BSE Odisha 6th Class Science Solutions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ

Odisha State Board BSE Odisha 6th Class Science Solutions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ Textbook Exercise Questions and Answers.

BSE Odisha Class 6 Science Solutions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ

Question 1.
ବାୟୁରେ ଅମ୍ଳଜାନ ଏକ ପଞ୍ଚମାଂଶ ଓ ଅଙ୍ଗାରକାମ୍ଳ ତିନି ସହସ୍ରାଶ ଅଛି । ଏହି ଅନୁପାତ ଅଦଳବଦଳ ହେଲେ ଜୀବଜଗତ ଉପରେ ଏହାର କି ପ୍ରଭାବ ପଡ଼ିବ, ଚାରୋଟି ବାକ୍ୟରେ ଲେଖ ।
ଉ –
ଅମ୍ଳଜାନ ଓ ଅଙ୍ଗାରକାମ୍ଳର ଅନୁପାତ ଅଦଳବଦଳ କରିଦେଲେ ଜୀବଜଗତ ଉପରେ ନିମ୍ନଲିଖ୍ ପ୍ରଭାବମାନ ପଡ଼ିବ ।

  • ଜୀବଜଗତ ଶ୍ଵାସକ୍ରିୟାରେ ଅମ୍ଳଜାନ ଗ୍ରହଣକରୁଥିବାରୁ ଅମ୍ଳଜାନର ଅଭାବ ଘଟି ଜୀବଜଗତ ଧ୍ୱଂସ ହେବ ।
  • ଅଙ୍ଗାରକାମ୍ଳର ପରିମାଣ ବଢ଼ିଗଲେ ପୃଥ‌ିବୀପୃଷ୍ଠର ତାପମାତ୍ରା ବହୁତ ବଢ଼ିଯିବ । ଏହାଦ୍ଵାରା ମଧ୍ୟ ଜୀବଜଗତ ତିଷ୍ଠିରହିବା ଅସମ୍ଭବ ହୋଇପଡ଼ିବ ।
  • ଅମ୍ଳଜାନର ପରିମାଣ କମିଗଲେ ଦହନକ୍ରିୟା ହୋଇପାରିବ ନାହିଁ ।
  • ଉଭିଦଜଗତର ଖାଦ୍ୟ ପ୍ରସ୍ତୁତି ପ୍ରକ୍ରିୟା ବାଧାପ୍ରାପ୍ତ ହେବ ।

Question 2.
ପ୍ରଥମ ଦୁଇଟି ଶବ୍ଦର ସମ୍ପର୍କ ଦେଖ୍ ତୃତୀୟ ଶବ୍ଦ ସହ ସମ୍ପର୍କିତ ଶବ୍ଦ ଲେଖ ।
BSE Odisha 6th Class Science Solutions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ - 1
ଉ –
(କ) ଫୁସ୍‌ଫୁସ୍
(ଖ) ଶ୍ଵାସରନ୍ଧ
(ଗ) ସ୍ତୋମ୍
(ଘ) ସ୍ତୋମ୍

BSE Odisha 6th Class Science Solutions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ

Question 3.
ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(କ) ମାଛ ଶ୍ଵାସକ୍ରିୟା କିପରି କରେ ?
(ଖ) ଅର୍କିଡ଼ କିପରି ଶ୍ଵାସକ୍ରିୟା କରେ ?
(ଗ) ବେଙ୍ଗ ଶୀତଦିନରେ କିପରି ଶ୍ଵାସକ୍ରିୟା କରେ ?
ଉ –
(କ)

  • ମାଛ ପାଟିଦ୍ଵାରା ଜଳ ନିଏ ଓ ଗାଲି ସାହାଯ୍ୟରେ ଜଳରେ ମିଶିରହିଥ‌ିବା ଅମ୍ଳଜାନକୁ ଅଲଗା କରି ଶ୍ଵାସକ୍ରିୟା କରେ ।
  • ଶ୍ଵାସକ୍ରିୟା ଅନବରତ ଚାଲୁଥିବାରୁ ମାଛ ପାଣି ଭିତରେ ଥ‌ିବାବେଳେ ପାଟି ଖୋଲା କରି ଜଳ ନେଇ ଗାଲିସି ସାହାଯ୍ୟରେ ସେଥୁରୁ ଅମ୍ଳଜାନ ଅଲଗା କରି ଶ୍ଵାସକ୍ରିୟା ଓ ଅମ୍ଳଜାନ ନଥ‌ିବା ଜଳକୁ ବାହାର କରିଦିଏ ଏବଂ ପୁଣି ନୂଆ ଜଳ ପାଟିକୁ ନିଏ । ତେଣୁ ସେ ବାରମ୍ବାର ପାଟି ଖୋଲେ ଓ ବନ୍ଦ କରେ ।

