BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା InText Questions

Odisha State Board BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା InText Questions Textbook Exercise Questions and Answers.

BSE Odisha Class 6 Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା InText Questions

ଗୋଟିଏ ସାଇକେଲ ଦୋକାନରେ 15ଟି ସାଇକେଲ ଥିଲା। ତିନିଦିନରେ ଯଥାକ୍ରମେ 3, 2 ଓ 4ଟି ସାଇକେଲ ବିକ୍ରି ହେଲା। ତା’ପାଖରେ ଆଉ କେତୋଟି ସାଇକେଲ ରହିଲା?
BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା InText Questions
ସମାଧାନ:
ତିନି ଦିନରେ ମୋଟ ବିକ୍ରି ହୋଇଥିବା ସାଇକେଲ୍ ସଂଖ୍ୟା = 3 + 2 + 4 = 9
ତିନି ଦିନ ପରେ ବଳକା ଥିବା ସାଇକେଲ୍ ସଂଖ୍ୟା = 15 – 9 = 6
ଏହି ପ୍ରଣାଳୀରେ ତିନି ଦିନରେ ବିକ୍ରି ହୋଇଥିବା ମୋଟ ସାଇକେଲ ସଂଖ୍ୟାକୁ ପ୍ରଥମେ ଗୋଟିଏ ସଂଖ୍ୟାରେ ପ୍ରକାଶ କରାଯାଇଛି ଓ ପରେ ପୂର୍ବରୁ ଥ‌ିବା ସାଇକେଲ ସଂଖ୍ୟାରୁ ଏହାକୁ ବିୟୋଗ କରାଯାଇଛି ।
ବଳକା ଥ‌ିବା ସାଇକେଲ ସଂଖ୍ୟାକୁ ଅନ୍ୟ ରୂପରେ 15 – (3 + 2 + 4) ଭାବେ ଲେଖାଯାଇପାରିବ । ଏଠାରେ 3, 2 ଓ 4 କୁ ଏକାଠି କରିବା ପାଇଁ ‘ବନ୍ଧନୀ’’ ( ) ଚିହ୍ନର ବ୍ୟବହାର କରାଯାଇଛି ।

କହିଲ ଦେଖ୍ :
ଲିପିର ହିସାବ କାହିଁକି ଭୁଲ୍ ହେଲା ?
ସମାଧାନ:
ବନ୍ଧନୀ ବ୍ୟବହାର କରିନଥିବାରୁ ଲିପିର ହିସାବ ଭୁଲ୍ ହୋଇଥିଲା ।

ଆସ, ତଳେ ଦିଆଯାଇଥ‌ିବା ପ୍ରତ୍ୟେକ୍ତ ଉକ୍ତିକୁ ବନ୍ଧନୀ ବ୍ୟବହାର କରି ପ୍ରକାଶ କରିବା ।
(କ) 27ରୁ 2, 5 ଓ 4 ର ଯୋଗଫଳକୁ ବିୟୋଗ କରିବା;
ସମାଧାନ:
27 – (2 + 5 + 4)

(ଖ) ପନ୍ଦର ଓ ତିନିର ସମଷ୍ଟିକୁ ଛଅ ଦ୍ବାରା ଗୁଣିବା;
ସମାଧାନ:
(15 + 3) × 6

(ଗ) ଦଶରୁ ତିନି କମାଇ ମିଳିଥିବା ସଂଖ୍ୟାକୁ ଛଅଦ୍ଵାରା ଗୁଣନ କରିବା; 
ସମାଧାନ:
(10 – 3) × 6

(ଘ) ଷାଠିଏକୁ ଚାରି ଓ ତିନିର ଯୋଗଫଳର ଦୁଇଗୁଣଦ୍ବାରା ହରଣ କରିବା ।
ସମାଧାନ:
60 ÷ 2(4 + 3)

BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା InText Questions

(ଙ) ଏପରି ଦୁଇଟି ପରିସ୍ଥିତିର ଉଦାହରଣ ଦିଅ, ଯେଉଁଥ‌ିରେ 7 × (8 – 3) ର ବ୍ୟବହାର କରାଯିବ । 
ସମାଧାନ:
(i) ଜଣେ ଦୋକାନୀ ପ୍ରତିଦିନ 8 ବସ୍ତା ଚାଉଳ ଆଣନ୍ତି କିନ୍ତୁ ସେଥୁରୁ 3 ବସ୍ତା ଚାଉଳ ବିକ୍ରି ହୋଇଯାଏ ।
ପ୍ରତିଦିନ ସମାନ ଚାଉଳ ବିକ୍ରିହେଉଥଲେ ସପ୍ତାହ ଶେଷରେ ତାଙ୍କ ପାଖରେ ଆଉ କେତେ ଚାଉଳ ରହେ? 
(ii) ଏକ 7 ଜଣିଆ ପରିବାରର ପ୍ରତ୍ୟେକଙ୍କୁ ୫ 8 ଟି ଫଳ ଦିଆଯାଏ । କିନ୍ତୁ ପ୍ରତ୍ୟେକ 3ଟି କରି ଫଳ ଖାଇ
ଅବଶିଷ୍ଟ ବଳାଇ ରଖନ୍ତି । ତେବେ ମୋଟ କେତୋଟି ଫଳ ବଳିପଡ଼େ?

ଉପରେ ଦିଆଯାଇଥ‌ିବା ଉଦାହରଣକୁ ଲକ୍ଷ୍ୟ କରି ନିମ୍ନ ପ୍ରଶ୍ନମାନଙ୍କର ଉତ୍ତର ଦିଅ –
(କ) ଏଠାରେ କେଉଁ ଗାଣିତିକ ପରିପ୍ରକାଶକୁ ସରଳ କରିବାକୁ କୁହାଯାଇଛି?
ସମାଧାନ:
15 × 10 – 2 ÷ 9 – 3

(ଖ) ସେହି ଗାଣିତିକ ପରିପ୍ରକାଶରେ କେଉଁ କେଉଁ ସଂଖ୍ୟା ଓ କେଉଁ କେଉଁ ଗାଣିତିକ ପ୍ରକ୍ରିୟାର ବ୍ୟବହାର ହୋଇଛି?
ସମାଧାନ:
ସଂଖ୍ୟା: 15, 10, 2, 9, 3; ଗାଣିତିକ ପ୍ରକ୍ରିୟା ×, ÷, +, –

