BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.2

Odisha State Board BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.2 Textbook Exercise Questions and Answers.

BSE Odisha Class 6 Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.2

Question 1.
7.6 ସେ.ମି ଦୈର୍ଘ୍ୟ ବିଶିଷ୍ଟ ଗୋଟିଏ ରେଖାଖଣ୍ଡ ଅଙ୍କନ କରି ଏହାର ସମଦ୍ଵିଖଣ୍ଡକ ଲମ୍ବ ଅଙ୍କନ କର ।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.2 1
(i) 7.6 ସେ.ମି. ଦୈର୍ଘ୍ୟ ବିଶିଷ୍ଟ ରେଖାଖଣ୍ଡ ସ୍କେଲ ଦ୍ବାରା ଅଙ୍କନ କର । ତାହାର ନାମ AB ଦିଅ ।
(ii) A ବିନ୍ଦୁରେ କମ୍ପାସର ମୁନକୁ ରଖ୍ ରେଖାଖଣ୍ଡର ଅଧାରୁ ବେଶି ନେଇ ଏକ ଚାପ ଅଙ୍କନ କର ।
(iii) ସେହିପରି B ବିନ୍ଦୁରେ କମ୍ପାସର ମୁନକୁ ରଖ୍ ଅନ୍ୟ ଏକ A
ଚାପ ଅଙ୍କନ କର ।
(iv) ଚାପ ଦ୍ଵୟ ପରସ୍ପରକୁ ରେଖାଖଣ୍ଡର ଉଭୟ ପାର୍ଶ୍ବରେ ଛେଦ କରିବେ ।
(v) ଚାପଦ୍ଵୟ ପରସ୍ପରକୁ ଯେଉଁଠି ଛେଦ କରିବେ ସେଠାରେ C ଓ D ନାମ ଦିଅ ।
(vi) ବର୍ତ୍ତମାନ CD କୁ ଯୋଗକର ।
(vii) ଏହା AB କୁ ଠ ବିନ୍ଦୁରେ ଛେଦ କରିବ A͞O = O͞B
C͞D, A͞B ର ସମଦ୍ବିଖଣ୍ଡକ ଲମ୍ବ ।

BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.2

Question 2.
8.4 ସେ.ମି. ଦୈର୍ଘ୍ୟ ବିଶିଷ୍ଟ ଏକ ରେଖାଖଣ୍ଡ A͞B ଅଙ୍କନ କର । ଏହାକୁ ସମଦ୍ବିଖଣ୍ଡ କରି ମଧ୍ୟବିନ୍ଦୁକୁ C ନାମ ଦିଅ। ବର୍ତ୍ତମାନ A͞C ଓ B͞C ପ୍ରତ୍ୟେକକୁ ସମଦ୍ଵିଖଣ୍ଡ କର । ରେଖାଖଣ୍ଡଟି କେତୋଟି ସମାନ ଦୈର୍ଘ୍ୟ ବିଶିଷ୍ଟ ଖଣ୍ଡରେ ପରିଣତ ହେଲା । ପ୍ରତ୍ୟେକ ଖଣ୍ଡର ମାପ କେତେ ହେଉଛି ମାପି ଦେଖ ।
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.2 2
(i) 8.4 ସେ.ମି.ଦୈର୍ଘ୍ୟ ବିଶିଷ୍ଟ ଏକ ରେଖା ସ୍କୁଲ ଦ୍ବାରା ଅଙ୍କନ କର ।
(ii) A ବିନ୍ଦୁରେ କମ୍ପାସ ମୁନ ରଖ୍ ଏକ ଚାପ ଓ B ବିନ୍ଦୁରେ କମ୍ପାସ ମୁନ ରଖ୍ ଅନ୍ୟ ଏକ ଚାପ ଅଙ୍କନ କଲେ ଚାପ ଦ୍ଵୟ ପରସ୍ପରକୁ ରେଖାଖଣ୍ଡର ଉପର ପାର୍ଶ୍ବରେ ଛେଦ କରିବେ । ଦୁଇ ଛେଦବିନ୍ଦୁ ବିନ୍ଦୁଯୋଗ କର ।
(iii) ସମଦ୍ଵିଖଣ୍ଡ ମଧ୍ୟବିନ୍ଦୁକୁ C ନାମ ଦିଅ । ବର୍ତ୍ତମାନ ପୂର୍ବଭଳି A͞C ଓ B͞C ପ୍ରତ୍ୟେକକୁ ସମର୍ଦ୍ଦିଖଣ୍ଡ କର ।
(iv) ବର୍ତ୍ତମାନ ରେଖାଖଣ୍ଡଟି 4ଟି ସମାନ ଦୈର୍ଘ୍ୟ ବିଶିଷ୍ଟ ଖଣ୍ଡରେ ପରିଣତ ହେବ |
(v) ପ୍ରତ୍ୟେକ ରେଖା ଖଣ୍ଡର ମାପ 2.1 ସେ.ମି. ।
ରେଖାଖଣ୍ଡଟି ଚାରି ସମାନ ଦୈର୍ଘ୍ୟ ବିଶିଷ୍ଟ ଖଣ୍ଡ ହେଲା । ପ୍ରତ୍ୟେକ ଖଣ୍ଡର ଦୈର୍ଘ୍ୟ 2.1 ସେ.ମି. ।

