Odisha State Board BSE Odisha 6th Class History Solutions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ Textbook Exercise Questions and Answers.
BSE Odisha Class 6 History Solutions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ
୧। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ଦ୍ଵିତୀୟ ଚନ୍ଦ୍ରଗୁପ୍ତ ନିଜକୁ କେଉଁ ଉପାଧ୍ଧରେ ଭୂଷିତ କରିଥିଲେ ଏବଂ ସେ କିପରି ନିଜ ସାମ୍ରାଜ୍ୟକୁ ବିସ୍ତୃତ କରିଥିଲେ ?
Answer:
- ସମୁଦ୍ରଗୁପ୍ତଙ୍କ ପରେ ତାଙ୍କର ଯୋଗ୍ୟପୁତ୍ର ଦ୍ବିତୀୟ ଚନ୍ଦ୍ରଗୁପ୍ତ ନିଜକୁ ‘ବିକ୍ରମାଦିତ୍ୟ’ ଉପାଧିରେ ଭୂଷିତ କରିଥିଲେ ।
- ସେ ପଶ୍ଚିମ ଭାରତରେ ଶକମାନଙ୍କ ବିରୋଧରେ ବିଜୟ ଅଭିଯାନ ଚଳାଇ ପଶ୍ଚିମ ମାଳବ ଓ ସୌରାଷ୍ଟ୍ର ଅଧ୍ୟାର କରିଥିଲେ ।
- ଏହା ଫଳରେ ଗୁପ୍ତ ସାମ୍ରାଜ୍ୟ ଆରବ ସାଗର ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା ।
- ତେଣୁ ଭାରତର ପଶ୍ଚିମ ଉପକୂଳରେ ଥିବା ବନ୍ଦର ଗୁପ୍ତ ସାମ୍ରାଜ୍ୟଭୁକ୍ତ ହୋଇଥିଲା ।
(ଖ) ଫା-ସିଆଙ୍କ ଭାରତ ଭ୍ରମଣ ବିବରଣୀରୁ ସେହି ସମୟରେ ଲୋକମାନଙ୍କର ଅର୍ଥନୈତିକ ଓ ସାମାଜିକ ଅବସ୍ଥା କପରି ଥିଲା, ଉଲ୍ଲେଖ କର ।
Answer:
- ଫା-ସିଆଙ୍କ ବିବରଣୀରୁ ଜଣାପଡ଼େ ଯେ ଭାରତୀୟମାନେ ସେତେବେଳେ ଖୁସିରେ ଥିଲେ । ସେମାନେ ବିଭିନ୍ନ ସ୍ଥାନକୁ ଅବାଧରେ ଯାତାୟାତ କରିପାରୁଥିଲେ । ଲୋକମାନଙ୍କର ଆର୍ଥିକ ଅବସ୍ଥା ଭଲଥିଲା ।
- ରାଜାମାନେ ସୁଶାସକ ଥିଲେ । ପ୍ରାଣଦଣ୍ଡର ବ୍ୟବସ୍ଥା ନଥିଲା । ଗୁରୁତର ଅପରାଧରେ କିମ୍ବା ବାରମ୍ବାର ବିଦ୍ରୋହକଲେ ଅଙ୍ଗଚ୍ଛେଦ କରାଯାଉଥିଲା । ଦୋଷୀମାନେ ଅର୍ଥଦଣ୍ଡରେ ଦଣ୍ଡିତ ହେଉଥିଲେ ।
- ଗ୍ରାମମାନଙ୍କର ସଂଖ୍ୟା ଅନେକ ଥିଲା । ରାଜା ଚାଷୀମାନଙ୍କଠାରୁ ଏକ ଚତୁର୍ଥାଂଶ ଫସଲ କର ଆକାରରେ ଗ୍ରହଣ କରୁଥିଲେ ।
- ଭାରତରେ ଅନେକ ଧର୍ମଶାଳା ଥିବା କଥା ମଧ୍ୟ ସେ କହିଛନ୍ତି । ଉଭୟ ବୌଦ୍ଧଧର୍ମାବଲମ୍ବୀ ଲୋକ ଓ ବ୍ରାହ୍ମଣମାନେ ଶାନ୍ତିପୂର୍ଣ୍ଣ ଭାବରେ ରହୁଥିଲେ ।
(ଗ) ଗୁପ୍ତଯୁଗରେ ବୌଦ୍ଧଧର୍ମର ଅବନତି ଓ ବ୍ରାହ୍ମଣ୍ୟ ଧର୍ମର ପୁନରୁତ୍ଥାନ କିପରି ହୋଇଥିଲା ?
