BSE Odisha 6th Class Science Solutions Chapter 14 ପ୍ରାକୃତିକ ଘଟଣାବଳୀ

Odisha State Board BSE Odisha 6th Class Science Solutions Chapter 14 ପ୍ରାକୃତିକ ଘଟଣାବଳୀ Textbook Exercise Questions and Answers.

BSE Odisha Class 6 Science Solutions Chapter 14 ପ୍ରାକୃତିକ ଘଟଣାବଳୀ

Question 1.
ତଳ ବାକ୍ୟଗୁଡ଼ିକ ପଢ଼ । ଖାତାରେ ଲେଖୁ ଠିକ୍ ବାକ୍ୟ ପାଖରେ ଠିକ୍ (✓) ଓ ଭୁଲ୍ ବାକ୍ୟ ପାଖରେ ଛକି (✗) ଚିହ୍ନ ଦିଅ ।
(କ) ଜଳ ସବୁ ସ୍ଥାନରେ ତରଳ ଅବସ୍ଥାରେ ମିଳେ ।
(ଖ) ଓଦା ଲୁଗା ବାଷ୍ପୀଭବନ ପ୍ରଣାଳୀରେ ଶୁଖେ ।
(ଗ) ପୋଖରୀ ଜଳ ବାଷ୍ପୀମୋଚନ ପ୍ରଣାଳୀରେ ଜଳୀୟବାଷ୍ପ ହୁଏ ।
(ଘ) ଭୂନିମ୍ନର ପାଣି ବାଷ୍ପୀମୋଚନ ପ୍ରଣାଳୀରେ ଜଳୀୟବାଷ୍ପ ହୁଏ ।
(ଙ) ପଙ୍ଖାତଳେ ଲୁଗା ଶୁଖାଇଲେ ଶୀଘ୍ର ଶୁଖୁଥାଏ ।
ଉ –
(କ) ✗
(ଖ) ✓
(ଗ) ✗
(ଘ) ✓
(ଙ) ✓

BSE Odisha 6th Class Science Solutions Chapter 14 ପ୍ରାକୃତିକ ଘଟଣାବଳୀ

Question 2.
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ଆଇସ୍‌କ୍ରିମ୍ ଜଳର ………….. ଅବସ୍ଥା । (କଠିନ, ତରଳ, ଗ୍ୟାସୀୟ, ପ୍ଲାଲ୍କା)
(ଖ) ଜଳ ଆପେ ଆପେ ଜଳୀୟବାଷ୍ପ ହେବାକୁ ………….. ପ୍ରକ୍ରିୟା କହନ୍ତି । (ବାଷ୍ପୀମୋଚନ, ବାଷ୍ପୀକରଣ, ବାଷ୍ପୀଭବନ, ଉଦ୍ବେଦନ)
(ଗ) ଶୀତବିରେ ପୁଷ୍ପରିଣୀ ପାଣିରୁ ଉଠୁଥିବା ଜଳୀୟବାଷ୍ପ ଜଳର ………….. ଅବସ୍ଥା । (କଠିନ, ତରଳ, ଗ୍ୟାସୀୟ, କିଛି ନୁହେଁ)
(ଘ) ଆକାଶରେ ବିଜୁଳି ମାରିବା …………… ପ୍ରକ୍ରିୟା । (ଭୌତିକ, ଆକସ୍ମିକ, ବୈଦ୍ୟୁତିକ, ରାସାୟନିକ)
(ଙ) ଗଛ ……………ରେ ଥ‌ିବା ଜଳ ବ୍ୟବହାର କରେ । (ଭୂପୃଷ୍ଠ, ଭୂଅଭ୍ୟନ୍ତର, ବାୟୁମଣ୍ଡଳ, ବର୍ଷା)
ଉ –
(କ) କଠିନ
(ଖ) ବାଷ୍ପୀଭବନ
(ଗ) ଗ୍ୟାସୀୟ
(ଘ) ରାସାୟନିକ
(ଙ) ଭୂଅଭ୍ୟନ୍ତର

Question 3.
କାରଣ ଲେଖ ।
(କ) ସମୁଦ୍ର ଜଳ ପ୍ରାୟ ଶେଷ ହୁଏ ନାହିଁ ।
(ଖ) ବର୍ଷାଦିନେ ଲୁଗା ଶୀଘ୍ର ଶୁଖେ ନାହିଁ ।
(ଗ) ଗରମ ତରକାରୀ ପ୍ଲେଟ୍‌ରେ ଖାଇବା ସୁବିଧା ।
ଉ –
(କ)

