀର ଗତି

୮। ପୃଥ‌ିବୀର ଉତ୍ତରମେରୁ ସର୍ବଦା କେଉଁ ନକ୍ଷତ୍ର ଆଡ଼କୁ ଥାଏ ?
Answer:
ପୃଥ‌ିବୀର ଉତ୍ତରମେରୁ ସର୍ବଦା ଧ୍ରୁବ ନକ୍ଷତ୍ର ଆଡ଼କୁ ଥାଏ।

୯ । ସାଧାରଣତଃ ଦୁଇଟି ଅଧ୍ବବର୍ଷ ମଧ୍ୟରେ ଦୂରତା କେତେ ?
Answer:
ସାଧାରଣତଃ ଦୁଇଟି ଅଧ୍ବବର୍ଷ ମଧ୍ୟରେ ଦୂରତା ୪ ବର୍ଷ।

୧୦। ଡିସେମ୍ବର ୨୨ ତାରିଖ ପୃଥ‌ିବୀରେ କେଉଁ ଦିବସ ରୂପେ ପରିଚିତ ?
Answer:
ଡିସେମ୍ବର ୨୨ ତାରିଖଟି ପୃଥ‌ିବୀରେ ଶୀତ ଅୟନାନ୍ତ ଦିବସ ରୂପେ ପରିଚିତ।

BSE Odisha 6th Class Geography Important Questions Chapter 4 ପୃଥିବୀର ଗତି

(ଗ) ଗୋଟିଏ ଭୌଗୋଳିକ ଶବ୍ଦରେ ଉତ୍ତର ଲେଖ।

(୧) ସାଧାରଣତଃ ଦୁଇଟି ଅଧ୍ବବର୍ଷ ମଧ୍ୟରେ ବ୍ୟବଧାନ –
Answer:
୪ ବର୍ଷ

(୨) ପୃଥ‌ିବୀର ଆବର୍ତ୍ତନ ବେଗ ଯେଉଁଠାରେ ସର୍ବନିମ୍ନ ହୁଏ –
Answer:
ମେରୁ

(୩) ପୃଥ‌ିବୀର ଆଲୋକିତ ଅଂଶ ଓ ଅନ୍ଧାର ଅଂଶର ମିଳନସ୍ଥଳ –
Answer:
ଆଲୋକବୃତ୍ତ

(୪) ଉତ୍ତର ଗୋଲାର୍ଦ୍ଧରେ କ୍ଷୁଦ୍ରତମ ରାତି ହେଉଥ‌ିବା ଦିବସ –
Answer:
ଜୁନ୍ ୨୧

(୫) ପୃଥ‌ିବୀର ଯେଉଁ ଘଟଣାଯୋଗୁଁ ଦିନରାତି ହୁଏ –
Answer:
ଆବର୍ତ୍ତନ ଗତି

BSE Odisha 6th Class Geography Important Questions Chapter 4 ପୃଥିବୀର ଗତି

(୬) ପୃଥ‌ିବୀର ଯେଉଁ ଘଟଣାଯୋଗୁଁ ଋତୁ ପରିବର୍ତ୍ତନ ହୁଏ –
Answer:
ପରିକ୍ରମଣ ଗତି

(୭) ପୃଥ‌ିବୀର ଅକ୍ଷ ତା’ର କକ୍ଷତଳ ସହିତ ଯେତ ଡିଗ୍ରୀ କୋଣ କରି ଆନତ ଥାଏ –
Answer:
୬୬୧°/୨

(୮) ପୃଥ‌ିବୀର ଦୁଇମେରୁଠାରେ ଘଣ୍ଟାପ୍ରତି ଆବର୍ତ୍ତନ ବେଗ –
Answer:
ଶୂନ କି.ମି.

(୯) ଉତ୍ତର ମେରୁର ଠିକ୍ ମୁଣ୍ଡ ଉପରେ ଦେଖାଯାଉଥ‌ିବା ନକ୍ଷତ୍ର –
Answer:
ଧ୍ରୁବ

(୧୦) ଫେବୃୟାରୀ ମାସ ୨୯ ଦିନିଆ ହୋଇଥ‌ିବା ବର୍ଷ –
Answer:
ଅଧ୍ବବର୍ଷ

BSE Odisha 6th Class Geography Important Questions Chapter 4 ପୃଥିବୀର ଗତି
Objective Type Questions With Answers

(ଘ) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ।

୧। ନିମ୍ନଲିଖ ମଧ୍ୟରୁ ଅଧୂବର୍ଷ କେଉଁମାସରେ ପଡ଼େ?
(A) ମାର୍ଜ
(B) ଡିସେମ୍ବର
(C) ଫେବୃୟାରୀ
(D) ଜାନୁଆରୀ
Answer:
(C) ଫେବୃୟାରୀ