Answer:
- ଦୁଇ ଶହରୁ ଅଧ୍ଵ ବର୍ଷ ଶାସନ କରିଥିବା ଗୁପ୍ତରାଜାମାନେ ବ୍ରାହ୍ମଣ ଧର୍ମର ପୃଷ୍ଠପୋଷକତା କରିବାରୁ ଓ ସଂସ୍କୃତ ଭାଷାରେ ଲିଖ୍ ଅନେକ ବ୍ରାହ୍ମଣ୍ୟ ଧର୍ମଗ୍ରନ୍ଥର ବିକାଶ ଦ୍ବାରା ବୌଦ୍ଧ ଧର୍ମର ପୂର୍ବ ଗୌରବ ହ୍ରାସ ପାଇଲା ।
- ସେ ସମୟରେ ମହାଯାନ ପନ୍ଥାର ଅଭ୍ୟୁଦୟ ଯୋଗୁ ବୌଦ୍ଧଧର୍ମ ଓ ବ୍ରାହ୍ମଣ୍ୟ ଧର୍ମ ମଧ୍ୟରେ ଥିବା ପ୍ରଭେଦ ହ୍ରାସ ପାଇଲା । ଏପରିକି ବୁଦ୍ଧଙ୍କୁ ବିଷ୍ଣୁଙ୍କର ଏକ ଅବତାର ରୂପେ ପରିଗଣିତ କରାଗଲା ।
- ଶଙ୍କରଙ୍କଦ୍ଵାରା ପ୍ରଚାରିତ ଅଦୈତବାଦର ପ୍ରଚାର ଓ ତାଙ୍କର ବଳିଷ୍ଠ ଦାର୍ଶନିକ ତର୍କ ନିକଟରେ ବୌଦ୍ଧ ପଣ୍ଡିତମାନେ ତାଙ୍କର ସମକକ୍ଷ ହୋଇ ପାରିଲେ ନାହିଁ ।
- ହିନ୍ଦୁଧର୍ମର ପ୍ରଭାବରେ ବୌଦ୍ଧଧର୍ମରେ ତନ୍ତ୍ର ପ୍ରବେଶ କରିବାରୁ ବଜ୍ରଯାନର ଆବିର୍ଭାବ ହେଲା । ଏଣୁ ଏହିସବୁ କାରଣମାନ ଯୋଗୁଁ ବୌଦ୍ଧଧର୍ମର ଅବନତି ଘଟିଥୁଲା ଓ ବ୍ରାହ୍ମଣଧର୍ମର ପୁନରୁତ୍ଥାନ ହୋଇଥିଲା ।
(ଘ) ଗୁପ୍ତଯୁଗର ଶାସକମାନଙ୍କ ସମୟରେ ସାହିତ୍ୟ, କଳା ଓ ସ୍ଥାପତ୍ୟର କିପରି ଉନ୍ନତି ହୋଇଥିଲା, ଲେଖ ।
Answer:
- ଗୁପ୍ତ ଯୁଗରେ ପ୍ରସିଦ୍ଧ କବି ଓ ନାଟ୍ୟକାର ଥିଲେ କାଳିଦାସ । ସେ ସଂସ୍କୃତ ଭାଷାରେ ଅଭିଜ୍ଞାନ ଶାକୁନ୍ତଳମ୍, ମାଳବିକାଗ୍ନିମିତ୍ରମ୍, ରଘୁବଂଶମ୍, କୁମାରସମ୍ଭବମ୍ ଓ ମେଘଦୂତମ୍ ଆଦି କାଳଜୟୀ ନାଟକ ରଚନା କରିଥିଲେ ।
- ସେହିପରି ଶୁଦ୍ରକଙ୍କଦ୍ଵାରା ଲିଖ୍ ‘ମୃଚ୍ଛକଟିକମ୍’ ଏକ ସାମାଜିକ ନାଟକ, ବିଷ୍ଣୁଶର୍ମାଙ୍କଦ୍ୱାରା ‘ପଞ୍ଚତନ୍ତ୍ର’, ଅମରସିଂହଙ୍କ ‘ଅମରକୋଷ’ ରାମାୟଣ, ମହାଭାରତ ଓ ପୁରାଣଗୁଡ଼ିକର ସଙ୍କଳନ ଇତ୍ୟାଦି ଗୁପ୍ତଯୁଗର ସାହିତ୍ୟର ଉତ୍କର୍ଷତା ବହନ କରିଥିଲା ।
- ଗୁପ୍ତଯୁଗର କଳା ଓ ସ୍ଥାପତ୍ୟ ପୂଣ୍ଣଭାବରେ ବିକାଶ ଲାଭ କରିଥିଲା । ଏହି ଯୁଗରେ ବ୍ରାହ୍ମଣ୍ୟ ଧର୍ମର ପୁନରୁତ୍ଥାନ ଯୋଗୁଁ ଉତ୍ତର ପ୍ରଦେଶର ଝାନ୍ସୀ ଜିଲ୍ଲାର ଦେଓଗଡ଼ଠାରେ ଦଶାବତାର ମନ୍ଦିର, ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ତିମ୍ୱାଠାରେ ଥିବା ବିଷ୍ଣୁମନ୍ଦିର, ଭୂମାରାଠାରେ ଥିବା ଶିବମନ୍ଦିର ଓ ଭିତରଗାଓଁର ଇଟାରେ ତିଆରି ମନ୍ଦିର ଆଦି ଗୁପ୍ତଯୁଗ ସ୍ଥାପତ୍ୟର ନିଦର୍ଶନ ।
- ଏହି ସମୟରେ ଅନେକ ବୌଦ୍ଧ ଚୈତ୍ୟଗୃହ ଓ ବିହାର ନିର୍ମାଣ କରାଯାଇଥିଲା ।
(ଙ) ଭାରତୀୟ ସଂସ୍କୃତିକୁ ଚାଲୁକ୍ୟମାନଙ୍କର ଅବଦାନ ବିଷୟ ଉଲ୍ଲେଖ କର ।
Answer:
- ଭାରତୀୟ ସଂସ୍କୃତିକୁ ଚାଲୁକ୍ୟମାନଙ୍କର ଅବଦାନ ଅତୁଳନୀୟ ଥିଲା । ସେହି ସମୟରେ ଚାଲୁକ୍ୟ ରାଜ୍ୟର ରାଜଧାନୀ ବାତାପି (କର୍ଣ୍ଣାଟକ ରାଜ୍ୟ) ଏକ ସମୃଦ୍ଧିଶାଳୀ ସହରଥୁଲା ଓ ବାଣିଜ୍ୟଗତ ସମ୍ପର୍କ ଚାଲୁକ୍ୟର ଅର୍ଥନୈତିକ ଉନ୍ନତି ଘଟାଇଥିଲା ।
- ଚାଲୁକ୍ୟ ବଣିକମାନେ ଇରାନ୍, ଆରବ ଦେଶ ଏବଂ ଲୋହିତ ସାଗରସ୍ଥିତ ବିଭିନ୍ନ ବନ୍ଦର ସହିତ ବ୍ୟବସାୟ ସମ୍ପର୍କ ସ୍ଥାପନ କରିଥିଲା ।
- ହାଡ଼ଖୋଳି ମନ୍ଦିର ନିର୍ମାଣ କରିବା ଚାଲୁକ୍ୟର ରାଜ୍ୟରେ ହୋଇଥିଲା । ବାତାପି ବା ବାଦାମିରେ ଥିବା ବିଭିନ୍ନ ମନ୍ଦିରରେ ବିଷ୍ଣୁ, ବ୍ରହ୍ମା ଓ ଶିବଙ୍କର ଅତିକମନୀୟ ମୂର୍ତ୍ତି ଦେଖିବାକୁ ମିଳେ ।
- ଏହି ସମୟରେ ଅଜନ୍ତାର ଚୈତ୍ୟଗୃହଗୁଡ଼ିକ ପାହାଡ଼ରେ ଖୋଦିତ ହୋଇଥିଲା । ଏଲୋରା, ମେଗୁତି, ଅହିହୋଲ୍ ଏବଂ ପଟ୍ଟଦକଲଠାରେ ମନ୍ଦିର ଚାଲୁକ୍ୟ ରାଜତ୍ଵ କାଳରେ ନିର୍ମିତ ହୋଇଥିଲା ।
(ଚ) ଦକ୍ଷିଣ ଭାରତର ସାଂସ୍କୃତିକ କ୍ଷେତ୍ରରେ ପଲ୍ଲବ ରାଜବଂଶର ଶାସକମାନଙ୍କର ଦାନ କିପରି ଅତୁଳନୀୟ ଥିଲା ?
