BSE Odisha 6th Class Science Important Questions Chapter 13 ଚୁମ୍ବକ

Odisha State Board BSE Odisha 6th Class Science Important Questions Chapter 13 ଚୁମ୍ବକ Important Questions and Answers.

BSE Odisha Class 6 Science Important Questions Chapter 13 ଚୁମ୍ବକ

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
ଆଲ୍‌କୋ ଚୁମ୍ବକ କହିଲେ କ’ଣ ବୁଝ ?
ଉ –

  • ସବୁ କୃତ୍ରିମ ଚୁମ୍ବକ ଚୁମ୍ବକୀୟ ବସ୍ତୁରୁ ତିଆରି ହୁଏ ।
  • ବେଳେବେଳେ ବସ୍ତୁରେ ଆଲୁମିନିୟମ୍ ଧାତୁ ମିଶାଇ ହାଲୁକା ଓ ଶକ୍ତ ଚୁମ୍ବକ ତିଆରି କରାଯାଏ । ଏହାକୁ ଆଲ୍‌ନିକୋ ଚୁମ୍ବକ କହନ୍ତି ।

Question 2.
ଏକ ଦଣ୍ଡ ଚୁମ୍ବକର ମେରୁକୁ ଚିହ୍ନିବା କିପରି ?
ଉ –

  • ଏକ ଦଣ୍ଡ ଚୁମ୍ବକକୁ ସୂତା ସାହାଯ୍ୟରେ ଝୁଲାଇଲେ, ଯେଉଁ ନିର୍ଦ୍ଦିଷ୍ଟ ମେରୁଟି ଉତ୍ତର ଦିଗ ଆଡ଼କୁ ରହେ ତାହାକୁ ଉତ୍ତର ମେରୁ କହନ୍ତି ।
  • ସେହିଭଳି ଯେଉଁ ନିର୍ଦ୍ଦିଷ୍ଟ ମେରୁଟି ଦକ୍ଷିଣ ଦିଗକୁ ରହେ ତାହାକୁ ଦକ୍ଷିଣ ମେରୁ କହନ୍ତି ।

Question 3.
ଚୁମ୍ବକର ସମମେରୁ ଓ ବିଷମ ମେରୁ ମଧ୍ୟରେ ପାର୍ଥକ୍ୟ ଲେଖ ।
ଉ –

  • ଚୁମ୍ବକର ସମମେରୁ ପରସ୍ପରକୁ ବିକର୍ଷଣ କରେ ।
  • ଚୁମ୍ବକର ବିଷମ ମେରୁ ପରସ୍ପରକୁ ଆକର୍ଷଣ କରେ ।

Question 4.
ଚୁମ୍ବକ ବ୍ୟବହୃତ ହେଉଥ‌ିବା 4ଟି ଯନ୍ତ୍ରର ନାମ ଲେଖ ।
ଉ –
ଚୁମ୍ବକ ବ୍ୟବହୃତ ହେଉଥିବା ଯନ୍ତ୍ରଗୁଡ଼ିକର ନାମ ହେଲା – କ୍ରେନ୍, ବିଦ୍ୟୁତ୍‌ମୋଟର୍‌, ଜେନେରେଟର୍, ଫ୍ରିଜ୍, ଟେଲିଭିଜନ ଇତ୍ୟାଦି ।

Question 5.
ଚୁମ୍ବକ କ’ଣ ? ଏହା କେତେ ପ୍ରକାରର ଓ କ’ଣ କ’ଣ ?
ଉ –
ଚୁମ୍ବକ ଦୁଇ ପ୍ରକାରର ଅଟେ; ଯଥା – ପ୍ରାକୃତିକ ଚୁମ୍ବକ ଓ କୃତ୍ରିମ ଚୁମ୍ବକ ।

BSE Odisha 6th Class Science Important Questions Chapter 13 ଚୁମ୍ବକ

Question 6.
କେଉଁସବୁ ଆକୃତିର କୃତ୍ରିମ ଚୁମ୍ବକ ମିଳେ ?
ଉ –
ବିଭିନ୍ନ ଆକୃତିର କୃତ୍ରିମ ଚୁମ୍ବକ ମିଳେ; ଯଥା – ଦଣ୍ଡ ଚୁମ୍ବକ, ଅଶ୍ୱକ୍ଷୁରାକୃତି ଚୁମ୍ବକ ବା U ଆକୃତିର ଚୁମ୍ବକ, ବଲ୍‌ବ ପ୍ରାନ୍ତୀୟ ଚୁମ୍ବକ, ସୂଚୀ ଚୁମ୍ବକ ଓ କମ୍ପାସ୍ ।

