BSE Odisha 6th Class Science Solutions Chapter 8 ପରିସ୍ଥାନ

Odisha State Board BSE Odisha 6th Class Science Solutions Chapter 8 ପରିସ୍ଥାନ Textbook Exercise Questions and Answers.

BSE Odisha Class 6 Science Solutions Chapter 8 ପରିସ୍ଥାନ

Question 1.
ଗୋଟିଏ ବା ଦୁଇଟି ବାକ୍ୟରେ ଉତ୍ତର ଦିଅ ।

(କ) ପରିସ୍ଥାନ କାହାକୁ କୁହାଯାଏ ?
ଉ –
(i) ଉଦ୍ଭିଦ ଓ ପ୍ରାଣୀମାନଙ୍କର ବାସସ୍ଥାନ ଓ ତା’ର ଚତୁଃପାର୍ଶ୍ୱକୁ ପରିସ୍ଥାନ କୁହାଯାଏ ।
(ii) ପରିସ୍ଥାନ ହେଉଛି ପରିବେଶର ଏକ ଅଂଶବିଶେଷ ।

(ଖ) ଉଭିଦର ଉପଯୋଜନ କାହିଁକି ଆବଶ୍ୟକ ?
ଉ –
ପରିବେଶର ପରିବର୍ତ୍ତନ ହେଲେ ସେଥ‌ିରେ ତିଷ୍ଠିରହିବାପାଇଁ ଉଭିଦର ଉପଯୋଜନ ଆବଶ୍ୟକ ହୋଇଥାଏ ।

(ଗ) ତିନୋଟି ଅଜୈବିକ କାରକର ନାମ ଲେଖ ।
ଉ –
ଜଳ, ବାୟୁ ଓ ଆଲୋକ ତିନୋଟି ଅଜୈବିକ କାରକ ।

BSE Odisha 6th Class Science Solutions Chapter 8 ପରିସ୍ଥାନ

Question 2.
କାରଣ ଲେଖ ।
(କ) ମାଛକୁ ପାଣିରୁ କାଢ଼ିଆଣିଲେ ସେ ମରିଯାଏ ।
ଉ –
(i) ଆମେ ଫୁସ୍‌ଫୁସ୍ ସାହାଯ୍ୟରେ ଶ୍ଵାସକ୍ରିୟା କଲାପରି ମାଛମାନେ ଗାଲିସି ସାହାଯ୍ୟରେ ଶ୍ଵାସକ୍ରିୟା କରନ୍ତି ।
(ii) ଜଳରେ ଦ୍ରବୀଭୂତ ହୋଇଥ‌ିବା ଅମ୍ଳଜାନର କିଛି ଅଂଶ ମାଛ ଶ୍ଵାସକ୍ରିୟାରେ ଗ୍ରହଣ କରି ବଞ୍ଚେ । ମାଛକୁ ପାଣିରୁ କାଢ଼ିଆଣିଲେ ସେ ବାୟୁମଣ୍ଡଳରୁ ଅମ୍ଳଜାନ ଗ୍ରହଣ କରି ନପାରି ମରିଯାଏ ।

(ଖ) ଘୋଡ଼ା ମରୁଭୂମିରେ ରହିବା ସମ୍ଭବ ନୁହେଁ ।
ଉ –
(i) ଘୋଡ଼ାର ପାଦଦ୍ଵୟ ମରୁବାଲିରେ ଚାଲିବାରେ ସହାୟକ ହୁଏ ନାହିଁ ଏବଂ ଖାଦ୍ୟଭାବ ସମୟରେ ତା’ର
(ii) ଘୋଡ଼ାର ଶରୀର ମରୁଭୂମିରେ ରହିବାପାଇଁ ଉପଯୋଜିତ ହୁଏ ନାହିଁ । ତେଣୁ ଘୋଡ଼ା ମରୁଭୂମିରେ

