BSE Odisha 7th Class History Important Questions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

Odisha State Board BSE Odisha 7th Class History Important Questions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ Important Questions and Answers.

BSE Odisha Class 7 History Important Questions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। କପିଳେନ୍ଦ୍ରଦେବଙ୍କ ସମୟରେ ରାଜ୍ୟ ଶାସନ କିପରି ଥିଲା ?
Answer:

  • କପିଳେନ୍ଦ୍ରଦେବ ଜଣେ ବିଚକ୍ଷଣ ଯୋଦ୍ଧା ଏବଂ ଦିଗ୍‌ବିଜୟୀ ସମ୍ରାଟ ହେଲେହେଁ ଜଣେ ସୁଶାସକ ଭାବରେ ଖ୍ୟାତି ଅର୍ଜନ କରିଥିଲେ । ସେ ପ୍ରତ୍ୟକ୍ଷଭାବେ ରାଜ୍ୟ ଶାସନ ପରିଚାଳନା କରୁଥିଲେ ।
  • ସେ ରାଜ୍ୟର ପ୍ରତ୍ୟେକ ଅଞ୍ଚଳ ଗସ୍ତ କରି ପ୍ରଜାମାନଙ୍କ ଅସୁବିଧା ଶୁଣୁଥିଲେ ଓ ସେଗୁଡ଼ିକର ସମାଧାନ କରୁଥିଲେ ।
  • ସେ ପ୍ରଜାମାନଙ୍କ ଉପରୁ ଲବଣ ଓ କଉଡ଼ି କର ଉଠାଇ ଦେଇଥିଲେ ।
  • ତାଙ୍କ ଶାସନକାଳରେ ପ୍ରଜାମାନେ ସୁଖଶାନ୍ତିରେ ବାସ କରୁଥିଲେ ଓ ସେମାନଙ୍କ ଧନଜୀବନ ନିରାପଦ ଥିଲା ।
  • କୃଷି ଓ ବାଣିଜ୍ୟର ଉନ୍ନତି ଯୋଗୁଁ ରାଜ୍ୟର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ଥିଲା ।

୨। ପ୍ରତାପରୁଦ୍ରଦେବଙ୍କ ସମୟରେ ଗଜପତି ସାମ୍ରାଜ୍ୟ ଦୁର୍ବଳ ହୋଇପଡ଼ିଲା କାହିଁକି, ଆଲୋଚନା କର ।
Answer:

  • ପୁରୁଷୋତ୍ତମଦେବଙ୍କ ପରେ ତାଙ୍କ ପୁତ୍ର ପ୍ରତାପରୁଦ୍ରଦେବ ୧୪୯୭ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ ଓ ସେ ଥିଲେ ସୂର୍ଯ୍ୟବଂଶର ଶେଷ ସମ୍ରାଟ ।
  • ତାଙ୍କ ସମୟରେ ବଙ୍ଗର ସୁଲତାନ ଆଲ୍ଲାଉଦ୍ଦିନ୍ ହୁସେନ୍ ଶାହ ଓଡ଼ିଶା ଆକ୍ରମଣ କରିଥିଲେ ମଧ୍ୟ ପ୍ରତାପରୁଦ୍ର- ଦେବଙ୍କଦ୍ଵାରା ପରାସ୍ତ ହୋଇଥିଲେ ।
  • ସେହି ସମୟରେ ବିଜୟନଗରର ରାଜା କୃଷ୍ଣଦେବ ରାୟା ପ୍ରବଳ ପ୍ରତାପୀ ଥିଲେ । ସେ ଓଡ଼ିଶାର ଉଦୟଗିରି ସମେତ ବହୁ ଅଞ୍ଚଳ ଅଧିକାର କରି ସୀମାଚଳମ୍ ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲେ ।
  • ପ୍ରତାପରୁଦ୍ରଦେବ ତାଙ୍କର ଗତିରୋଧ କରି ପରାଜିତ ହୋଇଥିଲେ ଓ ତାଙ୍କ ସହିତ ସନ୍ଧି ସ୍ଥାପନ କରି ତାଙ୍କୁ ଗୋଦାବରୀ ନଦୀର ଦକ୍ଷିଣକୁ ଥିବା ଓଡ଼ିଶା ରାଜ୍ୟର ଅଞ୍ଚଳ ଛାଡ଼ିଦେବା ସହିତ ନିଜ କନ୍ୟା ଜଗନ୍ମୋହିନୀଙ୍କୁ ତାଙ୍କ ସହ ବିବାହ କରାଇଥିଲେ ।
  • ଏହିସବୁ ଆକ୍ରମଣ ଯୋଗୁଁ ତାଙ୍କ ସମୟରେ ଗଜପତି ସାମ୍ରାଜ୍ୟ ଦୁର୍ବଳ ହୋଇପଡ଼ିଲା ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଓଡ଼ିଶାରେ ସୂର୍ଯ୍ୟବଂଶର ପ୍ରତିଷ୍ଠାତା କିଏ ଥିଲେ ? ତାଙ୍କ ପୂର୍ବରୁ କେଉଁମାନେ ଓଡ଼ିଶାରେ ଶାସନ କରୁଥିଲେ ?
Answer:
(i) ଓଡ଼ିଶାରେ ସୂର୍ଯ୍ୟବଂଶର ପ୍ରତିଷ୍ଠାତା ଥିଲେ କପିଳେନ୍ଦ୍ରଦେବ ।
(ii) ତାଙ୍କ ପୂର୍ବରୁ ଓଡ଼ିଶାରେ ଗଙ୍ଗବଂଶୀ ସମ୍ରାଟମାନେ ରାଜତ୍ଵ କରୁଥିଲେ ।

