BSE Odisha 7th Class Odia Solutions Chapter 20 ମୁକ୍ତିଯୋଦ୍ଧା ଜୟୀ ରାଜଗୁରୁ

Odisha State Board BSE Odisha 7th Class Odia Solutions Chapter 20 ମୁକ୍ତିଯୋଦ୍ଧା ଜୟୀ ରାଜଗୁରୁ Textbook Exercise Questions and Answers.

BSE Odisha Class 7 Odia Solutions Chapter 20 ମୁକ୍ତିଯୋଦ୍ଧା ଜୟୀ ରାଜଗୁରୁ

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଉତ୍ତର କୁହ।
(କ) ‘ମୁକ୍ତିଯୁଦ୍ଧର ପ୍ରଥମ ଯୋଦ୍ଧା’ ବୋଲି କାହାକୁ କୁହାଯାଇଛି ?
Answer:
ଖୋର୍ଦ୍ଧାର ରାଜା ମୁକୁନ୍ଦ ଦେବଙ୍କ ମୁଖ୍ୟ ପରାମର୍ଶଦାତା, ପ୍ରଧାନମନ୍ତ୍ରୀ, ରାଜ୍ୟର ବେବର୍ତ୍ତା, ରାଜ ପୁରୋହିତ,

(ଖ) ଜୟୀ ରାଜଗୁରୁ କେବେ ଓ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
Answer:
ଜୟୀ ରାଜଗୁରୁ ୧୭୩୯ ମସିହା ଅକ୍ଟୋବର ମାସ ୨୯ ତାରିଖ ପବିତ୍ର ଅଁଳା ନବମୀ ତିଥିରେ ଶ୍ରୀକ୍ଷେତ୍ର

(ଗ) ସ୍ଵାଧୀନତା ସଂଗ୍ରାମରେ ଭାଗ ନେଇ କ’ଣ କରିବାକୁ ପଡୁଥିଲା ?
Answer:
ସ୍ଵାଧାନତା ସଂଗ୍ରାମରେ ଭାଗନେଇ ବିଦେଶା ଆକ୍ରମଣକାରାଙ୍କ ହାତରୁ ବେଶମାତୃକାକୁ ରକ୍ଷା କରିବାପାଇଁ ନିଜ ଜୀବନକୁ ବିସର୍ଜନ କରିବାକୁ ହେଉଥୁଲା, ନିଜ ଜୀବନଠାରୁ ଦେଶର ସ୍ବାଭିମାନକୁ ବଡ଼ ବୋଲି ଭାବିବାକୁ ହେଉଥୁଲା ଏବଂ ସମୟ ପଡ଼ିଲେ ହସି ହସି ମୃତ୍ୟୁବରଣ କରିବାକୁ ପଡୁଥିଲା ।

(ଘ) କିଏ ଶାସନ କରୁଥିବାବେଳେ ଇଂରେଜମାନେ ଓଡ଼ିଶାକୁ ଆଗମନ କରିଥିଲେ ?
Answer:
ମରହଟ୍ଟାମାନେ ଶାସନ କରୁଥିବାବେଳେ ୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶାକୁ ଆଗମନ କରିଥିଲେ ।

(ଙ) ଜୟୀ ରାଜଗୁରୁଙ୍କ ପିଲାବେଳ କିପରି କଟିଥିଲା ?
Answer:
ଜୟୀ ରାଜଗୁରୁ ଥିଲେ ଜନ୍ମରୁ ବୀର । ଶୁଣାଯାଏ ଯେ କାଳିଆ ଘୋଡ଼ା ତାଙ୍କୁ ପିଣ୍ଡାତଳକୁ ଖସି ପଡ଼ିବାବେଳେ ଅଟକାଇ ଦେଇଥିଲା ଏବଂ ସେହିଦିନଠାରୁ ସେ କାଳିଆ ଘୋଡ଼ା ବେକରେ ଓହଳି ଖେଳିବାକୁ ଭଲ ପାଉଥିଲେ। ରକ୍ଷଣଶୀଳ ପରିବେଶରେ ବଢ଼ି, ପିଲାଦିନୁ ସେ ବାଲ୍ୟଶିକ୍ଷା ସହିତ ପାରମ୍ପରିକ ଶାସ୍ତ୍ରାଦିରେ ନିପୁଣତା ଅର୍ଜନ କରିଥିଲେ ।

(ଚ) ଇଂରେଜମାନେ ଜୟୀ ରାଜଗୁରୁଙ୍କୁ ସେନାଧ୍ୟକ୍ଷ ପଦରୁ ହଟାଇବା ପାଇଁ କି ପ୍ରକାରର ଯୋଜନା କରିଥିଲେ ?
Answer:
ଇଂରେଜମାନେ ଜୟୀ ରାଜଗୁରୁଙ୍କୁ ସେନାଧ୍ୟକ୍ଷ ପଦରୁ ହଟାଇବା ପାଇଁ ପ୍ରଥମେ ତାଙ୍କର ବିଶ୍ବସ୍ତ ଶମ୍ଭୁ ଭାରତୀଙ୍କୁ ବନ୍ଦୀ କଲେ । ପରବର୍ତୀ ସମୟରେ ଖୋର୍ଦ୍ଧା ରାଜାଙ୍କୁ ଜୟୀ ରାଜଗୁରୁଙ୍କୁ ସେନାଧ୍ୟକ୍ଷ ପଦରୁ ହଟାଇବାପାଇଁ ପ୍ରବର୍ତ୍ତାଇଲେ । ପୁନଶ୍ଚ ଇଂରେଜ ବିରୋଧୀ ଷଡ଼ଯନ୍ତ୍ରର ମୁଖ୍ୟ ନାୟକ ଭାବେ ଜୟୀଙ୍କ ବିରୁଦ୍ଧରେ ଗୁପ୍ତମନ୍ତ୍ରଣା କଲେ ଓ ଖଳନାୟକ, ସ୍ୱାର୍ଥପର, ଚୁଗୁଲିଆ, ତୋଷାମଦିଆମାନଙ୍କ ସହ କୁମନ୍ତ୍ରଣା ଜାରି ରଖୁଲେ ।

(ଛ) ଖୋର୍ଦ୍ଧାର ବରୁଣେଇ ପାହାଡ଼ କିପରି ସ୍ୱାଧୀନତା ସଂଗ୍ରାମର ମୂକସାକ୍ଷୀ ?
Answer:
ଖୋର୍ଦ୍ଧାର ବରୁଣେଇ ପାହାଡ଼ ନିକଟରେ ଥିବା ମୁକୁନ୍ଦ ପ୍ରସାଦ, ଜେମାଦେଇ, ପୋଡ଼ା ସାହି ଅଞ୍ଚଳରେ ସୈନ୍ୟ ଛାଉଣୀ ସଜାଇ ଇଂରେଜମାନେ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଥିଲେ । ମାତ୍ର ଜୟୀ ରାଜଗୁରୁଙ୍କର ଗରିଲାବାହିନୀ ସେଥ୍ୟପ୍ରତି ଭୃକ୍ଷେପ ନକରି, ପାହାଡ଼ ଉପରୁ ଅଗ୍ନିବର୍ଷା ପରି ଶର ନିକ୍ଷେପ କରି ଶହ ଶହ ଇଂରେଜ ସୈନ୍ୟଙ୍କୁ ଧରାଶାୟୀ କରିଥିଲେ । ଘମାଘୋଟ ଯୁଦ୍ଧରେ ବରୁଣେଇ ପାହାଡ଼ କମ୍ପିଉଠିଲା । ଖଣ୍ଡାୟତ ବୀରମାନେ ସିଂହପରି ଗର୍ଜନ କରି ଯୁଦ୍ଧକଲେ । ପାଇକମାନେ ଖଣ୍ଡା ତଲୁଆର ଧରି ଇଂରେଜମାନଙ୍କୁ ଆକ୍ରମଣ କଲେ । ଯେହେତୁ ଖୋର୍ଦ୍ଧାର ବରୁଣେଇ ପାହାଡ଼ ନିକଟରେ ଏହି ଯୁଦ୍ଧ ହୋଇଥିଲା, ସେଥ‌ିପାଇଁ ବରୁଣେଇ ପାହାଡ଼ ହିଁ ସ୍ଵାଧୀନତା ସଂଗ୍ରାମର ମୂକସାକ୍ଷୀ ଥିଲା ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୨।
ଦୁଇ ବା ତିନୋଟି ବାକ୍ୟରେ ଉତ୍ତର ଲେଖ ।
(କ) ଜୟୀ ରାଜଗୁରୁଙ୍କୁ ମୁକ୍ତିଯୁଦ୍ଧର ପ୍ରଥମ ଯୋଦ୍ଧା ବୋଲି କାହିଁକି କୁହାଯାଇଛି ?
Answer:
୧୮୦୩ ମସିହାରେ ଇଂରେଜମାନେ ମରହଟ୍ଟା ଶାସନାଧୀନ ଓଡ଼ିଶାକୁ ଦଖଲ କଲାବେଳକୁ ଖୋର୍ଦ୍ଧା ଥିଲା ସ୍ଵାଧୀନ ରାଜ୍ୟ । ସେହି ରାଜ୍ୟର ରାଜା ମୁକୁନ୍ଦ ଦେବଙ୍କର ମୁଖ୍ୟ ପରାମର୍ଶଦାତା, ପ୍ରଧାନମନ୍ତ୍ରୀ, ପ୍ରଧାନ ସେନାପତି ଥିଲେ ଜୟୀ ରାଜଗୁରୁ । ସେ ପ୍ରଥମେ ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ କରି ଇଂରେଜ ବିରୋଧୀ ଚେତନା ସୃଷ୍ଟି କରିଥିଲେ । ପରବର୍ତୀ ସମୟରେ ତାଙ୍କରି ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର, ତାପଙ୍ଗ ଦଳବେହେରା, ପିଣ୍ଡିକୀ ବାହୁ ବଳେନ୍ଦ୍ର, ଜୋରା ବିଶୋଇ, ଚକରା ବିଶୋଇ, ବୀର ସୁରେନ୍ଦ୍ର ସାଏ ପ୍ରମୁଖ ମୁକ୍ତି ସଂଗ୍ରାମକୁ ଆଗେଇ ନେଇଥିଲେ । ସୁତରାଂ ଜୟୀ ରାଜଗୁରୁ ହିଁ ଥିଲେ ମୁକ୍ତିଯୁଦ୍ଧର ପ୍ରଥମ ଯୋଦ୍ଧା ।

(ଖ) ଜୟୀ ରାଜଗୁରୁଙ୍କ ମାଆ ତାଙ୍କ ପୁଅ ପାଇଁ କି କି ସ୍ଵପ୍ନ ଦେଖୁଥିଲେ ?
ବିୟୋଗ ଘଟିଥିଲା । ଏହି ପରିପ୍ରେକ୍ଷୀରେ ଜୟୀ ରାଜଗୁରୁଙ୍କ ମାଆଙ୍କର ଇଚ୍ଛା ଥିଲା ଯେ ଜୟୀଙ୍କୁ ବିବାହ କରାଇ ଘରକୁ ବୋହୂଟିଏ ଆଣିଲେ, ତାଙ୍କର ଦୁଃଖ ଲାଘବ ହେବ । ପୁନଶ୍ଚ ମା’ଙ୍କ ଇଚ୍ଛା ଥିଲା ପିତାଙ୍କ ପରେ ଖୋର୍ଦ୍ଧା ରାଜାଙ୍କର ରାଜଗୁରୁ ପଦବୀରେ ଜୟୀ ଅଧ୍ୱଷ୍ଠିତ ହେବ । ପୁଅ ପାଇଁ ଜୟୀଙ୍କ ମା’ ଏହିଭଳି ସ୍ବପ୍ନ ଦେଖୁଥିଲେ ।

(ଘ) ଯୋଦ୍ଧାମାନେ କେତେ ଭାଗରେ ବିଭକ୍ତ ହୋଇଥିଲେ ଓ ସେମାନେ କେଉଁ କାର୍ଯ୍ୟ କରୁଥିଲେ ?
Answer:
ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିବାପାଇଁ ସୈନ୍ୟମାନଙ୍କୁ ମୁଖ୍ୟତଃ ପଦାତିକ, ଅଶ୍ଵାରୋହୀ ଓ ଗଜାରୋହୀ ଭାଗରେ ବିଭକ୍ତ କରାଯାଇଥିଲା । ପୁନଶ୍ଚ କୁଶଳୀ ଯୋଦ୍ଧାମାନଙ୍କୁ ଜୟୀ ରାଜଗୁରୁ ଚାରିଭାଗରେ ବିଭକ୍ତ କରିଥିଲେ । ସେମାନେ ହେଲେ ପାହାଡ଼ୀ, ବାଣୁଆ, ଢେଙ୍କିଆ ଓ ଗରିଲା । ପାହାଡ଼ୀମାନେ ବଣ ପାହାଡ଼ରେ ଲୁଚିଛପି ଆକ୍ରମଣ କରୁଥିଲେ, ବାଣୁଆମାନେ ଖାର, ଗନ୍ଧକ, କୋଇଲା ଓ ଲୌହଗୁଣ୍ଡରେ ବାଣ ତିଆରି କରି ଆଗ୍ନେୟାସ୍ତ୍ର ପ୍ରୟୋଗରେ ଧୁରନ୍ଧର ଥିଲେ, ଢେଙ୍କିଆମାନେ ଖଣ୍ଡା, ତରୁଆଲ, ଢାଲ, ଧନୁଶର ସାହାଯ୍ୟରେ ଆକ୍ରମଣ କରୁଥିଲାବେଳେ ଗରିଲାମାନେ ପଛପଟୁ ଅତର୍କିତ ଆକ୍ରମଣ କରି ଉଭାନ ହୋଇଯାଉଥିଲେ । ଏହାଛଡ଼ା ସୈନ୍ୟମାନେ ଜଳଧର ବ୍ୟୁହ, ଚକ୍ରବ୍ୟୁହ, ଅର୍ଦ୍ଧଚକ୍ରବ୍ୟୁହ, ସୂଚ୍ୟବ୍ୟୁହ ଓ ସେନାଶାୟୀ ବ୍ୟୁହ ରଚନା କରି ଚକମା ଦେଖାଇବାରେ ଧୁରନ୍ଧର ଥିଲେ ।

