BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

Odisha State Board BSE Odisha 9th Class History Important Questions Chapter 13 ଭାରତର ପରମ୍ପରା Important Questions and Answers.

BSE Odisha Class 9 History Important Questions Chapter 13 ଭାରତର ପରମ୍ପରା

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ପରମ୍ପରା କହିଲେ କ’ଣ ବୁଝ ? ସ୍ଵଚ୍ଛ ଓ ଉଚ୍ଚ ପରମ୍ପରାଦ୍ୱାରା ଆମର କ’ଣ ଲାଭ ହୋଇଛି ?
Answer:

  • କୌଣସି ଜାତି, ସମ୍ପଦ୍ରାୟ, ଗୋଷ୍ଠୀ, ସମାଜ ଅଥବା ରାଷୁରେ ପୁରୁଷାନୁକୁମେ ଧାରାବାହିକ ଭାବରେ ପ୍ରଚଳିତ ସୁସ୍ଥ ଲୋକରୀତି, ଧର୍ମ, ବିଶ୍ଵାସ, ଜୀବନଧାରା ବା ଶୈଳୀ, ଯାହାକୁ ପରବର୍ତୀ ପିଢ଼ି ମଧ୍ୟ ଗ୍ରହଣ କରି ସେହି ଅନୁଯାୟୀ ପରିଚାଳିତ ହୁଅନ୍ତି ତାହାକୁ ପରମ୍ପରା କୁହାଯାଏ ।
  • ସୁସ୍ଥ ପରମ୍ପରା କୌଣସି ଉଗ୍ର ଧର୍ମାନ୍ଧତା, କୁସଂସ୍କାର କିମ୍ବା ଅନ୍ଧ ଅନୁକରଣ ବା ସଂକୀର୍ଣ୍ଣ ସୁସ୍ଥ ପରମ୍ପରା କୌଣସି ଉଗ୍ର ଧର୍ମାନ୍ଧତା,
  • ଉଚ୍ଚ ପରମ୍ପରା ଯୋଗୁଁ ଭାରତରେ ଏକ ସୁସ୍ଥ ସମାଜ ଗଠନ କରିବା ସମ୍ଭବ ହୋଇପାରିଛି ।
  • କେବଳ ସେତିକି ନୁହେଁ, ସଫଳ ଗଣତନ୍ତ୍ର,ଉଦାର ଧର୍ମଚେତନା, ଅନୁକରଣୀୟ ସଂସ୍କୃତି ଓ ଆଦର୍ଶ ଅର୍ଥନୀତି ଏହି ଉଚ୍ଚ ପରମ୍ପରା ଯୋଗୁଁ ପ୍ରତିଷ୍ଠିତ ହୋଇପାରିଛି ।
  • ବିଶ୍ଵର ପ୍ରାୟ ସମସ୍ତ ଦେଶରେ ଭାରତ ପରମ୍ପରା ଆଦୃତ ହୋଇ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛି ।

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

୨ । ବିବାହକୁ ଭାରତର ଏକ ସାମାଜିକ ପରମ୍ପରା ଭାବେ ଉଲ୍ଲେଖ କର ।
Answer:

  • ଭାରତରେ ବିବାହକୁ ପତି-ପତ୍ନୀଙ୍କର ଏକ ପବିତ୍ର ବନ୍ଧନ ଭାବେ ଗ୍ରହଣ କରାଯାଇଛି । ଏହା ଏକ ସଂସ୍କାର ଏବଂ ସମସ୍ତଙ୍କଦ୍ୱାରା ନୀତିଗତ ଭାବେ ପାଳନୀୟ ।
  • ଭାରତୀୟ ସମାଜରେ ବିବାହକୁ ଏକ କର୍ତ୍ତବ୍ୟ ଭାବେ ବିବେଚନା କରାଯାଇଛି ।
  • ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପ୍ରକାର ବିବାହ ପଦ୍ଧତି ଅନୁସୃତ ହେଉଥିଲେ ସୁଦ୍ଧା ସମସ୍ତ ପଦ୍ଧତିରେ ପରମ୍ପରା ଓ ରୀତିଗୁଡ଼ିକ ସମାନ ଥାଏ ।
  • ଭାରତରେ ବାସ କରୁଥିବା ବିଭିନ୍ନ ସମ୍ପ୍ରଦାୟର ଅଧ୍ୟାବାସୀ ନିଜର ଧର୍ମନୀତି ଅନୁଯାୟୀ ବିବାହ ସମ୍ପାଦନ କରିଥା’ନ୍ତି ।
  • ଏକ ପବିତ୍ର ଅନୁଷ୍ଠାନ ଭାବେ ବିବେଚିତ ହେଉଥ‌ିବା ବିବାହ ବନ୍ଧନ ପ୍ରତ୍ୟେକ ଭାରତୀୟ ସମ୍ପ୍ରଦାୟର ଏକ ପ୍ରଧାନ ସାମାଜିକ ପରମ୍ପରା ଅଟେ ।

୩ । କୁଟୀର ଶିଳ୍ପ କିପରି ଭାରତରେ ଆର୍ଥନୀତିକ ପ୍ରଗତିର ଏକ ପରମ୍ପରା ସୃଷ୍ଟି କରିଛି ଉଲ୍ଲେଖ କର ।
Answer:

  1. ଯୁଗ ଯୁଗ ଧରି କୁଟୀର ଶିଳ୍ପ ଭାରତରେ ଏକ ଆର୍ଥନୀତିକ ପରମ୍ପରା ସୃଷ୍ଟି କରିଛି ।
  2. ସିନ୍ଧୁ ସଭ୍ୟତା ସମୟରେ ମାଟି, ପଥର ଓ ଧାତୁ ନିର୍ମିତ ବିଭିନ୍ନ ସାମଗ୍ରୀ; ଋଗ୍‌ବୈଦିକ ଯୁଗରେ କାଠ, ଧାତୁ, ଚମଡ଼ା ଓ ତନ୍ତକାମ; ପରବର୍ତ୍ତୀ ବୈଦିକ ଯୁଗରେ ଉନ୍ନତ ଧରଣର ମାଟିପାତ୍ର ଓ ଲୁହାନିର୍ମିତ ଉପକରଣ, ବେତକାମ, ଲୁଗା ରଙ୍ଗ କାମ ଇତ୍ୟାଦି ଭାରତରେ କୁଟୀର ଶିଳ୍ପ ପର ମ୍ପରାର ଏକ ଦୃଢ଼ ଭିଭି ସ୍ଥାପନ କରିଥିଲା ।
  3. ସେ ସମୟରୁ କୁଟୀର ଶିଳ୍ପର ଅବିରତ ପ୍ରଗତି ଘଟି ଆଜି ଭାରତୀୟ ସମାଜରେ ଏହା କୌଳିକ ବୃତ୍ତିରେ ପରିଣତ ହୋଇଛି ।
  4. ମାଟି, ପଥର, କାଠ ଓ ଶିଙ୍ଗର ମୂର୍ତ୍ତି, ପାତ୍ର ଓ ସାଜସଜ୍ଜା ଉପକରଣ; ସୁନାରୁ ପାର ଅଳଙ୍କାର ଓ ତାରକସୀ କାମ; ବିଭିନ୍ନ ଧାତୁରେ ନିର୍ମିତ କୃଷି, ଶିଳ୍ପ ଓ ଗୃହରେ ବ୍ୟବହୃତ ଉପକରଣ ଇତ୍ୟାଦି କୁଟୀର ଶିଳ୍ପର ଅନ୍ତର୍ଭୁକ୍ତ ।
  5. ଉପରୋକ୍ତ ସମସ୍ତ କୁଟୀର ଶିଳ୍ପ ଦେଶର ବିଭିନ୍ନ ଅଞ୍ଚଳରେ ଓ ଅନେକ ବିଦେଶୀ ରାଷ୍ଟ୍ରରେ ଚାହିଦା ବୃଦ୍ଧି କରି ଆର୍ଥନୀତିକ ପ୍ରଗତିରେ ଏକ ପରମ୍ପରା ସୃଷ୍ଟି କରିଛି ।

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଯୌଥ ପରିବାର କହିଲେ କ’ଣ ବୁଝ ? ଭାରତରେ ଯୌଥ ପରିବାରର ପରମ୍ପରା କେବେଠାରୁ ଚଳିଆସୁଛି ?
Answer:

  • ଯୌଥ ପରିବାର କହିଲେ ଜେଜେବାପା, ଜେଜେମା’, ବାପା, ମା’, ବଡ଼ବାପା, ବଡ଼ମା’, ଦାଦା, ଖୁଡ଼ୀ, ପୁଅ, ବୋହୂ, ପୁତୁରା, ପୁତୁରା ବୋହୂ, ନାତି, ନାତୁଣୀ, ନାତୁଣୀ ବୋହୂ ଏବଂ ବିବାହ କରିବା ପର୍ଯ୍ୟନ୍ତ ଝିଅ, ଝିଆରୀ ଆଦି ସମସ୍ତଙ୍କର ଏକତ୍ର ବସବାସକୁ ବୁଝାଇଥାଏ ।
  • ଭାରତରେ ବୈଦିକ ଯୁଗରୁ ଯୌଥ ପରିବାରର ପରମ୍ପରା ଚଳିଆସୁଛି ।

୨ । କାହାକୁ ଭାରତର ପ୍ରାଚୀନତମ ସାହିତ୍ୟ ଭାବେ ବିବେଚନା କରାଯାଏ ? ଭାରତରେ ସାହିତ୍ୟର ପରମ୍ପରା କେବେଠାରୁ ସୃଷ୍ଟି ହୋଇଛି ?
Answer:

  • ବେଦକୁ ଭାରତର ପ୍ରାଚୀନତମ ସାହିତ୍ୟ ଭାବେ ବିବେଚନା କରାଯାଏ ।
  • ଭାରତରେ ସାହିତ୍ୟର ପରମ୍ପରା ବୈଦିକ ଯୁଗରୁ ସୃଷ୍ଟି ହୋଇଛି ।

୩ । ଶାସନର ବିକେନ୍ଦ୍ରୀକରଣ କହିଲେ କ’ଣ ବୁଝ ?
Answer:

  1. ପ୍ରତେକ ଶାସକଙ୍କ ସମୟରେ ସେମାନଙ୍କଦ୍ୱାରା ଅଧିକୃତ ଅଞ୍ଚଳର ବିଶାଳତା ଓ ବିଭିନ୍ନତା ଦୃଷ୍ଟିରୁ ଶାସନର ବିକେନ୍ଦ୍ରୀକରଣ କରାଯାଇ ଏହାକୁ ଫଳପ୍ରଦ କରାଯାଇଛି ।
  2. ବୈଦିକ ସଭ୍ୟତାଠାରୁ ଆରମ୍ଭ କରି ଆଧୁନିକ ଯୁଗର ଭାରତରେ ଗ୍ରାମଠାରୁ ଆରମ୍ଭ କରି ଜିଲ୍ଲା ଓ ପ୍ରଦେଶ ମଧ୍ୟରେ ଶାସନର ବିକେନ୍ଦ୍ରୀକରଣ ହୋଇ ସର୍ବୋଚ୍ଚ ସ୍ଥାନରେ କେନ୍ଦ୍ରୀୟ ଶାସନ ରହିଛି ।

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

୪ । ଚତୁରାଶ୍ରମ କ’ଣ ?
Answer:

  • ମନୁ ଷ୍ୟ ଜୀବନର ଚାରୋଟି ଅବସ୍ଥାକୁ ଚତୁରାଶ୍ରମ କୁହାଯାଏ ।
  • ସେଗୁଡ଼ିକ ହେଲା ବ୍ରହ୍ମଚର୍ଯ୍ୟ ବା ଜ୍ଞାନ ଆହରଣ ସମୟ, ଗାର୍ହସ୍ଥ୍ୟ ବା ସାଂସାରିକ ଜୀବନ ସମୟ, ବାନପ୍ରସ୍ଥ ବା ତପସ୍ୟାରେ ମଗ୍ନହେବା ସମୟ ଏବଂ ସନ୍ୟାସ ବା ଆତ୍ମସଂଯମ ସହିତ ସତ୍ୟ ଓ ଧର୍ମ ପ୍ରଚାର କରିବାର ସମୟ ।

