Odisha State Board BSE Odisha 6th Class Science Solutions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ Textbook Exercise Questions and Answers.
BSE Odisha Class 6 Science Solutions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ
Question 1.
ବାୟୁରେ ଅମ୍ଳଜାନ ଏକ ପଞ୍ଚମାଂଶ ଓ ଅଙ୍ଗାରକାମ୍ଳ ତିନି ସହସ୍ରାଶ ଅଛି । ଏହି ଅନୁପାତ ଅଦଳବଦଳ ହେଲେ ଜୀବଜଗତ ଉପରେ ଏହାର କି ପ୍ରଭାବ ପଡ଼ିବ, ଚାରୋଟି ବାକ୍ୟରେ ଲେଖ ।
ଉ –
ଅମ୍ଳଜାନ ଓ ଅଙ୍ଗାରକାମ୍ଳର ଅନୁପାତ ଅଦଳବଦଳ କରିଦେଲେ ଜୀବଜଗତ ଉପରେ ନିମ୍ନଲିଖ୍ ପ୍ରଭାବମାନ ପଡ଼ିବ ।
- ଜୀବଜଗତ ଶ୍ଵାସକ୍ରିୟାରେ ଅମ୍ଳଜାନ ଗ୍ରହଣକରୁଥିବାରୁ ଅମ୍ଳଜାନର ଅଭାବ ଘଟି ଜୀବଜଗତ ଧ୍ୱଂସ ହେବ ।
- ଅଙ୍ଗାରକାମ୍ଳର ପରିମାଣ ବଢ଼ିଗଲେ ପୃଥିବୀପୃଷ୍ଠର ତାପମାତ୍ରା ବହୁତ ବଢ଼ିଯିବ । ଏହାଦ୍ଵାରା ମଧ୍ୟ ଜୀବଜଗତ ତିଷ୍ଠିରହିବା ଅସମ୍ଭବ ହୋଇପଡ଼ିବ ।
- ଅମ୍ଳଜାନର ପରିମାଣ କମିଗଲେ ଦହନକ୍ରିୟା ହୋଇପାରିବ ନାହିଁ ।
- ଉଭିଦଜଗତର ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟା ବାଧାପ୍ରାପ୍ତ ହେବ ।
Question 2.
ପ୍ରଥମ ଦୁଇଟି ଶବ୍ଦର ସମ୍ପର୍କ ଦେଖ୍ ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦ ଲେଖ ।
ଉ –
(କ) ଫୁସ୍ଫୁସ୍
(ଖ) ଶ୍ଵାସରନ୍ଧ
(ଗ) ସ୍ତୋମ୍
(ଘ) ସ୍ତୋମ୍
Question 3.
ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(କ) ମାଛ ଶ୍ଵାସକ୍ରିୟା କିପରି କରେ ?
(ଖ) ଅର୍କିଡ଼ କିପରି ଶ୍ଵାସକ୍ରିୟା କରେ ?
(ଗ) ବେଙ୍ଗ ଶୀତଦିନରେ କିପରି ଶ୍ଵାସକ୍ରିୟା କରେ ?
ଉ –
(କ)
- ମାଛ ପାଟିଦ୍ଵାରା ଜଳ ନିଏ ଓ ଗାଲି ସାହାଯ୍ୟରେ ଜଳରେ ମିଶିରହିଥିବା ଅମ୍ଳଜାନକୁ ଅଲଗା କରି ଶ୍ଵାସକ୍ରିୟା କରେ ।
- ଶ୍ଵାସକ୍ରିୟା ଅନବରତ ଚାଲୁଥିବାରୁ ମାଛ ପାଣି ଭିତରେ ଥିବାବେଳେ ପାଟି ଖୋଲା କରି ଜଳ ନେଇ ଗାଲିସି ସାହାଯ୍ୟରେ ସେଥୁରୁ ଅମ୍ଳଜାନ ଅଲଗା କରି ଶ୍ଵାସକ୍ରିୟା ଓ ଅମ୍ଳଜାନ ନଥିବା ଜଳକୁ ବାହାର କରିଦିଏ ଏବଂ ପୁଣି ନୂଆ ଜଳ ପାଟିକୁ ନିଏ । ତେଣୁ ସେ ବାରମ୍ବାର ପାଟି ଖୋଲେ ଓ ବନ୍ଦ କରେ ।
(ଖ) ଅର୍କିଡ଼ ଗଛ ଅନ୍ୟ ଏକ ଗଛ ଉପରେ ନିର୍ଭର କରି ବଢ଼ିଥାଏ । ଏମାନଙ୍କ ମୂଳ ବାୟୁରେ ଝୁଲିଥାଆନ୍ତି ।
(ଗ) ବେଙ୍ଗ ଶୀତଦିନରେ ତାର ଚର୍ମଦ୍ଵାରା ଶ୍ଵାସକ୍ରିୟା କରେ ।
Question 4.