  • ସମୁଦ୍ରର ଜଳ ଜଳୀୟବାଷ୍ପ ଆକାରରେ ଉପରକୁ ଯାଏ, ଜଳୀୟବାଷ୍ପଗୁଡ଼ିକ ଥଣ୍ଡାହୋଇ ମେଘରେ ପରିଣତ ହୁଏ ଓ ଏଥୁରୁ ଜଳ ବର୍ଷା ଆକାରରେ ଭୂପୃଷ୍ଠକୁ ଫେରିଆସେ ।
  • ଏହି ଜଳଚକ୍ର ଯୋଗୁଁ ସମୁଦ୍ର ଜଳ ପ୍ରାୟ ଶେଷ ହୁଏ ନାହିଁ ।

(ଖ)

  • ବର୍ଷାଦିନେ ବାୟୁମଣ୍ଡଳରେ ଅଧିକ ଜଳୀୟବାଷ୍ପ ରହିଥାଏ ।
  • ତେଣୁ ବାୟୁ ଓଦା ଲୁଗାରୁ ଶୀଘ୍ର ଜଳୀୟବାଷ୍ପ ଗ୍ରହଣ କରିପାରେ ନାହିଁ; ଫଳରେ ବର୍ଷାଦିନେ ଓଦା ଲୁଗା ଶୀଘ୍ର ଶୁଖେ ନାହିଁ ।

(ଗ)

  • ଗରମ ତରକାରୀ ଗିନାରେ ଥିଲେ ସେଥୁ ବାହାରୁଥିବା ବାମ୍ଫ ବା ଜଳୀୟବାଷ୍ପ ଶୀଘ୍ର ବାହାରିପାରେ ନାହିଁ ।
  • ପ୍ଲେଟ୍‌ରେ ତରକାରୀ ରଖିଲେ ବାୟୁ ଚଳାଚଳ ଯୋଗୁଁ ବାଷ୍ପୀଭବନ ଶୀଘ୍ର ହୋଇ ତରକାରୀ ଥଣ୍ଡା ହୁଏ । ତେଣୁ ଗରମ ତରକାରୀକୁ ପ୍ଲେଟ୍‌ରେ ଖାଇବା ସୁବିଧା ହୁଏ ।

BSE Odisha 6th Class Science Solutions Chapter 14 ପ୍ରାକୃତିକ ଘଟଣାବଳୀ

Question 4.
ବାମ ପାର୍ଶ୍ଵର ସାମଞ୍ଜସ୍ୟକୁ ଦେଖୁ ଦକ୍ଷିଣ ପାର୍ଶ୍ଵର ଶୂନ୍ୟସ୍ଥାନ ପୂରଣ କର ।
(କ) ଲୁଗା ଶୁଖି : ବାଷ୍ପୀଭବନ :: ଜଳୀୟବାଷ୍ପ ଜଳ ହେବା : …………………….
(ଖ) ବରଫ : କଠିନ : : ବାମ୍ଫ : …………………….
(ଗ) ଘଡ଼ଘଡ଼ି : ଶବ୍ଦ : : ବିଜୁଳି : …………………….
ଉ –
(କ) ଘନୀକରଣ
(ଖ) ଗ୍ୟାସୀୟ
(ଗ) ସ୍ପାର୍କ୍

Question 5.
‘କ’ ଧାଡ଼ି ଶବ୍ଦକୁ ‘ଖ’ ଧାଡ଼ିର ଶବ୍ଦ ସହ ମିଳାଇ ଅର୍ଥସୂଚକ ବାକ୍ୟ ଗଠନ କର ।
‘କ’ ଧାଡ଼ି – ବାଷ୍ପୀଭବନ, ଘନୀକରଣ, ବାଷ୍ପୀମୋଚନ, ଜଳଚକ୍ର
‘ଖ’ ଧାଡ଼ି – ଗଛ, ବରଫ, ବାମ୍ଫ, ସମୁଦ୍ର ଜଳ, କରକା
ଉ –
ବାଷ୍ପୀଭବନ – ବାମ୍ଫ
ଘନୀକରଣ – କରକା
ବାଷ୍ପୀମୋଚନ – ଗଛ
ଜଳଚକ୍ର – ସମୁଦ୍ର ଜଳ

  • ବାଷ୍ପୀଭବନ ପ୍ରକ୍ରିୟାରେ ଜଳରୁ ବାମ୍ଫ ଆପେ ଆପେ ବାହାରି ବାୟୁମଣ୍ଡଳରେ ମିଶିଥାଏ ।
  • ଘନୀକରଣ ପ୍ରକ୍ରିୟାରେ ଗ୍ୟାସୀୟ ପଦାର୍ଥ କରକା ନାମକ ତରଳ ପଦାର୍ଥରେ ପରିଣତ ହୁଏ ।
  • ବାଷ୍ପୀମୋଚନ ପ୍ରଣାଳୀରେ ଗଛ ବଳକା ଜଳକୁ ତ୍ୟାଗ କରେ ।
  • ଜଳଚକ୍ରଦ୍ବାରା ଅଧିକାଂଶ ଜଳ ସମୁଦ୍ର ଜଳରେ ମିଶିଯାଏ ।

