CHSE Odisha Class 11 Sociology Unit 1 Long Answer Questions in Odia Medium

Odisha State Board CHSE Odisha Class 11 Sociology Solutions Unit 1 ସମାଜ ବିଜ୍ଞାନ ଏବଂ ଏହାର ସମ୍ପର୍କ Long Answer Questions.

CHSE Odisha 11th Class Sociology Unit 1 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ସମାଜ ବିଜ୍ଞାନର ସଂଜ୍ଞା ନିରୂପଣ କରି ଏହାର ପରିସର ଆଲୋଚନା କର ।
Answer:
ପ୍ରବୀଣ ଫରାସୀ ଦାର୍ଶନିକ ଅଗଷ୍ଟ କମ୍‌ ଏହି ସମାଜ ବିଜ୍ଞାନ ଶବ୍ଦକୁ ୧୮୩୯ ମସିହାରେ ପ୍ରଥମେ ରୂପରେଖ ଦେଇଥିଲେ । ତେଣୁ ତାଙ୍କୁ ସମାଜ ବିଜ୍ଞାନର ଜନକ ରୂପେ ଅଭିହିତ କରାଯାଇଥାଏ । ଏହି ସମାଜ ବିଜ୍ଞାନ ଶବ୍ଦଟି ଲାଟିନ୍ ଶବ୍ଦ ‘ସୋସାଇଟସ୍’ ଏବଂ ଗ୍ରୀକ୍ ଶବ୍ଦ ‘ଲୋଗସ୍’ର ସମ୍ମିଶ୍ରଣରେ ଗଠିତ । ଏହି ଶବ୍ଦ ପ୍ରକରଣ ଅନୁଯାୟୀ ସମାଜ ବିଜ୍ଞାନର ଅର୍ଥ ହେଉଛି ସମାଜର ଅଧ୍ୟୟନ ବା ବିଜ୍ଞାନ । ଏହି ସମାଜ ବିଜ୍ଞାନ ହେଉଛି ସମୂହ ମଧ୍ଯରେ ମନୁଷ୍ୟମାନଙ୍କର ବ୍ୟବହାର ଏବଂ ସେମାନଙ୍କର ଆନ୍ତଃକ୍ରିୟାର ଏକ ଅଧ୍ୟୟନ ।

ସଂଜ୍ଞା (Definitions) – ସମାଜ ବିଜ୍ଞାନମାନଙ୍କଦ୍ୱାରା ପ୍ରଦାନ କରାଯାଇଥିବା ବିଭିନ୍ନ ସଂଜ୍ଞାଗୁଡ଼ିକୁ ପର୍ଯ୍ୟାଲୋଚନା କଲେ ସମାଜ ବିଜ୍ଞାନ ସମ୍ବନ୍ଧରେ ସ୍ପଷ୍ଟ ଧାରଣା ମିଳିଥାଏ ।

ନିମ୍ନରେ କେତୋଟି ମୁଖ୍ୟ ସଂଜ୍ଞା ପ୍ରଦାନ କରାଗଲା –
(i) ହ୍ୟାରୀ ଏମ୍. ଜନ୍‌ସନ୍ (Harry M. Johnson) – “ସମାଜ ବିଜ୍ଞାନ ଏକ ବିଜ୍ଞାନ ଯାହାକି ସାମାଜିକ ସମୂହ, ସଙ୍ଗଠନ, ତାହାର ଅନ୍ତଃପ୍ରକାରଭେଦ ବା ଢଙ୍ଗ, ସଙ୍ଗଠନର ସେହି ପ୍ରକାରଭେଦରେ ଧାରାବାହିକତା ଲକ୍ଷ୍ୟ କରୁଥିବା କିମ୍ବା ପରିବର୍ତ୍ତନ ଆଣୁଥ‌ିବା ପ୍ରକ୍ରିୟାମାନ ଏବଂ ସମୂହ ମଧ୍ୟରେ ଥ‌ିବା ସମ୍ପର୍କ ସହିତ ସଂଶ୍ଳିଷ୍ଟ ।’’
(ii) କିମ୍ବଲ୍ ୟଙ୍ଗ (Kimbal Young) – “ସମାଜ ବିଜ୍ଞାନ ସମୂହ ଭିତରେ ଥିବା ମନୁଷ୍ୟମାନଙ୍କର ବ୍ୟବହାର ସହିତ ସଂପୃକ୍ତ ।”
(iii) ମ୍ୟାକ୍‌ସ ୱେବର୍ (Max-Weber) – “ସମାଜ ବିଜ୍ଞାନ ଏକ ବିଜ୍ଞାନ ଯାହା ସାମାଜିକ କ୍ରିୟାର ବିଶ୍ଳେଷଣାତ୍ମକ ଅର୍ଥକୁ ବୁଝିବାପାଇଁ ପଦକ୍ଷେପ ଗ୍ରହଣ କରିଥାଏ ।’’
(iv) ଏଚ୍.ପି. ଫେୟାର୍‌ଚାଇଲ୍ଡ (H.P. Fairchild) – “ମନୁଷ୍ୟ ଏବଂ ତା’ର ପରିବେଶ ମଧ୍ୟରେ ଥ‌ିବା ସମ୍ବର୍କର ଅଧ୍ୟୟନକୁ ସମାଜ ବିଜ୍ଞାନ କୁହାଯାଏ ।’’
(v) କିଇଲେ-ଡେଭିସ୍ (Kingsley Davis) – “ସମାଜ ବିଜ୍ଞାନ ହେଉଛି ସମାଜର ଏକ ସାଧାରଣ ବିଜ୍ଞାନ ।’’ ଉପରୋକ୍ତ ସଂଜ୍ଞାଗୁଡ଼ିକୁ ପର୍ଯ୍ୟାଲୋଚନା କଲେ ସମାଜ ବିଜ୍ଞାନ ସମ୍ପର୍କରେ ଆମେ ସ୍ପଷ୍ଟ ଚିତ୍ର ପାଇବାରେ ସମର୍ଥ ହୋଇଥାଉ । ଏହି ସମାଜ ବିଜ୍ଞାନ ହେଉଛି ବ୍ୟକ୍ତି -ବ୍ୟକ୍ତି ମଧ୍ୟରେ ପାରସ୍ପରିକ ସମ୍ପର୍କରେ ବିଜ୍ଞାନଭିଭିକ ଅଧ୍ୟୟନ । ଏହା ସେମାନଙ୍କର ସାଧାରଣ ସାମାଜିକ ଜୀବନ, କାର୍ଯ୍ୟାବଳୀ ଏବଂ ବିଭିନ୍ନ ଘଟଣାଗୁଡ଼ିକୁ ବୈଜ୍ଞାନିକ ଦୃଷ୍ଟିରୁ ଆଲୋଚନା କରିଥାଏ ।

ପରିସର କହିଲେ ବିଷୟବସ୍ତୁକୁ ହିଁ ବୁଝାଯାଏ । ସମାଜ ବିଜ୍ଞାନର ନିଜସ୍ୱ ପରିସର ବା ନିର୍ଦ୍ଦିଷ୍ଟ ସୀମା ରହିଛି । କିନ୍ତୁ ସମାଜ ବିଜ୍ଞାନର ପରିସରକୁ ନେଇ ବିଭିନ୍ନ ସମାଜ-ବିଜ୍ଞାନୀମାନେ ଭିନ୍ନ ମତ ପୋଷଣ କରିଛନ୍ତି ।

CHSE Odisha Class 11 Sociology Unit 1 Long Answer Questions in Odia Medium

ଏହି ସମାଜ ବିଜ୍ଞାନର ପରିସର ସମ୍ପର୍କରେ ଦୁଇଟି ମତବାଦ ରହିଛି । ସେଗୁଡ଼ିକ ହେଲା –
(i) ସ୍ୱାତନ୍ତ୍ର୍ୟ ବା ଆକୃତିଗତ ମତବାଦ ଏବଂ
(ii) ସାଂଶ୍ଲେଷିକ ମତବାଦ ।
ପ୍ରଥମ ମତବାଦର ସମର୍ଥକମାନେ ବିଶ୍ଵାସ କରନ୍ତି ଯେ ସମାଜ ବିଜ୍ଞାନ ଏକ ସ୍ବତନ୍ତ୍ର ବିଜ୍ଞାନ ଏବଂ ତା’ର ପରିସର ସୀମିତ ଅଟେ । ଦ୍ୱିତୀୟ ମତବାଦ ଅନୁସାରେ ସମାଜ ବିଜ୍ଞାନ ଏକ ସାଧାରଣ ବିଜ୍ଞାନ ଏବଂ ଏହାର ପରିସର ବ୍ୟାପକ ଅଟେ ।

(1) ସ୍ଵାତନ୍ତ୍ର୍ୟ ମତବାଦ (Specialistic School) :
ଏହି ମତବାଦର ସମର୍ଥକମାନେ ହେଲେ ଜର୍ଜ ସିଗେଲ, ଭିକାଁଣ୍ଡ, ମ୍ୟାକ୍‌ ୱେବର୍‌, ଭନ୍ ୱାଇଜ ଏବଂ ଫର୍ଜିନାଣ୍ଡ ଟନିସ୍ । ଏମାନେ ସମାଜ ଶାସ୍ତ୍ରର ପରିସରକୁ ଅତି ସଂକୀର୍ଣ୍ଣ ତଥା ସୀମିତ କରିଛନ୍ତି । ଏହି ମତବାଦ ଅନୁଯାୟୀ ସମାଜ ବିଜ୍ଞାନ ଏକ ସ୍ବତନ୍ତ୍ର ବିଜ୍ଞାନ ଯାହାକି କେବଳ ସାମାଜିକ ସମ୍ପର୍କର ବିଭିନ୍ନ ଆକୃତି (Form) କୁ ହିଁ ଅଧ୍ୟୟନ କରିଥାଏ ।

‘ଜର୍ଜ ସିମେଲ’ଙ୍କ ମତରେ, ସମାଜ ବିଜ୍ଞାନ କେବଳ ସାମାଜିକ ସମ୍ପର୍କର ବିଭିନ୍ନ ଆକୃତିକୁ ଅଧ୍ୟୟନ କରିବା ଉଚିତ । ତାଙ୍କ ମତରେ, ସମାଜ ବିଜ୍ଞାନ ଏକ ବିଶିଷ୍ଟ ସାମାଜିକ ବିଜ୍ଞାନ ଯାହାକି ସାମାଜିକ ସମ୍ପର୍କ, ସାମାଜିକୀକରଣ ଏବଂ ସାମାଜିକ ସମ୍ପର୍କର ବିଭିନ୍ନ ଆକୃତିକୁ ବର୍ଣ୍ଣନା, ବର୍ଗୀକୃତ, ବିଶ୍ଳେଷଣ ଏବଂ ପର୍ଯ୍ୟାଲୋଚନା କରେ । ତାଙ୍କ ମତରେ, ପ୍ରତିଯୋଗିତା, ବଶ୍ୟତା, ପ୍ରଭୁତ୍ଵ, ସାମାଜିକୀକରଣ ଏବଂ ଶ୍ରମବିଭାଜନ ପ୍ରଭୃତି ସାମାଜିକ ସମ୍ପର୍କର ମୁଖ୍ୟ ଆକୃତି । ସମାଜ ବିଜ୍ଞାନ ମନୁଷ୍ୟର ପ୍ରକୃତ ବ୍ୟବହାରକୁ ଅଧ୍ୟୟନ ନ କରି ଔପଚାରିକ ବ୍ୟବହାରକୁ ଅଧ୍ୟୟନ କରିଥାଏ ।

‘ଭିକାଣ୍ଡ’ ହେଉଛନ୍ତି ଏହି ସ୍ୱତାନ୍ତ୍ର୍ୟ ମତବାଦର ଅନ୍ୟଜଣେ ମୁଖ୍ୟ ପୁରୋଧା । ସେ ମତ ଦିଅନ୍ତି, ସମାଜ ବିଜ୍ଞାନ ଏକ ସ୍ଵାଧୀନ ସାମାଜିକ ବିଜ୍ଞାନ କିମ୍ବା ବିଜ୍ଞାନର ଏକ ସ୍ବତନ୍ତ୍ର ଶାଖା । ଏହା ମାନସିକ ସମ୍ପର୍କର ଚରମ ଆକୃତିକୁ ଅଧ୍ୟୟନ କରେ, ଯାହାକି ସମାଜରେ ମନୁଷ୍ୟମାନଙ୍କୁ ପରସ୍ପର ସହିତ ସମ୍ପର୍କୀକୃତ କରିଥାଏ । ସମାଜ ବିଜ୍ଞାନର ପରିସର ମାନସିକ ବା ମନସ୍ତାତ୍ତ୍ଵିକ ସମ୍ପର୍କଗୁଡ଼ିକୁ ଅଧ୍ୟୟନ କରେ, ଯାହା ମାଧ୍ୟମରେ ବ୍ୟକ୍ତି ସମୂହ ସହିତ ପରିଚିତ ହୋଇଥାଏ ।

ପ୍ରବୀଣ ଜର୍ମାନ୍ ସମାଜବିଜ୍ଞାନୀ ‘ମ୍ୟାକ୍‌ ୱେବର’ଙ୍କ ମତରେ, ସାମାଜିକ ବ୍ୟବହାରକୁ ବ୍ୟାଖ୍ୟା କରିବା ଏବଂ ଉତ୍ତମରୂପେ ବୁଝିବା ସମାଜ ବିଜ୍ଞାନର ପରିସରଭୁକ୍ତ ।

‘ଭନ୍‌ ୱାଇଜ’ଙ୍କ ମତରେ, ସମାଜ ବିଜ୍ଞାନର ପରିସର ସାମାଜିକ ସମ୍ପର୍କର ବିଭିନ୍ନ ଆକୃତିକୁ ଅଧ୍ୟୟନ କରିଥାଏ । ସେ ସାମାଜିକ ସମ୍ପର୍କକୁ ବିଭିନ୍ନ ପ୍ରକାରରେ ବିଭକ୍ତ କରିଛନ୍ତି । ସେଗୁଡ଼ିକ ହେଲା- ସ୍ଥାୟୀ ଓ ଅସ୍ଥାୟୀ ସାମାଜିକ ସମ୍ପର୍କ, ଔପଚାରିକ ଓ ଅନୌପଚାରିକ ସାମାଜିକ ସମ୍ପର୍କ, ସରଳ ଓ ଜଟିଳ ସାମାଜିକ ସମ୍ପର୍କ ଇତ୍ୟାଦି ।

‘ଫର୍ଜିନାଣ୍ଡ ଟନିସ୍’ଙ୍କ ମତରେ, ସମାଜ ବିଜ୍ଞାନ ଏକ ସ୍ବାଧୀନ ତଥା ବିଶୁଦ୍ଧ ସାମାଜିକ ବିଜ୍ଞାନ । ତାଙ୍କ ମତରେ, ବା ‘ସାମାଜିକ ସମ୍ପର୍କ’ ମଧ୍ୟରେ ଦୁଇଟି ମୌଳିକ ପ୍ରକାରଭେଦ ରହିଛି । ସେ ସାମାଜିକ ସମ୍ପର୍କରେ ବିଭିନ୍ନ ଆକୃତିକୁ ଭିଭିକରି ସମାଜ ଓ ସମୁଦାୟ ମଧ୍ୟରେ ପ୍ରଭେଦ ଦର୍ଶାଇଛନ୍ତି ।