BSE Odisha 7th Class History Important Questions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

୨। କପିଳେନ୍ଦ୍ରଦେବ କେଉଁ ମନ୍ଦିର ନିର୍ମାଣ ଓ କେଉଁ ଶାସନ ପ୍ରତିଷ୍ଠା କରିଥିଲେ ?
Answer:
(i) କପିଳେନ୍ଦ୍ରଦେବ କପିଳେଶ୍ଵର ଶିବ ମନ୍ଦିର ନିର୍ମାଣ କରିଥିଲେ ।
(ii) ସେ କପିଳେଶ୍ଵରପୁର ଓ ଦାମୋଦରପୁର ନାମକ ଦୁଇଟି ଶାସନ ପ୍ରତିଷ୍ଠା କରିଥିଲେ ।

୩। କପିଳେନ୍ଦ୍ରଦେବଙ୍କର କେଉଁ ଭାଷାରେ ଅଗାଧ ପାଣ୍ଡିତ୍ୟ ଥିଲା ? ତାଙ୍କର ସାହିତ୍ୟକୃତି କ’ଣ ଥିଲା ?
Answer:
(i) କପିଳେନ୍ଦ୍ରଦେବଙ୍କର ସଂସ୍କୃତ ଭାଷାରେ ଅଗାଧ ପାଣ୍ଡିତ୍ୟ ଥିଲା ।
(ii) ସେ ସଂସ୍କୃତ ଭାଷାରେ ‘ପରଶୁରାମ ବିଜୟ’ ନାମକ ଏକ ନାଟକ ରଚନା କରିଥିଲେ ।

୪। ପୁରୁଷୋତ୍ତମ ଦେବଙ୍କ କାଞ୍ଚି ଅଧିକାର କିମ୍ବଦନ୍ତୀ ସମ୍ବନ୍ଧରେ ସଂକ୍ଷିପ୍ତ ସୂଚନା ଦିଅ ।
Answer:
(i) ବାସ୍ତବରେ ପୁରୁଷୋତ୍ତମଦେବ ପଲ୍ଲବମାନଙ୍କ ରାଜଧାନୀ କାଞ୍ଚିପୁରମ୍ ଅଧିକାର କରିନଥିଲେ ।
(ii) ସେ ଉଦୟଗିରିର ରାଜା ସାଲ୍ସ ନରସିଂହଦେବଙ୍କୁ ପରାଜିତ କରି ଉଦୟଗିରି ଅଧ୍ୟାର କରିଥିଲେ, ଯାହା କିମ୍ବଦନ୍ତୀରେ କାଞ୍ଚିରୂପେ ବର୍ଣ୍ଣିତ ।

୫। ହସ୍ତୀର କିଏ ଓ ସେ କାହିଁକି ପୁରୁଷୋତ୍ତମଦେବଙ୍କ ବିରୋଧରେ ବିଦ୍ରୋହ କରିଥିଲେ ?
Answer:
(i) ହସ୍ତୀର ପୁରୁଷୋତ୍ତମଦେବଙ୍କ ଜ୍ୟେଷ୍ଠ ପୁତ୍ର ଥିଲେ । ମାତ୍ର ମୃତ୍ୟୁ ପୂର୍ବରୁ କପିଳେନ୍ଦ୍ରଦେବ ନିଜ କନିଷ୍ଠ ପୁତ୍ର ପୁରୁଷୋତ୍ତମଦେବଙ୍କୁ ଓଡ଼ିଶାର ରାଜାରୂପେ ଘୋଷଣା କରିଥିଲେ ।
(ii) ଏଥ‌ିରେ ଅସନ୍ତୁଷ୍ଟ ହୋଇ ହସ୍ତୀର କପିଳେନ୍ଦ୍ରଦେବଙ୍କ ମୃତ୍ୟୁ ପରେ ପୁରୁଷୋତ୍ତମଦେବଙ୍କ ବିରୋଧରେ