Question 6.
ଚାରୋଟି ମହାସାଗର, ଏତେ ନଈ, ନାଳ, ପୋଖରୀ ଥାଉ ଥାଉ ସମସ୍ତେ କହୁଛନ୍ତି ଯେ ଜଙ୍ଗଲ କାଟିଦେବାରୁ ବର୍ଷା କମିଗଲାଣି । ଏପରି ଉକ୍ତିର କାରଣ ଦର୍ଶାଅ ।
ଉ –

  • ଜଙ୍ଗଲରେ ବୃକ୍ଷଲତା ପୂର୍ଣ୍ଣ ଥାଏ ।
  • ଉଦାହରଣସ୍ୱରୂପ, 50ଟି ପତ୍ରଥିବା ଗୋଟିଏ ଉଭିଦ ଦିନକୁ 2 ଲିଟର ଜଳ ଜଳୀୟବାଷ୍ପ ରୂପେ ବାୟୁମଣ୍ଡଳକୁ ଛାଡ଼ିଥାଏ ।
  • କିଲୋମିଟର କିଲୋମିଟର ବ୍ୟାପୀ ଘନ ଜଙ୍ଗଲର ବୃକ୍ଷଲତା ବାୟୁମଣ୍ଡଳକୁ ବହୁ ପରିମାଣରେ ଜଳୀୟବାଷ୍ପ ଛାଡ଼ନ୍ତି ।
  • ବୃକ୍ଷଲତା ଏତେ ପରିମାଣରେ ଜଳୀୟବାଷ୍ପ ଛାଡୁଥିବାରୁ ଜଙ୍ଗଲର ଉପରିଭାଗରେ ଥିବା ବାୟୁମଣ୍ଡଳ ଶୀତଳ ରହେ । ଯାହାଫଳରେ ମେଘ ଏହି ଶୀତଳ ବାୟୁମଣ୍ଡଳର ସଂସ୍ପର୍ଶରେ ଆସି ଥଣ୍ଡା ହୋଇ ବର୍ଷା କରାଏ । ତେଣୁ ଜଙ୍ଗଲ କାଟିଦେଲେ ବର୍ଷା କମିଯାଏ ।

BSE Odisha 6th Class Science Solutions Chapter 14 ପ୍ରାକୃତିକ ଘଟଣାବଳୀ

ପ୍ରାକୃତିକ ଘଟଣାବଳୀ Notes :

ବର୍ଷା, ବନ୍ୟା, ମରୁଡ଼ି, ବାତ୍ୟା ଓ ଭୂମିକମ୍ପ ପରି ବହୁ ପ୍ରାକୃତିକ ଘଟଣାରୁ ରକ୍ଷା ପାଇବା ପାଇଁ ଲୋକମାନେ ତଥା ସରକାର ଅନେକ ଉପାୟ ଅବଲମ୍ବନ କରୁଛନ୍ତି । ତୁମମାନଙ୍କ ମଧ୍ୟରୁ ଅନେକ ୧୯୯୯ ମସିହା ମହାବାତ୍ୟା ବିଷୟରେ ଜାଣିଥ‌ିବ । ୨୦୧୩ ଫାଇଲିନ୍ ଓ ୨୦୧୪ ହୁଡା଼ହୁତ୍ ବାତ୍ୟା ବିଭିଷିକାକୁ ନିଜେ ସମ୍ମୁଖୀନ ହୋଇଥବ । ଅତି ଅପରିଚିତ ବର୍ଷା, ଘଡ଼ଘଡ଼ି ଓ ବିଜୁଳି ପ୍ରଭୃତି କେତେକ ପ୍ରାକୃତିକ ଘଟଣା ବିଷୟରେ ଏଠାରେ ଆଲୋଚନା ହୋଇଛି ।