କାରଣ ଲେଖ ।
(କ) ମାଛକୁ ପାଣିରୁ ବାହାର କରି ଆଣିଲେ କିଛି ସମୟ ପରେ ମରିଯାଏ ।
(ଖ) ବେଙ୍ଗ ଏକ ଉଭୟଚର ପ୍ରାଣୀ ।
(ଗ) ଜିଆ ମାଟି ଭିତରେ ରହିଲେ ମଧ୍ୟ ଶ୍ଵାସକ୍ରିୟା କରିପାରେ ।
ଉ –
(କ)
- ମାଛ ପାଟିଦ୍ଵାରା ଜଳ ନିଏ ଓ ଗାଲି ସାହାଯ୍ୟରେ ଜଳରେ ମିଶିରହିଥିବା ଅମ୍ଳଜାନକୁ ଅଲଗା କରି ଶ୍ଵାସକ୍ରିୟା କରେ ।
- ମାଛକୁ ପାଣିରୁ ବାହାର କରି ଆଣିଲେ ସେ ବାୟୁମଣ୍ଡଳରୁ ଅମ୍ଳଜାନ ଗ୍ରହଣ କରି ନପାରି କିଛି ସମୟପରେ ମରିଯାଏ ।
(ଖ)
- ବେଙ୍ଗ ଜଳରେ ଡିମ୍ବଦିଏ ଓ ଡିମ୍ବରୁ ଲାର୍ଭା ଓ ଲାର୍ଭାରୁ ପୂର୍ଣ୍ଣାଙ୍ଗ ହେବା ପର୍ଯ୍ୟନ୍ତ ପାଣିରେ ରହେ ଓ ମାଛପରି ଗାଲିଦ୍ଵାରା ଶ୍ଵାସକ୍ରିୟା କରେ ।
- ପୂର୍ଣ୍ଣାଙ୍ଗ ହେବାପରେ ବେଙ୍ଗ ସ୍ଥଳଭାଗକୁ ଆସେ ଓ ପ୍ରାଣୀପରି ଫୁସ୍ଫୁସ୍ ସାହାଯ୍ୟରେ ଶ୍ଵାସକ୍ରିୟା କରେ । କେତେକ ବେଙ୍ଗ ପାଣିରେ ଅଧିକ ସମୟ ରହନ୍ତି ଓ ଚର୍ମଦ୍ଵାରା ଶ୍ଵାସକ୍ରିୟା କରନ୍ତି । ବେଙ୍ଗ ଜଳ ଓ ସ୍ଥଳ ଉଭୟ କରେ ।
(ଗ)
- ଜିଆ ଚର୍ମଦ୍ଵାରା ଶ୍ଵାସକ୍ରିୟା କରେ ।
- ଜିଆ ମାଟିତଳେ ରହିଲେ ମଧ୍ୟ ତା’ର ଓଦାଳିଆ ଚର୍ମ ବିସରଣ ପ୍ରକ୍ରିୟାଦ୍ବାରା ବାୟୁରୁ ଅମ୍ଳଜାନ ସଂଗ୍ରହ କରି ଶ୍ଵାସକ୍ରିୟା କରେ ।
Question 5.
