BSE Odisha 8th Class Political Science Solutions Chapter 3 ଜିଲ୍ଲା ପ୍ରଶାସନ

Odisha State Board BSE Odisha 8th Class Political Science Solutions Chapter 3 ଜିଲ୍ଲା ପ୍ରଶାସନ Textbook Exercise Questions and Answers.

BSE Odisha Class 8 Political Science Solutions Chapter 3 ଜିଲ୍ଲା ପ୍ରଶାସନ

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୧୦୦ଟି ଶବ୍ଦରେ ଲେଖ ।

(କ) ଜିଲ୍ଲାପାଳଙ୍କ କାର୍ଯ୍ୟାବଳୀ ବର୍ଣ୍ଣନା କର ।
Answer:

  • ଭୂ-ରାଜସ୍ୱ ଆଦାୟ ଓ ଜମିଜମା ସମ୍ପର୍କିତ କାର୍ଯ୍ୟ – ଜିଲ୍ଲାପାଳ ଉପଖଣ୍ଡ ଅଧିକାରୀ ଓ ତହସିଲଦାରଙ୍କ କାଗଜପତ୍ରର ରକ୍ଷଣାବେକ୍ଷଣ, ଭୂ-ସଂସ୍କାର କାର୍ଯ୍ୟକ୍ରମର ସୁପରିଚାଳନା, କୃଷିର ବିକାଶ ତଥା ଚାଷୀମାନଙ୍କର ସୁରକ୍ଷା, ଜମି-ଅଗ୍ରହଣ ଇତ୍ୟାଦି କାର୍ଯ୍ୟର ତଦାରଖ କରନ୍ତି । ସେ ଜମିଜମା ସମ୍ପର୍କିତ କେତେକ ମୋକଦ୍ଦମାର ବିଚାର କରନ୍ତି ।
  • ଶାନ୍ତିଶୃଙ୍ଖଳା ରକ୍ଷା ଓ ଆଇନ ସୁରକ୍ଷା କାର୍ଯ୍ୟ – ଜିଲ୍ଲାପାଳ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତି । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଓ ତାଙ୍କ ଅଧୀନସ୍ଥ ପୋଲିସ୍ ବାହିନୀଙ୍କ ସହାୟତାରେ ଜିଲ୍ଲାପାଳ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତି । ଜିଲ୍ଲାରେ ଥିବା ଜିଲ୍ଲାସ୍ତରୀୟ କାରାଗର ଓ ଉପ-କାରାଗାରଗୁଡ଼ିକୁ ସେ ପରିଦର୍ଶନ କରନ୍ତି ଓ ସେଗୁଡ଼ିକର ପରିଚାଳନା ତଦାରଖ କରନ୍ତି । ଜିଲ୍ଲାର ମାସିକ ଅପରାଧ ସମ୍ପର୍କିତ ରିପୋର୍ଟ ଜିଲ୍ଲାପାଳ ନିୟମିତ ସରକାରଙ୍କ ନିକଟକୁ ପଠାନ୍ତି ।
  • ବିକାଶ ବା ଉନ୍ନୟନମୂଳକ କାର୍ଯ୍ୟ – ଜିଲ୍ଲାପାଳ ଜନସାଧାରଣଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ବାସଗୃହ, ରାସ୍ତାଘାଟ, ଗ୍ରାମ୍ୟ ବିଦ୍ୟୁତୀକରଣ, କର୍ମନିଯୁକ୍ତି ଆଦି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମଗୁଡ଼ିକର ନେତୃତ୍ୱ ନିଅନ୍ତି ।
  • ବିବିଧ କାର୍ଯ୍ୟ – ଜିଲ୍ଲାପାଳ ଲୋକସଭା ଓ ରାଜ୍ୟ ବିଧାନସଭାର ନିର୍ବାଚନମଣ୍ଡଳୀ ପାଇଁ ରିଟଣ୍ଡିଂ ଅଫିସର ଭାବରେ କାର୍ଯ୍ୟ କରନ୍ତି ଓ ନିର୍ବାଚନ କାର୍ଯ୍ୟ ତଦାରଖ କରନ୍ତି । ସେ ଜିଲ୍ଲାର ମୁଖ୍ୟ ଜନଗଣନା ଓ ପ୍ରୋଟୋକଲ ଅଧିକାରୀ । ଦୈବୀ-ଦୁର୍ବିପାକ ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ୍ ବଣ୍ଟନ କାର୍ଯ୍ୟ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପାଦିତ ହୁଏ । ସେ ଜିଲ୍ଲାରେ ଜନସାଧାରଣଙ୍କ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ସୁଷମ ବଣ୍ଟନ କରାନ୍ତି ।