ସମାଲୋଚନା (Criticism) – ଏହି ସ୍ବାତନ୍ତ୍ର୍ୟ ମତବାଦଟି ନିମ୍ନଲିଖ୍ ଦୃଷ୍ଟିକୋଣରୁ ସମାଲୋଚିତ ହୋଇଛି ।
(i) ଏହି ସ୍ବାତନ୍ତ୍ର୍ୟ ମତବାଦ ସମାଜ ବିଜ୍ଞାନର କ୍ଷେତ୍ରକୁ ସଂକୀର୍ଣ୍ଣ କରିଛି । କିନ୍ତୁ ପ୍ରକୃତରେ ସମାଜ ବିଜ୍ଞାନ କେବଳ ସାମାଜିକ ସମ୍ପର୍କର ଆକୃତିକୁ ଅଧ୍ୟୟନ କରି ନ ଥାଏ, ଏହା ସାମାଜିକ ଜୀବନ ସହିତ ସଂଶ୍ଳିଷ୍ଟ ସମସ୍ତ ବିଷୟବସ୍ତୁକୁ ଅଧ୍ୟୟନ କରିଥାଏ ।
(ii) ଦ୍ଵିତୀୟରେ, ମୂର୍ତ୍ତି ସମ୍ପର୍କଠାରୁ ପୃଥକ୍ କରି ଅମୂର୍ତ୍ତ ଆକୃତିକୁ ଅଧ୍ୟୟନ କରିବା ସମ୍ପୂର୍ଣ ଅସମ୍ଭବ । କେତେକ ସମାଜବିଜ୍ଞାନୀଙ୍କ ମତରେ, ମୂର୍ଖ ସମ୍ପର୍କଠାରୁ ଅମୂର୍ଷ ଆକୃତିର ପୃଥକରଣ ସମ୍ଭବପର ନୁହେଁ । କାରଣ ସାମାଜିକ ସମ୍ପର୍କର ଆକୃତିମାନ ସଦାସର୍ବଦା ପରିବର୍ତ୍ତନଶୀଳ । ଉଭୟ ଅମୂର୍ଖ ଆକୃତି (Abstract form) ଏବଂ ମୂର୍ଖ ସମ୍ପର୍କ (Concrete relationship) ଗୁଡ଼ିକୁ ଅଧ୍ୟୟନ କରାଯିବା ଉଚିତ । କାରଣ କୌଣସି ସାମାଜିକ ଆକୃତି ବିଷୟବସ୍ତୁ (Content) କୁ ବାଦ୍ ଦେଇ ସ୍ଵାଧୀନତାଭାବେ ତିଷ୍ଠି ପାରିବ ନାହିଁ ।
(iii) ତୃତୀୟରେ, ଆକୃତିଗତ ମତବାଦ ବିଶୁଦ୍ଧ ସମାଜ ବିଜ୍ଞାନ ଶବ୍ଦର ଅବତାରଣା କରିଛି । କିନ୍ତୁ ପ୍ରକୃତପକ୍ଷେ କୌଣସି ସମାଜବିଜ୍ଞାନୀ ଏକ ବିଶୁଦ୍ଧ ଏବଂ ସ୍ଵାଧୀନ ସମାଜ ବିଜ୍ଞାନ ଗଠନ କରିବା ଦିଗରେ ଏପର୍ଯ୍ୟନ୍ତ ସକ୍ଷମ ହୋଇପାରି ନାହାନ୍ତି ।
(iv) ସମାଜ ବିଜ୍ଞାନ କେବଳ ଗୋଟିଏ ସାମାଜିକ ବିଜ୍ଞାନ ଭାବରେ ସାମାଜିକ ସମ୍ପର୍କର ବିଭିନ୍ନ ଆକୃତିକୁ ଅଧ୍ୟୟନ କରି ନ ଥାଏ । ରାଜନୀତି ବିଜ୍ଞାନ, ଅର୍ଥଶାସ୍ତ୍ର, ମନୋବିଜ୍ଞାନ ଏବଂ ଆନ୍ତର୍ଜାତୀୟ ଆଇନ ଆଦି ବହୁ ସାମାଜିକ ବିଜ୍ଞାନ ମଧ୍ୟ ସାମାଜିକ ସମ୍ପର୍କକୁ ଅଧ୍ୟୟନ କରିଥା’ନ୍ତି ।

(2) ସାଂଶ୍ଳେଷିକ ମତବାଦ (Synthetic School) :
ସମାଜ ବିଜ୍ଞାନର ପରିସର ସମ୍ବନ୍ଧୀୟ ଦ୍ଵିତୀୟ ମତବାଦଟି ହେଉଛି ସାଂଶ୍ଲେଷିକ ମତବାଦ । ଏହି ମତବାଦଟିର ପୁରୋଧାମାନେ ହେଲେ ମୋରିସ୍ ଜିନିସ୍‌ବର୍ଗ, ଇମାଇଲ୍ ଦୁର୍ଖମ୍, ଏଲ୍.ଟି.ହବସ୍, ପି.ଏ. ସରୋକିନ୍ ଏବଂ କାର୍ଲ ମାନହେଇମ୍ । ଏହି ମତବାଦ ଅନୁସାରେ ସମାଜ ବିଜ୍ଞାନ ଏକ ନିର୍ଦ୍ଦିଷ୍ଟ ସାମାଜିକ ବିଜ୍ଞାନ ନୁହେଁ, ଏହା ଏକ ସାଧାରଣ ଏବଂ ସୁବ୍ୟବସ୍ଥିତ ସାମାଜିକ ବିଜ୍ଞାନ ଅଟେ । ଅନ୍ୟ ଅର୍ଥରେ ଏହା ସମସ୍ତ ସାମାଜିକ ବିଜ୍ଞାନର ଏକ ସଂଶ୍ଳେଷଣ ।

CHSE Odisha Class 11 Sociology Unit 1 Long Answer Questions in Odia Medium

ମୋରିସ୍ ଜିନିସ୍‌ବର୍ଗଙ୍କ ମତରେ, ସମାଜ ବିଜ୍ଞାନ ମନୁଷ୍ୟ ସହ ସମାଜର ବିଭିନ୍ନ ପ୍ରକାରର ସମ୍ପର୍କକୁ ବିଶ୍ଳେଷଣ କରିଥାଏ । ଏହି ସମ୍ପର୍କ ହେଉଛି ତିନି ପ୍ରକାରର । ଗୋଟିଏ ହେଉଛି ଗୋଷ୍ଠୀ ସହ ତା’ର ସମ୍ପର୍କ, ଦ୍ବିତୀୟଟି ହେଲା ମନୁଷ୍ୟ-ମନୁଷ୍ୟ ମଧ୍ୟରେ ପାରସ୍ପରିକ ସମ୍ପର୍କ ଏବଂ ତୃତୀୟଟି ହେଲା ପରିବେଶ ସହିତ ମନୁଷ୍ୟର ସମ୍ପର୍କ ।

ଇମାଇଲ ଦୁର୍ଖମ୍ ଏହି ସାଂଶ୍ଲେଷିକ ମତବାଦ ସପକ୍ଷରେ ଦୃଢ଼ ମତ ପୋଷଣ କରି ସମାଜ ବିଜ୍ଞାନକୁ ୩ ଭାଗରେ ବିଭକ୍ତ କରିଛନ୍ତି । ସେଗୁଡ଼ିକ ହେଲା –
(i) ସାମାଜିକ ରୂପତତ୍ତ୍ଵ,
(ii) ସାମାଜିକ ଜୀବନତତ୍ତ୍ଵ ଏବଂ
(iii) ସାଧାରଣ ସମାଜତତ୍ତ୍ଵ ।

ଏଲ୍.ଟି.ହବସ୍‌ଙ୍କ ମତରେ, ଆଦର୍ଶଗତ ଭାବେ ସମାଜ ବିଜ୍ଞାନ ହେଉଛି ବଭିନ୍ନ ସାମାଜିକ ବିଜ୍ଞାନର ଏକ ସଂଶ୍ଳେଷଣ । ଏହା ଅନ୍ୟାନ୍ୟ ସାମାଜିକ ବିଜ୍ଞାନଗୁଡ଼ିକୁ ନିଜର ପରିସରଭୁକ୍ତ କରିବା ଉଚିତ । ତାଙ୍କ ମତରେ, ସାମାଜିକ ଜୀବନର ସମସ୍ତ ଦିଗଗୁଡ଼ିକ ପରସ୍ପର ଆନ୍ତଃ-ସଂପୃକ୍ତ । ତେଣୁ ସାମାଜିକ ତଥ୍ୟଗୁଡ଼ିକୁ ଉତ୍ତମ ରୂପେ ବୁଝିବା ପାଇଁ ଅନ୍ୟ ଦିଗକୁ ବାଦ୍ଦେଇ ଗୋଟିଏ ଦିଗକୁ ଅଧ୍ୟୟନ କରିବା ଯଥେଷ୍ଟ ହେବନାହିଁ । ଏହି କାରଣରୁ ସମାଜ ବିଜ୍ଞାନ ସମୁଦାୟ ସାମାଜିକ ଜୀବନକୁ ଏକ ସୁବ୍ୟବସ୍ଥିତଭାବେ ଅଧ୍ୟୟନ କରିବା ଉଚିତ ।

ପି.ଏ.ସରୋଜିନ୍‌ଙ୍କ ମତରେ, ନିମ୍ନଲିଖ୍ ବିଷୟମାନ ସମାଜ ବିଜ୍ଞାନର ପରିସରଭୁକ୍ତ ।
(i) ସମାଜ ବିଜ୍ଞାନ ସାମାଜିକ ଘଟଣାର ବିଭିନ୍ନ ଦିଗଗୁଡ଼ିକ ମଧ୍ୟରେ ଥିବା ସମ୍ପର୍କକୁ ଅଧ୍ୟୟନ କରିଥାଏ ।
(ii) ସମାଜ ବିଜ୍ଞାନ ସାମାଜିକ ଘଟଣାର ସାଧାରଣ ଗୁଣଗୁଡ଼ିକ ଅଧ୍ୟୟନ କରେ ।

କାର୍ଲ ମାନହେଇମ୍ ସମାଜ ବିଜ୍ଞାନକୁ ଦୁଇଟି ଶାଖାରେ ବିଭକ୍ତ କରିଛନ୍ତି; ଯଥା – (i) ସୁ-ବ୍ୟବସ୍ଥିତ ଓ ସାଧାରଣ ସମାଜଶାସ୍ତ୍ର ଏବଂ (ii) ଐତିହାସିକ ସମାଜଶାସ୍ତ୍ର । ସୁ-ବ୍ୟବସ୍ଥିତ ଓ ସାଧାରଣ ସମାଜଶାସ୍ତ୍ର ସମାଜରେ ମନୁଷ୍ୟର ସହାବସ୍ଥାନର ମୁଖ୍ୟ କାରଣଗୁଡ଼ିକୁ ବିଶ୍ଳେଷଣ କରିଥାଏ । ଐତିହାସିକ ସମାଜଶାସ୍ତ୍ର ବିଭିନ୍ନ ପ୍ରକାର ଐତିହାସିକ ଘଟଣାବଳୀ ଏବଂ ସମାଜର ସାଧାରଣ ଆକୃତି ସହିତ ସମ୍ପୃକ୍ତ ।

ଏହି ଆଲୋଚନାରୁ ପ୍ରତୀୟମାନ ହୁଏ ଯେ, ସମାଜ ବିଜ୍ଞାନର ପରିସର ଅତ୍ୟନ୍ତ ବ୍ୟାପକ ଓ ସୁଦୂରପ୍ରସାରୀ ଅଟେ । ଏହା ଉଭୟ ଏକ ସାଧାରଣ ଏବଂ ସ୍ବତନ୍ତ୍ର ସାମାଜିକ ବିଜ୍ଞାନରୂପେ ପରିଚିତ । କାରଣ ଏହାର ପ୍ରକୃତ ପରିସର ମଧ୍ୟରେ ଉଭୟ ସ୍ବାତନ୍ତ୍ର୍ୟ ଏବଂ ସାଂଶ୍ଳେଷିକ ମତବାଦର ଚିନ୍ତାଧାରା ସନ୍ନିବେଶିତ ।

2. ସମାଜ ବିଜ୍ଞାନର ପ୍ରକୃତି ବିଷୟରେ ଆଲୋଚନା କର ।
Answer:
ସମାଜ ବିଜ୍ଞାନ ଜ୍ଞାନର ଏକ ସ୍ଵତନ୍ତ୍ର ଶାଖାଭାବେ କେତେକ ପ୍ରକୃତି ବା ବୈଶିଷ୍ଟ୍ୟକୁ ନେଇ ଗଠିତ, ଯେଉଁ ବୈଶିଷ୍ଟ୍ୟଗୁଡ଼ିକ ସମାଜ ବିଜ୍ଞାନକୁ ଅନ୍ୟ ସାମାଜିକ ବିଜ୍ଞାନଗୁଡ଼ିକଠାରୁ ପୃଥକ୍ କରିଥା’ନ୍ତି । ସମାଜ ବିଜ୍ଞାନର ପ୍ରକୃତି ସମ୍ବନ୍ଧରେ ସମାଜବିଜ୍ଞାନୀମାନେ ନିମ୍ନୋକ୍ତ ମତ ପ୍ରଦାନ କରିଅଛନ୍ତି ।

(i) ସମାଜ ବିଜ୍ଞାନ ଏକ ସ୍ବାଧୀନ ବିଜ୍ଞାନ (Sociology is an Independent Science) – ଦର୍ଶନ ଶାସ୍ତ୍ର ଏବଂ ଇତିହାସ ପରି ସମାଜ ବିଜ୍ଞାନକୁ ଅନ୍ୟ କୌଣସି ବିଜ୍ଞାନର ଏକ ଶାଖାଭାବେ ଅଧ୍ୟୟନ କରାଯାଇ ନ ଥାଏ । ବର୍ତ୍ତମାନ ଏହା ଏକ ସାଧାରଣ ବିଜ୍ଞାନରୂପେ ଦଣ୍ଡାୟମାନ । ଏକ ସ୍ବାଧୀନ ବିଜ୍ଞାନଭାବେ ଏହାର ନିଜସ୍ୱ ଅଧ୍ୟୟନର ପରିସର ରହିଛି ।

(ii) ସମାଜ ବିଜ୍ଞାନ ଏକ ସାମାଜିକ ବିଜ୍ଞାନ ଅଟେ (Sociology is a Social Science) – ସମସ୍ତ ବିଜ୍ଞାନଗୁଡ଼ିକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଛି; ଯଥା – (୧) ପ୍ରାକୃତିକ ବିଜ୍ଞାନ (Natural Science) ଏବଂ (୨) ସାମାଜିକ ବିଜ୍ଞାନ (Social Science) । ପ୍ରାକୃତିକ ବିଜ୍ଞାନ ଭୌତିକ ଘଟଣାବଳୀଗୁଡ଼ିକୁ ଅଧ୍ୟୟନ କରିବାବେଳେ ସମାଜ ବିଜ୍ଞାନ ବିଭିନ୍ନ ସାମାଜିକ ଘଟଣାବଳୀକୁ ଅଧ୍ୟୟନ କରିଥାଏ ।

ସାମାଜିକ ବିଜ୍ଞାନଗୁଡ଼ିକ ହେଉଛି ସମାଜ ବିଜ୍ଞାନ, ଅର୍ଥନୀତି, ରାଜନୀତି ବିଜ୍ଞାନ, ନୃତତ୍ତ୍ଵ ପ୍ରଭୃତି । ଏକ ସାମାଜିକ ବିଜ୍ଞାନଭାବେ ସମାଜ ବିଜ୍ଞାନର ମୁଖ୍ୟ ଦୃଷ୍ଟିକୋଣ ମନୁଷ୍ୟ ଉପରେ ନିହିତ ଥାଏ । ଅନ୍ୟ ଅର୍ଥରେ ଏହା ମନୁଷ୍ୟକୁ ଏକ ସାମାଜିକ ଜୀବ ଭାବେ ଅଧ୍ୟୟନ କରିଥାଏ ।