(ଗ) ସରଳୀକରଣର ପ୍ରଥମ ପାଦରେ କେଉଁ ଗାଣିତିକ ପ୍ରକ୍ରିୟାର କାର୍ଯ୍ୟ କରାଯାଇଛି?
ସମାଧାନ:
÷

(ଘ) ଦ୍ଵିତୀୟ ପାଦରେ କେଉଁ ଗାଣିତିକ ପ୍ରକ୍ରିୟାର କାର୍ଯ୍ୟ କରାଯାଇଛି?
ସମାଧାନ:
×

(ଙ) ଗୁଣନ ପ୍ରକ୍ରିୟାର କାମ ସରିବା ପରେ କେଉଁ ପ୍ରକ୍ରିୟାର କାର୍ଯ୍ୟ କରାଯାଇଛି? 
ସମାଧାନ:
+

(ଚ) ସର୍ବଶେଷରେ କେଉଁ ପ୍ରକ୍ରିୟାର କାର୍ଯ୍ୟ କରାଯାଇଛି ଓ ଉତ୍ତର କେତେ ମିଳିଲା?
ସମାଧାନ:
-, 81

ତୁମେ ନିଜେ ସରଳ କର – 
(କ) 14 – 4 ÷ 2 × 3
ସମାଧାନ:
= 14 – 2 × 3
= 14 – 6
= 8

(ଖ) 81 ÷ 9 × 3 + 4 – 2
ସମାଧାନ:
=9 × 3 + 4 – 2
= 27 + 4 – 2
= 31 – 2
= 29

(ଗ) 15 + (10 ÷ 5) × 3 -3
ସମାଧାନ:
= 15 + 2 × 3 – 3
= 15 + 6 – 3
= 21 – 3
= 18

(ଘ) 12 ÷ (4 ÷ 2) × 3
ସମାଧାନ:
= 12 – 2 × 3
= 6 × 3
= 18

(ଙ) 18 ÷ 3 – (4 – 2)
ସମାଧାନ:
= 18 ÷ 3 – 2
= 6 – 2
= 4

(ଚ) (6 × 3) – 9 + (2 × 3)
ସମାଧାନ:
= 18 – 9 + 6
= 9 + 6
= 15

(ଛ) ଏଠାରେ କେଉଁ କେଉଁ ବନ୍ଧନୀର ବ୍ୟବହାର କରାଯାଇଛି?
ସମାଧାନ:
ଚନ୍ଦ୍ରବନ୍ଧନୀ ଓ କୁଟିଳ ବନ୍ଧନୀ

(ଜ) ସବୁଠାରୁ ଭିତରେ କେଉଁ ବନ୍ଧନୀ ଅଛି?
ସମାଧାନ:
ଚନ୍ଦ୍ରବନ୍ଧନୀ

(ଝ) ଏହି ବନ୍ଧନୀରେ କେଉଁ ଗାଣିତିକ ପ୍ରକ୍ରିୟା କରାଯାଇଛି ଓ ତା’ର ଫଳାଫଳ କେତେ?
72 ÷ (19 – (3 + 7)} = 72 ÷ {19 – 10}
ସମାଧାନ:
+, 10

BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା InText Questions

(ଞ) ପରବର୍ତ୍ତୀ ସରଳୀକରଣ କାର୍ଯ୍ୟ ଲାଗି ଆଉ କେଉଁ ବନ୍ଧନୀ ରହିଲା?
ସମାଧାନ:
କୁଟିଳ ବନ୍ଧନୀ

ନିଜେ କରି ଦେଖ:
ତୁମ ଖାତାରେ ନିମ୍ନରେ ଥ‌ିବା ସଂଖ୍ୟାଗୁଡ଼ିକୁ ଯେପରି ଦୁଇଧାଡ଼ିରେ ଲେଖାଯାଇଛି ସେପରି ଲେଖ ।
11, 12, 13, 14, 15, 16, 17, 18, 19, 20, 
21, 22, 23, 24, 25, 26, 27,28, 29, 30

(କ) ଯେଉଁ ସଂଖ୍ୟାଗୁଡ଼ିକ ଦୁଇ ଦ୍ବାରା ବିଭାଜ୍ୟ, ସେଗୁଡ଼ିକୁ ଗୋଲ ବୁଲାଇ ଚିହ୍ନଟ କର।
ସମାଧାନ:
BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା InText Questions 1

(ଖ) 2 ଦ୍ବାରା ବିଭାଜ୍ୟ କୌଣସି ସଂଖା ଓ ତା’ର ଠିକ୍ ପରବର୍ତୀ 2 ଦ୍ଵାରା ବିଭାଜ୍ୟ ସଂଖ୍ୟା ମଧ୍ୟରେ ପାର୍ଥକ୍ୟ କେତେ ହେଉଛି ଲକ୍ଷ୍ୟ କର 
ସମାଧାନ:
2

(ଗ) 5 ଓ 6 ଅଙ୍କ ବିଶିଷ୍ଟ ଦୁଇଟି ଯୁଗ୍ମ ସଂଖ୍ୟା ନେଇ ଉପରେ ପାଇଥବା ସିଦ୍ଧାନ୍ତ ଠିକ୍ ହେଉଛି କି ନାହିଁ ପରୀକ୍ଷା କର ।
ସମାଧାନ:
ପାଞ୍ଚଅଙ୍କ ବିଶିଷ୍ଟ ଦୁଇଟି ଯୁଗ୍ମ ସଂଖ୍ୟା ହେଲା – 84672, 84674 
ସଂଖ୍ୟାଦ୍ବୟର ଅନ୍ତର = 84674 – 84672 = 2
ଛଅଅଙ୍କ ବିଶିଷ୍ଟ ଯୁଗ୍ମ ସଂଖ୍ୟା ହେଲା – 408320, 408322 
ସଂଖ୍ୟାଦ୍ବୟର ଅନ୍ତର = 408322 – 408320 = 2
∴ ପ୍ରତ୍ୟେକ କ୍ଷେତ୍ରରେ କ୍ରମିକ ଯୁଗ୍ମ ସଂଖ୍ୟାଦ୍ଵୟ ମଧ୍ୟରେ ବ୍ୟବଧାନ 2 ।