Answer:
- ପଲ୍ଲବମାନଙ୍କ ରାଜତ୍ଵ ସମୟରେ ସଂସ୍କୃତ ଭାଷାକୁ ଯଥେଷ୍ଟ ସମ୍ମାନ ଦିଆଯାଉଥିଲା । ଭାରବୀ ଓ ଦଣ୍ଡୀଙ୍କ ପରି ମହାନ୍ ପଣ୍ଡିତମାନେ ପଲ୍ଲବ ରାଜସଭାରେ ଥିଲେ ।
- ଭାରବୀଙ୍କ ରଚିତ ‘ଜୀରାତାର୍ଜନୀୟମ’ ଏବଂ ‘ଦଶକମାର ଚରିତମ’ ସଂସ୍କୃତ ଭାଷାର ଦୁଇଟି ସବିଦିତ ଗ୍ରନ୍ଥ ଏବଂ ରାଜା ପ୍ରଥମ ମହେନ୍ଦ୍ର ବର୍ମନଙ୍କଦ୍ୱାରା ରଚିତ ‘ମତ୍ତବିଳାସ ପ୍ରହସନ’ ଏକ ସାମାଜିକ ନାଟକ ।
- ସେ ସମୟରେ କାଞ୍ଚି ସାଂସ୍କୃତିକ ଓ ଶିକ୍ଷାର ଏକ ଶ୍ରେଷ୍ଠ କେନ୍ଦ୍ର ଏବଂ କାଞ୍ଚ୍ ବିଶ୍ଵବିଦ୍ୟାଳୟ ଆର୍ଯ୍ୟ ସଂସ୍କୃତି ପ୍ରସାରର ଏକ କେନ୍ଦ୍ର ଥିଲା ।
- ଧର୍ମ କ୍ଷେତ୍ରରେ ଭକ୍ତି ଆନ୍ଦୋଳନ ବୈଷ୍ଣବ ଓ ଶୈବ ସନ୍ଥମାନଙ୍କଦ୍ୱାରା ପ୍ରଥମେ ପଲ୍ଲବ ରାଜ୍ୟରେ ଆରମ୍ଭ ହୋଇଥିଲା । ଦକ୍ଷିଣ ଭାରତର ସଂସ୍କୃତିକୁ ସେମାନଙ୍କ ଦାନ ଅତୁଳନୀୟ ଥିଲା ।
(ଛ) ଜୁଆଇ-ଜାଈ (ହୁଏନ୍ସାଂ) କିଏ ? ସେ ତାଙ୍କ ଭ୍ରମଣ ବୃତ୍ତାନ୍ତରେ କ’ଣ ଲେଖିଛନ୍ତି ?
Answer:
- ହର୍ଷବର୍ଦ୍ଧନଙ୍କ ସମୟରେ ଭାରତକ ଆସିଥିବା ଚୀନ ପରିବ୍ରାଜକ ଜୁଆଙ୍ଗ-ଜାଈ ବା ହୁଏନସାଙ୍ଗଙ୍କ ବିବରଣୀରୁ ଜଣାଯାଏ ଲୋକମାନଙ୍କ ଜୀବନ ସରଳଥିଲା ଓ ସେମାନେ ନିରାମିଶ ଖାଦ୍ୟପ୍ରିୟ ଥିଲେ । ସେ ସମୟରେ ଜାତିପ୍ରଥା ଅତି କଠୋର ଥିଲା ।
- ବୌଦ୍ଧ ଧର୍ମର ଅଠରଟି ଶାଖା ମଧ୍ୟରୁ ମହାଯାନ ଓ ହୀନଯାନ ଶାଖା ଦୁଇଟି ପ୍ରଧାନ ଥିଲା ।
- ହର୍ଷଙ୍କ ସମୟରେ ପ୍ରତିଷ୍ଠାତା ନାଳନ୍ଦା ବିଶ୍ଵବିଦ୍ୟାଳୟ ଏକ ଶ୍ରେଷ୍ଠ ଓ ସମ୍ମାନଜନକ ଶିକ୍ଷାକେନ୍ଦ୍ର ଥିଲା, ଯେଉଁଥରେ
- ଜୁଆଙ୍ଗ୍-ଜାଙ୍ଗ୍ ହର୍ଷବର୍ଦ୍ଧନଙ୍କୁ ଜଣେ ପ୍ରଜାବତ୍ସଳ ଶାସକ ଭାବରେ ବର୍ଣ୍ଣନା କରିବା ସହିତ ହର୍ଷଙ୍କ ଦ୍ବାରା ଆୟୋଜିତ କନୌଜ ସଭା ଓ ପ୍ରୟୋଗ ଧର୍ମସଭାର ବିଶେଷ ବିବରଣୀ ଦେଇଛନ୍ତି ।
(ଜ) ହର୍ଷବର୍ଦ୍ଧନଙ୍କ ରାଜ୍ୟଶାସନ ପ୍ରଣାଳୀ କିପରି ଥିଲା ?
