BSE Odisha 6th Class History Solutions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

Odisha State Board BSE Odisha 6th Class History Solutions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ Textbook Exercise Questions and Answers.

BSE Odisha Class 6 History Solutions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

୧। ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ଦ୍ଵିତୀୟ ଚନ୍ଦ୍ରଗୁପ୍ତ ନିଜକୁ କେଉଁ ଉପାଧ୍ଧରେ ଭୂଷିତ କରିଥିଲେ ଏବଂ ସେ କିପରି ନିଜ ସାମ୍ରାଜ୍ୟକୁ ବିସ୍ତୃତ କରିଥିଲେ ?
Answer:

  • ସମୁଦ୍ରଗୁପ୍ତଙ୍କ ପରେ ତାଙ୍କର ଯୋଗ୍ୟପୁତ୍ର ଦ୍ବିତୀୟ ଚନ୍ଦ୍ରଗୁପ୍ତ ନିଜକୁ ‘ବିକ୍ରମାଦିତ୍ୟ’ ଉପାଧିରେ ଭୂଷିତ କରିଥିଲେ ।
  • ସେ ପଶ୍ଚିମ ଭାରତରେ ଶକମାନଙ୍କ ବିରୋଧରେ ବିଜୟ ଅଭିଯାନ ଚଳାଇ ପଶ୍ଚିମ ମାଳବ ଓ ସୌରାଷ୍ଟ୍ର ଅଧ୍ୟାର କରିଥିଲେ ।
  • ଏହା ଫଳରେ ଗୁପ୍ତ ସାମ୍ରାଜ୍ୟ ଆରବ ସାଗର ପର୍ଯ୍ୟନ୍ତ ବିସ୍ତାର ଲାଭ କରିଥିଲା ।
  • ତେଣୁ ଭାରତର ପଶ୍ଚିମ ଉପକୂଳରେ ଥ‌ିବା ବନ୍ଦର ଗୁପ୍ତ ସାମ୍ରାଜ୍ୟଭୁକ୍ତ ହୋଇଥିଲା ।

(ଖ) ଫା-ସିଆଙ୍କ ଭାରତ ଭ୍ରମଣ ବିବରଣୀରୁ ସେହି ସମୟରେ ଲୋକମାନଙ୍କର ଅର୍ଥନୈତିକ ଓ ସାମାଜିକ ଅବସ୍ଥା କପରି ଥିଲା, ଉଲ୍ଲେଖ କର ।
Answer:

  • ଫା-ସିଆଙ୍କ ବିବରଣୀରୁ ଜଣାପଡ଼େ ଯେ ଭାରତୀୟମାନେ ସେତେବେଳେ ଖୁସିରେ ଥିଲେ । ସେମାନେ ବିଭିନ୍ନ ସ୍ଥାନକୁ ଅବାଧରେ ଯାତାୟାତ କରିପାରୁଥିଲେ । ଲୋକମାନଙ୍କର ଆର୍ଥିକ ଅବସ୍ଥା ଭଲଥିଲା ।
  • ରାଜାମାନେ ସୁଶାସକ ଥିଲେ । ପ୍ରାଣଦଣ୍ଡର ବ୍ୟବସ୍ଥା ନଥିଲା । ଗୁରୁତର ଅପରାଧରେ କିମ୍ବା ବାରମ୍ବାର ବିଦ୍ରୋହକଲେ ଅଙ୍ଗଚ୍ଛେଦ କରାଯାଉଥିଲା । ଦୋଷୀମାନେ ଅର୍ଥଦଣ୍ଡରେ ଦଣ୍ଡିତ ହେଉଥିଲେ ।
  • ଗ୍ରାମମାନଙ୍କର ସଂଖ୍ୟା ଅନେକ ଥିଲା । ରାଜା ଚାଷୀମାନଙ୍କଠାରୁ ଏକ ଚତୁର୍ଥାଂଶ ଫସଲ କର ଆକାରରେ ଗ୍ରହଣ କରୁଥିଲେ ।
  • ଭାରତରେ ଅନେକ ଧର୍ମଶାଳା ଥ‌ିବା କଥା ମଧ୍ୟ ସେ କହିଛନ୍ତି । ଉଭୟ ବୌଦ୍ଧଧର୍ମାବଲମ୍ବୀ ଲୋକ ଓ ବ୍ରାହ୍ମଣମାନେ ଶାନ୍ତିପୂର୍ଣ୍ଣ ଭାବରେ ରହୁଥିଲେ ।

BSE Odisha 6th Class History Solutions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

(ଗ) ଗୁପ୍ତଯୁଗରେ ବୌଦ୍ଧଧର୍ମର ଅବନତି ଓ ବ୍ରାହ୍ମଣ୍ୟ ଧର୍ମର ପୁନରୁତ୍‌ଥାନ କିପରି ହୋଇଥିଲା ?
Answer:

