Odisha State Board BSE Odisha 6th Class Geography Solutions Chapter 7(b) ଭାରତ : ଜଳବାୟୁ, ପ୍ରାକୃତିକ ଉଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ Textbook Exercise Questions and Answers.
BSE Odisha Class 6 Geography Solutions Chapter 7(b) ଭାରତ : ଜଳବାୟୁ, ପ୍ରାକୃତିକ ଉଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ
୧। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ସଂକ୍ଷେପରେ ଲେଖ ।
(କ) କେଉଁ ବାୟୁଦ୍ୱାରା ଭାରତରେ ବୃଷ୍ଟିପାତ ହୋଇଥାଏ ? ଏହା କାହିଁକି ଏତେ ଗୁରୁତ୍ବପୂର୍ଣ ?
Answer:
(୧) ମୌସୁମୀ ବାୟୁଦ୍ୱାରା ଭାରତରେ ବୃଷ୍ଟିପାତ ହୋଇଥାଏ ।
(୨) ଏହା ଏକ ଋତୁକାଳୀନ ବାୟୁ ପ୍ରବାହ । ଗ୍ରୀଷ୍ମକାଳରେ ଏହା ଦକ୍ଷିଣ-ପଶ୍ଚିମ ଦିଗରୁ ଓ ଶୀତକାଳରେ ଉତ୍ତର-ପୂର୍ବ ଦିଗରୁ ପ୍ରବାହିତ ହୁଏ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମୁଦ୍ର ପୃଷ୍ଠରୁ ପ୍ରବାହିତ ହେଉଥିବାରୁ ଏଥିରେ ଅଧିକ ଜଳୀୟବାଷ୍ପ ଥିବାରୁ ପ୍ରଚୁର ବୃଷ୍ଟିପାତ କରାଇଥାଏ । ଭାରତର କୃଷି ଏହି ବୃଷ୍ଟିପାତ ଉପରେ ନିର୍ଭର କରୁଥିବାରୁ ଏହା ଖୁବ୍ ଗୁରୁତ୍ବପୂର୍ଣ ।
(ଖ) ଭାରତରେ ଅନୁଭୂତ ଋତୁଗୁଡ଼ିକର ନାମ ଲେଖ ।
Answer:
ଭାରତରେ ଅନୁଭୂତ ୪ ଗୋଟି ମୁଖ୍ୟ ଋତୁ ହେଲା –
(୧) ଗ୍ରୀଷ୍ମ ଋତୁ
(୨) ବର୍ଷା ଋତୁ
(୩) ଶରତ ଋତୁ
(୪) ଶୀତ ଋତୁ
(ଗ) ପ୍ରାକୃତିକ ଉଦ୍ଭଦ କାହାକୁ କୁହାଯାଏ ?
Answer:
ମଣିଷର ବିନା ସାହାଯ୍ୟରେ ଆପେ ଆପେ ବଢୁଥିବା ଘାସ, ବୁଦା ଓ ଗଛଲତାଦିକୁ ପ୍ରାକୃତିକ ଉଦ୍ଭଦ କୁହାଯାଏ ।
(ଘ) ଭାରତର ଦେଖାଯାଉଥିବା ବିଭିନ୍ନ ପ୍ରକାର ପ୍ରାକୃତିକ ଉଭିଦର ନାମ ଲେଖ ।
Answer:
ଭାରତରେ ଦେଖାଯାଉଥିବା ପ୍ରାକୃତିକ ଉଭିଦଗୁଡ଼ିକୁ ପାଞ୍ଚଟି ଶ୍ରେଣୀରେ ବିଭକ୍ତ କରାଯାଏ । ସେଗୁଡ଼ିକ ହେଲା :
(୧) କ୍ରାନ୍ତୀୟ ଚିରହରିତ୍ ଅରଣ୍ୟ
(୨) କ୍ରାନ୍ତୀୟ ପଶ୍ଚିମୋଚୀ ଅରଣ୍ୟ ବା ମୌସୁମୀ ଅରଣ୍ୟ
(୩) କଣ୍ଟାବୁଦା ଜଙ୍ଗଲ
(୪) ପାର୍ବତ୍ୟ ଅରଣ୍ୟ
(୫) ହେନ୍ତାଳ ବଣ ବା ଜୁଆରିଆ ଅରଣ୍ୟ
(ଙ) ଚିରହରିତ୍ ଅରଣ୍ୟ ଓ ପର୍ଣ୍ଣମୋଚୀ ଅରଣ୍ୟ ମଧ୍ୟରେ କି ପାର୍ଥକ୍ୟ ରହିଛି ?