ଦୀର୍ଘ ପ୍ରଶ୍ନୋତ୍ତର

Question 1.
ପ୍ରାକୃତିକ ଚୁମ୍ବକ ଓ କୃତ୍ରିମ ଚୁମ୍ବକ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
ଉ –
BSE Odisha 6th Class Science Important Questions Chapter 13 ଚୁମ୍ବକ - 1

Question 2.
ଗୋଟିଏ ବସ୍ତୁ ଚୁମ୍ବକ କି ଚୁମ୍ବକୀୟ ପଦାର୍ଥ କିପରି ଜାଣିବ ?
ଉ –

  • ଚୁମ୍ବକୀୟ ପଦାର୍ଥଟି ଅନ୍ୟ ଏକ ଦଣ୍ଡ ଚୁମ୍ବକର ଉଭୟ ମେରୁଦ୍ୱାରା ଆକର୍ଷିତ ହେବ ।
  • ବସ୍ତୁଟି ଚୁମ୍ବକ ହୋଇଥିଲେ ଏକ ଦଣ୍ଡ ଚୁମ୍ବକର ଗୋଟିଏ ମେରୁଦ୍ବାରା ଆକର୍ଷିତ ହେଲାବେଳେ ଅନ୍ୟ ମେରୁଦ୍ୱାରା ବିକର୍ଷିତ ହେବ ।
  • ଗୋଟିଏ ବସ୍ତୁ ଚୁମ୍ବକ କି ଚୁମ୍ବକୀୟ ପଦାର୍ଥ, ଏହା କେବଳ ଦୁଇଟି ଚୁମ୍ବକୀୟ ମେରୁ ମଧ୍ୟରେ ଥିବା ବିକର୍ଷଣ ବଳଦ୍ଵାରା ଜଣାପଡ଼ିଥାଏ । ବିକର୍ଷଣ ଚୁମ୍ବକତ୍ଵର ପ୍ରକୃତ ପରୀକ୍ଷା ।

Question 3.
ଚୁମ୍ବକର ବ୍ୟବହାର ଗୁଡ଼ିକ ଲେଖ ।
ଉ –

  • ଚୁମ୍ବକର ଦିଶାତ୍ମକ ଧର୍ମକୁ ବ୍ୟବହାର କରି, ନାବିକ କମ୍ପାସ ତିଆରି କରାଯାଇଛି । ଏହାଦ୍ଵାରା ସହଜରେ ଦିଗ ନିର୍ଣ୍ଣୟ କରିହୁଏ ।
  • ଲୁହାଗୁଣ୍ଡ ସହିତ ଅନ୍ୟବସ୍ତୁର ମିଶ୍ରଣରୁ ଚୁମ୍ବକଦ୍ୱାରା ଲୁହାଗୁଣ୍ଡକୁ ଅଲଗା କରାଯାଇପାରେ ।
  • କେତେକ ଆଲ୍‌ମାରୀ ଓ ରେଫ୍ରିଜେରେଟର୍ ଦ୍ୱାର ବନ୍ଦ କରିବାପାଇଁ ଚୁମ୍ବକ ବ୍ୟବହାର କରାଯାଏ । କେତେକ ବ୍ୟାଗକୁ ଚୁମ୍ବକୀୟ ବୋତାମ ଦ୍ଵାରା ବନ୍ଦ କରାଯାଏ ।
  • ବିଦ୍ୟୁତ୍ ମୋଟର, ଜେନେରେଟର, ଭାରୀ ଲୁହା ଜାତୀୟ ବସ୍ତୁକୁ ଉଠାଇବାପାଇଁ କ୍ରେନ୍ ପ୍ରଭୃତି ଯନ୍ତ୍ରପାତିରେ ଚୁମ୍ବକ ବ୍ୟବହାର କରାଯାଏ ।
  • କେତେକ ଯନ୍ତ୍ର ଭିତରେ ଥ‌ିବା ଛୋଟ ସ୍କୁକୁ ଚୁମ୍ବକୀୟ ସ୍କୃ ଡ୍ରାଇଭର ବ୍ୟବହାର କରି ଖୋଲାଯାଏ ବା ଲଗାଯାଏ ।

