BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ

Odisha State Board BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ Important Questions and Answers.

BSE Odisha Class 6 Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
ରେଶମ ବସ୍ତ୍ର କିପରି ତିଆରି କରାଯାଏ ?
ଉ –

  • ରେଶମ ପୋକ ଏକ କୋଷା ତିଆରି କରେ ।
  • ସେହି କୋଷାରୁ ରେଶମ ତନ୍ତୁ ବାହାରେ ଓ ଏହାକୁ ରେଶମ ବସ୍ତ୍ର ତିଆରିରେ ବ୍ୟବହାର କରାଯାଏ ।

Question 2.
ନଳିତାରୁ ଝୋଟ କିପରି ପ୍ରସ୍ତୁତ କରାଯାଏ ଲେଖ ।
ଉ –

  • ନଳିତା ଗଛକୁ କାଟି ବିଡ଼ା ବନ୍ଧାଯାଏ । ସେହି ନଳିତା ଗଛ ବିଡ଼ାକୁ ଗଡ଼ିଆ ପାଣିରେ ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ବୁଡ଼ାଇ ରଖାଯାଏ ।
  • ଗଛର ବକଳ ପଚିଗଲାପରେ ତାକୁ ବାଡ଼େଇ ଝୋଟ ତନ୍ତୁ ବାହାର କରାଯାଏ ଓ ଖରାରେ ଶୁଖାଇ ରଖାଯାଏ ।

BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ

Question 3.
ତନ୍ତୁ ସାହାଯ୍ୟରେ କ’ଣ ବୁଣାଯାଏ ଓ ଓଡ଼ିଶାର କେଉଁଠାରେ ତନ୍ତଲୁଗା ବୁଣାଯାଏ ?
ଉ –

  • ତନ୍ତ ସାହାଯ୍ୟରେ ଶାଢ଼ୀ, ଗାମୁଛା ଆଦି ବୁଣାଯାଏ ।
  • ଆମ ଓଡ଼ିଶାର ସମ୍ବଲପୁର, ସୋନପୁର, ଆଠଗଡ଼, ବ୍ରହ୍ମପୁର ଆଦି ଅଞ୍ଚଳରେ ତନ୍ତ ଲୁଗା ବୁଣାଯାଏ ।

Question 4.
ଦୁଇଟି ପ୍ରାଣୀଜ ତନ୍ତୁ ଓ ଦୁଇଟି ଉଭିଦଜାତ ତନ୍ତୁର ନାମ ଲେଖ ।
ଉ –

  • ରେଶମ ଓ ପଶମ – ପ୍ରାଣୀଜ ତନ୍ତୁ
  • କପା ଓ ଝୋଟ – ଉଭିଦଜ ତନ୍ତୁ

Question 5.
ନଡ଼ିଆ ଗଛର ତନ୍ତୁ କ’ଣ ? ଏଥୁରୁ କ’ଣ ତିଆରି ହୁଏ ?
ଉ –

  • ନଡ଼ିଆ ଛଡ଼ାଇଦେଲେ ଏହାର ଚୋପା ବାହାରେ । ଏହାକୁ ନଡ଼ିଆକତା କହନ୍ତି । ନଡ଼ିଆକତାକୁ ନଡ଼ିଆ ଗଛର ତନ୍ତୁ କହନ୍ତି ।
  • ଏହି ତନ୍ତୁରେ ଦଉଡ଼ି, ରସି, ପାପୋଛ, ଗଦି ଆଦି ତିଆରି ହୁଏ ।

BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ

Question 6.
ପ୍ରାକୃତିକ ତନ୍ତୁ ଓ କୃତ୍ରିମ ତନ୍ତୁ ମଧ୍ଯରେ ପାର୍ଥକ୍ୟ ଲେଖ ।
ଉ –

  • ପ୍ରାକୃତିକ ତନ୍ତୁ ପ୍ରାଣୀ ଓ ଉଦ୍ଭଦରୁ ପ୍ରସ୍ତୁତ କରାଯାଏ ।
  • କିନ୍ତୁ କୃତ୍ରିମ ତନ୍ତୁ ରାସାୟନିକ ପଦାର୍ଥରୁ ପ୍ରସ୍ତୁତ କରାଯାଏ । ତେଣୁ ଶରୀର ଉପରେ ଏହାର କୁପ୍ରଭାବ ରହିଛି ।

Question 7.
ଚର୍ମରୋଗୀମାନଙ୍କୁ ନାଇଲନ୍, ପଲିଷ୍ଟର ଆଦିରେ ତିଆରି ପୋଷାକ ପିନ୍ଧିବାକୁ ବାରଣ କରାଯାଏ ।
ଉ –

