BSE Odisha 6th Class Odia Solutions Chapter 9 ସଡ଼କ ସୁରକ୍ଷା ଜୀବନ ରକ୍ଷା

Odisha State Board BSE Odisha 6th Class Odia Solutions Chapter 9 ସଡ଼କ ସୁରକ୍ଷା ଜୀବନ ରକ୍ଷା Textbook Exercise Questions and Answers.

BSE Odisha Class 6 Odia Solutions Chapter 9 ସଡ଼କ ସୁରକ୍ଷା ଜୀବନ ରକ୍ଷା

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଉତ୍ତର କୁହ ।
(କ) କ’ଣ କଲେ ଆମେ ସଡ଼କ ଦୁର୍ଘଟଣାକୁ ଏଡ଼ାଇପାରିବା ?
Answer:
ଆମ୍ଭେମାନେ ରାସ୍ତାର ନିୟମ ମାନି ଗାଡ଼ି ଚଳାଇଲେ ସଡ଼କ ଦୁର୍ଘଟଣାକୁ ଏଡ଼ାଇପାରିବା ।

(ଖ) ଇଞ୍ଜିନ୍‌ଚାଳିତ ଗାଡ଼ି ଚଲାଇବାପାଇଁ ଚାଳକର ସର୍ବନିମ୍ନ ବୟସସୀମା କେତେ ?
Answer:
ଇଞ୍ଜିନ୍‌ଚାଳିତ ଗାଡ଼ି ଚଳାଇବାପାଇଁ ଚାଳକର ସର୍ବନିମ୍ନ ବୟସ ୧୮ ବର୍ଷ ହେବା ବିଧେୟ ।

(ଗ) ନାଗରିକର କର୍ତ୍ତବ୍ୟ ମଧ୍ୟରୁ କେଉଁ ନିୟମ ଜାଣିବା ତା’ ପାଇଁ ଗୁରୁତ୍ବପୂର୍ଣ ?
Answer:
ନାଗରିକର କର୍ତ୍ତବ୍ୟ ମଧ୍ୟରୁ ରାସ୍ତାର ସମସ୍ତ ନିୟମ ମାନି ଗାଡ଼ି ଚଳାଇବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

(ଘ) ପାଦରେ ଚାଲି ଗଲାବେଳେ ରାସ୍ତାରେ କେଉଁ ପାଖେ ଚାଲିବ ?
Answer:
ପାଦରେ ଚାଲି ଚାଲି ଗଲାବେଳେ ନିଜର ଡାହାଣ ପାଖରେ ଚାଲିବ ।

(ଙ) ଦ୍ରୁତଗାମୀ ଗାଡ଼ିର ଚାଳକକୁ ମୋବାଇଲ ବ୍ୟବହାର କାହିଁକି ମନା ?
Answer:
ଦ୍ରୁତଗାମୀ ଗାଡ଼ି ଚଳାଇବାବେଳେ ମୋବାଇଲ ବ୍ୟବହାର କଲେ ଅନ୍ୟମନସ୍କ ହେବାକୁ ପଡ଼େ ଓ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେଣୁ ଦ୍ରୁତଗାମୀ ଗାଡ଼ିଚାଳକକୁ ମୋବାଇଲ ବ୍ୟବହାର କରିବା ମନା ।

BSE Odisha 6th Class Odia Solutions Chapter 9 ସଡ଼କ ସୁରକ୍ଷା ଜୀବନ ରକ୍ଷା

Question ୨।
ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ରାସ୍ତା ଦୁର୍ଘଟଣାଦ୍ଵାରା କି କ୍ଷତି ହୁଏ ?
Answer:
ରାସ୍ତାରେ ଗାଡ଼ି ଚଳାଇବାବେଳେ ଅନ୍ୟମନସ୍କ ଓ ଅସାବଧାନତା ଯୋଗୁଁ ଦୁର୍ଘଟଣା ଘଟିଥାଏ । କେତେକ କ୍ଷେତ୍ରରେ ଜୀବନ ଚାଲିଯାଏ ଓ ଅନ୍ୟ କେତେକ କ୍ଷେତ୍ରରେ ଗୋଡ଼ହାତ ଭାଙ୍ଗି ମନୁଷ୍ୟ ପଙ୍ଗୁ ପାଲଟିଯାଏ । ବହୁ ଧନ ମଧ୍ୟ ବ୍ୟୟ ହୋଇଥାଏ।

