Go through BSE Odisha Class 8 Science Notes Odia Medium and Class 8 Science Chapter 8 Notes Odia Medium ପଦାର୍ଥର ପ୍ରକୃତି: ମୌଳିକ, ଯୌଗିକ ଓ ମିଶ୍ରଣ to understand important concepts and topics more clearly.
8th Class Science Chapter 8 Notes Odia Medium
BSE Odisha Class 8 Science Chapter 8 Notes Odia Medium
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
ପଦାର୍ଥ ଓ ଏହାର ପ୍ରକାରଭେଦ (Matter & its Types) :
(i) ଆମ ଚତୁଃପାର୍ଶ୍ଵରେ ଥିବା ଯେଉଁ ସମସ୍ତ ବସ୍ତଗୁଡ଼ିକ ସଂସ୍ପର୍ଶରେ ଆମେ ଆସିଥାଉ, ବ୍ୟବହାର କରିଥାଉ କିମ୍ବା ଅନୁଭବ କରୁ, ସେଗୁଡ଼ିକୁ ପଦାର୍ଥ (Matter) କହନ୍ତି ।
(ii) ପଦାର୍ଥଗୁଡ଼ିକୁ ମୋଟାମୋଟି ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ, ଯଥା- ମିଶ୍ରଣ ଓ ବିଶୁଦ୍ଧ ପଦାର୍ଥ । (Mixture and pure substance).
(iii) ଦୁଇ ବା ତହିଁରୁ ଅଧିକ ପଦାର୍ଥ ଏକତ୍ର ହୋଇ ଗୋଟିଏ ପଦାର୍ଥ ଗଠନ କଲେ, ସେହି ପଦାର୍ଥକୁ ମିଶ୍ରଣ କହନ୍ତି । ମିଶ୍ରଣ ଦୁଇ ପ୍ରକାର ଯଥା ସମତୁଲ ମିଶ୍ରଣ ଓ ଅସମତୁଲ ମିଶ୍ରଣ ।
(iv) ଯେଉଁ ପଦାର୍ଥ ଗୁଡ଼ିକ କେବଳ ଏକ ପ୍ରକାରର କଣିକାମାନଙ୍କ ଦ୍ଵାରା ଗଠିତ, ସେଗୁଡ଼ିକୁ ବିଶୁଦ୍ଧ ପଦାର୍ଥ କହନ୍ତି । ମୌଳିକ ଓ ଯୌଗିକ ଗୁଡ଼ିକ ବିଶୁଦ୍ଧ ପଦାର୍ଥ ଅଟନ୍ତି ।
(v) ବାୟୁ ଏକ ସମତୁଲ ମିଶ୍ରଣ । ଜଳ ଏକ ଯୌଗିକ ପଦାର୍ଥ ଯାହା ଉଦ୍ଯାନ ଏବଂ ଅମ୍ଳଜାନରୁ ତିଆରି ।
(vi) ମୌଳିକ ପଦାର୍ଥ ଗୁଡ଼ିକ ବିଶୁଦ୍ଧ ପଦାର୍ଥ ଯାହା ସମଜାତୀୟ କ୍ଷୁଦ୍ରକଣିକା (ପରମାଣୁ)ରୁ ଗଠିତ । ମୌଳିକ ଗୁଡ଼ିକୁ ଧାତୁ, ଅଧାତୁ ଏବଂ ଉପଧାତୁ ଏହିପରି ତିନି ଭାଗରେ ବିଭକ୍ତ କରାଯାଇପାରେ ।
(vii) ଦୁଇ ବା ତହିଁରୁ ଅଧିକ ମୌଳିକ ପରସ୍ପର ମଧ୍ୟରେ ବନ୍ଧ ଗଠନ କରି ସଂଯୁକ୍ତ ହେଲେ ଯୌଗିକ ପଦାର୍ଥ ଗଠିତ ହୁଏ । ଜଳ, କଲିଚୂନ, ଅଙ୍ଗାରକାମ୍ଳ ଗ୍ୟାସ, ଚୂନପାଣି, ଚିନି, ହାଇଡ୍ରୋଜେନ ସଲଫାଇଡ଼ ପ୍ରଭୃତି ଯୌଗିକ ଅଟନ୍ତି ।
(viii) ମୌଳିକ, ଯୌଗିକ ଓ ମିଶ୍ରଣଗୁଡ଼ିକୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଏ ।
ଆମ ଚାରିପାଖରେ ଥିବା ମାଟି, ପାଣି, ପବନ, ବୃକ୍ଷଲତା, ଜୀବଜନ୍ତୁ ଏବଂ ଆମେ ବ୍ୟବହାର କରୁଥିବା ଖାଦ୍ୟ ପଦାର୍ଥ, ପୋଷାକ ପତ୍ର, ପୁସ୍ତକ, କ୍ରିଡ଼ାସାମଗ୍ରୀ ଯାନବାହାନ ଇତ୍ୟାଦି ସବୁଗୁଡ଼ିକ ପଦାର୍ଥ (Matter) ଅଟନ୍ତି । ପଦାର୍ଥଗୁଡ଼ିକ ମିଶ୍ରଣ କିମ୍ବା ବିଶୁଦ୍ଧ ପଦାର୍ଥ ଅଟନ୍ତି ।
ମିଶ୍ରଣ (Mixture)
(i) ଯେତେବେଳେ ଦୁଇ କିମ୍ବା ଅଧିକ ପଦାର୍ଥ ଏପରି ମିଶ୍ରିତ ହୁଏ ଯେ, ପ୍ରତ୍ୟେକ ପଦାର୍ଥ ଏହାର ଗୁଣ ବଜାୟ ରଖେ, ତାହାକୁ ମିଶ୍ରଣ କୁହାଯାଏ ।
(ii) ମିଶ୍ରଣ ତିଆରି କରୁଥିବା ପୃଥକ ପଦାର୍ଥଗୁଡ଼ିକ ମିଶ୍ରଣର ଉପାଦାନ (Component) କହନ୍ତି ।
(iii) ମିଶ୍ରଣର ଉପାଦାନଗୁଡ଼ିକ ପରସ୍ପର ସହିତ ରାସାୟନିକ ପ୍ରକ୍ରିୟା କରନ୍ତି ନାହିଁ ।
(iv) ମିଶ୍ରଣର ଉପାଦାନଗୁଡ଼ିକ ସହଜରେ ଯାନ୍ତ୍ରିକ ଉପାୟରେ ପରସ୍ପରଠାରୁ ଅଲଗା କରିହୁଏ ।
(v) ଆମେ ଖାଉଥିବା ଉପମା, ଗଜାମଞ୍ଜିସାଲାଡ୍, ଜଳରେ ଦ୍ରବିଦ୍ଭୁତ ଚିନି, ଲୁଣପାଣି, ଚା, ସୁପ୍, ଲେମ୍ବୁପାଣି ପ୍ରଭୃତି ମିଶ୍ରଣ ଅଟନ୍ତି ।
(vi) ମିଶ୍ରଣରେ ଉପାଦାନଗୁଡ଼ିକର ଅବସ୍ଥାନ ଦୃଷ୍ଟିରୁ ମିଶ୍ରଣକୁ ସମତୁଲ ଓ ଅସମତୁଲ (Uniform and Non-Uniform) ମିଶ୍ରଣ, ଏହିପରି ଦୁଇଭାଗରେ ବିଭକ୍ତ କରାଯାଇପାରେ ।
ସମତୁଲ ମିଶ୍ରଣ (Uniform Mixture):
