Odisha State Board BSE Odisha 6th Class Science Solutions Chapter 14 ପ୍ରାକୃତିକ ଘଟଣାବଳୀ Textbook Exercise Questions and Answers.
BSE Odisha Class 6 Science Solutions Chapter 14 ପ୍ରାକୃତିକ ଘଟଣାବଳୀ
Question 1.
ତଳ ବାକ୍ୟଗୁଡ଼ିକ ପଢ଼ । ଖାତାରେ ଲେଖୁ ଠିକ୍ ବାକ୍ୟ ପାଖରେ ଠିକ୍ (✓) ଓ ଭୁଲ୍ ବାକ୍ୟ ପାଖରେ ଛକି (✗) ଚିହ୍ନ ଦିଅ ।
(କ) ଜଳ ସବୁ ସ୍ଥାନରେ ତରଳ ଅବସ୍ଥାରେ ମିଳେ ।
(ଖ) ଓଦା ଲୁଗା ବାଷ୍ପୀଭବନ ପ୍ରଣାଳୀରେ ଶୁଖେ ।
(ଗ) ପୋଖରୀ ଜଳ ବାଷ୍ପୀମୋଚନ ପ୍ରଣାଳୀରେ ଜଳୀୟବାଷ୍ପ ହୁଏ ।
(ଘ) ଭୂନିମ୍ନର ପାଣି ବାଷ୍ପୀମୋଚନ ପ୍ରଣାଳୀରେ ଜଳୀୟବାଷ୍ପ ହୁଏ ।
(ଙ) ପଙ୍ଖାତଳେ ଲୁଗା ଶୁଖାଇଲେ ଶୀଘ୍ର ଶୁଖୁଥାଏ ।
ଉ –
(କ) ✗
(ଖ) ✓
(ଗ) ✗
(ଘ) ✓
(ଙ) ✓
Question 2.
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ଆଇସ୍କ୍ରିମ୍ ଜଳର ………….. ଅବସ୍ଥା । (କଠିନ, ତରଳ, ଗ୍ୟାସୀୟ, ପ୍ଲାଲ୍କା)
(ଖ) ଜଳ ଆପେ ଆପେ ଜଳୀୟବାଷ୍ପ ହେବାକୁ ………….. ପ୍ରକ୍ରିୟା କହନ୍ତି । (ବାଷ୍ପୀମୋଚନ, ବାଷ୍ପୀକରଣ, ବାଷ୍ପୀଭବନ, ଉଦ୍ବେଦନ)
(ଗ) ଶୀତବିରେ ପୁଷ୍ପରିଣୀ ପାଣିରୁ ଉଠୁଥିବା ଜଳୀୟବାଷ୍ପ ଜଳର ………….. ଅବସ୍ଥା । (କଠିନ, ତରଳ, ଗ୍ୟାସୀୟ, କିଛି ନୁହେଁ)
(ଘ) ଆକାଶରେ ବିଜୁଳି ମାରିବା …………… ପ୍ରକ୍ରିୟା । (ଭୌତିକ, ଆକସ୍ମିକ, ବୈଦ୍ୟୁତିକ, ରାସାୟନିକ)
(ଙ) ଗଛ ……………ରେ ଥିବା ଜଳ ବ୍ୟବହାର କରେ । (ଭୂପୃଷ୍ଠ, ଭୂଅଭ୍ୟନ୍ତର, ବାୟୁମଣ୍ଡଳ, ବର୍ଷା)
ଉ –
(କ) କଠିନ
(ଖ) ବାଷ୍ପୀଭବନ
(ଗ) ଗ୍ୟାସୀୟ
(ଘ) ରାସାୟନିକ
(ଙ) ଭୂଅଭ୍ୟନ୍ତର
Question 3.