Answer:
ଚିରହରିତ୍ ଅରଣ୍ୟ | ପର୍ଣ୍ଣମୋଚୀ ଅରଣ୍ୟ |
(୧) ପ୍ରଚୁର ବୃଷ୍ଟିପାତ ହେଉଥିବା ଅଞ୍ଚଳରେ ଚିରହରିତ୍ ଅରଣ୍ୟ ଦେଖାଯାଏ । (୨) ଏହି ଅରଣ୍ୟର ବୃକ୍ଷଗୁଡ଼ିକ ଅତି ଘଞ୍ଚ ହୋଇଥିବାରୁ ସୂର୍ଯ୍ୟକିରଣ ଭୂପୃଷ୍ଠରେ ପଡ଼ିପାରେ ନାହିଁ । (୩) ଏହି ଅରଣ୍ୟର ବୃକ୍ଷଗୁଡ଼ିକ ବର୍ଷର ଭିନ୍ନ ଭିନ୍ନ ସମୟରେ ପତ୍ରଝଡ଼ା ଦେଉଥିବାରୁ ଅରଣ୍ୟର ଚିରସବୁଜିମା ବଜାୟ ରହିଥାଏ । ତେଣୁ ଏହାକୁ ଚିରହରିତ୍ ଅରଣ୍ୟ କୁହାଯାଏ । (୪) ମେହୋଗାନି, ଏବୋନି, ରୋଜଉଡ୍ ଆଦି ଏହି ଅରଣ୍ୟର ପ୍ରଧାନ ବୃକ୍ଷ । (୫) ଏହି ଅରଣ୍ୟ ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ, ଉତ୍ତର-ପୂର୍ବ ଭାରତର କିଛି ଅଂଶ, ପଶ୍ଚିମଘାଟ ପର୍ବତମାଳାର ଢାଲୁ ଅଞ୍ଚଳରେ ଦେଖାଯାଏ । |
(୧) ମଧ୍ୟମ ଧରଣର ବୃଷ୍ଟିପାତ ହେଉଥିବା ଅଞ୍ଚଳରେ ପର୍ଣ୍ଣ ମୋଚୀ ଅରଣ୍ୟ ଦେଖାଯାଏ । ଏହାକୁ ମୌସୁମୀ ଅରଣ୍ୟ ମଧ୍ୟ କୁହାଯାଏ । (୨) ଏହି ଅରଣ୍ୟର ବୃକ୍ଷଗୁଡ଼ିକ ଏତେ ଘଞ୍ଚ ନୁହଁନ୍ତି । (୩) ଏହି ଅରଣ୍ୟର ବୃକ୍ଷଗୁଡ଼ିକ ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ପତ୍ରଝଡ଼ା ଦେଇଥା’ନ୍ତି । ତେଣୁ ସମଗ୍ର ଅରଣ୍ୟ ଥୁଣ୍ଟା ଦେଖାଯାଉଥିବାରୁ ଏହାକୁ ପର୍ଣ୍ଣମୋଚୀ ଅରଣ୍ୟ କୁହାଯାଏ । (୪) ଶାଳ, ପିଆଶାଳ, ଶାଗୁଆନ୍, ଅଶ୍ୱତ୍ଥ, ନିମ, ଶିଶୁ ଓ ଚନ୍ଦନ ଆଦି ଏହି ଅରଣ୍ୟର ମୁଖ୍ୟ ବୃକ୍ଷ । (୫) ଏହି ଅରଣ୍ୟ ଓଡ଼ିଶା, ମଧ୍ୟପ୍ରବେଶ, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଦେଖାଯାଏ । |
(ଚ) କ୍ରାନ୍ତୀୟ ବୃଷ୍ଟି ଅରଣ୍ୟକୁ ଚିରହରିତ୍ ଅରଣ୍ୟ କୁହାଯାଏ କାହିଁକି ?
