BSE Odisha 7th Class Science Important Questions Chapter 15 ଜଳ – ଅମୂଲ୍ୟ ପ୍ରାକୃତିକ ସମ୍ପଦ

Odisha State Board BSE Odisha 7th Class Science Important Questions Chapter 15 ଜଳ – ଅମୂଲ୍ୟ ପ୍ରାକୃତିକ ସମ୍ପଦ Important Questions and Answers.

BSE Odisha Class 7 Science Important Questions Chapter 15 ଜଳ – ଅମୂଲ୍ୟ ପ୍ରାକୃତିକ ସମ୍ପଦ

Question 1.
କାବପାଇଁ ଲାଲର ଅନ୍ୟଲତା ଲେଖ |
Solution:
ଜଳ, ବାୟୁ, ସୂର୍ଯ୍ୟାଲୋକ ଆଦି ଅସରନ୍ତି ପ୍ରାକୃତିକ ସମ୍ପଦ । ଆମେ ବ୍ୟବହାର କରୁଥିବା ପଦାର୍ଥଗୁଡ଼ିକ ମଧ୍ୟରୁ ଜଳ ହେଉଛି ଗୋଟିଏ ଅତି ଦରକାରୀ ପଦାର୍ଥ । ଆମ ପୃଥ‌ିବୀ ପୃଷ୍ଠର ଶତକଡ଼ା 71 ଭାଗ ଜଳାବୃତ । ଭୂପୃଷ୍ଠର 7 ଭାଗରୁ 5 ଭାଗ ହେଉଛି କେବଳ ସମୁଦ୍ର ଜଳ । ତେଣୁ ଆମ ପୃଥ‌ିବୀକୁ ଜଳଗ୍ରହ କହନ୍ତି ।
ର୍ଥାତଶ୍ୟକତା :
(i) ଗଛଲତା, ପଶୁପକ୍ଷୀ ଓ ମଣିଷ କେହି ଜଳ ବିନା ବଞ୍ଚିପାରିବେ ନାହିଁ । ଏଣୁ ଜଳର ଅନ୍ୟନାମ ‘ଜୀବନ’ ।
(ii) ଆମେ ବିଶୁଦ୍ଧ ପାନୀୟ ଜଳକୁ ପିଇବା ପାଇଁ ବ୍ୟବହାର କରିଥାଉ । ଧୋଇବା ଓ ରାନ୍ଧିବା ତଥା ସ୍ୱାସ୍ଥ୍ୟରକ୍ଷା ପାଇଁ ମଧ୍ୟ ଜଳ ବ୍ୟବହାର କରିଥାଉ । ମିଳିତ ଜାତିସଙ୍ଘ ର ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି ପିଇବା, ଧୋଇବା, ରାନ୍ଧିବା ତଥା ସ୍ୱାସ୍ଥ୍ୟରକ୍ଷା ପାଇଁ ଦୈନିକ ମୋଟ 50 ଲିଟର ଜଳ ବ୍ୟବହାର କରିଥାଏ ।
(iii) ଜଳ ଆମ ଶରୀରରେ ରକ୍ତ ପ୍ରବାହିତ ହେବାରେ, ଅପରିଷ୍କାର ଜିନିଷ ବାହାର କରିବାରେ (ମୂତ୍ର, ଝାଳ ଓ ଲୁହ ଆକାରରେ) ସାହାଯ୍ୟ କରିଥାଏ ।
(iv) ସବୁଜ ଉଦ୍ଭଦ, ମୃଭିକାରୁ ଜଳ ଓ ଖଣିଜ ଲବଣ ନେଇ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଗ୍ରହଣ କରି, ସୂର୍ଯ୍ୟାଲୋକକୁ ସବୁଜକଣା ଦ୍ବାରା ବନ୍ଧନ କରି ପତ୍ରରେ ଶ୍ଵେତସାର ଜାତୀୟ ଖାଦ୍ୟ ପ୍ରସ୍ତୁତ କରିଥାଏ । ଆମେ ଖାଦ୍ୟ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସବୁଜ ଉଭିଦ ଉପରେ ନିର୍ଭର କରିଥାଉ ।
(v) କଳକାରଖାନାରେ ମଧ୍ୟ ଜଳ ବ୍ୟବହାର କରାଯାଏ । ଜଳବିଦ୍ୟୁତ୍ ଜଳର ସ୍ରୋତ ସାହାଯ୍ୟରେ ହିଁ ଉତ୍ପନ୍ନ କରାଯାଏ ।
(vi) ଜଳଚର ଜୀବମାନେ ଜଳରେ ହିଁ ବାସ କରନ୍ତି ।