୨। ପୃଥ‌ିବୀର ଅକ୍ଷ ତା’ର କକ୍ଷ ତଳ ସହିତ କେତେ ଡିଗ୍ରୀ କୋଣ କରି ଆନତ ଥାଏ ?
(A) ୩୩ ୧°/୨
(B) ୬୬ ୧°/୨
(C) ୪୮ ୧°/୨
(D) ୬୭ ୧°/୨
Answer:
(B) ୬୬ ୧°/୨

୩। ସେପ୍ଟେମ୍ବର ୨୩ ତାରିଖରୁ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କର ଦକ୍ଷିଣ ଦିଗକୁ ପ୍ରତୀୟମାନ ଗତିକୁ କ’ଣ କୁହାଯାଏ ?
(A) ଉତ୍ତରାୟଣ ଗତି
(B) ପଶ୍ଚିମାୟନ ଗତି
(C) ପୂର୍ବାୟନ ଗତି
(D) ଦକ୍ଷିଣାୟନ ଗତି
Answer:
(D) ଦକ୍ଷିଣାୟନ ଗତି

BSE Odisha 6th Class Geography Important Questions Chapter 4 ପୃଥିବୀର ଗତି

୪। ବିଷୁବ ବୃତ୍ତଠାରେ ପୃଥ‌ିବୀର ଆବର୍ତ୍ତନର ବେଗ ଘଣ୍ଟାପ୍ରତି କେତେ ?
(A) ୧୬୬୦ କି.ମି.
(B) ୧୭୭୦ କି.ମି.
(C) ୧୫୮୦ କି.ମି.
(D) ୧୮୮୦ କି.ମି.
Answer:
(B) ୧୭୭୦ କି.ମି.

୫। ସୂର୍ଯ୍ୟ ପୃଥ‌ିବୀଠାରୁ କେତେଗୁଣ ବଡ଼ ?
(A) ୧୩ ଲକ୍ଷ
(B) ୧୦ ଲକ୍ଷ
(C) ୧୨ ଲକ୍ଷ
(D) ୧୫ ଲକ୍ଷ
Answer:
(A) ୧୩ ଲକ୍ଷ

୬। ଦକ୍ଷିଣ ଗୋଲାର୍ଦ୍ଧରେ କେତେ ତାରିଖରେ କ୍ଷୁଦ୍ରତମ ଦିନ ଓ ଦୀର୍ଘତମ ରାତି ହୋଇଥାଏ?
(A) ଡିସେମ୍ବର ୨୨
(B) ଜାନୁଆରୀ ୧୮
(C) ଜୁନ୍ ୨୧
(D) ମାର୍ଚ୍ଚ ୨୧
Answer:
(C) ଜୁନ୍ ୨୧

୭। ଉତ୍ତର ଗୋଲାର୍ଦ୍ଧରେ କେଉଁ ଦିନ କ୍ଷୁଦ୍ରତମ ରାତି ହୁଏ ?
(A) ମାର୍ଚ୍ଚ ୨୧
(B) ମେ ୨୧
(C) ଜୁନ ୨୧
(D) ଏପ୍ରିଲ ୨୧
Answer:
(C) ଜୁନ ୨୧

BSE Odisha 6th Class Geography Important Questions Chapter 4 ପୃଥିବୀର ଗତି

(ଙ) ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର।

1. ପୃଥ‌ିବୀ ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣଭାବେ ଥରେ ପ୍ରଦକ୍ଷିଣ କରିବାକୁ _________ ସମୟ ନିଏ।
(୩୬୫ ଦିନ, ୩୬୫ ଦିନ ୪ ଘଣ୍ଟା, ୩୬୫ ଦିନ ୬ ଘଣ୍ଟା, ୩୬୫ ଦିନ ୭ ଘଣ୍ଟା)
Answer:
୩୬୫ ଦିନ ୬ ଘଣ୍ଟା

2. ପୃଥ‌ିବୀକୁ ଏକ ପୂର୍ଣ୍ଣ ଆବର୍ତ୍ତନ କରିବାକୁ ପ୍ରାୟ ____________ ଘଣ୍ଟା ସମୟ ଲାଗେ।
(୨୪, ୨୮ , ୨०, ୧୨)
Answer:
୨୪

3. ପୃଥ‌ବୀର ___________ ଗତିଯୋଗୁଁ ଦିନ ଓ ରାତି ହୁଏ।
(ପରିକ୍ରମଣ, ଆବର୍ତ୍ତନ, ବାର୍ଷିକ, ସରଳରୈଖିକ)
Answer:
ଆବର୍ତ୍ତନ

4. ସୂର୍ଯ୍ୟ ପୃଥ‌ିବୀଠାରୁ ________ ଗୁଣ ବଡ଼।
(୧୩ ଶହ, ୧୩ ହଜାର, ୧୩ ଲକ୍ଷ, ୧୩ କୋଟି)
Answer:
୧୩ ଲକ୍ଷ

