BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Odisha State Board BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ Textbook Exercise Questions and Answers.

BSE Odisha Class 7 Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ ।
(କ) ସୁରେନ୍ଦ୍ର ସାଏ କାହିଁକି ଗଣବିପ୍ଳବ କରିଥିଲେ ?
Answer:
ନିଜର ଜନ୍ମଭୂମି ସମ୍ବଲପୁରକୁ ବିଦେଶୀ ଇଂରେଜ ଶାସକଙ୍କ କବଳରୁ ଛଡ଼ାଇ ଆଣି ସ୍ଵାଧୀନତା ଦେବାପାଇଁ ସୁରେନ୍ଦ୍ର ସାଏ ଗଣ ବିପ୍ଳବ କରିଥିଲେ ।

(ଖ ) ପୋଥ‌ିବିଦ୍ୟା ଶିକ୍ଷା ଅପେକ୍ଷା ପିଲାଦିନୁ ସେ କେଉଁ ଶିକ୍ଷାକୁ ଭଲ ପାଉଥିଲେ ?
Answer:
ସୁରେନ୍ଦ୍ର ସାଏ ପୋଥିବିଦ୍ୟା ଶିକ୍ଷା ଅପେକ୍ଷା ପିଲାଦିନୁ ବିଭିନ୍ନ ପ୍ରକାର ଶାରୀରିକ କୌଶଳ ଶିକ୍ଷାକୁ ଭଲ ପାଉଥିଲେ । ଫଳରେ ଶରୀର ଚର୍ଚ୍ଚା, ଘୋଡ଼ାଦୌଡ଼, ଶରସନ୍ଧାନ ଓ ତରବାରି ଚାଳନା ଆଦି ବିଦ୍ୟାରେ ସେ ଅସମ୍ଭବ ପଟୁତା ଲାଭ କରିଥିଲେ ।

(ଗ) ସେ କାହାକୁ ବାହା ହୋଇଥିଲେ ?
Answer:
ସୁରେନ୍ଦ୍ର ସାଏ ଛୋଟନାଗପୁର ଅଧୀନସ୍ଥ ଗାଙ୍ଗପୁର ରାଜ୍ୟର ହାତୀବାଡ଼ି ଜମିଦାରଙ୍କ କନ୍ୟାଙ୍କୁ ବାହା ହୋଇଥିଲେ ।

(ଘ) ତାଙ୍କ ପୁଅଙ୍କ ନାମ କ’ଣ ?
Answer:
ସୁରେନ୍ଦ୍ରଙ୍କର ଏକମାତ୍ର ପୁତ୍ର ଥିଲେ ଏବଂ ତାହାର ନାମ ଥିଲା ମିତ୍ରଭାନୁ ସାଏ ।

(ଙ) ସେ କେଉଁ ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗିଥିଲେ ?
Answer:
ସୁରେନ୍ଦ୍ର ସାଏ ମଧ୍ୟପ୍ରଦେଶ ଅନ୍ତର୍ଗତ ଅସୁରଗଡ଼ ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗିଥିଲେ ।

(ଚ) ସମ୍ବଲପୁର ରାଜବଂଶର ଜମିଦାରଙ୍କ ଭିତରେ କାହିଁକି କନ୍ଦଳ ଚାଲିଥିଲା ?
Answer:
ସିଂହାସନ ଅଧିକାରକୁ ନେଇ ସମ୍ବଲପୁର ରାଜବଂଶର ବିଭିନ୍ନ ଜମିଦାରଙ୍କ ଭିତରେ କନ୍ଦଳ ଚାଲିଥିଲା ।

(ଛ) ନାରାୟଣ ସିଂହ କିଏ ? ସେ କାହା ଉପରେ ଅତର୍କିତ ଆକ୍ରମଣ କରି ପରାସ୍ତ କରିଥିଲେ ?
Answer:
ନାରାୟଣ ସିଂହ ଥିଲେ ବରପାଲିର ଜମିଦାର ଭବାନୀ ସିଂହଙ୍କ କକା । ଇଂରେଜମାନେ ତାଙ୍କୁ ୧୮୩୩ ମସିହା ଅକ୍ଟୋବର ୧୧ ତାରିଖରେ ସମ୍ବଲପୁର ରାଜଗାଦିରେ ବସାଇଲେ । ସେ ଇଂରେଜମାନଙ୍କ ସାହାଯ୍ୟରେ ସୁରେନ୍ଦ୍ର ସାଏଙ୍କ ଉପରେ ଅତର୍କିତ ଆକ୍ରମଣ କରି ତାଙ୍କୁ ପରାସ୍ତ କରିଥିଲେ ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୨।
ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ସୁରେନ୍ଦ୍ର ସାଏଙ୍କ ପରିବାରରେ କିଏ କିଏ ରହୁଥିଲେ ? ତାଙ୍କ ବାପା ଓ ମାଆଙ୍କ ନାମ କ’ଣ ?
Answer:
ସୁରେନ୍ଦ୍ର ସାଏଙ୍କ ପରିବାରରେ ରହୁଥିଲେ ତାଙ୍କର ଛଅ ଭାଇ ଓ ଗୋଟିଏ ଭଉଣୀ । ତାଙ୍କ ବାପାଙ୍କ ନାମ ଧରମ ସିଂହ ଓ ମାଆଙ୍କ ନାମ ରେବତୀ ଦେବୀ ।

(ଖ) ନାରାୟଣ ସିଂହ ରାଜା ହେଲା ପରେ କାହିଁକି ଚାରିଆଡ଼େ ଅସନ୍ତୋଷ ଦେଖାଦେଲା ?
Answer:
ନାରାୟଣ ସିଂହ ଥିଲେ ପ୍ରଜାଙ୍କର ସ୍ଵାର୍ଥବିରୋଧୀ । କେବଳ ଇଂରେଜ ସରକାର ଓ କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଛାଡ଼ିଦେଲେ, ସଂଖ୍ୟାଗରିଷ୍ଠ ଆଦିବାସୀ ସମ୍ପ୍ରଦାୟ ପ୍ରତି ସେ ସମ୍ପୂର୍ଣ୍ଣ ଉଦାସୀନ ଥିଲେ । ତେଣୁ ନାରାୟଣ ସିଂହ ରାଜା ହେଲା ପରେ ଚାରିଆଡ଼େ ଅସନ୍ତୋଷ ଦେଖାଦେଲା ।

(ଗ) ସୁରେନ୍ଦ୍ର ସାଏ ହଜାରିବାଗ ଜେଲ୍‌ରୁ ସମ୍ବଲପୁର ଫେରିଲା ପରେ କ୍ୟାପ୍‌ଟେନ୍ ଲି’ କାହିଁକି ଆତଙ୍କିତ ହୋଇପଡ଼ିଲେ ?
Answer:
ସୁରେନ୍ଦ୍ର ସାଏ ଥିଲେ ଜଣେ ଅନନ୍ୟ ସଂଗ୍ରାମୀ । ସମ୍ବଲପୁରର ପ୍ରଜାମାନଙ୍କର ଓ ଗୌନ୍ତିଆ ଜମିଦାରଙ୍କର ସେ ଆନ୍ତରିକ ସମର୍ଥନ ଲାଭ କରିଥିବାରୁ ଯେ କୌଣସି ସମୟରେ ସେ ସମ୍ବଲପୁରରେ ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିବାର ସମ୍ଭାବନା ଥିଲା । ତେଣୁ ସୁରେନ୍ଦ୍ର ସାଏ ହଜାରିବାଗ ଜେଲ୍‌ରୁ ସମ୍ବଲପୁର ଫେରିଲା ପରେ କ୍ୟାପ୍ଟେନ୍ ଲି’ ଆତଙ୍କିତ ହୋଇପଡ଼ିଲେ ।

