BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

Odisha State Board BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ Important Questions and Answers.

BSE Odisha Class 9 History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଏସିଆ ମହାଦେଶର କେଉଁସବୁ ଦେଶ କେବେ ଓ କାହା ନେତୃତ୍ଵରେ ସ୍ଵାଧୀନତା ଲାଭ କରିଥିଲେ ?
Answer:
ମୁକ୍ତି ଆନ୍ଦୋଳନ ଚଳାଇ ଏସିଆର ନିମ୍ନୋକ୍ତ ଦେଶଗୁଡ଼ିକ ସ୍ଵାଧୀନତା ଲାଭ କରିଥିଲା ।

  • ୧୯୧୯ ମସିହାରେ ଅମାନୁଲ୍ଲା ଆଫଗାନିସ୍ତାନର ରାଜା ହେଲା ପରେ ଏହାକୁ ସ୍ବାଧୀନ ଘୋଷଣା କଲେ । ୧୯୨୧ରେ ରେ ଜା ଇଂରେଜମାନଙ୍କଠାରୁ କ୍ଷମତା ଅତ୍କାର କରି ଇରାନ୍‌କୁ ସ୍ଵାଧୀନ୍ କରିଥିଲେ ।
  • ୧୯୪୬ ମସିହାରେ ମୁକ୍ତି ଆନ୍ଦୋଳନ ମାଧ୍ୟମରେ ଫରାସୀମାନଙ୍କୁ ବିତାଡ଼ିତ କରି ସିରିଆ ଓ ଲେବାନନ୍ ସ୍ଵାଧୀନ ହୋଇଥିଲା । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ମହାତ୍ମାଗାନ୍ଧୀଙ୍କ ନେତୃତ୍ଵରେ ପରିଚାଳିତ ଅହିଂସା ଆନ୍ଦୋଳନ ବଳରେ ଭାରତ ସ୍ଵାଧୀନ ହୋଇଥିଲା ।
  • ୧୯୪୮ ମସିହା ଜାନୁୟାରୀ ୪ ତାରିଖରେ ଅଙ୍ଗସାନ୍‌ଙ୍କ ନେତୃତ୍ୱରେ ବ୍ରହ୍ମଦେଶ, ୧୯୪୯ ମସିହା ନଭେମ୍ବର ୨ ତାରିଖରେ ସୁକର୍ଣ୍ଣୋଙ୍କ ନେତୃତ୍ବରେ ଇଣ୍ଡୋନେସିଆ ସ୍ଵାଧୀନ ହୋଇଥିଲା ।
  • ୧୯୫୪ ମସିହାରେ ଲାଓସ୍, ହୋଚିମିନ୍‌ଙ୍କ ନେତୃତ୍ବରେ ଭିଏତ୍‌ନାମ, ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ଏବଂ ନାରୋଦମ୍ ସିହାନୋଙ୍କ ନେତୃତ୍ଵରେ କାମ୍ବୋଡ଼ିଆ ସ୍ଵାଧୀନ ହୋଇଥିଲେ ।
  • ୧୯୪୮ ମସିହା ଫେବୃୟାରୀ ୪ ତାରିଖରେ ଶ୍ରୀଲଙ୍କା, ୧୯୫୭ ମସିହା ଅଗଷ୍ଟ ୩୧ ତାରିଖରେ ମାଳୟ ଏବଂ ୧୯୫୯ ମସିହାରେ ସିଙ୍ଗାପୁର ସ୍ଵାଧୀନ ହୋଇଥିଲା ।

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୨। ଆଫ୍ରିକାର କେଉଁ ଦେଶଗୁଡ଼ିକ ମୁକ୍ତି ଆନ୍ଦୋଳନ ମାଧ୍ୟମରେ ସ୍ଵାଧୀନତା ଲାଭ କରି ଥ୍ ଲ । ସଂକ୍ଷେପରେ ଲେଖ ।
Answer:
ମୁକ୍ତି ଆନ୍ଦୋଳନ ମାଧ୍ୟମରେ ନିମ୍ନୋକ୍ତ ଆଫ୍ରିକୀୟ ଦେଶଗୁଡ଼ିକ ସ୍ଵାଧୀନତା ଲାଭ କରିଥିଲା ।

  • ୧୯୫୪ ମସିହାରେ ଗାମାଲ ଅବଦୁଲ୍ ନାସେର୍ ଙ୍କ ନେତୃତ୍ବରେ ମିଶର ସ୍ଵାଧୀନ ହୋଇଥିଲା ଏବଂ ୧୯୫୬ ମସିହାରେ ମରକ୍କୋ ଓ ଟ୍ୟୁନିସିଆ ଫରାସୀମାନଙ୍କ କବଳରୁ ମୁକ୍ତ ହୋଇ ସ୍ଵାଧୀନ ହୋଇଥିଲେ ।
  • ୧୯୬୨ ମସିହା ଜୁଲାଇ ୩ ତାରିଖରେ ଆଲଜେରିଆ ଏବଂ ୧୯୫୭ ମସିହା ମାର୍ଚ୍ଚ ୬ ତାରିଖରେ ଆଫ୍ରିକୀୟ କୃଷ୍ଣକାୟ ଦେଶ ଘାନା ସ୍ବାଧୀନ ହୋଇଥିଲା ।
  • ୧୯୫୮ ମସିହା ଅକ୍ଟୋବର ୨ ତାରିଖରେ ବ୍ରିଟିଶ୍ ଶାସନାଧୀନ ଗିନିରେ ସାଧାରଣତନ୍ତ୍ର ସରକାର ପ୍ରତିଷ୍ଠା ହୋଇଥିଲା ।
  • ଏତଦ୍‌ବ୍ୟତୀତ ୧୯୬୦ ମସିହାରେ ୧୭ଟି ଆଫ୍ରିକୀୟ ରାଷ୍ଟ୍ର ଯଥା ମୌରିଟାନିଆ, ମାଲି, ନାଇଜର, ଚାଦ୍, ସେନେଗାଲ, ନାଇଜେରିଆ, କାମେରୁନ୍ ଆଦି ସ୍ଵାଧୀନ ହୋଇଥିଲେ ।
  • ୧୯୬୧ ରୁ ୧୯୬୬ ମସିହା ମଧ୍ଯରେ ଗାୟିଆ, ଉଗାଣ୍ଡା, କେନିଆ, ମାଲା, ରୁୱାଣ୍ଡା ପ୍ରଭୃତି ଆଫ୍ରିକୀୟ ଦେଶଗୁଡ଼ିକ ସ୍ବାଧୀନ ହୋଇଥିଲା । ୧୯୮୦ ମସିହାରେ ଜିମ୍ବାୱେ ଏବଂ ୧୯୯୪ ମସିହାରେ ଦକ୍ଷିଣ ଆଫ୍ରିକା ନିଜକୁ ସ୍ଵାଧୀନ ରାଷ୍ଟ୍ର ଭାବେ ଘୋଷଣା କରିଥିଲେ ।

୩ । ବ୍ରିଟିଶ ଉପନିବେଶବାଦ ବିରୋଧରେ ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ ହୋଇଥିବା ଆନ୍ଦୋଳନର ଏକ ସଂକ୍ଷିପ୍ତ ସୂଚନା ପ୍ରଦାନ କର ।
Answer:

  1. ଭାରତର ସ୍ଵାଧୀନତା ସଂଗ୍ରାମ ବ୍ରିଟିଶ୍ ଉପନିବେଶବାଦ ବିରୋଧରେ ମହାତ୍ମା ଗାନ୍ଧିଙ୍କ ନେତୃତ୍ବରେ ଆରମ୍ଭ ହୋଇଥିଲା ।
  2. ତାଙ୍କ ପ୍ରଦର୍ଶିତ ଅହିଂସା ଆନ୍ଦୋଳନ ବଳରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ଭାରତ ସ୍ଵାଧୀନତା ଲାଭ କରିଥିଲା ।
  3. ବ୍ରିଟିଶ୍ ସାମ୍ରାଜ୍ୟବାଦର କୂଟନୈତିକ ଚକ୍ରାନ୍ତ ଫଳରେ ଏହା ଅଖଣ୍ଡ ଭାରତ ହୋଇ ରହିନଥୁଲା ।
  4. ଏହା ଦୁଇଭାଗରେ ବିଭକ୍ତ ହୋଇ ଭାରତ ଓ ପାକିସ୍ତାନ ନାମକ ଦୁଇଟି ସ୍ଵାଧୀନ ରାଷ୍ଟ୍ରରେ ପରିଣତ ହୋଇଥିଲା ।
  5. ସ୍ଵାଧୀନତା ପରେ ଭାରତରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠିତ ହୋଇଥିଲା ।

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୪। ଆଞ୍ଜେରିଆ କେବେ ଓ କିପରି ସ୍ୱାଧୀନତା ଲାଭ କରିଥିଲା ?
କିମ୍ବା, କେବେ ଆକ୍ସେରିଆର ଜାତୀୟ ମୁକ୍ତି ସାମ୍ମୁଖ୍ୟ ଫରାସୀ ଶାସନ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ ଘୋଷଣା କଲା ? ଆଲଜେରିଆର ସ୍ଵାଧୀନତା ଆନ୍ଦୋଳନ ପ୍ରତି କାହା ସରକାର ସମବେଦନା ପ୍ରକାଶ କଲା ? କେବେ ଏହା ସ୍ଵାଧୀନତା ଲାଭ କଲା ?
Answer:

  • ୧୯୫୪ ମସିହାରେ ଆଲଜେରିଆରେ ‘ଜାତୀୟ ମୁକ୍ତି ସାମ୍ମୁଖ୍ୟ’ ଗଠିତ ହେବାପରେ ଫରାସୀ ଶାସନ ବିରୋଧରେ ସଶସ୍ତ୍ର ସଂଗ୍ରାମ ଆରମ୍ଭ ହୋଇଥିଲା ।
  • ଫରାସୀ ସାମ୍ୟବାଦୀ ଦଳ ଓ ଅନ୍ୟାନ୍ୟ ଉଦାରଚେତା ନେତାମାନେ ଆଲଜେରିଆର ସ୍ଵାଧୀନତା ଆନ୍ଦୋଳନକୁ ସମର୍ଥନ କରିଥିଲେ ।
  • ଫ୍ରାନ୍ସର ଜେନେରାଲ୍ ଡିଗଲ ସରକାର ମଧ୍ୟ ଆଲ୍ଜରିଆର ସ୍ଵାଧୀନତା ପ୍ରତି ସମବେଦନା ପ୍ରକାଶ କରିଥିଲେ ।
  • ଫଳସ୍ଵରୁପ ୧୯୬୨ ମସିହା ଜୁଲାଇ ମାସରେ ଫରାସୀ ଶାସନରୁ ନିଜକୁ ମୁକ୍ତ କରି ଆଲଜେରିଆ ଏକ ସ୍ବାଧୀନ ରାଷ୍ଟ୍ରରେ ପରିଣତ ହୋଇଥିଲା ।