Answer:
- ବଦ୍ଧନ ରାଜବଂଶର ରାଜା ହର୍ଷବର୍ଦ୍ଧନ ଗୁପ୍ତ ଶାସନ ବ୍ୟବସ୍ଥାକୁ ସାମାନ୍ୟ ପରିବର୍ତ୍ତନ କରି ନିଜ ସାମ୍ରାଜ୍ୟରେ ପ୍ରଚଳନ କରିଥିଲେ । ସୁଶାସନ ପ୍ରତିଷ୍ଠା କରିବାପାଇଁ ସେ ବହୁ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ ।
- ଅଶୋକଙ୍କ ଭଳି ସେ ତାଙ୍କ ରାଜ୍ୟର ବିଭିନ୍ନ ସ୍ଥାନ ଗସ୍ତକରି ପ୍ରତ୍ୟକ୍ଷ ଭାବରେ ଶାସନ ବ୍ୟବସ୍ଥାକୁ ନିରୀକ୍ଷଣ କରୁଥିଲେ ।
- ସେ ଉତ୍ପନ୍ନ ଶସ୍ୟର ଏକ-ଷତାଂଶ କର ରୂପରେ ଆଦାୟ କରୁଥିଲେ ।
- ଗୁରୁତର ଅପରାଧ ପାଇଁ ଝଟ୍ଟ ଅଙ୍ଗଚ୍ଛେଦର ବ୍ୟବସ୍ଥା ଥିଲା ।
(ଝ) ସମୁଦ୍ରଗୁପ୍ତ କିପରି ନିଜ ରାଜ୍ୟକୁ ସଂଗଠିତ କରିଥିଲେ ?
Answer:
- ସମୁଦ୍ରଗୁପ୍ତ ଉତ୍ତର ଭାରତରେ ନଅଜଣ ରାଜାଙ୍କୁ ପରାସ୍ତ କରି ସେମାନଙ୍କ ରାଜ୍ୟକୁ ନିଜ ରାଜ୍ୟ ସହିତ ମିଶାଇ ଦେଇଥିଲେ । ସମୁଦ୍ରଗୁପ୍ତ ଦକ୍ଷିଣ ଭାରତକୁ ଯୁଦ୍ଧ ଅଭିଯାନରେ ଯାଇ ବାରଜଣ ରାଜାଙ୍କୁ ପରାସ୍ତ କରିଥିଲେ । ପରାଜିତ ରାଜାମାନେ ସମୁଦ୍ରଗୁପ୍ତଙ୍କ ବଶତା ସ୍ବୀକାର କରିଥିଲେ ।
- ଗୁପ୍ତ ସାମ୍ରାଜ୍ୟର ସୀମାକୁ ଲାଗିଥିବା ସମତଟ, ଦାବକ, କାମରୂପ, ନେପାଳ ପ୍ରଭୃତି ରାଜ୍ୟର ନରପତିମାନେ ସ୍ଵଇଚ୍ଛାରେ ସମୁଦ୍ରଗୁପ୍ତଙ୍କ ବଶତା ସ୍ବୀକାର କରିଥିଲେ ।
- ସୀମାନ୍ତରେ ଥିବା ନଅଟି ଜନଜାତିମାନଙ୍କର ମୁଖ୍ୟମାନେ ସମୁଦ୍ରଗୁପ୍ତଙ୍କର ବଶତା ସ୍ବୀକାର କରିଥିଲେ । ସେମାନେ ସମୁଦ୍ରଗୁପ୍ତଙ୍କୁ କର ଓ ଉପହାର ଦେବା ସହିତ ତାଙ୍କ ଆଦେଶ ପାଳନ କଲେ ।
- ଶକ, କୁଶାଣ ଏବଂ ମୁରୁଣ୍ଡମାନଙ୍କର ମୁଖ୍ୟ ଓ ସିଂହଳର ରାଜା ମେଘବର୍ଣ୍ଣ ସମୁଦ୍ରଗୁପ୍ତଙ୍କ ସହ ବନ୍ଧୁତ୍ଵପୂର୍ଣ ସନ୍ଧିରେ ଆବଦ୍ଧ ହେଲେ । ଫଳରେ ସମୁଦ୍ରଗୁପ୍ତଙ୍କ ରାଜନୈତିକ ପ୍ରଭାବ ଭାରତବର୍ଷର ଅଧିକାଂଶ ଅଞ୍ଚଳରେ ସ୍ଥାପିତ ହେବା ସହିତ ସିଂହଳ ବା ବର୍ତ୍ତମାନର ଶ୍ରୀଲଙ୍କା ପର୍ଯ୍ୟନ୍ତ ବ୍ୟାପିଥିଲା । ଏହିପରି ‘ସମୁଦ୍ରଗୁପ୍ତ ତାଙ୍କ ସାମ୍ରାଜ୍ୟକୁ ସଂଗଠିତ କରିଥିଲେ ।
(ଞ ) ଗୁପ୍ତଯୁଗକୁ ଭାରତର ସୁବର୍ଣ୍ଣଯୁଗ କୁହାଯାଏ କାହିଁକି ?