(ଗ) କଲରା ଗଛ ସିଧା ଛିଡ଼ାହୋଇ ରହିପାରେ ନାହିଁ ।
ଉ –
(i) କଲରା ଏକ ଲତାଜାତୀୟ ଦୁର୍ବଳ ଉଭିଦ ଓ ଏହାର କାଣ୍ଡ ସରୁ ଓ ନରମ ।
(ii) କଲରା କାଣ୍ଡ ଦୁର୍ବଳ ହୋଇଥିବାରୁ ସେ ଅନ୍ୟର ସହାୟତାରେ ବଢ଼େ । ସେଥ‌ିପାଇଁ କଲରା ଗଛର କାଣ୍ଡ ଅଗରେ ଆକର୍ଷୀ ଥାଏ । ତେଣୁ କଲରା ଗଛ ସିଧା ଛିଡ଼ାହୋଇ ରହିପାରେ ନାହିଁ ।

Question 3.
କେଉଁଟି ଠିକ୍ (✓) ଚିହ୍ନଦ୍ୱାରା ଦର୍ଶାଅ ।
(କ) କାକୁଡ଼ି ଲତାର ଆକର୍ଷୀ ଏହାକୁ ମାଡ଼ିବାରେ ସାହାଯ୍ୟ କରେ ।
(ଖ) ମାଛର ଲାଞ୍ଜ ଦିଗ ପରିବର୍ତ୍ତନରେ ସାହାଯ୍ୟ କରେ ।
(ଗ) ଖଜୁରୀ ଏକ ମରୁଜ ଉଦ୍ଭଦ ।
(ଘ) ଓଟ ଏକ ଜଳଜ ଉଦ୍ଭିଦ ।
ଉ –
(କ) ✓
(ଖ) ✓
(ଗ) ✓
(ଘ) (✗)

BSE Odisha 6th Class Science Solutions Chapter 8 ପରିସ୍ଥାନ

ପରିସ୍ଥାନ Notes :

→ ଉପକ୍ରମ :

  • ତୁମେ ରହୁଥ‌ିବା ଅଞ୍ଚଳରେ କିମ୍ବା ଗାଁରେ ପୋଖରୀ ବା ଗାଡ଼ିଆ ଦେଖୁଥ‌ିବ । ଜଙ୍ଗଲରେ ଅନେକ ଜୀବ ରହୁଥ‌ିବା ମଧ୍ୟ ଜାଣିଥ‌ିବ ।
  • ଉଭିଦ ଓ ପ୍ରାଣୀମାନଙ୍କର ବାସସ୍ଥାନ ଓ ତା’ର ଚତୁଃପାର୍ଶ୍ୱକୁ ପରିସ୍ଥାନ କୁହାଯାଏ ।
    BSE Odisha 6th Class Science Solutions Chapter 8 ପରିସ୍ଥାନ - 1
  • ପୋଖରୀ, ଗାଡ଼ିଆ ଓ ଜଙ୍ଗଲରେ ବିଭିନ୍ନ ପ୍ରକାରର ଜୀବ ରହିଥା’ନ୍ତି । ସେମାନଙ୍କରଏକ ତାଲିକା ପ୍ରସ୍ତୁତ କରି କେଉଁମାନେ ଉଭିଦ ଓ କେଉଁମାନେ ପ୍ରାଣୀ ଚିହ୍ନଟ କରି ଏକ ସାରଣୀ କର ।
    BSE Odisha 6th Class Science Solutions Chapter 8 ପରିସ୍ଥାନ - 2

→ ପରିସ୍ଥାନ (Habitat) କ’ଣ:

  • ପ୍ରତ୍ୟେକ ଜୀବ ହେଉଛି ଜୀବଜଗତର ଏକ ଜୈବିକ ଏକକ । ଜୀବମାନଙ୍କ ଶରୀର ହେଉଛି ଜୈବିକ ପଦାର୍ଥର ସମାହାର ।
  • ଗୋଟିଏ ପରିସ୍ଥାନରେ ଅନେକ ପ୍ରକାରର ପ୍ରାଣୀ ଓ ଉଦ୍ଭିଦ ରହିଥା’ନ୍ତି । ପରିସ୍ଥାନରେ ଜୀବର ବୃଦ୍ଧି ହୁଏ ଓ ବଂଶ ବିସ୍ତାର ହୋଇ ମୃତ୍ୟୁ ମଧ୍ଯ ହୋଇଥାଏ ।
  • ପରିସ୍ଥାନ ହେଉଛି ପରିବେଶର ଏକ ଅଂଶବିଶେଷ । ପରିସ୍ଥାନ ଭିନ୍ନ ଭିନ୍ନ ଉପାଦାନକୁ ନେଇ ଗଠିତ । ପରିସ୍ଥାନ ଦୁଇଟି ଉପାଦାନରେ ଗଠିତ; ଯଥା – ଜୈବିକ କାରକ ଓ ଅଜୈବିକ କାରକ ।