ଲୋକମାନେ ବର୍ଷାରେ ରାସ୍ତାରେ ଯାଉଛନ୍ତି । ପିଲାଏ ବିଜୁଳି ମାରିବା ପରି ଜଣାପଡୁଛନ୍ତି । ଆମେ ସମସ୍ତେ ପ୍ରାୟ ଘଡ଼ଘଡ଼ି ଓ ବିଜୁଳିକୁ ଡରୁ । ବର୍ଷା ଘଡ଼ଘଡ଼ି ଓ ବିଜୁଳି କାହିଁକି ମାରେ ଏ ବିଷୟରେ ଆମେ ଜାଣି ପାରିବା । ଦେଖ୍ ଚମକୁଛନ୍ତି ଓ ଘଡ଼ଘଡ଼ି ଶବ୍ଦରେ ଡରିଗଲା କିପରି ହୁଏ । ବର୍ଷାବେଳେ ବା ବର୍ଷା ପୂର୍ବରୁ ଘଡ଼ଘଡ଼ି ଓ ବିଜୁଳି କାହିଁକି ମାରେ ଏ ବିଷୟରେ ଆମେ ଜାଣି ପାରିବା ।
BSE Odisha 6th Class Science Solutions Chapter 14 ପ୍ରାକୃତିକ ଘଟଣାବଳୀ - 1

→ ବାଷ୍ପୀଭବନ :

  • ଆପେ ଆପେ ଜଳ ବାଷ୍ପ ହୋଇ ବାୟୁମଣ୍ଡଳରେ ମିଶିବାକୁ ବାଷ୍ପୀଭବନ କହନ୍ତି । ବାହାରୁ ଥ‌ିବା ବାଷ୍ପ ଜଳୀୟବାଷ୍ପ ଅଟେ ।
  • ବାହ୍ୟପୃଷ୍ଠର କ୍ଷେତ୍ରଫଳ ଅଧିକ ହେଲେ, ତାପମାତ୍ରା ବଢ଼ିଲେ, ସୂର୍ଯ୍ୟକିରଣ ପଡ଼ିଲେ, ବାୟୁ ଚଳାଚଳ ହେଲେ ବାଷ୍ପୀଭବନ ଅଧିକ ବେଗରେ ହୁଏ ।

ତୁମପାଇଁ କାମ : ୧

ତୁମ ସାଙ୍ଗମାନଙ୍କ ପାଖରୁ କିଛି ରୁମାଲ ସଂଗ୍ରହ କର । ସେଗୁଡ଼ିକୁ ପାଣିରେ ବୁଡ଼ାଇ ଓଦା କର । ଗୋଟିଏ ଓଦା ରୁମାଲକୁ ଜାକିଜୁକି ରଖ । ଅନ୍ୟଟିକୁ ସୂତା ବା ତାର ବାନ୍ଧି ଝୁଲାଇ ଦିଅ । ଗୋଟିଏ ରୁମାଲକୁ ଘର ଭିତରେ ଓ ଅନ୍ୟଟିକୁ ଘର ବାହାରେ ଟାଙ୍ଗ । ଗୋଟିଏ ରୁମାଲକୁ ଫ୍ୟାନତଳେ ପବନ ହେଉଥ‌ିବା ସ୍ଥାନରେ ଝୁଲାଇ ରଖ । କ’ଣ ସବୁ ଦେଖୁଲ, ସାଙ୍ଗମାନଙ୍କ ସହିତ ଓ ଶିକ୍ଷକଙ୍କ ସହିତ ଆଲୋଚନା କର ।

  • ଆପେ ଆପେ ବାଷ୍ପ ହୋଇ ଜଳ ବାୟୁମଣ୍ଡଳରେ ମିଶିବାକୁ ବାଷ୍ପୀଭବନ କହନ୍ତି । ବାହାରୁଥିବା ବାଷ୍ପ ଜଳୀୟ ବାଷ୍ପ କୁହାଯାଏ ।
  • ବାଷ୍ପୀଭବନ ପ୍ରକ୍ରିୟାରେ ନଦୀ, ନାଳ, ପୋଖରୀ, ହ୍ରଦ ଓ ସମୁଦ୍ର ପାଣି ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳକୁ ଯାଏ ।

ଓଦା ବିସ୍ତୁର ବାହ୍ୟପୃଷ୍ଠର କ୍ଷେତ୍ରଫଳ ଅଧ‌ିକ ହେଲେ, ତାପମାତ୍ରା ବଢ଼ିଲେ, ସୂର୍ଯ୍ୟକିରଣ ପଡ଼ିଲେ, ବାୟୁ ଚଳାଚଳ ହେଲେ ବାଷ୍ପୀଭବନ ଅଧିକ ବେଗରେ ହୁଏ । ଏହି ପ୍ରକ୍ରିୟାରେ ନଦୀ, ନାଳ, ପୋଖରୀ, ହ୍ରଦ ଓ ସମୁଦ୍ର ପାଣି ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳକୁ ଯାଏ । ଏହି ବାଷ୍ପୀଭବନ ପ୍ରକ୍ରିୟା ଜଳାଧାରର ପୃଷ୍ଠଭାଗରେ ସଂଗଠିତ ହୋଇଥାଏ ।

BSE Odisha 6th Class Science Solutions Chapter 14 ପ୍ରାକୃତିକ ଘଟଣାବଳୀ

→ ବାଷ୍ପୀକରଣ :

