Go through BSE Odisha Class 8 Science Notes Odia Medium and Class 8 Science Chapter 1 Notes Odia Medium ବିଜ୍ଞାନ ଜଗତର ଅନ୍ଵେଷଣ to understand important concepts and topics more clearly.
8th Class Science Chapter 1 Notes Odia Medium
BSE Odisha Class 8 Science Chapter 1 Notes Odia Medium
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
କିପରି ଆମେ ଜଣେ ବୈଜ୍ଞାନିକପରି ଭାବିବା:
- ପୂର୍ବ ଶ୍ରେଣୀରେ ଆମ ଚତୁଃପାର୍ଶ୍ଵରେ ଥିବା ପ୍ରାଣୀ, ଉଭିଦ ଓ ପ୍ରାକୃତିକ ପଦାର୍ଥ ମଧ୍ୟରେ ଥିବା ବିବିଧତା ବିଷୟରେ ଜାଣିଲେ । ସେମାନଙ୍କୁ କିପରି ବିଭିନ୍ନ ନୂଆ ପ୍ରଶ୍ନ ମାଧ୍ୟମରେ ଉତ୍ତର ଦେବା ।
- ଜଳରେ ଛାଇ ଆକୃତିର ପରିବର୍ତ୍ତନ ହେବା, ଲୁଗା ଶୀଘ୍ର ଶୁଝିଯିବା, ହାତରେ ବରଫ ଧରିଲେ ତରଳିବା ଇତ୍ୟାଦି । ସମସ୍ତ ପ୍ରଶ୍ନର ଉତ୍ତରଗୁଡ଼ିକୁ ସମାଧାନ କରି ଶେଷରେ ସିଦ୍ଧାନ୍ତରେ ପହଞ୍ଚିଥାଉ ।
- ଦେଖୁବା ଅପେକ୍ଷା ବିଜ୍ଞାନରେ ଉଦ୍ଭାବନ କରିବା ଅଧ୍ୟକ ହୋଇଥାଏ । ଆମେ ଏ ବିଷୟରେ ଅଧ୍ବକ ପ୍ରଶ୍ନ ପଚାରିବା ପାଇଁ ଆବଶ୍ୟକ କରିଥାଉ ଏବଂ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପାଇଁ ଚିନ୍ତା କରିଥାଉ ।
- ପ୍ରତ୍ୟେକ ବଡ଼ ବଡ଼ ଜିନିଷର ଆବିଷ୍କାରରେ ଆମ ମନରେ କାହିଁକି ଓ କିପରି ବୋଲି ପ୍ରଶ୍ନ ଆସିଥାଏ । ପ୍ରତ୍ୟେକ ଅଧ୍ୟାୟ ଆରମ୍ଭରେ କେତେଗୁଡ଼ିଏ ପ୍ରଶ୍ନ ଦିଆଯାଇଥାଏ । ଏଗୁଡ଼ିକ କେବଳ ବିଜ୍ଞାନ ଜଗତକୁ ଅନୁସନ୍ଧାନ କରିବା ପାଇଁ ଏକାନ୍ତ ଆବଶ୍ୟକ ।
ବିଜ୍ଞାନ ଜଗତକୁ ଯାତ୍ରା :