(ଙ‍) ଜୟୀ ରାଜଗୁରୁଙ୍କ ସହ କେଉଁ କେଉଁ ଅଞ୍ଚଳର ଲୋକମାନେ ବିଦ୍ରୋହରେ ସାମିଲ ହେବାକୁ ହାତ ବଢ଼ାଇଥିଲେ ?
Answer:
ଜୟୀ ରାଜଗୁରୁ ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିବାପାଇଁ ଆଗେଇ ଆସିଥିଲାବେଳେ ତାଙ୍କ ସହ କନିକା, କୁଜଙ୍ଗ, ବିଷ୍ଣୁପୁର ଓ ମରଚିପୁରର ରାଜାମାନେ ବିଦ୍ରୋହରେ ସାମିଲ ହେବାପାଇଁ ହାତ ବଢ଼ାଇଥିଲେ । ପୁନଶ୍ଚ ଜୟୀ ରାଜଗୁରୁ ଭୋନ୍‌ସଲା ଏକମତ ହୋଇଥିଲେ ।

(ଚ) ଖୋର୍ଦ୍ଧାଗଡ଼ରେ ଇଂରେଜମାନଙ୍କ ସମରସଜ୍ଜାର ପ୍ରଭାବ କିପରି ପଡ଼ିଥିଲା ?
Answer:
ଖୋର୍ଦ୍ଧାଗଡ଼ରେ ଇଂରେଜମାନଙ୍କ ସମରସଜ୍ଜା ଦେଖ୍ ଗାଁ ଗାଁରେ ଯୁବଶକ୍ତି, ପାଇକଶକ୍ତି, ଦଳେଇ, ଦଳବେହେରାମାନେ ଓ ଟୋକାଠାରୁ ବୁଢ଼ା ପର୍ଯ୍ୟନ୍ତ, ଝିଅ ବୋହୂଠାରୁ ଆରମ୍ଭକରି ବୁଢ଼ୀମାନଙ୍କ ମନରେ ବିଦ୍ରୋହର ଚମକ ସୃଷ୍ଟି ହୋଇଥିଲା । ସମସ୍ତେ ଉତ୍ତେଜିତ ହୋଇ ମାଟି ମାଆ ପାଇଁ ପ୍ରାଣବଳି ଦେବାକୁ ଅଣ୍ଟାଭିଡ଼ି ଆଗେଇ ଆସିଥିଲେ । ଶହ ଶହ ବୀର ଯବାନ ଓ ପାଇକ ଆଖଡ଼ାଦଳର ଭେଣ୍ଡିଆମାନେ ଅସ୍ତ୍ରଶସ୍ତ୍ର ଓ ଯୁଦ୍ଧବାଦ୍ୟ ବଜାଇ ବାହାରି ଆସିଲେ । ସମଗ୍ର ଖୋର୍ଦ୍ଧାମାଟି ତାତି ଉଠିଥିଲା ।

(ଛ) ଜୟୀ ରାଜଗୁରୁଙ୍କ ଶେଷ ଜୀବନ କିପରି କଟିଥିଲା ?
Answer:
ଇଂରେଜମାନେ ୧୮୦୪ ମସିହା ଡିସେମ୍ବର ମାସ ୫ ତାରିଖରେ ଦେଶଦ୍ରୋହୀଙ୍କ ସହାୟତାରେ ବରୁଣେଇ ଗଡ଼ ମଧ୍ଯରେ ପଶି ଜୟୀ ରାଜଗୁରୁଙ୍କୁ ବନ୍ଦୀ କଲେ । ତାଙ୍କୁ ବନ୍ଦୀକରି ବାରବାଟୀ ଦୁର୍ଗରେ ରଖିଲେ, ମାତ୍ର ଇଂରେଜ ଶାସକ ପୁନର୍ବାର ଭୟଭୀତ ହୋଇ ସେମାନଙ୍କୁ ମେଦିନିପୁର ପଠାଇଦେଲେ। ଶେଷରେ ବିଚାର ହୋଇ ୧୮୦୬ ମସିହା ଡିସେମ୍ବର ୬ ତାରିଖରେ ମେଦିନିପୁରର ବାଘୀ ତୋଟା ନାଳ ନିକଟ ପୁରୁଣା ବରଗଛ ଡାଳ ଦୁଇଟିରେ ମୃତ୍ୟୁଦଣ୍ଡ ଦେଲେ ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୩ ।
ପ୍ରାୟ ୮୦ ଶବ୍ଦ ମଧ୍ଯରେ ଉତ୍ତର ଲେଖ ।
(କ) ପୁରୀ ରାଜଦରବାରରେ ରାଜଗୁରୁ ହିସାବରେ ଜୟୀ ରାଜଗୁରୁଙ୍କ କାର୍ଯ୍ୟାବଳୀ ଲେଖ ।
Answer:
ୟୀ ରାଜଗୁରୁ ଥିଲେ ଖୋର୍ଦ୍ଧା ରାଜାଙ୍କର ରାଜ ପୁରୋହିତ, ମନ୍ତ୍ରୀ ଓ ସେନାଧ୍ୟକ୍ଷ । ଦିବ୍ୟସିଂହ ଦେବଙ୍କ ମୃତ୍ୟୁ ପରେ ତାଙ୍କର ନାବାଳକ ପୁତ୍ର ମୁକୁନ୍ଦ ଦେବ ଖୋର୍ଦ୍ଧା ରାଜସିଂହାସନରେ ଅଭିଷିକ୍ତ ହେଲେ । ଏହିପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶକୁ ରକ୍ଷା କରିବାପାଇଁ ଜୟୀ ରାଜଗୁରୁ ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼େଇ କରିଥିଲେ । ଜୟୀ ରାଜଗୁରୁ ଥିଲେ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ । ରାଜାଙ୍କ କୁଳପୁରୋହିତ ଭାବରେ ସେ ମନ୍ଦିର ପ୍ରଶାସନ ଦାୟିତ୍ଵ ନିଜ ହାତକୁ ନେଇଥିଲେ । ଚାରୋଟି ପ୍ରଗଣାରୁ ଖଜଣା ଆଦାୟ ପାଇଁ ଖୋର୍ଦ୍ଧାରାଜ୍ୟ ତରଫରୁ ସେ ସନନ୍ଦ ଜାରି କରିଥିଲେ ।

ଇଂରେଜମାନଙ୍କ ସହିତ ଯୁଦ୍ଧ କରିବା ସମୟରେ ସେ ସୁଡ଼ଙ୍ଗ ବାଟଦେଇ ମହାରାଜା ମୁକୁନ୍ଦଦେବଙ୍କୁ ପୁରୀର ଗଙ୍ଗାମାତ୍ରା ମଠକୁ ପଠାଇଦେଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭୋଗ, ନୀତିନିୟମ ପାଇଁ ମଠାଧୀଶ ନରୋତ୍ତମ ଦାସଙ୍କ ପାଖକୁ ଏକ ପତ୍ର ପ୍ରେରଣ କରିଥିଲେ । ଯୁଦ୍ଧ ସମୟରେ ମଧ୍ୟ ଜଗନ୍ନାଥଙ୍କର ପରମଭକ୍ତ ଓ ସେବକ ଭାବରେ, ମହାପ୍ରଭୁଙ୍କର ସେବାନିମିତ୍ତ ସେ ସଚେତନ ଥିଲେ । ସେ ମଧ୍ୟ ରାଜାଙ୍କୁ ଠାକୁରଙ୍କର ଚଳନ୍ତି ପ୍ରତିମା ବୋଲି ଭାବୁଥିଲେ ।

(ଖ) ଜୟୀ ରାଜଗୁରୁ ଜଣେ କୂଟନୀତିଜ୍ଞ, ତାହା ତାଙ୍କ ଜୀବନରୁ କିପରି ଜଣାପଡ଼େ ବୁଝାଇ ଲେଖ ।
Answer:
ଜୟୀ ରାଜଗୁରୁ ଖୋର୍ଦ୍ଧା ରାଜାଙ୍କର ରାଜଗୁରୁ ଥୁଲେ । ସେହି ସମୟରେ ଦିବ୍ୟସିଂହଦେବଙ୍କର ମୃତ୍ୟୁ ପରେ ତାଙ୍କର ନାବାଳକ ପୁତ୍ର ମୁକୁନ୍ଦ ଦେବ ଖୋର୍ଦ୍ଧା ସିଂହାସନରେ ଅଭିଷିକ୍ତ ହେଲେ । ନିଜର ଅଭିଜ୍ଞତା ଓ କୂଟନୀତି ବଳରେ ସେ ରାଜ୍ୟର ସମସ୍ତ ଦାୟିତ୍ଵ ନିଜ ମୁଣ୍ଡ ଉପରକୁ ନେଇଥିଲେ । ସେ ହୋଇଥିଲେ ମହାମନ୍ତ୍ରୀ, ସେନାଧ୍ୟକ୍ଷ, ପରାମର୍ଶଦାତା ଓ ବେବର୍ଷା । ରାଜା ନହୋଇ ମଧ୍ୟ ସେ ହୋଇଥିଲେ ମୁକୁଟବିହୀନ ସମ୍ରାଟ । ଦେଶକୁ ରକ୍ଷା କରିବାପାଇଁ ସେ କୂଟନୀତି ପ୍ରୟୋଗକରି ଇଂରେଜ ସେନାମାନଙ୍କ ମନରେ ଭୟ ସୃଷ୍ଟି କରିଥିଲେ । ଜୟୀ ରାଜଗୁରୁ ‘ଶମ୍ଭୁ ଭାରତୀ’ ନାମକ ଜଣେ ବିଶ୍ୱସ୍ତ ସନ୍ନ୍ୟାସୀଙ୍କୁ ସାଥୀକରି ଗାଁ ଗାଁରେ ବୁଲି ଲୋକଙ୍କୁ ମତାଇ, ଇଂରେଜ ବିରୋଧୀ ଜନମତ ସୃଷ୍ଟି କରିଥିଲେ । ଖୋର୍ଦ୍ଧା ରାଜ୍ୟର ଗ୍ରାମାଞ୍ଚଳରୁ ବଛା ବଛା ବୀର ଯୁବକମାନଙ୍କୁ ଆଣି ବରୁଣେଇ

ଗଡ଼ରେ ଯୁଦ୍ଧ ତାଲିମ ଦେଇ, ଦୁର୍ଘଷ ସେନାବାହିନୀ ଗଠନ କରିଥିଲେ । କନିକା, କୁଜଙ୍ଗ, ବିଷ୍ଣୁପର ଓ ମରଚିପୁରର ରାଜାମାନେ ବିଦ୍ରୋହରେ ସାମିଲ ହେବାପାଇଁ ତାଙ୍କ ସହ ହାତ ମିଳାଇଥିଲେ । ପୁନଶ୍ଚ ସେ ଚତୁରତାର ସହିତ ମରହଟ୍ଟାମାନଙ୍କଠାରୁ ସାହାଯ୍ୟ ପାଇଁ ନାଗପୁର ଭୋନ୍ସଲାଙ୍କ ସହିତ ଗୁପ୍ତ ମନ୍ତ୍ରଣା କରିଥିଲେ । ନିଶାର୍ଦ୍ଧ ରାତିରେ ସେ ସୁଡ଼ଙ୍ଗ ମଧ୍ୟରେ ଦୁଷ ସୈନ୍ୟମାନଙ୍କୁ ତାଲିମ ଦେଉଥିଲେ । ସମ୍ମୁଖ ସମର ନକରି କିପରି ପାହାଡ଼ୀ, ବାଣୁଆ, ଢେଙ୍କିଆ, ଗରିଲାମାନଙ୍କଦ୍ୱାରା ଇଂରେଜ ସୈନ୍ୟଙ୍କୁ ପରାସ୍ତ କରିବେ, ସେପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ପୁନଶ୍ଚ ଯୁଦ୍ଧ ସମୟରେ ସେ ଗଜପତିଙ୍କ ସୁରକ୍ଷା ପାଇଁ ଗୁପ୍ତସୁଡ଼ଙ୍ଗ ବାଟଦେଇ, ତାଙ୍କୁ ପୁରୀର ଗଙ୍ଗାମାତା ମଠକୁ ପଠାଇ ଦେଇଥିଲେ । ମହାପ୍ରଭୁଙ୍କର ନୀତିନିୟମ ପାଇଁ ମଠାଧୀଶ ନରୋତ୍ତମ ଦାସଙ୍କ ପାଖକୁ ପତ୍ର ପ୍ରେରଣ କରିଥିଲେ । ଏଥୁରୁ ଜଣାପଡ଼େ ଯେ ସେ ଜଣେ ବିଚକ୍ଷଣ କୂଟନୀତିଜ୍ଞ ଥିଲେ ।

Question ୪।
ପ୍ରାୟ ୧୫୦ ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
ମହାନ୍ ଯୋଦ୍ଧାଭାବରେ ଜୟୀ ରାଜଗୁରୁଙ୍କର ଦେଶଭକ୍ତି ବର୍ଣ୍ଣନା କର ।
Answer:
ଶିଶୁ ସାହିତ୍ୟିକ ବୀରେନ୍ଦ୍ର ମହାନ୍ତି ‘ମୁକ୍ତିଯୋଦ୍ଧା ଜୟୀ ରାଜଗୁରୁ’ଙ୍କ ଜୀବନୀମୂଳକ ଲେଖାରେ ଜୟୀ ରାଜଗୁରୁଙ୍କୁ ଭାରତୀୟ ମୁକ୍ତି ସଂଗ୍ରାମର ପ୍ରଥମ ଯୋଦ୍ଧା ଓ ଦେଶଭକ୍ତ ଭାବରେ ବର୍ଣ୍ଣନା କରିଛନ୍ତି । ଏଥ‌ିରେ ଜୟୀଙ୍କୁ ଅପୂର୍ବ ତ୍ୟାଗୀ, ସାହସୀ ଓ ମହାନ୍ ଯୋଦ୍ଧାଭାବରେ ପ୍ରମାଣିତ କରାଯାଇଛି ।
ଜୟୀ ଥିଲେ ପରମ ଦେଶଭକ୍ତ । ଦେଶ ଓ ଜାତିର ଉନ୍ନତି ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ । ତେଣୁ ବ୍ୟକ୍ତିଗତ ସୁଖ, ପାରିବାରିକ ଜଞ୍ଜାଳ ଭିତରେ ବାନ୍ଧିହେବାକୁ ସେ ଚାହିଁନଥିଲେ । ତାଙ୍କର ମା’ ତାଙ୍କୁ ବିବାହ ଦେଇ ବୋହୂଟିଏ ଆଣି ସୁଖରେ ରହିବେ ବୋଲି ଇଚ୍ଛା କରିଥିଲେ ବି ସେଥୁରେ ସେ ରାଜି ହୋଇ ନଥିଲେ । ଲେଖକ ଏହାକୁ ବର୍ଣନା କରି ଲେଖିଛନ୍ତି ‘ଯିଏ ନିଜ ଦେଶ ପାଇଁ, ଅତ୍ୟାଚାରୀ ବିଦେଶୀ ଶାସକମାନଙ୍କ ଦାଉରୁ ପ୍ରଜାମାନଙ୍କୁ ରକ୍ଷାକରିବାପାଇଁ ଅହରହ ଚିନ୍ତା କରୁଥିଲେ ସେ କ’ଣ ନିଜର ସୁଖ ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇପାରେ ?’ ଅର୍ଥାତ୍ ଦେଶଭକ୍ତ ବୀର ଜୟୀ ରାଜଗୁରୁ ନିଜର କର୍ତ୍ତବ୍ୟ ଓ ଦାୟିତ୍ବକୁ ଠିକ୍ ରୂପେ ସମ୍ପାଦନ କରିବାକୁ ଯାଇ ନିଜର ପାରିବାରିକ ଜୀବନ କଥା ଭୁଲିଯାଇ ସାରା ଜୀବନ ଅବିବାହିତ ରହି ଯାଇଥିଲେ ।

