BSE Odisha 8th Class Political Science Solutions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

Odisha State Board BSE Odisha 8th Class Political Science Solutions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ Textbook Exercise Questions and Answers.

BSE Odisha Class 8 Political Science Solutions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ଟି ଶବ୍ଦରେ ଲେଖ ।

(କ) ରାଜନୈତିକ ଦଳର ଲକ୍ଷଣଗୁଡ଼ିକ ବର୍ଣ୍ଣନା କର ।
Answer:

  • କେତେକ ବ୍ୟକ୍ତି ସଙ୍ଗଠିତ ହୋଇ ଦଳ ସଙ୍ଗଠନ କରନ୍ତି ।
  • ସେମାନେ କେତେକ ନିର୍ଦ୍ଦିଷ୍ଟ ନୀତି ଉପରେ ସହମତି ପ୍ରକାଶ କରନ୍ତି ।
  • ସେମାନେ ଜାତୀୟ ସ୍ୱାର୍ଥ ସାଧନାରେ ବ୍ରତୀ ହୋଇଥା’ନ୍ତି ।
  • ନିର୍ବାଚନ ମାଧ୍ୟମରେ ସେମାନେ କ୍ଷମତା ହାସଲ କରିବା ଏବଂ କ୍ଷମତା ଜାହିର କରିବାପାଇଁ ଉଦ୍ୟମ କରନ୍ତି ।
  • ପ୍ରତି ରାଜନୈତିକ ଦଳର ସଙ୍ଗଠନ, ନିୟମାବଳୀ, ପତାକା ଓ ଚିହ୍ନ ଆଦି ରହିଛି ।

(ଖ) ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଜନୈତିକ ଦଳର ଭୂମିକା ଆଲୋଚନା କର ।
Answer:

  • ରାଜନୈତିକ ଦଳଗୁଡ଼ିକ ଗଣତାନ୍ତ୍ରିକ ସରକାରର ଅବିଚ୍ଛେଦ୍ୟ ଅଙ୍ଗ ।
  • ରାଜନୈତିକ ଦଳ ବିନା ଗଣତାନ୍ତ୍ରିକ ସରକାର ଗଠିତ ହୋଇପାରେ ନାହିଁ ।
  • ଜନସାଧାରଣଙ୍କର ରାଜନୈତିକ ସ୍ଵାଧୀନତାର ପରିପ୍ରକାଶ ପାଇଁ ରାଜନୈତିକ ଦଳଗୁଡ଼ିକ ହିଁ ପ୍ରକୃଷ୍ଟ ମାଧ୍ୟମ ।
  • ରାଜନୈତିକ ଦଳଗୁଡ଼ିକ ଦେଶର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସମସ୍ୟାଗୁଡ଼ିକୁ ଜନସାଧାରଣଙ୍କ ସରକାରଙ୍କ ପାଖରେ ଉପସ୍ଥାପନ କରନ୍ତି ।
  • ରାଜନୈତିକ ଦଳଗୁଡ଼ିକ ଲୋକମାନଙ୍କର ନ୍ୟାଯ୍ୟ ଦାବିଗୁଡ଼ିକୁ ଏକତ୍ରିତ କରି ସଠିକ୍ ଭାବରେ ଉପଯୁକ୍ତ ସମୟରେ ସରକାରଙ୍କ ପାଖରେ ଉପସ୍ଥାପନ କରନ୍ତି ।

BSE Odisha 8th Class Political Science Solutions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

(ଗ) ଚାପଦାନକାରୀ ଗୋଷ୍ଠୀର ଲକ୍ଷଣଗୁଡ଼ିକ ବୁଝାଇ ଲେଖ ।
Answer:

  • ଏହା ସମ ମନୋଭାବାପନ୍ନ ଓ ସମସ୍ବାର୍ଥୀ ବ୍ୟକ୍ତିମାନଙ୍କୁ ନେଇ ଗଠିତ ଏକ ଗୋଷ୍ଠୀ ।
  • ଏହା କୌଣସି ରାଜନୈତିକ ଦଳ ସହିତ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ ନୁହେଁ ।
  • ସ୍ଵାର୍ଥସାଧନ ଲକ୍ଷ୍ୟରେ ଏହା ଏକ ଅସ୍ଥାୟୀ ବା ସ୍ଥାୟୀ ଗୋଷ୍ଠୀ ହୋଇଥାଏ ।
  • ଏହି ଚାପଦାନକାରୀ ଗୋଷ୍ଠୀଗୁଡ଼ିକ ପ୍ରତ୍ୟକ୍ଷ ରାଜନୀତି କ୍ଷେତ୍ରକୁ ନ ଆସି ପର୍ଦା ଆଢୁଆଳରେ ରହି କାର୍ଯ୍ୟ କରନ୍ତି ।

(ଘ) ଚାପଦାନକାରୀ ଗୋଷ୍ଠୀ କେତେ ପ୍ରକାରର, ତାହା ସଂକ୍ଷେପରେ ଲେଖ ।
Answer:

  • ଚାପଦାନକାରୀ ଗୋଷ୍ଠୀଗୁଡ଼ିକୁ ସାଂଗଠନିକ ଏବଂ କାର୍ଯ୍ୟଶୈଳୀ ଦୃଷ୍ଟିରୁ ଚାରିଭାଗରେ ବିଭକ୍ତ କରାଯାଇଛି ।
  • ସଂଘୀୟ ଗୋଷ୍ଠୀ – ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିମାନେ ସଂଘବଦ୍ଧ ହୋଇ ସେମାନଙ୍କର ସ୍ବାର୍ଥ ସାଧନ ନିମିତ୍ତ ସରକାରଙ୍କ ଉପରେ ଚାପ ପ୍ରୟୋଗ କଲେ, ସେମାନଙ୍କୁ ସଂଘୀୟ ଗୋଷ୍ଠୀ କୁହାଯାଏ; ଯଥା – ବଣିକ ସଂଘ, ଶ୍ରମିକ ମହାସଂଘ ।
  • ଅଣ-ସଂଘୀୟ ଗୋଷ୍ଠୀ – ରକ୍ତ ସମ୍ପର୍କ, ଧର୍ମୀୟ ସମ୍ପର୍କ ଓ କୌଳିକ ବୃଦ୍ଧି ସମ୍ପର୍କ ମାଧ୍ୟମରେ ଏକତ୍ରିତ ହୋଇ ସେମାନଙ୍କର ସ୍ବାର୍ଥସାଧନ ପାଇଁ ସରକାରୀ ନୀତିଗୁଡ଼ିକୁ ଯେଉଁ ଗୋଷ୍ଠୀଗୁଡ଼ିକ ପ୍ରଭାବିତ କରନ୍ତି, ସେମାନଙ୍କୁ ଅଣ-ସଂଘୀୟ ଗୋଷ୍ଠୀ କୁହାଯାଏ ; ଯଥା – ବୌଦ୍ଧଭିକ୍ଷୁ ଗୋଷ୍ଠୀ, ଯାଦବ ମହାସଭା, ସ୍ଵର୍ଣ୍ଣକାର ଗୋଷ୍ଠୀ ।
  • ଆନୁଷ୍ଠାନିକ ଗୋଷ୍ଠୀ – ଯେଉଁ ସଂଘଗୁଡ଼ିକ ଆନୁଷ୍ଠାନିକ ସ୍ବାର୍ଥ ମାଧ୍ୟମରେ ନିଜ ନିଜର ସ୍ୱାର୍ଥ ସାଧନ କରିବାପାଇଁ ସରକାରଙ୍କ ଉପରେ ଚାପ ପକାନ୍ତି, ସେମାନଙ୍କୁ ଆନୁଷ୍ଠାନିକ ଗୋଷ୍ଠୀ କୁହାଯାଏ; ଯଥା – ଅମଲାତନ୍ତ୍ର ।
  • ସାମାଜିକ ମୂଲ୍ୟବୋଧ ବିରୋଧୀ ଚାପଗୋଷ୍ଠୀ – ଯେଉଁ ଗୋଷ୍ଠୀ କୌଣସି ନିର୍ଦ୍ଦିଷ୍ଟ ସାମାଜିକ ମୂଲ୍ୟବୋଧରେ ବିଶ୍ଵାସ ନକରି ହିଂସାତ୍ମକ ପନ୍ଥାରେ ସେମାନଙ୍କର ସ୍ଵାର୍ଥସାଧନ ପାଇଁ କାର୍ଯ୍ୟ କରନ୍ତି, ସେମାନଙ୍କୁ ସାମାଜିକ ମୂଲ୍ୟବୋଧ ବିରୋଧୀ ଚାପଗୋଷ୍ଠୀ କୁହାଯାଏ; ଯଥା – ଉଲ୍‌ଫା, ଜାମୁକାଶ୍ମୀର ଲିବରେସନ୍ ଫ୍ରଣ୍ଟ ।
  • ଉଦ୍ଦେଶ୍ୟ ଅନୁସାରେ ଚାପଗୋଷ୍ଠୀ ଦୁଇ ଭାଗରେ ବିଭକ୍ତ; ଯଥା – (a) ସ୍ବାର୍ଥୀ ଗୋଷ୍ଠୀ ଓ (b) ଜନମଙ୍ଗଳକାରୀ ଗୋଷ୍ଠୀ ।
  • କାର୍ଯ୍ୟକାଳ ଦୃଷ୍ଟିରୁ ଚାପଗୋଷ୍ଠୀ ଦୁଇ ଭାଗରେ ବିଭକ୍ତ; ଯଥା – (a) ଦୀର୍ଘସ୍ଥାୟୀ ଗୋଷ୍ଠୀ ଓ (b) କ୍ଷଣସ୍ଥାୟୀ ଗୋଷ୍ଠୀ ।

