BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

Odisha State Board BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା Important Questions and Answers.

BSE Odisha Class 9 History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। କେଉଁସବୁ କାରଣରୁ ଭାରତୀୟ ସଂସ୍କୃତି ବ୍ୟାପକ ହୋଇପାରିଛି ?
Answer:
ନିମ୍ନଲିଖ କାରଣରୁ ଭାରତୀୟ ସଂସ୍କୃତି ବ୍ୟାପକ ହୋଇପାରିଛି ।

  • ଭାରତୀୟ ସଂସ୍କୃତି ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ ଓ ଭାଷାକୁ ନେଇ ବିକଶିତ । ଏହି ସଂସ୍କୃତିରେ ବିଭିନ୍ନ ପ୍ରକାର ପ୍ରଥା ଓ ପରମ୍ପରାର ସମ୍ମିଶ୍ରଣ ଘଟିଛି ।
  • ପ୍ରାଚୀନ ଯୁଗରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ବିଭିନ୍ନ ଦେଶ ସହିତ ଭାରତର ବାଣିଜ୍ୟିକ ସମ୍ପର୍କ ପରସ୍ପର ର ସଂସ୍କୃ ତି ଉପରେ ପ୍ରଭାବ ପକାଇଛି । ଏହାଦ୍ଵାରା ଭାରତର ସଂସ୍କୃତି ବ୍ୟାପକ ହୋଇପାରିଛି ।
  • ଅନେକ ମୁନିଋଷି, ସାଧୁସନ୍ଥ, ଧର୍ମପ୍ରବର୍ତ୍ତକ ଓ ପ୍ରଚାରକ ତଥା ଦାର୍ଶନିକ ଓ ସାହିତ୍ୟିକ ବାଣୀ ଭାରତୀୟ ସଂସ୍କୃତିରେ ପ୍ରତିଫଳିତ ହୋଇ ଏଥରେ ବ୍ୟାପକତା ଆଣିଛି ।
  • ଭାରତୀୟମାନଙ୍କ ଉଦାର ମନୋଭାବ ଯୋଗୁଁ ବହିଦେଶର ଅଧିବାସାଙ୍କ ଆଗମନରେ ଭାରତର ମୂଳ ସଂସ୍କୃ ତି ସେମାନଙ୍କ ସଂସ୍କୃତି ଦ୍ୱାରା କେତେକାଶରେ ପ୍ରଭାବିତ ହୋଇଛି ।
  • ସିନ୍ଧୁ ସଭ୍ୟତାଠାରୁ ଆରମ୍ଭ କରି ମୌର୍ଯ୍ୟଯୁଗ, କୁଶାଣୟଗ, ଗୁପ୍ତଯୁଗ, ତୁର୍କୀ ଶାସନ, ମୋଗଲ ଶାସନ ଓ ଇଂରେଜ ଶାସନ ସମୟର ଉତ୍କୃଷ୍ଟ ଚିତ୍ରକଳା, ଶିଳ୍ପକଳା ସଂସ୍କୃତିକୁ ବ୍ୟାପକ କରିଛି ।

୨। ଭାରତାୟ ସଂସ୍କୃତିରେ ବିଭିନ୍ନତା ମଧ୍ଯରେ ଏକତା ହୋଇପାରିଛି । କିପରି ପ୍ରତିଷ୍ଠିତ ହୋଇପାରିଛି ?
Answer:
ଭାରତ ଏକ ବିଶାଳ ଓ ମହାନ୍ ସଂସ୍କୃତିର ଦେଶ ହୋଇଥ‌ିବାରୁ ଏଠାରେ ବିଭିନ୍ନତା ମଧ୍ଯରେ ଏକତା ଦେଖାଯାଏ ।

  • ଭୂଖଣ୍ଡର ହିମାଳୟ ପର୍ବତକୁ ଦେବସ୍ଥାନ ଏବଂ ଗଙ୍ଗା, ଯମୁନା, ନର୍ମଦା, ଗୋଦାବରୀ, କୃଷ୍ଣା ଓ କାବେରୀ ଆଦି ନଦୀକୁ ଦେବୀ ଭାବରେ ବର୍ଣ୍ଣନା କରି ଭାରତୀୟମାନଙ୍କ ମନରେ ଐକ୍ୟଭାବ ଜାଗ୍ରତ କରିଛନ୍ତି ।
  • ପ୍ରାଚୀନ ଓ ମଧ୍ୟଯୁଗରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଅଶୋକ, ସମୁଦ୍ରଗୁପ୍ତ, ବିକ୍ରମାଦିତ୍ୟ, ହର୍ଷବର୍ଦ୍ଧନ, ଆକବର ପ୍ରଭୃତି ମହାପରାକ୍ରମଶାଳା ସମାଟମାନେ ଭାରତରେ ବିଶାଳ ସାମ୍ରାଜ୍ୟ ପ୍ରତିଷ୍ଠା କରି ଭାରତୀୟମାନଙ୍କ ଏକ ଶାସନାଧୀନ କରି ସେମାନଙ୍କ ମନରେ ଏକତା ଭାବ ସୃଷ୍ଟି କରିବାରେ ସହାୟକ ହୋଇଥିଲେ ।
  • ଭାରତର ବିଭିନ୍ନ ଭାଷାଭାଷୀଙ୍କ ମଧ୍ୟରେ ହିନ୍ଦୀ ଓ ଇଂରାଜୀ ଭାଷା ମାଧ୍ୟମରେ ଏକତା ରକ୍ଷା କରିବା ସମ୍ଭବ ହୋଇଛି ।
  • ଭାରତର ଧର୍ମ, ଦର୍ଶନ, ସାହିତ୍ୟ, ବିଜ୍ଞାନ, କଳା-ସ୍ଥାପତ୍ୟ, ନୃତ୍ୟ-ସଙ୍ଗୀତ ଆଦି ଭାରତୀୟମାନଙ୍କ ହୃଦୟରେ ଐକ୍ୟ ଭାବ ସୃଷ୍ଟି କରିପାରିଛି । କେବଳ ସେତିକି ନୁହେଁ, ଦେଶର ଜନସାଧାରଣ ନିଜକୁ ଭାରତୀୟ ବୂପେ ପରିଚିତି କରାଇ ଗର୍ବ ଅନୁଭବ କରିଥା’ନ୍ତି ।
  • ଡପରୋକ୍ତ ସମସ୍ତ କାରଶ ଯୋଗୁ ଭାରତାୟ ସଂସ୍କୃତିରେ ବିଭିନ୍ନତା ମଧ୍ଯରେ ଏକତା ସମ୍ଭବ ହୋଇପାରିଛି ।