1. ଭାଗକ୍ରିୟା ନ କରି ତଳ ସଂଖ୍ୟାଗୁଡ଼ିକ ମଧ୍ୟରୁ ଯେଉଁଗୁଡ଼ିକ ଯୁଗ୍ମ, ସେଗୁଡ଼ିକୁ ଲେଖ ।
120, 497, 6179, 1429, 1689, 18179, 24492, 2988, 20000, 92723, 4872, 579871, 94700, 4444, 654324
ସମାଧାନ:
ଯୁଗ୍ମସଂଖ୍ୟା = 120, 24492, 2988, 20000, 4872, 94700, 4444, 654324 ।

2. (କ) ଏପରି ପାଞ୍ଚଟି ଛଅଅଙ୍କ ବିଶିଷ୍ଟ ସଂଖ୍ୟା ଲେଖ, ଯେଉଁଗୁଡ଼ିକ 2 ଦ୍ବାରା ବିଭାଜ୍ୟ ହେବେ ।
ସମାଧାନ:
ଛଅଅଙ୍କ ବିଶିଷ୍ଟ 2 ଦ୍ୱାରା ବିଭାଜ୍ୟ ସଂଖ୍ୟାଗୁଡ଼ିକ ହେଲା –
456940, 876524, 246532, 345676, 123450 ।

(ଖ) ଦୁଇ ଦ୍ବାରା ବିଭାଜ୍ୟ ହେଉ ନଥ‌ିବା ପାଞ୍ଚଟି ଛଅଅଙ୍କ ବିଶିଷ୍ଟ ସଂଖ୍ୟା ଲେଖ ।
ସମାଧାନ:
ଛଅଅଙ୍କ ବିଶିଷ୍ଟ 2 ଦ୍ବାରା ବିଭାଜ୍ୟ ହେଉନଥ‌ିବା ସଂଖ୍ୟାଗୁଡ଼ିକ ହେଲା –
237851, 345975, 100873, 456979, 385467, 122541

3 ଦ୍ୱାରା ବିଭାଜ୍ୟତା ନିୟମ
ତଳେ ଦିଆଯାଇଥ‌ିବା ପ୍ରତ୍ୟେକ ସଂଖ୍ୟାକୁ 3 ଦ୍ଵାରା ଭାଗକର –
24, 30, 32, 65, 70, 72, 10.213, 21.219, 300

(i) ଯେଉଁ ସଂଖ୍ୟାଗୁଡ଼ିକୁ 3 ଦ୍ଵାରା ଭାଗକଲାପରେ ଭାଗଶେଷ କିଛି ରହୁନାହିଁ ସେଗୁଡ଼ିକୁ ଚିହ୍ନାଅ ।
ସମାଧାନ:
24, 30, 72, 21.219, 300

(ii) 3 ଦ୍ବାରା ବିଭାଜ୍ୟ ହେଉଥିବା ପ୍ରତ୍ୟେକ ସଂଖ୍ୟାର ଅଙ୍କମାନଙ୍କର ସମଷ୍ଟି ନିର୍ଣ୍ଣୟ କର । 
ସମାଧାନ:
24ର ଅଙ୍କଦ୍ବୟର ସମଷ୍ଟି = 2 + 4 = 6
30ର ଅଙ୍କଦ୍ୱୟର ସମଷ୍ଟି = 3 + 0 = 3 
72ର ଅଙ୍କଦ୍ୱୟର ସମଷ୍ଟି = 7 + 2 = 9
21219 ଅଙ୍କଦ୍ୱୟର ସମଷ୍ଟି = 2 + 1 + 2 + 1 + 9 = 15
300 ଅଙ୍କଦ୍ୱୟର ସମଷ୍ଟି = 3 + 0 + 0 = 3

(iii) 3 ଦ୍ବାରା ବିଭାଜ୍ୟ ହେଉନଥ‌ିବା ପ୍ରତ୍ୟେକ ସଂଖ୍ୟାର ଅଙ୍କମାନଙ୍କର ସମଷ୍ଟି ନିର୍ଣ୍ଣୟ କର । 
ସମାଧାନ:
32 ଅଙ୍କଗୁଡ଼ିକର ସମଷ୍ଟି = 3 + 2 = 5
65 ଅଙ୍କଗୁଡ଼ିକର ସମଷ୍ଟି = 6 + 5 = 11
70 ଅଙ୍କଗୁଡ଼ିକର ସମଷ୍ଟି = 7 + 0 = 7
10213ର ଅଙ୍କଗୁଡ଼ିକର ସମଷ୍ଟି = 1 + 0 + 2 + 1 + 3 = 7

3. (କ) 15342, 21304, 30000, 12401 ମଧ୍ୟରୁ କେଉଁଗୁଡ଼ିକ 3 ଦ୍ବାରା ବିଭାଜ୍ୟ ଭାଗକ୍ରିୟା ନ କରି କୁହ । 
ସମାଧାନ:
15342 ର ଅଙ୍କଗୁଡ଼ିକର ସମଷ୍ଟି = 1 + 5 + 3 + 4 +2 = 15
15, 3 ଦ୍ୱାରା ବିଭାଜ୍ୟ ହେତୁ 15342 ସଂଖ୍ୟାଟି 3 ଦ୍ବାରା ବିଭାଜ୍ୟ ।
21304 ର ଅଙ୍କଗୁଡ଼ିକର ସମଷ୍ଟି = 2 + 1 + 3 + 0 + 4 = 10
10, 3 ଦ୍ବାରା ବିଭାଜ୍ୟ ନହେବା ହେତୁ 21304 ସଂଖ୍ୟାଟି 3 ଦ୍ବାରା ବିଭାଜ୍ୟ ନୁହେଁ । 
30000 ର ଅଙ୍କଗୁଡ଼ିକର ସମଷ୍ଟି = 3 + 0 + 0 + 0 + 0 = 3
3, 3 ଦ୍ବାରା ବିଭାଜ୍ୟ ହେତୁ 30000 ସଂଖ୍ୟାଟି 3 ଦ୍ୱାରା ବିଭାଜ୍ୟ ।
12401 ର ଅଙ୍କଗୁଡ଼ିକର ସମଷ୍ଟି = 1 + 2 + 4 + 0 + 1 = 8
8, 3 ଦ୍ୱାରା ବିଭାଜ୍ୟ ନହେବା ହେତୁ 12401 ସଂଖ୍ୟାଟି 3 ଦ୍ୱାରା ବିଭାଜ୍ୟ ନୁହେଁ ।

BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା InText Questions

(ଖ) 35 * 278 ରେ ଥ‌ିବା ତାରକା ଚିହ୍ନିତ ସ୍ଥାନରେ କେଉଁ ଅଙ୍କ ଲେଖୁଲେ ସଂଖ୍ୟାଟି 3 ଦ୍ଵାରା ବିଭାଜ୍ୟ ହେବ ? 
ସମାଧାନ:
135 * 278 ରେ ଥ‌ିବା ତାରକା ଚିହ୍ନିତ ସ୍ଥାନରେ l ଲେଖୁଲେ ସଂଖ୍ୟାଟି 3 ଦ୍ଵାରା ବିଭାଜ୍ୟ ହେବ । (1 ବ୍ୟତୀତ 4 ବା 7 ମଧ୍ୟ ହୋଇପାରେ) 

(ଗ) 357024 ରେ ଥ‌ିବା ଶୂନ ବଦଳରେ କେଉଁ ଅଙ୍କ ଲେଖା ସଂଖ୍ୟାଟି 3 ଦ୍ବାରା ବିଭାଜ୍ୟ ହେବ ନାହିଁ ?
ସମାଧାନ:
357024 ରେ ଥ‌ିବା ଶୂନ ବଦଳରେ 1 ବା 2 ବା 4 ବା 5 ବା 7 ବା 8 ଲେଖୁ ସଂଖ୍ୟାଟି 3 ଦ୍ଵାରା ବିଭାଜ୍ୟ ହେବ ନାହିଁ ।

(ଘ) ତିନୋଟି ଆଠଅଙ୍କ ବିଶିଷ୍ଟ ସଂଖ୍ୟାର ଉଦାହରଣ ଦିଅ, ଯେଉଁଗୁଡ଼ିକ 3 ଦ୍ବାରା ବିଭାଜ୍ୟ ହେବେ । 
ସମାଧାନ:
30000000, 99999999, 35421051 ସଂଖ୍ୟାତ୍ରୟ 3 ଦ୍ବାରା ବିଭାଜ୍ୟ

(ଙ) ତିନୋଟି ଆଠଅଙ୍କ ବିଶିଷ୍ଟ ସଂଖ୍ୟା ଲେଖ, ଯେଉଁଗୁଡ଼ିକ 3 ଦ୍ବାରା ବିଭାଜ୍ୟ ହେବେ ନାହିଁ । 
ସମାଧାନ:
21598732, 65897053, 10000000 ସଂଖ୍ୟାତ୍ରୟ 3 ଦ୍ବାରା ବିଭାଜ୍ୟ ହେବେ ନାହିଁ | 

(ଚ) ପୂର୍ବବର୍ତୀ (ଗ) ଓ (ଘ) ପ୍ରତ୍ୟେକ ପ୍ରଶ୍ନ ଲାଗି କେତେଗୋଟି ଉତ୍ତର ସମ୍ଭବ ଦେଖ । 
ସମାଧାନ:
ପୂର୍ବବର୍ତୀ (ଗ) ଓ (ଘ) ପ୍ରତ୍ୟେକ ପ୍ରଶ୍ନ ଲାଗି ଅନେକ ଉତ୍ତର ସମ୍ଭବ ।

4. (କ) 4 ଦ୍ବାରା ବିଭାଜ୍ୟତା ନିୟମ
120, 125, 310, 312, 318, 410, 416, 515, 600, 620
ଉପରେ ଦିଆଯାଇଥ‌ିବା ପ୍ରତ୍ୟେକ ସଂଖ୍ୟାକୁ 4 ଦ୍ଵାରା ଭାଗ କର । କେଉଁ କେଉଁ ସଂଖ୍ୟା 4 ଦ୍ବାରା ବିଭାଜ୍ୟ ହେଲା ? କେଉଁ ସଂଖ୍ୟାଗୁଡ଼ିକ 4 ଦ୍ବାରା ବିଭାଜ୍ୟ ହେଲାନାହିଁ ?
ସମାଧାନ:
120, 312, 416, 600, 620 ସଂଖ୍ୟାଗୁଡ଼ିକ 4 ଦ୍ୱାରା ବିଭାଜ୍ୟ କିନୃୁ 125, 310, 318, 410, 515 ସଂଖ୍ୟାଗୁଡ଼ିକ 4 ଦ୍ୱାରା ବିଭାଜ୍ୟ ନୁହେଁ ।

(ଖ) 4 ଦ୍ବାରା ବିଭାଜ୍ୟ ପ୍ରତ୍ୟେକ ସଂଖ୍ୟାର ଦଶକ ଓ ଏକକ ଅଙ୍କକୁ ନେଇ ଗଠିତ ସଂଖ୍ୟାମାନଙ୍କର ତାଲିକା କର ।
ସମାଧାନ:
120ର ଦଶକ ଓ ଏକକ ଅଙ୍କକୁ ନେଇ ଗଠିତ ସଂଖ୍ୟା = 20
312ର ଦଶକ ଓ ଏକକ ଅଙ୍କକୁ ନେଇ ଗଠିତ ସଂଖ୍ୟା = 12
416ରେ ଦଶକ ଓ ଏକକ ଅଙ୍କକୁ ନେଇ ଗଠିତ ସଂଖ୍ୟା = 16
600ର ଦଶକ ଓ ଏକକ ଅଙ୍କକୁ ନେଇ ଗଠିତ ସଂଖ୍ୟା = 00
620ର ଦଶକ ଓ ଏକକ ଅଙ୍କକୁ ନେଇ ଗଠିତ ସଂଖ୍ୟା = 20