କିଛି ମିଶ୍ରଣରେ ଏପରି ଉପାଦାନ ଥାଏ ଯାହାକୁ ପୃଥକ ଭାବରେ କିମ୍ବା ଅଣୁବୀକ୍ଷଣ ସାହାଯ୍ୟରେ ମଧ୍ୟ ଦେଖୁହୁଏ ନାହିଁ । ଏହି ପ୍ରକାରର ମିଶ୍ରଣରେ ଉପାଦାନଗୁଡ଼ିକ ସମାନ ଭାବରେ ମିଶିଥାଏ । ଏହାକୁ ସମତୁଲ ମିଶ୍ରଣ କହନ୍ତି । ଉଦାହରଣ ଚିନିପାଣି ଏବଂ ଲୁଣପାଣି ।

ଚିନି ଏବଂ ଜଳର ସମତୁଲ ମିଶ୍ରଣ
ଅସମତୁଲ ମିଶ୍ରଣ (Non-Uniform Mixture)
ଯେଉଁ ମିଶ୍ରଣରେ ବିଭିନ୍ନ ଉପାଦାନଗୁଡ଼ିକ ସାଧାରଣ ଖାଲି ଆସ୍ରେ କିମ୍ବା ବର୍ଷକ/କାଚ ସାହାଯ୍ୟରେ ଦୃଶ୍ୟମାନ ହୁଏ, ସେଗୁଡ଼ିକୁ ଅସମତୁଲ ମିଶ୍ରଣ କହନ୍ତି । ଆମେ ଖାଉଥିବା ଉପମା ଓ ଗଜାମଞ୍ଜି ସାଲାଡ଼ ଅସମତୁଲ ମିଶ୍ରଣ ଅଟେ ।
ମିଶ୍ରଧାତୁ (Alloy) ଏକ ସମତୁଲ ମିଶ୍ରଣ
ଧାତୁ ସହିତ ଧାତୁ କିମ୍ବା ଧାତୁ ସହ ଅଧାତୁ ବା ଉପଧାତୁର ମିଶ୍ରଣରେ ଯେଉଁ ପଦାର୍ଥ ତିଆରି ହୁଏ ତାହାକୁ ମିଶ୍ରଧାତୁ ବା ଏଲୟ କହନ୍ତି । ମିଶ୍ରଧାତୁରେ ଉପାଦାନଗୁଡ଼ିକ ସମାନ ଭାବରେ ମିଶ୍ରିତ ହୋଇଥାଏ ଯେପରିକି ମିଶ୍ରଣଟିର ସବୁଅଂଶ ସମାନ ଦେଖାଯାଏ । ମିଶ୍ରଧାତୁର କୌଣସି ଗୋଟିଏ ଉପାଦାନ ଅନ୍ୟଠାରୁ ପୃଥକ କରାଯାଇପାରିବ ନାହିଁ । ମିଶ୍ରଧାତୁରେ ବାସନକୁସନ, ବିଭିନ୍ନ ପାତ୍ର ଏବଂ ଅନ୍ୟାନ୍ୟ ପଦାର୍ଥ ତିଆରି ହୁଏ । ମିଶ୍ରଧାତୁର ଉଦାହରଣ
(i) ଲୌହ, କ୍ରୋମିୟମ, ନିକେଲ ଏବଂ ଅଳ୍ପ ପରିମାଣରେ କାର୍ବନର ମିଶ୍ରଣରୁ ତିଆରି ଷ୍ଟେନ୍ଲେସ୍ ଷ୍ଟିଲ । ଏଥୁରେ କଳଙ୍କି ଲାଗେନାହିଁ ।
(ii) ତମ୍ବା ଓ ଦସ୍ତାରୁ ତିଆରି ପିତଳ ।
(iii) ତମ୍ବା ଓ ଟିଣରୁ ତିଆରି ବ୍ରୋଞ୍ଜ ।
(iv) ମିଶ୍ରଧାତୁ ବା ଏଲୟ ଗୋଟିଏ ସମତୁଲ ମିଶ୍ରଣ ।
ମିଶ୍ରଧାତୁର ଔଷଧୀୟ ଗୁଣ :
(i) ଦୁଇ କିମ୍ବା ଅଧ୍ବକ ଧାତୁର ମିଶ୍ରଣକୁ ମିଶ୍ରଲୌହ ନାମ ଦିଆଯାଇଥୁଲା, ଯାହାର ଧର୍ମ ନିଜର ଗଠନକାରୀ ଧାତୁଠାରୁ ଭିନ୍ନ ଥିଲା ।
(ii) ପ୍ରାଚୀନ ଭାରତୀୟ ଗ୍ରନ୍ଥଗୁଡ଼ିକ ଯେପରିକି ସୁଶ୍ରୁତ ସଂହିତା, ରଚକ ସଂହିତା, ରସଜଳନିଧ୍ୟ, ରସରନ୍ ସମୁଚ୍ଚୟ ଇତ୍ୟାଦି ଗ୍ରନ୍ଥରେ ଔଷଧୀୟ ଉଦ୍ଦେଶ୍ୟରେ ଏହି ମିଶ୍ରଣର ବ୍ୟବହାର ବିଷୟରେ ଉଲ୍ଲେଖ କରାଯାଇଛି ।
(iii) ଉଦାହରଣସ୍ୱରୂପ ବ୍ରୋଞ୍ଜ, ଯାହାକୁ କାଂସ୍ୟ ମଧ୍ୟ କୁହାଯାଏ, ତାହା ତମ୍ବା ଚାରିଭାଗ ଓ ଟିଣ ଏକ ଭାଗରେ ତିଆରି ।
(iv) ଏହା ପାଚକ ଶକ୍ତି ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାପାଇଁ ବ୍ୟବହୃତ ହେଉଥିଲା ।
![]()
ବାୟୁ ଏକ ସମତୁଲ ମିଶ୍ରଣ :
(i) ବାୟୁ ମୁଖ୍ୟତଃ ଯବକ୍ଷାରଜାନ, ଅମ୍ଳଜାନ, ଆର୍ଗନ୍, ଅଙ୍ଗାରକାମ୍ଳ ଓ ଜଳୀୟ ବାଷ୍ପର ଏକ ସମତୁଲ ମିଶ୍ରଣ ।
(ii) ଏଥୁମଧ୍ୟରୁ ଅମ୍ଳଜାନ ଅଧିକାଂଶ ସଜୀବ ପ୍ରାଣୀଙ୍କ ବଞ୍ଚିବାପାଇଁ ନିରନ୍ତର ଆବଶ୍ୟକ । ଏହା ଦହନରେ ମଧ୍ୟ ସାହାଯ୍ୟ କରେ ।
(iii) ଯବକ୍ଷାରଜାନ, ଯାହା ବାୟୁର ପ୍ରାୟ ୭୮% ଅଟେ । ଏହା ଦହନରେ ଅଂଶ ଗ୍ରହଣ କରେ ନାହିଁ ।
(iv) ବାୟୁରେ ଜଳୀୟବାଷ୍ପ ରହିଛି । ଯେତେବେଳେ ଉଷ୍ମ ବାୟୁ ଏକ ଶୀତଳ ପୃଷ୍ଠକୁ ସ୍ପର୍ଶ କରେ, ଜଳୀୟ ବାଷ୍ପ ଜଳରେ ପରିଣତ ହୁଏ ଏବଂ ଛୋଟ ଛୋଟ ଜଳବୁନ୍ଦା ସୃଷ୍ଟି କରେ ।
(v) ଆମେ ନିଶ୍ଵାସ ଛାଡୁଥିବା ବାୟୁରେ ଅଙ୍ଗାରକାମ୍ଳ ଉପସ୍ଥିତି ଥାଏ । ଆସ, ବାୟୁରେ ଅଙ୍ଗାରକାମ୍ଳ ଉପସ୍ଥିତି ବିଷୟରେ ନିଶ୍ଚିତ ହେବା ।
କାର୍ଯ୍ୟ – ୧ : ଆସ ପରୀକ୍ଷା କରିବା
ବୟୁରେ ଅଙ୍ଗାରକାମ୍ଳର ଉପସ୍ଥିତି ଜାଣିବାପାଇଁ ପରୀକ୍ଷା
(i) ଏକ କାଚପାତ୍ର ନିଆଯାଉ ଏବଂ ଏହାର ଅଧା ଜଳରେ ପୂର୍ଣ୍ଣ କରାଯାଉ ।
(ii) ଏଥିରେ ଧୀରେ ଧୀରେ ଅଳ୍ପ ପରିମାଣ ର କ୍ୟାଲ ସିୟମ ଅକ୍ସାଇଡ୍ (କଲିଚୂନ) ମିଶାଯାଉ ।
(iii) କ୍ୟାଲସିୟମ୍ ଅକ୍ସାଇଡ୍ ପାଣି ସହିତ ଖୁବ୍ ଜୋର ରେ ପ୍ରତି କ୍ରି ୟା କରି କ୍ୟାଲସିୟମ୍ ହାଇଡ୍ରୋକ୍ସାଇଡ୍ ସୃଷ୍ଟି କରିବ ଏବଂ ତାପ ନିର୍ଗତ ହେବ ।
