BSE Odisha 6th Class Odia Solutions Chapter 8 କ’ଣ ଶିଖୁବା

Odisha State Board BSE Odisha 6th Class Odia Solutions Chapter 8 କ’ଣ ଶିଖୁବା Textbook Exercise Questions and Answers.

BSE Odisha Class 6 Odia Solutions Chapter 8 କ’ଣ ଶିଖୁବା

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଉତ୍ତର କୁହ ।
(କ) ଲେଖକ ମଣିଷର ଦୋଷ ଓ ଗୁଣ ସମ୍ପର୍କରେ କ’ଣ କହିଛନ୍ତି ?
Answer:
ଦୋଷଗୁଣ ତ ସମସ୍ତଙ୍କର ଅଛି । ହେଲେ ଆମର କଥା ହେଉଛି ‘ଦୋଷକୁ ଛାଡ଼ି ଗୁଣ ଶିଖୁବା’। ଲେଖକ ମଣିଷର ଦୋଷ ଓ ଗୁଣ ସମ୍ପର୍କରେ ଏହା କହିଛନ୍ତି ।

(ଖ) ଲେଖକଙ୍କ ମତରେ ଆମେରିକାର ସବୁଠୁ ଭଲ କଥାଟି କ’ଣ ?
Answer:
ଲେଖକଙ୍କର ମତରେ ଆମେରିକାର ସବୁଠୁ ଭଲ କଥାଟି ହେଲା ଶାରୀରିକ ପରିଶ୍ରମର ମୂଲ୍ୟ ଜ୍ଞାନ ।

(ଗ) ଆମେରିକୀୟମାନଙ୍କର କେଉଁ ଗୁଣଟି ଦେଖିଲେ ଆଶ୍ଚର୍ଯ୍ୟ ଲାଗେ ?
Answer:
ପରିଶ୍ରମକୁ ସମ୍ମାନ ଦେଖାଇବା ପାଇଁ ଆମେରିକୀୟମାନେ କେମିତି ଶିଖୁଛନ୍ତି, ତାହା ଦେଖ‌ିଲେ ଆଶ୍ଚର୍ଯ୍ୟ ଲାଗେ ।

(ଘ) ଲେଖକ ବନ୍ଧୁଙ୍କୁ ଦେଖ୍ ସେ କିଏ ବୋଲି ଭାବିଲେ ?
Answer:
ଲେଖକ ବନ୍ଧୁଙ୍କୁ ଦେଖ୍ ଭାବିଲେ ସାଇ ପଡ଼ିଶାର କେହି ଜଣେ ଚିହ୍ନା କୁଲି ହୋଇଥ‌ିବ ।

BSE Odisha 6th Class Odia Solutions Chapter 8 କ’ଣ ଶିଖୁବା

Question ୨।
ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ମର୍ଗାନ୍ କାହିଁକି ଲେଖକଙ୍କ ପାଖରେ କ୍ଷମା ମାଗିଲେ ?
Answer:
ଲେଖକ ମର୍ଗାନ୍‌ଙ୍କ ପାଖକୁ ଯିବାବେଳକୁ ତାଙ୍କର ହାତଯାକ କାଦୁଅ ହୋଇଥିଲା । ସେ ଲେଖକଙ୍କ ସହିତ କରମର୍ଦ୍ଦନ କରିପାରିବେ ନାହିଁ ବୋଲି କହି କ୍ଷମା ମାଗିଲେ । (ପୁସ୍ତକସ୍ଥ ପ୍ରଶ୍ନରେ ତ୍ରୁଟି ଅଛି— ‘ମର୍ମାନ୍’ ବଦଳରେ ‘କଲଗେଟ୍ ବିଶ୍ବବିଦ୍ୟାଳୟର ଇଂରାଜୀ ଅଧ୍ୟାପକ’ ହେବ)

(ଖ) ବୁଢ଼ା ବୟସରେ ବେକର୍‌ କୋଡ଼ି ଶାବଳ ଧରି ଏତେ କାମ କରିବାର ଉଦ୍ଦେଶ୍ୟ କ’ଣ ?
Answer:
ବେକରଙ୍କ ବୁଢ଼ା ବୟସରେ କାମ କରିବାର ଉଦ୍ଦେଶ୍ୟ ହେଲା ଜୀବନକୁ ଉପଭୋଗ କରିବା । କାମ ଭିତରେ ଯେଉଁ ଆନନ୍ଦ ଲୁଚି ରହିଛି, ତାହାକୁ ଯିଏ ଥରେ ଚାଖୁଛି ସେ ଆଉ ଛାଡ଼ିପାରିବ ନାହିଁ ।

(ଗ) ଆମେରିକା ଲୋକଙ୍କଠାରୁ ଶିଖୁବା ଭଳି ସବୁଠୁଁ ବଡ଼ କଥାଟି କ’ଣ ?
Answer:
ଆମେରିକା ଲୋକଙ୍କଠାରୁ ଶିଖୁବା ଭଳି ସବୁଠୁ ବଡ଼କଥାଟି ହେଲା ଅନ୍ୟର ପ୍ରଶଂସା କରିବା । ଯିଏ ଯାହା କରୁ, ଲୋକେ ତା’ର ପ୍ରଶଂସା କରନ୍ତି । ଯିଏ ଘାସ କାଟୁଛି, ଲୋକେ ‘ବଢ଼ିଆ ଘାସକଟାଳି’ ବୋଲି କହି ତା’ର ପ୍ରଶଂସା କରିଥା’ନ୍ତି।

(ଘ) ଆମେରିକାର ଲୋକେ କ’ଣ ପାଇଁ ଅଧ‌ିକ ବ୍ୟସ୍ତ ?
Answer:
ଆନ୍ତର୍ଜାତିକ ଭାବ ବିନିମୟ ଲାଗି ଆମେରିକୀୟମାନେ ଖୁବ୍ ବ୍ୟସ୍ତ । ବିଶ୍ଵଶାସନ ଓ ବିଶ୍ଵମୈତ୍ରୀ ପାଇଁ ସେମାନେ ଖୁବ୍ ବ୍ୟାକୁଳ । ସେଥ‌ିପାଇଁ ସେମାନଙ୍କର ପ୍ରତ୍ୟେକ ସହରରେ ଆନ୍ତର୍ଜାତିକ ଅନୁଷ୍ଠାନ ଦେଖ‌ିବାକୁ ମିଳେ ।

(ଙ) ଲେଖକଙ୍କ ମତରେ ଆମେ ଦେଶ ଓ ଜାତି ପାଇଁ କ’ଣ କରିବା ଉଚିତ ?
Answer:
ଲେଖକଙ୍କ ମତରେ ଆମେ ଦେଶ ଓ ଜାତିର ମୁକ୍ତିପଥ ଖୋଜିବା, ମାଛି ନ ହୋଇ ମହୁମାଛି ହେବା । ଘାଆରେ ନ ବସି ଫୁଲରେ ବସିବା । ଉଚ୍ଚମନା ହେବା । ଘାଆରେ ନ ବସି ଫୁଲରେ ବସିବା । ଉଚ୍ଚମନା ହେବା ।