Answer:
ପ୍ରଚୁର ବୃଷ୍ଟି ହେଉଥିବା କ୍ରାନ୍ତୀୟ ଅଞ୍ଚଳର ଅରଣ୍ୟର ବୃକ୍ଷଗୁଡ଼ିକ ବର୍ଷର ଭିନ୍ନ ଭିନ୍ନ ସମୟରେ ପତ୍ରଝଡ଼ା ଦେଇଥାଆନ୍ତି । ଫଳରେ ଅରଣ୍ୟରେ ଚିର ସବୁଜିମା ଭରି ରହିଥାଏ । ତେଣୁ କ୍ରାନ୍ତୀୟ ବୃଷ୍ଟି ଅରଣ୍ୟକୁ ଚିରହରିତ୍ ଅରଣ୍ୟ କୁହାଯାଏ ।
୨ । ଠିକ୍ ଉତ୍ତର ପାଖରେ (✓) ଚିହ୍ନ ଦିଅ ।
(କ) ପୃଥିବୀର ସର୍ବାଧିକ ବୃଷ୍ଟିପାତ ପାଉଥିବା ସ୍ଥାନ :
ମୁମ୍ବାଇ, ଜୟସାଲମେର, ମାଓସିନ୍ରାମ୍
Answer:
ମାଓସିନ୍ରାମ୍
(ଖ) ମେହେଗାନି ଓ ରୋଜଉଡ୍ ବୃକ୍ଷ ଦେଖାଯାଉଥିବା ଅରଣ୍ୟ :
ହେନ୍ତାଳ ବଣ, କ୍ରାନ୍ତୀୟ ପର୍ଣ୍ଣମୋଚୀ ଅରଣ୍ୟ, କ୍ରାନ୍ତୀୟ ଚିରହରିତ୍ ଅରଣ୍ୟ
Answer:
କ୍ରାନ୍ତୀୟ ଚିରହରିତ୍ ଅରଣ୍ୟ
(ଗ) ହେନ୍ତାଳ ବଣ ବଢ଼ିବା ପାଇଁ ଆବଶ୍ୟକ :
ଲୁଣି ଜଳ, ମଧୁର ଜଳ, ଅପରିଷ୍କାର ଜଳ
Answer:
ଲୁଣି ଜଳ
(ଘ) ବଣ୍ୟ ଛେଳି ଓ ବରଫ ଚିତାବାଘ ଦେଖାଯାଆନ୍ତି :
ଗିର୍ ଅରଣ୍ୟ, ହିମାଳୟ ଅଞ୍ଚଳ, ଉପଦ୍ୱୀପ ଅଞ୍ଚଳ
Answer:
ହିମାଳୟ ଅଞ୍ଚଳ
(ଙ) ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରବାହ ସମୟରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁର ପ୍ରବାହ :
ସମୁଦ୍ରରୁ ସ୍ଥଳଭାଗକୁ, ସ୍ଥଳଭାଗରୁ ସମୁଦ୍ରକୁ, ମରୁଭୂମିରୁ ସମତଳ ଅଞ୍ଚଳକୁ
Answer:
ସମୁଦ୍ରରୁ ସ୍ଥଳଭାଗକୁ
୩। ଶୂନ୍ୟସ୍ଥାନ ପୂରଣ କର ।
(କ) ଗ୍ରୀଷ୍ମକାଳରେ ଉତ୍ତର ପଶ୍ଚିମ ଭାରତରେ ବହୁଥିବା ଉଷ୍ଣ ଓ ଶୁଷ୍କ ବାୟୁକୁ _____________ କୁହାଯାଏ ।
Answer:
ଲୁ
(ଖ) ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଉପକୂଳରେ _____________ ଋତୁରେ ଅଧ୍ବକ ବୃଷ୍ଟିପାତ ହୁଏ ।
Answer:
ଶୀତ
(ଗ) ଗୁଜରାଟର ____________ ଜଙ୍ଗଲ _______________ ମୁଖ୍ୟ ପ୍ରଜାତିର ବୃକ୍ଷ ।