BSE Odisha 6th Class Science Important Questions Chapter 13 ଚୁମ୍ବକ

ବସ୍ତୁନିଷ୍ଠ ପ୍ରଶୋଉର

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ଚୁମ୍ବକର …………… ଟି ମେରୁ ଥାଏ ।
(ଖ) ମ୍ୟାଗନେଟ୍‌ର ଅନ୍ୟ ନାମ ………….
(ଗ) କୃତ୍ରିମ ଚୁମ୍ବକ ………….. ବସ୍ତୁରୁ ତିଆରି କରାଯାଏ ।
(ଘ) ଚୁମ୍ବକୀୟ ମେରୁ …………… ।
(ଙ) ଆଲୁମିନିୟମ୍ ଗୋଟିଏ …………. ବସ୍ତୁ ।
(ଚ) ଚୁମ୍ବକୀୟ ଗୁଣ ଦେଖାଉଥ‌ିବା ଚୁମ୍ବକର ଦୁଇ ପ୍ରାନ୍ତକୁ ………………… କୁରାଯାଏ ।
ଉରର –
(କ) ଦୁଇ
(ଖ) ଲୋଡ଼ଷ୍ଟାନ୍
(ଗ) ଚୁମ୍ବକୀୟ
(ଘ) ଦିଗ
(ଙ) ଅଚୁମ୍ବକୀୟ
(ଚ) ମେରୁ

Question 2.
ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(କ) ଚୁମ୍ବକର ଆକର୍ଷଣ କ୍ଷମତା
(i) ମେରୁଠାରେ ସର୍ବାଧ୍ଵ
(ii) ଚୁମ୍ବକର କେନ୍ଦ୍ରଭାଗରେ ସର୍ବାଧ୍ଵକ
(iii) ମେରୁଠାରେ ସର୍ବନିମ୍ନ
(iv) ସବୁଠାରେ ସମାନ
ଉ –
(i) ମେରୁଠାରେ ସର୍ବାଧ୍ଵ

BSE Odisha 6th Class Science Important Questions Chapter 13 ଚୁମ୍ବକ

(ଖ) ଚୁମ୍ବକର ଉତ୍ତର ମେରୁ ଅନ୍ୟ ଏକ ଚୁମ୍ବକର
(i) ଉରର ମେରୁକୁ ଆକର୍ଷଣ କରେ
(ii) ଉତ୍ତର ମେରୁକୁ ବିକର୍ଷଣ କରେ
(iii) ସ୍ଥିରବସ୍ଥାରେ ରହେ
(iv) ଆକର୍ଷଣ କିମ୍ବା ବିକର୍ଷଣ କରିପାରେ
ଉ –
(ii) ଉତ୍ତର ମେରୁକୁ ବିକର୍ଷଣ କରେ

(ଗ) କେଉଁଟି ଏକ ପ୍ରାକୃତିକ ଚୁମ୍ବକ ?
(i) ଲୁହା
(ii) କାର୍ବନ
(iii) ଲିଗ୍‌ନାଇଟ୍
(iv) ମ୍ୟାଗ୍ନେଟାଇଟ୍
ଉ –
(iv) ମ୍ୟାଗ୍ନେଟାଇଟ୍

(ଘ) କେଉଁଟି ଏକ ଚୁମ୍ବକୀୟ ପଦାର୍ଥ ?
(i) ପିତ୍ତଳ
(ii) ତମ୍ବା
(iii) ନିକେଲ
(iv) ରୁପା
ଉ –
(iii) ନିକେଲ

(ଙ) ବସ୍ତୁଟି ଚୁମ୍ବକତ୍ଵ ପାଇଛି କି ନାହିଁ, ତାହା ଏହାର କେଉଁ ଗୁଣରୁ ଜଣାପଡ଼େ ?
(i) ଦିଶାତ୍ମକ
(ii) କୃତିରେ ପରିବର୍ତ୍ତନ
(iii) ରଙ୍ଗରେ ପରିବର୍ତ୍ତନ
(iv) ଭୌତିକ ପରିବର୍ତ୍ତନ
ଉ –
(i) ଦିଶାତ୍ମକ