  • ନାଇଲନ୍, ପଲିଷ୍ଟର ଆଦି ତନ୍ତୁ କୃତ୍ରିମ ତନ୍ତୁ । ଏଗୁଡ଼ିକ ରାସାୟନିକ ପଦାର୍ଥରୁ ପ୍ରସ୍ତୁତ କରାଯାଇଥାଏ ।
  • ଏପରି ବସ୍ତ୍ରର ଶରୀର ଉପରେ କୁପ୍ରଭାବ ଥାଏ । ତେଣୁ ଡାକ୍ତରମାନେ ଚର୍ମରୋଗୀମାନଙ୍କୁ ଏପରି ବସ୍ତ୍ର ପିନ୍ଧିବାକୁ ବାରଣ କରିଥାନ୍ତି ।

Question 8.
ପ୍ରାକୃତିକ ତନ୍ତୁ ଓ କୃତ୍ରିମ ତନ୍ତୁ ମଧ୍ୟରେ ଥ‌ିବା ଗୋଟିଏ ସାମଞ୍ଜସ୍ୟ ଓ ଗୋଟିଏ ପାର୍ଥକ୍ୟ ଲେଖ ।
ଉ –

  • ପ୍ରାକୃତିକ ତନ୍ତୁ ଓ କୃତ୍ରିମ ତନ୍ତୁ ଉଭୟରୁ ପୋଷାକ ତିଆରି ହୁଏ ।
  • ପ୍ରାକୃତିକ ତନ୍ତୁ ନିର୍ମିତ ପୋଷାକ ଶରୀର ପାଇଁ ସ୍ବାସ୍ଥ୍ୟପ୍ରଦ ହୋଇଥିବା ବେଳେ କୃତ୍ରିମ ତନ୍ତୁ ନିର୍ମିତ ବସ୍ତ୍ର ଶରୀର ପାଇଁ ହାନିକାରକ ।

BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ

ଦୀର୍ଘ ପ୍ରଶ୍ନୋତ୍ତର

Question 1.
କପା ଚାଷ ବିଷୟରେ ସଂକ୍ଷିପ୍ତ ଟିପ୍‌ପଣୀ ଲେଖ ।
ଉ –

  • କପା ଚାଷ ପାଇଁ କୃଷ୍ଣ କାର୍ପାସ ମୃତ୍ତିକା ଓ ଉଷ୍ମ ଜଳବାୟୁ ଉପଯୁକ୍ତ ଅଟେ ।
  • ଏହି ମୁଭିକାର ଜଳଧାରଣ ଶକ୍ତି ଅଧ୍ଵ ।
  • ମାଟି ଶୁଖୁଲେ ଫାଟିଯାଏ; ଫଳରେ ବାୟୁ ପ୍ରବେଶ କରିବା ସହଜ ହୁଏ ଓ ଅଣୁଜୀବମାନେ ଭଲ ବଢ଼ିପାରନ୍ତି ।
  • ଆମ ଦେଶର ମହାରାଷ୍ଟ୍ର ଓ ଗୁଜରାଟରେ ଅଧିକ କପାଚାଷ କରାଯାଏ । ସେଥ‌ିପାଇଁ ମୁମ୍ବାଇ, ସୁରଟ,

Question 2.
କୃତ୍ରିମ ତନ୍ତୁ କ’ଣ ଓ କୃତ୍ରିମ ତନ୍ତୁରୁ ତିଆରି କପଡ଼ା ପିନ୍ଧିବାକୁ ଡାକ୍ତରମାନେ କାହିଁକି ମନାକରିଥା’ନ୍ତି ?
ଉ –

  • କୃତ୍ରିମ ଉପାୟରେ ତିଆରି ହୋଇଥିବା ତନ୍ତୁକୁ କୃତ୍ରିମ ତନ୍ତୁ କହନ୍ତି ।
  • ନାଇଲନ୍, ପଲିଷ୍ଟର, ଟେରିଲିନ୍ କପଡ଼ା କୃତ୍ରିମ ତନ୍ତୁରୁ ତିଆରି ହୋଇଥାଏ ।
  • କୃତ୍ରିମ ତନ୍ତୁରୁ ତିଆରି କପଡ଼ା ବହୁତ ଟାଣ ଓ ବହୁଦିନ ପର୍ଯ୍ୟନ୍ତ ଛିଣ୍ଡେ ନାହିଁ ।
  • ଏହି କପଡ଼ା ରାସାୟନିକ ପଦାର୍ଥରୁ ତିଆରି ହେଉଥ‌ିବାରୁ ଶରୀର ଉପରେ ଏହାର କୁପ୍ରଭାବ ରହିଛି । ଚର୍ମରୋଗ ହୋଇଥିଲେ ଡାକ୍ତର ଏପ୍ରକାର ପୋଷାକ ପିନ୍ଧିବାକୁ ମନାକରିଥା’ନ୍ତି ।

BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ

Question 3.
ଆମ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାରେ ନଳିତା ଚାଷ କରାଯାଏ କାହିଁକି ?
ଉ –

  • ନଳିତା ଚାଷ ପାଇଁ ପଟୁମାଟି ଆବଶ୍ୟକ ।
  • ପଟୁମାଟି ଥାଏ ଫଳରେ ବେଶି ନଳିତା ଚାଷ କରାଯାଏ ।
  • କେନ୍ଦ୍ରାପଡ଼ା ନିକଟରେ ଚିତ୍ରୋତ୍ପଳା, ମହାନଦୀ ଆଦି ନଦୀ ପ୍ରବାହିତ ହୋଇଛି । ଏହାର ଉପକୂଳ ଅଞ୍ଚଳରେ ପଟୁମାଟି ଥାଏ ଫଳରେ ବେଶି ନଳିତା ଚାଷ କରାଯାଏ ।
  • ତେଣୁ କେନ୍ଦ୍ରାପଡ଼ା ଜିଲ୍ଲାରେ ନଳିତା ଚାଷ କରାଯାଏ ।

ବସ୍ତୁନିଷ୍ଠ ପ୍ରଶୋଉର

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ଗରମ ଦିନେ ……………. ବସ୍ତ୍ର ପିନ୍ଧିବାକୁ ଭଲ ଲାଗେ ।
(ଖ) ସୂତା …………. ରୁ ତିଆରି ହେଉଛି ।
(ଗ) ପଶମ ମୁଖ୍ୟତଃ …………….. ଲୋମରୁ ମିଳିଥାଏ ।
(ଘ) କପା ଚାଷ ପାଇଁ …………. ମୁଭିକା ଉପଯୁକ୍ତ ଅଟେ ।
(ଙ) ଓଡ଼ିଶାର ……………… ଜିଲ୍ଲାରେ ନଳିତା ଚାଷ ହୁଏ ।
(ଚ) ଓଡ଼ିଶାର ତନ୍ତବୁଣା ……………… ଶାଢ଼ୀର ଆଦର ଭାରତ ବାହାରେ ଅଛି ।
(ଛ) ଗାନ୍ଧିଜୀ …………. ଓ …………. ରେ ସୂତା କାଟୁଥିଲେ ।
(ଜ) …………… ତନ୍ତୁର ସୂତାରେ ସ୍ଵେଟର, ମଫଲର, ଚଦର ଇତ୍ୟାଦି ତିଆରି କରାଯାଏ ।
ଉ –
(କ) ସୂତା
(ଖ) ତନ୍ତୁ
(ଗ) ମେଣ୍ଢା
(ଘ) କୃଷ୍ଣକାର୍ପାସ
(ଙ) କେନ୍ଦ୍ରାପଡ଼ା
(ଚ) ପାଟ
(ଛ) ତକଲି, ଅରଟ
(ଜ) ପଶମ

BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ

Question 2.
ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।

(କ) କେଉଁ ତନ୍ତୁଟି ଉଭିଦ ଓ ପ୍ରାଣୀଠାରୁ ମିଳେ ନାହିଁ ?
(i) ରେଶମ
(ii) ପଶମ
(iii) ପଲିଷ୍ଟର
(iv) ତୁଳା
ଉ –
(iii) ପଲିଷ୍ଟର

(ଖ) ନାଇଲନ୍ ଓ ଟେରିଲିନ୍ ବସ୍ତ୍ର ପିନ୍ଧିଲେ କେଉଁ ରୋଗ ହୁଏ ?
(i) ହୃଦ୍‌ରୋଗ
(ii) ମଧୁମେହ
(ii) ଚର୍ମରୋଗ
(iv) କର୍କଟ
ଉ –
(ii) ଚର୍ମରୋଗ
(ଗ) କେଉଁଟି ପ୍ରାକୃତିକ ତନ୍ତୁ ?
(i) ପଲିଷ୍ଟର
(ii) ପଶମ
(iii) ଟେରିଲିନ୍
(iv) ନାଇଲନ୍
ଉ –
(ii) ପଶମ
(ଘ) ରେଶମ ପୋକ କ’ଣ ତିଆରି କରେ ?
(i) ଫେଣା
(ii) ଗାତ
(iii) ବସା
(iv) କୋଷା
ଉ –
(iv) କୋଷା