(ଖ) ଅର୍କିଡ଼ ଗଛ ଅନ୍ୟ ଏକ ଗଛ ଉପରେ ନିର୍ଭର କରି ବଢ଼ିଥାଏ । ଏମାନଙ୍କ ମୂଳ ବାୟୁରେ ଝୁଲିଥାଆନ୍ତି ।
(ଗ) ବେଙ୍ଗ ଶୀତଦିନରେ ତାର ଚର୍ମଦ୍ଵାରା ଶ୍ଵାସକ୍ରିୟା କରେ ।

Question 4.
କାରଣ ଲେଖ ।
(କ) ମାଛକୁ ପାଣିରୁ ବାହାର କରି ଆଣିଲେ କିଛି ସମୟ ପରେ ମରିଯାଏ ।
(ଖ) ବେଙ୍ଗ ଏକ ଉଭୟଚର ପ୍ରାଣୀ ।
(ଗ) ଜିଆ ମାଟି ଭିତରେ ରହିଲେ ମଧ୍ୟ ଶ୍ଵାସକ୍ରିୟା କରିପାରେ ।
ଉ –
(କ)

  • ମାଛ ପାଟିଦ୍ଵାରା ଜଳ ନିଏ ଓ ଗାଲି ସାହାଯ୍ୟରେ ଜଳରେ ମିଶିରହିଥିବା ଅମ୍ଳଜାନକୁ ଅଲଗା କରି ଶ୍ଵାସକ୍ରିୟା କରେ ।
  • ମାଛକୁ ପାଣିରୁ ବାହାର କରି ଆଣିଲେ ସେ ବାୟୁମଣ୍ଡଳରୁ ଅମ୍ଳଜାନ ଗ୍ରହଣ କରି ନପାରି କିଛି ସମୟପରେ ମରିଯାଏ ।

(ଖ)

  • ବେଙ୍ଗ ଜଳରେ ଡିମ୍ବଦିଏ ଓ ଡିମ୍ବରୁ ଲାର୍ଭା ଓ ଲାର୍ଭାରୁ ପୂର୍ଣ୍ଣାଙ୍ଗ ହେବା ପର୍ଯ୍ୟନ୍ତ ପାଣିରେ ରହେ ଓ ମାଛପରି ଗାଲିଦ୍ଵାରା ଶ୍ଵାସକ୍ରିୟା କରେ ।
  • ପୂର୍ଣ୍ଣାଙ୍ଗ ହେବାପରେ ବେଙ୍ଗ ସ୍ଥଳଭାଗକୁ ଆସେ ଓ ପ୍ରାଣୀପରି ଫୁସ୍‌ଫୁସ୍‌ ସାହାଯ୍ୟରେ ଶ୍ଵାସକ୍ରିୟା କରେ । କେତେକ ବେଙ୍ଗ ପାଣିରେ ଅଧିକ ସମୟ ରହନ୍ତି ଓ ଚର୍ମଦ୍ଵାରା ଶ୍ଵାସକ୍ରିୟା କରନ୍ତି । ବେଙ୍ଗ ଜଳ ଓ ସ୍ଥଳ ଉଭୟ କରେ ।

(ଗ)

  • ଜିଆ ଚର୍ମଦ୍ଵାରା ଶ୍ଵାସକ୍ରିୟା କରେ ।
  • ଜିଆ ମାଟିତଳେ ରହିଲେ ମଧ୍ୟ ତା’ର ଓଦାଳିଆ ଚର୍ମ ବିସରଣ ପ୍ରକ୍ରିୟାଦ୍ବାରା ବାୟୁରୁ ଅମ୍ଳଜାନ ସଂଗ୍ରହ କରି ଶ୍ଵାସକ୍ରିୟା କରେ ।

BSE Odisha 6th Class Science Solutions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ

Question 5.
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଶବ୍ଦ ମିଳାଅ ।
BSE Odisha 6th Class Science Solutions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ - 2
ଉ –
BSE Odisha 6th Class Science Solutions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ - 3

ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ Notes :

