BSE Odisha 6th Class Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

Odisha State Board BSE Odisha 6th Class Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ Important Questions and Answers.

BSE Odisha Class 6 Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question 1.
ଶ୍ଵେତସାର ଜାତୀୟ ଖାଦ୍ୟର ଉଦାହରଣ ଦିଅ ଏବଂ ଏହାର କାର୍ଯ୍ୟ ଉଲ୍ଲେଖ କର ।
ଉ –

  • ଚାଉଳ, ଚିନି, ଗୁଡ଼, ଆଳୁ, ମାଣ୍ଡିଆ, ମକା, ସାରୁ, ବାଜରା, ଅଟା, କନ୍ଦମୂଳ ଇତ୍ୟାଦି ଶ୍ଵେତସାର ଜାତୀୟ ଖାଦ୍ୟ ।
  • ଶ୍ଵେତସାର କାର୍ଯ୍ୟ କରିବାପାଇଁ ଶକ୍ତି ଯୋଗାଏ । ବଳକା ଶ୍ଵେତସାର ଶରୀରରେ ଚର୍ବି ଆକାରରେ ଜମାହୋଇ ରହେ, ଯେଉଁଥୁରୁ ଆବଶ୍ୟକ ସମୟରେ ଶକ୍ତି ମିଳେ । ଏହି ଖାଦ୍ୟ ଅଭାବରେ ମାରାସ୍‌ମସ୍ ରୋଗ ହୁଏ ।

Question 2.
ମାରାସମସ୍ ଓ କ୍ଲାସିଓର୍କର୍ ରୋଗ ଦୁଇଟିର ଲକ୍ଷଣମାନ ଲେଖ ।
ଉ –

  • ମାରାସମସ୍ ରୋଗର ଲକ୍ଷଣଗୁଡ଼ିକ ମଧ୍ୟରେ ପତଳା ଝାଡ଼ା ହେବ, ବୃଦ୍ଧିରେ ବାଧା, ଶରୀର କ୍ଷୀଣ ହେବା, କେଶ କହରା ହେବା ଇତ୍ୟାଦି ପ୍ରଧାନ ।
  • କ୍ଲାସିଓର୍କର୍ ରୋଗର ଲକ୍ଷଣଗୁଡ଼ିକ ମଧ୍ୟରେ ଗୋଡ଼, ହାତ, ମୁହଁ ଫୁଲିଯିବା ଓ ମୁଣ୍ଡରୁ କେଶ ଉପୁଡ଼ିଯିବା ଇତ୍ୟାଦି ପ୍ରଧାନ ।

Question 3.
ଭିଟାମିନ୍ ‘C’ କେଉଁଥୁରୁ ମିଳେ ଓ ଏହାର ଅଭାବରେ କେଉଁ କେଉଁ ରୋଗ ହୁଏ ?
ଉ –

  • କମଳା, ଲେମ୍ବୁ, ପିଜୁଳି, ଟମାଟୋ, ଅଁଳା, କଞ୍ଚାଲଙ୍କା, ତଟକା ପନିପରିବା ଆଦିରୁ ଭିଟାମିନ୍ ‘C’ ମିଳେ ।
  • ଭିଟାମିନ୍ C ଅଭାବରେ ସ୍କର୍ଭି ରୋଗ ହୁଏ, ଦାନ୍ତ ମାଢ଼ିରୁ ରକ୍ତ ପଡ଼େ ଓ ଘା’ ଶୁଖେ ନାହିଁ ।

BSE Odisha 6th Class Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

Question 4.
ଗର୍ଭବତୀ ମାଆମାନେ ଅଧ୍ବକ ପୁଷ୍ଟିସାର ଓ ଲୌହଯୁକ୍ତ ଖାଦ୍ୟ ଖାଇବା ଉଚିତ କାହିଁକି ?
ଉ –