  • ଦୁଇ ଶହରୁ ଅଧ୍ଵ ବର୍ଷ ଶାସନ କରିଥିବା ଗୁପ୍ତରାଜାମାନେ ବ୍ରାହ୍ମଣ ଧର୍ମର ପୃଷ୍ଠପୋଷକତା କରିବାରୁ ଓ ସଂସ୍କୃତ ଭାଷାରେ ଲିଖ୍ ଅନେକ ବ୍ରାହ୍ମଣ୍ୟ ଧର୍ମଗ୍ରନ୍ଥର ବିକାଶ ଦ୍ବାରା ବୌଦ୍ଧ ଧର୍ମର ପୂର୍ବ ଗୌରବ ହ୍ରାସ ପାଇଲା ।
  • ସେ ସମୟରେ ମହାଯାନ ପନ୍ଥାର ଅଭ୍ୟୁଦୟ ଯୋଗୁ ବୌଦ୍ଧଧର୍ମ ଓ ବ୍ରାହ୍ମଣ୍ୟ ଧର୍ମ ମଧ୍ୟରେ ଥ‌ିବା ପ୍ରଭେଦ ହ୍ରାସ ପାଇଲା । ଏପରିକି ବୁଦ୍ଧଙ୍କୁ ବିଷ୍ଣୁଙ୍କର ଏକ ଅବତାର ରୂପେ ପରିଗଣିତ କରାଗଲା ।
  • ଶଙ୍କରଙ୍କଦ୍ଵାରା ପ୍ରଚାରିତ ଅଦୈତବାଦର ପ୍ରଚାର ଓ ତାଙ୍କର ବଳିଷ୍ଠ ଦାର୍ଶନିକ ତର୍କ ନିକଟରେ ବୌଦ୍ଧ ପଣ୍ଡିତମାନେ ତାଙ୍କର ସମକକ୍ଷ ହୋଇ ପାରିଲେ ନାହିଁ ।
  • ହିନ୍ଦୁଧର୍ମର ପ୍ରଭାବରେ ବୌଦ୍ଧଧର୍ମରେ ତନ୍ତ୍ର ପ୍ରବେଶ କରିବାରୁ ବଜ୍ରଯାନର ଆବିର୍ଭାବ ହେଲା । ଏଣୁ ଏହିସବୁ କାରଣମାନ ଯୋଗୁଁ ବୌଦ୍ଧଧର୍ମର ଅବନତି ଘଟିଥୁଲା ଓ ବ୍ରାହ୍ମଣଧର୍ମର ପୁନରୁତ୍‌ଥାନ ହୋଇଥିଲା ।

(ଘ) ଗୁପ୍ତଯୁଗର ଶାସକମାନଙ୍କ ସମୟରେ ସାହିତ୍ୟ, କଳା ଓ ସ୍ଥାପତ୍ୟର କିପରି ଉନ୍ନତି ହୋଇଥିଲା, ଲେଖ ।
Answer:

  • ଗୁପ୍ତ ଯୁଗରେ ପ୍ରସିଦ୍ଧ କବି ଓ ନାଟ୍ୟକାର ଥିଲେ କାଳିଦାସ । ସେ ସଂସ୍କୃତ ଭାଷାରେ ଅଭିଜ୍ଞାନ ଶାକୁନ୍ତଳମ୍, ମାଳବିକାଗ୍ନିମିତ୍ରମ୍, ରଘୁବଂଶମ୍, କୁମାରସମ୍ଭବମ୍ ଓ ମେଘଦୂତମ୍ ଆଦି କାଳଜୟୀ ନାଟକ ରଚନା କରିଥିଲେ ।
  • ସେହିପରି ଶୁଦ୍ରକଙ୍କଦ୍ଵାରା ଲିଖ୍ ‘ମୃଚ୍ଛକଟିକମ୍’ ଏକ ସାମାଜିକ ନାଟକ, ବିଷ୍ଣୁଶର୍ମାଙ୍କଦ୍ୱାରା ‘ପଞ୍ଚତନ୍ତ୍ର’, ଅମରସିଂହଙ୍କ ‘ଅମରକୋଷ’ ରାମାୟଣ, ମହାଭାରତ ଓ ପୁରାଣଗୁଡ଼ିକର ସଙ୍କଳନ ଇତ୍ୟାଦି ଗୁପ୍ତଯୁଗର ସାହିତ୍ୟର ଉତ୍କର୍ଷତା ବହନ କରିଥିଲା ।
  • ଗୁପ୍ତଯୁଗର କଳା ଓ ସ୍ଥାପତ୍ୟ ପୂଣ୍ଣଭାବରେ ବିକାଶ ଲାଭ କରିଥିଲା । ଏହି ଯୁଗରେ ବ୍ରାହ୍ମଣ୍ୟ ଧର୍ମର ପୁନରୁତ୍‌ଥାନ ଯୋଗୁଁ ଉତ୍ତର ପ୍ରଦେଶର ଝାନ୍ସୀ ଜିଲ୍ଲାର ଦେଓଗଡ଼ଠାରେ ଦଶାବତାର ମନ୍ଦିର, ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ତିମ୍ୱାଠାରେ ଥ‌ିବା ବିଷ୍ଣୁମନ୍ଦିର, ଭୂମାରାଠାରେ ଥ‌ିବା ଶିବମନ୍ଦିର ଓ ଭିତରଗାଓଁର ଇଟାରେ ତିଆରି ମନ୍ଦିର ଆଦି ଗୁପ୍ତଯୁଗ ସ୍ଥାପତ୍ୟର ନିଦର୍ଶନ ।
  • ଏହି ସମୟରେ ଅନେକ ବୌଦ୍ଧ ଚୈତ୍ୟଗୃହ ଓ ବିହାର ନିର୍ମାଣ କରାଯାଇଥିଲା ।

(ଙ) ଭାରତୀୟ ସଂସ୍କୃତିକୁ ଚାଲୁକ୍ୟମାନଙ୍କର ଅବଦାନ ବିଷୟ ଉଲ୍ଲେଖ କର ।
Answer:

  • ଭାରତୀୟ ସଂସ୍କୃତିକୁ ଚାଲୁକ୍ୟମାନଙ୍କର ଅବଦାନ ଅତୁଳନୀୟ ଥିଲା । ସେହି ସମୟରେ ଚାଲୁକ୍ୟ ରାଜ୍ୟର ରାଜଧାନୀ ବାତାପି (କର୍ଣ୍ଣାଟକ ରାଜ୍ୟ) ଏକ ସମୃଦ୍ଧିଶାଳୀ ସହରଥୁଲା ଓ ବାଣିଜ୍ୟଗତ ସମ୍ପର୍କ ଚାଲୁକ୍ୟର ଅର୍ଥନୈତିକ ଉନ୍ନତି ଘଟାଇଥିଲା ।
  • ଚାଲୁକ୍ୟ ବଣିକମାନେ ଇରାନ୍, ଆରବ ଦେଶ ଏବଂ ଲୋହିତ ସାଗରସ୍ଥିତ ବିଭିନ୍ନ ବନ୍ଦର ସହିତ ବ୍ୟବସାୟ ସମ୍ପର୍କ ସ୍ଥାପନ କରିଥିଲା ।
  • ହାଡ଼ଖୋଳି ମନ୍ଦିର ନିର୍ମାଣ କରିବା ଚାଲୁକ୍ୟର ରାଜ୍ୟରେ ହୋଇଥିଲା । ବାତାପି ବା ବାଦାମିରେ ଥ‌ିବା ବିଭିନ୍ନ ମନ୍ଦିରରେ ବିଷ୍ଣୁ, ବ୍ରହ୍ମା ଓ ଶିବଙ୍କର ଅତିକମନୀୟ ମୂର୍ତ୍ତି ଦେଖିବାକୁ ମିଳେ ।
  • ଏହି ସମୟରେ ଅଜନ୍ତାର ଚୈତ୍ୟଗୃହଗୁଡ଼ିକ ପାହାଡ଼ରେ ଖୋଦିତ ହୋଇଥିଲା । ଏଲୋରା, ମେଗୁତି, ଅହିହୋଲ୍ ଏବଂ ପଟ୍ଟଦକଲଠାରେ ମନ୍ଦିର ଚାଲୁକ୍ୟ ରାଜତ୍ଵ କାଳରେ ନିର୍ମିତ ହୋଇଥିଲା ।