BSE Odisha 6th Class Geography Important Questions Chapter 4 ପୃଥିବୀର ଗତି

5. ____________ ତାରିଖରେ ଦିନରାତି ସମାନ ହୁଏ।
(ମାର୍ଚ୍ଚ-୨୧, ଡିସେମ୍ବର-୨୨, ଜୁନ୍-୨୧, ସେପ୍ଟେମ୍ବର-୨୨)
Answer:
ମାର୍ଚ୍ଚ-୨୧

6. ଅଧୂବର୍ଷରେ ସାଧାରଣତଃ ________ ମାସର ଦିନସଂଖ୍ୟା ୧ ଦିନ ଅଧ୍ବକ ହୁଏ।
(ନଭେମ୍ବର, ଡିସେମ୍ବର, ଜାନୁଆରୀ, ଫେବୃୟାରୀ)
Answer:
ଫେବୃୟାରୀ

7. ବିଷୁବ ବୃତ୍ତରେ ଆବର୍ତ୍ତନ ବେଗ ଘଣ୍ଟାପ୍ରତି __________ କି.ମି.।
(୧୫୭୦, ୧୬୭୦, ୧୭୭୦, ୧୮୭୦)
Answer:
୧୭୭୦।

(ଚ) ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ଦୃଷ୍ଟିକୋଣରୁ ଅନ୍ୟ ତିନୋଟିଠାରୁ ଭିନ୍ନ ଥ‌ିବା ଶବ୍ଦଟି ବାଛି ଲେଖ।

1. ସାଧାରଣତଃ ଦୁଇଟି ଅଧ୍ବବର୍ଷ ମଧ୍ୟରେ ବ୍ୟବଧାନ –
Answer:
୪ ବର୍ଷ

2.ପୃଥ‌ିବୀର ଆବର୍ଣନ ବେଗ ଯେଉଁଠାରେ ସର୍ବନିମ୍ନ ହୁଏ –
Answer:
ମେରୁ

BSE Odisha 6th Class Geography Important Questions Chapter 4 ପୃଥିବୀର ଗତି

3. ପୃଥ‌ିବୀର ଆଲୋକିତ ଅଂଶ ଓ ଅନ୍ଧାର ଅଂଶର ମିଳନସ୍ଥଳ –
Answer:
ଆଲୋକବୃତ୍ତ

4. ଉତ୍ତର ଗୋଲାର୍ଦ୍ଧରେ କ୍ଷୁଦ୍ରତମ ରାତି ହେଉଥ‌ିବା ଦିବସ –
Answer:
ଜୁନ୍ ୨୧

5. ପୃଥ‌ିବୀର ଯେଉଁ ଘଟଣାଯୋଗୁଁ ଦିନରାତି ହୁଏ –
Answer:
ଆବର୍ତ୍ତନ ଗତି

6. ପୃଥ‌ିବୀର ଯେଉଁ ଘଟଣାଯୋଗୁଁ ଋତୁ ପରିବର୍ତ୍ତନ ହୁଏ –
Answer:
ପରିକ୍ରମଣ ଗତି

7. ପୃଥ‌ିବୀର ଅକ୍ଷ ତା’ର କକ୍ଷତଳ ସହିତ ଯେତ ଡିଗ୍ରୀ କୋଣ କରି ଆନତ ଥାଏ –
Answer:
୬୬୧°/୨

8. ପୃଥ‌ିବୀର ଦୁଇମେରୁଠାରେ ଘଣ୍ଟାପ୍ରତି ଆବର୍ତ୍ତନ ବେଗ –
Answer:
ଶୂନ କି.ମି.

9. ଉତ୍ତର ମେରୁର ଠିକ୍ ମୁଣ୍ଡ ଉପରେ ଦେଖାଯାଉଥ‌ିବା ନକ୍ଷତ୍ର –
Answer:
ଧ୍ରୁବ

BSE Odisha 6th Class Geography Important Questions Chapter 4 ପୃଥିବୀର ଗତି

10. ଫେବୃୟାରୀ ମାସ ୨୯ ଦିନିଆ ହୋଇଥିବା ବର୍ଷ –
Answer:
ଅଧୂବର୍ଷ

ତୁମ ପାଇଁ କାମ :

  • ପୃଥ‌ିବୀର କକ୍ଷପଥରେ ବର୍ଷର ମୁଖ୍ୟ ଚାରିଟି ଋତୁର ଅବସ୍ଥିତିକୁ ଚିତ୍ର ଅଙ୍କନ କରି ଦର୍ଶାଅ।
    Answer:
    ( ନିଜେ କର ।)

Leave a Comment