BSE Odisha 8th Class Political Science Solutions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୩୦ଟି ଶବ୍ଦରେ ଲେଖ ।

(କ) ରାଜନୈତିକ ଦଳ କାହାକୁ କୁହାଯାଏ ?
Answer:

  • କେତେକ ବ୍ୟକ୍ତି ସଙ୍ଗଠିତ ହୋଇ କେତେକ ନିର୍ଦ୍ଦିଷ୍ଟ ନୀତି ଉପରେ ସହମତି ପ୍ରକାଶ କରି, ଜାତୀୟ ସ୍ୱାର୍ଥ ସାଧନାରେ ବ୍ରତୀ ହୋଇ, ନିର୍ବାଚନ ମାଧ୍ୟମରେ କ୍ଷମତା ହାସଲ କରିବା ପାଇଁ ଉଦ୍ୟମ କଲେ, ସେହି ସଙ୍ଗଠନକୁ ରାଜନୈତିକ ଦଳ କୁହାଯାଏ; ଯଥା— ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ ଜନତା ଦଳ, ବିଜୁ ଜନତା ଦଳ ଇତ୍ୟାଦି ।
  • ପ୍ରତ୍ୟେକ ରାଜନୈତିକ ଦଳର ସଙ୍ଗଠନ, ନିୟମାବଳୀ, ପତାକା ଓ ଚିହ୍ନ ରହିଥାଏ ।

(ଖ) ଜାତୀୟ ରାଜନୈତିକ ଦଳ କହିଲେ କ’ଣ ବୁଝ ? ଏହାର କେତୋଟି ଉଦାହରଣ ଦିଅ ।
Answer:

  • ଯେଉଁ ରାଜନୈତିକ ଦଳ ଠିକ୍ ପୂର୍ବବର୍ତ୍ତୀ ଲୋକସଭା ନିର୍ବାଚନ ବା ଯେକୌଣସି ଚାରିଗୋଟି ରାଜ୍ୟର ବିଧାନସଭା ନିର୍ବାଚନରେ ପ୍ରତ୍ୟେକ ରାଜ୍ୟରେ ସମୁଦାୟ ଭୋଟର ୬ ଶତାଂଶ ଭୋଟ ପାଇଥବ ଏବଂ ଲୋକସଭାରେ ଅତି କମ୍‌ରେ ୪ ଗୋଟି ଆସନ ଲାଭ କରିଥବ, ସେହି ରାଜନୈତିକ ଦଳକୁ ଜାତୀୟ ରାଜନୈତିକ ଦଳ କୁହାଯାଏ ।
  • ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ ଜନତା ଦଳ ଆଦି ଜାତୀୟ ରାଜନୈତିକ ଦଳ ଅଟନ୍ତି ।