୫। ଭିଏତ୍‌ନାମ୍ ମୁକ୍ତି ଆନ୍ଦୋଳନ କାହିଁକି ହୋଇଥିଲା ଓ ଏହାର ନେତୃତ୍ବ କିଏ ନେଇଥିଲେ ? କେଉଁ ଦୁଇଟି ଦେଶ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ ଓ କେଉଁ ସମ୍ମିଳନୀରେ ଭିଏତ୍‌ନାମ୍‌ରେ ବିଭାଜନ ହୋଇଥିଲା ?
Answer:

  • ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଭିଏତ୍‌ନାମକୁ ଫରାସୀ ଶାସନରୁ ମୁକ୍ତ କରିବାପାଇଁ ମୁକ୍ତି ଆନ୍ଦୋଳନ ଆରମ୍ଭ ହୋଇଥିଲା ।
  • ହୋ-ଚି-ମିନ୍ ଏହାର ନେତୃତ୍ୱ ନେଇଥିଲେ ।
  • ସାମ୍ୟବାଦୀ ଚିନ୍ତାଧାରାରେ ଉଦ୍‌ବୁଦ୍ଧ ହୋଇ ହୋ-ଚି-ମିନ୍ ‘ଭିଏତ୍‌ମିନ୍’ ନାମକ ଗଣବାହିନୀ ଗଠନ କରି ଫରାସୀ ସୈନ୍ୟବାହିନୀକୁ ପରାଜିତ କରିଥିଲେ ।
  • ସୋଭିଏତ୍ ରୁଷ୍ ଓ ଚୀନ୍ ଭିଏତ୍‌ ନାମ୍ ମୁକ୍ତି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ ।
  • ୧୯୫୪ ମସିହାରେ ଜେନେଭା ସମ୍ମିଳନୀରେ ଭିଏତ୍‌ନାମକୁ ଭାଗ କରାଯାଇ ଉତ୍ତର ଭିଏତ୍‌ନାମ୍ ଓ ଦକ୍ଷିଣ ଭିଏତ୍‌ନାମ୍ ନାମକ ଦୁଇଟି ସ୍ଵାଧୀନ ରାଷ୍ଟ୍ର ଗଠନ କରାଯାଇଥିଲା ।

୬ । କେଉଁ ସଙ୍ଗଠନ ମାଧ୍ୟମରେ ଦକ୍ଷିଣ ଆଫ୍ରିକାରେ ଆନ୍ଦୋଳନ ଚାଲିଥିଲା ଓ କେଉଁମାନେ ଏହାର ନେତୃତ୍ବ ନେଇଥିଲେ ? ଏହାର ଫଳାଫଳ କ’ଣ ହୋଇଥିଲା ଏବଂ ଏହାର ପ୍ରଥମ ରାଷ୍ଟ୍ରପତି କିଏ ହୋଇଥିଲେ ?
Answer:

  1. ଆଫ୍ରି କୀୟ ଜାତୀୟ କଂଗ୍ରେସ’ ସଙ୍ଗଠନ ମାଧ୍ୟମରେ ଦକ୍ଷିଣ ଆଫ୍ରିକାରେ ଆନ୍ଦୋଳନ ଚାଲିଥିଲା ।
  2. ମହାତ୍ମା ଗାନ୍ଧିଙ୍କର ନୀତି ଓ ଆଦର୍ଶରେ ଏହି ଆନ୍ଦୋଳନ ପରିଚାଳିତ ହୋଇଥିଲା ।
  3. ପର୍ଯ୍ୟାୟକ୍ରମେ ଡେସମଣ୍ଡ ଲୁଥୁଲି, ୱାଲଟର୍‌ ସି ସୁଲି ଓ ନେଲସନ୍ ମାଣ୍ଡେଲ। ଏହି ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ ।
  4. ପୃଥ‌ିବୀର ବହୁ ଦେଶ ଦକ୍ଷିଣ ଆଫ୍ରିକା ସରକାରଙ୍କର ବର୍ଣବିଦେଷ ନୀତିକୁ ସମାଲୋଚନା କରିଥିଲାବେଳେ ସଂଯୁକ୍ତ ରାଷ୍ଟ୍ରସଂଘ ଏହା ବିରୋଧ କରି ଅର୍ଥନୈତିକ ବାସନ୍ଦ ଲାଗୁ କରିଥିଲା ।
  5. ବହୁବର୍ଷ ଧରି ଆନ୍ତର୍ଜାତିକ ସମାଲୋଚନା ଓ ଚାପ ଫଳରେ ୧୯୯୪ ମସିହାରେ ଦକ୍ଷିଣ ଆଫ୍ରିକାରେ ସ୍ଵେଚ୍ଛାଚାରୀ ଶ୍ୱେତାଙ୍ଗ ଶାସନ ବଦଳରେ ଗଣତନୁ ଶାସନ ପ୍ରତିଷ୍ଠିତ ହୋଇଥିଲା । ନେଲସନ୍ ମାଣ୍ଡେଲ ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ହୋଇଥିଲେ ।

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୭ । ଇଜିପ୍ଟରେ ଗଣ ଆନ୍ଦୋଳନ ସଙ୍ଗଠିତ ହୋଇ କେଉଁ ଶାସନର ପତନ ଘଟିଥିଲା ? କିଏ କେବେ ଏହାର ଶାସନ କ୍ଷମତା ନିଜ ହାତକୁ ନେଇଥିଲେ ? ଇଜିପ୍ଟ ଦେଶରେ ନୂତନ ସରକାର କିଏ କେବେ ଗଢ଼ିଥିଲେ ?
କିମ୍ବା, ଇଜିପ୍ଟ କେବେ ଓ କିପରି ନିଜକୁ ସ୍ଵାଧୀନ ରାଷ୍ଟ୍ରରୂପେ ଘୋଷଣା କରିଥିଲା ?
Answer:

  • ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ଇଜିପ୍ଟରେ ଗଣ ଆନ୍ଦୋଳନ ସଙ୍ଗଠିତ ହୋଇ ବ୍ରିଟିଶ୍ ସମର୍ଥ ରାଜତନ୍ତ୍ର ଶାସନର ପତନ ଘଟିଥିଲା ।
  • ୧୯୫୨ ମସିହାରେ ସେଠାକାର ରାଜା ଫାଗୁକ୍ ଙ୍କୁ ଗାଦିଚୁତ କରି ଜେନେରାଲ ନାଗୁଇଚ୍ ଶାସନ କ୍ଷମତା ନିଜ ହାତକୁ ନେଇଥିଲେ ।
  • ୧୯୫୪ ମସିହାରେ କର୍ଣ୍ଣେଲ ଗାମାଲ୍ ଅବଦୁଲ୍ ନାସେର୍ ବିପ୍ଳବୀ ପରିଷଦର ଅଧ୍ୟକ୍ଷ ହୋଇ ଇଜିପ୍‌ଟରେ ନୂତନ ସରକାର ଗଢ଼ିଥିଲେ ।
  • ଏହିଭଳି ଭାବରେ ଇଜିପ୍ଟ ୧୯୫୪ ମସିହାରେ ନିଜକୁ ଏକ ସ୍ଵାଧୀନ ରାଷ୍ଟ୍ରଭାବେ ଘୋଷଣା କରିଥିଲା ।

୮। ତୁର୍କୀ କିପରି ସ୍ୱାଧୀନତା ଲାଭ କରି ଏକ ସାଧାରଣତନ୍ତ୍ର ରାଷ୍ଟ୍ରରେ ପରିଣତ ହେଲା ?
Answer:

  • ପ୍ରଥମ ବିଶ୍ୱଯୁଦ୍ଧ ପରେ ତୁର୍କୀରେ ମିତ୍ର ଶକ୍ତି ମାନଙ୍କର ଆଧ୍ୟତ୍ୟ ପ୍ରତିଷ୍ଠିତ ହୋଇଥିଲା ।
  • ତୁର୍କୀର ଜନସାଧାରଣ ମୁସ୍ତାଫା କେମାଲ୍ ଙ୍କ ନେତୃତ୍ଵରେ ଏହା ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ ।
  • ରୁଷ୍ ସରକାରଙ୍କର ସହଯୋଗରେ ମୁସ୍ତାଫା କେ ମାଲ୍ ମିତ୍ର ଶକ୍ତି ମାନଙ୍କର ସାମରିକ ବାହିନୀଗୁଡ଼ିକୁ ତୁର୍କୀରୁ ତଡ଼ିଦେଇଥିଲେ ।
  • ଏହାପରେ ତୁର୍କୀ ସ୍ଵାଧୀନତା ଲାଭ କରି ଏକ ସାଧାରଣତନ୍ତ୍ର ରାଷ୍ଟ୍ରରେ ପରିଣତ ହୋଇଥିଲା ।

୯। ଇଉରୋପୀୟମାନେ ଏସିଆ ଓ ଆଫ୍ରିକା ମହାଦେଶର ବିଭିନ୍ନ ଦେଶରେ ଉପନିବେଶମାନ କାହିଁକି ସ୍ଥାପନ କରିଥିଲେ ? ଏହାର ଫଳାଫଳ କ’ଣ ହୋଇଥିଲା ?
Answer:

  1. ଭୌଗୋଳିକ ଆବିଷ୍କାର ଯୋଗୁଁ ପୃଥ‌ିବୀର ବିଭିନ୍ନ ଅଞ୍ଚଳକୁ ଯାତାୟାତ ଓ ଯୋଗାଯୋଗର ସୁବିଧା ହେବାଦାରା ଇଉରୋପୀୟ ବଣିକମାନେ ଏସିଆ ଓ ଆଫ୍ରିକା ମହାଦେଶର ପ୍ରାକୃତିକ ସମ୍ପଦର ପ୍ରାଚୁର୍ଯ୍ୟ ସମ୍ପର୍କରେ ଜାଣିପାରିଥିଲେ ।
  2. ଫଳରେ ବାଣିଜ୍ୟର ଉନ୍ନତି, ଆର୍ଥିକ ସମୃଦ୍ଧି, ସାମ୍ରାଜ୍ୟ ବିସ୍ତାର ଓ ଧର୍ମପ୍ରଚାର ଉଦ୍ଦେଶ୍ୟରେ ଇଉପରୋପର ବିଭିନ୍ନ ରାଷ୍ଟ୍ର; ଯଥା— ଇଂଲଣ୍ଡ, ଫ୍ରାନ୍ସ, ପର୍ତ୍ତୁଗାଲ୍, ଡେନ୍‌ମାର୍କ ପ୍ରଭୃତି ଏସିଆ ଓ ଆଫ୍ରିକା ମହାଦେଶର ବିଭିନ୍ନ ଦେଶରେ ଉପନିବେଶମାନ ସ୍ଥାପନ କରିଥିଲେ ।
  3. କିନ୍ତୁ ସେମାନେ ଉପନିବେଶଗୁଡ଼ିକର ଉନ୍ନତି ପ୍ରତି ଦୃଷ୍ଟି ନ ଦେଇ ନିଜ ସ୍ଵାର୍ଥ ହାସଲ ପାଇଁ ଅଧିକ ଆଗ୍ରହୀ ଥିଲେ । ଉପନିବେଶର ଅଧ୍ଵବାସୀମାନେ ଶୋଷଣ ଓ ନିର୍ଯାତନାର ଶିକାର ହେଉଥିଲେ । ତେଣୁ ଉପନିବେଶଗୁଡ଼ିକରେ ତୀଚ୍ର ଜନଅସନ୍ତୋଷ ଦେଖାଦେଲା ।
  4. ସ୍ଵାଧୀନତା ଲାଭ ଆଶାରେ ସେମାନେ ମିତ୍ରଶକ୍ତି ସପକ୍ଷରେ ପ୍ରଥମ ବିଶ୍ଵଯୁଦ୍ଧରେ ଯୋଗ ଦେଇଥିଲେ ହେଁ ଯୁଦ୍ଧ ଶେଷରେ ନିରାଶ ହେଲେ । ତେଣୁ ଉପନିବେଶଗୁଡ଼ିକରେ ଜନ ଆନ୍ଦୋଳନ ଆରମ୍ଭ ହେଲା ।
  5. ଏହି ଜନ ଆନ୍ଦୋଳନର ଫଳସ୍ଵରୂପ ଅନେକ ଏସୀୟ ଓ ଆଫ୍ରିକୀୟ ଉପନିବେଶ ପ୍ରଥମ ବିଶ୍ବଯୁଦ୍ଧ ପରେ ସ୍ଵାଧୀନତା ଲାଭ କରିଥିଲେ ।

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ପ୍ରଥମ ବିଶ୍ଵଯୁଦ୍ଧ ପରେ କାହା ନେତୃତ୍ଵରେ ଚୀନ୍‌ରେ ଜାତୀୟତାବାଦୀ ଆନ୍ଦୋଳନ ଚାଲିଥିଲା ? ତାଙ୍କ ଦଳର ନାମ କ’ଣ ଥିଲା ?
Answer:

  • ପ୍ରଥମ ବିଶ୍ଵଯୁଦ୍ଧ ପରେ ସନ୍‌ତ୍ ସେନ୍‌ ଙ୍କ ନେତୃତ୍ଵରେ ଚୀନ୍‌ରେ ଜାତୀୟତାବାଦୀ ଆନ୍ଦୋଳନ ଚାଲିଥିଲା ।
  • ତାଙ୍କ ଦଳର ନାମ କୋମିଙ୍ଗୁଟାଙ୍ଗ୍ ଥିଲା ।

୨ । କାହା ନେତୃତ୍ବରେ ତୁର୍କୀର ଜନସାଧାରଣ ମିତ୍ରଶକ୍ତିର ଆଧ୍ୟତ୍ୟ ବିରୋଧରେ ଆନ୍ଦୋଳନ ଆରମ୍ଭ କଲେ ? ଏଥ‌ିରେ କେଉଁ ଦେଶର ସରକାରଙ୍କର ସହଯୋଗ ଥିଲା ?
Answer:

  • ମୁସ୍ତାଫା କେ ମାଲ୍ଙ୍କ ନେତୃତ୍ବରେ ତୁର୍କୀର ଜନସାଧାରଣ ମିତ୍ରଶକ୍ତିର ଆଧ୍ୟତ୍ୟ ବିରୋଧରେ ଆନ୍ଦୋଳନ ଆରମ୍ଭ କଲେ ।
  • ଏଥିରେ ରୁଷ୍ ସରକାରଙ୍କର ସହଯୋଗ ଥିଲା ।

୩ । ଲାଓସ୍‌ରେ ଫରାସୀ ଶାସନ ବିରୋଧରେ କେଉଁମାନେ ଆନ୍ଦୋଳନ ଚଳାଇଥିଲେ ? ଲାଓସ୍ କେବେ ସ୍ଵାଧୀନ ହୋଇଥିଲା ?
Answer:

  1. ଲାଓସ୍‌ରେ ଫରାସୀ ଶାସନ ବିରୋଧରେ ପାଥେଟ୍ ଲାଓ ନାମକ ଏକ ଗଣବାହି ନୀ ଆନ୍ଦୋଳନ ଚଳାଇଥିଲା ।
  2. ଲାଓସ୍ ୧୯୫୪ ମସିହାରେ ସ୍ଵାଧୀନ ହୋଇଥିଲା ।

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୪ । କାହା ନେତୃତ୍ଵରେ ବ୍ରହ୍ମଦେଶରେ ବ୍ରିଟିଶ୍ ସାମ୍ର।ଜ୍ୟବାଦ ବିରୋଧରେ ଆଦୋଳନ ଆରମ୍ଭ ହୋଇଥିଲା। ଓ କେବେ ବ୍ରହ୍ମଦେଶ ସ୍ଵାଧୀନ ହୋଇଥିଲା ?
Answer:

  • ଅଙ୍ଗସାନ୍‌ଙ୍କ ନେତୃତ୍ୱରେ ପରିଚାଳିତ ଫାସିବାଦୀ ବିରୋଧୀ ସ୍ଵାଧୀନ ଜନ ସାମ୍ମୁଖ୍ୟ ମାଧ୍ୟମରେ ବ୍ରିଟିଶ୍ ସାମ୍ର।ଜ୍ୟବାଦ ବିରୋଧରେ ଆଦୋଳନ ଆରମ୍ଭ ହୋଇଥିଲା ।
  • ୧୯୪୮ ମସିହା ଜାନୁୟାରୀ ୪ ତାରିଖରେ ବ୍ରହ୍ମଦେଶ ସ୍ଵାଧୀନ ହେଲା ।

୫ । ଇଣ୍ଡୋନେସିଆରେ କାହା ନେତୃତ୍ବରେ ଓଲନ୍ଦାଜ୍ ଶାସନ ବିରୁଦ୍ଧରେ ଆନ୍ଦୋଳନ ଚାଲିଥିଲା ଓ କେବେ ଏହା ପରାଧୀନତାରୁ ମୁକ୍ତ ହେଲା ?
Answer:

  • ଇଣ୍ଡୋନେସିଆରେ ଜାତୀୟତାବାଦୀ ନେତା ସୁକର୍ଣ୍ଣୋଙ୍କ ନେତୃତ୍ଵରେ ଓଲନ୍ଦାଜ୍ ଶାସନ ବିରୁଦ୍ଧରେ ଆନ୍ଦୋଳନ ଚାଲିଥିଲା ।
  • ଏହା ୧୯୪୯ ମସିହା ନଭେମ୍ବର ୨ ତାରିଖରେ ପରାଧୀନତାରୁ ମୁକ୍ତ ହୋଇ ସ୍ବାଧୀନ ହେଲା ।

୬ । କେଉଁ ସଙ୍ଗଠନ ମାଧ୍ୟମରେ ଦକ୍ଷିଣ ଆଫ୍ରିକାରେ ଆନ୍ଦୋଳନ ଚାଲିଥିଲା ଓ କେଉଁମାନେ ଏହାର ନେତୃତ୍ବ ନେଇଥିଲେ ?
Answer:

  1. ଆଫ୍ରି କୀୟ ଜାତୀୟ କଂଗ୍ରେସ’ ସଙ୍ଗଠନ ମାଧ୍ୟମରେ ଦକ୍ଷିଣ ଆଫ୍ରିକାରେ ଆନ୍ଦୋଳନ ଚାଲିଥିଲା ।
  2. ଡେସମଣ୍ଡ ଲୁଥୁଲି, ୱାଲ୍‌ଟର୍ ସିସୁଲି ଏବଂ ନେଲସନ୍ ମଣ୍ଡେଲା। ଏହାର ନେତୃତ୍ବ ନେଇଥିଲେ।

୭ । କିଏ ଆକ୍ସେରିଆର ସ୍ଵାଧୀନତା ପ୍ରତି ସମବେଦନା ପ୍ରକାଶ କରିଥିଲେ ? କେବେ ଆଲଜେରିଆ ସ୍ଵାଧୀନ ହୋଇଥିଲା ?
Answer:

  • ଜେନେରାଲ ଡିଗଲ୍‌ଙ୍କ ସରକାର ଆଲଜେରିଆର ସ୍ଵାଧୀନତା ପ୍ରତି ସମବେଦନା ପ୍ରକାଶ କରିଥିଲେ ।
  • ୧୯୬୨ ମସିହା ଜୁଲାଇ ୩ ତାରିଖରେ ଆଲଜେରିଆ ସ୍ଵାଧୀନ ହୋଇଥିଲା ।

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୮। ଦକ୍ଷିଣ ରୋଡ଼େସିଆର ମୁକ୍ତି ଆନ୍ଦୋଳନକୁ କିଏ ସମର୍ଥନ ଜଣାଇଥିଲା ? ଏହା କେବେ ସ୍ଵାଧୀନ ହୋଇ କେଉଁ ନାମରେ ପରିଚିତ ହୋଇଥିଲା ?
Answer:

  • ଦକ୍ଷିଣ ରୋଡ଼େସିଆର ମୁକ୍ତି ଆନ୍ଦୋଳନକୁ ସଂଯୁକ୍ତ ରାଷ୍ତସଂଘର ସାଧାରଣ ପରିଷଦ ସମର୍ଥନ ଜଣାଇଥିଲା ।
  • ୧୯୮୦ ମସିହା ଏପ୍ରିଲ ମାସରେ ଏହା ସ୍ବାଧୀନ ହୋଇ ଜିମ୍ବାୱେ ନାମରେ ପରିଚିତ ହୋଇଥିଲା ।

୯ । ଦକ୍ଷିଣ-ପଶ୍ଚିମ ଆଫ୍ରିକା କେଉଁ ଦେଶର ଉପନିବେଶ ଥୁଲା ? ପ୍ରଥମ ବିଶ୍ଵଯୁଦ୍ଧ ପରେ ଏହାକୁ କେଉଁ ଦେଶର ତତ୍ତ୍ଵାବଧାନରେ ରଖାଗଲା ?
Answer:

  1. ଦକ୍ଷିଣ-ପଶ୍ଚିମ ଆଫ୍ରିକା ଜର୍ମାନୀର ଉପନିବେଶ ଥିଲା ।
  2. ପ୍ରଥମ ବିଶ୍ଵଯୁଦ୍ଧ ପରେ ଏହାକୁ ଜର୍ମାନୀଠାରୁ ଛଡ଼ାଇ ଆଣି ଦକ୍ଷିଣ ଆଫ୍ରିକା ତତ୍ତ୍ଵାବଧାନରେ ରଖାଗଲା ।