Question ୩ ।
ସରଳ ଭାଷାରେ ବୁଝାଇ ଲେଖ ।
(କ) ଶିକ୍ଷିତ ବଡ଼ଲୋକ ଶାରୀରିକ ପରିଶ୍ରମର ମର୍ଯ୍ୟାଦା ନ ବୁଝିଲା ପର୍ଯ୍ୟନ୍ତ କେବଳ ଅଧାପେଟିଆ ଦୁର୍ବଳ ମୂଲିଆ ହାତରେ ଦେଶ ଉଠିପାରିବ ନାହିଁ ।
Answer:
ଶିକ୍ଷିତ ଚଢିଲେ।କ ………………………………. ଉଠିପାରିବ ନାର୍ହି।
ଶଂସିତ ଗଦ୍ୟାଶଟି ଗୋଲୋକବିହାରୀ ଧଳଙ୍କ ରଚିତ ‘କ’ଣ ଶିଖୁବା’ ପ୍ରବନ୍ଧରୁ ଉଦ୍ଧୃତ । ଏଠାରେ ଲେଖକ ଆମ ଦେଶର ଶିକ୍ଷିତ ଲୋକଙ୍କର ଶାରୀରିକ ପରିଶ୍ରମ ପ୍ରତି ଥ‌ିବା ହୀନମନ୍ୟତା ଭାବ ସମ୍ପର୍କରେ ଆଲୋକପାତ କରିଛନ୍ତି । ଆମେରିକାର ଲୋକେ ପରିଶ୍ରମକୁ ସମ୍ମାନ ଦିଅନ୍ତି । କାମ କରିବାକୁ କେହି ଲଜ୍ଜାବୋଧ କରନ୍ତି ନାହିଁ । ଏ ପ୍ରସଙ୍ଗରେ ଲେଖକ ଜଣେ ଇଂରାଜୀ ପ୍ରଫେସରଙ୍କ ଉଦାହରଣ ଦେଇଛନ୍ତି । ଦିନେ କଲ୍‌ଗେଟ୍ ବିଶ୍ଵବିଦ୍ୟାଳୟର ଇଂରାଜୀ ପ୍ରଫେସର

କିମ୍ବା ନିଜ କ୍ଷେତରେ ଆଳୁ ଖୋଳୁଥା’ନ୍ତି । ଅଥଚ ଆମ ଦେଶର ଶିକ୍ଷିତ ଲୋକେ ମାଟିକୁ ଭୁଲି ଯାଆନ୍ତି । ସେମାନେ ଶାରୀରିକ ପରିଶ୍ରମ କରିବାକୁ ନାକ ଟେକନ୍ତି । ଆମ ଦେଶର ଏହି ତଥାକଥ୍ ଶିକ୍ଷିତ ବଡ଼ଲୋକମାନେ ଯେ ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମର ମର୍ଯ୍ୟାଦା ବୁଝିନାହାନ୍ତି, ସେ ପର୍ଯ୍ୟନ୍ତ ଦେଶର ଉନ୍ନତି ହୋଇପାରିବ ନାହିଁ । କେବଳ ଅଧାପେଟ ଖାଇ ଦୁର୍ବଳ ଦିଶୁଥ‌ିବା ମୂଲିଆ କେବେହେଲେ ଦେଶକୁ ପ୍ରଗତି ପଥରେ ଆଗେଇ ନେଇପାରିବେ ନାହିଁ । ଅର୍ଥାତ୍‌ ଆମେରିକା ପରି ଆମ ଦେଶର ଶିକ୍ଷିତ ଲୋକେ ଶାରୀରିକ ପରିଶ୍ରମକୁ ମର୍ଯ୍ୟାଦା ଦେଲେ ହିଁ ଦେଶର ଉନ୍ନତି ହେବ । ବାସ୍ତବରେ ଲେଖକଙ୍କର ଏହି ଉକ୍ତି ଯଥାର୍ଥ ଅଟେ ।

(ଖ) କାମ ବ୍ୟତିରେକେ ଆମେରିକାନ୍‌ ଜୀବନରେ ସୁଖ କଳ୍ପନା ଅସମ୍ଭବ ।
Answer:
କାମ ବ୍ୟତିରେକେ …………………………………. ଅସମ୍ଭବ ।
ଶଂସିତ ଗଦ୍ୟାଶଟି ଗୋଲୋକବିହାରୀ ଧଳଙ୍କ ରଚିତ ‘କ’ଣ ଶିଖୁବା’ ପ୍ରବନ୍ଧରୁ ସଂଗୃହୀତ। ଏଠାରେ ଲେଖକ ଆମେରିକୀୟମାନେ କିପରି କାମ ବିନା ଜୀବନରେ ଅନ୍ୟକିଛି ସୁଖ ଆଶା କରନ୍ତି ନାହିଁ, ସେ ସମ୍ପର୍କରେ ଆଲୋକପାତ କରିଛନ୍ତି । ଥରେ ସକାଳେ ଶ୍ରୀମତୀ ବେକର୍ ଓ ଲେଖକ ଗାଡ଼ିଧରି ସଭାକୁ ଗଲାବେଳେ ଦେଖିଲେ ଶ୍ରୀ ବେକର୍‌ ନିଜର ଗାଡ଼ିରେ ଟାଙ୍ଗିଆ, କୋଡ଼ି, ଶାବଳ ଧରି ଚାଲିଛନ୍ତି । ସେ ଆମେରିକାର ଜଣେ ଅବସରପ୍ରାପ୍ତ ଇଞ୍ଜିନିୟର । ପର୍ବତ ଭାଙ୍ଗି ପଡ଼ିଆ କରି ସେଠାରେ ଘର କରିବା ତାଙ୍କର ଲକ୍ଷ୍ୟ । ଏପରି ପରିଣତ ବୟସରେ କୋଡ଼ି ଶାବଳ ପ୍ରତି ସଉକି ଥ‌ିବାର ଦେଖ୍ ଲେଖକ ଖୁବ୍ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ତାଙ୍କର ଏପରି ସଉକି ବିଷୟରେ ଲେଖକ ତାଙ୍କୁ ପଚାରିବାରୁ ସେ କହିଥିଲେ, ଆମେରିକା ଜୀବନର ମୂଳଦର୍ଶନ ହେଲା କାମରୁ ଆନନ୍ଦ ଉପଭୋଗ କରିବା । ଜୀବନକୁ ଉପଭୋଗ କରିବା ପାଇଁ ସେ କାମ କରିଥା’ନ୍ତି । କାମ ଭିତରେ ଯେଉଁ ଆନନ୍ଦ ଲୁଚିରହିଛି, ତାହାକୁ ଯିଏ ଥରେ ଚାଖୁଛି, ସେ ଆଉ ଛାଡ଼ିପାରିବ ନାହିଁ । ତେଣୁ କାମକୁ ଛାଡ଼ି ଆମେରିକୀୟମାନଙ୍କର ଜୀବନରେ ସୁଖ କଳ୍ପନା ଅସମ୍ଭବ ଅଟେ । ସେହି କାମରୁ ହିଁ ସେମାନେ ଆନନ୍ଦ ଲାଭ କରିଥା’ନ୍ତି । ବାସ୍ତବରେ ଆମେରିକୀୟମାନଙ୍କର ଏଇ ଆଦର୍ଶ ପୃଥ‌ିବୀରେ ବିରଳ ଅଟେ ।