(ଚ) ଦକ୍ଷିଣ ଭାରତର ସାଂସ୍କୃତିକ କ୍ଷେତ୍ରରେ ପଲ୍ଲବ ରାଜବଂଶର ଶାସକମାନଙ୍କର ଦାନ କିପରି ଅତୁଳନୀୟ ଥିଲା ?
Answer:

  • ପଲ୍ଲବମାନଙ୍କ ରାଜତ୍ଵ ସମୟରେ ସଂସ୍କୃତ ଭାଷାକୁ ଯଥେଷ୍ଟ ସମ୍ମାନ ଦିଆଯାଉଥିଲା । ଭାରବୀ ଓ ଦଣ୍ଡୀଙ୍କ ପରି ମହାନ୍ ପଣ୍ଡିତମାନେ ପଲ୍ଲବ ରାଜସଭାରେ ଥିଲେ ।
  • ଭାରବୀଙ୍କ ରଚିତ ‘ଜୀରାତାର୍ଜନୀୟମ’ ଏବଂ ‘ଦଶକମାର ଚରିତମ’ ସଂସ୍କୃତ ଭାଷାର ଦୁଇଟି ସବିଦିତ ଗ୍ରନ୍ଥ ଏବଂ ରାଜା ପ୍ରଥମ ମହେନ୍ଦ୍ର ବର୍ମନଙ୍କଦ୍ୱାରା ରଚିତ ‘ମତ୍ତବିଳାସ ପ୍ରହସନ’ ଏକ ସାମାଜିକ ନାଟକ ।
  • ସେ ସମୟରେ କାଞ୍ଚି ସାଂସ୍କୃତିକ ଓ ଶିକ୍ଷାର ଏକ ଶ୍ରେଷ୍ଠ କେନ୍ଦ୍ର ଏବଂ କାଞ୍ଚ୍ ବିଶ୍ଵବିଦ୍ୟାଳୟ ଆର୍ଯ୍ୟ ସଂସ୍କୃତି ପ୍ରସାରର ଏକ କେନ୍ଦ୍ର ଥିଲା ।
  • ଧର୍ମ କ୍ଷେତ୍ରରେ ଭକ୍ତି ଆନ୍ଦୋଳନ ବୈଷ୍ଣବ ଓ ଶୈବ ସନ୍ଥମାନଙ୍କଦ୍ୱାରା ପ୍ରଥମେ ପଲ୍ଲବ ରାଜ୍ୟରେ ଆରମ୍ଭ ହୋଇଥିଲା । ଦକ୍ଷିଣ ଭାରତର ସଂସ୍କୃତିକୁ ସେମାନଙ୍କ ଦାନ ଅତୁଳନୀୟ ଥିଲା ।

BSE Odisha 6th Class History Solutions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

(ଛ) ଜୁଆଇ-ଜାଈ (ହୁଏନ୍‌ସାଂ) କିଏ ? ସେ ତାଙ୍କ ଭ୍ରମଣ ବୃତ୍ତାନ୍ତରେ କ’ଣ ଲେଖିଛନ୍ତି ?
Answer:

  • ହର୍ଷବର୍ଦ୍ଧନଙ୍କ ସମୟରେ ଭାରତକ ଆସିଥିବା ଚୀନ ପରିବ୍ରାଜକ ଜୁଆଙ୍ଗ-ଜାଈ ବା ହୁଏନସାଙ୍ଗଙ୍କ ବିବରଣୀରୁ ଜଣାଯାଏ ଲୋକମାନଙ୍କ ଜୀବନ ସରଳଥିଲା ଓ ସେମାନେ ନିରାମିଶ ଖାଦ୍ୟପ୍ରିୟ ଥିଲେ । ସେ ସମୟରେ ଜାତିପ୍ରଥା ଅତି କଠୋର ଥିଲା ।
  • ବୌଦ୍ଧ ଧର୍ମର ଅଠରଟି ଶାଖା ମଧ୍ୟରୁ ମହାଯାନ ଓ ହୀନଯାନ ଶାଖା ଦୁଇଟି ପ୍ରଧାନ ଥିଲା ।
  • ହର୍ଷଙ୍କ ସମୟରେ ପ୍ରତିଷ୍ଠାତା ନାଳନ୍ଦା ବିଶ୍ଵବିଦ୍ୟାଳୟ ଏକ ଶ୍ରେଷ୍ଠ ଓ ସମ୍ମାନଜନକ ଶିକ୍ଷାକେନ୍ଦ୍ର ଥିଲା, ଯେଉଁଥରେ
  • ଜୁଆଙ୍ଗ୍-ଜାଙ୍ଗ୍ ହର୍ଷବର୍ଦ୍ଧନଙ୍କୁ ଜଣେ ପ୍ରଜାବତ୍ସଳ ଶାସକ ଭାବରେ ବର୍ଣ୍ଣନା କରିବା ସହିତ ହର୍ଷଙ୍କ ଦ୍ବାରା ଆୟୋଜିତ କନୌଜ ସଭା ଓ ପ୍ରୟୋଗ ଧର୍ମସଭାର ବିଶେଷ ବିବରଣୀ ଦେଇଛନ୍ତି ।