୬। ବୀରଭଦ୍ର କିଏ ଓ ସେ କାହିଁକି ଆତ୍ମହତ୍ୟା କରିଥିଲେ ?
Answer:
(i) ବୀରଭଦ୍ର ଥିଲେ ପ୍ରତାପରୁଦ୍ରଦେବଙ୍କର ଏକମାତ୍ର ପୁତ୍ର । କୋଣ୍ଡାଭିଡୁ ଦୁର୍ଗ ଅଧିକାରବେଳେ ସେ କୃଷ୍ଣଦେବ ରାୟାଙ୍କ ସୈନ୍ୟବାହିନୀଦ୍ଵାରା ବନ୍ଦୀ ହୋଇଥିଲେ ।
(ii) କୃଷ୍ଣଦେବ ରାୟାଙ୍କ ଦରବାରରେ ତାଙ୍କୁ ଜଣେ ସାଧାରଣ ଲୋକ ସହ ଅସୀ ଯୁଦ୍ଧ କରିବାକୁ କୁହାଯିବାରୁ ସେ ଅପମାନିତ ହୋଇ ନିଜ ତରବାରୀକୁ ଛାତିରେ ବିଦ୍ଧକରି ଆତ୍ମହତ୍ୟା କରିଥିଲେ ।

୭। ପୁରୁଷୋତ୍ତମଦେବ କେଉଁ କେଉଁ ରାଜ୍ୟ ଅଧିକାର କରିଥିଲେ ?
Answer:
(i) ପୁରୁଷୋତ୍ତମଦେବ ଉଦୟଗିରିର ରାଜା ସାଲ୍ସ ନରସିଂହଙ୍କୁ ପରାଜିତ ରକି ଉଦୟଗିରି ଅସ୍କୋର କରିଥିଲେ ।
(ii) ସେ ବାହମନୀ ଆକ୍ରମଣ କରି ରାଜମହେନ୍ଦ୍ରୀ ସମେତ କୃଷ୍ଣ ଓ ଗୋଦାବରୀ ନଦୀର ମଧ୍ୟବର୍ତ୍ତୀ ଅଞ୍ଚଳ ଅଧିକାର କରିଥିଲେ ।

୮। ପ୍ରତାପରୁଦ୍ରଦେବଙ୍କ ଶାସନ କାଳରେ ଦୁଇଟି ଦୁଃଖଦ ଘଟଣା କ’ଣ ଥିଲା ?
Answer:
(i) ପ୍ରତାପରୁଦ୍ରଦେବଙ୍କ ସମୟରେ ବଙ୍ଗର ସୁଲତାନ୍‌ ଆଲ୍ଲାଉଦ୍ଦିନ୍ ହୁସେନଶାହ ଓଡ଼ିଶା ଆକ୍ରମଣ କରିଥିଲେ ।
(ii) ସେ ବିଜୟନଗରର ରାଜା କୃଷ୍ଣଦେବ ରାୟାଙ୍କ ସହିତ ଯୁଦ୍ଧରେ ପରାସ୍ତ ହୋଇଥିଲେ ।

୯। ଦାକ୍ଷିଣାତ୍ୟରେ ଯୁଦ୍ଧରେ ବ୍ୟାପୃତ ଥିବାବେଳେ ପ୍ରତାପରୁଦ୍ରଦେବ ପ୍ରତ୍ୟାବର୍ତ୍ତନ କରିଥିଲେ କାହିଁକି ? ସେ ପ୍ରତ୍ୟାବର୍ତ୍ତନ କରିନଥିଲେ କ’ଣ ହୋଇଥା’ନ୍ତା ?
Answer:
(i) ଦାକ୍ଷିଣାତ୍ୟରେ ଯୁଦ୍ଧରେ ବ୍ୟାପୃତ ଥିବା ସମୟରେ ବଙ୍ଗର ସୁଲତାନ ଆଲ୍ଲାଉଦ୍ଦିନ୍ ହୁସେନଶାହ ଓଡ଼ିଶା ଆକ୍ରମଣ କରିବାରୁ ପ୍ରତାପରୁଦ୍ରଦେବ ପ୍ରତ୍ୟାବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ ।
(ii) ଯଦି ସେ ପ୍ରତ୍ୟାବର୍ତ୍ତନ କରିନଥା’ନ୍ତେ ତେବେ ଓଡ଼ିଶା ବଙ୍ଗ ସାମ୍ରାଜ୍ୟଭୁକ୍ତ ହୋଇଯାଇ ଥାଆନ୍ତା ।

BSE Odisha 7th Class History Important Questions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