(ଘ) ତାଙ୍କୁ ଧରିବା ପାଇଁ ଇଂରେଜମାନେ କେଉଁ ସବୁ କୌଶଳ ପ୍ରୟୋଗ କରିଥିଲେ ?
Answer:
ଇଂରେଜଶାସକମାନେ ପରାକ୍ରମଶାଳୀ ଥିଲେ ମଧ୍ୟ ଓଡ଼ିଶାର ବିପ୍ଳବୀମାନଙ୍କୁ ଭୟ କରୁଥିଲେ। ବୀର ସୁରେନ୍ଦ୍ରଙ୍କର ନେତୃତ୍ଵକୁ ଭୟକରି ତାଙ୍କୁ ଧରିବାପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରିଥିଲେ ମଧ୍ୟ ସଫଳ ହୋଇ ନଥିଲୋ ସମ୍ବଲପୁରର ତତ୍କାକାନ ଆସିଷ୍ଟଶୁ କମିଶନର କ୍ୟାପ୍ଟେନ୍ ଲି ସୁରେନ୍ଦ୍ରଙ୍କୁ ଧରାଇଦେବାପାଇଁ ପୁରସ୍ନାର ଘୋଷଣା କରିଥିଲେ । ମାତ୍ର ପ୍ରଜାମାନେ ଏଥରେ ସହାୟତା କରି ନ ଥିଲେ । ଥରେ ସୁରେନ୍ଦ୍ରସାଏ ବାରଶହ ସୈନ୍ୟଙ୍କୁ ନେଇ କ୍ୟାପ୍‌ଟେନ୍ ଲି’ଙ୍କ ନିକଟରେ କାରାଦଣ୍ଡରୁ ମୁକ୍ତି ଏବଂ ସମ୍ବଲପୁରର ସ୍ଵାଧୀନତା ଦାବି କରିଥିଲେ । ଏହି ସୁଯୋଗରୁ କ୍ୟାପ୍‌ଟେନ୍ ଲି’ ସୁରେନ୍ଦ୍ରଙ୍କୁ ଧରିବା ପାଇଁ କୌଶଳ କରିଥିଲେ; କିନ୍ତୁ ବିଚକ୍ଷଣମତି ସୁରେନ୍ଦ୍ର ଅତି ଚତୁରତାର ସହ ସେଠାରୁ ଖସି ଯାଇଥିଲେ।

(ଙ) ସିପାହୀ-ବିଦ୍ରୋହ କେତେ ମସିହାରେ ହୋଇଥିଲା ଓ କିଭଳି ରୂପ ଧାରଣ କରିଥିଲା ?
Answer:
ସିପାହୀ-ବିଦ୍ରୋହ ବା ଭାରତର ପ୍ରଥମ ମୁକ୍ତି ସଂଗ୍ରାମ ୧୮୫୭ ମସିହାରେ ହୋଇଥିଲା । ସଂଗ୍ରାମୀମାନେ ସେହି ବର୍ଷ ଜୁଲାଇ ମାସ ୩୧ ତାରିଖରେ ହଜାରିବାଗ ଜେଲ୍‌କୁ ଭାଙ୍ଗି ଦେଇଥିଲେ ଓ ବନ୍ଦୀମାନଙ୍କୁ ଖଲାସ କରି ଦେଇଥିଲେ । ଅନ୍ୟ ବନ୍ଦୀମାନଙ୍କ ସହ ସୁରେନ୍ଦ୍ର ସାଏ ମଧ୍ଯ ହଜାରିବାଗ ଜେଲ୍‌ରୁ ଖଲାସ ହେଲେ ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୩।
ପ୍ରାୟ ୮୦ଟି ଶବ୍ଦ ମଧ୍ଯରେ ଉତ୍ତର ଲେଖ ।
(କ) ସୁରେନ୍ଦ୍ର ସାଏ ଥିଲେ ଜଣେ ମହାନ୍ ସଂଗ୍ରାମୀ ଓ ସଂଘର୍ଷର ପ୍ରତୀକ । ଏହା ତାଙ୍କ ଜୀବନରେ କିପରି ପ୍ରତିଫଳିତ ହୋଇଥିଲା ଲେଖ ।
Answer:
ଭାରତର ସ୍ଵାଧୀନତା ସଂଗ୍ରାମରେ ବୀର ସୁରେନ୍ଦ୍ର ସାଏ ଥିଲେ ଏକ ଅସାଧାରଣ ବ୍ୟକ୍ତିତ୍ଵ । ସମ୍ବଲପୁରକୁ ଇଂରେଜମାନଙ୍କ କବଳରୁ ମୁକ୍ତ କରିବାପାଇଁ ସେ ଗଣବିପ୍ଳବର ନେତୃତ୍ଵ ନେଇଥିଲେ। ‘ଜୀବନର ଅନ୍ୟନାମ ସଂଘର୍ଷ ଓ ସ୍ଵାଧୀନତା ହାସଲ ପାଇଁ ଆମ୍ବ ବଳିଦାନ ହିଁ ଶ୍ରେଷ୍ଠ ଅବଦାନ’ – ଏହି ନୀତି ତାଙ୍କ ଜୀବନରେ ପ୍ରତିଫଳିତ ହୋଇଥିଲା । ସ୍ୱାର୍ଥପର ରାଜା ନାରାୟଣ ସିଂହଙ୍କ ବିରୁଦ୍ଧରେ ପ୍ରବଳ ଜନମତ ନେଇ ସେ ବିପ୍ଳବ ଆରମ୍ଭ କରିଥିଲେ। ଇଂରେଜମାନଙ୍କ ଚକ୍ରାନ୍ତରେ ପାଞ୍ଚବର୍ଷ ଜେଲଦଣ୍ଡ ଭୋଗି ୧୮୫୭ ମସିହାର ସିପାହୀ ବିଦ୍ରୋହ ସମୟରେ ସେ ମୁକ୍ତି ପାଇଥିଲେ। ତାଙ୍କର ବଳିଷ୍ଠ ନେତୃତ୍ୱ ଦେଖୁ ସମ୍ବଲପୁରର ଆସିଷ୍ଟାଣ୍ଟ କମିଶନର କ୍ୟାପଟେନ୍ ଲି’ ତାଙ୍କୁ ଧରାଇ ଦେବାପାଇଁ ପୁରସ୍କାର ଘୋଷଣା କରିଥିଲେ ।

କିନ୍ତୁ ବୀର ସୁରେନ୍ଦ୍ର ହାର ମାନି ନଥିଲେ। ଶେଷରେ ମେଜର ଇମ୍ଫାଙ୍କର କୌଶଳ ଯୋଗୁଁ ସହଯୋଗୀମାନଙ୍କୁ ହରାଇ ଦେଇ ନିଃସହାୟ ହୋଇପଡ଼ିଲେ। ପିଞ୍ଜରାବଦ୍ଧ ବାଘ ଭଳି ସୁରେନ୍ଦ୍ର ସାଏ ୧୮୬୪ ମସିହାରୁ ୧୮୮୪ ମସିହା ପର୍ଯ୍ୟନ୍ତ ଦୀର୍ଘ ୨୧ ବର୍ଷ କାରାଗାର ଭିତରେ ରହି ୯୦ ବର୍ଷ ବୟସରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ। ମାତ୍ର ସେ ଇଂରେଜମାନଙ୍କର ବଶତା ସ୍ଵୀକାର କରି ନଥିଲେ।

(ଖ) ମେଜର ଇମ୍ପୋ କେଉଁସବୁ ନୀତି ଅନୁସରଣ କରିଥିଲେ ?
Answer:
ସମ୍ବଲପୁରକୁ ଇଂରେଜ କବଳରୁ ମୁକ୍ତ କରିବାପାଇଁ ସୁରେନ୍ଦ୍ର ସାଏଙ୍କ ରଣସଜ୍ଜା ଓ ଯୁଦ୍ଧ ଦେହି ଡାକରାରେ ଇଂରେଜ ସରକାର ପ୍ରମାଦ ଗଣିଥିଲେ । ହଜାରିବାଗ ଜେଲରୁ ମୁକ୍ତିଲାଭ କରି ସେ ସମ୍ବଲପୁର ଆସିବାପରେ ଆସିଷ୍ଟାଣ୍ଟ କମିଶନର କ୍ୟାପ୍‌ଟେନ୍ ଲି’ ଭୟଭୀତ ହୋଇଗଲେ। ୧୮୬୧ ମସିହାରେ ମେଜର ଇମ୍ପେ ନୂଆକୌଶଳ ଅବଲମ୍ବନ କରି ବିଦ୍ରୋହୀମାନଙ୍କ ସହ ସାଲିସ୍ କରିବାକୁ ଚାହିଁଥିଲେ। ବିଦ୍ରୋହୀମାନେ ଆତ୍ମସମର୍ପଣ କଲେ କ୍ଷମା ଦିଆଯିବ ବୋଲି ଘୋଷଣା କଲେ। ଫଳରେ ଦୀର୍ଘଦିନ ଧରି ସଂଗ୍ରାମ କରୁଥିବା କ୍ଳାନ୍ତ ଓ ଅବସନ୍ନ ବିଦ୍ରୋହୀମାନେ ଆତ୍ମସମର୍ପଣ କରିବାକୁ ଲାଗିଲେ। ସହକର୍ମୀ, ପୁଅ, ଭାଇ ଇତ୍ୟାଦିଙ୍କର ଏତାଦୃଶ କାର୍ଯ୍ୟରେ ବାଧ୍ୟହୋଇ ସୁରେନ୍ଦ୍ର ସାଏ ଆତ୍ମସମର୍ପଣ କରିଥିଲେ ଏବଂ ଅସୁରଗଡ଼ ଦୁର୍ଗରେ ୯୦ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

