BSE Odisha 9th Class History Important Questions Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

Odisha State Board BSE Odisha 9th Class History Important Questions Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ Important Questions and Answers.

BSE Odisha Class 9 History Important Questions Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଉପନିବେଶବାଦ ସୃଷ୍ଟି କରିବାରେ ଭୌଗୋଳିକ ଆବିଷ୍କାର କିପରି ସହାୟକ ହୋଇଥିଲା ?
Answer:

  • ପଞ୍ଚଦଶ ଓ ଷୋଡ଼ଶ ଶଢାଜୀରେ ଇଉରୋପୀୟମାନ ଙ୍କ ଦ୍ଵାର। ଭିନ୍ନ ଭିନ୍ନ ସ୍ଥାନରେ ଅନେକ ନୂତନ ଅଞ୍ଚଳ ଆବିଷ୍କୃତ ହେଲା ।
  • ଏସିଆ ଓ ଆଫ୍ରିକା ମହାଦେଶର ବିଭିନ୍ନ ଦେଶକୁ ଇଉରୋପୀୟ ରାଷ୍ଟ୍ର ମାନଙ୍କ ରୁ ଜଳପଥ ଓ ସ୍ଥଳପଥ ଆବିଷ୍କୃତ ହୋଇ ଯାତାୟାତ ଓ ଯୋଗାଯୋଗର ସୁବିଧା ସୃଷ୍ଟି କରିଥିଲା ।
  • ପ୍ରତ୍ୟେକ ଦେଶ ଅନ୍ୟ ଦେଶ ସମ୍ବନ୍ଧରେ ଜ୍ଞାନ ଆହରଣ କଲେ ।
  • ଭୌଗୋଳିକ ଆବିଷ୍କାରକମାନେ ସେମାନଙ୍କ ବିବରଶୀରେ ନୂତନ ଭାବେ ଆବିଷ୍କତ ଅଞ୍ଚଳରେ ବ୍ୟବସାୟିକ ଓ ରାଜନୈତିକ ଲାଭ ପାଇଁ ଅନୁକୂଳ ପରିସ୍ଥିତି କଥା ଉଲ୍ଲେଖ କଲେ ।

୨। ଉପନିବେଶବାଦୀ ରାଷ୍ଟ୍ର ମାନଙ୍କ ହାତ ରେ ମରକ୍କୋର ସ୍ଥିତି ସମ୍ପର୍କରେ ସଂକ୍ଷେପରେ ଲେଖ ।
Answer:

  • ଫ୍ରି କାର ଉତ୍ତର ଉପକୂଳରେ ଅବସ୍ଥିତ ମରକ୍କୋକୁ ଉଭୟ ଫ୍ରାନ୍ସ ଓ ଇଟାଲୀ ନିଜ ଅଞ୍ଚଳଭାବେ ଦାବି କଲେ ।
  • ୧୯୦୦ ମସିହାରେ ଫ୍ରାନ୍ସର ମରକ୍‌ ଅଧିକାର ଓ ଇଟାଲୀର ତ୍ରି ପୋଲୀ ଓ ସିରେ ନାଇକା ଅଧ୍ଵରକୁ ଉଭୟ ଦେଶ ଗ୍ରହଣ କଲେ ।
  • ୧୯୦୪ ମସିହାରେ ଏକ ଚୁକ୍ତି ଅନୁସାରେ ଫ୍ରାନ୍ସକୁ ମରକ୍କୋ ଦିଆଗଲା ।
  • ମାତ୍ର ଜର୍ମାନୀର ବିରୋଧ ହେତୁ ଫରାସୀ କଙ୍ଗୋର ୨୫୦୦୦୦ କିଲୋମିଟର ଅଞ୍ଚଳ ଜର୍ମାନୀକୁ ସମର୍ପଣ କରିବାପାଇଁ ଫ୍ରାନ୍ସ ରାଜି ହେଲା ଏବଂ ସ୍ପେନ୍‌କୁ ମରକ୍କୋର ଏକ ଛୋଟ ଅଂଶ ଦିଆଗଲା ।
  • ୧୯୧୨ ମସିହାରେ ଫ୍ରାନ୍ସ ମରକ୍‌କୁ ତା’ର ସୁରକ୍ଷାପ୍ରାପ୍ତ ଦେଶ ଭାବେ ପ୍ରତିଷ୍ଠିତ କଲା ।

୩। ଉପନିବେଶବାଦ ର କୁ ପରି ଣାମଗୁଡ଼ିକ ସଂକ୍ଷେପରେ ଲେଖ ।
Answer:
ଉପନିବେଶବାଦ ର କୁ ପରି ଣାମଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା ।

  • ପ୍ରଥମତଃ, ସାମ୍ରାଜ୍ୟବାଦ ଓ ଉପନିବେଶବାଦ ଫଳରେ ଉପନି ବେଶଗୁଡ଼ିକର ତଥା ଫଳରେ ଉପନି ବେଶ ଗୁଡ଼ିକର ତଥା ଭାବରେ ନିୟନ୍ତ୍ରିତ ଅନ୍ୟାନ୍ୟ ଦେଶଗୁଡ଼ିକର ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଲା । ଏହି ଦେଶମାନଙ୍କରେ ସ୍ଥାନୀୟ ଶିଳ୍ପଗୁଡ଼ିକ ଲୋପ ପାଇଲା ।
  • ଦ୍ଵିତୀୟତଃ, ଉପନିବେଶ ଗୁଡ଼ିକର ପ୍ରାକୃତିକ ସମ୍ପଦ ସାମ୍ରାଜ୍ୟବାଦୀ ରାଷ୍ଟ୍ରଙ୍କ ନିୟନ୍ତ୍ରଣାଧୀନ ହେଲା ଓ ସେଠାରେ ଶିଳ୍ପାୟନକୁ ନିରୁତ୍ସାହିତ କରାଗଲା ।
  • ତୃତୀୟତଃ, ଉପନି ବେ ଶଗୁଡ଼ିକ ରେ ସାମ୍ରାଜ୍ୟବାଦୀ ଦେଶଗୁଡ଼ିକର ଶିଳ୍ପ ପାଇଁ ହେଉଥ‌ିବା ଆବଶ୍ୟକତାକୁ ମେଣ୍ଟାଇବା ଉଦ୍ଦେଶ୍ୟରେ କୃଷି ପ୍ରଣାଳୀରେ ପରିବର୍ତ୍ତନ କରାଗଲା ।
  • ଚତୁର୍ଥତଃ, ଉପନିବେଶଗୁଡ଼ିକରେ ଅତ୍ୟଧିକ କର ଓ ଖଜଣା ଆଦାୟ କରି ସାମ୍ରାଜ୍ୟବାଦୀ ରାଷ୍ଟ୍ରମାନେ ଶୋଷଣ କଲେ ।
  • ପଞ୍ଚମତଃ, ଉପନି ବେ ଶବାଦ ବା ସାମ୍ରାଜ୍ୟବାଦଦ୍ୱାରା ବର୍ଣ୍ଣଗତ ବିଦ୍ବେଷ ଓ ଅହଙ୍କାର ସୃଷ୍ଟି ହେଲା ।

BSE Odisha 9th Class History Important Questions Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

୪। ଦକ୍ଷିଣ ଆଫ୍ରିକାରେ ଶ୍ୱେତାଙ୍ଗ ଶାସନ ସଂକ୍ଷେପରେ ବ୍ୟାଖ୍ୟା କର ।
Answer:

  • ୧୮୭୦ ମସିହାରେ ସେସିଲ୍ ରୋଡ଼ ନାମକ ଜଣେ ଇଂରେଜ ଅର୍ଥାନ୍ଵେଷୀ ବ୍ୟକ୍ତି ଦକ୍ଷିଣ ଆଫ୍ରିକାରେ ହୀରା ଓ ସୁନା ଖନନ କରି ଅତ୍ୟନ୍ତ ଧନୀ ହୋଇଥିଲେ ।
  • ଏକ ଆଫ୍ରିକୀୟ ଉପନିବେଶକୁ ସେ ନିଜ ନାମାନୁସାରେ ରୋଡ଼େସିଆ ରଖିଥିଲେ ।
  • ପରେ ଇଂରେ ଜମାନେ ରୋଡ଼େସିଆ, ବେଚୁଆନାଲାଣ୍ଡ, ସ୍ଵାଜିଲାଣ୍ଡ, ବସୁତୋଲାଣ୍ଡ ଅସ୍ଵୀକାର କଲେ ।
  • ଏହାର ଅଳ୍ପଦିନ ପରେ ଦକ୍ଷିଣ ଆଫ୍ରିକା ୟୁନିୟନ୍ ଗଠିତ ହେଲା ଏବଂ ଏଥ‌ିରେ କେପ୍, ନାଟାଲ, ଟ୍ରାନ୍ସଭାଲ୍ ଓ ଅରେଞ୍ଜ ରିଭର୍ କଲୋନୀ ଅନ୍ତର୍ଭୁକ୍ତ ହେଲା ।
  • ବୋଏର୍ , ଇଂରେଜ ଓ ଅନ୍ୟ କେତେକ ଆଫ୍ରି କା ୟୁ ନି ୟନ୍ ସଂଖ୍ୟାଲ ଘୁ ଆଫ୍ରି କା। ନି ୟନ୍ ଶ୍ଵେତାଙ୍ଗଙ୍କଦ୍ବାରା ଶାସିତ ହେଲା । ଏହିପରି ଭାବରେ ଦକ୍ଷିଣ ଆଫ୍ରିକାରେ ଶ୍ୱେତାଙ୍ଗ ଶାସନ ପ୍ରତିଷ୍ଠିତ ହେଲା ।

୫। ଉପନିବେଶବାଦର ସୁପରିଣାମଗୁଡ଼ିକ ଲେଖ ।
Answer:
ଉପନିବେଶବାଦଦ୍ୱାରା କୌଣସି ପ୍ରତ୍ୟକ୍ଷ ସୁଫଳ ମିଳି ନ ଥିଲେ ମଧ୍ୟ ପରୋକ୍ଷରେ କେତେକ ସୁଫଳ ମିଳିଥିଲା ।