(iv) କ୍ୟାଲ୍ସିୟମ ହାଇଡ୍ରୋକ୍ସାଇଡ୍ ଦ୍ରବଣ ତିଆରି କରିବାପାଇଁ ଗୋଟିଏ କାଠିରେ ନିର ନ୍ତ ର ଘଣ୍ଟାଯାଉ । ଏହି ଦ୍ରବଣ କୁ ଚୂନ ପାଣି କୁହାଯାଏ ।

କାର୍ବନ ଡାଇଅକ୍ସାଇଡ୍ ଉପସ୍ଥିତିରେ ଚୁନ ଜଳ କ୍ଷୀର ଭଳି ହୋଇଯାଏ ।
(v) ଏହାକୁ ଛାଣି ଏହାର ରଙ୍ଗ ପର୍ଯ୍ୟବେକ୍ଷଣ କରାଯାଉ ।
(vi) ଏହି ରଙ୍ଗହୀନ ଦ୍ରବଣକୁ କିଛି ସମୟପାଇଁ ଏକ କାଚପାତ୍ରରେ (Ptri dish) ରଖାଯାଉ ।
(vii) ନିୟମିତ ବ୍ୟବଧାନରେ ଦ୍ରବଣକୁ ଘଣ୍ଟାଯାଉ ।
(viii) ଏହା ଦୁଧୂଆ ବର୍ଷ ଧାରଣ କରିବ ।
(vi) ଯେତେବେଳେ ଅଙ୍ଗାରକାମ୍ଳ କ୍ୟାଲସିୟମ୍ ହାଇଡ୍ରୋକ୍ସାଇଡ୍ ସହିତ ପ୍ରତିକ୍ରିୟା କରେ କ୍ୟାଲସିୟମ୍ କାର୍ବୋନେଟ୍ (ଅଦ୍ରବଣୀୟ ଧଳା କଣିକା) ଓ ଜଳ ତିଆରି କରେ । ତେଣୁ ଚୂନପାଣି ଦୁଧୂ ଦେଖାଯାଏ । ଯେହେତୁ ଚୂନପାଣି ବାୟୁ ସଂସ୍ପର୍ଶରେ ଆସିଲେ ଦୁଧୂଆ ବର୍ଷ ଧାରଣ କରେ, ଏହି କାର୍ଯ୍ୟ ବାୟୁରେ କାର୍ବନ ଡାଇଅକ୍ସାଇଡର ଉପସ୍ଥିତି ଦର୍ଶାଏ ।
କ୍ୟାଲସିୟମ୍ ହାଇଡ୍ରୋକ୍ସାଇଡ଼୍ + ଅଙ୍ଗାରକାମ୍ଳ = କ୍ୟାଲସିୟମ କାର୍ବୋନେଟ୍ + ଜଳ
ଧୂଳି କଣିକା (Dust Particles) :
(i) ବାୟୁରେ ଗ୍ୟାସ ବ୍ୟତୀତ ଅନ୍ୟ କିଛି ଥିବାର ଦେଖାଯାଏ ।
(ii) ସୂର୍ଯ୍ୟରଶ୍ମି ସହ କିଛି ଭାସୁଥିବା ଉଜ୍ଜ୍ଵଳ କ୍ଷୁଦ୍ର କଣିକା ଛାତର ଏକ ଛୋଟ ରନ୍ଧ୍ର ଦେଇ ଏକ ଅନ୍ଧାର କରାଯାଏ । କୋଠରୀରେ ପ୍ରବେଶ କରୁଥିବା ଲକ୍ଷ୍ୟ
(iii) ଏହି କଣିକାଗୁଡ଼ିକ ହେଉଛି ଧୂଳି କଣିକା
କାର୍ଯ୍ୟ – ୨ : ଆସ ଅନ୍ଵେଷଣ କରିବା
ବାୟୁରେ ଧୂଳିକଣିକାର ଅନ୍ଵେଷଣ :
(i) କଳା କାଗଜଟିଏ ନିଆଯାଉ । ନିଶ୍ଚିତ କରାଯାଉ ଯେ ଏଥିରେ କୌଣସି ଦୃଶ୍ୟମାନ ଧୂଳି କଣିକା ନାହିଁ ।
(ii) କଳା କାଗଜକୁ ଖୋଲା ଝରକା ପାଖରେ (ଚିତ୍ର ୮.୬କ) କିମ୍ବା ବଗିଚାରେ କିଛି ଘଣ୍ଟା ପାଇଁ ସ୍ଥିର ଭାବରେ ରଖାଯାଉ ।
(iii) ଏହାର ପୃଷ୍ଠରେ ଛୋଟ କଣିକାଗୁଡ଼ିକ ଲାଗିଥିବା ଦେଖୁବା । କଣିକାଗୁଡ଼ିକୁ ଅଧ୍ବକ ନିକଟରୁ ଦେଖିବାପାଇଁ ଏକ ବର୍ଷକ କାଚ ବ୍ୟବହାର କରିପାରିବା ।
(iv) ଏହା ଦର୍ଶାଏ ଯେ ଧୂଳି କଣିକାଗୁଡ଼ିକ ବାୟୁରେ ଭାସୁଥାନ୍ତି ।
(v) ସେମାନେ ବାୟୁର ଏକ ଅବିଚ୍ଛେଦ୍ୟ ଅଂଶ ନୁହଁନ୍ତି, ସେଥୁପାଇଁ ପ୍ରଦୂଷକ (pollutant) ଅଟନ୍ତି ।
(vi) ବାୟୁରେ ଧୂଳି କଣିକାର ପ୍ରକୃତି ଏବଂ ସଂଖ୍ୟା ସମୟ ଏବଂ ସ୍ଥାନ ଅନୁସାରେ ଭିନ୍ନ ହୋଇପାରେ ।

କଳା କାଗଜ
(କ) ଧୂଳି କଣିକା ବିନା
(ଖ) ଧୂଳି କଣିକା ସହିତ
ବସ୍ତୁର ପ୍ରଦୂଷକ (Air pollutants) :
(i) ବାୟୁରେ ଉପସ୍ଥିତ ମୁଖ୍ୟ ପ୍ରଦୂଷକ ହେଉଛି (କାଳି, ଧୂଳି) କଣିକା ମନୋକ୍ସାଇଡ୍, ଓଜୋନ୍, ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ଏବଂ ପରି ପଦାର୍ଥ ଏବଂ କାର୍ବନ ସଲଫର୍ ଡାଇଅକ୍ସାଇଡ୍ ପରି ଗ୍ୟାସ ।
(ii) ବାୟୁ ଗୁଣବତ୍ତା ସୂଚକ (Air Quality Index-AQI)ଙ୍କ ଦ୍ଵାରା ବାୟୁ ଗୁଣବତ୍ତା ମପା ଯାଇପାରେ ।
ବିଭିନ୍ନ ପ୍ରକାରର ମିଶ୍ରଣ :
| କ୍ର.ନଂ. | ମିଶ୍ରଣ ପ୍ରକାର | ଉଦାହରଣ | ସମତୁଲ ବା ଅସମତୁଲ |
| ୧. | ଗ୍ୟାସ ଓ ଗ୍ୟାସ | ବାୟୁ | ସମତୁଲ |
| ୨. | ଗ୍ୟାସ ଓ ତରଳ | ସୋଡ଼ାପାଣି, ଜଳରେ ଦ୍ରବୀଭୂତ ଅମ୍ଳଜାନ | ସମତୁଲ |
| ୩. | କଠିନ ଓ ଗ୍ୟାସ | ବାୟୁରେ ଅଙ୍ଗାରକ କଣିକା | ଅସମତୁଲ |
| ୪. | ତରଳ ଓ ତରଳ | ଜଳରେ ଏସିଟିକ୍ ଏସିଡ୍, ତେଲ ଓ ଜଳ | ସମତୁଲ | ଅସମତୁଲ |
| ୫. | କଠିନ ଓ ତରଳ | ବାଲି ଓ ଜଳ, ସମୁଦ୍ର ପାଣି | ଅସମତୁଲ |
| ୬. | କଠିନ ଓ କଠିନ | ବେକିଙ୍ଗ୍ ପାଉଡ଼ର (ବେକିଙ୍ଗ ସୋଡ଼ା ଓ ଟାର୍ଟାରିକ ଅମ୍ଳ ମିଶ୍ରଣ) ମିଶ୍ରଧାତୁ | ସମତୁଲ |