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଭାରତର ଭୌଗୋଳିକ ବିଭିନ୍ନତା ଉଲ୍ଲେଖ କର ।
Answer:

  • ଭାରତର ବିଭିନ୍ନ ଅଥଳର ଭୌଗୋଳିକ ଅବସ୍ଥିତି, ପ୍ରାକୃତିକ ଗଠନ ଓ ଜଳବାୟୁ ଏକପ୍ରକାର ନୁହେଁ । ଏହାର କେଉଁଠି ଉଚ୍ଚ ପାର୍ବତ୍ୟ ଭୂମି ତ କେଉଁଠି ଶୁଷ୍କ ମରୁଭୂମି ଏବଂ ମାଳଭୂମି ଦେଖିବାକୁ ମିଳେ ।
  • ସେହିପରି ଗୋଟିଏ ଅଞ୍ଚଳର ଜଳବାୟୁ ଉଷ୍ଣ ହୋଇଥ‌ିବା ସ୍ଥଳେ ଅନ୍ୟ ଗୋଟିଏ ଅଞ୍ଚଳର ଜଳବାୟୁ ଶୀତଳ କମ୍ବା ନାତଶୀତୋଷ୍ଣ, ବୃଷ୍ଟିପାତ ମଧ୍ୟ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ । ଏହି କାରଣରୁ ବିଭିନ୍ନ ସ୍ଥାନରେ ଜନବସତିରେ ତାରତମ୍ୟ ଦେଖାଯାଏ । ବିଭିନ୍ନ ଅଞ୍ଚଳରେ ମଧ୍ୟ ଭିନ୍ନ ଭିନ୍ନ ଉଦ୍ଭିଦ ଓ ପ୍ରଶୁପକ୍ଷୀ ଦେଖାଯା’ନ୍ତି ।

୨। ଆଲେକ୍‌ ଜାଣ୍ଡର କିଏ ? ସେ କେବେ ଭାରତ ଆକ୍ରମଣ କରିଥିଲେ ? ଏହା ଫଳରେ କ’ଣ ହୋଇଥିଲା ?
Answer:

  • ଆଲୋକ୍‌ଜାଣ୍ଡର ଗ୍ରୀସ୍ ଦେଶର ସମ୍ରାଟ୍ ଓ ଜଣେ ପ୍ରଖ୍ୟାତ ବୀର ଥିଲେ ।
  • ସେ ଖ୍ରୀ.ପୂ. ୩୨୭ରେ ଭାରତ ଆକ୍ରମଣ କରିଥିଲେ । ଏହାଫଳରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ସ୍ଥାପିତ ହୋଇ ଉଭୟ ଦେଶର ସଂସ୍କୃତି ପ୍ରଭାବିତ ହୋଇଥିଲା ।

୩। ଭାରତକୁ କାହିଁକି ବହୁଧର୍ମର ଦେଶ କୁହାଯାଏ ?
Answer:

  • ଭାରତରେ ହିନ୍ଦୁ, ବୌଦ୍ଧ, ଜୋରାଷ୍ଟର, ଖ୍ରୀଷ୍ଟିୟାନ୍, ମୁସଲ୍‌ମାନ, ଶିଖ୍ ଓ ଇହୁଦୀ ଆଦି ବହୁ ଧମାବଲମ୍ବାମାନେ ବସବାସ କରନ୍ତି।
  • ତେଣୁ ଭାରତକୁ ବହୁଧର୍ମର ଦେଶ ବୋଲି କହାଯାଏ ।

୪। ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଭାରତ କେତେଗୋଟି ମହାଜନପଦ ବା ରାଜ୍ୟରେ ବିଭକ୍ତ ହୋଇଥିଲା ଓ କ’ଣ କ’ଣ ?
Answer:

  • ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଭାରତ ଷୋହଳଟି ମହାଜନପଦ ବା ରାଜ୍ୟରେ ବିଭକ୍ତ ହୋଇଥଲା ।
  • ସେଗୁଡ଼ିକ ହେଲା ଅଙ୍ଗ, ମଗଧ, କାଶୀ, କୋଶଳ, ଭିଜି, ମଲ୍ଲ, ଚେଦୀ, ଭତ୍ସ, କୁରୁ, ପାଞ୍ଚାଳ, ମତ୍ସ୍ୟ, ସୁର ସେନ, ଅସ୍ମକ, ଅବନ୍ତୀ, ଗାନ୍ଧାର ଓ କାମ୍ବୋଜ ।

୫। କେବେ ଏବଂ କେଉଁ ବଡ଼ଲାଟ୍ ଭାରତରେ ପାଶ୍ଚାତ୍ୟ ଶିକ୍ଷା ପ୍ରଚଳନ କରିଥିଲେ ?
Answer:
୧୮୩୫ ଖ୍ରୀ.ଅ.ରେ ଗଭଣ୍ଣର ଜେନେରାଲ୍ ତଥା ବଡ଼ଲାଟ ଲର୍ଡ ଉଇଲିୟମ୍ ବେଣ୍ଟିକ୍ ଭାରତରେ ପାଶ୍ଚାତ୍ୟ ଶିକ୍ଷାର ପ୍ରଚଳନ କରିଥିଲେ ।

