BSE Odisha 6th Class Geography Important Questions Chapter 6(c) ଉତ୍ତର ଆମେରିକା

Odisha State Board BSE Odisha 6th Class Geography Important Questions Chapter 6(c) ଉତ୍ତର ଆମେରିକା Important Questions and Answers.

BSE Odisha Class 6 Geography Important Questions Chapter 6(c) ଉତ୍ତର ଆମେରିକା

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଉତ୍ତର ଆମେରିକା ଅଧିବାସୀ ଓ ସେମାନଙ୍କ ଜୀବନଯାପନ ପ୍ରଣାଳୀ ବିଷୟରେ ବର୍ଣ୍ଣନା କର ।
Answer:

  • ଏସ୍କିମୋ ଓ ଲୋହିତ ଭାରତୀୟମାନେ ଉତ୍ତର ଆମେରିକାର ଆଦିମ ଅସ୍ଵାସୀ ।
  • ଗ୍ରୀନ୍‌ଲ୍ୟାଣ୍ଡ ଓ ଲାବ୍ରାଡ଼ର ଉପକୂଳବର୍ତ୍ତୀ ଅଞ୍ଚଳରେ ଏସ୍କିମୋମାନେ ଓ ପ୍ରେରୀ ଅଞ୍ଚଳରେ ଲୋହିତ ଭାରତୀୟମାନେ ବାସ କରନ୍ତି ।
  • ଚାଷ, ଗୋପାଳନ, ଶିଳ୍ପ, ଶିକ୍ଷା, ଚିକିତ୍ସା ବିଜ୍ଞାନ, ଗମନାଗମନ, ଖଣିଖନନ, ମାଛ ଧରିବା ଆଦି ଏହି ମହାଦେଶର ଲୋକମାନଙ୍କର ପ୍ରଧାନ ଜୀବିକା ।
  • ଏଠାରେ ମେସିନ୍ ସାହାଯ୍ୟରେ ମାଛଧରା ଓ ଚାଷକାମ କରାଯାଏ ।
  • ଏଠାରେ ମାଂସ ପାଇଁ ଘୁଷୁରୀ ପାଳନ ଏବଂ ଦୁଗ୍‌ଧ ଓ ମାଂସ ପାଇଁ ଗୋପାଳନ କରାଯାଏ ।

୨। ଉତ୍ତର ଆମେରିକାର ପ୍ରାକୃତିକ ଗଠନ ଓ ଜଳବାୟୁ ସମ୍ବନ୍ଧରେ ସଂକ୍ଷିପ୍ତ ସୂଚନା ଦିଅ ।
Answer:

  • ଉତ୍ତର ଆମେରିକାର ପଶ୍ଚିମ ଉପକୂଳରେ ପ୍ରଶାନ୍ତ ମହାସାଗରସହ ସମାନ୍ତରାଳ ଭାବେ ରକି ପର୍ବତଶ୍ରେଣୀ ଓ ପୂର୍ବ ଉପକୂଳରେ ଆଟ୍‌ଲାଣ୍ଟିକ୍ ମହାସାଗର କୂଳରେ ଆପେଲେସିଆନ୍ ପର୍ବତଶ୍ରେଣୀ ରହିଛି ।
  • ଏହାର କେନ୍ଦ୍ରଭାଗରେ ବୃହତ୍ ସମତଳଭୂମି ଏବଂ ଉତ୍ତରପୂର୍ବ ଭାଗରେ କାନାଡ଼ା ମାଳଭୂମି ଅଛି ।
  • ଏହି ମହାଦେଶର ଉତ୍ତର ଭାଗ ଉତ୍ତରମେରୁ ନିକଟବର୍ତ୍ତୀ ହୋଇଥିବାରୁ ସେଠାରେ ବର୍ଷସାରା ଶୀତ ଏବଂ ଦକ୍ଷିଣଭାଗ ବିଷୁବରେଖା ନିକଟବର୍ତ୍ତୀ ହୋଇଥିବାରୁ ସେଠାରେ ପ୍ରବଳ ଗରମ ଅନୁଭୂତ ହୁଏ ।
  • ଏହି ମହାଦେଶର ପୂର୍ବ ଓ ପଶ୍ଚିମ ଉପକୂଳରେ ଗ୍ରୀଷ୍ମଋତୁରେ ପ୍ରଚୁର ବୃଷ୍ଟିପାତ ହୁଏ ।
  • ଉତ୍ତର ଆମେରିକାର ଅଧ୍ୱକାଂଶ ଭାଗରେ ଶୀତଋତୁରେ ଭୀଷଣ ଶୀତ ହୁଏ ଓ ଉତ୍ତରମେରୁ ନିକଟବର୍ତ୍ତୀ ଅଞ୍ଚଳରେ ବରଫ ଝଡ଼ ହୁଏ ।

