BSE Odisha 6th Class Geography Solutions Chapter 7(b) ଭାରତ : ଜଳବାୟୁ, ପ୍ରାକୃତିକ ଉଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ

Odisha State Board BSE Odisha 6th Class Geography Solutions Chapter 7(b) ଭାରତ : ଜଳବାୟୁ, ପ୍ରାକୃତିକ ଉଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ Textbook Exercise Questions and Answers.

BSE Odisha Class 6 Geography Solutions Chapter 7(b) ଭାରତ : ଜଳବାୟୁ, ପ୍ରାକୃତିକ ଉଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ

୧। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ସଂକ୍ଷେପରେ ଲେଖ ।
(କ) କେଉଁ ବାୟୁଦ୍ୱାରା ଭାରତରେ ବୃଷ୍ଟିପାତ ହୋଇଥାଏ ? ଏହା କାହିଁକି ଏତେ ଗୁରୁତ୍ବପୂର୍ଣ ?
Answer:
(୧) ମୌସୁମୀ ବାୟୁଦ୍ୱାରା ଭାରତରେ ବୃଷ୍ଟିପାତ ହୋଇଥାଏ ।
(୨) ଏହା ଏକ ଋତୁକାଳୀନ ବାୟୁ ପ୍ରବାହ । ଗ୍ରୀଷ୍ମକାଳରେ ଏହା ଦକ୍ଷିଣ-ପଶ୍ଚିମ ଦିଗରୁ ଓ ଶୀତକାଳରେ ଉତ୍ତର-ପୂର୍ବ ଦିଗରୁ ପ୍ରବାହିତ ହୁଏ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମୁଦ୍ର ପୃଷ୍ଠରୁ ପ୍ରବାହିତ ହେଉଥ‌ିବାରୁ ଏଥିରେ ଅଧ‌ିକ ଜଳୀୟବାଷ୍ପ ଥିବାରୁ ପ୍ରଚୁର ବୃଷ୍ଟିପାତ କରାଇଥାଏ । ଭାରତର କୃଷି ଏହି ବୃଷ୍ଟିପାତ ଉପରେ ନିର୍ଭର କରୁଥିବାରୁ ଏହା ଖୁବ୍ ଗୁରୁତ୍ବପୂର୍ଣ ।

(ଖ) ଭାରତରେ ଅନୁଭୂତ ଋତୁଗୁଡ଼ିକର ନାମ ଲେଖ ।
Answer:
ଭାରତରେ ଅନୁଭୂତ ୪ ଗୋଟି ମୁଖ୍ୟ ଋତୁ ହେଲା –
(୧) ଗ୍ରୀଷ୍ମ ଋତୁ
(୨) ବର୍ଷା ଋତୁ
(୩) ଶରତ ଋତୁ
(୪) ଶୀତ ଋତୁ

(ଗ) ପ୍ରାକୃତିକ ଉଦ୍ଭଦ କାହାକୁ କୁହାଯାଏ ?
Answer:
ମଣିଷର ବିନା ସାହାଯ୍ୟରେ ଆପେ ଆପେ ବଢୁଥ‌ିବା ଘାସ, ବୁଦା ଓ ଗଛଲତାଦିକୁ ପ୍ରାକୃତିକ ଉଦ୍ଭଦ କୁହାଯାଏ ।

(ଘ) ଭାରତର ଦେଖାଯାଉଥ‌ିବା ବିଭିନ୍ନ ପ୍ରକାର ପ୍ରାକୃତିକ ଉଭିଦର ନାମ ଲେଖ ।
Answer:
ଭାରତରେ ଦେଖାଯାଉଥ‌ିବା ପ୍ରାକୃତିକ ଉଭିଦଗୁଡ଼ିକୁ ପାଞ୍ଚଟି ଶ୍ରେଣୀରେ ବିଭକ୍ତ କରାଯାଏ । ସେଗୁଡ଼ିକ ହେଲା :
(୧) କ୍ରାନ୍ତୀୟ ଚିରହରିତ୍‌ ଅରଣ୍ୟ
(୨) କ୍ରାନ୍ତୀୟ ପଶ୍ଚିମୋଚୀ ଅରଣ୍ୟ ବା ମୌସୁମୀ ଅରଣ୍ୟ
(୩) କଣ୍ଟାବୁଦା ଜଙ୍ଗଲ
(୪) ପାର୍ବତ୍ୟ ଅରଣ୍ୟ
(୫) ହେନ୍ତାଳ ବଣ ବା ଜୁଆରିଆ ଅରଣ୍ୟ