Question
ବାୟୁ ଆମର ଯେଉଁ ଯେଉଁ କାର୍ଯ୍ୟ କରିଥାଏ ତା’ର ଏକ ତାଲିକା ଖାତାରେ ପ୍ରସ୍ତୁତ କର ।
ଉ –
(i) ବାୟୁରେ ଥ‌ିବା ଅମ୍ଳଜାନକୁ ଶ୍ଵାସକ୍ରିୟାରେ ଗ୍ରହଣ କରି ସମଗ୍ର ଜୀବଜଗତ ବଞ୍ଚିରହିଛି ।
(ii) ବାୟୁରେ ଥ‌ିବା ଅମ୍ଳଜାନ ଯୋଗୁଁ ନିଆଁ ଜଳିପାରୁଛି ।
(iii) ବାୟୁ ଓଦା ଜିନିଷକୁ ଶୁଖାଇପାରୁଛି । ବାୟୁରେ ଧାନ ଉଡ଼ାଯାଇଥାଏ ।
(iv) ବାୟୁଯୋଗୁଁ ସୂର୍ଯ୍ୟରଶ୍ମିର ପ୍ରଖରତା କମ୍ ହୋଇପାରୁଛି ଓ ଜୀବଜଗତ ବଞ୍ଚିରହିବା ସମ୍ଭବହେଉଛି ।
(v) ସାଇକେଲ୍, ମଟରସାଇକେଲ, ରିକ୍ସା, ମଟରଗାଡ଼ି ଆଦିର ଟ୍ୟୁବ୍‌ରେ, ବେଲୁନ୍‌ରେ ଓ ବଲ୍‌ରେ ବାୟୁ
(vi) ବାୟୁଯୋଗୁଁ ଆକାଶରେ ବ୍ୟୋମଯାନ ଆଦି ଚଳାଚଳ କରିବା ସମ୍ଭବହେଉଛି, ପାରାଚୁଟ୍ ବ୍ୟବହାର

ବାୟୁରେ ଗୁରୁତ୍ଵ :
(i) ବାୟୁରେ ଥ‌ିବା ଅମ୍ଳଜାନ ଦହନର ସହାୟକ । ଦହନରୁ ତାପଶକ୍ତି ମିଳେ ।
(ii) ଯେଉଁ ପ୍ରକ୍ରିୟାଦ୍ଵାରା ଖାଦ୍ୟରୁ ଶକ୍ତି ଉତ୍ପନ୍ନ ହୁଏ, ତାହାକୁ ଶ୍ବସନ କୁହାଯାଏ । ଅମ୍ଳଜାନ ଖାଦ୍ୟ ଦହନ କରି ଶକ୍ତି ଦେଲାବେଳେ ଅଙ୍ଗାରକାମ୍ଳ ନିର୍ଗତ ହୁଏ ।
(iii) ଅମ୍ଳଜାନର ଆହରଣ ଓ ଅଙ୍ଗାରକାମ୍ଳର ତ୍ୟାଗ ପ୍ରକ୍ରିୟାକୁ ଶ୍ଵାସକ୍ରିୟା କୁହାଯାଏ । ଶ୍ଵାସନ ପ୍ରକ୍ରିୟାର ଏକ ଅଂଶବିଶେଷ ହିଁ ଶ୍ଵାସକ୍ରିୟା ।
(iv) ବାୟୁରେ ସର୍ବାଧ‌ିକ ପରିମାଣର ଯବକ୍ଷାରଜାନ ଗ୍ୟାସ୍, ଏକ ପଞ୍ଚମାଂଶ ଅମ୍ଳଜାନ ଓ ବହୁତ କମ୍ ପରିମାଣର ଅଙ୍ଗାରକାମ୍ଳ ଗ୍ୟାସ୍ ଥାଏ ।
(v) ଉଭିଦ ଶ୍ଵାସକ୍ରିୟାପାଇଁ ବାୟୁରୁ ଅମ୍ଳଜାନ ନିଏ ଓ ଅଙ୍ଗାରକାମ୍ଳ ତ୍ୟାଗକରେ ।

BSE Odisha 6th Class Science Solutions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ

ତୁମପାଇଁ କାମ – ୧
BSE Odisha 6th Class Science Solutions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ - 4
ଦୁଇଟି କାଚ ବା ପ୍ଲାଷ୍ଟିକ ବୋତଲ ନିଅ । ପ୍ରତ୍ୟେକରେ କିଛି ଗଜାମୁଗ ବା ଫୁଲ କଢ଼ି ପୁରାଅ । ବୋତଲର ଠିପି ବନ୍ଦକରି ଏହାକୁ ଗୋଟିଏ ସ୍ଥାନରେ ରଖ୍ ଦିଅ । ପରଦିନ ଗୋଟିଏ ବୋତଲର ଠିପି ଖୋଲି ସେଥ‌ିରେ ଗୋଟିଏ ଜଳନ୍ତା କାଠି ପୁରାଅ । କ’ଣ ଦେଖୁଲ ? କାଠିଟି ଲିଭିଗଲା । ଶିଶିର ଭିତରେ ଥ‌ିବା ବାୟୁରେ ଅମ୍ଳଜାନ ସରିଯିବାରୁ କାଠିଟି ଲିଭିଗଲା । ଦ୍ୱିତୀୟ ବୋତଲରେ ଠିପି ଖୋଲି କିଛି ସ୍ବଚ୍ଛ ଚୂନପାଣି ପୁରାଅ । ଠିପି ବନ୍ଦକରି ହଲାଅ । । ସ୍ବଚ୍ଛ ଚୂନ ପାଣିର ରଙ୍ଗ ବଦଳିଲା କି ? ଚୂନ ପାଣି ଦୁଧୂଆ ରଙ୍ଗ ହୋଇଯିବ । କାରଣ ଉଭିଦ ଶ୍ଵାସକ୍ରିୟା ପାଇଁ ବାୟୁର ଅମ୍ଳଜାନ ନିଏ ଓ ଅଙ୍ଗାରକାମ୍ଳ ଛାଡ଼େ ।

→ ଜଳଜ ଉଭିଦର ଶ୍ଵାସକ୍ରିୟା :
BSE Odisha 6th Class Science Solutions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ - 5

(i) ଜଳଭାଗରେ ଥ‌ିବା ସମ୍ପୂର୍ଣ୍ଣ ସୂକ୍ଷ୍ମ ଭାସମାନ ଉଭିଦକୁ ପ୍ଳାଙ୍କଟନ୍ କହନ୍ତି ।
(ii) ଜଳରେ ବୁଡ଼ିରହିଥ‌ିବା ଉଭିଦ ଜଳ ଦ୍ରବୀଭୂତ ବ୍ୟବହାରକରନ୍ତି । ସେମାନଙ୍କ କ୍ଷେତ୍ରରେ ବିସରଣ ପ୍ରକ୍ରିୟାରେ ଅମ୍ଳଜାନ ଓ ଅଙ୍ଗାରକାମ୍ଳ ଦ୍ଵୟର ବିନିମୟ ହୋଇଥାଏ ।
(iii) ପଦ୍ମ ଓ କଇଁ ପ୍ରଭୃତି ଜଳଜ ଉଭିଦ ପତ୍ରଛିଦ୍ରଦ୍ୱାରା ଅମ୍ଳଜାନ ଗ୍ରହଣ କରି ପାରନ୍ତି ।
(iv) ଲବଣାକ୍ତ ଜଳ ଅଞ୍ଚଳରେ ଦେଖାଯାଉଥ‌ିବା ଲୁଣା ଉଭିଦ ଅଧ‌ିକ ଅମ୍ଳଜାନ ମାଟି ଭିତରେ ଜଳରୁ ନପାଇବାରୁ ବାୟୁରୁ ଅମ୍ଳଜାନ ଗ୍ରହଣକରିଥା’ନ୍ତି ।

BSE Odisha 6th Class Science Solutions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ

→ ଜଳଚର ପ୍ରାଣୀମାନଙ୍କର ଶ୍ଵାସକ୍ରିୟା :
BSE Odisha 6th Class Science Solutions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ - 6
(i) ଏମିବାଭଳି ଏକକୋଷୀ ପ୍ରାଣୀ ଓ ହାଇଡ୍ରା ମଧୁର ଜଳରେ ବାସକରନ୍ତି । ଏମାନେ ଜଳରେ ଦ୍ରବୀଭୂତ ଅମ୍ଳଜାନକୁ ବିସରଣ ପ୍ରକ୍ରିୟାରେ ସିଧାସଳଖ କୋଷ ଭିତରକୁ ନେଇଥାଆନ୍ତି ।
(ii) କଙ୍କଡ଼ା, ଚିଙ୍ଗୁଡ଼ି, ଗେଣ୍ଡା, ଶାମୁକା ଏବଂ ମାଛ ଗାଲିଦ୍ୱାରା ଶ୍ଵାସକ୍ରିୟା କରନ୍ତି ।
ମାଛ, କଙ୍କଡ଼ା, ଚିଙ୍ଗୁଡ଼ି, ଗେଣ୍ଡା, ଶାମୁକା ଗାଲିଦ୍ଵାରା ଶ୍ଵାସକ୍ରିୟା କରନ୍ତି ।