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଶବ୍ଦ ମିଳାଅ ।
ଉ –
ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ Notes :
Question
ବାୟୁ ଆମର ଯେଉଁ ଯେଉଁ କାର୍ଯ୍ୟ କରିଥାଏ ତା’ର ଏକ ତାଲିକା ଖାତାରେ ପ୍ରସ୍ତୁତ କର ।
ଉ –
(i) ବାୟୁରେ ଥିବା ଅମ୍ଳଜାନକୁ ଶ୍ଵାସକ୍ରିୟାରେ ଗ୍ରହଣ କରି ସମଗ୍ର ଜୀବଜଗତ ବଞ୍ଚିରହିଛି ।
(ii) ବାୟୁରେ ଥିବା ଅମ୍ଳଜାନ ଯୋଗୁଁ ନିଆଁ ଜଳିପାରୁଛି ।
(iii) ବାୟୁ ଓଦା ଜିନିଷକୁ ଶୁଖାଇପାରୁଛି । ବାୟୁରେ ଧାନ ଉଡ଼ାଯାଇଥାଏ ।
(iv) ବାୟୁଯୋଗୁଁ ସୂର୍ଯ୍ୟରଶ୍ମିର ପ୍ରଖରତା କମ୍ ହୋଇପାରୁଛି ଓ ଜୀବଜଗତ ବଞ୍ଚିରହିବା ସମ୍ଭବହେଉଛି ।
(v) ସାଇକେଲ୍, ମଟରସାଇକେଲ, ରିକ୍ସା, ମଟରଗାଡ଼ି ଆଦିର ଟ୍ୟୁବ୍ରେ, ବେଲୁନ୍ରେ ଓ ବଲ୍ରେ ବାୟୁ
(vi) ବାୟୁଯୋଗୁଁ ଆକାଶରେ ବ୍ୟୋମଯାନ ଆଦି ଚଳାଚଳ କରିବା ସମ୍ଭବହେଉଛି, ପାରାଚୁଟ୍ ବ୍ୟବହାର
ବାୟୁରେ ଗୁରୁତ୍ଵ :
(i) ବାୟୁରେ ଥିବା ଅମ୍ଳଜାନ ଦହନର ସହାୟକ । ଦହନରୁ ତାପଶକ୍ତି ମିଳେ ।
(ii) ଯେଉଁ ପ୍ରକ୍ରିୟାଦ୍ଵାରା ଖାଦ୍ୟରୁ ଶକ୍ତି ଉତ୍ପନ୍ନ ହୁଏ, ତାହାକୁ ଶ୍ବସନ କୁହାଯାଏ । ଅମ୍ଳଜାନ ଖାଦ୍ୟ ଦହନ କରି ଶକ୍ତି ଦେଲାବେଳେ ଅଙ୍ଗାରକାମ୍ଳ ନିର୍ଗତ ହୁଏ ।
(iii) ଅମ୍ଳଜାନର ଆହରଣ ଓ ଅଙ୍ଗାରକାମ୍ଳର ତ୍ୟାଗ ପ୍ରକ୍ରିୟାକୁ ଶ୍ଵାସକ୍ରିୟା କୁହାଯାଏ । ଶ୍ଵାସନ ପ୍ରକ୍ରିୟାର ଏକ ଅଂଶବିଶେଷ ହିଁ ଶ୍ଵାସକ୍ରିୟା ।
(iv) ବାୟୁରେ ସର୍ବାଧିକ ପରିମାଣର ଯବକ୍ଷାରଜାନ ଗ୍ୟାସ୍, ଏକ ପଞ୍ଚମାଂଶ ଅମ୍ଳଜାନ ଓ ବହୁତ କମ୍ ପରିମାଣର ଅଙ୍ଗାରକାମ୍ଳ ଗ୍ୟାସ୍ ଥାଏ ।
(v) ଉଭିଦ ଶ୍ଵାସକ୍ରିୟାପାଇଁ ବାୟୁରୁ ଅମ୍ଳଜାନ ନିଏ ଓ ଅଙ୍ଗାରକାମ୍ଳ ତ୍ୟାଗକରେ ।
