BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

Odisha State Board BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ Important Questions and Answers.

BSE Odisha Class 8 Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ରାଜନୈତିକ ଦଳର କାର୍ଯ୍ୟାବଳୀ ଉଲ୍ଲେଖ କର ।
Answer:
ରାଜନୈତିକ ସଚେତନତା ଜାଗ୍ରତ କରିବା : ରାଜନୈତିକ ଦଳଗୁଡ଼ିକ ଦେଶର ବିଭିନ୍ନ ସମସ୍ୟା ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପିତ କରି ଜନମତ ଓ ରାଜନୈତିକ ଚେତନା ସୃଷ୍ଟି କରିବା ଓ ରାଜନୀତିକ ପ୍ରକ୍ରିୟାରେ ଅଂଶଗ୍ରହଣ ଦିଗରେ ଲୋକମାନଙ୍କୁ ଉତ୍ସାହିତ କରନ୍ତି ।
ନ୍ୟାଯ୍ୟଦାବି :

  • ରାଜନୈତିକ ଦଳଗୁଡ଼ିକ ଲୋକମାନଙ୍କର ନ୍ୟାଯ୍ୟ ଦାବିଗୁଡ଼ିକୁ ଏକତ୍ରିତ କରି ସଠିକ୍ ଭାବରେ ଉପଯୁକ୍ତ ସମୟରେ ସରକାରଙ୍କ ପାଖରେ ଉପସ୍ଥାପନ କରନ୍ତି ।

ନ୍ୟାଯ୍ୟଦାବି :

  • ରାଜନୈତିକ ଦଳଗୁଡ଼ିକ ଜନସାଧାରଣଙ୍କ ମଧ୍ୟରୁ ସେମାନଙ୍କର ସଭ୍ୟ ଚୟନ କରନ୍ତି ଓ ସଭ୍ୟମାନଙ୍କୁ ଦଳର ନୀତି ଓ ଆଦର୍ଶ ସମ୍ପର୍କରେ ପ୍ରଶିକ୍ଷଣ ଦେଇ ଆଗାମୀ ପିଢ଼ିର ରାଜନେତା ସୃଷ୍ଟି କରିବାରେ ସାହାଯ୍ୟ କରନ୍ତି ।
  • ନିର୍ବାଚନରେ ରାଜନୈତିକ ଦଳଗୁଡ଼ିକ ବହୁମତ ହାସଲ କଲେ ସରକାର ଗଠନ କରନ୍ତି ଓ ଦେଶ ଶାସନ କରନ୍ତି । ସଂଖ୍ୟାଗରିଷ୍ଠତା ହାସଲ କରିନପାରିଲେ, ବିରୋଧୀ ଦଳ ଭାବରେ ସରକାରଙ୍କ ଦୋଷତ୍ରୁଟି ଦର୍ଶାଇ ସରକାରଙ୍କୁ ସମାଲୋଚନା ତଥା ନିୟନ୍ତ୍ରଣ କରନ୍ତି ।
  • ରାଜନୈତିକ ଦଳଗୁଡ଼ିକର ସଭ୍ୟମାନେ ବନ୍ୟା, ବାତ୍ୟା, ମରୁଡ଼ି ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରପୀଡ଼ିତମାନଙ୍କୁ ସାହାଯ୍ୟ ଯୋଗାଇଥାଆନ୍ତି ।

୨। ସାଧାରଣତଃ କେତେପ୍ରକାର ଦଳୀୟ ବ୍ୟବସ୍ଥା ଦେଖାଯାଏ ? ସେଗୁଡ଼ିକ ବୁଝାଇ ଲେଖ ।
Answer:

  • ସାଧାରଣତଃ ତିନିପ୍ରକାରର ଦଳୀୟ ବ୍ୟବସ୍ଥା ଦେଖାଯାଏ; ଯଥା— (କ) ଏକ-ଦଳୀୟ ବ୍ୟବସ୍ଥା, (ଖ) ଦ୍ବି- ଦଳୀୟ ବ୍ୟବସ୍ଥା, (ଗ) ବହୁ-ଦଳୀୟ ବ୍ୟବସ୍ଥା ।
  • ଯେଉଁ ଦେଶରେ କେବଳ ଗୋଟିଏ ମାତ୍ର ରାଜନୈତିକ ଦଳ ଥାଏ, ତାକୁ ଏକ-ଦଳୀୟ ବ୍ୟବସ୍ଥା କୁହାଯାଏ; ଯଥା— ଚୀନ୍, ରୁଷିଆ ।
  • ଯେଉଁ ଦେଶରେ ଦୁଇଟି ପ୍ରମୁଖ ଦଳ ଥାଏ, ତାକୁ ଦ୍ୱି-ଦଳୀୟ ବ୍ୟବସ୍ଥା କୁହାଯାଏ; ଯଥା – ଇଂଲଣ୍ଡ, ଆମେରିକା ।
  • ଯେଉଁ ଦେଶରେ ଦୁଇରୁ ଅଧ୍ଵ ରାଜନୈତିକ ଦଳ ଦେଖାଯାଆନ୍ତି, ତା’କୁ ବହୁଦଳୀୟ ବ୍ୟବସ୍ଥା କୁହଯାଏ; ଯଥା – ଭାରତ, ଫ୍ରାନ୍ସ ।

BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

୩। ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ ମଧ୍ୟରେ ପାର୍ଥକ୍ୟ ଉଲ୍ଲେଖ କର ।

୩। ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ ମଧ୍ୟରେ ପାର୍ଥକ୍ୟ ଉଲ୍ଲେଖ କର ।

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ସାଧାରଣତଃ କେତେ ପ୍ରକାରର ଦଳୀୟ ବ୍ୟବସ୍ଥା ଦେଖାଯାଏ ? ସେଗୁଡ଼ିକ କ’ଣ ?
Answer:

  • ସାଧାରଣତଃ ୩ ପ୍ରକାରର ଦଳୀୟ ବ୍ୟବସ୍ଥା ଦେଖାଯାଏ ।
  • ସେଗୁଡ଼ିକ ହେଲା – (a) ଏକ-ଦଳୀୟ ବ୍ୟବସ୍ଥା, (b) ଦ୍ବି-ଦଳୀୟ ବ୍ୟବସ୍ଥା, (c) ବହୁ-ଦଳୀୟ ବ୍ୟବସ୍ଥା ।

୨। ଏକ-ଦଳୀୟ ବ୍ୟବସ୍ଥା କହିଲେ କ’ଣ ବୁଝ ? ଏହା କେଉଁ ଦେଶରେ ଦେଖାଯାଏ ?
Answer:

  • ଯେଉଁ ଦେଶରେ କେବଳ ଗୋଟିଏ ମାତ୍ର ରାଜନୈତିକ ଦଳ ଥାଏ, ତାକୁ ଏକ ଦଳୀୟ ବ୍ୟବସ୍ଥା କୁହାଯାଏ । ଚୀନ୍ ଓ ରୁଷିଆରେ ଏହି ବ୍ୟବସ୍ଥା ଦେଖାଯାଏ ।
  • ଚୀନ୍ ଓ ରୁଷିଆରେ ଏହି ବ୍ୟବସ୍ଥା ଦେଖାଯାଏ ।

୩। ଦ୍ୱି-ଦଳୀୟ ବ୍ୟବସ୍ଥା କହିଲେ କ’ଣ ବୁଝ ? ଏହା କେଉଁ ଦେଶରେ ଦେଖାଯାଏ ?
Answer:

  • ଯେଉଁ ଦେଶମାନଙ୍କରେ ଦୁଇଟି ପ୍ରମୁଖ ଦଳ ଥାଏ, ତାକୁ ଦ୍ୱି-ଦଳୀୟ ବ୍ୟବସ୍ଥା କୁହାଯାଏ ।
  • ଇଂଲଣ୍ଡ ଓ ଆମେରିକାରେ ଏହି ବ୍ୟବସ୍ଥା ଦେଖାଯାଏ ।

BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

୪। ବହୁଦଳୀୟ ବ୍ୟବସ୍ଥା କହିଲେ କ’ଣ ବୁଝ ?
Answer:

  • ଯେଉଁ ଦେଶରେ ଦୁଇରୁ ଅଧୂକ ରାଜନୈତିକ ଦଳ ଦେଖାଯା’ନ୍ତି, ତାକୁ ବହୁଦଳୀୟ ବ୍ୟବସ୍ଥା କୁହାଯାଏ ।
  • ଏହି ବ୍ୟବସ୍ଥା ଭାରତ ଓ ଫ୍ରାନ୍ସରେ ଦେଖାଯାଏ ।