୧୦ । ଦକ୍ଷିଣ ଆଫ୍ରିକାର ମୁକ୍ତି ଆନ୍ଦୋଳନକୁ ନେଲସନ୍ ମାଣ୍ଡେଲାଙ୍କ ଅବଦାନ କ’ଣ ଥିଲା ?
Answer:

  • ନେଲ ସନ୍ ମାଣ୍ଡେଲ। ଦକ୍ଷିଣ-ଆଫ୍ରି କାର ବର୍ଣ୍ଣବିଦ୍ବେଷ ନୀତି ବିରୁଦ୍ଧରେ ସଂଗ୍ରାମ ଅବ୍ୟାହତ ରଖୁଥିଲେ ।
  • ତାଙ୍କ ନେତୃତ୍ୱରେ ପରିଚାଳିତ ଆନ୍ଦୋଳନ ଯୋଗୁଁ ଦକ୍ଷିଣ ଆଫ୍ରିକାରେ ଶ୍ୱେତାଙ୍ଗ ଶାସନର ଅବସାନ ଘଟି ଗଣତନ୍ତ୍ର ଶାସନ ପ୍ରତିଷ୍ଠିତ ହେଲା ।

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୧୧ । ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ କୋରିଆ କାହା କବଳରୁ ମୁକ୍ତିଲାଭ କରିଥିଲା ? ଏହା କେଉଁ ନାମରେ ଦୁଇ ଭାଗରେ ବିଭକ୍ତ ହୋଇଥିଲା ?
Answer:

  • ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ କୋରିଆ ଜାପାନ କବଳରୁ ମୁକ୍ତିଲାଭ କରିଥିଲା ।
  • ଏହା ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ନାମରେ ଦୁଇଭାଗ ହୋଇଥିଲା ।

୧୨ । ଚୀନ୍‌ରେ ଗୃହଯୁଦ୍ଧ କାହିଁକି ଆରମ୍ଭ ହେଲା ?
Answer:

  • ଜାପାନର ମାଞ୍ଚୁରିଆ ଆକ୍ରମଣଠାରୁ ଦ୍ଵିତୀୟ ବିଶ୍ୱ ଯୁଦ୍ଧ ଶେଷ ହେଲା ପର୍ଯ୍ୟନ୍ତ ଚୀନ୍ରର ସେନାବାହିନୀ କ୍ରମାଗତ ଭାବରେ ଜାପାନଠାରୁ ପରାଜୟ ବରଣ କରିଥିଲା ।
  • ଯୁଦ୍ଧରେ ପରାଜିତ ହେବା ଯୋଗୁଁ ଓ ଦେଶର ଦୁର୍ବଳ ଆର୍ଥିକ ସ୍ଥିତିକୁ ସୁଧାରିବାପାଇଁ ଅକ୍ଷମ ହେବାରୁ ମାଓ – ସେ –ତୁଙ୍ଗଙ୍କ ନେତୃତ୍ୱାଧୀନ ସାମ୍ୟବାଦୀ ଦଳ ଓ ଚିଆଙ୍ଗ୍ କାଇଶେକ୍‌ଙ୍କ କୋମିଙ୍ଗଟାଲ୍ ଦଳ ମଧ୍ୟରେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା ।

୧୩ । ଇଉରୋପୀୟ ବଣିକମାନେ ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶ ସ୍ଥାପନ କରିଥିଲେ କାହିଁକି ?
Answer:

  1. ଭୌଗୋଳିକ ଆବିଷ୍କାରଦ୍ଵାରା ଯାତାୟାତ ଓ ଯୋଗାଯୋଗର ସୁବିଧା ହେବାଦ୍ଵାରା ଏସିଆ ଓ ଆଫ୍ରିକା ମହାଦେଶର ପ୍ରାକୃତିକ ସମ୍ପଦର ପ୍ର।ଚୁର୍ଯ୍ୟ ସମର୍କରେ ଇଉରୋପୀୟ ବଣିକମାନେ ଜାଣିପାରିଥିଲେ ।
  2. ଫଳରେ ବାଣିଜ୍ୟର ଉନ୍ନତି, ଆର୍ଥିକ ସମୃଦ୍ଧି, ସାମ୍ରାଜ୍ୟ ବିସ୍ତାର ଓ ଧର୍ମପ୍ରଚାର ଉଦ୍ଦେଶ୍ୟରେ ଇଉରୋପର ବିଭିନ୍ନ ରାଷ୍ଟ୍ର ଏସିଆ ଓ ଆଫ୍ରିକା ମହାଦେଶର ବିଭିନ୍ନ ଦେଶରେ ଉପନିବେଶ ମାନ ସ୍ଥାପନ କରିଥିଲେ ।

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୧୪ । ଆଫଗାନିସ୍ତାନରେ କେଉଁ ଶାସନ ଚାଲିଥିଲା ? କିଏ ଏହାକୁ ଏକ ସ୍ବାଧୀନ ରାଷ୍ଟ୍ରଭାବେ ଘୋଷଣା କରିଥିଲେ ?
Answer:

  • ଆଫଗାନିସ୍ତାନରେ ଇଂରେଜ ଶାସନ ଚାଲିଥିଲା ।
  • ୧୯୧୯ ମସିହାରେ ଏହାର ରାଜାଙ୍କୁ ହତ୍ୟା କରାଯିବାରୁ ତାଙ୍କ ପୁତ୍ର ଅମାନୁଲ୍ଲା ସିଂହାସନ ଆରୋହଣ କରିଥିଲେ ଏବଂ ସେ ଆଫଗାନିସ୍ତାନକୁ ଏକ ସ୍ବାଧୀନ ରାଷ୍ଟ୍ରଭାବେ ଘୋଷଣା କରିଥିଲେ ।

୧୫ । କିଏ କେବେ ଚୀନ୍ ଦେଶରେ ଲୋକ ସାଧାରଣତନ୍ତ୍ର ସରକାର ଗଠନ କରିଥିଲେ ? ସେ କେଉଁ ଦଳର ନେତୃତ୍ବ ନେଇଥିଲେ ?
Answer:

  • ମାଓ-ସେ-ତୁଙ୍ଗ୍ ୧୯୪୯ ମସିହା ଅକ୍ଟୋବର ୧ ତାରିଖରେ ଚୀନ୍ ଦେଶରେ ଲୋକ ସାଧାରଣତନ୍ତ୍ର ସରକାର ଗଠନ କରିଥିଲେ ।
  • ସେ ସାମ୍ୟବାଦୀ ଦଳର ନେତୃତ୍ୱ ନେଇଥିଲେ ।

୧୬ । କିଏ କେବେ ଇଜିପ୍ଟ ଦେଶରେ ନୂଆ ସରକାର ଗଠନ କରିଥିଲେ ? ମରକ୍କୋ ଓ ଟ୍ୟୁନିସିଆ କେବେ ସ୍ଵାଧୀନ ହୋଇଥିଲେ ?
Answer:

  1. ୧୯୫୪ ମସିହାରେ କଣ୍ଢେଲ୍ ଗାମାଲ୍ ଅବଦୁଲ୍ ନାସେର୍ ବିପ୍ଳବୀ ପରିଷଦର ଅଧ୍ୟକ୍ଷ ହୋଇ ଇଜିପ୍ଟ ଦେଶରେ ନୂଆ ସରକାର ଗଠନ କରିଥିଲେ ।
  2. ୧୯୫୬ ମସିହାରେ ମରକ୍‌ ଓ ଟ୍ୟୁନିସିଆ ସ୍ଵାଧୀନ ହୋଇଥିଲେ ।

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୧୭ । ନାମିବିଆର ପୂର୍ବତନ ନାମ କ’ଣ ଥିଲା ? ଏହି ଦେଶ କେବେ ସ୍ଵାଧୀନ ହୋଇଥିଲା ?
Answer:

  • ନାମିବିଆର ପୂର୍ବତନ ନାମ ଦକ୍ଷିଣ-ପଶ୍ଚିମ ଆଫ୍ରିକା ଥିଲା ।
  • ୧୯୯୦ ମସିହା ମାର୍ଚ୍ଚ ୨୧ ତାରିଖରେ ଏହି ଦେଶ ସ୍ଵାଧୀନ ହୋଇଥିଲା ।

Objective Type Questions With Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ଦକ୍ଷିଣ ରୋଡ଼େସିଆ ସ୍ଵାଧୀନ ହେଲାପରେ କେଉଁ ନାମରେ ପରିଚିତ ହେଲା ?
Answer:
ଦକ୍ଷିଣ ରୋଡ଼େସିଆ ସ୍ଵାଧୀନ ହେଲାପରେ ଜିମ୍ବାୱେ ନାମରେ ପରିଚିତ ହେଲା ।

୨। ବ୍ରିଟିଶ୍ ଶାସନାଧୀନ ଆଫ୍ରିକୀୟ କୃଷ୍ଣକାୟ ଦେଶ ଗୋଲ୍ଡକୋଷ୍ଟ କାହା ନେତୃତ୍ବରେ ଆନ୍ଦୋଳନ ଚଳାଇ ମୁକ୍ତ ହେଲା ?
Answer:
ବ୍ରିଟିଶ୍ ଶାସନାଧୀନ ଆଫ୍ରିକୀୟ କୃଷ୍ଣକାୟ ଦେଶ ଗୋଲ୍ଡକୋଷ୍ଟ ଡ. କ୍ୱାମେ ଏନ୍‌କୁମାଙ୍କ ନେତୃତ୍ୱରେ ଆନ୍ଦୋଳନ ଚଳାଇ ମୁକ୍ତ ହେଲା ।

୩ । ଆଫ୍ରିକୀୟ କୃଷ୍ଣକାୟ ଦେଶ ଗୋଲ୍ଡକୋଷ୍ଟ ମୁକ୍ତ ହୋଇ କେଉଁ ନାମରେ ପରିଚିତ ହେଲା ?
Answer:
ଆଫ୍ରିକୀୟ କୃଷ୍ଣକାୟ ଦେଶ ଗୋଲ୍ଡକୋଷ୍ଟ ମୁକ୍ତ ହୋଇ ଘାନା ନାମରେ ପରିଚିତ ହେଲା ।

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୪ । କେଉଁ ବର୍ଷକୁ ଆଫ୍ରିକା ବର୍ଷ କୁହାଯାଏ ?
Answer:
୧୯୬୦ ମସିହାକୁ ଆଫ୍ରିକା ବର୍ଷ କୁହାଯାଏ ।