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୬। ଭାରତରେ ମୁଖ୍ୟତଃ ଛଅଟି ଧର୍ମ ସମ୍ପ୍ରଦାୟର ଲୋକ ବାସ କରନ୍ତି ? ସେଗୁଡ଼ିକର ନାମ ଲେଖ ।
Answer:

  • ଭାରତରେ ମୁଖ୍ୟତଃ ଛଅଟି ଧର୍ମ ସମ୍ପ୍ରଦାୟର ଲୋକ ବାସ କରନ୍ତି ।
  • ସେଗୁଡ଼ିକ ହେଲେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ୍, ଶିଖ୍, ବୌଦ୍ଧ ଓ ଜୈନ ।

୭। ବୌଦ୍ଧଧର୍ମ ଓ ଜୈନଧର୍ମ କେତେ ଭାଗରେ ବିଭକ୍ତ । ଓ କ’ଣ କ’ଣ ?
Answer:

  • ବୌଦ୍ଧଧର୍ମ ଦୁଇଭାଗରେ ବିଭକ୍ତ; ଯଥା ମହାଯାନ ଓ ହୀନଯାନ ।
  • ଜୈନଧର୍ମ ଦୁଇ ଭାଗରେ ବିଭକ୍ତ; ଯଥା ଶ୍ଵେତାମ୍ବର ଓ ଦିଗମ୍ବର ।

୮। ଜୁଦାଇଜ୍‌ କେଉଁ ଧର୍ମକୁ କୁହାଯାଏ ? ଏହି ଧର୍ମାବଲମ୍ବୀମାନେ କେଉଁ ନାମରେ ପରିଚିତ ?
Answer:

  • ଇହୁଦୀ ଧର୍ମକୁ ଜୁଦାଇଜମ୍ କୁହାଯାଏ ।
  • ଏହି ଧର୍ମାବଲମ୍ବୀମାନେ ଜୀଉ ନାମରେ ପରିଚିତ ।

୯। ଖ୍ରୀଷ୍ଟିୟାନମାନେ କେତେ ଭାଗରେ ବିଭକ୍ତ ଓ କ’ଣ କ’ଣ ?
Answer:
ଖ୍ରୀଷ୍ଟିୟାନମାନେ ଦୁଇ ଭାଗରେ ବିଭକ୍ତ; ଯଥା – କାଥୋଲିକ୍ ଓ ପ୍ରୋଟେଷ୍ଟାଣ୍ଟ ।

୧୦। ଚତୁର୍ଧାମ କ’ଣ ?
Answer:
ଭାରତର ଉତ୍ତର ଦିଗରେ ଉତ୍ତରାଖଣ୍ଡର ବଦ୍ରିନାଥ, ପୂର୍ବରେ ଓଡ଼ିଶାର ପୁରୀ, ଦକ୍ଷିଣରେ ତାମିଲନାଡୁର ରାମେଶ୍ଵରମ୍ ଓ ପଶ୍ଚିମରେ ଗୁଜରାଟର ଦ୍ଵାରକା ତୀର୍ଥସ୍ଥାନ ହିନ୍ଦୁଧର୍ମର ଚତୁର୍ଧାମ ଭାବେ ବିବେଚିତ ।

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୧୧। ଭାରତୀୟମାନଙ୍କଦ୍ଵାରା ପାଳନ କରାଯାଇଥ‌ିବା କେତେକ ପର୍ବର ନାମ ଲେଖ ।
Answer:
ଭାରତୀୟମାନଙ୍କଦ୍ଵାରା ପାଳନ କରାଯାଇଥ‌ିବା କେତେକ ପର୍ବର ନାମ ହେଲା ହୋଲି, ଦଶହରା, ଦୀପାବଳୀ, ଇଦ୍ର, ମହରମ୍, ଖ୍ରୀଷ୍ଟମାସ୍, ନୂଆବର୍ଷ, ବୁଦ୍ଧ ଜୟନ୍ତୀ, ମହାବୀର ଜୟନ୍ତୀ,ଗରନାନକ ଜୟନ୍ତୀ ଇତ୍ୟାଦି ।

୧୨। ବ୍ରିଟିଶ୍ ଶାସନ ସମୟରେ ଭାରତରେ ଶିକ୍ଷାଦାନର ମାଧ୍ୟମ ରୂପେ କେଉଁ ଭାଷାର ପ୍ରଚଳନ ହୋଇଥିଲା। ? ଏହି ଭାଷାର ବ୍ୟବହାର କେଉଁଠାରେ ହେଉଥିଲା ?
Answer:

  • ବ୍ରିଟିଶ୍ ଶାସନ ସମୟରେ ଭାରତରେ ଶିକ୍ଷାଦାନର ମାଧ୍ୟମ ରୂପେ ପ୍ରଚଳନ ହୋଇଥିଲା ।
  • ସରକାରୀ କାର୍ଯ୍ୟରେ ଓ କୋର୍ଟ କଚେରିରେ ଭାଷାର ବ୍ୟବହାର ହୋଇଥିଲା ।

A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। କେଉଁ ଧର୍ମାବଲମ୍ବୀଙ୍କ ମଧ୍ୟରେ କୌଣସି ଗୋଷ୍ଠୀଗତ ବିଭାଜନ ଦେଖାଯାଏ ନାହିଁ ।
Answer:
ଜୋରାଷ୍ଟ୍ରରୀୟ ଓ ବାହାଇମାନଙ୍କ ମଧ୍ୟରେ କୌଣସି ଗୋଷ୍ଠୀଗତ ବିଭାଜନ ଦେଖାଯାଏ ନାହିଁ ।

୨। ଭାରତର ସର୍ବପୁରାତନ ଭାଷାର ନାମ କ’ଣ ?
Answer:
ଭାରତର ସର୍ବପୁରାତନ ଭାଷାର ନାମ ହେଉଛି ପ୍ରାକୃତ ।