୫। ଭାରତରେ ଥ‌ିବା ଚାରିଗୋଟି ରାଜନୈତିକ ଦଳର ନାମ ଲେଖ ।
Answer:

  • କଂଗ୍ରେସ
  • ଭାରତୀୟ ଜନତା ଦଳ
  • ଭାରତୀୟ କମ୍ୟୁନିଷ୍ଟ ପାର୍ଟି
  • ସମାଜବାଦୀ ଦଳ

୬। ଆମ ଦେଶର ରାଜନୈତିକ ଦଳଗୁଡ଼ିକୁ କେତେ ଭାଗରେ ବିଭକ୍ତ କରାଯାଇଛି ଓ ସେଗୁଡ଼ିକ କ’ଣ ?
Answer:

  • ଆମ ଦେଶର ରାଜନୈତିକ ଦଳଗୁଡ଼ିକୁ ସାଧାରଣତଃ ୨ ଭାଗରେ ବିଭକ୍ତ କରାଯାଇଛି ।
  • ସେଗୁଡ଼ିକ ହେଲା – (୧) ଜାତୀୟ ଦଳ, (୨) ଆଞ୍ଚଳିକ ଦଳ ।

୭। ଆନୁଷ୍ଠାନିକ ଗୋଷ୍ଠୀଗୁଡ଼ିକ କିପରି ଗଠିତ ଓ ଏମାନଙ୍କ କାମ କ’ଣ ?
Answer:

  • ଏହି ସଂଘଗୁଡ଼ିକ ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କୁ ନେଇ ଗଠିତ ।
  • ସେମାନେ ଆନୁଷ୍ଠାନିକ ସ୍ବାର୍ଥ ମାଧ୍ୟମରେ ନିଜ ନିଜର ସ୍ବାର୍ଥ ସାଧନ କରିବାପାଇଁ ସରକାରଙ୍କ ଉପରେ ଚାପ ପକାନ୍ତି ।

୮ | ସାମାଜିକ ମୂଲ୍ୟବୋଧ ବିରୋଧୀ ଚାପଗୋଷ୍ଠୀର କାର୍ଯ୍ୟ କ’ଣ ? ଦୁଇଟି ଉଦାହରଣ ଦିଅ ।
Answer:

  • ଏହି ଗୋଷ୍ଠୀ କୌଣସି ନିର୍ଦ୍ଦିଷ୍ଟ ସାମାଜିକ ମୂଲ୍ୟବୋଧରେ ବିଶ୍ଵାସ ନକରି ହିଂସାତ୍ମକ ପନ୍ଥାରେ ସେମାନଙ୍କର ସ୍ବାର୍ଥ ସାଧନ ପାଇଁ କାର୍ଯ୍ୟ କରନ୍ତି ।
  • ଉଲ୍‌ଫା ଓ ଜାମ୍ମୁ-କାଶ୍ମୀର ଲିବରେସନ ଫ୍ରଣ୍ଟ ଏହି ଶ୍ରେଣୀର ଚାପଗୋଷ୍ଠୀ ।

୯ । ଚାପଗୋଷ୍ଠୀଗୁଡ଼ିକୁ ସେମାନଙ୍କର ଉଦ୍ଦେଶ୍ୟ ଅନୁସାରେ କେତେ ଭାଗରେ ବିଭକ୍ତ କରାଯାଇଛି ? ସେଗୁଡ଼ିକ କଣ କ’ଣ ?
Answer:

  • ଚାପଗୋଷ୍ଠୀଗୁଡ଼ିକୁ ଉଦ୍ଦେଶ୍ୟ ଅନୁସାରେ ୨ ଭାଗରେ ବିଭକ୍ତ କରାଯାଇଛି ।
  • ସେଗୁଡ଼ିକ ହେଲା – (୧) ସ୍ବାର୍ଥୀ ଗୋଷ୍ଠୀ, (୨) ଜନମଙ୍ଗଳକାରୀ ଗୋଷ୍ଠୀ ।

BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। କେଉଁ ଦେଶରେ ଏକ-ଦଳୀୟ ବ୍ୟବସ୍ଥା ଅଛି ?
Answer:
ଚୀନ୍ ଓ ରୁଷିଆରେ ଏକଦଳୀୟ ବ୍ୟବସ୍ଥା ଅଛି ।

୨। କେଉଁ ଦେଶରେ ଦ୍ୱି-ଦଳୀୟ ବ୍ୟବସ୍ଥା ଅଛି ?
Answer:
ଇଂଲଣ୍ଡ, ଆମେରିକାରେ ଦ୍ୱି-ଦଳୀୟ ବ୍ୟବସ୍ଥା ଅଛି ।

୩। ଦୁଇଟି ସଂଘୀୟ ଗୋଷ୍ଠୀର ନାମ ଲେଖ ।
Answer:
(i) ବଣିକ ସଂଘ, (ii) ଶ୍ରମିକ ମହାସଂଘ ।

୪। ଦୁଇଟି ଅଣ-ସଂଘୀୟ ଗୋଷ୍ଠୀର ନାମ ଲେଖ ।
Answer:
(i) ଯାଦବ ମହାସଭା, (ii) ବୌଦ୍ଧଭିକ୍ଷୁ ଗୋଷ୍ଠୀ

୫। ଦୁଇଟି ସାମାଜିକ ମୂଲ୍ୟବୋଧ ବିରୋଧୀ ଚାପଗୋଷ୍ଠୀର ନାମ ଲେଖ ।
Answer:
(i) ଉଲ୍‌ଫା, (ii) ଜାମ୍ମୁ-କାଶ୍ମୀର ଲିବରେସନ୍ ଫ୍ରଣ୍ଟ ।

BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

୬| ଚାପଦାନକାରୀ ଗୋଷ୍ଠୀଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ କ’ଣ ଥାଏ ?
Answer:
କ୍ଷମତା ବଳୟରୁ ବାହାରେ ରହି ସରକାରୀ ନୀତିକୁ ପ୍ରଭାବିତ କରିବା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଅଟେ ।

୭| ଜଣେ ବ୍ୟକ୍ତି ଏକ ସମୟରେ କେତୋଟି ରାଜନୈତିକ ଦଳର ସଭ୍ୟ ହୋଇପାରିବ ?
Answer:
ଜଣେ ବ୍ୟକ୍ତି ଏକ ସମୟରେ କେବଳ ଗୋଟିଏ ରାଜନୈତିକ ଦଳର ସଭ୍ୟ ହୋଇପାରିବ ।

୮। ଜାତୀୟ ଦଳଗୁଡ଼ିକ ମୁଖ୍ୟତଃ କାହା ଉପରେ ଗୁରୁତ୍ବ ଦିଅନ୍ତି ?
Answer:
ଜାତୀୟ ଦଳଗୁଡ଼ିକ ମୁଖ୍ୟତଃ ସର୍ବଭାରତୀୟ ସମସ୍ୟା, ଜାତୀୟ ସ୍ୱାର୍ଥ ଉପରେ ବିଶେଷ ଗୁରୁତ୍ୱ ଦିଅନ୍ତି ।

୯। ଆଞ୍ଚଳିକ ଦଳଗୁଡ଼ିକ ମୁଖ୍ୟତଃ କେଉଁ ସମସ୍ୟା ସମାଧାନ କରିବାପାଇଁ ଉଦ୍ଦିଷ୍ଟ ?
Answer:
ଆଞ୍ଚଳିକ ଦଳଗୁଡ଼ିକ ମୁଖ୍ୟତଃ ରାଜ୍ୟସ୍ତରୀୟ ସମସ୍ୟା ସମାଧାନ କରିବାପାଇଁ ଉଦ୍ଦିଷ୍ଟ ।

୧୦। କେତେବେଳେ ‘ଆଞ୍ଚଳିକ ଦଳ’ ସୃଷ୍ଟି ହୋଇଥାଏ ?
Answer:
ବେଳେବେଳେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବିରୁଦ୍ଧରେ ସଙ୍ଗଠିତ ହୋଇ ରାଜନୈତିକ କ୍ଷମତା ହାସଲ କରିବାପାଇଁ ‘ ଆଞ୍ଚଳିକ ଦଳ’ ସୃଷ୍ଟି ହୋଇଥାଏ ।

BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

୧୧। ‘ହାରିସ୍’ଙ୍କ ମତରେ ଚାପଦାୟୀ ଗୋଷ୍ଠୀ କାହାକୁ କୁହାଯାଏ ?
Answer:
ହାରିସ୍‌ଙ୍କ ମତରେ ଯେଉଁ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀଗୁଡ଼ିକ ନିଜର ସୁବିଧା, ସୁଯୋଗ ହାସଲ କରିବାପାଇଁ ସରକାରୀ ନୀତି ନିର୍ଦ୍ଧାରକମାନଙ୍କ ଉପରେ ବିଭିନ୍ନ ଚାପ ପ୍ରୟୋଗ କରିଥାଆନ୍ତି, ସେଗୁଡ଼ିକୁ ଚାପଦାୟୀ ଗୋଷ୍ଠୀ ବା ଚାପଦାନକାରୀ ଗୋଷ୍ଠୀ କୁହାଯାଏ ।

୧୨। ‘ଟର୍ଣ୍ଣର’ଙ୍କ ମତରେ ଚାପଦାୟୀ ଗୋଷ୍ଠୀ କାହାକୁ କୁହାଯାଏ ?
Answer:
ଟର୍ଣ୍ଣରଙ୍କ ମତରେ ଯେଉଁ ଅଣ-ରାଜନୈତିକ ସଙ୍ଗଠନଗୁଡ଼ିକ ସରକାରୀ ନୀତିକୁ ପ୍ରଭାବିତ କରିଥାଆନ୍ତି, ସେଗୁଡ଼ିକୁ ଚାପଦାୟୀ ଗୋଷ୍ଠୀ କୁହାଯାଏ ।

୧୩। ‘ଏକଷ୍ଟିନ୍’ଙ୍କ ମତରେ ଚାପଦାୟୀ ଗୋଷ୍ଠୀ କାହାକୁ କୁହାଯାଏ ?
Answer:
ଏକଷ୍ଟିନ୍‌ଙ୍କ ମତରେ ଏକ ପ୍ରକାର ମନୋଭାବାପନ୍ନ, ଏକ ପ୍ରକାର ମୂଲ୍ୟବୋଧ ଏବଂ ସ୍ବାର୍ଥରେ ବିଶ୍ଵାସୀ ଏକ ସୁସଙ୍ଗଠିତ ସାମାଜିକ ଗୋଷ୍ଠୀ, ପ୍ରତ୍ୟକ୍ଷ ସରକାରୀ ପଦବୀ ଗ୍ରହଣ ନ କରି ନିଜ ସ୍ବାର୍ଥ ସାଧନ ପାଇଁ ସରକାରୀ ନୀତିକୁ ପ୍ରଭାବିତ କଲେ ତାହାକୁ ଚାପଦାୟୀ ଗୋଷ୍ଠୀ କୁହାଯାଏ ।

୧୪। ସ୍ଵାର୍ଥୀ ଗୋଷ୍ଠୀ କାହାକୁ କୁହାଯାଏ ?
Answer:
ଉଦ୍ୟମ କରନ୍ତି, ସେମାନଙ୍କୁ ‘ସ୍ବାର୍ଥୀ ଗୋଷ୍ଠୀ’ କୁହାଯାଏ ।

୧୫ । ଜନମଙ୍ଗଳକାରୀ ଗୋଷ୍ଠୀ କାହାକୁ କୁହାଯାଏ ?
Answer:
ଯେଉଁ ଗୋଷ୍ଠୀଗୁଡ଼ିକ ସର୍ବସାଧାରଣଙ୍କର ସ୍ବାର୍ଥ ସାଧନପାଇଁ ପ୍ରୟାସ କରିଥାଆନ୍ତି, ସେଗୁଡ଼ିକୁ ଜନମଙ୍ଗଳକାରୀ ଗୋଷ୍ଠୀ କୁହାଯାଏ ।

୧୬। ଦୀର୍ଘସ୍ଥାୟୀ ଗୋଷ୍ଠୀ କାହାକୁ କୁହାଯାଏ ?
Answer:
ଯେଉଁ ଗୋଷ୍ଠୀଗୁଡ଼ିକ ସେମାନଙ୍କର ଚିରସ୍ଥାୟୀ ସ୍ଵାର୍ଥ ସାଧନ ନିମିତ୍ତ ସଙ୍ଗଠିତ ହୋଇ କାର୍ଯ୍ୟ କରନ୍ତି, ସେଗୁଡ଼ିକୁ ଦୀର୍ଘସ୍ଥାୟୀ ଗୋଷ୍ଠୀ କୁହାଯାଏ ।