BSE Odisha 6th Class Geography Solutions Chapter 7(b) ଭାରତ : ଜଳବାୟୁ, ପ୍ରାକୃତିକ ଉଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ

(ଙ) ଚିରହରିତ୍‌ ଅରଣ୍ୟ ଓ ପର୍ଣ୍ଣମୋଚୀ ଅରଣ୍ୟ ମଧ୍ୟରେ କି ପାର୍ଥକ୍ୟ ରହିଛି ?
Answer:

ଚିରହରିତ୍‌ ଅରଣ୍ୟ ପର୍ଣ୍ଣମୋଚୀ ଅରଣ୍ୟ
(୧) ପ୍ରଚୁର ବୃଷ୍ଟିପାତ ହେଉଥ‌ିବା ଅଞ୍ଚଳରେ ଚିରହରିତ୍‌ ଅରଣ୍ୟ ଦେଖାଯାଏ ।
(୨) ଏହି ଅରଣ୍ୟର ବୃକ୍ଷଗୁଡ଼ିକ ଅତି ଘଞ୍ଚ ହୋଇଥିବାରୁ ସୂର୍ଯ୍ୟକିରଣ ଭୂପୃଷ୍ଠରେ ପଡ଼ିପାରେ ନାହିଁ ।
(୩) ଏହି ଅରଣ୍ୟର ବୃକ୍ଷଗୁଡ଼ିକ ବର୍ଷର ଭିନ୍ନ ଭିନ୍ନ ସମୟରେ ପତ୍ରଝଡ଼ା ଦେଉଥ‌ିବାରୁ ଅରଣ୍ୟର ଚିରସବୁଜିମା ବଜାୟ ରହିଥାଏ । ତେଣୁ ଏହାକୁ ଚିରହରିତ୍‌ ଅରଣ୍ୟ କୁହାଯାଏ ।
(୪) ମେହୋଗାନି, ଏବୋନି, ରୋଜଉଡ୍ ଆଦି ଏହି ଅରଣ୍ୟର ପ୍ରଧାନ ବୃକ୍ଷ ।
(୫) ଏହି ଅରଣ୍ୟ ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ, ଉତ୍ତର-ପୂର୍ବ ଭାରତର କିଛି ଅଂଶ, ପଶ୍ଚିମଘାଟ ପର୍ବତମାଳାର ଢାଲୁ ଅଞ୍ଚଳରେ ଦେଖାଯାଏ ।
(୧) ମଧ୍ୟମ ଧରଣର ବୃଷ୍ଟିପାତ ହେଉଥ‌ିବା ଅଞ୍ଚଳରେ ପର୍ଣ୍ଣ ମୋଚୀ ଅରଣ୍ୟ ଦେଖାଯାଏ । ଏହାକୁ ମୌସୁମୀ ଅରଣ୍ୟ ମଧ୍ୟ କୁହାଯାଏ ।
(୨) ଏହି ଅରଣ୍ୟର ବୃକ୍ଷଗୁଡ଼ିକ ଏତେ ଘଞ୍ଚ ନୁହଁନ୍ତି ।
(୩) ଏହି ଅରଣ୍ୟର ବୃକ୍ଷଗୁଡ଼ିକ ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ପତ୍ରଝଡ଼ା ଦେଇଥା’ନ୍ତି । ତେଣୁ ସମଗ୍ର ଅରଣ୍ୟ ଥୁଣ୍ଟା ଦେଖାଯାଉଥ‌ିବାରୁ ଏହାକୁ ପର୍ଣ୍ଣମୋଚୀ ଅରଣ୍ୟ କୁହାଯାଏ ।
(୪) ଶାଳ, ପିଆଶାଳ, ଶାଗୁଆନ୍, ଅଶ୍ୱତ୍‌ଥ, ନିମ, ଶିଶୁ ଓ ଚନ୍ଦନ ଆଦି ଏହି ଅରଣ୍ୟର ମୁଖ୍ୟ ବୃକ୍ଷ ।
(୫) ଏହି ଅରଣ୍ୟ ଓଡ଼ିଶା, ମଧ୍ୟପ୍ରବେଶ, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଦେଖାଯାଏ ।

(ଚ) କ୍ରାନ୍ତୀୟ ବୃଷ୍ଟି ଅରଣ୍ୟକୁ ଚିରହରିତ୍‌ ଅରଣ୍ୟ କୁହାଯାଏ କାହିଁକି ?
Answer:
ପ୍ରଚୁର ବୃଷ୍ଟି ହେଉଥ‌ିବା କ୍ରାନ୍ତୀୟ ଅଞ୍ଚଳର ଅରଣ୍ୟର ବୃକ୍ଷଗୁଡ଼ିକ ବର୍ଷର ଭିନ୍ନ ଭିନ୍ନ ସମୟରେ ପତ୍ରଝଡ଼ା ଦେଇଥାଆନ୍ତି । ଫଳରେ ଅରଣ୍ୟରେ ଚିର ସବୁଜିମା ଭରି ରହିଥାଏ । ତେଣୁ କ୍ରାନ୍ତୀୟ ବୃଷ୍ଟି ଅରଣ୍ୟକୁ ଚିରହରିତ୍‌ ଅରଣ୍ୟ କୁହାଯାଏ ।

୨ । ଠିକ୍ ଉତ୍ତର ପାଖରେ (✓) ଚିହ୍ନ ଦିଅ ।
(କ) ପୃଥ‌ିବୀର ସର୍ବାଧ‌ିକ ବୃଷ୍ଟିପାତ ପାଉଥ‌ିବା ସ୍ଥାନ :
ମୁମ୍ବାଇ, ଜୟସାଲମେର, ମାଓସିନ୍‌ରାମ୍
Answer:
ମାଓସିନ୍‌ରାମ୍

(ଖ) ମେହେଗାନି ଓ ରୋଜଉଡ୍ ବୃକ୍ଷ ଦେଖାଯାଉଥ‌ିବା ଅରଣ୍ୟ :
ହେନ୍ତାଳ ବଣ, କ୍ରାନ୍ତୀୟ ପର୍ଣ୍ଣମୋଚୀ ଅରଣ୍ୟ, କ୍ରାନ୍ତୀୟ ଚିରହରିତ୍‌ ଅରଣ୍ୟ
Answer:
କ୍ରାନ୍ତୀୟ ଚିରହରିତ୍‌ ଅରଣ୍ୟ

(ଗ) ହେନ୍ତାଳ ବଣ ବଢ଼ିବା ପାଇଁ ଆବଶ୍ୟକ :
ଲୁଣି ଜଳ, ମଧୁର ଜଳ, ଅପରିଷ୍କାର ଜଳ
Answer:
ଲୁଣି ଜଳ

BSE Odisha 6th Class Geography Solutions Chapter 7(b) ଭାରତ : ଜଳବାୟୁ, ପ୍ରାକୃତିକ ଉଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ

(ଘ) ବଣ୍ୟ ଛେଳି ଓ ବରଫ ଚିତାବାଘ ଦେଖାଯାଆନ୍ତି :
ଗିର୍ ଅରଣ୍ୟ, ହିମାଳୟ ଅଞ୍ଚଳ, ଉପଦ୍ୱୀପ ଅଞ୍ଚଳ
Answer:
ହିମାଳୟ ଅଞ୍ଚଳ

(ଙ) ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁପ୍ରବାହ ସମୟରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁର ପ୍ରବାହ :
ସମୁଦ୍ରରୁ ସ୍ଥଳଭାଗକୁ, ସ୍ଥଳଭାଗରୁ ସମୁଦ୍ରକୁ, ମରୁଭୂମିରୁ ସମତଳ ଅଞ୍ଚଳକୁ
Answer:
ସମୁଦ୍ରରୁ ସ୍ଥଳଭାଗକୁ

୩। ଶୂନ୍ୟସ୍ଥାନ ପୂରଣ କର ।
(କ) ଗ୍ରୀଷ୍ମକାଳରେ ଉତ୍ତର ପଶ୍ଚିମ ଭାରତରେ ବହୁଥ‌ିବା ଉଷ୍ଣ ଓ ଶୁଷ୍କ ବାୟୁକୁ _____________ କୁହାଯାଏ ।
Answer:
ଲୁ

(ଖ) ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଉପକୂଳରେ _____________ ଋତୁରେ ଅଧ୍ବକ ବୃଷ୍ଟିପାତ ହୁଏ ।
Answer:
ଶୀତ

(ଗ) ଗୁଜରାଟର ____________ ଜଙ୍ଗଲ _______________ ମୁଖ୍ୟ ପ୍ରଜାତିର ବୃକ୍ଷ ।
Answer:
ଗୀର୍, ଏସିଆ ସିଂହ