BSE Odisha 6th Class Geography Important Questions Chapter 6(c) ଉତ୍ତର ଆମେରିକା

ସଂକ୍ଷେପରେ ଉତ୍ତର ଦିଅ ।

୧। ଉତ୍ତର ଆମେରିକାର ଅବସ୍ଥିତି ଉଲ୍ଲେଖ କର ।
Answer:
(i) ଉତ୍ତର ଆମେରିକା ପୃଥ‌ିବୀର ତୃତୀୟ ବୃହତ୍ତମ ମହାଦେଶ ।
(ii) ଏହି ମହାଦେଶ ୭° ଉତ୍ତର ସମାକ୍ଷରେଖାରୁ ୮୪° ଉତ୍ତର ସମାକ୍ଷରେଖା ଓ ୧୨° ପଶ୍ଚିମ ଦ୍ରାଘିମାରେଖାଠାରୁ ୧୭୩° ପଶ୍ଚିମ ଦ୍ରାଘିମାରେଖା ପର୍ଯ୍ୟନ୍ତ ବିସ୍ତୃତ ।

୨। ଉତ୍ତର ଆମେରିକାର ତୁନ୍ଦ୍ରାଞ୍ଚଳ ବିଷୟରେ ଯାହାଜାଣ ଲେଖ ।
Answer:
(i) ଉତ୍ତର ଆମେରିକାର ମେରୁ ନିକଟବର୍ତ୍ତୀ ଅଞ୍ଚଳରେ ତୁନ୍ଦ୍ରାଞ୍ଚଳ ଦେଖାଯାଏ । ଏଠାରେ ବର୍ଷସାରା ଜଳବାୟୁ ଅତ୍ୟନ୍ତ ଥଣ୍ଡା ରହେ । ଗ୍ରୀଷ୍ମକାଳ ସ୍ଵଳ୍ପସ୍ଥାୟୀ ହୁଏ ।
(ii) ତାପମାତ୍ରା ହିମାଙ୍କର ଊର୍ଦ୍ଧ୍ବରେ ମାତ୍ର ୧୦° ସେଲସିୟସ୍ ମଧ୍ଯ ରହେ । ଏଠାରେ କୌଣସି ଉଭିଦ ଦେଖାଯାଏ ନାହିଁ ।

୩ । ଉତ୍ତର ଆମେରିକାର ପ୍ରାକୃତିକ ଉଦ୍ଭଦ ବିଷୟରେ ସଂକ୍ଷେପରେ ଲେଖ ।
Answer:
(i) ଉତ୍ତର ଆମେରିକାର ଉତ୍ତରାଂଶରେ ଥ‌ିବା ତୁନ୍ଦ୍ରାଞ୍ଚଳରେ ଗ୍ରୀଷ୍ମଋତୁରେ ବରଫ ତରଳିଗଲେ ସ୍ଥାନେ ସ୍ଥାନେ ବିଭିନ୍ନ ଜାତିର ଶୈବାଳ ଓ ହିମଗୁଳ୍ମ ଜନ୍ମେ ।
(ii) ଏହି ପ୍ରକାର ପ୍ରାକୃତିକ ଉଦ୍ଭଦକୁ ତୁନ୍ଦ୍ରା ଉଭିଦ କୁହାଯାଏ ।

୪ । ସରଳ ବର୍ଗୀୟ ଅରଣ୍ୟ କ’ଣ ? ଏଠାରେ କେଉଁ କେଉଁ ଉଦ୍ଭିଦ ଜନ୍ମେ ?
Answer:
(i) ତୁନ୍ଦ୍ରାଞ୍ଚଳର ଦକ୍ଷିଣକୁ ତାପମାତ୍ରା ଅଧ୍ଵ ହେତୁ ବୃକ୍ଷ ଅଧିକ ଉଚ୍ଚ ଏବଂ ସଳଖ ହୋଇଥାଏ । ଏହାକୁ ସରଳବର୍ଗୀୟ ଅରଣ୍ୟ ବା ଟାଇଗା କୁହାଯାଏ ।
(ii) ଏହି ଅରଣ୍ୟରେ ସ୍ପୃଶ୍, ପାଇନ୍, ଫିର, ଦେବଦାରୁ ଆଦି ନରମ କାଠର ବୃକ୍ଷ ଜନ୍ମେ ।