(ଖ) ପାଦଚଲା ରାସ୍ତାରେ କେଉଁପଟେ କାହିଁକି ଯିବା ?
Answer:
ପାଦରେ ଚାଲି ଚାଲି ଗଲାବେଳେ ଗାଁ କି ସହରରେ ନିଜର ଡାହାଣ ପଟେ ଯିବା ସାମ୍‌ନା ପଟୁ ଆସୁଥିବା ଗାଡ଼ିମଟରକୁ ଦୂରରୁ ଦେଖିହେବ ଓ ଦ୍ରୁତଗାମୀ ଗାଡ଼ିକୁ ବାଟ ଛାଡ଼ି ନିରାପଦରେ ଆଗକୁ ଯାଇହେବ । ଏଥପ୍ରତି ଅସାବଧାନ ହେଲେ ଦୁର୍ଘଟଣାରେ ସାମ୍‌ନା ହେବାକୁ ପଡ଼ିବ ।

(ଗ) ଛକମାନଙ୍କରେ ପାର ହେବାକୁ କ’ଣ କରିବାକୁ ହେବ ?
Answer:
ଛକ ଜାଗାମାନଙ୍କରେ ରାସ୍ତା ବଦଳାଇବା ବା ପାର ହେବାକୁ ଥିଲେ ସେଠାରେ ଥ‌ିବା ଧଳାଦାଗ ଭଳି ଚିହ୍ନିତ ସ୍ଥାନକୁ ବ୍ୟବହାର କରିବା ଦରକାର । ଏପରି ସାବଧାନତା ଅବଲମ୍ବନ କଲେ ଦୁର୍ଘଟଣାକୁ ଏଡ଼ାଇ ଦେଇ ପାରିବା ।

(ଘ) ସାଇକେଲ ଚଳାଇବାବେଳେ କି ପ୍ରକାର ସାବଧାନତା ଅବଲମ୍ବନ କରିବା ଉଚିତ ?
Answer:
ରାସ୍ତାରେ ସାଇକେଲ୍ ଚଳାଇବାବେଳେ ରାସ୍ତା ଓ ଏହାର ପାର୍ଶ୍ଵରେ ଥ‌ିବା ଚିହ୍ନ ପ୍ରତି ଧ୍ୟାନ ଦେଇ ଆଗକୁ ଯିବା ଉଚିତ । ରାସ୍ତା ଉପରେ ଉଦ୍ଦିଷ୍ଟ ସ୍ଥାନରେ ଦିଆଯାଇଥ‌ିବା ସଂକେତ ପ୍ରତି ସତର୍କ ରହିବାକୁ ହେବ । ନାଲି ଆଲୁଅ ଜଳୁଥିଲେ ଅଟକିବା ଓ ସବୁଜ ଆଲୁଅ ଜଳିବାବେଳେ ଆଗକୁ ଯିବା ଦରକାର ।

(ଙ‍) ଦୁଇଚକିଆ ଯାନର ପଛରେ ବସିଲେ କି ପ୍ରକାର ସତର୍କ ହେବାକୁ ପଡ଼ିବ ?
Answer:
ଜଣକ ମଟର ସାଇକେଲ ପଛରେ ବସି ଗଲାବେଳେ ମଧ୍ୟ ସତର୍କ ହୋଇ ଯିବାକୁ ପଡ଼ିଥାଏ । ପଛରେ ବସି ଗପକରିବା, ଚାଳକକୁ ଅନ୍ୟମନସ୍କ କରିବା, ହାତଗୋଡ଼ ହଲାଇ ଭାରସାମ୍ୟ ନଷ୍ଟ କରିବା ଅନୁଚିତ । କାରଣ ଏପରି କଲେ ଦୁର୍ଘଟଣା ବା ବିପଦର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