(ଖ) ଜିଲ୍ଲାପାଳଙ୍କ ଭୂମିକା ବୁଝାଇ ଲେଖ ।
Answer:

  • ଜିଲ୍ଲାର ଉନ୍ନୟନ କାର୍ଯ୍ୟକ୍ରମଗୁଡ଼ିକ ଜିଲ୍ଲାପାଳଙ୍କ ନେତୃତ୍ୱରେ ସମ୍ପାଦିତ ହୁଏ ।
  • ଜିଲ୍ଲାପାଳ ରାଜ୍ୟ ସରକାରଙ୍କର ‘ଚକ୍ଷୁ, କର୍ଣ୍ଣ ଓ ନାସା’’ ସଦୃଶ ।
  • ସେ କେବଳ ଜିଲ୍ଲାସ୍ତରୀୟ ପ୍ରତିନିଧୂ ନୁହଁନ୍ତି, ସେ ଜନସାଧାରଣଙ୍କର ଜଣେ ‘ବିଶ୍ୱସ୍ତ ସେବା-ପ୍ରଦାନକାରୀ ପଦାଧିକାରୀ (Service Provider) ଅଟନ୍ତି ।
  • ଜିଲ୍ଲାପାଳ ଜଣେ କାର୍ଯ୍ୟବ୍ୟସ୍ତ ଅଧିକାରୀ ଅଟନ୍ତି । ନିଜର ବ୍ୟକ୍ତିତ୍ୱ, ସମୟାନୁବର୍ତ୍ତିତା, କର୍ମତତ୍ପରତା, କାର୍ଯ୍ୟଦକ୍ଷତା, ଅଧ୍ୟବସାୟ, ଜନସମ୍ପୃକ୍ତି ତଥା ଜନସହଯୋଗ ଓ ନିଜର ସେବା ମନୋଭାବ ଯୋଗୁଁ ସେ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ଚିପାରନ୍ତି ।

(ଗ) ଆଇନ ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ଜିଲ୍ଲାପାଳଙ୍କ ଭୂମିକା କ’ଣ ? ସଂକ୍ଷେପରେ ଲେଖ ।
Answer:

  • ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ଵ ଜିଲ୍ଲାପାଳଙ୍କର । ସେ ପୋଲିସ୍ ସୁପରିଟେଣ୍ଡେଣ୍ଟ ଓ ତାଙ୍କ ଅଧୀନସ୍ଥ ପୋଲିସ୍ ବାହିନୀ ସହାୟତାରେ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତି ।
  • ଜିଲ୍ଲାର କୌଣସି ସ୍ଥାନରେ ଶାନ୍ତିଶୃଙ୍ଖଳା ଭଙ୍ଗର ଆଶଙ୍କା ଥିଲେ, ଜିଲ୍ଲାପାଳ ତତ୍‌କ୍ଷଣାତ୍ ସେଠାରେ ପୋଲିସ୍ ବାହିନୀକୁ ନିୟୋଜିତ କରି ଅବସ୍ଥା ସମ୍ଭାଳି ନିଅନ୍ତି ।
  • ଜିଲ୍ଲାରେ ଥିବା ଜିଲ୍ଲାସ୍ତରୀୟ କାରାଗାର ଓ ଉପ-କାରାଗାରଗୁଡ଼ିକୁ ସେ ପରିଦର୍ଶନ କରନ୍ତି ଓ ସେଗୁଡ଼ିକର ପରିଚାଳନା ତଦାରଖ କରନ୍ତି ।
  • ଜିଲ୍ଲାର ମାସିକ ଅପରାଧ ସମ୍ପର୍କିତ ରିପୋର୍ଟ ବା ବିବରଣୀ ଜିଲ୍ଲାପାଳ ସରକାରଙ୍କ ନିକଟକୁ ନିୟମିତ ଭାବେ ପଠାନ୍ତି ।

BSE Odisha 8th Class Political Science Solutions Chapter 3 ଜିଲ୍ଲା ପ୍ରଶାସନ

(ଘ) ଦୈବୀ-ଦୁର୍ବିପାକ ସମୟରେ ଜିଲ୍ଲାପାଳ ଲୋକମାନଙ୍କୁ କିପରି ସାହାଯ୍ୟ କରନ୍ତି ?
Answer:

  • ଦୈବୀ-ଦୁର୍ବିପାକ ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିଲ୍ଲାପାଳଙ୍କର ଦାୟିତ୍ଵ ଅଧିକ ବୃଦ୍ଧିପାଏ ।
  • ସେତେବେଳେ ଆପତ୍‌କାଳୀନ ସାହାଯ୍ୟ (ରିଲିଫ୍) ବଣ୍ଟନ କାର୍ଯ୍ୟ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସଂପାଦିତ ହୁଏ ।
  • ବନ୍ୟା, ମରୁଡ଼ି ଯୋଗୁଁ ଶସ୍ୟ ଉତ୍ପାଦନ କ୍ଷତିଗ୍ରସ୍ତ ହେଲେ, ଜିଲ୍ଲାପାଳ ବିହିତ ପଦକ୍ଷେପ ନିଅନ୍ତି ।

(ଡ) ଜିଲ୍ଲାପାଳଙ୍କର ଉନ୍ନୟନ କାର୍ଯ୍ୟଗୁଡ଼ିକ କ’ଣ ?
Answer:

  • ଜିଲ୍ଲାପାଳଙ୍କ ନେତୃତ୍ୱରେ ଜନସାଧାରଣଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ବାସଗୃହ, ରାସ୍ତାଘାଟ, ଗ୍ରାମ୍ୟ ବିଦ୍ୟୁତୀକରଣ, କର୍ମନିଯୁକ୍ତି ଆଦି ଉନ୍ନୟନମୂଳକ କାର୍ଯ୍ୟକ୍ରମଗୁଡ଼ିକ ସମ୍ପାଦିତ ହୁଏ ।
  • ସେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଆଗେଇ ନେବାପାଇଁ କାର୍ଯ୍ୟରତ ଜିଲ୍ଲାସ୍ତରୀୟ ଅଧସ୍ତନ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଅନ୍ତି ।
  • ଜିଲ୍ଲା ଗ୍ରାମୀଣ ଉନ୍ନୟନ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଜିଲ୍ଲାପାଳ ସମଗ୍ର ଜିଲ୍ଲାର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ଵିତ କରନ୍ତି ।
  • ମଣ୍ଡଳ ଉନ୍ନୟନ ଅଧିକାରୀ (ବି.ଡ଼ି.ଓ.)ମାନେ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶମତେ ବ୍ଲକ୍ ବା ପଞ୍ଚାୟତ ସମିତି ସ୍ତରରେ କାର୍ଯ୍ୟକାରୀ କରାନ୍ତି ।
  • ଜିଲ୍ଲାପାଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଦ୍ୱାରା ଅନୁମୋଦିତ ସମସ୍ତ ବିକାଶମୂଳକ ଯୋଜନାଗୁଡ଼ିକୁ ସଫଳ ଭାବରେ କାର୍ଯ୍ୟକାରୀ କରନ୍ତି ।

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ଜିଲ୍ଲାର ପ୍ରଶାସନିକ ମୁଖ୍ୟ କିଏ ?
Answer:
ଜିଲ୍ଲାର ପ୍ରଶାସନିକ ମୁଖ୍ୟ ଜିଲ୍ଲାପାଳ |

(ଖ) ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କର ‘ଚକ୍ଷୁ, କଣ୍ଠ ଓ ନାସା’ ବୋଲି କହନ୍ତି କାହିଁକି ?
Answer:
ଜିଲ୍ଲାପାଳଙ୍କ କ୍ଷମତା ଓ କାର୍ଯ୍ୟାବଳୀରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ଜିଲ୍ଲାପାଳ ରାଜ୍ୟ ସରକାରଙ୍କର ‘ଚକ୍ଷୁ, କର୍ଣ୍ଣ ଓ ନାସା’ ସଦୃଶ ।

(ଗ) ଜିଲ୍ଲାପାଳ କାହା ସାହାଯ୍ୟରେ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତି ?
Answer:
ଜିଲ୍ଲାପାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଓ ତାଙ୍କ ଅଧୀନସ୍ଥ ପୋଲିସ୍ ବାହିନୀଙ୍କ ସହାୟତାରେ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତି ।