ସଂଶିପ୍ତଧାମା ପ୍ରଣୋଉର :

Question 1.
କଲଭ ବିଭିନି ଥବିସ୍ଥାପତିକ ଲେଖ |
Solution:
ଜଳ ସାଧାରଣତଃ ତିନୋଟି ଅବସ୍ଥାରେ ରହିଥାଏ ।
(i) କଠିନ – ବରଫ ଆକାରରେ,
(ii) ତରଳ – ଜଳ ଆକାରରେ ଓ
(iii) ଗ୍ୟାସୀୟ – ଜଳୀୟବାଷ୍ପ ଆକାରରେ
କଠିନ – ମେରୁ ଓ ଉଚ୍ଚ ପର୍ବତ ଶୀର୍ଷାଞ୍ଚଳରେ ଏହା ଅତି ଶୀତଳ ହୋଇ ବରଫ ଆକାରରେ ଥାଏ । ତୁମେ ଖାଉଥ‌ିବା ଆଇସ୍‌କ୍ରିମ୍ ମଧ୍ୟ ଏହାର କଠିନ ଅବସ୍ଥା ।
ତରଳ – ନଦୀ, ଝରଣା, ସମୁଦ୍ର, ପୋଖରୀ, ଗାଡ଼ିଆ, କୂପ, ନଳକୂପ ଆଦିରେ ଜଳ ତରଳ ଅବସ୍ଥାରେ ରହିଥାଏ । ଆମେ ପ୍ରତିଦିନ ଏହି ଜଳକୁ ହିଁ ପାଣିକଳରୁ ବା ନଳକୂପରୁ ଉଠାଇ ବ୍ୟବହାର କରିଥାଉ । ଏପରିକି ଚ୍ଚଶାଲଲ ମଧ୍ୟ ଆମେ ସଂଗ୍ରହ କରି ବ୍ୟବହାର କରୁ |
କିନ୍ତି ଭରକ୍ କଲର ଖ୍ୟାପାଯ୍ୟ ଗ୍ୟାସୀୟ – ସୂଯ୍ୟ ତାପର ପ୍ରତକରେ କଳ ବାଣ୍ଟରେ ପରିଣତ ହୋଇ ଆକାଶରେ ମେଣ ମୂଶ୍ଲି କରେ | ତଦନ କାର୍ଯ୍ୟ କଲାବେଳେ ଜଳ ବାମ୍ଫ ହେବା ଆମେ ଦେଖିଥାଉ । ବାଷ୍ପକୁ ଦେଖୁହୁଏ ନାହିଁ ମାତ୍ର ; ବାମ୍ଫକୁ ଦେଖୁହୁଏ ଅବସ୍ଥା ।

BSE Odisha 7th Class Science Important Questions Chapter 15 ଜଳ – ଅମୂଲ୍ୟ ପ୍ରାକୃତିକ ସମ୍ପଦ