  • ପୁଷ୍ଟିସାର ଜାତୀୟ ଖାଦ୍ୟ ପିଲାମାନଙ୍କ ଶରୀର ବୃଦ୍ଧି ଓ ନୂତନ କୋଷ ସୃଷ୍ଟି କରିବାରେ ସାହାଯ୍ୟ କରେ ।
  • ଲୌହଯୁକ୍ତ ଖାଦ୍ୟ ରକ୍ତ ତିଆରିରେ ସାହାଯ୍ୟ କରେ । ତେଣୁ ଗର୍ଭବତୀ ମାଆମାନେ ଅଧିକ ପୁଷ୍ଟିସାର ଓ ଲୌହଯୁକ୍ତ ଖାଦ୍ୟ ଖାଇବା ଉଚିତ ।

Question 5.
ଶ୍ରମିକମାନେ ଅଧ୍ଵ ଶ୍ଵେତସାରଯୁକ୍ତ ଖାଦ୍ୟ ଖାଇବା ଉଚିତ କାହିଁକି ?
ଉ –

  • ଶ୍ରମିକମାନେ କଠିନ ଶାରୀରିକ ପରିଶ୍ରମ କରନ୍ତି । ସେଥ୍ପାଇଁ ଅଧିକ ଶକ୍ତି ଆବଶ୍ୟକ ।
  • ଶ୍ଵେତସାରଯୁକ୍ତ ଖାଦ୍ୟରୁ ମିଳୁଥିବା ଶକ୍ତି ଶାରୀରିକ ପରିଶ୍ରମ ଲାଗି ବଳ ଦେଇଥାଏ । ତେଣୁ ସେମାନେ ଅଧୂକ ଶ୍ଵେତସାରଯୁକ୍ତ ଖାଦ୍ୟ ଖାଇବା ଉଚିତ।

Question 6.
ଶ୍ଵେତସାର ଓ ପୁଷ୍ଟିସାର ଜାତୀୟ ଖାଦ୍ୟ ମଧ୍ୟରେ ଦୁଇଟି ସାମଞ୍ଜସ୍ୟ ଲେଖ ।
ଉ-
ସାମଞ୍ଜସ୍ୟ :

  • ଉଭୟ ଶ୍ଵେତସାର ଓ ପୁଷ୍ଟିସାର ଜାତୀୟ ଖାଦ୍ୟ ଉଭୟ ଆମର ପୋଷକଯୁକ୍ତ ଖାଦ୍ୟ ।
  • ଶ୍ଵେତସାର ଓ ପୁଷ୍ଟିସାର ଉଭୟ ଖାଦ୍ୟ ଶରୀରକୁ ଶକ୍ତି ଯୋଗାଏ ।

Question 7.
ଅପପୁଷ୍ଟି ଜନିତ ରୋଗ କ’ଣ ? ୨ଟିର ନାମ ଲେଖ ।
ଉ-

  • ଉପଯୁକ୍ତ ପୋଷକର ଅଭାବରେ ଯେଉଁ ରୋଗ ହୁଏ, ତାକୁ ଅପପୁଷ୍ଟି ଜନିତ ରୋଗ କହନ୍ତି ।
  • ମାରାସ୍‌ମସ୍ ଓ କ୍ଵାସିଓକର ୨ଟି ଅପପୁଷ୍ଟି ଜନିତ ରୋଗ ଅଟେ ।

Question 8.
ଭିଟାମିନ୍ B12ର ଦୁଇଟି କାର୍ଯ୍ୟ
ଉ-
(i) ରକ୍ତରେ ଲେଖ ।
(ii) ସ୍ନାୟୁମାନଙ୍କର କାର୍ଯ୍ୟକୁ ତ୍ୱରାନ୍ଵିତ କରେ ।

Question 9
ସ୍ନେହସାର ଖାଦ୍ୟର ୨ଟି କାର୍ଯ୍ୟ ଲେଖ ।
ଉ-

  • ସ୍ନେହସାର ଖାଦ୍ୟ ଶରୀରକୁ କାର୍ଯ୍ୟକରିବା ପାଇଁ ଶକ୍ତି ଯୋଗାଏ ।
  • ଏହା ଆମର ଚର୍ମକୁ ଚିକ୍‌କଣ ରଖେ ।