  • ଯେଉଁ ପ୍ରକ୍ରିୟାରେ ଜଳକୁ ଉତ୍ତପ୍ତ କରି ବାମ୍ଫ ବା ଜଳୀୟବାଷ୍ପ ସୃଷ୍ଟି କରାଯାଏ, ତାହାକୁ ବାଷ୍ପୀକରଣ କୁହାଯାଏ ।
  • ରୋଷେଇବେଳେ, କଳକାରଖାନାରୁ ଓ ଶିଳ୍ପ ଅଞ୍ଚଳରୁ ଜଳ ବାଷ୍ପୀକରଣ ପ୍ରକ୍ରିୟାରେ ବାଷ୍ପ ହୋଇ ବାୟୁମଣ୍ଡଳରେ ମିଶେ ।

ତୁମପାଇଁ କାମ : ୨

ଗୋଟିଏ କାଚ ବିକର ବା ଫ୍ଲସ୍କ ନିଅ ।
ସେଥରେ କିଛି ପାଣି ପୂରାଅ ଓ କିଛି ଲୁଣ ପକାଅ । ଗୋଟିଏ ଷ୍ଟାଣ୍ଡ୍ ବା ଚିମୁଟାରେ ତାକୁ ଝୁଲାଇ ରଖ । ତଳୁ ସ୍ପିରିଟ୍ ଲ୍ୟାମ୍ପ୍ ଦ୍ବାରା ଗରମ କର । କଣ ଦେଖୁଛ ? କିଛି ସମୟପରେ ପାଣି ଫୁଟି ବାମ୍ଫ ହେଉଛି ଏହି ବାମ୍ଫଗୁଡ଼ିକ ବାୟୁମଣ୍ଡଳକୁ ଚାଲିଯାଉଛି ଓ ଲୁଣ ତଳେ ରହିଯାଉଛି ।
BSE Odisha 6th Class Science Solutions Chapter 14 ପ୍ରାକୃତିକ ଘଟଣାବଳୀ - 2
ତାହାକୁ ବାଷ୍ଟୀକରଣ କୁହାଯାଏ । ରୋଷେଇ ବେଳେ, କଳକାରଖାନାରୁ ଓ ଶଳ୍ପ ଅଞ୍ଚଳରୁ ଜଳ ଏହି ପ୍ରକ୍ରିୟାରେ ବାଷ୍ପ ହୋଇ ବାୟୁମଣ୍ଡଳରେ ମିଶେ ।
କରି ପ୍ରଥମେ ଉତ୍ତପ୍ତ ହୋଇ ଉର୍ଦ୍ଧ୍ୱଗାମୀ ହୁଅନ୍ତି ।

→ ବାଷ୍ପୀମୋଚନ :

  • ବୃକ୍ଷ ତା’ର ମୂଳ ସାହାଯ୍ୟରେ ମାଟିରୁ ଜଳ ନିଏ । ଖାଦ୍ୟ ତିଆରି ଓ ଅନ୍ୟାନ୍ୟ କାର୍ଯ୍ୟପାଇଁ ବୃକ୍ଷ କିଛି ଜଳ ବିନିଯୋଗ କରେ । ବଳକା ଜଳକୁ ଉଵେଦନ ପ୍ରକ୍ରିୟାରେ ବାୟୁମଣ୍ଡଳକୁ ଛାଡ଼େ ।
  • ଯେଉଁ ପ୍ରକ୍ରିୟାରେ ବୃଷ ବଳକା ଜଳକୁ ତ୍ୟାଗକରେ, ତାହାକୁ ବାଷ୍ପୀମୋଚନ କହନ୍ତି; ଅର୍ଥାତ୍ ଉଭିଦ ସାହାଯ୍ୟରେ ଭୂନିମ୍ନସ୍ଥ ଜଳ ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳକୁ ଯାଏ ।