୩। ମୁସଲମାନମାନଙ୍କ ଆଗମନ ଫଳରେ ଭାରତରେ କେଉଁ ଭାଷାର ପ୍ରଚଳନ ହୋଇଥିଲା ?
Answer:
ମୁସଲମାନମାନଙ୍କ ଆଗମନ ଫଳରେ ଭାରତରେ ଉଦ୍ଭୁ ଓ ପାରସୀ ଭାଷାର ପ୍ରଚଳନ ହୋଇଥିଲା ।

୪। କେଉଁ ଭାଷା ସମସ୍ତ ଭାରତବାସୀଙ୍କୁ ଏକ ଶାସନାଧୀନରେ ରଖ୍ପାଇଁ ଉଦ୍ଦିଷ୍ଟ ଥିଲା ?
Answer:
ଇଂରାଜୀ ଭାଷା ସମସ୍ତ ଭାରତବାସୀଙ୍କୁ ଏକ ଶାସନାଧୀନରେ ରଖିବାପାଇଁ ଉଦ୍ଦିଷ୍ଟ ଥିଲା ।

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୫। ସ୍ବାଧୀନ ଭାରତରେ କେଉଁ ଭାଷାକୁ ରାଷ୍ଟ୍ରଭାଷାର ମାନ୍ୟତା ଦିଆଗଲା ।
Answer:
ସ୍ଵାଧୀନ ଭାରତରେ ହିନ୍ଦୀ ଭାଷାକୁ ରାଷ୍ଟ୍ରଭାଷାର ମାନ୍ୟତା ଦିଆଗଲା ।

୬ | ଇଣ୍ଡୋ-ଗ୍ରୀକ୍ କଳା ଏବଂ ଇଣ୍ଡୋ-ଇସ୍‌ଲାମିକ୍ କଳାଶୈଳୀର ସୃଷ୍ଟି କିପରି ହୋଇଛି ?
Answer:
ଭାରତ ଓ ଗ୍ରୀକ୍ ଶୈଳୀର ମିଶ୍ରଣରେ ଇଣ୍ଡୋ-ଗ୍ରୀକ୍ କଳାଶୈଳୀ ଏବଂ ହିନ୍ଦୁ ଓ ମୁସଲମାନମାନଙ୍କ ଶୈଳୀର ମିଶ୍ରଣରେ ଇଣ୍ଡୋ-ଇସ୍‌ଲାମିକ୍ କଳାଶୈଳୀର ସୃଷ୍ଟି ହୋଇଛି ।

୭ । ପ୍ରାଚୀନ କାଳର ମୁନିଋଷିମାନେ ଗଙ୍ଗା, ଯମୁନା ଆଦି ନଦୀମାନଙ୍କୁ କ’ଣ ଭାବରେ ବର୍ଣ୍ଣନା, କରିଛନ୍ତି ।
Answer:
ପ୍ରାଚୀନ କାଳର ମୁନିଋଷିମାନେ ଗଙ୍ଗା, ଯମୁନା ଆଦି ନଦୀମାନଙ୍କୁ ଦେବୀ ଭାବରେ ବର୍ଣ୍ଣନା କରିଛନ୍ତି ।

୮। ଭାରତର ଉତ୍ତରରେ କ’ଣ ଅବସ୍ଥିତ ?
Answer:
ଭାରତର ଉତ୍ତରରେ ହିମାଳୟ ପର୍ବତମାଳା ଅବସ୍ଥିତ।

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୯। ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଭାରତରେ କେତୋଟି ରାଜତନ୍ତ୍ର ରାଜ୍ୟ ଏବଂ ଦୁଇଟି ସାଧାରଣତନ୍ତ୍ର ରାଜ୍ୟ ରାଜ୍ୟ ଥିଲା ?
Answer:
ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଭାରତରେ ଚଉଦଟି ରାଜତନ୍ତ୍ର ରାଜ୍ୟ ଏବଂ ଦୁଇଟି ସାଧାରଣତନ୍ତ୍ର ରାଜ୍ୟ ଥଲା ।

୧୦। ପ୍ରାଚୀନ ଯୁଗରେ ରାଜାମାନେ କେଉଁ କେଉଁ ଉପାଧ୍ଧରେ ନିଜକୁ ଭୂଷିତ କରିଥିଲେ ?
Answer:
ପ୍ରାଚୀନ ଯୁଗରେ ରାଜାମାନେ ନିଜକୁ ମହାରାଜା ରାଜାଧୁରାଜ, ମହାରାଜାଧରାଜ, ଚକ୍ରବର୍ତୀ ଓ ସମ୍ରାଟ ଆଦି ଉପାଧ୍ଧରେ ନିଜକୁ ଭୂଷିତ କରୁଥିଲେ ।

୧୧। ଭାରତରେ ଡାକସେବା କେବେ ପ୍ରଚଳନ କରାଯାଇଥିଲା ?
Answer:
ଭାରତରେ ୧୮୫୪ ମସିହାରେ ଡାକସେବା ପ୍ରଚଳନ କରାଯାଇଥିଲା

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

୧। ବୈଦିକ ଯୁଗରେ କେଉଁ ଧର୍ମର ପ୍ରାଧାନ୍ୟ ରହିଥିଲା ?
Answer:
ବ୍ରାହ୍ମଣ୍ୟ ଧର୍ମ

୨। ଭାରତୀୟ ସଂସ୍କୃତିର ସ୍ବାତନ୍ତ୍ର୍ୟ କ’ଣ ?
Answer:
ବିଭିନ୍ନତାରେ ଏକତା

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୩। ବୌଦ୍ଧଧର୍ମ ପ୍ରଚାର ପାଇଁ ସମ୍ରାଟ ଅଶୋକ ତାଙ୍କ ପୁତ୍ର ଓ କନ୍ୟାଙ୍କୁ କେଉଁ ସ୍ଥାନକୁ ପଠାଇଥିଲେ ?
Answer:
ସିଂହଳ