(ଗ) 4 ଦ୍ୱାରା ବିଭାଜ୍ୟ ହେଉନଥିବା ପ୍ରତ୍ୟେକ ସଂଖ୍ୟାର ଦଶକ ଓ ଏକକ ଅଙ୍କକୁ ନେଇ ଗଠିତ ସଂଖ୍ୟାମାନଙ୍କୁ ଲେଖ ।
ସମାଧାନ:
125 ର ଦଶକ ଓ ଏକକ ଅଙ୍କକୁ ନେଇ ଗଠିତ ସଂଖ୍ୟାଟି 25 ।
310 ର ଦଶକ ଓ ଏକକ ଅଙ୍କକୁ ନେଇ ଗଠିତ ସଂଖ୍ୟାଟି 10 । 
318 ର ଦଶକ ଓ ଏକକ ଅଙ୍କକୁ ନେଇ ଗଠିତ ସଂଖ୍ୟାଟି 18 । 
410 ର ଦଶକ ଓ ଏକକ ଅଙ୍କକୁ ନେଇ ଗଠିତ ସଂଖ୍ୟାଟି 10 ।
515 ର ଦଶକ ଓ ଏକକ ଅଙ୍କକୁ ନେଇ ଗଠିତ ସଂଖ୍ୟାଟି 15 ।

5. (କ) ତୁମ ମନରୁ ଚାରୋଟି ଚାରିଅଙ୍କ ବିଶିଷ୍ଟ ସଂଖ୍ୟାର ଉଦାହରଣ ଦିଅ, ଯେଉଁଗୁଡ଼ିକ 4 ଦ୍ବାରା ବିଭାଜ୍ୟ ହେବେ ।
ସମାଧାନ:
4444, 5000, 2424, 9816 ସଂଖ୍ୟାଗୁଡ଼ିକ 4 ଦ୍ବାରା ବିଭାଜ୍ୟ ।

(ଖ) ଶୂନ୍ୟସ୍ଥାନରେ କ’ଣ ଲେଖୁ ସଂଖ୍ୟାଟି 4 ଦ୍ୱାରା ବିଭାଜ୍ୟ ହେବ?
3142-2, 21343-3, 40036, 2458342-
ସମାଧାନ:
3142 – 2 ର ଶୂନ୍ୟ ସ୍ଥାନରେ 1 ଲେଖି ସଂଖ୍ୟାଟି 4 ଦ୍ବାରା ବିଭାଜ୍ୟ ହେବ ।
21343 – 4 ର ଶୂନ୍ୟ ସ୍ଥାନରେ 2 ଲେଖୁଷଲ ସଂଖ୍ୟାଟି 4 ଦ୍ବାରା ବିଭାଜ୍ୟ ହେବ ।
40036 – ର ଶୂନ୍ୟ ସ୍ଥାନରେ 4 ଲେଖୁ ସଂଖ୍ୟାଟି 4 ଦ୍ବାରା ବିଭାଜ୍ୟ ହେବ । 
2458342 – ର ଶୂନ୍ୟସ୍ଥାନରେ 0 ଲେଖ‌ି ସଂଖ୍ୟାଟି 4 ଦ୍ବାରା ବିଭାଜ୍ୟ ହେବ ।

(ଗ) 5 ଦ୍ବାରା ବିଭାଜ୍ୟତା ନିୟମ
ଲୁଡୁ ଖେଳରେ ଗୋଟିଏ ପିଲା ଲୁଡୁଗୋଟି ପକାଇବା ବେଳେ ଆଠ ଥର କେବଳ 5 ପଡ଼ିଲା । ଯଦି ଦାନଟି ଉପରେ ଥାଏ, ତେବେ ପ୍ରତ୍ୟେକ ଥର ଲୁଡୁଗୋଟି ପଡ଼ିବା ପରେ ଦାନଟି କେଉଁ କେଉଁ ସଂଖ୍ୟା ଦେଇଯିବ ଓ ଶେଷରେ କେଉଁଠାରେ ପହଁଞ୍ଚିବ?
ସମାଧାନ:
ଦାନଟି 5, 10, 15, 20, 25, 30, 35, 40 ସଂଖ୍ୟା ଦେଇଯିବ । ଶେଷରେ 40 ରେ ପହଞ୍ଚିବ । ସେହି ସଂଖ୍ୟାଗୁଡ଼ିକ 5 ଦ୍ବାରା ବିଭାଜ୍ୟ କି ?

(ଘ) ଯେଉଁ ସଂଖ୍ୟାର ଏକକ ଘର ଅଙ୍କ 0 ବା 5 ସେହି ସଂଖ୍ୟା 5 ଦ୍ବାରା ବିଭାଜ୍ୟ ହୋଇଥାଏ ।
ସମାଧାନ:
ହଁ

6. (କ) ପାଞ୍ଚଦ୍ବାରା ବିଭାଜ୍ୟ ହେଉଥ‌ିବା 4ଟି ପାଞ୍ଚଅଙ୍କ ବିଶିଷ୍ଟ ସଂଖ୍ୟା ଲେଖ ।
ସମାଧାନ:
42350, 98545, 87605, 10000 ସଂଖ୍ୟାଗୁଡ଼ିକୁ 5 ଦ୍ଵାରା ବିଭାଜ୍ୟ

(ଖ) ପାଞ୍ଚଦ୍ଵାରା ବିଭାଜ୍ୟ ହେଉଥ‌ିବା 3ଟି ସଂଖ୍ୟା ଲେଖ, ଯେଉଁ ସଂଖ୍ୟାଗୁଡ଼ିକୁ ଓଲଟାଇ ଲେଖୁଲେ ସୃଷ୍ଟି ହେଉଥ‌ିବା ସଂଖ୍ୟାଟି ମଧ୍ୟ 5 ଦ୍ଵାରା ବିଭାଜ୍ୟ ହେବ (ଉଦାହରଣ : 5386450) ।
ସମାଧାନ:
53250, 565, 50075 ସଂଖ୍ୟାତ୍ରୟ 5 ଦ୍ୱାରା ବିଭାଜ୍ୟ । ଏହି ସଂଖ୍ୟାଗୁଡ଼ିକୁ ଓଲଟାଇ ଲେଖୁଲେ ମଧ୍ୟ ଏଗୁଡ଼ିକ 5 ଦ୍ବାରା ବିଭାଜ୍ୟ ହେବ ।