ଖୋର୍ଦ୍ଧା ଯେତେବେଳେ ଘଡ଼ିସନ୍ଧି ସମୟରେ ଉପସ୍ଥିତ ହୋଇଥିଲା, ସେତେବେଳେ ଦିବ୍ୟସିଂହ ଦେବଙ୍କର ମୃତ୍ୟୁ ପରେ ତାଙ୍କର ନାବାଳକ ପୁତ୍ର ମୁକୁନ୍ଦ ଦେବ ସିଂହାସନରେ ଅଭିଷିକ୍ତ ହୋଇଥିଲେ । ଜୟୀ ରାଜଗୁରୁ ରାଜ୍ୟର ସମସ୍ତ ଭାର ନିଜ ମୁଣ୍ଡ ଉପରକୁ ନେଇଥିଲେ । ଇଂରେଜମାନଙ୍କ ବିରୁଦ୍ଧରେ ଲଢ଼େଇ କରି କିପରି ଦେଶକୁ ରକ୍ଷା କରିବେ ସେହି ଚିନ୍ତାରେ ସେ ବୁଡ଼ି ରହିଲେ । ଇଂରେଜମାନେ ସୈନ୍ୟସାମନ୍ତ ନେଇ ଖୋର୍ଦ୍ଧା ରାଜ୍ୟଦେଇ କଟକର ବାରବାଟୀ ଦୁର୍ଗକୁ ଦଖଲ କଲେ । ଇଂରେଜମାନଙ୍କ ବିଶ୍ୱାସଘାତକତାର ଦୃଢ଼ ଜବାବ ଦେବାକୁ ସେ ଗାଁ ଗାଁ ବୁଲି ଇଂରେଜ ବିରୋଧୀ ଜନମତ ସୃଷ୍ଟିକଲେ। ଗାଁର ପାଇକପୁଅ, ଖଣ୍ଡାୟତ ପୁଅ, ଯୋଦ୍ଧାମାନଙ୍କୁ ନେଇ ପାଇକମେଳି କଲେ । ପାଇକମାନଙ୍କ ନେତା ହୋଇ ସୈନ୍ୟମାନଙ୍କୁ ତାଲିମ ଦେଲେ । ଦୁଇ ହଜାର ସୈନ୍ୟଙ୍କୁ ନେଇ ହଠାତ୍ ସେ କଟକର ବାରବାଟୀ ଦୁର୍ଗକୁ ଘେରାଉ କଲେ । କର୍ଣ୍ଣେଲ ହାରକୋର୍ଟଙ୍କଠାରୁ ଚୁକ୍ତିପତ୍ର ଅନୁସାରେ ଏକଲକ୍ଷ ଟଙ୍କା ଓ ପ୍ରଗଣା ଦାବି କଲେ । କର୍ଣ୍ଣେଲ ବାଧ୍ୟହୋଇ ଚାଳିଶ ହଜାର ଟଙ୍କା ଦେବାରୁ, ତାହାକୁ ସେ ପାଇକମାନଙ୍କ ମଙ୍ଗଳ ପାଇଁ ଖର୍ଚ୍ଚକଲେ ଓ ଇଂରେଜ ଶାସକ ବିରୁଦ୍ଧରେ ଯୁଦ୍ଧ ପ୍ରସ୍ତୁତିରେ ଲାଗିପଡ଼ିଲେ ।

ଯୁଦ୍ଧରେ କିପରି ଇଂରେଜ ସୈନ୍ୟମାନଙ୍କୁ ପରାଜିତ କରିବେ, ସେଥ‌ିପାଇଁ ଯୋଦ୍ଧାମାନଙ୍କୁ ବିଭିନ୍ନ ବିଭାଗରେ ବିଭକ୍ତ କଲେ । ନିଶାର୍ଦ୍ଧ ରାତିରେ ସୁଡ଼ଙ୍ଗ ମଧ୍ୟରେ ରହି ଦୁର୍ବଷ୍ଟ ସୈନ୍ୟମାନଙ୍କୁ ତାଲିମ ଦେଲେ । ଇଂରେଜମାନେ ବରୁଣେଇ ପାହାଡ଼ ପାଖରେ ସମରସଜ୍ଜା କଲାବେଳେ, ସେ ତାହାକୁ ସମ୍ମୁଖୀନ ହେବାପାଇଁ ବିହିତ ବ୍ୟବସ୍ଥା କରିଥିଲେ । ସେ ଖୋର୍ଦ୍ଧା ମାଟିକୁ ଦେଶପ୍ରେମ ରୂପକ ବହ୍ନିରେ ତତାଇ ଦେଇଥିଲେ । ଯୁଦ୍ଧରେ ଶହ ଶହ ଇଂରେଜ ସୈନ୍ୟ ଧରାଶାୟୀ ହେଲେ । ମାଟି ମାଆକୁ ରକ୍ଷା କରିବାପାଇଁ ଓ ନିଜର ଭିଟାମାଟିର ସୁରକ୍ଷା ପାଇଁ ସେ ଲୋକମାନଙ୍କ ମନରେ ଉନ୍ମାଦନା ସୃଷ୍ଟି କଲେ ।

ଦେଶର ଜାତୀୟ ଦେବତା ଜଗନ୍ନାଥଙ୍କର ସେ ଥିଲେ ପରମଭକ୍ତ । ସେ ରାଜାଙ୍କୁ ଠାକୁରଙ୍କ ଚଳନ୍ତି ପ୍ରତିମା ବୋଲି ମନେକରୁଥିଲେ । ତେଣୁ ଯୁଦ୍ଧ ସମୟରେ ଠାକୁର ଓ ଠାକୁର ରାଜାଙ୍କ ସୁରକ୍ଷାପାଇଁ ସେ ଯତ୍ନବାନ୍ ହୋଇଥିଲେ । ଗଜପତିଙ୍କ ସୁରକ୍ଷା ପାଇଁ ଗୁପ୍ତ ସୁଡ଼ଙ୍ଗ ବାଟ ଦେଇ ମହାରାଜା ମୁକୁନ୍ଦ ଦେବଙ୍କୁ ପୁରୀର ଗଙ୍ଗାମାତା ମଠକୁ ପଠାଇ ଦେଇଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭୋଗ, ନୀତିନିୟମ ପାଇଁ ମଠାଧୀଶ ନରୋତ୍ତମ ଦାସଙ୍କ ପାଖକୁ ଏକ ପତ୍ର ପ୍ରେରଣ କରିଥିଲେ ।

ଦେଶଦ୍ରୋହୀମାନଙ୍କ ସହାୟତାରେ ଇଂରେଜମାନେ ଗଡ଼ ମଧ୍ୟକୁ ପ୍ରବେଶ କରି ଲୌହମାନବ ଜୟୀ ରାଜଗୁରୁଙ୍କ ଲୌହ ଶୃଙ୍ଖଳରେ ବନ୍ଦୀ କରିଥିଲେ । ଜୟୀ ରାଜଗୁରୁ ଜୀବନର ଶେଷ ପର୍ଯ୍ୟନ୍ତ ଠାକୁର ରାଜାଙ୍କର ବିରୋଧୀ ହୋଇନଥିଲେ କିମ୍ବା ତାଙ୍କ ବିରୁଦ୍ଧରେ ପଦେ ହେଲେ କହିନଥିଲେ । ବରଂ ସବୁଦୋଷ ନିଜ ଉପରକୁ ନେଇଯାଇ ସେ ଇଂରେଜମାନଙ୍କଦ୍ୱାରା ଦଣ୍ଡିତ ହୋଇଥିଲେ । ଦେଶପ୍ରେମୀ ଭାବରେ ଜୟୀ ଥିଲେ ସ୍ୱୟଂସମ୍ପୂର୍ଣ୍ଣ । ଦେଶ ଓ ଜାତିର ଆଦର୍ଶ ପୁରୁଷ ହେବାପାଇଁ ଯେଉଁ ତ୍ୟାଗ ଆବଶ୍ୟକ, ତାହା ବିପ୍ଳବୀ ବୀର ଜୟୀ ରାଜଗୁରୁଙ୍କଠାରେ ଦେଖିବାକୁ ମିଳିଥିଲା ।

ତୁମପାଇଁ କାମ :

  • ଜୟୀ ରାଜଗୁରୁଙ୍କ ସଂପର୍କରେ ଅନ୍ୟ କବି ଓ ଲେଖକଙ୍କ ଲେଖା ସଂଗ୍ରହ କରି ପଢ଼ ।
  • ବୀରେନ୍ଦ୍ର ମହାନ୍ତିଙ୍କ ଅନ୍ୟାନ୍ୟ ଶିଶୁ ସାହିତ୍ୟ ସଂଗ୍ରହ କରି ପଢ଼ ।
    Answer:
    ପିଲାମାନେ ଶିକ୍ଷକ ବା ଅଭିଭାବକଙ୍କ ପରାମର୍ଶ ନେଇ ନିଜେ କରିବେ ।

ଅଭ୍ୟାସ ପାଇଁ ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
(କ) ଭାରତର ମୁକ୍ତି ସଂଗ୍ରାମ ସମ୍ପର୍କରେ ଇତିହାସ କ’ଣ କହେ ?
Answer:
ଭାରତର ମୁକ୍ତି ସଂଗ୍ରାମ ସମ୍ପର୍କରେ ଇତିହାସ କହେ ଯେ ଓଡ଼ିଶାରେ ହିଁ ଭାରତର ପ୍ରଥମ ମୁକ୍ତି ସଂଗ୍ରାମ ଆରମ୍ଭ ହୋଇଥିଲା ।

(ଖ) କେଉଁମାନଙ୍କ ମଧ୍ୟରେ ବିପ୍ଳବୀ ଜୟୀ ରାଜଗୁରୁ ଅନ୍ୟତମ ?
Answer:
ଯେଉଁମାନେ ଦେଶ ପାଇଁ ଓ ଜାତି ପାଇଁ ବୀର ଭାବରେ ସମ୍ମୁଖ ସଂଗ୍ରାମ କରି ଦେଶମାତୃକାକୁ ବିଦେଶୀ ଆକ୍ରମଣକାରୀଙ୍କ ହାତରୁ ମୁକ୍ତ କରିବାପାଇଁ ନିଜ ଜୀବନକୁ ବିସର୍ଜନ କରିଥିଲେ, ସେହିମାନଙ୍କ ମଧ୍ୟରେ ବିପ୍ଳବୀ ଜୟୀ ରାଜଗୁରୁ ଅନ୍ୟତମ ।

(ଗ) କ’ଣ କରି ଇଂରେଜମାନେ ସାରା ଭାରତବର୍ଷକୁ ନିଜ ଅଧୀନକୁ ନେଇଥିଲେ ?
Answer:
ବିଶ୍ଵାସଘାତକ ଇଂରେଜମାନେ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ କରି ସାରା ଭାରତବର୍ଷକୁ ନିଜ ଅଧୀନକୁ ନେଇଥିଲେ ।

(ଘ) ଜୟୀ ରାଜଗୁରୁଙ୍କ ପରେ ଓଡ଼ିଶାର କେଉଁ ବୀରମାନେ ମୁକ୍ତି ସଂଗ୍ରାମକୁ ଆଗେଇ ନେଇଥିଲେ ?
Answer:
ଜୟୀ ରାଜଗୁରୁଙ୍କ ପରେ ଓଡ଼ିଶାରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର, ତାପଙ୍ଗ ଦଳବେହେରା, ପିଣ୍ଡିକୀ ବାହୁ ବଳେନ୍ଦ୍ର, ଜୋରା ବିଶୋଇ, ଚକରା ବିଶୋଇ, ବୀର ସୁରେନ୍ଦ୍ର ସାଏ ପ୍ରମୁଖ ବୀରମାନେ ମୁକ୍ତି ସଂଗ୍ରାମକୁ ଆଗେଇ ନେଇଥିଲେ ।

(ଙ‍) ଖୋର୍ଦ୍ଧା ରାଜାଙ୍କର ରାଜ ପୁରୋହିତ କିପରି ଜଣେ ସଚ୍ଚା ଦେଶଭକ୍ତ ଥିଲେ ?
Answer:
ଖୋର୍ଦ୍ଧା ରାଜାଙ୍କ ରାଜ ପୁରୋହିତ ଜୟୀ ରାଜଗୁରୁ ବୀର ଭାବରେ କେବେ ପଛଘୁଞ୍ଚା ଦେଇ ନଥିଲେ କିମ୍ବା ଜୀବନ ଭୟରେ ଦେଶର ସ୍ଵାଭିମାନକୁ ବଳି ଦେଇନଥିଲେ । ବରଂ ସଚ୍ଚା ଦେଶଭକ୍ତ ଭାବରେ ମାତୃଭୂମିକୁ ବିଦେଶୀ ଶତ୍ରୁମାନଙ୍କ କବଳରୁ ରକ୍ଷା କରିବାପାଇଁ ନିଜର ପ୍ରାଣବଳି ଦେଇଥିଲେ ।