Question ୩।
ପୂର୍ବାପର ସମ୍ପର୍କ ସହ ସରଳଭାଷାରେ ବୁଝାଇ ଲେଖ ।
(କ) ଏହାଦ୍ଵାରା ନିଜର ଓ ଦେଶର ଧନଜୀବନ ସୁରକ୍ଷିତ ହୋଇପାରିବ ।
Answer:
ଏହାଦ୍ଵାରା ନିଜର …………………………. ହୋଇପାରିବ ।
‘‘ଉଲ୍ଲିଖିତ ପଂକ୍ତିଟି ଆମ ପଠିତ ସାହିତ୍ୟ ବହିର ‘ସଡ଼କ ସୁରକ୍ଷା ଜୀବନ ରକ୍ଷା’’ ପ୍ରବନ୍ଧରୁ ଉଦ୍ଧୃତ । ଏଠାରେ ଲେଖକ ଜୀବନ ଓ ଧନର ସୁରକ୍ଷା ବିଷୟରେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ଏବେ ଗାଁଠାରୁ ସହରଯାଏ ସବୁଆଡ଼େ ଗାଡ଼ିମଟର ବ୍ୟବହାର ବହୁ ପରିମାଣରେ ବଢ଼ିଯାଇଛି । ଗାଡ଼ିଚାଳକମାନଙ୍କ ଅନ୍ୟମନସ୍କତା ଓ ଅସାବଧାନତା ହେତୁ ପ୍ରତିଦିନ ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଛି । ଫଳସ୍ବରୂପ ନିଜର, ପରିବାରର ତଥା ଦେଶର ଅକଳନ କ୍ଷତି ଘଟୁଛି । ତେଣୁ ରାସ୍ତାରେ ଚାଲି ଚାଲି ଗଲାବେଳେ କିମ୍ବା ଗାଡ଼ିମଟରରେ ଯିବାବେଳେ ଆମକୁ ସତର୍କତା ଅବଲମ୍ବନ କରିବାକୁ ହେବ ।

ଗାଡ଼ି ଚଲାଇବା ସମୟରେ ରାସ୍ତା ଓ ଏହାର ପାର୍ଶ୍ଵରେ ଥ‌ିବା ବିଭିନ୍ନ ସଂକେତ ପ୍ରତି ସତର୍କ ରହିବା ଆବଶ୍ୟକ । ବିଶେଷତଃ ଛକଜାଗାମାନଙ୍କର ଟ୍ରାଫିକ୍ ସଙ୍କେତମାନି ଗାଡ଼ଇ ଚଳାଇବା ଉଚିତ । ଆମେ ରାସ୍ତାରେ ଯିବା ଆସିବା କଲାବେଳେ ଯଦି ସତର୍କରହିବା ଓ ରାସ୍ତାର ନିୟମ ମାନିବା, ତେବେ ଦୁର୍ଘଟଣାକୁ ଏଡ଼ାଇ ପାରିବା । ଏହାଦ୍ଵାରା ନିଜର ତଥା ଦେଶର ଧନଜୀବନ ସୁରକ୍ଷିତ ହୋଇପାରିବ ।

(ଖ) ଆମେ ସମସ୍ତେ ସଚେତନ ଓ ସତର୍କ ହେଲେ, ଆମର ଓ ଆମ ଦେଶର ମଙ୍ଗଳ ସାଧୂ ହେବ।
Answer:
ଆମେ ସମସ୍ତେ ……………………………………….. ସାଧୁ ହେବ ।
ଉଲ୍ଲିଖିତ ପଂକ୍ତିଟି ଆମ ପଠିତ ସାହିତ୍ୟ ବହିର ‘ସଡ଼କ ସୁରକ୍ଷା ଜୀବନ ରକ୍ଷା’’ ପ୍ରବନ୍ଧରୁ ଆନୀତ । ଏଠାରେ ପ୍ରାବନ୍ଧିକ ଦେଶର ମଙ୍ଗଳ ସାଧନ ନିମନ୍ତେ ସଚେତନ ଓ ସତର୍କତା ବିଷୟରେ ଦୃଷ୍ଟିପାତ କରିଛନ୍ତି । ଆମ୍ଭମାନେ ରାସ୍ତାରେ ଯିବାଆସିବା କରିବା ସମୟରେ ସଚେତନତା ଓ ସତର୍କତା ଅବଲମ୍ବନ କରିବା ଉଚିତ । ଏହାଦ୍ଵାରା ଆମ୍ଭେମାନେ ଦୁର୍ଘଟଣା ବା ବିପଦକୁ ଏଡ଼ାଇଯାଇ ପାରିବା । ଏଥ‌ିପାଇଁ ଆମ ଦେଶରେ ସୁନ୍ଦର ନିୟମମାନ ପ୍ରଣୟନ କରାଯାଇଛି । ରାସ୍ତା ଉପରେ ଓ ପାର୍ଶ୍ଵରେ ଅନେକ ସଙ୍କେତର ବ୍ୟବସ୍ଥା କରାଯାଇଛି । ଆମ୍ଭେମାନେ ନିରାପଦ ରହିବା ଦେଶର ଆପଦ ଦୂରେଇ ଯିବ। ସେସବୁର ଧାରଣା ରଖିବା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ । ଦେଶର ମଙ୍ଗଳ ସାଧନ ନିମିତ୍ତ ପ୍ରତ୍ୟେକ ନାଗରିକ ସତର୍କ ଓ ସଚେତନ ରହିବା ଆବଶ୍ୟକ । ଆମ୍ଭେମାନେ ସୁସ୍ଥ ଜୀବନଯାପନ କଲେ ଦେଶକୁ ସୁସ୍ଥ ରଖିପାରିବା ଓ ଦେଶର ମଙ୍ଗଳ ସାଧୁ ହେବ ।