(ଗ) ମାଛି ନ ହୋଇ ମହୁମାଛି ହେବା, ଘାଆରେ ନ ବସି ଫୁଲରେ ବସିବା ।
Answer:
ମାଛି ନ ହୋଇ ……………………………….. ଫୁଲରେ ବସିବା ।
ଶଂସିତ ଗବ୍ୟାଂଶଟି ପଠିତ ସାହିତ୍ୟ ବହିର ‘କ’ ଶ ଶିଖ୍ ବା’ ପ୍ରବନ୍ଧରୁ ଉଦ୍ଧ୍ୱତା ଏଠାରେ ଲେଖକ ଗୋଲୋକବିହାରା ଧଳ ଆମ ଦେଶବାସୀଙ୍କର କାର୍ଯ୍ୟଧାରା ସମ୍ପର୍କରେ ଯେଉଁ ଉଦାହରଣ ଦେଇଛନ୍ତି, ତାହା ଉପରେ ଆଲୋକପାତ କରାଯାଇଛି। ଆମେରିକାର ଲୋକେ ଅନ୍ୟର ପ୍ରଶଂସା କରନ୍ତି । ପ୍ରତ୍ୟେକ କାର୍ଯ୍ୟରେ ମୂଲ୍ୟ ଅଛି । ଏହା ଭାବି ସେମାନେ ଘାସକଟାଳିର ମଧ୍ୟ ପ୍ରଶଂସା କରି ‘ବଢ଼ିଆ ଘାସକଟାଳି’ ବୋଲି କହିଥା’ନ୍ତି। ଆମ ଦେଶପରି ନିରୁତ୍ସାହିତ କରୁଥିବା ଲୋକଙ୍କ ସଂଖ୍ୟା ସେଠାରେ ଖୁବ୍ କମ୍ । କାରଣ ସେମାନେ ଜାଣିଛନ୍ତି, ପରିଶ୍ରମୀ ମଣିଷର ପରିଶ୍ରମକୁ ପ୍ରଶଂସା କଲେ ସେ ଅଧ‌ିକ କାମ କରିବ ।

ତାକୁ ପ୍ରଶଂସା ନ କଲେ ସେ ନିରୁତ୍ସାହିତ ହେବ । ତେଣୁ ଆମ୍ଭେମାନେ ମଧ୍ୟ ସେମାନଙ୍କ ପରି ଅନ୍ୟର କାମକୁ ଦେଖୁ ପ୍ରଶଂସା କରିବାକୁ ଲେଖକ ପରାମର୍ଶ ଦେଇଛନ୍ତି । ସେ ମାଛି ଆଉ ମହୁମାଛିର ଉଦାହରଣ ଦେଇଛନ୍ତି । ମାଛି ଯେପରି ଘାଆରେ ବସେ, ସେହିପରି ହୀନମନାମାନେ ଅନ୍ୟର ଦୋଷ ଦେଖନ୍ତି । ମହୁମାଛିମାନେ ଫୁଲରେ ବସିଲାପରି ଉଚ୍ଚମନାମାନେ ଅନ୍ୟର ପ୍ରଶଂସା କରନ୍ତି । ତେଣୁ ଆମ୍ଭେମାନେ ଆମେରିକୀୟମାନଙ୍କର ଏହି ଭଲଗୁଣ ଶିକ୍ଷାକରିବା ଓ ଦେଶ ଜାତିର ମୁକ୍ତିପଥ ଖୋଜିବା ।

BSE Odisha 6th Class Odia Solutions Chapter 8 କ’ଣ ଶିଖୁବା

Question ୪।
ଆବଶ୍ୟକ ସ୍ଥଳେ ବିରାମ ଚିହ୍ନ ଦିଅ ।
(କ) ସେହି ମୂଲିଆମାନଙ୍କ ଭିତରୁ ଜଣେ ପାଟିକରି ଅଭିବାଦନ ଜଣାଉଛି ହାଏ ମର୍ଗାନ୍ ହାଓ ଆର୍ ଇଉ ଭାବିଲି ସାଇପଡ଼ିଶାର କେହି ଜଣେ ଚିହ୍ନା କୁଲି ହୋଇଥବ ମାତ୍ର ନିକଟକୁ ଗଲାରୁ ପ୍ରଫେସର ମର୍ଗାନ୍ ତାଙ୍କୁ କଲ୍‌ଗେଟ୍ ବିଶ୍ଵବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ବୋଲି ମୋ ସହିତ ପରିଚିତ କରାଇଦେଲେ।
(ଖ) ମଣିଷ ଜୀବନରେ ଯେତେ କାମ ଅଛି ଘାସକଟାରୁ ଘୋଡ଼ାଚଢ଼ା ପର୍ଯ୍ୟନ୍ତ ସବୁ ବିଜ୍ଞାନ ଛାଞ୍ଚରେ ପକାଇ ଦିଆଯାଇଛି ପ୍ରତ୍ୟେକ କାର୍ଯ୍ୟର ମୂଲ୍ୟ ଅଛି ତେଣୁ ଯେ ଘାସ କାଟୁଛି ଲୋକେ ତାକୁ ବି ପ୍ରଶଂସା କରି କହନ୍ତି ସେ ଗୋଟାଏ ବଢ଼ିଆ ଘାସକଟାଳି ।
Answer:
(କ) ସେହି ମୂଲିଆମାନଙ୍କ ଭିତରୁ ଜଣେ ପାଟିକରି ଅଭିବାଦନ ଜଣାଉଛି, ‘ହାଏ ମର୍ମାନ୍, ହାଓ ଆର୍ ଇଉ ?’’ ଭାବିଲି ସାଇପଡ଼ିଶାର କେହି ଜଣେ ଚିହ୍ନା କୁଲି ହୋଇଥି; ମାତ୍ର ନିକଟକୁ ଗଲାରୁ ପ୍ରଫେସର ମର୍ଗାନ୍ ତାଙ୍କୁ କଲ୍‌ଗେଟ୍ ବିଶ୍ଵବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ବୋଲି ମୋ ସହିତ ପରିଚିତ କରାଇଦେଲେ ।
(ଖ) ମଣିଷ ଜୀବନରେ ଯେତେ କାମ ଅଛି, ଘାସକଟାରୁ ଘୋଡ଼ାଚଢ଼ା ପର୍ଯ୍ୟନ୍ତ ସବୁ ବିଜ୍ଞାନ ଛାଞ୍ଚରେ ପକାଇ ଦିଆଯାଇଛି । ପ୍ରତ୍ୟେକ କାର୍ଯ୍ୟର ମୂଲ୍ୟ ଅଛି । ତେଣୁ ଯେ ଘାସ କାଟୁଛି, ଲୋକେ ତାକୁ ବି ପ୍ରଶଂସା କରି କହନ୍ତି, ‘ସେ ଗୋଟାଏ ବଢ଼ିଆ ଘାସକଟାଳି ।’’

Question ୫।
‘କ’ ସ୍ତମ୍ଭରେ ଦିଆଯାଇଥିବା ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥ‌ିବା ଶବ୍ଦ ମିଳାଇ ନୂଆ ତିଆରି କର ।

‘କ’ ସ୍ତ୍ରମ୍ଭ ‘ଖ’ ସ୍ତ୍ରମ୍ଭ
ଶାରାରିକ ଜ୍ଞାନ
ବୁଢ଼ା ସମ୍ପତ୍ତି
ଧନ ପରିଶ୍ରମ
ଦାୟିତ୍ଵ ବୟସ

Answer:

‘କ’ ସ୍ତ୍ରମ୍ଭ ‘ଖ’ ସ୍ତ୍ରମ୍ଭ
ଶାରାରିକ ପରିଶ୍ରମ
ବୁଢ଼ା ବୟସ
ଧନ ସମ୍ପତ୍ତି
ଦାୟିତ୍ଵ ଜ୍ଞାନ

Question ୬।
‘ସାଇପଡ଼ିଶା’ – ଏହିପରି ଆଉ ୩ଟି ଯୁଗ୍ମ ଶବ୍ଦ ପଠିତାଂଶରୁ ବାଛି ଲେଖ ।
Answer:
ଭାବଭଙ୍ଗୀ, ଟଙ୍କାସୁନା, ଅଳ୍ପବହୁତ ।

Question ୭।
ନିମ୍ନଲିଖୂ ବାକ୍ୟାଶକୁ ବ୍ୟବହାର କରି ବାକ୍ୟ ଗଠନ କର ।
କଣ୍ଟାବାଡ଼ରେ ଲୁଗା ପକାଇବା, ପର ଉପରକୁ କାଦୁଅ ଫିଙ୍ଗିବା, ଲହୁ-ଲୁହ
Answer:
କଶୃବାଢ଼ରେ ଲୁଗା ପକାଇବା -କଣ୍ଟାବାଡ଼ରେ ଲୁଗା ପକାଇ କଳି କରିବା ସବିତାର ଅଭ୍ୟାସ ।
ପର ଉପରକୁ କାଦୁଅ ଫିଙ୍ଗିବା – ପର ଉପରକୁ କାଦୁଅ ଫିଙ୍ଗିବା ନୀତି ନ ଛାଡ଼ିଲେ ନିଜର ଉନ୍ନତି ଅସମ୍ଭବ ।
ଲହୁ-ଲୁହ – ଲୋକଟି ନିଜର ଲହୁ-ଲୁହ ଢାଳି ସମ୍ପତ୍ତି ଅର୍ଜନ କରିଛି ।

Question ୮।
ଯେପରି ‘ପଦାର୍ଥ’ ଶବ୍ଦ ପୂର୍ବରୁ ‘ଅ’ ଯୋଗହେଲେ ‘ଅପଦାର୍ଥ’ ହୁଏ, ସେହିପରି ପୂର୍ବରୁ ‘ଅ’ ଯୋଗକରି ଆଉ ୪ଟି ଶବ୍ଦ ଲେଖ ।
Answer:
ଅଯୋଗ୍ୟ, ଅସୁନ୍ଦର, ଅସଭ୍ୟ, ଅଦମନୀୟ ।

Question ୯।
ପଠିତ ପ୍ରବନ୍ଧରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ‘ଉଚ୍ଚମନା ଉଚ୍ଚ …………. ଲଭଇ, ………………. ଲଭେ ବିଷ ।’’
(ଖ) କାମ ହିଁ ଆମେରିକା ଜୀବନର …………………….. ।
(ଗ) ବେଳ ଆସିଛି ମାଛି ନ ହୋଇ ………………….. ହେବା, ଘାଆରେ ନ ବସି …………… ରେ ବସିବା ।
Answer:
(କ) ‘ଉଚ୍ଚମନା ଉଚ୍ଚ ଅମୃତ ଲଭଇ, ନୀଚମନା ଲଭେ ବିଷ ।’’
(ଖ) କାମ ହିଁ ଆମେରିକା ଜୀବନର ମୂଳମନ୍ତ୍ର।
(ଗ) ବେଳ ଆସିଛି ମାଛି ନ ହୋଇ ମହୁମାଛି ହେବା, ଘାଆରେ ନ ବସି ଫୁଲରେ ବସିବା ।

Question ୧୦।
‘ଜ୍ଞାନ’ ସହିତ ‘ସାପେକ୍ଷ’ ମିଶି ନୂତନ ଶବ୍ଦଟି ହେଉଛି ‘ଜ୍ଞାନସାପେକ୍ଷ’ । ଏହିପରି ‘ସାପେକ୍ଷ’ ବ୍ୟବହାର କରି ଆଉ ଦୁଇଟି ନୂଆ ଶବ୍ଦ ଲେଖ ।
Answer:
ବ୍ୟୟସାପେକ୍ଷ, କାର୍ଯ୍ୟସାପେକ୍ଷା

ତୁମ ପାଇଁ କାମ:

୧। ଲେଖକଙ୍କ ‘ଆମେରିକା ଅନୁଭୂତି’ ପୁସ୍ତକଟି ସଂଗ୍ରହ କରି ପଢ଼ ।
୨। ଲେଖକଙ୍କର ‘ଲଣ୍ଡନ ଚିଠି’, ‘ତାଜମହଲର ଦେଶେ’ ଇତ୍ୟାଦି ଅନ୍ୟ ଭ୍ରମଣ କାହାଣୀ ପୁସ୍ତକ ସଂଗ୍ରହ କରି ପଢ଼ ଓ ସାଙ୍ଗସାଥୀଙ୍କ ସହ ଆଲୋଚନା କର ।

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
‘ଛନ୍ଦାଛନ୍ଦି’ – ପରି ଆଉ ୩ଟି ଯୁଗ୍ମଶବ୍ଦ ଲେଖ ।
Answer:
ଲଗାଲଗି, ଲେଖାଲେଖି, ପିଟାପିଟି

Question ୨।
ବିପରୀତ ଶବ୍ଦ ଲେଖ ।
ପ୍ରଶଂସା – ନିନ୍ଦା
ଶାରାରିକ – ମାନସିକ
ସାପେକ୍ଷ – ନିରପେକ୍ଷ
ଆଦର – ଅନାଦର|ହତାଦର

Question ୩।
ସଂକ୍ଷେପରେ ଉତ୍ତର ଦିଅ ।
(କ) ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନ ଶିକ୍ଷକଙ୍କ କେଉଁ କାର୍ଯ୍ୟ ଦେଖୁ ଲେଖକ ଆଶ୍ଚର୍ଯ୍ୟ ହେଲେ ?
Answer:
ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନ ଶିକ୍ଷକ ଜଣକ ଛଅସ୍ତରି ବର୍ଷର ବୁଢ଼ା, ମୁହଁର ଚମ ଓହଳି ପଡ଼ିଲାଣି । ସେ ଦୁଇବର୍ଷ ଧରି ଶନିବାର ଓ ରବିବାର ଛୁଟିରେ ଲାଗି ନିଜ ହାତରେ ଘର ତିଆରି କରିଛନ୍ତି । ଛୋଟ ଟ୍ରାକ୍ଟର ଓ ବୁଲ୍‌ଜର ସାହାଯ୍ୟରେ ବଡ଼ ବଡ଼ ପଥର ଗଡ଼ାଇ ସେ କାମ କରିଛନ୍ତି । ଏହି କାର୍ଯ୍ୟ ଦେଖୁ ଲେଖକ ଆଶ୍ଚର୍ଯ୍ୟ ହେଲେ ।