Answer:
- ଫାହିୟାନଙ୍କ ଭାରତ ବିବରଣୀ ପୁସ୍ତକରେ ଗୁପ୍ତଯୁଗକୁ ସୁବର୍ଣ୍ଣଯୁଗ ଭାବରେ ବର୍ଣ୍ଣନା କରାଯାଇଛି । ଏହି ସମୟରେ ରାଜ୍ୟରେ ସୁଖଶାନ୍ତି ବିରାଜମାନ କରୁଥିଲା । ବାହ୍ୟ ଶତ୍ରୁ ଆକ୍ରମଣ ନଥିଲା କିମ୍ବା ଚୋରି ଡକାୟତିର ଭୟ ଇଥିଲା ।
- କୃଷି ଶିଳ୍ପ, ବାଣିଜ୍ୟ, କଳା, ଭାଷା, ସାହିତ୍ୟ ଓ ବିଜ୍ଞାନ ଆଦି ସବୁକ୍ଷେତ୍ରରେ ଦେଶର ଉନ୍ନତି ସାଧୂତ ହୋଇଥିଲା ।
- ଲୋକମାନଙ୍କୁ ଅଳ୍ପ କରି ଦେବାକୁ ପଡ଼ୁଥିଲା । ଲୋକମାନଙ୍କର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ଥିଲା । ରାଜାମାନେ ଅତ୍ୟାଚାରୀ ନଥିଲେ ଓ ପ୍ରଜାମାନଙ୍କ ଅଭିଯୋଗର ନ୍ୟାୟପୂର୍ଣ୍ଣ ବିଚାର କରାଯାଉଥିଲା ।
- ଦାତବ୍ୟ ଚିକିତ୍ସାଳୟମାନ ଖୋଲା ହୋଇ ରୋଗୀମାନଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯାଉଥିଲା । ଧନୀକ ଶ୍ରେଣୀର ଲୋକମାନେ ଧର୍ମଶାଳାମାନ ସ୍ଥାପନ କରିଥିଲେ ।
୨। ନିମ୍ନଲିଖ ପ୍ରଶର ଉତ୍ତର ସଂକ୍ଷେପରେ ଲେଖ । (ତିନୋଟି କରି ବାକ୍ୟ ମଧ୍ୟରେ)
(କ) ପ୍ରଥମ ଚନ୍ଦ୍ରଗୁପ୍ତ କେଉଁ ବଂଶର ରାଜକୁମାରୀଙ୍କୁ ବିବାହ କରିଥିଲେ ଏବଂ ଏହାଦ୍ଵାରା ତାଙ୍କର ପ୍ରଭାବ କିପରି ବୃଦ୍ଧି ଘଟିଥିଲା ?
Answer:
- ପ୍ରଥମ ଚନ୍ଦ୍ରଗୁପ୍ତ ଲଚ୍ଛବୀ ବଂଶର ରାଜକୁମାରୀ କୁମାରଦେବୀଙ୍କୁ ବିବାହ କରିଥିଲେ ।
- ଏହାଦ୍ଵାରା ଉତ୍ତର ଭାରତରେ ତାଙ୍କର ପ୍ରଭାବ ବୃଦ୍ଧି ଘଟିଥିଲା ।
- ତାଙ୍କର ରାଜ୍ୟ ବିହାର, ବଙ୍ଗଳା ଓ ଉତ୍ତର ଭାରତର କେତେକ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ।
(ଖ) ଆହ୍ଲାବାଦ ସ୍ତମ୍ଭଲେଖକୁ କିଏ ରଚନା କରିଥିଲେ ଏବଂ ଏହାକୁ କାହିଁକି ପ୍ରଶସ୍ତି କୁହାଯାଏ ?
Answer:
- ଆହ୍ଲାବାଦ ସ୍ତମ୍ଭଲେଖକୁ ସମୁଦ୍ରଗୁପ୍ତଙ୍କ ମନ୍ତ୍ରୀ ହରିସେଣ ରଚନା କରିଥିଲେ ।
- ଏହି ସ୍ତମ୍ଭଲେଖରେ ଗୁପ୍ତବଂଶର ରାଜା ସମୁଦ୍ରଗୁପ୍ତଙ୍କ ପ୍ରଶସ୍ତି ଗାନ କରାଯାଇଥିଲା ।
- ଏଣୁ ଏହାକୁ ପ୍ରଶସ୍ତି କୁହାଯାଏ ।
(ଗ) ସମୁଦ୍ରଗୁପ୍ତଙ୍କ ସଙ୍ଗୀତ ପ୍ରତି ଅନୁରାଗ ଥୁଲା, ଏହା କିପରି ଜଣାପଡ଼େ ?
Answer:
- ତାଙ୍କଦ୍ବାରା ପ୍ରଚଳିତ ଏକ ମୁଦ୍ରାର ଗୋଟିଏ ପାର୍ଶ୍ଵରେ ଖୋଦିତ ବୀଣା ସଦୃଶ ଏକ ବାଦ୍ୟଯନ୍ତ୍ର ସେ ବଜାଉ ଥିବାର ଚିତ୍ରରୁ ଜଣାପଡ଼େ ।
- ତେଣୁ ସମୁଦ୍ରଗୁପ୍ତ ସଙ୍ଗୀତାନୁରାଗୀ ଥିବାର ପ୍ରମାଣ ମିଳେ ।
- ସେ ମଧ୍ୟ ‘କବିରାଜ’ ଉପାଧ୍ ଧାରଣ କରିଥିଲେ ।
(ଘ) ଫା-ସିଅଁଙ୍କ ଭାରତ ଭ୍ରମଣ ବିବରଣୀରେ ଗୁପ୍ତଯୁଗରେ ଦୋଷୀମାନେ କିପରି ଦଣ୍ଡିତ ହେଉଥିଲେ ବୋଲି ଜଣାପଡ଼େ ?