BSE Odisha 6th Class Odia Solutions Chapter 9 ସଡ଼କ ସୁରକ୍ଷା ଜୀବନ ରକ୍ଷା

Question ୪।
ତଳେ ଦିଆଯାଇଥ‌ିବା ଶବ୍ଦଗୁଡ଼ିକୁ ନେଇ ବାକ୍ୟ ଗଠନ କର । (ପ୍ରଶ୍ନ ସହ ଉତ୍ତର)
Answer:
ସଚେତନ – ପ୍ରତେକ୍ୟ ନାଗରିକ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ଉଚିତ ।
ଦୁର୍ଘଟଣା – ରାସ୍ତାରେ ଗଲାବେଳେ ସତର୍କତା ଅବଲମ୍ବନ କଲେ ଓ ରାସ୍ତାର ନିୟମ ମାନିଲେ ଦୁର୍ଘଟଣା କୁ ଏଡ଼ାଇ ଯାଇ ପାରିବା ।
ଦ୍ରୁତଗାମୀ – ଦ୍ରୁତଗାମୀ ଗାଡ଼ିଚାଳକ ଟିକିଏ ଅସତର୍କ ହେଲେ ଦୁର୍ଘଟଣାର ସମ୍ମୁଖୀନ ହୋଇଥାଏ ।
ଅନ୍ୟମନସ୍କ – ଶ୍ରେଣୀରେ ଅନ୍ୟମନସ୍କ ରହୁଥ‌ିବା ଛାତ୍ର ପାଠ ବୁଝି ପାରେ ନାହିଁ ।
ଗପସପ – ରାସ୍ତ୍ରୀରେ ଗାନଇ ଗଲାବେଳେ ପଛରେ ବସିଥିବା ଲୋକ ସହିତ ଗପସପ କରି ଯିବାଦ୍ଵାରା ଦୁର୍ଘଟଣା ଘଟିପାରେ ।

Question ୫।
ତଳ ଶବ୍ଦଗୁଡ଼ିକର ବିପରୀତ ଅର୍ଥ ବୁଝାଉଥ‌ିବା ଶବ୍ଦ ଲେଖ । (ପ୍ରଶ୍ନ ସହ ଉତ୍ତର)
Answer:
ସାମାନ୍ୟ – ଅସାମାନ୍ୟ
ହାନି – ଲାଭ
ନିୟମ – ବେନିୟମ
ବିପଦ – ସମ୍ପଦ
କର୍ତ୍ତବ୍ୟ – ଅକର୍ତ୍ତବ୍ୟ

Question ୬।
ପାଠରୁ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ଆଜିର ପିଲା ଆସନ୍ତା କାଲିର ______________ ।
Answer:
ନାଗରିକ

(ଖ) ବଡ଼ ବଡ଼ ସହରରେ ପାଦରେ ଚାଲିବାକୁ ______________ ବ୍ୟବସ୍ଥା ଥାଏ ।
Answer:
ସ୍ବତନ୍ତ୍ର ପାଦଚଲା ରାସ୍ତାର