(ଙ) ଭାରତର କେଉଁ ରାଜ୍ୟରେ ଅଧ‌ିକ କପାଚାଷ କରାଯାଏ ?
(i) ମହାରାଷ୍ଟ୍ର
(ii) ପଞ୍ଜାବ
(iii) କେରଳ
(iv) ପଶ୍ଚିମବଙ୍ଗ
ଉ –
(i) ମହାରାଷ୍ଟ୍ର

BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ

(ଚ) କେଉଁଟି ପ୍ରାକୃତିକ ତନ୍ତୁ ନୁହେଁ ?
(i) ଚମଡ଼ା
(ii) ପଶମ
(iii) ରେଶମ
(iv) ଡେକ୍ରନ
ଉ –
(iv) ଡେକ୍ରନ

(ଛ) ଶୀତଦିନେ କେଉଁ ବସ୍ତ୍ର ପିନ୍ଧାଯାଏ
(i) ରେଶମ
(ii) କାର୍ପାସ
(iii) ପଶମ
(iv) ପଲିଷ୍ଟର
ଉ –
(iii) ପଶମ

(ଜ) କପାଚାଷ ପାଇଁ କେଉଁ ଜଳବାୟୁ ଆବଶ୍ୟକ ?
(i) ଶୀତଳ
(ii) ଉଷ୍ଣ
(iii) ନୀତିଶୀତାଷ୍ଣ
(iv) ଆର୍ଦ୍ର
ଉ –
(ଜ) ଉଷ୍ଣ

BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ

Question 3.
ପ୍ରଥମ ଯୋଡ଼ା ଶବ୍ଦଦ୍ଵୟର ସମ୍ପର୍କକୁ ଦେଖୁ ଦ୍ବିତୀୟ ଯୋଡ଼ାର ଶୂନ୍ୟସ୍ଥାନ ପୂରଣ କର ।
(କ) ରେଶମ : ପ୍ରାକୃତିକ ତନ୍ତୁ : : ପଲିଷ୍ଟର : ………………… ।
(ଖ) କପା ଚାଷ : କୃଷ୍ଣ କାର୍ପାସ ମୃତ୍ତିକା : : ଝୋଟ ଚାଷ : ………………… ।
(ଗ) ରେଶମ ପୋକ : ରେଶମ : : ଚମରୀ ଗାଈ : ………………… ।
(ଘ) ମଫଲର : ପଶମ ତନ୍ତୁ : : ପାପୋଛ : ………………… ।
(ଙ) ତୁଳା : କପା : : ଝୋଟ : ………………… ।
ଉ –
(କ) କୃତ୍ରିମ ତନ୍ତୁ
(ଖ) ପଟୁମାଟି
(ଗ) ପଶମ
(ଘ) ତନ୍ତୁ
(ଙ) ନଳିତା

Question 4.
୪। ରେଖାଙ୍କିତ ପଦ ନବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ରେଶମ ପୋକର ଅଣ୍ଡାରୁ ରେଶମ ମିଳେ ।
(ଖ) ନାଇଲନ ଗୋଟିଏ ପ୍ରାକୃତିକ ତନ୍ତୁ ।
(ଗ) ହସ୍ତ ପ୍ରସ୍ତୁତ କପଡ଼ାକୁ ଖଦଡ଼ କୁହାଯାଏ ।
(ଘ) ଗାଈ ଲୋମରୁ ପଶମ ମିଳିଥାଏ ।
(ଙ) କପାଚାଷ ପାଇଁ ଆର୍ଦ୍ର ଜଳବାୟୁ ଆବଶ୍ୟକ ।
ଉ –
(କ) ରେଶମ ପୋକର କୋଷାରୁ ରେଶମ ମିଳେ ।
(ଖ) ନାଇଲନ୍ ଗୋଟିଏ କୃତ୍ରିମ ତନ୍ତୁ ।
(ଗ) ହସ୍ତ ପ୍ରସ୍ତୁତ କପଡ଼ାକୁ ଖଦଡ଼ କୁହାଯାଏ ।
(ଘ) ଚମରୀଗାଈ ଲୋମରୁ ପଶମ ମିଳିଥାଏ ।
(ଙ) କପାଚାଷ ପାଇଁ ଉଷ୍ଣ ଜଳବାୟୁ ଆବଶ୍ୟକ ।

BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ

Question 5.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
(କ)
BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ - 1
ଉ –
BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ - 2

(ଖ)
BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ - 3
ଉ –
BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ - 4

(ଗ)
BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ - 5
ଉ –
BSE Odisha 6th Class Science Important Questions Chapter 4 ଦୈନନ୍ଦିନ ଜୀବନରେ ବ୍ୟବହୃତ ବସ୍ତୁ - 6

Leave a Comment