୪। ପ୍ରାଚୀନ କାଳର ମୁନିଋଷିମାନେ ହିମାଳୟ ପର୍ବତକୁ କ’ଣ ଭାବେ ବର୍ଣନା କରିଛନ୍ତି ?
Answer:
ଦେବସ୍ଥାନ

୫। ଭାରତରେ କେଉଁ ବଡ଼ଲାଟଙ୍କଦ୍ଵାରା ଏକ ସମାନ ଶିକ୍ଷା ପ୍ରଣାଳୀ ଓ ସ୍ଥାନୀୟ ଭାଷାରେ ପ୍ରାଥମିକ ଶିକ୍ଷାଦାନର ପ୍ରବର୍ତ୍ତନ ହୋଇଥୁଲା ?
Answer:
ଲର୍ଡ଼ ଡେଲ ହାଉସୀ

୬ । ଦ୍ରାବିଡ଼ ଜାତିର ଲୋକଙ୍କୁ ଅନ୍ୟଥା କ’ଣ କୁହାଯାଏ ?
Answer:
ମେଡ଼େଟେରେ ନି ଆନ୍

୭ । ‘ବୈଜ୍ଞାନିକ ପଦ୍ଧତିରେ ବିଭିନ୍ନ ମାନବଗୋଷ୍ଠୀର ତୁଳନାତ୍ମକ ଅଧ୍ୟୟନ ପାଇଁ ଭାରତ ସଂଗ୍ରହାଳୟ’’– ଏ ଉକ୍ତିଟି କାହାର ?
Answer:
ଐତିହାସିକ ଭିନ୍‌ସେଣ୍ଟ ସ୍ମିଥ୍

୮। ମଧ୍ୟଯୁଗର ଶେଷଭାଗରେ କେଉଁ ଧର୍ମମତ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଏକତା ଭାବ ଜାଗ୍ରତ କଲା ?
Answer:
ସତ୍ୟପୀର

୯। ‘ଆର୍ଯ୍ୟ ସମାଜ’ର ପ୍ରତିଷ୍ଠାତା କିଏ ?
Answer:
ଦୟାନନ୍ଦ ସରସ୍ଵତୀ

୧୦। ଥ୍ ଓସୋଫି କାଲ୍ ସୋସାଇଟି’ କିଏ ପ୍ରତିଷ୍ଠା କରିଥିଲେ ?
Answer:
ଆନି ବେ ଶାନ୍ତ

୧୧। ‘ଅହମ୍ମଦିଆ’ ଆନ୍ଦୋଳନ କିଏ ଆରମ୍ଭ କରିଥିଲେ ?
Answer:
ମିର୍ଜା ଘୁଲାମ୍ ଅହମ୍ମଦ

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୧୨। ‘ଆଲିଗଡ଼ ଆନ୍ଦୋଳନ’ ସହ ଜଡ଼ିତ ଜଣେ ନେତାଙ୍କ ନାମ ଲେଖ ?
Answer:
ସୟଦ୍ ଅହମ୍ମଦ ଖାନ୍

୧୩। ଭାରତରେ ପ୍ରାୟ କେତୋଟି ମାତୃଭାଷା ଥ‌ିବାର ଜଣାଯାଏ ?
Answer:
୧୬୫୨

୧୪ । ଭାରତରେ ପ୍ରାୟ କେତୋଟି କଥ୍ୟ ଭାଷା ରହିଛି ?
Answer:
୫୪୪

୧୫ । କେଉଁ ବଂଶର ରାଜତ୍ଵ ସମୟରେ ସଂସ୍କୃତ ଭାଷାର ଗୁରୁତ୍ଵ ବୃଦ୍ଧି ପାଇଲା ?
Answer:
ଗୁପ୍ତବଂଶ

୧୬ । କେଉଁ ଅନୁଷ୍ଠାନଟି ରାଜା ରାମମୋହନ ରାୟଙ୍କଦ୍ୱାରା ହୋଇଥୁଲା ?
Answer:
ବ୍ରାହ୍ମ ସମାଜ

୧୭। ରାମକୃଷ୍ଣ ମିଶନ କେବେ ପ୍ରତିଷ୍ଠା ହୋଇଥିଲା ?
Answer:
୧୮୯୭ ମସିହା

୧୮। ଆମ ସମ୍ବିଧାନରେ କେତୋଟି ଭାଷାକୁ ସ୍ବୀକୃତି ପ୍ରଦାନ କରାଯାଇଛି ?
Answer:
୨୨ଟି

୧୯। ଭାରତର ସର୍ବପୁରାତନ ଭାଷା କ’ଣ ?
Answer:
ପ୍ରାକୃତ

୨୦। ମୁସଲମାନମାନଙ୍କର ଭାରତକୁ ଆଗମନ ଫଳରେ କେଉଁ ଭାଷାର ପ୍ରଚଳନ ହୋଇଥିଲା ?
Answer:
ଉର୍ଦୁ ଓ ପାରସୀ

୨୧। ଦିନ୍-ଇ-ଲ୍ଲାହୀ ଧର୍ମ କେବେ ପ୍ରଚାରିତ ହୋଇଥିଲା ?
Answer:
୧୫୮୧ ମସିହା

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୨୨। କଥକଲି ନୃତ୍ୟଶୈଳୀ କେଉଁ ପ୍ରଦେଶରୁ ଉଦ୍ଭବ ହୋଇଛି ?
Answer:
କେରଳ