୧୭। କ୍ଷଣସ୍ଥାୟୀ ଗୋଷ୍ଠୀ କାହାକୁ କୁହାଯାଏ ?
Answer:
ଯେଉଁ ଚାପଦାନକାରୀ ଗୋଷ୍ଠୀଗୁଡ଼ିକ କ୍ଷଣିକ ସ୍ବାର୍ଥ ହାସଲ ପାଇଁ ସଙ୍ଗଠିତ ହୋଇଥାଆନ୍ତି ଏବଂ ନିର୍ଦ୍ଦିଷ୍ଟ ସ୍ବାର୍ଥ ସାଧୂ ହୋଇଗଲା ପରେ ସେହି ଗୋଷ୍ଠୀଗୁଡ଼ିକର ବିଲୟ ଘଟେ, ସେଗୁଡ଼ିକୁ କ୍ଷଣସ୍ଥାୟୀ ଗୋଷ୍ଠୀ କୁହାଯାଏ ।

BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

A. ଶୂନ୍ୟସ୍ଥାନ ପୂରଣ କର ।

୧। ‘ମୁକ୍ତ ରାଜନୈତିକ ଦଳୀୟ ସରକାର’ କହିଲେ _______________ ସରକାରକୁ ବୁଝାଏ ।
Answer:
ଗଣତାନ୍ତ୍ରିକ

୨। ____________ ଦଳ ବିନା ମୁକ୍ତ ଗଣତାନ୍ତ୍ରିକ ସରକାର ଗଠିତ ହୋଇପାରେ ନାହିଁ ।
Answer:
ରାଜନୈତିକ

୩ । _____________________ ଏକ ଆନୁଷ୍ଠାନିକ ଗୋଷ୍ଠୀ ।
Answer:
ଅମଲାତନ୍ତ୍ର

୪। _______________ ଗୋଷ୍ଠୀ ନିର୍ବାଚନରେ ଅଂଶଗ୍ରହଣ କରନ୍ତି ନାହିଁ ।
Answer:
ଚାପଦାନକାରୀ

୫। _______________ ଗୋଷ୍ଠୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରନ୍ତି ନାହିଁ ।
Answer:
ଚାପଦାନକାରା

BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

୬ । ଜଣେ ବ୍ୟକ୍ତି ଏକ ସମୟରେ _______________ ଟି ରାଜନୈତିକ ଦଳରେ ସଭ୍ୟ ହୋଇଥାଏ ।
Answer:

୭ | ‘ମହାନଦୀ ବଞ୍ଚାଅ ସମିତି’କୁ _____________ ଗୋଷ୍ଠୀ କୁହାଯାଏ ।
Answer:
କ୍ଷଣସ୍ଥାୟୀ

୮। ସର୍ବଭାରତୀୟ ଶିକ୍ଷକ ମହାସଂଘ _______________ ଗୋଷ୍ଠୀ ଅନ୍ତର୍ଭୁକ୍ତ ।
Answer:
ଦୀର୍ଘସ୍ଥାୟୀ

୯। ______________ ଦେଶରେ ବହୁଦଳୀୟ ବ୍ୟବସ୍ଥା ଅଛି ।
Answer:
ଭାରତ

B. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ନିମ୍ନୋକ୍ତ ମଧରୁ କେଉଁ ଦେଶରେ ଗୋଟିଏ ମାତ୍ର ରାଜନୈତିକ ଦଳ ଅଛି ?
(i) ଇଂଲଣ୍ଡ
(ii) ଆମେରିକା
(iii) ଭାରତ
(iv) ରୁଷିଆ
Answer:
(iv) ରୁଷିଆ

୨। ନିମ୍ନୋକ୍ତ ମଧ୍ୟରୁ କେଉଁ ଦେଶରେ ଦ୍ୱି-ଦଳୀୟ ବ୍ୟବସ୍ଥା ଅଛି ?
(i) ଚୀନ୍
(ii) ରୁଷିଆ
(iii) ଭାରତ
(iv) ଆମେରିକା
Answer:
(iv) ଆମେରିକା