- ବିଜ୍ଞାନ–ଜଗତ ବିଷୟରେ ଜାଣିବା ପାଇଁ ଆମର ଜିଜ୍ଞାସା ରହିଛି । ଦୁଃସାହସିକ ଓ ଅନୁସନ୍ଧାନ ମୂଳକ କାର୍ଯ୍ୟ ଦ୍ଵାରା ଏହା ସମ୍ଭବ ହୋଇପାରିବ । ପୂର୍ବରୁ ‘କିପରି ଓ କାହିଁକି ?’ ପ୍ରଶ୍ନ ମାଧ୍ୟମରେ ଆମ ଚତୁଃପାର୍ଶ୍ଵରେ ଥିବା ଆଶ୍ଚର୍ଯ୍ୟ ଜନକ ଘଟଣା ବିଜ୍ଞାନକୁ କିପରି ଆବିଷ୍କାର କରିଥିଲେ ତାହା ଆମେ ଜାଣିଛୁ ।
- ବିଜ୍ଞାନର ବିକାଶ ଫଳରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଏକ ନୂଆ ରୂପରେ ଆଉ ଏକ ପ୍ରଶ୍ନ ତିଆରି କରି ଏହାର ଗଭୀର ଅନୁସନ୍ଧାନ ସହିତ ଆମର ଧାରଣାକୁ ଧୀରେ ଧୀରେ ପରିବର୍ତ୍ତନ କରିଥାଏ । ବର୍ତ୍ତମାନ ଏଠାରେ ଆମେ ବିଜ୍ଞାନ–ଜଗତ ବିଷୟରେ ଅଧ୍ବକ ଅନ୍ଵେଷଣ କରି ଜାଣିବା ଯେ, ବିସ୍ମୟ ଓ ବିବର୍ତ୍ତନ ଏକତ୍ରିତ ଭାବରେ ବିଜ୍ଞାନର କାର୍ଯ୍ୟକଳାପକୁ ବିକାଶର ଆଧାର ହୋଇଥାଏ ।
- ନୂତନ ତଥ୍ୟକୁ ଖୋଜି ବାହାର କରିବା ଆମର ପ୍ରଥମ ଉଦ୍ଦେଶ୍ୟ । ବିଜ୍ଞାନରେ ଅନୁସନ୍ଧାନର ଅର୍ଥ ଅଧ୍ୟା ସୁଚିନ୍ତିତ ପ୍ରଶ୍ନ ପଚାରି ସେହି ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପାଇଁ ସରଳ ପରୀକ୍ଷଣ କରିବାର ଉପାୟ ପ୍ରସ୍ତୁତ କରିପାରିବା ଏବଂ ବୋଧ ଗମ୍ୟତାର ଉନ୍ନତି କରିବା ପାଇଁ ପର୍ଯ୍ୟବେକ୍ଷଣ କରିପାରିବ ।
- ପର୍ଯ୍ୟାୟକ୍ରମେ ଆମେ କିପରି ଏହି ନୂଆ ପ୍ରଶ୍ନଗୁଡ଼ିକର ପର୍ଯ୍ୟବେକ୍ଷଣ କରିପାରିବା, ଚିନ୍ତନ ସହ ପରୀକ୍ଷଣ କରିବା ଏବଂ ଆମେ ଯାହା ଦେଖୁଛୁ ତାହାକୁ ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରିବା । ଏହାଦ୍ଵାରା କେବଳ ଶିକ୍ଷାର୍ଥୀ
- ନୁହେଁ ବରଂ ଅନୁସନ୍ଧାନକାରୀ କୁନି ବୈଜ୍ଞାନିକ ହେବ ଏବଂ ବାସ୍ତବରେ ବିଶ୍ଵରେ ଥିବା ଦ୍ଵନ୍ଦ ଗୁଡ଼ିକର ଅନୁସନ୍ଧାନ କରିବେ । ଏହି ଯାତ୍ରା ଦୈନନ୍ଦିନ ଜୀବନରୁ ଆରମ୍ଭ ହୋଇ ବିଶ୍ଵର ବଡ଼ବଡ଼ ରହସ୍ୟକୁ ଭେଦ କରିପାରିବ ।