(ଚ) ଜୟୀ ରାଜଗୁରୁ କେଉଁ ବଂଶରେ ଜନ୍ମଗ୍ରହଣ କରିଥିଲେ ଓ ତାଙ୍କ ପିତାଙ୍କ ନାମ କ’ଣ ଥିଲା ?
Answer:
ଜୟୀ ରାଜଗୁରୁ ପଣ୍ଡିତ ଶ୍ରେଷ୍ଠ ଗଦାଧର ରାଜଗୁରୁଙ୍କ ବଂଶରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଚାନ୍ଦ ରାଜଗୁରୁ ।

(ଛ) ଜୟୀ କାହିଁକି ଖୋର୍ଦ୍ଧା ରାଜାଙ୍କୁ ପ୍ରଥମେ ସାକ୍ଷାତ କରିଥିଲେ ?
Answer:
ରାଜଗୁରୁ ପଦରେ ଅଭିଷିକ୍ତ ହେବା ପୂର୍ବରୁ ଜୟୀ ନିଜ ଗାଁ ପାଖ ଅଞ୍ଚଳରେ ବର୍ଗାମାନଙ୍କଦ୍ୱାରା ଅତ୍ୟାଚାରିତ ଓ ହିଂସାକାଣ୍ଡରେ ଅତିଷ୍ଠ ହୋଇ ପଡ଼ିଥିବା ଲୋକମାନଙ୍କୁ ସାହାଯ୍ୟ କରିବାପାଇଁ ନିଜେ ପ୍ରଥମେ ଖୋର୍ଦ୍ଧା ରାଜାଙ୍କୁ ସାକ୍ଷାତ କରିଥିଲେ ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୨।
ଜୟୀ ରାଜଗୁରୁ ଜନ୍ମରୁ ବୀର ଥିଲେ ବୋଲି କିପରି ଜଣାପଡ଼େ ? କିମ୍ବା, ରାଜଗୁରୁଙ୍କର ବାଲ୍ୟଜୀବନ ବିଷୟରେ ଲେଖ।
Answer:
ଜୟୀ ରାଜଗୁରୁଙ୍କର ସାହସିକତା ଓ ଦେଶଭକ୍ତି ପିଲାଟି ଦିନରୁ ଜଣାପଡ଼ିଥିଲା। କଥାରେ ଅଛି, “ ତୁଳସୀ ଦୁଇ ପତ୍ରରୁ ବାସେ ।” ପିଲାଦିନେ ଜୟୀ ଥରେ ଗୁରୁଣ୍ଡି ଗୁରୁଣ୍ଡି ପିଣ୍ଡା ତଳକୁ ଖସି ପଡ଼ିବାବେଳକୁ ଗୋଟିଏ କାଳିଆଘୋଡ଼ା ଆସି ତାଙ୍କୁ ଅଟକାଇ ଥିଲା। ଜୟୀ ନିର୍ଭୟରେ ଘୋଡ଼ା ବେକରେ ଥ‌ିବା ବେଲ୍ଟରେ ଓହଳି ପଡ଼ି ଖୁସି ହେଉଥିଲେ। ମନ୍ଦିରରୁ ଫେରି ତାଙ୍କ ପିତା ଏ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେହିଦିନଠାରୁ ସେ କାଳିଆଘୋଡ଼ା ସହିତ ଖେଳୁଥିଲେ। ପରବର୍ତୀ ସମୟରେ ଏହି ବିପ୍ଳବୀବୀର ଦେଶପାଇଁ କର୍ତ୍ତବ୍ୟ ଓ ଦାୟିତ୍ଵ ସମ୍ପାଦନ କରୁ କରୁ ନିଜର ବ୍ୟକ୍ତିଗତ ସୁଖ ସମୃଦ୍ଧିକୁ ତ୍ୟାଗ କରିଥିଲେ।

Question ୩ ।
“ ମୁକ୍ତିଯୁଦ୍ଧର ପ୍ରଥମ ଯୋଦ୍ଧା” ବୋଲି ଜୟୀ ରାଜଗୁରୁଙ୍କୁ କାହିଁକି କୁହାଯାଇଛି ?
Answer:
ଭାରତର ପ୍ରଥମ ମୁକ୍ତି ସଂଗ୍ରାମ ଓଡ଼ିଶାରେ ହିଁ ଆରମ୍ଭ ହୋଇଥିଲା । ଇଂରେଜମାନେ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ କରି ଭାରତବର୍ଷକୁ ନିଜ ଅଧୀନକୁ ନେବାପରେ ଶେଷ ସ୍ଵାଧୀନ ଦେଶ ଓଡ଼ିଶାକୁ ଆସିଥିଲେ। ଖୋର୍ଦ୍ଧା ରାଜା ମୁକୁନ୍ଦଦେବଙ୍କର ମୁଖ୍ୟ ପରାମର୍ଶଦାତା, ପ୍ରଧାନମନ୍ତ୍ରୀ ତଥା ପ୍ରଧାନ ସେନାପତି ରାଜଗୁରୁ ପ୍ରଥମେ ଅତ୍ୟାଚାରୀ ସଂଗ୍ରାମ ଆରମ୍ଭ କରିଥିଲେ । ତାଙ୍କର ଅଗ୍ନିବର୍ଷା ଆହ୍ଵାନରେ ଗାଁ ଗାଁରେ ପାଇକ ପୁଅ, ଖଣ୍ଡାୟତ ପୁଅ, ବୀର ଯୋଦ୍ଧାମାନେ ମାତି ଉଠିଲେ। ‘ଶୁମ୍ଭୁ ଭାରତୀ’ ନାମକ ଜଣେ ସନ୍ନ୍ୟାସୀଙ୍କ ସହାୟତାରେ ବିଦ୍ରୋହ ପ୍ରବଳତର ହେଲା। ତାଙ୍କର ବଳିଷ୍ଠ ନେତୃତ୍ଵ ଓ ଯୁଦ୍ଧ ଦେହି ଡାକରାରେ କନିକା,

କୁଜଙ୍ଗ, ବିଷ୍ଣୁପୁର ଓ ମରଚିପୁରର ରାଜାମାନେ ମଧ୍ଯ ବିଦ୍ରୋହରେ ସାମିଲ ହେଲେ। ଗ୍ରାମାଞ୍ଚଳରୁ ବଛା ବଛା ଯୁବକମାନଙ୍କୁ ଆଣି ବରୁଣେଇ ଗଡ଼ରେ ଯୁଦ୍ଧ ତାଲିମ ଦିଆଗଲା। ସେନାପତି ରାଜଗୁରୁ ପାହାଡ଼ୀ, ବାଣୁଆ, ଢେଙ୍କିଆ ଓ ଗରିଲା ସେନାବିଭାଗ ଗଠନ କରି ଇଂରେଜମାନଙ୍କୁ ପ୍ରତିହତ କଲେ । ପରବର୍ତୀ ସମୟରେ ତାଙ୍କରି ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ବକ୍ସି ଜଗବନ୍ଧୁ, ତାପଙ୍ଗ ଦଳବେହେରା, ପିଣ୍ଡିକୀ ବାହୁ ବଳେନ୍ଦ୍ର, ଚକରା ବିଶୋଇ ସୁରେନ୍ଦ୍ର ସାଏ ଇତ୍ୟାଦି ଦେଶଭକ୍ତ ବୀର ଭାରତର ମୁକ୍ତି ସଂଗ୍ରାମକୁ ଆଗେଇ ନେଇଥିଲେ। ତେଣୁ ରାଜଗୁରୁଙ୍କୁ ମୁକ୍ତିଯୁଦ୍ଧର ପ୍ରଥମ ଯୋଦ୍ଧା କହିବାରେ ଯଥାର୍ଥତା ଅଛି ।

Question ୪।
ଜୟୀରାଜଗୁରୁଙ୍କୁ ଇଂରେଜମାନେ କିପରି ହତ୍ୟା କରିଥିଲେ ?
Answer:
ଭାରତୀୟ ମୁକ୍ତିଯୁଦ୍ଧର ପ୍ରଥମ ଯୋଦ୍ଧା ଜୟୀରାଜଗୁରୁ ଜଣେ ଦୁର୍ଘର୍ଷ ସଂଗ୍ରାମୀ ଥିଲେ । ତାଙ୍କ ଡାକରାରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ପାଇକମାନେ ସମ୍ମୁଖ ସଂଗ୍ରାମରେ ଅବତୀର୍ଥ ହେଲେ । ତାଙ୍କର ସମରସଜ୍ଜା, ସେନାବାହିନୀ ଗଠନ ଓ ଆକ୍ରମଣରେ ଇଂରେଜମାନେ ଡରିଗଲେ । ଚୁଗୁଲିଆଙ୍କୁ ହାତକରି କୌଶଳରେ ରାଜଗୁରୁଙ୍କୁ ଗୁପ୍ତପଥଦେଇ ରାତିଅଧରେ ବନ୍ଦୀକଲେ । ଠାକୁରରାଜାଙ୍କୁ ରକ୍ଷା କରିବାକୁ ରାଜଗୁରୁ ନିଜ ଉପରକୁ ସମସ୍ତ ଦୋଷ ନେଇଗଲେ। ୧୮୦୬ ମସିହା ଡିସେମ୍ବର ୬ ତାରିଖରେ ମେଦିନୀପୁରର ବାଘତୋଟା ନାଳ ନିକଟ ପୁରୁଣା ବରଗଛରେ ବାନ୍ଧି ତାଙ୍କୁ ଫାଶୀଦଣ୍ଡ ଦିଆଗଲା। ସେତେବେଳେ ସେଇ ତୋଟାର ପଶୁପକ୍ଷୀ, ବୃକ୍ଷଲତା ସବୁ ସତେଯେପରି ନିସ୍ତବ୍‌ଧ, ନୀରବ ହୋଇ ଯାଇଥିଲେ। ହସି ହସି ରାଜଗୁରୁ ଓଡ଼ିଶାର ଟେକପାଇଁ ପ୍ରାଣବଳି ଦେଲେ ସତ, କିନ୍ତୁ ଶତ୍ରୁର ବଶତା ସ୍ଵୀକାର କରି ନଥିଲେ। ସେଥ‌ିପାଇଁ କବି ଲେଖିଛନ୍ତି :

“ କୁଆଡ଼େ ବହି ଯାଉଛି କାଳ
ଗଲାଣି କଟି କେତେ ଶ’ ସାଲ,
ରହିଛି ଏବେ କଥା
ଜୁଇଆ ପଛେ ଜୀବନ ଦେଲା ନୁଆଁଇ ନାହିଁ ମଥା।”

Question ୫।
ଜୟୀରାଜଗୁରୁ ଯୋଦ୍ଧାମାନଙ୍କୁ କେତେ ଭାଗରେ ବିଭକ୍ତ କରାଇଥିଲେ ? କିମ୍ବା ଜୟୀରାଜଗୁରୁଙ୍କ ଯୋଦ୍ଧାମାନେ କେତେ ଭାଗରେ ବିଭକ୍ତ ହୋଇଥିଲେ ଓ ସେମାନେ କେଉଁ କାର୍ଯ୍ୟ କରୁଥିଲେ?
Answer:
ଜୟୀରାଜଗୁରୁଙ୍କର ସମରସଜ୍ଜା ବଳିଷ୍ଠ ଓ ଆକ୍ରମଣାତ୍ମକ ଥିଲା । ସେନ୍ୟମାନଙ୍କୁ ମୁଖ୍ୟତଃ ପଦାତିକ, ଅଶ୍ଵାରୋହୀ ଓ ଗଜାରୋହୀ ଭାବରେ ବିଭକ୍ତ କରାଯାଇଥିଲା। କୁଶଳୀ ଯୋଦ୍ଧାମାନେ ପାହଡ଼ୀ, ବାଣୁଆ, ଢେଙ୍କିଆ ଓ ଗରିଲା ନାମରେ ନାମିତ ଥିଲେ । ପାହାଡ଼ୀମାନେ ବଣପାହାଡ଼ରେ ଲୁଚିଛପି ଆକ୍ରମଣ କରୁଥିଲେ। ବାଣୁଆମାନେ ଖାର, ଗନ୍ଧକ, କୋଇଲା ଓ ଲୁହାଗୁଣ୍ଡରେ ବାଣତିଆରି କରି ଆଗ୍ନେୟାସ୍ତ୍ର ପ୍ରୟୋଗ କରୁଥିଲେ। ଢେଙ୍କିଆମାନେ ଖଣ୍ଡା, ତରୁଆଲ, ଢାଲ ଓ ଧନୁଶର ସାହାଯ୍ୟରେ ଆକ୍ରମଣ କରୁଥୁଲେ ଏବଂ ଗରିଲାମାନେ ପଛପଟୁ ଅତର୍କିତ ଆକ୍ରମଣ କରି ଉଭାନ ହୋଇ ଯାଉଥିଲେ। ତା’ ଛଡ଼ା ସୈନ୍ୟମାନେ ଜଳଧର ବ୍ୟୁହ, ଚକ୍ରବ୍ୟୁହ, ଅର୍ଦ୍ଧଚକ୍ରବ୍ୟୁହ, ସୂତ୍ୟବ୍ୟୁହ ଓ ସେନାଶ୍ରୟୀ ବ୍ୟୁହ ରଚନା କରି ଚକମା ଦେବାରେ ଧୁରନ୍ଧର ଥିଲେ।

ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର

Question ୧।
ଜୟୀ ରାଜଗୁରୁ କାହାକୁ ସାଥୀକରି ଗାଁ ଗାଁ ବୁଲି ଇଂରେଜ ବିରୋଧୀ ଜନମତ ସୃଷ୍ଟିକଲେ ଓ ଏହାର ଫଳ କ’ଣ ହେଲା ?
Answer:
ଜୟୀ ରାଜଗୁରୁ ‘ଶମ୍ଭୁ ଭାରତୀ’ ନାମକ ଜଣେ ସନ୍ନ୍ୟାସୀଙ୍କୁ ସାଥ୍‌ କରି ଗାଁ ଗାଁରେ ଲୋକଙ୍କୁ ମତାଇ ଇଂରେଜ ବିରୋଧୀ ଜନମତ ସୃଷ୍ଟି କଲେ। ଫଳରେ ଗାଁ ଗାଁରେ ପାଇକ୍ ପୁଅ, ଖଣ୍ଡାୟତ ପୁଅ, ବୀର, ଯୋଦ୍ଧାମାନେ ମାତି ଉଠିଲେ, ତାତି ଉଠିଲେ। ପାଇକମାନଙ୍କୁ ନେଇ ମେଳି ତିଆରି ହେଲା ।

