Go through 6th Class Science Book Odia Medium Question Answer and Class 6 Science Chapter 8 Question Answer Odia Medium ଜଳର ବିଭିନ୍ନ ଅବସ୍ଥା to understand textbook questions more clearly.
6th Class Science Chapter 8 Question Answer Odia Medium
Class 6 Science Chapter 8 Odia Medium
ଆସ ଆମ ଶିକ୍ଷଣର ଅଭିବୃଦ୍ଧି କରିବା
Question 1.
ନିମ୍ନଲିଖ ମଧ୍ୟରୁ କେଉଁଟି ଘନୀଭବନକୁ ସବୁଠାରୁ ଭଲ ଭାବରେ ବର୍ଣ୍ଣନା କରେ ?
(କ) ଜଳକୁ ବାଷ୍ପ ଅବସ୍ଥାରେ ପରିଣତ କରିବା ।
(ଖ) ଜଳ ତରଳରୁ ଗ୍ୟାସୀୟ ଅବସ୍ଥାରେ ପରିଣତ ହେବାର ହେବାର ପ୍ରକ୍ରିୟା ।
(ଗ) କ୍ଷୁଦ୍ର ଜଳ ବୁନ୍ଦାରୁ ମେଘ ସୃଷ୍ଟି ହେବା ।
(ଘ) ଜଳୀୟ ବାଷ୍ପକୁ ଏହାର ତରଳ ଅବସ୍ଥାରେ ରୂପାନ୍ତରିତ କରିବା ।
Answer:
(ଘ) ଜଳୀୟ ବାଷ୍ପକୁ ଏହାର ତରଳ ଅବସ୍ଥାରେ ରୂପାନ୍ତରିତ କରିବା !
Question 2.
ନିମ୍ନଲିଖତ କେଉଁ ପ୍ରକ୍ରିୟାରେ ବାଷ୍ପୀକରଣ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ତାହା ଚିହ୍ନଟ କର ।
(i) ରଙ୍ଗ କରିବା
(କ) କ୍ରୟନ୍
(ଖ) ପାଣିର ରଙ୍ଗ
(ଗ) ଆକ୍ରେଲିକ୍ ରଙ୍କ
(ଘ) ପେନ୍ସିଲ ରଙ୍ଗ
Answer:
(ଖ) ପାଣିର ରଙ୍ଗ
![]()
(ii) କାଗଜରେ ଲେଖୁ
(କ) ପେନସିଲ୍ ରେ
(ଖ) କାଳି ପେନ୍ରେ
(ଗ) ବଲ୍ ପଏଣ୍ଟ ପେନ୍ରେ
Answer:
(ଖ) କାଳି ପେନ୍ରେ
Question 3.
ଆଜିକାଲି ଅନେକ ସ୍ଥାନରେ ସବୁଜ ରଙ୍ଗର ପ୍ଲାଷ୍ଟିକ ଘାସ ଦେଖିବାକୁ ମିଳୁଛି । ପ୍ରାକୃତିକ ଘାସ ଚାରି ପଟେ ଥିବ ସ୍ଥାନରେ, ପ୍ଲାଷ୍ଟିକ୍ ଘାସ ଚାରିପାଖରେ ଥିବା ସ୍ଥାନ ଅପେକ୍ଷା ଥଣ୍ଡା ଅନୁଭୂତ ହୁଏ କାହିଁକି ?
Answer:
ପ୍ଲାଷ୍ଟିକ୍ ଘାସ ଚାରିପାଖରେ ଥିବା ପ୍ରାକୃତିକ ଘାସ ଚାରିପଟେ ଥିବା ସ୍ଥାନ ଅପେକ୍ଷା ସ୍ଥାନରେ ଅଧିକ ଥଣ୍ଡା ଅନୁଭୂତ ହୋଇଥାଏ, କାରଣ ପ୍ରାକୃତିକ ଘାସ ଉଚ୍ଛେଦନ ପ୍ରଣାଳୀରେ ବାୟୁମଣ୍ଡଳକୁ ଜଳୀୟ ବାଷ୍ପ ତ୍ୟାଗ କରିଥାଏ । ଜଳର ବାଷ୍ପୀଭବନ କ୍ରିୟା ହେତୁ ଶୀତଳତା ସୃଷ୍ଟି ହୋଇଥାଏ ।
Question 4.