ବିଜ୍ଞାନର ମୁଖ୍ୟ ପ୍ରତୀକ :
ବହିର ପ୍ରତ୍ୟେକ ପୃଷ୍ଠାରେ ଆମେ ଆକର୍ଷଣୀୟ ଡିଜାଇନ୍କୁ ଦେଖ୍ ବିଜ୍ଞାନ ଶିଖୁବାର ଦୁଇଟି ଦିଗକୁ ଜାଣିପାରିବା । ପୁସ୍ତକର ବାମପୃଷ୍ଠାର ତଳେ ଏକ ମୂଳର ପ୍ରତିଛବି ଅଛି, ଯାହା ଗଭୀରଜ୍ଞାନ, ଦୃଢ଼ ଭିତ୍ତିଭୂମିର ପ୍ରତୀକ ଅଟେ ଓ ଏହା ଆମକୁ ଆମର ପରିବେଶ, ପରମ୍ପରା, ସାଂସ୍କୃତିକ ଓ ପ୍ରାକୃତିକ ଐତିହ୍ୟ ସହିତ ଯୋଡ଼ି ରଖୁଥାଏ ।
![]()
ଗୁଡ଼ି (Kite) :
ପୁସ୍ତକର ଡାହାଣ ପୃଷ୍ଠାର ଉପର କୋଣରେ ଥିବା ଗୁଡ଼ିର ଚିତ୍ରକୁ ଦେଖିଲେ ଆମକୁ ମନେ ପକାଇଦିଏ ଅଜଣାକୁ ଅନୁସନ୍ଧାନ କରିବାକୁ ହେଲେ, ଜିଜ୍ଞାସାର ସହ ଉଡ଼ିବାକୁ ପ୍ରେରଣା ଦିଏ । ଏକତ୍ରିତ ଭାବରେ ଏହି ଦୁଇଟି ପ୍ରତୀକ – ମୂଳ ଏବଂ ଗୁଡ଼ି – ପ୍ରକୃତ ପର୍ଯ୍ୟବେକ୍ଷଣ କରିବାକୁ ଉତ୍ସାହିତ କରିବ, ଯାହା ଆମର ଧାରଣାଗୁଡ଼ିକୁ ନୂତନ ଦିଗନ୍ତ ଆଡ଼କୁ ଯିବାକୁ ମାର୍ଗ ଦେଖାଇବ |

ବିଜ୍ଞାନରେ ଅନୁସନ୍ଧାନ ସେତେବେଳେ ସର୍ବୋତ୍ତମ ଫଳପ୍ରଦାନ କରେ ଯେତେବେଳେ ଆମେ ସ୍ଵାଧୀନ ଭାବରେ ସୃଜନଶୀଳ ଚିନ୍ତାଧାରା ସହିତ ସତର୍କ ପର୍ଯ୍ୟବେକ୍ଷଣ କରିଥାଉ ।
ଜଳର ଏକ କ୍ଷୁଦ୍ର କଣିକାର ପରୀକ୍ଷାରୁ ଆମେ ଏହା ଆରମ୍ଭ କରିବା । ଆମ ସହିତ ଗଭୀର ଭାବରେ ଜଡ଼ିତ କିନ୍ତୁ ଅଦୃଶ୍ୟ ସୂକ୍ଷ୍ମ ଜୀବମାନଙ୍କର ଏକ ଲୁକ୍କାୟିତ ଦୁନିଆକୁ ଉନ୍ମୋଚନ କରିବା । ଏମାନଙ୍କ ମଧ୍ୟରୁ କିଛି ଅଦୃଶ୍ୟ ଜୀବ, ଯାହା ଆମକୁ ଆମର ଖାଦ୍ୟ ହଜମ କରିବାରେ କିମ୍ବା ଔଷଧ ଉତ୍ପାଦନ କରିବାରେ ସାହାଯ୍ୟ କରେ ଏବଂ ଅନ୍ୟଗୁଡ଼ିକ କ୍ଷତିକାରକ ହୋଇପାରେ, ଯାହା ରୋଗ ସଂକ୍ରମଣ ସୃଷ୍ଟି କରିପାରେ ।