କାରଣ ଲେଖ ।
(କ) ସମୁଦ୍ର ଜଳ ପ୍ରାୟ ଶେଷ ହୁଏ ନାହିଁ ।
(ଖ) ବର୍ଷାଦିନେ ଲୁଗା ଶୀଘ୍ର ଶୁଖେ ନାହିଁ ।
(ଗ) ଗରମ ତରକାରୀ ପ୍ଲେଟ୍ରେ ଖାଇବା ସୁବିଧା ।
ଉ –
(କ)
- ସମୁଦ୍ରର ଜଳ ଜଳୀୟବାଷ୍ପ ଆକାରରେ ଉପରକୁ ଯାଏ, ଜଳୀୟବାଷ୍ପଗୁଡ଼ିକ ଥଣ୍ଡାହୋଇ ମେଘରେ ପରିଣତ ହୁଏ ଓ ଏଥୁରୁ ଜଳ ବର୍ଷା ଆକାରରେ ଭୂପୃଷ୍ଠକୁ ଫେରିଆସେ ।
- ଏହି ଜଳଚକ୍ର ଯୋଗୁଁ ସମୁଦ୍ର ଜଳ ପ୍ରାୟ ଶେଷ ହୁଏ ନାହିଁ ।
(ଖ)
- ବର୍ଷାଦିନେ ବାୟୁମଣ୍ଡଳରେ ଅଧିକ ଜଳୀୟବାଷ୍ପ ରହିଥାଏ ।
- ତେଣୁ ବାୟୁ ଓଦା ଲୁଗାରୁ ଶୀଘ୍ର ଜଳୀୟବାଷ୍ପ ଗ୍ରହଣ କରିପାରେ ନାହିଁ; ଫଳରେ ବର୍ଷାଦିନେ ଓଦା ଲୁଗା ଶୀଘ୍ର ଶୁଖେ ନାହିଁ ।
(ଗ)
- ଗରମ ତରକାରୀ ଗିନାରେ ଥିଲେ ସେଥୁ ବାହାରୁଥିବା ବାମ୍ଫ ବା ଜଳୀୟବାଷ୍ପ ଶୀଘ୍ର ବାହାରିପାରେ ନାହିଁ ।
- ପ୍ଲେଟ୍ରେ ତରକାରୀ ରଖିଲେ ବାୟୁ ଚଳାଚଳ ଯୋଗୁଁ ବାଷ୍ପୀଭବନ ଶୀଘ୍ର ହୋଇ ତରକାରୀ ଥଣ୍ଡା ହୁଏ । ତେଣୁ ଗରମ ତରକାରୀକୁ ପ୍ଲେଟ୍ରେ ଖାଇବା ସୁବିଧା ହୁଏ ।
Question 4.
ବାମ ପାର୍ଶ୍ଵର ସାମଞ୍ଜସ୍ୟକୁ ଦେଖୁ ଦକ୍ଷିଣ ପାର୍ଶ୍ଵର ଶୂନ୍ୟସ୍ଥାନ ପୂରଣ କର ।
(କ) ଲୁଗା ଶୁଖି : ବାଷ୍ପୀଭବନ :: ଜଳୀୟବାଷ୍ପ ଜଳ ହେବା : …………………….
(ଖ) ବରଫ : କଠିନ : : ବାମ୍ଫ : …………………….
(ଗ) ଘଡ଼ଘଡ଼ି : ଶବ୍ଦ : : ବିଜୁଳି : …………………….
ଉ –
(କ) ଘନୀକରଣ
(ଖ) ଗ୍ୟାସୀୟ
(ଗ) ସ୍ପାର୍କ୍
Question 5.
‘କ’ ଧାଡ଼ି ଶବ୍ଦକୁ ‘ଖ’ ଧାଡ଼ିର ଶବ୍ଦ ସହ ମିଳାଇ ଅର୍ଥସୂଚକ ବାକ୍ୟ ଗଠନ କର ।
‘କ’ ଧାଡ଼ି – ବାଷ୍ପୀଭବନ, ଘନୀକରଣ, ବାଷ୍ପୀମୋଚନ, ଜଳଚକ୍ର
‘ଖ’ ଧାଡ଼ି – ଗଛ, ବରଫ, ବାମ୍ଫ, ସମୁଦ୍ର ଜଳ, କରକା
ଉ –
ବାଷ୍ପୀଭବନ – ବାମ୍ଫ
ଘନୀକରଣ – କରକା
ବାଷ୍ପୀମୋଚନ – ଗଛ
ଜଳଚକ୍ର – ସମୁଦ୍ର ଜଳ
- ବାଷ୍ପୀଭବନ ପ୍ରକ୍ରିୟାରେ ଜଳରୁ ବାମ୍ଫ ଆପେ ଆପେ ବାହାରି ବାୟୁମଣ୍ଡଳରେ ମିଶିଥାଏ ।
- ଘନୀକରଣ ପ୍ରକ୍ରିୟାରେ ଗ୍ୟାସୀୟ ପଦାର୍ଥ କରକା ନାମକ ତରଳ ପଦାର୍ଥରେ ପରିଣତ ହୁଏ ।
- ବାଷ୍ପୀମୋଚନ ପ୍ରଣାଳୀରେ ଗଛ ବଳକା ଜଳକୁ ତ୍ୟାଗ କରେ ।
- ଜଳଚକ୍ରଦ୍ବାରା ଅଧିକାଂଶ ଜଳ ସମୁଦ୍ର ଜଳରେ ମିଶିଯାଏ ।
Question 6.