୫ । ପୂଜା ସମୟରେ ଭାରତୀୟମାନେ କ’ଣ ବ୍ୟବହାର କରିଥା’ନ୍ତି ?
Answer:

  • ପୂଜା ସମୟରେ ସମ୍ପୃକ୍ତ ଧର୍ମମତ ଅନୁଯାୟୀ ଭାରତୀୟମାନେ ଦୀପ, ଧୂପ, ଫୁଲ, ଚନ୍ଦନ, ସିନ୍ଦୂର, ଅତର ଆଦିର ବ୍ୟବହାର କରିଥା’ନ୍ତି।
  • ଏତଦ୍‌ବ୍ୟତୀତ ଧର୍ମଗ୍ରନ୍ଥ ପାଠ, ଭଜନ, କୀର୍ତ୍ତନ, ପ୍ରାର୍ଥନା ତଥା ହୋମ ଯଜ୍ଞର ବ୍ୟବସ୍ଥା ହୋଇଥାଏ ।

୬ । ହଜ୍ କ’ଣ ?
Answer:

  1. ଇସ୍‌ଲାମ୍ ଧର୍ମରେ କେତେକ ନିର୍ଦ୍ଦିଷ୍ଟ ଧାର୍ମିକ କର୍ତ୍ତବ୍ୟ ପାଳନ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।
  2. ସେଥିମଧ୍ୟରୁ ପ୍ରତ୍ୟେକ ସମର୍ଥ ମୁସଲମାନ ଇସ୍‌ଲାମ୍ ଧର୍ମର ପବିତ୍ର ସ୍ଥାନ ମକ୍‌କୁ ତୀର୍ଥ ଯାତ୍ରା କରି ସେଠାରେ ଅବସ୍ଥିତ ଉପାସନାର ମୁଖ୍ୟକେନ୍ଦ୍ର କାବାକୁ ଭକ୍ତି ଜଣାଇବା ଏକ କର୍ତ୍ତବ୍ୟ । ଏହି ଯାତ୍ରାକୁ ହଜ୍ କୁହାଯାଏ ।

୭ । ଦିନ-ଇ-ଲ୍ଲାହୀ କ’ଣ ? ଏହା ମାଧ୍ୟମରେ ଆକବର କ’ଣ କରିଥିଲେ ?
Answer:

  • ଦିନ-ଇ-ଲ୍ଲାହୀ ଆକବରଙ୍କ ପ୍ରବର୍ତ୍ତିତ ଏକ ଧର୍ମମତ ।
  • ଏହାଦ୍ଵାରା ଆକବର ସର୍ବଧର୍ମ ସମନ୍ବୟରେ ଏକ ନୂତନ ଧାର୍ମିକ ପନ୍ଥା ନିର୍ଦ୍ଧାରଣ କରିବା ସହିତ ପ୍ରତ୍ୟେକ ଧର୍ମ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ ।

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

୮ । ଭାରତ ସମ୍ବିଧାନରେ କେତେଗୋଟି ମୌଳିକ ଅଧିକାର ରହିଛି ଓ ସେଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକ ଭାରତରେ ବହୁ ପୂର୍ବରୁ ପ୍ରଚଳିତ ?
Answer:

  • ଭାରତ ସମ୍ବିଧାନର ୬ ଗୋଟି ମୌଳିକ ଅଧିକାର ରହିଛି ।
  • ସେଗୁଡ଼ିକ ମଧ୍ୟରୁ ସମାନତାର ଅଧିକାର, ସ୍ଵାଧୀନତାର ଅଧିକାର, ଧର୍ମଗତ ସ୍ଵାଧୀନତାର ଅଧିକାର, ସାଂସ୍କୃତିକ ଓ ଶିକ୍ଷା ଅଧିକାର ବହୁ ପୂର୍ବରୁ ଭାରତରେ ପ୍ରଚଳିତ ।

୯ । ଭ୍ରାତ୍ତି କ’ଣ ?
Answer:

  1. ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀର ଷୋହଳଟି ମହାଳନପଦ ମଧ୍ୟରୁ ଭ୍ରାନ୍ସି ଏକ ସାଧାରଣତନ୍ତ୍ର ରାଜ୍ୟ ଥିଲା ।
  2. ଏହା ଆଠଟି ବଂଶ ବା ଗୋଷ୍ଠୀର ଏକ ରାଜ୍ୟସଂଘ ଥିଲା ଏବଂ ଏହାର ଏକ ଜନପ୍ରତିନିଧୂ ସଭା ଓ ନିର୍ବାଚିତ ରାଜା ଥିଲେ ।

୧୦ । ଭାରତର ପାରମ୍ପରିକ ଆୟୁର୍ବେଦ ଚିକିତ୍ସା ଏବେ ମଧ୍ୟ ଜନପ୍ରିୟ କାହିଁକି ?
Answer:
ଭାରତରେ ପାରମ୍ପରିକ ଆୟୁର୍ବେଦ ଚିକିତ୍ସା ଏବେ ମଧ୍ୟ ନିମ୍ନୋକ୍ତ କରଣରୁ ଜନପ୍ରିୟ ଅଟେ ।

  • ବିଭିନ୍ନ ପ୍ରକାର ବୃକ୍ଷଲତାର ଔଷଧୀୟ ଗୁଣର ଆଧାରରେ ଆୟୁର୍ବେଦ ଔଷଧ ପ୍ରସ୍ତୁତ କରାଯାଇଥାଏ ।
  • ଏହି ପ୍ରାକୃତିକ ଚିକିତ୍ସାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନଥାଏ ।

୧୧ । ସମସ୍ତ ଧର୍ମରେ କାହାକୁ ବିରୋଧ କରାଯାଇଛି ?
Answer:
ସମସ୍ତ ଧର୍ମରେ ଜାତିପ୍ରଥା ଓ ଅସ୍ପୃଶ୍ୟତା, ଭେଦାଭେଦ ଓ ଉଚ୍ଚନୀଚ ମନୋଭାବ, ନିଷ୍ଠୁରତା ଓ ନିର୍ଦ୍ଦୟତା, ଅନୀତି ଓ ଅନ୍ୟାୟ ତଥା ଘୃଣା, ଦ୍ବେଷ, ଈର୍ଷା ଓ ଲୋଭକୁ ବିରୋଧ କରାଯାଇଛି ।