(ଗ) ଆଞ୍ଚଳିକ ରାଜନୈତିକ ଦଳ କହିଲେ କ’ଣ ବୁଝ ? ଏହାର କେତୋଟି ଉଦାହରଣ ଦିଅ ।
Answer:

  • ଯେଉଁ ରାଜନୈତିକ ଦଳ ଏକ ରାଜ୍ୟର ଠିକ୍ ପୂର୍ବବର୍ତ୍ତୀ ବିଧାନସଭା ନିର୍ବାଚନରେ ସମୁଦ୍ର ଭୋଟର ଅନ୍ୟୁନ ୬ ପ୍ରତିଶତ ଭୋଟ ପାଇଥିବ ଏବଂ ବିଧାନସଭାରେ ଅନ୍ୟୁନ ଦୁଇଟି ଆସନରେ ବିଜୟୀ ହୋଇଥବ, ସେହି ରାଜନୈତିକ ଦଳକୁ ଆଞ୍ଚଳିକ ରାଜନୈତିକ ଦଳ କୁହାଯାଏ ।
  • ବି.ଜେ.ଡ଼ି., ଡି.ଏମ୍.କେ., ତେଲୁଗୁଦେଶମ୍ ଇତ୍ୟାଦି ଆଞ୍ଚଳିକ ରାଜନୈତିକ ଦଳ ଅଟନ୍ତି ।

(ଘ) ଚାପଦାୟୀ ଗୋଷ୍ଠୀ ମୁଖ୍ୟତଃ କେତେ ପ୍ରକାରର ?
Answer:

  • ଚାପଦାୟୀ ଗୋଷ୍ଠୀଗୁଡ଼ିକୁ ସାଙ୍ଗଠନିକ ଓ କାର୍ଯ୍ୟଶୈଳୀ ଦୃଷ୍ଟିରୁ ୪ ଭାଗରେ ବିଭକ୍ତ କରାଯାଇଛି; ଯଥା – (a) ସଂଘୀୟ ଗୋଷ୍ଠୀ, (b) ଅଣସଂଘୀୟ ଗୋଷ୍ଠୀ, (c) ଆନୁଷ୍ଠାନିକ ଗୋଷ୍ଠୀ, (d) ସାମାଜିକ ମୂଲ୍ୟବୋଧ ବିରୋଧୀ ଚାପଗୋଷ୍ଠୀ ।
  • ଉଦ୍ଦେଶ୍ୟ ଅନୁସାରେ ଚାପଗୋଷ୍ଠୀ ଦୁଇ ଭାଗରେ ବିଭକ୍ତ; ଯଥା – (a) ସ୍ୱାର୍ଥୀ ଗୋଷ୍ଠୀ, (b) ଜନମଙ୍ଗଳକାରୀ ଗୋଷ୍ଠୀ ।
  • କାର୍ଯ୍ୟକାଳ ଅନୁସାରେ ଚାପଗୋଷ୍ଠୀ ଦୁଇ ଭାଗରେ ବିଭକ୍ତ; ଯଥା – (a) ଦୀର୍ଘସ୍ଥାୟୀ ଗୋଷ୍ଠୀ, (b) କ୍ଷଣସ୍ଥାୟୀ ଗୋଷ୍ଠୀ ।

BSE Odisha 8th Class Political Science Solutions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଲେଖାଏଁ ବାକ୍ୟରେ ଦିଅ ।

(କ) ଦୁଇଟି ଜାତୀୟ ରାଜନୈତିକ ଦଳର ନାମ ଲେଖ ।
Answer:
ଦୁଇଟି ଜାତୀୟ ରାଜନୈତିକ ଦରଳ ନାମ ହେଲା– (୧) ଭାରତୀୟ ଜାତୀୟ କଂଗ୍ରେସ, (୨) ଭାରତୀୟ ଜନତା ଦଳ ।