ପୁଷ୍ଟିକର ଖାଦ୍ୟ, ବ୍ୟାୟାମ୍ ଔଷଧ ଏବଂ ଟିକା ଆମକୁ ସୁସ୍ଥ ରଖ୍ ସହିତ ସଂକ୍ରମଣରୁ ରକ୍ଷା କରି ବାରେ ସାହାଯ୍ୟ କରେ । ଆଜିର ଦୁନିଆରେ ବିଜ୍ଞାନ ଆମର ଜୀବନକୁ ଉନ୍ନତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

ବିଦ୍ୟୁତ ଶକ୍ତି (Electric Current) :
ଜୀବନକୁ ସହଜ କରିବା ପାଇଁ ଆମେ ବିଭିନ୍ନ କ୍ଷେତ୍ରରେ ବିଦ୍ୟୁତ ଶକ୍ତିକୁ ବ୍ୟବହାର କରିଥାଉ । ବୈଦ୍ୟୁତିକ ତାପନ ଆମ ଘରକୁ ଉଷ୍ଣ ରଖିବା ସମୟରେ ତା’ର ଚୁମ୍ବକୀୟ ପ୍ରଭାବ ମୋଟର ଓ ଯନ୍ତ୍ରପାତିଗୁଡ଼ିକୁ କାର୍ଯ୍ୟ କରିବାରେ ସାହାଯ୍ୟ କରେ ।
ଏହି ଘଟଣାଗୁଡ଼ିକ ବଳ ଉପରେ ନିର୍ଭର କରିଥାଏ । ତେଣୁ ବିଦ୍ୟୁତ୍ ଶକ୍ତିର କାର୍ଯ୍ୟକାରିତାକୁ ଜାଣିବା ପରେ, ଆମେ ବଳ ସମୂହକୁ ନିଜେ ଅଧ୍ୟୟନ କରିବାକୁ ଅଗ୍ରସର ହେବା । ଏହି ବଳ ବସ୍ତଗୁଡ଼ିକର ଗତିକୁ ବୃଦ୍ଧି କରେ, ମନ୍ଥର କରିପାରେ କିମ୍ବା ଦିଗ ପରିବର୍ତ୍ତନ କରିପାରେ ।

ବଳ ବିଷୟରେ ବୁଝିବା ଫଳରେ ଉପରକୁ ଫିଙ୍ଗାଯାଇଥିବା ଏକ ବଲ କାହିଁକି ତଳକୁ ଫେରିଆସେ କିମ୍ବା ବ୍ରେକ୍ ଲଗାଇଲେ ଏକ କାର କାହିଁକି ଅଟକି ଯାଏ, ତାହା ସହଜରେ ବ୍ୟାଖ୍ୟା କରିହୁଏ ।
ବଳ ଓ ଚାପ (Force and Pressure) :
ବଳ ଏବଂ ଚାପ ସମ୍ବନ୍ଧରେ ଏହି ଧାରଣା ଆମକୁ ଦିଏ ଯେ, ଏକ ବସ୍ତର ପୃଷ୍ଠ ଉପରେ ବଳ କିପରି ବିସ୍ତାରିତ ହୋଇ ପ୍ର ଯୁକ୍ତ ହୁଏ । ଏହାସହ ବାୟୁର ଗତି ବି ଷୟରେ ବୁଝାଇବାରେ ସାହାଯ୍ୟ କରେ । ଚାପରେ ଅଳ୍ପ ପାର୍ଥକ୍ୟରେ ମୃତ୍ୟୁ ପବନ ଏବଂ ବୃହତ୍ ପାର୍ଥକ୍ୟ ଯୋଗୁଁ ଘୂଣ୍ଠିବାତ୍ୟ ସୃଷ୍ଟି କରିପାରେ ତାହା ଆମେ ଜାଣିପାରୁ ।
ବଳ ଘୂର୍ଣ୍ଣିଝଡ଼ ପରି ପ୍ରାକୃତିକ ଘଟଣା ସହ ସମ୍ପୃକ୍ତ ଯାହାର ପ୍ରଭାବ କୃଷି ଓ ଆମର ସୁରକ୍ଷା ଭଳି ଦୈନନ୍ଦିନ ଜୀବନ ଉପରେ ପଡ଼ିଥାଏ ।