୫ । ୧୯୬୦ ମସିହାକୁ ‘ଆଫ୍ରିକା ବର୍ଷ କାହିଁକି କୁହାଯାଏ ?
Answer:
୧୯୬୦ ମସିହାରେ ୧୭ ଟି ଆଫ୍ରିକୀୟ ରାଷ୍ଟ୍ର ସ୍ବାଧୀନ ହୋଇଥିବାରୁ ଏହି ବର୍ଷକୁ ‘ଆଫ୍ରିକା ବର୍ଷ’ କୁହାଯାଏ ।

୬ । କେବେ ଶ୍ରୀଲଙ୍କା ସ୍ଵାଧୀନତା ଲାଭ କରିଥିଲା ?
Answer:
୧୯୪୮ ମସିହା ଫେବୃଆରୀ ୪ ତାରିଖରେ ଶ୍ରୀଲଙ୍କା ସ୍ଵାଧୀନତା ଲାଭ କରିଥିଲା ।

୭ । ଦ୍ଵିତୀୟ ବିଶ୍ୱଯୁଦ୍ଧ ବେଳକୁ ଚୀରେ କେଉଁ ଦଳ କ୍ଷମତାସୀନ ଥିଲା ?
Answer:
ଦ୍ବିତୀୟ ବିଶ୍ୱଯୁଦ୍ଧ ବେଳକୁ ଚୀନ୍‌ରେ ଚିଆଙ୍ଗ-କାଇ- ଶେକ୍‌ଙ୍କ ନେତୃତ୍ବାଧୀନ କୋମିଙ୍ଗୁଟାଙ୍ଗ୍ ଦଳ କ୍ଷମତାସୀନ ଥିଲା ।

୮ । କିଏ ଚୀନ୍‌ରେ ଲୋକ ସାଧାରଣତନ୍ତ୍ର ସରକାର ଗଠନ କରିଥିଲେ ?
Answer:
ମାଓ-ସେ-ତୁଙ୍ଗ୍ ଚୀନ୍‌ରେ ଲୋକ ସାଧାରଣତନ୍ତ୍ର ସରକାର ଗଠନ କରିଥିଲେ ।

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୯ । ଚିଆଙ୍ଗ କାଇଶେକ୍ ପରାଜିତ ହୋଇ କେଉଁଠାକୁ ପଳାୟନ କରିଥିଲେ ?
Answer:
ଚିଆଙ୍ଗ କାଇଶେକ୍ ପରାଜିତ ହୋଇ ଫର୍ମୋଜା ଦ୍ବୀପକୁ ପଳାୟନ କରିଥିଲେ ।

୧୦ । ଚିଆଙ୍ଗ କାଇଶେକ୍ ଫର୍ମୋଜା ଦ୍ଵୀପରେ ପ୍ରତିଷ୍ଠା କରିଥିବା ସ୍ଵାଧୀନ ରାଷ୍ଟ୍ରର ନାମ କ’ଣ ଥିଲା ?
Answer:
ଚିଆଙ୍ଗ କାଇଶେକ୍ ଫର୍ମୋଜା ଦ୍ଵୀପରେ ପ୍ରତିଷ୍ଠା କରିଥିବା ସ୍ଵାଧୀନ ରାଷ୍ଟ୍ରର ନାମ ଥିଲା ତାଇୱାନ୍ ।

୧୧ । କେବେ ବ୍ରହ୍ମଦେଶ ସ୍ଵାଧୀନ ହେଲା ?
Answer:
୧୯୪୮ ଜାନୁୟାରୀ ୪ ତାରିଖରେ ବ୍ରହ୍ମଦେଶ ସ୍ଵାଧୀନ ହୋଇଥିଲା ।

୧୨ । କାହା ନେତୃତ୍ଵରେ ବ୍ରହ୍ମଦେଶ ସ୍ଵାଧୀନ ହେଲା ?
Answer:
ଅଙ୍ଗସାନ୍‌ଙ୍କ ନେତୃତ୍ୱରେ ବ୍ରହ୍ମଦେଶ ସ୍ଵାଧୀନ ହେଲା ।

୧୩ । ହୋ-ଚି-ମିନ୍ କେଉଁ ଗଣବାହିନୀ ଗଠନ କରି ଫରାସୀ ସୈନ୍ୟମାନଙ୍କୁ ପରାଜିତ କରିଥିଲେ ?
Answer:
ହୋ-ଚି-ମିନ୍ ‘ଭିଏତ୍ ମିନ୍’ ନାମକ ଗଣବାହିନୀ ଗଠନ କରି ଫରାସୀ ସୈନ୍ୟମାନଙ୍କୁ ପରାଜିତ କରିଥିଲେ ।

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୧୪ । ୧୯୬୧ ରୁ ୧୯୬୬ ମଧ୍ୟରେ କେଉଁ କେଉଁ ଆଫ୍ରିକୀୟ ରାଷ୍ଟ୍ର ସ୍ଵାଧୀନ ହୋଇଥିଲେ ?
Answer:
୧୯୬୧ ରୁ ୧୯୬୬ ମଧ୍ଯରେ ଗାୟିଆ, ସିଏରାଲିଓନ୍, ରୁୱାଣ୍ଡା, ଉଗାଣ୍ଡା, କେନିଆ, ତାଞ୍ଜାନିଆ, ମାଲାୱି, ଜାମ୍ବିଆ, ବୋନା, ଲେସୋଥୋ ପ୍ରଭୃ ତି ଆଫ୍ରିକୀୟ ରାଷ୍ଟ୍ର ସ୍ବାଧୀନ ହୋଇଥିଲେ ।

୧୫ । କାହା ନେତୃତ୍ୱରେ କେବେ ଇରାନ୍ ସ୍ଵାଧୀନ ହୋଇଥିଲା ?
Answer:
ରେଜା ଖାଁଙ୍କ ନେତୃତ୍ବରେ ୧୯୨୧ ମସିହାରେ ଇରାନ୍ ସ୍ଵାଧୀନ ହୋଇଥିଲା ।

୧୬ । ଉପନିବେଶଗୁଡ଼ିକ ପ୍ରଥମ ବିଶ୍ବଯୁଦ୍ଧରେ ମିତ୍ରଶକ୍ତି ପକ୍ଷରେ କାହିଁକି ଯୋଗ ଦେଇଥିଲେ ?
Answer:
ଉପନିବେଶଗୁଡ଼ିକ ପ୍ରଥମ ବିଶ୍ଵଯୁଦ୍ଧରେ ସ୍ୱାଧୀନତା ଲାଭ ଆଶାରେ ମିତ୍ରଶକ୍ତି ପକ୍ଷରେ ଯୋଗ ଦେଇଥିଲେ ।

୧୭ । ଅମାନୁଲ୍ଲା କେବେ ଓ କିପରି ଆଫଗାନିସ୍ତାନର ସିଂହାସନ ଆରୋହଣ କରିଥିଲେ ?
Answer:
୧୯୧୯ ମସିହାରେ ଆଫଗାନିସ୍ତାନର ରାଜାଙ୍କୁ ହତ୍ୟା କରାଯିବା ପରେ ତାଙ୍କ ପୁତ୍ର ଅମାନୁଲ୍ଲା ସିଂହାସନ ଆରୋହଣ କରିଥିଲେ ।

୧୮ । ସିରିଆରେ କେଉଁ ଶାସନ ବିରୋଧରେ ମୁକ୍ତି ଆନ୍ଦୋଳନ ଆରମ୍ଭ ହୋଇଥିଲା ?
Answer:
ସିରିଆରେ ଫରାସୀ କେଉଁ ଶାସନ ବିରୋଧରେ ମୁକ୍ତି ଆନ୍ଦୋଳନ ଆରମ୍ଭ ହୋଇଥିଲେ ।

୧୯ । କେଉଁ ଶାସନ କବଳରୁ ସିଙ୍ଗାପୁର କେବେ ମୁକ୍ତ ହୋଇଥିଲା ?
Answer:
୧୯୫୯ ମସିହାରେ ବ୍ରିଟିଶ୍ ଶାସନ କବଳରୁ ସିଙ୍ଗାପୁର ମୁକ୍ତ ହୋଇଥିଲା ।

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୨୦ । କାହା ସମର୍ଥନରେ ଉତ୍ତର କୋରିଆରେ ସାମ୍ୟବାଦୀ ସରକାର ପ୍ରତିଷ୍ଠିତ ହୋଇଥିଲା ?
Answer:
ସୋଭିଏତ୍ ରୁଷ୍ ସମର୍ଥନରେ ଉତ୍ତର କୋରିଆରେ ସାମ୍ୟବାଦୀ ସରକାର ପ୍ରତିଷ୍ଠିତ ହୋଇଥିଲା ।

୨୧ । କେବେ ଏବଂ କେଉଁ ସମ୍ମିଳନୀରେ ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆକୁ ଦୁଇଟି ସ୍ଵାଧୀନ ରାଷ୍ଟ୍ରରୂପେ
Answer:
୧୯୫୪ ମସିହାରେ ଅନୁଷ୍ଠିତ ଜେନେଭା ସମ୍ମିଳନୀରେ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆକୁ ଦୁଇଟି ସ୍ବାଧୀନ ରାଷ୍ଟ୍ରରୂପେ ପରିଗଣିତ କରାଗଲା ।

୨୨ । ଭିଏତ୍‌ନାମ୍‌ର ମୁକ୍ତି ଆନ୍ଦୋଳନକୁ କେଉଁ ଦୁଇଟି ଦେଶ ସମର୍ଥନ କରିଥିଲା ?
Answer:
ସୋଭିଏତ୍ ରୁଷ୍ ଓ ଚୀନ୍ ଭିଏତନାମ୍‌ର ମୁକ୍ତି ଆନ୍ଦୋଳନକୁ ସମର୍ଥନ କରିଥିଲା ।

୨୩ । କାହା ନେତୃତ୍ଵରେ କାମ୍ବୋଡ଼ିଆ ନିଜକୁ ସ୍ଵାଧୀନ ରାଷ୍ଟ୍ରଭାବେ ଘୋଷଣା କରିଥିଲା ?
Answer:
ନାରୋଦମ୍ ସିହାନୋକ୍‌ଙ୍କ ନେତୃତ୍ଵରେ କାମ୍ବୋଡ଼ିଆ ନିଜକୁ ସ୍ଵାଧୀନ ରାଷ୍ଟ୍ରଭାବେ ଘୋଷଣା କରିଥିଲା ।

୨୪ । କିଏ କେବେ ଇଜିପ୍ଟ ଦେଶରେ ନୂତନ ସରକାର ଗଢ଼ିଥିଲେ ?
Answer:
୧୯୫୪ ମସିହାରେ କର୍ମେଲ୍ ଗାମାଲ୍ ଅବଦୁଲ୍ ନାସେର୍ ବିପ୍ଳବୀ ପରିଷଦର ଅଧ୍ୟକ୍ଷ ହୋଇ ଇଜିପ୍ଟ ଦେଶରେ ନୂତନ ସରକାର ଗଢ଼ିଥିଲେ ।