୨୩। ଗୁପ୍ତଯୁଗରେ କେଉଁ ଭାଷାର ଗୁରୁତ୍ଵ ବୃଦ୍ଧି ପାଇଥିଲା ?
Answer:
ସଂସ୍କୃତ

୨୪। ଭାରତନାଟ୍ୟମ୍ କେଉଁ ରାଜ୍ୟରୁ ଉଦ୍ଭବ ହୋଇଥିଲା ?
Answer:
ତାମିଲନାଡୁ

୨୫। ଆନ୍ଧ୍ର ପ୍ରଦେଶରୁ କେଉଁ ନୃତ୍ୟଶୈଳୀର ଉଦ୍ଭବ ହୋଇଥୁଲା ?
Answer:
କୁଚିପୁଡ଼ି

C. ଶୂନ୍ୟସ୍ଥାନ ପୂରଣ କର ।

୧। ତାମିଲନାଡୁରେ ______________ ନୃତ୍ୟଶୈଳୀ ପ୍ରଚଳିତ ।
Answer:
ଭାରତନାଟ୍ୟମ୍

୨। ସମ୍ବିଧାନରେ _______________ ଟି ଭାଷାକୁ ସ୍ବୀକୃତି ଦିଆଯାଇଛି ।
Answer:
୨୨

୩। ହିନ୍ଦୁ ଓ ମୁସଲମାନ ଧର୍ମର ସମନ୍ଵୟରେ ପ୍ରତିଷ୍ଠିତ ______________ ଧର୍ମମତ ଉଭୟ ସମ୍ପ୍ର ଦାୟଙ୍କ ମଧ୍ୟରେ ଏକତା ଭାବ ଜାଗ୍ରତ କରିଥିଲା ।
Answer:
ସତ୍ୟପୀର

୪। ରାଜା ରାମମୋହନ ରାୟ _____________ ପ୍ରତିଷ୍ଠା କରିଥିଲେ ।
Answer:
ବ୍ରାହ୍ମ ସମାଜ

୫। ଗଭର୍ଣ୍ଣର ଜେନେରାଲ୍ ______________ ଙ୍କଦ୍ୱାରା ଭାରତରେ ପାଶ୍ଚାତ୍ୟ ଶିକ୍ଷା ପ୍ରଚଳନ ହୋଇଥିଲା ।
Answer:
ଲର୍ଡ ଉଇଲିୟମ୍ ବେଣ୍ଟିକ୍

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୬। ଭାରତରେ ଚାରିଦିଗରେ ସ୍ଥାପିତ ହିଦୁତୀର୍ଥ ସ୍ଥାନଗୁଡ଼କୁ ____________ କୁହାଯାଏ ।
Answer:
ଚତୁ ର୍ଧାମ

୭। ଦ୍ଵାରକା ଭାରତର _____________ ରାଜ୍ୟରେ ଅବସ୍ଥିତ ।
Answer:
ଗୁଜରାଟ

୮ । ଭାରତର ସର୍ବପୁରାତନ ଭାଷା ହେଉଛି ______________ ।
Answer:
ପ୍ରାକୃତ

୯। ରାମକୃଷ୍ଣ ମିଶନ ______________ ମସିହାରେ ପ୍ରତିଷ୍ଣା କରାଯାଇଥିଲା ।
Answer:
୧୮୯୭

୧୦। ଆନ୍ଧ୍ରପ୍ରଦେଶରୁ ______________ ନୃତ୍ୟଶୈଳୀର ଉଦ୍ଭବ ହୋଇଥୁଲା
Answer:
କୁଚିପୁଡ଼ି ।

D. ଠିକ୍ ଉକ୍ତି ପାଇଁ (✓) ଓ ଭୁଲ୍ ଉକ୍ତି ପାଇଁ (X) ଚିହ୍ନ ଦିଅ ।

୧। ରାଜା ରାମମୋହନ ରାୟ ଆର୍ଯ୍ୟ ସମାଜ ପ୍ରତିଷ୍ଠା କରିଥିଲେ ।
Answer:
x

୨ । ଦୟାନନ୍ଦ ସରସ୍ୱତୀ ଥଓସୋଫିକାଲ ସୋସାଇଟି ପ୍ରତିଷ୍ଠା କରିଥିଲେ ।
Answer:
x

୩। ସୟଦ୍ ଅହମ୍ମଦ ଖାଁ ଅହମ୍ମଦିଆ ଆନ୍ଦୋଳନ ଆରମ୍ଭ କରିଥିଲେ ।
Answer:
x

୪। ଭାରତରେ ପ୍ରାୟ ୫୪୪ଟି ମାତୃଭାଷା ରହିଛି ।
Answer:
x

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୫। ଆମ ଦେଶର ସର୍ବପୁରାତନ ଭାଷା ସଂସ୍କୃତ ।
Answer:
x

୬ । କୁଚିପୁଡ଼ି ନୃତ୍ୟ ତାମିଲନାଡୁରୁ ସୃଷ୍ଟି ହୋଇଛି ।
Answer:
x

୭ । ଭାରତନାଟ୍ୟମ୍‌ର ଉଦ୍ଭବ ଆନ୍ଧ୍ରପ୍ରଦେଶରେ ହୋଇଥିଲା ।
Answer:
x

୮ । ଗୁପ୍ତଯୁଗରୁ ସଂସ୍କୃତ ଭାଷାର ଗୁରୁତ୍ଵ ବୃଦ୍ଧି ପାଇଥିଲା ।
Answer:

୯ । ଭାରତରେ ଇଂରେଜୀ ଶିକ୍ଷା ଉଇଲିୟମ ବେକ୍ନିକ୍ ପ୍ରବର୍ତ୍ତନ କରିଥିଲେ ।
Answer:

୧୦। ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଭାରତରେ ୧୫ଟି ମହାଜନପଦ ଥିଲା ।
Answer:
x

E. ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।
‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ । 1

F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ।

୧। ଲର୍ଡ ଉଇଲିୟମ୍ ବେଣ୍ଟିକ୍ ଭାରତରେ ମୌଳିକ ଶିକ୍ଷା ପ୍ରଚଳନ କରିଥିଲେ ।
Answer:
ପାଶ୍ଚାତ୍ୟ ଶିକ୍ଷା

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୨। ସଂସ୍କୃତ ଭାଷା ଭାରତର ସର୍ବପୁରାତନ ଭାଷା ଭାବେ ‘ପରିଗଣିତ ହୋଇଥାଏ ।
Answer:
ପ୍ରାକୃତ,