Question ୨।
କିଏ ମେଳିର ମେଢ଼ି ହେଲେ ଓ ସେ କ’ଣ କଲେ ?
Answer:
ଜୟୀ ରାଜଗୁରୁ ମେଳିର ମେଢ଼ି ହେଲେ ଓ ସୈନ୍ୟମାନଙ୍କୁ ନେଇ ତାଲିମ ଦେଲେ ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୩।
ଜୟୀ ରାଜଗୁରୁ କେତେ ଜଣ ସୈନ୍ୟଙ୍କୁ ନେଇ ବାରବାଟୀ ଦୁର୍ଗକୁ ଘେରାଉ କରି କ’ଣ ଦାବି କରିଥିଲେ ?
Answer:
ଜୟୀ ରାଜଗୁରୁ ହଠାତ୍ ଦୁଇ ହଜାର ସୈନ୍ୟସାମନ୍ତଙ୍କୁ ନୈ କଟକ ବାରବାଟୀ ଦୁର୍ଗକୁ ଘେରାଉ କରି କର୍ଣ୍ଣେଲ ହାରକୋର୍ଟଙ୍କଠାରୁ ଚୁକ୍ତିପତ୍ର ଅନୁଯାୟୀ ଏକଲକ୍ଷ ଟଙ୍କା ଦାବି କଲେ।

Question ୪।
ଜୟୀ ରାଜଗୁରୁଙ୍କ ବାରବାଟୀ ଘେରାଭର ଫଳ କ’ଣ ହେଲା ?
Answer:
ବାରବାଟୀ ଘେରାଉ ଫଳରେ କର୍ଣ୍ଣେଲ ଭୟଭୀତ ହୋଇ ନଗଦ ଚାଳିଶ ହଜାର ଟଙ୍କା ପ୍ରଦାନ କଲେ। ମାତ୍ର ଚାରିଗୋଟି ପ୍ରଗଣା ଫେରସ୍ତ ପାଇଁ ରାଜି ହେଲେ ନାହିଁ ।

Question ୫।
ଜୟୀ ରାଜଗୁରୁ ଚାଳିଶ ହଜାର ଟଙ୍କା ଆଣି କ’ଣ କଲେ ?
Answer:
ଜୟୀ ରାଜଗୁରୁ ଚାଳିଶ ହଜାର ଟଙ୍କା ନେଇ ପାଇକମାନଙ୍କ ମଙ୍ଗଳ ପାଇଁ ଖର୍ଚ୍ଚ କଲେ ଓ ଇଂରେଜ ଶାସକ ରାଜ୍ୟର ଗ୍ରାମାଞ୍ଚଳରୁ ବଛା ବଛା ବୀର ଯୁବକମାନଙ୍କୁ ଆଣି ବରୁଣେଇ ଖୋର୍ଦ୍ଧା ଗଡ଼ରେ ଯୁଦ୍ଧ ତାଲିମ ପ୍ରଦାନ କରାଗଲା।

Question ୬।
କେଉଁ ରାଜାମାନେ ବିଦ୍ରୋହରେ ସାମିଲ ହେବାପାଇଁ ହାତ ବଢ଼ାଇଲେ ?
Answer:
କନିକା, କୁଜଙ୍ଗ, ବିଷ୍ଣୁପୁର ଓ ମରଚିପୁର ରାଜାମାନେ ସାମିଲ ହେବାପାଇଁ ହାତ ପଢ଼ାଇଲେ।

Question ୭।
ଜୟୀ ଦୁର୍ଦ୍ଦଷ ସୈନ୍ୟମାନଙ୍କୁ କେଉଁଠାରେ ତାଲିମ ଦେଉଥିଲେ ?
Answer:
ଜୟୀ ନିଶାର୍ଦ୍ଧ ରାତିରେ ସୁଡ଼ଙ୍ଗ ମଧ୍ଯରେ ଦୁର୍ଦ୍ଦଷ ସୈନ୍ୟମାନଙ୍କୁ ତାଲିମ ଦେଉଥିଲେ ।

Question ୮।
ଜୟୀ ସୈନ୍ୟବାହିନୀକୁ ମୁଖ୍ୟତଃ କେତେ ଭାଗରେ ବିଭକ୍ତ କରିଥିଲେ ଓ କ’ଣ କ’ଣ ?
Answer:
ଜୟୀ ସୈନ୍ୟବାହିନୀକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରିଥିଲେ । ସେମାନେ ହେଲେ ପଦାତିକ, ଅଶ୍ଵାରୋହୀ ଓ ଗଜାରୋହୀ ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୯।
ଜୟୀ ରାଜଗୁରୁ ବିଭିନ୍ନ କୁଶଳୀ ଯୋଦ୍ଧାମାନଙ୍କୁ କେତେ ଭାଗରେ ବିଭକ୍ତ କରିଥିଲେ ଓ କ’ଣ କ’ଣ ?
Answer:
ଜୟୀ ରାଜଗୁରୁ ବିଭିନ୍ନ କୁଶଳୀ ଯୋଦ୍ଧାମାନଙ୍କୁ ନେଇ ଚାରି ଭାଗରେ ବିଭକ୍ତ କରିଥିଲେ। ପାହାଡ଼ୀ, ବାଣୁଆ, ଢେଙ୍କିଆ, ଗରିଲା ବିଭାଗରେ ମୋଟ ପନ୍ଦର ହଜାର ସୈନ୍ୟ ପ୍ରସ୍ତୁତ ହୋଇଥିଲେ ।

Question ୧୦।
ପାହାଡ଼ୀମାନେ କେଉଁ କାର୍ଯ୍ୟ କରୁଥିଲେ ?
Answer:
ପାହାଡ଼ୀମାନେ ବଣ ପାହାଡ଼ରେ ଲୁଚି ଛପି ଶତ୍ରୁକୁ ଆକ୍ରମଣ କରୁଥିଲେ।

ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର

Question ୧।
ଜୟୀ ରାଜଗୁରୁ ଖୋର୍ଦ୍ଧା ରାଜାଙ୍କୁ କାହିଁକି ସାକ୍ଷାତ କଲେ ?
(କ) ତାଙ୍କୁ ରାଜାଙ୍କ ପୁରୋହିତ ପଦରେ ଅଭିଷିକ୍ତ କରିବାପାଇଁ
(ଖ) ତାଙ୍କୁ କିଛି ଭୂମି ଦେବାପାଇଁ
(ଗ) ବର୍ଗା ଆକ୍ରମଣରେ ଅତିଷ୍ଠ ହୋଇପଡୁଥିବା ଜନସାଧାରଣଙ୍କୁ ସାହାଯ୍ୟ କରିବାପାଇଁ
(ଘ) ଇଂରେଜମାନଙ୍କ ଉପରେ ଆକ୍ରମଣ କରିବାପାଇଁ
Answer:
(ଗ) ବର୍ଗା ଆକ୍ରମଣରେ ଅତିଷ୍ଠ ହୋଇପଡୁଥିବା ଜନସାଧାରଣଙ୍କୁ ସାହାଯ୍ୟ କରିବାପାଇଁ

Question ୨।
କେଉଁ ମସିହାରେ ମରହଟ୍ଟା ଶାସନାଧୀନ ଓଡ଼ିଶା ଇଂରେଜମାନଙ୍କ ଅଧିକାରକୁ ଆସିଲା ?
(କ) ୧୮୦୫
(ଖ) ୧୮୦୪
(ଗ) ୧୮୦୩
(ଘ) ୧୭୩ ୫
Answer:
(ଗ) ୧୮୦୩

Question ୩।
ଯେଉଁ ସମୟରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ ସେତେବେଳେ ଖୋର୍ଦ୍ଧା ରାଜସିଂହାସନରେ କିଏ ଅଭିଷିକ୍ତ ହେଲେ ?
(କ) ନରସିଂହ ଦେବ
(ଖ) ଭାନୁ ଦେବ
(ଗ) ଜୟା ରାଜଗୁରୁ
(ଘ) ବାର ସୁରେନ୍ଦ୍ର ସାଏ
Answer:
(ଘ) ବାର ସୁରେନ୍ଦ୍ର ସାଏ

Question ୪।
ମୁକୁଟବିହୀନ ସମ୍ରାଟ କାହାକୁ କୁହାଯାଏ ?
(କ) ବକ୍ସି ଜଗବନ୍ଧୁଙ୍କୁ
(ଖ) ଜୟୀ ରାଜଗୁରୁଙ୍କୁ
(ଗ) ପିଣ୍ଡିକୀ ବାହୁବଳେନ୍ଦ୍ରଙ୍କୁ
(ଘ) ବୀର ସୁରେନ୍ଦ୍ର ସାଏ
Answer:
(ଖ) ଜୟୀ ରାଜଗୁରୁଙ୍କୁ

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୫।
ଜୟୀ ରାଜଗୁରୁ କାହା ସାହାଯ୍ୟରେ ଇଂରେଜ ବିରୋଧୀ ଜନମତ ଗାଁ ଗାଁରେ ସୃଷ୍ଟି କରିଥିଲେ ?
(କ) ଚକରା ବିଶୋଇ
(ଖ) ଦୋରା ବିଶୋଇ
(ଗ) ଶମ୍ଭୁ ଭାରତୀ
(ଘ) ତାପଙ୍ଗ ଦଳବେହେରା
Answer:
(ଗ) ଶମ୍ଭୁ ଭାରତୀ

Question ୬।
ଜୟୀ ରାଜଗୁରୁ ବୀର ଯୁବକମାନଙ୍କୁ କେଉଁଠାରେ ତାଲିମ ଦେଉଥିଲେ ?
(କ) ତାପଙ୍ଗ ଗଡ଼ରେ
(ଖ) ବରୁଣେଇ ଗଡ଼ରେ
(ଗ) ଚୁଡ଼ଙ୍ଗ ଗଡ଼ରେ
(ଘ) ଶିଶୁପାଳ ଗଡ଼ରେ
Answer:
(ଖ) ବରୁଣେଇ ଗଡ଼ରେ

Question ୭।
ଜୟୀ ରାଜଗୁରୁ ମରହଟ୍ଟାମାନଙ୍କ ସାହାଯ୍ୟ ପାଇଁ କାହା ସହିତ ଗୁପ୍ତମନ୍ତ୍ରଣା କରିଥିଲେ ?
(କ) ଚୁନାର ଗଡ଼ ରାଜାଙ୍କ ସହିତ
(ଖ) ଛତିଶଗଡ଼ ରାଜାଙ୍କ ସହିତ
(ଗ) ରୋହିଲାଗଡ଼ ରାଜାଙ୍କ ସହିତ
(ଘ) ନାଗପୁର ଭୋନ୍‌ସଲାଙ୍କ ସହିତ
Answer:
(ଘ) ନାଗପୁର ଭୋନ୍‌ସଲାଙ୍କ ସହିତ

Question ୮।
ଜୟୀ ରାଜଗୁରୁ ସେନାବାହିନୀକୁ ମୁଖ୍ୟତଃ କେତେ ଭାଗରେ ବିଭକ୍ତ କରିଥିଲେ ?
(କ) ଦୁଇ
(ଖ) ତିନି
(ଗ) ଚାରି
(ଘ) ପାଞ୍ଚ
Answer:
(ଖ) ତିନି

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

Question ୯।
କେଉଁ ମସିହାରେ ଇଂରେଜ ସେନା ଖୋର୍ଦ୍ଧାଗଡ଼ ଆକ୍ରମଣ କରିଥିଲେ ?
(କ) ୧୯୦୪
(ଖ) ୧୯୦୩
(ଗ) ୧୮୦୩
(ଘ) ୧୮୦୪
Answer:
(ଘ) ୧୮୦୪

Question ୧୦।
ଇଂରେଜମାନଙ୍କ ଖୋର୍ଦ୍ଧାଗଡ଼ ଆକ୍ରମଣର ନେତୃତ୍ବ କିଏ ନେଇଥିଲେ ?
(କ) ମେଜର ଇମ୍ପୋ
(ଖ) ମେଜର କମ୍ବର୍ଲି
(ଗ) ମେଜର ଫ୍ଲେଚର
(ଘ) କର୍ଣ୍ଣେଲ ହାରକୋର୍ଟ
Answer:
(ଗ) ମେଜର ଫ୍ଲେଚର

ଲେଖକ ପରିଚୟ :

ସାହିତ୍ୟିକ । ଶିଶୁ ମନସ୍ତତ୍ତ୍ଵକୁ ଦୃଷ୍ଟିରେ ରଖ୍ ସେ ଅନେକ କବିତା, ଗଳ୍ପ, ପ୍ରବନ୍ଧ, ଜୀବନୀ ଇତ୍ୟାଦି ଲେଖୁଛନ୍ତି । ତାଙ୍କର ସାରସ୍ଵତ ସାଧନା ପାଇଁ ସେ ଓଡ଼ିଶା କରିଛନ୍ତି । ସେ ହିନ୍ଦୀ ଓ ଇଂରାଜୀ ଭାଷାରେ ମଧ୍ୟ ପିଲାମାନଙ୍କ ପାଇଁ କବିତା ଓ ଗଳ୍ପ ସ୍ତରରେ ମର୍ଯ୍ୟାଦା ଲାଭ କରିଛନ୍ତି।

ଲେଖା ଓ ଲେଖକ :

ଶ୍ରୀଯୁକ୍ତ ବୀରେନ୍ଦ୍ର ମହାନ୍ତି ‘ଥୁକୁଲୁ ଥୁକୁଲୁ ଥା’ କବିତା ଗ୍ରନ୍ଥ ପାଇଁ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । ସେହିପରି ‘ଶିଶୁ ହସିଲେ ଦୁନିଆ ହସେ’ ପୁସ୍ତକର ହିନ୍ଦୀ ଅନୁବାଦ ପାଇଁ ସେ ସର୍ବଭାରତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି । ‘ଦି ଗ୍ରୀଡ଼ି କ୍ୟାଟ୍ ଆଣ୍ଡ ଅନ୍ଦର ଷ୍ଟୋରଜ୍’ ତାଙ୍କଦ୍ୱାରା ରଚିତ ଇଂରାଜା ଗୱି ସଙ୍କଳନା ସମାବାସ୍ ଠେକୁଆ’, ‘ଅଜା ଦିନେ ମନକଥା କହିଲେ’ ଗଳ୍ପ ପୁସ୍ତକ; ‘ଏଇ ମୋର ପ୍ରିୟ ଜନମଭୂଇଁ’, ‘ଠିଆପୁଚି ନାରଙ୍ଗ’ କବିତା ପୁସ୍ତକ; ‘ଜୟୀ ରାଜଗୁରୁ’,  କେଳୁଚରଣ ମହାପାତ୍ରଙ୍କ ଜୀବନୀ’ ତାଙ୍କଦ୍ୱାରା ରଚିତ କେତୋଟି ବିଶିଷ୍ଟ ରଚନା । ଆଲୋଚ୍ୟ ଜୀବନୀମୂଳକ ଲେଖା ‘ମୁକ୍ତି ଯୋଦ୍ଧା ଜୟୀ ରାଜଗୁରୁ’ରେ, ଜୟୀ ରାଜଗୁରୁଙ୍କୁ ଅପୂର୍ବ ସାହସୀ, ସ୍ବଦେଶ-ପ୍ରେମୀ, ବୀର ଓ ଦକ୍ଷ ସଙ୍ଗଠକ ଭାବେ ବର୍ଣ୍ଣନା କରାଯାଇଛି ।