ଚାରୋଟି ମହାସାଗର, ଏତେ ନଈ, ନାଳ, ପୋଖରୀ ଥାଉ ଥାଉ ସମସ୍ତେ କହୁଛନ୍ତି ଯେ ଜଙ୍ଗଲ କାଟିଦେବାରୁ ବର୍ଷା କମିଗଲାଣି । ଏପରି ଉକ୍ତିର କାରଣ ଦର୍ଶାଅ ।
ଉ –
- ଜଙ୍ଗଲରେ ବୃକ୍ଷଲତା ପୂର୍ଣ୍ଣ ଥାଏ ।
- ଉଦାହରଣସ୍ୱରୂପ, 50ଟି ପତ୍ରଥିବା ଗୋଟିଏ ଉଭିଦ ଦିନକୁ 2 ଲିଟର ଜଳ ଜଳୀୟବାଷ୍ପ ରୂପେ ବାୟୁମଣ୍ଡଳକୁ ଛାଡ଼ିଥାଏ ।
- କିଲୋମିଟର କିଲୋମିଟର ବ୍ୟାପୀ ଘନ ଜଙ୍ଗଲର ବୃକ୍ଷଲତା ବାୟୁମଣ୍ଡଳକୁ ବହୁ ପରିମାଣରେ ଜଳୀୟବାଷ୍ପ ଛାଡ଼ନ୍ତି ।
- ବୃକ୍ଷଲତା ଏତେ ପରିମାଣରେ ଜଳୀୟବାଷ୍ପ ଛାଡୁଥିବାରୁ ଜଙ୍ଗଲର ଉପରିଭାଗରେ ଥିବା ବାୟୁମଣ୍ଡଳ ଶୀତଳ ରହେ । ଯାହାଫଳରେ ମେଘ ଏହି ଶୀତଳ ବାୟୁମଣ୍ଡଳର ସଂସ୍ପର୍ଶରେ ଆସି ଥଣ୍ଡା ହୋଇ ବର୍ଷା କରାଏ । ତେଣୁ ଜଙ୍ଗଲ କାଟିଦେଲେ ବର୍ଷା କମିଯାଏ ।
ପ୍ରାକୃତିକ ଘଟଣାବଳୀ Notes :
ବର୍ଷା, ବନ୍ୟା, ମରୁଡ଼ି, ବାତ୍ୟା ଓ ଭୂମିକମ୍ପ ପରି ବହୁ ପ୍ରାକୃତିକ ଘଟଣାରୁ ରକ୍ଷା ପାଇବା ପାଇଁ ଲୋକମାନେ ତଥା ସରକାର ଅନେକ ଉପାୟ ଅବଲମ୍ବନ କରୁଛନ୍ତି । ତୁମମାନଙ୍କ ମଧ୍ୟରୁ ଅନେକ ୧୯୯୯ ମସିହା ମହାବାତ୍ୟା ବିଷୟରେ ଜାଣିଥିବ । ୨୦୧୩ ଫାଇଲିନ୍ ଓ ୨୦୧୪ ହୁଡା଼ହୁତ୍ ବାତ୍ୟା ବିଭିଷିକାକୁ ନିଜେ ସମ୍ମୁଖୀନ ହୋଇଥବ । ଅତି ଅପରିଚିତ ବର୍ଷା, ଘଡ଼ଘଡ଼ି ଓ ବିଜୁଳି ପ୍ରଭୃତି କେତେକ ପ୍ରାକୃତିକ ଘଟଣା ବିଷୟରେ ଏଠାରେ ଆଲୋଚନା ହୋଇଛି ।
ଲୋକମାନେ ବର୍ଷାରେ ରାସ୍ତାରେ ଯାଉଛନ୍ତି । ପିଲାଏ ବିଜୁଳି ମାରିବା ପରି ଜଣାପଡୁଛନ୍ତି । ଆମେ ସମସ୍ତେ ପ୍ରାୟ ଘଡ଼ଘଡ଼ି ଓ ବିଜୁଳିକୁ ଡରୁ । ବର୍ଷା ଘଡ଼ଘଡ଼ି ଓ ବିଜୁଳି କାହିଁକି ମାରେ ଏ ବିଷୟରେ ଆମେ ଜାଣି ପାରିବା । ଦେଖ୍ ଚମକୁଛନ୍ତି ଓ ଘଡ଼ଘଡ଼ି ଶବ୍ଦରେ ଡରିଗଲା କିପରି ହୁଏ । ବର୍ଷାବେଳେ ବା ବର୍ଷା ପୂର୍ବରୁ ଘଡ଼ଘଡ଼ି ଓ ବିଜୁଳି କାହିଁକି ମାରେ ଏ ବିଷୟରେ ଆମେ ଜାଣି ପାରିବା ।