→ ଜୈବିକ କାରକ :

  • ଏକ ନିର୍ଦ୍ଦିଷ୍ଟ ପରିସ୍ଥାନରେ ଯେଉଁ ଜୀବମାନେ ରହନ୍ତି, ସେହି ଜୀବମାନେ ସେହି ପରିସ୍ଥାନର ଜୈବିକ କାରକ ଅଟନ୍ତି । ଉପାଦାନ ଅନୁସାରେ ଯେ କୌଣସି
  • ପରିସ୍ଥାନର ଜୈବିକ କାରକକୁ ତିନିଭାଗରେ ବିଭକ୍ତ କରାଯାଇଛି; ଯଥା –
    • (କ) ଉତ୍ପାଦକ ବା ସବୁଜ ଉଭିଦ
    • (ଖ) ଉକ୍ଷକ ବା ପ୍ରାଣୀ
    • (ଗ) ଅପଘଟକ ବା କେତେକ ଜାତିର ଅଣୁଜୀବ
  • ଉଭିଦ ନିଜ ପାଇଁ ଖାଦ୍ୟ ପ୍ରସ୍ତୁତ କରିବା ସହ ଅନ୍ୟ ଜୀବପାଇଁ ଖାଦ୍ୟ ପ୍ରସ୍ତୁତ କରୁଥିବାରୁ ସେମାନଙ୍କୁ ଉତ୍ପାଦକ କୁହାଯାଏ ।
  • ଅଣୁଜୀବ ଅତି କ୍ଷୁଦ୍ର, ଖାଲି ଆଖରେ ଦେଖାଯାଆନ୍ତି ନାହିଁ, ଅଧିକାଂଶ ଅଣୁଜୀବଙ୍କର ନିଜ ପାଇଁ ଖାଦ୍ୟ ପ୍ରସ୍ତୁତି କ୍ଷମତା ନ ଥାଏ । ସେମାନେ ପରଜୀବୀ କିମ୍ବା ମୃତଭୋଜୀଭାବେ ସେମାନଙ୍କର ପରିସ୍ଥାନରୁ ଖାଦ୍ୟ ସଂଗ୍ରହ କରିଥା’ନ୍ତି ।
  • ମୃତଭୋଜୀ ଅଣୁଜୀବମାନେ ଜୀବ ଶରୀରରୁ ଆବଶ୍ୟକ ଉପାଦାନ ଗ୍ରହଣକରନ୍ତି ଏବଂ ପରିବେଶକୁ ଯବକ୍ଷାରଜାନ, ଅମ୍ଳଜାନ ଓ ଅନ୍ୟାନ୍ୟ ପୋଷକ ପଦାର୍ଥ ତ୍ୟାଗକରନ୍ତି । ତାହା ପୁନର୍ବାର ଉଭିଦମାନେ ଗ୍ରହଣ କରି ନିଜର ବୃଦ୍ଧି ଓ ବିକାଶରେ ଲଗାନ୍ତି । ଏଥପାଇଁ ମୃତଭୋଜୀ ଅଣୁଜୀବଙ୍କୁ ଅପଘଟକ କୁହାଯାଏ ।

BSE Odisha 6th Class Science Solutions Chapter 8 ପରିସ୍ଥାନ

→ ଅଜୈବିକ କାରକ :
ଜଳ, ବାୟୁ, ଆଲୋକ, ତାପ, ମୃତ୍ତିକା, ଶିଳା ଇତ୍ୟାଦି କାରକଗୁଡ଼ିକୁ ପରିସ୍ଥାନର ଅଜୈବିକ କାରକ କୁହାଯାଏ । ସବୁଜ ଉଭିଦମାନେ ଆଲୋକ ଶକ୍ତିକୁ ଖାଦ୍ୟ ବା ରାସାୟନିକ ଶକ୍ତିରେ ପରିବର୍ତ୍ତନ କରିଥା’ନ୍ତି ।