ତୁମପାଇଁ କାମ – ୧
ଦୁଇଟି କାଚ ବା ପ୍ଲାଷ୍ଟିକ ବୋତଲ ନିଅ । ପ୍ରତ୍ୟେକରେ କିଛି ଗଜାମୁଗ ବା ଫୁଲ କଢ଼ି ପୁରାଅ । ବୋତଲର ଠିପି ବନ୍ଦକରି ଏହାକୁ ଗୋଟିଏ ସ୍ଥାନରେ ରଖ୍ ଦିଅ । ପରଦିନ ଗୋଟିଏ ବୋତଲର ଠିପି ଖୋଲି ସେଥିରେ ଗୋଟିଏ ଜଳନ୍ତା କାଠି ପୁରାଅ । କ’ଣ ଦେଖୁଲ ? କାଠିଟି ଲିଭିଗଲା । ଶିଶିର ଭିତରେ ଥିବା ବାୟୁରେ ଅମ୍ଳଜାନ ସରିଯିବାରୁ କାଠିଟି ଲିଭିଗଲା । ଦ୍ୱିତୀୟ ବୋତଲରେ ଠିପି ଖୋଲି କିଛି ସ୍ବଚ୍ଛ ଚୂନପାଣି ପୁରାଅ । ଠିପି ବନ୍ଦକରି ହଲାଅ । । ସ୍ବଚ୍ଛ ଚୂନ ପାଣିର ରଙ୍ଗ ବଦଳିଲା କି ? ଚୂନ ପାଣି ଦୁଧୂଆ ରଙ୍ଗ ହୋଇଯିବ । କାରଣ ଉଭିଦ ଶ୍ଵାସକ୍ରିୟା ପାଇଁ ବାୟୁର ଅମ୍ଳଜାନ ନିଏ ଓ ଅଙ୍ଗାରକାମ୍ଳ ଛାଡ଼େ ।
→ ଜଳଜ ଉଭିଦର ଶ୍ଵାସକ୍ରିୟା :
(i) ଜଳଭାଗରେ ଥିବା ସମ୍ପୂର୍ଣ୍ଣ ସୂକ୍ଷ୍ମ ଭାସମାନ ଉଭିଦକୁ ପ୍ଳାଙ୍କଟନ୍ କହନ୍ତି ।
(ii) ଜଳରେ ବୁଡ଼ିରହିଥିବା ଉଭିଦ ଜଳ ଦ୍ରବୀଭୂତ ବ୍ୟବହାରକରନ୍ତି । ସେମାନଙ୍କ କ୍ଷେତ୍ରରେ ବିସରଣ ପ୍ରକ୍ରିୟାରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ଦ୍ଵୟର ବିନିମୟ ହୋଇଥାଏ ।
(iii) ପଦ୍ମ ଓ କଇଁ ପ୍ରଭୃତି ଜଳଜ ଉଭିଦ ପତ୍ରଛିଦ୍ରଦ୍ୱାରା ଅମ୍ଳଜାନ ଗ୍ରହଣ କରି ପାରନ୍ତି ।
(iv) ଲବଣାକ୍ତ ଜଳ ଅଞ୍ଚଳରେ ଦେଖାଯାଉଥିବା ଲୁଣା ଉଭିଦ ଅଧିକ ଅମ୍ଳଜାନ ମାଟି ଭିତରେ ଜଳରୁ ନପାଇବାରୁ ବାୟୁରୁ ଅମ୍ଳଜାନ ଗ୍ରହଣକରିଥା’ନ୍ତି ।
→ ଜଳଚର ପ୍ରାଣୀମାନଙ୍କର ଶ୍ଵାସକ୍ରିୟା :
(i) ଏମିବାଭଳି ଏକକୋଷୀ ପ୍ରାଣୀ ଓ ହାଇଡ୍ରା ମଧୁର ଜଳରେ ବାସକରନ୍ତି । ଏମାନେ ଜଳରେ ଦ୍ରବୀଭୂତ ଅମ୍ଳଜାନକୁ ବିସରଣ ପ୍ରକ୍ରିୟାରେ ସିଧାସଳଖ କୋଷ ଭିତରକୁ ନେଇଥାଆନ୍ତି ।