୫। ଉତ୍ତର ଆମେରିକାର ବନ୍ୟଜନ୍ତୁ ବିଷୟରେ ସଂକ୍ଷେପରେ ଲେଖ ।
Answer:
(i) ଉତ୍ତର ଆମେରିକାର ତୁନ୍ଦ୍ରାଞ୍ଚଳରେ ବଲ୍‌ଗାହରିଣ, ୱାଲରସ୍, ଧଳାଭାଲୁ, ସିଲ୍, କାରିବୁ ଆଦି ପଶୁ ରହନ୍ତି ।
(ii) ଟାଇଗା ଅଞ୍ଚଳରେ ବିଭର, ଧଳା କୋକିଶିଆଳୀ, ଲିଙ୍କସ୍‌, ମିଙ୍କ୍, ଗଧ୍ଵ ପ୍ରଭୃତି ଲୋମଶ ପ୍ରାଣୀ ବାସ କରନ୍ତି । ରକି ପାର୍ବତ୍ୟାଞ୍ଚଳରେ ବଡ଼ବଡ଼ ଶିଙ୍ଗଥିବା ବଣୁଆଛେଳି ଓ ପ୍ରିଡ୍‌ଲିଭାଲୁ ଦେଖାଯାଆନ୍ତି ।

(ଖ) ଭୌଗୋଳିକ କାରଣ ଦର୍ଶାଅ ।
୧। ଉତ୍ତର ଆମେରିକାର ଅଧ‌ିବାସୀମାନେ ଘୁଷୁରି ଓ ଗୋପାଳନ କରନ୍ତି ।
Answer:
(i) ଉତ୍ତର ଆମେରିକାରେ ବିସ୍ତୀର୍ଣ୍ଣ ଚାରଣ ଭୂମି ଥିବାରୁ ଏହାର ଅଧିବାସୀମାନେ ମାଂସପାଇଁ ଘୁଷୁରି ପାଳନ କ ର ନ୍ତି ।
(ii) ଦୁଗ୍‌ଧ ଓ ମାଂସପାଇଁ ଗୋପାଳନ କରନ୍ତି ।

BSE Odisha 6th Class Geography Important Questions Chapter 6(c) ଉତ୍ତର ଆମେରିକା

୨। ଉତ୍ତର ଆମେରିକାର ଅଧିକାଂଶ ଭାଗରେ ଶୀତଋତୁରେ ଭୀଷଣ ଶୀତ ହୁଏ ।
Answer:
(i) ଉତ୍ତର ଆମେରିକାର ଉତ୍ତର ଭାଗ ଉତ୍ତର ମେରୁ ନିକଟବର୍ତ୍ତୀ ହୋଇଥିବାରୁ ଏଠାରେ ବର୍ଷସାରା ପ୍ରବଳ ଶୀତ ହୁଏ ଏବଂ ତୁଷାରଝଡ଼ ହୋଇଥାଏ ।
(ii) ଉତ୍ତର ଆମେରିକାର ପୂର୍ବ-ପଶ୍ଚିମ ହୋଇ କୌଣସି ପର୍ବତଶ୍ରେଣୀ ନଥ‌ିବାରୁ ଉତ୍ତରରୁ ଆସୁଥିବା ଶୀତ ଲହରୀ ମହାଦେଶ ମଧ୍ୟଦେଇ ଦକ୍ଷିଣାଞ୍ଚଳ ପର୍ଯ୍ୟନ୍ତ ଚାଲିଆସେ । ଫଳରେ ଶୀତଋତୁରେ ପ୍ରବଳ ଶୀତ ହୋଇଥାଏ ।

୩। ଉତ୍ତର ଆମେରିକାର ତୁନ୍ଦ୍ରାଞ୍ଚଳରେ କୌଣସି ପ୍ରକାର ବୃକ୍ଷ ଦେଖାଯାଏ ନାହିଁ ।
Answer:
(i) ଉତ୍ତର ଆମେରିକାର ତୁନ୍ଦ୍ରାଞ୍ଚଳରେ ବର୍ଷସାରା ଜଳବାୟୁ ଅତ୍ୟନ୍ତ ଥଣ୍ଡା ରହେ । ଗ୍ରୀଷ୍ମକାଳ ସ୍ୱଳ୍ପକାଳ ସ୍ଥାୟୀ ହୁଏ ।
(ii) ସେଠାରେ ତାପମାତ୍ରା ହିମାଙ୍କର ଊର୍ଦ୍ଧ୍ୱରେ ମାତ୍ର ୧୦° ସେଲ୍‌ସିୟସ୍ ମଧ୍ୟରେ ରହେ । ତେଣୁ ଏଠାରେ କୌଣସି ପ୍ରକାର ବୃକ୍ଷ ଦେଖାଯାଏ ନାହିଁ ।