(ଘ) ହେନ୍ତାଳ ବଣର ___________________ ମୁଖ୍ୟ ପ୍ରଜାତିର ବୃକ୍ଷ ।
Answer:
ହେନ୍ତାଳ ବୃକ୍ଷ କ୍ରାନ୍ତୀୟ

(ଙ) __________________ ଅରଣ୍ୟକୁ ମୌସୁମୀ ଅରଣ୍ୟ ମଧ୍ୟ କୁହାଯାଏ ।
Answer:
ପଶ୍ଚିମୋଚୀ ଅରଣ୍ୟ ।

BSE Odisha 6th Class Geography Notes 7(b) ଭାରତ : ଜଳବାୟୁ, ପ୍ରାକୃତିକ ଉଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା

  • ବାୟୁମଣ୍ଡଳର ଅବସ୍ଥା ସବୁବେଳେ ସମାନ ନଥାଏ । କେତେବେଳେ ଅଧ‌ିକ ଗରମ ତ କେତେବେଳେ ଅଧ‌ିକ ଶୀତ ହୋଇଥାଏ । ପୁଣି କେତେବେଳେ ଝଡ଼ି ଯୋଗୁ ଘରୁ ପଦାକୁ ବାହାରିବା କଷ୍ଟକର ହୁଏ।
  • ବାୟୁମଣ୍ଡଳରେ ଘଟୁଥିବା ଏହି ଦୈନନ୍ଦିନ ପରିବର୍ତ୍ତନକୁ ପାଣିପାଗ କୁହାଯାଏ । ଏହି ପରିବର୍ତ୍ତନ ମୁଖ୍ୟତଃ ବାୟୁର ତାପମାତ୍ରା, ବୃଷ୍ଟିପାତ ଓ ସୂର୍ଯ୍ୟାଲୋକର ପରିମାଣର ପରିବର୍ତ୍ତନକୁ ବୁଝାଇଥାଏ ।
  • ବାୟୁମଣ୍ଡଳ ଅବସ୍ଥାରେ ଏ ପ୍ରକାର ପରିବର୍ତ୍ତନକ ବିଚାରକୁ ନେଇ ଆମ ଦେଶରେ ଗୋଟିଏ ବର୍ଷକୁ ଚାରିଗୋଟି ଋତୁରେ ବିଭକ୍ତ କରାଯାଇଅଛି; ଯଥା –
    (୧) ଶୀତଋତୁ (ଡିସେମ୍ବରରୁ ଫେବୃୟାରୀ ମାସ ପର୍ଯ୍ୟନ୍ତ)
    (୨) ଗ୍ରୀଷ୍ମଋତୁ (ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ)
    (୩) ବର୍ଷାଋତୁ (ଜୁନରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ)
    (୪) ଶରତ ଋତୁ (ଅକ୍ଟୋବର ଓ ନଭେମ୍ବର ମାସ)

BSE Odisha 6th Class Geography Solutions Chapter 7(b) ଭାରତ : ଜଳବାୟୁ, ପ୍ରାକୃତିକ ଉଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ

ଗ୍ରୀଷ୍ମଋତୁ :

  • ଗ୍ରୀଷ୍ମଋତୁରେ ସୂର୍ଯ୍ୟରଶ୍ମି ପ୍ରାୟ ସିଧାସଳଖ ଭାବେ ଆମ ଦେଶରେ ପଡ଼ିଥାଏ । ଏହି ଋତୁରେ ଦିନ ବଡ଼ ଓ ରାତି ଛୋଟ ହୁଏ ।
  • ରାଜସ୍ଥାନ, ଦିଲ୍ଲୀ, ହରିଆନା, ପଞ୍ଜାବ ଓ ପଶ୍ଚିମ ଉତ୍ତର ପ୍ରଦେଶ ଅନ୍ତର୍ଗତ ଅଞ୍ଚଳରେ ଦିନବେଳା ଅତି ଉଷ୍ଣ ଓ ଶୁଷ୍କ ବାୟୁ ‘ଲୁ’ ପ୍ରବାହିତ ହୋଇଥାଏ । ଅଂଶୁଘାତ ଯୋଗୁ ବହୁଲୋକ ମୃତ୍ୟୁବରଣ କରିଥାଆନ୍ତି ।
  • ଓଡ଼ିଶାର ଉତ୍ତର ଭାଗରେ ଓ ପଶ୍ଚିମବଙ୍ଗରେ ଅପରାହ୍ଣ ସମୟରେ ବିଜୁଳି ଓ ଘଡ଼ଘଡ଼ି ସହ ବୃଷ୍ଟିପାତ ହୋଇଥାଏ । ଏହାକୁ କାଳବୈଶାଖୀ କୁହାଯାଏ ।