BSE Odisha 6th Class Science Important Questions Chapter 13 ଚୁମ୍ବକ

Question 3.
ବାମ ପାର୍ଶ୍ଵର ସଂପର୍କକୁ ଦେଖ୍ ଡାହାଣ ପାର୍ଶ୍ଵର ସଂପର୍କ ଲେଖ ।
(କ) ସମମେରୁ : ବିକର୍ଷଣ :: ବିଷମ ମେରୁ : ………………..
(ଖ) ନିକେଲ୍‌ : ଚୁମ୍ବକୀୟ :: ତମ୍ବା : ………………..
(ଗ) ମାଗ୍‌ନେଟ୍ : ଚୁମ୍ବକ : : ଲୋଡ଼ଷ୍ଟୋନ୍ : ………………..
(ଘ) ପ୍ରାକୃତିକ ଚୁମ୍ବକ : ଅନିର୍ଦ୍ଦିଷ୍ଟ ଆକୃତି :: କୃତ୍ରିମ ଚୁମ୍ବକ : ………………..
(ଙ) ଚୁମ୍ବକ : ଲୁହାଗୁଣ୍ଡ ପୃଥକୀକରଣ :: କମ୍ପାସ : ………………..
ଉ –
(କ) ଆକର୍ଷଣ
(ଖ) ଅନୁମ୍ବକୀୟ
(ଗ) ପ୍ରାକୃତିକ ଚୁମ୍ବକ
(ଘ) ନିର୍ଦ୍ଦିଷ୍ଟ ଆକୃତି
(ଡ) ଦିଗ ନିଶ୍ଚୟ ।

Question 4.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ଚୁମ୍ବକ ଆକର୍ଷଣ କରୁଥିବା ବସ୍ତୁକୁ ଅଚୁମ୍ବକୀୟ ବସ୍ତୁ କହନ୍ତି ।
(ଖ) ଚୁମ୍ବକ ଯେଉଁ ବସ୍ତୁଗୁଡ଼ିକୁ ଆକର୍ଷଣ କରେ ନାହିଁ, ତାହା ଚୁମ୍ବକୀୟ ବସ୍ତୁ ।
(ଗ) ଆଲୁମିନିୟମ୍ ମିଶ୍ରିତ ଶକ୍ତ ଚୁମ୍ବକ୍‌କୁ ପ୍ରାକୃତିକ ଚୁମ୍ବକ କହନ୍ତି ।
(ଙ) ସୂଚୀ ଚୁମ୍ବକର ମେରୁ ସଂଖ୍ୟା ହେଉଛି ଚାରି ।
ଉ –
(କ) ଚୁମ୍ବକ ଆକର୍ଷଣ କରୁଥିବା ବସ୍ତୁକୁ ଚୁମ୍ବକୀୟ ବସ୍ତୁ କହନ୍ତି ।
(ଖ) ଚୁମ୍ବକ ଯେଉଁ ବସ୍ତୁଗୁଡ଼ିକୁ ଆକର୍ଷଣ କରେ ନାହିଁ, ତାହା ଅଚୁମ୍ବକୀୟ ବସ୍ତୁ ।
(ଗ) ଆଲୁମିନିୟମ୍ ମିଶ୍ରିତ ଶକ୍ତ ଚୁମ୍ବକକୁ ଆଲ୍‌କୋ କହନ୍ତି ।
(ଘ) ଚୁମ୍ବକତ୍ଵ ଦେଖାଉଥ‌ିବା ପଥର ହେଉଛି ପ୍ରାକୃତିକ ଚୁମ୍ବକ ।
(ଙ) ସୂଚୀ ଚୁମ୍ବକର ମେରୁ ସଂଖ୍ୟା ହେଉଛି ଦୁଇ ।

BSE Odisha 6th Class Science Important Questions Chapter 13 ଚୁମ୍ବକ

Question 5.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
BSE Odisha 6th Class Science Important Questions Chapter 13 ଚୁମ୍ବକ - 2
ଉ –
BSE Odisha 6th Class Science Important Questions Chapter 13 ଚୁମ୍ବକ - 3

Leave a Comment