୪। ଉତ୍ତର ଆମେରିକାରୁ ପ୍ରଚୁର ପରିମାଣରେ ଦୁଗ୍‌ଧ ଓ ମାଂସ ମିଳିଥାଏ ।
Answer:
(i) ଉତ୍ତର ଆମେରିକାର ପ୍ରେରୀ ତୃଣଭୂମି ଅଞ୍ଚଳ ଓ ପାର୍ବତୀୟ ଚାରଣଭୂମି ମାନଙ୍କରେ ବହୁସଂଖ୍ୟାରେ ଗୋରୁ, ମେଣ୍ଢା ଆଦି ପାଳନ କରାଯାଏ ।
(ii) ଏହି ମହାଦେଶରେ ମାଂସପାଇଁ ଘୁଷୁରୀ ଏବଂ ଦୁଗ୍‌ଧ ଓ ମାଂସପାଇଁ ବହୁ ସଂଖ୍ୟାରେ ଗୋପାଳନ କରାଯାଏ । ତେଣୁ ଏଠାରେ ପ୍ରଚୁର ପରିମାଣରେ ଦୁଗ୍‌ଧ ଓ ମାଂସ ମିଳିଥାଏ ।

(ଗ) ସଂକ୍ଷିପ୍ତ ଟିପ୍ପଣୀ ଲେଖ।
୧। ଗ୍ୟାଞ୍ଚ :
Answer:
(i) ଉତ୍ତର ଆମେରିକାରେ ବଡ଼ ବଡ଼ ଗୋପାଳନ କେନ୍ଦ୍ର ଦେଖାଯାଏ । ଏହି ଗୋପାଳନ କେନ୍ଦ୍ରକୁ ଗ୍ୟାଞ୍ଚ କ ହନ୍ତି ।
(ii) ଗୋଟିଏ ଗୋଟିଏ କେନ୍ଦ୍ରରେ ହଜାର ହଜାର ସଂଖ୍ୟାରେ ଗୋରୁ ଓ ମେଣ୍ଢା ପାଳନ କରାଯାଏ ।

୨। ପ୍ରେରୀ :
Answer:
(i) ଉତ୍ତର ଆମେରିକାର କେନ୍ଦ୍ରୀୟ ସମତଳ ଅଞ୍ଚଳରେ ବିସ୍ତୀର୍ଣ୍ଣ ତୃଣଭୂମି ଦେଖାଯାଏ । ଘାସ ଏଠାକାର ପ୍ରଧାନ ପ୍ରାକୃତିକ ଉଭିଦ ।
(ii) ଏହି ପ୍ରକାର ତୃଣଭୂମିକୁ ପ୍ରେରୀ କହନ୍ତି ।

BSE Odisha 6th Class Geography Important Questions Chapter 6(c) ଉତ୍ତର ଆମେରିକା

୩ । ଯୋଜକ :
Answer:
(i) ଦୁଇଟି ବୃହତ୍ ସ୍ଥଳଭାଗକୁ ଏକ ସଂକୀର୍ଣ୍ଣ ସ୍ଥଳଭାଗ ଯେଉଁଠାରେ ଯୋଗକରେ । ତାହାକୁ ଯୋଜକ
(ii) ପୂର୍ବେ ପାନାମା ଯୋଜକଦ୍ବାରା ଉତ୍ତର ଆମେରିକା ଦକ୍ଷିଣ ଆମେରିକା ସହ ସଂଯୁକ୍ତ ଥିଲା ।

(ଘ) ପାର୍ଥକ୍ୟ ଦର୍ଶାଅ :
୧। ତୁନ୍ଦ୍ରା ଓ ଟାଇଗା :
Answer:

ତୁନ୍ଦ୍ରା ଟାଇଗା
(i)ଉତ୍ତର ଆମେରିକାର ଉତ୍ତର ମେରୁ ନିକଟବର୍ତ୍ତୀ ଅଞ୍ଚଳକୁ ତୁନ୍ଦ୍ରାଞ୍ଚଳ କୁହାଯାଏ । ଏଠାରେ ବର୍ଷସାରା ଜଳବାୟୁ ଅତ୍ୟନ୍ତ ଥଣ୍ଡା ରହେ ।
(ii) ଏଠାରେ ଶୈବାଳ ଓ ହିମଗୁଳ୍ମ ଜନ୍ମେ ।
(i) ମେରୁ ନିକଟବର୍ତ୍ତୀ ତୁଦ୍ରାଞ୍ଚଳର ଦକ୍ଷିଣ ଅଞ୍ଚଳକୁ ଟାଇଗା କୁହାଯାଏ । ଏହି ଅଞ୍ଚଳରେ ତାପମାତ୍ରା ଅଧିକ ରହେ ।
(ii) ଏହି ଅଞ୍ଚଳରେ ସୃଶ୍, ପାଇନ୍, ଫିର୍, ଦେବଦାରୁ ଆଦି ବୃକ୍ଷ ଦେଖାଯାଏ । ଏଠାକାର ବୃକ୍ଷଗୁଡ଼ିକ ଅଧିକ ଉଚ୍ଚ ଓ ସଳଖ ।

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର 
(କ) ଶୂନ୍ୟସ୍ଥାନ ପୂରଣ କର ।
(୧) _____________ ଅଞ୍ଚଳରେ ଗ୍ରିଜ୍‌ଲିଭାଲୁ ଦେଖାଯାଆନ୍ତି ।
Answer:
ରକି ପାର୍ବତ୍ୟାଞ୍ଚଳ

(୨) ତୁନ୍ଦ୍ରାଞ୍ଚଳରେ _____________ କାଳ ସ୍ଵସ୍ଥାୟୀ ହୁଏ ।
Answer:
ଗ୍ରୀଷ୍ମ

(୩) ଉତ୍ତରାଞ୍ଚଳ ପୂର୍ବରେ ____________________ ମହାସାଗର ଅବସ୍ଥିତ ।
Answer:
ଆଟ୍‌ଲାଣ୍ଟିକ୍

BSE Odisha 6th Class Geography Important Questions Chapter 6(c) ଉତ୍ତର ଆମେରିକା

(୪) ଆୟତନ ଅନୁସାରେ ଉତ୍ତର ଆମେରିକା ପୃଥ‌ିବୀର ______________ ବୃହତ୍ତମ ମହାଦେଶ ।
Answer:
ତୃତୀୟ

(୫) ଉତ୍ତର ଆମେରିକାର ତୁନ୍ଦ୍ରାଞ୍ଚଳର ଦକ୍ଷିଣକୁ ତାପମାତ୍ରା ଅଧ‌ିକ ହେତୁ _____________________ ଅରଣ୍ୟ ଦେଖାଯାଏ ।
Answer:
ସରଳବର୍ଗୀୟ

(୬) କେନ୍ଦ୍ରୀୟ ସମତଳ ଅଞ୍ଚଳରେ ଦେଖାଯାଉଥ‌ିବା ବିସ୍ତୀର୍ଣ୍ଣ ତୃଣଭୂମିକୁ _____________________ କୁହାଯା
Answer:
ପ୍ରେରୀ

(୭) ଲୋହିତ ଭାରତୀୟମାନେ ଉତ୍ତର ଆମେରିକାର _____________________ ଅଞ୍ଚଳରେ ବାସ କରନ୍ତି ।
Answer:
ପ୍ରେରୀ

(୮) ଯୁକ୍ତରାଷ୍ଟ୍ର ଆମେରିକାର ରାଜଧାନୀ ___________________ ।
Answer:
ୱାଶିଙ୍ଗଟନ୍ ଡି.ସି.

(ଖ) ସଂକ୍ଷେପରେ ଉତ୍ତର ଦିଅ ।
୧। ରକି ପାର୍ବତ୍ୟାଞ୍ଚଳରେ କେଉଁ ପ୍ରାଣୀ ଦେଖାଯାଆନ୍ତି ?
Answer:
ରକି ପାର୍ବତ୍ୟାଞ୍ଚଳରେ ବଡ଼ ବଡ଼ ଶିଙ୍ଗ ଥିବା ବଣୁଆ ଛେଳି ଓ ଗ୍ରିଜ୍‌ଲି ଭାଲୁ ଦେଖାଯାଆନ୍ତି ।

