BSE Odisha 8th Class Maths Solutions Geometry Chapter 4 ଅଙ୍କନ Ex 4(b)

Odisha State Board BSE Odisha 8th Class Maths Solutions Geometry Chapter 4 ଅଙ୍କନ Ex 4(b) Textbook Exercise Questions and Answers.

BSE Odisha Class 8 Maths Solutions Geometry Chapter 4 ଅଙ୍କନ Ex 4(b)

Question 1.
△ABC ଅଙ୍କନ କର, ଯାହାର a = 5.6 ସେ.ମି., m∠B = 60°, c = 6.3 ସେ.ମି. | ସିଭୁଲଟି ଅଜନ୍ କରି ∠C ର ସମଦ୍ବିଖଣ୍ଡକ ରଶ୍ମି ଅଙ୍କନ କର ।
Solution:
(i) BC ରେଖାଖଣ୍ଡ ଅଙ୍କନ କର, ଯାହାର ଦୈର୍ଘ୍ୟ 5.6 ସେ.ମି. ।
(ii) B ବିନ୍ଦୁରେ 60° ପରିମାଣ ବିଶିଷ୍ଟ ∠XBC ଅଙ୍କନ କର ।
(iii) \( \overrightarrow{\mathrm{BX}}\) ରୁ BA (= 6.3 ସେ.ମି.) ଅଂଶ ଛେଦନ କର ।
BSE Odisha 8th Class Maths Solutions Geometry Chapter 4 Img 7
(iv) A ଓ Cକୁ ଯୋଗକରି △ABC ସଂପୂର୍ଣ କର ।
(v) C ବିନ୍ଦୁରେ ଏକ ନିର୍ଦ୍ଦିଷ୍ଟ ବ୍ୟାସାର୍ଦ୍ଧ ବିଶିଷ୍ଟ ଚାପ ଅଙ୍କନ କର, ଯେପରିକି ତାହା AC ଓ BC କୁ ଯଥାକ୍ରମେ N ଓ M ବିନ୍ଦୁରେ ଛେଦକରିବ ।
(vi) M ଓ Nକୁ କେନ୍ଦ୍ର କରି MNର ଅର୍ଦ୍ଧାତ୍ମକ ବ୍ୟାସାର୍ଷ ବିଶିଷ୍ଟ ଚାପଦ୍ଵୟ ପରସ୍ପରକୁ P ବିନ୍ଦୁରେ ଛେଦକରୁ । \( \overrightarrow{\mathrm{CP}}\), ∠Cର ସମଦ୍ଵିଖଣ୍ଡକ ରଶ୍ମି ହେବ ।

Question 2.
△ABC ର AB = AC = 5.7 ସେ.ମି., m∠A = 120, ତ୍ରିଭୁଜଟି ଅଙ୍କନ କରି ∠B ଓ ∠C ର ପରିମାଣ ମାପି ଲେଖ । ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଲେଖ ।
Solution:
BSE Odisha 8th Class Maths Solutions Geometry Chapter 4 Img 24
(i) 5.7 ସେ.ମି. ଦୈର୍ଘ୍ୟ ବିଶିଷ୍ଟ \(\overline{\mathrm{AB}})\) ଅଙ୍କନ କର ।
(ii) A ବିନ୍ଦୁରେ ∠XAB ଅଙ୍କନ କର, ଯେପରିକି ଏହାର ପରିମାଣ 120° ହେବ ।
(iii) \( \overrightarrow{\mathrm{AX}}\) ର AC = 5.7 ଅଂଶ ଛେଦନ କର । C, Bକୁ ଯୋଗକରି △ABC ସଂପୂର୍ଣ୍ଣ କର ।
(iv) ପ୍ରୋଟ୍ରାକ୍ଟର ସାହାଯ୍ୟରେ ∠B ଓ ∠C କୋଣକୁ ମାପ ଏବଂ ଦେଖୁବ ଯେ, m∠B = m∠C = 30° |

BSE Odisha 8th Class Maths Solutions Geometry Chapter 4 ଅଙ୍କନ Ex 4(b)

Question 3.
△POR ଅଙ୍କନ କର, ଯାହାର PQ = 7 ସେ.ମି., PR = 5.6 ସେ.ମି. ଓ m∠P = 45° । ତ୍ରିଭୁଜଟି ଅଙ୍କନ କରି R ବିନ୍ଦୁରୁ PQ ପ୍ରତି ଏକ ଲମ୍ବ ଅଙ୍କନ କର ।
Solution:
BSE Odisha 8th Class Maths Solutions Geometry Chapter 4 Img 8
(i) PQ ରେଖାଖଣ୍ଡ ଅଙ୍କନ କରି, ଯାହାର ଦୈର୍ଘ୍ୟ 7 ସେ.ମି. ।
(ii) P ବିନ୍ଦୁରେ ∠XPQ ଅଙ୍କନ କର, ଯେପରିକି ଏହାର ପରିମାଣ 45° ହେବ |
(iii) \( \overrightarrow{\mathrm{PX}}\) ରୁ PR 5.6
(v) R, Q କୁ ଯୋଗକରି △POR ସଂପୂର୍ଣ୍ଣ କର ।
(vi) R ବିନ୍ଦୁରୁ ଏକ ନିର୍ଦ୍ଦିଷ୍ଟ ବ୍ୟାସ ର୍ଷବିଶିଷ୍ଟ ଚାପ ଅଙ୍କନ କର, ଯେପରିକି ତାହା PQକୁ ଦୁଇଟି ବିନ୍ଦୁ T ଓ S ରେ ଛେଦ କରିବ ।
ତତ୍ପରେ ଉକ୍ତ ଦୁଇ ବିନ୍ଦୁକୁ କେନ୍ଦ୍ରକରି TSର ଅର୍ଦ୍ଧାଧିକ ବ୍ୟାସାର୍ଷ ବିଶିଷ୍ଟ ଦୁଇଟି ଚାପ ପରସ୍ପରକୁ N ବିନ୍ଦୁରେ ଛେଦକରନ୍ତୁ ।
(vi) RN ଓ PQ ର ଛେଦବିନ୍ଦୁ M ହେଉ ।
(vii) \(\overline{\mathrm{RM}})\), △PQR ର R ବିନ୍ଦୁରେ \(\overline{\mathrm{PQ}})\) ପତି ଲମ ଅଟେ |

Question 4.
△ABC ଅଙ୍କନ କର, ଯାହାର m∠B = 75°, AB = 3 ସେ.ମି. BC = 4 ସେ.ମି. |
Solution:
BSE Odisha 8th Class Maths Solutions Geometry Chapter 4 Img 9
(i) 4 ସେ.ମି. ଦୈର୍ଘ୍ୟ ବିଶିଷ୍ଟ \(\overline{\mathrm{BC}})\) ଅଙ୍କନ କର ।
(ii) B ବିନ୍ଦୁରେ ∠XBC ଅଙ୍କନ କର, ଯେପରି m∠XBC = 75° ହେବ |
(iii) \( \overrightarrow{\mathrm{BX}}\) ରୁ BA = 3 ସେ.ମି. ଅଂଶ ଛେଦନ କର ।
(iv) A, Cକୁ ଯୋଗକରି △ABC ସଂପୂର୍ଣ୍ଣ କର ।

Leave a Comment