(ଗ) ସାଇକେଲ ସିଟ୍ ଉପରେ ବସିଲେ ______________ ରାସ୍ତାକୁ ଛୁଇଁ ପାରୁଥ‌ିବ।
ଦୁଇଗୋଡ଼ ଆଙ୍ଗୁଳି

(ଘ) ______________ ଆଲୁଅ ଜଳିଲେ ଆଗକୁ ଯିବାପାଇଁ ସୂଚନା ମିଳେ ।
Answer:
ସବୁଜ

(ଙ) ମଟରସାଇକେଲ ଇତ୍ୟାଦି ଦୁଇଚକିଆ ଯାନରେ ______________ ରୁ ଅଧିକ ସଂଖ୍ୟକ ଲୋକ ଯାତାୟାତ କରିବା ଉଚିତ ନୁହେଁ ।
Answer:
ଦୁଇ

ତୁମ ପାଇଁ କାମ:

୧। ବହିରେ ଦିଆଯାଇଥବା ଟ୍ରାଫିକ୍ ସଙ୍କେତ ବ୍ୟତୀତ ଅନ୍ୟ ସଙ୍କେତଗୁଡ଼ିକୁ ଅନ୍ୟମାନଙ୍କୁ ପଚାରି ବୁଝ ଓ ଅଙ୍କନ କର । ସେଗୁଡ଼ିକର ବ୍ୟବହାର ସମ୍ପର୍କରେ ଲେଖ ।

ପରାକ୍ଷା ଉପଯୋଗୀ ଅଭ୍ୟାସ ପ୍ରଶ୍ନୋତ୍ତର

Question ୧।
ଯାନବାହନର ଆବଶ୍ୟକତା କ’ଣ ?
Answer:
କୌଣସି କାମରେ ଦୂରସ୍ଥାନକୁ ଆମ୍ଭେମାନେ ଚାଲିକରି ଗଲେ ବହୁତ ସମୟ ଲାଗିବ ଓ ଶରୀର ପୀଡ଼ା ମଧ୍ୟ ହେବ । କେବଳ ଯିବା ଆସିବାପାଇଁ ଅଧୂକ ସମୟ ନଷ୍ଟହେବ । ଫଳରେ କାମ କରିବା ପାଇଁ ସମୟ ନିଅଣ୍ଟ ହେବ । ଯାନଦ୍ୱାରା ଗଲେ ଆମେ ଠିକଣା ସ୍ଥାନରେ ଶୀଘ୍ର ପହଞ୍ଚି ପାରିବା ଓ ଠିକ୍ ସମୟରେ କାର୍ଯ୍ୟଯି ଶେଷ କରିପାରିବା । ତେଣୁ ଯାନବାହନର ଏକାନ୍ତ ଆବଶ୍ୟକତା ରହିଛି ।

Question ୨।
ସଡ଼କ ସୁରକ୍ଷାର କି ଆବଶ୍ୟକତା ରହିଛି ?
Answer:
ଆଜିକାଲି ଯାନବାହନର ବହୁଳ ବ୍ୟବହାର ହେତୁ ସାମାନ୍ୟ ଅସାବଧାନତା ହେତୁ ଦୁର୍ଘଟଣାମାନ ଘଟି ବହୁ ଧନଜୀବନ ହାନି ଘଟୁଛି । ଫଳରେ ବ୍ୟକ୍ତି, ପରିବାର ଓ ରାଷ୍ଟ୍ରର ଅକଳନ କ୍ଷତି ଘଟୁଛି । ତେଣୁ ଏସବୁ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ସଢ଼କ ସୁରକ୍ଷାର ଆବଶ୍ୟକତା ଅଛି । ଚାଲିଲାବେଳେ ଓ ଗାଢ଼ି ଚଳାଇବାବେଳେ ଆମେ ସତର୍କ ରହିଲେ ଓ ରାସ୍ତାର ନିୟମ ମାନିଲେ ଦୁର୍ଘଟଣାକୁ ଏଡ଼ାଇଦେଇ ପାରିବା ।