→ ବାଷ୍ପୀଭବନ :
- ଆପେ ଆପେ ଜଳ ବାଷ୍ପ ହୋଇ ବାୟୁମଣ୍ଡଳରେ ମିଶିବାକୁ ବାଷ୍ପୀଭବନ କହନ୍ତି । ବାହାରୁ ଥିବା ବାଷ୍ପ ଜଳୀୟବାଷ୍ପ ଅଟେ ।
- ବାହ୍ୟପୃଷ୍ଠର କ୍ଷେତ୍ରଫଳ ଅଧିକ ହେଲେ, ତାପମାତ୍ରା ବଢ଼ିଲେ, ସୂର୍ଯ୍ୟକିରଣ ପଡ଼ିଲେ, ବାୟୁ ଚଳାଚଳ ହେଲେ ବାଷ୍ପୀଭବନ ଅଧିକ ବେଗରେ ହୁଏ ।
ତୁମପାଇଁ କାମ : ୧
ତୁମ ସାଙ୍ଗମାନଙ୍କ ପାଖରୁ କିଛି ରୁମାଲ ସଂଗ୍ରହ କର । ସେଗୁଡ଼ିକୁ ପାଣିରେ ବୁଡ଼ାଇ ଓଦା କର । ଗୋଟିଏ ଓଦା ରୁମାଲକୁ ଜାକିଜୁକି ରଖ । ଅନ୍ୟଟିକୁ ସୂତା ବା ତାର ବାନ୍ଧି ଝୁଲାଇ ଦିଅ । ଗୋଟିଏ ରୁମାଲକୁ ଘର ଭିତରେ ଓ ଅନ୍ୟଟିକୁ ଘର ବାହାରେ ଟାଙ୍ଗ । ଗୋଟିଏ ରୁମାଲକୁ ଫ୍ୟାନତଳେ ପବନ ହେଉଥିବା ସ୍ଥାନରେ ଝୁଲାଇ ରଖ । କ’ଣ ସବୁ ଦେଖୁଲ, ସାଙ୍ଗମାନଙ୍କ ସହିତ ଓ ଶିକ୍ଷକଙ୍କ ସହିତ ଆଲୋଚନା କର ।
- ଆପେ ଆପେ ବାଷ୍ପ ହୋଇ ଜଳ ବାୟୁମଣ୍ଡଳରେ ମିଶିବାକୁ ବାଷ୍ପୀଭବନ କହନ୍ତି । ବାହାରୁଥିବା ବାଷ୍ପ ଜଳୀୟ ବାଷ୍ପ କୁହାଯାଏ ।
- ବାଷ୍ପୀଭବନ ପ୍ରକ୍ରିୟାରେ ନଦୀ, ନାଳ, ପୋଖରୀ, ହ୍ରଦ ଓ ସମୁଦ୍ର ପାଣି ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳକୁ ଯାଏ ।
ଓଦା ବିସ୍ତୁର ବାହ୍ୟପୃଷ୍ଠର କ୍ଷେତ୍ରଫଳ ଅଧିକ ହେଲେ, ତାପମାତ୍ରା ବଢ଼ିଲେ, ସୂର୍ଯ୍ୟକିରଣ ପଡ଼ିଲେ, ବାୟୁ ଚଳାଚଳ ହେଲେ ବାଷ୍ପୀଭବନ ଅଧିକ ବେଗରେ ହୁଏ । ଏହି ପ୍ରକ୍ରିୟାରେ ନଦୀ, ନାଳ, ପୋଖରୀ, ହ୍ରଦ ଓ ସମୁଦ୍ର ପାଣି ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳକୁ ଯାଏ । ଏହି ବାଷ୍ପୀଭବନ ପ୍ରକ୍ରିୟା ଜଳାଧାରର ପୃଷ୍ଠଭାଗରେ ସଂଗଠିତ ହୋଇଥାଏ ।