ବର୍ଷାଋତୁ :

  • ବର୍ଷାଋତୁରେ ଆମ ଦେଶରେ ମୌସୁମୀ ବାୟୁପ୍ରବାହ ହୋଇଥାଏ । ଏହି ବାୟୁ ସମୁଦ୍ର ପୃଷ୍ଠରୁ ଉତ୍ପତ୍ତି ଲାଭ କରିଥିବାରୁ ଏଥିରେ ଅଧିକ ପରିମାଣରେ ଜଳୀୟବାଷ୍ପ ଥାଏ । ତେଣୁ ଏହି ବାୟୁପ୍ରବାହଦ୍ବାରା ଆମ ଦେଶରେ ବୃଷ୍ଟିପାତ ହୋଇଥାଏ ।
  • ମୌସୁମୀ ବୃଷ୍ଟିପାତ ଅସମାନ ଓ ଅନିଶ୍ଚିତ । ଭାରତର ଉତ୍ତର-ପୂର୍ବ ରାଜ୍ୟମାନଙ୍କରେ ଅଧ୍ଵ ବୃଷ୍ଟିପାତ ହୋଇଥାଏ । ରାଜସ୍ଥାନର ପଶ୍ଚିମାଞ୍ଚଳରେ ଅତି କମ୍ ବୃଷ୍ଟିପାତ କାରଣରୁ ଥର୍ ମରୁଭୂମି ସୃଷ୍ଟି ହୋଇଛି ।

ଶରତ ଋତୁ :

  • ଶରତ ଋତୁରେ ପ୍ରତ୍ୟାବର୍ତ୍ତନଶୀଳ ମୌସୁମୀ ବାୟୁ ଯୋଗୁଁ ତାମିଲନାଡୁ ଓ ଆନ୍ଧ୍ର ଉପକୂଳରେ ବୃଷ୍ଟିପାତ କରାଇଥାଏ ।
  • ୧୯୯୯ ମସିହା ଅକ୍ଟୋବର ୨୮ ତାରିଖରେ ମହାବାତ୍ୟା ଯୋଗୁ ଆମ ରାଜ୍ୟରେ ଦଶହଜାରରୁ ଊର୍ଦ୍ଧ୍ବ ଲୋକ ମୃତ୍ୟୁବରଣ କରିଥିଲେ ।

ଶୀତଋତୁ :

  • ଶୀତଋତୁରେ ଭାରତରେ ସୂର୍ଯ୍ୟକିରଣ ଲମ୍ବଭାବରେ ପଡ଼େ ନାହିଁ । ଏହି ଋତୁରେ ଦିନ ଛୋଟ ଓ ରାତି ବଡ଼ ହୁଏ ।
  • ଏହି ଋତୁରେ ହିମାଳୟ ପର୍ବତମାଳା ଓ ଉତ୍ତର ଭାରତର କେତେକ ଅଞ୍ଚଳରେ ତୁଷାରପାତ ହୁଏ ।
  • ଏହି ଋତୁରେ ତାମିଲନାଡୁ ଉପକୂଳରେ ବୃଷ୍ଟିପାତ ହୋଇଥାଏ ।
  • ବହୁ ବର୍ଷ ଧରି ପାଣିପାଗର ହାରାହାରି ଅବସ୍ଥାକୁ ଜଳବାୟୁ କୁହାଯାଏ ।
  • ମୌସୁମୀ ବାୟୁ ପ୍ରଭାବରେ ଭାରତରେ ପ୍ରଚୁର ବୃଷ୍ଟି ହୋଇଥାଏ । ମୌସୁମୀ ଶବ୍ଦଟି ଆରବ ଶବ୍ଦ ‘ମୌସମ୍’ରୁ ଆସିଛି, ଯାହାର ଅର୍ଥ ଋତୁ ।