Answer:
ଗୀର୍, ଏସିଆ ସିଂହ
(ଘ) ହେନ୍ତାଳ ବଣର ___________________ ମୁଖ୍ୟ ପ୍ରଜାତିର ବୃକ୍ଷ ।
Answer:
ହେନ୍ତାଳ ବୃକ୍ଷ କ୍ରାନ୍ତୀୟ
(ଙ) __________________ ଅରଣ୍ୟକୁ ମୌସୁମୀ ଅରଣ୍ୟ ମଧ୍ୟ କୁହାଯାଏ ।
Answer:
ପଶ୍ଚିମୋଚୀ ଅରଣ୍ୟ ।
BSE Odisha 6th Class Geography Notes 7(b) ଭାରତ : ଜଳବାୟୁ, ପ୍ରାକୃତିକ ଉଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ
ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା
- ବାୟୁମଣ୍ଡଳର ଅବସ୍ଥା ସବୁବେଳେ ସମାନ ନଥାଏ । କେତେବେଳେ ଅଧିକ ଗରମ ତ କେତେବେଳେ ଅଧିକ ଶୀତ ହୋଇଥାଏ । ପୁଣି କେତେବେଳେ ଝଡ଼ି ଯୋଗୁ ଘରୁ ପଦାକୁ ବାହାରିବା କଷ୍ଟକର ହୁଏ।
- ବାୟୁମଣ୍ଡଳରେ ଘଟୁଥିବା ଏହି ଦୈନନ୍ଦିନ ପରିବର୍ତ୍ତନକୁ ପାଣିପାଗ କୁହାଯାଏ । ଏହି ପରିବର୍ତ୍ତନ ମୁଖ୍ୟତଃ ବାୟୁର ତାପମାତ୍ରା, ବୃଷ୍ଟିପାତ ଓ ସୂର୍ଯ୍ୟାଲୋକର ପରିମାଣର ପରିବର୍ତ୍ତନକୁ ବୁଝାଇଥାଏ ।
- ବାୟୁମଣ୍ଡଳ ଅବସ୍ଥାରେ ଏ ପ୍ରକାର ପରିବର୍ତ୍ତନକ ବିଚାରକୁ ନେଇ ଆମ ଦେଶରେ ଗୋଟିଏ ବର୍ଷକୁ ଚାରିଗୋଟି ଋତୁରେ ବିଭକ୍ତ କରାଯାଇଅଛି; ଯଥା –
(୧) ଶୀତଋତୁ (ଡିସେମ୍ବରରୁ ଫେବୃୟାରୀ ମାସ ପର୍ଯ୍ୟନ୍ତ)
(୨) ଗ୍ରୀଷ୍ମଋତୁ (ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ)
(୩) ବର୍ଷାଋତୁ (ଜୁନରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ)
(୪) ଶରତ ଋତୁ (ଅକ୍ଟୋବର ଓ ନଭେମ୍ବର ମାସ)
ଗ୍ରୀଷ୍ମଋତୁ :
- ଗ୍ରୀଷ୍ମଋତୁରେ ସୂର୍ଯ୍ୟରଶ୍ମି ପ୍ରାୟ ସିଧାସଳଖ ଭାବେ ଆମ ଦେଶରେ ପଡ଼ିଥାଏ । ଏହି ଋତୁରେ ଦିନ ବଡ଼ ଓ ରାତି ଛୋଟ ହୁଏ ।