୨। କେନ୍ଦ୍ରୀୟ ସମତଳ ଅଞ୍ଚଳରେ ଦେଖାଯାଉଥ‌ିବା ବିସ୍ତୀର୍ଣ୍ଣ ତୃଣଭୂମିକୁ କ’ଣ କୁହାଯାଏ ?
Answer:
କେନ୍ଦ୍ରୀୟ ସମତଳ ଅଞ୍ଚଳରେ ଦେଖାଯାଉଥ‌ିବା ବିସ୍ତୀର୍ଣ୍ଣ ତୃଣଭୂମିକୁ ପ୍ରେରୀ କୁହାଯାଏ ।

BSE Odisha 6th Class Geography Important Questions Chapter 6(c) ଉତ୍ତର ଆମେରିକା

୩। ଏସ୍କିମୋ ମାନେ କେଉଁ ଅଞ୍ଚଳରେ ବାସ କରନ୍ତି ?
Answer:
ଏସ୍କିମୋ ମାନେ ଗ୍ରୀଲ୍ୟାଣ୍ଡ ଓ ଲାବ୍ରାଡ଼ର ଉପକୂଳବର୍ତ୍ତୀ ଅଞ୍ଚଳରେ ବାସ କରନ୍ତି ।

୪। ରଞ୍ଚ କ’ଣ ?
Answer:
ଦୁଗ୍‌ଧ ଓ ମାଂସ ପାଇଁ ଗୋପାଳନ କରାଯାଉଥ‌ିବା ବଡ଼ ବଡ଼ ଗୋପାଳନ କେନ୍ଦ୍ରକୁ ରଞ୍ଚ କୁହାଯାଏ ।

୫। ପ୍ରେରୀ କ’ଣ ?
Answer:
ଉତ୍ତର ଆମେରିକାର କେନ୍ଦ୍ରୀୟ ସମତଳ ଅଞ୍ଚଳରେ ଦେଖାଯାଉଥ‌ିବା ବିସ୍ତୀର୍ଣ୍ଣ ତୃଣଭୂମିକୁ ପ୍ରେରୀ କୁହାଯାଏ ।

୬। ପ୍ରଣାଳୀ କହିଲେ କ’ଣ ବୁଝ ?
Answer:
ଏକ ସଂକୀର୍ଣ୍ଣ ଜଳଭାଗ ଯାହା ଦୁଇଟି ବୃହତ୍ ଜଳରାଶିକୁ ସଂଯୋଗ କରେ, ତାହାକୁ ପ୍ରଣାଳୀ କୁହାଯାଏ ।

୭ । କେଉଁମାନେ ଉତ୍ତର ଆମେରିକାର ଆଦିମ ଅସ୍ଵାସୀ ?
Answer:
ଏସ୍କିମୋ ଓ ଲୋହିତ ଭାରତୀୟମାନେ ଉତ୍ତର ଆମେରିକାର ଆଦିମ ଅସ୍ଵାସୀ ଅଟନ୍ତି ।

୮। କାନାଡ଼ାର ରାଜଧାନୀର ନାମ କ’ଣ ?
Answer:
କାନାଡ଼ାର ରାଜଧାନୀର ନାମ ଅଟାଓ୍ବା ।

୯। ଉତ୍ତର ଆମେରିକାର ପୂର୍ବରେ କେଉଁ ମହାସାଗର ଅବସ୍ଥିତ ?
Answer:
ଉତ୍ତର ଆମେରିକାର ପୂର୍ବରେ ଆଟ୍‌ଲାଷ୍ଟିକ୍ ମହାସାଗର ଅବସ୍ଥିତ ।

BSE Odisha 6th Class Geography Important Questions Chapter 6(c) ଉତ୍ତର ଆମେରିକା

୧୦ । ଉତ୍ତର ଆମେରିକାକୁ ଏସିଆ ମହାଦେଶଠାରୁ ପୃଥକ୍ କରୁଥିବା ପ୍ରଣାଳୀର ନାମ କ’ଣ ?
Answer:
ଉତ୍ତର ଆମେରିକାକୁ ଏସିଆ ମହାଦେଶଠାରୁ ପୃଥକ୍ କରୁଥିବା ପ୍ରଣାଳୀର ନାମ ବେନିଂ ପ୍ରଣାଳୀ ।