ଜଳ ବ୍ୟତୀତ ଅନ୍ୟ ତରଳ ପଦାର୍ଥର ଉଦାହରଣ ଦିଅ ଯାହା ବାଷ୍ପୀଭୂତ ହୋଇଥାଏ ?
Answer:
ଜଳ ବ୍ୟତୀତ ଅନ୍ୟ ତରଳ ପଦାର୍ଥଗୁଡ଼ିକ ହେଲା କ୍ଷୀର, ଆଲକହଲ, ସ୍ପିରିଟ୍, ଇଥର, ଆଖ୍ ଡ୍ରପ, ସାନିଟାଇଜର ।
Question 5.
ଫ୍ୟାନ୍ ଏହାର ଚାରିପଟର ବାୟୁକୁ ଗତିଶୀଳ କରାଏ, ଯାହା ଥଣ୍ଡାପାଗର ଅନୁଭବ ଦିଏ । ଓଦାଲୁଗାକୁ ଶୁଖାଇବା ପାଇଁ ଫ୍ୟାନ୍ ଚଲାଇବା ଆମକୁ ଅଜବ ଲାଗିପାରେ, କାରଣ ଫ୍ୟାନ୍ ସାଧାରଣତଃ ବସ୍ତୁକୁ ଥଣ୍ଡା କରେ, ଗରମ ନୁହେଁ । ସାଧାରଣତଃ ଯେତେବେଳେ ପାଣି ବାଷ୍ପୀଭୂତ ହୁଏ, ସେତେବେଳେ ଥଣ୍ଡା ପବନ ନୁହେଁ, ତାପ ଦରକାର ହୋଇଥାଏ । ଏ ବିଷୟରେ ତୁମେ କ’ଣ ଭାବୁଛ ?
Answer:
- ଫ୍ୟାନ୍ ଏହାର ଚାରିପଟର ବାୟୁକୁ ଗତିଶୀଳ କରାଇଥାଏ । ଓଦାଲୁଗାକୁ ଶୁଖାଇବା ପାଇଁ ଆମେ ଫ୍ୟାନ୍ ବ୍ୟବହାର କରିଥାଉ କାରଣ ପବନ ବହୁଥିବା ସ୍ଥାନରେ ଓଦାଲୁଗା ଶୀଘ୍ର ଶୁଖ୍ଯାଏ ।
- ପବନର ବେଗ ବଢ଼ିଲେ ଓଦାଲୁଗା ର ଚତୁଃପାର୍ଶ୍ଵରେ ଥିବା ଜଳୀୟବାଷ୍ପର ଅଣୁଗୁଡ଼ିକ ବାୟୁ ସହ ଏକାଠି ହୋଇ ଉଡ଼ିଯାଏ ବା ଦୂରକୁ ଚାଲି ଯାଏ ।
- ଫଳସ୍ଵରୂପ ଚାରିପାର୍ଶ୍ଵରେ ଥିବା ବାୟୁରେ ଜଳୀୟବାଷ୍ପର ପରିମାଣ କମିଯାଏ । ଏହା ଯୋଗୁଁ ବାଷ୍ପୀଭବନର ବେଗ ବୃଦ୍ଧି ପାଇଥାଏ ଏବଂ ଓଦାଲୁଗା ସହଜରେ ଶୁଖୁଯାଏ ।
![]()
Question 6.