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

Objective Type Questions With Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧ । ମୁସଲମାନମାନଙ୍କର ଦୁଇଟି ପର୍ବର ନାମ ଲେଖ ।
Answer:
ଇଦ୍ -ଉଲ୍ ଫିତର ଓ ଇଦ୍ -ଉଲ୍ -ଜୁହ ମୁସଲମାନମାନଙ୍କର ଦୁଇଟି ପର୍ବ ଅଟେ ।

୨। ଋଗ୍‌ ବୈଦିକ ଯୁଗରେ ସାଧାରଣତନ୍ତ୍ରକୁ କ’ଣ କୁହାଯାଉଥିଲା ?
Answer:
ଋଗ୍‌ ବୈଦିକ ଯୁଗରେ ସାଧାରଣତନ୍ତ୍ରକୁ ‘ଗଶ’ କୁହାଯାଉଥିଲା

୩ । ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ କେତୋଟି ମହାଜନପଦ ଥିଲା ?
Answer:
ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଷୋହଳଟି ମହାଜନପଦ ଥିଲା ।

୪। ମୌର୍ଯ୍ୟଯୁଗରେ ସମ୍ରାଟ୍ ଚନ୍ଦ୍ରଗୁପ୍ତଙ୍କଦ୍ଵାରା କେଉଁ ଶାସନ ବ୍ୟବସ୍ଥା ପ୍ରତିଷ୍ଠିତ ହୋଇଥିଲା ?
Answer:
ମୌର୍ଯ୍ୟ ଯୁଗରେ ସମ୍ରାଟ ଚନ୍ଦ୍ରଗୁପ୍ତଙ୍କଦ୍ଵାରା ପୌର ଶାସନ ବ୍ୟବସ୍ଥା ପ୍ରତିଷ୍ଠିତ ହୋଇଥିଲା ।

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

୫ । ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା କିଏ କେବେ ପ୍ରଚଳନ କରିଥିଲେ ?
Answer:
୧୮୮୨ ଖ୍ରୀ.ଅ.ରେ ଲର୍ଡ ରିପନ୍‌ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରଚଳନ କରିଥିଲେ ।

୬ । କେଉଁ ଯୁଗରେ ଗୋହତ୍ୟା ଓ ଗୋମାଂସ ଭକ୍ଷଣ ନିଷିଦ୍ଧ କରାଯାଇଥିଲା ?
Answer:
ବୈଦିକ ଯୁଗରେ ଗୋହତ୍ୟା ଓ ଗୋମାଂସ ଭକ୍ଷଣ ନିଷିଦ୍ଧ କରାଯାଇଥିଲା ।

୭ । ହସ୍ତତନ୍ତରେ କ’ଣ ପ୍ରସ୍ତୁତ କରାଯାଏ ?
Answer:
ହସ୍ତତନ୍ତରେ ଶାଢ଼ି, ଚାଦର, ଧୋତି ଓ ଗାମୁଛା ପ୍ରସ୍ତୁତ କରାଯାଏ ।

୮ | ଆନ୍ତର୍ମହାଜନପଦ ବାଣିଜ୍ୟ କେଉଁ ସମୟରେ ପ୍ରଚଳିତ ଥିଲା ?
Answer:
ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଆନ୍ତର୍ମହାଜନପଦ ବାଣିଜ୍ୟ ପ୍ରଚଳିତ ଥିଲା ।

୯ । ବୈଦିକ ଯୁଗର ପଶୁମାନଙ୍କୁ କେଉଁ କାମରେ ବ୍ୟବହାର କରାଯାଉଥିଲା ?
Answer:
ବୈଦିକ ଯୁଗରେ ଚାଷ କାର୍ଯ୍ୟ, ପରିବହନ, ଯୁଦ୍ଧ, କ୍ରୀଡ଼ା, ଶତ୍ରୁ ବା ଅପରାଧର ସ୍ଥାନକୁ ଖୋଜି ବାହାର କରିବା ଆଦି କାର୍ଯ୍ୟରେ ପଶୁଙ୍କୁ ବ୍ୟବହାର କରାଯାଉଥିଲା ।

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

୧୦ । କେଉଁ ଶିଳ୍ପର ଅବିରତ ପ୍ରଗତି ଘଟି ତାହା କୌଳିକ ଶିଳ୍ପରେ ପରିଣତ ହୋଇଛି ?
Answer:
କୁଟୀର ଶିଳ୍ପର ଅବିରତ ପ୍ରଗତି ଘଟି ତାହା କୌଳିକ ଶିଳ୍ପର ପରିଣତ ହୋଇଛି ।

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

୧। ବୈଦିକ ଯୁଗର କେଉଁ ଗଣତାନ୍ତ୍ରିକ ଅନୁଷ୍ଠାନ ରେ ସମାଜର ସମସ୍ତ ଶ୍ରେଣୀରୁ ସଦସ୍ୟ ମନୋନୀତ ହେଉଥିଲେ ?
Answer:
ସମିତି

୨। ମନ୍ଦିର ନିର୍ମାଣ କେଉଁ ଯୁଗରୁ ଆରମ୍ଭ ହୋଇଅଛି ?
Answer:
ଗୁପ୍ତଯୁଗ

୩ । ବୈଦିକ ଯୁଗରେ ଜ୍ଞାନ ଆହରଣର ସମୟକୁ କ’ଣ କୁହାଯାଉଥିଲା ?
Answer:
ବ୍ରହ୍ମଚର୍ଯ୍ୟ

୪। ବୈଦିକ ଯୁଗରେ ଆତ୍ମସଂଯମ ସହିତ ସତ୍ୟ ଓ ଧର୍ମ ପ୍ରଚାର କରିବା ସମୟକୁ କ’ଣ କୁହାଯାଉଥିଲା ?
Answer:
ସନ୍ନ୍ୟାସ

