BSE Odisha 7th Class Political Science Important Questions Chapter 4 ମାନବିକ ଅଧ୍ବକାର

Odisha State Board BSE Odisha 7th Class Political Science Important Questions Chapter 4 ମାନବିକ ଅଧ୍ବକାର Important Questions and Answers.

BSE Odisha Class 7 Political Science Important Questions Chapter 4 ମାନବିକ ଅଧ୍ବକାର

Subjective Type Questions With Answers
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଆତଙ୍କବାଦୀମାନଙ୍କଦ୍ୱାରା ମାନବିକ ଅଧିକାର ଉଲ୍ଲଙ୍ଘନର ଦୁଇଟି ପ୍ରମାଣ ପ୍ରଦାନ କର।
Answer:

  • ୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ ଆତଙ୍କବାଦୀମାନଙ୍କଦ୍ୱାରା ଆମେରିକାର ବିଶ୍ଵ ବାଣିଜ୍ୟ କେନ୍ଦ୍ର ଉପରେ ଆକ୍ରମଣ ଏବଂ
  • ୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ମୁମ୍ବାଇ ନଗରୀର ତାଜ ହୋଟେଲରେ ଅବସ୍ଥାପିତ ନାଗରିକମାନଙ୍କ ଉପରେ ଆତଙ୍କବାଦୀମାନଙ୍କ ଆଖିବୁଜା ଗୁଳିଚାଳନା ମାନବିକ ଅଧିକାର ଉଲ୍ଲଙ୍ଘନର ପ୍ରମାଣ ଅଟେ ।

BSE Odisha 7th Class Political Science Important Questions Chapter 4 ମାନବିକ ଅଧ୍ବକାର

୨। କେଉଁ ରାଷ୍ଟ୍ରରେ ନାଗରିକମାନେ ଅଧ୍ବ ଅଧିକାର ଉପଭୋଗ କରନ୍ତି ? କେଉଁ ରାଷ୍ଟ୍ରରେ ନାଗରିକମାନେ କମ୍ ଅଧିକାର ଉପଭୋଗ କରନ୍ତି ?
Answer:

  • ଗଣତାନ୍ତ୍ରିକ ରାଷ୍ଟ୍ରରେ ନାଗରିକମାନେ ଅଧ‌ିକ ଅଧିକାର ଉପଭୋଗ କରନ୍ତି ।
  • ଏକଚ୍ଛତ୍ରବାଦୀ ବା ସ୍ୱେଚ୍ଛାଚାରୀ ରାଷ୍ଟ୍ରରେ ନାଗରିକମାନେ ଅପେକ୍ଷାକୃତ କମ୍ ଅଧିକାର ଉପଭୋଗ କରନ୍ତି।

୩। ୮୬ ତମ ସଂବିଧାନ ସଂଶୋଧନ ଆଇନ ବ୍ୟବସ୍ଥାରେ କି କି ବ୍ୟବସ୍ଥା କରାଯାଇଛି ?
Answer:

  • ୬ ବର୍ଷରୁ ୧୪ ବର୍ଷ ବୟସର ସମସ୍ତ ଶିଶୁକୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାକୁ ଏକ ମୌଳିକ ଅଧିକାର ରୂପେ ଗ୍ରହଣ କରାଯାଇଛି ।
  • ଶିଶୁମାନଙ୍କ ଶିକ୍ଷାଦାନ ଅଭିଭାବକମାନଙ୍କ ମୌଳିକ କର୍ତ୍ତବ୍ୟ ଭାବେ ଉଲ୍ଲେଖ କରାଯାଇଛି ।

୪। ପ୍ରତିବର୍ଷ କେଉଁ ଦିନ ଆନ୍ତର୍ଜାତିକ ନାରୀ ଦିବସ ପାଳିତ ହୁଏ ? ନାରୀ ସଶକ୍ତିକରଣର ସ୍ଲୋଗାନ୍ କ’ଣ ?
Answer:

  • ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଆନ୍ତର୍ଜାତିକ ନାରୀ ଦିବସରୂପେ ପାଳନ କରାଯାଏ ।
  • ନାରୀ ଶକ୍ତି ଜିନ୍ଦାବାଦ୍ – ଏହା ନାରୀ ସଶକ୍ତିକରଣର ସ୍ଲୋଗାନ୍ ଅଟେ ।

୫। କେଉଁ ଜର୍ମାନ୍ ଲେଖୁବା ସାହିତ୍ୟରେ ଓ କେଉଁ ଆମେରିକୀୟ ମହିଳା ଅର୍ଥଶାସ୍ତ୍ରରେ ନୋବେଲ୍‌ ପୁରସ୍କାର ପାଇଛନ୍ତି ?