BSE Odisha 6th Class Odia Solutions Chapter 9 ସଡ଼କ ସୁରକ୍ଷା ଜୀବନ ରକ୍ଷା

Question ୩।
ଗମନାଗମନରେ ଜୀବନ ପ୍ରତି କି ବିପଦ ରହିଥାଏ ?
Answer:
ଗମନାଗମନ ସମୟରେ ଅସାବଧାନତା ହେତୁ ଦୁର୍ଘଟଣା ଘଟିବାର ସମ୍ଭାବନା ଥାଏ । ଦୁର୍ଘଟଣାରେ କୌଣସି ଅଙ୍ଗହାନି କିମ୍ବା ପ୍ରାଣହାନି ଘଟିବାର ସମ୍ଭାବନା ଥାଏ । ତେଣୁ ଗମନାଗମନ ସମୟରେ ସତର୍କ ରହିବା ଓ ରାସ୍ତାର ନିୟମ ମାନିବା ଉଚିତ।

Question ୪।
ଶୀଘ୍ର ଗାଡ଼ି ଚଳାଇବାଦ୍ଵାରା କ’ଣ ହୁଏ ?
Answer:
ଶୀଘ୍ର ଗାଡ଼ି ଚଳାଇବାଦ୍ଵାରା ସମୟ ସମୟରେ ଗାଡ଼ିଚାଳକ ଗାଡ଼ି ଉପରୁ ନିଜର ନିୟନ୍ତ୍ରଣ ହରାଇବସେ । ଫଳରେ ଅନ୍ୟ ପଦଚାରୀ, ଯାନବାହନ କିମ୍ବା ରାସ୍ତାକଡ଼ର ଖୁଣ୍ଟି ସହିତ ଧକ୍କା ହୋଇ ଦୁର୍ଘଟଣା ଘଟିଥାଏ । ଏହାଦ୍ଵାରା ଜୀବନ ହାନିଙ୍କ କିମ୍ବା ଅଙ୍ଗହାନି ଘଟିଥାଏ ।

ପୃଷ୍ଠଭୂମି:

କ୍ଷୁଦ୍ରତିକ୍ଷୁଦ୍ର କୀଟପତଙ୍ଗଠାରୁ ପ୍ରାରମ୍ଭକରି ଶ୍ରେଷ୍ଠଜୀବ ମନୁଷ୍ୟ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କର ଜୀବନ ବା ପ୍ରାଣ ରହିଛି । ତେଣୁ ପ୍ରତ୍ୟେକ ଗୋଟିଏ ଗୋଟିଏ ପ୍ରାଣୀ । ଆମ୍ଭମାନଙ୍କ ନିକଟର ନିଜର ପ୍ରାଣର ସୁରକ୍ଷା ସର୍ବାଦୌ ପ୍ରଥମ କର୍ତ୍ତବ୍ୟ । ଜୀବନକୁ ବଞ୍ଚାଇବା ରଖୁବାପାଇଁ ଆମେ ବିଭିନ୍ନ ପ୍ରକାର କାର୍ଯ୍ୟରେ ଲିପ୍ତରହୁ । କର୍ଭବ୍ୟ ନିମିତ୍ତ ଆମ୍ଭମାନଙ୍କୁ ସ୍ଥାନାନ୍ତର ହେବାକୁ ପଡ଼ିଥାଏ । ସ୍ଥାନାନ୍ତର ପ୍ରକ୍ରିୟା ବିଭିନ୍ନ ଉପାୟରେ ସମ୍ପାଦିତ ହୋଇଥାଏ । ପ୍ରାଣୀମାନଙ୍କର ଗମନାଗମନ ଏକାନ୍ତ ଅପରିହାର୍ଯ୍ୟ ।

ଗମନାଗମନ ସମୟରେ ଅନେକ ପ୍ରତିବନ୍ଧକ ବା ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଜଳପଥ,ସ୍ଥଳପଥ ଓ ଆକାଶପଥରେ ଗମନାଗମନ କାର୍ଯ୍ୟ କରାଯାଇଥାଏ । ଗମନାଗମନ ଓ ପରିବହନ ପାଇଁ ଜଳପଥରେ ଜାହାଜ, ଆକାଶପଥରେ ଉଡ଼ାଜାହାଜ ଓ ସ୍ଥଳପଥରେ ସାଇକେଲଠାରୁ ଆରମ୍ଭକରି ରେଳଗାଡ଼ି ପର୍ଯ୍ୟନ୍ତ ବ୍ୟବହାର କରାଯାଇଥାଏ । ପ୍ରତ୍ୟେକ ଗମନାଗମନ କାର୍ଯ୍ୟରେ ବିପଦ ରହିଛି । ବିପଦକୁ ଏଡ଼ାଇବା ନିମିତ୍ତ ବିହିତ ପ୍ରତିକାର ବା କରିବା ଏକାନ୍ତ ଆବଶ୍ୟକ । ତେଣୁ ସ୍ଥଳପଥରେ ସଡ଼କର ସୁରକ୍ଷା କରିପାରିଲେ ଜୀବନର ସୁରକ୍ଷା ହୋଇପାରିବ ।