୪। ପ୍ରାୟ ୧୫୦ଟି ଶବ୍ଦ ମଧ୍ଯରେ ଉତ୍ତର ଲେଖ। ସୁରେନ୍ଦ୍ର ସାଏଙ୍କ ବିପ୍ଳବୀ ଜୀବନ କିପରି କଟିଥିଲା ଲେଖ ।
Answer:
ପରବର୍ତୀ ସମୟରେ ତାଙ୍କର ତ୍ୟାଗ, ମାତୃଭୂମି ପ୍ରୀତି, ସ୍ଵାଭିମାନୀ ଭାବ ଏବଂ ସଂଗ୍ରାମ ପାଇଁ ଦୃଢ଼ ନେତୃତ୍ଵ ତାଙ୍କୁ ଓଡ଼ିଶା ମାଟିର ଏକ ଅଲିଭା ଦୀପର ସ୍ମୃତିରେ ସାଇତି ରଖୁଛି। ଦେଶଦ୍ରୋହୀ ନାରାୟଣ ସିଂହଙ୍କୁ ଇଂରେଜମାନେ ସମ୍ବଲପୁରର ରାଜସିଂହାସନରେ ବସାଇବା ଘଟଣାକୁ ସେ ଗ୍ରହଣ କରି ପାରିନଥିଲେ। ମାତ୍ର ସେମାନଙ୍କର ଚକ୍ରାନ୍ତ ଯୋଗୁଁ ସେ ବନ୍ଦୀ ହୋଇ ପାଞ୍ଚବର୍ଷ ଏବଂ ପରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ୧୮୫୭ ମସିହାରେ ହୋଇଥବା ସିପାହୀ ବିଦ୍ରୋହ ସମୟରେ ସେ ମୁକ୍ତ ହେଲେ ସତ, କିନ୍ତୁ ମନରେ ଶତସିଂହର ବଳନେଇ ଲୁଚିଛପି ଇଂରେଜ ଅଧ୍ବକାରୀ

ଓ ସୈନ୍ୟମାନଙ୍କ ଉପରେ ଆକ୍ରମଣ ଚଳାଇଲେ। ତାଙ୍କୁ କ୍ୟାପ୍ଟେନ୍ ଲି’ ଭୟ କରୁଥିଲେ । ସାଧାରଣ ପ୍ରଜା, ଗୌନ୍ତିଆ ଓ ଜମିଦାରମାନଙ୍କର ସମର୍ଥନରେ ବାରଶହ ସୈନ୍ୟଙ୍କୁ ଧରି ସେ ବିପ୍ଳବ ଚାଲୁ ରଖୁଥିଲେ। ଶେଷରେ ମେଜର ଇମ୍ପୋଙ୍କର କୌଶଳପୂର୍ଣ୍ଣ ରଣନୀତି ଯୋଗୁଁ ସହଯୋଗୀମାନଙ୍କୁ ହରାଇ ନିଜେ ବାଧ୍ୟହୋଇ ଆତ୍ମସମର୍ପଣ କରିଥିଲେ । ଦେଶ ପାଇଁ ଜାତିପାଇଁ ଦୀର୍ଘ ୨୧ ବର୍ଷ କାରାଦଣ୍ଡ ଭୋଗକରି ୯୦ ବର୍ଷ ବୟସରେ ସେ ଇହଲୀଳା ସମ୍ବରଣ କରିଥିଲେ। ଏଥୁରୁ ବୀର ସୁରେନ୍ଦ୍ର ସାଏଙ୍କର ସଂଘର୍ଷପୂର୍ଣ୍ଣ ବିପ୍ଳବୀ ଜୀବନର ପରିଚୟ ମିଳିଥାଏ।

ତୁମପାଇଁ କାମ :

  • ସୁରେନ୍ଦ୍ର ସାଏଙ୍କ ଭଳି ସଂଗ୍ରାମୀମାନଙ୍କ ଜୀବନୀ ସଂଗ୍ରହ କର ଓ ପଢ଼ ।
  • ଲେଖକ ଦାଶ ବେନହୁରଙ୍କ ଲିଖ୍ ଅନ୍ୟାନ୍ୟ ପୁସ୍ତକ ପଢ଼ ।
    Answer:
    ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
ସୁରେନ୍ଦ୍ର ସାଏଙ୍କର ବାଲ୍ୟଜୀବନ କିପରି କଟିଥିଲା ?
Answer:
ସୁରେନ୍ଦ୍ର ସାଏ ଥିଲେ ସମ୍ବଲପୁର ରାଜବଂଶର ଦାୟାଦ । ତାଙ୍କ ପିତାଙ୍କ ନାମ ଧରମ ସିଂହ ଓ ମାତା ଥିଲେ ରେବତୀ ଦେବୀ । ଛଅ ଭାଇ ଓ ଗୋଟିଏ ଭଉଣୀ ମଧ୍ଯରେ ସୁରେନ୍ଦ୍ର ସାଏ ଥିଲେ ଜ୍ୟେଷ୍ଠ। ୧୮୦୯ ମସିହା ଜାନୁଆରୀ ୨୩ ତାରିଖରେ ଖୁଣ୍ଡା ଜମିଦାରୀରେ ସେ ଜନ୍ମଗ୍ରହଣ କରିଥିଲେ। ପୁସ୍ତକ ବିଦ୍ୟା’ ଅପେକ୍ଷା ବିଭିନ୍ନ ଶାରୀରିକ କୌଶଳ ଶିକ୍ଷାକୁ ପିଲାଦିନୁ ସୁରେନ୍ଦ୍ର ଭଲ ପାଉଥିଲେ । ତେଣୁ ଶରୀର ଚର୍ଚ୍ଚା, ଘୋଡ଼ାଦୌଡ଼, ଶରସନ୍ଧାନ ଓ ତରବାରୀ ଚାଳନା ଆଦି ବିଦ୍ୟାରେ ସେ ଅସମ୍ଭବ ପାରଦର୍ଶିତା ଲାଭ କରିଥିଲେ । ପିତାଙ୍କ ମୃତ୍ୟୁପରେ କକା ବଳରାମ ସାଏ ତାଙ୍କ ଲାଳନ ପାଳନର ଦାୟିତ୍ଵ ନେଇଥିଲେ। ପରବର୍ତ୍ତୀ ଜୀବନରେ ତାଙ୍କ ବିପ୍ଳବୀ ଜୀବନର ଗୌରବମୟ ଗାଥା ତାଙ୍କୁ ‘ବୀର ସୁରେନ୍ଦ୍ର ସାଏ’ ନାମରେ ପରିଚିତ କରାଇଥିଲା ।