ଅପମିଶ୍ରଣ (Adulteration) :
ଅପମିଶ୍ରଣ ହେଉଛି ଏକ ଅବୈଧ ପ୍ରକ୍ରିୟା ଯାହାଦ୍ଵାରା ଶସ୍ତା କିମ୍ବା
ମିଶା ଯାଇଥାଏ । ଏହା ସାଧାରଣତଃ ଜିନିଷର ପରିମାଣ ବୃଦ୍ଧି କରିବା କିମ୍ବା ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବାପାଇଁ କରାଯାଏ । ତଥାପି ଏହା ଉତ୍ପାଦନର ଗୁଣବତ୍ତା ହ୍ରାସ କରେ । ଏହି ଉତ୍ପାଦ ସ୍ଵାସ୍ଥ୍ୟପାଇଁ ବିପଜ୍ଜନକ ହୋଇପାରେ ।
ବିଶୁଦ୍ଧ ପଦାର୍ଥ (Pure Substance) :
ବିଜ୍ଞାନରେ ଏକ ବିଶୁଦ୍ଧ ପଦାର୍ଥ ହେଉଛି ସେହି ପଦାର୍ଥ ଯହିଁରେ ଅନ୍ୟ କୌଣସି ପଦାର୍ଥ ନଥାଏ । ବିଶୁଦ୍ଧ ପଦାର୍ଥକୁ କୌଣସି ଭୌତିକ ପ୍ରକ୍ରିୟାଦ୍ଵାରା ଅନ୍ୟ ପ୍ରକାରର ପଦାର୍ଥରେ ପୃଥକ କରାଯାଇପାରିବ ନାହିଁ । ବୈଜ୍ଞାନିକଙ୍କ ଭାଷାରେ ବିଶୁଦ୍ଧ ପଦାର୍ଥର ଅର୍ଥ ପଦାର୍ଥଟି ଏକ ପ୍ରକାର କଣିକାରେ ଗଠିତ । ବିଶୁଦ୍ଧ ପଦାର୍ଥ ସାଧାରଣତଃ ଦୁଇ ପ୍ରକାର ଯଥା— ମୌଳିକ ଓ ଯୌଗିକ (Element and compound) ।
ଜଳ ଗୋଟିଏ ବିଶୁଦ୍ଧ ପଦାର୍ଥ :
ଜଳକୁ ଥଣ୍ଡା କରିବାଦ୍ଵାରା ଏହା ବରଫରେ ପରିଣତ ହୁଏ । ଫୁଟାଇବା ସମୟରେ ଏହା ବାଷ୍ପରେ ପରିଣତ ହୁଏ । ଆମେ ବରଫକୁ ଗରମ କରି ଜଳ ଏବଂ ଜଳୀୟ ବାଷ୍ପକୁ ଥଣ୍ଡାକରି ଜଳକୁ ପୁନର୍ବାର ପାଇପାରିବା । ଏହା ପ୍ରମାଣିତ କରୁଛି ଯେ ଏହି ପ୍ରକ୍ରିୟାଗୁଡ଼ିକରେ ଜଳ କଣିକାଗୁଡ଼ିକ ସମାନ ରହିଥାଏ । ଏଣୁ ଜଳ ଏକ ବିଶୁଦ୍ଧ ପଦାର୍ଥ ।
ଜଳର ବିଦ୍ୟୁତ ବିଶ୍ଳେଷଣ :
ନିରାପତ୍ତା ପ୍ରତି ଧ୍ୟାନ ଏହି ପରୀକ୍ଷାଟି ଶିକ୍ଷକଙ୍କ ତତ୍ତ୍ଵାବଧାନରେ କରାଯିବା ଉଚିତ । ଗନ୍ଧକାମ୍ଳ (ସଲଫ୍ୟୁରିକ ଏସିଡ୍) ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ପରୀକ୍ଷାରେ ଲିଥ୍ୟମ– ଆୟନ ବ୍ୟାଟେରୀ ବ୍ୟବହାର କରାଯିବା ଉଚିତ ନୁହେଁ ।
(i) ଦୁଇଟି ଛୋଟ ପରୀକ୍ଷା ନଳୀ, ଏକ ବିକର କିମ୍ବା ଏକ କାଚ ପାତ୍ର ଏବଂ ଏକ 9V ବ୍ୟାଟେରୀ ସଂଗ୍ରହ କରାଯାଉ ।
(ii) ବିକରର ୨/୩ ଅଂଶ ଜଳରେ ପୂରଣ କରାଯାଉ ଏବଂ ସେଥିରେ କିଛି ବୁନ୍ଦା ଲଘୁଗନ୍ଧକାମ୍ଳ (dilute shulphuric acid) ମିଶାଯାଉ ।
(iii) ବିକରରୁ ନିଆଯାଇଥିବା ଜଳରେ ଉଭୟ ଛୋଟ ପରୀକ୍ଷା ନଳୀ ପୂର୍ଣ୍ଣ ଭାବରେ ପୂରଣ କରାଯାଉ ।
(iv) ବି କର ଭିତରେ ଏକ ୨V ବ୍ୟାଟେରୀ ରଖାଯାଉ ।
(v) ବ୍ୟାଟେରୀର ପ୍ରତ୍ୟେକ ମେରୁ ଦ୍ଵୟ ପାଖରେ ଜଳ ଥିବା ପରୀକ୍ଷା ନଳୀ ଦୁଇଟିକୁ ଓଲଟାଇ ସତର୍କତାର ସହ ରଖାଯାଉ ।
(vi) କିଛି ସମୟ ଅପେକ୍ଷା କରାଯାଉ ।
(vii) ପରୀକ୍ଷା ନଳୀ ଭିତରେ ଉଭୟ ମେରୁରେ ଭିନ୍ନ ଭିନ୍ନ ଗ୍ୟାସ୍ ବାହାରୁଥିବା
(viii) ଏହାକୁ ୧୦ ରୁ ୧୫ ମିନିଟ୍ ପାଇଁ ଜାରି ରହିବାକୁ ଦିଆଯାଉ ।
(ix) ପ୍ରତ୍ୟେକ ପରୀକ୍ଷା ନଳୀରେ ସଂଗୃହୀତ ଗ୍ୟାସ୍ ଆୟତନ ପର୍ଯ୍ୟବେକ୍ଷଣ କରାଯାଉ ।
(x) ଉଭୟ ପରୀକ୍ଷା ନଳୀରେ ସଂଗୃହୀତ ଗ୍ୟାସ୍ର ଆୟତନ ସମାନ ହେବନାହିଁ ।
(xi) ଏହି ପରୀକ୍ଷା ନଳୀଗୁଡ଼ିକୁ ଗୋଟିଏ ଗୋଟିଏ କରି ସତର୍କତାର ସହିତ ବାହାର କରାଯାଉ ।
(xii) ପରୀକ୍ଷା ନଳୀ ମୁଖ ପାଖରେ ଏକ ଜଳନ୍ତା ମହମବତୀ ଆଣି ଏହି ଗ୍ୟାସ୍ଗୁଡ଼ିକୁ ଗୋଟିଏ ଗୋଟିଏ କରି ପରୀକ୍ଷା କରାଯାଉ ।
(xiii) ଦୁଇଟି ପରୀକ୍ଷା ନଳୀରେ ଥିବା ଗ୍ୟାସ୍ଗୁଡ଼ିକୁ ପରୀକ୍ଷା କରିବାପାଇଁ ପ୍ରତ୍ୟେକ ପରୀକ୍ଷା ନଳୀର ମୁହଁ ପାଖକୁ ଏକ ଜଳନ୍ତା ମହମବତୀ ଆଣ । ଗୋଟିକରୁ ଏକ ‘ପପ୍’ ଶବ୍ଦ ଶୁଣାଯାଇ ପାରିବ ଯାହା ଉଦ୍ଜାନ ଗ୍ୟାସ୍ର ଉପସ୍ଥିତିକୁ ସୂଚିତ କରେ ।
(xiv) ଅନ୍ୟ ପରୀକ୍ଷା ନଳୀର ମୁହଁରେ ଜଳନ୍ତା ମହମବତୀ ଦେଖାଇଲେ ତାର ଶିଖା ଅଧ୍ୟକ ଉଜ୍ଜ୍ବଳ ହେବ, ଏହା ଅମ୍ଳଜାନ ଗ୍ୟାସ୍ ଉପସ୍ଥିତିକୁ ନିଶ୍ଚିତ କିରବ ।