କ୍ରାନ୍ତୀୟ ବାତାବର୍ଷ :
କ୍ରାନ୍ତିମଣ୍ଡଳରେ କୌଣସି କାରଣରୁ ବାୟୁଚାପ ହ୍ରାସ ପାଇ ଲଘୁଚାପ କେନ୍ଦ୍ର ସୃଷ୍ଟି ହୋଇ ଘନୀଭୂତ ହେଲେ ବାତାବର୍ଷରେ ପରିଣତ ହୁଏ, ଯାହାକୁ କ୍ରାନ୍ତୀୟ ବାତାବର୍ଷ କୁହାଯାଏ । ଏହାର ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ ପ୍ରଚୁର ବୃଷ୍ଟିପାତ ହୋଇଥାଏ ।

BSE Odisha 6th Class Geography Solutions Chapter 7(b) ଭାରତ : ଜଳବାୟୁ, ପ୍ରାକୃତିକ ଉଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ

ମୌସୁମୀ ବାୟୁ :
ଏହା ଏକ ଋତୁକାଳୀନ ବାୟୁ ପ୍ରବାହ । ଗ୍ରୀଷ୍ମକାଳରେ ଏହା ଦକ୍ଷିଣ-ପଶ୍ଚିମ ଦିଗରୁ ଓ ଶୀତକାଳରେ ଉତ୍ତର-ପୂର୍ବ ଦିଗରୁ ପ୍ରବାହିତ ହୁଏ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମୁଦ୍ରପୃଷ୍ଠରୁ ପ୍ରବାହିତ ହେଉଥ‌ିବାରୁ ଏଥ‌ିରେ ଅଧିକ ଜଳୀୟବାଷ୍ପ ଥାଏ । ଏଥୁରୁ ପ୍ରଚୁର ବୃଷ୍ଟିପାତ ମିଳିଥାଏ ।

ପ୍ରାକୃତିକ ଉଭିଦ :
ମଣିଷର ବିନା ସାହାଯ୍ୟରେ ଆପେ ଆପେ ବଢୁଥ‌ିବା ଘାସ, ବୁଦା ଓ ଗଛଲତାଦିକୁ ପ୍ରାକୃତିକ ଉଭିଦ କୁହାଯାଏ । ଭିନ୍ନ ଭିନ୍ନ ଜଳବାୟୁ ଅଞ୍ଚଳରେ ବିଭିନ୍ନ ପ୍ରକାର ପ୍ରାକୃତିକ ଉଦ୍ଭଦ ଦେଖାଯାଏ ।