(ଜ) ହର୍ଷବର୍ଦ୍ଧନଙ୍କ ରାଜ୍ୟଶାସନ ପ୍ରଣାଳୀ କିପରି ଥିଲା ?
Answer:

  • ବଦ୍ଧନ ରାଜବଂଶର ରାଜା ହର୍ଷବର୍ଦ୍ଧନ ଗୁପ୍ତ ଶାସନ ବ୍ୟବସ୍ଥାକୁ ସାମାନ୍ୟ ପରିବର୍ତ୍ତନ କରି ନିଜ ସାମ୍ରାଜ୍ୟରେ ପ୍ରଚଳନ କରିଥିଲେ । ସୁଶାସନ ପ୍ରତିଷ୍ଠା କରିବାପାଇଁ ସେ ବହୁ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ ।
  • ଅଶୋକଙ୍କ ଭଳି ସେ ତାଙ୍କ ରାଜ୍ୟର ବିଭିନ୍ନ ସ୍ଥାନ ଗସ୍ତକରି ପ୍ରତ୍ୟକ୍ଷ ଭାବରେ ଶାସନ ବ୍ୟବସ୍ଥାକୁ ନିରୀକ୍ଷଣ କରୁଥିଲେ ।
  • ସେ ଉତ୍ପନ୍ନ ଶସ୍ୟର ଏକ-ଷତାଂଶ କର ରୂପରେ ଆଦାୟ କରୁଥିଲେ ।
  • ଗୁରୁତର ଅପରାଧ ପାଇଁ ଝଟ୍ଟ ଅଙ୍ଗଚ୍ଛେଦର ବ୍ୟବସ୍ଥା ଥିଲା ।

(ଝ) ସମୁଦ୍ରଗୁପ୍ତ କିପରି ନିଜ ରାଜ୍ୟକୁ ସଂଗଠିତ କରିଥିଲେ ?
Answer:

  • ସମୁଦ୍ରଗୁପ୍ତ ଉତ୍ତର ଭାରତରେ ନଅଜଣ ରାଜାଙ୍କୁ ପରାସ୍ତ କରି ସେମାନଙ୍କ ରାଜ୍ୟକୁ ନିଜ ରାଜ୍ୟ ସହିତ ମିଶାଇ ଦେଇଥିଲେ । ସମୁଦ୍ରଗୁପ୍ତ ଦକ୍ଷିଣ ଭାରତକୁ ଯୁଦ୍ଧ ଅଭିଯାନରେ ଯାଇ ବାରଜଣ ରାଜାଙ୍କୁ ପରାସ୍ତ କରିଥିଲେ । ପରାଜିତ ରାଜାମାନେ ସମୁଦ୍ରଗୁପ୍ତଙ୍କ ବଶତା ସ୍ବୀକାର କରିଥିଲେ ।
  • ଗୁପ୍ତ ସାମ୍ରାଜ୍ୟର ସୀମାକୁ ଲାଗିଥିବା ସମତଟ, ଦାବକ, କାମରୂପ, ନେପାଳ ପ୍ରଭୃତି ରାଜ୍ୟର ନରପତିମାନେ ସ୍ଵଇଚ୍ଛାରେ ସମୁଦ୍ରଗୁପ୍ତଙ୍କ ବଶତା ସ୍ବୀକାର କରିଥିଲେ ।
  • ସୀମାନ୍ତରେ ଥ‌ିବା ନଅଟି ଜନଜାତିମାନଙ୍କର ମୁଖ୍ୟମାନେ ସମୁଦ୍ରଗୁପ୍ତଙ୍କର ବଶତା ସ୍ବୀକାର କରିଥିଲେ । ସେମାନେ ସମୁଦ୍ରଗୁପ୍ତଙ୍କୁ କର ଓ ଉପହାର ଦେବା ସହିତ ତାଙ୍କ ଆଦେଶ ପାଳନ କଲେ ।
  • ଶକ, କୁଶାଣ ଏବଂ ମୁରୁଣ୍ଡମାନଙ୍କର ମୁଖ୍ୟ ଓ ସିଂହଳର ରାଜା ମେଘବର୍ଣ୍ଣ ସମୁଦ୍ରଗୁପ୍ତଙ୍କ ସହ ବନ୍ଧୁତ୍ଵପୂର୍ଣ ସନ୍ଧିରେ ଆବଦ୍ଧ ହେଲେ । ଫଳରେ ସମୁଦ୍ରଗୁପ୍ତଙ୍କ ରାଜନୈତିକ ପ୍ରଭାବ ଭାରତବର୍ଷର ଅଧିକାଂଶ ଅଞ୍ଚଳରେ ସ୍ଥାପିତ ହେବା ସହିତ ସିଂହଳ ବା ବର୍ତ୍ତମାନର ଶ୍ରୀଲଙ୍କା ପର୍ଯ୍ୟନ୍ତ ବ୍ୟାପିଥିଲା । ଏହିପରି ‘ସମୁଦ୍ରଗୁପ୍ତ ତାଙ୍କ ସାମ୍ରାଜ୍ୟକୁ ସଂଗଠିତ କରିଥିଲେ ।

(ଞ ) ଗୁପ୍ତଯୁଗକୁ ଭାରତର ସୁବର୍ଣ୍ଣଯୁଗ କୁହାଯାଏ କାହିଁକି ?
Answer:

  • ଫାହିୟାନଙ୍କ ଭାରତ ବିବରଣୀ ପୁସ୍ତକରେ ଗୁପ୍ତଯୁଗକୁ ସୁବର୍ଣ୍ଣଯୁଗ ଭାବରେ ବର୍ଣ୍ଣନା କରାଯାଇଛି । ଏହି ସମୟରେ ରାଜ୍ୟରେ ସୁଖଶାନ୍ତି ବିରାଜମାନ କରୁଥିଲା । ବାହ୍ୟ ଶତ୍ରୁ ଆକ୍ରମଣ ନଥିଲା କିମ୍ବା ଚୋରି ଡକାୟତିର ଭୟ ଇଥିଲା ।
  • କୃଷି ଶିଳ୍ପ, ବାଣିଜ୍ୟ, କଳା, ଭାଷା, ସାହିତ୍ୟ ଓ ବିଜ୍ଞାନ ଆଦି ସବୁକ୍ଷେତ୍ରରେ ଦେଶର ଉନ୍ନତି ସାଧୂତ ହୋଇଥିଲା ।
  • ଲୋକମାନଙ୍କୁ ଅଳ୍ପ କରି ଦେବାକୁ ପଡ଼ୁଥିଲା । ଲୋକମାନଙ୍କର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ଥିଲା । ରାଜାମାନେ ଅତ୍ୟାଚାରୀ ନଥିଲେ ଓ ପ୍ରଜାମାନଙ୍କ ଅଭିଯୋଗର ନ୍ୟାୟପୂର୍ଣ୍ଣ ବିଚାର କରାଯାଉଥିଲା ।
  • ଦାତବ୍ୟ ଚିକିତ୍ସାଳୟମାନ ଖୋଲା ହୋଇ ରୋଗୀମାନଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯାଉଥିଲା । ଧନୀକ ଶ୍ରେଣୀର ଲୋକମାନେ ଧର୍ମଶାଳାମାନ ସ୍ଥାପନ କରିଥିଲେ ।

BSE Odisha 6th Class History Solutions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

୨। ନିମ୍ନଲିଖ ପ୍ରଶର ଉତ୍ତର ସଂକ୍ଷେପରେ ଲେଖ । (ତିନୋଟି କରି ବାକ୍ୟ ମଧ୍ୟରେ)

(କ) ପ୍ରଥମ ଚନ୍ଦ୍ରଗୁପ୍ତ କେଉଁ ବଂଶର ରାଜକୁମାରୀଙ୍କୁ ବିବାହ କରିଥିଲେ ଏବଂ ଏହାଦ୍ଵାରା ତାଙ୍କର ପ୍ରଭାବ କିପରି ବୃଦ୍ଧି ଘଟିଥିଲା ?
Answer:

  • ପ୍ରଥମ ଚନ୍ଦ୍ରଗୁପ୍ତ ଲଚ୍ଛବୀ ବଂଶର ରାଜକୁମାରୀ କୁମାରଦେବୀଙ୍କୁ ବିବାହ କରିଥିଲେ ।
  • ଏହାଦ୍ଵାରା ଉତ୍ତର ଭାରତରେ ତାଙ୍କର ପ୍ରଭାବ ବୃଦ୍ଧି ଘଟିଥିଲା ।
  • ତାଙ୍କର ରାଜ୍ୟ ବିହାର, ବଙ୍ଗଳା ଓ ଉତ୍ତର ଭାରତର କେତେକ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ।

(ଖ) ଆହ୍ଲାବାଦ ସ୍ତମ୍ଭଲେଖକୁ କିଏ ରଚନା କରିଥିଲେ ଏବଂ ଏହାକୁ କାହିଁକି ପ୍ରଶସ୍ତି କୁହାଯାଏ ?
Answer:

  • ଆହ୍ଲାବାଦ ସ୍ତମ୍ଭଲେଖକୁ ସମୁଦ୍ରଗୁପ୍ତଙ୍କ ମନ୍ତ୍ରୀ ହରିସେଣ ରଚନା କରିଥିଲେ ।
  • ଏହି ସ୍ତମ୍ଭଲେଖରେ ଗୁପ୍ତବଂଶର ରାଜା ସମୁଦ୍ରଗୁପ୍ତଙ୍କ ପ୍ରଶସ୍ତି ଗାନ କରାଯାଇଥିଲା ।
  • ଏଣୁ ଏହାକୁ ପ୍ରଶସ୍ତି କୁହାଯାଏ ।

(ଗ) ସମୁଦ୍ରଗୁପ୍ତଙ୍କ ସଙ୍ଗୀତ ପ୍ରତି ଅନୁରାଗ ଥୁଲା, ଏହା କିପରି ଜଣାପଡ଼େ ?
Answer:

  • ତାଙ୍କଦ୍ବାରା ପ୍ରଚଳିତ ଏକ ମୁଦ୍ରାର ଗୋଟିଏ ପାର୍ଶ୍ଵରେ ଖୋଦିତ ବୀଣା ସଦୃଶ ଏକ ବାଦ୍ୟଯନ୍ତ୍ର ସେ ବଜାଉ ଥିବାର ଚିତ୍ରରୁ ଜଣାପଡ଼େ ।
  • ତେଣୁ ସମୁଦ୍ରଗୁପ୍ତ ସଙ୍ଗୀତାନୁରାଗୀ ଥ‌ିବାର ପ୍ରମାଣ ମିଳେ ।
  • ସେ ମଧ୍ୟ ‘କବିରାଜ’ ଉପାଧ୍ ଧାରଣ କରିଥିଲେ ।

BSE Odisha 6th Class History Solutions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

(ଘ) ଫା-ସିଅଁଙ୍କ ଭାରତ ଭ୍ରମଣ ବିବରଣୀରେ ଗୁପ୍ତଯୁଗରେ ଦୋଷୀମାନେ କିପରି ଦଣ୍ଡିତ ହେଉଥିଲେ ବୋଲି ଜଣାପଡ଼େ ?
Answer:

  • ଫା-ସିଆଁଙ୍କ ଭାରତ ଭ୍ରମଣ ବିବରଣୀରେ ବର୍ଣ୍ଣିତ ହୋଇଛି ଯେ ସେତେବେଳେ ପ୍ରାଣଦଣ୍ଡର ବ୍ୟବସ୍ଥା ନଥିଲା ।
  • ଗୁରୁତର ଅପରାଧ କିମ୍ବା ବାରମ୍ବାର ବିଦ୍ରୋହ କଲେ ଦୋଷୀମାନଙ୍କର ଅଙ୍ଗଚ୍ଛେଦନ କରାଯାଉଥିଲା ।
  • ଅନ୍ୟ ଦୋଷୀମାନେ ଅର୍ଥଦଣ୍ଡରେ ଦଣ୍ଡିତ ହେଉଥିଲେ ।