(ଖ) ଆମ ଦେଶ କାହିଁକି ଉଠିପାରୁ ନାହିଁ ?
Answer:
ଆମ ଦେଶ ଉଠି ନ ପାରିବାର ମୂଳ କାରଣ ହେଲା ଆମ ଦେଶର ଶିକ୍ଷିତ ବଡ଼ଲୋକମାନେ ଶାରୀରିକ ପରିଶ୍ରମର ମର୍ଯ୍ୟାଦା ବୁଝିନାହାନ୍ତି । ସେମାନେ ମାଟିକୁ ଭୁଲି ଯାଉଛନ୍ତି । ସେମାନେ ଶାରୀରିକ ପରିଶ୍ରମର ମର୍ଯ୍ୟାଦା ନ ବୁଝିଲା ପର୍ଯ୍ୟନ୍ତ, କେବଳ ଅଧାପେଟିଆ ଦୁର୍ବଳ ମୂଲିଆ ହାତରେ ଦେଶ ଉଠିପାରିବ ନାହିଁ ।

(ଗ) ଡେଭିଡ୍‌ର କେଉଁ କାର୍ଯ୍ୟ ଦେଖୁ ସମସ୍ତେ କୃତକୃତ୍ୟ ହେଲେ ?
Answer:
ଲେଖକ ଏକଦା ଡେଭିଡ଼ ଓ ତା’ ବାପାବୋଉଙ୍କ ସହ ସହର ଅଭିମୁଖେ ଯାଉଥିବାବେଳେ ପ୍ରବଳ ବର୍ଷା ହେଲା । ତାଙ୍କ ମଟରଗାଡ଼ିର ପଛ ଚକଟା ଫାଟିଗଲା । ପନ୍ଦର ବର୍ଷର ପୁଅ ଡେଭିଡ୍ ବର୍ଷାରେ ରାସ୍ତାରେ ପାଣି ଭିତରେ ଶୋଇ ଅଧଘଣ୍ଟା ଭିତରେ ମଟରର ପଛ ଚକା ବଦଳାଇ ନୂଆ ଚକଟାଏ ଲଗାଇଦେଲା । ଏହା ଦେଖୁ ସମସ୍ତେ କୃତକୃତ୍ୟ ହେଲେ ।

୪। ସରଳାର୍ଥ ଲେଖ ।
(କ) ‘‘ଆମ ଦେଶରେ ଥରେ ଯେ ଦି’ଅକ୍ଷର ପଢ଼ିଛି, ସେ ମାଟିକୁ ଭୁଲିଯାଏ ।’’
Answer:
‘‘ଆମ ଦେଶରେ …………………………… ଭୁଲିଯାଏ ।’’
ଶଂସିତ-ଗଦ୍ୟାଶଟି ‘କ’ଣ ଶିଖୁବା’ ଶୀର୍ଷକ ପ୍ରବନ୍ଧରୁ ଆନୀତ । ଏହି ପ୍ରସଙ୍ଗରେ ପ୍ରାବନ୍ଧିକ ଗୋଲୋକ ବିହାରୀ ଧଳ ଆଜିର ଶିକ୍ଷିତମାନଙ୍କର ପରିଶ୍ରମ କାତର ବିଷୟରେ ସୂଚନା ଦେଇଛନ୍ତି । ଲେଖକ ଆମେରିକା ଯିବା ଅବସରରେ ସେମାନଙ୍କର ପରିଶ୍ରମକୁ ସମ୍ମାନ ଦେଖାଇବା ଘଟଣାକୁ ଲକ୍ଷ୍ୟ କରିଛନ୍ତି । ସେମାନେ ଯେତେ ଉଚ୍ଚଶିକ୍ଷିତ ହେଲେ ମଧ୍ୟ ଯେକୌଣସି କାର୍ଯ୍ୟ କରିବାରେ କୁଣ୍ଠାବୋଧ କରନ୍ତି ନାହିଁ । କିନ୍ତୁ ଆମ ଦେଶରେ ଯିଏ ଦି’ଅକ୍ଷର ପାଠ ପଢ଼ିଛି ଯେ ମାଟିକୁ ଭୁଲିଯାଏ । ଅର୍ଥାତ୍ ଆଦୌ ଶାରୀରିକ ଶ୍ରମ କରେ ନାହିଁ । ବାସ୍ତବରେ ପ୍ରସଙ୍ଗଟି ବାସ୍ତବଧର୍ମୀ ଅଟେ ।

(ଖ) ଆମେରିକାର ଯେକୌଣସି ସହରକୁ ଗଲେ ଆନ୍ତର୍ଜାତିକ କୌଣସି ନା କୌଣସି ଅନୁଷ୍ଠାନ ଦେଖିବାକୁ ପାଇବ ।
Answer:
ଆମେରିକାର …………………… ଦେଖିବାକୁ ପାଇବ ।
ଶଂସିତ ଗଦ୍ୟାଶଟି ଗୋଲୋକବିହାରୀ ଧଳଙ୍କ ଲିଖିତ ‘କ’ଣ ଶିଖିବା’ ବିଷୟରୁ ଉଦ୍ଧୃତ । ଏଠାରେ ଆମେରିକୀୟମାନଙ୍କର ପୃଥ‌ିବୀ କ୍ଷେତ୍ରରେ ନେତୃତ୍ଵ ନେବାର ଆଗ୍ରହ ବିଷୟରେ ବର୍ଣ୍ଣିତ ହୋଇଛି । ଆମେରିକା ଲୋକେ ବହୁତ ଦିନ ପର୍ଯ୍ୟନ୍ତ ଏକୁଟିଆ ହୋଇ ରହୁଥିଲେ । ବିଶ୍ଵ ରାଜନୀତି ସହ ସେମାନଙ୍କର କୌଣସି ସମ୍ପର୍କ ନଥଲା । ଦ୍ୱିତୀୟ ବିଶ୍ଵଯୁଦ୍ଧ ପରଠାରୁ ସେମାନେ ପୃଥ‌ିବୀ କ୍ଷେତ୍ରରେ ଆଗୁଆ ହେବାରେ ଲାଗିଛନ୍ତି । ବିଶ୍ୱଶାନ୍ତି ଓ ବିଶ୍ଵମୈତ୍ରୀ ପାଇଁ ସେମାନେ ଏବେ ବଡ଼ ଉତ୍କଣ୍ଠିତ ଓ ଆଗ୍ରହୀ।

ଆମେରିକାର ଯେ କୌଣସି ସହରକୁ ଗଲେ ଆନ୍ତର୍ଜାତିକ କୌଣସି ନା କୌଣସି ଅନୁଷ୍ଠାନ ଦେଖିବାକୁ ମିଳିବ । ଆନ୍ତର୍ଜାତିକ ଭାବ ବିନିମୟ ପାଇଁ ଆମେରିକୀୟମାନେ ଖୁବ୍ ବ୍ୟାକୁଳ । ସେମାନେ ପୃଥ‌ିବୀର ପ୍ରତ୍ୟେକ ଦେଶ ସହ ସମ୍ପର୍କ ପ୍ରତିଷ୍ଠା କରିବାପାଇଁ ଉଦ୍ୟମ କରୁଛନ୍ତି । ଏବେ ଆମେରିକୀୟମାନେ ପୃଥ‌ିବୀର ପ୍ରତ୍ୟେକ କ୍ଷେତ୍ରରେ ନେତୃତ୍ୱ ନେବାରେ ଲାଗିଛନ୍ତି । କ୍ତ ପ୍ରସଙ୍ଗଟି ବାସ୍ତବିକ ବେଶ୍ ଶିକ୍ଷାପ୍ରଦ ହୋଇପାରିଛି ।