୨୫ । ମରକ୍କୋ ଓ ଟ୍ୟୁନିସିଆ କେଉଁ ସରକାରଙ୍କ ବିରୋଧରେ ସଂଗ୍ରାମ ଚଳାଇ କେବେ ସ୍ଵାଧୀନ ହୋଇଥିଲେ ?
Answer:
ଫରାସୀ ସରକାରଙ୍କ ବିରୋଧରେ ସଂଗ୍ରାମ ଚଳାଇ ମରକ୍କୋ ଓ ଟ୍ୟୁନିସିଆ ୧୯୫୬ ମସିହାରେ ସ୍ଵାଧୀନ ହୋଇଥିଲେ ।

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୨୬ । ଆଲଜେରିଆରେ କେବେ ଜାତୀୟ ମୁକ୍ତି ସାମ୍ମୁଖ୍ୟ ଗଠିତ ହେଲା ଏବଂ ଏହା କେଉଁ ଶାସନ ବିରୋଧରେ ସଶସ୍ତ୍ର ସଂଗ୍ରାମ ଘୋଷଣା କରିଥିଲା ?
Answer:
୧୯୫୪ ମସିହାରେ ଆଲ୍‌ରିଆରେ ଜାତୀୟ ମୁକ୍ତି ସାମ୍ମୁଖ୍ୟ ଗଠିତ ହେଲା ଏବଂ ଏହା ଫରାସୀ ଶାସନ ବିରୋଧରେ ସଶସ୍ତ୍ର ସଂଗ୍ରାମ ଘୋଷଣା କରିଥିଲା।

୨୭ । ଆଞ୍ଜେରିଆ କେବେ ସ୍ଵାଧୀନ ହୋଇଥିଲା ?
Answer:
୧୯୬୨ ମସିହା ଜୁଲାଇ ମାସରେ ଆଲଜେରି ଆ ସ୍ବାଧୀନ ହୋଇଥିଲା ।

୨୮ । କେବେ ଓ କିପରି ଭାବରେ ଗିନିରେ ସାଧାରଣତନ୍ତ୍ର ପ୍ରତିଷ୍ଠା ହୋଇଥିଲା ?
Answer:
୧୯୫୮ ମସିହାରେ ଫରାସୀ ଶାସନାଧୀନ ଗିନିରେ ଜନମତ ଗ୍ରହଣ କରାଯାଇ ୧୯୫୮ ମସିହା ଅକ୍ଟୋବର ୨ ତାରିଖ ଦିନ ସେଠାରେ ଏକ ସାଧାରଣତନ୍ତ୍ର ପ୍ରତିଷ୍ଠା ହୋଇଥିଲା ।

୨୯ । କୃଷ୍ଣକାୟମାନେ କେଉଁ ସଙ୍ଗଠନ ମାଧ୍ୟମରେ ଆନ୍ଦୋଳନ ଚଳାଇଥିଲେ ?
Answer:
କୃଷ୍ଣକାୟମାନେ ଆଫ୍ରିକୀୟ ଜାତୀୟ କଂଗ୍ରେସ ନାମକ ଏକ ସଙ୍ଗଠନ ମାଧ୍ୟମରେ ଆନ୍ଦୋଳନ ଚଳାଇଥିଲେ ।

୩୦ । ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି କିଏ ଥିଲେ ?
Answer:
ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ଥିଲେ ନେଲସନ୍ ମାଣ୍ଡେଲା ।

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

B. ଗୋଟିଏ ପଦରେ ଉତ୍ତର ଲେଖ ।

୧ । କେବେ ସିଙ୍ଗାପୁର ବ୍ରିଟିଶ୍ ଶାସନରୁ ମୁକ୍ତ ହୋଇ ହୋଇ ପୂର୍ଣ୍ଣ ସ୍ଵାଧୀନତା ପାଇଲା ?
Answer:
୧୯୫୯

୨ । ବ୍ରିଟିଶ୍ ଶାସନାଧୀନ ଆଫ୍ରିକୀୟ କୃଷ୍ଣକାୟ ଦେଶ ‘ଗୋଲ୍ଡକୋଷ୍ଟ’ କାହା ନେତୃତ୍ୱରେ ଆନ୍ଦୋଳନ ଚଳାଇ ୧୯୫୭ ମସିହା ମାର୍ଚ୍ଚ ୬ ତାରିଖରେ ମୁକ୍ତ ହୋଇ ଘାନା ନାମରେ ପରିଚିତ ହେଲା ?
Answer:
ଡ. କ୍ୱାରୀ ଏନ୍‌କୁମା

୩ । କେଉଁ ମସିହାରେ ଆଲଜେରିଆ ସ୍ବାଧୀନତା ଲାଭ କରିଥିଲା ?
Answer:
୧୯୬୨

୪ । ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି କିଏ ଥିଲେ ?
Answer:
ନେଲସନ୍ ମଣ୍ଡେଲା

୫ । କୋରିଆ ଯୁଦ୍ଧ କେବେ ହୋଇଥିଲା ?
Answer:
୧୯୫୦ ମସିହା ଜୁନ୍ ୨୫ ତାରିଖ

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୬ । ଦ୍ଵିତୀୟ ବିଶ୍ୱଯୁଦ୍ଧ ଶେଷ ବେଳକୁ କାହା ନେତୃତ୍ୱାଧୀନ କୋମିଙ୍ଗଟାଙ୍ଗ୍ ଦଳ ଚୀନ୍‌ରେ କ୍ଷମତାସୀନ ଥିଲା ?
Answer:
ଚିଆଙ୍ଗ କାଇଶେକ୍

୭ । ଚୀନ୍ ରେ କି ଏ ଲୋକ ସାଧାରଣତନ୍ତ୍ର ପ୍ରତିଷ୍ଠା କରିଥିଲେ ?
Answer:
ମାଓ-ସେ-ତୁଙ୍ଗ୍

୮। ଆରବ ଦେଶଗୁଡ଼ିକରେ ମୁକ୍ତି ଆନ୍ଦୋଳନ କେଉଁ ସଂସ୍ଥା ମାଧ୍ୟମରେ ଆଶାନୁରୂପ ସଫଳତା ଲାଭ କରିଥିଲା ?
Answer:
ଆର ବଲିଗ୍

୯ । କେଉଁ ସଙ୍ଗଠନ ଦକ୍ଷିଣ ଆଫ୍ରିକାରେ ସ୍ଵାଧୀନତାର ନେତୃତ୍ୱ ନେଇଥିଲେ ?
Answer:
ଆଫ୍ରିକୀୟ ଜାତୀୟ କଂଗ୍ରେସ

୧୦ । ୧୯୫୪ ମସିହାରେ କିଏ ଇଜିପ୍ଟ ଦେଶରେ ନୂତନ ସରକାର ଗଢ଼ିଥିଲେ ?
Answer:
ଗାମାଲ୍ ଅବଦୁଲ୍ ନାସେର୍

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୧୧ । ସିଙ୍ଗାପୁର କେଉଁ ଦେଶର ଏକ ଉପନିବେଶ ଥିଲା ?
Answer:
ବ୍ରିଟେନ୍

୧୨ । ପାଥେଟ୍ ଲାଓ ନାମକ ଗଣବାହିନୀ କେଉଁ ଦେଶର ସ୍ଵାଧୀନତା ପାଇଁ ଆନ୍ଦୋଳନ କରିଥିଲା ?
Answer:
ଲାଓସ୍‌

୧୩ । କେଉଁ ଦେଶଟି ସ୍ଵାଧୀନତା ପରେ ଘାନା ନାମରେ ପରିଚିତ ହେଲା ?
Answer:
ଗୋଲ୍ଡକୋଷ୍ଟ

୧୪ । କର୍ମେଲ୍ ଗାମାଲ ଅବଦୁଲ ନାସେର୍ କେଉଁ ଦେଶରେ ନୂତନ ସରକାର ଗଢ଼ିଥିଲେ ?
Answer:
ଇଜିପ୍ଟ,

୧୫ । ବର୍ଣ୍ଣ ବିଦ୍ବେଷ ନୀତି ବିରୋଧରେ ହୋଇଥ୍ ଆନ୍ଦୋଳନରେ କିଏ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ?
Answer:
ନେଲ୍ ସନ୍ ମଣ୍ଡେଲା

୧୬ । ‘ଆଫ୍ରିକା ବର୍ଷ’ ରେ ଆଫ୍ରିକାର କେତୋଟି ଦେଶ ଏକାକାଳୀନ ସ୍ବାଧୀନ ହୋଇଥିଲା ?
Answer:
୧୭ଟି

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୧୭ । ଯୁକ୍ତରାଷ୍ଟ୍ର ଆମେରିକା କେଉଁ ଦ୍ଵୀପପୁଞ୍ଜକୁ ଜାପାନ କବଳରୁ ମୁକ୍ତ କରି ତାହାକୁ ସ୍ଵାଧୀନତା ପ୍ରଦାନ କରିଥିଲା ?
Answer:

୧୭ । ଯୁକ୍ତରାଷ୍ଟ୍ର ଆମେରିକା କେଉଁ ଦ୍ଵୀପପୁଞ୍ଜକୁ ଜାପାନ କବଳରୁ ମୁକ୍ତ କରି ତାହାକୁ ସ୍ଵାଧୀନତା ପ୍ରଦାନ କରିଥିଲା ?
Answer:
ଫିଲିପାଇନ୍ସ ଦ୍ବୀପପୁଞ୍ଜ

୧୮ । ଚୀନ୍‌ରେ ଜାତୀୟତାବାଦୀ ଆନ୍ଦୋଳନର ନେତୃତ୍ୱ କିଏ ନେଇଥିଲେ ?
Answer:
ସନ୍ ୟାତ୍ ସେନ୍

୧୯ । କେଉଁ ଦ୍ଵୀପରେ ସ୍ଵାଧୀନ ତାଇୱାନ୍ ରାଷ୍ଟ୍ର ଗଠନ କରାଯାଇଥିଲା ?
Answer:
ଫର୍ମୋଜା ଦ୍ୱୀପ

୨୦ । କୋରିଆରେ କେଉଁ ଦେଶ ଶାସନ କରୁଥିଲା ?
Answer:
ଜାପାନ

୨୧ । କେଉଁ ଦେଶର ସମର୍ଥନରେ ଉତ୍ତର କୋରିଆରେ ସାମ୍ୟବାଦୀ ସରକାର ପ୍ରତିଷ୍ଠିତ ହୋଇଥିଲା ?
Answer:
ସୋଭିଏତ୍ ରୁଷ୍