Question ୨।
ବୀର ସୁରେନ୍ଦ୍ର ସାଏ ଜଣେ ସ୍ଵାଭିମାନୀ ବ୍ୟକ୍ତି ଥିଲେ ବୋଲି କିପରି ଜାଣୁଛ ?
Answer:
ସ୍ଵାଭିମାନର ସହିତ ମାତୃଭୂମିର ମର୍ଯ୍ୟାଦା ରକ୍ଷାକରିବାକୁ ସୁରେନ୍ଦ୍ର ସାଏ ସାରା ଜୀବନ ଉତ୍ସର୍ଗ କରିଥିଲେ। ସେ ଜଣେ ଦୁର୍ବର୍ଷ ଯୋଦ୍ଧା ଓ ସ୍ଵାଭିମାନୀ ବ୍ୟକ୍ତି ହିସାବରେ ଇଂରେଜମାନଙ୍କ ମନରେ ଭୟ ସଞ୍ଚାର କରାଇ ପାରିଥିଲେ । ଦେଶଦ୍ରୋହୀ ନାରାୟଣ ସିଂହଙ୍କୁ ରାଜଗାଦିରୁ ହଟାଇବା ଓ ପ୍ରଜାଙ୍କ ସ୍ଵାର୍ଥରକ୍ଷା ପାଇଁ ସେ ବାରମ୍ବାର ଜେଲ୍ ବରଣ କରିଥିଲେ। ୧୮୬୯ ମସିହାରେ ଏକ ସର୍ଭ ରଖ୍ ସରକାର ତାଙ୍କୁ ଜେଲରୁ ମୁକ୍ତି ଦେବାପାଇଁ ଚାହିଁଥିଲେ, କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ସେ କହିଥିଲେ, “ମୋ ସମ୍ବଲପୁର ତ ପରାଧୀନ, ମୁଁ ଏକୁଟିଆ ମୁକ୍ତି ପାଇଲେ କ’ଣ ହେବ ? ଜୀବନର ଦୀର୍ଘ ୨୧ ବର୍ଷ ସେ କାରାଦଣ୍ଡ ଭୋଗିଥିଲେ । କିନ୍ତୁ ଇଂରେଜ ସରକାରଙ୍କ ନିକଟରେ ମୁଣ୍ଡ ନୁଆଁଇ ନ ଥିଲେ। ତାଙ୍କର ସ୍ଵାଭିମାନ, ସାହସ, ଧୈର୍ଯ୍ୟ, ଦେଶଭକ୍ତି ନିକଟରେ ଇଂରେଜ ସରକାର ହାର ମାନିଥିଲେ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୩।
କେଉଁ କାରଣରୁ ସୁରେନ୍ଦ୍ରସାଏ ଇଂରେଜ ନିକଟରେ ଆତ୍ମସମର୍ପଣ କଲେ ?
Answer:
ସମ୍ବଲପୁରର ରାଜସିଂହାସନ ଓ ମାତୃଭୂମି ସ୍ଵାଧୀନ କରିବାପାଇଁ ମାତ୍ର ୨୪ ବର୍ଷ ବୟସରୁ ସୁରେନ୍ଦ୍ର ସାଏ ସୈନ୍ୟ ସଙ୍ଗଠନକରି ବିଦ୍ରୋହ ଚାଲୁ ରଖୁଥିଲେ । ବାରମ୍ବାର ଜେଲଦଣ୍ଡ ଭୋଗିଲେ। ୧୮୬୯ରେ ମେଜର ଇମ୍ପୋ ବିଦ୍ରୋହ ଦମନ ପାଇଁ ସୁରେନ୍ଦ୍ର ସାଏଙ୍କ ସହିତ ସାଲିସ କରିବାପାଇଁ କୌଶଳ କଲେ । ଫଳରେ ବିଦ୍ରୋହୀମାନେ ଆତ୍ମସମର୍ପଣ କଲେ ସେମାନଙ୍କୁ କ୍ଷମା ଦିଆଯିବ ବୋଲି ସରକାର ଘୋଷଣା କଲେ । ଦୀର୍ଘଦିନ ସଂଗ୍ରାମ ଜାରିରଖ୍ କ୍ଳାନ୍ତ ଓ ଅବସନ୍ନ ସଂଗ୍ରାମୀମାନେ ଆତ୍ମସମର୍ପଣ କଲେ। ନିଜର ସହକର୍ମୀ, ଭାଇ ଏବଂ ପୁଅ ଇତ୍ୟାଦିଙ୍କର ଏତାଦୃଶ କାର୍ଯ୍ୟରେ ବୀର ସୁରେନ୍ଦ୍ର ନିଃସହାୟ ଅନୁଭବ କରି ଶେଷରେ ଆତ୍ମସମର୍ପଣ କରିଥିଲେ। ମାତ୍ର ପିଞ୍ଜରାମୁକ୍ତ ସିଂହଭଳି ସେ ଲୁଚି ଛପି ବିଦ୍ରୋହ ଚାଲୁ ରଖୁଥିଲେ ।

ଅତିସଂକ୍ଷିପ୍ତ ପ୍ରଶ୍ନେ।ତ୍ତର :

Question ୧।
ସୁରେନ୍ଦ୍ର ସାଏ ହଜାରିବାଗ ଜେଲରୁ ଖଲାସ ହେବା ପରେ କେଉଁ ଚିନ୍ତାରେ ବୁଡ଼ି ରହିଲେ ?
Answer:
ସୁରେନ୍ଦ୍ର ସାଏ ହଜାରିବାଗ ଜେଲରୁ ଖଲାସ ହେବା ପରେ ପ୍ରଥମେ ମାତୃଭୂମି ସମ୍ବଲପୁରକୁ ଇଂରେଜମାନଙ୍କ କବଳରୁ କିପରି ରକ୍ଷା କରିବେ ସେହି ଚିନ୍ତାରେ ବୁଡ଼ି ରହିଲେ।

Question ୨।
ସୁରେନ୍ଦ୍ର ସାଏଙ୍କ ଆଗମନର ବାର୍ତ୍ତା ପାଇ କିଏ ଆତଙ୍କିତ ହୋଇ ପଡ଼ିଲେ ?
Answer:
ସୁରେନ୍ଦ୍ର ସାଏଙ୍କ ଆଗମନରେ ବାର୍ତ୍ତା ପାଇ ତତ୍କାଳୀନ ସମ୍ବଲପୁର ଆସିଷ୍ଟାଣ୍ଟ କମିଶନର କ୍ୟାପଟେନ୍ ଲି ଆତଙ୍କିତ ହୋଇ ପଡ଼ିଲେ ।

Question ୩।
ସୁରେନ୍ଦ୍ର ସାଏ ହଜାରିବାଗ ଜେଲରୁ ଖଲାସ ହେଲାପରେ କ୍ୟାପ୍ଟେନ ଲି ଙ୍କ ପାଖରେ କେଉଁ ଦାବି ଜଣାଇଥିଲେ ? ସୁରେନ୍ଦ୍ର ସାଏ ହଜାରିବାଗ ଜେଲରୁ ଖଲାସ ହେଲାପରେ ବାରଶହ ସୈନ୍ୟଙ୍କ ଗହଣରେ ସମ୍ବଲପୁର ଆସି
Answer:
କ୍ୟାପ୍ଟେନ ଲି ଙ୍କ ନିକଟରେ କାରାଦଣ୍ଡରୁ ଅବ୍ୟାହତି ଓ ରାଜ୍ୟାଦି ଲାଗି ନିଜର ଦାବି ଜଣାଇଲେ।

Question ୪।
ସୁରେନ୍ଦ୍ର ସାଏ କ୍ୟାପଟେନ ଲିଙ୍କ ପାଖରେ ଦାବି ଜଣାଇଲାବେଳେ କ୍ୟାପ୍ଟେନ କ’ଣ ପାଇଁ ଯୋଜନା କରିଥିଲେ ?
Answer:
ସୁରେନ୍ଦ୍ର ସାଏ କ୍ୟାପ୍ଟେନ ଲିଙ୍କ ପାଖରେ ଦାବି ଜଣାଇବାବେଳେ କ୍ୟାପ୍‌ଟେନ ଲି ସୁରେନ୍ଦ୍ରଙ୍କୁ କିପରି ଗିରଫ କରିବେ ସେହି କୌଶଳରେ ରହିଥିଲେ।

Question ୫।
ମେଜର ଇମ୍ଫା କେବେ ସମ୍ବଲପୁର ଶାସନ ଭାର ଗ୍ରହଣ କଲେ ?
Answer:
ମେଜର ଇମ୍ଫା ୧୮୬୧ ଅପ୍ରେଲ ମାସରେ ସମ୍ବଲପୁର ଶାସନ ଭାର ଗ୍ରହଣ କଲେ ।

Question ୬।
ସୁରେନ୍ଦ୍ର ସାଏ କାହିଁକି ବାଧ୍ୟ ହୋଇ ଆତ୍ମସମର୍ପଣ କରିଥିଲେ ?
Answer:
ସୁରେନ୍ଦ୍ର ସାଏଙ୍କ ସହକର୍ମୀ, ପୁଅ ଓ ଭାଇ ଆଦିଙ୍କ ଆତ୍ମସମର୍ପଣ ପରେ ସେ ନିଃସହାୟ ହୋଇ ଆତ୍ମସମର୍ପଣ

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୭।
ଇଙ୍କ ମୃତ୍ୟୁ ପରେ କିଏ ସମ୍ବଲପୁରର ଡେପୁଟି କମିଶନର ଭାବେ ଯୋଗ ଦେଲେ ?
Answer:
ଇମ୍ଫାଙ୍କ ମୃତ୍ୟୁ ପରେ ମେଜର କମ୍ବର୍ଲା ଡେପୁଟି କମିଶନ ଭାବେ ଯୋଗ ଦେଇଥିଲେ।

Question ୮।
କେବେ ଓ କ’ଣ ପାଇଁ ସୁରେନ୍ଦ୍ର ସାଏଙ୍କୁ ଗିରଫ କରାଯାଇ ରାୟପୁର ଜେଲକୁ ପଠାଇ ଦିଆଗଲା ?
Answer:
୧୮୬୪ ଜାନୁଆରୀ ୨୬ ତାରିଖରେ ଲୁଚିଛପି ବିଦ୍ରୋହ ଜାରି ରଖୁଥୁବା ଅଭିଯୋଗରେ ସୁରେନ୍ଦ୍ର ସାଏଙ୍କୁ ଗିରଫ କରାଯାଇ ରାୟପୁର ଜେଲକୁ ପଠାଇ ଦିଆଗଲା ।

