Odisha State Board BSE Odisha 6th Class Science Important Questions Chapter 13 ଚୁମ୍ବକ Important Questions and Answers.
BSE Odisha Class 6 Science Important Questions Chapter 13 ଚୁମ୍ବକ
ସଂକ୍ଷିପ୍ତ ପ୍ରଶ୍ନୋତ୍ତର
Question 1.
ଆଲ୍କୋ ଚୁମ୍ବକ କହିଲେ କ’ଣ ବୁଝ ?
ଉ –
- ସବୁ କୃତ୍ରିମ ଚୁମ୍ବକ ଚୁମ୍ବକୀୟ ବସ୍ତୁରୁ ତିଆରି ହୁଏ ।
- ବେଳେବେଳେ ବସ୍ତୁରେ ଆଲୁମିନିୟମ୍ ଧାତୁ ମିଶାଇ ହାଲୁକା ଓ ଶକ୍ତ ଚୁମ୍ବକ ତିଆରି କରାଯାଏ । ଏହାକୁ ଆଲ୍ନିକୋ ଚୁମ୍ବକ କହନ୍ତି ।
Question 2.
ଏକ ଦଣ୍ଡ ଚୁମ୍ବକର ମେରୁକୁ ଚିହ୍ନିବା କିପରି ?
ଉ –
- ଏକ ଦଣ୍ଡ ଚୁମ୍ବକକୁ ସୂତା ସାହାଯ୍ୟରେ ଝୁଲାଇଲେ, ଯେଉଁ ନିର୍ଦ୍ଦିଷ୍ଟ ମେରୁଟି ଉତ୍ତର ଦିଗ ଆଡ଼କୁ ରହେ ତାହାକୁ ଉତ୍ତର ମେରୁ କହନ୍ତି ।
- ସେହିଭଳି ଯେଉଁ ନିର୍ଦ୍ଦିଷ୍ଟ ମେରୁଟି ଦକ୍ଷିଣ ଦିଗକୁ ରହେ ତାହାକୁ ଦକ୍ଷିଣ ମେରୁ କହନ୍ତି ।
Question 3.
ଚୁମ୍ବକର ସମମେରୁ ଓ ବିଷମ ମେରୁ ମଧ୍ୟରେ ପାର୍ଥକ୍ୟ ଲେଖ ।
ଉ –
- ଚୁମ୍ବକର ସମମେରୁ ପରସ୍ପରକୁ ବିକର୍ଷଣ କରେ ।
- ଚୁମ୍ବକର ବିଷମ ମେରୁ ପରସ୍ପରକୁ ଆକର୍ଷଣ କରେ ।
Question 4.
ଚୁମ୍ବକ ବ୍ୟବହୃତ ହେଉଥିବା 4ଟି ଯନ୍ତ୍ରର ନାମ ଲେଖ ।
ଉ –
ଚୁମ୍ବକ ବ୍ୟବହୃତ ହେଉଥିବା ଯନ୍ତ୍ରଗୁଡ଼ିକର ନାମ ହେଲା – କ୍ରେନ୍, ବିଦ୍ୟୁତ୍ମୋଟର୍, ଜେନେରେଟର୍, ଫ୍ରିଜ୍, ଟେଲିଭିଜନ ଇତ୍ୟାଦି ।
Question 5.
ଚୁମ୍ବକ କ’ଣ ? ଏହା କେତେ ପ୍ରକାରର ଓ କ’ଣ କ’ଣ ?
ଉ –
ଚୁମ୍ବକ ଦୁଇ ପ୍ରକାରର ଅଟେ; ଯଥା – ପ୍ରାକୃତିକ ଚୁମ୍ବକ ଓ କୃତ୍ରିମ ଚୁମ୍ବକ ।
Question 6.
କେଉଁସବୁ ଆକୃତିର କୃତ୍ରିମ ଚୁମ୍ବକ ମିଳେ ?
