BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.5

Odisha State Board BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.5 Textbook Exercise Questions and Answers.

BSE Odisha Class 6 Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.5

Question 1.
35, 48, 31 ଓ 22 ର ହାରାହାରି ନିର୍ଣ୍ଣୟ କର ।
ସମାଧାନ:
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.5 1
ହାରାହାରି ମୂଲ୍ୟ = \(\frac{35+48+31+22}{4}\) = \(\frac{136}{4}\) = 34

Question 2.
ଖଲିଲ୍ ବାବୁ ତାଙ୍କର ଥିବା ତିନିଗୋଟି ସାଇକେଲ୍ ଲାଗି ତିନୋଟି ସିକଭର କିଣିଲେ। ଗୋଟିକର ଦାମ 28 ଟଙ୍କା, ଆଉ ଗୋଟିକର ଦାମ୍ 24 ଟଙ୍କା ଓ ଅନ୍ୟଟିର ଦାମ୍ 23 ଟଙ୍କା । ତେବେ ସେ କିଣିଥିବା ସିକଭର ଗୁଡ଼ିକର ଗୋଟା ପ୍ରତି ହାରାହାରି ଦାମ୍ କେତେ ?
ସମାଧାନ:
ସିଭର୍ ତିନୋଟିର ଦାମ୍ ଯଥାକ୍ରମେ 28 ଟଙ୍କା, 24 ଟଙ୍କା ଓ 23 ଟଙ୍କା । 
ସିଭର ତିନୋଟିର ମୋଟ ଦାମ୍ = 28 ଟଙ୍କା + 24 ଟଙ୍କା + 23 ଟଙ୍କା = 75 ଟଙ୍କା
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.5 2
= \(\frac{75}{3}\) ଟଙ୍କା = 25 ଟଙ୍କା
∴ ଖଲିଲ୍‌ବାବୁ କିଣିଥିବା ସିଟ୍ କଭରଗୁଡ଼ିକର ଗୋଟା ପ୍ରତି ହାରାହାରି ଦାମ୍ 25 ଟଙ୍କା ।

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.5

Question 3.
ଜଣେ କ୍ରିକେଟ୍ ଖେଳାଳି ପାଞ୍ଚଟି ଏକଦିବସୀୟ ଖେଳରେ 45, 30, 102, 113 ଓ 70 ରନ୍ କରିଥିଲେ । ତେବେ ସେ ଖେଳ ପ୍ରତି ହାରାହାରି କେତେ ରନ୍ କରିଥିଲେ ?
ସମାଧାନ:
ମୋଟ ରନ୍ = 45 + 30 + 102 + 113 + 70 = 360
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.5 3
= \(\frac{360}{5}\) = 72
ସେ ଖେଳପ୍ରତି ହାରାହାରି 72 ରନ୍ କରିଥିଲେ ।

Question 4.
ଛଅଟି ପିଲାଥିବା ଗୋଟିଏ ଦଳରେ ପିଲା ପ୍ରତି ହାରାହାରି ବୟସ 10 ବର୍ଷ ହେଲେ, ସେମାନଙ୍କର ମୋଟ ବୟସ କେତେ ?
ସମାଧାନ:
ଦଳରେ ଥିବା ପିଲାସଂଖ୍ୟା = 6 ଓ ପିଲାପ୍ରତି ହାରାହାରି ବୟସ = 10 ବର୍ଷ
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.5 4
ବା, ମୋଟ ବୟସ = ହାରାହାରି ବୟସ × ପିଲାସଂଖ୍ୟା = 10 × 6 = 60
∴ ସେମାନଙ୍କର ମୋଟ ବୟସ 60 ବର୍ଷ ଥିଲା ।

Question 5.
ବାରଟି ଥଳିରେ ଥ‌ିବା ମୋଟ ଚିନିର ଓଜନ 111 କି. 600 ଗ୍ରାମ୍ ହେଲେ, ଥଳି ପ୍ରତି ଚିନିର ହାରାହାରି ଓ ଜନ କେତେ ?
ସମାଧାନ:
ଥଳି ସଂଖ୍ୟା = 12, ମୋଟ ଚିନିର ଓଜନ = 111 କି. 600 ଗ୍ରା. = 111600 ଗ୍ରାମ୍
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.5 5
∴ ଥଳି ପ୍ରତି ଚିନିର ହାରାହାରି ଓଜନ 9 କି. 300 ଗ୍ରାମ୍ ।

BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.5

Question 6.
ସାତ ଖଣ୍ଡ ବହିର ମୋଟ ଦାମ୍ 310 ଟଙ୍କା ଏବଂ ଅନ୍ୟ ତିନି ଖଣ୍ଡ ବହିର ଖଣ୍ଡ ପ୍ରତି ହାରାହାରି ଦାମ୍ 68 ଟଙ୍କା ହେଲେ, ଉକ୍ତ ଦଶଟିଯାକ ବହିର ଖଣ୍ଡ ପ୍ରତି ହାରାହାରି ଦାମ୍ ସ୍ଥିର କର ।
ସମାଧାନ:
7 ଖଣ୍ଡ ବହିର ମୋଟ୍ ଦାମ୍ = 310 ଟଙ୍କା
3 ଖଣ୍ଡ ବହିର ଖଣ୍ଡ ପ୍ରତି ହାରାହାରି ଦାମ୍ = 68 ଟଙ୍କା
3 ଖଣ୍ଡ ବହିର ମୋଟ୍ ଦାମ୍ = ହାରାହାରି ଦାମ୍ × ବହିସଂଖ୍ୟା = 68 × 3 = 204 ଟଙ୍କା
ମୋଟ ବହି ସଂଖ୍ୟା = 7 + 3 = 10 ଖଣ୍ଡ
10 ଖଣ୍ଡ ବହିର ମୋଟ ଦାମ୍ = 310 ଟଙ୍କା + 204 ଟଙ୍କା = 514 ଟଙ୍କା ।
BSE Odisha 6th Class Maths Solutions Chapter 7 ବ୍ୟାବସାୟିକ ଗଣିତ Ex 7.5 6
= \(\frac{514}{10}\) ଟଙ୍କା = ଟ. 51.40 ପଇସା

Leave a Comment