Question ୯।
କେବେ ସୁରେନ୍ଦ୍ର ସାଏଙ୍କୁ ଅସୁରଗଡ଼ ଦୁର୍ଗକୁ ପଠାଯାଇଥିଲା ?
Answer:
୧୮୬୫ ମସିହା ଅପ୍ରେଲ ମାସରେ ତାଙ୍କୁ ଆଜୀବନ ବନ୍ଦୀଭାବେ ଅସୁରଗଡ଼ ଦୁର୍ଗକୁ ପଠାଯାଇଥିଲା ।

Question ୧୦।
କେଉଁ କଥାକୁ ସୁରେନ୍ଦ୍ର ସାଏ ପ୍ରତ୍ୟାଖ୍ୟାନ କରିଥିଲେ ?
Answer:
୧୮୬୯ ମସିହାରେ ସୁରେନ୍ଦ୍ର ସାଏଙ୍କୁ ରାୟପୁରରେ ରହିବା ସର୍ଭରେ ଖଲାସ କରିବାପାଇଁ ସରକାର ଦେଇଥିବା ପ୍ରସ୍ତାବକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ।

ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର :

Question ୧।
ସୁରେନ୍ଦ୍ର ସାଏଙ୍କ ମାତାଙ୍କ ନାମ କ’ଣ ?
(କ) ବାସନ୍ତୀ ଦେବୀ
(ଖ) ରେବତା ଦେବା
(ଗ) କୁନ୍ତଳା ଦେବୀ
(ଘ) ଦୁର୍ଗାଦେବୀ
Answer:
(ଖ) ରେବତା ଦେବା

Question ୨।
ସୁରେନ୍ଦ୍ର ସାଏଙ୍କ ପିତାଙ୍କ ମୃତ୍ୟୁ ପରେ ତାଙ୍କର ଲାଳନପାଳନ ଦାୟିତ୍ବ କିଏ ନେଇଥିଲେ ?
(କ) ତାଙ୍କ କକା
(ଖ) ତାଙ୍କ ମାମୁ
(ଗ) ତାଙ୍କ ଦାଦି
(ଘ) ତାଙ୍କ ଜେଜେବାପା
Answer:
(କ) ତାଙ୍କ କକା

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୩।
ସୁରେନ୍ଦ୍ର ସାଏଙ୍କ କକାଙ୍କ ନାମ କ’ଣ ?
(କ) ଦୁଃଖୀଶ୍ୟାମ ସାଏ
(ଖ) ରାମକିଙ୍କର ସାଏ
(ଗ) ବଳରାମ ସାଏ
(ଘ) ନରୋତ୍ତମ ସାଏ
Answer:
(ଗ) ବଳରାମ ସାଏ

Question ୪।
ସୁରେନ୍ଦ୍ର ସାଏ କାହାର କନ୍ୟାକୁ ବିବାହ କରିଥିଲେ ?
(କ) ହାତୀବାଡ଼ି ଜମିଦାରଙ୍କ କନ୍ୟା
(ଖ) ଘେଁସ ଜମିଦାରଙ୍କ କନ୍ୟା
(ଗ) ରାୟପୁର ଜମିଦାରଙ୍କ କନ୍ୟା
(ଘ) ଛୋଟନାଗପୁର ଜମିଦାରଙ୍କ କନ୍ୟା
Answer:
(କ) ହାତୀବାଡ଼ି ଜମିଦାରଙ୍କ କନ୍ୟା

Question ୫।
ସୁରେନ୍ଦ୍ର ସାଏଙ୍କ ପୁତ୍ର ନିମ୍ନୋକ୍ତ ମଧ୍ଯରୁ କିଏ ?
(କ) ଚନ୍ଦ୍ରଭାନୁ ସାଏ
(ଖ) ମିତ୍ରଭାନୁ ସାଏ
(ଗ) ନରୋତ୍ତମ ସାଏ
(ଘ) କୀର୍ଭିଭାନୁ ସାଏ
Answer:
(ଖ) ମିତ୍ରଭାନୁ ସାଏ

Question ୬।
ଇଂରେଜମାନେ କେବେ ଓଡ଼ିଶା ଅଧିକାର କରିଥିଲେ ?
(କ) ୧୭୫୬ ମସିହା
(ଖ) ୧୮୦୨ ମସିହା
(ଗ) ୧୮୦୩ ମସିହା
(ଘ) ୧୮୧୪ ମସିହା
Answer:
(ଗ) ୧୮୦୩ ମସିହା

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୭।
ସମ୍ବଲପୁର ଇଂରେଜମାନଙ୍କ କର୍ତ୍ତୃତ୍ଵକୁ କେବେ ଆସିଥିଲା ?
(କ) ୧୮୦୩ ମସିହାରେ
(ଖ) ୧୮୧୪ ମସିହାରେ
(ଗ) ୧୮୧୬ ମସିହାରେ
(ଘ) ୧୮୪୯ ମସିହାରେ
Answer:
(ଘ) ୧୮୪୯ ମସିହାରେ

Question ୮।
ସୁରେନ୍ଦ୍ର ସାଏ କେଉଁଠାରେ ଥିଲାବେଳେ ସମ୍ବଲପୁରର ରାଜା ନାରାୟଣ ସିଂହଙ୍କର ମୃତ୍ୟୁ ହେଲା ?
(କ) ବ୍ରହ୍ମପୁର ଜେଲରେ
(ଖ) ହଜାରିବାଗ ଜେଲରେ
(ଗ) ତିହାର ଜେଲରେ
(ଘ) ଭାଗଲପୁର ଜେଲରେ
Answer:
(ଖ) ହଜାରିବାଗ ଜେଲରେ

Question ୮।
ସୁରେନ୍ଦ୍ର ସାଏ କେଉଁଠାରେ ଥିଲାବେଳେ ସମ୍ବଲପୁରର ରାଜା ନାରାୟଣ ସିଂହଙ୍କର ମୃତ୍ୟୁ ହେଲା ?
(କ) ବ୍ରହ୍ମପୁର ଜେଲରେ
(ଖ) ହଜାରିବାଗ ଜେଲରେ
(ଗ) ତିହାର ଜେଲରେ
(ଘ) ଭାଗଲପୁର ଜେଲରେ
Answer:
(ଖ) ହଜାରିବାଗ ଜେଲରେ

Question ୯।
ଭାରତର ପ୍ରଥମ ମୁକ୍ତି ସଂଗ୍ରାମ କେଉଁ ମସିହାରେ ସୂତ୍ରପାତ ହୋଇଥିଲା ?
(କ) ୧୮୦୩ ମସିହାରେ
(ଖ) ୧୮୫୬ ମସିହାରେ
(ଗ) ୧୮୫୭ ମସିହାରେ
(ଘ) ୧୮୬୦ ମସିହାରେ
Answer:
(ଗ) ୧୮୫୭ ମସିହାରେ

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୧୦।
ସୁରେନ୍ଦ୍ର ସାଏ ହଜାରିବାଗ ଜେଲରୁ ସମ୍ବଲପୁର ଆସିଥିଲାବେଳେ ସମ୍ବଲପୁର ଆସିଷ୍ଟାଣ୍ଟ କମିଶନର କିଏ ଥିଲେ?
(ଗ) ମେଜର ହାରକୋର୍ଟ
(ଘ) ମେଜର କାମ୍ବର୍ଲି
(କ) କ୍ୟାପଟେନ୍ ଲି
(ଖ) ମେଜର ଇମ୍ଫା
Answer:
(କ) କ୍ୟାପଟେନ୍ ଲି

ଲେଖକ ପରିଚୟ :

ଦାଶ ବେନହୁର ଏକ ସୃଷ୍ଟିଶୀଳ ନାମ । ନିଜକୁ ସାରସ୍ଵତ ଯେତ୍ରରେ ପ୍ରତିଷ୍ଠିତ କରି ଭିନ୍ନ ନାମରେ ପରିଚିତ କରାଇବାର ମନୋଭାବ ସ୍ଵରୂପ ସେ ହୋଇଛନ୍ତି ଦାଶ ବେନହୁର । ତାଙ୍କର ପ୍ରକୃତ ନାମ ଜିତେନ୍ଦ୍ର ନାରାୟଣ ଦାଶ । ସାହିତ୍ୟର ବିଭିନ୍ନ ବିଭାଗ, ଯଥା – ଗଳ୍ପ, ପ୍ରବନ୍ଧ, କବିତା, ଅନୁବାଦ ଓ ଶିଶୁ ସାହିତ୍ୟ କ୍ଷେତ୍ରରେ ସେ ପ୍ରତିଷ୍ଠା ଲାଭ କରିଛନ୍ତି । ତାଙ୍କର ସାହିତ୍ୟ ସାଧନା ପାଇଁ ସେ ଲାଭ କରିଛନ୍ତି ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ଓଡ଼ିଶା ବିଜ୍ଞାନ ଏକାଡ଼େମୀ ଭଳି ସଂସ୍ଥାମାନଙ୍କର ପୁରସ୍କାର ।