ତୁମ ପାଇଁ କାମ – ୩
BSE Odisha 6th Class Science Solutions Chapter 14 ପ୍ରାକୃତିକ ଘଟଣାବଳୀ - 3
ତୁମ ବିଦ୍ୟାଳୟର ବଗିଚାରୁ ଫୁଲକୁଣ୍ଡଟିଏ ଆଣ । ସେଥ‌ିରେ କିଛି ପାଣି ଦିଅ । କୁଣ୍ଡ ଉପରେ ଗଛ ଚାରି ପାଖରେ ଭଲ କାଗଜଟିଏ ଘୋଡ଼ାଇଦିଅ । ଯଦି ତୁମ ବିଦ୍ୟାଳୟରେ ବେଲଜାର୍ ଥାଏ, ଫୁଲ ଗଛ ଉପରେ ଘୋଡ଼ାଅ । ନତୁବା ଯେ କୌଣସି ଉଚ୍ଚ କାଚ ପାତ୍ର ଘୋଡ଼େଇ ଖରାରେ ରଖ । ୨/୩ ଘଣ୍ଟାପରେ ଦେଖ । କ’ଣ ଦେଖୁଛ ? ଜଳ ପାତ୍ରରେ ଜଳ ଆସିଲା କେଉଁଠୁ ? ଯେଉଁ ପ୍ରକ୍ରିୟାରେ ବୃକ୍ଷ ବଳକା ଜଳକୁ ତ୍ୟାଗ କରେ, ତାହାକୁ ଉଚ୍ଛେଦନ କହନ୍ତି । ଏହିପରି ଉଭିଦ ସାହାଯ୍ୟରେ ଭୂନିମ୍ନସ୍ଥ ଜଳ ଜଳୀୟବାଷ୍ପ ଆକାରରେ ବାୟୁମଣ୍ତଳକୁ ଯାଏ ।

BSE Odisha 6th Class Science Solutions Chapter 14 ପ୍ରାକୃତିକ ଘଟଣାବଳୀ

→ ଘନୀକରଣ :

ତୁମ ପାଇଁ କାମ – ୪
BSE Odisha 6th Class Science Solutions Chapter 14 ପ୍ରାକୃତିକ ଘଟଣାବଳୀ - 4

  • ଗୋଟିଏ ବଡ଼ ପାତ୍ରରେ କିଛି ପାଣି ନିଅ । ଅନ୍ୟ ଏକ ଛୋଟ ପାତ୍ରରେ କିଛି ତୁଳା ନେଇ ଛୋଟ ପାତ୍ରଟିକୁ ବଡ଼ ପାତ୍ରର ପାଣି ଭିତରେ ଅଧା ବୁଡ଼ାଇ ରଖ । ବଡ଼ ପାତ୍ରର ମୁହଁକୁ ଜରିରେ ବାନ୍ଧି ତା ଉପରେ ଛୋଟ ଗୋଡ଼ିଟିଏ ରଖ । କିଛି ସମୟ ପରେ ବଡ଼ ପାତ୍ରର ମୁହଁ ଖୋଲି ସାନ ପାତ୍ରରେ ଥିବା ତୁଳାରେ ହାତ ମାର । ଏହା ଓଦା ହେଲା କିପରି ?
  • ବଡ଼ ପାତ୍ରର ଜଳ ବାଷ୍ପୀଭବନ ପ୍ରଣାଳୀରେ ଉପରକୁ ଯାଇ ପାତ୍ର ମୁହଁରେ ବନ୍ଧା ହୋଇଥବା ଜରିରେ ବାଜିଲା ଏବଂ ଜଳ ବିନ୍ଦୁରେ ପରିଣତ ହୋଇ ସାନପାତ୍ରର ତୁଳା ଉପରେ ପଡ଼ିବାରୁ ତାହା ଓଦା ହେଲା ।
  • ଗ୍ୟାସୀୟ ପଦାର୍ଥକୁ ଥଣ୍ଡାକଲେ ତାହା ତରଳ ପଦାର୍ଥରେ ପରିଣତ ହୁଏ ।
  • ଯେଉଁ ପ୍ରଣାଳୀରେ ଗ୍ୟାସୀୟ ପଦାର୍ଥ ତରଳ ପଦାର୍ଥରେ ପରିଣତ ହୁଏ, ତାହାକୁ ଘନୀକରଣ କହନ୍ତି ।
  • ଜଳୀୟବାଷ୍ପ ଥଣ୍ଡାହୋଇ ଜଳରେ ପରିଣତ ହୁଏ । ଘନୀକରଣ, ବାଷ୍ପୀକରଣର ବିପରୀତ ପ୍ରକିୟା ।
    • ଜଳୀୟବାଷ୍ପ ଥଣ୍ଡାହୋଇ ମେଘ ସୃଷ୍ଟି କରେ ।
    • ଶୀତଦିନେ ଘାସରେ କାକର ପଡ଼େ ।

ବାଷ୍ପୀକରଣ ଓ ଘନୀକରଣ ପ୍ରକ୍ରିୟା ଫଳରେ ବର୍ଷା ଓ ଜଳଚକ୍ରର ସୃଷ୍ଟି ହୁଏ ।

→ ଜଳର ବିଭିନ୍ନ ଅବସ୍ଥା :
BSE Odisha 6th Class Science Solutions Chapter 14 ପ୍ରାକୃତିକ ଘଟଣାବଳୀ - 5