୧୦ । ପଞ୍ଚସଖା ରୂପେ କେଉଁମାନେ ପରିଚିତ ? ସେମାନେ କେଉଁ ଗଜପତି ରାଜାଙ୍କ ସମସାମୟିକ ଥିଲେ ?
Answer:
(i) ବଳରାମ ଦାସ, ଜଗନ୍ନାଥ ଦାସ, ଅନନ୍ତ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ନାମକ ଓଡ଼ିଶାର ପାଞ୍ଚଜଣ କବି ‘ପଞ୍ଚସଖା’ ରୂପେ ପରିଚିତ ।
(ii) ସେମାନେ ଗଜପତି ରାଜା ପ୍ରତାପରୁଦ୍ରଦେବଙ୍କ ସମସାମୟିକ ଥିଲେ ।

୧୧ । ଓଡ଼ିଶାର ରାଜା ହେବା ପୂର୍ବରୁ ମୁକୁନ୍ଦ ହରିଚନ୍ଦନ କ’ଣ ଥିଲେ ?
Answer:
(i) ଓଡ଼ିଶାର ରାଜା ହେବା ପୂର୍ବରୁ ମୁକୁନ୍ଦ ହରିଚନ୍ଦନ ପ୍ରତାପରୁଦ୍ରଦେବଙ୍କ ସୈନ୍ୟବାହିନୀର ଜଣେ ସୁଦକ୍ଷ ସୈନିକ ଥିଲେ ।
(ii) ଗୋବିନ୍ଦ ବିଦ୍ୟାଧରଙ୍କ ରାଜତ୍ଵ କାଳରେ ସେ କଟକ ସହରର ଶାସନକର୍ତ୍ତା ରୂପେ ନିଯୁକ୍ତି ପାଇଥିଲେ ।

୧୨ । ଓଡ଼ିଶା ଇତିହାସରେ ମୁକୁନ୍ଦଦେବଙ୍କୁ ତେଲେଙ୍ଗା ମୁକୁନ୍ଦ କୁହାଯାଏ କାହିଁକି ?
Answer:
(i) ମୁକୁନ୍ଦଦେବ ଗଜପତି ସାମ୍ରାଜ୍ୟର ରାଜମହେନ୍ଦ୍ରୀ ଅଞ୍ଚଳରେ ରାଜତ୍ଵ କରୁଥିବା ଚାଲୁକ୍ୟ ବଂଶରେ ଜନ୍ମଗ୍ରହଣ କରିଥିଲେ ।
(ii) ସେହି ଅଞ୍ଚଳ ତେଲୁଗୁ ଭାଷାଭାଷୀ ଅଞ୍ଚଳ ହୋଇଥିବାରୁ ଓଡ଼ିଶା ଇତିହାସରେ ତାଙ୍କୁ ତେଲେଙ୍ଗା ମୁକୁନ୍ଦ କୁହାଯାଏ ।

୧୩ । ବଙ୍ଗର ସୁଲତାନ୍ ସୁଲେମାନ୍ କର୍‌ରାଣୀ ମୁକୁନ୍ଦଦେବଙ୍କ ଉପରେ କ୍ଷୁବ୍ଧ ହେବାର କାରଣ କ’ଣ ?
Answer:
(i) ମୋଗଲ ସମ୍ରାଟ ଆକବର ବଙ୍ଗ ଜୟ କରିବା ଉଦ୍ଦେଶ୍ୟରେ ମୁକୁନ୍ଦଦେବଙ୍କ ସହିତ ସୁସଂପର୍କ ସ୍ଥାପନ କରିଥିଲେ ।
(ii) ଏହି କାରଣରୁ ବଙ୍ଗର ସୁଲତାନ ସୁଲେମାନ କର୍‌ରାଣୀ ମୁକୁନ୍ଦଦେବଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ।

୧୪ । ୧୫୬୦ ଖ୍ରୀ.ଅ.ରେ ମୁକୁନ୍ଦଦେବ କାହାକୁ ପରାସ୍ତ କରିଥିଲେ ? ଏହି ବିଜୟର ସ୍ମୃତିସ୍ୱରୂପ ସେ କ’ଣ ନିର୍ମାଣ କରିଥିଲେ ?
Answer:
(i) ୧୫୬୦ ଖ୍ରୀ.ଅ.ରେ ମୁକୁନ୍ଦଦେବ ବଙ୍ଗର ସୁଲତାନ ଗିୟାସୁଦ୍ଦିନ୍ ଜଲାଲ ଶାହାଙ୍କୁ ପରାସ୍ତ କରିଥିଲେ ।
(ii) ଏହି ବିଜୟର ସ୍ମୃତିସ୍ୱରୂପ ସେ ହୁଗୁଳୀ ଜିଲ୍ଲାର ଗଙ୍ଗାନଦୀ କୂଳରେ ତ୍ରିବେଣୀ ଘାଟ ନିର୍ମାଣ କରିଥିଲେ ।