୩। ବଦ୍ରିନାଥ ଭାରତର ଦକ୍ଷିଣ ଦିଗରେ ଅବସ୍ଥିତ ।
Answer:
ଉତ୍ତର,

୪। ରାଜା ରାମମୋହନ ରାୟ ପ୍ରାର୍ଥନା ସମାଜ ପ୍ରତିଷ୍ଠା କରିଥିଲେ ।
Answer:
ବ୍ରାହ୍ମ ସମାଜ,

୫। ଆମ ଦେଶରେ ୧୬୨୫ଟି ମାତୃ ଭାଷା ଥ‌ିବାର ଜଣାଯାଏ ।
Answer:
୧୬୫୨,

୬। ଋକବେଦରୁ ଭାରତୀୟ ଶାସ୍ତ୍ରୀୟ ସଂଗୀତର ଉତ୍ପତ୍ତି ହୋଇଛି ।
Answer:
ସାମବେଦ

୭। ପ୍ରାଚୀନ କାଳରେ ମୁନିଋଷିମାନେ ଗନ୍ଧମାର୍ଦ୍ଦନ ପର୍ବତକୁ ‘ଦେବସ୍ଥାନ’ ଭାବେ ବିବେଚନା କରୁଥିଲେ ।
Answer:
ହିମାଳୟ

୮। ସିନ୍ଧୁ ସଭ୍ୟତାର ସ୍ରଷ୍ଟା ଥିଲେ ଲୋହିତ ଭାରତୀୟମାନେ ।
Answer:
ଦ୍ରାବିଡ଼ମାନେ

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୯। ଏକାଦଶ ଶତାବ୍ଦୀରୁ ଭାରତରେ ବିଧ୍ବଦ୍ଧଭାବେ ବୌଦ୍ଧଧର୍ମ ପ୍ରଚାର ଆରମ୍ଭ ହୋଇଥିଲା ।
Answer:
ଇସ୍‌ଲାମ୍ ଧର୍ମ,

୧୦। ନିମ୍ନ ଜାତିର ଶିଙ୍ଖାମାନଙ୍କୁ ସର୍ଦାର କୁହାଯାଏ ।
Answer:
ମଜହବି,

୧୧। ମୌର୍ଯ୍ୟ ଯୁଗରୁ ସଂସ୍କୃତ ଭାଷାର ଗୁରୁତ୍ଵ ବୃଦ୍ଧି ପାଇଥୁଲ ।
Answer:
ଗୁପ୍ତ,

୧୨। ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଭାରତରେ ୧୫ଟି ମହାଜନପଦ ଥିଲା ।
Answer:
୧୬ଟି,

୧୩। କଥାକଲି ନୃତ୍ୟଶୈଳୀ ଆନ୍ଧ୍ରପ୍ରଦେଶରୁ ଉଦ୍ଭବ ହୋଇଥିଲା ।
Answer:
କେରଳ,

୧୪। ଦ୍ଵାରକା ଭାରତର ଉତ୍ତରପ୍ରଦେଶ ରାଜ୍ୟରେ ଅବସ୍ଥିତ ।
Answer:
ଗୁଜରାଟ,

୧୫। ଭାରତରେ ଚାରି ଦିଗରେ ସ୍ଥାପିତ ହିନ୍ଦୁତୀର୍ଥ ସ୍ଥାନଗୁଡ଼ିକୁ ପବିତ୍ରଧାମ କୁହାଯାଇଥାଏ ।
Answer:
ଚତୁର୍ଧାମ

G. ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ନୃତତ୍ତ୍ଵବିଦ୍ ଡକ୍ଟର ବିରଜା ଶଙ୍କର ଗୁହାଙ୍କ ମତରେ ଭାରତରେ କେତେ ପ୍ରକାର ଜାତିର ଲୋକ ଅଛନ୍ତି ?
(A) ୨
(B) ୩
(C) ୪
(D) ୬
Answer:
(D) ୬

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

2. କେବେ ବମ୍ବେଠାରୁ ଥାନେ ପର୍ଯ୍ୟନ୍ତ ପ୍ରଥମ ରେଳପଥ ଉନ୍ମୋଚିତ ହୋଇଥିଲା ?
(A) ୧୮୫୩
(B) ୧୮୬୪
(C) ୧୮୬୨
(D) ୧୮୭୦
Answer:
(A) ୧୮୫୩

3. ମୁସଲମାନମାନେ କେତୋଟି ଗୋଷ୍ଠୀରେ ବିଭକ୍ତ ?
(A) ୧
(C) ୩
(B) ୨
(D) ୪
Answer:
(B) ୨

4. ନିମ୍ନ ଜାତିର ଶିଙ୍ଖାମାନଙ୍କୁ କ’ଣ କୁହାଯାଏ ?
(A) ମଜହବି
(B) ସୁନି
(C) ସର୍ଦାର
(D) ସିହା
Answer:
(A) ମଜହବି

5. ଭାରତରେ କେତୋଟି କଥ୍ୟ ଭାଷା ରହିଛି ?
(A) ୫୪୩
(C) ୫୪୫
(B) ୫୪୧
(D) ୫୪୪
Answer:
(D) ୫୪୪

6. ଭାରତରେ କେବେ ପାଶ୍ଚାତ୍ୟ ଶିକ୍ଷାର ପ୍ରଚଳନ ହୋଇଥିଲା ?
(A) ୧୮୮୩
(B) ୧୮୩୫
(C) ୧୮୫୩
(D) ୧୮୬୪
Answer:
(B) ୧୮୩୫

7. ପ୍ରାର୍ଥନା ସମାଜ କିଏ ଗଢ଼ିଥିଲେ ?
(A) ଗୋବିନ୍ଦ ରାନାଡ଼େ
(B) ଦୟାନନ୍ଦ ସରସ୍ବତୀ
(C) ବିବେକାନନ୍ଦ
(D) ଆନିବେସାନ୍ତ
Answer:
(A) ଗୋବିନ୍ଦ ରାନାଡ଼େ