  • ପ୍ରଥମତଃ, ନିଜ ସ୍ଵାର୍ଥ ହାସଲ ପାଇଁ ଉପନିବେଶବାଦଦ୍ୱାରା ନିଆଯାଇଥ୍ ବା ପଦକ୍ଷେପ ପ୍ରକାର ନ୍ତ ରେ ଉପନିବେଶବାସୀଙ୍କୁ ସାହାଯ୍ୟ କରିଥିଲା ।
  • ଉଦାହରଣସ୍ୱରୂପ, ଭାରତରେ ପାଶ୍ଚାତ୍ୟ ଶିକ୍ଷା ପ୍ରଚଳନ, ରେଳପଥ ନିର୍ମାଣ, ଡାକତାରଶିକ୍ଷା ପ୍ରଚଳନ, ରେଳପଥ ନିର୍ମାଣ, ଡାକତାରବିକାଶରେ ସହାୟକ ହୋଇଥିଲା ।
  • ଦ୍ଵିତୀୟତଃ, ଉପନିବେଶଗୁଡ଼ିକର ଅନ୍ୟ ଦେଶ ସହିତ ବାଣିଜ୍ୟିକ ସମ୍ପର୍କ ପରବର୍ତ୍ତୀ ସମୟରେ ଉପନିବେଶଗୁଡ଼ିକ ସ୍ବାଧୀନ ହେବା ପରେ ସେମାନଙ୍କ ଅର୍ଥନୀତିର ପ୍ରଗତିରେ ସାହାଯ୍ୟ କରିଥିଲା ।
  • ତୃତୀୟତଃ, ଉପନିବେଶଗୁଡ଼ିକ ନିଜ ମାତୃଦେଶ ତଥା ଅନ୍ୟ ଦେଶର ସମ୍ପର୍କରେ ଆସିବାଦ୍ୱାରା ସେଗୁଡ଼ିକର ସାମାଜିକ ଓ ସାଂସ୍କୃତିକ ଉନ୍ନତି ସମ୍ଭବପର ହୋଇଥିଲା ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । କେଉଁ କେଉଁ ଶତାବ୍ଦୀରେ ଉପନିବେଶବାଦ ପ୍ରଥମେ ଆରମ୍ଭ ହୋଇଥିଲା ? ଔପନି ବେଶି କ ସାମ୍ରାଜ୍ୟବାଦ କାହାକୁ କୁହାଯାଏ ?
Answer:

  • ଉପନିବେଶବାଦ ପ୍ରଥମେ ଷୋଡଶ ଶତାବ୍ଦୀରେ ଆରମ୍ଭରେ ହୋଇଥିଲା ।
  • ସାମ୍ରାଜ୍ୟବାଦୀ ରାଷ୍ଟ୍ରମାନେ ପରିସ୍ଥିତିର ଫାଇଦା ନେଇ ନିଜର ସ୍ବାର୍ଥକୁ ସୁହାଉଥ‌ିବା ଅଞ୍ଚଳକୁ ଜୟ କଲେ ଏବଂ ବିଜିତ ଅଞ୍ଚଳରେ ଉପନି ବେ ଶ କଲେ । ଉପନିବେଶବାଦର ଏହି ନୂତନ ପର୍ଯ୍ୟାୟ ଥିଲା ଔପନିବେଶିକ ସାମ୍ରାଜ୍ୟବାଦ ।

୨।କେଉଁ ଇଉରୋପୀୟମାନେ ପ୍ରଥମେ ଭାରତ ସହିତ ବାଣିଜ୍ୟ କଲେ ? ପରବର୍ତ୍ତୀ କାଳରେ ଆଉ କେଉଁମାନେ ଭାରତକୁ ଆସିଥିଲେ ?
Answer:

  • ପର୍ତ୍ତୁଗୀଜ୍‌ମାନେ ପ୍ରଥମେ ଭାରତ ସହିତ ବାଣିଜ୍ୟ କଲେ ।
  • ପରବର୍ତ୍ତୀ କାଳରେ ଡଚ୍, ଡେନ୍, ଇଂରେଜ ଓ ଫରାସୀମାନେ ଭାରତକୁ ଆସିଥିଲେ ।

୩ । ଇଂରେଜମାନେ ଚୀନ୍ରୁ କେଉଁ ଦ୍ରବ୍ୟ କ୍ରୟ କରୁଥିଲେ ଓ କେତୋଟି ବନ୍ଦରରେ ବ୍ୟବସାୟ କରୁଥିଲେ ?
Answer:

  • ସର୍ବପ୍ରଥମେ ଇଂରେଜମାନେ ଚୀନ୍‌ର ଦୁଇଟି ବନ୍ଦରରେ ବ୍ୟବସାୟ କରିବାର ସୁଯୋଗ ପାଇଥିଲେ ।
  • ପ୍ରଥମ ଅବସ୍ଥାରେ ସେମାନେ ଚୀନ୍‌ରୁ ଚା’ ଓ ରେଶମ କ୍ରୟ କରି ଇଉରୋପର ବଜାରରେ ବିକ୍ରୟ କରୁଥିଲେ ।

୪। ଶ୍ରୀଲଙ୍କାରେ କେଉଁମାନେ ନିଜର କ୍ଷମତା ବିସ୍ତାର କରିଥିଲେ ? ଇଣ୍ଡୋନେସିଆ ଓ ତା’ ଚାରିପଟେ ଥ‌ିବା ଦ୍ଵୀପଗୁଡ଼ିକ କାହା ନିୟନ୍ତ୍ରଣରେ ରହିଲା ?
Answer:

  • ଶ୍ରୀଲଙ୍କାରେ ପ୍ରଥମେ ପର୍ତ୍ତୁଗୀଜ୍, ଓଲନ୍ଦାଜ୍ ଓ ଶେଷରେ ଇଂରେଜମାନେ ନିଜର କ୍ଷମତା ବିସ୍ତାର କରିଥିଲେ ।
  • ଇଣ୍ଡୋନେସିଆ ଓ ତା’ ଚାରିପଟେ ଥ ଦ୍ବୀପଗୁଡ଼ିକ ଡଚ୍ ନିୟନ୍ତ୍ରଣରେ ରହିଲା ।

BSE Odisha 9th Class History Important Questions Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

୫। ୧୯୦୪ରେ ଫ୍ରାନ୍ସ ଓ ବ୍ରିଟେନ୍ ମଧ୍ଯରେ ହୋଇଥ‌ିବା ରାଜିନାମାର ଫଳାଫଳ କ’ଣ ଥିଲା ?
Answer:
୧୯୦୪ରେ ଫ୍ରାନ୍ସ ଓ ବ୍ରିଟେନ୍ ମଧ୍ଯରେ ହୋଇଥିବା ରାଜିନାମା ଅନୁଯାୟୀ ଫ୍ରାନ୍ସକୁ ମରକ୍କୋ ଓ ଇଂଲାଣ୍ଡକୁ ଇଜିପ୍ଟ ଦିଆଗଲା ।

୬। ଭୌଗୋଳିକ ଆବିଷ୍କାର ଫଳରେ କ’ଣ ଲାଭ ହେଲା ? ବିଭିନ୍ନ ଦେଶକୁ ଜଳପଥ ଓ ସ୍ଥଳପଥ ଆବିଷ୍କୃତ ହେବାଦ୍ଵାରା କେଉଁମାନେ ବିଶେଷ ଲାଭବାନ୍ ହେଲେ ?
Answer:

  • ଭୌଗୋଳିକ ଆବିଷ୍କାର ଇଉରୋପୀୟ ରାଷ୍ଟ୍ରମାନଙ୍କରୁ ବିଭିନ୍ନ ଦେଶକୁ ଜଳପଥ ଓ ସ୍ଥଳପଥ ଆବିଷ୍କୃତ ହେଲା ଏବଂ ପ୍ରତ୍ୟେକ ଦେଶ ଅନ୍ୟ ଦେଶ ସମ୍ବନ୍ଧରେ ଜ୍ଞାନଲାଭ କଲେ ।
  • ନୂତନ ଭାବେ ଆବିଷ୍କୃତ ଅଞ୍ଚଳରେ ବ୍ୟାବସାୟିକ ଓ ରାଜନୈତିକ ଲାଭ ପାଇଁ ଅନୁକୂଳ ପରିସ୍ଥିତି ଥ୍ ଜଣାପଡ଼ିବାରୁ ସାମ୍ରାଜ୍ୟବାଦୀ ରାଷ୍ଟ୍ରମାନେ ସେଠାରେ ଉପନିବେଶ ସ୍ଥାପନ କରି ଲାଭବାନ୍ ହେଲେ ।

୭ । କେଉଁଠାରେ ଓ କେବେ ଶିଳ୍ପ ବିପ୍ଳବର ସୂତ୍ରପାତ ହୋଇଥିଲା ? ଶିଳ୍ପ ବିପ୍ଳବ କାହାକୁ କୁହାଯାଏ ?
Answer:

  • ଇଂଲଣ୍ଡରେ ଅଷ୍ଟାଦଶ ଶତାବ୍ଦୀରେ ଶିଳ୍ପ ବିପ୍ଳବର ସୂତ୍ରପାତ ହୋଇଥିଲା ।
  • ଏହି ସମୟରେ ଅନେକ ନୂତନ ଯନ୍ତ୍ରର ଉଦ୍ଭାବନ ହୋଇଥିଲା ଯାହା ସାହାଯ୍ୟରେ କଳକାରଖାନାମାନଙ୍କରେ ଅଳ୍ପ ଶ୍ରମ ଓ ସମୟ
    ଉତ୍ପାଦନ ବୃଦ୍ଧି ଯୋଗୁଁ ମନୁଷ୍ୟ ଜୀବନଯାପନ ପ୍ରଣାଳୀରେ ପରିବର୍ତ୍ତନ ଘଟିଲା । ଏହାକୁ ଶିଳ୍ପ ବିପ୍ଳବ କୁହାଯାଏ ।

୮।  ପଲାସୀ ଯୁଦ୍ଧ କେବେ ଓ କେଉଁମାନଙ୍କ ମଧ୍ୟରେ ହୋଇଥିଲା ? ଏହି ଯୁଦ୍ଧର ଫଳାଫଳ କ’ଣ ଥିଲା ?
Answer:

  • ପଲାସୀ ଯୁଦ୍ଧ ୧୭୫୭ ମସିହା ଜୁନ୍ ମାସ ୨୩ ତାରିଖ ଦିନ ପଶ୍ଚିମବଙ୍ଗର ଭାଗୀରଥୀ ନଦୀକୂଳରେ ଅବସ୍ଥିତ ପଲାସୀ ନାମକ ସ୍ଥାନରେ ଏକ ଆମ୍ବତୋଟାରେ ବ୍ରିଟିଶ୍ ଇଷ୍ଟ ଇଣ୍ଡିଆ କମ୍ପାନୀ ଓ ବଙ୍ଗଳାର ନବାବ ସିରାଜଉଦୌଲାଙ୍କ ମଧ୍ୟରେ ହୋଇଥିଲା ।
  • ଏହି ଯୁଦ୍ଧରେ ଇଂରେଜମାନେ ବିଜୟୀ ହୋଇ ଭାରତରେ ଇଂରେଜ ଶାସନର ଭିତ୍ତି ସ୍ଥାପନ କରିଥିଲେ ।