ପଦାର୍ଥ ଓ ଏହାର ପ୍ରକୃତି (Matter and its nature) :
ଆମ ଚାରିପାଖରେ ଥିବା ପଦାର୍ଥଗୁଡ଼ିକୁ ବର୍ଗୀକରଣ କରିବା ବିଜ୍ଞାନର ଏକ ଗୁରୁତ୍ଵପୂର୍ଣ୍ଣ ବୈଶିଷ୍ଟ୍ୟ । ପଦାର୍ଥଗୁଡ଼ିକ ଯଥାକ୍ରମେ ତିନୋଟି ପ୍ରକାରରେ ବିଭକ୍ତ କରାଯାଇପାରିବ । ଯଥା- (୧) ମୌଳିକ (ବିଶୁଦ୍ଧ ପଦାର୍ଥ) (୨) ଯୌଗିକ (ଦୁଇ କିମ୍ବା ଅଧିକ ଉପାଦାନ ଯାହା ଏକତ୍ର ବାନ୍ଧି ହୋଇ ରହିଥିବ) ଏବଂ (୩) ମିଶ୍ର ଣ (ଉଦନ।ନ ଗୁଡ଼ିକୁ ଭୌତିକ ଭାବରେ ପୃଥକ କରିପାରିବ) ।
କଣିକାଗୁଡ଼ିକ କିପରି ଏକାଠି ହୋଇ ମିଶ୍ରଣ ସୃଷ୍ଟି କରନ୍ତି, ତାହା ଜାଣିବା ପରେ, ଆମେ ଦ୍ରବଣଗୁଡ଼ିକୁ ବୁଝିପାରିବା । ଉଦାହରଣ ଚିନି ଚା’ରେ ଦ୍ରବୀଭୂତ ହୋଇ ମିଠା କରାଏ ।

ଆଲୋକ (Light) :
ଆଲୋକ ରଶ୍ମି ସମତଳ ଏବଂ ବକ୍ର ଦର୍ପଣରୁ ପ୍ରତିଫଳିତ ହୁଏ ଏବଂ ଲେନ୍ସ ମଧ୍ୟଦେଇ ଯିବା ସମୟରେ ଏହାର ଗତିପଥରୁ ବଙ୍କେଇ ଯାଏ । ଏକ ଚିକ୍କଣ ଧାତୁ ଚାମଚରେ ଏକ ପ୍ରତିଛବି ଦେଖୁବାବେଳେ କିମ୍ବା ଚଷମାଦ୍ଵାରା ସ୍ପଷ୍ଟ ଭାବରେ ଦେଖୁବା ପାଇଁ ଆଲୋକର ଦିଗ ପରିବର୍ତ୍ତନ ପ୍ରକ୍ରିୟା ସାହାଯ୍ୟ କରିଥାଏ । କେବଳ ଏକ ଚିକ୍କଣ ଦର୍ପଣ ଆଲୋକକୁ ପ୍ରତିଫଳିତ କରେ ନାହିଁ ବରଂ ଏକ ଅମସୃଣ ଏପରିକି ଚନ୍ଦ୍ରପୃଷ୍ଠ ମଧ୍ଯ ଆଲୋକକୁ ପ୍ରତିଫଳିତ କରେ ।
ମହାକାଶ ଓ ଚନ୍ଦ୍ରକଳା :
ପୃଥିବୀ, ଚନ୍ଦ୍ର ଏବଂ ସୂର୍ଯ୍ୟର ଆପେକ୍ଷିକ ସ୍ଥିତ ଉପରେ ନିର୍ଭର କରି, ପ୍ରତ୍ୟେକ ରାତିରେ ଚନ୍ଦ୍ରର କିଛି ଭିନ୍ନ ଅଂଶ ଆଲୋକିତ ହୁଏ, ଯାହା ଆକାଶରେ ଆମେ ଦେଖୁଥିବା ଆମେ ଦେଖୁଥିବା ସୁନ୍ଦର ଚନ୍ଦ୍ରକଳା ସୃଷ୍ଟି କରିଥାଏ ।