  • ଜଳ ତିନୋଟି ଅବସ୍ଥାରେ ମିଳେ; ଯଥା – କଠିନ, ତରଳ ଓ ଗ୍ୟାସୀୟ ।
  • ବରଫ ଜଳର କଠିନ ଅବସ୍ଥା, ଜଳ ନିଜେ ତା’ର ତରଳ ଅବସ୍ଥା ଓ ଜଳୀୟବାଷ୍ପ (ବାମ୍ଫ) ଜଳର ଗ୍ୟାସୀୟ ଅବସ୍ଥା ।

→ ଜଳଚକ୍ର :

  • ବାଷ୍ପୀଭବନ ପ୍ରଣାଳୀରେ ନଦୀ, ନାଳ, ହ୍ରଦ, ସମୁଦ୍ର ପ୍ରଭୃତିର ଜଳ ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳରେ ମିଶେ ।
  • ରୋଷେଇ, କଳ କାରଖାନାର ଜଳ ବାଷ୍ପୀକରଣ ପ୍ରଣାଳୀରେ ଜଳୀୟବାଷ୍ପ ବା ବାମ୍ଫ ଆକାରରେ ବାୟୁମଣ୍ଡଳକୁ ଯାଏ ।
  • ଖାଦ୍ୟ ତିଆରି ଓ ବୃଦ୍ଧିପାଇଁ ଉଭିଦଟିଏ ଜଳ ଆବଶ୍ୟକ କରେ ଏବଂ ବଳକା ଜଳ କୁ ବାଷ୍ପୀଭବନ ବା ଉମ୍ବେଦନ ପ୍ରଣାଳୀରେ ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳ କୁ ଛାଡ଼େ ।
  • ବାୟୁମଣ୍ଡଳର ଅତି ଉଚ୍ଚରେ ଏତେ ଥଣ୍ଡା ଅନୁଭୂତ ହୁଏ ଯେ ସେଠାରେ ଥବା ଜଳୀୟବାଷ୍ପ ଜଳବିନ୍ଦିରେ ପରିଣତ ହୋଇ ମେଘ ସଷ୍ଟକରେ । ମେଘ ଅଧ୍କ ଥଣ୍ଡା ହୋଇ ଜଳ ହୁଏ । ବର୍ଷା ଆକାରରେ ସେହି ଜଳ ଭୂପୃଷ୍ଠକୁ ଆସେ ।
  • ଭୂପୃଷ୍ଠର ଜଳ ଜଳୀୟବାଷ୍ପ ଆକାରରେ ଉପରକୁ ଯାଇ ପୁଣି ଜଳୀୟବାଷ୍ପଗୁଡ଼ିକ ଥଣ୍ଡାହୋଇ ଜଳ ଆକାରରେ ଭୂପୃଷ୍ଠକୁ ଫେରିବାକୁ ଜଳର ଚକ୍ରାକାର ଗତି ବା ଜଳଚକ୍ର କହନ୍ତି ।
    BSE Odisha 6th Class Science Solutions Chapter 14 ପ୍ରାକୃତିକ ଘଟଣାବଳୀ - 6

ବର୍ଷା :

  • ଭୂପୃଷ୍ଠ ଓ ଭୂନିମ୍ନସ୍ଥ ଜଳ ବିଭିନ୍ନ ପ୍ରଣାଳୀରେ ଜଳୀୟବାଷ୍ପ ଆକାରରେ ଉପରକୁ ଯାଏ ଓ ବାୟୁମଣ୍ଡଳର ଥଣ୍ଡା ସ୍ତରର ସଂସ୍ପର୍ଶରେ ଜଳବିନ୍ଦୁରେ ପରିଣତ ହୁଏ । ଏହି ଜଳ ବିନ୍ଦୁଗୁଡ଼ିକ ବାୟୁମଣ୍ଡଳର ଥଣ୍ଡା ସ୍ତରରେ ଏକତ୍ର ହୋଇ ମେଘ ସୃଷ୍ଟି କରିଥା’ନ୍ତି ।
  • ଜଳବିନ୍ଦୁଗୁଡ଼ିକ ଏକତ୍ର ହେଲେ ତା’ର ଆକାର ବଢ଼ିଯାଏ ଓ ଓଜନିଆ ହୋଇ ତଳକୁ ଖସେ । ଏହାକୁ ବର୍ଷା କହନ୍ତି ।
  • ବେଳେବେଳେ ଅତି ଥଣ୍ଡାରେ ଜଳବିନ୍ଦୁଗୁଡ଼ିକ ବରଫ ପାଲଟିଯାଏ ସେଥ୍ପାଇଁ କରକାପାତ ବା ବରଫବର୍ଷା ହୁଏ ।

→ ବିଜୁଳି ଓ ଘଡ଼ଘଡ଼ି :