  • ସବୁଜ ଉଭିଦମାନେ ଆଲୋକ ଶକ୍ତିକୁ ଖାଦ୍ୟ ବା ରାସାୟନିକ ଶକ୍ତିରେ ପରିବର୍ତ୍ତନ କରିଥା’ନ୍ତି ।
  • ସେହି ଖାଦ୍ୟ ଉପରେ ସମଗ୍ର ଜୀବଜଗତ ନିର୍ଭରଶୀଳ ।
  • ଆଲୋକର ତୀବ୍ରତା ଓ ଅବଧୂ ସହିତ ତାପମାତ୍ରା, ଜଳ, ବାୟୁ ମୃତ୍ତିକା ଇତ୍ୟାଦି ମିଶି ଏକ ପରିସ୍ଥାନରେ ଜଙ୍ଗଲ ହେବ କି ତୃଣଭୂମି ବା ମରୁଭୂମି ହେବ ନିର୍ଣ୍ଣୟ ହୋଇଥାଏ ।
  • ମନୁଷ୍ୟର ପ୍ରଥମ ବୈଜ୍ଞାନିକ ଉଦ୍ଭାବନ ହେଲା ନିଆଁ । ଏହାକୁ ବ୍ୟବହାର କରି ମଣିଷ ତାହାର ଖାଦ୍ୟ ପଦାର୍ଥକୁ ପୋଡ଼ି ଖାଇବା ଶିଖୁ ।
  • ଜଙ୍ଗଲରେ ନିଆଁ ଲାଗିଲେ ନିମିଷକ ମଧ୍ୟରେ ଘଞ୍ଚ ଜଙ୍ଗଲ ଥିବା ପରିସ୍ଥାନ ପୋଡ଼ି ପାଉଁଶ ହୋଇଯାଏ । ହଜାର ହଜାର ଜାତିର ଉଭିଦ ଓ ପ୍ରାଣୀ ଧ୍ଵଂସ ପାଇଥାଆନ୍ତି । ତେଣୁ ନିଆଁକୁ ଅଜୈବ କାରକ ହିସାବରେ ନିଆଯାଏ ।

→ ବିଭିନ୍ନ ପ୍ରକାର ପରିସ୍ଥାନ :

ତୁମପାଇଁ କାମ – ୨

  • ଗୋଟିଏ କୁଣ୍ଡରେ ଏକ ସପ୍ତଫେଣୀ ଜାତିର ଉଭିଦ ଏବଂ ଅନ୍ୟ ଏକ ମଲ୍ଲୀଗଛ ଲାଗିଥିବା କୁଣ୍ଡ ଆଣି ସେମାନଙ୍କର ମାଟି ଉପରିସ୍ଥ ଗଛର ଅଂଶକୁ ପଲିଥୁନ ଦ୍ବାରା ବାନ୍ଧି କିଛି ସମୟ ଖରାରେ ରଖୁଦିଅ ।
  • ଦେଖୁ ପଲିଥୁନ ମୁଣି ଭିତରେ ଛୋଟ ଛୋଟ ଜଳବିନ୍ଦୁ ଲାଗିଥବ । ଦୁଇଟି ଉଦ୍ଭଦରେ ଲାଗିଥ‌ିବା ମୁଣି ମଧ୍ୟରୁ ସପ୍ତଫେଣୀ ଜାତୀୟ ଉଦ୍ଭଦରେ କମ୍ ଜଳବିନ୍ଦୁ ଲାଗିଥ୍ବ କିମ୍ବା ଆଦୌ ନ ଥବ । କାରଣ ମରୁଭୂମିରେ ରହୁଥ‌ିବା ଉଭିଦମାନଙ୍କ ପାଇଁ
  • ସେଥ‌ିପାଇଁ ସେମାନଙ୍କ ପତ୍ରଗୁଡ଼ିକ କଣ୍ଟାରେ ରୂପାନ୍ତରିତ ହୋଇଥାଏ । ତା’ ଦେହରେ ଦେଖୁଥ‌ିବା ପତ୍ରଭଳି ମାଂସଳ ଅଂଶ ତାର ରୂପାନ୍ତରିତ କାଣ୍ଡ । ସେ ମଧ୍ୟ ଜଳ ସଂରକ୍ଷଣ କରିଥାଏ ।
  • ମାଛର ଶରୀର ଜଳରେ ରହିବା ପାଇଁ ଉପଯୁକ୍ତ । ତାହାର ଶ୍ଵାସକ୍ରିୟା ଜଳରେ ସମ୍ଭବପର ହୋଇଥାଏ । ସେଥ୍ପାଇଁ ସେ ଜଳରେ ବଞ୍ଚରେ ।
  • ପରିବେଶର ଅବସ୍ଥା ଓ ଆବଶ୍ୟକୀୟ ପଦାର୍ଥର ପରିମାଣକୁ ନେଇ ପରିସ୍ଥାନ ସାଧାରଣତଃ ଦୁଇ ପ୍ରକାରର ହୋଇଥାଏ; ଯଥା –
    (କ) ସ୍ଥଳୀୟ ପରିସ୍ଥାନ ଓ (ଖ) ଜଳୀୟ ପରିସ୍ଥାନ