(ଗ) ଗୋଟିଏ ଭୌଗୋଳିକ ଶବ୍ଦରେ ଉତ୍ତର ଲେଖ ।
(୧) ଯୁକ୍ତରାଷ୍ଟ୍ର ଆମେରିକାର ରାଜଧାନୀ – ଶିଙ୍ଗଟନ୍ ଡି.ସି
(୨) ପୃଥ‌ିବୀର ତୃତୀୟ ବୃହତ୍ତମ ମହାଦେଶ – ଉତ୍ତର ଆମେରିକା
(୩) ଏକ ସଂକୀର୍ଣ୍ଣ ଜଳଭାଗ ଯାହା ଦୁଇଟି ବୃହତ୍ ଜଳରାଶିକୁ ସଂଯୋଗ କରେ – ପ୍ରଣାଳୀ
(୪) ମେକ୍ସିକୋର ରାଜଧାନୀ – ମେକ୍ସିକୋ ସହର
(୫) ଉତ୍ତର-ପଶ୍ଚିମରେ ଯେଉଁ ପ୍ରଣାଳୀ ଉତ୍ତର ଆମେରିକାକୁ ଏସିଆ ମହାଦେଶଠାରୁ ବିଛିନ୍ନ କରୁଅଛି – ବେରିଂ
(୬) କେନ୍ଦ୍ରୀୟ ସମତଳ ଅଞ୍ଚଳରେ ଦେଖାଯାଉଥ‌ିବା ବିସ୍ତୀର୍ଣ୍ଣ ତୃଣଭୂମି – ପ୍ରେରୀ
(୭) କାନାଡ଼ାର ରାଜଧାନୀ – ଅଟାଓ୍ବା
(୮) ବଡ଼ବଡ଼ ଗୋପାଳନ କେନ୍ଦ୍ରକୁ କୁହାଯାଏ – ଚ୍ୟାଞ୍ଚ
(୯) ଉତ୍ତର ଆମେରିକାର ଆଦିମ ଅଧ‌ିବାସୀ – ଏସ୍କିମୋ, ଲୋହିତ ଭାରତୀୟ
(୧୦) ଲୋହିତ ଭାରତୀୟମାନେ ବାସ କରୁଥିବା ଅଞ୍ଚଳ – ପ୍ରେରୀ

(ଘ) ସ୍ତମ୍ଭ ମିଳନ କର :

BSE Odisha 6th Class Geography Important Questions Chapter 6(c) ଉତ୍ତର ଆମେରିକା 1
Answer:
BSE Odisha 6th Class Geography Important Questions Chapter 6(c) ଉତ୍ତର ଆମେରିକା 2

BSE Odisha 6th Class Geography Important Questions Chapter 6(c) ଉତ୍ତର ଆମେରିକା 3
Answer:
BSE Odisha 6th Class Geography Important Questions Chapter 6(c) ଉତ୍ତର ଆମେରିକା 4

(ଙ) ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
୧। ନିମ୍ନଲିଖ ମଧ୍ୟରୁ ଉତ୍ତର ଆମେରିକାର ପଶ୍ଚିମରେ କେଉଁ ମହାସାଗର ଅଛି ?
(A) ପ୍ରଶା।ନ୍ତ
(B) ଭାରତ
(C) ଆଟ୍‌ଲାଣ୍ଟିକ୍
(D) ସୁମେରୁ
Answer:
(A) ପ୍ରଶା।ନ୍ତ

BSE Odisha 6th Class Geography Important Questions Chapter 6(c) ଉତ୍ତର ଆମେରିକା

୨ । ନିମ୍ନଲିଖ ମଧ୍ୟରୁ ଉତ୍ତର ଆମେରିକାର ବୃହତ୍ତମ ଗୋପାଳନ କେନ୍ଦ୍ରକୁ କ’ଣ କୁହାଯାଏ ?
(A) ପ୍ରେରୀ
(B) ରଞ୍ଚ
(C) କ୍ୟାମ୍ପୋସ୍
(D) ହାନୋସ
Answer:
(B) ରଞ୍ଚ

୩। ନିମ୍ନଲିଖ ମଧ୍ୟରୁ ଏସ୍କିମୋ ମାନେ କେଉଁ ଅଞ୍ଚଳରେ ବାସ କରନ୍ତି ?
(A) ଗ୍ରୀଲ୍ୟାଣ୍ଡ
(B) ଅଟାୱା
(C) ପ୍ରେରୀ
(D) ଚିକାଗୋ
Answer:
(A) ଗ୍ରୀଲ୍ୟାଣ୍ଡ

୪। ନିମ୍ନଲିଖ ମଧ୍ୟରୁ ରକି ପାର୍ବତ୍ୟାଞ୍ଚଳରେ କେଉଁ ପଶୁ ଦେଖାଯାଆନ୍ତି ?
(A) ବିଭର
(B) ମିଙ୍କ
(C) ଗ୍ରୀଡ୍‌ଲି ଭାଲୁ
(D) ଗଧୂ
Answer:
(C) ଗ୍ରୀଡ୍‌ଲି ଭାଲୁ