(iii) ସାମାଜିକ ବିଜ୍ଞାନ ଏକ ତାନ୍ତ୍ରିକ ବା ବିଶୁଦ୍ଧ ବିଜ୍ଞାନ, ଏହା ଏକ ପ୍ରୟୋଗାତ୍ମକ ବିଜ୍ଞାନ ନୁହେଁ (Sociology is a pure science and not an applied science) – ପ୍ରୟୋଗାତ୍ମକ ବିଜ୍ଞାନର ଲକ୍ଷ୍ୟ ହେଉଛି ଜୀବନ ଉପରେ ଜ୍ଞାନର ବ୍ୟବହାର ଏବଂ ପ୍ରୟୋଗ କରିବା; କିନ୍ତୁ ବିଶୁଦ୍ଧ ବିଜ୍ଞାନର ଲକ୍ଷ୍ୟ ହେଉଛି ଜ୍ଞାନ ଆହରଣ କରିବା ଏବଂ ଏହା ଆହରଣ ହେଉଥ‌ିବା ଜ୍ଞାନ ଉପଯୋଗୀ କି ନୁହେଁ ସେଥ୍ୟପ୍ରତି ଦୃଷ୍ଟି ଦେଇ ନ ଥାଏ । ସମାଜ ବିଜ୍ଞାନ ଏକ ବିଶୁଦ୍ଧ ବିଜ୍ଞାନ ଅଟେ; କାରଣ ମାନବ ସମାଜ ସମ୍ବନ୍ଧରେ ଜ୍ଞାନ ଅର୍ଜନ କରିବା ଏହାର ମୂଳ ଲକ୍ଷ୍ୟ; କିନ୍ତୁ ଜ୍ଞାନର ବ୍ୟବହାର ନୁହେଁ ।

(iv) ସମାଜ ବିଜ୍ଞାନ ଏକ ମୂର୍ଖ ବିଜ୍ଞାନ ନୁହେଁ, ଏହା ଏକ ଅମୂର୍ଖ ବିଜ୍ଞାନ ଅଟେ (Sociology is an abstract science, not a concrete science) – ସମାଜ ବିଜ୍ଞାନ ମାନବିକ ଘଟଣା, ବ୍ୟବହାର ଏବଂ ପ୍ରକୃତିର ଆକୃତିଗୁଡ଼ିକର ଅଧ୍ୟୟନ କରିଥାଏ । ସାଧାରଣ ଭାବରେ ସମଗ୍ର ମନୁଷ୍ୟ ସମାଜରେ ଦେଖାଦେଇଥିବା ଦ୍ଵନ୍ଦ, ଯୁଦ୍ଧ ସାମାଜିକ ପରିବର୍ତ୍ତନର ଆକାରକୁ ଏହା ପ୍ରକାଶିତ କରେ । ତେଣୁ ସମାଜ ବିଜ୍ଞାନକୁ ଏକ ମୂଇଁ ବିଜ୍ଞାନ କୁହା ନ ଯାଇ ଅମୂର୍ତ୍ତ ବିଜ୍ଞାନ କୁହାଯାଏ ।

(v) ସମାଜ ବିଜ୍ଞାନ ଏକ ଚୂଡ଼ାନ୍ତ ବା ନିରପେକ୍ଷ ବିଜ୍ଞାନ (Sociology is categorical science) – ସମାଜ ବିଜ୍ଞାନ ଏକ ଚୂଡ଼ାନ୍ତ ବା ନିରପେକ୍ଷ ବିଜ୍ଞାନରୂପେ ପରିଚିତ । କ’ଣ ରହିଛି ବା କ’ଣ ଘଟିଛି, ଏହା ଉପରେ ସମାଜ ବିଜ୍ଞାନ ଅଧିକ ଗୁରୁତ୍ଵ ଦେଇଥାଏ । କ’ଣ ହେବା ଉଚିତ, ଏ ବିଷୟ ପ୍ରତି ଏହା ଦୃଷ୍ଟି ଦେଇ ନ ଥାଏ । ଏକ ବିଜ୍ଞାନଭାବେ ଏହା କୌଣସି ମୂଲ୍ୟବୋଧ ଜନିତ ପ୍ରଶ୍ନପ୍ରତି ନୀରବତା ଅବଲମ୍ବନ କରିଥାଏ ।

ସାମାଜିକ ନୀତିନିୟମ ସଂକ୍ରାନ୍ତରେ ଏହା କୌଣସି ନିର୍ଦ୍ଦେଶ ଦେଇ ନ ଥାଏ । ତେଣୁ ସମାଜ ବିଜ୍ଞାନ ଭଲ, ମନ୍ଦ ଏବଂ ଠିକ୍, ଭୁଲ୍ ନେଇ କୌଣସି ମତାମତ ଦିଏ ନାହିଁ । ଏହା କେବଳ ସମାଜର ନୀତି, ପରମ୍ପରା, ନିୟମ ଏବଂ ସମାଜ ମଧ୍ୟସ୍ଥ ମନୁଷ୍ୟର ସାମାଜିକ ପ୍ରକୃତିକୁ ନେଇ ନିଜର ଅଧ୍ୟୟନ ପ୍ରସ୍ତୁତ କରିଥାଏ ।

(vi) ସମାଜ ବିଜ୍ଞାନ ଏକ ସାଧାରଣ ବିଜ୍ଞାନ, ଏହା ଏକ ସ୍ଵତନ୍ତ୍ର ବିଜ୍ଞାନ ନୁହେଁ (Sociology is a general science and not a special science) – ସମାଜ ବିଜ୍ଞାନ ସମାଜରେ ଘଟୁଥ‌ିବା କେତେକ ନିର୍ଦ୍ଦିଷ୍ଟ ଘଟଣାବଳୀର ଲକ୍ଷଣକୁ ଅନୁଧ୍ୟାନ କରି ତାହାକୁ ପ୍ରଭାବିତ କରୁଥିବା ସାଧାରଣ ନିୟମକୁ ପରିପ୍ରକାଶ କରେ । ସମାଜବିଜ୍ଞାନୀମାନେ ଯୌଥ ପରିବାରର ଲକ୍ଷଣଗୁଡ଼ିକୁ ଚିହ୍ନିତ କରି ସର୍ବସାଧାରଣରେ ସମସ୍ତ ଯୌଥ ପରିବାରକୁ ଅଧ୍ୟୟନ ନ କରି କେତେକ ସୀମିତ ପରିବାରକୁ ଅଧ୍ୟୟନ କରିଥା’ନ୍ତି ଏବଂ ସେଥୁମଧ୍ୟରୁ ସାଧାରଣ ଲକ୍ଷଣ ଏବଂ ନିୟମଗୁଡ଼ିକ ବାହାର କରିଥା’ନ୍ତି ।

(vii) ସମାଜ ବିଜ୍ଞାନ ଏକାଧାରରେ ପ୍ରଜ୍ଞାସିଦ୍ଧ ଏବଂ ପରୀକ୍ଷିତ ବିଜ୍ଞାନ ଅଟେ (Sociology is both a national and an empirical science) – ସମାଜ ବିଜ୍ଞାନର ଦୃଷ୍ଟିକୋଣ ସବୁ ସମୟପାଇଁ ଯୁକ୍ତିସମ୍ମତ ଅଟେ । ଯଦି ସଂଗୃହୀତ ତଥ୍ୟ ଏବଂ ଘଟଣାବଳୀ ଯୁକ୍ତିସିଦ୍ଧତା ଓ ପରୀକ୍ଷାଧର୍ମୀ ବିଚାରଧାରା ଉପରେ ପ୍ରତିଷ୍ଠିତ ନ ହୁଏ, ତାହା ମୂଲ୍ୟହୀନ ବୋଲି ବିବେଚିତ ହୁଏ । ସମାଜ ବିଜ୍ଞାନରେ ଆମେ ପ୍ରଜ୍ଞା ଏବଂ ପରୀକ୍ଷାର ପ୍ରୟୋଗକୁ ଲକ୍ଷ୍ୟ କରିଥାଉ ।

ଆମେ ଉପରୋକ୍ତ ଆଲୋଚନାରୁ ଜାଣିବାକୁ ପାଉ ଯେ ସମାଜ ବିଜ୍ଞାନର ପ୍ରକୃତି ସ୍ଵାଧୀନ, ସାମାଜିକ, ବିଶୁଦ୍ଧ, ସାଧାରଣ, ଯୁକ୍ତିସମ୍ମତ ସାମାଜିକ ବିଜ୍ଞାନ ଅଟେ ।

3. ସମାଜ ଶାସ୍ତ୍ରର ଅଭ୍ୟୁଦୟ ବା ଆବିର୍ଭାବ ସମ୍ବନ୍ଧରେ ବିଶଦ ଭାବରେ ଆଲୋଚନା କର ।
Answer:
ସମାଜଶାସ୍ତ୍ର ଏକ ନୂତନ ସାମାଜିକ ବିଜ୍ଞାନ ଅଟେ, କାରଣ ସମସ୍ତ ସାମାଜିକ ବିଜ୍ଞାନର ଉତ୍ପତ୍ତି ପରେ ଏହାର ଆବିର୍ଭାବ ଘଟିଛି । ପ୍ରଫେସର ମାକାଇଭର (Prof. Maclver) ଙ୍କ ମତରେ ସମାଜ ବିଜ୍ଞାନ ହେଉଛି ସୁବ୍ୟବସ୍ଥିତ ଜ୍ଞାନର ଏକ ବିଜ୍ଞାନ । ୧୮୩୯ ଖ୍ରୀଷ୍ଟାବ୍ଦରେ ବିଶିଷ୍ଟ ଫରାସୀ ଦାର୍ଶନିକ ଓ ସମାଜବିଜ୍ଞାନୀ ଅଗଷ୍ଟ କମ୍‌ ସମାଜ ବିଜ୍ଞାନ (Sociology) ଶବ୍ଦଟିକୁ ରୂପରେଖ ଦେଇଥିଲେ ।

ଏହି କାରଣରୁ ଅଗଷ୍ଟ କମଟେଙ୍କୁ ସମାଜଶାସ୍ତ୍ରର ସ୍ରଷ୍ଟା ବା ଜନକଭାବେ ବିଚାର କରାଯାଇଥାଏ । ଅଗଷ୍ଟ କଟେ ଏକ ପ୍ରସିଦ୍ଧ ପୁସ୍ତକରେ ଏହି ନୂତନ ସାମାଜିକ ବିଜ୍ଞାନର ଆବଶ୍ୟକତା ବା ଗୁରୁତ୍ଵକୁ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ପ୍ରଥମେ ତାହାକୁ ‘ସାମାଜିକ ପଦାର୍ଥ ବିଜ୍ଞାନ’ ଏବଂ ପରେ ସମାଜ ବିଜ୍ଞାନ ଆଖ୍ୟା ଦେଇଥିଲେ ।

ସମାଜଶାସ୍ତ୍ରର ଅଭ୍ୟୁଦୟକୁ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ ଏହି ନୂତନ ସାମାଜିକ ବିଜ୍ଞାନ ଖୁବ୍ ବିଳମ୍ବରେ ଉତ୍ପତ୍ତି ଲାଭ କରିଛି । ଏହାର ଅର୍ଥ ନୁହେଁ ଯେ ୧୮୩୯ ମସିହା ପୂର୍ବରୁ ମନୁଷ୍ୟର ସମ୍ପର୍କ ଓ ବ୍ୟବହାରକୁ ଅଧ୍ୟୟନ କରିବାପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ସମାଜକୁ ବୈଜ୍ଞାନିକ ପ୍ରଣାଳୀରେ ଅଧ୍ୟୟନ କରିବାର ପ୍ରୟାସ ସର୍ବପ୍ରଥମେ ପ୍ରାଚୀନ ଗ୍ରୀକ୍ ଦାର୍ଶନିକମାନଙ୍କଠାରୁ ଆରମ୍ଭ ହୋଇଥିଲା ।

CHSE Odisha Class 11 Sociology Unit 1 Long Answer Questions in Odia Medium

ଖ୍ରୀ.ପୂ. ୪୨୭ରୁ ୩୪୭ ମଧ୍ୟରେ ପ୍ଲାଟୋ ଏବଂ ଖ୍ରୀ.ପୂ. ୩୪୭ରୁ ୩୨୨ ମଧ୍ୟରେ ତାଙ୍କର ଶିଷ୍ୟ ଆରିଷ୍ଟୋଟଲ ପାଶ୍ଚାତ୍ୟ ଦେଶଗୁଡ଼ିକର ସାମାଜିକ ଜୀବନକୁ ଅଧ୍ୟୟନ କରିବା ପାଇଁ ସୁବ୍ୟବସ୍ଥିତ ପଦକ୍ଷେପମାନେ ଗ୍ରହଣ କରିଥିଲେ । ପ୍ଲାଟୋଙ୍କର ପ୍ରସିଦ୍ଧ ପୁସ୍ତକ ‘Republic’ ରେ ପୌର ସମୁଦାୟ ସମ୍ବନ୍ଧୀୟ ସମସ୍ତ ବିଭବଗୁଡ଼ିକର ବିଶ୍ଳେଷଣ ଏବଂ ଆରିଷ୍ଟୋଟଲଙ୍କଦ୍ୱାରା ଆଇନ, ସମାଜ ଓ ରାଷ୍ଟ୍ର ସମ୍ବନ୍ଧରେ ସୁବ୍ୟବସ୍ଥିତ ଅଧ୍ୟୟନ ପାଇଁ ଉଦ୍ୟମ ହୋଇଥିଲା ।

ପ୍ରଖ୍ୟାତ ରୋମୀୟ ଲେଖକ ମାକ୍ୟୁସ୍ ଟୁଲିୟସ ସିସେରୋ ତାଙ୍କ ପୁସ୍ତକରେ ଦର୍ଶନଶାସ୍ତ୍ର, ରାଜନୀତି, ଆଇନ ଏବଂ ସମାଜଶାସ୍ତ୍ର ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସେ ସମ୍ବନ୍ଧରେ ପାଶ୍ଚାତ୍ୟ ସମାଜକୁ ନୂତନ ଦିଗ୍‌ଦର୍ଶନ ଦେଇଥ‌ିବାର ଜଣାଯାଏ ।

ଷୋଡ଼ଶ ଶତାବ୍ଦୀରେ ରାଷ୍ଟ୍ର ଓ ସମାଜ ମଧ୍ୟରେ ପ୍ରଭେଦ ଆରମ୍ଭ ହୋଇଥିଲା । ମାକିଆଭେଲି ତାଙ୍କ ପ୍ରସିଦ୍ଧ ପୁସ୍ତକରେ ରାଷ୍ଟ୍ର ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପ୍ରାଚୀନ ଭାରତୀୟ ସାହିତ୍ୟରୁ ଜଣାଯାଏ ଯେ, ମୌର୍ଯ୍ୟ ରାଜତ୍ଵ କାଳରେ ମଧ୍ୟ ସମାଜ ତଥା ଲୋକମାନଙ୍କର ଜୀବନ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।

ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ରାଜସଭା ମଣ୍ଡନ କରିଥିବା ବିଶିଷ୍ଟ ବ୍ୟକ୍ତିମାନେ ସେ ସମୟର ସାମାଜିକ ଜୀବନ ଉପରେ ଆଲୋକପାତ କରିଥିଲେ । ସେମାନଙ୍କ ମଧ୍ୟରେ ଚାଣକ୍ୟ ବା କୌଟିଲ୍ୟଙ୍କଦ୍ବାରା ରଚିତ ପୁସ୍ତକ ‘ଅର୍ଥଶାସ୍ତ୍ର’ ସେ ସମୟର ସମାଜ, ରାଜନୀତି ଓ ଅର୍ଥନୀତି ସମ୍ବନ୍ଧରେ ବାସ୍ତବ ଚିତ୍ର ପ୍ରଦାନ କରିଥାଏ । ଆକବରଙ୍କର ରାଜତ୍ଵ କାଳରେ ତାଙ୍କର ସୁଦକ୍ଷ ମନ୍ତ୍ରୀ ତଥା ଉପଦେଷ୍ଟାଭାବେ କାର୍ଯ୍ୟ କରୁଥିବା ଆବୁଲ ଫାଜଲ ହିନ୍ଦୁ ଆଇନ ବିଷୟରେ ଆଲୋଚନା କରିଥିଲେ ।

ଅଗଷ୍ଟ କମ୍‌ ଯେ କି ସମାଜଶାସ୍ତ୍ରର ଜନକ, ତାଙ୍କ ସମୟରେ ସମାଜଶାସ୍ତ୍ର ଏକ ନୂତନ ରୂପରେଖ ନେଇଥିଲା । କମ୍‌ ହେଉଛନ୍ତି ଆଧୁନିକ ପୃଥ‌ିବୀର ପ୍ରଥମ ବ୍ୟକ୍ତି, ଯିଏକି ସାମାଜିକ ଜୀବନର ସମସ୍ତ ଦିଗକୁ ଏକତ୍ର ଅଧ୍ୟୟନ କରି ଦର୍ଶାଇଥିଲେ ଯେ, ମନୁଷ୍ୟ ଜୀବନ ସାମାଜିକ ଘଟଣାବଳୀ ସହିତ ଓତପ୍ରୋତ ଭାବେ ଜଡ଼ିତ ।