ଚନ୍ଦ୍ରକଳାର ହ୍ରାସବୃଦ୍ଧି ଦେଖୁବା ପରେ ମଣିଷ ପ୍ରଥମ କ୍ୟାଲେଣ୍ଡର ତିଆରି କରିବାରେ ସକ୍ଷମ ହୋଇପାରିଲା । ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ ଏବଂ ଚନ୍ଦ୍ରକଳାକୁ ପର୍ଯ୍ୟବେକ୍ଷଣ କରି ବିଭିନ୍ନ କ୍ୟାଲେଣ୍ଡର ସୃଷ୍ଟି ହେଲା । ଆମ ଗ୍ରହରେ ଥୁବା ବସ୍ତୁଗୁଡ଼ିକର ଗତି ସହିତ ପୃଥିବୀରେ ଆମର ଦିନଚର୍ଯ୍ୟା ନିର୍ଣ୍ଣୟ କରୁଥିବା କ୍ୟାଲେଣ୍ଡର ପ୍ରସ୍ତୁତ ହୋଇଛି ।

କ୍ୟାଲେଣ୍ଡର କେବଳ ସୂର୍ଯ୍ୟ ଏବଂ ଚନ୍ଦ୍ରର ଗତିବିଧି ସହିତ ଜଡ଼ିତ ନୁହେଁ । ପୃଥିବୀରେ ପ୍ରାଣୀ ଏବଂ ସେମାନଙ୍କର ପରିବେଶ ମଧ୍ୟ ରେ ଆଶ୍ଚର୍ଯ୍ୟଜନକ ଏବଂ ଜଟିଳ ସମ୍ପର୍କ ରହିଛି । ଛୋଟ କୀଟପତଙ୍ଗଠାରୁ ଆରମ୍ଭ କରି ବଡ଼ ତିମି ପର୍ଯ୍ୟନ୍ତ, ଛୋଟ ଘାସଠାରୁ ଆରମ୍ଭ କରି ମହାଦ୍ରୁମ ପର୍ଯ୍ୟନ୍ତ ପ୍ରତ୍ୟେକ ଜୀବ ଆମ ଗ୍ରହରେ ପରିସଂସ୍ଥା ଗଠନ କରୁଥିବା ବାୟୁ, ଜଳ, ସୂର୍ଯ୍ୟକିରଣ ଏବଂ ଅନ୍ୟାନ୍ୟ ଜୀବ ଉପରେ ନିର୍ଭରଶୀଳ ।

ପରିବେଶ (Environment) :
ପୃଥିବୀ ସୂର୍ଯ୍ୟଠାରୁ ନିର୍ଦ୍ଦିଷ୍ଟ ଦୂରତାରେ ଅବସ୍ଥିତ, ଯେଉଁଠାରେ ପାଣି ତରଳ ଅବସ୍ଥାରେ ରହିଥାଏ ଏବଂ ଏହାର ଏକ ବାୟୁମଣ୍ଡଳ ଅଛି, ଯାହା ଆମକୁ କ୍ଷତିକାରକ ଅତିବାଇଗଣୀ ରଶ୍ମିରୁ ରକ୍ଷା କରିବା ସହିତ ଆମ ଶ୍ଵାସକ୍ରିୟା ପାଇଁ ଅମ୍ଳଜାନ ଯୋଗାଇଥାଏ । କିନ୍ତୁ ମାନବକୃତ କାର୍ଯ୍ୟ ଯୋଗୁଁ ପୃଥିବୀର ତାପମାତ୍ରାରେ ହେଉଥିବା ପରିବର୍ତ୍ତନ ଯୋଗୁଁ ଜଳବାୟୁ ସ୍ଥିତିକୁ ପ୍ରଭାବିତ କରି ଆମକୁ ବିପଜ୍ଜନକ ପରିସ୍ଥିତି ଆଡକୁ ନେଇଯାଇପାରେ ।

ଜଳବାୟୁର ପରିବର୍ତ୍ତନ :
ଆମେ ପୃଥିବୀର ଜଳବାୟୁକୁ ପ୍ରଭାବିତ କରୁଛୁ । ଆମେ ମଧ୍ୟ ସେହି ପ୍ରାଣୀ ଯେଉଁମାନେ ଏହି ପରି ବର୍ଷ ନ ଗୁଡ଼ିକୁ ବୁଝିବା ଏବଂ ଆମର କାର୍ଯ୍ୟଗୁଡ଼ିକୁ ପରିମାର୍ଜନା କରିବା ପାଇଁ ବିଜ୍ଞାନକୁ ଏହା ଆମକୁ ହିଁ କରିବାକୁ ଆଧାର କରିପାରିବା