BSE Odisha 6th Class Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

Question 10.
ପୋଷକ କ’ଣ ? ବିଭିନ୍ନ ପ୍ରକାର ପୋଷକର ନାମ ଲେଖ ।
ଉ-

  • ଖାଦ୍ୟ ପଦାର୍ଥରେ କେତେକ ରାସାୟନିକ ପଦାର୍ଥ ଥାଏ ସେହି ପଦାର୍ଥକୁ ପୋଷକ କହନ୍ତି ।
  • ପୋଷକଗୁଡ଼ିକ ହେଲା- ଶ୍ଵେତସାର, ସ୍ନେହସାର, ପୁଷ୍ଟିସାର, ଧାତୁସାର, ଜୀବସାର ଓ ଜଳ ।

Question 11.
ସ୍ନେହସାର ଶରୀର ପାଇଁ କି ଉପକାର କରେ ?
ଉ-

  • ସ୍ନେହସାର ଖାଦ୍ୟ ଶରୀରକୁ କାର୍ଯ୍ୟ କରିବା ପାଇଁ ଶକ୍ତି ଯୋଗାଏ ।
  • ଏହା ଆମର ଚର୍ମକୁ ଚିକ୍‌କଣ ରଖେ ।

ଦୀର୍ଘ ପ୍ରଶ୍ନୋତ୍ତର

Question 1.
ମାରାସ୍‌ମସ୍ ଓ କ୍ଵାସିଓର୍କର ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
ଉ –

ମାରାସ୍‌ମସ୍ କ୍ଵାସିଓର୍କର
 (i) ଶ୍ଵେତସାର ଅଭାବଜନିତ ରୋଗକୁ ମାରସ୍‌ମସ୍ କହନ୍ତି । (i) ପୁଷ୍ଟିସାର ଅଭାବଜନିତ ରୋଗକୁ କ୍ଳାସିଓର୍କର କହନ୍ତି ।
(ii) ମାରାସ୍‌ମସ୍ ଭୋଗୁଥ‌ିବା ରୋଗୀର ପତଳା ଝାଡ଼ା, ବୃଦ୍ଧିରେ ବାଧା, ଶରୀର କ୍ଷୀଣ ଓ କେଶ କହରା ହୁଏ । (ii) କ୍ଲାସିଓର୍କର ଭୋଗୁଥିବା ରୋଗୀର ଗୋଡ଼, ହାତ, ମୁହଁ ଫୁଲିଯାଏ ଓ ମୁଣ୍ଡରୁ କେଶ ଉପୁଡ଼ିଯାଏ ।

BSE Odisha 6th Class Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

Question 2.
ଆୟୋଡ଼ିନଯୁକ୍ତ ଲବଣ କେଉଁଥରୁ ମିଳେ ? ଏହାର କାର୍ଯ୍ୟ ଅଭାବଜନିତ ରୋଗର ନାମ ଲେଖ ।
(i) ସଜନା ଛୁଇଁ, ସମୁଦ୍ର ମାଛ, ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରେ ହେଉଥ‌ିବା ପରିବା ଓ ଫଳରୁ ଆୟୋଡ଼ିଯୁକ୍ତ ଲବଣ ମିଳିଥାଏ ।
(ii) ଆୟୋଡ଼ିଯୁକ୍ତ ଲବଣ ଥାଇରଏଡ଼ ଗ୍ରନ୍ଥିକୁ କାର୍ଯ୍ୟକ୍ଷମ କରାଏ ।
(iii) ଏହାର ଅଭାବରେ ଗଳଗଣ୍ଡ ରୋଗ ଓ ପିଲାର ମାନସିକ ବିକାଶରେ ବାଧା ସୃଷ୍ଟି କରାଇଥାଏ ।