ଉ –
ବିଭିନ୍ନ ଆକୃତିର କୃତ୍ରିମ ଚୁମ୍ବକ ମିଳେ; ଯଥା – ଦଣ୍ଡ ଚୁମ୍ବକ, ଅଶ୍ୱକ୍ଷୁରାକୃତି ଚୁମ୍ବକ ବା U ଆକୃତିର ଚୁମ୍ବକ, ବଲ୍ବ ପ୍ରାନ୍ତୀୟ ଚୁମ୍ବକ, ସୂଚୀ ଚୁମ୍ବକ ଓ କମ୍ପାସ୍ ।
ଦୀର୍ଘ ପ୍ରଶ୍ନୋତ୍ତର
Question 1.
ପ୍ରାକୃତିକ ଚୁମ୍ବକ ଓ କୃତ୍ରିମ ଚୁମ୍ବକ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
ଉ –
Question 2.
ଗୋଟିଏ ବସ୍ତୁ ଚୁମ୍ବକ କି ଚୁମ୍ବକୀୟ ପଦାର୍ଥ କିପରି ଜାଣିବ ?
ଉ –
- ଚୁମ୍ବକୀୟ ପଦାର୍ଥଟି ଅନ୍ୟ ଏକ ଦଣ୍ଡ ଚୁମ୍ବକର ଉଭୟ ମେରୁଦ୍ୱାରା ଆକର୍ଷିତ ହେବ ।
- ବସ୍ତୁଟି ଚୁମ୍ବକ ହୋଇଥିଲେ ଏକ ଦଣ୍ଡ ଚୁମ୍ବକର ଗୋଟିଏ ମେରୁଦ୍ବାରା ଆକର୍ଷିତ ହେଲାବେଳେ ଅନ୍ୟ ମେରୁଦ୍ୱାରା ବିକର୍ଷିତ ହେବ ।
- ଗୋଟିଏ ବସ୍ତୁ ଚୁମ୍ବକ କି ଚୁମ୍ବକୀୟ ପଦାର୍ଥ, ଏହା କେବଳ ଦୁଇଟି ଚୁମ୍ବକୀୟ ମେରୁ ମଧ୍ୟରେ ଥିବା ବିକର୍ଷଣ ବଳଦ୍ଵାରା ଜଣାପଡ଼ିଥାଏ । ବିକର୍ଷଣ ଚୁମ୍ବକତ୍ଵର ପ୍ରକୃତ ପରୀକ୍ଷା ।
Question 3.
ଚୁମ୍ବକର ବ୍ୟବହାର ଗୁଡ଼ିକ ଲେଖ ।
ଉ –
- ଚୁମ୍ବକର ଦିଶାତ୍ମକ ଧର୍ମକୁ ବ୍ୟବହାର କରି, ନାବିକ କମ୍ପାସ ତିଆରି କରାଯାଇଛି । ଏହାଦ୍ଵାରା ସହଜରେ ଦିଗ ନିର୍ଣ୍ଣୟ କରିହୁଏ ।
- ଲୁହାଗୁଣ୍ଡ ସହିତ ଅନ୍ୟବସ୍ତୁର ମିଶ୍ରଣରୁ ଚୁମ୍ବକଦ୍ୱାରା ଲୁହାଗୁଣ୍ଡକୁ ଅଲଗା କରାଯାଇପାରେ ।
- କେତେକ ଆଲ୍ମାରୀ ଓ ରେଫ୍ରିଜେରେଟର୍ ଦ୍ୱାର ବନ୍ଦ କରିବାପାଇଁ ଚୁମ୍ବକ ବ୍ୟବହାର କରାଯାଏ । କେତେକ ବ୍ୟାଗକୁ ଚୁମ୍ବକୀୟ ବୋତାମ ଦ୍ଵାରା ବନ୍ଦ କରାଯାଏ ।
- ବିଦ୍ୟୁତ୍ ମୋଟର, ଜେନେରେଟର, ଭାରୀ ଲୁହା ଜାତୀୟ ବସ୍ତୁକୁ ଉଠାଇବାପାଇଁ କ୍ରେନ୍ ପ୍ରଭୃତି ଯନ୍ତ୍ରପାତିରେ ଚୁମ୍ବକ ବ୍ୟବହାର କରାଯାଏ ।
- କେତେକ ଯନ୍ତ୍ର ଭିତରେ ଥିବା ଛୋଟ ସ୍କୁକୁ ଚୁମ୍ବକୀୟ ସ୍କୃ ଡ୍ରାଇଭର ବ୍ୟବହାର କରି ଖୋଲାଯାଏ ବା ଲଗାଯାଏ ।
ବସ୍ତୁନିଷ୍ଠ ପ୍ରଶୋଉର
Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ଚୁମ୍ବକର …………… ଟି ମେରୁ ଥାଏ ।
(ଖ) ମ୍ୟାଗନେଟ୍ର ଅନ୍ୟ ନାମ ………….