(ଙ) ପ୍ରସିଦ୍ଧ କବି ଓ ନାଟ୍ୟକାର କାଳିଦାସ କ’ଣ କ’ଣ ରଚନା କରିଥିଲେ ?
Answer:

  • ପ୍ରସିଦ୍ଧ କବି ଓ ନାଟ୍ୟକାର କାଳିଦାସ ‘ଅଭଜ୍ଞାନ ଶାକୁନ୍ତଳମ୍’, ‘ମାଳବିକାଗ୍ନିମିତ୍ରମ୍’ ଓ ‘ବିକ୍ରମୋର୍ବଶୀୟମ୍’ ନାଟକ ରଚନା କରିଥିଲେ ।
  • ଏଗୁଡ଼ିକ ମଧ୍ୟରୁ ‘ଅଭିଜ୍ଞାନ ଶାକୁନ୍ତଳମ୍’ ନାଟକ ଖୁବ୍ ପ୍ରସିଦ୍ଧି ଲାଭ କରିଥିଲା ।
  • ସେ ‘ରଘୁବଂଶମ୍’, ‘କୁମାରସମ୍ଭବମ୍’, ‘ମେଘଦୂତମ୍’ କାବ୍ୟ ରଚନା କରିଥିଲେ ।

(ଚ) ଗୁପ୍ତଯୁଗରେ ବିଜ୍ଞାନର ବିକାଶ କିପରି ହୋଇଥିଲା ?
Answer:

  • ଗଣିତ କ୍ଷେତ୍ରରେ ଦଶମିକ ପଦ୍ଧତି, ଶୂନ୍ୟର ପ୍ରଚଳନ ଆଦି ଗୁପ୍ତଯୁଗର ଅବଦାନ ଅଟେ ।
  • ବିଖ୍ୟାତ ଗଣିତ ବିଶାରଦ ଆର୍ଯ୍ୟଭଟ୍ଟ ଗଣିତ ଓ ଜ୍ୟୋତିର୍ବିଜ୍ଞାନରେ ପାରଙ୍ଗମ ଥିଲେ । ସେ ‘ଆର୍ଯ୍ୟଭଙ୍ଗୀୟମ୍’ ପୁସ୍ତକ ରଚନା କରିଥିଲେ ।
  • ଆଉ ଜଣେ ଜ୍ୟୋତିର୍ବିଜ୍ଞାନୀ ବରାହମିହିର ‘ବୃହତ୍ ସଂହିତା’ ରଚନା କରିଥିଲେ । ସେ ‘ସିଦ୍ଧାନ୍ତିକା’ରେ ‘ରୋମକ ସିଦ୍ଧାନ୍ତ’ କଥା ଉଲ୍ଲେଖ କରିଛନ୍ତି ଏବଂ ଚିକିତ୍ସାଶାସ୍ତ୍ର ବିଶାରଦ ବାଗଭଟ୍ଟ ଗୁପ୍ତଯୁଗର ଥିଲେ ବୋଲି ବିଶ୍ଵାସ କରାଯାଏ ।

(ଛ) ମହମ୍ମଦ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ଏବଂ ଇସ୍‌ଲାମ୍ ଧର୍ମ ସମ୍ବନ୍ଧରେ କ’ଣ କହିଥିଲେ ?
Answer:

  • ମହମ୍ମଦ ୫୭୦ ଖ୍ରୀଷ୍ଟାବ୍ଦରେ ମକ୍କାରେ ଜନ୍ମଗ୍ରହଣ କରିଥିଲେ ।
  • ତାଙ୍କ ପ୍ରଚାରିତ ଇସ୍‌ଲାମ୍ ଧର୍ମ ସମ୍ବନ୍ଧରେ ସେ କହିଥିଲେ ଯେ ଭଗବାନ ଏକ ଓ ଅଦ୍ୱିତୀୟ ।
  • ଆଲ୍ଲା ହେଉଛନ୍ତି ଭଗବାନ ଓ ମହମ୍ମଦ ତାଙ୍କର ପ୍ରତିନିଧୂ ।

(ଜ) କେଉଁ ଉଦ୍ଦେଶ୍ୟରେ ଖଲିଫାମାନେ ଭାରତ ଆକ୍ରମଣ କରିଥିଲେ ?
Answer:

  • ରାଜ୍ୟ ବିସ୍ତାର ଉଦ୍ଦେଶ୍ୟରେ ଖଲିଫାମାନେ ଭାରତ ଆକ୍ରମଣ କରିଥିଲେ ।
  • ସେମାନେ ଭାରତର ଧନରତ୍ନ ପ୍ରତି ଆକୃଷ୍ଟ ହୋଇଥିଲେ ।
  • ତତ୍‌କାଳୀନ ରାଜନୈତିକ ଅବସ୍ଥା ସେମାନଙ୍କୁ ମଧ୍ୟ ଭାରତ ଆକ୍ରମଣ କରିବାକୁ ଉତ୍ସାହିତ କରିଥିଲା ।

BSE Odisha 6th Class History Solutions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

(ଝ) ଇସ୍‌ଲାମ୍‌ର ଆବିର୍ଭାବ ପୂର୍ବରୁ ଆରବ ବଣିକମାନେ ଭାରତ ସହିତ କିପରି ବାଣିଜ୍ୟ ସମ୍ପର୍କ ରଖିଥିଲେ ?
Answer:

  • ଇସ୍‌ଲାମ୍‌ର ଆବିର୍ଭାବ ପୂର୍ବରୁ ଆରବୀୟ ବଣିକମାନଙ୍କ ମଧ୍ୟରୁ ଅନେକ କେରଳର ଉପକୂଳବର୍ତ୍ତୀ ଅଞ୍ଚଳ ସହିତ ବାଣିଜ୍ୟଗତ ସମ୍ପର୍କ ଆରମ୍ଭ କରିଥିଲେ ।
  • ସେଠାରୁ ଭାରତୀୟ ମସଲା ଓ ଅନ୍ୟାନ୍ୟ ମୂଲ୍ୟବାନ୍ ସାମଗ୍ରୀକୁ କିଣି ବିଭିନ୍ନ ଦେଶର ବଜାରରେ ବିକ୍ରୟ କରିବା ସହିତ ନିଜ ଦେଶକୁ ମଧ୍ୟ ନେଉଥିଲେ।
  • ଏହିପରି ଭାବରେ ଇସ୍‌ଲାମ୍‌ର ଆବିର୍ଭାବ ପୂର୍ବରୁ ଆରବ ସହିତ ଭାରତର ବାଣିଜ୍ୟଗତ ସମ୍ପର୍କ ଆରମ୍ଭ ନେଉଥିଲେ।