୯୮ ଜାପାନ ଓ ଚୀନ୍ ମଧ୍ୟରେ ଯୁଦ୍ଧ କାହିଁକି ହୋଇଥିଲା ? ଏହାର ଫଳାଫଳ କ’ଣ ଥିଲା ?
Answer:

  • କୋରିଆ ଉପରେ ଜାପାନ ପ୍ରଭାବ ବିସ୍ତାର କରିବାକୁ ଉଦ୍ୟମ କରିବା ଫଳରେ ଜାପାନ ଓ ଚୀନ୍ ମଧ୍ୟରେ ଯୁଦ୍ଧ ହୋଇଥିଲା ।
  • ଏଥୁରେ ଚୀନ୍ ପରାସ୍ତ ହୋଇ କୋରିଆକୁ ସ୍ଵାଧୀନତା ପ୍ରଦାନ କଲା ଏବଂ ଜାପାକୁ ଫର୍ମୋଜା ଓ ଅନ୍ୟାନ୍ୟ ଦ୍ବୀପ ସମର୍ପଣ କରିବା ସହ ଶହେ ପଚାଶ ଲକ୍ଷ ଡଲାର କ୍ଷତିପୂରଣ ଦେବାକୁ ବାଧ୍ୟ ହୋଇଥିଲା ।

୧୦ । ଇଂଲଣ୍ଡ ବର୍ମା ବିରୁଦ୍ଧରେ କେବେ ଓ କାହିଁକି ଯୁଦ୍ଧ ଘୋଷଣା କରିଥିଲା ? ଏହାର ଫଳାଫଳ କ’ଣ ହେଲା ?
Answer:

  • ବର୍ମାରେ ରେଳପଥ ନିର୍ମାଣ କରିବାକୁ ଫ୍ରାନ୍ସ ସରକାରଙ୍କୁ ଅନୁମତି ଦିଆଯିବାରୁ ଫ୍ରାନ୍ସର ସାମ୍ରାଜ୍ୟ ବିସ୍ତାର ଆଶଙ୍କା କରି ଇଂଲଣ୍ଡ ଏହାର ବିରୋଧ କରିବା ସଙ୍ଗେ ସଙ୍ଗେ ବର୍ମା ବିରୋଧରେ ଯୁଦ୍ଧଘୋଷଣା କଲା ।
  • ଏହି ଯୁଦ୍ଧରେ ବର୍ମାକୁ ପରାସ୍ତ କରି ଇଂଲାଣ୍ଡ ତାହାକୁ ୧୮୮୬ ମସିହାରେ ଭାରତ ସହ ମିଶାଇ ଇଂରେଜ ସାମ୍ରାଜ୍ୟରେ ପରି ଣତ କରିଥିଲା ।

BSE Odisha 9th Class History Important Questions Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

୧୧। କଙ୍ଗୋ କେବେ ଓ କିପରି ସ୍ଵାଧୀନ ରାଷ୍ଟ୍ରଭାବେ ଗଠିତ ହେଲା ଓ ଏହାର ରାଜା କିଏ ହେଲେ ?
Answer:

  • ବେଲଜିୟମ୍‌ର ରାଜା ଦ୍ଵିତୀୟ ଲିଓପୋଲ୍ସଙ୍କ ଆର୍ଥିକ ସହାୟତାରେ ୧୮୭୮ ମସିହାରେ ଆନ୍ତର୍ଜାତିକ କଙ୍ଗୋ। ସଂଘ ଗଠ ନ କରାଯାଇଥିଲା ।
  • ସହିତ ଚୁକ୍ତି ସ୍ୱାକ୍ଷରିତ ହୋଇ ୧୮୮୫  ମସିହାରେ କଙ୍ଗୋ ସ୍ଵାଧୀନ ରାଷ୍ଟ୍ରଭାବେ ଗଠିତ ହୋଇଥୁଲା ଓ ଲିଓପୋଲ୍ଡ ଏହାର ରାଜା ହେଲେ ।

୧୨ । କଙ୍ଗୋର କେଉଁ ଦ୍ରବ୍ୟଗୁଡ଼ିକ ଅଧ‌ିକ ଗୁରୁତ୍ଵପୂଣ୍ଡି ଥିଲା ? ଇଂଲଣ୍ଡ ଓ ଆମେରିକା ସମେତ ବହୁ ରାଷ୍ଟ୍ର ବେଲଜିୟମ୍ ସହିତ କାହିଁକି ଯୋଗଦେଲେ ?
Answer:

  • କଙ୍ଗୋର ସୁନା, ହୀରା, ୟୁରାନିୟମ୍, କାଠ ଓ ତମ୍ବା ପ୍ରଭୃତି ଦ୍ରବ୍ୟଗୁଡ଼ିକ ଅଧ୍ଵକ ଗୁରୁତ୍ଵପୂର୍ଣ ଥିଲା ।
  • ଇଂଲଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକା ସମେତ ଅନେକ ରାଷ୍ଟ୍ର ଏହି ସମ୍ପଦଗୁଡ଼ିକର ବିନିଯୋଗ ପାଇଁ ବେଲଜିୟମ୍ ସହିତ ଯୋଗଦେଲେ ।

୧୩। ବୋଏର୍ କେଉଁମାନଙ୍କୁ କୁହାଯାଉଥ୍ ଲ। ? ସେମାନେ କେଉଁ ଦୁଇଟି ରାଜ୍ୟ ସ୍ଥାପନ କରିଥିଲେ ?
Answer:

  • ଦକ୍ଷିଣ ଆଫ୍ରିକାର ପ୍ରବାସୀ ଡବ୍ ଅଧିବାସୀମାନଙ୍କୁ ବୋଏର୍ କୁହାଯାଉଥିଲା ।
  • ସେମାନେ ଅରେଞ୍ଜ ଓ ଟ୍ରାନ୍ସଭାଲ୍ ନାମକ ଦୁଇଟି ରାଜ୍ୟ ସ୍ଥାପନ କରିଥିଲେ ।

୧୪ । କେଉଁ ଅଞ୍ଚଳ କିପରି ଲିବିଆ ନାମରେ ନାମିତ ହୋଇଥିଲା ?
Answer:

  • ତୁର୍କୀ ସାମ୍ରାଜ୍ୟର ଅଧ୍ଵତ ତ୍ରିପୋଲି ଓ ସିରେନାଇକା ଉପରେ ଇଟାଲୀର ଦାବିକୁ ଇଉରୋପୀୟ ରାଷ୍ଟ୍ର ମାନେ ସମର୍ଥନ ଜଣାଇଥିଲେ ।
  • ତେଣୁ ଇଟଲୀ ତୁର୍କୀ ବିରୋଧରେ ଯୁଦ୍ଧଘୋଷଣା କରି ସେହି ଦୁଇ ରାଜ୍ୟକୁ ଅଧିକାର କଲା ଏବଂ ସେହି ଅଞ୍ଚଳକୁ ଲିବିଆ ନାମରେ ନାମିତ କଲା ।

୧୫ । ଉପନିବେଶଗୁଡ଼ିକର କୃଷି ପ୍ରଣାଳୀରେ କାହିଁକି ପରିବର୍ତ୍ତନ କରାଗଲା ? କ୍ୟୁବାରେ କ’ଣ ଉତ୍ପାଦନ କରାଗଲା ?
Answer:

  • ସାମ୍ରାଜ୍ୟବାଦୀ ଦେଶମାନଙ୍କର ଶିଳ୍ପ ପାଇଁ ହେଉଥିବା ଆବଶ୍ୟକତାକୁ ପୂରଣ କରିବା ଉଦ୍ଦେଶ୍ୟରେ ଉପନିବେଶଗୁଡ଼ିକରେ କୃଷି ପ୍ରଣାଳୀରେ ପରିବର୍ତ୍ତନ କରାଗଲା ।
  • କ୍ୟୁବାରେ କେବଳ ଚିନି ଉତ୍ପାଦନ କରାଗଲା ।

୧୬ । ଉପନିବେଶଗୁଡ଼ିକରେ ଦାରିଦ୍ର୍ୟ କାହିଁକି ବୃଦ୍ଧି ପାଇଥିଲା ?
Answer:

  • ଉପନିବେଶଗୁଡ଼ିକରେ ଅତ୍ୟଧିକ କର ଓ ରାଷ୍ଟ୍ର ମାନେ ଶୋଷଣ କଲେ । ଉତ୍ତ ମ ଜମିଗୁଡ଼ିକୁ ସେମାନେ ନିଜ ଅଧୀନକୁ ନେଇଗଲେ ।
  • ବସ୍ତୁତଃ ଉପନି ବେଶଗୁଡ଼ିକର ସମସ୍ତ ପ୍ରାକୃତିକ ସମ୍ପଦ ସାମ୍ରାଜ୍ୟବାଦୀମାନେ ଲୁଟି ନେଇଗଲେ । ଫଳରେ ଉପନିବେଶ ଗୁଡ଼ିକରେ ଦାରିଦ୍ର୍ୟ ବୃଦ୍ଧି ପାଇଲା ।

୧୭ । ବର୍ଣ୍ଣ ବୈଷମ୍ୟ ନୀତି କିଏ ଓ କାହିଁକି ସୃଷ୍ଟି କରିଥିଲେ ? କେଉଁ ଅଞ୍ଚଳରେ ବର୍ଣ୍ଣବୈଷମ୍ୟ ନୀତି ଘୃଣ୍ୟ ଅବସ୍ଥାରେ ଥିଲା ?
Answer:

  • ବର୍ଣ୍ଣବୈଷମ୍ୟ ନୀତି ଉପନିବେଶବାଦ ବା ସାମ୍ରାଜ୍ୟବାଦଦ୍ୱାରା ସୃଷ୍ଟି ହୋଇଥିଲା । ପୃଥ‌ିବୀର ଜନ ସାଧାର ଣ ଙ୍କୁ ସୃଷ୍ଟି କରିଛନ୍ତି ବୋଲି ପ୍ରଚାର କରି ସେମାନେ ନିଜକୁ ଉଚ୍ଚ ବର୍ଗର ବୋଲି ବିବେଚନା କଲେ ।
  • ଉପନିବେଶ ଗୁଡ଼ିକରେ ଗୋରା ଶାସକମାନେ ସ୍ଥାନୀୟ ଅଧ‌ିବାସୀଙ୍କୁ ନୀଚ ଦୃଷ୍ଟିରେ ଦେଖି ବର୍ଣ୍ଣଗତ ବିଭେଦ ସୃଷ୍ଟି କରିଥିଲେ । ଦକ୍ଷିଣ ଆଫ୍ରିକାରେ ଏହି ବର୍ଷ ବୈଷମ୍ୟ ନୀତି ସବୁଠାରୁ ଅଧିକ ଘୃଣ୍ୟ ଅବସ୍ଥାରେ ଥିଲା ।

BSE Odisha 9th Class History Important Questions Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

Objective Type Questions With Answers
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ଉପନିବେଶର ଆକ୍ଷରିକ ଅର୍ଥ କ’ଣ ?
Answer:
ଉପନିବେଶର ଆକ୍ଷରିକ ଅର୍ଥ ହେଉଛି ବିଦେଶସ୍ଥ ଆବାସ ।

୨। ପ୍ରଥମେ ଭାରତ ସହିତ ବାଣିଜ୍ୟ କାରବାର କେଉଁମାନେ କରିଥିଲେ ?
Answer:
ପର୍ତ୍ତୁଗୀଜ୍‌ମାନେ ପ୍ରଥମେ ଭାରତ ସହିତ ବାଣିଜ୍ୟ କାରବାର କରିଥିଲେ ।

୩। କେଉଁମାନେ ପ୍ରଥମେ ଚୀନ୍‌ରୁ ଚା’ ଓ ରେଶମ କ୍ରୟ କରି ଇଉରୋପର ବଜାରରେ ବିକ୍ରୟ କରୁଥିଲେ ?
Answer:
ଇଂରେଜମାନେ ପ୍ରଥମେ ଚୀନ୍‌ରୁ ଚା’ ଓ ରେଶମ କ୍ରୟ କରି ଇଉରୋପର ବଜାରରେ ବିକ୍ରୟ କରୁଥିଲେ ।

୪।କାହାର ନାମାନୁସାରେ ଦକ୍ଷିଣ ଆଫ୍ରିକାର ଏକ ଉପନିବେଶର ନାମ ରୋଡ଼େସିଆ ରଖାଗଲା ?
Answer:
ସେସିଲ୍ ରୋଡ୍ସ ନାମକ ଜଣେ ଇଂରେଜ ଯୁବକଙ୍କ ନାମାନୁସାରେ ଦକ୍ଷିଣ ଆଫ୍ରିକାର ଏକ ଉପନିବେଶର ନାମ ରୋଡ଼େସିଆ ରଖାଗଲା ।

୫। କେପ୍ କଲୋନୀ କିଏ, କେଉଁଠି ସ୍ଥାପନ, କରିଥିଲେ ?
Answer:
ଦକ୍ଷିଣ ଆଫ୍ରିକାରେ ଡଚ୍‌ମାନେ କେପ୍ କଲୋନୀ ସ୍ଥାପନ କରିଥିଲେ।

୬ । ୧୯୦୪ ଖ୍ରୀଷ୍ଟାବ୍ଦରେ ବ୍ରିଟେନ୍ ଓ ଫ୍ରାନ୍ସ ମଧ୍ୟରେ ହୋଇଥିବା ରାଜିନାମା ଅନୁସାରେ ଫ୍ରାନ୍ସକୁ କେଉଁ ଦେଶ ମିଳିଲା ?
Answer:
୧୯୦୪ ଖ୍ରୀଷ୍ଟାବ୍ଦରେ ବ୍ରିଟେନ୍ ଓ ଫ୍ରାନ୍ସ ମଧ୍ୟରେ ରାଜିନାମା ଅନୁସାରେ ଫ୍ରାନ୍ ସକୁ ହୋଇଥା ମରକ୍‌ ମିଳିଲା ।

୭ । ୧୯୦୪ରେ ବ୍ରିଟେନ୍ ଓ ଫ୍ରାନ୍‌ସ ମଧ୍ୟରେ ହୋଇଥ‌ିବା ରାଜିନାମାକୁ କିଏ ବିରୋଧ କରିଥିଲା ?
Answer:
୧୯୦୪ରେ ବ୍ରିଟେନ୍ ଓ ଫ୍ରାନ୍ସ ମଧ୍ୟରେ ହୋଇଥିବା ରାଜିନାମାକୁ ଜର୍ମାନୀ ବିରୋଧ କରିଥିଲା ।

୮। ଫ୍ରାନ୍ସମ ମରକ୍କୋ ଅଧିକାର କରି ପ୍ରତିବଦଳରେ ଜର୍ମାନୀକୁ କେଉଁ ଅଞ୍ଚଳ ସମର୍ପଣ କରିବାକୁ ରାଜି ହେଲା ?
Answer:
ଫ୍ରାନ୍ସମ ମରକ୍କୋ ଅଧ୍ୟାର କରି ପ୍ରତିବଦଳରେ ଫରାସୀ କଙ୍ଗାର ୨୫୦୦୦୦ କି.ମି. ଅଞ୍ଚଳ ଜର୍ମାନୀକୁ ହସ୍ତାନ୍ତର କରିବାକୁ ରାଜି ହେଲା ।

୯। ଆଫ୍ରିକା ମହାଦେଶରେ ଉପଲବ୍‌ଧ ହୋଇଥିବା ପ୍ରଧାନ ଲାଭଦାୟକ ସାମଗ୍ରୀଗୁଡ଼ିକ କ’ଣ ଥିଲା ?
Answer:
ଆଫ୍ରିକା ମହାଦେଶରେ ସୁନା, ହୀରା, ତମ୍ବା, ମୂଲ୍ୟବାନ୍ କାଠ, ହାତୀଦାନ୍ତ, ରବର ଓ ୟୁରାନିୟମ ପ୍ରଭୃଶ୍ ଲାଭଦାୟକ ସାମଗ୍ରୀଗୁଡ଼ିକ ଉପଲବ୍ଧ ହେଉଥିଲା ।

BSE Odisha 9th Class History Important Questions Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

୧୦ । କେଉଁ କେଉଁ ରାଷ୍ଟ୍ରଗଣ ଏସିଆ ଓ ଆଫ୍ରିକାର ଲାଭଜନକ ବ୍ୟବସାୟଦ୍ଵାରା ଆକର୍ଷିତ ହୋଇ ସେଠାରେ ଉପନିବେଶ ସ୍ଥାପନ ପାଇଁ ତୀବ୍ର ପ୍ରତିଦ୍ବନ୍ଦିତା ପ୍ରତିଦ୍ଵନ୍ଦିତା କରିଥିଲେ ?
Answer:
ପର୍ତ୍ତୁଗାଲ୍, ସ୍ପେନ୍, ହଲାଣ୍ଡ, ଫ୍ରାନ୍ସ ପ୍ରଭୃତି ଇଉରୋପୀୟ ରାଷ୍ଟ୍ରଗଣ ଏସିଆ ଓ ଆଫ୍ରିକାରେ ଲାଭଜନକ ବ୍ୟବସାୟଦ୍ଵାରା ଆକର୍ଷିତ ହୋଇ ସେଠାରେ ଉପନିବେଶ ସ୍ଥାପନ ପାଇଁ ତୀବ୍ର ପ୍ରତିଦ୍ବନ୍ଦିତା କରିଥିଲେ ।

୧୧। ବାଷ୍ପୀୟ ଜାହାଜର ଉଦ୍ଭାବନ ଫଳରେ ଇଉରୋପୀୟ ମାନଙ୍କରୁ କ’ଣ ସୁ ବି ଧା ହୋଇଥିଲା ?
Answer:
ବାଷ୍ପୀୟ ଜାହାଜର ଉଦ୍ଭାବନଦ୍ୱାରା ଇଉରୋପୀୟ ଦେଶମାନଙ୍କରୁ ଜଳପଥରେ ଏସୀୟ ଓ ଆଫ୍ରିକୀୟ ଅଞ୍ଚଳକୁ ଜିନିଷପତ୍ର ପରିବହନ କରିବା ସହଜ ଓ ଶୀଘ୍ର ହୋଇଥିଲା ।

୧୨ । ବାଷ୍ପଚାଳିତ ରେଳଇଞ୍ଜିନ୍ କିଏ ଓ କେବେ ନିର୍ମାଣ କରିଥିଲେ ?
Answer:
୧୮୧୪ ମସିହାରେ ଜର୍ଜ ଷ୍ଟିଫେନ୍‌ସନ୍ ବାଷ୍ପଚାଳିତ ରେଳଇଞ୍ଜିନ୍ ନିର୍ମାଣ କରିଥିଲେ ।

୧୩ । ‘ରକେଟ୍’ ନାମକ ପ୍ରଥମ ରେଳଗାଡ଼ି କେଉଁଠାରୁ କେଉଁ ପର୍ଯ୍ୟନ୍ତ ପ୍ରଥମେ ଚାଲିଥିଲା ?
Answer:
‘ରକେଟ୍’ ନାମକ ପ୍ରଥମ ରେଳଗାଡ଼ି ପ୍ରଥମେ ଇଂଲାଣ୍ଡର ଲିଭରପୁଲଠାରୁ ମାଞ୍ଚେଷ୍ଟର ପର୍ଯ୍ୟନ୍ତ ଚାଲିଥିଲା ।

୧୪ । ପର୍ତ୍ତୁଗାଲର ବିଶିଷ୍ଟ ନାବିକ ଭାସ୍କୋଡ଼ାଗାମ ଭାରତର କେଉଁ ବନ୍ଦରରେ ପ୍ରଥମେ ପହଞ୍ଚିଲେ ?
Answer:
ପର୍ତ୍ତୁଗାଲର ବିଶିଷ୍ଟ ନାବିକ ଭାସ୍କୋଡ଼ାଗାମ ଭାରତର ମାଲାବାର ଉପକୂଳସ୍ଥ କାଲିକଟ୍ ବନ୍ଦରରେ ପ୍ରଥମେ ପହଞ୍ଚିଲେ ।

୧୫ । କେଉଁ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ କୁହାଯାଏ ?
Answer:
୧୮୫୭ ମସିହାର ବିଦ୍ରୋହକୁ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ କୁହାଯାଏ ।

