BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.2

Odisha State Board BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.2 Textbook Exercise Questions and Answers.

BSE Odisha Class 6 Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.2

Question 1.
ଯୋଗ ଓ ବିୟୋଗ ଚିହ୍ନ ବ୍ୟବହାର କରି ନିମ୍ନଲିଖିତ ଉକ୍ତିଗୁଡ଼ିକୁ ଲେଖ ।
(କ) 10 ଠାରୁ t ଊଣା
ସମାଧାନ:
10 – t

(ଖ) m ଓ n ର ଅନ୍ତର ଫଳ (m > n)
ସମାଧାନ:
m – n

(ଗ) z ଅପେକ୍ଷା w କମ୍
ସମାଧାନ:
z – w

(ଘ) p ଠାରୁ q ଅଧୂକ ଓ ତା’ଠାରୁ r ଅଧିକ
ସମାଧାନ:
(p + q) + r

(ଙ) b ଠାରୁ 3 ଊଣା ଓ ତା’ଠାରୁ c ଅଧିକ
ସମାଧାନ:
(b – 3) + c

(ଚ) m ଠାରୁ l କମ୍ ଓ ତା’ଠାରୁ k ବେଶି
ସମାଧାନ:
(m – l) + k

(ଛ) x ଅପେକ୍ଷା y ଊଣା ଓ ତା’ଠାରୁ z କମ୍।
ସମାଧାନ:
(x – y) – z

BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.2

Question 2.
ବାବୁ ପାଖରେ m ଟଙ୍କା ଅଛି । ବେବି ପାଖରେ ତା’ ଅପେକ୍ଷା 10 ଟଙ୍କା ଅଧିକ ଅଛି । ତେବେ ବେବି ପାଖରେ କେତେ ଟଙ୍କା ଅଛି ?
m = 7 ହେଲେ, ବେବି ପାଖରେ ଥିବା ଟଙ୍କାର ପରିମାଣ କେତେ ? 
BSE Odisha 6th Class Maths Solutions Chapter 10 ବୀଜଗଣିତ ସହିତ ପରିଚିତ Ex 10.2 1
ସମାଧାନ:
ବାବୁ ପାଖରେ m ଟଙ୍କା ଅଛି । ବେବି ପାଖରେ ଅଛି = (m + 10) ଟଙ୍କା
m = 7 ହେଲେ, (7 + 10) ଟଙ୍କା = ଟଙ୍କା ଅଛି ।
 ବେବି ପାଖରେ 17 ଟଙ୍କା ଅଛି ।

Question 3.
ସୀତାର ବୟସ 15 ବର୍ଷା | ଗୀତା ତା’ଠାରୁ y ବର୍ଷ ବଡ଼ । ରୀତାର ବୟସ, ସେ ଦୁହିଁଙ୍କ ମୋଟ ବୟସ ଅପେକ୍ଷା z ବର୍ଷ କମ୍ । ତେବେ ରୀତାର ବୟସ ଲାଗି ପରିପ୍ରକାଶଟି ଲେଖ । y ର ମାନ 5 ଓ z ର ମାନ 2 ହେଲେ, ଗୀତାର ବୟସ କେତେ ହେବ ?
ସମାଧାନ:
ଗୀତାର ବୟସ = 15 ବର୍ଷ । ଗୀତାର ବୟସ = ସୀତାର ବୟସ + y
ଗୀତାର ବୟସ = (15 + y) ବର୍ଷ
ସୀତା ଓ ଗୀତାର ମୋଟ ବୟସ = 15 + (15 + y) = 30 + y ବର୍ଷ
ରୀତାର ବୟସ, ସେ ଦୁହିଁଙ୍କ ମୋଟ ବୟସ ଅପେକ୍ଷା z ବର୍ଷ କମ୍ । 
ରୀତାର ବୟସ = (30 + y) – z ବର୍ଷ
y = 5 ଓ z = 2 ହେଲେ ରୀତାର ବୟସ = (30 + y) – z = (30 + 5) – 2 
= 35 – 2 = 33 ବର୍ଷ

Leave a Comment