ଗ୍ୟାସ୍ ପ୍ରକୃତି ପରୀକ୍ଷା- (କ) ହାଇଡ୍ରୋଜେନ୍ (ଖ) ଅମ୍ଳଜାନ
ପରୀକ୍ଷାରୁ ଜଣାପଡ଼ିଲା ଜଳ ଦୁଇଟି ଭିନ୍ନ ଉପାଦାନ ଯଥା— ଉଦ୍ଜାନ ଓ ଅମ୍ଳଜାନକୁ ନେଇ ଗଠିତ । ଜଳ → ଉଦ୍ଜାନ + ଅମ୍ଳଜାନ
ଜଳ ମଧ୍ୟରେ ବିଦ୍ୟୁତ୍ ପ୍ରବାହିତ ହେଲେ ଏହା ଉଦ୍ଜାନ ଓ ଅମ୍ଳଜାନରେ ବିଘଟିତ ହୁଏ । ଏହି ପ୍ରକ୍ରିୟା ଗୋଟିଏ ରାସାୟନିକ ପରିବର୍ତ୍ତନ ଅଟେ ।
ମୌଳିକ ପଦାର୍ଥ (Element) :
(i) ଯେଉଁ ପଦାର୍ଥଗୁଡ଼ିକ ସମାନ ପ୍ରକାରର କଣିକା ବା ପରମାଣୁ ଦ୍ଵାରା ଗଠିତ, ସେଗୁଡ଼ିକୁ ମୌଳିକ ପଦାର୍ଥ କହନ୍ତି ।
(ii) ଗୋଟିଏ ମୌଳିକର କଣିକାଗୁଡ଼ିକ ଅନ୍ୟ ଏକ ମୌଳିକର କଣିକାମାନଙ୍କ ଠାରୁ ଭିନ୍ନ ।
(iii) ମୌଳିକଗୁଡ଼ିକ ଏପରି ପଦାର୍ଥ ଯାହାକୁ ଆହୁରି ସରଳ ପଦାର୍ଥରେ ପରିଣତ କରାଯାଇପାରିବ ନାହିଁ ।
(iv) ମୌଳିକଗୁଡ଼ିକ ସମସ୍ତ ପଦାର୍ଥର ଗଠନର ଉତ୍ସ ଅଟନ୍ତି । ପ୍ରତ୍ୟେକ ପଦାର୍ଥର ଗଠନର ମୂଳ ପଦାର୍ଥ ହେଉଛି ମୌଳିକ ।
(v) ମୌଳିକ ପଦାର୍ଥଗୁଡ଼ିକୁ ଧାତୁ, ଅଧାତୁ ଓ ଉପଧାତୁ ଏହିପରି ତିନି ଶ୍ରେଣୀରେ ବିଭକ୍ତ କରାଯାଇପାରେ ।
(vi) ସୁନା, ରୂପା, ତମ୍ବା, ଲୁହା, ସୋଡ଼ିୟମ, ପୋଟାସିୟମ, କ୍ୟାଲସିୟମ, ପାରଦ, ସୀସା ପ୍ରଭୃତି ଧାତୁ ଅଟନ୍ତି ।
(vii) ଉଦ୍ଯାନ, ଅମ୍ଳଜାନ, ଯବକ୍ଷାରଜାନ, ଫ୍ଲୋରିନ୍, କ୍ଲୋରିନ୍ ବ୍ରୋମିନ୍, ଆୟୋଡି଼ନ, ଗନ୍ଧକ, ଫସଫରସ ପ୍ରଭୃତି ମୌଳିକ ଅଧାତୁ ଅଟନ୍ତି ।
(viii) ବୋରନ୍, ସିଲିକନ, ଜର୍ମାନିୟମ, ଆର୍ସେନିକ, ଏଣ୍ଟ୍ରିମନି, ଟେଲୁରିୟମ ଓ ପୋଲୋନିୟମ ପ୍ରଭୃତି ୭ଟି ମୌଳିକ ଉପଧାତୁ ଅଟନ୍ତି । ଏମାନଙ୍କଠାରେ ଧାତୁ ଓ ଅଧାତୁର ମଧ୍ୟବର୍ତ୍ତୀ ଗୁଣ ରହିଥାଏ ।
ମୌଳିକମାନଙ୍କ ବିଷୟରେ ବିଶେଷ ତଥ୍ୟ :
ବର୍ତ୍ତମାନ ଜଣାଯାଇଥିବା ମୌଳିକ ସଂଖ୍ୟା ୧୧୮ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ କଠିନ ଅବସ୍ଥାରେ ଥାଆନ୍ତି ।
୧୧ଟି ମୌଳିକ ସାଧାରଣ ତାପମାତ୍ରାରେ ଗ୍ୟାସୀୟ ଅବସ୍ଥାରେ ଥାଆନ୍ତି । ସେଗୁଡ଼ିକ ଉଦଯାନ, ଅମ୍ଳଜାନ, ଯବକ୍ଷାରଜାନ, ଫ୍ଲୋରିନ୍, କ୍ଲୋରିନ, ହିଲିୟମ, ନିୟନ, ଆର୍ଶନ, କ୍ରିପ୍ଟନ, ଜେନନ୍ ଓ ରାଡ଼ନ୍ ।
କେବଳ ଦୁଇଟି ମୌଳିକ ସାଧାରଣ ତାପମାତ୍ରାରେ ତରଳ ଅବସ୍ଥାରେ ରହନ୍ତି, ଯଥା- ପାରଦ (ଧାତୁ) ଓ ବ୍ରୋମିନ (ଅଧାତୁ) ।
ଗାଲିୟମ ଏବଂ ସିଜିୟମ କଠିନ ମୌଳିକ ହେଲେ ମଧ୍ୟ ସେମାନେ ପ୍ରାୟ 30° C ତାପମାତ୍ରାରେ ତରଳ ଅବସ୍ଥା ଧାରଣ କରନ୍ତି ।
ମୌଳିକର କଣିକାମାନଙ୍କର ସ୍ଵାଧୀନ ସ୍ଥିତି :
ମୌଳିକମାନଙ୍କର କ୍ଷୁଦ୍ରତ୍ତମ କଣିକାକୁ ପରମାଣୁ (Atom) କହନ୍ତି ।
ଅଧିକାଂଶ ମୌଳିକର ପରମାଣୁ ସ୍ଵାଧୀନ ଭାବରେ ତିଷ୍ଠି ପାରନ୍ତି ନାହିଁ ।
ଏହିପରି ଦୁଇ କିମ୍ବା ଅଧ୍ଵ ପରମାଣୁ ମିଶି ସେହି ମୌଳିକର ଏକ ସ୍ଥାୟୀ କଣିକା ବା ଅଣୁ (Molecule) ଗଠନ କରନ୍ତି ।
ଦୁଇଟି ଉଦ୍ଜାନ ପରମାଣୁ ମିଶି ଉଦଜାନର ଗୋଟିଏ ଅଣୁ ଗଠନ କରନ୍ତି । ସେହିପରି ଦୁଇଟି ଅମ୍ଳଜାନ ପରମାଣୁ ମିଶି ଅମ୍ଳଜାନର ଗୋଟିଏ ଅଣୁ ଗଠନ କରନ୍ତି ।
ମୋବାଇଲ ଫୋନ୍ରେ ମୌଳିକର ବ୍ୟବହାର :
ମୋବାଇଲ୍ ଫୋନ୍ ତିଆରି କରିବାରେ ଆଲୁମିନିୟମ, ସୁନା, ଲିଥ୍ୟମ୍, କୋବାଲ, ସିଲିକନ୍, ତମ୍ବା, ରୂପା ପ୍ରଭୃତି ୪୫ରୁ ଅଧିକ ଭିନ୍ନ ଭିନ୍ନ ମୌଳିକ ବ୍ୟବହୃତ ହୁଏ, ମୋବାଇଲ ଫୋନ୍ର ପରଦା, ବ୍ୟାଟେରୀ ଏବଂ ଅନ୍ୟାନ୍ୟ ଉପାଦାନ ଉଲ୍ଲିଖ୍ତ ମୌଳିକରୁ ତିଆରି ହୁଏ ।
![]()
ଯୌଗିକ ପଦାର୍ଥ (Compound) :
(i) ଯେତେବେଳେ ବିଭିନ୍ନ ଉପାଦାନ ନିର୍ଦ୍ଦିଷ୍ଟ ଅନୁପାତରେ ମିଳିତ ହୋଇ ସମ୍ପୂର୍ଣ୍ଣ ନୂତନ ପଦାର୍ଥ ଗଠନ କରନ୍ତି, ସେହି ନୂତନ ପଦାର୍ଥକୁ ଯୌଗିକ ପଦାର୍ଥ କହନ୍ତି ।
(ii) ଯୌଗିକ ପଦାର୍ଥର ଧର୍ମ ସେହି ଯୌଗିକ ଗଠନ କରୁଥିବା ମୌଳିକ ପଦାର୍ଥଗୁଡ଼ିକର ଗୁଣଠାରୁ ଭିନ୍ନ ଅଟେ ।