- ରାଜସ୍ଥାନ, ଦିଲ୍ଲୀ, ହରିଆନା, ପଞ୍ଜାବ ଓ ପଶ୍ଚିମ ଉତ୍ତର ପ୍ରଦେଶ ଅନ୍ତର୍ଗତ ଅଞ୍ଚଳରେ ଦିନବେଳା ଅତି ଉଷ୍ଣ ଓ ଶୁଷ୍କ ବାୟୁ ‘ଲୁ’ ପ୍ରବାହିତ ହୋଇଥାଏ । ଅଂଶୁଘାତ ଯୋଗୁ ବହୁଲୋକ ମୃତ୍ୟୁବରଣ କରିଥାଆନ୍ତି ।
- ଓଡ଼ିଶାର ଉତ୍ତର ଭାଗରେ ଓ ପଶ୍ଚିମବଙ୍ଗରେ ଅପରାହ୍ଣ ସମୟରେ ବିଜୁଳି ଓ ଘଡ଼ଘଡ଼ି ସହ ବୃଷ୍ଟିପାତ ହୋଇଥାଏ । ଏହାକୁ କାଳବୈଶାଖୀ କୁହାଯାଏ ।
ବର୍ଷାଋତୁ :
- ବର୍ଷାଋତୁରେ ଆମ ଦେଶରେ ମୌସୁମୀ ବାୟୁପ୍ରବାହ ହୋଇଥାଏ । ଏହି ବାୟୁ ସମୁଦ୍ର ପୃଷ୍ଠରୁ ଉତ୍ପତ୍ତି ଲାଭ କରିଥିବାରୁ ଏଥିରେ ଅଧିକ ପରିମାଣରେ ଜଳୀୟବାଷ୍ପ ଥାଏ । ତେଣୁ ଏହି ବାୟୁପ୍ରବାହଦ୍ବାରା ଆମ ଦେଶରେ ବୃଷ୍ଟିପାତ ହୋଇଥାଏ ।
- ମୌସୁମୀ ବୃଷ୍ଟିପାତ ଅସମାନ ଓ ଅନିଶ୍ଚିତ । ଭାରତର ଉତ୍ତର-ପୂର୍ବ ରାଜ୍ୟମାନଙ୍କରେ ଅଧ୍ଵ ବୃଷ୍ଟିପାତ ହୋଇଥାଏ । ରାଜସ୍ଥାନର ପଶ୍ଚିମାଞ୍ଚଳରେ ଅତି କମ୍ ବୃଷ୍ଟିପାତ କାରଣରୁ ଥର୍ ମରୁଭୂମି ସୃଷ୍ଟି ହୋଇଛି ।
ଶରତ ଋତୁ :
- ଶରତ ଋତୁରେ ପ୍ରତ୍ୟାବର୍ତ୍ତନଶୀଳ ମୌସୁମୀ ବାୟୁ ଯୋଗୁଁ ତାମିଲନାଡୁ ଓ ଆନ୍ଧ୍ର ଉପକୂଳରେ ବୃଷ୍ଟିପାତ କରାଇଥାଏ ।
- ୧୯୯୯ ମସିହା ଅକ୍ଟୋବର ୨୮ ତାରିଖରେ ମହାବାତ୍ୟା ଯୋଗୁ ଆମ ରାଜ୍ୟରେ ଦଶହଜାରରୁ ଊର୍ଦ୍ଧ୍ବ ଲୋକ ମୃତ୍ୟୁବରଣ କରିଥିଲେ ।
ଶୀତଋତୁ :
- ଶୀତଋତୁରେ ଭାରତରେ ସୂର୍ଯ୍ୟକିରଣ ଲମ୍ବଭାବରେ ପଡ଼େ ନାହିଁ । ଏହି ଋତୁରେ ଦିନ ଛୋଟ ଓ ରାତି ବଡ଼ ହୁଏ ।
- ଏହି ଋତୁରେ ହିମାଳୟ ପର୍ବତମାଳା ଓ ଉତ୍ତର ଭାରତର କେତେକ ଅଞ୍ଚଳରେ ତୁଷାରପାତ ହୁଏ ।
- ଏହି ଋତୁରେ ତାମିଲନାଡୁ ଉପକୂଳରେ ବୃଷ୍ଟିପାତ ହୋଇଥାଏ ।
- ବହୁ ବର୍ଷ ଧରି ପାଣିପାଗର ହାରାହାରି ଅବସ୍ଥାକୁ ଜଳବାୟୁ କୁହାଯାଏ ।
- ମୌସୁମୀ ବାୟୁ ପ୍ରଭାବରେ ଭାରତରେ ପ୍ରଚୁର ବୃଷ୍ଟି ହୋଇଥାଏ । ମୌସୁମୀ ଶବ୍ଦଟି ଆରବ ଶବ୍ଦ ‘ମୌସମ୍’ରୁ ଆସିଛି, ଯାହାର ଅର୍ଥ ଋତୁ ।
କ୍ରାନ୍ତୀୟ ବାତାବର୍ଷ :