ବିଷୟବସ୍ତୁର ସାରକଥା :

(୧) ସଂଗ୍ରାମୀ ମଣିଷ:
ଭାରତର ସ୍ଵାଧୀନତା ସଂଗ୍ରାମ ଇତିହାସରେ ଓଡ଼ିଶାର ସ୍ଥାନ ସ୍ୱତନ୍ତ୍ର । ଓଡ଼ିଶାରୁ ହିଁ ପ୍ରଥମେ ସ୍ଵାଧୀନତା ସଂଗ୍ରାମର ଧ୍ଵନି ନିନାଦିତ ହୋଇଥିଲା । ଓଡ଼ିଆମାନେ ନିଜର ଦେଶ ପାଇଁ, ମାତୃଭୂମି ପାଇଁ ହସି ହସି ପ୍ରାଣବଳି ଦେଇଥିଲେ । ସେମାନେ ନିଜର ଦେଶମାତୃକାକୁ ବିଦେଶୀମାନଙ୍କ ଆକ୍ରମଣରୁ ରକ୍ଷା କରିବାପାଇଁ ପ୍ରଥମେ ଚେଷ୍ଟା କରିଥିଲେ । ସେମାନେ ଥିଲେ ସଚ୍ଚା ସଂଗ୍ରାମୀ ମଣିଷ । ନିଜ ଅପେକ୍ଷା ସେମାନେ ଦେଶର ସ୍ବାଭିମାନକୁ ବଡ଼ ବୋଲି ବିଚାରୁଥିଲେ । ଦେଶ ପାଇଁ ଫାଶୀଦଣ୍ଡ ପାଇଲେ ମଧ୍ୟ ସେମାନେ ଭୟଭୀତ ହେଉନଥିଲେ । ସେହିଭଳି ଜଣେ ପରମ ଦେଶଭକ୍ତ ଓ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ହେଉଛନ୍ତି ମୁକ୍ତିଯୋଦ୍ଧା ଜୟୀ ରାଜଗୁରୁ । ସେ ଦେଶର ସ୍ଵାଧୀନତା ସଂଗ୍ରାମର ଅନନ୍ୟ ଉଦାହରଣ ଓ ଅଲିଭା ଦୀପଶିଖା ।

(୨) ଅନ୍ୟତମ ସଂଗ୍ରାମୀ ବୀର:
ଇଂରେଜମାନେ ଥିଲେ ବିଶ୍ଵାସଘାତକ । ଇଷ୍ଟ୍ ଇଣ୍ଡିଆ କମ୍ପାନୀ ଗଠନ କରି ସେମାନେ ଆସିଥିଲେ ଭାରତକୁ ବ୍ୟବସାୟ କରିବାପାଇଁ । ମାତ୍ର ଅତି ଚତୁରତାର ସହିତ ସେମାନେ ଭାରତକୁ ଖଣ୍ଡ ଖଣ୍ଡ କରି ନିଜ ଅଧୀନକୁ ନେଇଗଲେ । ଶେଷରେ ସେମାନଙ୍କର ଆଖ୍ୟାପଡ଼ିଲା ଓଡ଼ିଶା ଉପରେ । ଓଡ଼ିଶାକୁ ସେମାନେ ଅତ୍‌କାର କରିବାକୁ ଚେଷ୍ଟାକଲେ । ଓଡ଼ିଶାରେ ସେତେବେଳକୁ ମରହଟ୍ଟାମାନେ ରାଜୁତି କରୁଥା’ନ୍ତି । ହାଇଦରାବାଦର ନିଜାମ୍, ମହୀଶୂରର ଟିପ୍ପସୁଲତାନ, ପଞ୍ଜାବର ଶିଖ୍ ସଙ୍ଗଠନ ପ୍ରଭୃତି ଇଂରେଜମାନଙ୍କଦ୍ୱାରା ପ୍ରଚଳିତ ଆଦେଶକୁ ପ୍ରତିହତ କରିବାପାଇଁ ନିଜ ନିଜ
ଭିତରେ ଉଦ୍ୟମ ଜାରି ରଖିଥିଲେ । ସେହିଭଳି ଓଡ଼ିଶାରେ ପ୍ରଥମ ଉଦ୍ୟମ କରିଥିଲେ ଖୋର୍ଦ୍ଧା ରାଜା ମୁକୁନ୍ଦ ଦେବଙ୍କ ମୁଖ୍ୟ

ପରାମର୍ଶଦାତା ପ୍ରଧାନମନ୍ତ୍ରୀ, ରାଜ୍ୟର ବେବର୍ଷା ଜୟୀ ରାଜଗୁରୁ । ସେ ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିବାର ଚେତନା ସୃଷ୍ଟି କରିଥିଲେ । ତାଙ୍କଦ୍ୱାରା ପ୍ରଭାବିତ ହୋଇ ପରବର୍ତ୍ତୀ ସମୟରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର, ତାପଙ୍ଗ ଦଳବେହରା, ପିଣ୍ଡିକୀ ବାହୁ ବଳେନ୍ଦ୍ର, ଜୋରା ବିଶୋଇ, ଚକରା ବିଶୋଇ, ବୀର ସୁରେନ୍ଦ୍ର ସାଏ ଆଦି ବୀରମାନେ ମୁକ୍ତି ସଂଗ୍ରାମକୁ ଆଗେଇ ନେବାରେ ସହଯୋଗ କରିଥିଲେ ।

(୩) ସଚ୍ଚା ଦେଶଭକ୍ତ: ଉତ୍କଳମଣି ଗୋପବନ୍ଧୁ ଲେଖୁଛନ୍ତି

‘ପଛଘୁଞ୍ଚା ନାହିଁ ବୀରର ଜାତକେ,
ନମରେ ସେ କେବେ ପରାଣ ଆତଙ୍କ ।’’

ପ୍ରକୃତରେ ଯେଉଁମାନେ ସଜା ଦେଶଭକ୍ତ, ସେମାନେ କେବେହେଲେ ଯୁଦ୍ଧକ୍ଷେତ୍ରରେ ପଛଘୁଞ୍ଚା ଦିଅନ୍ତି ନାହିଁ । ସେମାନେ ନିଜ ଜୀବନ ଭୟରେ ଦେଶର ସ୍ୱାଭିମାନକୁ କେତେବେଳେ ହେଲେ ବଳି ଦିଅନ୍ତି ନାହିଁ । ସେହିଭଳି ସଚ୍ଚା ଦେଶଭକ୍ତ ଥିଲେ ଖୋର୍ଦ୍ଧା ରାଜାଙ୍କର ରାଜପୁରୋହିତ, ସେନାଧ୍ୟକ୍ଷ ଜୟୀ ରାଜଗୁରୁ । ସେ ନିଜର ଜନ୍ମଭୂମିକୁ ବିଦେଶୀମାନଙ୍କ କବଳରୁ ମୁକ୍ତି କରିବାପାଇଁ ପ୍ରାଣବଳି ଦେଇଥିଲେ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

(୪) ମୁକ୍ତି ସଂଗ୍ରାମର ପ୍ରଥମ ନାୟକ:
ଜୟୀ ରାଜଗୁରୁ ଥିଲେ ମୁକ୍ତି ସଂଗ୍ରାମର ପ୍ରଥମ ନାୟକ । ସେ ଥିଲେ ଜନ୍ମରୁ ବୀର । ପଣ୍ଡିତ ଶ୍ରେଷ୍ଠ ଗଦାଧର ରାଜଗୁରୁଙ୍କ ବଂଶରେ ସେ ଜନ୍ମଗ୍ରହଣ କରିଥିଲେ । ନିଜର ପାଣ୍ଡିତ୍ୟ ଓ ବୀରତ୍ଵ ବଳରେ ସେ ଭାରତବର୍ଷରେ ହୋଇଥିଲେ ପରିଚିତ । ସେହି ବୀରଶ୍ରେଷ୍ଠ, ସ୍ଵାଧୀନତା ପ୍ରେମୀ ଜୟୀ ରାଜଗୁରୁ ୧୭୩୯ ଖ୍ରୀ.ଅ. ଅକ୍ଟୋବର ମାସ ୨୯ ତାରିଖ ପବିତ୍ର ଅଁଳା ନବମୀ ତିଥିରେ ଶ୍ରୀକ୍ଷେତ୍ର ନିକଟସ୍ଥ ବୀର ହରେକୃଷ୍ଣପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

(୫) ତୁଳସୀ ଦୁଇପତ୍ରରୁ ବାସେ :
ଯିଏ ଯାହା, ତାହାର ପରିଚୟ ପିଲାଦିନରୁ ହିଁ ମିଳିଥାଏ । ଜୟୀ ରାଜଗୁରୁ ଯେ ଜଣେ ସଜା ବୀର, ଦେଶଭକ୍ତ ଓ ସ୍ଵାଧୀନତା ସଂଗ୍ରାମୀ ହୋଇ ଇତିହାସରେ ନାଁ ରଖିବେ, ତାହାର ପରିଚୟ ପିଲାଦିନରୁ ହିଁ ମିଳିଥିଲା । ପିଲାଦିନେ ଜୟୀ ଗୁରୁଣ୍ଡି ଗୁରୁଣ୍ଡି ପିଣ୍ଡାକୁ ଚାଲି ଆସିଲେ । ହଠାତ୍‌ ପିଣ୍ଡାତଳକୁ ଖସିପଡ଼ିବାବେଳେ କାଳିଆ ଘୋଡ଼ା ଆସି ବୀରବାଳକ ଜୟୀଙ୍କୁ ଅଟକାଇ ଦେଇଥିଲା । ସେହି ସୁଯୋଗରେ ଘୋଡ଼ାର ବେକରେ ଥ‌ିବା ବେଲ୍ଟ ଧରି ଜୟୀ ଓହଳି ପଡ଼ି ଖୁସି ହୋଇଥିଲେ । ଏହି ସମୟରେ ତାଙ୍କର ପିତା ମନ୍ଦିରରୁ ପୂଜାସାରି ଫେରୁଥିଲେ । ପୁଅ କାଳିଆ ଘୋଡ଼ା ବେକରେ ଥ‌ିବା ବେଲ୍ଟ ଧରି ଖେଳୁଥ‌ିବାର ଦେଖୁ ସେ ଆଶ୍ଚର୍ଯ୍ୟ ହୋଇଥିଲେ । ସେହିଦିନଠାରୁ ସେ କାଳିଆ ଘୋଡ଼ା ସହିତ ଖେଳିବାକୁ ଆଗ୍ରହ ପ୍ରକାଶ କରିଥିଲେ । ରକ୍ଷଣଶୀଳ ପରିବେଶ ମଧ୍ୟରେ ରହି ଜୟୀ ବାଲ୍ୟଶିକ୍ଷା ଓ ପାରମ୍ପରିକ ଶିକ୍ଷାରେ ନିପୁଣତା ହାସଲ କରିଥିଲେ ।

(୬) ଅବିବାହିତ ରହି ଦେଶସେବା କଲେ:
ଜୟୀ ରାଜଗୁରୁଙ୍କର ପିତା ଥିଲେ ଚାନ୍ଦ ରାଜଗୁରୁ । ସେ ରାଜଗୁରୁ ପଦରେ ଅଧୃଷ୍ଠିତ ଥ‌ିବା ସମୟରେ, ତାଙ୍କର ଅକାଳ ବିୟୋଗ ହୋଇଥିଲା । ଜୟୀଙ୍କ ମାତା ଭାବିଥିଲେ, ପୁଅକୁ ବିବାହ ଦେଇ ବୋହୂଟିଏ ଆଣି ଘରେ ସୁଖରେ ରହିବେ । ମାତ୍ର ଜୟୀ ସେଥ୍ୟପ୍ରତି କର୍ଣ୍ଣପାତ କଲେ ନାହିଁ । କାରଣ ସେ ସବୁବେଳେ ଦେଶର ସୁରକ୍ଷା ଓ ଇଂରେଜ ଶାସକଙ୍କୁ କିପରି ବିତାଡ଼ିତ କରିବେ ସେହି ଚିନ୍ତାରେ ରହିଥିଲେ । ଖୋର୍ଦ୍ଧାର ରାଜା ଜୟୀଙ୍କ ପାଖକୁ ବାରମ୍ବାର ଖବର ପଠାଉଥିଲେ । ଜୟୀ ସେଥ୍ୟପ୍ରତି ବିଶେଷ ନଜର ଦେଉନଥିଲେ । ଥରେ ସେହି ପାଖ ଅଞ୍ଚଳର ଲୋକେ ବର୍ଗୀମାନଙ୍କଦ୍ୱାରା ଅତ୍ୟାଚାରିତ ହେଲେ ।

ସେହି ସମସ୍ୟାର ସମାଧାନ ପାଇଁ ସେ ପହଞ୍ଚିଲେ ଖୋର୍ଦ୍ଧା ରାଜାଙ୍କ ନିକଟରେ । ସେଠାରେ ପହଞ୍ଚିବା ପରେ ଜୟୀ ରାଜଗୁରୁ ପଦରେ ଅଭିଷିକ୍ତ ହେଲେ । ଜୟୀଙ୍କର ଥିଲା ବିଚକ୍ଷଣ ବୁଦ୍ଧି, ଅପୂର୍ବ ଦେଶପ୍ରୀତି । ତାଙ୍କର ଭକ୍ତି, ସାହସ ଓ ଶକ୍ତିକୁ ଦେଖ୍ ଖୋର୍ଦ୍ଧାର ରାଜା ତାଙ୍କୁ ରାଜ୍ୟର ପ୍ରଧାନମନ୍ତ୍ରୀ, ମୁଖ୍ୟ ପରାମର୍ଶଦାତା, ସେନାଧ୍ୟକ୍ଷ ଏବଂ ରାଜ୍ୟର ମୁଖ୍ୟ ବେବର୍ତ୍ତା ରୂପେ ଅବସ୍ଥାପିତ କଲେ । ଏହି ବିପ୍ଳବୀ ବୀର ସବୁବେଳେ ଦେଶକଥାହିଁ ଭାବୁଥିଲେ । ଦେଶ ପାଇଁ କର୍ତ୍ତବ୍ୟ କରିବାକୁ ଯାଇ ସେ ନିଜର ପାରିବାରିକ ଜୀବନ କଥା ଭୁଲିଗଲେ । ସେ ସାରାଜୀବନ ଅବିବାହିତ ରହି ଦେଶର ସେବା କରିବାପାଇଁ ଇଚ୍ଛା ପ୍ରକାଶ କରିଥିଲେ।