(iii) ଏକ ଯୌଗିକର ମୌଳିକଗୁଡ଼ିକୁ କୌଣସି ଭୌତିକ ପଦ୍ଧତିଦ୍ଵାରା ପୃଥକ କରାଯାଇପାରିବ ନାହିଁ ।
(iv) ଜଳ ଏକ ଯୌଗିକ ପଦାର୍ଥ ଯହିଁରେ ଉଦଜାନ ଏବଂ ଅମ୍ଳଜାନ ପରମାଣୁର ଅନୁପାତ 2 : 1 ନରମଧାତୁ
ସୋଡ଼ିୟମ ଏବଂ ବିପଦଜନକ ଗ୍ୟାସ କ୍ଲୋରିନ ମିଶି ସ୍ଵାଦ ବର୍ଷକ ପଦାର୍ଥ ସୋଡ଼ିୟମ କ୍ଲୋରାଇଡ଼ (Nacl) ବା ଖାଇବା ଲୁଣ ଗଠନ କରନ୍ତି । ଏହି ସୋଡ଼ିୟମ କ୍ଲୋରାଇଡ୍ ଏକ ଯୌଗିକ ଯହିଁରେ ସୋଡ଼ିୟମ ଏବଂ କ୍ଲୋରିନ ପରମାଣୁ ସଂଖ୍ୟାର ଅନୁପାତ 1 : 1 |
କାର୍ବନ, ଉଦ୍ଜାନ ଏବଂ ଅମ୍ଳଜାନଦ୍ୱାରା ଗଠିତ ପଦାର୍ଥ ଚିନି ମଧ୍ଯ ଏକ ଯୌଗିକ ପଦାର୍ଥ ।
କାର୍ଯ୍ୟ ୩ : ଆସ ପରୀକ୍ଷା କରିବା
ଚିନିରେ ଥିବା ମୌଳିକ ପଦାର୍ଥ ଜାଣିବାପାଇଁ ପରୀକ୍ଷା : (ପରୀକ୍ଷାଟି ଶିକ୍ଷକଙ୍କ ଉପସ୍ଥିତିରେ କରାଯିବା ଆବଶ୍ୟକ)
(i) ଏକ ଚାମଚ ଚିନିକୁ ପରୀକ୍ଷା ନଳୀରେ ନିଆଯାଉ ।
(ii) ଚିତ୍ର କରେ ଦେଖାଯାଇଥିବା ପରି ଏହାକୁ ଧୀରେ ଧୀରେ ଗରମ କରାଯାଉ ।
(iii) ଚିନିକୁ ଗରମ କଲେ ଏହା ବାଦାମୀ ରଙ୍ଗ ହୁଏ । (ଚିତ୍ର ଖ) ତା’ପରେ ଏହା ପୋଡ଼ି କଳା ପଡ଼ିବାକୁ ଆରମ୍ଭ କରେ ।
(iv) ପରୀକ୍ଷା ନଳୀର ଖୋଲା ମୁହଁ ନିକଟରେ କ୍ଷୁଦ୍ର ଜଳ ବିନ୍ଦୁ ଦେଖୁରିବା । ଏହି ଜଳ କେଉଁଠାରୁ ଆସିଲା ? ଏହା ଶୁଖୁଲା ଚିନିରେ ଥିଲା ବୋଲି ଜଣାପଡ଼ିବ ।
(v) ଜଳିବା ପରେ କ’ଣ ଅବଶେଷ ରହିଗଲା ? ଏହା କାଠ ଅଙ୍ଗାର ବା ଚାର୍ କୋଲ୍ (carbon) ଅଟେ । ଏହାକୁ ଏକ କାଚ ପାତ୍ରରେ ରଖ୍ ଜଳାଇଲେ ଏହା କୋଇଲା ପରି ଜଳିବାର ଦେଖାଯିବ ।
(vi) ଉତ୍ତାପ ପାଇଲେ ଚିନିର ବିଘଟନ ଘଟି ଅଙ୍ଗାରକ (carbon) ଏବଂ ଜଳ ସୃଷ୍ଟିହୁଏ ।
(vii) ଯେହେତୁ ଜଳ, ଉଦ୍ଜାନ୍ ଏବଂ ଅମ୍ଳଜାନରେ ଗଠିତ, ତେଣୁ ଚିନି ଏକ ମୌଳିକ ହୋଇ ନପାରେ ।
(viii) ଏଣୁ କୁହାଯାଇପାରେ ଯେ, ଅଙ୍ଗାରକ, ଉଦ୍ଜାନ୍ ଓ ଅମ୍ଳଜାନର ଏକ ରସାୟନିକ ଯୌଗିକ ପଦାର୍ଥ ହେଉଛି ଚିନି ।

ଟ୍ୟୁବ୍ରେ ଗରମ ଚିନି
ଯୌଗିକ କିପରି ଗଠିତ ହୁଏ, ଜାଣିବାପାଇଁ ପରୀକ୍ଷଣ (ପ୍ରଦର୍ଶନ କାର୍ଯ୍ୟ)
(i) (ବିଶେଷ ନିରାପତ୍ତା ପ୍ରତିଧ୍ୟାନ ପରୀକ୍ଷଣ ଶିକ୍ଷକଙ୍କ ମାର୍ଗ ଦର୍ଶନରେ କରାଯିବା ଆବଶ୍ୟକ । ଧୂମ୍ର ନିଷ୍କାସନ ବ୍ୟବସ୍ଥା ଥିବା କିମ୍ବା ମୁକ୍ତ ବାୟୁ ଚଳାଚଳ ସ୍ଥାନରେ ଏହି କାର୍ଯ୍ୟ କରାଯିବା ଉଚିତ । ଉତ୍ପନ ଗ୍ୟାସକୁ ଆଘ୍ରାଣ କରାଯିବ ନାହିଁ ।)
(i) ପ୍ରଥମେ 5.6 ଗ୍ରାମ୍ ଲୁହାଗୁଣ୍ଡ ଓ 3.2 ଗ୍ରାମ ଗନ୍ଧକ ଗୁଣ୍ଡର ମିଶ୍ରଣକୁ ଏକ ୱାଚ୍ ଗ୍ଲାସରେ ନିଆଯାଉ । ଏଥିରେ ଲୁହାଗୁଣ୍ଡ ଓ ଗନ୍ଧକଗୁଣ୍ଡ ପୃଥକଭାବେ ଦୃଷ୍ଟିଗୋଚର ହେଉଥିବାରୁ, ଏହା ଏକ ଅସମତୁଲ ମିଶ୍ରଣ ।
(ii) ଏହି ମିଶ୍ରଣ ନମୁନା ‘କ’ ହେଉ ଏବଂ ଏହି ମିଶ୍ରଣରୁ ଅଧା ଏକ ଚିନାମାଟି କପ୍ରେ ନେଇ ମିଶ୍ରଣକୁ ଧୀରେ ଧୀରେ ଗରମ କରାଯାଉ ।
(iii) ଚିନାମାଟି ପାତ୍ରରେ ଉତ୍ପନ କଳାରଙ୍ଗର ପଦାର୍ଥକୁ ଥଣ୍ଡା କରିବାପରେ ଏକ ହେମଦସ୍ତାରେ ଗୁଣ୍ଡ କରାଯାଉ ।

(କ) ଲୁହା ଗୁଣ୍ଡ (ଖ) ସଲ୍ଫର ପାଉଡ଼ର
(iv) ଗୁଣ୍ଡକୁ ଅନ୍ୟ ଏକ ୱାଚ ଗ୍ଲାସରେ ରଖ୍ ନମୁନା ‘ଖ’ ରୂପେ ଚିହ୍ନଟ କରାଯାଉ ।
(v) ନମୁନା ‘କ’ର ରଙ୍ଗର ଧୂସର-ହଳଦିଆ ଓ ନମୁନା ‘ଖ’ରେ ଥିବା ପଦାର୍ଥର ରଙ୍ଗ କଳାହେବ । ନମୁନା ‘କ’ରେ ଥିବା ପଦାର୍ଥ ବିନ୍ୟାସ ଶୁଷ୍କ, ଦାନାଦାର ଓ ନରମ ଅସମତୁଲ ମିଶ୍ରଣ ଏବଂ ନମୁନା ‘ଖ’ରେ ଥିବା ପଦାର୍ଥର ବିନ୍ୟାସ କଳା-ଧୂଷର, ଭଙ୍ଗୁରପ୍ରବଣ ବା ଧାତବ ଦ୍ୟୁତି ସମ୍ପନ୍ନ ସ୍ଫଟିକ ଆକୃତିର ଗୁଣ୍ଡରେ ପରିଣତ ହେବ ।