Question 2.
ଜଳଚକ୍ର ସମ୍ବନ୍ଧରେ ସଂକ୍ଷିପ୍ତ ବିବରଣୀ ଦିଅ ।
Solution:
ଜଳଚକ୍ର ଚାଲୁରଖିବା ପାଇଁ ମୁଖ୍ୟତଃ କେତୋଟି ଜଳବାୟୁ ସଂକ୍ରାନ୍ତୀୟ ପ୍ରାକୃତିକ ଘଟଣା ଦାୟୀ । ଏଗୁଡ଼ିକ ହେଉଛି – ବାଷ୍ପୀକରଣ, ଘନୀକରଣ ଇତ୍ୟାଦି । ଜଳଚକ୍ର ମୁଖ୍ୟତଃ ଭୂପୃଷ୍ଠ, ବାୟୁମଣ୍ଡଳ ଏବଂ ସମୁଦ୍ର ଭିତରେ ପ୍ରାୟ ସୀମିତ ରହେ ।
କିପରି ଚାଲୁରହେ –
(i) ଜଳଚକ୍ର ଚାଲୁରଖୁବା ପାଇଁ ବାଷ୍ପୀକରଣ ଓ ଘନୀକରଣ ଆଦି ପ୍ରାକୃତିକ ଘଟଣା ଦାୟୀ । ସୌରଶକ୍ତି ଦ୍ଵାରା ଏହା ଘନୀଭୂତ ହୁଏ ଏବଂ ବର୍ଷାରୂପେ ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବରେ ପୃଥ‌ିବୀକୁ ଫେରିଆସେ ।
(ii) ଏହି ବର୍ଷାର କିଛି ଅଂଶ ପୃଥ‌ିବୀରେ ପହଞ୍ଚିବା ପୂର୍ବରୁ ବାଷ୍ପୀକରଣଦ୍ଵାରା ପୂନର୍ବାର ବାୟୁମଣ୍ଡଳକୁ ଫେରିଯାଏ । ବର୍ଷାଜଳର ଏକ ବଡ଼ଭାଗ ସମୁଦ୍ରରେ ପଡ଼େ, କିଛିଭାଗ ପୁଷ୍କରଣୀ ଆଦିରେ ଓ ଆଉ କିଛି ଭୂତଳଜଳ ଭାବରେ ମାଟିତଳେ ସଞ୍ଚିତ ହୋଇ ରହେ ।
(iii) ଉଭିଦର ଉଚ୍ଛେଦନ ଦ୍ୱାରା ଶ୍ଵାସକ୍ରିୟା ଓ ଥପନ ଆଦି ଅନ୍ୟ ପ୍ରକ୍ରିୟା ତୁଳନାରେ ଅଧ‌ିକ ଜଳ ପରିବେଶରେ ପ୍ରବେଶ କରେ । ତଥାପି ଉସେଦନ, ଶ୍ଵାସକ୍ରିୟା ଓ ଅନ୍ୟ ସମସ୍ତ ଜୈବିକ ପ୍ରକ୍ରିୟାରୁ ପରିବେଶକୁ ଆସୁଥିବା ଜଳର ପରିମାଣ ଖୁବ କମ୍ ।

Question 3.
ଜଳ ହିଁ ଜୀବନ – ବୁଝାଅ ।
Solution:
(i) ଜଳ ହେଉଛି ଜୀବ ଶରୀରର ଏକ ପ୍ରଧାନ ଉପାଦାନ । ଆଦି ଜୀବକର ଜଳୀୟଅଂଶର ପରିମାଣ ଶତକଡ଼ା ପ୍ରାୟ 65- 95 ଭାଗ ।
(ii) ଆଦି ଜୀବକକୁ ତଥା କୋଷ ଓ ଅଙ୍ଗ ପ୍ରତ୍ୟଙ୍ଗକୁ ସଠିକ ବା ଉତ୍ତମ ଅବସ୍ଥାରେ ରଖୁବା ଏବଂ ସେଥ‌ିରେ ଚାଲୁ ରହିଥ‌ିବା ସମସ୍ତ ଜୈବିକ ପ୍ରକ୍ରିୟାକୁ ସୁଚାରୁରୂପେ ସଂଘଟିତ କରାଇବାରେ ଜଳର ଅବଦାନ ଉଲ୍ଲେଖନୀୟ ।
(iii) କାରଣ ଜଳ ମାଧ୍ୟମରେ ହିଁ ଶରୀର ମଧ୍ୟରେ ସମସ୍ତ ରାସାୟନିକ ପ୍ରକ୍ରିୟା ଚାଲିଥାଏ । ଏହି କାରଣରୁ ‘ଜଳହିଁ ଜୀବନ’ କହିଲେ ଅତ୍ୟୁକ୍ତି ହେବନାହିଁ । ଏହା ବିନା ପୃଥ‌ିବୀ ପୃଷ୍ଠରେ ଜୀବନ ସୃଷ୍ଟି ଓ ସଂରକ୍ଷଣ ଅସମ୍ଭବ ।