(ii) କଙ୍କଡ଼ା, ଚିଙ୍ଗୁଡ଼ି, ଗେଣ୍ଡା, ଶାମୁକା ଏବଂ ମାଛ ଗାଲିଦ୍ୱାରା ଶ୍ଵାସକ୍ରିୟା କରନ୍ତି ।
ମାଛ, କଙ୍କଡ଼ା, ଚିଙ୍ଗୁଡ଼ି, ଗେଣ୍ଡା, ଶାମୁକା ଗାଲିଦ୍ଵାରା ଶ୍ଵାସକ୍ରିୟା କରନ୍ତି ।
ତୁମପାଇଁ କାମ – ୧
ଗୋଟିଏ ଜୀବନ୍ତ ମାଛକୁ ପାଣିରୁ ବାହାରକରି ତା’ର ଗାଲିକୁ ଦେଖ । ଗାଲି ଉପର ଖୋଳଟି ଉଠିବ ଓ ପଡ଼ିବ । କିନ୍ତୁ ଅନ୍ୟ ଏକ ମଲାମାଛଟିଏ ଆଣି ତା’ର ଗାଲି ଉପର ତଳ ହେଉଛି କି ଦେଖ ।
→ ସ୍ଥଳଭାଗରେ ଥିବା ଉଭିଦର ଶ୍ଵାସକ୍ରିୟା :
(i) ଆମ୍ବ, ଜାମୁ, ବର, ଅଶ୍ଵତ୍ଥ ଆଦି ଗଛର ପତ୍ରରେ ଥିବା ସ୍ତୋମ୍ରା ଶ୍ଵାସକ୍ରିୟା ହୋଇଥାଏ ।
(ii) ନାଗଫେଣୀ, ସିଜୁ ଓ କାକ୍ଟସ୍ ଆଦିର ସ୍ଫୋମ୍କୁ ନିମଗ୍ନ ସ୍ତୋମ୍ କହନ୍ତି ।
(iii) ଅର୍କିଡ ଗଛ ଅନ୍ୟ ଏକ ଗଛ ଉପରେ ନିର୍ଭର କରି ବଢ଼ିଥାଏ । ଏହାର ମୂଳ ବାୟୁରେ ଝୁଲୁଥିବାବେଳେ ବାୟୁରୁ ଜଳୀୟବାଷ୍ପରେ
ଉଭିଦ ପତ୍ରରେ ଥିବା ସ୍ତୋମ୍ ସାହାଯ୍ୟରେ ଶ୍ଵାସକ୍ରିୟା କରେ ।
→ ମାଟିର ଉପର ସ୍ତରରେ ଥିବା ଜୀବ :
(i) ଉର୍ବର ମାଟିରେ ଯବକ୍ଷାରଜାନ ବିବନ୍ଧନ ଆଜାଟୋବ୍ୟାକ୍ଟେରିଆ, କ୍ଲବ୍ରୋଡ଼ିୟମ୍ ଓ ବୀଜାଣୁ ଦ୍ବାରା ହୋଇଥାଏ ।
(ii) ଶିମ୍ବ ଜାତୀୟ ଉଦ୍ଭଦର ଚେରରେ ଥିବା ରାଇବୋଜିୟମ୍ ପରି ବୀଜାଣୁ ମଧ୍ଯ ଶ୍ଵାସନ କରିଥାନ୍ତି ।
→ ସ୍ଥଳଚର ପ୍ରାଣୀମାନଙ୍କର ଶ୍ଵାସକ୍ରିୟା :
(i) ଅସରପା, ଝିଣ୍ଟିକାର ଶରୀରର ଯୋଡ଼ ମଧ୍ଯରେ ଶ୍ଵାସରନ୍ଧ୍ର ଥାଏ । ବାୟୁ ଶରୀର ମଧ୍ୟକୁ ଶ୍ଵାସରନ୍ଧ୍ରଦେଇ ପ୍ରବେଶ କରେ ଓ ପରେ ଶ୍ଵାସନଳୀ ଓ ତା’ର ସୂକ୍ଷ୍ମ ଶାଖାରେ ପହଞ୍ଚି, ଜୀବକୋଷରେ ଶ୍ବସନ କରିଥାଏ ।
(ii) ମଣିଷ, ବାଘ, ହାତୀ, ଠେକୁଆ, ତିମି, କୁମ୍ଭୀର, କଇଁଚ, ପାରା, ବତକ, ବାହୁଡ଼ି, ସାପ ଆଦି ପ୍ରାଣୀମାନେ ଫୁସ୍ଫୁସ୍ ଦ୍ୱାରା ଶ୍ଵାସକ୍ରିୟା କରନ୍ତି ।