୫। ନିମ୍ନଲିଖ ମଧ୍ୟରୁ ପ୍ରେରୀ ଅଞ୍ଚଳରେ କେଉଁମାନେ ବାସ କରନ୍ତି ?
(A) ଏସ୍କିମୋ
(B) ନିଗ୍ରୋ
(C) ଲୋହିତ ଭାରତୀୟ
(D) ଆଦିବାସୀ
Answer:
(C) ଲୋହିତ ଭାରତୀୟ

୬। କାନାଡ଼ାର ରାଜଧାନୀର ନାମ କ’ଣ ଅଟେ ?
(A) ୱାଶିଂଟନ୍
(B) ଟରଣ୍ଟୋ
(C) ଅଟାୱା
(D) ନିଉୟର୍କ
Answer:
(C) ଅଟାୱା

୭। ତୁଦ୍ରାଞ୍ଚଳରେ କେଉଁ କାଳ ସ୍ଵଳ୍ପସ୍ଥାୟୀ ଅଟେ ?
(A) ଗ୍ରୀଷ୍ମକାଳ
(B) ବର୍ଷାକାଳ
(C) ଶୀତକାଳ
(D) ଶରତ କାଳ
Answer:
(A) ଗ୍ରୀଷ୍ମକାଳ

୮ । ମେକ୍ସିକୋର ରାଜଧାନୀ କିଏ ?
(A) ମେକ୍ସିକୋ ସହର
(B) କାନାଡ଼ା ସହର
(C) ଚିକାଗୋ ସହର
(D) ଅଟାୱା ସହର
Answer:
(A) ମେକ୍ସିକୋ ସହର

BSE Odisha 6th Class Geography Important Questions Chapter 6(c) ଉତ୍ତର ଆମେରିକା

୯ । ନିମ୍ନଲିଖ ମଧ୍ୟରୁ କେଉଁ ଦେଶଟି ଉତ୍ତର ଆମେରିକା ମହାଦେଶର ଅଟେ ?
(A) ଟରଣ୍ଟୋ
(B) ପାନାମା
(C) ୱାଶିଙ୍ଗଟନ୍
(D) ଲସ୍ ଏଞ୍ଜେଲସ୍
Answer:
(B) ପାନାମା

୧୦ । ରକି ପାର୍ବତ୍ୟାଞ୍ଚଳରେ କେଉଁ ପଶୁର ବଡ଼ ବଡ଼ ଶିଙ୍ଗଥାଏ ?
(A) ବଣୁଆ ଗଧୂ
(B) ବଣୁଆ ଛେଳି
(C) ବଣୁଆ ବିଭର
(D) ବଣୁଆ ଭାଲୁ
Answer:
(B) ବଣୁଆ ଛେଳି

ତୁମ ପାଇଁ କାମ :

→ ଉତ୍ତର ଆମେରିକାର ୫ଟି ଦେଶର ନାମ ଓ ସେଗୁଡ଼ିକର ରାଜଧାନୀର ନାମ ଲେଖ ।
BSE Odisha 6th Class Geography Important Questions Chapter 6(c) ଉତ୍ତର ଆମେରିକା 5
BSE Odisha 6th Class Geography Important Questions Chapter 6(c) ଉତ୍ତର ଆମେରିକା 6

→  ଉତ୍ତର ଆମେରିକାର ରେଖାଙ୍କିତ ମାନଚିତ୍ରରେ ନିମ୍ନଲିଖତଗୁଡ଼ିକୁ ଦର୍ଶାଅ ।
(ଅପେଲେସିଆନ ପର୍ବତମାଳା, ରକି ପର୍ବତଶ୍ରେଣୀ, ମିସିସିପି ନଦୀ, ୱାଶିଙ୍ଗଟନ୍ ଡି.ସି.)
Answer:
( ନିଜେ କର ।)

BSE Odisha 6th Class Geography Important Questions Chapter 6(c) ଉତ୍ତର ଆମେରିକା

→  ଲୋହିତ ଭାରତୀୟମାନଙ୍କ ସମ୍ବନ୍ଧରେ ଅଧିକ ତଥ୍ୟ ସଂଗ୍ରହ କର ।
Answer:
( ନିଜେ କର ।)

Leave a Comment