୫ । କେଉଁ ଯୁଗରୁ ଭାରତରେ ଚିତ୍ରକଳାର ଉଦ୍ଭବ ହୋଇଛି ?
Answer:
ପ୍ରାଗ୍-ଐତିହାସିକ

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

୬। କେଉଁ ବେଦରେ ଚିକିତ୍ସା ବିଦ୍ୟା ସମ୍ପର୍କରେ ବର୍ଣ୍ଣନା କରାଯାଇଅଛି ?
Answer:
ଅଥର୍ବ

୭। କାହାର ଆଧାରରେ ଆୟୁର୍ବେଦ ଚିକିତ୍ସାର ବିକାଶ ହୋଇଛି ?
Answer:
ବୃକ୍ଷଲତାର ଔଷଧୀୟ ଗୁଣ

୮ । ବୈଦିକ ଯୁଗରେ ଧନୀ, ବିଜ୍ଞ ଓ ବୟୋବୃଦ୍ଧ ବ୍ୟକ୍ତିମାନେ କେଉଁ ଅନୁଷ୍ଠାନର ସଦସ୍ୟ ରହୁଥିଲେ ?
Answer:
ସଭା

୯ । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ କେଉଁ ସାଧାରଣତନ୍ତ୍ରରେ ଆଠଟି ବଂଶ ବା ଗୋଷ୍ଠୀର ଏକ ରାଜ୍ୟସଂଘ ଥିଲା ?
Answer:
ଭିଞ୍ଚି

୧୦ । ମନୁଷ୍ୟ ଜୀବନର ଚାରିଟି ଅବସ୍ଥାକୁ କ’ଣ କୁହାଯାଇଁଥାଏ ?
Answer:
ଚତୁ ରାଶ୍ରମ

୧୧ । ତପସ୍ୟାରେ ମଗ୍ନ ହେବାକୁ ସମୟକୁ କେଉଁ ଅବସ୍ଥା କୁହାଯାଇଥାଏ ?
Answer:
ବାନପ୍ରସ୍ଥ

୧୨ । ଆର୍ଯ୍ୟମାନଙ୍କର କେଉଁ ଦାର୍ଶନିକ ଚିନ୍ତାଧାରା ଭାରତରେ ବିଶ୍ଵ ଭ୍ରାତୃତ୍ଵର ବଳିଷ୍ଠ ପରମ୍ପରା ସୃଷ୍ଟି କରିଥାଏ ?
Answer:
ବସୁଧୈବ କୁଟୁମ୍ବକମ୍

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

୧୩। ଭାରତରେ ପାରମ୍ପରିକ ନୃତ୍ୟଗୁଡ଼ିକ ବିକାଶ ଲାଭ କରିଥିବା କଥା କେଉଁଥୁରୁ ପ୍ରତିଫଳିତ ହୋଇଥାଏ ?
Answer:
ପ୍ରାଚୀନ ମୂର୍ତ୍ତିକଳା

୧୪ । ଭାରତରେ ପ୍ରାଚୀନତମ ସାହିତ୍ୟଭାବେ କାହାକୁ ବିବେଚନା କରାଯାଇଥାଏ ?
Answer:
ବେଦ

୧୫ । ଆମ ସାହିତ୍ୟ ରଚନାର ଏକ ଆଦର୍ଶ ପୁରୁଷଭାବେ କାହାକୁ ଗ୍ରହଣ କରାଯାଇଥାଏ ?
Answer:
କାଳିଦାସ

୧୬ । ଜ୍ୟୋତିଷ ବିଦ୍ୟାରେ ପାରଦର୍ଶିତା ଲାଭ କରିଥି ପୁସ୍ତକଟି କିଏ ?
Answer:
ଜ୍ୟୋତିଷ ବେଦାଙ୍ଗ

୧୭ । କ୍ରିପ୍ସି ଓ ମଲ୍ଲ ନାମକ ଦୁଇଟି ମହାଜନପଦରେ କେଉଁ ପ୍ରକାରର ଶାସନ ପ୍ରଚଳିତ ଥିଲା ?
Answer:
ସାଧାରଣତନ୍ତ୍ର

୧୮। ଗ୍ରାମ ସ୍ତରରେ ଥ‌ିବା ଶାସନ ବ୍ୟବସ୍ଥାକୁ କ’ଣ କୁହାଯାଏ ?
Answer:
ସ୍ୱାୟତ୍ତ ଶାସନ

୧୯ । କେଉଁ ସମ୍ରାଟ ତାଙ୍କ ଶାସନ କାଳରେ ପୌର ଶାସନ ବ୍ୟବସ୍ଥା ପ୍ରଚଳନ କରିଥିଲେ ?
Answer:
ସମ୍ରାଟି ଚନ୍ଦ୍ରଗୁପ୍ତ

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

୨୦ । କେଉଁ ବଡ଼ଲାଙ୍କ ସମୟରେ ଭାରତରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥାକୁ ଏକ ନିୟମିତ ଢଙ୍ଗରେ ପ୍ରତିଷ୍ଠିତ କରାଯାଇଥିଲା ?
Answer:
ଲର୍ଡ ରିପନ୍‌

C. ଶୂନ୍ୟସ୍ଥାନ ପୂରଣ କର ।

୧ । ମନୁଷ୍ୟ ଜୀବନର ଚାରୋଟି ଅବସ୍ଥାକୁ _______ କୁହାଯାଏ ।
Answer:
ଚତୁରାଶ୍ରମ

୨ । ଧର୍ମପାଳନକୁ ଦୃଢ଼ କରିବାପାଇଁ ହିନ୍ଦୁମାନଙ୍କର ________ ଯାତ୍ରା ଏକ ପାରମ୍ପରିକ ବିଶ୍ବାସ ।
Answer:
ଚତୁର୍ଧାମ

୩ ।_______ ଭାରତୀୟ ସଂସ୍କୃତିର ପ୍ରାଣପିଣ୍ଡ ଭାବେ ବିବେଚିତ ହୋଇଥାଏ ।
Answer:
ବୈଦିକ ସଂସ୍କୃତି

୪। _______ ରୁ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ସୃଷ୍ଟି ହୋଇଛି ।
Answer:
ସାମବେଦ

୫। ନୃତ୍ୟଗୀତ ଭାରତର ଏକ ମୌଳିକ ________।
Answer:
କଳା

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

୬ | ବୁଦ୍ଧପୂର୍ଣ୍ଣିମା _______ ମାନଙ୍କର ଏକ ବଡ଼ ପର୍ବ ।
Answer:
ବୌଦ୍ଧ

୭ । ଏକେଶ୍ୱରବାଦ ଉପରେ ________ ମାନେ ଦୃଢ଼ ବିଶ୍ଵାସ ରଖୁଥିଲେ ।
Answer:
ମୁସଲମାନ/ ଖ୍ରୀଷ୍ଟି ଆନ୍