ସାଧାରଣତଃ ନାଳରୁ କାଦୁଅ ବାହାର କରି ଏହାକୁ ନାଳ ପାଖରେ ଗଦା ଆକାରରେ ୩-୪ ଦିନ ପର୍ଯ୍ୟନ୍ତ ଛାଡ଼ି ଦିଆଯାଏ । ଏହାପରେ ଏହାକୁ ଏକ ବଗିଚା କିମ୍ବା କ୍ଷେତକୁ ପଠାଯାଏ, ଯେଉଁଠାରେ ଏହାକୁ ସାର ଭାବରେ ବ୍ୟବ ହାର କରାଯାଇପାରିବ । ଏହି ପଦ୍ଧତି କାଦୁଅର ପରିବହନ ଖର୍ଚ୍ଚକୁ ହ୍ରାସ କରିଥାଏ ଏବଂ ଏହାକୁ ପରିଚାଳନା କରୁଥିବା ବ୍ୟକ୍ତିଙ୍କୁ ସୁର କ୍ଷା ଦେଇଥାଏ । ଏହା ଉପରେ ଚିନ୍ତା କର ଏବଂ ଏହା କିପରି ହୁଏ ବର୍ଣ୍ଣନା କର ।
Answer:
- ସାଧାରଣତଃ ନାଳରୁ କାଦୁଅ ବାହାର କରି ଏହାକୁ ନାଳ ପାଖରେ ଗଦା କରି ୩-୪ ଦିନ ଛାଡ଼ିଦିଆଯାଏ ।
- ଏହି ସମୟରେ କାଦୁଅରେ ଥିବା ଜଳୀୟ ଅଂଶ ବାଷ୍ପୀଭବନ ପ୍ରକ୍ରିୟାରେ ବାଷ୍ପ ହୋଇ ବାହାରି ଯାଏ । ଏହା ଫଳରେ କାଦୁଅ ଶୁଖାଯାଏ ଏବଂ ହାଲୁକା ହୋଇଯାଏ ।
- ଏହାକୁ ପରିଚାଳନା କରୁଥିବା ବ୍ୟକ୍ତିଙ୍କ ପାଇଁ ଶୁଖୁ କାଦୁଅକୁ ଦୂରସ୍ଥାନକୁ ନେବା ସହଜ ତଥା ନିରାପଦ ହୋଇଥାଏ ଏବଂ ପରିବହନ ଖର୍ଚ୍ଚ ମଧ୍ୟ କମ୍ ହୋଇଥାଏ ।
Question 7.
ଗୋଟିଏ ଦିନ ପାଇଁ ତୁମ ଘରର କାର୍ଯ୍ୟ ଉପରେ ନଜର ରଖ । ବାଷ୍ପୀକରଣ ସହିତ ଜଡ଼ିତ କାର୍ଯ୍ୟଗୁଡ଼ିକ ଚିହ୍ନଟ କର । ବାଷ୍ପୀକରଣ ପ୍ରକ୍ରିୟାକୁ ବୁଝିବା ଆମର ଦୈନନ୍ଦିନ କାର୍ଯ୍ୟରେ କିପରି ସାହାଯ୍ୟ କରେ ?
Answer:
- ଦୈନନ୍ଦିନ ଜୀବନରେ ଆମେ ବାଷ୍ପୀକରଣ ସହ ଜଡ଼ିତ ବିଭିନ୍ନ କାର୍ଯ୍ୟ ସଂପାଦନ କରିଥାଉ ଏବଂ ଏହି ପ୍ରକ୍ରିୟା ଆମକୁ ବିଭିନ୍ନ କାର୍ଯ୍ୟ ସଂପାଦନ ପାଇଁ ସାହାଯ୍ୟ ମଧ୍ୟ କରି ଥାଏ ।
- ଓଦାଲୁଗାକୁ ବାହାରେ ମେଲାକରି ଶୁଖାଇଲେ ବାଷ୍ପୀଭବନ ପ୍ରକ୍ରିୟା ହେତୁ ଏହା ଶୀଘ୍ର ଶୁ ଖ୍ଯାଏ ।
- ରୋଷେଇ ଘରେ ପ୍ରବେଶ ନକରି ମଧ୍ୟ ଆମେ ରନ୍ଧା ଖାଦ୍ୟର ବାସ୍ନା ପାଇଥାଉ ।
- ଓଦା ବାସନକୁସନକୁ କିଛି ସମୟ ରଖିଦେଲେ ବାଷ୍ପୀଭବନ ପ୍ରକ୍ରିୟା ହେତୁ ଏହା ଆପେ ଆପେ ଶୁଖ୍ଯାଏ ।
Question 8.