୩। ନିମ୍ନରେ ଦିଆଯାଇଥିବା ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଗୋଟିଏ ବାକ୍ୟରେ ଲେଖ ।

(କ) ପ୍ରଥମ ଚନ୍ଦ୍ରଗୁପ୍ତଙ୍କ ପୂର୍ବରୁ ଥ‌ିବା ଦୁଇଜଣ ଗୁପ୍ତବଂଶର ରାଜାଙ୍କ ନାମ ଲେଖ ।
Answer:
ପ୍ରଥମ ଚନ୍ଦ୍ରଗୁପ୍ତଙ୍କ ପୂର୍ବରୁ ଥ‌ିବା ଦୁଇଜଣ ଗୁପ୍ତବଂଶର ରାଜା ଥିଲେ – ଶ୍ରୀଗୁପ୍ତ ଓ ଘଟୋତ୍କଚ ଗୁପ୍ତ ।

(ଖ) ଗୁପ୍ତବଂଶର ତୃତୀୟ ରାଜା ପ୍ରଥମ ଚନ୍ଦ୍ରଗୁପ୍ତ କେଉଁ ଉପାଧ୍ଧରେ ଭୂଷିତ ହୋଇଥିଲେ ?
Answer:
ଗୁପ୍ତବଂଶର ତୃତୀୟ ରାଜା ପ୍ରଥମ ଚନ୍ଦ୍ରଗୁପ୍ତ ମହାରାଜାଧୁରାଜ ଉପାଧିରେ ଭୂଷିତ ହୋଇଥିଲେ ।

BSE Odisha 6th Class History Solutions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

(ଗ) କେଉଁ ବର୍ଷଠାରୁ ଭାରତରେ ଗୁପ୍ତାବ୍ଦ ଆରମ୍ଭ ହେଲା ?
Answer:
ଖ୍ରୀ.ଅ. ୩୨୦ଠାରୁ ଭାରତରେ ଗୁପ୍ତାବ୍ଦ ଆରମ୍ଭ ହେଲା ।

(ଘ) ସମୁଦ୍ରଗୁପ୍ତ କେଉଁ ଯଜ୍ଞ କରି ନିଜକୁ ସାର୍ବଭୌମ ରାଜା ବା ସମ୍ରାଟ ବୋଲି ପ୍ରତିପାଦିତ କରିଥିଲେ ?
Answer:
ସମୁଦ୍ରଗୁପ୍ତ ଅଶ୍ଵମେଧ ଯଜ୍ଞ କରି ନିଜକୁ ସାର୍ବଭୌମ ରାଜା ବା ସମ୍ରାଟ ବୋଲି ପ୍ରତିପାଦିତ କରିଥିଲେ ।

(ଡ) ଗୁପ୍ତସମ୍ରାଟ ଚନ୍ଦ୍ରଗୁପ୍ତ ଚାଷୀମାନଙ୍କଠାରୁ କିପରି କର ଗ୍ରହଣ କରୁଥିଲେ ?
Answer:
ଗୁପ୍ତସମ୍ରାଟ ଚନ୍ଦ୍ରଗୁପ୍ତ ଚାଷୀମାନଙ୍କଠାରୁ ଉତ୍ପନ୍ନ ଶସ୍ୟର ଏକ-ଚତୁର୍ଥାଂଶ କର ଆକାରରେ ଗ୍ରହଣ କରୁଥିଲେ ।

(ଚ) ଶଙ୍କରଙ୍କଦ୍ଵାରା ପ୍ରଚାରିତ ଅଦ୍ୱୈତବାଦର ପ୍ରଭାବ କେଉଁ ଧର୍ମ ଉପରେ ପଡ଼ିଥିଲା ?
Answer:
ଶଙ୍କରଙ୍କଦ୍ବାରା ପ୍ରଚାରିତ ଅଦ୍ୱୈତବାଦର ପ୍ରଭାବ ବୌଦ୍ଧଧର୍ମ ଉପରେ ପଡ଼ିଥିଲା ।

(ଛ) ‘ପଞ୍ଚତନ୍ତ୍ରାଂ’ କିଏ ରଚନା କରିଥିଲେ ?
Answer:
‘ପଞ୍ଚତନ୍ତ୍ର’ ବିଷ୍ଣୁଶର୍ମା ରଚନା କରିଥିଲେ ।

(ଜ) କେଉଁ ଗୁପ୍ତରାଜାଙ୍କ ଦରବାରରେ କାଳିଦାସ ଥିଲେ ?
Answer:
ଦ୍ବିତୀୟ ଚନ୍ଦ୍ରଗୁପ୍ତ ବା ବିକ୍ରମାଦିତ୍ୟଙ୍କ ଦରବାରରେ କାଳିଦାସ ଥିଲେ ।

(ଝ) କେଉଁ ପଲ୍ଲବ ରାଜା ‘ବାତାପିକେଣ୍ଡା’ ଉପାଧ୍ ଧାରଣ କରିଥିଲେ ?
Answer:
ପଲ୍ଲବ ରାଜା ପ୍ରଥମ ନରସିଂହ ବର୍ମନ ‘ବାତାପିକୋଣ୍ଡା’ ଉପାଧ୍ ଧାରଣ କରିଥିଲେ ।

BSE Odisha 6th Class History Solutions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

(ଞ) ହର୍ଷବର୍ଦ୍ଧନଙ୍କ ପିତାଙ୍କ ନାମ କ’ଣ ଥିଲା ?
Answer:
ହର୍ଷବର୍ଦ୍ଧନଙ୍କ ପିତାଙ୍କ ନାମ ଥିଲା ପ୍ରଭାକର ବର୍ଶନ ।