୮। ଚିକିତ୍ସା ବିଦ୍ୟା ସମ୍ପର୍କରେ _________ ବେଶରେ ବର୍ଣ୍ଣନା କରାଯାଇଛି ।
Answer:
ଅଥର୍ବ

୯। ତପସ୍ୟାରେ ମଗ୍ନ ହେବାର ସମୟକୁ ________ ଅବସ୍ଥା କୁହାଯାଏ ।
Answer:
ବାନ ପୁସ୍ଥ

୧୦ । ଆମ ସାହିତ୍ୟର ଆଦର୍ଶ ପୁରୁଷ ଥିଲେ _______ ।
Answer:
କାଳିଦାସ

D. ଠିକ୍ ଉକ୍ତି ପାଇଁ (✓) ଓ ଭୁଲ୍ ଉକ୍ତି ପାଇଁ (✗) ଚିହ୍ନ ଦିଅ ।

୧। ଭଗବାନଙ୍କୁ ପାଇବାର ସର୍ବଶ୍ରେଷ୍ଠ ମାର୍ଗ ହେଉଛି କର୍ମବାଦ ।
୨ । ପ୍ରାଗ୍-ଐତିହାସିକ ଯୁଗରୁ ଭାରତରେ ଚିତ୍ରକଳାର ଉଦ୍ଭ ବ ହୋଇଥିଲା ।
୩ । ଋଗ୍‌ ବେଦରୁ ଭାରତୀୟ ଶାସ୍ତ୍ରୀୟ ସଂଗୀତ ସୃଷ୍ଟି ହୋଇଛି ।
୪। ପୁରାତନ ଯୁଗରେ କାଳିଦାସଙ୍କୁ ସାହିତ୍ୟ ରଚନାର ଆଦର୍ଶ ପୁରୁଷ ଭାବେ ବିବେଚନା କରାଯାଏ ।
୫। ଚିକିତ୍ସାବିଦ୍ୟା ଅଥର୍ବ ବେଦରେ ବର୍ଣ୍ଣନା କରାଯାଇଛି ।
୬। ଆର୍ଯ୍ୟମାନଙ୍କ ଦାର୍ଶନିକ ଚିନ୍ତାଧାରା ଭ୍ରାତୃଭାବ ବୋଲି ବିଶ୍ଵରେ ଆଦୃତ ହୋଇଛି ।
୭। ଧର୍ମ ପାଳନକୁ ଦୃଢ଼ କରିବାପାଇଁ ହିନ୍ଦୁମାନେ ଚତୁର୍ଧାମ ଯାତ୍ରା କରନ୍ତି ।
୮। ମୁସଲମାନମାନଙ୍କର ମକ୍କାଯାତ୍ରା ସଂପୃକ୍ତ ଧର୍ମାବଲମ୍ବୀଙ୍କର ଏକ ପାରମ୍ପରିକ ବିଶ୍ଵାସ ।
୯ । ହିନ୍ଦୁ ଧର୍ମରେ କେତେକ ନିର୍ଦ୍ଦିଷ୍ଟ ଧାର୍ମିକ କର୍ତ୍ତବ୍ୟ ପାଳନ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି ।
୧୦ । ମୁସଲମାନ ଓ ଖ୍ରୀଷ୍ଟିଆନ୍‌ମାନେ ଏକେଶ୍ୱରବାଦରେ ବିଶ୍ଵାସ କରନ୍ତି ।

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

Answer:
୧। (✗)
୨। (✓)
୩ । (✗)
୪। (✓)
୫। (✓)
୬। (✗)
୭। (✓)
୮। (✓)
୯ । (✗)
୧୦ । (✓)

E. ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ । 1
‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ । 2
‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ । 3
F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।

୧। ବୈଦିକ ସଭ୍ୟତା ସମୟରୁ ଭାରତରେ ସ୍ଥାପତ୍ୟ କଳାର ଉଦ୍ଭବ ହୋଇଛି ।
Answer:
ସିନ୍ଧୁ

୨ । ବୈଦିକ ଯୁଗରେ ସଭାରେ ସବୁ ଶ୍ରେଣୀୟ ମନୋନୀତ ସଦସ୍ୟ ରହୁଥିଲେ ।
Answer:
ସମିତି

୩ । ବଡ଼ଦିନ, ଗୁଡ୍ଫ୍ରାଇଡେ ମୁସଲମାନମାନେ ପାଳନ କରିଥାନ୍ତି ।
Answer:
ଖ୍ରୀଷ୍ଟିଆନମାନେ

୪। ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଗୁରୁନାନକ ଜୟନ୍ତୀ ପାଳନ କରନ୍ତି ।
Answer:
ଶିଖ୍

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

୫। ପ୍ରାଚୀନ କାଳରେ ଶିକ୍ଷାନୁଷ୍ଠାନମାନଙ୍କୁ ଶିକ୍ଷାଶ୍ରମ କୁହାଯାଉଥିଲା ।
Answer:
ଗୁରୁକୁଳ

୬। ସମସ୍ତ କୁଟୁମ୍ବ ଏକତ୍ର ରହିବାକୁ ମୌଳିକ ପରିବାର କୁହାଯାଏ ।
Answer:
ଯୌଥ

୭ । ଧର୍ମ ଦୃଷ୍ଟିରୁ ବିବାହକୁ ଏକ ପବିତ୍ର କାର୍ଯ୍ୟ ଭାବରେ ଗ୍ରହଣ କରାଯାଇଥାଏ।
Answer:
ଅନୁଷ୍ଠାନ

୮। ଆମ ସମ୍ବିଧାନରେ ପ୍ରତ୍ୟେକ ନାଗରିକକୁ ୭ ଗୋଟି ମୌଳିକ ଅଧିକାର ପ୍ରଦାନ କରାଯାଇଛି ।
Answer:

୯। ଋଗ୍‌ ବୈଦିକ ଯୁଗରେ ସାଧାରଣତନ୍ତ୍ରକୁ ପ୍ରଜାତନ୍ତ୍ର କୁହାଯାଉଥିଲା ।
Answer:
ଗଣ

୧୦ । ୧୮୮୨ ମସିହାରେ ଭାରତରେ ପୌର ଶାସନ ବ୍ୟବସ୍ଥା ମ୍ରଚଳନ କରାଯାଇଥ୍ଲା
Answer:
ସ୍ୱାୟତ୍ତ

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

G. ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ଶସ୍ୟ ଉତ୍ପାଦନରେ ବୃଦ୍ଧି ଓ ଗୋସମ୍ପଦର ମଙ୍ଗଳ ପାଇଁ କ’ଣ ଆବୃତ୍ତି କରାଯାଉଥିଲା ?
(A) ବୈଦିକ ସ୍ତୋତ୍ର
(B) ଶାସ୍ତ୍ରୀୟ ସଙ୍ଗୀତ
(C) ଆଧୁନିକ ସଙ୍ଗୀତ
(D) କ୍ଷୁଦ୍ର କବିତା
Answer:
(A) ବୈଦିକ ସ୍ତୋତ୍ର

Question 2.
ଗୁପ୍ତଯୁଗରେ କାହାକୁ ପରିବାରର ସବୁଠାରୁ ଅଧିକ ମୂଲ୍ୟବାନ୍ ସମ୍ପତ୍ତି ରୂପେ ବିବେଚନା କରାଯାଉଥିଲା ?
(A) ପଶୁସଂପଦ
(B) ସୁନାରୁପା
(C) ଚାଷଜମି
(D) ଘରଦ୍ବାର
Answer:
(D) ଘରଦ୍ବାର

Question 3.
ବୈଦିକ ଯୁଗରୁ କେଉଁ ଶିଳ୍ପର ଅବିରତ ପ୍ରଗତି ଘଟି ଆଜି ଭାରତରେ କେଉଁ ଖ୍ରୀଷ୍ଟାବ୍ଦରେ ସ୍ଥାନୀୟ ସ୍ୱାୟତ୍ତ ଶାସନ
(A) ଲୌହ ଶିଳ୍ପ
(B) ପଥର ଶିଳ୍ପ
(C) ପଶୁପାଳନ
(D) କୁଟୀର ଶିଳ୍ପ
Answer:
(D) କୁଟୀର ଶିଳ୍ପ

Question 4.
ସିନ୍ଧୁ ସଭ୍ୟତାରେ ଲଙ୍ଗଳ କେଉଁଥୁରୁ ନିର୍ମାଣ କରାଯାଉଥିଲା ?
(A) କାଠ
(B) ପିତ୍ତଳ
(C) ଲୁହା
(D) ପଥର
Answer:
(A) କାଠ

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

Question 5.
ଭାରତରେ କେଉଁ ଖ୍ରୀଷ୍ଟାବ୍ଦରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା ?
(A) ୧୮୮୦
(B) ୧୮୮୨
(C) ୧୮୮୧
(D) ୧୮୮୩
Answer:
(B) ୧୮୮୨

Question 6.
କାହାକୁ ଭାରତରେ ପ୍ରାଚୀନତମ ସାହିତ୍ୟ ଭାବେ ବିବେଚନା କରାଯାଏ ?
(A) ବେଦ
(B) ରାମାୟଣ
(C) ଉପନିଷଦ୍
(D) ମହାଭାରତ
Answer:
(A) ବେଦ

Question 7.
ଆର୍ଯ୍ୟମାନଙ୍କର କେତୋଟି ଦାର୍ଶନିକ ପଦ୍ଧତିକୁ ଭାରତୀୟ ସଂସ୍କୃତିକୁ ବିଶିଷ୍ଟ ଅବଦାନ ଭାବେ ଗ୍ରହଣ କରାଯାଏ ?
(A) ୨ଟି
(B) ୫ଟି
(C) ୪ଟି
(D) ୬ଟି
Answer:
(C) ୪ଟି

Question 8.
ପିତୃବଂଶୀୟ ଯୌଥ ପରିବାର ଗଠନର ମୂଳରେ କେଉଁ ସମ୍ପର୍କ ଥାଏ ?
(A) ପିତା-ମାତା
(B) ପିତା-କନ୍ୟା
(C) ପିତା-ପୁତ୍ର
(D) ମାତା-ପୁତ୍ର
Answer:
(C) ପିତା-ପୁତ୍ର

Question 9.
ମାତୃବଂଶୀୟ ଯୌଥ ପରିବାର ଗଠନର ମୂଳରେ କେଉଁ ସମ୍ପର୍କ ନିହିତ ଥାଏ ?
(A) ପିତା-ପୁତ୍ର
(B) ପୁତ୍ର-କନ୍ୟା
(C) ମାତା-ପୁତ୍ର
(D) ମାତା-କନ୍ୟା
Answer:
(D) ମାତା-କନ୍ୟା

Question 10.
କେଉଁ ଦେଶରେ ବିବାହକୁ କେବଳ ଦୁଇଜଣ ଯୁବକ ଯୁବତୀଙ୍କ ମିଳନଭାବେ ଗ୍ରହଣ କରା ନଯାଇ ଦୁଇଟି ଯୌଥ ପରିବାରର ମିଳି ନଭାବେ ବିବେଚନା କରାଯାଇଥାଏ ?
(A) ଭାରତ
(B) ଆଫଗାନିସ୍ଥାନ
(C) ପାକିସ୍ତାନ
(D) ନେପାଳ
Answer:
(A) ଭାରତ

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

Question 11.
କେଉଁ ଦୃଷ୍ଟିକୋଣରୁ ବିବାହକୁ ଏକ ପବିତ୍ର ଅନୁଷ୍ଠାନଭାବେ ଭାରତରେ ଗ୍ରହଣ କରାଯାଇଛି ?
(A) ସାମାଜିକ
(B) ବୌଦ୍ଧିକ
(C) ଧାର୍ମିକ
(D) ରାଜନୈତିକ
Answer:
(C) ଧାର୍ମିକ

Question 12.
ଭାରତୀୟ ପରମ୍ପରାରେ ସନ୍ତାନମାନଙ୍କ ପାଇଁ ସାଥୀ ଖୋଜିବା କାହାର ନୈତିକ କର୍ଭବ୍ୟଭାବେ ଗ୍ରହଣ କରାଯାଇଛି ?
(A) ପିତା
(B) ମାତା
(C) ପିତାମାତା
(D) ସମାଜ
Answer:
(C) ପିତାମାତା