ତୁମପାଇଁ କାମ – ୧
ଗୋଟିଏ ଜୀବନ୍ତ ମାଛକୁ ପାଣିରୁ ବାହାରକରି ତା’ର ଗାଲିକୁ ଦେଖ । ଗାଲି ଉପର ଖୋଳଟି ଉଠିବ ଓ ପଡ଼ିବ । କିନ୍ତୁ ଅନ୍ୟ ଏକ ମଲାମାଛଟିଏ ଆଣି ତା’ର ଗାଲି ଉପର ତଳ ହେଉଛି କି ଦେଖ ।

→ ସ୍ଥଳଭାଗରେ ଥ‌ିବା ଉଭିଦର ଶ୍ଵାସକ୍ରିୟା :
BSE Odisha 6th Class Science Solutions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ - 7
(i) ଆମ୍ବ, ଜାମୁ, ବର, ଅଶ୍ଵତ୍‌ଥ ଆଦି ଗଛର ପତ୍ରରେ ଥ‌ିବା ସ୍ତୋମ୍‌ରା ଶ୍ଵାସକ୍ରିୟା ହୋଇଥାଏ ।
(ii) ନାଗଫେଣୀ, ସିଜୁ ଓ କାକ୍‌ଟସ୍ ଆଦିର ସ୍ଫୋମ୍‌କୁ ନିମଗ୍ନ ସ୍ତୋମ୍ କହନ୍ତି ।
(iii) ଅର୍କିଡ ଗଛ ଅନ୍ୟ ଏକ ଗଛ ଉପରେ ନିର୍ଭର କରି ବଢ଼ିଥାଏ । ଏହାର ମୂଳ ବାୟୁରେ ଝୁଲୁଥିବାବେଳେ ବାୟୁରୁ ଜଳୀୟବାଷ୍ପରେ

ଉଭିଦ ପତ୍ରରେ ଥ‌ିବା ସ୍ତୋମ୍ ସାହାଯ୍ୟରେ ଶ୍ଵାସକ୍ରିୟା କରେ ।

→ ମାଟିର ଉପର ସ୍ତରରେ ଥିବା ଜୀବ :
(i) ଉର୍ବର ମାଟିରେ ଯବକ୍ଷାରଜାନ ବିବନ୍ଧନ ଆଜାଟୋବ୍ୟାକ୍ଟେରିଆ, କ୍ଲବ୍ରୋଡ଼ିୟମ୍ ଓ ବୀଜାଣୁ ଦ୍ବାରା ହୋଇଥାଏ ।
(ii) ଶିମ୍ବ ଜାତୀୟ ଉଦ୍ଭଦର ଚେରରେ ଥ‌ିବା ରାଇବୋଜିୟମ୍ ପରି ବୀଜାଣୁ ମଧ୍ଯ ଶ୍ଵାସନ କରିଥାନ୍ତି ।

BSE Odisha 6th Class Science Solutions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ

→ ସ୍ଥଳଚର ପ୍ରାଣୀମାନଙ୍କର ଶ୍ଵାସକ୍ରିୟା :
BSE Odisha 6th Class Science Solutions Chapter 17 ଜୀବଜଗତ ପାଇଁ ବାୟୁର ଗୁରୁତ୍ଵ - 8
(i) ଅସରପା, ଝିଣ୍ଟିକାର ଶରୀରର ଯୋଡ଼ ମଧ୍ଯରେ ଶ୍ଵାସରନ୍ଧ୍ର ଥାଏ । ବାୟୁ ଶରୀର ମଧ୍ୟକୁ ଶ୍ଵାସରନ୍ଧ୍ରଦେଇ ପ୍ରବେଶ କରେ ଓ ପରେ ଶ୍ଵାସନଳୀ ଓ ତା’ର ସୂକ୍ଷ୍ମ ଶାଖାରେ ପହଞ୍ଚି, ଜୀବକୋଷରେ ଶ୍ବସନ କରିଥାଏ ।
(ii) ମଣିଷ, ବାଘ, ହାତୀ, ଠେକୁଆ, ତିମି, କୁମ୍ଭୀର, କଇଁଚ, ପାରା, ବତକ, ବାହୁଡ଼ି, ସାପ ଆଦି ପ୍ରାଣୀମାନେ ଫୁସ୍‌ଫୁସ୍ ଦ୍ୱାରା ଶ୍ଵାସକ୍ରିୟା କରନ୍ତି ।

Leave a Comment