ତୁମ ପାଇଁ କାମ – ୫

  • ଚାରୋଟି ସେଲ୍‌ଥ ଗୋଟିଏ ବ୍ୟାଟେରୀ ଯୋଗାଡ଼ କର । ବ୍ୟାଟେରୀର ଯୁକ୍ତମେରୁ ଯେଉଁଥରେ (+) ଚିହ୍ନ ଥାଏ, ସେଥୁରେ ଖଣ୍ଡେ ବିଦ୍ୟୁତ୍ ତାରର ଗୋଟିଏ ମୁଣ୍ଡର ଅପରିବାହୀ ଅଂଶକୁ ଛଡ଼ାଇ ଯୋଡ଼ । ସେହିପରି ଅନ୍ୟ ଖଣ୍ଡେ ବିଦ୍ୟୁତ୍ ତାର ନେଇ ବ୍ୟାଟେରୀର ବିଯୁକ୍ତମେରୁ ଯେଉଁଥ‌ିରେ (-) ଚିହ୍ନ ଥାଏ ସେଠାରେ ଯୋଡ଼ । ବିଦ୍ୟୁତ୍ ତାରର ଅନ୍ୟ ମୁଣ୍ଡ ଦୁଇଟିକୁ ଖୁବ୍ ପାଖାପାଖୁ ଧର । କ’ଣ ହେଉଛି ଲକ୍ଷ୍ୟ କର । ଅଗ୍ନିକଣା ବା ସ୍ପାର୍କ ଦେଖୁବ ଓ ଚଡ଼ଚିଡ଼ ଶବ୍ଦ ମଧ୍ୟ ଶୁଣିପାରିବ ।
  • ରାସ୍ତାର ବିଜୁଳି ଖୁଣ୍ଟରେ ବା ଘର ମିଟର ବାକ୍ସ ପାଖରେ କେତେବେଳେ କେମିତି ଯଦି ନଗ୍ନ ବିଜୁଳି ତାର ପାଖାପାଖୁ ଏକତ୍ର ହୋଇଯାଆନ୍ତି, ତେବେ ସେଠାରେ ସ୍ପାର୍କ ଦେଖୁବ ଓ ଚଡ଼ଚଡ଼ ଶବ୍ଦ ମଧ୍ୟ ଶୁଣିପାରିବ ।
    • ବାୟୁମଣ୍ଡଳରେ ଥ‌ିବା ମେଘର ଜଳବିନ୍ଦୁଗୁଡ଼ିକ ଦୁଇପ୍ରକାର ଚାର୍ଜଯୁକ୍ତ ହୋଇଥାଆନ୍ତି । କେତେକ ମେଘ ଯୁକ୍ତ ଚାର୍ଜ (+)ର ଜଳକଣା ଓ ଅନ୍ୟ କେତେକ ମେଘରେ ବିଯୁକ୍ତାତ୍ମକ (-)ର ଜଳକଣା ଥାଏ ।
    • ଝଡ଼ ସମୟରେ ଯେତେବେଳେ ଅଧ‌ିକ ବେଗରେ ପବନ ବହୁଥାଏ ସେତେବେଳେ ବିଷମ ଚାର୍ଜ ବିଶିଷ୍ଟ ମେଘ ମେଘ ସହିତ ପ୍ରଚଣ୍ଡ ବେଗରେ ଗତିକରି ନିଜ ନିଜର ନିକଟବର୍ତ୍ତୀ ହୁଅନ୍ତି । ବିଷମ ଚାର୍ଜର ଆକର୍ଷଣ ବଳରେ ସେମାନଙ୍କ ଭିତରେ ଥ‌ିବା ବାୟୁ ଉତ୍ତପ୍ତ ହୋଇ ସ୍ପାର୍କ ସୃଷ୍ଟିକରେ ଓ ଶବ୍ଦ ମଧ୍ୟ ବାହାରେ ।
    • ମେଘ ବାଡେଇ ହେଲେ ବା ବିଦ୍ୟୁତ୍ ଚାର୍ଜ ଭୂମି ଆଡ଼କୁ ଗତିକଲେ ବାୟୁ ସ୍ତରରେ ଅତ୍ୟଧ୍ଵ ଚାପରେ ସ୍ପାର୍କ ଓ ଶବ୍ଦ ସୃଷ୍ଟି ହୁଏ ।
    • ମେଘରେ ସୃଷ୍ଟି ହେଉଥ‌ିବା ସ୍ପାର୍କକୁ ବିଜୁଳି ଓ ଶବ୍ଦକୁ ଘଡ଼ଘଡ଼ି କୁହାଯାଏ । ଆଲୋକର ବେଗ, ଶବ୍ଦର ବେଗଠାରୁ ଅଧ୍ଵ ।

Leave a Comment