କ୍ରାନ୍ତିମଣ୍ଡଳରେ କୌଣସି କାରଣରୁ ବାୟୁଚାପ ହ୍ରାସ ପାଇ ଲଘୁଚାପ କେନ୍ଦ୍ର ସୃଷ୍ଟି ହୋଇ ଘନୀଭୂତ ହେଲେ ବାତାବର୍ଷରେ ପରିଣତ ହୁଏ, ଯାହାକୁ କ୍ରାନ୍ତୀୟ ବାତାବର୍ଷ କୁହାଯାଏ । ଏହାର ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ ପ୍ରଚୁର ବୃଷ୍ଟିପାତ ହୋଇଥାଏ ।
ମୌସୁମୀ ବାୟୁ :
ଏହା ଏକ ଋତୁକାଳୀନ ବାୟୁ ପ୍ରବାହ । ଗ୍ରୀଷ୍ମକାଳରେ ଏହା ଦକ୍ଷିଣ-ପଶ୍ଚିମ ଦିଗରୁ ଓ ଶୀତକାଳରେ ଉତ୍ତର-ପୂର୍ବ ଦିଗରୁ ପ୍ରବାହିତ ହୁଏ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମୁଦ୍ରପୃଷ୍ଠରୁ ପ୍ରବାହିତ ହେଉଥିବାରୁ ଏଥିରେ ଅଧିକ ଜଳୀୟବାଷ୍ପ ଥାଏ । ଏଥୁରୁ ପ୍ରଚୁର ବୃଷ୍ଟିପାତ ମିଳିଥାଏ ।
ପ୍ରାକୃତିକ ଉଭିଦ :
ମଣିଷର ବିନା ସାହାଯ୍ୟରେ ଆପେ ଆପେ ବଢୁଥିବା ଘାସ, ବୁଦା ଓ ଗଛଲତାଦିକୁ ପ୍ରାକୃତିକ ଉଭିଦ କୁହାଯାଏ । ଭିନ୍ନ ଭିନ୍ନ ଜଳବାୟୁ ଅଞ୍ଚଳରେ ବିଭିନ୍ନ ପ୍ରକାର ପ୍ରାକୃତିକ ଉଦ୍ଭଦ ଦେଖାଯାଏ ।
- ଜଳବାୟୁ ବିଭିନ୍ନତା ଯୋଗୁ ଆମ ଦେଶରେ ବିଭିନ୍ନ ପ୍ରକାର ପ୍ରାକୃତିକ ଉଭିଦ ଦେଖାଯାଏ । ସେଗୁଡ଼ିକ ହେଲା –
→ କ୍ରାନ୍ତୀୟ ଚିରହରିତ୍ ଅରଣ୍ୟ
→ କ୍ରାନ୍ତୀୟ ପଶ୍ଚିମୋଚୀ ଅରଣ୍ୟ ବା ମୌସୁମୀ ଅରଣ୍ୟ
→ କଣ୍ମ।ଚୁଦା ଜଙ୍ଗଲ
→ ପାର୍ବତ୍ୟ ଅରଣ୍ୟ
→ ହେନ୍ତାଳ ବଣ ବା ଜୁଆରିଆ ଅରଣ୍ୟ । - କ୍ରାନ୍ତୀୟ ଚିରହରିତ୍ ଅରଣ୍ୟର ବୃକ୍ଷଗୁଡ଼ିକ ଅତି ଘଞ୍ଚ । ଫଳରେ ସୂର୍ଯ୍ୟାଲୋକ ଭୂପୃଷ୍ଠରେ ପଡ଼ିପାରେ ନାହିଁ । ଏହି ଅରଣ୍ୟର ବୃକ୍ଷଗୁଡ଼ିକ ବର୍ଷର ଭିନ୍ନ ଭିନ୍ନ ସମୟରେ ପତ୍ରଝଡ଼ା ଦେଇଥାଆନ୍ତି । ଫଳରେ ଅରଣ୍ୟରେ ଚିର ସବୁଜିମା ଭରି ରହିଥାଏ । ତେଣୁ ଏହାକୁ ଚିରହରିତ୍ ଅରଣ୍ୟ କୁହାଯାଏ । ମେହୋଗାନି, ଏବୋନି ଓ ରୋଜଉଡ୍ ଆଦି ଏହି ଅରଣ୍ୟର ମୁଖ୍ୟ ବୃକ୍ଷ ।