(ଖ) ଚାପପ୍ରଦାନକାରୀ ଗୋଷ୍ଠୀ ମୁଖ୍ୟତଃ କେଉଁ ପ୍ରକାର ମାଧ୍ୟମ ଅବଲମ୍ବନ କରି ସରକାରଙ୍କ ଉପରେ ଚାପ ପକାନ୍ତି ?
Answer:
ଚାପଦାନକାରୀ ଗୋଷ୍ଠୀ ମୁଖ୍ୟତଃ ପ୍ରତିବାଦମୂଳକ ମାଧ୍ୟମ; ଯଥା— ଧର୍ମଘଟ, ବନ୍ଦପାଳନ, ରାସ୍ତାରୋକ ଇତ୍ୟାଦି ପନ୍ଥା ଅବଲମ୍ବନ କରି ସରକାରଙ୍କ ଉପରେ ଚାପ ପକାନ୍ତି ।

(ଗ) ଭାରତରେ ରାଜନୈତିକ ଦଳଗୁଡ଼ିକୁ କିଏ ସ୍ବୀକୃତି ପ୍ରଦାନ କରେ ।
Answer:
ଭାରତରେ ରାଜନୈତିକ ଦଳଗୁଡ଼ିକୁ ନିର୍ବାଚନ ଆୟୋଗ ସ୍ବୀକୃତି ପ୍ରଦାନ କରେ ।

BSE Odisha 8th Class Political Science Solutions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

୪। ରେଖାଙ୍କିତ ଅଂଶକୁ ପରିବର୍ତ୍ତନ ନ କରି ଭ୍ରମ ସଂଶୋଧନ କର ।

(କ) ଚାପଦାନକାରୀ ଗୋଷ୍ଠୀଙ୍କର ଗୋଟିଏ ଲେଖାଏଁ ପତାକା ଅଛି ।
Answer:
ରାଜନୈତିକ ଦଳଗୁଡ଼ିକର ଗୋଟିଏ ଲେଖାଏଁ ପତାକା ଅଛି ।

(ଖ) ଚାପଦାନକାରୀ ଗୋଷ୍ଠୀମାନେ ନିର୍ବାଚନରେ ଅଂଶଗ୍ରହଣ କରନ୍ତି ।
Answer:
ରାଜନୈତିକ ଦଳଗୁଡ଼ିକ ନିର୍ବାଚନରେ ଅଂଶଗ୍ରହଣ କରନ୍ତି ।

(ଗ) ଭାରତରେ ଦ୍ବି-ଦଳୀୟ ବ୍ୟବସ୍ଥା ଅଛି ।
Answer:
ଭାରତରେ ବଦ୍ବି-ଦଳୀୟ ବ୍ୟବସ୍ଥା ଅଛି ।

BSE Odisha 8th Class Political Science Solutions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

(ଘ) ସର୍ବଭାରତୀୟ ଶ୍ରମିକ ସଂଘ ଏକ ଆଞ୍ଚଳିକ ରାଜନୈତିକ ଦଳ ।
Answer:
ତେଲୁଗୁଦେଶମ୍ ଏକ ଆଞ୍ଚଳିକ ରାଜନୈତିକ ଦଳ ।

୫। ନିମ୍ନରେ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(କ) ଇଂଲଣ୍ଡର କେଉଁ ଦଳୀୟ ବ୍ୟବସ୍ଥା ପ୍ରଚଳିତ ?
ଏକଦଳୀୟ, ଦ୍ବିଦଳୀୟ, ବହୁଦଳୀୟ, ସର୍ବଦଳୀୟ
Answer:
ଦ୍ବିଦଳୀୟ

(ଖ) ଆମ ଦେଶରେ ନିମ୍ନୋକ୍ତ କେଉଁଟି ଏକ ଜାତୀୟ ଦଳ ?
ଭାରତୀୟ ଜାତୀୟ କଂଗ୍ରେସ, ବିଜେଡ଼ି, ତୃଣମୂଳ କଂଗ୍ରେସ, ବିଜେପି
Answer:
ଭାରତୀୟ ଜାତୀୟ କଂଗ୍ରେସ

BSE Odisha 8th Class Political Science Solutions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

(ଗ) ଏକଦଳୀୟ ବ୍ୟବସ୍ଥା ନିମ୍ନୋକ୍ତ କେଉଁ ଦେଶରେ ପ୍ରଚଳିତ ?
ପାକିସ୍ଥାନ, ଚୀନ୍, ଆମେରିକା, ଇଂଲଣ୍ଡ
Answer:
ଚୀନ୍

Leave a Comment