BSE Odisha 6th Class Science Solutions Chapter 8 ପରିସ୍ଥାନ

ଉଭିଦମାନଙ୍କ ପରିସ୍ଥାନ :

  • ପରିସ୍ଥାନରେ ଜଳର ପରିମାଣ ଅନୁସାରେ ଉଭିଦର ଜୀବନଶୈଳୀ ଓ ଗଠନରେ ଅନେକ ପରିବର୍ତ୍ତନ ଦେଖାଯାଏ ।
    ଉଭିଦମାନଙ୍କ ପରିସ୍ଥାନରେ ଆଲୋକ, ତାପମାତ୍ରା, ମୃଭିକା, ବାୟୁର ଭୂମିକା ଗୁରୁତ୍ଵପୂର୍ଣ୍ଣ ।
  • ପରିସ୍ଥାନ ଅନୁସାରେ ଉଭିଦମାନଙ୍କୁ ତିନିଭାଗରେ ବିଭକ୍ତ କରାଯାଇଛି ; ଯଥା –
    • (କ) ମରୁଜ – ଜଳଭାବ ଅଞ୍ଚଳର ମରୁଭୂମି ଅଞ୍ଚଳର ଉଭିଦ
    • (ଖ) ଆର୍ଦ୍ରଭୂମିଜ – ଜଳାଭାବ ବା ଜଳାଧ‌ିକ୍ୟ ନଥ‌ିବା ଅଞ୍ଚଳର ଉଭିଦ ବା ସନ୍ତସନ୍ତିଆ ଅଞ୍ଚଳରେ ବଢୁଥ‌ିବା
    • (ଗ) ଜଳଜ – ଜଳାଧ୍ୟାକ୍ୟ ଅଞ୍ଚଳର ଉଭିଦ

→ ପ୍ରାଣୀମାନଙ୍କ ପରିସ୍ଥାନ :
ନିଜର ଆଚରଣ, ଖାଦ୍ୟ, ଜଳ ପରିମାଣ ଓ ଆଲୋକର ସହଜଲଭ୍ୟତା ଉପରେ ଆଧାର କରି ପ୍ରାଣୀମାନଙ୍କୁ ମୁଖ୍ୟତଃ ତିନିଭାଗରେ ବିଭକ୍ତ କରାଯାଇଛି; ଯଥା – (କ) ସ୍ଥଳଚର, (ଖ) ଜଳଚର ଓ (ଗ) ଉଭୟଚର ।

(କ) ସ୍ଥଳଚର ପ୍ରାଣୀମାନେ ଜଙ୍ଗଲ, ମରୁଭୂମି, ତୃଣଭୂମି, ପାର୍ବତ୍ୟାଞ୍ଚଳ ଆଦି ପରିସ୍ଥାନରେ ରହିଥାଆନ୍ତି ।
(ଖ) ଜଳଚର ପ୍ରାଣୀମାନେ ନଦୀ, ହ୍ରଦ, ପୋଖରୀ, ସମୁଦ୍ର ଆଦି ପରିସ୍ଥାନରେ ରହିଥାଆନ୍ତି ।
(ଗ) ଉଭୟଚର ପ୍ରାଣୀଙ୍କର ଜଳ ଓ ସ୍ଥଳ ଭାଗରେ ରହିବା ପାଇଁ ଉପଯୋଜନ ଥାଏ ।