(vi) ନମୁନା ‘କ’ରେ ଥିବା ପଦାର୍ଥ (ଲୁହାଗୁଣ୍ଡ ଓ ଗନ୍ଧକ ଗୁଣ୍ଡ) ଉପରେ ଚୂମ୍ବକ ବୁଲାଇଲେ ଏହା ଲୁହାଗୁଣ୍ଡକୁ ଆକର୍ଷଣ କରିବ । ଫଳରେ ଲୁହାଗୁଣ୍ଡ ଓ ଗନ୍ଧକ ଗୁଣ୍ଡ ପରସ୍ପରଠାରୁ ପୃଥକ ହୋଇଯିବ । ନମୁନା ‘ଖ’ରେ ଥିବା ପଦାର୍ଥ ଉପରେ ଚୁମ୍ବକ ବୁଲାଇଲେ ଏହା ପଦାର୍ଥକୁ ଆକର୍ଷଣ କରିବ ନାହିଁ, କାରଣ ଏଥିରେ ଆଇରନ ସଲଫାଇଡ୍ ନାମକ ଯୌଗିକ ସୃଷ୍ଟି ହେବ ।
ଲୁହା + ଗନ୍ଧକ → ଆଇରନ୍ ସଲଫାଇଡ଼୍
(vii) ବର୍ତ୍ତମାନ ପରୀକ୍ଷା ନଳୀର ନମୁନା ‘କ’ରୁ ଅଳ୍ପ କିଛି ନେଇ ସେଥିରେ କିଛି ବୁନ୍ଦା ଲଘୁ ଲବଣାମ୍ଳ ମିଶାଯାଉ । (ଲବଣାମ୍ଳ ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ)
(viii) ପର୍ଯ୍ୟବେକ୍ଷଣ କଲେ କିଛିଗ୍ୟାସ ନିର୍ଗତ ହେବ । ଏହି ଗ୍ୟାସର ନାମ ଉଦ୍ଯାନ ।
ଲୁହା + ଲଘୁ ଲବଣାମ୍ଳ → ଆଇରନ୍ କ୍ଲୋରାଇଡ୍ + ଉଦ୍ଜାନ ଗ୍ୟାସ
(ix) ହାତ ପାପୁଲିରେ ଆଡ଼େଇ ନିର୍ଗତ ଗ୍ୟାସ ଆଘ୍ରାଣ କରେ ଏହା ଗନ୍ଧହିନ ଜଣାପଡ଼ିବ ।
(x) ପରୀକ୍ଷା ନଳୀର ମୁହଁ ନିକଟରେ ଏକ ଜଳନ୍ତା ମହମବତୀ କିମ୍ବା ଡିଆସିଲି କାଠିରüଲେ ଗ୍ୟାସ୍ ‘ପପ୍’ ଶବ୍ଦକରି ଜଳିଉଠିବ । ଏଣୁ ଗ୍ୟାସଟି ଉଦ୍ଯାନ ଗ୍ୟାସ ଅଟେ ।
(xi) ନମୁନା ‘ଖ’ରେ ଥିବା ପଦାର୍ଥରେ କିଛି ବୁନ୍ଦା ଲଘୁ ଲବଣାମ୍ଳ ମିଶାଇଲେ ଗୋଟିଏ ଗ୍ୟାସ ଉତ୍ପନ ହେବ ଯେଉଁ ଗ୍ୟାସଟି ପଚାଅଣ୍ଡା ଗନ୍ଧ ସୃଷ୍ଟି କରିବ ।
ଉକ୍ତ ଗ୍ୟାସଟି ହେଉଛି ହାଇଡ୍ରୋଜେନ ସଲଫାଇଡ୍ ।


ନମୁନା ‘ଖ’ ରେ ଘଟୁଥିବା ପରିବର୍ତ୍ତନ – ଲୁହା + ଗନ୍ଧକ → ଲୌହ ସଲଫାଇଡ୍
ଲୌହ ସଲଫାଇଡ୍ + ଲଘୁ ଲବଣାସ୍କ → ଲୌହ କ୍ଲୋରାଇଡ୍ + ହାଇଡ୍ରୋଜେନ ସଲଫାଇଡ୍
ଉକ୍ତ ପରୀକ୍ଷାରେ ବ୍ୟବହୃତ ପଦାର୍ଥଗୁଡ଼ିକ ମଧ୍ୟରେ ଲୁହା ଓ ଗନ୍ଧକ ଦୁଇଟି ମୌଳିକ । ଆଇନରନ୍ ସଲଫାଇଡ଼, ଲବଣାମ, ଲୌହ କ୍ଲୋରାଇଡ୍ ଏବଂ ହାଇଡ୍ରୋଜେନ ସଲଫାଇଡ୍ ପରି ପଦାର୍ଥଗୁଡ଼ିକ ଯୌଗିକ ଅଟନ୍ତି ।
ମୌଳିକ ପଦାର୍ଥ, ଯୌଗିକ ପଦାର୍ଥ ଏବଂ ମିଶ୍ରଣର ବ୍ୟବହାର :
ମୌଳିକ ପଦାର୍ଥର ବ୍ୟବହାର :
(i) ଆମେ ଶ୍ଵାସକ୍ରିୟାରେ ବ୍ୟବହାର କରୁଥିବା ବାୟୁରେ ଅମ୍ଳଜାନ ଓ ଯବକ୍ଷାରଜାନ ପ୍ରଭୃତି ମୌଳିକ ଥାଏ ।
(ii) ଜୀବନ ପାଇଁ ଅତ୍ୟାବଶ୍ୟକ ଜଳରେ ଉଦ୍ଜାନ ଓ ଅମ୍ଳଜାନ ପରି ଦୁଇଟି ମୌଳିକ ଥାଏ ।
(iii) ଲୁହା, ତମ୍ବା, ଦସ୍ତ ଓ ଏଲୁମିନିୟମ୍ ପରି ମୌଳିକ ଗୁଡ଼ିକର ସମତୁଲ ମିଶ୍ରଣ, ଏଲୟ ଭାବେ ବ୍ୟବହାର ହୁଏ ।
(iv) ମୌଳିକଗୁଡ଼ିକ ବିଭିନ୍ନ ଯୌଗିକ ଓ ମିଶ୍ରଣ ତିଆରିରେ ବ୍ୟବହୃତ ହୁଅନ୍ତି । ବିଭିନ୍ନ ମିଶ୍ରଧାତୁ ବା ଏଲୟ ମୌଳିକଗୁଡ଼ିକର ସମତୁଲ ମିଶ୍ରଣ ।
(v) ଖଣିଜ ପଦାର୍ଥରେ ଥିବା ସୁନା, ରୂପା, ତମ୍ବା ପ୍ରଭୃତି ମୂଲ୍ୟବାନ ମୌଳିକ ଥାଏ ।
(vi) ପ୍ରତିଟି ପଦାର୍ଥ ଏକ ବା ଏକାଧ୍ଵକ ମୌଳିକରୁ ସୃଷ୍ଟି ।
ଯୌଗିକ ପଦାର୍ଥର ବ୍ୟବହାର :
(i) ଅଙ୍ଗାରକାମ୍ଳ ଏକ ଯୌଗିକ ଯାହା ଉଦ୍ଦିଦର ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ ହୁଏ ।
(ii) ସୋଡ଼ିୟମ କ୍ଲୋରାଇଡ଼, ସୋଡ଼ିୟମ୍ କାର୍ବୋନେଟ୍, ସୋଡ଼ିୟମ୍ ବାଇକାର୍ବୋନେଟ, ବ୍ଲିଚିଂପାଉଡ଼ର ପ୍ରଭୃତି ଯୌଗିକ ଭିନ୍ନଭିନ୍ନ କାର୍ଯ୍ୟରେ ଲାଗିଥାଏ ।
(iii) ଏମୋନିଆ, ଏମୋନିୟମ୍ ସଲଫେଟ୍, କ୍ୟାଲ୍ସିୟମ ଫସଫେଟ୍, ପ୍ରଭୃତି ଯୌଗିକ ରାସାୟନିକ ସାର ପ୍ରସ୍ତୁତିରେ
ଲାଗେ ।
(iv) ମିଥେନ୍, ଇଥେନ୍, ମ୍ୟୁଟେନ୍, ପ୍ରଭୃତି ଯୌଗିକ ଇନ୍ଧନ ଭାବେ ବ୍ୟବହାର ହୁଏ ।
(v) କେତେକ ଯୌଗିକରୁ ବିଭିନ୍ନ ପ୍ରକାରର ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତ ହୁଏ ।
(vi) ବିଭିନ୍ନ ଅମ୍ଳଗୁଡ଼ିକ ରାସାୟନିକ ଶିଳ୍ପ ଓ ବିଜ୍ଞାନଗାରରେ ବ୍ୟବହୃତ ହୁଏ ।
(vii) ଖଣିଜ ପଦାର୍ଥଗୁଡ଼ିକରେ ବିଭିନ୍ନ ପ୍ରକାରର ଧାତବ ଓ ଅଧାତବ ଯୌଗିକ ଥାଏ ।
ମିଶ୍ରଣର ବ୍ୟବହାର :