ଲେଖା ଓ ଲେଖକ :

ପୁନଶ୍ଚ ସେ ‘ଉହାଡ଼ ନିଦରେ ପଡ଼ିଛି ଶୋଇ’ ଜନପ୍ରିୟ ବିଜ୍ଞାନ ପୁସ୍ତକ ପାଇଁ ଓଡ଼ିଶା ବିଜ୍ଞାନ ଏକାଡ଼େମୀ ପୁରସ୍କାର ଲାଭ କରିଛନ୍ତି । ଏହା ବ୍ୟତୀତ ‘ନାଭି ସମୁଦ୍ର’, ‘ଚିତ୍ରିତ ଚଉପାଶ’, ‘ଅସରନ୍ତି ମେଘ’, ‘ଗାନ୍ଧି କାହାଣୀ’ ଇତ୍ୟାଦି ତାଙ୍କର ଲୋକପ୍ରିୟ ଗ୍ରନ୍ଥ । ମହାନ୍ ସ୍ଵାଧୀନତା ସଂଗ୍ରାମୀ ସୁରେନ୍ଦ୍ର ସାଏଙ୍କର ଅପୂର୍ବ ତ୍ୟାଗ, ଜାତୀୟତାବୋଧ, ସଙ୍ଗଠନ ଦକ୍ଷତାର ଅପୂର୍ବ ବର୍ଣ୍ଣନା ଦେବାପାଇଁ ଲେଖକ ଏଭଳି ଜୀବନୀମୂଳକ ଲେଖା ପ୍ରକାଶ କରିଛନ୍ତି ।

ବିଷୟବସ୍ତୁର ସାରକଥା :

(୧) ଅନ୍ୟତମ ସ୍ଵାଧୀନତା ସଂଗ୍ରାମୀ:
ପରାଧୀନ ଭାରତକୁ ସ୍ଵାଧୀନତା ଦେବାପାଇଁ ଅନେକ ଜାତୀୟତାବାଦୀ ବୀର ନିଜର ଜୀବନ ଦାନ କରିଥିଲେ । ପୁନଶ୍ଚ ଓଡ଼ିଶାରେ ମଧ୍ୟ କେତେଜଣ ସ୍ଵାଧୀନତା ସଂଗ୍ରାମୀ ଇଂରେଜ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ କରି କାରବରଣ ସହିତ ନିଜ ଜୀବନର ସୁଖ ସୁବିଧାକୁ ତୁଚ୍ଛ ମନେକରିଥିଲେ । ସେହିଭଳି ଅନ୍ୟତମ ଦେଶପ୍ରେମୀ ହେଉଛନ୍ତି ସମ୍ବଲପୁରର ବିପ୍ଳବୀ ସୁରେନ୍ଦ୍ର ସାଏ । ତାଙ୍କର ବୀରଗାଥା ତାଙ୍କୁ ପ୍ରକୃତ ବୀରର ମର୍ଯ୍ୟାଦା ଦେଇଛି । ସେ ସମ୍ବଲପୁରକୁ ଇଂରେଜ ଶାସନ କବଳରୁ ମୁକ୍ତ କରିବାପାଇଁ ଗଣବିପ୍ଳବର ନେତୃତ୍ୱ ନେଇଥିଲେ । ସେ ଥିଲେ ସ୍ଵାଧୀନତା ସଂଗ୍ରାମ କ୍ଷେତ୍ରରେ ଅସାଧାରଣ ବ୍ୟକ୍ତିତ୍ଵ ।

(୨) ବଂଶ ପରମ୍ପରା:
ସୁରେନ୍ଦ୍ର ସାଏ ଥିଲେ ସମ୍ବଲପୁର ରାଜବଂଶର ଦାୟାଦ । ସେହି ରାଜବଂଶର ଚତୁର୍ଥ ରାଜା ମଧୁକର ସାଏଙ୍କର ସେ ଥିଲେ ପଣନାତି । ରାଜା ମଧୁକରଙ୍କର ଦ୍ୱିତୀୟ ପୁତ୍ର ଅନିରୁଦ୍ଧଙ୍କର ନାତି ଧରମ ସିଂହ ଥିଲେ ସୁରେନ୍ଦ୍ର ସାଏଙ୍କର ପିତା । ସୁରେନ୍ଦ୍ରଙ୍କ ମାତାଙ୍କ ନାମ ଥିଲା ରେବତୀ ଦେବୀ । ସୁରେନ୍ଦ୍ରଙ୍କର ଥିଲେ ଛଅ ଭାଇ ଓ ଗୋଟିଏ ଭଉଣୀ । ସେମାନଙ୍କ ଭିତରେ ସୁରେନ୍ଦ୍ର ଥିଲେ ଜ୍ୟେଷ୍ଠ । ସେ ୧୮୦୯ ମସିହା ଜାନୁୟାରୀ ୨୩ ତାରିଖରେ ଖିଣ୍ଡା ଜମିଦାରୀରେ ଜନ୍ମଗ୍ରହଣ କରିଥିଲେ ।

(୩) ବ୍ୟକ୍ତିଗତ ଜୀବନ:
ସୁରେନ୍ଦ୍ର ପୋଥଗତ ବିଦ୍ୟାରେ ପାରଙ୍ଗମ ନଥିଲେ । ଗ୍ରନ୍ଥଚର୍ଚ୍ଚା ଅପେକ୍ଷା ଶରୀର ଚର୍ଚ୍ଚାରେ ସେ ଅଧିକ ସମୟ ଦେଉଥିଲେ । ତେଣୁ ବିଭିନ୍ନ ଶାରୀରିକ କୌଶଳ ଶିକ୍ଷାକୁ ସେ ପିଲାଦିନୁ ଭଲ ପାଇଥିଲେ । ଫଳରେ ଘୋଡ଼ାଦୌଡ଼, ଶର ସନ୍ଧାନ, ତରବାରି ଚାଳନା ଆଦି ବିଦ୍ୟାରେ ସେ ଅସମ୍ଭବ ପଟୁତା ଲାଭ କରିଥିଲେ । ପିତାଙ୍କ ମୃତ୍ୟୁ ପରେ ତାଙ୍କର କଳା ବଳରାମ ସାଏ, ତାଙ୍କର ଲାଳନ ପାଳନର ଦାୟିତ୍ଵ ନେଇଥିଲେ । ସୁରେନ୍ଦ୍ରଙ୍କର ବିବାହ ହେବାରୁ ସେ ଛୋଟନାଗପୁର ଅଧୀନସ୍ଥ ଗାଙ୍ଗପୁର ରାଜ୍ୟର ହାତୀବାଡ଼ି ଜମିଦାରଙ୍କ କନ୍ୟାଙ୍କୁ ବିବାହ କରିଥିଲେ । ତାଙ୍କର ଏକମାତ୍ର ପୁତ୍ର ଥିଲେ ମିତ୍ରଭାନୁ ସାଏ ।

(୪) ରାଜବଂଶର ବିବାଦ:
୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ । ମାତ୍ର ସମ୍ବଲପୁର ଅଧିକାର କରିବାପାଇଁ ବିଦ୍ରୋହ ଦେଖାଦେଇଥିଲା । ଶେଷରେ ୧୮୧୯ ବେଳକୁ ସମ୍ବଲପୁର ଇଂରେଜମାନଙ୍କ କର୍ତ୍ତୃତ୍ଵକୁ ଚାଲିଯାଇଥିଲା । ସେହି ସମୟରେ ସିଂହାସନ ଅଧିକାରକୁ ନେଇ ସମ୍ବଲପୁର ରାଜବଂଶରେ ବିବାଦ ଲାଗିରହିଲା । ଏଭଳି ପରିସ୍ଥିତିରେ ଇଂରେଜମାନେ ଅନ୍ୟାୟଭାବରେ ୧୮୩୩ ମସିହା ଅକ୍ଟୋବର ୧୧ ତାରିଖରେ ବରପାଲିର ଜମିଦାର ଭବାନୀ ସିଂହଙ୍କ କକା ନାରାୟଣ ସିଂହଙ୍କୁ ସିଂହାସନରେ ବସାଇଲେ । ନାରାୟଣ ସିଂହ ଥିଲେ ପ୍ରଜାବିରୋଧୀ । ସେ ପ୍ରଜାମାନଙ୍କର କୌଣସି ପ୍ରକାର ସ୍ଵାର୍ଥକୁ ରକ୍ଷା କରିବାପାଇଁ ଚାହୁଁ ନଥିଲେ । ଫଳରେ ଚାରିଆଡ଼େ ପ୍ରଜା ଆନ୍ଦୋଳନ ଦେଖାଦେଇଥିଲା । ପୁନଶ୍ଚ ସେ କେବଳ ଇଂରେଜ ସରକାର ଓ କେତେକ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ସବୁବେଳେ ସନ୍ତୁଷ୍ଟ କରିବାକୁ ଚାହିଁଥିଲେ । ସଂଖ୍ୟାଗରିଷ୍ଠ ଆଦିବାସୀ ସମ୍ପ୍ରଦାୟର ସୁଖସୁବିଧା ପ୍ରତି ସେ ସମ୍ପୂର୍ଣ୍ଣ ଉଦାସୀନ ଥିଲେ ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