BSE Odisha 6th Class Science Solutions Chapter 8 ପରିସ୍ଥାନ

Question 1.
ତୁମେ ଜାଣିଥୁବା ଭିନ୍ନ ଭିନ୍ନ ଜୀବମାନଙ୍କର ଏକ ତାଲିକା କରି, ସେଗୁଡ଼ିକୁ ସାରଣୀରେ ସଜାଇ ଲେଖ । BSE Odisha 6th Class Science Solutions Chapter 8 ପରିସ୍ଥାନ - 3.1

→ ଜୀବ ଓ ସେମାନଙ୍କ ଉପଯୋଜନ (Adoptation) :

  • ଜୀବମାନେ ଯେଉଁଠାରେ ବାସକରନ୍ତି ସେ ସ୍ଥାନ ସହ ଖାପଖୁଆଇ ଚଳିଥା’ନ୍ତି; ଅର୍ଥାତ୍ ସେ ସ୍ଥାନର ଜଳବାୟୁ, ମୃତ୍ତିକା, ତାପମାତ୍ରା ଓ ଅନ୍ୟ ଜୀବମାନଙ୍କ ସହ ନିଜକୁ ମିଳାଇ ଚଳନ୍ତି ।
  • ମାଛ, କଙ୍କଡ଼ା, ତିମି, ପଦ୍ମ, କଇଁ ଜଳରେ ରୁହନ୍ତି । ସେହିପରି କାଉ, ପାରା, ବାଦୁଡ଼ି ଆକାଶରେ ଉଡ଼ିପାରନ୍ତି । ଓଟ, କୀଟ, ପତଙ୍ଗ ଏବଂ ସପ୍ତଫେଣୀ ପରି କଣ୍ଟାଜାତୀୟ ଉଦ୍ଭଦ ମରୁଭୂମିରେ ବଞ୍ଚିପାରନ୍ତି ।
    • ମାଛ ଗାଲି ସାହାଯ୍ୟରେ କେବଳ ଜଳରେ ହିଁ ଶ୍ଵାସକ୍ରିୟା ସମ୍ପାଦନ କରିପାରେ ।
    • ପରିବେଶ ପରିବର୍ତ୍ତନ ସହ ତାଳଦେଇ ପ୍ରତ୍ୟେକ ଜୀବର ଗାଠନିକ ଓ କ୍ରିୟାତ୍ମକ ପରିବର୍ତ୍ତନକୁ ଉପଯୋଜନ କୁହାଯାଏ ।

ପରିବେଶ ପରିବର୍ତ୍ତନ ସହ ତାଳଦେଇ ପ୍ରତ୍ୟେକ ଜୀବର ଗାଠନିକ ଓ କ୍ରିୟାତ୍ମକ ପରିବର୍ତ୍ତନକୁ ଉପଯୋଜନ କୁହାଯାଏ ।

→ ଜଳଜ ଉଭିଦ ଓ ପ୍ରାଣୀ :
(କ) ଜଳଜ ଉଭିଦ :

  • ଚିଙ୍ଗୁଡ଼ିଆ ଦଳ, ପଦ୍ମ, କଇଁ ଇତ୍ୟାଦି ଉଭିଦଙ୍କୁ ଆମେ ପୋଖରୀ, ଗାଡ଼ିଆରେ ଦେଖୁବାକୁ ପାଉ ।
  • ସେମାନଙ୍କ ମଧ୍ୟରୁ କେତେକ ଭାସମାନ ଅବସ୍ଥାରେ ଓ ଆଉ କେତେକ ପାଣିରେ ବୁଡ଼ିରହିଥାଆନ୍ତି ।
  • ସେହି ଉଭିଦଗୁଡ଼ିକର କାଣ୍ଡରେ ଅସଂଖ୍ୟ ବାୟୁ କୋଠରି ଥାଏ ଯାହା ସେଗୁଡ଼ିକୁ ପାଣିରେ ଭାସିବାରେ ସାହାଯ୍ୟ କରେ ।
    BSE Odisha 6th Class Science Solutions Chapter 8 ପରିସ୍ଥାନ - 3

(ଖ) ଜଳଜ ପ୍ରାଣୀ :