(ଟ) ହର୍ଷଙ୍କଦ୍ୱାରା ଲିଖିତ ନାଟକଗୁଡ଼ିକର ନାମ ଲେଖ ।
Answer:
ହର୍ଷଙ୍କଦ୍ଵାରା ଲିଖିତ ନାଟକଗୁଡ଼ିକ ହେଉଛି ‘ନାଗାନନ୍ଦ’, ‘ରତ୍ନାବଳୀ’ ଏବଂ ‘ପ୍ରିୟଦର୍ଶିକା’ ।

(୦) ମହମ୍ମଦ କେତେ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ?
Answer:
ମହମ୍ମଦ ୫୭୦ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ।

ଡ) ଇସ୍‌ଲାମ୍ ଧର୍ମର ପବିତ୍ର ଗ୍ରନ୍ଥର ନାମ କ’ଣ ?
Answer:
ଇସ୍‌ଲାମ୍ ଧର୍ମର ପବିତ୍ର ଗ୍ରନ୍ଥର ନାମ ‘କୋରାନ୍’ ।

୪। ‘କ’ସ୍ତମ୍ଭରେ ଥ‌ିବା ଶବ୍ଦଗୁଡ଼ିକୁ ‘ଖ’ ସ୍ତମ୍ଭରେ ଥ‌ିବା ଉପଯୁକ୍ତ ଶବ୍ଦ ସହ ଗାର ଟାଣି ଯୋଡ଼ ।

‘କ’ସ୍ତମ୍ଭରେ ଥ‌ିବା ଶବ୍ଦଗୁଡ଼ିକୁ ‘ଖ’ ସ୍ତମ୍ଭରେ ଥ‌ିବା ଉପଯୁକ୍ତ ଶବ୍ଦ ସହ ଗାର ଟାଣି ଯୋଡ଼ ।
‘କ’ସ୍ତମ୍ଭରେ ଥ‌ିବା ଶବ୍ଦଗୁଡ଼ିକୁ ‘ଖ’ ସ୍ତମ୍ଭରେ ଥ‌ିବା ଉପଯୁକ୍ତ ଶବ୍ଦ ସହ ଗାର ଟାଣି ଯୋଡ଼ । Answer

BSE Odisha 6th Class History Solutions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

୫। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ଦ୍ବିତୀୟ ଚନ୍ଦ୍ରଗୁପ୍ତ ପଶ୍ଚିମ ଭାରତରେ ________________ ମାନଙ୍କୁ ପରାସ୍ତ କରିଥିଲେ । (ଶକ, ହୁଣ, ଗ୍ରୀକ୍, କୁଶାଣ)
Answer:
ଶକ

(ଖ) ଶଶାଙ୍କ ______________ ଦେଶର ରାଜା ଥିଲେ । (ଗୌଡ଼, ପାଞ୍ଚାଳ, କଳିଙ୍ଗ, କାମରୂପ)
Answer:
ଗୌଡ଼

(ଗ) ରାମାୟଣ, ମହାଭାରତ ଓ ପୁରାଣଗୁଡ଼ିକ _______________ ଯୁଗରେ ସଂକଳନ ସଂପତ୍ତି କରାଯାଇଥିଲା । (ମୌର୍ଯ୍ୟ, ନନ୍ଦ, ଗୁପ୍ତ, ବୈଦିକ)
Answer:
ଗୁପ୍ତ

(ଘ) ପ୍ରଭାକର ବଦ୍ଧନ ______________ ଉପାଧ୍ଧରେ ଭୂଷିତ ହୋଇଥିଲେ ( ବାତାପିକୋଣ୍ଡା, ମହାରାଜାଧରାଜ, କବିରାଜ, ଗଜରାଜ)
Answer:
ମହାରାଜାଧୁରାଜ

(ଙ) ଜୁଆଙ୍ଗ-ଜାଙ୍ଗ୍ ________________ ଖ୍ରୀଷ୍ଟାବ୍ଦରେ ସ୍ଵଦେଶ ଫେରିଯାଇଥିଲେ । (୬୨୯ ଖ୍ରୀଷ୍ଟାବ୍ଦ, ୬୪୪ ଖ୍ରୀଷ୍ଟାବ୍ଦ, ୫୭୦ ଖ୍ରୀଷ୍ଟାବ୍ଦ, ୭୧୦ ଖ୍ରୀଷ୍ଟାବ୍ଦ)
Answer:
୬୪୪ ଖ୍ରୀଷ୍ଟାବ୍ଦ

(ଚ) ଦ୍ଵିତୀୟ ପୁଲକେଶୀନ୍ _______________ ବଂଶର ସର୍ବଶ୍ରେଷ୍ଠ ରାଜା ଥିଲେ । (ଗୁପ୍ତ, ପଲ୍ଲବ, ଚାଲୁକ୍ୟ, ବର୍ଦ୍ଧନ)
Answer:
ଚାଲୁକ୍ୟ

(ଛ) ହର୍ଷ ପ୍ରତି ପାଞ୍ଚବର୍ଷରେ ________________ ଠାରେ ଏକ ଧର୍ମ ଉତ୍ସବ ପାଳନ କରୁଥିଲେ । (କନୌଜ, ପ୍ରୟାଗ, ଥାନେଶ୍ଵର, ଏଲୋରା)
Answer:
ପ୍ରୟାଗ

BSE Odisha 6th Class History Solutions Chapter 10 ଖ୍ରୀଷ୍ଟାବ୍ଦ ୩୦୦ ରୁ ୮୦୦ ମଧ୍ଯରେ ଭାରତ

(ଜ) ‘ସକଳାଭର ପଥନାଥ’ ________________ ଙ୍କୁ କୁହାଯାଉଥିଲା । (ସମୁଦ୍ରଗୁପ୍ତ, ଦ୍ବିତୀୟ ଚନ୍ଦ୍ରଗୁପ୍ତ, ହର୍ଷବର୍ଦ୍ଧନ, ଶଶାଙ୍କ)
Answer:
ହର୍ଷବର୍ଦ୍ଧନ

Leave a Comment