(୫) ସୁରେନ୍ଦ୍ରଙ୍କୁ ଜେଣ୍ଡ :
ଆଦିବାସୀଙ୍କର ସ୍ବାର୍ଥରକ୍ଷା ପାଇଁ ସୁରେନ୍ଦ୍ର ପ୍ରଜା ଆନ୍ଦୋଳନର ନେତୃତ୍ବ ନେଲେ । ପୁନଶ୍ଚ ସୁରେନ୍ଦ୍ରଙ୍କର ଥିଲା ମାତୃଭୂମି ପ୍ରତି ପ୍ରଗାଢ଼ ଅନୁରକ୍ତି । ସୁରେନ୍ଦ୍ରଙ୍କୁ ସିଂହାସନରେ ବସାଇବାପାଇଁ ପ୍ରଜାମାନଙ୍କ ତରଫରୁ ଇଂରେଜ ସରକାରଙ୍କ ଉପରେ ପ୍ରବଳ ଚାପ ପଡ଼ିଥିଲା । ମାତ୍ର ଇଂରେଜମାନଙ୍କ ସହାୟତାରେ ନାରାୟଣ ସିଂହ ସୁରେନ୍ଦ୍ର ଓ ତାଙ୍କର ସମର୍ଥକମାନଙ୍କ ଉପରେ ଅତର୍କିତ ଆକ୍ରମଣ କଲେ । ସେ ସୁରେନ୍ଦ୍ରଙ୍କୁ ପରାଜିତ କଲେ । କକା ବଳରାମ ସାଏଙ୍କୁ ଆଜୀବନ କାରାଦଣ୍ଡ ହେଲା । ସୁରେନ୍ଦ୍ରଙ୍କୁ ପ୍ରଥମେ ପାଞ୍ଚବର୍ଷ ପାଇଁ ଜେଣ୍ଡ ହୋଇଥିଲେ ବି ନାରାୟଣ ସିଂହଙ୍କ ଆପରି କ୍ରମେ ତାଙ୍କୁ ଆଜୀବନ ଜେଲ୍ସଦଣ୍ଡ ହୋଇଥିଲା । ସୁରେନ୍ଦ୍ର ହଜାରିବାଗ ଜେଲ୍‌ରେ ରହିଲେ । ୧୮୪୯ ମସିହା ସେପ୍ଟେମ୍ବର ମାସରେ ରାଜା ନାରାୟାଣ ସିଂହଙ୍କର ମୃତ୍ୟୁ ହେବାପରେ ସିଧାସଳଖ ଇଂରେଜମାନଙ୍କ ଅଧା।ନକୁ ଚାଲିଯାଇଥିଲା।

(୬) ସିପାହୀ ବିଦ୍ରୋହର ପ୍ରଭାବ:
୧୮୫୭ ମସିହାରେ ସିପାହୀ ବିଦ୍ରୋହ ହୋଇଥିଲା । ଏହି ବିଦ୍ରୋହର ପ୍ରଭାବ ସାରା ଭାରତରେ ଅନୁଭୂତ ହୋଇଥିଲା । ଏହା ଥିଲା ଭାରତର ପ୍ରଥମ ମୁକ୍ତି ସଂଗ୍ରାମ । ସେହି ବର୍ଷ ଜୁଲାଇ ମାସ ୩୧ ତାରିଖରେ ବିଦ୍ରୋହୀମାନେ ହଜାରିବାଗ ଜେଲ୍ ଭାଙ୍ଗି ସମସ୍ତ ବନ୍ଦୀଙ୍କୁ ମୁକ୍ତ କରିଦେଲେ । ଏମାନଙ୍କ ସହ ସୁରେନ୍ଦ୍ର ସାଏ ମୁକ୍ତ ହେଲେ । ସ୍ଵାଧୀନତାର ସ୍ବାଦ ଲାଭକଲା ପରେ ନିଜର ମାତୃଭୂମି ସମ୍ବଲପୁରକୁ କିପରି ଇଂରେଜମାନଙ୍କ କବଳରୁ ମୁକ୍ତ କରିବେ, ସେହି ଚିନ୍ତାଧାରାରେ ସେ ବୁଡ଼ି ରହିଲେ । ଭାରତ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ସଂଗ୍ରାମୀଭାବେ ନିଜକୁ ସେ ପ୍ରସ୍ତୁତ କଲେ ।

(୭) କ୍ୟାପ୍‌ଟେନ୍ ଲି’ଙ୍କ ବିଶ୍ୱାସଘାତକତା:
ସୁରେନ୍ଦ୍ର ସାଏ ଜେଲ୍‌ରୁ ମୁକ୍ତି ପାଇ ସମ୍ବଲପୁର ଆସିଲେ । ସେ ସମ୍ବଲପୁର ଆସିବାର ବାର୍ତ୍ତା ଶୁଣି ସେ ସମୟର ସମ୍ବଲପୁରର ଆସିଷ୍ଟାଣ୍ଟ କମିଶନର କ୍ୟାପ୍‌ଟେନ୍ ଲି’ ଆତଙ୍କିତ ହୋଇପଡ଼ିଲେ । ସୁରେନ୍ଦ୍ରଙ୍କୁ କୌଣସି ପ୍ରକାରେ ଧରିବାପାଇଁ ସେ ଚେଷ୍ଟାକଲେ । ଏପରିକି ତାଙ୍କୁ ଧରାଇ ଦେବାପାଇଁ ପୁରସ୍କାର ରାଶି ଘୋଷଣା କଲେ । ଯେହେତୁ ସୁରେନ୍ଦ୍ର ପ୍ରଜାମାନଙ୍କ ପାଇଁ ସଂଗ୍ରାମ କରୁଥିଲେ, ସେଥ୍ପାଇଁ ତାଙ୍କୁ ଧରିବା ସହଜ ନଥିଲା । ଶେଷରେ ସୁରେନ୍ଦ୍ର ନିଜେ ବାରଶହ ସୈନ୍ୟଙ୍କ ଗହଣରେ ସମ୍ବଲପୁର ଆସି କ୍ୟାପ୍‌ଟେନ୍ ଲି’ଙ୍କ ନିକଟରେ କାରାଦଣ୍ଡରୁ ଅବ୍ୟାହତି ଓ ସମ୍ବଲପୁରର ମୁକ୍ତି ପାଇଁ ଦାବି ଜଣାଇଲେ । କ୍ୟାପ୍‌ଟେନ୍ ଲି’ ସେହି ସୁଯୋଗରେ ଅତି ଚତୁରତାର ସହିତ ସୁରେନ୍ଦ୍ରଙ୍କୁ ଧରିବାକୁ ଚେଷ୍ଟା କରିଥିଲେ । ମାତ୍ର ଦୁର୍ଦ୍ଦଷ ସୁରେନ୍ଦ୍ର କୌଶଳରେ ଇଂରେଜମାନଙ୍କ ଆସ୍‌ରେ ଧୂଳି ଦେଇ ସେଠାରୁ ଖସିଯାଇଥିଲେ ।

(୮) ବିଦ୍ରୋହୀ ସୁରେନ୍ଦ୍ର :
ସୁରେନ୍ଦ୍ର ହେଲେ ବିଦ୍ରୋହୀ । ବିଦ୍ରୋହ ହେଲା ତୀବ୍ରତର । ସୁରେନ୍ଦ୍ର ଅଧୂକ ହିଂସ୍ର ହୋଇ ଛପି ରହି ନାନାସ୍ଥାନରେ ଇଂରେଜ ଅଧିକାରୀ ଓ ସୈନ୍ୟମାନଙ୍କ ଉପରେ ଅତର୍କିତ ଆକ୍ରମଣ କଲେ । ଏଥିରେ ଅନେକ ବିଦ୍ରୋହୀ ପ୍ରାଣବଳି ଦେଲେ । ମାତ୍ର ଇଂରେଜ ସରକାର ଅଧିକ କ୍ଷତିଗ୍ରସ୍ତ ହେଲେ । ସେମାନେ କୌଣସି ଉପାୟରେ ସୁରେନ୍ଦ୍ରଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଲେ ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