- କ୍ରାନ୍ତୀୟ ଚିରହରିତ୍ ଅରଣ୍ୟର ବୃକ୍ଷଗୁଡ଼ିକ ଅତି ଘଞ୍ଚ । ଫଳରେ ସୂର୍ଯ୍ୟାଲୋକ ଭୂପୃଷ୍ଠରେ ପଡ଼ିପାରେ ନାହିଁ । ଏହି ଅରଣ୍ୟର ବୃକ୍ଷଗୁଡ଼ିକ ବର୍ଷର ଭିନ୍ନ ଭିନ୍ନ ସମୟରେ ପତ୍ରଝଡ଼ା ଦେଇଥାଆନ୍ତି । ଫଳରେ ଅରଣ୍ୟରେ ଚିର ସବୁଜିମା ଭରି ରହିଥାଏ । ତେଣୁ ଏହାକୁ ଚିରହରିତ୍ ଅରଣ୍ୟ କୁହାଯାଏ । ମେହୋଗାନି, ଏବୋନି ଓ ରୋଜଉଡ୍ ଆଦି ଏହି ଅରଣ୍ୟର ମୁଖ୍ୟ ବୃକ୍ଷ ।
- କ୍ରାନ୍ତୀୟ ପଶ୍ଚିମୋଚୀ ଅରଣ୍ୟର ବୃକ୍ଷଗୁଡ଼ିକ ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ପତ୍ରଝଡ଼ା ଦେଇଥାଆନ୍ତି । ଶାଳ, ପିଆଶାଳ, ଶାଗୁଆନ୍, ଅଶ୍ୱତ୍ଥ, ନିମ, ଶିଶୁ ଆଦି ଏହି ଅରଣ୍ୟର ମୁଖ୍ୟ ବୃକ୍ଷ । ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରର କେତେକ ଅଞ୍ଚଳରେ କ୍ରାନ୍ତୀୟ ପଶ୍ଚିମୋଚୀ ଅରଣ୍ୟ ଦେଖାଯାଏ ।
- କମ୍ ବୃଷ୍ଟିପାତ ହେଉଥିବା ଅଞ୍ଚଳରେ କଣ୍ଟାବୁଦା ଜଙ୍ଗଲ ଦେଖାଯାଏ । ଏଠାକାର ଉଭିଦ ଅଳ୍ପ ଉଚ୍ଚ ଓ ମୋଟା ପତ୍ର ବିଶିଷ୍ଟ । ମୁଖ୍ୟତଃ ସିଜୁ, ଖଜୁରୀ, ନାଗଫେଣୀ, ବବୁଲ ଆଦି କ୍ଷୁଦ୍ର ଉଭିଦ ଏ ଜଙ୍ଗଲରେ ବଢ଼େ । ରାଜସ୍ଥାନ, ପଞ୍ଜାବ, ହରିଆନା, ପଶ୍ଚିମଘାଟ ପର୍ବତମାଳାର ପୂର୍ବଢ଼ାଲୁ ଅଂଶ ଓ ଗୁଜୁରାଟରେ ଏ ପ୍ରକାର ଜଙ୍ଗଲ ଅଛି । ପାର୍ବତ୍ୟ ଅରଣ୍ୟରେ ଭିନ୍ନ ଭିନ୍ନ ପ୍ରକାର ଉଭିଦ ଦେଖାଯାଏ । ଚିର, ପାଇନ୍, ଦେବଦାରୁ ଆଦି ଏହି ଅରଣ୍ୟର ମୁଖ୍ୟ ବୃକ୍ଷ ।
- ଉପକୂଳବର୍ତ୍ତୀ ଜୁଆର ପାଣି ମାଡ଼ୁଥିବା ସନ୍ତସନ୍ତିଆ ଅଞ୍ଚଳରେ ହେନ୍ତାଳ ବଣ ଦେଖାଯାଏ । ହେନ୍ତାଳ ବୃକ୍ଷ ଏହି ଅରଣ୍ୟର ମୁଖ୍ୟ ବୃକ୍ଷ । ଓଡ଼ିଶାର ଭିତରକନିକା ଏବଂ ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜରେ ହେନ୍ତାଳ ବଣ ରହିଛି ।
ଅରଣ୍ୟର ଉପକାରିତା :