8. ବଦ୍ରିନାଥ ଭାରତର କେଉଁ ଦିଗରେ ଅବସ୍ଥିତ ?
(A) ଉତ୍ତର
(B) ଦକ୍ଷିଣ
(C) ପୂର୍ବ
(D) ପଶ୍ଚିମ
Answer:
(A) ଉତ୍ତର

9. ରାମକୃ ଷ୍ଣ ମିଶନ କେଉଁ ମସିହାରେ ପ୍ରତିଷ୍ଠା କରାଯାଇଥିଲା ?
(A) ୧୮୯୨
(B) ୧୮୯୭
(C) ୧୮୯୫
(D) ୧୮୯୯
Answer:
(B) ୧୮୯୭

10. କଥାକଲି ନୃତ୍ୟଶୈଳୀ କେଉଁ ପ୍ରଦେଶରୁ ଉଦ୍ଭବ ହୋଇଛି ?
(A) କେରଳ
(B) ତାମିଲନାଡୁ
(C) ଆନ୍ଧ୍ରପ୍ରଦେଶ
(D) ମଣିପୁର
Answer:
(A) କେରଳ

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

11. କେଉଁ ଧର୍ମ ଭାରତର ସର୍ବପୁରାତନ ଧର୍ମ ଭାବେ ପରିଚିତ ?
(A) ବୌଦ୍ଧଧର୍ମ
(B) ହିନ୍ଦୁଧର୍ମ
(C) ଜୈନଧର୍ମ
(D) ଇସଲାମ୍ ଧର୍ମ
Answer:
(B) ହିନ୍ଦୁଧର୍ମ

12. ବୈଦିକ ଯୁଗରେ କେଉଁ ଧର୍ମର ପ୍ରାଧାନ୍ୟ ରହିଥିଲା ?
(A) ଭକ୍ତିଧର୍ମ
(B) ଜୈନଧର୍ମ
(C) ବ୍ରାହ୍ମଣ୍ୟ ଧର୍ମ
(D) ଶିଙ୍ଖଧର୍ମ
Answer:
(C) ବ୍ରାହ୍ମଣ୍ୟ ଧର୍ମ

13. କିମ୍ବଦନ୍ତୀ ଅନୁଯାୟୀ ସମସ୍ତ ଭାରତୀୟ ନିଜକୁ କାହାର ସନ୍ତତିରୂପେ ବିବେଚନା କରିଥା’ନ୍ତି ?
(A) ଭରତ
(B) ଦୁଷ୍ମନ୍ତ
(C) ଯୁଧିଷ୍ଠିର
(D) ନକୁଳ
Answer:
(A) ଭରତ

14. କେଉଁମାନେ ସିନ୍ଧୁ ସଭ୍ୟତାର ସ୍ରଷ୍ଟା ଥିଲେ ?
(A) ଆର୍ଯ୍ୟ
(B) ଦ୍ରାବିଡ଼
(C) ନରଡ଼ିକ୍
(D) ମଙ୍ଗୋଲଏଡ଼୍
Answer:
(B) ଦ୍ରାବିଡ଼

15. ଭାରତୀୟ ସଂସ୍କୃତି ପ୍ରାୟ କେତେ ବର୍ଷଠାରୁ ଅଧ୍ଵକ ପୁରାତନ ?
(A) ଦୁଇ ହଜାର
(B) ତିନି ହଜାର
(C) ପାଞ୍ଚ ହଜାର
(D) ଛଅ ହଜାର
Answer:
(C) ପାଞ୍ଚ ହଜାର

16. ବୌଦ୍ଧଧର୍ମର ପ୍ରତିଷ୍ଠାତାଭାବେ କିଏ ପରିଚିତ ?
(A) ଶଙ୍କରାଚାର୍ଯ୍ୟ
(B) ମହାବୀର ଜୀନ
(C) ଗୌତମ ବୁଦ୍ଧ
(D) ଚୈତନ୍ୟ
Answer:
(C) ଗୌତମ ବୁଦ୍ଧ

17. କିଏ ଜୈନଧର୍ମର ଶେଷ ପ୍ରଚାରକ ଥିଲେ ?
(A) ଋଷଭନାଥ
(B) ଗୌତମ ବୁଦ୍ଧ
(C) ପାର୍ଶ୍ଵନାଥ
(D) ମହାବୀର ବର୍ଷମାନ
Answer:
(D) ମହାବୀର ବର୍ଷମାନ

18. କେଉଁ ଧର୍ମ ସଂପ୍ରଦାୟର ଲୋକେ ହୀନଯାନ ଓ ମହାଯାନ ନାମରେ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଥିଲେ ?
(A) ବୌଦ୍ଧଧର୍ମ
(B) ଜୈନଧର୍ମ
(C) ଖ୍ରୀଷ୍ଟଧର୍ମ
(D) ଶାକ୍ତଧର୍ମ
Answer:
(A) ବୌଦ୍ଧଧର୍ମ

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

19. କେଉଁ ଧର୍ମ ସଂପ୍ରଦାୟର ଲୋକେ ଶ୍ୱେତାମ୍ବର ଓ ଦିଗମ୍ବର ନାମରେ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଥିଲେ ?
(A) ଶୈବଧର୍ମ
(B) ଜୈନଧର୍ମ
(C) ଶିଖ୍ ଧର୍ମ
(D) ବୌଦ୍ଧଧର୍ମ
Answer:
(B) ଜୈନଧର୍ମ

20. କେଉଁ ମାନଙ୍କ ମଧ୍ୟରେ ଗୋଷ୍ଠୀଗତ ବିଭାଜନ ଦେଖାଯାଏ ନାହିଁ ?
(A) ଇହୁଦୀ
(B) ଜୋରାଷ୍ଟରୀୟ
(C) ହିନ୍ଦୁ
(D) ଖ୍ରୀଷ୍ଟିଆନ୍
Answer:
(B) ଜୋରାଷ୍ଟରୀୟ

Leave a Comment