Question 3.
(କ) 4 ସେ. ମି. ବ୍ୟାସାଦ୍ଧ ବିଶିଷ୍ଟ ଗୋଟିଏ ବୃତ୍ତ ଅଙ୍କନ କର। ସେହି ବୃତ୍ତରେ ଏକ ଜ୍ୟା ଅଙ୍କନ କର । ଏହି ଜ୍ୟାର ସମଦ୍ଵିଖଣ୍ଡକ ଲମ୍ବ ଅଙ୍କନ କର । ଏହା ବୃତ୍ତର କେନ୍ଦ୍ର ବିନ୍ଦୁ ଦେଇ ଯାଉଛି କି ?
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.2 3
(i) 4 ସେ.ମି. ବ୍ୟାସାର୍କ ବିଶିଷ୍ଟ ଚାପ ନେଇ ଗୋଟିଏ ବୃତ୍ତ ଅଙ୍କନ କର । ସେହି ବୃତ୍ତର ପରିଧି ଉପରେ ଦୁଇଟି ବିନ୍ଦୁ ନିଅ C, D ନିଅ । CD ବିନ୍ଦୁକୁ ଯୋଗ କର । ବର୍ତ୍ତମାନ CD ଜ୍ୟା ।
(ii) ଏହି ଜ୍ୟାର C ବିନ୍ଦୁରେ କମ୍ପାସ ମୁନ ରଖ୍ ଅଧାରୁ ବେଶୀ ଏକ ଚାପ ଓ D ବିନ୍ଦୁରେ ସେହିପରି ଅନ୍ୟ ଏକ ଚାପ ଅଙ୍କନ କଲେ । ଚାପଦ୍ବୟ ପରସ୍ପରକୁ ରେଖାଖଣ୍ଡର ଉଭୟ ପାର୍ଶ୍ବରେ ଛେଦ କରିବେ । 
(iii) ଏହି ରେଖାଖଣ୍ଡଟି ବୃତ୍ତର କେନ୍ଦ୍ର ବିନ୍ଦୁଦେଇ ଯାଉଛି ।
 ଜ୍ୟାର ସମଦ୍ଧିଖଣ୍ଡକ ଲମ୍ବ ବୃତ୍ତର କେନ୍ଦ୍ର ବିନ୍ଦୁ ଦେଇ ଯାଏ

BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.2

(ଖ) ଯେ କୌଣସି ମାପବିଶିଷ୍ଟ ବ୍ୟାସାର୍ଦ୍ଧ ନେଇ ଗୋଟିଏ ବୃତ୍ତ ଅଙ୍କନ କର । ଏହାର ଗୋଟିଏ ଜ୍ୟା ଅଙ୍କନ କରି ତା’ର ସମର୍ଦ୍ଦିଖଣ୍ଡକ ଲମ୍ବ ଅଙ୍କନ କର । ଏହି ସମର୍ଦ୍ଦିଖଣ୍ଡକ ଲମ୍ବ ବୃତ୍ତର କେନ୍ଦ୍ର ଦେଇ ଯାଉଛି କି ?
ସମାଧାନ:
BSE Odisha 6th Class Maths Solutions Chapter 13 ଜ୍ୟାମିତିକ ଅଙ୍କନ Ex 13.2 4
(i) ଯେ କୌଣସି ମାପ ବିଶିଷ୍ଟ ବ୍ୟାସାର୍ବନେଇ ଗୋଟିଏ ବୃତ୍ତ ଅଙ୍କନ କର । ବୃତ୍ତର ପରିଧି ଉପରେ ଦୁଇଟି ବିନ୍ଦୁ ନିଅ ଓ ତାକୁ ଯୋଗ କଲେ ଜ୍ୟା ମିଳିବ ।
(ii) ଜ୍ୟାକୁ ପୂର୍ବଭଳି ଅଧାରୁ ବେଶି ବ୍ୟାସାର୍ଦ୍ଧ ନେଇ ଚାପ କାଟିଲେ ପରସ୍ପରକୁ ଛେଦ କରିବ । ଏହି ଛେଦ ବିନ୍ଦୁ ଦୁଇଟିକୁ ଯୋଗକଲେ ସମର୍ଦ୍ଦିଖଣ୍ଡକ ରେଖାଖଣ୍ଡ ମିଳିବ ।
(iii) ଏହି ସମର୍ଦ୍ଦିଖଣ୍ଡକ ଲମ୍ବ ବୃତ୍ତର କେନ୍ଦ୍ର ଦେଇ ଯାଉଛି ।

Leave a Comment