(୭) ମୁକୁଟ ବିହୀନ ସମ୍ରାଟ :
୧୮୦୩ ମସିହାରେ ଇଂରେଜମାନେ ମରହଟ୍ଟା ଶାସନାଧୀନ ଓଡ଼ିଶାକୁ ଅଧିକାର କଲେ । ସେତେବେଳକୁ ଖୋର୍ଦ୍ଧା ଥିଲା ସ୍ବାଧୀନ ରାଜ୍ୟ । ଏହିପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜା ଦିବ୍ୟସିଂହ ଦେବଙ୍କର ମୃତ୍ୟୁ ହେଲା । ତାଙ୍କର ନାବାଳକ ପୁତ୍ର ମୁକୁନ୍ଦ ଦେବଙ୍କୁ ଖୋର୍ଦ୍ଧା ରାଜସିଂହାସନରେ ଅଭିଷିକ୍ତ କରାଗଲା । ରାଜ୍ୟର ସମସ୍ତ ଦାୟିତ୍ଵ ବହନ କଲେ ଜୟୀ ରାଜଗୁରୁ । ଅଭିଜ୍ଞ, ଦକ୍ଷ ରାଜନୀତିଜ୍ଞ, କୁଶଳୀ କୂଟନୀତିଜ୍ଞ, ସେନାଧ୍ୟକ୍ଷ, ମହାମନ୍ତ୍ରୀ ଓ ମୁଖ୍ୟ ପରାମର୍ଶଦାତା ଓ ବେବର୍ତ୍ତା ଭାବରେ ସମଗ୍ର ରାଜ୍ୟର ଚିନ୍ତା ତାଙ୍କ ମୁଣ୍ଡ ଉପରେ ଲଦି ହୋଇପଡ଼ିଲା । ସେ ମୁକୁଟ ନ ପିନ୍ଧି ମଧ୍ୟ ସମଗ୍ର ରାଜ୍ୟର ସୁଖଶାନ୍ତି କଥା ଚିନ୍ତାକଲେ । ସେ ହେଲେ ମୁକୁଟ ବିହୀନ ସମ୍ରାଟ ।

(୮) ଇଂରେଜ ବିରୋଧୀ ଜନମତ ସୃଷ୍ଟି:
ଇଂରେଜମାନେ ଖୋର୍ଦ୍ଧା ରାଜ୍ୟଦେଇ ସୈନ୍ୟସାମନ୍ତ ନେଇ କଟକର ଦଖଲ କଲେ । ଇଂରେଜମାନଙ୍କ ବିଶ୍ୱାସଘାତକତାରେ ଜୟୀଙ୍କର ମନ ବିଦ୍ରୋହ କରିଉଠିଲା । ସେ ଇଂରେଜ ବିରୋଧୀ ଜନମତ ସୃଷ୍ଟି କରିବାର ଯୋଜନା କଲେ । ସେ ‘ଶମ୍ଭୁ ଭାରତୀ’ ନାମକ ଜଣେ ସନ୍ନ୍ୟାସୀଙ୍କୁ ସାଥ୍‌ରେ ଧରି ଗାଁ ଗାଁରେ ଜନମତ ସୃଷ୍ଟିକଲେ । ଗାଁର ପାଇକ ପୁଅ, ଖଣ୍ଡାୟତ ପୁଅ, ବୀର ଓ ଯୋଦ୍ଧାମାନେ ଇଂରେଜମାନଙ୍କ ବିରୁଦ୍ଧରେ ବିଦ୍ରୋହ କରିବାପାଇଁ ଆଗେଇ ଆସିଲେ । ପ୍ରଜାମାନଙ୍କ ମଧ୍ୟରେ ମେଳି ସୃଷ୍ଟି ହେଲା । ଜୟୀ ରାଜଗୁରୁ ମେଢ଼ି ହୋଇ ବୀର ଯୋଦ୍ଧାମାନଙ୍କୁ ତାଲିମ ଦେଲେ ।

ସେ ଦୁଇହଜାର ସୈନ୍ୟସାମନ୍ତଙ୍କୁ ନେଇ ହଠାତ୍ କଟକର ବାରବାଟୀ ଦୁର୍ଗକୁ ଘେରାଉ କଲେ। ଦୁର୍ଗ ମଧ୍ୟରେ କର୍ଣ୍ଣେଲ ହାରକୋର୍ଟ ଏଭଳି ଅତର୍କିତ ଆକ୍ରମଣରେ ଭୟଭୀତ ହୋଇପଡ଼ିଲେ। ଜୟୀ ରାଜଗୁରୁ, କଣ୍ଢେଲଙ୍କ ନିକଟରେ ଚୁକ୍ତିପତ୍ର ଅନୁଯାୟୀ ଏକଲକ୍ଷ ଟଙ୍କା ଦାବିକଲେ। କର୍ଣ୍ଣେଲ ବାଧ୍ୟହୋଇ ଜୟୀଙ୍କୁ ନଗଦ ଚାଳିଶ ହଜାର ଟଙ୍କା ଦେଲେ, କିନ୍ତୁ ଚୁକ୍ତି ଅନୁସାରେ ଚାରିଗୋଟି ପ୍ରଗାଣ ଫେରାଇବାପାଇଁ ରାଜିହେଲେ ନାହିଁ। ରାଜଗୁରୁ ସେହି ଟଙ୍କାକୁ ପାଇକମାନଙ୍କର ମଙ୍ଗଳ ପାଇଁ ଖର୍ଚ୍ଚକଲେ ଏବଂ ଇଂରେଜ ଶାସକମାନଙ୍କ ବିରୁଦ୍ଧରେ ଯୁଦ୍ଧ ପ୍ରସ୍ତୁତିରେ ଲାଗିପଡ଼ିଲ ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

(୯) ଜୟୀଙ୍କର ସମରସଜ୍ଜା:
ଇଂରେଜ ଶାସକଙ୍କ ବିରୁଦ୍ଧରେ କିପରି ଯୁଦ୍ଧ କରିବେ, ସେଥ‌ିପାଇଁ ଜୟୀ ନୂତନ ସମରସଜ୍ଜା ତିଆରି କଲେ । ସେ ବରୁଣେଇ ଗଡ଼ ମଧ୍ଯରେ ମଧ୍ୟରେ ରହି ସୈନ୍ୟମାନଙ୍କୁ ତାଲିମ ଦେଲେ । ସୈନ୍ୟମାନଙ୍କୁ ସେ ତିନିଭାଗରେ ବିଭକ୍ତ କଲେ । ସେଗୁଡ଼ିକ ହେଲା ପଦାତିକ, ଅଶ୍ଵାରୋହୀ ଓ ଗଜାରୋହୀ । ପୁନଶ୍ଚ ସେ କୁଶଳୀ ଯୋଦ୍ଧାମାନଙ୍କୁ ନେଇ ଚାରିଭାଗରେ ବିଭକ୍ତ କଲେ । ପାହାଡ଼ୀ, ବାଣୁଆ, ଢେଙ୍କିଆ, ଗରିଲା ବିଭାଗରେ ମୋଟ ପନ୍ଦର ହଜାର ସୈନ୍ୟ ପ୍ରସ୍ତୁତ ହୋଇ ରହିଲେ । ପାହାଡ଼ୀମାନେ ବଣପାହାଡ଼ରେ ଲୁଚିଛପି ଶତ୍ରୁଙ୍କୁ ଆକ୍ରମଣ କରୁଥିଲେ। ବାଣୁଆମାନେ ଖାର, ଗନ୍ଧକ, କୋଇଲା ଓ ଲୌହଗୁଣ୍ଡରେ ବାଣ ତିଆରି କରି ଆଗ୍ନେୟାସ୍ତ୍ର ପ୍ରୟୋଗରେ ପାରଙ୍ଗମ ଥିଲେ । ଢେଙ୍କିଆମାନେ ଖଣ୍ଡା, ତରୁଆଲ, ଢାଲ, ଧନୁଶର ସାହାଯ୍ୟରେ ଆକ୍ରମଣ କରିବାପାଇଁ ପ୍ରସ୍ତୁତ ହୋଇ ରହିଲେ । ଗରିଲାମାନେ ପଛପଟୁ ଅତର୍କିତ ଆକ୍ରମଣ କରି ଉଭାନ୍ ହୋଇ ଯାଉଥିଲେ । ଏହାବ୍ୟତୀତ ସୈନ୍ୟମାନେ ଜଳଧରବ୍ୟୁହ, ଚକ୍ରବ୍ୟୁହ, ଅର୍ଦ୍ଧଚକ୍ରବୁହ୍ୟ, ସୂଚ୍ୟବ୍ୟୁହ ଓ ସେନାଶାୟୀ ବ୍ୟୁହ ରଚନା କରି ଇଂରେଜ ସୈନ୍ୟମାନଙ୍କୁ ବ୍ୟତିବସ୍ତ କରି ପକାଉଥିଲେ।

(୧୦) ଜୟୀ ରାଜଗୁରୁଙ୍କ ବିରୋଧରେ ଷଡ଼ଯନ୍ତ୍ର:
ଜୟୀ ରାଜଗୁରୁ ଥିଲେ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ । ସେ ରାଜାଙ୍କ କୁଳପୁରୋହିତ ଭାବରେ ମନ୍ଦିରର ପ୍ରଶାସକ ଦାୟିତ୍ଵ ନିଜ ହାତକୁ ନେଲେ । ଚାରୋଟି ପ୍ରଗଣାରୁ ଖଜଣା ଆଦାୟ କରିବାପାଇଁ ସନନ୍ଦ ଜାରି କଲେ । ଖୋର୍ଦ୍ଧା ସେନାବାହିନୀ ପକ୍ଷରୁ ସେହିସବୁ ପ୍ରଗଣାଗୁଡ଼ିକ ଆକ୍ରମଣ କରାଗଲା । ଏହି ସମୟରେ ଇଂରେଜମାନେ ଜୟୀ ରାଜଗୁରୁଙ୍କର ବିଶ୍ବସ୍ତ ଶମ୍ଭୁ ଭାରତୀଙ୍କୁ ବନ୍ଦୀକଲେ । ଜୟୀ ରାଜଗୁରୁଙ୍କୁ ସେନାଧ୍ୟକ୍ଷ ପଦରୁ ହଟାଇବା ପାଇଁ ଖୋର୍ଦ୍ଧା ରାଜାଙ୍କୁ ପ୍ରବର୍ତ୍ତାଇଲେ । ଜୟୀଙ୍କୁ ଇଂରେଜ ବିରୋଧୀ ଷଡ଼ଯନ୍ତ୍ରର ମୁଖ୍ୟ ନାୟକ ଭାବରେ ଅଭିଯୁକ୍ତ କରାଯାଇ ତାଙ୍କ ବିରୋଧରେ ମନ୍ତ୍ରଣା କରାଗଲା । ଇଂରେଜ ଶାସକ ଖଳନାୟକ, ସ୍ବାର୍ଥପର, ଚୁଗୁଲିଆ, ତୋଷାମଦିଆଙ୍କ ସହିତ କୁମନ୍ତ୍ରଣା ଜାରି ରଖୁ ।

(୧୧) ଜୟୀଙ୍କର ଅତର୍କିତ ଆକ୍ରମଣ:
ଜୟୀଙ୍କ ବିରୋଧରେ ଇଂରେଜମାନେ ଯେତେପ୍ରକାର ଗୁପ୍ତମନ୍ତ୍ରଣା କଲେ ମଧ୍ୟ ସେ କୌଣସିଥରେ ଡରି ନଥିଲେ । ବରଂ ସେ ପିପିଲି ଡେଲାଙ୍ଗ ମଝିରାସ୍ତାରେ ଇଂରେଜ ସୈନ୍ୟମାନଙ୍କୁ ଅତର୍କିତ ଆକ୍ରମଣ କରି ବହୁ ଇଂରେଜ ସୈନ୍ୟଙ୍କୁ ହତ୍ୟାକଲେ । ବହୁ ପରିମାଣରେ ଗୁଳିଗୋଳା ବନ୍ଧୁକ ଆଦି ଆଧୁନିକ ଅସ୍ତ୍ରଶସ୍ତ୍ର ଅକ୍ତିଆର କରିଆଣିଲେ । ଇଂରେଜମାନଙ୍କର ଶୋଚନୀୟ ପରାଜୟ ହେଲା । ଏହି ପରିପ୍ରେକ୍ଷୀରେ କର୍ଣ୍ଣେଲ ହାରକୋର୍ଟ ମାନ୍ଦ୍ରାଜ ଓ କଲିକତାରୁ ଦକ୍ଷ ସୈନ୍ୟମାନଙ୍କ ସହ ମେଜର ଫ୍ଲେଚରଙ୍କୁ ଡକାଇ ପଠାଇଲେ । ୧୮୦୪ ମସିହା ନଭେମ୍ବର ମାସରେ ମେଜର ଫ୍ଲେଚରଙ୍କ ନେତୃତ୍ୱରେ ଇଂରେଜ ସୈନ୍ୟମାନେ ଖୋର୍ଦ୍ଧାଗଡ଼ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଲେ । ଚାରିଆଡ଼େ ବାଜିଉଠିଲା ବୀରବାଦ୍ୟ ।