6 ଦ୍ବାରା ବିଭାଜ୍ୟତା ନିୟମ
ନିଜେ କରି ଦେଖ :
(କ) ଉଭୟ 2 ଓ 3 ପ୍ରତ୍ୟେକ ଦ୍ବାରା ବିଭାଜ୍ୟ ହେଉଥ‌ିବା ପାଞ୍ଚଟି ତିନିଅଙ୍କ ବିଶିଷ୍ଟ ସଂଖ୍ୟା ଲେଖ, ପ୍ରତ୍ୟେକ ସଂଖ୍ୟାକୁ 6 ଦ୍ଵାରା ଭାଗକର ଓ ସେଗୁଡ଼ିକ 6 ଦ୍ବାରା ବିଭାଜ୍ୟ ହେଲା କି ନାହିଁ ଦେଖ ।
ସମାଧାନ:
864, 582, 954, 756, 762 ସଂଖ୍ୟା ଗୁଡ଼ିକ 6 ଦ୍ବାରା ବିଭାଜ୍ୟ 

(ଖ) ତିନୋଟି ତିନିଅଙ୍କ ବିଶିଷ୍ଟ ସଂଖ୍ୟା ଲେଖ, ଯେଉଁଗୁଡ଼ିକ 2 ଦ୍ବାରା ବିଭାଜ୍ୟ କିନ୍ତୁ 3 ଦ୍ୱାରା ବିଭାଜ୍ୟ ନୁହେଁ ।
ସମାଧାନ:
568, 458, 154, ସଂଖ୍ୟାତ୍ରୟ 2 ଦ୍ବାରା ବିଭାଜ୍ୟ କିନ୍ତୁ 3 ଦ୍ବାରା ବିଭାଜ୍ୟ ନୁହେଁ । 

(ଗ) ତିନୋଟି ତିନିଅଙ୍କ ବିଶିଷ୍ଟ ସଂଖ୍ୟା ଲେଖ, ଯେଉଁଗୁଡ଼ିକ 3 ଦ୍ବାରା ବିଭାଜ୍ୟ କିନ୍ତୁ 2 ଦ୍ବାରା ବିଭାଜ୍ୟ ହେଉନଥ‌ିବ ।
ସମାଧାନ:
783, 945, 351 ସଂଖ୍ୟାତ୍ରୟ 3 ଦ୍ବାରା ବିଭାଜ୍ୟ କିନ୍ତୁ 2 ଦ୍ବାରା ବିଭାଜ୍ୟ ନୁହେଁ ।

BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା InText Questions

(ଘ) ନିମ୍ନ ସାରଣୀ ଭଳି ଏକ ସାରଣୀ ତୁମ ଖାତାରେ ପ୍ରସ୍ତୁତ କର । ତୁମେ ଉପରେ ଲେଖୁଥ‌ିବା ସଂଖ୍ୟାଗୁଡ଼ିକୁ ସାରଣୀର ବାମପଟ ଘରେ ତଳକୁ ତଳ ଲେଖୁ ସାରଣୀର ଅନ୍ୟ ଘରଗୁଡ଼ିକୁ ପୂରଣ କର ।

ସଂଖ୍ୟା 2 ଦ୍ବାରା ବିଭାଜ୍ୟ କି 3 ଦ୍ବାରା ବିଭାଜ୍ୟ କି 6 ଦ୍ବାରା ବିଭାଜ୍ୟ କି

ସମାଧାନ:

ସଂଖ୍ୟା 2 ଦ୍ବାରା ବିଭାଜ୍ୟ କି 3 ଦ୍ବାରା ବିଭାଜ୍ୟ କି 6 ଦ୍ବାରା ବିଭାଜ୍ୟ କି
864 ହଁ ହଁ ହଁ
585 ହଁ ହଁ ହଁ
954 ହଁ ହଁ ହଁ
756 ହଁ ହଁ ହଁ
762 ହଁ ହଁ ହଁ
568 ହଁ ନାହି‍ଁ ନାହି‍ଁ
458 ହଁ ନାହି‍ଁ ନାହି‍ଁ
154 ହଁ ନାହି‍ଁ ନାହି‍ଁ
783 ନାହି‍ଁ ହଁ ନାହି‍ଁ
945 ନାହି‍ଁ ହଁ ନାହି‍ଁ
351 ନାହି‍ଁ ହଁ ନାହି‍ଁ

କହିଲ ଦେଖ୍ : 
(ଙ) 6 ଦ୍ବାରା ବିଭାଜ୍ୟ ହେଉଥ‌ିବା ଗୋଟିଏ ସଂଖ୍ୟାର ଯେକୌଣସି ସ୍ଥାନରେ 6 ଲେଖୁଲେ ଯେଉଁ ନୂଆ ସଂଖ୍ୟାଟି ପାଇବ, ତାହା 6 ଦ୍ବାରା ବିଭାଜ୍ୟ ହେବ କି ? 
ସମାଧାନ:
ହଁ
ନିମ୍ନ ପ୍ରଶ୍ନର ଉତ୍ତର ଲେଖ :

(ଚ) ଦୁଇଟି ଛଅଅଙ୍କ ବିଶିଷ୍ଟ ସଂଖ୍ୟା ଲେଖ ଯେଉଁଗୁଡ଼ିକ 6 ଦ୍ବାରା ବିଭାଜ୍ୟ । 
ସମାଧାନ:
925152, 321456

ନିମ୍ନ ପ୍ରଶ୍ନର ଉତ୍ତର ଲେଖ :
(କ) 512, 8 ଦ୍ୱାରା ବିଭାଜ୍ୟ । ଏହାର ବାମପଟେ ଆଉ ଦୁଇଟି ଲେଖାଏଁ ଅଙ୍କ ଲେଖ୍ ଯେଉଁ ନୂଆ ସଂଖ୍ୟାସବୁ ପାଇବ ସେଗୁଡ଼ିକ ୫ ଦ୍ବାରା ବିଭାଜ୍ୟ ହେବେ କି ? ପରୀକ୍ଷା କରି ଦେଖ ।
ସମାଧାନ:
64512 ÷ 8 = 8064  38512 ÷ 8 = 4814
512 ର ବାମପଟେ ଯେକୌଣସି ଦୁଇଟି ସଂଖ୍ୟା ଲେଖୁଲେ ଯେଉଁ ନୂଆ ସଂଖ୍ୟା ମିଳିବ ତାହା 8 ଦ୍ବାରା ବିଭାଜ୍ୟ ହେବ ।