BSE Odisha 8th Class Political Science Solutions Chapter 3 ଜିଲ୍ଲା ପ୍ରଶାସନ

(ଘ) ଜିଲ୍ଲାପାଳଙ୍କୁ କାହିଁକି ‘କଲେକ୍ଟର’ କୁହାଯାଏ ?
Answer:
ଜିଲ୍ଲାପାଳ ଜିଲ୍ଲାର ଭୂ-ରାଜସ୍ବ ଆଦାୟ କରୁଥିବାରୁ ତାଙ୍କୁ ‘କଲେକ୍ଟର’ କୁହାଯାଏ ।

(ଙ) ‘କଲେକ୍ଟର’ (ଜିଲ୍ଲାପାଳ) ପଦବୀ କେବେ ସୃଷ୍ଟି ହେଲା ?
Answer:
କଲେକ୍ଟର (ଜିଲ୍ଲାପାଳ) ପଦବୀ ୧୭୭୨ ମସିହାରେ ସୃଷ୍ଟି ହୋଇଥିଲା ।

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୭୫ଟି ଶବ୍ଦରେ ଲେଖ ।

(କ) ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କାର୍ଯ୍ୟ କ’ଣ ?
Answer:
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କାର୍ଯ୍ୟ:
ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରିବା:

  • ବି.ଡି.ଓ.ଙ୍କ ସହାୟତାରେ ବିଭିନ୍ନ ଗ୍ରାମୀଣ ବିକାଶ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରାଇବା ।
  • ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା, ପଞ୍ଚାୟତିରାଜ ଅନୁଷ୍ଠାନ, ସମବାୟ ବ୍ୟାଙ୍କ ତଥା ଜାତୀୟକରଣ ବ୍ୟାଙ୍କ, ବିଭିନ୍ନ ନିଗମମାନଙ୍କ ସହିତ ସମନ୍ଵୟ ତଥା ସହଯୋଗ ରକ୍ଷାକରି ବିଭିନ୍ନ ବର୍ଗର ଲୋକମାନଙ୍କୁ ଯୋଜନାଗୁଡ଼ିକ ମାଧ୍ୟମରେ ଉପକୃତ କରାଇବା ।
  • ଜିଲ୍ଲା ସ୍ତରରେ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମଗୁଡ଼ିକ ସଫଳତାର ସହ କାର୍ଯ୍ୟକାରୀ କରାଇବା ।
  • ସରକାରୀ ନିଷ୍ପଭି ଗ୍ରହଣ ପ୍ରକ୍ରିୟାରେ ଗ୍ରାମର ଦରିଦ୍ର ଶ୍ରେଣୀର ଲୋକଙ୍କୁ ଭାଗୀଦାର କରାଇବା ।
  • ନିର୍ଦ୍ଦିଷ୍ଟ ବର୍ଗର ବ୍ୟକ୍ତିଙ୍କ ମଙ୍ଗଳ ଓ ବିକାଶ ପାଇଁ ଉଦ୍ଦିଷ୍ଟ ଯୋଜନାକୁ ସଫଳ କରାଇବା ।

ନୀତି ନିର୍ଦ୍ଧାରଣ କରିବା :

  • ବିଭିନ୍ନ ଯୋଜନାର ନୀତି ନିର୍ଦ୍ଧାରଣ, ପ୍ରସ୍ତୁତି ତଥ୍ୟ କାର୍ଯ୍ୟକାରିତା କ୍ଷେତ୍ରରେ ଆର୍ଥିକ ସ୍ୱଚ୍ଛତା ରକ୍ଷା ସହିତ ସଂପୃକ୍ତ କର୍ମଚାରୀମାନଙ୍କର କାର୍ଯ୍ୟ ସମୀକ୍ଷା କରିବା ।
  • ଜିଲ୍ଲାସ୍ତରୀୟ ଗ୍ରାମୀଣ ବିକାଶ ଯୋଜନାଗୁଡ଼ିକର ଅଗ୍ରଗତିକୁ ସମୀକ୍ଷା କରିବା ।

BSE Odisha 8th Class Political Science Solutions Chapter 3 ଜିଲ୍ଲା ପ୍ରଶାସନ

(ଖ) ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଗଠନ କିପରି ହୁଏ ?
Answer:
ସଦସ୍ୟ :

  • ଜିଲ୍ଲା ପରିଷଦର ଅଧ୍ୟକ୍ଷ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅଧ୍ୟକ୍ଷ ଅଟନ୍ତି ।
  • ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକ, ସମସ୍ତ ପଞ୍ଚାୟତ ସମିତିର ଏକ ତୃତୀୟାଂଶ ଅଧକ୍ଷ ଯେଉଁମାନଙ୍କ କାର୍ଯ୍ୟକାଳ ପ୍ରତିବର୍ଷ ନିଜ ନାମର ବର୍ଣ୍ଣମାଳା ଅନୁସାରେ ପରିବର୍ତ୍ତିତ ହେବ । ତନ୍ମଧ୍ୟରୁ ଜଣେ ଲେଖାଏଁ ମହିଳା, ହରିଜନ ଓ ଆଦିବାସୀ ସଭ୍ୟ ରହିବେ ।