Question ୫।
ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(କ) ଲେଖକଙ୍କ ମତରେ ଆମେ ଦେଶ ଓ ଜାତି ପାଇଁ କ’ଣ କରିବା ଉଚିତ ?
Answer:
ଆମ ଦେଶର ଶିକ୍ଷିତ ବଡ଼ଲୋକ ଶାରୀରିକ ପରିଶ୍ରମର ମର୍ଯ୍ୟାଦା ନ ବୁଝିଲା ପର୍ଯ୍ୟନ୍ତ, କେବଳ ଅଧାପେଟିଆ ଦୁର୍ବଳ ମୂଲିଆଙ୍କ ହାତରେ ଦେଶ ଉଠିପାରିବ ନାହିଁ । ଶ୍ରମକୁ ମର୍ଯ୍ୟାଦା ଦେବା ଯେଉଁ ଜାତି ନ ଶିଖିଛି, ସେ ଜାତିର ଉନ୍ନତି ସମ୍ଭବ ନୁହେଁ । ଆମେରିକାର ଲୋକମାନେ ଶ୍ରମର ମୂଲ୍ୟ ବୁଝିଥିବାରୁ ସେ ଦେଶ ଆଜି ଏତେ ଉନ୍ନତ । ତେଣୁ ଆମ ସମସ୍ତଙ୍କୁ ଶ୍ରମକୁ ମର୍ଯ୍ୟାଦା ଦେବା ଶିକ୍ଷା କରିବାକୁ ହେବ । ଏହା ବ୍ୟତୀତ ଆମେ ପ୍ରତ୍ୟେକଙ୍କ ଦୋଷକୁ ଛାଡ଼ି ଗୁଣ ଦେଖିବା ଉଚିତ । ଆମେ ପରିଶ୍ରମକୁ ସମ୍ମାନ ଦେବା ଉଚିତ ଏବଂ ପରିଶ୍ରମ କରୁଥିବା ବ୍ୟକ୍ତିକୁ ପ୍ରଶଂସା କରିବା ଉଚିତ । ଲେଖକଙ୍କ ମତରେ ବେଳ ଆସିଛି, ମାଛି ନ ହୋଇ ମହୁମାଛି ହେବା, ଘାଆରେ ନ ବସି ଫୁଲରେ ବସିବା ଦେଶ ଓ ଜାତିର ମୁକ୍ତିପଥ ଖୋଜିବା ।

(ଖ) ଆମେରିକା ଲୋକେ କ’ଣ ପାଇଁ ଅଧିକ ବ୍ୟସ୍ତ ?
Answer:
ଆମେରିକା ଲୋକେ ଅନେକ ଦିନ ପର୍ଯ୍ୟନ୍ତ ଏକୁଟିଆ ହୋଇ ଚଳୁଥିଲେ । ପୃଥ‌ିବୀ ରାଜନୀତି ସହିତ ସେମାନଙ୍କର କୌଣସି ବିଶେଷ ସମ୍ପର୍କ ନଥିଲା । ଗତ ବିଶ୍ଵଯୁଦ୍ଧରୁ ସେମାନେ ପୃଥ‌ିବୀ କ୍ଷେତ୍ରରେ ଆଗୁଆ ହେବାରେ ଲାଗିପଡ଼ିଛନ୍ତି । ଏବେ ବିଶ୍ଵମୈତ୍ରୀ ଓ ବିଶ୍ଵଶାସନ ପାଇଁ ସେମାନେ ବଡ଼ ଉତ୍କଣ୍ଠିତ । ଆମେରିକାର ଯେକୌଣସି ସହରରେ କୌଣସି ନା କୌଣସି ଆନ୍ତର୍ଜାତିକ ଅନୁଷ୍ଠାନ ଦେଖିବାକୁ ମିଳିଥାଏ। କାରଣ ଆନ୍ତର୍ଜାତିକ ଭାବ-ବିନିମୟ ପାଇଁ ଆମେରିକୀୟମାନେ ବଡ଼ ବ୍ୟାକୁଳ ।

(ଗ) ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନ ଶିକ୍ଷକଙ୍କ କେଉଁ କାର୍ଯ୍ୟ ଦେଖି ଲେଖକ ଆଶ୍ଚର୍ଯ୍ୟ ହେଲେ ?
Answer:
ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନ ଶିକ୍ଷକ ଜଣକ ଛଅସ୍ତରି ବର୍ଷର ବୁଢ଼ା । ତାଙ୍କ ମୁହଁର ଚମ ଓହଳି ପଡ଼ିଲାଣି । ସେ ଦୁଇବର୍ଷ କାଳ କେବଳ ଶନିବାର ରବିବାର ଛୁଟିରେ ଲାଗି ଲାଗି ନିଜ ହାତରେ ଗୋଟିଏ ଘର ତିଆରି କରିଛନ୍ତି । ଛୋଟ ଟ୍ରାକ୍ଟର ଓ ବୁଲ୍‌ଡୋଜର୍ ସାହାଯ୍ୟରେ ବଡ଼ ବଡ଼ ପଥର ଗଡ଼ାଇ ସେ କେମିତି କାମ କରିଛନ୍ତି କହିଲାବେଳେ ତାଙ୍କ ଆଖିରେ ଯୁବସୁଲଭ ଜ୍ୟୋତି ଫୁଟି ଉଠୁଥିଲା । ମାତ୍ର ଆମ ଦେଶର ଜଣେ ଯୁବକ ପକ୍ଷେ ପଟା ଖଣ୍ଡେ କେମିତି ଯୋଡ଼ିବ, ପଥର ଖଣ୍ଡେ କେମିତି ଉଠାଇବ ଭାବିବାକୁ ବୁଦ୍ଧି ପାଏନା । ଆମ ଦେଶର ଯୁବକ ବ୍ୟକ୍ତି ପକ୍ଷରେ ଯାହା କରିବା ସମ୍ଭବ ନୁହେଁ, ଛଅସ୍ତରି ବର୍ଷର ବୁଢ଼ା ଜଣେ ତାହା କରିପାରୁଥିବା ଦେଖି ଲେଖକ ଆଶ୍ଚର୍ଯ୍ୟ ହୋଇଥିଲେ ।