ତାଙ୍କ ମତରେ ମନୁଷ୍ୟ ଜୀବନ ସାମାଜିକ ଉନ୍ନତିର ତିନୋଟି ସ୍ତର ମାଧ୍ଯମରେ ବିକାଶଶୀଳ ଭାବେ ଗତି କରିଥାଏ । ସେହି ତିନୋଟି ସ୍ତର ହେଲା ଧର୍ମତାତ୍ତ୍ଵିକ, ଅଧିଜ୍ଞାନ ଓ ବୈଜ୍ଞାନିକ ସ୍ତର । ସେ ପୁନଶ୍ଚ କହିଛନ୍ତି ଯେ ମନୁଷ୍ୟ ବର୍ତ୍ତମାନ ବୈଜ୍ଞାନିକ ସ୍ତରରେ ପଦାର୍ପଣ କରିଛି ।

ସୁପ୍ରସିଦ୍ଧ ବୈଜ୍ଞାନିକ ତଥା ବିବର୍ତ୍ତନବାଦର ଜନକ ଚାର୍ଲସ୍‌ ଡାରଉଇନ୍ ତାଙ୍କ ପୁସ୍ତକ ‘Origin of the Species’ ରେ ସମାଜଶାସ୍ତ୍ରର ଉନ୍ନତି ତଥା ବିକାଶ ସମ୍ବନ୍ଧରେ ଗଭୀରଭାବେ ଆଲୋଚନା କରିଛନ୍ତି । ପ୍ରଖ୍ୟାତ ଇଂରେଜ ଦାର୍ଶନିକ ହର୍ବଟ୍ ସେନ୍ସର ମଧ୍ୟ ଏହି ପ୍ରକ୍ରିୟା ଏବଂ ପ୍ରାକୃତିକ ନିର୍ବାଚନ ନୀତି ନିୟମକୁ ଗ୍ରହଣ କରିଛନ୍ତି ଏବଂ ସେସବୁକୁ ସମାଜଶାସ୍ତ୍ର ପ୍ରତି ମୁଖ୍ୟ ଅବଦାନ ହେଉଛି ଜୈବ ସାଦୃଶ୍ୟତା ଯେଉଁଥିରେ ସେ ସମାଜକୁ ଏକ ଜୀବ ସହ ତୁଳନା କରିଛନ୍ତି ।

ହର୍ବଟ୍ ସେନ୍ସରଙ୍କ ଜୈବ ବିବର୍ତ୍ତନବାଦ ତତ୍ତ୍ବ ଊନବିଂଶ ଶତାବ୍ଦୀରେ ଶେଷ ପର୍ଯ୍ୟନ୍ତ ପ୍ରଚଳିତ ଥିଲା । ଇମାଇଲ୍ ଦୁର୍ଖମ୍ ହେଉଛନ୍ତି ପ୍ରଥମ ଆଧୁନିକ ଚିନ୍ତକ, ଯିଏକି ସମାଜର ବାସ୍ତବ ଘଟଣାଗୁଡ଼ିକ ଉପରେ ଗୁରୁତ୍ବ ଆରୋପ କରିଛନ୍ତି । ତେଣୁ ସେ ସାମାଜିକ ଘଟଣାଗୁଡ଼ିକୁ ଗଭୀରଭାବେ ଅଧ୍ୟୟନ କରିବା ସହିତ ସମାଜଶାସ୍ତ୍ରକୁ ଏକ ପୃଥକ୍ ଭିଭି ପ୍ରଦାନ କରିଥିଲେ, ଯାହାକି ମନସ୍ତତ୍ତ୍ଵର ଭିଭିଠାରୁ ପୃଥକ୍ ଥିଲା ।

ତାଙ୍କ ମତରେ ସାମାଜିକ ଘଟଣାଗୁଡ଼ିକ ବହିଃସ୍ଥ ଏବଂ ସେଗୁଡ଼ିକ ବ୍ୟକ୍ତି ଉପରେ ପ୍ରବଳ ଚାପ ପ୍ରୟୋଗ କରିଥା’ନ୍ତି । ଦୁର୍ଖମ୍‌ ସମାଜଶାସ୍ତ୍ରର ବିକାଶ ଓ ଅଧ୍ୟୟନ କ୍ଷେତ୍ରରେ ଅଗଷ୍ଟ କମ୍‌ଙ୍କ ପରେ ଦ୍ବିତୀୟ ଫରାସୀ ଦାର୍ଶନିକ ଯିଏକି ଏକ ନୂତନ ଦିଗ୍‌ଦର୍ଶନ ଦେଇଥିଲେ ।

ଜର୍ମାନ୍ ସମାଜତତ୍ତ୍ୱବିତ୍ ଭନ୍ ୱାଇଜ୍, ଟୋନିସ୍ ଭିକାଣ୍ଡ ଏବଂ ମ୍ୟାକ୍‌ସ ୱେବର ସମାଜଶାସ୍ତ୍ରର ଉନ୍ନତି ତଥା ବିକାଶ ପ୍ରକ୍ରିୟାକୁ ଗଭୀରଭାବେ ତ୍ବରାନ୍ବିତ କରିଛନ୍ତି । ସିୱେଲ ସମାଜଶାସ୍ତ୍ରର ଔପଚାରିକ ତତ୍ତ୍ୱ ଉପରେ ଗୁରୁତ୍ବ ଆରୋପ କରିଛନ୍ତି ।

ଉପରୋକ୍ତ ଆଲୋଚନାରୁ ଏହା ସୁସ୍ପଷ୍ଟ ଯେ, ସମାଜଶାସ୍ତ୍ର ଏକ ପୃଥକ୍ ବିଜ୍ଞାନ ଅଟେ । ବର୍ତ୍ତମାନ ସମାଜ ବିଜ୍ଞାନ ଏକ ସାମାଜିକ ବିଜ୍ଞାନ ଭାବେ ବିକାଶ ଲାଭ କରିଅଛି, ଯାହାକି ସାମାଜିକ ଘଟଣାର ବୈଜ୍ଞାନିକ ଅଧ୍ୟୟନ ସହିତ ସଂଶ୍ଳିଷ୍ଟ । ଏହା ସାମାଜିକ ଜୀବନ ସମ୍ବନ୍ଧରେ ଆଧ୍ୟାତ୍ମିକ ଜ୍ଞାନର ଏକ ଉଜ୍ଜ୍ବଳ ବର୍ତିକା । ସମାଜଶାସ୍ତ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାମାଜିକ ଜୀବନର ସୁଚିନ୍ତିତ ରୂପାନ୍ତର ।

ଆଲେସ୍କ ଇଙ୍କଲେସ୍ (Alex Inkless) ଙ୍କ ମତରେ ସାମାଜିକ ବିଶ୍ଳେଷଣ, ସାମାଜିକ ବିଶ୍ଳେଷଣ, ସାମାଜିକ ଜୀବନର ପ୍ରାଥମିକ ସମ୍ପ୍ରତ୍ୟୟ, ମୌଳିକ ସାମାଜିକ ଅନୁଷ୍ଠାନ ଓ ସାମାଜିକ ପ୍ରକ୍ରିୟା ପ୍ରଭୃତି ସମାଜ ବିଜ୍ଞାନର ପ୍ରତ୍ୟେକ ଦିଗକୁ ଅଧ୍ୟୟନ କରିବା ସମାଜଶାସ୍ତ୍ରର ମୁଖ୍ୟ ଉଦ୍ଦେଶ୍ୟ ଅଟେ ।

4. ସମାଜ ବିଜ୍ଞାନର ଓ ମନସ୍ତତ୍ତ୍ବ ବା ମନୋବିଜ୍ଞାନ ମଧ୍ୟରେ ଥିବା ସମ୍ପର୍କ ଆଲୋଚନା କର ।
Answer:
ସମାଜ ବିଜ୍ଞାନ ଓ ମନସ୍ତତ୍ତ୍ଵ ପରସ୍ପର ନିବିଡ଼ ଭାବରେ ସମ୍ପୃକ୍ତ । ମନସ୍ତତ୍ତ୍ଵ ହେଉଛି ମାନବିକ ଆଚରଣଗୁଡ଼ିକର ଅଧ୍ୟୟନ । ମନସ୍ତତ୍ତ୍ୱବିତ୍ ଏହି ଆଚରଣ ମଧ୍ୟରେ ବ୍ୟକ୍ତିର ଧାରଣା, ଦୃଷ୍ଟିଭଙ୍ଗୀ, ମୂଲ୍ୟବୋଧ ଏବଂ ଏହାର ପ୍ରଭାବସମୂହକୁ ବିଚାରକୁ ନେଇଥାଏ । ସେ ମଧ୍ୟ ମନୁଷ୍ୟର ବ୍ୟକ୍ତିତ୍ଵକୁ ଅନୁଶୀଳନ କରି ବିଭିନ୍ନ ସମସ୍ୟାଗୁଡ଼ିକ ପ୍ରତି ଏହି ବ୍ୟକ୍ତିତ୍ଵର ପ୍ରତିକ୍ରିୟା କ’ଣ ତାକୁ ମଧ୍ୟ ବିଚାରକୁ ନେଇଥାଏ ।

ମନସ୍ତତ୍ତ୍ବ ପରି ସମାଜ ବିଜ୍ଞାନ ମଧ୍ୟ ମନୁଷ୍ୟର ଆଚରଣଗୁଡ଼ିକୁ ଅନୁଶୀଳନ କରିଥାଏ । ତେବେ ପାର୍ଥକ୍ୟ ହେଉଛି ଯେ ମନସ୍ତତ୍ତ୍ବବିତ୍ ବ୍ୟକ୍ତିର ମାନସିକ ପ୍ରକ୍ରିୟାକୁ ଅନୁଶୀଳନ କଲାବେଳେ ସମାଜ ବିଜ୍ଞାନୀ ବ୍ୟକ୍ତିର ସାମାଜିକ ଆଚରଣଗୁଡ଼ିକୁ ପ୍ରତିଫଳିତ କରିଥାଏ ।

ସାମଞ୍ଜସ୍ୟ (Similarities) – ମନୁଷ୍ୟର ଚରିତ୍ରକୁ ସଠିକ୍ ଭାବରେ ଉପଲବ୍ଧି କରିବାପାଇଁ ମନସ୍ତତ୍ତ୍ଵ ସମାଜଶାସ୍ତ୍ରର ସହାୟତା ନିଏ । କାରଣ ସମାଜ ବିଜ୍ଞାନ ବିଭିନ୍ନ ସମାଜ ଓ ସଙ୍ଗଠନମାନଙ୍କର ସାଂସ୍କୃତିକ ରୂପରେଖ ତଥା ଗଠନ ପ୍ରକ୍ରିୟା ସ୍ପଷ୍ଟ କରିଦେବା ଫଳରେ ଏହା ମଧ୍ୟରୁ ଅଦ୍ଭୁତ ବ୍ୟକ୍ତି ଚରିତ୍ରର ସ୍ଵରୂପ ସ୍ପଷ୍ଟ ହୋଇଉଠେ; ଯଥା – ସମାଜ ମଧ୍ୟରେ ଥ‌ିବା ପରିବାରର ଗଠନ, ଜାତିପ୍ରଥା, ସାମ୍ପ୍ରଦାୟିକତା ଆଦି ମନୁଷ୍ୟର ଚରିତ୍ରକୁ ପ୍ରଭାବିତ କରେ ।

ମାନବିକ ଆଚରଣକୁ ଅଧ୍ୟୟନ କଲାବେଳେ ମନସ୍ତତ୍ତ୍ବବିତ୍‌ମାନେ ଏହାର ସହାୟତା ନେଇଥା’ନ୍ତି । ଏ ଦୃଷ୍ଟିରୁ ସମାଜ ବିଜ୍ଞାନର ଗବେଷଣା ବହୁ ଭାବରେ ମନସ୍ତତ୍ତ୍ଵର ପରିସର ବୃଦ୍ଧି ଦିଗରେ ସହାୟକ ହୋଇପାରୁଛି ।

ସେହିପରି ସମାଜର ସଙ୍ଗଠନ କ୍ଷେତ୍ରରେ ଯେଉଁ ପରିବର୍ତ୍ତନମାନ ଆତ୍ମପ୍ରକାଶ କରୁଛି ତାକୁ ଅନୁଶୀଳନ କରିବାପାଇଁ ହେଲେ ସମାଜବିଜ୍ଞାନୀ ମନସ୍ତତ୍ତ୍ବବିତ୍‌ର ସହାୟତା ନେବାକୁ ବାଧ୍ୟ ହୋଇଥାଏ ।

ଶୈଶବଠାରୁ ପରବର୍ତ୍ତୀ ଅବସ୍ଥାଗୁଡ଼ିକ ଯାଏ ମାନବର ଯେଉଁ ଆଚରଣ ଆତ୍ମପ୍ରକାଶ କରୁଛି ସେଥୁରେ ସମାଜର ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିହିତ । ବ୍ୟକ୍ତିତ୍ୱର ବିକାଶ ସହିତ ସମାଜ ଏ ଭୂମିକାକୁ ମନସ୍ତାତ୍ତ୍ଵିକ ଦିଗରୁ ମଧ୍ୟ ଆଲୋଚନା କରିଥାଏ ।

ସମାଜ ବିଜ୍ଞାନ ମଧ୍ୟ ମନସ୍ତାତ୍ତ୍ଵିକ ଚିନ୍ତା ଓ ଚେତନାଦ୍ୱାରା ସମୃଦ୍ଧ ହୋଇଛି । ବିଶିଷ୍ଟ ମନସ୍ତତ୍ତ୍ବବିତ୍ ଫ୍ରଏଡ୍, ୟଙ୍ଗ, ମଫ ପ୍ରମୁଖ ଉଭୟ ମନୋବିଜ୍ଞାନ ଓ ସମାଜ ବିଜ୍ଞାନକୁ ଉତ୍ସାହିତ କରିଛନ୍ତି । ସାମାଜିକ ମନୋବିଜ୍ଞାନ ମନୋବିଜ୍ଞାନର ଏକ ଶାଖାରୂପେ ସମ୍ପ୍ରତି ବିକାଶଲାଭ କରିଛି । ସାମାଜିକ ମନୋବିଜ୍ଞାନ ଏବଂ ସମାଜ ବିଜ୍ଞାନର ଏହି ପାରସ୍ପରିକ ସମ୍ପର୍କକୁ ଅନୁଧ୍ୟାନ କରି ଟି.ବି. ବଙ୍ଗୋମୋର (T.B. Bottomore) କହିଛନ୍ତି ‘‘ସାମାଜିକ ମନୋବିଜ୍ଞାନ ହେଉଛି ସାଧାରଣ ମନୋବିଜ୍ଞାନର ଅଂଶବିଶେଷ ଯାହା ସାମାଜିକ ଜୀବନର ମନସ୍ତାତ୍ତ୍ଵିକ ଦିଗକୁ ପ୍ରତିଫଳିତ କରିଥାଏ ।

ପାର୍ଥକ୍ୟ (Difference) – ସମାଜ ବିଜ୍ଞାନ ସମାଜ ଓ ସାମାଜିକ ଅନୁଷ୍ଠାନଗୁଡ଼ିକୁ ଅନୁଶୀଳନ କରେ । ମନସ୍ତତ୍ତ୍ଵ କେବଳ ବ୍ୟକ୍ତିର ମାନସିକ କ୍ରିୟା ଏବଂ ପ୍ରତିକ୍ରିୟାକୁ ବିଚାର କରେ । ସମାଜ ବିଜ୍ଞାନ ମାନବିକ ଆଚରଣକୁ ସାମାଜିକ ଦୃଷ୍ଟିକୋଣରୁ ବିଚାର କଲାବେଳେ ମନୋବିଜ୍ଞାନ ମାନବିକ ଆଚରଣକୁ ମାନସିକ ଦୃଷ୍ଟିକୋଣରୁ ବିଚାର କରିଥାଏ; ଯଥା – ମନସ୍ତତ୍ତ୍ୱବିତ୍ ଅଧ୍ୟୟନ କରିଥାଏ ଯେ, ଅର୍ଥନୀତିଜନିତ ବିଷାଦ ବ୍ୟକ୍ତିର ମାନସିକ ଅବସାଦର କାରଣ ହୋଇଥାଏ ଏବଂ ମଦ୍ୟପାନ, ଆତ୍ମହତ୍ୟା ପ୍ରଭୃତିକୁ ଏହା ଜନ୍ମଦିଏ ।