(ଖ) ତିନୋଟି ଚାରିଅଙ୍କ ବିଶିଷ୍ଟ ସଂଖ୍ୟା ଲେଖ, ଯେଉଁଗୁଡ଼ିକ 8 ଦ୍ବାରା ବିଭାଜ୍ୟ ହେବେ ।
ସମାଧାନ:
2408, 5768, 9872, 1256 ସଂଖ୍ୟାଗୁଡ଼ିକ 8 ଦ୍ବାରା ବିଭାଜ୍ୟ ହେବ ।

(ଗ) 9 ର ଗୁଣିତକଗୁଡ଼ିକ ହେଲେ 9, 18, 27, 36, 45, 54, 63…… ଇତ୍ୟାଦି, ସେହିଭଳି, 5211, 31014, 2232 ସଂଖ୍ୟାଗୁଡ଼ିକ ମଧ୍ୟ 9 ଦ୍ଵାରା ବିଭାଜ୍ୟ ( ପରୀକ୍ଷା କରି ଦେଖ) ।
ସମାଧାନ:
5211 ÷ 9 = 579, 31014 ÷ 9 = 3446, 2232 ÷ 9 = 248

7. (କ) ଚାରୋଟି ପାଞ୍ଚଅଙ୍କ ବିଶିଷ୍ଟ ସଂଖ୍ୟା ଲେଖ, ଯେଉଁଗୁଡ଼ିକ 9 ଦ୍ବାରା ବିଭାଜ୍ୟ ହେବ ।
ସମାଧାନ:
21204, 19305, 88875, 40689 ସଂଖ୍ୟା ଗୁଡ଼ିକ 9 ଦ୍ବାରା ବିଭାଜ୍ୟ ହେବ ।

(ଖ) ଏପରି ଦୁଇଟି ଚାରିଅଙ୍କ ବିଶିଷ୍ଟ ସଂଖ୍ୟା ଲେଖ, ଯେଉଁଗୁଡ଼ିକ ଉଭୟ 6 ଓ 9 ଦ୍ବାରା ବିଭାଜ୍ୟ ହେବ । 
ସମାଧାନ:
3114, 1296 ସଂଖ୍ୟାଦ୍ଵୟ ଉଭୟ 6 ଓ 9 ଦ୍ବାରା ବିଭାଜ୍ୟ ହେବ ।

(ଗ) 12 ର ଗୁଣନୀୟକଗୁଡ଼ିକ ହେଲେ – 1, 2, 3, 4, 6 ଓ 12  ସେହିପରି 18 ର ଗୁଣନୀୟକ ନିଶ୍ଚୟ କଲେ ପାଇବା – 1, 2, 3, 6, 9 ଓ 18  ଏବେ କୁହ କେଉଁଗୁଡ଼ିକ 12 ଓ 18 ର ସାଧାରଣ ଗୁଣନୀୟକ ।
ସମାଧାନ:
1, 2, 3 ଓ 6 ସାଧାରଣ ଗୁଣନୀୟକ ।

(ଘ) ତୁମେ ଦୁଇ ଯୋଡ଼ା ପରସ୍ପର ମୌଳିକ ସଂଖ୍ୟାର ଉଦାହରଣ ଦିଅ ।
ସମାଧାନ:
6 ଓ 7, 4 ଓ 5 ପରସ୍ପର ମୌଳିକ ସଂଖ୍ୟା ।

(ଙ) ସେହିଭଳି ତୁମେ ଆଉ ପାଞ୍ଚଟି ମୌଳିକ ସଂଖ୍ୟାର ଉଦାହରଣ ଦିଅ ।
ସମାଧାନ:
3, 5, 13, 17.8 19 ମୌଳିକ ସଂଖ୍ୟା

(ଚ) 15 ର ଗୁଣନୀୟକଗୁଡ଼ିକ ହେଲେ 1, 3, 5, 15 । ଏଣୁ 15 ଏକ ଯୌଗିକ ସଂଖ୍ୟା । ଏହିଭଳି ତୁମେ ଚାରୋଟି ଯୌଗିକ ସଂଖ୍ୟା କୁହ ।
ସମାଧାନ:
4, 6, 8, 10 ଯୌଗିକ ସଂଖ୍ୟା ।

BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା InText Questions

କହିଲ ଦେଖ୍ :
(i) ଗୋଟିଏ ସଂଖ୍ୟାର କେତୋଟି ଗୁଣିତକ ଅଛି?
ସମାଧାନ:
ଅସଂଖ୍ୟ

(ii) ଗୋଟିଏ ସଂଖ୍ୟାର ସବୁଠାରୁ ସାନ ଗୁଣିତକ କେତେ? 
ସମାଧାନ:
ସେ ନିଜେ 

(iii) ଗୋଟିଏ ସଂଖ୍ୟାର ସବୁଠାରୁ ବଡ଼ ଗୁଣିତକ କେତେ? 
ସମାଧାନ:
କହିହେବ ନାହିଁ

ନିଜେ କରି ଦେଖ :
(i) 6 ର ଗୁଣନୀୟକମାନଙ୍କୁ ଲେଖ । 
ସମାଧାନ:
6 ର ଗୁଣନୀୟକଗୁଡ଼ିକ ହେଲେ – 1, 2, 3 ଓ 6 1

(ii) 6 ର ସମସ୍ତ ଗୁଣନୀୟକର ସମଷ୍ଟି କେତେ ? 
ସମାଧାନ:
ସମଷ୍ଟି = 1 + 2 + 3 + 6 = 12 

(iii) 6 ର ଦୁଇ ଗୁଣ କେତେ କହ ।
ସମାଧାନ:
6 × 2 = 12

(iv) 6 ର ସମସ୍ତ ଗୁଣନୀୟକ ସମଷ୍ଟି ଓ 6 ର ଦୁଇ ଗୁଣ ମଧ୍ୟରେ କ’ଣ ସମ୍ପର୍କ ଦେଖ‌ିଲ ? 
ସମାଧାନ:
ସମାନ