  • ଜଳବାୟୁ ବିଭିନ୍ନତା ଯୋଗୁ ଆମ ଦେଶରେ ବିଭିନ୍ନ ପ୍ରକାର ପ୍ରାକୃତିକ ଉଭିଦ ଦେଖାଯାଏ । ସେଗୁଡ଼ିକ ହେଲା –
    → କ୍ରାନ୍ତୀୟ ଚିରହରିତ୍‌ ଅରଣ୍ୟ
    → କ୍ରାନ୍ତୀୟ ପଶ୍ଚିମୋଚୀ ଅରଣ୍ୟ ବା ମୌସୁମୀ ଅରଣ୍ୟ
    → କଣ୍ମ।ଚୁଦା ଜଙ୍ଗଲ
    → ପାର୍ବତ୍ୟ ଅରଣ୍ୟ
    → ହେନ୍ତାଳ ବଣ ବା ଜୁଆରିଆ ଅରଣ୍ୟ ।
  • କ୍ରାନ୍ତୀୟ ଚିରହରିତ୍‌ ଅରଣ୍ୟର ବୃକ୍ଷଗୁଡ଼ିକ ଅତି ଘଞ୍ଚ । ଫଳରେ ସୂର୍ଯ୍ୟାଲୋକ ଭୂପୃଷ୍ଠରେ ପଡ଼ିପାରେ ନାହିଁ । ଏହି ଅରଣ୍ୟର ବୃକ୍ଷଗୁଡ଼ିକ ବର୍ଷର ଭିନ୍ନ ଭିନ୍ନ ସମୟରେ ପତ୍ରଝଡ଼ା ଦେଇଥାଆନ୍ତି । ଫଳରେ ଅରଣ୍ୟରେ ଚିର ସବୁଜିମା ଭରି ରହିଥାଏ । ତେଣୁ ଏହାକୁ ଚିରହରିତ୍‌ ଅରଣ୍ୟ କୁହାଯାଏ । ମେହୋଗାନି, ଏବୋନି ଓ ରୋଜଉଡ୍ ଆଦି ଏହି ଅରଣ୍ୟର ମୁଖ୍ୟ ବୃକ୍ଷ ।
  • କ୍ରାନ୍ତୀୟ ଚିରହରିତ୍‌ ଅରଣ୍ୟର ବୃକ୍ଷଗୁଡ଼ିକ ଅତି ଘଞ୍ଚ । ଫଳରେ ସୂର୍ଯ୍ୟାଲୋକ ଭୂପୃଷ୍ଠରେ ପଡ଼ିପାରେ ନାହିଁ । ଏହି ଅରଣ୍ୟର ବୃକ୍ଷଗୁଡ଼ିକ ବର୍ଷର ଭିନ୍ନ ଭିନ୍ନ ସମୟରେ ପତ୍ରଝଡ଼ା ଦେଇଥାଆନ୍ତି । ଫଳରେ ଅରଣ୍ୟରେ ଚିର ସବୁଜିମା ଭରି ରହିଥାଏ । ତେଣୁ ଏହାକୁ ଚିରହରିତ୍‌ ଅରଣ୍ୟ କୁହାଯାଏ । ମେହୋଗାନି, ଏବୋନି ଓ ରୋଜଉଡ୍ ଆଦି ଏହି ଅରଣ୍ୟର ମୁଖ୍ୟ ବୃକ୍ଷ ।
  • କ୍ରାନ୍ତୀୟ ପଶ୍ଚିମୋଚୀ ଅରଣ୍ୟର ବୃକ୍ଷଗୁଡ଼ିକ ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ପତ୍ରଝଡ଼ା ଦେଇଥାଆନ୍ତି । ଶାଳ, ପିଆଶାଳ, ଶାଗୁଆନ୍, ଅଶ୍ୱତ୍‌ଥ, ନିମ, ଶିଶୁ ଆଦି ଏହି ଅରଣ୍ୟର ମୁଖ୍ୟ ବୃକ୍ଷ । ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରର କେତେକ ଅଞ୍ଚଳରେ କ୍ରାନ୍ତୀୟ ପଶ୍ଚିମୋଚୀ ଅରଣ୍ୟ ଦେଖାଯାଏ ।
  • କମ୍ ବୃଷ୍ଟିପାତ ହେଉଥିବା ଅଞ୍ଚଳରେ କଣ୍ଟାବୁଦା ଜଙ୍ଗଲ ଦେଖାଯାଏ । ଏଠାକାର ଉଭିଦ ଅଳ୍ପ ଉଚ୍ଚ ଓ ମୋଟା ପତ୍ର ବିଶିଷ୍ଟ । ମୁଖ୍ୟତଃ ସିଜୁ, ଖଜୁରୀ, ନାଗଫେଣୀ, ବବୁଲ ଆଦି କ୍ଷୁଦ୍ର ଉଭିଦ ଏ ଜଙ୍ଗଲରେ ବଢ଼େ । ରାଜସ୍ଥାନ, ପଞ୍ଜାବ, ହରିଆନା, ପଶ୍ଚିମଘାଟ ପର୍ବତମାଳାର ପୂର୍ବଢ଼ାଲୁ ଅଂଶ ଓ ଗୁଜୁରାଟରେ ଏ ପ୍ରକାର ଜଙ୍ଗଲ ଅଛି । ପାର୍ବତ୍ୟ ଅରଣ୍ୟରେ ଭିନ୍ନ ଭିନ୍ନ ପ୍ରକାର ଉଭିଦ ଦେଖାଯାଏ । ଚିର, ପାଇନ୍, ଦେବଦାରୁ ଆଦି ଏହି ଅରଣ୍ୟର ମୁଖ୍ୟ ବୃକ୍ଷ ।
  • ଉପକୂଳବର୍ତ୍ତୀ ଜୁଆର ପାଣି ମାଡ଼ୁଥିବା ସନ୍ତସନ୍ତିଆ ଅଞ୍ଚଳରେ ହେନ୍ତାଳ ବଣ ଦେଖାଯାଏ । ହେନ୍ତାଳ ବୃକ୍ଷ ଏହି ଅରଣ୍ୟର ମୁଖ୍ୟ ବୃକ୍ଷ । ଓଡ଼ିଶାର ଭିତରକନିକା ଏବଂ ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜରେ ହେନ୍ତାଳ ବଣ ରହିଛି ।

BSE Odisha 6th Class Geography Solutions Chapter 7(b) ଭାରତ : ଜଳବାୟୁ, ପ୍ରାକୃତିକ ଉଭିଦ, ବନ୍ୟପ୍ରାଣୀ ଓ ଏହାର ସଂରକ୍ଷଣ