୧୬ । ଜାପାନ ଓ ଚୀନ୍ ମଧ୍ଯରେ କାହିଁକି ଯୁଦ୍ଧ ହୋଇଥିଲା ?
Answer:
କୋରିଆ ଉପରେ ଜାପାନ ପ୍ରଭାବ ବିସ୍ତାର କରିବାକୁ ଉଦ୍ୟମ କରିବା ଫଳରେ ଜାପାନ ଓ ଚୀନ୍ ମଧ୍ୟରେ ଯୁଦ୍ଧ ହୋଇଥିଲା ।

୧୭ । ଚୀନ୍‌ର ବିଭାଜନକୁ କ’ଣ କୁହାଯାଏ ?
Answer:
ଚୀନ୍‌ର ବିଭାଜନକୁ ‘ଚୀନା ତରଭୁଜର କର୍ତ୍ତନ ’ କୁହାଯାଏ ।

BSE Odisha 9th Class History Important Questions Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

୧୮ । ଶ୍ରୀଲଙ୍କା ପ୍ରଥମେ କାହାଦ୍ଵାରା ଅଧିକୃତ ହୋଇଥିଲା ?
Answer:
ଶ୍ରୀଲଙ୍କା ପ୍ରଥମେ ପର୍ତ୍ତୁଗାଲ୍ ଦ୍ଵାର। ଅଧ୍ୟାତ ହୋଇଥିଲା ।

୧୯ । କେଉଁ ମସିହାରେ ରୁଷ୍ ବିପ୍ଲବ ହୋଇଥିଲା ?
Answer:
ରୁଷ୍ ବିପ୍ଳବ ୧୯୧୭ ମସିହାରେ ହୋଇଥିଲା ।

୨୦ । କ’ଣ କରିବାପାଇଁ ଜର୍ମାନୀର ଗୋଟିଏ କମ୍ପାନୀ ଅନୁମତି ପାଇଥିଲା ?
Answer:
କନ୍‌ଷ୍ଟାଣ୍ଟିନୋପରୁ ବାଗଦାଦ୍ ଓ ପରସିଆନ୍ ଗଲୁ ପର୍ଯ୍ୟନ୍ତ ଏକ ରେଳପଥ ନିର୍ମାଣ କରିବାକୁ ଜର୍ମାନୀର ଗୋଟିଏ କମ୍ପାନୀ ଅନୁମତି ପାଇଥିଲା ।

୨୧ । କିଏ, କେବେ ଜାପାନର ଏକ ଉପନିବେଶରେ ପରିଣତ ହୋଇଥିଲା ?
Answer:
୧୯୧୦ ମସିହାରେ କୋରିଆ ଜାପାନର ଏକ ଉପନିବେଶରେ ପରିଣତ ହୋଇଥିଲା ।

୨୨ । ବେଲଜିଆନ୍ କଙ୍ଗୋ କ’ଣ ?
Answer:
କଙ୍ଗୋର ରାଜା ଲିଓପୋଲ୍ଡ କଙ୍ଗୋକୁ ବେଲ୍‌ଜିୟମ୍ ସର କାର ଙ୍କୁ ହସ୍ତାନ୍ତର କରିବା ପରେ ଏହା ‘ବେଲ୍‌ଜିଆନ୍ କଙ୍ଗୋ’’ ନାମରେ ନାମିତ ହେଲା ।

୨୩ । ଫରାସୀ କଙ୍ଗୋ କ’ଣ ?
Answer:
କଙ୍ଗୋ ନଦୀର ଉତ୍ତରରେ ଥ‌ିବା ଅଞ୍ଚଳକୁ ଫ୍ରାନ୍ସ ଅଧିକାର କରିବା ପରେ ଏହା ‘ଫରାସୀ କଙ୍ଗୋ’ ଭାବେ ପରିଚିତ ହୋଇଥିଲା ।

୨୪ । କେଉଁ ରାଜିନାମାନୁଯାୟୀ ଇଂଲାଣ୍ଡ ସାଇପ୍ରସ୍ ଅସ୍ଵୀକାର କରିଥିଲା ?
Answer:
୧୮୭୮ ମସିହାର ଏକ ରାଜିନାମାନୁଯାୟୀ ଇଂଲାଣ୍ଡ ସାଇପ୍ରସ୍ ଅଧିକାର କରିଥିଲା ।

୨୫ । ଉପନିବେଶବାଦ ଭାରତ ପାଇଁ କ’ଣ ସୁଫଳ ଆଣିଥିଲା ?
Answer:
ଭାରତରେ ପାଶ୍ଚାତ୍ୟ ଶିକ୍ଷା ପ୍ରଚଳନ, ରେଳପଥ ନିର୍ମାଣ, ଡାକତାର ବ୍ୟବସ୍ଥାର ଆରମ୍ଭ ପ୍ରଭୃତି ଫଳରେ ଦେଶର ଜାତୀୟତାର ବିକାଶରେ ଉପନିବେଶବାଦ ସହାୟକ ହୋଇଥିଲା ।

BSE Odisha 9th Class History Important Questions Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

୨୬ । କିଏ କାହାକୁ ହୁଏଜ କେନାଲର ଖନନ ପାଇଁ ଦାୟିତ୍ଵ ଦେଇଥିଲେ ?
Answer:
ଇଜିପ୍‌ଟର ଗଭର୍ଣ୍ଣର ଇସ୍‌ମାଇଲ ପାଶା ସୁଏଜ କେନାଲର ଖନନ ପାଇଁ ଫ୍ରାନ୍ସର ଏକ କମ୍ପାନୀକୁ ଦାୟିତ୍ଵ ଦେଇଥିଲେ ।

B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

୧ । ଗାନ୍ଧିଜୀ କେଉଁଠାରେ ବର୍ଣ୍ଣବୈଷମ୍ୟ ନୀତି ବିରୋଧରେ ସଂଗ୍ରାମ କରିଥିଲେ ?
Answer:
ଦକ୍ଷିଣ ଆଫ୍ରିକା

୨ । କେବେ ଜର୍ଜ ଷ୍ଟିଫେନ୍ ସନ୍ ପ୍ରଥମ ବାଷ୍ପଚାଳିତ ରେଳଇଞ୍ଜିନ୍ ନିର୍ମାଣ କରିଥିଲେ ?
Answer:
୧୮୧୪ ମସିହା

୩। କେଉଁ ମସିହାରେ ଏକ ରାଜିନାମା ଅନୁସାରେ ଫ୍ରାନ୍ସକୁ ମରକ୍‌ ମିଳିଥିଲା
Answer:
୧୯୦୪ ମସିହା

୪। ମରକ୍କୋକୁ କେନ୍ଦ୍ର କରି କେଉଁ ଦୁଇ ରାଷ୍ଟ୍ର ମଧ୍ୟରେ କଳହର ସୂତ୍ରପାତ ହୋଇଥିଲା ?
Answer:
ଫ୍ରାନ୍ସ ଓ ଜର୍ମାନୀ

୫। ଆଲଜେରିଆର ପୂର୍ବ ଦିଗରେ କେଉଁ ରାଷ୍ଟ୍ର ଅବସ୍ଥିତ ?
Answer:
୫ । ମ୍ୟୁନିସିଆ

୬। କେବେ ମିଶର ବା ଇଜିପ୍ଟକୁ ଏକ ସାର୍ବଭୌମ ରାଷ୍ଟ୍ର ରୂପେ ଗ୍ରହଣ କରିବାକୁ ଇଂଲଣ୍ଡ ବାଧ୍ୟ ହୋଇଥିଲା ?
Answer:
୧୯୨୨ ମସିହା

୭ । ଦକ୍ଷିଣ ଆଫ୍ରିକାରେ କେଉଁମାନେ କେପ୍ କଲୋନୀ ସ୍ଥାପନ କରିଥିଲେ ?
Answer:
ଡବ୍ଲ୍ୟୁମାନେ

୮। କେବେ ରୁଷ୍ ଜାପାନଠାରୁ ପରାସ୍ତ ହୋଇଥିଲା ?
Answer:
୧୯୦୪-୦୫ ମସିହା

BSE Odisha 9th Class History Important Questions Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

୯। ଇଉରୋପୀୟମାନେ ବିଭିନ୍ନ ଦେଶରେ ଉପନିବେଶ ସ୍ଥାପନ କରିବା ଫଳରେ କେଉଁ ଧର୍ମର ପ୍ରଚାର ଓ ପ୍ରସାର ହୋଇଥୁଲା ?
Answer:
ଖ୍ରୀଷ୍ଟଧର୍ମ

୧୦ । ସେସିଲ୍ ରୋଡ୍‌ କେଉଁ ଦେଶର ଯୁବକ ଥିଲେ ?
Answer:
ଇଂଲାଣ୍ଡ

୧୧। ଏସିଆ ମହାଦେଶରେ ଉପଲବ୍‌ଧ ହେଉଥ‌ିବା ଲାଭଦାୟକ ସାମଗ୍ରୀଗୁଡ଼ିକ ମଧ୍ୟରେ କେଉଁ କାଠ ମୁଖ୍ୟ ଥିଲା ?
Answer:
ଇବୋନୀ

୧୨ । ଇଉରୋପୀୟ ଦାସ ବ୍ୟବସାୟୀମାନେ ପ୍ରତ୍ୟେକ ମାସରେ କେଉଁମାନଙ୍କୁ ଦାସ ଭାବରେ ଆମେରିକାକୁ ରପ୍ତାନି କରୁଥିଲେ ?
Answer:
ଆଫ୍ରିକୀୟ

୧୩ । ଭାସ୍କୋଡ଼ାଗାମା କେଉଁ ଦେଶର ନାବିକ ଥିଲେ ?
Answer:
ପରୁ ଗାଲ

୧୪ । କେଉଁ ମସିହାର ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାଯାଏ ?
Answer:
୧୮୫୭ ମସିହା

୧୫ । ମେସୋପଟାମିଆର ବର୍ତ୍ତମାନ ନାମ କ’ଣ ?
Answer:
ଇରାକ୍

୧୬ । ପଲାସୀ ଯୁଦ୍ଧ କେଉଁ ନଦୀ କୂଳରେ ହୋଇଥିଲା ?
Answer:
ଭାଗୀରଥୀ

୧୭ । ଇଂଲାଣ୍ଡ ଓ ଚୀନ୍ ମଧ୍ଯରେ ହୋଇଥିବା ଯୁଦ୍ଧ କେଉଁ ନାମରେ ପରିଚିତ ?
Answer:
ଅଫିମ ଯୁଦ୍ଧ

୧୮ । ଅଫିମ ଯୁଦ୍ଧ ପରେ ଚୀନ୍ କେଉଁ ଦ୍ଵୀପକୁ ଇଂଲଣ୍ଡକୁ ହସ୍ତାନ୍ତର କଲା ?
Answer:
ହଙ୍ଗକଙ୍ଗ୍ ଦ୍ବୀପ