କିନ୍ତୁ ସମାଜ ବିଜ୍ଞାନୀମାନେ ଅର୍ଥନୈତିକ ଅବସାଦ କିପରି ସମଗ୍ର ସମାଜକୁ ଓ ସାମାଜିକ ଅନୁଷ୍ଠାନକୁ ପ୍ରଭାବିତ କରେ ଦର୍ଶାଇଥା’ନ୍ତି । ଉଭୟ ସମାଜଶାସ୍ତ୍ର ଓ ମନୋବିଜ୍ଞାନ ପରସ୍ପର ଆତ୍ମନିର୍ଭରଶୀଳ ଓ ଅନ୍ତଃ ସମ୍ପୃକ୍ତ ଅଟନ୍ତି ।

5. ସମାଜ ବିଜ୍ଞାନ ସହିତ ରାଜନୀତି ବିଜ୍ଞାନର ସମ୍ପର୍କ ଦର୍ଶାଅ ।
Answer:
ସମାଜ ବିଜ୍ଞାନ ଏବଂ ରାଜନୀତି ବିଜ୍ଞାନ ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି । ପ୍ରଫେସର ହୋଫର୍ (Hofer) କହିଛନ୍ତି, “ରାଷ୍ଟ୍ର ଯାହାକି ରାଜନୀତି ବିଜ୍ଞାନର କେନ୍ଦ୍ରବିନ୍ଦୁ, ତାହା ପ୍ରାଥମିକ ଅବସ୍ଥାରେ ଏକ ରାଜନୈତିକ ଅନୁଷ୍ଠାନ ଅପେକ୍ଷା ଏକ ସାମାଜିକ ଅନୁଷ୍ଠାନରୂପେ ବିଶେଷଭାବେ ପରିଚିତ ।’’ ସମାଜ ବିଜ୍ଞାନ ଏକ ମୌଳିକ ସାମାଜିକ ବିଜ୍ଞାନ; ଯାହାକି ମନୁଷ୍ୟର ସାମାଜିକ ଜୀବନକୁ ସମ୍ପୂର୍ଣ୍ଣଭାବେ ଅଧ୍ୟୟନ କରେ ଏବଂ ସମୁଦାୟ ସାମାଜିକ ଜୀବନର ତଥ୍ୟ ଏବଂ ବିଷୟବସ୍ତୁକୁ ଆବିଷ୍କାର କରିବାପାଇଁ ପଦକ୍ଷେପ ଗ୍ରହଣ କରିଥାଏ ।

କିନ୍ତୁ ଅନ୍ୟପକ୍ଷରେ ରାଜନୀତି ବିଜ୍ଞାନ ମନୁଷ୍ୟର ରାଜନୈତିକ କାର୍ଯ୍ୟକଳାପ ସହିତ ଜଡ଼ିତ; ଯାହାକି ତାହାର ସମୁଦାୟ ଜୀବନର କେବଳ ଏକ ଅଂଶଭାବେ ପରିଚିତ । ସମାଜ ବିଜ୍ଞାନ ସମ୍ପୂର୍ଣ୍ଣ ସମାଜର ବିଜ୍ଞାନ କ୍ଷେତ୍ରରେ ସମାନ ଅଟନ୍ତି ।

ସମାଜ ବିଜ୍ଞାନ ରାଜନୀତି ବିଜ୍ଞାନ ଉପରେ ନିର୍ଭର କରିଥାଏ । ସମାଜ ବିଜ୍ଞାନ ବିଭିନ୍ନ ପ୍ରକାର ରାଜନୈତିକ ଅନୁଷ୍ଠାନ, ସଂଘ, ସଙ୍ଗଠନ ଏବଂ ବିଭିନ୍ନ ପ୍ରକାର ରାଜନୈତିକ କାର୍ଯ୍ୟାବଳୀକୁ ରାଜନୀତି ବିଜ୍ଞାନ ମାଧ୍ୟମରେ ହିଁ ଅଧ୍ୟୟନ କରିଥାଏ । ବିଭିନ୍ନ ଆଇନ ପ୍ରଣୟନ ଜରିଆରେ ସରକାର ସମାଜରେ ସାମାଜିକ ପରିବର୍ତ୍ତନର ବେଗକୁ ତ୍ୱରାନ୍ବିତ କରିଥା’ନ୍ତି ।

ଠିକ୍ ସେହିପରି ରାଜନୀତି ବିଜ୍ଞାନ ମଧ୍ୟ ବିଭିନ୍ନ କ୍ଷେତ୍ରରେ ସମାଜ ବିଜ୍ଞାନ ଉପରେ ନିର୍ଭର କରିଥାଏ । ସମାଜ ବିଜ୍ଞାନ ରାଜନୀତି ବିଜ୍ଞାନକୁ ବହୁ ଉପାଦାନ ଯୋଗାଇଥାଏ । ଲୋକମାନଙ୍କର ରାଜନୈତିକ ଜୀବନ ତଥା କାର୍ଯ୍ୟାବଳୀ ଆଦି ରାଜନୀତି ବିଜ୍ଞାନର ବିଷୟବସ୍ତୁ ସମାଜ ବିଜ୍ଞାନର ପରିସରଭୁକ୍ତ । ସମାଜ ବିଜ୍ଞାନର ପୃଷ୍ଠଭୂମି ବ୍ୟତୀତ ରାଜନୀତି ବିଜ୍ଞାନର ଅଧ୍ୟୟନ ଅସମ୍ଭବ । ରାଜନୀତି ବିଜ୍ଞାନ ସମାଜର ଉତ୍ପତ୍ତି, ସମାଜର ସଙ୍ଗଠନ, ସମାଜର କାର୍ଯ୍ୟ ଏବଂ ବିକାଶ ଆଦିକୁ ସମାଜ ବିଜ୍ଞାନ ମାଧ୍ୟମରେ ହିଁ ଅଧ୍ୟୟନ କରିଥାଏ ।

ଅତୀତରେ ସଙ୍ଗଠିତ ହୋଇଥିବା ବିଭିନ୍ନ ରାଜନୈତିକ ତତ୍ତ୍ଵ ସମ୍ବନ୍ଧୀୟ ପରିବର୍ତ୍ତନ କେବଳ ମାତ୍ର ସମାଜ ବିଜ୍ଞାନଦ୍ୱାରା ହିଁ ସମ୍ଭବ । ଏହି ପରିପ୍ରେକ୍ଷୀରେ ଏଫ୍.ଏଚ୍. ଗିଡ଼ିଙ୍ଗସ୍ (F.H.Giddings) କହିଛନ୍ତି, ‘‘ସମାଜ ଶାସ୍ତ୍ରର ମୂଳନିୟମ ସମ୍ବନ୍ଧରେ ଅଜ୍ଞ ଥିବା ବ୍ୟକ୍ତିକୁ ରାଷ୍ଟ୍ର ବିଷୟକ ତତ୍ତ୍ବ ବିଷୟରେ ଶିକ୍ଷାଦେବା ଯେପରି ଅଟେ, ନିଉଟନ୍‌ଙ୍କ ଗତି ସମ୍ବନ୍ଧୀୟ ନିୟମ ନ ଜାଣିଥିବା ବ୍ୟକ୍ତିକୁ ଗ୍ରହ ବିଜ୍ଞାନ ବିଷୟରେ ଶିକ୍ଷାଦେବା ଅନୁରୂପ ଅଟେ ।’’ ସମାଜ ବିଜ୍ଞାନ ଏବଂ ରାଜନୀତି ବିଜ୍ଞାନ ପରସ୍ପର ଉପରେ ନିର୍ଭରଶୀଳ ଅଟନ୍ତି । ଜି.ଇଜି, କ୍ୟାଟଲିନ୍ (G.E.G. Catein)ଙ୍କ ମତରେ, ସମାଜଶାସ୍ତ୍ର ଏବଂ ରାଜନୀତି ବିଜ୍ଞାନ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ।

CHSE Odisha Class 11 Sociology Unit 1 Long Answer Questions in Odia Medium

ପାର୍ଥକ୍ୟ (Differences) – ଉପରୋକ୍ତ ଆଲୋଚନାରୁ ଆମେ ସମାଜ ବିଜ୍ଞାନ ଏବଂ ରାଜନୀତି ବିଜ୍ଞାନ ମଧ୍ୟରେ ଘନିଷ୍ଠ ସମ୍ପର୍କ ନିହିତ ଥ‌ିବାର କେତେକ ଦୃଷ୍ଟାନ୍ତ ଦେଖିବାକୁ ପାଇଥାଉ । ଏହା ସତ୍ତ୍ବେ ଏହି ଦୁଇଟି ସାମାଜିକ ବିଜ୍ଞାନ କେତେକ କ୍ଷେତ୍ରରେ ପରସ୍ପରଠାରୁ ପୃଥକ୍ ଅଟନ୍ତି । ଆର୍.ଏନ୍. ଗିଲଖ୍ରୀଷ୍ଟ (R.N. Gilchrist) ସମାଜ ବିଜ୍ଞାନ ଏବଂ ରାଜନୀତି ବିଜ୍ଞାନ ମଧ୍ୟରେ ନିମ୍ନଲିଖୂ ପାର୍ଥକ୍ୟଗୁଡ଼ିକୁ ପ୍ରଦତ୍ତ କରିଅଛନ୍ତି ।

(i) ସମାଜ ବିଜ୍ଞାନ ସମାଜର ବିଜ୍ଞାନ ଭାବେ ପରିଗଣିତ ହେଉଥ‌ିବାବେଳେ ରାଜନୀତି ବିଜ୍ଞାନ ରାଷ୍ଟ୍ର ଏବଂ ସରକାରଙ୍କର ବିଜ୍ଞାନରୂପେ ପରିଚିତ । ସମାଜ ବିଜ୍ଞାନ ସମ୍ପୂର୍ଣ୍ଣ ସମାଜକୁ ଅଧ୍ୟୟନ କରୁଥିବାବେଳେ ରାଜନୀତି ବିଜ୍ଞାନ ସମାଜର ଏକ ନିର୍ଦ୍ଦିଷ୍ଟ ଦିଗ ସମ୍ପର୍କରେ ଆଲୋକପାତ କରିଥାଏ ।
(ii) ସମାଜ ବିଜ୍ଞାନର ପରିସର ରାଜନୀତି ବିଜ୍ଞାନର ପରିସର ତୁଳନାରେ ବ୍ୟାପକ ଅଟେ । ଏହା ସାମାଜିକ ରାଜନୈତିକ, ଅର୍ଥନୈତିକ, ସାଂସ୍କୃତିକ ଏବଂ ଧାର୍ମିକ ଦିଗ ସହିତ ସମ୍ପୃକ୍ତ । କିନ୍ତୁ ରାଜନୀତି ବିଜ୍ଞାନ କେବଳ ସମାଜର ରାଜନୈତିକ ଦିଗ ସହିତ ସମ୍ପୃକ୍ତ ଅଟେ । ଏହା ରାଷ୍ଟ୍ର ଏବଂ ସରକାର ପରି କେତେକ ନିର୍ଦ୍ଦିଷ୍ଟ ରାଜନୈତିକ ଅନୁଷ୍ଠାନ ଅଧ୍ୟୟନ କରିଥାଏ ।
(iii) ସମାଜ ବିଜ୍ଞାନ ସମସ୍ତ ପ୍ରକାର ସଂଘ ଏବଂ ଅନୁଷ୍ଠାନଗୁଡ଼ିକୁ ଅଧ୍ୟୟନ କରୁଥିବାବେଳେ ରାଜନୀତି ବିଜ୍ଞାନ କେବଳ ରାଷ୍ଟ୍ର ଏବଂ ସରକାର ପରି କେତେକ ନିର୍ଦ୍ଦିଷ୍ଟ ସଂଘ ଏବଂ ସଙ୍ଗଠନ ସହିତ ସମ୍ପୃକ୍ତ ।
(iv) ସମାଜ ବିଜ୍ଞାନ ସମସ୍ତପ୍ରକାର ସାମାଜିକ ସମ୍ପର୍କକୁ ଅଧ୍ୟୟନ କରୁଥିବାବେଳେ ରାଜନୀତି ବିଜ୍ଞାନ କେବଳ ରାଜନୈତିକ ସମ୍ପର୍କକୁ ଅଧ୍ୟୟନ କରିଥାଏ ।
(v) ସମାଜ ବିଜ୍ଞାନ ବିଭିନ୍ନ ପ୍ରକାର ପ୍ରଥା, ପରମ୍ପରା, ଲୋକରୀତି ଏବଂ ଲୋକନିୟମ ଉପରେ ପ୍ରତିଷ୍ଠିତ, ସମାଜର ଉଭୟ ଔପଚାରିକ ଏବଂ ଅନୌପଚାରିକ ନୀତିନିୟମ ସହିତ ସମ୍ପୃକ୍ତ । ଅପରପକ୍ଷରେ ରାଜନୀତି ବିଜ୍ଞାନ କେବଳ ରାଷ୍ଟ୍ର ଏବଂ ସରକାରଙ୍କଦ୍ବାରା ପ୍ରତିଷ୍ଠିତ, ଔପଚାରିକ ନୀତିନିୟମ ସହିତ ସଂଶ୍ଳିଷ୍ଟ ।
(vi) ସମାଜ ବିଜ୍ଞାନ, ସାମାଜିକ ନିୟନ୍ତ୍ରଣର ସମସ୍ତ ମାଧ୍ୟମଗୁଡ଼ିକ ଅଧୟନ କରିଥାଏ; କିନ୍ତୁ ରାଜନୀତି ବିଜ୍ଞାନ କେବଳ ସରକାରଙ୍କଦ୍ଵାରା ସ୍ୱୀକୃତ ସାମାଜିକ ନିୟନ୍ତ୍ରଣର ମାଧ୍ୟମଗୁଡ଼ିକୁ ଅଧ୍ୟୟନ କରିଥାଏ ।

6. ସମାଜ ବିଜ୍ଞାନ ଏବଂ ଇତିହାସ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଆଲୋଚନା କର ।
Answer:
ସମାଜ ବିଜ୍ଞାନ ଏବଂ ଇତିହାସ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି । ପ୍ରଫେସର ଜି.ଇ. ହୋୱାର୍ଡ଼ (G.E. Howard) କହିଛନ୍ତି, ‘ଇତିହାସ ଅତୀତର ସମାଜ ବିଜ୍ଞାନ ଏବଂ ସମାଜ ବିଜ୍ଞାନ ହେଉଛି ବର୍ତ୍ତମାନର ଇତିହାସ ।’’ (History is the past Sociology and Sociology is the present History). ଜନ୍. ସେଲି (John Seely) ଙ୍କ ମତରେ, without Sociology has no fruit. Sociology without History has no root.) ଇତିହାସ ଅତୀତର ଘଟଣାବଳୀ ସହିତ ଜଡ଼ିତ ।

ଅତୀତର ଘଟଣାବଳୀକୁ ସମୟାନୁକ୍ରମିକ ଭାବରେ ସଜାଡ଼ି ରଏ ଇତିହାସ । ଅତୀତର ସାମାଜିକ, ରାଜନୈତିକ, ଧାର୍ମିକ ଏବଂ ସାଂସ୍କୃତିକ ଘଟଣାଗୁଡ଼ିକୁ ଅଧ୍ୟୟନ କରିଥାଏ ଇତିହାସ । ଗେଟେଲ (Gettle) ଙ୍କ ମତରେ, “ଇତିହାସ ହେଉଛି ଅତୀତର ଘଟଣାବଳୀ, ଆନ୍ଦୋଳନ ଏବଂ ସେଗୁଡ଼ିକର କାରଣ ଓ ଆନ୍ତଃ-ସମ୍ପର୍କର ଏକ ନଥୁପତ୍ର ।’’