(ଘ) ମର୍ମାନ୍‌ଙ୍କ ବନ୍ଧୁ କାହିଁକି ଲେଖକଙ୍କୁ କ୍ଷମା ମାଗିଲେ ?
Answer:
ଦିନେ ପ୍ରଫେସର ମର୍ଗାନ୍ ଲେଖକଙ୍କୁ ତାଙ୍କର ଜଣେ ବନ୍ଧୁଙ୍କ ଘରକୁ ନେଇଗଲେ । ସେ ବନ୍ଧୁ ଜଣକ କଲଗେଟ୍ ବିଶ୍ବବିଦ୍ୟାଳୟର ଜଣେ ଇଂରେଜୀ ପ୍ରଫେସର । ଗୋଟିଏ ଅଧାତିଆରି ଘର ପାଖରେ ମଟରଗାଡ଼ି ଛିଡ଼ା ହେଲା । ଲେଖକ ଗାଡ଼ିରୁ ଓହ୍ଲାଇ ଦେଖ‌ିଲେ କେତେଜଣ ଲୋକ ରବର ବୁଟ୍ ପିନ୍ଧି, ଛିଣ୍ଡାକୋତରା କାମିଜ ପିନ୍ଧି ମାଟି ଚକଟୁଛନ୍ତି । ସେମାନଙ୍କ ଭିତରୁ ଜଣେ ମର୍ଗାଙ୍କୁ ସମ୍ଭାଷଣ ଜଣାଇଲେ । ଲେଖକ ଭାବିଲେ ସାଇପଡ଼ିଶାର କେହି କୁଲି ହୋଇଥ‌ିବ ବୋଧେ । କିନ୍ତୁ ମର୍ଗାନ୍ ସେହି ବ୍ୟକ୍ତି ଜଣଙ୍କୁ କଲଗେଟ୍ ବିଶ୍ୱବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ବୋଲି ଲେଖକଙ୍କ ସହିତ ପରିଚୟ କରାଇଦେଲେ । ତାଙ୍କ ହାତଯାକ କାଦୁଅ ଲାଗିଥିବାରୁ ସେ କରମର୍ଦ୍ଦନ କରିପାରିବେ ନାହିଁ ବୋଲି କହି କ୍ଷମା ମାଗିଲେ ।

ଲେଖକ ପରିଚୟ:

ଅଧ୍ୟାପକ ଗୋଲୋକବିହାରୀ ଧଳ (୧୯୨୧-୧୯୭୪) ଢେଙ୍କାନାଳର ଗଞ୍ଜେଇଡ଼ିହ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଜଣେ ବିଶିଷ୍ଟ ଭାଷାତତ୍ତ୍ବବିତ୍ ଓ ଭ୍ରମଣ କାହାଣୀ ଲେଖକ ଭାବରେ ସେ ଓଡ଼ିଆ ସାହିତ୍ୟରେ ବେଶ୍ ସୁପରିଚିତ । ତାଙ୍କ ରଚିତ ପୁସ୍ତକଗୁଡ଼ିକ ମଧ୍ୟରେ ‘ଓଡ଼ିଆ କେବେ’ ‘ପେଟର ପବନ ପାଟିର କଥା’, ‘ଗଙ୍ଗାରୁ ଗୋଦାବରୀ’, ‘ଲଣ୍ଡନ ଚିଠି’, ‘ଅମର ମଣିଷ’, ‘ଅମରଯାତ୍ରୀ’, ‘ଆମେରିକା ଅନୁଭୂତି’, ‘ଧ୍ବନି ବିଜ୍ଞାନ’ (ହିନ୍ଦୀ) ଆଦି ପ୍ରଧାନ । ଇଂରାଜୀ ଓ ହିନ୍ଦୀ ଭାଷାରେ ଲିଖ୍ତ ଅନେକ ବହିର ସେ ଓଡ଼ିଆ ଅନୁବାଦ କରିଛନ୍ତି ।

ବିଷୟ ସୂଚନା:

ଲେଖକ ଉଚ୍ଚ ଶିକ୍ଷାପାଇଁ ଆମେରିକାରେ କିଛିଦିନ ରହିଥିଲେ । ସେହି ସମୟରେ ସେ ଯେଉଁ ଅନୁଭୂତି ଅର୍ଜନ କରିଥିଲେ, ତାହା ତାଙ୍କର ‘ଆମେରିକା ଅନୁଭୂତି’ ପୁସ୍ତକରେ ବର୍ଣ୍ଣନା କରିଛନ୍ତି । ପଠିତ ପାଠ୍ୟଶଟି ‘ଆମେରିକା ଅନୁଭୂତି’ ପୁସ୍ତକରୁ ନିଆଯାଇଛି । ଉକ୍ତ ପାଠ୍ୟଶରେ ଆମେରିକାବାସୀଙ୍କର ଶାରୀରିକ ପରିଶ୍ରମର ମୂଲ୍ୟ ସମ୍ବନ୍ଧୀୟ ଜ୍ଞାନ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ସେଠାକାର ଚାକିରିଆମାନେ କିପରି ଅବସର ସମୟରେ ଶାରୀରିକ ପରିଶ୍ରମ କରନ୍ତି, ତାହା ଏଥ‌ିରେ ସ୍ଥାନ ପାଇଛି । ସେମାନେ ଅନ୍ୟର ପ୍ରଶଂସା କରନ୍ତି । ସେମାନେ ଖୁବ୍ ପ୍ରଶଂସାମୁଖର ଜାତି । ଏହା ଏହି ବିଷୟରେ ବର୍ଣ୍ଣିତ ହୋଇଛି ।

ସାରକଥା:

ଲେଖକଙ୍କ ମତରେ, ଆମେରିକାର ସବୁଠୁଁ ଭଲ କୌଣସି ଆଶ୍ଚର୍ଯ୍ୟଜନକ ବସ୍ତୁ ନୁହେଁ, ବରଂ ଶାରୀରିକ ପରିଶ୍ରମର ମୂଲ୍ୟ । ପରିଶ୍ରମକୁ ସମ୍ମାନ ଦେଖାଇବା ପାଇଁ ସେ ଜାତି ଶିଖୁଛି । କାମ କରିବାକୁ କେହି ଲଜ୍ଜିତ ହୁଏନି । କଲଗେଟ୍ ବିଶ୍ଵବିଦ୍ୟାଳୟର ଇଂରାଜୀ ପ୍ରଫେସର ମଧ୍ୟ ମୂଲିଆଙ୍କ ସହିତ ମିଶି ମାଟି ଚକଟୁଥିବାର ଲେଖକ ଦେଖୁଥିଲେ । ହାତଯାକ କାଦୁଅ ହୋଇଥିବାରୁ ସେ ଲେଖକଙ୍କ ସହିତ କରମର୍ଦ୍ଦନ କରିପାରିବେ ନାହିଁ ବୋଲି କହି କ୍ଷମା ମାଗିଥିଲେ । ଗ୍ରୀଷ୍ମଛୁଟିରେ ଜଣେ ଶିକ୍ଷକ ନିଜେ ଦୋକାନରେ ପରିବା ବିକନ୍ତି ବା କ୍ଷେତରେ ଆଳୁ ଖୋଳନ୍ତି । ଅଥଚ ଆମ ଦେଶରେ ଥରେ ଯେ ଦି’ଅକ୍ଷର ପଢ଼ିଛି, ସେ ମାଟିକୁ ଭୁଲିଯାଏ । ଶିକ୍ଷିତ ବଡ଼ଲୋକ ଶାରୀରିକ ପରିଶ୍ରମର ମର୍ଯ୍ୟାଦା ନ ବୁଝିଲା ପର୍ଯ୍ୟନ୍ତ କେବଳ ଅଧାପେଟିଆ ଦୁର୍ବଳ ମୂଲିଆ ହାତରେ ଦେଶ ଉଠିପାରିବ ନାହିଁ ।