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୨୨ । ଉତ୍ତର କୋରିଆ କେବେ ଦକ୍ଷିଣ କୋରିଆ ଉପରେ ଆକ୍ରମଣ କରିଥିଲା ?
Answer:
୧୯୫୦ ଜୁନ୍ ୨୫ ତାରିଖ

୨୩ । କେତେ ଡିଗ୍ରୀ ସମାନ୍ତର ରେଖାକୁ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆର ସୀମାରେଖା ରୂପେ ନିର୍ୟ ୟ କରାଯାଇଥିଲା ?
Answer:
୩୮ ଡିଗ୍ରୀ ସମାନ୍ତର ରେଖା

୨୪ । ଭିଏତ୍‌ନାମ୍‌ରେ ଦ୍ୱିତୀୟ ବିଶ୍ଵଯୁଦ୍ଧ ପରେ କେଉଁ ଶାସନ ବିରୋଧରେ ମୁକ୍ତି ଆନ୍ଦୋଳନ ଆରମ୍ଭ ହୋଇଥିଲା ?
Answer:
ଫରାସୀ ଶାସନ

୨୫ । ଭିଏତ୍‌ ନାମ୍ ମୁକ୍ତା ଆନ୍ଦୋଳନର ନେତୃତ୍ବ କିଏ ନେଇଥିଲେ ?
Answer:
ହୋ-ଚି-ମିନ୍

C. ଶୂନ୍ୟସ୍ଥାନ ପୂରଣ କର ।

୧। ଶ୍ରୀଲଙ୍କା _________ ମସିହାରେ ସ୍ଵାଧୀନତା ଲାଭ
Answer:
୧୯୪୮

୨ । _________ ମସିହାକୁ ଆଫ୍ରିକା ବର୍ଷ କୁହାଯାଏ ।
Answer:
୧୯୬୦

୩ । __________ ବୀନ୍ରେ ଲୋକ ସାଧାରଣତନୁ ସରକାର ଗଠନ କରିଥିଲେ ।
Answer:
ମାଓ-ସେ-ତୁଙ୍ଗ୍

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୪ । __________ ସମ୍ମିଳନୀରେ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆକୁ ଦୁଇଟି ସ୍ଵାଧୀନ ରାଷ୍ଟ୍ରରେ ପରି ଣତ କରାଗଲା ।
Answer:
ଜେନେଭ

୫। ଦକ୍ଷିଣ ରୋଡ଼େସିଆ ସ୍ବାଧୀନ ହେଲାପରେ __________ ନାମରେ ପରିଚିତ ହେଲା ।
Answer:
ଜିମ୍ବାୱେ

୬ | ___________ ମସିହାରେ ସିଙ୍ଗାପୁର ବ୍ରିଟିଶ୍ ଶାସନରୁ ମୁକ୍ତ ହେଲା ।
Answer:
୧୯୫୯

୭ । କାମ୍ବୋଡ଼ିଆ _________ ଙ୍କ ନେତୃତ୍ବରେ ନିଜକୁ ସ୍ଵାଧୀନ ରାଷ୍ଟ୍ରଭାବେ ଘୋଷଣା କରିଥିଲା ।
Answer:
ନାରୋଦମ୍ ସିହାନୋକ

୮ । ଇଣ୍ଡୋନେସିଆ _________ ଙ୍କ ନେତୃତ୍ଵରେ ପରାଧୀନତାରୁ ମୁକ୍ତ ହେଲା ।
Answer:
ସୁକ ହେଁ

୯ । ________ ମସିହାରେ ସ୍ଵାଧୀନ ରାଷ୍ଟ୍ର ଲାଓସ୍ ଗଠିତ ହୋଇଥିଲା ।
Answer:
୧୯୫୪

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୧୦ । ଭିଏତ୍‌ମିନ୍ ଦଳ ___________ ଗଠନ କରିଥିଲେ ।
Answer:
ହୋ-ଚି-ମିନ୍

D. ଠିକ୍ ଉକ୍ତି ପାଇଁ ( ✓) ଓ ଭୁଲ ଉକ୍ତି ପାଇଁ (✗) ଲେଖ ।

୧। ଇଣ୍ଡୋନେସିଆର ସ୍ବାଧୀନ ଦଳ ଡଚ୍ ଶାସନ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ ।
୨। ଜାତୀୟତାବାଦୀ ନେତା ସୁକର୍ଣ୍ଣୋ ଇଣ୍ଡୋନେସିଆକୁ ସ୍ବାଧୀନ କରାଇଥିଲେ ।
୩ । ଦ୍ବିତୀୟ ବିଶ୍ଵଯୁଦ୍ଧ ପରେ ଫିଲିପାଇନ୍ସକୁ ଯୁକ୍ତରାଷ୍ଟ୍ର ଆମେରିକା ଜର୍ମାନୀ କବଳରୁ ମୁକ୍ତ କରିଥିଲା ।
୪। ୧୯୫୯ ମସିହାରେ ସିଙ୍ଗାପୁର ବ୍ରିଟିଶ୍ ଶାସନ କବଳରୁ ମୁକ୍ତ ହୋଇ ସ୍ବାଧୀନ ହୋଇଥିଲା ।
୫। ପ୍ରଥମ ବିଶ୍ଵଯୁଦ୍ଧ ପରେ କୋରିଆ ଦୁଇ ଭାଗରେ ବିଭକ୍ତ ହୋଇଥିଲା ।
୬। ହୋ-ଚି-ମିନ୍‌ଙ୍କ ନେତୃତ୍ବରେ ଭିଏତନାମ୍ ସ୍ବାଧୀନ ହୋଇଥିଲା ।
୭। ଇଥ୍‌ଓପିଆରେ ଇଟାଲୀ ଆକ୍ରମଣକୁ ଦୃଢ଼ ଭାବରେ ପ୍ରତିରୋଧ କରାଯାଇଥିଲା ।
୮। ୧୯୬୬ ମସିହାକୁ ‘ଆଫ୍ରିକା ବର୍ଷ’ କୁହାଯାଏ ।
୯। ଦକ୍ଷିଣ ରୋଡ଼େସିଆର ପୂର୍ବନାମ ଥିଲା ଜିମ୍ବାୱେ ।
୧୦ । କର୍ଣ୍ଣେଲ ଅବଦୁଲ ନାସେର ଆଲଜେରିଆରେ ନୂତନ ସରକାର ଗଠନ କରିଥିଲେ ।

Answer:
୧। (✗)
୨ । (✓)
୩ । (✗)
୪ । (✓)
୫ । (✗)
୬ । (✓)
୭ । (✓)
୮ । (✗)
୯ । (✗)
୧୦ । (✗)

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

E. ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।
F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।

୧। ଶ୍ରୀଲଙ୍କା ୧୯୪୭ ମସିହାରେ ସ୍ଵାଧୀନତା ଲାଭ କରିଥିଲା ।
Answer:
୧୯୪୮

୨। ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ଥିଲେ ଅବଦଲ୍ ନାସେର ।
Answer:
ନେଲସନ୍ ମାଣ୍ଡେଲା

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୩ । ଆଫ୍ରିକା ବର୍ଷରେ ଆଫ୍ରିକାର ୨୭ଟି ଦେଶ ଏକକାଳୀନ ସ୍ଵାଧୀନ ହୋଇଥିଲା ।
Answer:
୧୭ଟି

୪ । ଦକ୍ଷିଣ ରୋଡ଼େସିଆ ସ୍ଵାଧୀନ ହେବାପରେ ନାମ୍ବିଆ ନାମରେ ପରିଚିତ ହେଲା ।
Answer:
ଜିମ୍ବାୱେ

୫ । ଚୀନ୍‌ରେ ଚିଆଙ୍ଗ-କାଇ-ସେକ୍ ଜାତୀୟତାବାଦୀ ଦଳର ନେତୃତ୍ବ ନେଇଥିଲେ ।
Answer:
ସନ୍‌ତ୍ ସେନ୍

୬ । ହୋଚି-ମିନ୍ ଆଫ୍ରିକା ମୁକ୍ତି ଆନ୍ଦୋଳନର ନେତୃତ୍ଵ ନେଇଥିଲେ ।
Answer:
ଭିଏତ୍‌ନାମ

୭ । ସ୍ଵାଧୀନ ତାଇୱାନ ରାଷ୍ଟ୍ର ମାଳୟ ଦ୍ବୀପରେ ଗଠନ କରାଯାଇଥିଲା ।
Answer:
ଫର୍ମୋଜା ଦ୍ୱୀପ

୮। ଇଣ୍ଡୋନେସିଆ ହୋ-ଚି-ମିନୁଙ୍କ ନେତୃତ୍ଵରେ ସ୍ଵାଧୀନ ହୋଇଥିଲା ।
Answer:
ସୁକର୍ଣ୍ଣୋ

୯ । ଅଙ୍ଗସାନ୍‌ଙ୍କ ନେତୃତ୍ୱରେ ମାଳୟ ସ୍ବାଧୀନ ହୋଇଥିଲା ।
Answer:
ବ୍ରହ୍ମଦେଶ

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୧୦ । ୧୯୬୨ ମସିହା ଜୁଲାଇ ମାସରେ ଆଲବାନିଆ ସ୍ଵାଧୀନ ହୋଇଥିଲା ।
Answer:
ଆଞ୍ଜେରିଆ

G. ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ନିମ୍ନୋକ୍ତ କେଉଁମାନଙ୍କ ଶାସନରୁ ଇଣ୍ଡୋନେସିଆ ସ୍ବାଧୀନ ହୋଇଥିଲା ?
(A) ପର୍ତ୍ତୁଗୀଜ୍
(B) ଓଲନ୍ଦାଜ୍
(C) ଇଂରେଜ
(D) ଫରାସୀ.
Answer:
(B) ଓଲନ୍ଦାଜ୍

Question 2.
‘ଭିଏତ୍‌ମିନ୍’ ଦଳ କିଏ ଗଠନ କରିଥିଲେ ?
(A) ମାଓ-ସେ-ତୁଙ୍ଗ
(B) ସୁମା-ଚୀନ
(C) ହୋ-ଚି-ମିନ୍
(D) ଚିଆଙ୍ଗ-କାଇଶେକ୍
Answer:
(C) ହୋ-ଚି-ମିନ୍

Question 3.
‘ଆଫ୍ରିକା ବର୍ଷ’ରେ ଆଫ୍ରିକାର କେତୋଟି ଦେଶ ଏକାକାଳୀନ ସ୍ଵାଧୀନ ହୋଇଥିଲା ?
(A)୧୨ ଟି
(B)୧୫ ଟି
(C) ୧୭ ଟି
(D) ୨୭ ଟି
Answer:
(C) ୧୭ ଟି