(୯) ମେଜର ଇମ୍ପୋଙ୍କ କୋହଳ ନୀତି:
ଏହିପରି ବିଦ୍ରୋହ ଚାଲିଥିବା ସମୟରେ ୧୮୬୧ ମସିହା ଅପ୍ରେଲ ମାସରେ ସମ୍ବଲପୁରର ଶାସନଭାର ଗ୍ରହଣ କଲେ ମେଜର ଇମ୍ପୋ । ପରିସ୍ଥିତିକୁ ଆଖ୍ ଆଗରେ ରଖ୍ ସେ ସୁରେନ୍ଦ୍ର ଓ ବିଦ୍ରୋହୀଙ୍କ ପ୍ରତି କୋହଳ ନୀତି ଅନୁସରଣ କଲେ । ସୁରେନ୍ଦ୍ରଙ୍କ ସହିତ ସାଲିସ କଲେ ସମ୍ବଲପୁରରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି, ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଲେ । ବିଦ୍ରୋହୀମାନେ ଆତ୍ମ ସମର୍ପଣ କଲେ ସେମାନଙ୍କୁ କ୍ଷମା ଦିଆଯିବ ବୋଲି ସରକାର ବାଧ୍ୟହୋଇ ଘୋଷଣା କଲେ । ବିଦ୍ରୋହୀମାନେ ମଧ୍ୟ ବହୁଦିନ ସଂଗ୍ରାମ କରି କ୍ଳାନ୍ତ ହୋଇ ପଡ଼ିଥିଲେ । ତେଣୁ ସେମାନେ ଜଣ ଜଣ କରି ଆତ୍ମସମର୍ପଣ କଲେ ।

(୧୦) ସୁରେନ୍ଦ୍ରଙ୍କ ଆତ୍ମସମର୍ପଣ:
ସୁରେନ୍ଦ୍ରଙ୍କର ସମସ୍ତ ସହକର୍ମୀ, ପୁଅ ଓ ଭାଇ ଆଦି ଆତ୍ମସମର୍ପଣ କଲାପରେ, ସେ ନିଃସହାୟ ହୋଇପଡ଼ିଲେ । ବାଧ୍ୟହୋଇ ସେ ଆତ୍ମସମର୍ପଣ କଲେ । ମାତ୍ର ଇମ୍ପୋଙ୍କର ମୃତ୍ୟୁ ହେଲା ପରେ ପରିସ୍ଥିତି ବଦଳି ଯାଇଥିଲା । ମେଜର କମ୍ବର୍ଲିଡେପୁଟି କମିଶନର ଭାବେ ଯୋଗଦେବା ପରେ, ସୁରେନ୍ଦ୍ରଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଲେ । ସୁରେନ୍ଦ୍ର ଲୁଚିଛପି ବିଦ୍ରୋହ କରୁଛନ୍ତି ବୋଲି ସେ ଅଭିଯୋଗ କଲେ । ସେ ତାଙ୍କୁ ୧୮୬୪ ମସିହା ଜାନୁଆରୀ ୨୬ ତାରିଖରେ ଗିରଫ କରି ରାୟପୁର ଜେଲକୁ ପଠାଇଦେଲେ । ପୁନଶ୍ଚ ୧୮୬୫ ମସିହା ଅପ୍ରେଲ ମାସରେ ତାଙ୍କୁ ଆଜୀବନ ବନ୍ଦୀ ଭାବରେ ମଧ୍ୟପ୍ରଦେଶ ଅନ୍ତର୍ଗତ ଅସୁରଗଡ଼ ଦୁର୍ଗକୁ ପ୍ରେରଣ କରିଦେଲେ ।

(୧୧) ସ୍ଵାଭିମାନୀ ସୁରେନ୍ଦ୍ର :
୧୮୬୯ ମସିହାରେ ସୁରେନ୍ଦ୍ରଙ୍କୁ ସରକାର ଏକ ନୂତନ ପ୍ରସ୍ତାବ ଦେଇଥିଲେ । ସେ ରାୟପୁରରେ ରହିବା ସର୍ଭରେ ତାଙ୍କୁ ଖଲାସ କରାଯିବ ବୋଲି କହିଥିଲେ । ମାତ୍ର ସୁରେନ୍ଦ୍ର ଏଭଳି ସର୍ତ୍ତମୂଳକ ଖଲାସକୁ ପ୍ରତ୍ୟାଖ୍ୟାନ କରିଥିଲେ । କାରଣ ତାଙ୍କ ମାତୃଭୂମି ସମ୍ବଲପୁର ପରାଧୀନ ଥିଲାବେଳେ ସେ ଏକାକୀ ମୁକ୍ତି ପାଇବାପାଇଁ ଚାହୁଁ ନ ଥିଲେ। ସେ ଅତିଶୟ ବୃଦ୍ଧ ଅବସ୍ଥାରେ ଚିକିତ୍ସିତ ହେଉଥିଲାବେଳେ ୧୮୮୪ ମସିହା ଫେବୃୟାରୀ ୨୮ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁବେଳକୁ ସୁରେନ୍ଦ୍ରଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ସୁରେନ୍ଦ୍ର ଥିଲେ ଆଜୀବନ ସଂଗ୍ରାମୀ । ସଂଗ୍ରାମ ଓ ସଂଘର୍ଷର ଯଥାର୍ଥ ପ୍ରତୀକ । ସେ କେବଳ ଜନ୍ମଭୂମି ପାଇଁ ସଂଗ୍ରାମ କରୁନଥିଲେ, ବରଂ ଅନ୍ୟାୟ ବିରୁଦ୍ଧରେ ଦୃଢ଼ ସ୍ୱର ଉତ୍ତୋଳନ କରିଥିଲେ। ସେ ସ୍ଵାଧୀନତା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ତାଙ୍କର ବଳିଷ୍ଠ ଅବଦାନ ତାଙ୍କୁ ଯୁଗ ଯୁଗ ପାଇଁ ଅମର କରି ରଖିବ ।

କଠିନ ଶବ୍ଦାର୍ଥ :

  • ଅବିସ୍ମରଣୀୟ – ଅଭୁଲା।ଯାହା ଭୁଲି ହେବ ନାହିଁ ।
  • କୃତିତ୍ଵ – ଯଶ।
  • ବୀରଗାଥା – ବୀରତ୍ବପୂର୍ଣ୍ଣ କାହାଣୀ ।
  • ଗଣବିପ୍ଳବ – ପ୍ର ଜାମାନ ଙ୍କ ଦ୍ଵାର। ସୃଷ୍ଟ ଆନ୍ଦୋଳନ ।
  • ପଟାନ୍ତର – ତୁଳନା ।
  • ପଣନାତି – ନାତିର ନାତି ।
  • ପୋଥିବିଦ୍ୟା – ପଢିବା ଓ ଲେଖୁ ସମ୍ବନ୍ଧୀୟ ଜ୍ଞାନ।
  • ଶରୀର ଚର୍ଚ୍ଚା – ଶରୀରକୁ ସୁସ୍ଥ ରଖୁବାପାଇଁ ମଲ୍ଲଯୁଦ୍ଧ, ବାହୁ ଯୁଦ୍ଧ ଆଦି କରିବା ।
  • ଶର ସନ୍ଧାନ – ଲକ୍ଷ୍ୟସ୍ଥଳରେ ଶର ବାଜିବାର ବିଦ୍ୟା
  • ପଟୁତା – ବିଶେଷ ଦକ୍ଷତା ।
  • କର୍ତ୍ତୃତ୍ଵ – ଅଧୀନ ।
  • କନ୍ଦଳ – ଗଣ୍ଡଗୋଳ/ବିଶୃଙ୍ଖଳା ।
  • ଉଦାସୀନ – ଅନାଗ୍ରହ / ଆଗ୍ରହ ନଥିବା ।
  • ଆଗମନ – ଆସିବା ।
  • ଘୋଷଣା – ପ୍ରଚାର।
  • ଆଖ୍ୟାରେ ଧୂଳି ଦେଇ – କୌଶଳରେ ଠକି ଦେଇ ।
  • କ୍ଳାନ୍ତ – ଥକି ପଡ଼ିବା ।
  • ଅବସନ୍ନ – ଦୁର୍ବଳ ।
  • ପ୍ରତ୍ୟାଖ୍ୟାନ – ଗ୍ରହଣ ନ କରିବା ।

Leave a Comment