Question 4.
ତ୍ତିଶାର କଲ ସମଦ ବିଶପ୍ରେର ଲେଖା |
Solution:
(i) ମହାନଦୀ , ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ବଂଶଧାରା, ନାଗାବଳୀ, ଇନ୍ଦ୍ରାବତୀ ସମ୍ପଦ । ଏମାନଙ୍କ ବ୍ୟତୀତ ପୋଖରୀ, କୂପ ଓ ଭୂତଳ ଜଳ ମଧ୍ୟ ଏହି ଜଳ ସମ୍ପଦର ଅନ୍ତର୍ଭୁକ୍ତ ।
(ii) ଚିଲିକା ଏବଂ ସୁଦୀର୍ଘ ସମୁଦ୍ର ସମ୍ଭାର ମଧ୍ଯ ଓଡ଼ିଶାର ଜଳସମ୍ପଦ ହିସାବରେ ଗଣାଯାଏ । କାରଣ ଏହାକୁ ମାଛଚାଷ ଲୋକେ ବର୍ଷାଜଳକୁ ଅମଳ କରି ସେମାନଙ୍କର ଆବଶ୍ୟକତା ମେଣ୍ଟାଇ ଥାଆନ୍ତି । ଶୂନ୍ୟସ୍ଥାନ ପୂରଣ କର ।

ବସ୍ତୁନିଷ୍ ପ୍ରଣୋଉର :

I. ଶୂନ୍ୟସ୍ଥାନ ପୂରଣ କର ।
(i) ଜଣେ ବ୍ୟକ୍ତି ମିଳିତ ଜାତିସଂଘର ସୂଚନା ଅନୁଯାୟୀ ପ୍ରତିଦିନ ________ ଲିଟର ଜଳ ବ୍ୟବହାର କରେ ।
(ii) ________ କୁ ଜଳଗ୍ରହ କୁହାଯାଏ ।
(iii) ହୀରାକୁଦ ନଦୀବନ୍ଧର ଦୈର୍ଘ୍ୟ ________ କି.ମି. ।
(iv) ଜଳ ________ ବାଷ୍ପୀୟ ଅବସ୍ଥାରେ ଥାଏ ।
(v) ________ ନବା ଉପରେ ହାରାକୁଦ ନଦାବନ୍ଧ ଯୋଜନା କରାଯାଲନ୍ଥି |
(vi) ________ ରେ ମିଳୁଥିବା ଜଳକୁ ଭୂତଳ ଜଳ କହିପାରିବା ।
(vii) ପୃଥ‌ିବୀର ପ୍ରଥମ ଜୀବନର ଅଣୁ ________ ରେ ହିଁ ସୃଷ୍ଟି ହୋଇଥିଲା ।
(viii)‘ବିଶ୍ବ ଜଳ ଦିବସ’ ମାର୍ଚ୍ଚମାସ ________ ତାରିଖରେ ପାଳିତ ହୁଏ ।
(ix) ପୃଥ‌ିବୀ ମହାଶୂନ୍ୟରୁ ________ ଭାବେ ଦୃଶ୍ୟମାନ ହୁଏ ।
(x) ମୋଟ ଜଳର ________ ଭାଗ ମଧୁର ଜଳ ।
(xi) ବାଷ୍ପ ଓ ବାମ୍ଫ ମଧ୍ୟରୁ ________ କୁ ଦେଖ୍ହୁଏ ।
Solution:
(i) 50,
(ii) ପୃଥ‌ିବୀ,
(iii) 25,
(iv) ବାଷ୍ପୀୟ,
(v) ମହାନଦୀ,
(vi) ନଳକୂପ,
(vii) ଜଳ,
(vii) 22,
(viii) ନୀଳଗ୍ରହ,
(ix) 2.5,
(x) ବାମ୍ଫ

BSE Odisha 7th Class Science Important Questions Chapter 15 ଜଳ – ଅମୂଲ୍ୟ ପ୍ରାକୃତିକ ସମ୍ପଦ