୧୯ । ୧୮୩୯ ମସିହାରେ ଇଂଲଣ୍ଡ ନିମ୍ନୋକ୍ତ କେଉଁ ଦେଶ ବିରୁଦ୍ଧରେ ଯୁଦ୍ଧ କରି ତାକୁ ଅକ୍ଳେଶରେ ପରାସ୍ତ କରିଥିଲା ?
Answer:
ଚୀନ୍

୨୦ । କେଉଁ ଦେଶଠାରୁ ଚୀନ୍ ପରାସ୍ତ ହୋଇ କୋରିଆକୁ ସ୍ଵାଧୀନତା ପ୍ରଦାନ କରିଥିଲା ?
Answer:
ଜାପାନ

୨୧ । କେଉଁ ଦେଶ ଇଣ୍ଡୋ-ଚୀନ୍‌ରେ ନିଜର ବ୍ୟବସାୟ ପ୍ରସାର ଉଦ୍ୟମ କରି ସଫଳ ହୋଇଥିଲା ?
Answer:
ଫ୍ରାନ୍ସ

BSE Odisha 9th Class History Important Questions Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

୨୨ । ବର୍ମା ତୋନ୍‌କିନ୍‌ଠାରୁ ମାଣ୍ଡାଲୟ ପର୍ଯ୍ୟନ୍ତ ରେଳପଥ ନିର୍ମାଣ କରିବାକୁ କେଉଁ ଦେଶର ସରକାରଙ୍କୁ ଅଧିକାର ଦେଇଥିଲା ?
Answer:
ଫ୍ରାନ୍ସ

୨୩ । କେବେ ଇଂଲାଣ୍ଡ ବର୍ମାକୁ ପରାସ୍ତ କରିଥିଲା ?
Answer:
୧୮୮୬

୨୪ । କ୍ୟୁବା ଓ ଫିଲିପାଇନ୍ସ କେଉଁ ଶାସନ ବିରୋଧରେ ବିଦ୍ରୋହ କରିଥିଲେ ?
Answer:
ସ୍ପେନୀୟ

୨୫ । ୧୯୦୭ ମସିହାର ରାଜିନାମାନୁଯାୟୀ କେଉଁ ଦେଶ ଇଂଲାଣ୍ଡର କର୍ତ୍ତୃତ୍ବାଧୀନ ହେଲା ?
Answer:
ଦକ୍ଷି ଣ ଇରାନ୍

୨୬ । କେଉଁ ମସିହାର ରାଜିନାମା ଅନୁସାରେ ଇଂଲଣ୍ଡ ଓ ରୁଷିଆ ଉଭୟ ତିବ୍ବତରେ ହସ୍ତକ୍ଷେପ କରିବେ ନାହିଁ ବୋଲି ରାଜି ହୋଇଥଲେ ?
Answer:
୧୯୦୭

୨୭ । କୋରିଆକୁ କେନ୍ଦ୍ର କରି କେଉଁ ମସିହାରେ ଜାପାନ ଓ ଚୀନ୍ ମଧ୍ଯରେ ଯୁଦ୍ଧ ହୋଇଥିଲା ?
Answer:
୧୮୯୪

୨୮ । କେଉଁ ମସିହାରେ କୋରିଆ ଜାପାନର ଏକ ଉପନିବେଶର ପରିଣତ ହୋଇଥିଲା ?
Answer:
୧୯୧୦

୨୯। କଙ୍ଗୋ। କେବେ ସ୍ଵାଧୀନ ରାଷ୍ଟ୍ର ଭାବେ ଗଠିତ ହୋଇଥିଲା?
Answer:
୧୮୮୫

୩୦ । ଲିଓପୋଲ୍ଡ କେଉଁ ଦେଶର ରାଜା ଥିଲେ ?
Answer:
କଙ୍ଗୋ

୩୧ । କାହା ବ୍ୟତୀତ ସମଗ୍ର ପଶ୍ଚିମ ଆଫ୍ରି କା ଇଉରୋପୀୟମାନଙ୍କ ମଧ୍ୟରେ ଭାଗ ହୋଇଥିଲା ?
Answer:
ଲାଇବେରିଆ

୩୨ । ୧୮୯୬ ମସିହାରେ କେଉଁ ଦେଶକୁ ଇଂରେଜଙ୍କ ସୁରକ୍ଷାପ୍ରାପ୍ତ ରାଷ୍ଟ୍ରଭାବେ ଘୋଷଣା କରାଯାଇଥିଲା ?
Answer:
ଉଗାଣ୍ଡା

୩୩ । କେବେ ଆବିସିନିଆ ଇଟାଲୀର ଦାବିକୁ ପ୍ରତ୍ୟାଖ୍ୟାନ କରି ଇଟାଲୀୟ ସୈନ୍ୟବାହିନୀକୁ ଏକ ଯୁଦ୍ଧରେ ପରାସ୍ତ କରିଥିଲା ?
Answer:
୧୮୯୬

୩୪ । ସାଇପ୍ରସ୍ ଦ୍ଵୀପ କେବେ ଇଂଲାଣ୍ଡ ଅଧୀନକୁ ଚାଲିଯାଇଥିଲା?
Answer:
୧୮୭୮

୩୫ । ଇଂରେଜ ଅଧିକୃତ ପୂର୍ବ ଆଫ୍ରିକାକୁ କେଉଁ ନାମରେ ନାମିତ କରାଗଲା ?
Answer:
କେନିଆ

୩୬ । ପ୍ରଥମ ବିଶ୍ଵଯୁଦ୍ଧ ଆରମ୍ଭ ସମୟରେ କେଉଁ ଦେଶ ଇଂଲାଣ୍ଡର ସୁରକ୍ଷାପ୍ରାପ୍ତ ରାଷ୍ଟ୍ର ହୋଇଥିଲା ?
Answer:
ଇଜିପ୍ଟ,

BSE Odisha 9th Class History Important Questions Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

୩୭ । ଇଜିପ୍ଟ ତୁର୍କୀର ଏକ ରାଜ୍ୟ ନୁହେଁ – ଏହା କେଉଁ ରାଷ୍ଟ୍ର ଘୋଷଣା କରିଥିଲା ?
Answer:
ଇଂଲାଣ୍ଡ

୩୮ । ସବୁଠାରୁ ବେଶି ଉପନିବେଶ କେଉଁ ରାଷ୍ଟ୍ରଗୁଡ଼ିକ ସ୍ଥାପନ କରିଥିଲେ ?
Answer:
ଇଉରୋପୀୟ

୩୯ । ଇଉରୋପୀୟ ରାଷ୍ଟ୍ରମାନେ ଏସିଆ ଓ ଆଫ୍ରିକାକୁ ମୁଖ୍ୟତଃ କେଉଁ ଉଦ୍ଦେଶ୍ୟରେ ଆସିଥିଲେ ?
Answer:
ବାଣିଜ୍ୟ ବ୍ୟବସାୟ

୪୦ । ଇଉରୋପୀୟମାନେ ମୂଲ୍ୟବାନ୍ ସୁନା ଓ ହୀରା କେଉଁ ମହାଦେଶରୁ ପାଇଥିଲେ ?
Answer:
ଆଫ୍ରିକା

C ଶୂନ୍ୟସ୍ଥାନ ପୂରଣ କର ।

୧। ଇଂଲାଣ୍ଡର ବୈଜ୍ଞାନିକ _________________ ବାଷ୍ପୀୟ ଇଞ୍ଜିନ୍ ଉଦ୍ଭାବନ କରିଥିଲେ ।
Answer:
ନିଉ କମେନ୍

୨। ଏସିଆ ଓ ଆଫ୍ରିକା ମହାଦେଶରେ ପାଶ୍ଚାତ୍ୟ ଧର୍ମ ପ୍ରଚାର କରିବା ଇଉରୋପୀୟମାନେ ସେମାନଙ୍କର ______________ ବୋଲି ମନେ କରୁଥିଲେ ।
Answer:
ନୈତିକ କର୍ଭବ୍ୟ

୩। ଡେନ୍‌ମାର୍କର ଅଧିବାସୀମାନଙ୍କୁ _______________ କୁହାଯାଏ ।
Answer:
ଡେନ୍

୪। ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ _____________ ମସିହାରେ ସଂଘଟିତ ହୋଇଥିଲା ।
Answer:
୧୮୫୭

୫। ପଲାସୀ ଯୁଦ୍ଧ ______________ ହୋଇଥିଲା ।
Answer:
୧୭୫୭

୬ । ଇଣ୍ଡୋ-ଚୀନ୍‌ରେ ବ୍ୟବସାୟ ପ୍ରସାର ଉଦ୍ୟମରେ ______________ ସଫଳ ହେଲା ସର୍ବେସର୍ବା ହେଲା ।
Answer:
ଫ୍ରାନ୍ସ

୭ । ବର୍ମା _________________ ମସିହାରେ ଭାରତ ସହ ମିଶିଥିଲା ।
Answer:
୧୮୮୬

୮। ଫିଲିପାଇନ୍ସ _______________ ଅଧୀନରେ ଏକ ଉପନିବେଶ ରୂପେ ରହିଥିଲା ।
Answer:
ଆମେରିକା

୯ । ବର୍ଣ୍ଣବୈଷମ୍ୟ ନୀତି ବିରୋଧରେ ଦଷିଣ ____________________ଆଫ୍ରିକାରେ ପ୍ରଥମେ ଆନ୍ଦୋଳନ କରିଥିଲେ ।
Answer:
ମହାତ୍ମା ଗାନ୍ଧି

୧୦ । ___________________ ମସିହାର ରାଜିନାମାନୁଯାୟୀ ଉତ୍ତର ଇରାନ୍ ରୁଷିଆର କର୍ତ୍ତୃତ୍ବାଧୀନ ହେଲା ।
Answer:
୧୯୦୭

BSE Odisha 9th Class History Important Questions Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

୧୧ ।  ଚୀନ୍ ର ରାକତନ୍ତର ଉକ୍ଥଦ ______________________ମସିହାରେ ହୋଇଥିଲା ।
Answer:
୧୯୧୧

୧୨ । କୋରିଆ ଜାପାନର ଏକ ଉପନିବେଶରେ ___________________ ମସିହାରେ ପରିଣତ ହୋଇଥିଲା ।
Answer:
୧୯୧୦