Answer:
- ଫା-ସିଆଁଙ୍କ ଭାରତ ଭ୍ରମଣ ବିବରଣୀରେ ବର୍ଣ୍ଣିତ ହୋଇଛି ଯେ ସେତେବେଳେ ପ୍ରାଣଦଣ୍ଡର ବ୍ୟବସ୍ଥା ନଥିଲା ।
- ଗୁରୁତର ଅପରାଧ କିମ୍ବା ବାରମ୍ବାର ବିଦ୍ରୋହ କଲେ ଦୋଷୀମାନଙ୍କର ଅଙ୍ଗଚ୍ଛେଦନ କରାଯାଉଥିଲା ।
- ଅନ୍ୟ ଦୋଷୀମାନେ ଅର୍ଥଦଣ୍ଡରେ ଦଣ୍ଡିତ ହେଉଥିଲେ ।
(ଙ) ପ୍ରସିଦ୍ଧ କବି ଓ ନାଟ୍ୟକାର କାଳିଦାସ କ’ଣ କ’ଣ ରଚନା କରିଥିଲେ ?
Answer:
- ପ୍ରସିଦ୍ଧ କବି ଓ ନାଟ୍ୟକାର କାଳିଦାସ ‘ଅଭଜ୍ଞାନ ଶାକୁନ୍ତଳମ୍’, ‘ମାଳବିକାଗ୍ନିମିତ୍ରମ୍’ ଓ ‘ବିକ୍ରମୋର୍ବଶୀୟମ୍’ ନାଟକ ରଚନା କରିଥିଲେ ।
- ଏଗୁଡ଼ିକ ମଧ୍ୟରୁ ‘ଅଭିଜ୍ଞାନ ଶାକୁନ୍ତଳମ୍’ ନାଟକ ଖୁବ୍ ପ୍ରସିଦ୍ଧି ଲାଭ କରିଥିଲା ।
- ସେ ‘ରଘୁବଂଶମ୍’, ‘କୁମାରସମ୍ଭବମ୍’, ‘ମେଘଦୂତମ୍’ କାବ୍ୟ ରଚନା କରିଥିଲେ ।
(ଚ) ଗୁପ୍ତଯୁଗରେ ବିଜ୍ଞାନର ବିକାଶ କିପରି ହୋଇଥିଲା ?
Answer:
- ଗଣିତ କ୍ଷେତ୍ରରେ ଦଶମିକ ପଦ୍ଧତି, ଶୂନ୍ୟର ପ୍ରଚଳନ ଆଦି ଗୁପ୍ତଯୁଗର ଅବଦାନ ଅଟେ ।
- ବିଖ୍ୟାତ ଗଣିତ ବିଶାରଦ ଆର୍ଯ୍ୟଭଟ୍ଟ ଗଣିତ ଓ ଜ୍ୟୋତିର୍ବିଜ୍ଞାନରେ ପାରଙ୍ଗମ ଥିଲେ । ସେ ‘ଆର୍ଯ୍ୟଭଙ୍ଗୀୟମ୍’ ପୁସ୍ତକ ରଚନା କରିଥିଲେ ।
- ଆଉ ଜଣେ ଜ୍ୟୋତିର୍ବିଜ୍ଞାନୀ ବରାହମିହିର ‘ବୃହତ୍ ସଂହିତା’ ରଚନା କରିଥିଲେ । ସେ ‘ସିଦ୍ଧାନ୍ତିକା’ରେ ‘ରୋମକ ସିଦ୍ଧାନ୍ତ’ କଥା ଉଲ୍ଲେଖ କରିଛନ୍ତି ଏବଂ ଚିକିତ୍ସାଶାସ୍ତ୍ର ବିଶାରଦ ବାଗଭଟ୍ଟ ଗୁପ୍ତଯୁଗର ଥିଲେ ବୋଲି ବିଶ୍ଵାସ କରାଯାଏ ।
(ଛ) ମହମ୍ମଦ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ଏବଂ ଇସ୍ଲାମ୍ ଧର୍ମ ସମ୍ବନ୍ଧରେ କ’ଣ କହିଥିଲେ ?
Answer:
- ମହମ୍ମଦ ୫୭୦ ଖ୍ରୀଷ୍ଟାବ୍ଦରେ ମକ୍କାରେ ଜନ୍ମଗ୍ରହଣ କରିଥିଲେ ।
- ତାଙ୍କ ପ୍ରଚାରିତ ଇସ୍ଲାମ୍ ଧର୍ମ ସମ୍ବନ୍ଧରେ ସେ କହିଥିଲେ ଯେ ଭଗବାନ ଏକ ଓ ଅଦ୍ୱିତୀୟ ।
- ଆଲ୍ଲା ହେଉଛନ୍ତି ଭଗବାନ ଓ ମହମ୍ମଦ ତାଙ୍କର ପ୍ରତିନିଧୂ ।
(ଜ) କେଉଁ ଉଦ୍ଦେଶ୍ୟରେ ଖଲିଫାମାନେ ଭାରତ ଆକ୍ରମଣ କରିଥିଲେ ?
Answer:
- ରାଜ୍ୟ ବିସ୍ତାର ଉଦ୍ଦେଶ୍ୟରେ ଖଲିଫାମାନେ ଭାରତ ଆକ୍ରମଣ କରିଥିଲେ ।
- ସେମାନେ ଭାରତର ଧନରତ୍ନ ପ୍ରତି ଆକୃଷ୍ଟ ହୋଇଥିଲେ ।
- ତତ୍କାଳୀନ ରାଜନୈତିକ ଅବସ୍ଥା ସେମାନଙ୍କୁ ମଧ୍ୟ ଭାରତ ଆକ୍ରମଣ କରିବାକୁ ଉତ୍ସାହିତ କରିଥିଲା ।
(ଝ) ଇସ୍ଲାମ୍ର ଆବିର୍ଭାବ ପୂର୍ବରୁ ଆରବ ବଣିକମାନେ ଭାରତ ସହିତ କିପରି ବାଣିଜ୍ୟ ସମ୍ପର୍କ ରଖିଥିଲେ ?