୧୫ । ରାମଚନ୍ଦ୍ର ଭଞ୍ଜ କିଏ ? ସେ ମୁକୁନ୍ଦଦେବଙ୍କର କି କ୍ଷତି କରିଥିଲେ ?
Answer:
(i) ରାମଚନ୍ଦ୍ର ଭଞ୍ଜ ଥିଲେ ସାରଙ୍ଗଗଡ଼ର ସାମନ୍ତ ରାଜା । ୧୫୬୮ ଖ୍ରୀ.ଅ.ରେ ମୁକୁନ୍ଦଦେବ ବଙ୍ଗର ସୁଲତାନ୍ ସୁଲେମାନ କର୍ରାଣୀଙ୍କ ସହ ଯୁଦ୍ଧରେ ପରାଜିତ ହୋଇଥିବା ପରିପ୍ରେକ୍ଷୀରେ ସେ ବିଦ୍ରୋହ କରି ନିଜକୁ ଗଜପତିରୂପେ ଘୋଷଣା କଲେ ।
(ii) ତାଙ୍କୁ ଉପଯୁକ୍ତ ଶାସ୍ତି ଦେବା ନିମନ୍ତେ ମୁକୁନ୍ଦଦେବ ଗଙ୍ଗାନଦୀ କୂଳରୁ ଫେରୁଥିବାବେଳେ ବାଟରେ ଯାଜପୁର ନିକଟବର୍ତ୍ତୀ ଗୋହିରାଟିକରାଠାରେ ତାଙ୍କର ରାମଚନ୍ଦ୍ର ଭଞ୍ଜଙ୍କ ସହ ଯୁଦ୍ଧ ହେଲା ଓ ସେହି ଯୁଦ୍ଧରେ ସେ ନିହତ ହେଲେ ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର 

୧। ପ୍ରତାପରୁଦ୍ରଦେବଙ୍କ ପୁତ୍ର ବୀରଭଦ୍ର ଦାକ୍ଷିଣାତ୍ୟରେ କେଉଁ ଦୁର୍ଗ ଅଧିକାର କଲାବେଳେ ବିଜୟନଗର ସୈନ୍ୟବାହିନୀ ହାତରେ ଧରାପଡ଼ିଥିଲେ ?
Answer:
ପ୍ରତାପରୁଦ୍ରଦେବଙ୍କ ପୁତ୍ର ବୀରଭଦ୍ର ଦାକ୍ଷିଣାତ୍ୟରେ କୋଣ୍ଡାଭିଡ଼ୁ ଦୁର୍ଗ ଅଧିକାର କଲାବେଳେ ବିଜୟନଗର ସୈନ୍ୟବାହିନୀ ହାତରେ ଧରାପଡ଼ିଥିଲେ ।

୨। ସୂର୍ଯ୍ୟବଂଶର କେଉଁ ସମ୍ରାଟ ୧୬ଟି ବ୍ରାହ୍ମଣ ଶାସନ ସ୍ଥାପନ କରିଥିଲେ ?
Answer:
ସୂର୍ଯ୍ୟବଂଶୀ ସମ୍ରାଟ ପୁରୁଷୋତ୍ତମଦେବ ୧୬ଟି ବ୍ରାହ୍ମଣ ଶାସନ ସ୍ଥାପନ କରିଥିଲେ ।

BSE Odisha 7th Class History Important Questions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

୩। ସାରଳା ଦାସ କେଉଁ ଗଜପତି ରାଜାଙ୍କ ସମସାମୟିକ ଥିଲେ ?
Answer:
ସାରଳା ଦାସ ଗଜପତି କପିଳେନ୍ଦ୍ରଦେବଙ୍କ ସମସାମୟିକ ଥିଲେ ।

୪। ଶ୍ରୀଚୈତନ୍ୟ କେଉଁ ଗଜପତିଙ୍କ ରାଜତ୍ଵ କାଳରେ ଓଡ଼ିଶା ଆସିଥିଲେ ?
Answer:
ଶ୍ରୀଚୈତନ୍ୟ ଗଜପତି ପ୍ରତାପରୁଦ୍ରଦେବଙ୍କ ରାଜତ୍ଵକାଳରେ ଓଡ଼ିଶା ଆସିଥିଲେ ।

୫। ଭୋଇ ବଂଶର ପ୍ରତିଷ୍ଠାତା କିଏ ?
Answer:
ଗୋବିନ୍ଦ ବିଦ୍ୟାଧର ଭୋଇ ବଂଶର ପ୍ରତିଷ୍ଠାତା ଥିଲେ ।

୬। ଜଗନ୍ନାଥ ମନ୍ଦିରବେଢ଼ା ମଧ୍ଯରେ ମୁକ୍ତିମଣ୍ଡପ କିଏ ନିର୍ମାଣ କରିଥିଲେ ?
Answer:
ପ୍ରତାପରୁଦ୍ରଦେବ ଜଗନ୍ନାଥ ମନ୍ଦିରବେଢ଼ା ମଧ୍ଯରେ ମୁକ୍ତିମଣ୍ଡପ ନିର୍ମାଣ କରିଥିଲେ ।