ପ୍ରକୃତିରେ କଠିନ ଅବସ୍ଥାରେ ଜଳ କିପରି ଥାଏ ?
Answer:
ପ୍ରକୃତିରେ ଜଳ ବରଫ, କୁଆପଥର ଆଦି ରୂପରେ କଠିନ ଅବସ୍ଥାରେ ରହିଥାଏ ।
![]()
Question 9.
“‘ଜଳ ବ୍ୟବହାର କରିବା ଆମର ଅଧିକାର ବଦଳରେ ଜଳର ସଂରକ୍ଷଣ ଆମର ଦାୟିତ୍ବ ଅଟେ – ଏହି ଉକ୍ତିଟିକୁ ବୁଝାଅ । ନି ଜର ଚିନ୍ତାଧାରାକୁ ଅନ୍ୟମାନଙ୍କୁ କୁହ ।
Answer:
- ଜଳ ବ୍ୟବହାର କରିବା ଆମର ଅଧିକାର ଅଟେ କିନ୍ତୁ ଜଳର ସଂରକ୍ଷଣ ଆମର ଦାୟିତ୍ଵ ଅଟେ ।
- ପୃଥିବୀରେ ଉପଲବ୍ଧ ଜଳର ମାତ୍ର ଅଳ୍ପ ଅଂଶ ଉଦ୍ଭିଦ, ପ୍ରାଣୀ ଓ ମନୁଷ୍ୟଙ୍କ ବ୍ୟବହାର ପାଇଁ ଉପଯୁକ୍ତ । ଅଧିକାଂଶ ଜଳ ସମୁଦ୍ରରେ ଥିବାରୁ ଏହାକୁ ସିଧାସଳଖ ବ୍ୟବହାର କରାଯାଇ ପାରିବ ନାହିଁ । ପିଇବା ପାଇଁ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ମଧ୍ୟ ଆମେ ଜଳ ବ୍ୟବହାର କରିଥାଉ ।
- ଜନସଂଖ୍ୟା ବୃଦ୍ଧି ସହିତ ଜଳର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଉଛି । ଜଳର ଆବଶ୍ୟକତା ବଢ଼ୁଥିବା ଯୋଗୁ ବିଶ୍ୱର ଅନେକ ସ୍ଥାନରେ ଏହାର ଅଭାବ ଦେଖାଦେଇଛି । ତେଣୁ ଜଳକୁ ଅପଚୟ ନ କରି ନିୟନ୍ତ୍ରିତ ବ୍ୟବହାର କରିବା ତେଣୁ ଜଳର ସଂରକ୍ଷଣ କରିବା ଆମର ମୁଖ୍ୟ ଜରୁରୀ ଅଟେ ।
Question 10.
ଖରା ଦିନେ ବାହାରେ ଠିଆ ହୋଇଥିବା ଏକ ଦୁଇ ଚକିଆ ସିଟ୍ ଅତ୍ୟନ୍ତ ଗରମ ହୋଇଯାଇଛି । ତୁମେ ଏହାକୁ କିପରି ଥଣ୍ଡା କରିପାରିବ ?