ସମାଜ ବିଜ୍ଞାନ ଏବଂ ଇତିହାସ ପରସ୍ପର ଉପରେ ନିର୍ଭରଶୀଳ ଅଟନ୍ତି । ପୁରାତନ ପ୍ରଥା, ପରମ୍ପରା ଏବଂ ଘଟଣାଗୁଡ଼ିକୁ ଅଧ୍ୟୟନ କରିବାପାଇଁ ସମାଜ ବିଜ୍ଞାନ ଇତିହାସ ଉପରେ ନିର୍ଭର କରିଥାଏ । ପ୍ରାଚୀନ ସମାଜ ଏବଂ ଅତୀତ ଘଟଣାବଳୀକୁ ଅଧ୍ୟୟନ କରିବା ନିମିତ୍ତ ଆମ୍ଭମାନଙ୍କୁ ଇତିହାସର ସାହାଯ୍ୟ ନେବାକୁ ପଡ଼ିଥାଏ । ସମାଜ ବିଜ୍ଞାନ ପ୍ରାଚୀନ ପ୍ରଥା, ଲୋକରୀତି, ଲୋକନିୟମ, ଜୀବନଯାପନ ପ୍ରଣାଳୀ, ଜୀବନର ବିଭିନ୍ନ ସ୍ତର ଏବଂ ଅତୀତର ସାମାଜିକ ଅନୁଷ୍ଠାନଗୁଡ଼ିକ ଐତିହାସିକ ବିଶ୍ଳେଷଣ ମାଧ୍ୟମରେ ଅଧ୍ୟୟନ କରିଥାଏ ।

ଇତିହାସ ମଧ୍ଯ ସମାଜ ବିଜ୍ଞାନ ଉପରେ ନିର୍ଭରଶୀଳ ଅଟେ । ସମାଜବିଜ୍ଞାନୀଙ୍କଦ୍ୱାରା ସମନ୍ବିତ ହୋଇଥିବା ତଥ୍ୟାବଳୀକୁ ଇତିହାସ ଅଧ୍ୟୟନ କରିଥାଏ । ଇତିହାସକୁ ଆନନ୍ଦଦାୟକ କରିବା ନିମିତ୍ତ ସମାଜଶାସ୍ତ୍ରର ସାହାଯ୍ୟ ନେବାକୁ ପଡ଼ିଥାଏ । ସମାଜଶାସ୍ତ୍ରର ପୃଷ୍ଠଭୂମି ଇତିହାସ ଉପରେ ଦଣ୍ଡାୟମାନ ।

ସମାଜ ବିଜ୍ଞାନ ଏବଂ ଇତିହାସ ମିଳିତଭାବେ ପରସ୍ପରକୁ ବହୁ ମୂଲ୍ୟବାନ୍ ତଥ୍ୟ ଯୋଗାଇଥା’ନ୍ତି । ଉଭୟଙ୍କ ମଧ୍ୟରେ ଯଥେଷ୍ଟ ନିର୍ଭରଶୀଳତା ପରିଲକ୍ଷିତ ହୋଇଥାଏ । ପ୍ରଖ୍ୟାତ ଐତିହାସିକ ଜି.ଭନ୍.ବୁଲୋ (G. Von. Bulow) ସେମାନଙ୍କର ଆନ୍ତଃ-ନିର୍ଭରଶୀଳତାକୁ ସ୍ୱୀକୃତି ପ୍ରଦାନ କରିବା ସଙ୍ଗେ ଇତିହାସଠାରୁ ସମାଜ ବିଜ୍ଞାନକୁ ପୃଥକ୍ କରିବା ବିପକ୍ଷରେ ଦୃଢ଼ମତ ବ୍ୟକ୍ତ କରିଛନ୍ତି ।

ପାର୍ଥକ୍ୟ (Differences) – ଯଦିଓ ଏହି ଦୁଇଟି ସାମାଜିକ ବିଜ୍ଞାନ ମଧ୍ୟରେ ସମ୍ପର୍କ ଅତି ନିବିଡ଼, ତଥାପି ଏହି ଦୁଇଟି ସାମାଜିକ ବିଜ୍ଞାନ ମଧ୍ୟରେ କେତେକ ପ୍ରଭେଦ ଦୃଷ୍ଟିଗୋଚର ହୋଇଥାଏ ।
(i) ପ୍ରଥମତଃ, ସମାଜ ବିଜ୍ଞାନ ସମାଜର ବିଜ୍ଞାନ ଅଟେ । ଏହା ବର୍ତ୍ତମାନର ସାମାଜିକ ଘଟଣାବଳୀକୁ ଅଧ୍ୟୟନ କରିଥାଏ; କିନ୍ତୁ ଇତିହାସ ଅତୀତର ସମସ୍ତ ଘଟଣାବଳୀକୁ ଅଧ୍ୟୟନ କରିଥାଏ ।
(ii) ଦ୍ବିତୀୟତଃ, ସମାଜ ବିଜ୍ଞାନ ଏକ ଅମୂର୍ଖ (Abstract) ସାମାଜିକ ବିଜ୍ଞାନ ରୂପେ ପରିଚିତ । ଅପରପକ୍ଷରେ ଇତିହାସ ଏକ ମୂର୍ଖ (Concerete) ସାମାଜିକ ବିଜ୍ଞାନରୂପେ ପରିଚିତ । ଇତିହାସ ପୁରାତନ ତଥ୍ୟ ଏବଂ ସଂସ୍କୃତି ପ୍ରଭୃତିର ଏକ ସମୟାନୁକ୍ରମିକ ବର୍ଣନା କରିଥାଏ । କିନ୍ତୁ ସମାଜ ବିଜ୍ଞାନ ସେଗୁଡ଼ିକର କାରଣ, ଫଳାଫଳ ଏବଂ ସାଧାରଣ ନିୟମଗୁଡ଼ିକୁ ଆବିଷ୍କାର କରିବାପାଇଁ ପଦକ୍ଷେପ ଗ୍ରହଣ କରିଥାଏ ।
(iii) ତୃତୀୟତଃ, ଉଭୟଙ୍କର ଦୃଷ୍ଟିଭଙ୍ଗୀରେ ତାରତମ୍ୟ ପ୍ରକାଶ ପାଇଥାଏ । ଯେଉଁ ଘଟଣାଗୁଡ଼ିକ ବାରମ୍ବାର ଘଟିଥାଏ, ସ୍ପେଗୁଡ଼ିକୁ ସମାଜ ବିଜ୍ଞାନ ଅଧ୍ୟୟନ କରିଥାଏ । ଅନ୍ୟପକ୍ଷରେ ଇତିହାସ ବିଶିଷ୍ଟ ସ୍ଵକୀୟ ଘଟଣାବଳୀକୁ ଅଧ୍ୟୟନ କରିଥାଏ । କୌଣସି ଘଟଣାର ବାସ୍ତବ ଚିତ୍ର ପ୍ରଦାନ କରିବାପାଇଁ ଇତିହାସ ଏହାର ସମସ୍ତ ଦିଗକୁ ଅଧ୍ୟୟନ କରିଥାଏ । ମାତ୍ର ଯେଉଁ ଦିଗଟି ସମାଜକୁ ପ୍ରଭାବିତ କରିଥାଏ, ସମାଜ ବିଜ୍ଞାନ କେବଳ ସେହି ଦିଗକୁ ଅଧ୍ୟୟନ କରିଥାଏ ।
(iv) ଚତୁର୍ଥତଃ, ସମାଜ ବିଜ୍ଞାନୀମାନଙ୍କର ମୂଳ ଲକ୍ଷ୍ୟ ହେଉଛି ସମାଜର ସାଧାରଣ ନିୟମଗୁଡ଼ିକୁ ଆବିଷ୍କାର କରିବା; କିନ୍ତୁ ଇତିହାସର ମୂଳ ଲକ୍ଷ୍ୟ ହେଉଛି ସମୟାନୁକ୍ରମରେ ସଂଘଟିତ ହୋଇଥିବା ଐତିହାସିକ ଘଟଣାଗୁଡ଼ିକୁ ବିଶ୍ଳେଷଣ କରିବା ।
(v) ପଞ୍ଚମତଃ, ଉଭୟ ସମାଜ ବିଜ୍ଞାନ ଏବଂ ଇତିହାସର ଅଧ୍ୟୟନର ପରିସର ପୃଥକ୍ ଅଟେ । ସମାଜ ବିଜ୍ଞାନ ତା’ର ଅଧ୍ୟୟନର ଏକକରୂପେ ସମୂହ, ସଂଘ ଏବଂ ଅନୁଷ୍ଠାନ ଉପରେ ମୁଖ୍ୟତଃ ଆଲୋକପାତ କରିଥାଏ । ଅପରପକ୍ଷରେ ଇତିହାସ ବ୍ୟକ୍ତିବିଶେଷ ଉପରେ ଅଧିକ ଗୁରୁତ୍ଵ ଦେଇଥାଏ । ଏହା ବିଭିନ୍ନ ରାଜା, ମହାରାଜା, ଶାସକ ଆଦି କ୍ଷମତାଶୀଳ ବ୍ୟକ୍ତି ଏବଂ ସେମାନଙ୍କର କାର୍ଯ୍ୟକଳାପ ଉପରେ ଅଧ‌ିକ ଗୁରୁତ୍ଵ ଦେଇଥାଏ ।

7. ସମାଜ ବିଜ୍ଞାନ ଏବଂ ଅର୍ଥଶାସ୍ତ୍ର ମଧ୍ୟରେ ସମ୍ପର୍କ ବିଶ୍ଳେଷଣ କର ।
Answer:
ସମାଜ ବିଜ୍ଞାନ ଏବଂ ଅର୍ଥଶାସ୍ତ୍ର ମଧ୍ୟରେ ଅତି ଘନିଷ୍ଠ ସମ୍ପର୍କ ରହିଛି । ଏହି ଦୁଇଟି ସାମାଜିକ ବିଜ୍ଞାନ ପରସ୍ପରକୁ ବହୁକ୍ଷେତ୍ରରେ ପ୍ରଭାବିତ କରିଥା’ନ୍ତି । ସମାଜ ଅଧ୍ବକ ମାତ୍ରାରେ, ଅର୍ଥନୈତିକ କାରଣଗୁଡ଼ିକଦ୍ୱାରା ପ୍ରଭାବିତ ହୋଇଥାଏ ଏବଂ ଅର୍ଥନୈତିକ ପ୍ରକ୍ରିୟାମାନ ସମାଜର ପାରପାର୍ଶ୍ବକ ଅବସ୍ଥାଦ୍ୱାରା ନିର୍ଦ୍ଧାରିତ ହୋଇଥା’ନ୍ତି । ଏଥୁରୁ ସମାଜ ବିଜ୍ଞାନ ଏବଂ ଅର୍ଥଶାସ୍ତ୍ର ମଧ୍ୟରେ ଥ‌ିବା ନିବିଡ଼ ସମ୍ପର୍କର ସୂଚନା ପରିଦୃଷ୍ଟ ହୋଇଥାଏ ।

ଅର୍ଥନୈତିକ କାର୍ଯ୍ୟକଳାପ ସାମାଜିକ କାର୍ଯ୍ୟକଳାପ ସହିତ ଓତପ୍ରୋତଭାବେ ଜଡ଼ିତ । ଥୋମାସ୍ (Thomas) ଙ୍କ ମତରେ, “ଅର୍ଥଶାସ୍ତ୍ର ପ୍ରକୃତରେ ସମାଜଶାସ୍ତ୍ରର ବ୍ୟାପକ ଶାଖା ମଧ୍ୟରୁ ଏକ ମୁଖ୍ୟ ଶାଖା ।’’

ସମାଜ ବିଜ୍ଞାନ କେତେକ କ୍ଷେତ୍ରରେ ଅର୍ଥଶାସ୍ତ୍ର ଉପରେ ବିଶେଷଭାବେ ନିର୍ଭର କରିଥାଏ । କାରଣ ଅର୍ଥନୈତିକ ସମ୍ପର୍କ ଗଭୀରଭାବେ ସାମାଜିକ ସମ୍ପର୍କକୁ ପ୍ରଭାବିତ କରେ । ଅର୍ଥଶାସ୍ତ୍ର ମନୁଷ୍ୟର ଅର୍ଥନୈତିକ ଜୀବନ ସମ୍ବନ୍ଧରେ ଆଲୋକପାତ କରିଥାଏ । ଆମର ସାମାଜିକ ଜୀବନର ପ୍ରତି କ୍ଷେତ୍ରରେ ଅର୍ଥନୈତିକ ଶକ୍ତି ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

ସମାଜବିଜ୍ଞାନୀମାନେ ସମାଜକୁ ଠିକ୍‌ରୂପେ ବୁଝିବାପାଇଁ ଅର୍ଥନୈତିକ ଅନୁଷ୍ଠାନ ସହିତ ସମ୍ପର୍କ ସ୍ଥାପନ କରନ୍ତି । କାର୍ଲ ମାର୍କସ (Karl Marx) ଏବଂ ଫ୍ରେଡ୍‌ରିକ୍ ଏଞ୍ଜେଲସ (Fredrick Engles) କହିଛନ୍ତି, ଅର୍ଥନୈତିକ କାରଣ ହେଉଛି ସମାଜର ଏକମାତ୍ର ଚଳନାକାରୀ ଶକ୍ତି । ଏଥୁ ପ୍ରମାଣ ମିଳେ ଯେ ଅର୍ଥନୈତିକ ଅବସ୍ଥା ବ୍ୟତୀତ ସମାଜର ଅଧ୍ୟୟନ ଅସମ୍ଭବ ସମାଜବିଜ୍ଞାନୀମାନେ ବିଭିନ୍ନ ସାମାଜିକ ସମସ୍ୟା; ଯଥା – ଅପରାଧ, ବାଲ୍ୟ ଅପରାଧ, ଦାରିଦ୍ର୍ୟ, ବେକାରି, ଆତ୍ମହତ୍ୟା ପ୍ରଭୃତିକୁ ଅଧ୍ୟୟନ କରିବାପାଇଁ ଅର୍ଥନୈତିକ କାରଣଗୁଡ଼ିକୁ ବିଚାରକୁ ନେଇଥା’ନ୍ତି ।

ଅର୍ଥଶାସ୍ତ୍ର ମଧ ସମାଜ ବିଜ୍ଞାନ ଉପରେ ନିର୍ଭରଶୀଳ ଅଟେ । ସାମାଜିକ ପୃଷ୍ଠଭୂମି ବ୍ୟତୀତ ଅର୍ଥଶାସ୍ତ୍ରର ଅଧ୍ୟୟନ ଅସମ୍ଭବ କାରଣ ଲୋକମାନଙ୍କର ଜୀବନ ସମାଜଦ୍ବାରା ନିୟନ୍ତ୍ରିତ । ଦାରିଦ୍ର୍ୟ, ଭିକ୍ଷାବୃତ୍ତି, ବେକାରି ସମସ୍ୟା, ବ୍ୟବସାୟ ଚକ୍ର ଓ ମୁଦ୍ରାନ୍ତୀତି ପ୍ରଭୃତି ଅର୍ଥନୈତିକ ସମସ୍ୟାଗୁଡ଼ିକୁ ସମାଧାନ କରିବାପାଇଁ ଅର୍ଥନୀତିଜ୍ଞମାନେ ସେହି ନିର୍ଦ୍ଦିଷ୍ଟ ସମୟର ସାମାଜିକ ଘଟଣାଗୁଡ଼ିକ ବିଚାରକୁ ନେଇଥା’ନ୍ତି ।

ଯଦିଓ ସମାଜ ବିଜ୍ଞାନ ଏବଂ ଅର୍ଥଶାସ୍ତ୍ର ମଧ୍ୟରେ ଘନିଷ୍ଠ ସମ୍ପର୍କ ନିହିତ, ତଥାପି ଏହି ଦୁଇଟି ସାମାଜିକ ବିଜ୍ଞାନ ସେମାନଙ୍କର ବିଷୟବସ୍ତୁ, ପରିସର, ଦୃଷ୍ଟିକୋଣ ଏବଂ ଅଧ୍ୟୟନ ପଦ୍ଧତିରେ ପରସ୍ପରଠାରୁ ଭିନ୍ନ ଅଟନ୍ତି ।