୭। ମୁକୁନ୍ଦଦେବ କେଉଁଠାରେ କାହାଦ୍ଵାରା ନିହତ ହୋଇଥିଲେ ?
Answer:
ମୁକୁନ୍ଦ ଦେବ ସାରଙ୍ଗଗଡ଼ର ସାମନ୍ତ ରାଜା ରାମଚନ୍ଦ୍ର ଭଞ୍ଜଙ୍କଦ୍ଵାରା ଯାଜପୁର ନିକଟବର୍ତ୍ତୀ ଗୋହିରୀଟିକିରାଠାରେ ନିହତ ହୋଇଥିଲେ ।

୮। କଟକର ବାରବାଟୀ ଦୁର୍ଗକୁ କିଏ ନୂତନ ରୂପେ ନିର୍ମାଣ କରିଥିଲେ ?
Answer:
ମୁକୁନ୍ଦଦେବ କଟକର ବାରବାଟୀ ଦୁର୍ଗକୁ ନୂତନ ରୂପେ ନିର୍ମାଣ କରିଥିଲେ ।

୯। ଆଲ୍ଲାଉଦ୍ଦିନ୍ ହୁସେନ ଶାହ କେଉଁ ଗଜପତିଙ୍କ ସମୟରେ ଓଡ଼ିଶା ଆକ୍ରମଣ କରିଥିଲେ ?
Answer:
ଆଲ୍ଲାଉଦ୍ଦିନ୍ ହୁସେନ ଶାହ ଗଜପତି ପ୍ରତାପରୁଦ୍ରଦେବଙ୍କ ସମୟରେ ଓଡ଼ିଶା ଆକ୍ରମଣ କରିଥିଲେ ।

୧୦ । ପୁରୁଷୋତ୍ତମଦେବ କେତେ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ ?
Answer:
୧୪୬୭ ଖ୍ରୀଷ୍ଟାବ୍ଦରେ ପୁରୁଷୋତ୍ତମଦେବ ସିଂହାସନ ଆରୋହଣ କରିଥିଲେ ।

୧୧ । କପିଳେନ୍ଦ୍ରଦେବ କାହାର ସେନାପତି ଥିଲେ ?
Answer:
କପିଳେନ୍ଦ୍ରଦେବ ଗଙ୍ଗବଂଶର ଶେଷ ରାଜା ଚତୁର୍ଥ ଭାନୁଦେବଙ୍କର ସେନାପତି ଥିଲେ ।

BSE Odisha 7th Class History Important Questions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

୧୨ । ଶାସନ କ’ଣ ?
Answer:
କେବଳ ବ୍ରାହ୍ମଣମାନେ ବସବାସ କରୁଥିବା ଗ୍ରାମକୁ ଶାସନ କୁହାଯାଏ ।

୧୩ । ହସ୍ତୀର କିଏ ?
Answer:
ହସ୍ତୀର କପିଳେନ୍ଦ୍ରଦେବଙ୍କ ଜ୍ୟେଷ୍ଠପୁତ୍ର ଥିଲେ ।

୧୪ । କେଉଁମାନେ ପଞ୍ଚସଖା ନାମରେ ପରିଚିତ ?
Answer:
ବଳରାମ ଦାସ, ଜଗନ୍ନାଥ ଦାସ, ଅନନ୍ତ ଦାସ, ଅଚ୍ୟୁତାନନ୍ଦ ଦାସ ଓ ଯଶୋବନ୍ତ ଦାସ ପଞ୍ଚସଖା ନାମରେ ପରିଚିତ ।

Objective Type Questions With Answers
ବସ୍ତୁନଷ ପ୍ରଶ୍ନୋତ୍ତର
(କ) ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବା ବାକ୍ୟାଶ ବାଛି ଶୂନ୍ୟସ୍ଥାନ ପୂରଣ କର ।

୧। ସୂର୍ଯ୍ୟବଂଶର ରାଜାମାନେ ________________ ଉପାଧ୍ଧରେ ଭୂଷିତ ହୋଇଥିଲେ ।
(ଛତ୍ରପତି, ଗଜପତି, ଗୌଡ଼େଶ୍ୱର, କର୍ଣାଟକେଶରୀ)
Answer:
ଗଜପତି

୨। କପିଳେନ୍ଦ୍ରଦେବ ପ୍ରଜାମାନଙ୍କ ଉପରୁ _______________ କର ଉଠାଇ ଦେଇଥିଲେ ।
(ପଥ କର, ତୀର୍ଥଯାତ୍ରୀ କର, ବନ କର, ଲବଣ ଓ କଉଡ଼ି କର)
Answer:
ଲବଣ ଓ କଉଡ଼ି କର