II. ବାମପାର୍ଶ୍ବର ସମ୍ପର୍କକୁ ଲକ୍ଷ୍ୟକରି ଦକ୍ଷିଣପାର୍ଶ୍ଵର ଶୂନ୍ୟସ୍ଥାନ ପୂରଣ କର ।
(i) ଅନାବୃଷ୍ଟି : ଜଙ୍ଗଲ କ୍ଷୟ :: ସ୍ୱଳ୍ପ ବୃଷ୍ଟି : ________
(ii) ବିଶ୍ଵଜଳ ଦିବସ : ମାର୍ଚ୍ଚ 12 ତାରିଖ :: ବିଶ୍ୱ ଜଳ ନିୟନ୍ତ୍ରଣ ଦିବସ : ________
(iii) ମୋଟ ଜଳର 97.5 ଭାଗ : ସମୁଦ୍ରଜଳ :: ମୋଟ ଜଳର 2.5 ଭାଗ : ________
(iv) ପୃଥ‌ିବୀ : ଜଳଗ୍ରହ :: ମହାଶୂନ୍ୟ : ________
Solution:
(i) ଜଳସ୍ତର ନିମ୍ନକରଣ,
(ii) ଅକ୍ଟୋବର 18 ତାରିଖ,
(iii) ମଧୁର ଜଳ,
(iv) ନୀଳଗ୍ରହ

III. ଠିକ୍ ଉତ୍ତରଟି ବାଛି ଲେଖ ।
(i) ନିମ୍ନୋକ୍ତ ବାକ୍ୟରୁ କେଉଁଟି ଜଳାଭାବ ପାଇଁ ଦାୟୀ ନୁହେଁ ?
(କ) ଶିଳ୍ପର ଦ୍ରୁତବୃଦ୍ଧି
(ଖ) କନଫଖ୍ୟା ଦ୍ୱବି
(ଗ) ଅଧ୍ବକ ବୃଷ୍ଟିପାତ
(ଘ) ଜଲଣପର ପରିଚାଳନା

(ii) ପୃଥ‌ିବୀର ଦୀର୍ଘତମ ନଦୀବନ୍ଧଟି କେଉଁ ନଦୀ ଉପରେ ତିଆରି କରାଯାଇଛି ?
(କ) ବ୍ରାହ୍ମଣୀ
(ଖ) ମହାନଦା
(ଗ) ନାଗାରଲା
(ଘ) ତୈତରଣୀ

(iii) ମେଘ ଜଳର କେଉଁ ଅବସ୍ଥା ?
(କ) କଠିନ
(ଖ) ତଳେ
(ଗ) ଗ୍ୟାପାସ
(ଘ) କେଉଁଟି ନୁହେଁ

(iv) ପୃଥ‌ିବୀକୁ କେଉଁ ଗ୍ରହର ଆଖ୍ୟା ଦିଆଯାଇଛି ?
(କ) ଜଳଗ୍ରହ
(ଖ) ନୀଳଗ୍ରହ
(ଗ) ଲୋକପ୍ରତ ଗ୍ରହ
(ଘ) ଣାତଳଗ୍ରହ

(v) ପୃଥ‌ିବୀର ଦୀର୍ଘତମ ନଦୀବନ୍ଧଟି କିଏ ?
(କ) ବାଲିମେଳା
(ଖ) ହାରାକୁଦ
(ଗ) ଲଦ୍ରାବତୀ
(ଘ) କୋଲାର

(vi) ଅଦରକାରୀ ଜଳ ମୃତ୍ତିକାରେ ଥ‌ିବା ଛିଦ୍ର ଦେଇ ମାଧ୍ୟାକର୍ଷଣ ଯୋଗୁଁ ତଳକୁ ପ୍ରବେଶ କରିବା ପ୍ରକ୍ରିୟାକୁ କ’ଣ କହନ୍ତି ?
(କ) ପାଦନ
(ଖ) ପରିସ୍ରବଣ
(ଗ) ଅନ୍ତଃ ପରିସ୍ରବଣ
(ଘ) ଭବିପାଦନ