(ଗ) କୃତ୍ରିମ ଚୁମ୍ବକ ………….. ବସ୍ତୁରୁ ତିଆରି କରାଯାଏ ।
(ଘ) ଚୁମ୍ବକୀୟ ମେରୁ …………… ।
(ଙ) ଆଲୁମିନିୟମ୍ ଗୋଟିଏ …………. ବସ୍ତୁ ।
(ଚ) ଚୁମ୍ବକୀୟ ଗୁଣ ଦେଖାଉଥିବା ଚୁମ୍ବକର ଦୁଇ ପ୍ରାନ୍ତକୁ ………………… କୁରାଯାଏ ।
ଉରର –
(କ) ଦୁଇ
(ଖ) ଲୋଡ଼ଷ୍ଟାନ୍
(ଗ) ଚୁମ୍ବକୀୟ
(ଘ) ଦିଗ
(ଙ) ଅଚୁମ୍ବକୀୟ
(ଚ) ମେରୁ
Question 2.
ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
(କ) ଚୁମ୍ବକର ଆକର୍ଷଣ କ୍ଷମତା
(i) ମେରୁଠାରେ ସର୍ବାଧ୍ଵ
(ii) ଚୁମ୍ବକର କେନ୍ଦ୍ରଭାଗରେ ସର୍ବାଧ୍ଵକ
(iii) ମେରୁଠାରେ ସର୍ବନିମ୍ନ
(iv) ସବୁଠାରେ ସମାନ
ଉ –
(i) ମେରୁଠାରେ ସର୍ବାଧ୍ଵ
(ଖ) ଚୁମ୍ବକର ଉତ୍ତର ମେରୁ ଅନ୍ୟ ଏକ ଚୁମ୍ବକର
(i) ଉରର ମେରୁକୁ ଆକର୍ଷଣ କରେ
(ii) ଉତ୍ତର ମେରୁକୁ ବିକର୍ଷଣ କରେ
(iii) ସ୍ଥିରବସ୍ଥାରେ ରହେ
(iv) ଆକର୍ଷଣ କିମ୍ବା ବିକର୍ଷଣ କରିପାରେ
ଉ –
(ii) ଉତ୍ତର ମେରୁକୁ ବିକର୍ଷଣ କରେ
(ଗ) କେଉଁଟି ଏକ ପ୍ରାକୃତିକ ଚୁମ୍ବକ ?
(i) ଲୁହା
(ii) କାର୍ବନ
(iii) ଲିଗ୍ନାଇଟ୍
(iv) ମ୍ୟାଗ୍ନେଟାଇଟ୍
ଉ –
(iv) ମ୍ୟାଗ୍ନେଟାଇଟ୍
(ଘ) କେଉଁଟି ଏକ ଚୁମ୍ବକୀୟ ପଦାର୍ଥ ?
(i) ପିତ୍ତଳ
(ii) ତମ୍ବା
(iii) ନିକେଲ
(iv) ରୁପା
ଉ –
(iii) ନିକେଲ
(ଙ) ବସ୍ତୁଟି ଚୁମ୍ବକତ୍ଵ ପାଇଛି କି ନାହିଁ, ତାହା ଏହାର କେଉଁ ଗୁଣରୁ ଜଣାପଡ଼େ ?