Question 3.
ସୁଷମ ଖାଦ୍ୟ କ’ଣ ? ୧୨ ବର୍ଷ ବୟସର ପିଲାପାଇଁ ନିରାମିଷାଶୀ ସୁଷମ ଖାଦ୍ୟଦ୍ରବ୍ୟର ପରିମାଣର ଏକ ତାଲିକା ଲେଖ ।
ଉ –
ସୁଷମ ଖାଦ୍ୟ – ଜଣେ ବ୍ୟକ୍ତିର ଆବଶ୍ୟକତା ଅନୁସାରେ ପ୍ରତ୍ୟେକ ଉପାଦାନ ରହିଥ‌ିବା ଖାଦ୍ୟକୁ ସୁଷମ ଖାଦ୍ୟ କୁହାଯାଏ ।
୧୦-୧୨ ବର୍ଷ ପିଲାଙ୍କର ସୁଷମ ଖାଦ୍ୟ ତାଲିକା –
BSE Odisha 6th Class Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ - 1

ବସ୍ତୁନିଷ୍ଠ ପ୍ରଶୋଉର

Question 1.
ଶୂନ୍ୟସ୍ଥାନ ପୂରଣ କର ।
(କ) ଖାଦ୍ୟ ପଦାର୍ଥରେ ଥ‌ିବା ରାସାୟନିକ ପଦାର୍ଥକୁ ………… କୁହାଯାଏ ।
(ଖ) ଅଟାକୁ …………. ଦ୍ରବଣରେ ମିଶାଇଲେ ଗୀତନାଳ ବର୍ଣ୍ଣ ହୋଇଥାଏ l
(ଗ) ତୁତିଆର ରାସାୟନିକ ନାମ ………… ।
(ଘ) ……….. ରୋଗ ଭୋଗୁଥିବା ରୋଗୀର ଗୋଡ଼, ହାତ, ମୁହଁ ଫୁଲିଯାଏ ।
(ଙ) ସ୍ନାୟୁମାନଙ୍କ କାମ ପାଇଁ …………. ଭିଟାମିନ୍ ଦରକାର ।
(ଚ) ଲହୁଣି …………. ଜାତୀୟ ଖାଦ୍ୟ ।
(ଛ) ଭିଟାମିନ୍ ‘C’ ଅଭାବରେ ………….. ରୋଗ ହୁଏ ।
(ଜ) ଆମେ ଦୈନିକ ………….. ଗ୍ଲାସ୍ ପାଣି ପିଇବା ଦରକାର ।
ଉତ୍ତର –
(କ) ପୋଷକ
(ଖ) ଆୟୋଡ଼ିନ୍
(ଗ) କପର ସଲଫେଟ୍
(ଘ) କ୍ବାସିଓକର
(ଙ) B12
(ଚ) ସ୍ନେହସାର
(ଛ) ସ୍କର୍ଭି
(ଜ) 8 – 10

BSE Odisha 6th Class Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

Question 2.
ପ୍ରତି ପ୍ରଶ୍ନତଳେ ଚାରୋଟି ସମ୍ଭାବ୍ୟ ଉତ୍ତର ଦିଆଯାଇଛି । ଠିକ୍ ଉତ୍ତରଟି ବାଛି ଲେଖ ।

(କ) କେଉଁ ପ୍ରକାର ଖାଦ୍ୟ ଶରୀର ଗଠନ ଓ କ୍ଷୟ ପୂରଣ କରେ ?
(i) ସ୍ନେହସାର
(ii) ପୁଷ୍ଟିସାର
(iii) ଶ୍ଵେତସାର
(iv) ଖଣିଜ ଲବଣ
ଉ –
(କ) ପୁଷ୍ଟିସାର
(ଖ) ଗାଈ କ୍ଷୀରରେ କେଉଁ ଭିଟାମିନ୍ ନଥାଏ ?
(i) A
(ii) B
(iii) C
(iv) D
ଉ –
(ଖ) C

(ଗ) ସୂର୍ଯ୍ୟକିରଣ ଚର୍ମରେ ପଡ଼ିଲେ କେଉଁ ଭିଟାମିନ୍ ତିଆରି ହୁଏ ?
(i) A
(ii) B
(iii) E
(iv) D
ଉ –
(ଗ) D