(vii) କେଉଁଟି ପୃଥବୀର ସମୁଦାୟ ଜଳପାଇଁ ଉଦ୍ଦିଷ୍ଟ ?
(କ) ନଦୀ ଓ ହ୍ରଦରେ ଜଳର ପରିମାଣ ନିର୍ଦ୍ଦିଷ୍ଟ ମାତ୍ରା ଅଟେ ।
(ଖ) ରୁପଲ କାଳର ପ୍ରିରିମାଣ ନିଦିଶ ଅଟେ |
(ଗ) ସମୁଦ୍ର ଓ ମହାସାଗରରେ ଜଳର ପରିମାଣ ସ୍ଥିର ଅଟେ ।
(ଘ) ପୃଥ‌ିବୀର ଜଳର ପରିମାଣ ସ୍ଥିର ।
Solution:
(i) ଅଧ୍ବକ ବୃଷ୍ଟିପାତ
(ii) ମହାନଦୀ
(v) ହୀରାକୁଦ
(iii) ଗ୍ୟାସୀୟ
(iv) ଜଳଗ୍ରହ
(vi) ଅନ୍ତଃ ପରିସ୍ରବଣ
(vii) ପୃଥ‌ିବୀର ଜଳର ପରିମାଣ ସ୍ଥିର ।

IV. ରେଖାଙ୍କିତ ପଦ ନ ବଦଳାଇ ଭ୍ରମ ଥିଲେ ସଂଶୋଧନ କର ।
(i) ସମଗ୍ର ପୃଥ‌ିବୀ ପୃଷ୍ଠର ଶତକଡ଼ା ୨୧ ଭାଗ ଜଳାବୃତ୍ତ
(ii) ପୃଥ‌ିବୀରେ ହ୍ରଦ ଓ ନଦୀଜଳର ପରିମାଣଠାରୁ ଭୂତଳଜଳର ପରିମାଣ କମ୍ ।
(iii) ଗ୍ରାମାଞ୍ଚଳରେ ରହୁଥିବା ଲୋକମାନେ ଜଳ ଅଭାବ ଭୋଗ କରିଥା’ନ୍ତି ।
(iv) ଜଳସେଚନ ପାଇଁ ନଦୀ ହିଁ ଏକମାତ୍ର ଉତ୍ସ ଅଟେ ।
(v) ପୃଥ‌ିବୀର ଜଳର ପରିମାଣ ମଧ୍ଯରୁ ଲବଣାକ୍ତ ଜଳ ଅତିକମ୍ ।
Solution:
(i) ସମଗ୍ର ପୃଥ‌ିବୀ ପୃଷ୍ଠର ଶତକଡ଼ା ୭୧ ଭାଗ ଜଳାବୃତ୍ତ ।
(ii) ପୃଥ‌ିବୀରେ ହ୍ରଦ ଓ ନଦୀଜଳର ପରିମାଣଠାରୁ ଭୂତଳଜଳର ପରିମାଣ ଅଧିକ ।
(iii) ସହରାଞ୍ଚଳରେ ରହୁଥିବା ଲୋକମାନେ ଜଳ ଅଭାବ ଭୋଗ କରିଥା’ନ୍ତି ।
(iv) ଜଳସେଚନ ପାଇଁ ବର୍ଷାଜଳ, ନଦୀଜଳ, ପୋଖରୀଜଳ ଇତ୍ୟାଦି ଗୋଟିଏ ଗୋଟିଏ ଉତ୍ସ ଅଟେ ।
(v) ପୃଥ‌ିବୀର ଜଳର ପରିମାଣ ମଧ୍ୟରୁ ଲବଣାକ୍ତ ଜଳ ବେଶି ।

V. ‘କ’ ସ୍ତମ୍ଭରେ ଥ‌ିବା ଶବ୍ଦ ସହିତ ‘ଖ’ ସ୍ତମ୍ଭରେ ଥ‌ିବା ଶବ୍ଦର ମେଳନ କର ।
BSE Odisha 7th Class Science Important Questions Chapter 15 Img 1

BSE Odisha 7th Class Science Important Questions Chapter 15 ଜଳ – ଅମୂଲ୍ୟ ପ୍ରାକୃତିକ ସମ୍ପଦ