ପର୍ଯ୍ୟବେକ୍ଷଣ, ମାପନ, ପରୀକ୍ଷଣ – ଏଗୁଡ଼ିକ ଜୀବନ ନିର୍ଭର କରୁଥିବା ସୂକ୍ଷ୍ମ ସନ୍ତୁଳନକୁ ସୁରକ୍ଷା ଦେବାରେ ଆମକୁ ବିଶେଷ ଭାବରେ ସାହାଯ୍ୟ କରିବ ।
ବିଜ୍ଞାନ ସବୁଠାରେ ରହିଛି । ଏକ ସରଳ ପରୀକ୍ଷଣ କରିବା ପାଇଁ ଏକ ସୁନ୍ଦର ପ୍ରୟୋଗଶାଳାର ଆବଶ୍ୟକତା ନାହିଁ । ଘରେ ରୋଷଇ ଘର ମଧ୍ଯ ପର୍ଯ୍ୟବେକ୍ଷଣ ଏବଂ ପ୍ରଶ୍ନ ପଚାରିବା ପାଇଁ ଏକ ସୁନ୍ଦର ସ୍ଥାନ ।’
ବୈଜ୍ଞାନିକ ଚିନ୍ତନର ଏକ ଉଦାହରଣ :
ଗରମ ତେଲରେ ପୁରି କିମ୍ବା ପରଟା ରଖୁଲେ ଫୁଲିଯାଏ । ଗରମ ରୁଟି ସିଧାସଳଖ ଶିଖା ଉପରେ ରଖୁଲେ ଫୁଲିଯାଏ ।
ସମସ୍ୟା/ପ୍ରଶ୍ନ :
କେଉଁ କେଉଁ କାରଣ ଯୋଗୁଁ ପୁରି ବେଲୁନ୍ ଭଳି ଫୁଲିଉଠେ ? ଏହାର ଉତ୍ତର ଦେବା ପାଇଁ ଆମେ କିଛି ସରଳ ପରୀକ୍ଷଣ କରିବା ।
ଏହାର ଉତ୍ତର ପାଇଁ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରାଯାଇପାରେ ।
![]()
ପରୀକ୍ଷଣ ପ୍ରଣାଳୀ (ପରିବର୍ତ୍ତନୀୟ କାରକ) :
ଆମେ ଚକଟା ଯାଇଥିବା ଅଟାର ମୋଟେଇ ଏବଂ ଆକାର ପରିବର୍ତ୍ତନ କରିବା ବିଷୟରେ ଚିନ୍ତା କରିବା । ଆମେ ବିଭିନ୍ନ ପ୍ରକାରର ଚୁନା (ଅଟା, ମଇଦା ଇତ୍ୟାଦି) ବ୍ୟବହାର କରିପାରିବା । ଛାଣିବା ସମୟରେ ଗରମ ତେଲର ତାପମାତ୍ରା ପରିବର୍ତ୍ତନ କରିପାରିବା କିମ୍ବା ମଇଦା ଗୁଳାଗୁଡ଼ିକୁ ଏହି ତେଲ ଭିତରେ ବିଭିନ୍ନ ଉପାୟରେ ଯଥା ଲମ୍ବ ଭାବରେ କିମ୍ବା କରେଇର ଏକ ପାର୍ଶ୍ଵରୁ ଖସାଇ କିମ୍ବା ଧୀରେଧୀରେ ପକାଇ ପାରିବା ।