ପ୍ରତିନିଧ୍ :
ଏହି ସଂସ୍ଥାର ଅନ୍ୟ ସଭ୍ୟଙ୍କ ମଧ୍ୟରେ ଜିଲ୍ଲାପାଳ, ସମବାୟ କେନ୍ଦ୍ର ବ୍ୟାଙ୍କର ମୁଖ୍ୟ ଅଧୂରୀ, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କର ଅଧକ୍ଷ, ରିଜର୍ଭ ବ୍ୟାଙ୍କର ଜିଲ୍ଲାସ୍ତରୀୟ ପ୍ରତିନିଧୁ, ଜିଲ୍ଲାର ହରିଜନ ଓ ଆଦିବାସୀ ଉନ୍ନୟନ ଅଧିକାରୀ, ଗ୍ରାମୀଣ ମହିଳାମାନଙ୍କର ଜଣେ ପ୍ରତିନିଧ, ଜିଲ୍ଲାସ୍ତରୀୟ ମହିଳା ଓ ଶିଶୁ ମଙ୍ଗଳ ଅଧିକାରୀ, ବେସରକାରୀ ସଂସ୍ଥା (N.G.O.) ମାନଙ୍କର ଦୁଇଜଣ ପ୍ରତିନିଧ୍, ଖଦୀ ଓ ଗ୍ରାମୋଦ୍ୟୋଗ ସଂସ୍ଥାର ଜଣେ ପ୍ରତିନିଧ୍ ରହିବେ ।

ନିର୍ଦ୍ଦେଶକ :
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଏହି ପରିଚାଳନା ସମିତିର ସଭ୍ୟ-ସଚିବ (Member Secretary) ଭାବେ କାର୍ଯ୍ୟ କରନ୍ତି ।

(ଗ) ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାହିଁକି ଗଠିତ ହେଲା ?
Answer:

  • ଆତ୍ମନିଯୁକ୍ତି ଓ କର୍ମନିଯୁକ୍ତି ମାଧ୍ୟମରେ ଦାରିଦ୍ର୍ୟ ଦୂରୀକରଣ ହେଉଛି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ।
  • ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନା ସମ୍ବଳିତ କାର୍ଯ୍ୟକ୍ରମର ପର୍ଯ୍ୟବେକ୍ଷଣ କରିବାପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଗଠିତ ହୋଇଛି ।

ଗଠନ ସମୟ :
୧୯୮୦ ମସିହା ଅପ୍ରେଲ ମାସ ୧ ତାରିଖଠାରୁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟ କରି ଆସୁଅଛି ।

ଉଦ୍ଦେଶ୍ୟ :

  • ପ୍ରଥମେ ଏହି ସଂସ୍ଥା ‘ନାମମାତ୍ର ଚାଷୀ ଓ କୃଷି ଉପଯୋଗୀ ଜମି ଉନ୍ନୟନ ସଂସ୍ଥା’ ଓ ପରବର୍ତ୍ତୀ ସମୟରେ ‘କ୍ଷୁଦ୍ର-ଚାଷୀ ଉନ୍ନୟନ ସଂସ୍ଥା’ ଭାବେ କାର୍ଯ୍ୟ କରୁଥିଲା ।
  • ଏହା ଏକ ସ୍ୱୟଂଚାଳିତ ସଂସ୍ଥା । ଭାରତୀୟ ସମିତ ପଞ୍ଜୀକରଣ ଆଇନ, ୧୯୬୦ ଅନୁସାରେ ଏହି ସଂସ୍ଥାଗୁଡ଼ିକ ପଞ୍ଜୀକୃତ ।

(ଘ) ଗ୍ରାମୀଣ ଦାରିଦ୍ର୍ୟ ଦୂରୀକରଣରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଭୂମିକା କ’ଣ ?
Answer:
କାର୍ଯ୍ୟକ୍ରମ :

  • ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଦାରିଦ୍ର୍ୟ ଦୂରୀକରଣ ଯୋଜନାକୁ କାର୍ଯ୍ୟକାରୀ କରାଏ ନାହିଁ । ଏହି ସଂସ୍ଥା ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକ କିପରି ସୁଚାରୁ ରୂପେ କାର୍ଯ୍ୟକାରୀ ହୋଇପାରିବ ସେଥ‌ିପାଇଁ କାର୍ଯ୍ୟ କରେ ।
  • ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକ ମଧ୍ୟରେ କିପରି ସୁସମ୍ପର୍କ ଓ ସମନ୍ୱୟ ପ୍ରତିଷ୍ଠା ହୋଇପାରିବ ସେଥ‌ିପାଇଁ ଏହି ସଂସ୍ଥା କାର୍ଯ୍ୟ କରେ ।

ତଦାରଖ କରିବା :
ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହେବାପାଇଁ ମିଳିଥିବା ଉଦ୍ଦିଷ୍ଟ ଅର୍ଥ ଓ ଅନୁଦାନର କିପରି ସତ୍-ଉପଯୋଗ ହେବ ଏବଂ ସେଥ‌ିରେ କିପରି ଶୃଙ୍ଖଳା ଓ ସ୍ଵଚ୍ଛତା ରକ୍ଷା କରାଯାଇପାରିବ, ସେଥ୍ୟପ୍ରତି ଏହି ସଂସ୍ଥା ଦୃଷ୍ଟି ଦିଏ ।

ସଚେତନ କରିବା :
ଦାରିଦ୍ର୍ୟ ଦୂରୀକରଣ ପାଇଁ ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ଏହି ସଂସ୍ଥା ସଚେତନତା ସୃଷ୍ଟି କରେ ।

BSE Odisha 8th Class Political Science Solutions Chapter 3 ଜିଲ୍ଲା ପ୍ରଶାସନ

(ଙ) ଜିଲ୍ଲା ପରିଷଦ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମଧ୍ୟରେ ସମ୍ପର୍କ କ’ଣ ?
Answer:

  • ଜିଲ୍ଲା ପରିଷଦ ଏକ ସ୍ୱାୟତ୍ତ ଶାସନ ସଂସ୍ଥାଭାବେ ଜିଲ୍ଲାର ବିକାଶମୂଳକ କାର୍ଯ୍ୟସବୁ କରିଥାଏ; ମାତ୍ର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଏକ ସ୍ୱୟଂଚାଳିତ ସଂସ୍ଥାଭାବେ ଗ୍ରାମୀଣ ବିକାଶମୂଳକ ଯୋଜନାର ପର୍ଯ୍ୟବେକ୍ଷଣ କରିଥାଏ ।
  • ଜିଲ୍ଲା ପରିଷଦର ଅଧ୍ୟକ୍ଷ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅଧ୍ୟକ୍ଷଭାବେ କାର୍ଯ୍ୟ କରନ୍ତି ।

(ଚ) ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କିଏ ?
Answer:
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହେଉଛନ୍ତି ଜିଲ୍ଲାପାଳ ।

(ଛ) ପ୍ରତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ କେତେଗୋଟି ଅନୁବିଭାଗ ରହିଛି ?
Answer:
ସେଗୁଡ଼ିକର ନାମ ଲେଖ । – ପ୍ରତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ସାତଗୋଟି ଅନୁବିଭାଗ ରହିଛି; ଯଥା— (i) ଆତ୍ମନିଯୁକ୍ତି ଶାଖା (ii) କର୍ମନିଯୁକ୍ତି ଶାଖା (ii) ମହିଳା ଶାଖା (iv) ଇଂଜିନିୟରିଂ ଶାଖା (v) ହିସାବ ରକ୍ଷକ ଶାଖା (vi) ନିୟନ୍ତ୍ରଣ ଓ ମୂଲ୍ୟାୟନ ଶାଖା (vii) ସାଧାରଣ ଶାଖା।

(ଜ) ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭ୍ୟ-ସଚିବ କିଏ ?
Answer:
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବା ପ୍ରୋଜେକ୍ଟ-ଡାଇରେକ୍ଟର ଏହି ସଂସ୍ଥାର ସଭ୍ୟ-ସଚିବ ଅଟନ୍ତି ।

BSE Odisha 8th Class Political Science Solutions Chapter 3 ଜିଲ୍ଲା ପ୍ରଶାସନ

୪। ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ଯଥାର୍ଥ ଉତ୍ତର ମେଳାଅ ।

‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ଯଥାର୍ଥ ଉତ୍ତର ମେଳାଅ ।

Leave a Comment