→ ବାଷ୍ପୀକରଣ :
- ଯେଉଁ ପ୍ରକ୍ରିୟାରେ ଜଳକୁ ଉତ୍ତପ୍ତ କରି ବାମ୍ଫ ବା ଜଳୀୟବାଷ୍ପ ସୃଷ୍ଟି କରାଯାଏ, ତାହାକୁ ବାଷ୍ପୀକରଣ କୁହାଯାଏ ।
- ରୋଷେଇବେଳେ, କଳକାରଖାନାରୁ ଓ ଶିଳ୍ପ ଅଞ୍ଚଳରୁ ଜଳ ବାଷ୍ପୀକରଣ ପ୍ରକ୍ରିୟାରେ ବାଷ୍ପ ହୋଇ ବାୟୁମଣ୍ଡଳରେ ମିଶେ ।
ତୁମପାଇଁ କାମ : ୨
ଗୋଟିଏ କାଚ ବିକର ବା ଫ୍ଲସ୍କ ନିଅ ।
ସେଥରେ କିଛି ପାଣି ପୂରାଅ ଓ କିଛି ଲୁଣ ପକାଅ । ଗୋଟିଏ ଷ୍ଟାଣ୍ଡ୍ ବା ଚିମୁଟାରେ ତାକୁ ଝୁଲାଇ ରଖ । ତଳୁ ସ୍ପିରିଟ୍ ଲ୍ୟାମ୍ପ୍ ଦ୍ବାରା ଗରମ କର । କଣ ଦେଖୁଛ ? କିଛି ସମୟପରେ ପାଣି ଫୁଟି ବାମ୍ଫ ହେଉଛି ଏହି ବାମ୍ଫଗୁଡ଼ିକ ବାୟୁମଣ୍ଡଳକୁ ଚାଲିଯାଉଛି ଓ ଲୁଣ ତଳେ ରହିଯାଉଛି ।
ତାହାକୁ ବାଷ୍ଟୀକରଣ କୁହାଯାଏ । ରୋଷେଇ ବେଳେ, କଳକାରଖାନାରୁ ଓ ଶଳ୍ପ ଅଞ୍ଚଳରୁ ଜଳ ଏହି ପ୍ରକ୍ରିୟାରେ ବାଷ୍ପ ହୋଇ ବାୟୁମଣ୍ଡଳରେ ମିଶେ ।
କରି ପ୍ରଥମେ ଉତ୍ତପ୍ତ ହୋଇ ଉର୍ଦ୍ଧ୍ୱଗାମୀ ହୁଅନ୍ତି ।
→ ବାଷ୍ପୀମୋଚନ :
- ବୃକ୍ଷ ତା’ର ମୂଳ ସାହାଯ୍ୟରେ ମାଟିରୁ ଜଳ ନିଏ । ଖାଦ୍ୟ ତିଆରି ଓ ଅନ୍ୟାନ୍ୟ କାର୍ଯ୍ୟପାଇଁ ବୃକ୍ଷ କିଛି ଜଳ ବିନିଯୋଗ କରେ । ବଳକା ଜଳକୁ ଉଵେଦନ ପ୍ରକ୍ରିୟାରେ ବାୟୁମଣ୍ଡଳକୁ ଛାଡ଼େ ।
- ଯେଉଁ ପ୍ରକ୍ରିୟାରେ ବୃଷ ବଳକା ଜଳକୁ ତ୍ୟାଗକରେ, ତାହାକୁ ବାଷ୍ପୀମୋଚନ କହନ୍ତି; ଅର୍ଥାତ୍ ଉଭିଦ ସାହାଯ୍ୟରେ ଭୂନିମ୍ନସ୍ଥ ଜଳ ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳକୁ ଯାଏ ।
ତୁମ ପାଇଁ କାମ – ୩