  • ଜର୍ମାନ୍ ଲେଖ୍କା ହର୍ତା ମୁଲର ସାହିତ୍ୟରେ ନୋବେଲ ପୁରସ୍କାର ପାଇଛନ୍ତି ।
  • ଆମେରିକାର ଏଲିନର ଓଷ୍ଟ୍ରମ୍ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ପାଇଛନ୍ତି ।

BSE Odisha 7th Class Political Science Important Questions Chapter 4 ମାନବିକ ଅଧ୍ବକାର

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଶାରଦୀୟ ଉତ୍ସବ ଦଶହରାରେ କେଉଁ ହିନ୍ଦୁ ଦେବୀଙ୍କୁ ଆରାଧନା କରାଯାଏ ?
Answer:
ଶାରଦୀୟ ଉତ୍ସବ ଦଶହରାରେ ଶକ୍ତିମୟୀ ଦୁର୍ଗାଙ୍କର ଆରାଧନା କରାଯାଏ ।

୨। ହିନ୍ଦୁ ସଂସ୍କୃତିରେ କାହାକୁ ବିଶେଷ ଗୁରୁତ୍ଵ ଦିଆଯାଇଛି ?
Answer:
ହିନ୍ଦୁ ସଂସ୍କୃତିରେ ମା’ଙ୍କୁ ବିଶେଷ ଗୁରୁତ୍ବ ଦିଆଯାଇଛି ।

୩। ନାରୀ ସଶକ୍ତିକରଣର ସ୍ଲୋଗାନ୍ କ’ଣ ?
Answer:
ନାରୀ ସଶକ୍ତିକରଣର ସ୍ଲୋଗାନ୍ ହେଲା – ‘ନାରୀ ଶକ୍ତି ଜିନ୍ଦାବାଦ’ ।

BSE Odisha 7th Class Political Science Important Questions Chapter 4 ମାନବିକ ଅଧ୍ବକାର

୪। ଭାରତ ସମ୍ବିଧାନର ମୌଳିକ ଅତ୍‌ରରେ ଶିଶୁମାନଙ୍କୁ କେଉଁ କାମରେ ନିଯୁକ୍ତ ନ କରାଇବାପାଇଁ ବାରଣ କରାଯାଇଛି ?
Answer:
ଉ ଭାରତ ସମ୍ବିଧାନର ମୌଳିକ ଅଧିକାରରେ ଶିଶୁମାନଙ୍କୁ ଖଣି ଓ କଠିନ କାର୍ଯ୍ୟରେ ନିଯୁକ୍ତ ନ କରାଇବା ପାଇଁ ବାରଣ କରାଯାଇଛି ।

୫। କେଉଁ ଆଇନ ବଳରେ ନାରୀ ଓ ପୁରୁଷ ଏକା କାମ ପାଇଁ ସମାନ ମଜୁରୀ ପାଇବେ ବୋଲି ବ୍ୟବସ୍ଥା ରହିଛି ?
Answer:
‘୧୯୭୬ ମସିହା ସମାନ ମଜୁରୀ ଆଇନ’ ବଳରେ ନାରୀ ଓ ପୁରୁଷ ଏକା କାମ ପାଇଁ ସମାନ ମଜୁରୀ ପାଇବେ ବ୍ୟବସ୍ଥା କରାଯାରଛି ।

୬। ସନ୍ତାନର ବାଲ୍ୟଶିକ୍ଷା କେଉଁଠାରୁ ଆରମ୍ଭ ହୁଏ ?
Answer:
ସନ୍ତାନର ବାଲ୍ୟଶିକ୍ଷା ମା’ କୋଳରୁ ଆରମ୍ଭ ହୁଏ ।

୭। ଆମ ରାଜ୍ୟରେ କେଉଁ ମସିହାରୁ ମାନବ ଅଧ୍ୟାର ଆୟୋଗ କାର୍ଯ୍ୟ କରୁଛି ?
Answer:
ଆମ ରାଜ୍ୟରେ ୨୦୦୩ ମସିହାରୁ ମାନବ ଅଧିକାର ଆୟୋଗ କାର୍ଯ୍ୟ କରୁଛି।

BSE Odisha 7th Class Political Science Important Questions Chapter 4 ମାନବିକ ଅଧ୍ବକାର

୮। ବିଲାତର ‘ମାଗ୍ନାକାର୍ଟ’ କେଉଁ ମସିହାରେ ଘୋଷଣା କରାଯାଇଥିଲା ?
Answer:
ବିଲାତର ‘ମାଗ୍ନାକାର୍ଟ’ ୧୨୧୫ ମସିହାରେ ଘୋଷଣା କରାଯାଇଥିଲା ।

୯। ଆମେରିକାର କେଉଁ ଘୋଷଣାନାମାରେ ମାନବିକ ଅଧିକାରକୁ ସ୍ବୀକୃତି ମିଳିଛି ?
Answer:
ଆମେରିକାର ୧୭୭୬ ମସିହା ସ୍ଵାଧୀନତା ଘୋଷଣାନାମାରେ ମାନବିକ ଅଧିକାରକୁ ସ୍ବୀକୃତି ମିଳିଛି ।