ଜଶେ ଅବସରପ୍ରାପ୍ତ ପଦାର୍ଥ ବିଜ୍ଞାନ ଶିକ୍ଷକ ଦୁଇବର୍ଷକାଳ କେବଳ ଶନିବାର ଛୁଟିରେ ଲାଗି ନିଜ ହାତରେ ଗୋଟିଏ ଘର ତିଆରି କରିଛନ୍ତି । ଛ’ସ୍ତରି ବର୍ଷର ବୁଢ଼ା ଛୋଟ ଟ୍ରାକ୍ଟର ଓ ବୁଲ୍‌ଡୋଜର୍ ସାହାଯ୍ୟରେ ବଡ ବଡ଼ ପଥର ଗଡ଼ାଇ କେମିତି ସେ କାମ କରିଛନ୍ତି ତାହା କହିଲାବେଳେ ତାଙ୍କ ଆଖିରେ ଯୁବସୁଲଭ ଜ୍ୟୋତି ଫୁଟିଉଠିଥିଲା । ଆମ ଦେଶର କୌଣସି ଶିକ୍ଷିତ ଯୁବକ ପକ୍ଷେ ଏସବୁ କାର୍ଯ୍ୟ କରିବା ଅସମ୍ଭବ ।

ଆମ ଦେଶରେ ଥରେ ବଡ଼ଦିନ ଛୁଟିରେ ଜଣେ ଅଧ୍ୟାପକ ଓ ତାଙ୍କ ସ୍ତ୍ରୀ ଘରକୁ ଚାଲିଯାଇ ଥାଆନ୍ତି । ତାଙ୍କ ଭଣଜା ଜଣେ ବି.ଏ. ଅନର୍ସ ଛାତ୍ର ତାଙ୍କ ଘରେ ଥା’ନ୍ତି। ତାଙ୍କୁ ତାଙ୍କ ଖାଇବା ବିଷୟରେ ଲେଖକ ପଚାରିବାରୁ ତାଙ୍କ ମୁହଁରେ ନୈରାଶ୍ୟର ଛାୟା ଖେଳିଗଲା । ସେ ଏତେ ପାଠ ପଢ଼ି ମଧ୍ଯ ନିଜ ହାତରେ ନିଜ କାମ କରିବା ଶିଖୁନାହାନ୍ତି । ଏପରି ଲୋକ ନିଜକୁ ଭଲ ବୋଲି ଡିଣ୍ଡିମ ପିଟିବାରେ କିଛି ଲାଭ ନାହିଁ ।

ମିଷ୍ଟର ବେକର୍ ଆମେରିକାର ଜଣେ ଅବସରପ୍ରାପ୍ତ ଇଞ୍ଜିନିୟର । ବୁଢ଼ା ବୟସରେ ସେ କୋଡ଼ି ଶାବଳ ଧରି କାମ କରନ୍ତି । ସେ କାମ କରନ୍ତି ଜୀବନ ଉପଭୋଗ କରିବା ପାଇଁ । କାମ ବିନା ଆମେରିକାନ୍ ଜୀବନରେ ସୁଖ କଳ୍ପନା ଅସମ୍ଭବ । ସେଠାରେ ପୁଅଝିଅମାନେ ମଧ୍ୟ ପରିଶ୍ରମ କରନ୍ତି । ଥରେ ଡେଭିଡ୍‌ର ପରିବାର ସହ ଲେଖକ ସହର ଅଭିମୁଖେ ଯାଉଥ‌ିବାବେଳେ ପ୍ରବଳ ବର୍ଷା ହେଲା । ହଠାତ୍‌ ମଟରର ପଛ ଚକାଟା ଫାଟିଗଲା । ବର୍ଷାରେ ଭିଜି ପନ୍ଦର ବର୍ଷର ପୁଅ ଡେଭିଡ୍ ରାସ୍ତା ଉପରେ ପାଣିରେ ଶୋଇ ଅଧଘଣ୍ଟାରେ ନୂଆ ଚକଟାଏ ମଟରରେ ଲଗାଇଥିଲା ।

ଆମେରିକାର ଲୋକେ ଅନେକ ଦିନଯାଏ ଏକୁଟିଆ ହୋଇ ଚଳୁଥିଲେ । ପୃଥ‌ିବୀ ରାଜନୀତି ସହିତ ସେମାନଙ୍କର ବିଶେଷ ସମ୍ପର୍କ ନଥିଲା । ଗତ ବିଶ୍ଵଯୁଦ୍ଧରୁ ସେମାନେ ପୃଥ‌ିବୀ କ୍ଷେତ୍ରରେ ଆଗୁଆ ହେବାରେ ଲାଗିଛନ୍ତି । ବିଶ୍ଵ ଶାସନ ଓ ବିଶ୍ବମୈତ୍ରୀ ପାଇଁ ସେମାନେ ବର୍ତ୍ତମାନ ବଡ଼ ଉତ୍କଣ୍ଠିତ । ଆନ୍ତର୍ଜାତିକ ଭାବ ବିନିମୟ ଲାଗି ଆମେରିକୀୟମାନେ ଖୁବ୍ ବ୍ୟାକୁଳ ।

ଆମେରିକାର ଲୋକେ ଅନ୍ୟକୁ ପ୍ରଶଂସା କରନ୍ତି । ଯିଏ ଯାହା କରୁ ପଛେ ଲୋକେ ତା’ର ପ୍ରଶଂସା କରନ୍ତି । ଆମପରି ସେଠାରେ ଖୁବ୍ କମ୍ ଲୋକ ‘କାମଗୁଡ଼ା ବେକାର କାହିଁକି କରୁଛି ?’’ ବୋଲି କହନ୍ତି । ଭାରତୀୟମାନଙ୍କୁ ଆଦର ଅଭ୍ୟର୍ଥନାରେ ସେମାନେ ପେଟ ପୂରାଇଦିଅନ୍ତ୍ରା ବେଳ ଆସିଛି, ମାଛି ନହୋଇ ମହୁମାଛି ହେବା, ଘାଆରେ ନ ବସି ଫୁଲରେ ବସିବା । ଦେଶ ଓ ଜାତିର ମୁକ୍ତିପଥ ଖୋଜିବା ।

କଠିନ ଶବ୍ଦାର୍ଥ:

  • ବରାବର – ସବୁବେଳେ ।
  • କରମର୍ଦ୍ଦନ – ହାତ ମିଳାଇବା ।
  • ଯୁବସୁଲଭ – ଯୁବକ ପରି ।
  • ନୈରାଶ୍ୟ – ଆଶାଶୂନ୍ୟ ।
  • କଣ୍ଟାବାଡ଼ରେ ଲୁଗା ପକାଇବା – ଅକାରଣରେ କଳି କରିବା ।
  • ପର ଉପରକୁ କାଦୁଅ ଫିଙ୍ଗିବା – ପର ନିନ୍ଦା କରିବା ।
  • ବ୍ୟତିରେକେ – ବିନା ।
  • ଲୁକ୍କାୟିତ – ଲୁଚିକରି ।
  • ଇତସ୍ତତଃ – ଏଣେତେଣେ ।
  • କୃତକୃତ୍ୟ – ଧନ୍ୟ ।
  • ବିଶ୍ଵମୈତ୍ରୀ – ସମଗ୍ର ପୃଥ‌ିବୀବାସୀଙ୍କୁ ନିଜର ବନ୍ଧୁ ବୋଲି ଭାବିବା ।

Leave a Comment