ତୁମ ବିଦ୍ୟାଳୟର ବଗିଚାରୁ ଫୁଲକୁଣ୍ଡଟିଏ ଆଣ । ସେଥିରେ କିଛି ପାଣି ଦିଅ । କୁଣ୍ଡ ଉପରେ ଗଛ ଚାରି ପାଖରେ ଭଲ କାଗଜଟିଏ ଘୋଡ଼ାଇଦିଅ । ଯଦି ତୁମ ବିଦ୍ୟାଳୟରେ ବେଲଜାର୍ ଥାଏ, ଫୁଲ ଗଛ ଉପରେ ଘୋଡ଼ାଅ । ନତୁବା ଯେ କୌଣସି ଉଚ୍ଚ କାଚ ପାତ୍ର ଘୋଡ଼େଇ ଖରାରେ ରଖ । ୨/୩ ଘଣ୍ଟାପରେ ଦେଖ । କ’ଣ ଦେଖୁଛ ? ଜଳ ପାତ୍ରରେ ଜଳ ଆସିଲା କେଉଁଠୁ ? ଯେଉଁ ପ୍ରକ୍ରିୟାରେ ବୃକ୍ଷ ବଳକା ଜଳକୁ ତ୍ୟାଗ କରେ, ତାହାକୁ ଉଚ୍ଛେଦନ କହନ୍ତି । ଏହିପରି ଉଭିଦ ସାହାଯ୍ୟରେ ଭୂନିମ୍ନସ୍ଥ ଜଳ ଜଳୀୟବାଷ୍ପ ଆକାରରେ ବାୟୁମଣ୍ତଳକୁ ଯାଏ ।
→ ଘନୀକରଣ :
ତୁମ ପାଇଁ କାମ – ୪
- ଗୋଟିଏ ବଡ଼ ପାତ୍ରରେ କିଛି ପାଣି ନିଅ । ଅନ୍ୟ ଏକ ଛୋଟ ପାତ୍ରରେ କିଛି ତୁଳା ନେଇ ଛୋଟ ପାତ୍ରଟିକୁ ବଡ଼ ପାତ୍ରର ପାଣି ଭିତରେ ଅଧା ବୁଡ଼ାଇ ରଖ । ବଡ଼ ପାତ୍ରର ମୁହଁକୁ ଜରିରେ ବାନ୍ଧି ତା ଉପରେ ଛୋଟ ଗୋଡ଼ିଟିଏ ରଖ । କିଛି ସମୟ ପରେ ବଡ଼ ପାତ୍ରର ମୁହଁ ଖୋଲି ସାନ ପାତ୍ରରେ ଥିବା ତୁଳାରେ ହାତ ମାର । ଏହା ଓଦା ହେଲା କିପରି ?
- ବଡ଼ ପାତ୍ରର ଜଳ ବାଷ୍ପୀଭବନ ପ୍ରଣାଳୀରେ ଉପରକୁ ଯାଇ ପାତ୍ର ମୁହଁରେ ବନ୍ଧା ହୋଇଥବା ଜରିରେ ବାଜିଲା ଏବଂ ଜଳ ବିନ୍ଦୁରେ ପରିଣତ ହୋଇ ସାନପାତ୍ରର ତୁଳା ଉପରେ ପଡ଼ିବାରୁ ତାହା ଓଦା ହେଲା ।
- ଗ୍ୟାସୀୟ ପଦାର୍ଥକୁ ଥଣ୍ଡାକଲେ ତାହା ତରଳ ପଦାର୍ଥରେ ପରିଣତ ହୁଏ ।
- ଯେଉଁ ପ୍ରଣାଳୀରେ ଗ୍ୟାସୀୟ ପଦାର୍ଥ ତରଳ ପଦାର୍ଥରେ ପରିଣତ ହୁଏ, ତାହାକୁ ଘନୀକରଣ କହନ୍ତି ।
- ଜଳୀୟବାଷ୍ପ ଥଣ୍ଡାହୋଇ ଜଳରେ ପରିଣତ ହୁଏ । ଘନୀକରଣ, ବାଷ୍ପୀକରଣର ବିପରୀତ ପ୍ରକିୟା ।
- ଜଳୀୟବାଷ୍ପ ଥଣ୍ଡାହୋଇ ମେଘ ସୃଷ୍ଟି କରେ ।
- ଶୀତଦିନେ ଘାସରେ କାକର ପଡ଼େ ।
ବାଷ୍ପୀକରଣ ଓ ଘନୀକରଣ ପ୍ରକ୍ରିୟା ଫଳରେ ବର୍ଷା ଓ ଜଳଚକ୍ରର ସୃଷ୍ଟି ହୁଏ ।
→ ଜଳର ବିଭିନ୍ନ ଅବସ୍ଥା :
- ଜଳ ତିନୋଟି ଅବସ୍ଥାରେ ମିଳେ; ଯଥା – କଠିନ, ତରଳ ଓ ଗ୍ୟାସୀୟ ।