(i) ମିଶ୍ରଧାତୁଗୁଡ଼ିକରୁ ବାସନକୁସନ ଓ ଅନ୍ୟାନ୍ୟ ପଦାର୍ଥ ତିଆରି ହୁଏ ।
(ii) ଦୈନନ୍ଦିନ ଜୀବନରେ ବିଭିନ୍ନ ମିଶ୍ରଣ ବ୍ୟବହାର ଉପଯୋଗୀ ହୁଏ ।
(iii) ମିଶ୍ରଣ ମଧ୍ୟ ଔଷଧରୂପେ ବ୍ୟବହାର କରାଯାଏ ।
ଗ୍ରାଫିକ୍ ଏରୋଜେଲ୍ ଏହା କାର୍ବନରୁ ପ୍ରସ୍ତୁତ ପୃଥିବୀର ସବୁଠାରୁ ହାଲୁକା ପଦାର୍ଥ । ଛିଦ୍ରଯୁକ୍ତ ହୋଇଥିବାରୁ ଏହାର ଶୋଷଣ କ୍ଷମତା ଅଧିକ । ପରିବେଶ ସଫାକରିବା ପଦାର୍ଥଭାବେ, ସମୁଦ୍ର ଓ ସ୍ଥଳଭାଗରେ ତୈଳସ୍ତର ସଫାକରିବା କାର୍ଯ୍ୟରେ ଏହା ବ୍ୟବହୃତ ହୁଏ । ଶକ୍ତି ସଞ୍ଚୟକାରୀ ଉପକରଣ ଏବଂ କୋଠାଘରେ ସ୍ଵତନ୍ତ୍ର ପ୍ରଲେପ ତିଆରି କରିବାରେ ଉପଯୋଗୀ ହୋଇଥାଏ ।
ଭାରତୀୟ କଳାରେ ମୌଳିକ, ଯୋଗିକ ଏବଂ ମିଶ୍ର ମିଶ୍ରଣର ବ୍ୟବହାର
(i) ଢୋକ୍ରା କଳା (Dhokra Art) ହେଉଛି ବିହାର ଏବଂ ଓଡ଼ିଶାର ଏକ ପ୍ରାଚୀନ ଆଦିବାସୀ କଳା, ଯେଉଁଥିରେ ପ୍ରକୃତିଦ୍ଵାରା ଅନୁପ୍ରାଣିତ ସୁନ୍ଦର ଆକୃତି ସୃଷ୍ଟି କରିବା ପାଇଁ ବିଭିନ୍ନ ଧାତୁ ବ୍ୟବହାର କରାଯାଏ । ଏହି ପ୍ରକ୍ରିୟା ମହୁମାଛି ମହମ (bee wax)ରେ ଏକ ଆକୃତି ପ୍ରସ୍ତୁତିରୁ ଆରମ୍ଭ ହୁଏ । ଏହି ମହମ ମଡ଼େଲକୁ ମାଟିରେ ଆଚ୍ଛାଦିତ କରି ଏକ ଛାଞ୍ଚ କରାଯାଏ ।
(iii) ମାଟି କଠିନ ହେବା ପରେ ମହମକୁ ତରଳାଯାଏ ଏବଂ ଏହା ଏକ ଫାଙ୍କା ସ୍ଥାନ ଛାଡ଼ିଥାଏ ।
(iv) ଏହି ସ୍ଥାନଟି ତରଳ ପିତ୍ତଳ କିମ୍ବା କଂସାରେ ପରିପୂର୍ଣ୍ଣ କରାହୋଇଥାଏ ।

ଢୋକ୍ରା କଳା ଚିତ୍ର
(v) ଏହା ‘ଢୋକ୍ରା’ କଳାକୁ ଶକ୍ତିଶାଳୀ କରିଥାଏ ଏବଂ ଏହାକୁ ଏକ ଚକଚକିଆ ସୁବର୍ଣ୍ଣ ରଙ୍ଗ ଦେଇଥାଏ ।
(vi) ଚିତ୍ରଗୁଡ଼ିକ ପ୍ରାୟତଃ ପ୍ରାଣୀ, ମଣିଷ ଏବଂ ପ୍ରକୃତିକୁ ଦର୍ଶାଏ ।
(vii) ଢୋକ୍ରାକାଳା ଆଦିବାସୀ ସୃଜନଶୀଳତା ଏବଂ ପରମ୍ପରାକୁ ପ୍ରତିଫଳିତ କରେ ।
![]()
ପାଠ୍ୟପୁସ୍ତକସ୍ଥ ଅନୁସନ୍ଧାନ ଓ ଚିନ୍ତନ ପ୍ରଶ୍ନୋତ୍ତର
ପାର୍ଶ୍ୱସ୍ଥ ଚିତ୍ରରେ ଥବା କେଉଁ ବସ୍ତ ପଦାର୍ଥକୁ ଗଠିତ ଏବଂ କେଉଁଟି ନୁହେଁ ?
ବସ୍ତଗୁଡ଼ିକ ସାଧାରଣତଃ ଏକ ବା ଏକାଧ୍ଵକ ପଦାର୍ଥ ରୁ ଗଠିତ ହୋଇଥାଏ । ପଦାର୍ଥରୁ ଗଠିତ ବସ୍ତୁଗୁଡ଼ିକ ହେଲା : ସ୍କୁଲ୍ କୋଠା, ଧାତୁରେ ରେଲିଂ, ବହି, ବ୍ୟାଗ୍, ପାଣିବୋତଲ, ବାଡ଼ି, ଖାଦ୍ୟ ବାକ୍ସ, ପୋଷାକ ।
ଏକ ଯୌଗିକ ପଦାର୍ଥ ଗଠନ ପାଇଁ ମୌଳିକଗୁଡ଼ିକୁ କିପରି ଏକାଠି କରାଯାଇପାରିବ ?
ରାସାୟନିକ ପ୍ରତିକ୍ରିୟା ଦ୍ଵାରା, ମୌଳିକ ଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ମିଶି ଏକ ଯୌଗିକ ଗଠନ କରନ୍ତି । ଉଦାହରଣ-1 : ଉଦ୍ଜାନ, କ୍ଲୋରିନ୍ ସହିତ ମିଶି ହାଇଡ୍ରୋଜେନ୍ କ୍ଲୋରାଇଡ୍ ଯୌଗିକ ସୃଷ୍ଟି କରେ ।
ଉଦଜାନ (H2) + କ୍ଲୋରିନ୍ (Cl2) → 2 × ହାଇଡ୍ରୋଜେନ୍ କ୍ଲୋରାଇଡ୍ (HCl)
ଉଦାହରଣ – 2 : ଉଦ୍ଜାନ ଅମ୍ଳଜାନ ସହିତ ମିଶି ଜଳ (HO) ସୃଷ୍ଟି କରେ ।
2 × ଉଦ୍ଜାନ (H2) + ଅମ୍ଳଜାନ (02) → 2 × ଜଳ (H2O)
ବାୟୁରୁ ଅଙ୍ଗାରକାମ୍ଳ ଗ୍ୟାସ ଶୋଷଣ କରୁଥିବା ଏକ ଯୌଗିକର ଆବିଷ୍କାର ପରିବେଶ ଗତ ସମସ୍ୟାର କିପରି ସମାଧାନ କରିପାରିବ ?
ପୋଟାସିୟମ ହାଇଡ୍ରକ୍ସାଇଡ଼୍ କିମ୍ବା ସୋଡ଼ିୟମ୍ ହାଇଡ୍ରକ୍ସାଇଡ଼୍ ଭଳି ଶକ୍ତିଶାଳୀ କ୍ଷାର ବାୟୁରେ ଉପସ୍ଥିତ ଅଙ୍ଗାରକାମ୍ଳ ସହିତ ପ୍ରତିକ୍ରିୟା କରି ଏହାକୁ ଶୋଷି ନେଇପାରନ୍ତି ।
ଏହା ସହିତ, ପଲିଥୁନ୍ ଇମାଇନ୍ ଭଳି ବିଶେଷ ପଲିମର, ସକ୍ରିୟ ଅଙ୍ଗାର ଭଳି ଛିଦ୍ରଯୁକ୍ତ ପଦାର୍ଥ ଏବଂ ଉଭିଦ ଭଳି ପ୍ରାକୃତିକ ଶୋଷକ ଗୁଡ଼ିକ ବାୟୁରୁ ଅଙ୍ଗାରକାମ୍ଳକୁ ଧରି ରଖିବାରେ ସାହାଯ୍ୟ କରିଥାଏ । ଏହି ପ୍ରକ୍ରିୟାଦ୍ଵାରା ପୃଥିବୀର ବାୟୁମଣ୍ଡଳରୁ କାର୍ବନ ଡାଇଅକ୍ସାଇଡ୍ ଶୋଷଣ କରାଯାଇ ଗ୍ଲୋବାଲ୍ ୱାମିଂ ହ୍ରାସ କରାଯାଇପାରିବ ।