୩। ଚଣ୍ଡୀପୁରାଣ _______________ ରଚନା କରିଥିଲେ ।
(ତୁଳସୀ ଦାସ, ସାରଳା ଦାସ, ଜଗନ୍ନାଥ ଦାସ, ବଳରାମ ଦାସ)
Answer:
ସାରଳା ଦାସ

୪। _____________________ ଙ୍କ ଶାସନ କାଳରେ ‘ଦାଣ୍ଡୀ ରାମାୟଣ’ ଓ ‘ଭାଗବତ’ ରଚିତ ହୋଇଥିଲା ।
(କପିଳେନ୍ଦ୍ରଦେବ, ପୁରୁଷୋତ୍ତମଦେବ, ପ୍ରତାପରୁଦ୍ରଦେବ, ମୁକୁନ୍ଦଦେବ)
Answer:
ପ୍ରତାପରୁଦ୍ରଦେବ

୫। ଜଗନ୍ନାଥ ମନ୍ଦିରର ବେଢ଼ା ଭିତରେ___________________ ମୁକ୍ତିମଣ୍ଡପ ନିର୍ମାଣ କରିଥିଲେ ।
(କପିଳେନ୍ଦ୍ରଦେବ, ପୁରୁଷୋତ୍ତମଦେବ, ମୁକୁନ୍ଦଦେବ, ପ୍ରତାପରୁଦ୍ରଦେବ)
Answer:
ପ୍ରତାପରୁଦ୍ରଦେବ

BSE Odisha 7th Class History Important Questions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

୬ । ସାଲ୍ସ ନରସିଂହ ______________ ରାଜ୍ୟର ରାଜା ଥିଲେ ।
(କାଞ୍ଚ, କଳିଙ୍ଗ, ଉଦୟଗିରି, ବାହମନୀ)
Answer:
ଉଦୟଗିରି

୭ । ______________ ଙ୍କ ରାଜତ୍ଵ କାଳରେ ଗଜପତି ସାମ୍ରାଜ୍ୟର ପତନ ଆରମ୍ଭ ହେଲା ।
(କପିଳେନ୍ଦ୍ରଦେବ, ପୁରୁଷୋତ୍ତମଦେବ, ପ୍ରତାପରୁଦ୍ରଦେବ, ନରସିଂହଦେବ)
Answer:
ପ୍ରତାପରୁଦ୍ରଦେବ

(ଖ) ଠିକ୍ ଉକ୍ତିଗୁଡ଼ିକର ଡାହାଣରେ ଠିକ୍ (√) ଚିହ୍ନ ଓ ଭୁଲ୍ ଉକ୍ତିଗୁଡ଼ିକର ଡାହାଣରେ ଭୁଲ୍ (×) ଚିହ୍ନ ଦିଅ ।
୧। ପଲ୍ଲବମାନଙ୍କର ରାଜଧାନୀ କାଞ୍ଚିପୁରମ୍ ଥିଲା ।
୨। କପିଳେନ୍ଦ୍ରଦେବ ୧୪୯୭ ଖ୍ରୀଷ୍ଟାବ୍ଦରେ ମୃତ୍ୟୁବରଣ କରିଥିଲେ ।
୩। କପିଳେନ୍ଦ୍ରଦେବ ଦାମୋଦରପୁର ଶାସନ ପ୍ରତିଷ୍ଠା କରିଥିଲେ ।
୪। କପିଳେନ୍ଦ୍ରଦେବ କାବେରୀ ନଦୀ ତୀରରେ ପ୍ରାଣତ୍ୟାଗ କରିଥିଲେ ।
୫। ‘ପରଶୁରାମ ବିଜୟ’ ନାଟକ ସଂସ୍କୃତ ଭାଷାରେ ରଚିତ ହୋଇଥିଲା ।
୬। ଗୋହିରୀଟିକିରା ଢେଙ୍କାନାଳ ନିକଟବର୍ତ୍ତୀ ଏକ ସ୍ଥାନ ।
୭ । ମୁକୁନ୍ଦ ହରିଚନ୍ଦନ ଓଡ଼ିଶାର ଶେଷ ସ୍ଵାଧୀନ ରାଜା ଥିଲେ ।
୮। ପ୍ରତାପରୁଦ୍ରଦେବଙ୍କର ଏକମାତ୍ର ପୁତ୍ର ହମ୍ବୀର ଥିଲେ ।

Answers:
୧। (√)
୨। (×)
୩। (√)
୪। (×)
୫। (√)
୬। (×)
୭ । (√)
୮। (x)

BSE Odisha 7th Class History Important Questions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

(ଗ) ବନ୍ଧନୀ ମଧ୍ଯରୁ ଠିକ୍ ଉତ୍ତର ବାଛି ଲେଖ ।
୧। ‘ଜଗନ୍ନାଥବଲ୍ଲଭ’ ନାଟକ କିଏ ରଚନା କରିଥିଲେ ?
(ଯଶୋବନ୍ତ ଦାସ, ବଳରାମ ଦାସ, ରାୟ ରାମାନନ୍ଦ, ଜୀବଦେବ ଆଚାର୍ଯ୍ୟ)
Answer:
ରାୟ ରାମାନନ୍ଦ