- ବରଫ ଜଳର କଠିନ ଅବସ୍ଥା, ଜଳ ନିଜେ ତା’ର ତରଳ ଅବସ୍ଥା ଓ ଜଳୀୟବାଷ୍ପ (ବାମ୍ଫ) ଜଳର ଗ୍ୟାସୀୟ ଅବସ୍ଥା ।
→ ଜଳଚକ୍ର :
- ବାଷ୍ପୀଭବନ ପ୍ରଣାଳୀରେ ନଦୀ, ନାଳ, ହ୍ରଦ, ସମୁଦ୍ର ପ୍ରଭୃତିର ଜଳ ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳରେ ମିଶେ ।
- ରୋଷେଇ, କଳ କାରଖାନାର ଜଳ ବାଷ୍ପୀକରଣ ପ୍ରଣାଳୀରେ ଜଳୀୟବାଷ୍ପ ବା ବାମ୍ଫ ଆକାରରେ ବାୟୁମଣ୍ଡଳକୁ ଯାଏ ।
- ଖାଦ୍ୟ ତିଆରି ଓ ବୃଦ୍ଧିପାଇଁ ଉଭିଦଟିଏ ଜଳ ଆବଶ୍ୟକ କରେ ଏବଂ ବଳକା ଜଳ କୁ ବାଷ୍ପୀଭବନ ବା ଉମ୍ବେଦନ ପ୍ରଣାଳୀରେ ଜଳୀୟବାଷ୍ପ ଆକାରରେ ବାୟୁମଣ୍ଡଳ କୁ ଛାଡ଼େ ।
- ବାୟୁମଣ୍ଡଳର ଅତି ଉଚ୍ଚରେ ଏତେ ଥଣ୍ଡା ଅନୁଭୂତ ହୁଏ ଯେ ସେଠାରେ ଥବା ଜଳୀୟବାଷ୍ପ ଜଳବିନ୍ଦିରେ ପରିଣତ ହୋଇ ମେଘ ସଷ୍ଟକରେ । ମେଘ ଅଧ୍କ ଥଣ୍ଡା ହୋଇ ଜଳ ହୁଏ । ବର୍ଷା ଆକାରରେ ସେହି ଜଳ ଭୂପୃଷ୍ଠକୁ ଆସେ ।
- ଭୂପୃଷ୍ଠର ଜଳ ଜଳୀୟବାଷ୍ପ ଆକାରରେ ଉପରକୁ ଯାଇ ପୁଣି ଜଳୀୟବାଷ୍ପଗୁଡ଼ିକ ଥଣ୍ଡାହୋଇ ଜଳ ଆକାରରେ ଭୂପୃଷ୍ଠକୁ ଫେରିବାକୁ ଜଳର ଚକ୍ରାକାର ଗତି ବା ଜଳଚକ୍ର କହନ୍ତି ।
ବର୍ଷା :
- ଭୂପୃଷ୍ଠ ଓ ଭୂନିମ୍ନସ୍ଥ ଜଳ ବିଭିନ୍ନ ପ୍ରଣାଳୀରେ ଜଳୀୟବାଷ୍ପ ଆକାରରେ ଉପରକୁ ଯାଏ ଓ ବାୟୁମଣ୍ଡଳର ଥଣ୍ଡା ସ୍ତରର ସଂସ୍ପର୍ଶରେ ଜଳବିନ୍ଦୁରେ ପରିଣତ ହୁଏ । ଏହି ଜଳ ବିନ୍ଦୁଗୁଡ଼ିକ ବାୟୁମଣ୍ଡଳର ଥଣ୍ଡା ସ୍ତରରେ ଏକତ୍ର ହୋଇ ମେଘ ସୃଷ୍ଟି କରିଥା’ନ୍ତି ।
- ଜଳବିନ୍ଦୁଗୁଡ଼ିକ ଏକତ୍ର ହେଲେ ତା’ର ଆକାର ବଢ଼ିଯାଏ ଓ ଓଜନିଆ ହୋଇ ତଳକୁ ଖସେ । ଏହାକୁ ବର୍ଷା କହନ୍ତି ।
- ବେଳେବେଳେ ଅତି ଥଣ୍ଡାରେ ଜଳବିନ୍ଦୁଗୁଡ଼ିକ ବରଫ ପାଲଟିଯାଏ ସେଥ୍ପାଇଁ କରକାପାତ ବା ବରଫବର୍ଷା ହୁଏ ।
→ ବିଜୁଳି ଓ ଘଡ଼ଘଡ଼ି :
ତୁମ ପାଇଁ କାମ – ୫