VI. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
(i) ‘ବିଶ୍ବ ଜଳ ଦିବସ’ କେବେ ପାଳିତ ହୁଏ ?
(ii) ଆମ ପୃଥ‌ିବୀକୁ ଜଳଗ୍ରହ କାହିଁକି କୁହାଯାଏ ?
(iii) ଜଣେ ବ୍ୟକ୍ତିର ଦୈନିକ କେତେ ଲିଟର ଜଳ ଆବଶ୍ୟକ ?
(iv) ମହାଶୂନ୍ୟରୁ ପୃଥ‌ିବୀ ନୀଳ କାହିଁକି ଦେଖାଯାଏ ?
(v) ବିଶ୍ଵ ଜଳବର୍ଷ କେବେ ଓ କାହିଁକି ପାଳନ ହୋଇଥିଲା ?
(vi) ପୃଥ‌ିବୀରେ ମୋଟ ଜଳର ପରିମାଣ କେତେ ?
(vii) ପୃଥ‌ିବୀର ମୋଟ ଲୁଣି ସମୁଦ୍ରଜଳର ପରିମାଣ କେତେ ଶତାଂଶ ?
(viii)ପୃଥ‌ିବୀର ମୋଟ ମଧୁର ଜଳର ପରିମାଣ କେତେ ଶତାଂଶ ?
(ix) ଓଡ଼ିଶାର କେଉଁ ଜଳ ପ୍ରକଳ୍ପଟି ସର୍ବୋତ୍ତମ ଓ ବିଖ୍ୟାତ ?
(x) ପୃଥ‌ିବୀର ବୃହତ୍ତମ ନଦୀବନ୍ଧ କିଏ ଓ ଏହାର ଲମ୍ବ କେତେ ?
Solution:
(i) ‘ବିଶ୍ବ ଜଳ ଦିବସ’ ମାର୍ଚ୍ଚ 22 ତାରିଖରେ ପାଳିତ ହୁଏ ।
(ii) ଆମ ପୃଥ‌ିବୀର ଶତକଡ଼ା 71 ଭାଗ ଜଳ । ତେଣୁ ଆମ ପୃଥ‌ିବୀକୁ ଜଳଗ୍ରହ କୁହାଯାଏ ।
(iii) ଜଣେ ବ୍ୟକ୍ତିର ଦୈନିକ 50 ଲିଟର ଜଳ ଆବଶ୍ୟକ ।
(iv) ପୃଥ‌ିବୀରେ ବହୁ ପରିମାଣର ଜଳର ସମ୍ଭାର ଯୋଗୁଁ ମହାଶୂନ୍ୟରୁ ପୃଥ‌ିବୀ ନୀଳ ଦେଖାଯାଏ ।
(v) ବିଶ୍ୱ ଜଳ ବର୍ଷ 2003 ମସିହାରେ ମଧୁର ଜଳ ସମ୍ବନ୍ଧରେ ସଚେତନତା ସୃଷ୍ଟି ପାଇଁ ପାଳନ ହୋଇଥିଲା ।
(vi) ପୃଥ‌ିବୀରେ ମୋଟ ଜଳର ପରିମାଣ 140 କୋଟି ଘନ କିଲୋମିଟର ।
(vii) ପୃଥ‌ିବୀର ମୋଟ ଲୁଣି ସମୁଦ୍ରଜଳର ପରିମାଣ 97.5 ଶତାଂଶ ଅଟେ ।
(viii)ପୃଥ‌ିବୀର ମୋଟ ମଧୁର ଜଳ ପରିମାଣ 2.5 ଶତାଂଶ ଅଟେ ।
(ix) ଓଡ଼ିଶାର ହୀରାକୁଦ ନଦୀବନ୍ଧ ଜଳ ପ୍ରକଳ୍ପଟି ସର୍ବୋତ୍ତମ ଓ ବିଖ୍ୟାତ ।
(x) ହୀରାକୁଦ ପୃଥ‌ିବୀର ବୃହତ୍ତମ ନଦୀବନ୍ଧ ଓ ଏହାର ଲମ୍ବ 25 କି.ମି. ।

Leave a Comment