୨। ସରସ୍ଵତୀ ବିଳାସ ଏକ –
(ସଂସ୍କୃତ କାବ୍ୟ, ସଂସ୍କୃତ ନାଟକ, ବ୍ୟାକରଣ ଗ୍ରନ୍ଥ, ହିନ୍ଦୁ ଆଇନ ଗ୍ରନ୍ଥ)
Answer:
ହିନ୍ଦୁ ଆଇନ ଗ୍ରନ୍ଥ

୩ । କଟକ ନିକଟ ଧବଳେଶ୍ଵର ମନ୍ଦିରର ନିର୍ମାତା କିଏ ?
(ମୁକୁନ୍ଦଦେବ, ପୁରୁଷୋତ୍ତମଦେବ, ପ୍ରତାପରୁଦ୍ରଦେବ, କପିଳେନ୍ଦ୍ରଦେବ)
Answer:
ପ୍ରତାପରୁଦ୍ରଦେବ

୪। ରାମଚନ୍ଦ୍ର ଭଞ୍ଜ କେଉଁ ଅଞ୍ଚଳର ରାଜା ଥିଲେ ?
(ସୁନ୍ଦରଗଡ଼, ଛତିଶଗଡ଼, ସାରଙ୍ଗଗଡ଼, ମଧୁପୁରଗଡ଼)
Answer:
ସାରଙ୍ଗଗଡ଼

୫। ସୂର୍ଯ୍ୟବଂଶର କେଉଁ ନରପତି ଶ୍ରୀଚୈତନ୍ୟଙ୍କଦ୍ୱାରା ବୈଷ୍ଣବ ଧର୍ମରେ ଦୀକ୍ଷିତ ହୋଇଥିଲେ ?
(ପୁରୁଷୋତ୍ତମଦେବ, କପିଳେନ୍ଦ୍ରଦେବ, ମୁକୁନ୍ଦଦେବ, ପ୍ରତାପରୁଦ୍ରଦେବ)
Answer:
ପ୍ରତାପରୁଦ୍ରଦେବ

୬। ଗୋବିନ୍ଦ ବିଦ୍ୟାଧରଙ୍କ ପରେ ଓଡ଼ିଶାରେ କିଏ ରାଜତ୍ଵ କରିଥିଲେ ?
(ଗିୟାସୁଦ୍ଦିନ୍ ଜଲାଲ ଶାହ, ସୁଲେମାନ କର୍‌ରାଣୀ, ଚକ୍ରପ୍ରତାପ, ମୁକୁନ୍ଦଦେବ)
Answer:
ଚକ୍ରପ୍ରତାପ

୭। କଳାପାହାଡ଼ କିଏ ?
(ବଙ୍ଗର ସୁଲତାନ, ସାରଙ୍ଗଗଡ଼ର ରାଜା, ମୁକୁନ୍ଦଦେବଙ୍କ ସେନାପତି, ସୁଲେମାନ୍ କର୍‌ରାଣୀଙ୍କ ସେନାପତି)
Answer:
ସୁଲେମାନ୍ କର୍‌ରାଣୀଙ୍କ ସେନାପତି

BSE Odisha 7th Class History Important Questions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

୮। ନିମ୍ନୋକ୍ତ ମଧ୍ୟରୁ କିଏ ‘ଭକ୍ତି ଭାଗବତ’ ଲେଖିଥିଲେ ?
(ଜଗନ୍ନାଥ ଦାସ, ବଳରାମ ଦାସ, ଜୀବଦେବ ଆଚାର୍ଯ୍ୟ, ରାୟ ରାମାନନ୍ଦ)
Answer:
ଜୀବଦେବ ଆଚାର୍ଯ୍ୟ

୯। ମୁକୁନ୍ଦଦେବ କେବେ ଓଡ଼ିଶାର ରାଜା ହୋଇଥିଲେ ?
(୧୪୩୪ ଖ୍ରୀ.ଅ, ୧୫୩୫ ଖ୍ରୀ.ଅ, ୧୫୬୦ ଖ୍ରୀ.ଅ., ୧୫୭୮ ଖ୍ରୀ.ଅ.)
Answer:
୧୫୬୦ ଖ୍ରୀ.ଅ.

୧୦ । ମୁକୁନ୍ଦଦେବ କେଉଁ ରାଜବଂଶରେ ଜନ୍ମଗ୍ରହଣ କରିଥିଲେ ?
(ଯାଦବ, ହୟଶାଳ, ଚାଲୁକ୍ୟ, ଗଙ୍ଗ)
Answer:
ଚାଲୁକ୍ୟ

Leave a Comment