Answer:
ଖରାଦିନେ ବାହାରେ ଠିଆ ହୋଇଥ୍ । ଏକ ଦୁଇଚକିଆ ଯାନ ର ସିଟ୍ ଅନ୍ୟନ୍ତ ଗ ର ମ ହୋଇଯାଇଛି । ଏହାକୁ ଥଣ୍ଡା କରିବା ପାଇଁ –
- ଗାଡ଼ିର ସିଟ୍କୁ ଓଦା କନାରେ ବା ଗାମୁଛାରେ ଘୋଡ଼ାଇ ରଖୁବା ଦ୍ଵାର। ସିଟ୍ ଥଣ୍ଡା ହୋଇଥାଏ । ଓଦା କପଡ଼ାରେ ଥିବା ଜଳ ତାପ ଶୋଷଣ କରି ବାଷ୍ପୀଭୂତ ହୋଇଥାଏ । ଫଳରେ ବାଷ୍ପୀଭବନ ଶୀତଳତା ସୃଷ୍ଟି କରିଥାଏ ।
- ଗରମ ସିଟ୍ ଉପରେ ପାଣି ଛିଞ୍ଚିବାଦ୍ଵାରା ଜଳ ବାଷ୍ପୀଭୂତ ହୋଇଥାଏ । ବାଷ୍ପୀଭବନ ସିଟ୍ ତାପମାତ୍ରା ହ୍ରାସ କରିଥାଏ ।
ଶୂନ୍ୟସ୍ଥାନ ପୂରଣ କର ।
(କ) ଆମ ରକ୍ତରେ _______ ଏକ ମୁଖ୍ୟ ଉପାଦାନ ।
Answer:
ବଳୀ
![]()
(ଖ) ଅନେକ ଅଦରକାରୀ ପଦାର୍ଥ ଜଳରେ ଦ୍ରବୀଭୂତ ହୋଇ _____ ଓ ______ ଆକାରରେ ଆମ ଶରୀରରୁ ବାହାରିଯାଏ ।
Answer:
ମୂତ୍ର, ଝାଳ
(ଗ) ଜଳ ଏକ _____ ।
Answer:
ଦ୍ରାବକ
(ଘ) ମାଟିର ______ କୁ ଜଳ ଦ୍ରବୀଭୂତ କରିଥାଏ ।
Answer:
ଲବଣ
(ଙ) ଉଦ୍ଭଦ ______ ଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥାଏ ।
Answer:
ଶର୍କରା
(ଚ) ମହାନଦୀର ବନ୍ୟାଜଳକୁ ରୋକିବା ପାଇଁ ______ ଠାରେ ବନ୍ଧ କରାଯାଇଛି ।
Answer:
ହୀରାକୁଦ
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ଜଳ ଓ ______ ମିଶି ଶର୍କରା ସୃଷ୍ଟି ହୁଏ ।
(ଅମ୍ଳଜାନ, ଅଙ୍ଗାରକାମ୍ଳ, ଖଣିଜଲବଣ)
Answer:
ଅଙ୍ଗାରକାମ୍ଳ
(ଖ) ଉଦ୍ଭଦ ______ କ୍ରିୟାରେ ଜଳୀୟବାଷ୍ପ ତ୍ୟାଗ କରେ ।
(ଉଦ୍ବେଦନ, ବାଷ୍ପୀଭବନ, ଘନୀକରଣ)
Answer:
ଉସ୍ବେଦନ
![]()
(ଗ) _____ ମାଟିର ଜଳ ଧରିରଖୁର କ୍ଷମତା ସବୁଠାରୁ ଅଧିକ ।
(ଚିକିଟା, ବାଲିଆ, ଦୋରସା)
Answer:
ଚିକିଟା
(ଘ) _____ ମାଟିର ଜଳ ଧରିରଖୁର କ୍ଷମତା ସବୁଠାରୁ କମ୍ ।
(ଚିକିଟା, ବାଲିଆ, ଦୋରସା )
Answer:
ବାଲିଆ
(ଙ) ______ ଗ୍ୟାସ୍କୁ ମାଟିରେ ମିଶାଇବାପାଇଁ ସାହାଯ୍ୟ କରୁଥିବା ବୀଜାଣୁ ମଧ୍ୟ ଜଳ ଆବଶ୍ୟକ କରନ୍ତି ।
(ଅମ୍ଳଜାନ, ଯବକ୍ଷାରଜାନ, ଅଙ୍ଗାରକାମ୍ଳ)
Answer:
ଯବକ୍ଷାରଜାନ
ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(କ) ରକ୍ତର ମୁଖ୍ୟ ଉପାଦାନ ଖାଦ୍ୟ ।
Answer:
ରକ୍ତର ମୁଖ୍ୟ ଉପାଦାନ ଜଳ ।
(ଖ) ବାଲିଆ ମାଟିରେ ପରିବା ଚାଷ ଭଲ ହୁଏ ।
Answer:
ଦୋରସା ମାଟିରେ ପରିବା ଚାଷ ଭଲ ହୁଏ
(ଗ) ଦୋରସା ମାଟିର ଜଳଧାରଣ କ୍ଷମତା ସବୁଠାରୁ ଅଧିକ ।
Answer:
ଚିକିଟା ମାଟିର ଜଳଧାରଣ କ୍ଷମତା ସବୁଠାରୁ ଅଧୂକ ।
![]()
(ଘ) ଚିକିଟା ମାଟିର ଜଳଧାରଣ କ୍ଷମତା ସବୁଠାରୁ କମ୍ ।
Answer:
ବାଲିଆ ମାଟିର ଜଳଧାରଣ କ୍ଷମତା ସବୁଠାରୁ କମ୍ ।
(ଙ) ଗଛ ଜଳତ୍ୟାଗ କରିବାକୁ ଅପଚୟ କୁହାଯାଏ ।
Answer:
ଗଛ ଜଳତ୍ୟାଗ କରିବାକୁ ଉଦ୍ବେଦ ନ କୁହାଯାଏ ।
ଠିକ୍ ଉତ୍ତର ପାଖରେ (✓) ଚିହ୍ନ ଓ ଭୁଲ୍ ଉତ୍ତର ପାଖରେ (✗) ଚିହ୍ନ ଦିଅ । (ପ୍ରଶ୍ନ ସହ ଉତ୍ତର)
(କ) ବାଲିଆ ମାଟିର ଜଳ ଧରି ରଖୁବାର କ୍ଷମତା ସବୁଠାରୁ ବେଶି ।
Answer:
(✗)
(ଖ) ଚିକିଟା ମାଟିର ଜଳ ଧରି ରଖୁବାର କ୍ଷମତା ସବୁଠାରୁ କମ୍ ।
Answer:
(✗)
(ଗ) ନଦୀ, ପୋଖରୀ ଇତ୍ୟାଦି ଜଳର ଉତ୍ସ ଅଟେ ।
Answer:
(✓)
(ଘ) ଜଳ ଏକ ଦ୍ରବଣ ।
Answer:
(✗)
![]()
(ଙ) ଆମ ରକ୍ତରେ ଜଳ ଏକ ମୂଖ୍ୟ ଅଂଶ ଅଟେ ।
Answer:
(✓)
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ସଂପର୍କ ବାଛ ।
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ତରଭୁଜ | ମରୁଡ଼ି |
| ଅଙ୍ଗାରକାମ୍ଳ | କମ୍ ଜଳ |
| ମାଟି | ଅଧ୍ଵ ଜଳ |
| ନଦୀବନ୍ଧ | ଶ୍ଵେତସାର |
| ଚିନାବାଦାମ | ଅଣୁଜୀବ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ତରଭୁଜ | ଅଧ୍ଵ ଜଳ |
| ଅଙ୍ଗାରକାମ୍ଳ | ଶ୍ଵେତସାର |
| ମାଟି | ଅଣୁଜୀବ |
| ନଦୀବନ୍ଧ | ମରୁଡ଼ି |
| ଚିନାବାଦାମ | କମ୍ ଜଳ |
![]()
ସଂକ୍ଷିପ୍ତ ପ୍ରଶ୍ନୋତ୍ତର
Question 1.
ଜଳ ସମ୍ପଦର ସୁରକ୍ଷା କରିବା କାହିଁକି ?
Answer:
- ପ୍ରାଣୀ ଓ ଉଭିଦ ବଞ୍ଚିରହିବା ପାଇଁ ଜଳ ମୁଖ୍ୟତଃ ଆବଶ୍ୟକ ।
- ଜଳ ଦୂଷିତ ହେଲେ ଜୀବଜଗତ ଆଉ ବଞ୍ଚିରହିପାରିବ ନାହିଁ, ଏଣୁ ଜଳ ସମ୍ପଦର ସୁରକ୍ଷା ଆବଶ୍ୟକ ।
Question 2.