(i) ଦିଶାତ୍ମକ
(ii) କୃତିରେ ପରିବର୍ତ୍ତନ
(iii) ରଙ୍ଗରେ ପରିବର୍ତ୍ତନ
(iv) ଭୌତିକ ପରିବର୍ତ୍ତନ
ଉ –
(i) ଦିଶାତ୍ମକ
Question 3.
ବାମ ପାର୍ଶ୍ଵର ସଂପର୍କକୁ ଦେଖ୍ ଡାହାଣ ପାର୍ଶ୍ଵର ସଂପର୍କ ଲେଖ ।
(କ) ସମମେରୁ : ବିକର୍ଷଣ :: ବିଷମ ମେରୁ : ………………..
(ଖ) ନିକେଲ୍ : ଚୁମ୍ବକୀୟ :: ତମ୍ବା : ………………..
(ଗ) ମାଗ୍ନେଟ୍ : ଚୁମ୍ବକ : : ଲୋଡ଼ଷ୍ଟୋନ୍ : ………………..
(ଘ) ପ୍ରାକୃତିକ ଚୁମ୍ବକ : ଅନିର୍ଦ୍ଦିଷ୍ଟ ଆକୃତି :: କୃତ୍ରିମ ଚୁମ୍ବକ : ………………..
(ଙ) ଚୁମ୍ବକ : ଲୁହାଗୁଣ୍ଡ ପୃଥକୀକରଣ :: କମ୍ପାସ : ………………..
ଉ –
(କ) ଆକର୍ଷଣ
(ଖ) ଅନୁମ୍ବକୀୟ
(ଗ) ପ୍ରାକୃତିକ ଚୁମ୍ବକ
(ଘ) ନିର୍ଦ୍ଦିଷ୍ଟ ଆକୃତି
(ଡ) ଦିଗ ନିଶ୍ଚୟ ।
Question 4.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ଚୁମ୍ବକ ଆକର୍ଷଣ କରୁଥିବା ବସ୍ତୁକୁ ଅଚୁମ୍ବକୀୟ ବସ୍ତୁ କହନ୍ତି ।
(ଖ) ଚୁମ୍ବକ ଯେଉଁ ବସ୍ତୁଗୁଡ଼ିକୁ ଆକର୍ଷଣ କରେ ନାହିଁ, ତାହା ଚୁମ୍ବକୀୟ ବସ୍ତୁ ।
(ଗ) ଆଲୁମିନିୟମ୍ ମିଶ୍ରିତ ଶକ୍ତ ଚୁମ୍ବକ୍କୁ ପ୍ରାକୃତିକ ଚୁମ୍ବକ କହନ୍ତି ।
(ଙ) ସୂଚୀ ଚୁମ୍ବକର ମେରୁ ସଂଖ୍ୟା ହେଉଛି ଚାରି ।
ଉ –
(କ) ଚୁମ୍ବକ ଆକର୍ଷଣ କରୁଥିବା ବସ୍ତୁକୁ ଚୁମ୍ବକୀୟ ବସ୍ତୁ କହନ୍ତି ।
(ଖ) ଚୁମ୍ବକ ଯେଉଁ ବସ୍ତୁଗୁଡ଼ିକୁ ଆକର୍ଷଣ କରେ ନାହିଁ, ତାହା ଅଚୁମ୍ବକୀୟ ବସ୍ତୁ ।
(ଗ) ଆଲୁମିନିୟମ୍ ମିଶ୍ରିତ ଶକ୍ତ ଚୁମ୍ବକକୁ ଆଲ୍କୋ କହନ୍ତି ।
(ଘ) ଚୁମ୍ବକତ୍ଵ ଦେଖାଉଥିବା ପଥର ହେଉଛି ପ୍ରାକୃତିକ ଚୁମ୍ବକ ।
(ଙ) ସୂଚୀ ଚୁମ୍ବକର ମେରୁ ସଂଖ୍ୟା ହେଉଛି ଦୁଇ ।
Question 5.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
ଉ –