  • ଜଳରେ ବାସକରୁଥିବା ପ୍ରାଣୀମାନଙ୍କୁ ଜଳଜ ପ୍ରାଣୀ ବୋଲି ଆମେ କହୁ । କରାଇଥାଏ ।
  • ଉଦାହରଣସ୍ୱରୂପ ମାଛର ପକ୍ଷ ପାଣିରେ ପହଁରିବାରେ, ଲାଞ୍ଜ ଦିଗ ବଦଳାଇବାରେ ଓ ଗାଲିସି ଜଳରେ ଶ୍ଵାସକ୍ରିୟା କରିବାରେ ସାହାଯ୍ୟ କରେ ।
    BSE Odisha 6th Class Science Solutions Chapter 8 ପରିସ୍ଥାନ - 4

→ 8.7. ମରୁଜ ଉଦ୍ଭିଦ ଓ ପ୍ରାଣୀ :

(କ) ମରୁଜ ଉଦ୍ଭଦ :

  • ମରୁଭୂମିରେ ଦେଖାଯାଉଥ‌ିବା ସପ୍ତଫେଣୀ, ନାଗଫେଣୀ, ଖଜୁରୀ ଆଦି କଣ୍ଟାଜାତୀୟ ଉଭିଦକୁ ମରୁଜ ଉଭିଦ କୁହାଯାଏ ।
  • ସେଗୁଡ଼ିକର ପ୍ରାୟତଃ ପତ୍ର ଦେଖାଯାଏ ନାହିଁ ବା ସେଗୁଡ଼ିକ ରୂପାନ୍ତରିତ ହୋଇ କଣ୍ଟାରେ ପରିଣତ ହୋଇଥାଏ ।
  • ତେଣୁ ଉଭିଦଗୁଡ଼ିକ ଉୱେଦନ ପ୍ରକ୍ରିୟାରେ ଅତିକମ୍ ଜଳ ବାୟୁମଣ୍ଡଳକୁ ଛାଡ଼ିଥାଆନ୍ତି ।

BSE Odisha 6th Class Science Solutions Chapter 8 ପରିସ୍ଥାନ

(ଖ) ମରୁଜ ପ୍ରାଣୀ :

  • ଓଟ ଏକ ମରୁଜ ପ୍ରାଣୀ । ସେମାନଙ୍କ ଚର୍ମରେ ସ୍ବେଦଗ୍ରନ୍ଥୀ ଆଦୌ ନଥାଏ ।
  • ନାକପୁଡ଼ାରେ ଥ‌ିବା ଲୋମ ମରୁଭୂମିରେ ଧୂଳିବାଲିକୁ ଭିତରକୁ ପ୍ରବେଶ କରିବାକୁ ଦିଏ ନାହିଁ ।
  • ଓଟର ଗୋଟାଳିଆ ଖୁରାବିହୀନ ମାଂସଳ ପାଦ ସେମାନଙ୍କୁ ଉତ୍ତପ୍ତ ମରୁବାଲିରେ ଚାଲିବାରେ ସାହାଯ୍ୟ କରେ ।
    BSE Odisha 6th Class Science Solutions Chapter 8 ପରିସ୍ଥାନ - 5

8.8. ଲତାଜାତୀୟ (ଦୁର୍ବଳ) ଉଦ୍ଭଦ :

  • କଲରା, କଖାରୁ, କାକୁଡ଼ି ଜାତୀୟ ଗଛଗୁଡ଼ିକର କାଣ୍ଡ ଦୁର୍ବଳ ସେମାନଙ୍କ କାଣ୍ଡରେ ଆକର୍ଷୀଗୁଡ଼ିକ ଥାଏ ।
  • ପ୍ରତ୍ୟେକ ଜୀବର ପରିସ୍ଥାନ ତା’ର ଜୀବନ ପାଇଁ ଗୁରୁତ୍ବପୂର୍ଣ । ତେଣୁ ଏଥ‌ିରେ କିଛି ପରିବର୍ତ୍ତନ ହେଲେ ପରିବେଶରେ ସନ୍ତୁଳନ ବିପର୍ଯ୍ୟସ୍ତ ହୋଇଯିବ ଏବଂ ଏହାର କୁପ୍ରଭାବ ଜୀବଜଗତ ଉପରେ ପଡ଼ିବ ।
    BSE Odisha 6th Class Science Solutions Chapter 8 ପରିସ୍ଥାନ - 6

Leave a Comment