CHSE Odisha Class 11 Sociology Unit 1 Long Answer Questions in Odia Medium

(i) ଅର୍ଥଶାସ୍ତ୍ର ଅର୍ଥନୈତିକ ସମ୍ପର୍କକୁ ଅଧ୍ୟୟନ କରୁଥିବାବେଳେ ସମାଜଶାସ୍ତ୍ର ସାମାଜିକ ସମ୍ପର୍କକୁ ଅଧ୍ୟୟନ କରିଥାଏ । ସମାଜଶାସ୍ତ୍ରର ପରିସର ଅର୍ଥଶାସ୍ତ୍ରର ପରିସରଠାରୁ ବ୍ୟାପକ ଅଟେ । କାରଣ ସମାଜଶାସ୍ତ୍ର ମନୁଷ୍ୟର ରାଜନୈତିକ, ଧାର୍ମିକ, ସାଂସ୍କୃତିକ ଏବଂ ଅର୍ଥନୈତିକ ଦିଗଗୁଡ଼ିକ ସହିତ ସମ୍ପୃକ୍ତ ଏବଂ ଏହି ଦିଗମାନ ସାମାଜିକ ସମ୍ପର୍କର ପରିସରଭୁକ୍ତ ଅଟେ । କିନ୍ତୁ ଅପରପକ୍ଷରେ ଅର୍ଥଶାସ୍ତ୍ର କେବଳ ଅର୍ଥନୈତିକ ସମ୍ପର୍କ ସହିତ ଜଡ଼ିତ, ଯାହାକି ମନୁଷ୍ୟର ସାମାଜିକ ଜୀବନର କେବଳ ଗୋଟିଏ ଦିଗରୂପେ ପରିଚିତ ।
(ii) ସମାଜବିଜ୍ଞାନ ସମ୍ପୂର୍ଣ୍ଣଭାବେ ସମାଜକୁ ଅଧ୍ୟୟନ କରିଥାଏ । ଅପରପକ୍ଷରେ ଅର୍ଥଶାସ୍ତ୍ର କେବଳ ମନୁଷ୍ୟର ଅର୍ଥନୈତିକ କାର୍ଯ୍ୟକଳାପକୁ ଅଧ୍ୟୟନ କରିଥାଏ । ତେଣୁ ସମାଜ, ସମାଜ ବିଜ୍ଞାନର ଏକକ (unit) ଭାବେ ପରିଚିତ ହେଉଥ‌ିବାବେଳେ ବ୍ୟକ୍ତି, ଅର୍ଥଶାସ୍ତ୍ରର ଏକକରୂପେ ପରିଚିତ ।
(iii) ତୁଳନାତ୍ମକ ଭାବେ ସମାଜ ବିଜ୍ଞାନ ଅପେକ୍ଷା ଅର୍ଥଶାସ୍ତ୍ର ପୁରାତନ ଅଟେ । ଯେହେତୁ ସମାଜବିଜ୍ଞାନୀମାନେ ଅର୍ଥଶାସ୍ତ୍ରକୁ ସମାଜ ବିଜ୍ଞାନର ପରିସରଭୁକ୍ତ କରିଛନ୍ତି, ସେହି ଦୃଷ୍ଟିରୁ ଦେଖ‌ିଲେ ଜଣାପଡ଼େ ଯେ, ସମାଜ ବିଜ୍ଞାନ ହେଉଛି ସର୍ବକନିଷ୍ଠ ସାମାଜିକ ବିଜ୍ଞାନ ।
(iv) ସମାଜ ବିଜ୍ଞାନ ଏବଂ ଅର୍ଥଶାସ୍ତ୍ର ଅଧ୍ୟୟନ ପଦ୍ଧତିରେ ପରସ୍ପରଠାରୁ ପୃଥକ୍ ଅଟନ୍ତି । ସମାଜ ବିଜ୍ଞାନ ତା’ର ଅଧ୍ୟୟନ କ୍ଷେତ୍ରରେ ପର୍ଯ୍ୟବେକ୍ଷଣ, ସାକ୍ଷାତ୍‌କାର, ଅନୁସୂଚୀ ଏବଂ ପ୍ରଶାବଳୀ ଆଦି ପଦ୍ଧତିକୁ ବ୍ୟବହାର କରିଥାଏ । କିନ୍ତୁ ଅନ୍ୟପକ୍ଷରେ ଅର୍ଥଶାସ୍ତ୍ର ଅବରୋହମୂଳକ ସିଦ୍ଧାନ୍ତ, ଆରୋହ ପଦ୍ଧତି, ପରିସଂଖ୍ୟାନ ପଦ୍ଧତି ଆଦିକୁ ବ୍ୟବହାର କରିଥାଏ ।
(v) ସମାଜ ବିଜ୍ଞାନ ଅର୍ଥନୈତିକ ସମସ୍ୟା ସହିତ ସମାଜର ଅନ୍ୟାନ୍ୟ ସମସ୍ୟାଗୁଡ଼ିକୁ ଅଧ୍ୟୟନ କରୁଥିବାବେଳେ ଅର୍ଥଶାସ୍ତ୍ର କେବଳ ଅର୍ଥନୈତିକ ସମସ୍ୟାଗୁଡ଼ିକୁ ଅଧ୍ୟୟନ କରିଥାଏ ।

8. ସମାଜ ବିଜ୍ଞାନ ଏବଂ ନୃତତ୍ତ୍ବ ମଧ୍ଯରେ ସମ୍ପର୍କ ଦର୍ଶାଅ ।
କିମ୍ବା, ସମାଜ ବିଜ୍ଞାନ ଏବଂ ନୃତତ୍ତ୍ବ ଦୁଇଟି ‘ଯମଜ ଭଗିନୀ’ ରୂପେ ପରିଚିତ – ଆଲୋଚନା କର । .
Answer:
ସମାଜ ବିଜ୍ଞାନ ଏବଂ ନୃତତ୍ତ୍ଵ ପରସ୍ପର ସହିତ ଘନିଷ୍ଠଭାବେ ସମ୍ପୃକ୍ତ । ନୃତତ୍ତ୍ଵର ଇଂରାଜୀ ନାମ ହେଉଛି ‘Anthropology’। ଏହା ଶବ୍ଦଟି ଦୁଇଟି ଗ୍ରୀକ୍ ଶବ୍ଦ ଯଥା – ‘Anthropos’ ଏବଂ ‘Logos’ ରୁ ଆନୀତ । ‘Anthropos’ ଶବ୍ଦର ଅର୍ଥ ‘ମାନବ’ (Man) ଏବଂ ‘Logos’ ଶବ୍ଦର ଅର୍ଥ ବିଜ୍ଞାନ (Science) ବା ଅଧ୍ୟୟନ (Study) । ତେଣୁ ନୃତତ୍ତ୍ଵର ପ୍ରକୃତ ଅର୍ଥ ହେଉଛି ମାନବ ସମ୍ବନ୍ଧୀୟ ଅଧ୍ୟୟନ ବା ମାନବ ଶରୀର ସମ୍ବନ୍ଧୀୟ ବିଜ୍ଞାନ । ଏହି ନୃତତ୍ତ୍ଵକୁ ମୁଖ୍ୟତଃ ଚାରି ଭାଗରେ ବିଭକ୍ତ କରାଯାଇପାରେ ।

(i) ଶାରୀରିକ ନୃତତ୍ତ୍ଵ (Physical Anthropology) – ଶାରୀରିକ ନୃତ୍ୟ ଆଦିମ ମାନବର ଶାରୀରିକ ଗୁଣାବଳୀକୁ ଅଧ୍ୟୟନ କରିଥାଏ । ଏହି ଗୁଣଗୁଡ଼ିକ ମାନବ ଜାତି ଏବଂ ସେମାନଙ୍କର ଉତ୍ପତ୍ତି ସମ୍ବନ୍ଧରେ ଆବଶ୍ୟକ ଜ୍ଞାନ ପ୍ରଦାନ କରିଥାଏ ।
(ii) ସାମାଜିକ ନୃତତ୍ତ୍ଵ (Social Anthropology) – ସାମାଜିକ ନୃତତ୍ତ୍ଵ ସାମାଜିକ ପରିବେଶରେ ମନୁଷ୍ୟର ବ୍ୟବହାର ସହିତ ସମ୍ପୃକ୍ତ । ଏହା ମନୁଷ୍ୟକୁ ଏକ ସାମାଜିକ ପ୍ରାଣୀଭାବେ ଅଧ୍ୟୟନ କରିଥାଏ । ସାମାଜିକ ନୃତତ୍ତ୍ବ ଆଦିମ ସମାଜ, ପରିବାର, ବିବାହ, ଜ୍ଞାତି ଯାଦୁବିଦ୍ୟା (magic) ଏବଂ ଧର୍ମ ପ୍ରଭୃତି ଅଧ୍ୟୟନ କରିଥାଏ ।
(iii) ସାଂସ୍କୃତିକ ନୃତତ୍ତ୍ଵ (Cultural Anthropology) – ସାଂସ୍କୃତିକ ନୃତତ୍ତ୍ଵ ଆଦିମ ମାନବର ଉଭୟ ବସ୍ତୁଭିଭିକ ଏବଂ ଅବସ୍ତୁଭିଭିକ ସଂସ୍କୃତି ସହିତ ସମ୍ପୃକ୍ତ । ଏହା ମନୁଷ୍ୟର ଅତୀତ ଏବଂ ବର୍ତ୍ତମାନର ସାଂସ୍କୃତିକ ବିଭବର ଅଧ୍ୟୟନ ଉପରେ ଆଲୋକପାତ କରିଥାଏ ।
(iv) ପ୍ରାଗ୍-ଐତିହାସିକ ପ୍ରତ୍ନତତ୍ତ୍ବ (Pre-Historic Archaeology) – ପ୍ରାଗ୍-ଐତିହାସିକ ପ୍ରତ୍ନତତ୍ତ୍ଵ ପ୍ରାଗୈତିହାସିକ ପ୍ରାଗ୍-ଐତିହାସିକ ପ୍ରତ୍ନତତ୍ତ୍ଵର ସାହାଯ୍ୟ ନେଇଥା’ନ୍ତି । ଏହା ମଧ୍ୟ ପ୍ରାଚୀନ କଳା ଏବଂ ସ୍ଥାପତ୍ୟ ସମ୍ବନ୍ଧରେ ପୂର୍ଣ୍ଣ ଚିତ୍ର ପ୍ରଦାନ କରିଥାଏ ।

ସମାଜ ବିଜ୍ଞାନ ଏବଂ ନୃତତ୍ତ୍ବ ମଧ୍ଯରେ ସମ୍ପର୍କ ଅତି ନିବିଡ଼ ଅଟେ । ଏମାନେ ବହୁ କ୍ଷେତ୍ରରେ ପରସ୍ପରଦ୍ଵାରା ପ୍ରଭାବିତ । ଉଭୟ ସମାଜ ବିଜ୍ଞାନ ଏବଂ ନୃତତ୍ତ୍ଵ କେତେକ ବିଷୟ; ଯଥା- ସମାଜ, ସଂସ୍କୃତି, ପରିବାର, ଧର୍ମ, ଜ୍ଞାନ ଏବଂ ସାମାଜିକ ସ୍ତରୀକରଣ ଇତ୍ୟାଦିକୁ ସାଧାରଣଭାବେ ଅଧ୍ୟୟନ କରିଥା’ନ୍ତି । ଏହି ପରିପ୍ରେକ୍ଷୀରେ ପ୍ରବୀଣ ନୃତତ୍ତ୍ୱବିତ୍ ଏ.ଏଲ୍‌. କ୍ରୋବର (A. L. Kroeber) ସମାଜ ବିଜ୍ଞାନ ଏବଂ ନୃତତ୍ତ୍ଵକୁ ଦୁଇଟି ‘ଯାଆଁଳା ଭଉଣୀ’ ରୂପେ ଅଭିହିତ କରିଅଛନ୍ତି । ଏହି ଦୁଇଟି ସାମାଜିକ ବିଜ୍ଞାନ ଉଭୟ ମାନବିକ ସମ୍ପର୍କ, ଅନୁଷ୍ଠାନ ଏବଂ କାର୍ଯ୍ୟକଳାପ ଆଦିକୁ ଅଧ୍ୟୟନ କରିଥା’ନ୍ତି ।

ସମାଜ ବିଜ୍ଞାନ ତା’ର ଅଧ୍ୟୟନ ପାଇଁ ଆବଶ୍ୟକ ତଥ୍ୟ ପାଇବା ନିମିତ୍ତ ନୃତତ୍ତ୍ବ ଉପରେ ନିର୍ଭର କରିଥାଏ । ସମାଜ ବିଜ୍ଞାନ ସାଂସ୍କୃତିକ ନୃତତ୍ତ୍ୱଠାରୁ ସାଂସ୍କୃତିକ ଗୁଣ, ସାଂସ୍କୃତିକ ବିଳମ୍ବନ, ସାଂସ୍କୃତିକ ବିବର୍ତ୍ତନ ଏବଂ ଅନ୍ୟାନ୍ୟ ସମ୍ପ୍ରତ୍ୟୟଗୁଡ଼ିକୁ ଗ୍ରହଣ କରିଥାଏ । ନୃତତ୍ତ୍ବବିତ୍‌ଙ୍କଦ୍ୱାରା ଆବିଷ୍କୃତ ବିଭିନ୍ନ ତତ୍ତ୍ବ ସମାଜ ବିଜ୍ଞାନକୁ ବିଶେଷଭାବେ ପ୍ରଭାବିତ କରିଥାଏ । ଏହି ଦୃଷ୍ଟିରୁ ନୃତାତ୍ତ୍ଵିକ ଆବିଷ୍କାର ସମାଜ ବିଜ୍ଞାନ ପାଇଁ ଉପଯୋଗୀ ଅଟେ ।

ସେହିପରି ନୃତତ୍ତ୍ବ ମଧ୍ଯ ସମାଜ ବିଜ୍ଞାନର ପ୍ରତ୍ୟକ୍ଷ ସାହାଯ୍ୟ ଆବଶ୍ୟକ କରିଥାଏ । ସମାଜବିଜ୍ଞାନୀମାନଙ୍କଦ୍ୱାରା ଗ୍ରହଣ କରାଯାଇଥିବା ସିଦ୍ଧାନ୍ତ ନୃ-ବିଜ୍ଞାନୀମାନଙ୍କୁ ସେମାନଙ୍କର ସିଦ୍ଧାନ୍ତ ଗ୍ରହଣ କରିବା କ୍ଷେତ୍ରରେ ସାହାଯ୍ୟ କରିଥାଏ । ସମାଜ-ବିଜ୍ଞାନୀମାନଙ୍କଦ୍ଵାରା ସଂଗୃହୀତ ତଥ୍ୟ ନୃତତ୍ତ୍ବବିତ୍ରମାନଙ୍କୁ ସେମାନଙ୍କର ଗବେଷଣା କାର୍ଯ୍ୟ ପାଇଁ ଯଥେଷ୍ଟ ସାହାଯ୍ୟ କରିଥାଏ ।

ଏହି ଆଲୋଚନାରୁ ସୂଚିତ ହୁଏ ଯେ ଉଭୟ ସମାଜ ବିଜ୍ଞାନ ଏବଂ ନୃତତ୍ତ୍ଵ ପରସ୍ପର ଉପରେ ନିର୍ଭରଶୀଳ ଅଟନ୍ତି । ଉଭୟ ଉଭୟଙ୍କର ସାହାଯ୍ୟ ନେଇଥାଆନ୍ତି । ଗୋଟିକୁ ଅନ୍ୟଠାରୁ ପୃଥକ୍ କରିବା ସମ୍ଭବପର ନୁହେଁ । କିନ୍ତୁ ଏହାସତ୍ତ୍ବେ ଉଭୟ ସମାଜ ବିଜ୍ଞାନ ଏବଂ ନୃତତ୍ତ୍ୱ କେତେକ କ୍ଷେତ୍ରରେ ପରସ୍ପରଠାରୁ ଭିନ୍ନ ଅଟନ୍ତି ।