ଇଂରେଜମାନେ ବରୁଣେଇ ଗଡ଼ତଳେ ଥିବା ମୁକୁନ୍ଦ ପ୍ରସାଦ, ଜେମାଦେଇ, ପୋଡ଼ାସାହି ଆଦି ଅଞ୍ଚଳରେ ସୈନ୍ୟଛାଉଣୀ ପକାଇଲେ । ସେମାନେ ଯୁଦ୍ଧପାଇଁ ପ୍ରସ୍ତୁତ ହେଲେ । ମାତ୍ର ଖୋର୍ଦ୍ଧାବାସୀ ଇଂରେଜଙ୍କର ସୈନ୍ୟମାନଙ୍କୁ ଖାତିର କଲେ ନାହିଁ । ଗରିଲାବାହିନୀ ବରୁଣେଇ ପାହାଡ଼ ଉପରୁ ଅଗ୍ନିବର୍ଷା ପରି ଶର ନିକ୍ଷେପ କଲେ । ଏଥିରେ ଶହ ଶହ ଇଂରେଜ ସୈନ୍ୟ ନିହତ ହେଲେ । ତିନିଦିନ ଧରି ବରୁଣେଇ ଅବରୋଧ ହେଲା । ଗଡ଼ର ଭେଦ ଇଂରେଜମାନେ ପାଇପାରିଲେ ନାହିଁ । ଘମାଘୋଟ ଯୁଦ୍ଧରେ ଗଗନ ପବନ ମୁଖରିତ ହେଲା । ମାଟି ମା’ର ମର୍ଯ୍ୟାଦା ରକ୍ଷା କରିବାପାଇଁ ଓ ନିଜର ଭିଟାମାଟିକୁ ସୁରକ୍ଷିତ କରିବାପାଇଁ ଖୋର୍ଦ୍ଧାବାସୀ ଅପୂର୍ବ ବୀରତ୍ଵ ସହକାରେ ସଂଗ୍ରାମ ଚଳାଇଲେ । ଖଣ୍ଡା ତରୁଆଲ ଧରି ଖୋର୍ଦ୍ଧାର ପାଇକମାନେ ଇଂରେଜ ସୈନ୍ୟଙ୍କ ଉପରେ ସିଂହ ପରି ମାଡ଼ି ଚାଲିଲେ ।

କେଉଁ ପଟରୁ ଆକ୍ରମଣ ହେଉଛି, ସେ ବିଷୟରେ ଇଂରେଜ ସେନାମାନେ ଠିକ୍ ରୂପେ ଜାଣିପାରିଲେ ନାହିଁ । ଏଣେ ସେନାଧ୍ୟକ୍ଷ ରାଜଗୁରୁ ସୁଢ଼ଙ୍ଗ ମଧ୍ୟରେ ରହି ବ୍ୟୁହ ରଚନା କରିବାରେ ଲାଗିପଡ଼ିଲେ । ଗଜପତିଙ୍କୁ ଗୁପ୍ତ ସୁଢ଼ଙ୍ଗ ବାଟ ଦେଇ ପୁରୀର ଗଙ୍ଗାମାତା ମଠକୁ ପଠାଇଦେଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଭୋଗ, ନୀତିନିୟମ ପାଇଁ ମଠାଧୀଶ ନରୋତ୍ତମ ଦାସଙ୍କ ପାଖକୁ ପତ୍ର ପ୍ରେରଣ କଲେ । ଯୁଦ୍ଧର ଦୁନ୍ଦୁଭି ବାଜୁଥିଲାବେଳେ ଜଗନ୍ନାଥଙ୍କ ପରମଭକ୍ତ ଜୟୀ ରାଜଗୁରୁ ଜଗନ୍ନାଥଙ୍କ ସେବା ନିମିତ୍ତ ମଧ୍ୟ ସଚେତନ ରହିଥିଲେ ।

(୧୩) ଜୟୀ ଥିଲେ ସ୍ଵୟଂସମ୍ପୂର୍ଣ ମଣିଷ:
ସ୍ଵୟଂସମ୍ପୂର୍ଣ ମଣିଷ ହେବାପାଇଁ ଯେଉଁଭଳି ନିଷ୍ଠା, ନିଃସ୍ୱାର୍ଥପରତା, ସାଧୁତା ଓ କର୍ମଠତା ଆବଶ୍ୟକ, ତାହା ଜୟୀ ରାଜଗୁରୁଙ୍କଠାରେ ଥିଲା । ସେ ଦେଶର ଆଦର୍ଶ ପୁରୁଷ ହେବାପାଇଁ ଥିଲେ ଯୋଗ୍ୟ ମଣିଷ । ସେ ଥିଲେ ବିପ୍ଳବୀ ବୀର ।

(୧୪) ଲୌହମାନବ ଜୟୀ ଲୌହ ଶୃଙ୍ଖଳରେ ହେଲେ ବନ୍ଦୀ:
ଇଂରେଜମାନେ ଦେଶଦ୍ରୋହୀ, ଚୁଗୁଲିଆଙ୍କୁ ହାତକରି ଗଡ଼ ମଧ୍ଯରେ ଚତୁରତାର ସହିତ ପ୍ରବେଶ କଲେ । ଗଡ଼ ମଧ୍ୟରେ ପ୍ରବେଶକରି ନରସଂହାର ଚଳାଇଲେ । ଇଂରେଜମାନଙ୍କର ଗଡ଼ ମଧ୍ୟକୁ ପ୍ରବେଶ କରିବା ଦେଖ୍ ଜୟୀ ରାଜଗୁରୁ ବିଚଳିତ ହୋଇପଡ଼ିଲେ । ସେ କ’ଣ କରିବେ କିଛି ଭାବିପାରିଲେ ନାହିଁ। ଶେଷରେ ଲୌହମାନବ ଜୟୀ ଲୌହ ଶୃଙ୍ଖଳରେ ହେଲେ ବନ୍ଦୀ । ୧୮୦୪ ମସିହା ଡିସେମ୍ବର ୫ ତାରିଖରେ ଜୟୀ ରାଜଗୁରୁ ବନ୍ଦୀହେବା ଜାଣି ମହାରାଜା ବ୍ୟସ୍ତ ବିବ୍ରତ ହୋଇପଡ଼ିଲେ। ସେ ଛଦ୍ମବେଶରେ ଅନ୍ୟତ୍ର ପଳାୟନ କରିବା ବାଟରେ କେତେକ ନିମକହାରାମମାନଙ୍କ ସହାୟତାରେ ଧରାପଡ଼ି ବନ୍ଦୀ ହେଲେ । ରାଜା ଓ ମନ୍ତ୍ରୀ ଦୁହେଁ ବାରବାଟୀ ଦୁର୍ଗରେ ବନ୍ଦୀ ହୋଇ ରହିଲେ । ତଥାପି ଇଂରେଜ ଶାସକ ପୁନର୍ବାର ଭୟଭୀତ ହୋଇ ସେମାନଙ୍କୁ ମେଦିନିପୁର ପଠାଇଦେଲେ ।

BSE Odisha 7th Class Odia Solutions Chapter 19 ବୀର ସୁରେନ୍ଦ୍ର ସାଏ

(୧୫) ଦେଶର ପରମ ଭକ୍ତ:
ଜୟୀ ଥିଲେ ଦେଶପ୍ରେମୀ । ଦେଶର ପରମଭକ୍ତ । ନିଜର ସୁଖ ସୁବିଧାକୁ ସେ ଚାହିଁ ନଥିଲେ । ଭୋଗବିଳାସକୁ ତୁଚ୍ଛ କରିଦେଇଥିଲେ । ମାଟି ମା’ର ଆହ୍ଵାନ ପାଇ ସେ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ । ସେ ସାରା ରାଜ୍ୟକୁ ନିଜର ବୋଲି ଭାବୁଥିଲେ । ରାଜାଙ୍କୁ ଭାବୁଥିଲେ ଠାକୁରଙ୍କର ଚଳନ୍ତି ପ୍ରତିମା । ସେହି ଠାକୁର ରାଜାଙ୍କ ବିରୁଦ୍ଧରେ ସେ କିଛିହେଲେ ଇଂରେଜମାନଙ୍କ ନିକଟରେ କହିନଥିଲେ । ସବୁ ଦୋଷ ନିଜ ମୁଣ୍ଡ ଉପରକୁ ନେଇ ଆସିଥିଲେ । ମୃତ୍ୟୁ ଆସନ୍ନ ଜାଣି ମଧ୍ୟ ସେ ଦମ୍ଭର ସହିତ କର୍ଣ୍ଣେଲ ହାରକୋର୍ଟକୁ ଧମକ ଦେଇଥିଲେ । ମାଟି ମା’ ପାଇଁ ସେ କର୍ତ୍ତବ୍ୟ କରିଛନ୍ତି ବୋଲି ଦୃଢ଼ ଭାବରେ ଜବାବ ଦେଇଥିଲେ ।

(୧୬) ମରି ବି ସେ ଅମର:
ମୃତ୍ୟୁ ଆସନ୍ନ ଜମାନବନ୍ଦୀରେ ଜୟୀ ରାଜଗୁରୁ ନିଜର ମତ ବଦଳାଇ ନଥିଲେ । ବରଂ ସାରା ମାନବ ସମାଜକୁ ଅନୁପ୍ରାଣିତ କରିବାଭଳି ପ୍ରେରଣା ଦେଇଥିଲେ । ଦେଶ ପାଇଁ ପ୍ରତ୍ୟେକ ନାଗରିକ ପାଇଁ ସେ ଦେଇଥିଲେ ଦିଗ୍‌ଦର୍ଶନ । ମିଥ୍ୟା ମତାମତକୁ ଭିଭିକରି ଜୟୀ ରାଜଗୁରୁଙ୍କୁ ଦୋଷାରୋପ କରାଗଲା। ଶେଷରେ ୧୮୦୬ ମସିହା ଡିସେମ୍ବର ୬ ତାରିଖରେ ତାଙ୍କୁ ମେଦିନିପୁରର ବାଘୀ ତୋଟା ନାଳ ନିକଟ ପୁରୁଣା ବରଗଛର ଡାଳ ଦୁଇଟିରେ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା । ସେହି ଆହତ ସିଂହର ମୃତ୍ୟୁରେ ସାରା ପ୍ରକୃତି ସ୍ତବ୍ଧ ହୋଇଯାଇଥିଲା । ତଥାପି ସେ ହେଲେ ଭାରତ ମା’ର ଗର୍ବ ଓ ଗୌରବ ।

କଠିନ ଶବ୍ଦାର୍ଥ :

  • ସମ୍ମୁଖ – ଆଗରେ ।
  • ପରମ – ଶ୍ରେଷ୍ଠ !
  • ବିଶ୍ୱାସଘାତକ – ଯେ ବିଶ୍ୱାସ ସୃଷ୍ଟି କରାଇ ମୃତ୍ୟୁର କାରଣ ବା ବିନାଶର କାରଣ ହୋଇଥାଏ ।
  • ଇଷ୍ଟଇଣ୍ଡିଆ କମ୍ପାନୀ – ବିଲାତ୍ରୁ ବଣିଜ କରିବାକୁ ଆସିଥିବା ବ୍ୟବସାୟୀ ସଂସ୍ଥା ।
  • ଆଗମନ – ଆସିବା ।
  • ପରାମର୍ଶଦାତା – ଯିଏ ପରାମର୍ଶ ଦିଏ ।
  • ପ୍ରତିହତ – ପ୍ରତିବାଦ ।
  • ବେବର୍ତ୍ତା – ତତ୍ତ୍ୱାବଧାରକ ।
  • ସଚ୍ଛା – ଦକ୍ଷ ।
  • ଗୁରୁଣ୍ଡି ଗୁରୁଣ୍ଡି – ଆଣ୍ଠେଇ ଚାଲିବା ।
  • ରକ୍ଷଣଶୀଳ – ଯେଉଁମାନେ ପରମ୍ପରା । ଅନୁଯାୟୀ ଚଳିଥା’ନ୍ତି ।
  • ନିପୁଣ – ଦକ୍ଷ ।
  • ଶଯ୍ୟାଶାୟୀ – ରୋଗ ବା ଅସୁସ୍ଥତା ହେତୁ ଶୋଇ ରହିବା ।
  • ଲୋମହର୍ଷଣକାରୀ – ଭୟ ସୃଷ୍ଟିକାରୀ ।
  • ଅତିଷ୍ଠ – ବ୍ୟସ୍ତ ।
  • ମେଢ଼ି – ନେତା/ଦଳପତି ।
  • ଭଣ୍ଡୁର – ନଷ୍ଟ ।
  • ଚତୁର – ବୁଦ୍ଧିମାନ୍ ।
  • ଦୁର୍ଦ୍ଦଷ – ଯାହାକୁ ଦମନ କରି ହେବ ନାହିଁ ଭୟଙ୍କର ।
  • ପଦାତିକ – ଯେଉଁମାନେ ଚାଲି ଚାଲି ବା ଦଉଡ଼ି ଦଉଡ଼ି ମାଟି ଉପରେ ରହି ଯୁଦ୍ଧ କରନ୍ତି ।
  • ଅଶ୍ୱାରୋହୀ – ଯେଉଁମାନେ ଘୋଡ଼ା ଉପରେ ରହି ଯୁଦ୍ଧ କରନ୍ତି ।
  • ଗଜାରୋହୀ – ଯେଉଁମାନେ ହାତୀ ଉପରେ ରହି ଯୁଦ୍ଧ କରନ୍ତି ।
  • ବର୍ଗୀ – ମରହଟ୍ଟା ଅତ୍ୟାଚାରୀ ଦଳ ।
  • ଅହରହ – ସବୁବେଳେ ।
  • ହାବଭାବ – ବ୍ୟବହାର ।
  • ମୁକୁଟ ବିହୀନ ସମ୍ରାଟ – ଯାହାର ମୁଣ୍ଡରେ ରାଜମୁକୁଟ ନଥୁଲେ ବି ରାଜାଙ୍କ ପରି କାର୍ଯ୍ୟ କରନ୍ତି ।
  • ପ୍ରଗଣା – ଜିଲ୍ଲାର ରାଜସ୍ୱ ବିଭାଗ ।
  • ଭେଣ୍ଡିଆ – ଯୁବକ ।
  • ଅତର୍କିତ – ହଠାତ୍|ଆଗରୁ ସତର୍କ ନକରି ।
  • ଭୂକ୍ଷେପ – ଖାତିର ।
  • ଦୁନ୍ଦୁଭି – ବୀରବାଦ୍ୟ ।
  • ପ୍ରତିପାଦି – ପ୍ରକାଶିତ ।
  • ଚୁଗୁଲିଆ – ଅନ୍ୟ ନାମରେ ବୁ ଗୁ ଲି କରୁଥିବା ବ୍ୟକ୍ତି ।
  • ଲୋତକ – ଲୁହ ।
  • ଆସନ୍ନ – ନିକଟ ।

Leave a Comment