(ଘ) ଶ୍ଵେତସାର ଅଭାବରେ କେଉଁ ରୋଗ ହୁଏ ?
(i) କ୍ଵାସିଓକର୍
(ii) ମାରାସ୍ମସ୍
(iii) କାମଳ
(iv) ଏଡ୍‌ସ
ଉ –
(ଘ) ମାରାସ୍‌ମସ୍

BSE Odisha 6th Class Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

(ଙ) ତୈଳବୀଜରେ କେଉଁ ଜାତୀୟ ଖାଦ୍ୟ ଥାଏ ?
(i) ଶ୍ଵେତସାର
(ii) ପୁଷ୍ଟିସାର
(iii) ସ୍ନେହସାର
(iv) ଜୀବସାର
ଉ –
(ଡ) ସ୍ନେହସାର

(ଚ) ନିମ୍ନଲିଖ କେଉଁଥରେ ଭିଟାମିନ୍ E ଥାଏ ?
(i) ସୋରିଷ ତେଲ
(ii) ନଡ଼ିଆତେଲ
(iii) ରାଶିତେଲ
(iv) ବାଦାମ ତେଲ
ଉ –
(ଚ) ରାଶିତେଲ

(ଛ) କେଉଁ ଭିଟାମିନ୍ ଅଭାବରେ ଅଷ୍ଟିଓମାଲେସିଆ ରୋଗ ହୁଏ ?
(i) A
(ii) B
(iii) E
(iv) D
ଉ –
(ଛ) D

(ଜ) ଲୋହିତ କୋଷିକା ତିଆରି ପାଇଁ କେଉଁ ଭିଟାମିନ୍ ଦରକାର ?
(i) B12
(ii) B1
(iii) K
(iv) D
(iv) C
ଉ –
(ଜ) B12

BSE Odisha 6th Class Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

Question 3.
ନିମ୍ନରେ ଦିଆଯାଇଥିବା ପ୍ରଶ୍ନର ବାମପାର୍ଶ୍ଵର ଦୁଇ ଶବ୍ଦର ସମ୍ପର୍କକୁ ଦେଖ୍ ଡାହାଣ ପାର୍ଶ୍ଵର ଶବ୍ଦ ପାଖରେ ଥ‌ିବା ଶୂନ୍ୟ ସ୍ଥାନରେ ଉପଯୁକ୍ତ ଶବ୍ଦ ଲେଖ ।
(କ) ପୁଷ୍ଟିସାର : ଶରୀର ଗଠନ :: ଶ୍ଵେତସାର : ……….. ।
(ଖ) ରକ୍ତ ଜମାଟ ବାନ୍ଧିବା : ଭିଟାମିନ୍ K :: ବନ୍ଧ୍ୟାରୋଗ ଦୂରହେବା : ……….. ।
(ଗ) ଶ୍ଵେତସାର : ମାରାସ୍‌ମସ୍ :: ପୁଷ୍ଟିସାର : ……….. ।
(ଘ) ଲୌହଯୁକ୍ତ ଲବଣ : ରକ୍ତହୀନତା :: ଆୟୋଡ଼ିଯୁକ୍ତ ଲବଣ : ……….. ।
(ଙ) ତୁତିଆ : କପର ସଲ୍‌ଫେଟ୍ :: ଲୁଣ : ……….. ।
(ଚ) ସଜନା ଛୁଇଁ : ଆୟୋଡ଼ିଯୁକ୍ତ ଲବଣ :: ସଜନା ଶାଗ : ……….. ।
(ଛ) କାଞ୍ଜି : ଭିଟାମିନ୍ B :: ବନ୍ଧାକୋବି : ……….. ।
(ଜ) ଭିଟାମିନ୍ B : ଜଳରେ ଦ୍ରବଣୀୟ :: ଭିଟାମିନ୍ A : ……….. ।
ଉ –
(କ) କାର୍ଯ୍ୟ କରିବାପାଇଁ ଶକ୍ତି
(ଖ) ଭିଟାମିନ୍ E
(ଗ) କ୍ଵାସିଓକ୍‌ର
(ଙ) ସୋଡ଼ିୟମ୍‌ କ୍ଲୋରାଇଡ୍
(ଚ) ଲୌହଯୁକ୍ତ ଲବଣ
(ଛ) ଭିଟାମିନ୍ K