- ବୃକ୍ଷଲତାଗୁଡ଼ିକ ଖାଦ୍ୟ ପ୍ରସ୍ତୁତିରେ ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣ କରିଥା’ରି ଏବଂ ଅମ୍ଳଜାନ ଛାଡ଼ିଥା’ଛି । ଅମ୍ଳଜାନକୁ ଆମେ ପ୍ରଶ୍ବାସରେ ଗ୍ରହଣ କରିଥାଉ ।
- ଚେର ମୂଳଦ୍ଵାରା ବୃକ୍ଷଗୁଡ଼ିକ ମୃତ୍ତିକାକୁ ବାନ୍ଧି ରଖୁ’ଛି । ଫଳତଃ ମୃତ୍ତିକାକ୍ଷୟ ହ୍ରାସ ପାଇଥାଏ ।
- ଜଙ୍ଗଲରୁ ଗୃହ ଆସବାବ ନିମନ୍ତେ କାଠ, ଜାଳେଣି କାଠ, ଗୋମେଷାଦି ପଶୁଖାଦ୍ୟ, ଔଷଧୀୟ ବୃକ୍ଷ, ଚେରମୂଳି, ଲାଖ, ମହୁ, ଝୁଣା, ଅଠା ଓ କେନ୍ଦୁପତ୍ର ଆଦି ଆବଶ୍ୟକୀୟ ପଦାର୍ଥ ମିଳିଥାଏ ।
- ଜଙ୍ଗଲ ବନ୍ୟପ୍ରାଣୀଙ୍କର ପ୍ରାକୃତିକ ଆବାସସ୍ଥଳୀ ।
- ଜଙ୍ଗଲ ବୃଷ୍ଟିପାତ କରିବାରେ ସହାୟକ ହୋଇଥାଏ ।
ବନ୍ୟପ୍ରାଣୀ :
- ଜଙ୍ଗଲ ଅନେକ ପ୍ରକାର ପ୍ରାଣୀଙ୍କର ବାସସ୍ଥାନ । ହଜାର ହଜାର ପ୍ରଜାତିର ପ୍ରାଣୀ ଓ ବହୁ ପ୍ରକାର ପ୍ରଜାତିର ସରୀସୃପ, ଉଭୟଚର ପ୍ରାଣୀ, ପକ୍ଷୀ ଓ କୀଟପତଙ୍ଗ ଜଙ୍ଗଲରେ ରହିଥାଆନ୍ତି ।
- ବାଘ ଆମର ଜାତୀୟ ପଶୁ । ମୟୂର ଆମର ଜାତୀୟ ପକ୍ଷୀ ।
- ଆମ ରାଜ୍ୟର ଚିଲିକା ହ୍ରଦକୁ ଶୀତଦିନେ ବିଦେଶରୁ ବହୁସଂଖ୍ୟାରେ ପକ୍ଷୀ ଆସିଥାଆନ୍ତି ।
- ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସାରାଦେଶରେ ଅନେକ ଜାତୀୟ ଉଦ୍ୟାନ, ଅଭୟାରଣ୍ୟ ଓ ଜୈବମଣ୍ଡଳ ସଂରକ୍ଷିତ ଅଞ୍ଚଳମାନ ପ୍ରତିଷ୍ଠା କରାଯାଇଛି । ‘ପକ୍ଷୀ ଅଭୟାରଣ୍ୟ’, ‘ବ୍ୟାଘ୍ର ପ୍ରକଳ୍ପ’ ଓ ‘ହସ୍ତୀ ପ୍ରକଳ୍ପ’ ମାଧ୍ୟମରେ ଏହି ପ୍ରାଣୀମାନଙ୍କୁ ସୁରକ୍ଷା ଦେବାପାଇଁ ସରକାର ଉଦ୍ୟମ କରୁଛନ୍ତି ।
- ପ୍ରତିବର୍ଷ ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଉଛି । ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀକୁ ସୁରକ୍ଷା ଦେବା ନିମନ୍ତେ ଜନ ସଚେତନତା ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।