ବିଷୟର ସାରକଥା:.

ଦିନ ରାତି ୨୪ ଘଣ୍ଟା ଅନବରତ ତଥା ଅବିଶ୍ରାନ୍ତ ଗତିରେ ଯାନବାହନଦ୍ୱାରା ଯିବାଆସିବା ଓ ଜିନିଷପତ୍ର ନେବାଆଣିବା କାର୍ଯ୍ୟ ଚାଲିଛି । ଗ୍ରାମଠାରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକ ରାସ୍ତାରେ ଗମନାଗମନ କାର୍ଯ୍ୟ ଲାଗିରହିଛି । କେତେବେଳେ ଆମ୍ଭେମାନେ ଚାଲିକରି ଯାଉ ତ ଆଉ କେତେବେଳେ ଯିବାଆସିବା ପାଇଁ ମୋଟରଗାଡ଼ି ବ୍ୟବହାର କରୁ । ପ୍ରତ୍ୟେକ କ୍ଷେତ୍ରରେ ଆମ୍ଭମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିକଟରେ ଥ‌ିବା ବିଦ୍ୟାଳୟକୁ ଚାଲିକରି ଯାଇଥା’ନ୍ତି । ଦୂରବର୍ତ୍ତୀ ବିଦ୍ୟାଳୟ ହୋଇଥିଲେ ମୋଟରରେ ଯିବା ଆସିବା କରିଥା’ନ୍ତି । ବର୍ତ୍ତମାନର ପ୍ରତ୍ୟେକ ଛାତ୍ରଛାତ୍ରୀ ଆମ ଦେଶର ଭବିଷ୍ୟତ । ସଡ଼କପଥରେ ଯିବା ସମୟରେ କେତେକ ନିୟମ ପାଳନ କରିବାକୁ ପଡ଼ିଥାଏ ।

ରାସ୍ତାର ଡାହାଣପାର୍ଶ୍ଵରେ ଯିବା ଆସିବା କରିବା ହେଉଛି ପ୍ରଥମ ମୌଳିକ ନିୟମ । ବାମ ଓ ଡାହାଣ ଉଭୟ ପଟୁ ଗାଡ଼ିମଟର ଦେଖୁ ରାସ୍ତା ଅତିକ୍ରମ କରିବା ଉଚିତ । ବଡ଼ ବଡ଼ ସହରମାନଙ୍କରେ ସ୍ବତନ୍ତ୍ର ପାଦଚଲା ରାସ୍ତା ରହିଥାଏ । ଛକ ଜାଗାମାନଙ୍କରେ ଟ୍ରାଫିକ୍ ପୋଲିସ୍‌ର ନିର୍ଦ୍ଦେଶ ମାନି ଗତି କରିବାକୁ ପଡ଼ିଥାଏ । ନିଜର ସ୍ଥାନକୁ ନିଜ ନିୟନ୍ତ୍ରଣରେ ରଖିବାର ଦକ୍ଷତା ନିହାତି ଆବଶ୍ୟକ । ସେ ସାଇକେଲ ହେଉ ବା ମଟରଗାଡ଼ି ହେଉ, ପ୍ରତ୍ୟେକର ନିୟନ୍ତ୍ରଣରେ ରଖୁବା ଦକ୍ଷତା ଆମର ଦରକାର । ଗାଡ଼ିଚାଳନା ସମୟରେ ରାସ୍ତାରେ ଥ‌ିବା ଚିହ୍ନ ପ୍ରତି ଦୃଷ୍ଟି ରଖିବା ବିଧେୟ । ଗାଡ଼ି ଚଳାଇବା ସମୟରେ ମୋବାଇଲ ବ୍ୟବହାର କରିବା ଅନୁଚିତ । କାରଣ ଏହା ଯୋଗୁଁ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