Question 4.
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ପ୍ରତ୍ୟେକ ଖାଦ୍ୟ ପଦାର୍ଥରେ ଥିବା କେତେକ ରାସାୟନିକ ପଦାର୍ଥକୁ ଶ୍ଵେତସାର କୁହାଯାଏ ।
(ଖ) ଅନ୍ଧାରକଣା ରୋଗ ଭିଟାମିନ୍ – B ଅଭାବରେ ହୋଇଥାଏ ।
(ଗ) ରକ୍ତରେ ଥିବା ଲୋହିତ କୋଷିକା ତିଆରିରେ ଭିଟାମିନ୍ -E ସାହାଯ୍ୟ କରେ ।
(ଘ) ଭିଟାମିନ୍ – E ଅଭାବରେ ସ୍କର୍ଭିରୋଗ ହୁଏ ।
(ଙ) ସୋଡ଼ିୟମ୍‌ କ୍ଲୋରାଇଡ୍ ଲବଣ ଦାନ୍ତ ଓ ଅସ୍ଥି ଗଠନରେ ସାହାଯ୍ୟ କରେ ।
ଉ –
(କ) ପ୍ରତ୍ୟେକ ଖାଦ୍ୟ ପଦାର୍ଥରେ ଥ‌ିବା କେତେକ ରାସାୟନିକ ପଦାର୍ଥକୁ ପୋଷକ କୁହାଯାଏ ।
(ଖ) ଅନ୍ଧାରକଣା ରୋଗ ଭିଟାମିନ୍ – A ଅଭାବରେ ହୋଇଥାଏ ।
(ଗ) ରକ୍ତରେ ଥ‌ିବା ଲୋହିତ କୋଷିକା ତିଆରିରେ ଭିଟାମିନ୍ -B12 ସାହାଯ୍ୟ କରେ ।
(ଘ) ଭିଟାମିନ୍ – C ଅଭାବରେ ସ୍କର୍ଭିରୋଗ ହୁଏ ।
(ଙ) କାସିୟମ୍ ଲବଣ ଦାନ୍ତ ଓ ଅସ୍ଥି ଗଠନରେ ସାହାଯ୍ୟ କରେ ।

BSE Odisha 6th Class Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

Question 5.
ଠିକ୍ ଉତ୍ତର ପାଖରେ (✓) ଚିହ୍ନ ଓ ଭୁଲ୍ ଉତ୍ତର ପାଖରେ (*) ଚିହ୍ନ ଦିଅ ।
(କ) ପୁଷ୍ଟିସାର ଜାତୀୟ ଖାଦ୍ୟ ଚର୍ମକୁ ଚିକ୍କଣ କରାଏ । (✗)
(ଖ) ଭିଟାମିନ୍ ‘C’ ଅଭାବରେ ବେରିବେରି ରୋଗ ହୁଏ । (✗)
(ଗ) ବିଭିନ୍ନ ପ୍ରକାର ଶାଗରେ ଭିଟାମିନ୍ – K ଥାଏ । (✓)
(ଘ) ଖାଦ୍ୟ ଖାଇବା ସହିତ ଦୈନିକ ୫-୬ ଗିଲାସ ପାଣି ପିଇବା ଦରକାର । (✗)
(ଙ) ସୁଷମ ଖାଦ୍ୟ ଆମକୁ ସମସ୍ତ ପୋଷାକ ଯୋଗାଇଥାଏ । (✓)

Question 6.
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
(କ)
BSE Odisha 6th Class Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ - 2
ଉ –
BSE Odisha 6th Class Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ - 3

BSE Odisha 6th Class Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ

(ଖ)
BSE Odisha 6th Class Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ - 4
ଉ –
BSE Odisha 6th Class Science Important Questions Chapter 2 ଖାଦ୍ୟର ଶ୍ରେଣୀ ବିଭାଗ - 5

Leave a Comment