୧୩। କଙ୍ଗୋ ସ୍ଵାଧୀନ ରାଷ୍ଟ୍ର ________________ ମସିହାରେ ଗଠିତ ହେଲା ।
Answer:
୧୮୮୫

୧୪ । ଆନ୍ତର୍ଜାତିକ କଙ୍ଗୋ ସଙ୍ଗଠନ _________________ ମସିହାରେ ଗଠନ କରାଯାଇଥିଲା ।
Answer:
୧୮୭୮

୧୫ । ଲିଓପୋଲ୍ଡ _____________ ଦେଶର ରାଜା ଥୁଲେ ।
Answer:
କଙ୍ଗୋ

୧୬ । କଙ୍ଗୋ ନଦୀର ଉତ୍ତରାଞ୍ଚଳକୁ ଫ୍ରାନ୍ସ ଦଖଲ କରି _________________ ନାମରେ ନାମିତ କରିଥିଲା ।
Answer:
ଫରାସୀ କଙ୍ଗୋ ।

D ଠିକ୍ ଉକ୍ତି ପାଇଁ (√) ଓ ଭୁଲ ଉକ୍ତି ପାଇଁ (×) ଲେଖ ।

୧। ୧୮୩୮ ମସିହାରେ ବାଷ୍ପଚାଳିତ ଦୁଇଟି ଜାହାଜ ପ୍ରଶାନ୍ତ ମହାସାଗର ଅତିକ୍ରମ କରିଥିଲା ।
୨। ବିଶିଷ୍ଟ ନାବିକ ଭାସ୍କୋଡ଼ାଗାମା ଇଂଲଣ୍ଡର ନାବିକ ଥିଲେ ।
୩। ଉତ୍ତମାଶା ଅନ୍ତରୀପ ଆଫ୍ରିକାର ପୂର୍ବ ଉପକୂଳରେ ଅବସ୍ଥିତ ।
୪। ଇଂରେଜମାନେ ଚୀନ୍‌ରୁ ଚା’ ଓ ରେଶମ କ୍ରୟ କରି ଇଉରୋପରେ ବିକ୍ରୟ କରୁଥିଲେ ।
୫ । ୧୮୭୫ ମସିହା ପରେ ହଲାଣ୍ଡ ମୋଲୁକା ଦ୍ଵୀପପୁଞ୍ଜ ଉପରେ ନିୟନ୍ତ୍ରଣ ବିସ୍ତାର କରିଥିଲା ।
୬। ଇଣ୍ଡୋ-ଚୀନ୍‌ର ସର୍ବେସର୍ବା ଇଂଲାଣ୍ଡ ହୋଇଥିଲା ।
୭୮ ୧୯୧୧ ମସିହାରେ ଚୀନ୍‌ରେ ରାଜତନ୍ତ୍ରର ଉଚ୍ଛେଦ ହୋଇଥିଲା ।
୮। କଙ୍ଗୋ ନଦୀର ଦକ୍ଷିଣ ଅଂଶକୁ ଫ୍ରାନ୍ସ ଅଧିକାର କରିଥିଲା ।
୯। ଆମେରି କାରୁ ମୁକ୍ତ ହୋଇଥିବା ଦାସମାନେ ଲାଇବେରିଆରେ ବସତି ସ୍ଥାପନ କରିଥିଲେ ।
୧୦ । ପ୍ରବାସୀ ଡମାନଙ୍କୁ ‘ବୋଏର୍’ କୁହାଯାଉଥିଲା ।

Answers:
୧। (×)
୨। (×)
୩। (×)
୪। (√)
୫। (√)
୬। (×)
୭ । (√)
୮। ((x)
୯୮ (√)
୧୦ । (√)

BSE Odisha 9th Class History Important Questions Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

E ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

BSE Odisha 9th Class History Important Questions Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ 2

BSE Odisha 9th Class History Important Questions Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ 3

BSE Odisha 9th Class History Important Questions Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ 4

BSE Odisha 9th Class History Important Questions Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ 5

F ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।

୧୮ ୧୯୧୮ ମସିହାରେ ପ୍ରଥମ ବିଶ୍ଵଯୁଦ୍ଧ ଆରମ୍ଭ ହୋଇଥିଲା ।
Answer:
୧୯୧୪

୨। ଦାସ ବ୍ୟବସାୟ ଆମେରିକାରେ ସବୁଠାରୁ ବେଶୀ ଲାଭଦାୟକ ଥିଲା ।
Answer:
ଆଫ୍ରିକାରେ

୩। ପର୍ତ୍ତୁଗାଲର ରାଜଧାନୀ ଥିଲା ଡାମସ୍‌ସ୍
Answer:
ଲି ସ୍‌ବନ୍

୪। ସିରାଜଉଦୌଲା ଦିଲ୍ଲୀର ନବାବ ଥିଲେ ।
Answer:
ବଙ୍ଗଳାର

BSE Odisha 9th Class History Important Questions Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

୫। ଇଂରେଜମାନେ ଚୀନ୍‌ରୁ ପଶମ ଓ କଫି କ୍ରୟ କରି ଇଉରୋପରେ ବିକ୍ରୟ କରୁଥିଲେ ।
Answer:
ରେଶମ ଓ ଚାହା

୬। ପ୍ରଥମେ ଶ୍ରୀଲଙ୍କାକୁ ଇଂଲାଣ୍ଡ ଅଧିକାର କରିଥିଲା ।
Answer:
ପର୍ତ୍ତୁଗାଲ

୭। ୧୯୧୦ ମସିହାରେ ଚୀନ୍‌ରେ ରାଜତନ୍ତ୍ରର ଉଚ୍ଛେଦ କରାଯାଇଥିଲା ।
Answer:
୧୯୧୧

୮ । ରାଜା ଦ୍ଵିତୀୟ ଲିଓପୋଲ୍ଡ ଫ୍ରାନ୍‌ସର ରାଜା ଥିଲେ ।
Answer:
ବେଲଜିୟମ୍

୯। ପ୍ରବାସୀ ଡମାନଙ୍କୁ ଲୋଏର୍ ବୋଲି କୁହାଯାଉଥିଲା ।
Answer:
ବୋଏର

୧୦ । ନେଲସଡ଼ ମାଣ୍ଡେଲ ଦୀର୍ଘ ୨୨ ବର୍ଷ କାଳ ବନ୍ଦୀ ହୋଇଥିଲେ ।
Answer:
୨୭ ବର୍ଷ

G ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ଭାବେ ନେଲସନ୍ ମାଣ୍ଡେଲା କେବେ ଶପଥ ନେଇଥିଲେ ?
(A) ୧୯୯୪
(B) ୧୯୯୫
(C) ୧୯୯୬
(D) ୧୯୯୭
Answer:
(A) ୧୯୯୪

2. ଚୀନ୍‌ରେ କେବେ ରାଜତନ୍ତ୍ରର ଉଚ୍ଛେଦ ହୋଇଥିଲା ?
(A) ୧୯୧୦
(B) ୧୯୧୧
(C) ୧୯୧୨
(D) ୧୯୧୩
Answer:
(B) ୧୯୧୧

3. ନିମ୍ନୋକ୍ତ ମଧ୍ୟରୁ କେଉଁ ଦିନ ପଲାସୀ ଯୁଦ୍ଧ ସଂଘଟିତ
(A) ୧୮୫୭ ଜୁନ୍ ୨୩
(B)୧୭୫୭ ଜୁନ୍ ୨୩
(C) ୧୭୫୭ ମେ ୫
(D)୧୬୧୫ ଜୁନ୍ ୬
Answer:
(B)୧୭୫୭ ଜୁନ୍ ୨୩

4. ପଲାସୀ ଯୁଦ୍ଧ କେବେ ହୋଇଥିଲା ?
(A) ୧୭୫୬
(B) ୧୭୫୭
(C) ୧୭୫୮
(D) ୧୭୫୯
Answer:
(B) ୧୭୫୭

BSE Odisha 9th Class History Important Questions Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

5. ବେଲ୍‌ଜିଆନ୍ କଙ୍ଗୋ କେବେ ଗଠିତ ହୋଇଥିଲା ?
(A) ୧୯୦୬
(B) ୧୯୦୭
(C) ୧୯୦୮
(D) ୧୯୦୯
Answer:
(C) ୧୯୦୮

6.କଙ୍ଗୋ ନଦୀର କେଉଁ ଦିଗକୁ ଫରାସୀ କଙ୍ଗୋ ଗଠିତ ହୋଇଥିଲା ?
(A) ଉତ୍ତର
(B) ଦକ୍ଷିଣ
(C) ପୂର୍ବ
(D) ପଶ୍ଚିମ
Answer:
(A) ଉତ୍ତର

7. ୧୮୮୦ ମସିହାରେ ଜର୍ମାନୀ ପ୍ରଥମେ ପଶ୍ଚି ମ ଉପକୂଳରେ କେଉଁ ଦେଶକୁ ଅଧିକାର କରିଥିଲା ?
(A) ଇସ୍ତାନବୁଲ
(B) ଟୋଗୋଲାଣ୍ଡ
(C) ହଲାଣ୍ଡ
(D) ଫର୍ମୋଜା
Answer:
(B) ଟୋଗୋଲାଣ୍ଡ

8. ରୁଷରେ କେବେ ବିପ୍ଳବ ହୋଇଥିଲା ?
(A) ୧୯୧୫
(B) ୧୯୧୪
(C) ୧୯୧୭
(D) ୧୯୧୬
Answer:
(C) ୧୯୧୭

୨. ନି ମ୍ନୋକ୍ତ ଦେଶମାନଙ୍କ ମଧ୍ୟରୁ କେଉଁ ଦେଶଟି ଚୀନା ତରଭୁଜର କର୍ତ୍ତନରେ ସାମିଲ ନଥୁଲା ?
(A) ଜର୍ମାନୀ
(B) ରୁଷ୍
(C) ଫ୍ରାନ୍ସ
(D) ଇଟାଲୀ
Answer:
(D) ଇଟାଲୀ

10. ଫିଲିପାଇନ୍ସ ଅଣ୍ଟାବାସୀମାନଙ୍କୁ କ’ଣ କୁହାଯାଉଥିଲା ?
(A) ଡେନ୍
(B) ଡବ୍
(C) ହବ୍
(D) ଫିଲିପିନୋ
Answer:
(C) ହବ୍

11. ବର୍ଣ୍ଣବୈଷମ୍ୟ ନୀତି କେଉଁ ଦେଶରେ ପ୍ରଚଳିତ ଥିଲା ?
(A) ଦକ୍ଷିଣ ଆଫ୍ରିକା
(B) ଘାନା
(C) ଇଥ୍ଓପିଆ
(D) ମାଲୟେସିଆ
Answer:
(A) ଦକ୍ଷିଣ ଆଫ୍ରିକା