୩। ନିମ୍ନୋକ୍ତ ମଧ୍ୟରୁ କେଉଁ ଦେଶରେ ବହୁ-ଦଳୀୟ ବ୍ୟବସ୍ଥା ଅଛି ?
(i) ଭାରତ
(ii) ଆମେରିକା
(iii) ରୁଷିଆ
(iv) ଚୀନ୍
Answer:
(i) ଭାରତ

୪। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗୋଟିଏ ଆଞ୍ଚଳିକ ଦଳ ?
(i) କଂଗ୍ରେସ
(ii) ଭାରତୀୟ ଜନତା ଦଳ
(iii) ବି.ଜେ.ଡ଼ି.
(iv) ସମାଜବାଦୀ ଦଳ
Answer:
(iii) ବି.ଜେ.ଡ଼ି.

BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

୫। ନିମ୍ନୋକ୍ତ ମଧ୍ଯରୁ କିଏ ଗୋଟିଏ ସଂଘୀୟ ଗୋଷ୍ଠୀ ?
(i) ବୌଦ୍ଧଭିକ୍ଷୁ ଗୋଷ୍ଠୀ
(ii) ଯାଦବ ମହାସଭା
(iii) ସ୍ଵର୍ଣ୍ଣକାର ଗୋଷ୍ଠୀ
(iv) ବଣିକ ସଂଘ
Answer:
(iv) ବଣିକ ସଂଘ

୬ | ନିମ୍ନୋକ୍ତ ମଧ୍ଯରୁ କିଏ ଗୋଟିଏ ଅଣ-ସଂଘୀୟ ଗୋଷ୍ଠୀ
(i) ବଣିକ ସଂଘ
(ii) ଶ୍ରମିକ ମହାସଂଘ
(iii) ବୌଦ୍ଧଭିକ୍ଷୁ ଗୋଷ୍ଠୀ
(iv) ଅମଲାତନ୍ତ୍ର
Answer:
(iii) ବୌଦ୍ଧଭିକ୍ଷୁ ଗୋଷ୍ଠୀ

୭ । ‘‘ଯେଉଁ ଅଣରାଜନୈତିକ ସଙ୍ଗଠନଗୁଡ଼ିକ ସରକାରୀ ନୀତିକୁ ପ୍ରଭାବିତ କରିଥାଆନ୍ତି, ସେଗୁଡ଼ିକୁ ଚାପଦାୟୀ ଗୋଷ୍ଠୀ କୁହାଯାଏ ।’’ ଏକଥା ନିମ୍ନୋକ୍ତ କିଏ କହିଥିଲେ ?
(i) ଏକଷ୍ଟିନ୍
(ii) ଟର୍ଣ୍ଣର
(iii) ହାରିସ୍
(iv) ରସେଲ
Answer:
(ii) ଟର୍ଣ୍ଣର

C. ଗୋଟିଏ ଶବ୍ଦରେ ପ୍ରକାଶ କର ।

୧। ଆମ ଓଡ଼ିଶାରେ ଥ‌ିବା ଆଞ୍ଚଳିକ ଦଳର ନାମ କୁହ ।
Answer:
ବି.ଜେ.ଡ଼ି.

୨। ଭାଜାପା କି ପ୍ରକାରର ରାଜନୈତିକ ଦଳ ଅଟେ ?
Answer:
ଜାତୀୟ ରାଜନୈତିକ ଦଳ

୩ । ଚୀନ୍ ଓ ରୁଷିଆରେ କେତେ ଦଳୀୟ ଶାସନ ବ୍ୟବସ୍ଥା ଅଛି ?
Answer:
ଏକ – ଦଳାୟ

BSE Odisha 8th Class Political Science Important Questions Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

୪। ବହୁଦଳୀୟ ଶାସନ ବ୍ୟବସ୍ଥା କେଉଁ ଦେଶର କାର୍ଯ୍ୟକାରୀ ହେଉଛି ?
Answer:
ଭାରତ

୫। ଉଲଫା କ’ଣ ?
Answer:
ସମାଜ ବିରୋଧୀ ଚାପଗୋଷ୍ଠୀ

Leave a Comment