ଆଗ ଓ ପଛକୁ ଚାହିଁ ରାସ୍ତାରେ ଗାଡ଼ି ବୁଲାଇବା ଦରକାର । ଟ୍ରାଫିକ୍ ପୋଲିସ୍‌ର ସଙ୍କେତ ମାନି ଗାଡ଼ି ଚଳାଇଲେ ବିପଦର ସାମନା କରିବାକୁ ପଡ଼େ ନାହିଁ । ମଟରଗାଡ଼ିରେ ଦୁଇଜଣରୁ ଅଧ୍ଵ ଯିବା ଆସିବା ବିପଦଜନକ ଅଟେ । ଏଥପ୍ରତି ପ୍ରତ୍ୟେକ ସତର୍କ ରହିବା ଉଚିତ । ଗାଡ଼ିରେ ଅଧ‌ିକ ଜିନିଷ ବୋହିନେବା ମଧ୍ୟ ବିପଦଜନକ ଅଟେ । କାରଣ ଓଜନ ଯୋଗୁଁ ଗାଡ଼ିର ଭାରସାମ୍ୟ ଠିକ୍ ରହେନାହିଁ । ଗାଡ଼ିରେ ଦୁଇଜଣ ଯାଉଥିବାବେଳେ ଗପସପ କରି ଯିବା ଅନୁଚିତ । ଏହାଦ୍ଵାରା କଥାବାର୍ତ୍ତାରେ ଅନ୍ୟମନସ୍କ ହେବା ଯୋଗୁଁ ଦୁର୍ଘଟଣା ଘଟିବାର ବିଶେଷ ସମ୍ଭାବନା ଥାଏ। ରାସ୍ତାର ନିୟମକୁ ସଠିକ୍‌ଭାବେ ପାଳନ କରିପାରିଲେ ଆମେ ବିପଦରୁ ରକ୍ଷା ପାଇବା ଓ ଜୀବନର ସୁରକ୍ଷା ହୋଇପାରିବ ।

କଠିନ ଶବ୍ଦାର୍ଥ:

  • ଅବଲମ୍ବନ – ଅନୁସରଣ ।
  • ଆବଶ୍ୟକ – ଦରକାର ।
  • ହାନି – କ୍ଷତି ।
  • ଅକଳନ – ଯାହା କଳନା କରାଯାଇ ନପାରେ ।
  • ଏଡ଼ାଇଦେବା – ଦୂରେଇଦେବା ।
  • ସତର୍କତା – ସାବଧାନତା ।
  • ସମାନାପଟୁ – ଆଗଆଡୁ ।
  • ନିରାପଦ – ବିପଦଶୂନ୍ୟ ।
  • ଆଶଙ୍କା – ଭୟ ।
  • ପରିବର୍ତ୍ତନ – ବଦଳାଇବା ।
  • ସୂଚନା – ସଙ୍କେତ ।
  • ସର୍ବାଦୌ – ସର୍ବପ୍ରଥମେ ।
  • ଭାରସାମ୍ୟ – ନିୟନ୍ତ୍ରଣ ସନ୍ତୁଳନ ।
  • ଦ୍ରୁତଗାମ – ଅତି ବେଗରେ ଯାଉଥ‌ିବା ।
  • ପ୍ରତିବାଦ – ବିରୋଧ ।
  • ସଚେତନ – ଜାଗ୍ରତ, ଚେଇଁ ରହିବା ।
  • ଚାଳକ – ଯେ ଚଳାଏ ।
  • ସହଯାତ୍ରୀ – ସାଙ୍ଗରେ ଯାଉଥିବା ଲୋକ ।
  • ପ୍ରଭୂତ – ବହୁତ, ଅନେକ ।
  • ପାର୍ଶ୍ଵରେ – ପାଖରେ ।
  • ଅନ୍ୟମନସ୍କ – ମନରେ ଅନ୍ୟ ଚିନ୍ତାକରି ଲକ୍ଷ୍ୟପଥରେ ଯିବା ।
  • ଯାତାୟାତ – ଯିବାଆସିବା ।

Leave a Comment