12. ଗାନ୍ଧିଜୀ କେଉଁଠାରେ ବର୍ଣ୍ଣବୈଷମ୍ୟ ନୀତି ବିରୋଧରେ ସଂଗ୍ରାମ କରିଥିଲେ ?
(A) ଆସାମ
(B) ନାଗାଲାଣ୍ଡ
(C) ଟୋଗୋଲାଣ୍ଡ
(D) ଦକ୍ଷିଣ ଆଫ୍ରିକା
Answer:
(D) ଦକ୍ଷିଣ ଆଫ୍ରିକା

13. କେବେ ଜର୍ଜ ଷ୍ଟିଫେନ୍‌ସନ୍ ପ୍ରଥମ ବାଷ୍ପଚାଳିତ ରେଳଇଞ୍ଜିନ୍ ନିର୍ମାଣ କରିଥିଲେ ?
(A) ୧୮୧୨
(B) ୧୮୧୯
(C) ୧୮୧୪
(D) ୧୮୯୧
Answer:
(C) ୧୮୧୪

14. ନିମ୍ନୋକ୍ତ କେଉଁ ମସିହାରେ ଏକ ରାଜିନାମା ଅନୁସାରେ ଫ୍ରାନ୍ସକୁ ମରକ୍‌ ମିଳିଥିଲା ?
(A) ୧୯୦୪
(B) ୧୯୦୭
(C) ୧୯୧୧
(D) ୧୯୧୪
Answer:
(A) ୧୯୦୪

BSE Odisha 9th Class History Important Questions Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

15. ମରକ୍କୋକୁ କେନ୍ଦ୍ର କରି କେଉଁ ଦୁଇ ରାଷ୍ଟ୍ର ମଧ୍ୟରେ କଳହର ସୂତ୍ରପାତ ହୋଇଥିଲା ?
(A) ଫ୍ରାନ୍ସ ଓ ଜର୍ମାନୀ
(B) ଇଂଲଣ୍ଡ ଓ ଜର୍ମାନୀ
(C) ଫ୍ରାନ୍ସ ଓ ଇଂଲଣ୍ଡ
(D) ଜର୍ମାନୀ ଓ ରୁଷ୍
Answer:
(A) ଫ୍ରାନ୍ସ ଓ ଜର୍ମାନୀ

16. ଆଞ୍ଜେରିଆର ପୂର୍ବ ଦିଗରେ ନିମ୍ନୋକ୍ତ କେଉଁ ରାଷ୍ଟ୍ର ଅବସ୍ଥିତ ?
(A) ଟ୍ୟୁନିସିଆ
(B) ମରକ୍କୋ
(C) ଆବିସିନିଆ
(D) ଟୋଗୋଲାଣ୍ଡ
Answer:
(A) ଟ୍ୟୁନିସିଆ

17. କେବେ ମିଶର ବା ଇଜିପ୍ଟକୁ ଏକ ସାର୍ବଭୌମ ହୋଇଥିଲା ?
(A) ୧୯୨୧
(B) ୧୯୨୬
(C) ୧୯୨୯
(D) ୧୯୨୨
Answer:
(D) ୧୯୨୨

18. ଦକ୍ଷିଣ ଆଫ୍ରିକାରେ କେଉଁମାନେ କେପ୍ କଲୋନୀ ସ୍ଥାପନ କରିଥିଲେ ?
(A) ଡବ୍
(B) ପର୍ତ୍ତୁଗୀଜ୍
(C) ଇଂରେଜ
(D) ଜର୍ମାନୀ
Answer:
(A) ଡବ୍

19. କେବେ ରୁଷ୍ ଜାପାନଠାରୁ ପରାସ୍ତ ହୋଇଥିଲା ?
(A) ୧୯୦୨-୦୩
(B) ୧୯୦୪-୦୫
(C) ୧୯୦୫-୦୬
(D) ୧୯୦୬-୦୭
Answer:
(B) ୧୯୦୪-୦୫

20. ଇଉରୋପୀୟମାନେ ବିଭିନ୍ନ ଦେଶରେ ଉପନିବେଶ ସ୍ଥାପନ କରିବା ଫଳରେ କେଉଁ ଧର୍ମର ପ୍ରଚାର ଓ ପ୍ରସାର ହୋଇଥିଲା ?
(A) ହିନ୍ଦୁ
(B) ଇସଲାମ୍
(C) ଖ୍ରୀଷ୍ଟ
(D) ବୌଦ୍ଧ
Answer:
(C) ଖ୍ରୀଷ୍ଟ

21. ସେସିଲ୍ ରୋଡ୍‌ କେଉଁ ଦେଶର ଯୁବକ ଥିଲେ ?
(A) ଫ୍ରାନ୍ସ
(B) ପର୍ତ୍ତୁଗାଲ୍
(C) ହଲାଣ୍ଡ
(D) ଇଂଲଣ୍ଡ
Answer:
(D) ଇଂଲଣ୍ଡ

22. ଏସିଆ ମହାଦେଶରେ ଉପଲବ୍‌ଧ ହେଉଥ‌ିବା ଲାଭଦାୟକ ସାମଗ୍ରୀଗୁଡ଼ିକ ମଧ୍ୟରେ କେଉଁ କାଠ ମୁଖ୍ୟ ଥିଲା ?
(A) ଶାଗୁଆନ କାଠ
(B) ପିଆଶାଳ କାଠ
(C) ଇବୋନୀ କାଠ
(D) ଆମ୍ବ କାଠ
Answer:
(C) ଇବୋନୀ କାଠ

23. ଇଉରୋପୀୟ ଦାସ ବ୍ୟବସାୟୀମାନେ ପ୍ରତ୍ୟେକ ମାସରେ କେଉଁମାନଙ୍କୁ ଦାସ ଭାବରେ ଆମେରିକାକୁ ରପ୍ତାନି କରୁଥିଲେ ?
(A) ଆଫ୍ରିକୀୟ
(B) ଜାପାନୀ
(C) ଇରାକୀୟ
(D) ଆରବୀୟ
Answer:
(A) ଆଫ୍ରିକୀୟ

24. ଭାସ୍କୋଡ଼ାଗାମା କେଉଁ ଦେଶର ନାବିକ ଥିଲେ ?
(A) ଆମେରିକା
(B) ପର୍ତ୍ତୁଗାଲ୍
(C) ଜାପାନ
(D) ଚୀନ୍
Answer:
(B) ପର୍ତ୍ତୁଗାଲ୍

BSE Odisha 9th Class History Important Questions Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

25. କେଉଁ ମସିହାର ବିଦ୍ରୋହକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ କୁହାଯାଏ ?
(A) ୧୮୫୫
(B) ୧୮୫୬
(C) ୧୮୫୭
(D) ୧୮୫୮
Answer:
(C) ୧୮୫୭

26. ମେସୋପଟାମିଆର ବର୍ତ୍ତମାନ ନାମ କ’ଣ ?
(A) ଇରାନ୍
(B) ଇରାକ୍
(C) ମାଲୟେସିଆ
(D) ତାଇୱାନ୍
Answer:
(B) ଇରାକ୍

27. କେଉଁ ନଦୀ କୂଳରେ ପଲାସୀ ଯୁଦ୍ଧ ହୋଇଥିଲା ?
(A) ଗଙ୍ଗା
(B) ଭାଗିରଥୀ
(C) ଯମୁନା
(D) ମହାନଦୀ
Answer:
(B) ଭାଗିରଥୀ

28. ଇଂଲଣ୍ଡ ଓ ଚୀନ୍ ମଧ୍ୟରେ ହୋଇଥିବା ଯୁଦ୍ଧ କେଉଁ ନାମରେ ପରିଚିତ ?
(A) ଅଫିମ ଯୁଦ୍ଧ
(B) ପ୍ରଥମ ବିଶ୍ଵଯୁଦ୍ଧ
(C) ରେଶମ ଯୁଦ୍ଧ
(D) ଦ୍ଵିତୀୟ ବିଶ୍ଵଯୁଦ୍ଧ
Answer:
(A) ଅଫିମ ଯୁଦ୍ଧ

29. ୧୮୩୯ ମସିହାରେ ଇଂଲଣ୍ଡ ନିମ୍ନୋକ୍ତ କେଉଁ ଦେଶ କରିଥିଲା ?
(A) ଜାପାନ
(B) କୋରିଆ
(C) ଚୀନ୍
(D) ଭାରତ
Answer:
(C) ଚୀନ୍

30. ନିମ୍ନୋକ୍ତ କେଉଁ ଦେଶଠାରୁ ଚୀନ୍ ପରାସ୍ତ ହୋଇ କୋରିଆକୁ ସ୍ଵାଧୀନତା ପ୍ରଦାନ କରିଥିଲା ?
(A) ଜାପାନ
(B) ଇଂଲଣ୍ଡ
(C) ଆମେରିକା
(D) ଇରାକ୍
Answer:
(A) ଜାପାନ

31. ନିମ୍ନୋକ୍ତ କେଉଁ ଦେଶ ଇଣ୍ଡୋ-ଚୀନ୍ରେ ନିଜର ବ୍ୟବସାୟ ପ୍ରସାର ଉଦ୍ୟମ କରି ସଫଳ ହୋଇଥିଲା ?
(A) ଇଂଲଣ୍ଡ
(B) ଫ୍ରାନ୍ସ
(C) ଇଟାଲୀ
(D) ଜାପାନ
Answer:
(B) ଫ୍ରାନ୍ସ

BSE Odisha 9th Class History Important Questions Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

32. ବର୍ମା ତୋନ୍‌କିଠାରୁ ମାଣ୍ଡାଲୟ ପର୍ଯ୍ୟନ୍ତ ରେଳପଥ ଦେଇଥିଲା ?
(A) ଇଟାଲୀ
(B) ଜାପାନ
(C) ଫ୍ରାନ୍ସ
(D) ଇଂଲଣ୍ଡ
Answer:
(C) ଫ୍ରାନ୍ସ

33. ନିମ୍ନୋକ୍ତ କେଉଁ ମସିହାରେ ଇଂଲାଣ୍ଡ ବର୍ମାକୁ ପରାସ୍ତ କରିଥିଲା ?
(A) ୧୮୮୫
(B) ୧୮୮୬
(C) ୧୮୮୯
(D) ୧୮୯୦
Answer:
(B) ୧୮୮୬

Leave a Comment