(v) 1 ରୁ 30 ମଧ୍ୟରେ ଥ‌ିବା ସଂଖ୍ୟାଗୁଡ଼ିକୁ ନେଇ ପରୀକ୍ଷା କର ଏବଂ ଆଉ କେଉଁ ସଂଖ୍ୟା ଏକ ପରିପୂର୍ଣ୍ଣ ସଂଖ୍ୟା ତାହା ସ୍ଥିର କର ।
ସମାଧାନ:
28ର ଗୁଣନୀୟକଗୁଡ଼ିକ ହେଲେ – 1, 2, 4, 7, 14 ଓ 28 
ଗୁଣନୀୟକମାନଙ୍କର ସମଷ୍ଟି = 1 + 2 + 4 + 7 + 14 + 28 = 56 = 28 × 2
ତେଣୁ 28 ଏକ ପରିପୂର୍ଣ୍ଣ ସଂଖ୍ୟା ଅଟେ । 
∴ 1 ରୁ 30 ମଧ୍ୟରେ 6 ଓ 28 ପରିପୂର୍ଣ ସଂଖ୍ୟା ଅଟନ୍ତି ।

ଉତ୍ତର ଲେଖ –
(କ) ପାଞ୍ଚ ଅଙ୍କ ବିଶିଷ୍ଟ ସବୁଠାରୁ କ୍ଷୁଦ୍ରତମ ସଂଖ୍ୟା ଲେଖ ଓ ତାକୁ ମୌଳିକ ଗୁଣନୀୟକରେ ବିଶ୍ଳେଷଣ କର ।
ସମାଧାନ:
BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା InText Questions 2

(ଖ) 4 ଅଙ୍କ ବିଶିଷ୍ଟ ସବୁଠାରୁ ବୃହତ୍ତମ ସଂଖ୍ୟା ଲେଖ ଓ ଏହାକୁ ମୌଳିକ ଗୁଣନୀୟକରେ ବିଶ୍ଳେଷଣ କର । 
ସମାଧାନ:
BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା InText Questions 3

(ଗ) 1729ର ମୌଳିକ ଗୁଣନୀୟକ ନିର୍ଣ୍ଣୟ କର ଓ ସେଗୁଡିକ ଉର୍ଦ୍ଧ୍ବକ୍ରମରେ ସଜାଇ ଲେଖ । ଏଥିରେ ଗୁଣନୀୟକମାନଙ୍କ ମଧ୍ୟରେ ଥ‌ିବା ସମ୍ବନ୍ଧ ପ୍ରକାଶ କର ।
ସମାଧାନ:
BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା InText Questions 4

(ଘ) ମୌଳିକ ଗୁଣନୀୟକ ବିଶ୍ଳେଷଣ ପ୍ରଣାଳୀରେ 24 ଓ 40 ର ଗ.ସା.ଗୁ. କେତେ ହେବ?
ସମାଧାନ:
8 ଅଟେ ।

ଉତ୍ତର ଲେଖ –
(i) ଯେ କୌଣସି ଦୁଇଟି ସଂଖ୍ୟା ନିଅ, ସେ ଦୁଇଟିକୁ ତୁମ ଖାତାରେ ଲେଖ। 
ସମାଧାନ:
48 ଓ 64

(ii) ତୁମେ ନେଇଥିବା ସଂଖ୍ୟା ଦୁଇଟିର ଗ.ସା.ଗୁ. ନିର୍ଣ୍ଣୟ କର । 
ସମାଧାନ:
ଗ.ସା.ଗୁ. = 2 × 2 × 2 × 2 = 16

(iii) ତୁମେ ନେଇଥିବା ସଂଖ୍ୟା ଦୁଇଟିର ଲ.ସା.ଗୁ. ନିର୍ଣ୍ଣୟ କର ।
ସମାଧାନ:
ଲ.ସା.ଗୁ. = 2 × 2 × 2 × 2 × 3 × 4 = 192

BSE Odisha 6th Class Maths Solutions Chapter 2 ସଂଖ୍ୟା ସମ୍ବନ୍ଧୀୟ ଅଧ୍ବକ ଆଲୋଚନା InText Questions

(iv) ତୁମେ ପାଇଥିବା ଲ.ସା.ଗୁ. ଓ ଗ.ସା.ଗୁ.ର ଗୁଣଫଳ ନିର୍ଣ୍ଣୟ କର ।
ସମାଧାନ:
ଲ.ସା.ଗୁ. × ଗ.ସା.ଗୁ.ର = 192 × 16 = 3072

(v) ଏବେ ତୁମେ ନେଇଥିବା ସଂଖ୍ୟା ଦୁଇଟିର ଗୁଣଫଳ କେତେ ହେଉଛି ସ୍ଥିର କର ।
ସମାଧାନ:
ସଂଖ୍ୟାଦୁଇଟିର ଗୁଣଫଳ = 48 × 64 = 3072

(vi) ସଂଖ୍ୟା ଦୁଇଟିର ଗୁଣଫଳ ସହିତ ଲ.ସା.ଗୁ. ଓ ଗ.ସା.ଗୁ.ର ଗୁଣଫଳର କ’ଣ ସମ୍ପର୍କ ପାଉଛ ?
ସମାଧାନ:
ସଂଖ୍ୟା ଦୁଇଟିର ଗୁଣଫଳ ସହିତ ଲ.ସା.ଗୁ. ଓ ଗ.ସା.ଗୁ.ର ଗୁଣଫଳ ସମାନ

କହିଲ ଦେଖ୍ :
(a) ଦୁଇଟି ସଂଖ୍ୟାର ଗୁଣଫଳ ଓ ସେମାନଙ୍କର ଲ.ସା.ଗୁ. ଦିଆଯାଇଥିଲେ, ସଂଖ୍ୟା ଦୁଇଟିର ଗ.ସା.ଗୁ. ନିର୍ଣ୍ଣୟ କରିପାରିବ କି ? କିପରି ?
ସମାଧାନ:
ଗ.ସା.ଗୁ. = ସଂଖ୍ୟା ଦୁଇଟିର ଗୁଣଫଳ + ଲ.ସା.ଗୁ.

(b) ଦୁଇଟି ପରସ୍ପର ମୌଳିକ ସଂଖ୍ୟାର ଗୁଣଫଳ 21 ହେଲେ ସଂଖ୍ୟା ଦୁଇଟିର ଲ.ସା.ଗୁ. କେତେ ?
ସମାଧାନ:
ଲ.ସା.ଗୁ. = 21

Leave a Comment