(i) ସମାଜ ବିଜ୍ଞାନ ସମ୍ପୂର୍ଣ୍ଣ ସମାଜକୁ ଅଧ୍ୟୟନ କରୁଥିବାବେଳେ ନୃତତ୍ତ୍ବ ସମାଜର ଏକ ନିର୍ଦ୍ଦିଷ୍ଟ ଦିଗକୁ ଅଧ୍ୟୟନ କରିଥାଏ । ଏହା ପ୍ରାଗ୍-ଲିପିକ ମନୁଷ୍ୟ ଏବଂ ସେମାନଙ୍କର ସଂସ୍କୃତିକୁ କେବଳ ଅଧ୍ୟୟନ କରିଥାଏ ।
(ii) ସମାଜ ବିଜ୍ଞାନ ଆଧୁନିକ, ସଭ୍ୟ ଏବଂ ଜଟିଳ ସମସ୍ୟାକୁ ଅଧ୍ୟୟନ କରିଥାଏ । କିନ୍ତୁ ନୃତତ୍ତ୍ଵ ପ୍ରାଗ୍-ଲିପିକ ଏବଂ ଆଦିମ ସମାଜକୁ ଅଧ୍ୟୟନ କରିଥାଏ ।
(iii) ସମାଜ ବିଜ୍ଞାନ ବର୍ତ୍ତମାନ ସମୟର ଗତିଶୀଳ ସଂସ୍କୃତିକୁ ଅଧ୍ୟୟନ କରିଥାଏ । କିନ୍ତୁ ନୃତତ୍ତ୍ଵ ପ୍ରାଚୀନ ସମୟର କ୍ଷୁଦ୍ର ଏବଂ ସ୍ଥାଣୁ ସଂସ୍କୃତିକୁ ଅଧ୍ୟୟନ କରିଥାଏ ।
(iv) ସମାଜ ବିଜ୍ଞାନ ବର୍ତ୍ତମାନର ସାମାଜିକ କାର୍ଯ୍ୟକଳାପ ଏବଂ ଘଟଣାବଳୀକୁ ଅଧ୍ୟୟନ କରୁଥିବାବେଳେ ନୃତତ୍ତ୍ବ ଅତୀତର ସାମାଜିକ ଘଟଣାବଳୀ ଏବଂ ପୁରାତନ ମାନବର କାର୍ଯ୍ୟାବଳୀ ସହିତ ସମ୍ପୃକ୍ତ ଅଟେ ।
(v) ସମାଜ ବିଜ୍ଞାନ ବିଭିନ୍ନ ସାମାଜିକ ସମସ୍ୟା; ଯଥା – ଅପରାଧ, ବାଲ୍ୟ-ଅପରାଧ, ଦାରିଦ୍ର୍ୟ, ବେକାରି ଆତ୍ମହତ୍ୟା ପ୍ରଭୃତି ସାମାଜିକ ସମସ୍ୟାଗୁଡ଼ିକୁ ଅଧ୍ୟୟନ କରିବା ସଙ୍ଗେ ସଙ୍ଗେ ସେଗୁଡ଼ିକର ଦୂରୀକରଣପାଇଁ ପଦକ୍ଷେପ ଗ୍ରହଣ କରିଥାଏ । କିନ୍ତୁ ଅପରପକ୍ଷରେ ଯଦିଓ ନୃତତ୍ତ୍ବ ସାମାଜିକ ସମସ୍ୟାଗୁଡ଼ିକୁ ଅଧ୍ୟୟନ କରିଥାଏ, ତଥାପି ଏଗୁଡ଼ିକର ଦୁରୀକରଣ ନିମିତ୍ତ କୌଣସି ପଦକ୍ଷେପ ଗ୍ରହଣ କରି ନ ଥାଏ ।
(vi) ଉଭୟ ସମାଜ ବିଜ୍ଞାନ ଏବଂ ନୃତତ୍ତ୍ଵ ଅଧ୍ୟୟନ ପଦ୍ଧତିରେ ପରସ୍ପରଠାରୁ ପୃଥକ୍ ଅଟନ୍ତି । ସମାଜ ବିଜ୍ଞାନ ତା’ର ଅଧ୍ୟୟନ ପାଇଁ ପରିସଂଖ୍ୟାନ, ବ୍ୟକ୍ତି, ଅଧ୍ୟୟନ ଏବଂ ପ୍ରଲେଖୀ ପ୍ରମାଣ ପ୍ରଭୃତିକୁ ବ୍ୟବହାର କରିଥାଏ । ସମାଜବିଜ୍ଞାନୀମାନେ ପ୍ରଶ୍ନବଳୀ ଏବଂ ଅନୁସୂଚୀ ମାଧ୍ୟମରେ ତଥ୍ୟ ସଂଗ୍ରହ କରିଥା’ନ୍ତି । ଅପରପକ୍ଷରେ ପ୍ରାଚୀନ ମାନ ଜାତି ଏବଂ ତା’ର ସଂସ୍କୃତିକୁ ଅଧ୍ୟୟନ କରିବାପାଇଁ ନୃତତ୍ତ୍ବବିତ୍‌ମାନେ ପ୍ରକାର୍ଯ୍ୟାତ୍ମକ ପଦ୍ଧତିକୁ ବ୍ୟବହାର କରିଥା’ନ୍ତି ।

9. ସମାଜଶାସ୍ତ୍ର ଏକ ବିଜ୍ଞାନ ଅଟେ କି ? ଦର୍ଶାଅ ।
Answer:
ସମାଜଶାସ୍ତ୍ର ଏକ ବିଜ୍ଞାନ କି ନୁହେଁ ଏ ସମ୍ବନ୍ଧରେ ସମାଜଶାସ୍ତ୍ରବିତ୍ରମାନଙ୍କ ମଧ୍ୟରେ ମତପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ । ଅଗଷ୍ଟ କମ୍‌, ଟାଲ୍‌କଟ୍ ପାର୍ସନ୍, ଗିଡ଼ିଙ୍ଗସ୍ ଓ ମ୍ୟାକ୍‌ସ ୱେବର ଇତ୍ୟାଦି ସମାଜଶାସ୍ତ୍ରବିତ୍‌ମାନେ ଏହାକୁ ଏକ ବିଜ୍ଞାନରୂପେ ଅଭିହିତ କରିଛନ୍ତି । ସେମାନଙ୍କ ମତରେ –

  • ସମାଜଶାସ୍ତ୍ର କାରଣ ଏବଂ ଫଳାଫଳର ସମ୍ପର୍କକୁ ବର୍ଣ୍ଣନା କରେ । ଏହା ସାମାଜିକ ଘଟଣାଗୁଡ଼ିକୁ ବିଶଦଭାବେ ଆଲୋଚନା କରି ସତ୍ୟ ଉଦ୍‌ଘାଟନ କରିଥାଏ । ପ୍ରଥା ଓ ପରମ୍ପରା ମାଧ୍ୟମରେ କାରଣ ଖୋଜି ଏହାର ପ୍ରଭାବ ଓ ଫଳାଫଳ ବର୍ଣ୍ଣନା କରେ ।
  • ସମାଜଶାସ୍ତ୍ର କେବଳ ଗବେଷଣାଗାରରେ ପରିଲକ୍ଷିତ ହୁଏ ନାହିଁ । ସମାଜଶାସ୍ତ୍ର ପାଇଁ ସମାଜ ହେଉଛି ଏହାର ବିସ୍ତୃତ କ୍ଷେତ୍ର ବା ପରୀକ୍ଷାଗାର ।
  • ବୈଜ୍ଞାନିକ ଗବେଷଣା ପାଇଁ ଆବଶ୍ୟକ ହେଉଥ‌ିବା ଅନୁସନ୍ଧାନ (investigation), ପର୍ଯ୍ୟବେକ୍ଷଣ, ତୁଳନା ପ୍ରଭୃତି ପାଇଁ ସର୍ବଦା କ୍ଷେତ୍ର ପ୍ରସ୍ତୁତ ହୋଇ ରହିଥାଏ ଏବଂ ସବୁ ସମୟରେ ବୈଜ୍ଞାନିକ ତଥ୍ୟ ପ୍ରଦାନ ପାଇଁ ଏହା ବ୍ୟବହୃତ ହୋଇପାରିବ ।
  • ସମସ୍ତ ଶାରୀରିକ ଜ୍ଞାନ ପାଇଁ ଗବେଷଣାଗାରର ଆବଶ୍ୟକତା ନ ଥାଏ । ସେହିପରି ସମାଜଶାସ୍ତ୍ର ପରୀକ୍ଷାଗାରରେ ନ ଥାଇ ମଧ୍ୟ ବୈଜ୍ଞାନିକ ଯୁକ୍ତି ପ୍ରଦାନ କରିପାରିବ ।
  • ସମାଜଶାସ୍ତ୍ର ଆଇନକୁ ଆବିଷ୍କାର କରି ସଂସ୍କୃତି ମାଧ୍ୟମରେ ଏହାକୁ ସମାଜରେ ପ୍ରଚଳିତ କରିଥାଏ । ମାତ୍ର ଏହାର ଯଥାର୍ଥତା ଅବଲମ୍ବନ କରେ ।
  • ଟାଲକଟ ପାର୍ସନ, ଗିଡ଼ିଙ୍ଗସ୍ ପ୍ରଭୃତି ସମାଜବିଜ୍ଞାନୀମାନେ ସମାଜଶାସ୍ତ୍ରକୁ କେତେ ଲକ୍ଷ୍ୟ ଥିବା ଏକ ସୁବ୍ୟବସ୍ଥିତ ପର୍ଯ୍ୟବେକ୍ଷଣଭାବେ ବର୍ଣ୍ଣନା କରିଛନ୍ତି । ଏହା ସତ୍ୟକୁ ଉନ୍ମୋଚନ କରେ । ମାକ୍‌ସ ୱେବର ମଧ୍ୟ ସମାଜଶାସ୍ତ୍ରକୁ ଏକ ବିଜ୍ଞାନଭାବେ ଅଭିହିତ କରିଛନ୍ତି; ଯାହା ସାମାଜିକ କ୍ରିୟାର ବିଶ୍ଳେଷଣାତ୍ମକ ଅର୍ଥକୁ ବୋଧଗମ୍ୟ କରିବାପାଇଁ ଚେଷ୍ଟା କରିଥାଏ । ଏହାଦ୍ଵାରା ସାମାଜିକ କ୍ରିୟା, ଏହାର ଫଳାଫଳ ଓ କାର୍ଯ୍ୟକୁ ବ୍ୟାଖ୍ୟା କରିବା ସମ୍ଭବପର ହୁଏ । ତେଣୁ ସମାଜଶାସ୍ତ୍ର ଏକ ବିଜ୍ଞାନସମ୍ମତ ଅଧ୍ୟୟନ ଅଟେ ।
  • ସମାଜଶାସ୍ତ୍ରରେ ତଥ୍ୟଗୁଡ଼ିକର ବିଶ୍ଳେଷଣ ଏବଂ ବର୍ଗୀକରଣ କରାଯାଇଥାଏ । ଏଥ‌ିପାଇଁ ତଥ୍ୟଗୁଡ଼ିକୁ ବିଭିନ୍ନ ଭାଗରେ ବିଭକ୍ତ କରାଯାଏ । ସେଗୁଡ଼ିକ ବିଶ୍ଳେଷଣ କରି, ତାହାର ଗୁରୁତ୍ୱ ଉପଲବ୍ଧି କରି ସମାଜଶାସ୍ତ୍ର ଏହାକୁ ନିଜର ବିଷୟଭୁକ୍ତ କରେ ।
  • ସମାଜଶାସ୍ତ୍ରରେ ସିଦ୍ଧାନ୍ତଗୁଡ଼ିକର ପୁନଃପରୀକ୍ଷଣ ସମ୍ଭବ ଅଟେ । କୌଣସି ସିଦ୍ଧାନ୍ତ ନେବା ଆଗରୁ ସମାଜଶାସ୍ତ୍ର ସାମାଜିକ ଘଟଣାବଳୀକୁ ବାରମ୍ବାର ଅଧ୍ୟୟନ କରି ତାର୍କିକ ମତ ପ୍ରଦାନ କରିଥାଏ । ବିଭିନ୍ନ ପ୍ରକାର ବୈଜ୍ଞାନିକ ପ୍ରଣାଳୀ ଅବଲମ୍ବନ କରିଥିବାରୁ ଏବଂ ଯୁକ୍ତିଯୁକ୍ତ ମତ ପ୍ରଦାନ କରିଥିବାରୁ ତଥା ଯୁକ୍ତିଗୁଡ଼ିକର ଆବଶ୍ୟକସ୍ଥଳେ ପୁନର୍ବାର ପରୀକ୍ଷଣ ହୋଇପାରୁଥିବାରୁ ଏହା ବିଦ୍ବାନ୍‌ମାନଙ୍କଦ୍ୱାରା ଗ୍ରହଣୀୟ ।
  • ସମାଜଶାସ୍ତ୍ରରେ ଭବିଷ୍ୟତବାଣୀ ସମ୍ଭବପର ହୋଇଥାଏ । ସମାଜବିଜ୍ଞାନୀ ଆଗାମୀ ବଂଶଧରମାନଙ୍କ ପାଇଁ ସାମାଜିକ ନୀତି ପ୍ରଣୟନ କରିଥାଏ । ପରିବର୍ତ୍ତନ ମାଧ୍ୟମରେ ଭବିଷ୍ୟତ ସମାଜର ସ୍ଥିତି ଓ ପ୍ରକାର୍ଯ୍ୟକୁ ଏହା ସୂଚାଇଥାଏ । ଆଧୁନିକୀକରଣ ହେବାଦ୍ଵାରା ପରିବାରର ପ୍ରକାର୍ଯ୍ୟ, ଆକାର ପ୍ରଭୃତିରେ କିଭଳି ରୂପାନ୍ତର ଘଟିବ, ତାହା ମଧ୍ୟ ସମାଜଶାସ୍ତ୍ର ବନ୍‌ କରେ । ତେଣୁ ବିଜ୍ଞାନ ପରି ସମାଜଶାସ୍ତ୍ର ମଧ୍ୟ ଭବିଷ୍ୟତବାଣୀ ପ୍ରଦାନ କରିଥାଏ ।

ଏହିସବୁ ଯୁକ୍ତିଗୁଡ଼ିକୁ ବିଶ୍ଳେଷଣ କଲେ ଜଣାଯାଏ ଯେ ସମାଜଶାସ୍ତ୍ର ଏକ ତଥ୍ୟ ଆଧାରିତ ଜ୍ଞାନ ଅଟେ । ଏହାକୁ ବିଜ୍ଞାନର ଆଖ୍ୟା ଦେଲେ ଅତ୍ୟୁକ୍ତି ହେବ ନାହିଁ । ତଥାପି କେତେକ ଦୃଷ୍ଟିକୋଣରୁ ବିଚାରକରି ସମାଜବିଜ୍ଞାନୀମାନେ ମତ ଦିଅନ୍ତି ଯେ ସମାଜଶାସ୍ତ୍ର ଏକ ଯୁକ୍ତିସିଦ୍ଧ ବିଜ୍ଞାନ ହୋଇନପାରେ; ଏହା କଳାର ଏକ ବିଷୟମାତ୍ର । ବର୍ତ୍ତମାନ ସମାଜବିଜ୍ଞାନ ଏକ ସାଧାରଣ ସାମାଜିକ ବିଜ୍ଞାନଭାବେ ସ୍ୱୀକୃତିଲାଭ କରିଅଛି ଏବଂ ସମାଜବିଜ୍ଞାନୀମାନେ ଏହାକୁ ଏକ ସମ୍ପୂର୍ଣ୍ଣ ବିଜ୍ଞାନଭାବେ ପ୍ରତିପାଦିତ କରିବାକୁ ଚେଷ୍ଟା କରୁଛନ୍ତି ।

Leave a Comment