Question 13.
ଭାରତରେ ସାଧାରଣତଃ କେଉଁ ବଂଶୀୟ ଯୌଥ ପରିବାର ଗଠିତ ହୋଇଥାଏ ?
(A) ପିତୃ
(C) ପୁତ୍ର
(B) ମାତୃ
(D) ମାତୁଳ
Answer:
(A) ପିତୃ

Question 14.
‘ଅତିଥି ଦେବୋ ଭବ’ କେଉଁମାନଙ୍କର ଏକ ମହତ୍ତ୍ବପୂର୍ଣ ନୈତିକ କର୍ତ୍ତବ୍ୟ ଅଟେ ?
(A) ଭାରତୀୟ
(B) ସିଂହଳୀୟ
(C) ଇଟାଲୀୟ
(D) ରୁଷୀୟ
Answer:
(A) ଭାରତୀୟ

Question 15.
ଧାର୍ମିକ ରୀତିନୀତି ଅନୁଯାୟୀ ମୃତବ୍ୟକ୍ତିର ଅନ୍ତେଷ୍ଟି କ୍ରିୟା ସମ୍ପାଦନ କରିବା ଏବଂ ପରଲୋକଗତ ଆତ୍ମାର ଶାନ୍ତି ଓ ସଦ୍‌ଗତି ପାଇଁ ପ୍ରାର୍ଥନା କରିବା କେଉଁ ଦେଶର ଏକ ପରମ୍ପରାଭାବେ ପ୍ରଚଳିତ ?
(A) ଚୀନ୍
(B) ଭୁଟାନ୍
(C) ଜାପାନ
(D) ଭାରତ
Answer:
(D) ଭାରତ

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

Question 16.
କେଉଁମାନେ ମହାବୀର ଜୟନ୍ତୀ ପାଳନ କରିଥା’ନ୍ତି ?
(A) ଜୈନ
(B) ଖ୍ରୀଷ୍ଟିଆନ୍
(C) ବୌଦ୍ଧ
(D) ଶିଖ୍
Answer:
(A) ଜୈନ

Question 17.
କେଉଁମାନେ ଜନ୍ମାଷ୍ଟମୀ ପାଳନ କରିଥା’ନ୍ତି ?
(A) ହିନ୍ଦୁ
(B) ଜୋରାଷ୍ଟରୀୟ
(C) ଖ୍ରୀଷ୍ଟିଆନ୍
(D) ବୌଦ୍ଧ
Answer:
(A) ହିନ୍ଦୁ

Question 18.
କେଉଁମାନେ ମହରମ୍ ପାଳନ କରିଥା’ନ୍ତି ?
(A) ମୁସଲମାନ୍
(B) ହିନ୍ଦୁ
(C) ଖ୍ରୀଷ୍ଟିଆନ୍
(D) ଜୈନ
Answer:
(A) ମୁସଲମାନ୍

Question 19.
କେଉଁମାନେ ଖ୍ରୀଷ୍ଟଜନ୍ମ ପାଳନ କରିଥା’ନ୍ତି ?
(A) ହିନ୍ଦୁ
(B) ଜୋରାଷ୍ଟରୀୟ
(C) ଖ୍ରୀଷ୍ଟିଆନ୍
(D) ମୁସଲମାନ
Answer:
(C) ଖ୍ରୀଷ୍ଟିଆନ୍

Question 20.
କିଏ ସର୍ବଧର୍ମ ସମନ୍ବୟରେ ଏକ ନୂତନ ଧାର୍ମିକ ପନ୍ଥା ନିର୍ଦ୍ଧାରଣ କରିଥିଲେ ?
(A) ଅଶୋକ
(C) ସମୁଦ୍ରଗୁପ୍ତ
(B) ହର୍ଷବର୍ଦ୍ଧନ
(D) ଆକବର
Answer:
(D) ଆକବର

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

Question 21.
କେବେ ଆକବର ସମସ୍ତ ଧର୍ମର ସାର ତତ୍ତ୍ଵର ସମନ୍ବୟରେ ଦିନ୍-ଇ-ଇଚ୍ଛାହୀ ଘୋଷଣା କରିଥିଲେ ?
(A) ୧୫୭୮
(B) ୧୫୮୧
(C) ୧୫୮୩
(D) ୧୫୮୫
Answer:
(B) ୧୫୮୧

Question 22.
ସିନ୍ଧୁ ସଭ୍ୟତାର ମୋହରରେ କେଉଁ ଦେବତାଙ୍କ ପ୍ରତିମୂର୍ତ୍ତି ଦେଖାଯାଏ ?
(A) ହନୁମାନ
(B) ବ୍ରହ୍ମା
(C) ଗଣେଶ
(D) ଶିବ
Answer:
(D) ଶିବ

Question 23.
ତିନି ବେଦ କାହାର ମୁଖନିଃସୃତ ବାଣୀ ଥିଲା ?
(A) ରାମ
(B) ମହେଶ୍ଵର
(C) ବ୍ରହ୍ମା
(D) ବିଷ୍ଣୁ
Answer:
(C) ବ୍ରହ୍ମା

Question 24.
‘ଇଷ୍ଟର ସଟରଡ଼େ’ କେଉଁମାନେ ପାଳନ କରିଥା’ନ୍ତି ?
(A) ଜୈନ
(B) ବୌଦ୍ଧ
(C) ଖ୍ରୀଷ୍ଟିଆନ୍
(D) ଜୋରାଷ୍ଟରୀୟ
Answer:
(C) ଖ୍ରୀଷ୍ଟିଆନ୍

BSE Odisha 9th Class History Important Questions Chapter 13 ଭାରତର ପରମ୍ପରା

Question 25.
‘ଇଦ୍-ଉଲ୍-ଫିତର’ କେଉଁମାନେ ପାଳନ କରିଥା’ନ୍ତି ?
(A) ମୁସଲମାନ୍
(B) ଶିଖ୍
(C) ବୌଦ୍ଧ
(D) ଜୈନ
Answer:
(A) ମୁସଲମାନ୍

Leave a Comment