୧୦। କେଉଁ ମସିହା କେତେ ତାରିଖରେ ବମ୍ବେର ତାଜ ହୋଟେଲରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ ?
Answer:
୨୦୦୮ ମସିହା ନଭେମ୍ବର ୨୬ ତାରିଖରେ ଆତଙ୍କବାଦୀମାନେ ବମ୍ବେର ତାଜ ହୋଟେଲରେ ଆକ୍ରମଣ କରିଥିଲେ ।

BSE Odisha 7th Class Political Science Important Questions Chapter 4 ମାନବିକ ଅଧ୍ବକାର

Objective Type Questions With Answers
ବସ୍ତୁନଷ ପ୍ରଶ୍ନୋତ୍ତର

ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।

୧। ଆମେରିକାର ବିଶ୍ଵ ବାଣିଜ୍ୟ କେନ୍ଦ୍ରକୁ ଆତଙ୍କବାଦୀମାନେ _______ ମସିହା ସେପ୍ଟେମ୍ବର ୧୧ ତାରିଖ ଦିନ ଧ୍ବଂସ କରି
Answer:
୨୦୦୧

୨ । ମାନବ ଅଧିକାର ___________ ଶତାବ୍ଦୀରେ ସାର୍ବଜନୀନ ମାନ୍ୟତା ଲାଭ କରିଛି ।(ଊନବିଂଶ, ବିଂଶ, ଏକବିଂଶ)
Answer:
ବିଂଶ

୩। _______________ ମସିହାର ଫ୍ରାନ୍ସର ମାନବିକ ଅଧିକାର ଘୋଷଣା ମାନବିକ ଅଧିକାରରୂପେ ଗ୍ରହଣ କରାଯାଇଛି । (୧୨୧୫, ୧୭୭୬, ୧୭୮୯)
Answer:
୧୭୮୯

BSE Odisha 7th Class Political Science Important Questions Chapter 4 ମାନବିକ ଅଧ୍ବକାର

୪। ଜାତିସଂଘର ସନନ୍ଦ (Charter) __________ ଅକ୍ଟୋବର ୧୯୪୫ ମସିହାରୁ କାର୍ଯ୍ୟକାରୀ ହୋଇଆସୁଛି । (୫, ୨୦, ୨୪)
Answer:
୨୪

୫। ________________ ମସିହାରୁ ଭାରତରେ ମାନବିକ ଅଧୂକାର ଆୟୋଗ କାମ କରୁଛି । (୧୯୯୦, ୧୯୯୨, ୧୯୯୩)
Answer:
୧୯୯୩

୬ । ସନ୍ତାନର ବାଲ୍ୟଶିକ୍ଷା _____________________ ରୁ ଆରମ୍ଭ ହୁଏ । (ବିଦ୍ୟାଳୟ, ମା’ କୋଳ, ସମାଜ)
Answer:
ମା’ କୋଳ

୭ । ପ୍ରତ୍ୟେକ ଶିଶୁର ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ଅଭିଭାବକମାନଙ୍କ କର୍ତ୍ତବ୍ୟରୂପେ ସମ୍ବିଧାନର___________ ଧାରାରେ ଉଲ୍ଲେଖ କରାଯାଇଛି । (୨୧ (କ), ୧୪ (କ), ୫୧(କ))
Answer:
୫୧ (କ)

୮। ପ୍ରତ୍ୟେକ ବର୍ଷ ମେ ମାସର ___________ ରବିବାରକୁ ମାତୃ ଦିବସ ରୂପେ ପାଳନ କରାଯାଇଥାଏ । (ପ୍ରଥମ, ଦ୍ଵିତୀୟ, ତୃତୀୟ)
Answer:
ଦ୍ୱିତୀୟ

BSE Odisha 7th Class Political Science Important Questions Chapter 4 ମାନବିକ ଅଧ୍ବକାର

୯। _________ ନାରୀ ସଶକ୍ତିକରଣର ସ୍ଲୋଗାନ୍ ।
(ପୁରୁଷମାନଙ୍କ ସହ ସମାନ ଅଧିକାର, ଜୟତେ ନାରୀଶକ୍ତି, ନାରୀଶକ୍ତି ଜିନ୍ଦାବାଦ)
Answer:
ନାରୀଶକ୍ତି ଜିନ୍ଦାବାଦ

୧୦। _____________ ମସିହାକୁ ଆନ୍ତର୍ଜାତୀୟ ନାରୀବର୍ଷ ରୂପେ ପାଳନ କରାଯାଇଥିଲା। (୧୯୭୪, ୧୯୭୫, ୧୯୭୭)
Answer:
୧୯୭୫

Leave a Comment