Answer:
- ଇସ୍ଲାମ୍ର ଆବିର୍ଭାବ ପୂର୍ବରୁ ଆରବୀୟ ବଣିକମାନଙ୍କ ମଧ୍ୟରୁ ଅନେକ କେରଳର ଉପକୂଳବର୍ତ୍ତୀ ଅଞ୍ଚଳ ସହିତ ବାଣିଜ୍ୟଗତ ସମ୍ପର୍କ ଆରମ୍ଭ କରିଥିଲେ ।
- ସେଠାରୁ ଭାରତୀୟ ମସଲା ଓ ଅନ୍ୟାନ୍ୟ ମୂଲ୍ୟବାନ୍ ସାମଗ୍ରୀକୁ କିଣି ବିଭିନ୍ନ ଦେଶର ବଜାରରେ ବିକ୍ରୟ କରିବା ସହିତ ନିଜ ଦେଶକୁ ମଧ୍ୟ ନେଉଥିଲେ।
- ଏହିପରି ଭାବରେ ଇସ୍ଲାମ୍ର ଆବିର୍ଭାବ ପୂର୍ବରୁ ଆରବ ସହିତ ଭାରତର ବାଣିଜ୍ୟଗତ ସମ୍ପର୍କ ଆରମ୍ଭ ନେଉଥିଲେ।
୩। ନିମ୍ନରେ ଦିଆଯାଇଥିବା ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଗୋଟିଏ ବାକ୍ୟରେ ଲେଖ ।
(କ) ପ୍ରଥମ ଚନ୍ଦ୍ରଗୁପ୍ତଙ୍କ ପୂର୍ବରୁ ଥିବା ଦୁଇଜଣ ଗୁପ୍ତବଂଶର ରାଜାଙ୍କ ନାମ ଲେଖ ।
Answer:
ପ୍ରଥମ ଚନ୍ଦ୍ରଗୁପ୍ତଙ୍କ ପୂର୍ବରୁ ଥିବା ଦୁଇଜଣ ଗୁପ୍ତବଂଶର ରାଜା ଥିଲେ – ଶ୍ରୀଗୁପ୍ତ ଓ ଘଟୋତ୍କଚ ଗୁପ୍ତ ।
(ଖ) ଗୁପ୍ତବଂଶର ତୃତୀୟ ରାଜା ପ୍ରଥମ ଚନ୍ଦ୍ରଗୁପ୍ତ କେଉଁ ଉପାଧ୍ଧରେ ଭୂଷିତ ହୋଇଥିଲେ ?
Answer:
ଗୁପ୍ତବଂଶର ତୃତୀୟ ରାଜା ପ୍ରଥମ ଚନ୍ଦ୍ରଗୁପ୍ତ ମହାରାଜାଧୁରାଜ ଉପାଧିରେ ଭୂଷିତ ହୋଇଥିଲେ ।
(ଗ) କେଉଁ ବର୍ଷଠାରୁ ଭାରତରେ ଗୁପ୍ତାବ୍ଦ ଆରମ୍ଭ ହେଲା ?
Answer:
ଖ୍ରୀ.ଅ. ୩୨୦ଠାରୁ ଭାରତରେ ଗୁପ୍ତାବ୍ଦ ଆରମ୍ଭ ହେଲା ।
(ଘ) ସମୁଦ୍ରଗୁପ୍ତ କେଉଁ ଯଜ୍ଞ କରି ନିଜକୁ ସାର୍ବଭୌମ ରାଜା ବା ସମ୍ରାଟ ବୋଲି ପ୍ରତିପାଦିତ କରିଥିଲେ ?
Answer:
ସମୁଦ୍ରଗୁପ୍ତ ଅଶ୍ଵମେଧ ଯଜ୍ଞ କରି ନିଜକୁ ସାର୍ବଭୌମ ରାଜା ବା ସମ୍ରାଟ ବୋଲି ପ୍ରତିପାଦିତ କରିଥିଲେ ।
(ଡ) ଗୁପ୍ତସମ୍ରାଟ ଚନ୍ଦ୍ରଗୁପ୍ତ ଚାଷୀମାନଙ୍କଠାରୁ କିପରି କର ଗ୍ରହଣ କରୁଥିଲେ ?
Answer:
ଗୁପ୍ତସମ୍ରାଟ ଚନ୍ଦ୍ରଗୁପ୍ତ ଚାଷୀମାନଙ୍କଠାରୁ ଉତ୍ପନ୍ନ ଶସ୍ୟର ଏକ-ଚତୁର୍ଥାଂଶ କର ଆକାରରେ ଗ୍ରହଣ କରୁଥିଲେ ।
(ଚ) ଶଙ୍କରଙ୍କଦ୍ଵାରା ପ୍ରଚାରିତ ଅଦ୍ୱୈତବାଦର ପ୍ରଭାବ କେଉଁ ଧର୍ମ ଉପରେ ପଡ଼ିଥିଲା ?
Answer:
ଶଙ୍କରଙ୍କଦ୍ବାରା ପ୍ରଚାରିତ ଅଦ୍ୱୈତବାଦର ପ୍ରଭାବ ବୌଦ୍ଧଧର୍ମ ଉପରେ ପଡ଼ିଥିଲା ।
(ଛ) ‘ପଞ୍ଚତନ୍ତ୍ରାଂ’ କିଏ ରଚନା କରିଥିଲେ ?
Answer:
‘ପଞ୍ଚତନ୍ତ୍ର’ ବିଷ୍ଣୁଶର୍ମା ରଚନା କରିଥିଲେ ।
(ଜ) କେଉଁ ଗୁପ୍ତରାଜାଙ୍କ ଦରବାରରେ କାଳିଦାସ ଥିଲେ ?