- ଚାରୋଟି ସେଲ୍ଥ ଗୋଟିଏ ବ୍ୟାଟେରୀ ଯୋଗାଡ଼ କର । ବ୍ୟାଟେରୀର ଯୁକ୍ତମେରୁ ଯେଉଁଥରେ (+) ଚିହ୍ନ ଥାଏ, ସେଥୁରେ ଖଣ୍ଡେ ବିଦ୍ୟୁତ୍ ତାରର ଗୋଟିଏ ମୁଣ୍ଡର ଅପରିବାହୀ ଅଂଶକୁ ଛଡ଼ାଇ ଯୋଡ଼ । ସେହିପରି ଅନ୍ୟ ଖଣ୍ଡେ ବିଦ୍ୟୁତ୍ ତାର ନେଇ ବ୍ୟାଟେରୀର ବିଯୁକ୍ତମେରୁ ଯେଉଁଥିରେ (-) ଚିହ୍ନ ଥାଏ ସେଠାରେ ଯୋଡ଼ । ବିଦ୍ୟୁତ୍ ତାରର ଅନ୍ୟ ମୁଣ୍ଡ ଦୁଇଟିକୁ ଖୁବ୍ ପାଖାପାଖୁ ଧର । କ’ଣ ହେଉଛି ଲକ୍ଷ୍ୟ କର । ଅଗ୍ନିକଣା ବା ସ୍ପାର୍କ ଦେଖୁବ ଓ ଚଡ଼ଚିଡ଼ ଶବ୍ଦ ମଧ୍ୟ ଶୁଣିପାରିବ ।
- ରାସ୍ତାର ବିଜୁଳି ଖୁଣ୍ଟରେ ବା ଘର ମିଟର ବାକ୍ସ ପାଖରେ କେତେବେଳେ କେମିତି ଯଦି ନଗ୍ନ ବିଜୁଳି ତାର ପାଖାପାଖୁ ଏକତ୍ର ହୋଇଯାଆନ୍ତି, ତେବେ ସେଠାରେ ସ୍ପାର୍କ ଦେଖୁବ ଓ ଚଡ଼ଚଡ଼ ଶବ୍ଦ ମଧ୍ୟ ଶୁଣିପାରିବ ।
- ବାୟୁମଣ୍ଡଳରେ ଥିବା ମେଘର ଜଳବିନ୍ଦୁଗୁଡ଼ିକ ଦୁଇପ୍ରକାର ଚାର୍ଜଯୁକ୍ତ ହୋଇଥାଆନ୍ତି । କେତେକ ମେଘ ଯୁକ୍ତ ଚାର୍ଜ (+)ର ଜଳକଣା ଓ ଅନ୍ୟ କେତେକ ମେଘରେ ବିଯୁକ୍ତାତ୍ମକ (-)ର ଜଳକଣା ଥାଏ ।
- ଝଡ଼ ସମୟରେ ଯେତେବେଳେ ଅଧିକ ବେଗରେ ପବନ ବହୁଥାଏ ସେତେବେଳେ ବିଷମ ଚାର୍ଜ ବିଶିଷ୍ଟ ମେଘ ମେଘ ସହିତ ପ୍ରଚଣ୍ଡ ବେଗରେ ଗତିକରି ନିଜ ନିଜର ନିକଟବର୍ତ୍ତୀ ହୁଅନ୍ତି । ବିଷମ ଚାର୍ଜର ଆକର୍ଷଣ ବଳରେ ସେମାନଙ୍କ ଭିତରେ ଥିବା ବାୟୁ ଉତ୍ତପ୍ତ ହୋଇ ସ୍ପାର୍କ ସୃଷ୍ଟିକରେ ଓ ଶବ୍ଦ ମଧ୍ୟ ବାହାରେ ।
- ମେଘ ବାଡେଇ ହେଲେ ବା ବିଦ୍ୟୁତ୍ ଚାର୍ଜ ଭୂମି ଆଡ଼କୁ ଗତିକଲେ ବାୟୁ ସ୍ତରରେ ଅତ୍ୟଧ୍ଵ ଚାପରେ ସ୍ପାର୍କ ଓ ଶବ୍ଦ ସୃଷ୍ଟି ହୁଏ ।
- ମେଘରେ ସୃଷ୍ଟି ହେଉଥିବା ସ୍ପାର୍କକୁ ବିଜୁଳି ଓ ଶବ୍ଦକୁ ଘଡ଼ଘଡ଼ି କୁହାଯାଏ । ଆଲୋକର ବେଗ, ଶବ୍ଦର ବେଗଠାରୁ ଅଧ୍ଵ ।