ପରିବର୍ତ୍ତନଗୁଡ଼ିକୁ ବୁଝିବା ପାଇଁ ଆମକୁ ଏହା ମଧ୍ୟ ଚିନ୍ତା କରିବାକୁ ପଡ଼ିବ ଯେ ଆମେ କ’ଣ କ’ଣ ପର୍ଯ୍ୟବେକ୍ଷଣ କରିପାରିବୁ କିମ୍ବା ମାପି ପାରିବୁ । କେତେକ କ୍ଷେତ୍ରରେ ମାପିବା ପାଇଁ ଏକ ସଂଖ୍ୟା ଥାଇପାରେ । ହୁଏତ ଆମ ପୁରି ଫୁଲୁଛି କି ନାହିଁ କିମ୍ବା ଫୁଲିବାକୁ ଲାଗୁଥୁବା ସମୟ ମାପପାରିବୁ ଏହିଭଳି ପରୀକ୍ଷଣ ଆରମ୍ଭ କରିପାରିବା । ଆମେ ଦେଖିପାରିବା ଯେ ଅଟାର ଏକ ମୋଟା ସ୍ତର ଏବେ ବି ପୁରିକୁ ପତଳା ପାର୍ଶ୍ୱ ଦେଉଛି କି ନାହିଁ । ଏହା ବ୍ୟତୀତ ଏପରି ପରୀକ୍ଷଣ କରିବା ସମୟରେ ଅନ୍ୟ ଅବସ୍ଥାଗୁଡ଼ିକୁ ସମାନ ରଖ୍ ଗୋଟିଏ ସମୟରେ କେବଳ ଗୋଟିଏ ଜିନିଷ ପରିବର୍ତ୍ତନ କରିବା ଭଲ । ଉଦାହରଣ – ଆମେ ଅତ୍ୟଧୂକ ଗରମ କିମ୍ବା କମ୍ ଗରମ ଥିବା ତେଲର ପ୍ରଭାବ ଦେଖିବାକୁ ଚାହୁଁ, ତେବେ ଆମେ ସମାନ ମୋଟେଇର ଅଟା ଗୁଳା ବ୍ୟବହାର କରିବା ଏବଂ ସେଗୁଡ଼ିକୁ ସମାନ ଭାବରେ ପକାଇବା ।
ପରୀକ୍ଷଣ କରିବା ସମୟରେ ଯାହା ଦେଖିବା ଓ ଅନୁଭବ କରିବା ଏବଂ ତାହା ସବୁକିଛି ଲେଖୁ ରଖୁବା ମଧ୍ୟ ଏକ ଭଲ ଅଭ୍ୟାସ । ରୋଷେଇ କଲାବେଳେ ତେଲ ବ୍ୟବହାର କଲେ ଗନ୍ଧ ବା ଧୂଆଁ ବାହାରିଲା କି ? ଏହି ପରୀକ୍ଷଣର ଗୋଟିଏ ପର୍ଯ୍ୟାୟ କରିବା ପରେ, ତୁମେ ଅଧିକ ପ୍ରଶ୍ନ ଭାବିପାର । ଜଳଖ୍ୟାର ପୁରିଗୁଡ଼ିକ ସତେଜ କିମ୍ବା ବାସି ଅଟାରୁ ତିଆରି ହେଲେ ଭଲ ଫୁଲି ଥାଏ ।
ସରଳରୁ ଜଟିଳ ପର୍ଯ୍ୟନ୍ତ ସମସ୍ତ ବୈଜ୍ଞାନିକ ପରୀକ୍ଷଣ ଠିକ୍ ଏହିପରି କରାଯାଏ । ଏହା ହେଉଛି ବ୍ୟବସ୍ଥିତ ନିରୀକ୍ଷଣର ଚିନ୍ତାଧାରା । ଆମେ ଜାଣିପାରିବା ଯେ ପୁରି ଫୁଲିବାର ଏହି ସରଳ ଦୈନନ୍ଦିନ ପରୀକ୍ଷଣ ଆଜି ମଧ୍ୟ ବୈଜ୍ଞାନିକମାନେ ସମ୍ପୂର୍ଣ୍ଣ ଭାବରେ ବୁଝିନାହାନ୍ତି ।
ତେଣୁ ପୁରିର ଫୁଲା ହେଉ କିମ୍ବା ପୂର୍ଣ୍ଣିମା ପରେ ଚନ୍ଦ୍ରର ସଙ୍କୁଚିତ ଉଜ୍ଜ୍ଵଳ ଅଂଶ ହେଉ, ତୁମର ସତର୍କ ନିରୀକ୍ଷଣ ହିଁ ସଠିକ୍ ମାର୍ଗଦର୍ଶନ କରାଇ ତୁମକୁ ବିଜ୍ଞାନର ଅନୁସନ୍ଧାନ ଜଗତରେ ଆଗେଇ ନେଉ ।