Answer:
ଦ୍ବିତୀୟ ଚନ୍ଦ୍ରଗୁପ୍ତ ବା ବିକ୍ରମାଦିତ୍ୟଙ୍କ ଦରବାରରେ କାଳିଦାସ ଥିଲେ ।
(ଝ) କେଉଁ ପଲ୍ଲବ ରାଜା ‘ବାତାପିକେଣ୍ଡା’ ଉପାଧ୍ ଧାରଣ କରିଥିଲେ ?
Answer:
ପଲ୍ଲବ ରାଜା ପ୍ରଥମ ନରସିଂହ ବର୍ମନ ‘ବାତାପିକୋଣ୍ଡା’ ଉପାଧ୍ ଧାରଣ କରିଥିଲେ ।
(ଞ) ହର୍ଷବର୍ଦ୍ଧନଙ୍କ ପିତାଙ୍କ ନାମ କ’ଣ ଥିଲା ?
Answer:
ହର୍ଷବର୍ଦ୍ଧନଙ୍କ ପିତାଙ୍କ ନାମ ଥିଲା ପ୍ରଭାକର ବର୍ଶନ ।
(ଟ) ହର୍ଷଙ୍କଦ୍ୱାରା ଲିଖିତ ନାଟକଗୁଡ଼ିକର ନାମ ଲେଖ ।
Answer:
ହର୍ଷଙ୍କଦ୍ଵାରା ଲିଖିତ ନାଟକଗୁଡ଼ିକ ହେଉଛି ‘ନାଗାନନ୍ଦ’, ‘ରତ୍ନାବଳୀ’ ଏବଂ ‘ପ୍ରିୟଦର୍ଶିକା’ ।
(୦) ମହମ୍ମଦ କେତେ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ?
Answer:
ମହମ୍ମଦ ୫୭୦ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ।
ଡ) ଇସ୍ଲାମ୍ ଧର୍ମର ପବିତ୍ର ଗ୍ରନ୍ଥର ନାମ କ’ଣ ?
Answer:
ଇସ୍ଲାମ୍ ଧର୍ମର ପବିତ୍ର ଗ୍ରନ୍ଥର ନାମ ‘କୋରାନ୍’ ।
୪। ‘କ’ସ୍ତମ୍ଭରେ ଥିବା ଶବ୍ଦଗୁଡ଼ିକୁ ‘ଖ’ ସ୍ତମ୍ଭରେ ଥିବା ଉପଯୁକ୍ତ ଶବ୍ଦ ସହ ଗାର ଟାଣି ଯୋଡ଼ ।
୫। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ଦ୍ବିତୀୟ ଚନ୍ଦ୍ରଗୁପ୍ତ ପଶ୍ଚିମ ଭାରତରେ ________________ ମାନଙ୍କୁ ପରାସ୍ତ କରିଥିଲେ । (ଶକ, ହୁଣ, ଗ୍ରୀକ୍, କୁଶାଣ)
Answer:
ଶକ
(ଖ) ଶଶାଙ୍କ ______________ ଦେଶର ରାଜା ଥିଲେ । (ଗୌଡ଼, ପାଞ୍ଚାଳ, କଳିଙ୍ଗ, କାମରୂପ)
Answer:
ଗୌଡ଼
(ଗ) ରାମାୟଣ, ମହାଭାରତ ଓ ପୁରାଣଗୁଡ଼ିକ _______________ ଯୁଗରେ ସଂକଳନ ସଂପତ୍ତି କରାଯାଇଥିଲା । (ମୌର୍ଯ୍ୟ, ନନ୍ଦ, ଗୁପ୍ତ, ବୈଦିକ)
Answer:
ଗୁପ୍ତ
(ଘ) ପ୍ରଭାକର ବଦ୍ଧନ ______________ ଉପାଧ୍ଧରେ ଭୂଷିତ ହୋଇଥିଲେ ( ବାତାପିକୋଣ୍ଡା, ମହାରାଜାଧରାଜ, କବିରାଜ, ଗଜରାଜ)
Answer:
ମହାରାଜାଧୁରାଜ
(ଙ) ଜୁଆଙ୍ଗ-ଜାଙ୍ଗ୍ ________________ ଖ୍ରୀଷ୍ଟାବ୍ଦରେ ସ୍ଵଦେଶ ଫେରିଯାଇଥିଲେ । (୬୨୯ ଖ୍ରୀଷ୍ଟାବ୍ଦ, ୬୪୪ ଖ୍ରୀଷ୍ଟାବ୍ଦ, ୫୭୦ ଖ୍ରୀଷ୍ଟାବ୍ଦ, ୭୧୦ ଖ୍ରୀଷ୍ଟାବ୍ଦ)
Answer:
୬୪୪ ଖ୍ରୀଷ୍ଟାବ୍ଦ
(ଚ) ଦ୍ଵିତୀୟ ପୁଲକେଶୀନ୍ _______________ ବଂଶର ସର୍ବଶ୍ରେଷ୍ଠ ରାଜା ଥିଲେ । (ଗୁପ୍ତ, ପଲ୍ଲବ, ଚାଲୁକ୍ୟ, ବର୍ଦ୍ଧନ)
Answer:
ଚାଲୁକ୍ୟ
(ଛ) ହର୍ଷ ପ୍ରତି ପାଞ୍ଚବର୍ଷରେ ________________ ଠାରେ ଏକ ଧର୍ମ ଉତ୍ସବ ପାଳନ କରୁଥିଲେ । (କନୌଜ, ପ୍ରୟାଗ, ଥାନେଶ୍ଵର, ଏଲୋରା)
Answer:
ପ୍ରୟାଗ
(ଜ) ‘ସକଳାଭର ପଥନାଥ’ ________________ ଙ୍କୁ କୁହାଯାଉଥିଲା । (ସମୁଦ୍ରଗୁପ୍ତ, ଦ୍ବିତୀୟ ଚନ୍ଦ୍ରଗୁପ୍ତ, ହର୍ଷବର୍ଦ୍ଧନ, ଶଶାଙ୍କ)
Answer:
ହର୍ଷବର୍ଦ୍ଧନ