ଅରଣ୍ୟର ଉପକାରିତା :

  • ବୃକ୍ଷଲତାଗୁଡ଼ିକ ଖାଦ୍ୟ ପ୍ରସ୍ତୁତିରେ ଅଙ୍ଗାରକାମ୍ଳ ବାଷ୍ପ ଗ୍ରହଣ କରିଥା’ରି ଏବଂ ଅମ୍ଳଜାନ ଛାଡ଼ିଥା’ଛି । ଅମ୍ଳଜାନକୁ ଆମେ ପ୍ରଶ୍ବାସରେ ଗ୍ରହଣ କରିଥାଉ ।
  • ଚେର ମୂଳଦ୍ଵାରା ବୃକ୍ଷଗୁଡ଼ିକ ମୃତ୍ତିକାକୁ ବାନ୍ଧି ରଖୁ’ଛି । ଫଳତଃ ମୃତ୍ତିକାକ୍ଷୟ ହ୍ରାସ ପାଇଥାଏ ।
  • ଜଙ୍ଗଲରୁ ଗୃହ ଆସବାବ ନିମନ୍ତେ କାଠ, ଜାଳେଣି କାଠ, ଗୋମେଷାଦି ପଶୁଖାଦ୍ୟ, ଔଷଧୀୟ ବୃକ୍ଷ, ଚେରମୂଳି, ଲାଖ, ମହୁ, ଝୁଣା, ଅଠା ଓ କେନ୍ଦୁପତ୍ର ଆଦି ଆବଶ୍ୟକୀୟ ପଦାର୍ଥ ମିଳିଥାଏ ।
  • ଜଙ୍ଗଲ ବନ୍ୟପ୍ରାଣୀଙ୍କର ପ୍ରାକୃତିକ ଆବାସସ୍ଥଳୀ ।
  • ଜଙ୍ଗଲ ବୃଷ୍ଟିପାତ କରିବାରେ ସହାୟକ ହୋଇଥାଏ ।

ବନ୍ୟପ୍ରାଣୀ :

  • ଜଙ୍ଗଲ ଅନେକ ପ୍ରକାର ପ୍ରାଣୀଙ୍କର ବାସସ୍ଥାନ । ହଜାର ହଜାର ପ୍ରଜାତିର ପ୍ରାଣୀ ଓ ବହୁ ପ୍ରକାର ପ୍ରଜାତିର ସରୀସୃପ, ଉଭୟଚର ପ୍ରାଣୀ, ପକ୍ଷୀ ଓ କୀଟପତଙ୍ଗ ଜଙ୍ଗଲରେ ରହିଥାଆନ୍ତି ।
  • ବାଘ ଆମର ଜାତୀୟ ପଶୁ । ମୟୂର ଆମର ଜାତୀୟ ପକ୍ଷୀ ।
  • ଆମ ରାଜ୍ୟର ଚିଲିକା ହ୍ରଦକୁ ଶୀତଦିନେ ବିଦେଶରୁ ବହୁସଂଖ୍ୟାରେ ପକ୍ଷୀ ଆସିଥାଆନ୍ତି ।
  • ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସାରାଦେଶରେ ଅନେକ ଜାତୀୟ ଉଦ୍ୟାନ, ଅଭୟାରଣ୍ୟ ଓ ଜୈବମଣ୍ଡଳ ସଂରକ୍ଷିତ ଅଞ୍ଚଳମାନ ପ୍ରତିଷ୍ଠା କରାଯାଇଛି । ‘ପକ୍ଷୀ ଅଭୟାରଣ୍ୟ’, ‘ବ୍ୟାଘ୍ର ପ୍ରକଳ୍ପ’ ଓ ‘ହସ୍ତୀ ପ୍ରକଳ୍ପ’ ମାଧ୍ୟମରେ ଏହି ପ୍ରାଣୀମାନଙ୍କୁ ସୁରକ୍ଷା ଦେବାପାଇଁ ସରକାର ଉଦ୍ୟମ କରୁଛନ୍ତି ।
  • ପ୍ରତିବର୍ଷ ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଉଛି । ବନ୍ୟପ୍ରାଣୀଙ୍କ ଆବାସସ୍ଥଳୀକୁ ସୁରକ୍ଷା ଦେବା ନିମନ୍ତେ ଜନ ସଚେତନତା ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।

Leave a Comment