ମନୁଷ୍ୟ ଶରୀରରେ ଜଳ କି କି କାର୍ଯ୍ୟ କରେ?
Answer:
- ଜଳ ଆମ ଶରୀରରେ ରକ୍ତକୁ ତରଳ ରଖେ । ପ୍ରତ୍ୟେକ ଜୀବକୋଷରେ ଅଧାରୁ ଅଧିକ ଜଳ ରହିବାଯୋଗୁଁ ସେଗୁଡ଼ିକ କାର୍ଯ୍ୟକ୍ଷମ ରହନ୍ତି ।
- ଅନେକ ଅଦରକାରୀ ପଦାର୍ଥ ଜଳରେ ଦ୍ରବୀଭୂତ ହୋଇ ମୂତ୍ର ଓ ଝାଳ ଆକାରରେ ଆମ ଶରୀରରୁ ବାହାରିଯାଏ ।
Question 3.
ଉଭିଦ କେଉଁ କେଉଁ କାର୍ଯ୍ୟପାଇଁ ଜଳ ଆବଶ୍ୟକ କରେ ?
Answer:
- ଖାଦ୍ୟ ପ୍ରସ୍ତୁତି ପାଇଁ ଉଦ୍ଭିଦ ଜଳ ଆବଶ୍ୟକ କରେ । ଅଙ୍ଗାରକାମ୍ଳ ଓ ଜଳର ସଂଯୋଗରେ ହିଁ ଶର୍କରା ସୃଷ୍ଟି ହୁଏ ।
- ମାଟିରେ ଅଣୁଜୀବ ମାନେ ବଢ଼ିଥା’ନ୍ତି । ଯବକ୍ଷାର ଜାନକୁ ମାଟିରେ ମିଶାଇବାପାଇଁ ସାହାଯ୍ୟ କରୁଥିବା ବୀଜାଣୁ ମଧ୍ଯ ଜଳ ଆବଶ୍ୟକ କରି ଥା’ନ୍ତି ।
- ଜଳ ଏକ ଦ୍ରାବକ ହୋଇଥିବାରୁ ମାଟିର ଲବଣକୁ ଏହା ଦ୍ରବୀଭୂତ କରିଥାଏ ।
![]()
ଦୀର୍ଘ ପ୍ରଶ୍ନୋତ୍ତର
Question 1.
ଜଳ ସଂରକ୍ଷଣ ପାଇଁ କେଉଁ କେଉଁ ବିଷୟପ୍ରତି ଧ୍ୟାନଦେବା ଆବଶ୍ୟକ ?
Answer:
ଜଳ ସଂରକ୍ଷଣପାଇଁ ନିମ୍ନଲିଖ ବିଷୟପ୍ରତି ଧ୍ୟାନଦେବା ଆବଶ୍ୟକ –
- ଜଳକୁ ଅଯଥା ଅଧିକ ବ୍ୟବହାର କରିବା ଓ ନଷ୍ଟ କରିବା ନାହିଁ ।
- ବ୍ୟବହାର ନ କରିବା ବେଳେ ପାଣି ଟ୍ୟାପ୍କୁ ସର୍ବଦା ବନ୍ଦ ରଖ୍ ।
- ଜଳ ଉତ୍ସଗୁଡ଼ିକର ପ୍ରଦୂଷଣ କମାଇବା ପାଇଁ ଯତ୍ନନେବା ।
- ବର୍ଷାଜଳକୁ ଗ୍ରାମାଞ୍ଚଳରେ ଛୋଟ ଜଳଭଣ୍ଡାରରେ ସାଇତିରଖ୍ ।
- ସହରାଞ୍ଚଳର ଛାତରେ ପଡ଼ୁଥିବା ବର୍ଷାଜଳ ଅମଳକରିବା; ଅର୍ଥାତ୍ ଏହାକୁ ବୋହିଯିବାକୁ ନଦେଇ ଗର୍ଭ ଖନନ କରି ସେଣ୍ଡ୍ରେ ସଂଗ୍ରହ କରିବା ।