Question 4.
କେବେ ସ୍ବାଧୀନ ଲାଓସ୍ ରାଷ୍ଟ୍ର ଗଠିତ ହୋଇଥିଲା ?
(A) ୧୯୪୫
(B) ୧୯୫୪
(C) ୧୯୫୬
(D) ୧୯୬୧
Answer:
(B) ୧୯୫୪

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

Question 5.
କେଉଁ ମସିହାକୁ ଆଫ୍ରିକା ବର୍ଷ କୁହାଯାଏ ?
(A) ୧୯୫୯
(B) ୧୯୬୦
(C) ୧୯୬୪
(D) ୧୯୭୦
Answer:
(B) ୧୯୬୦

Question 6.
ଚୀନ୍‌ରେ କେବେ ସାମ୍ୟବାଦୀ ଦଳ ଶାସନ କ୍ଷମତା ଦଖଲ କଲା ?
(A) ୧୯୪୯
(B) ୧୯୫୨
(C) ୧୯୫୦
(D) ୧୯୬୦
Answer:
(A) ୧୯୪୯

Question 7.
କେବେ ସିଙ୍ଗାପୁର ବ୍ରିଟିଶ୍ ଶାସନରୁ ମୁକ୍ତ ହୋଇ ହୋଇ ପୂର୍ଣ୍ଣ ସ୍ଵାଧୀନତା ପାଇଲା ?
(A) ୧୯୩୩
(B) ୧୯୫୪
(C) ୧୯୫୫
(D) ୧୯୫୯
Answer:
(D) ୧୯୫୯

Question 8.
ବ୍ରିଟିଶ୍ ଶାସନାଧୀନ ଆଫ୍ରିକୀୟ କୃଷ୍ଣକାୟ ଦେଶ ଗୋଲ୍ଡକୋଷ୍ଟ କାହା ନେତୃତ୍ୱରେ ଆନ୍ଦୋଳନ ଚଳାଇ ୧୯୫୭ ମସିହା ମାର୍ଚ୍ଚ ୬ ତାରିଖରେ ମୁକ୍ତ ହେଲା ଓ ଘାନା ନାମରେ ପରିଚିତ ହେଲା ?
(A) ଏମା
(B) ପି.ଡୁମା
(C) ଏନ୍.ମାଣ୍ଡେଲ
(D) ଏସ୍‌ମା
Answer:
(A) ଏମା

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

Question 9.
ସ୍ଵାଧୀନତା ପରେ ଦକ୍ଷିଣ ରୋଡ଼େସିଆର ନାମ କ’ଣ ହେଲା ?
(A) ନାମ୍ବିଆ
(B) ଜିମ୍ବାୱେ
(C) ଲୋସୋଥୋ
(D) ଘାନା
Answer:
(B) ଜିମ୍ବାୱେ

Question 10.
ନିମ୍ନଲିଖ କେଉଁ ମସିହାରେ ଆଲଜେରିଆ ସ୍ଵାଧୀନତା ଲାଭ କରିଥିଲା ?
(A) ୧୯୬୨
(B) ୧୯୭୨
(C) ୧୯୬୪
(D) ୧୯୪୬
Answer:
(A) ୧୯୬୨

Question 11.
ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି କିଏ ଥିଲେ ?
(A) ୱାଲଟର୍ ସିସୁଲି
(B) ଏନ୍‌କୁମା
(C) ନେଲସନ୍ ମାଣ୍ଡେଲା
(D) ଡେସମଣ୍ଡ ଲୁଥୁଲି
Answer:
(C) ନେଲସନ୍ ମାଣ୍ଡେଲା

Question 12.
କେବେ ରେଜା ଖାଁ ଇଂରେଜମାନଙ୍କଠାରୁ କ୍ଷମତା ଅଧିକାର କରି ଇରାକୁ ସ୍ବାଧୀନ କରିଥିଲେ ?
(B) ୧୯୧୯
(A) ୧୯୧୭
(C) ୧୯୨୧
(D) ୧୯୨୩
Answer:
(C) ୧୯୨୧

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

Question 13.
ଇରାନ୍‌ରେ କେଉଁ ଶାସନ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା ?
(A) ଇଂରେଜ
(B) ପର୍ତ୍ତୁଗୀଜ୍
(C) ଜାପାନୀ
(D) ଡବ୍
Answer:
(A) ଇଂରେଜ

Question 14.
୧୯୧୯ ମସିହାରେ କିଏ ଆଫଗନିସ୍ତାନକୁ ଏକ ସ୍ବାଧୀନ ରାଷ୍ଟ୍ରଭାବେ ଘୋଷଣା କରିଥିଲେ ?
(A) ରେଜା ଖାଁ
(B) ମୁସ୍ତାଫା କେମାଲ
(C) ଅମାନୁଲ୍ଲା
(D) ମାଓ ସେ ତୁଙ୍ଗ
Answer:
(C) ଅମାନୁଲ୍ଲା

Question 15.
କେଉଁ ଶାସନ ବିରୋଧରେ ସିରିଆରେ ଆନ୍ଦୋଳନ ଆରମ୍ଭ ହୋଇଥିଲା ?
(A) ଫରାସୀ
(B) ଡେନ୍
(C) ଇଂରେଜ
(D) ଇଟାଲୀ.
Answer:
(A) ଫରାସୀ

Question 16.
କାହା ସହଯୋଗରେ ମୁସ୍ତାଫା କେମାଲ୍ ପାଶା ମିତ୍ରଶକ୍ତିମାନଙ୍କର ସାମରିକ ବାହିନୀଗୁଡ଼ିକୁ ତୁର୍କୀରୁ ତଡ଼ିଦେଇଥିଲେ ?
(A) ରୁଷ୍
(B) ପୋଲାଣ୍ଡ
(C) ପ୍ରୁସିଆ
(D) ଜର୍ମାନୀ
Answer:
(A) ରୁଷ୍

Question 17.
କେଉଁ ଶାସନ ବିରୁଦ୍ଧରେ ଇଣ୍ଡୋନେସିଆର ଜାତୀୟ ଦଳ ଆନ୍ଦୋଳନ ଆରମ୍ଭ କରିଥିଲା ?
(A) ଡେନ୍
(B) ଜାପାନୀ
(C) ଡବ୍
(D) ପର୍ତ୍ତୁଗୀଜ୍
Answer:
(C) ଡବ୍

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

Question 18.
କିଏ ବ୍ରହ୍ମଦେଶରେ ଫାସିବାଦୀ ବିରୋଧୀ ସ୍ଵାଧୀନ ଜନ ସାମ୍ମୁଖ୍ୟ ମାଧ୍ୟମରେ ବ୍ରିଟିଶ୍ ସାମ୍ରାଜ୍ୟବାଦ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ ?
(A) ଚିଆଙ୍ଗ୍ କାଇଶେକ
(B) ମାଓ ସେ ତୁଙ୍ଗ୍
(C) ଅଙ୍ଗୁନ୍
(D) ସୁକର୍ଣ୍ଣୋ
Answer:
(C) ଅଙ୍ଗୁନ୍

Question 19.
କେଉଁ ଦେଶ ୪ ଫେବୃୟାରୀ ୧୯୪୮ ମସିହାରେ ବ୍ରିଟିଶ୍ ସାମ୍ରାଜ୍ୟବାଦ କବଳରୁ ମୁକ୍ତ ହୋଇ ସ୍ଵାଧୀନତା ଲାଭ କରିଥିଲା ?
(A) ଶ୍ରୀଲଙ୍କା
(B) ଆଫଗାନିସ୍ଥାନ
(C) ବ୍ରହ୍ମଦେଶ
(D) ମାଳୟ
Answer:
(A) ଶ୍ରୀଲଙ୍କା

Question 20.
୧୯୫୭ ମସିହା ଅଗଷ୍ଟ ୩୧ ତାରିଖରେ ମାଳୟ କେଉଁ ଶାସନରୁ ନିଜକୁ ମୁକ୍ତ କରିଥିଲା ?
(A) ଫରାସୀ
(B) ଜାପାନୀ
(C) ବ୍ରିଟିଶ୍
(D) ଡେନ୍
Answer:
(C) ବ୍ରିଟିଶ୍

Question 21.
ସିଙ୍ଗାପୁର କାହାର ଉପନିବେଶ ଥିଲା ?
(A) ଜାପାନ
(B) ଇଟାଲୀ
(C) ତୁର୍କୀ
(D) ବ୍ରିଟେନ୍
Answer:
(D) ବ୍ରିଟେନ୍

Question 22.
ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ କାହା କବଳରୁ କୋରିଆ ମୁକ୍ତିଲାଭ କରି ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ନାମରେ ଦୁଇଭାଗ ହୋଇଥିଲା ?
(A) ଜାପାନ
(B) ପୋଲାଣ୍ଡ
(C) ପ୍ରୁସିଆ
(D) ଇଟାଲୀ
Answer:
(A) ଜାପାନ

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

Question 23.
୧୯୫୪ ମସିହାରେ ଅନୁଷ୍ଠିତ କେଉଁ ସମ୍ମିଳନୀରେ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆକୁ ଦୁଇଟି ସ୍ୱାଧୀନ ରାଷ୍ଟ୍ର ରୂପେ ସ୍ବୀକୃତି ମିଳିଥିଲା ?
(A) ଜେନେଭା
(B) ସ୍ବିଡ଼େନ
(C) ପ୍ୟାରିସ୍
(D) ଗୋଷ୍ଠୀ ନିରପେକ୍ଷ
Answer:
(A) ଜେନେଭା

Question 24.
କେଉଁ ଶାସନ ବିରୋଧରେ ଭିଏତ୍‌ ନାମ୍‌ରେ ମୁକ୍ତି ଆନ୍ଦୋଳନ ଆରମ୍ଭ ହୋଇଥିଲା ?
(A) ପର୍ତ୍ତୁଗୀଜ୍
(B) ଡେନ୍
(C) ଡବ୍
(D) ଫରାସୀ
Answer:
(D) ଫରାସୀ

Question 25.
ପାଥେଟ୍ ଲାଓ ନାମକ ଗଣବାହିନୀ କେଉଁ ଦେଶର ସ୍ଵାଧୀନତା ପାଇଁ ଆନ୍ଦୋଳନ କରିଥିଲା ?
(A) ଲାଓସ୍
(B) ନାଇଜେରିଆ
(C) ଇଣ୍ଡୋନେସିଆ
(D) ଶ୍ରୀଲଙ୍କା
Answer:
(A) ଲାଓସ୍

Question 26.
ନାରୋଦମ୍ ସିହାନୋକ୍‌ଙ୍କ ନେତୃତ୍ଵରେ କାମ୍ବୋଡ଼ିଆ କେଉଁ ଶାସନରୁ ମୁକ୍ତି ପାଇ ସ୍ବାଧୀନ ରାଷ୍ଟ୍ରର ମାନ୍ୟତା ପାଇଥିଲା ?
(A) ଫରାସୀ
(B) ବ୍ରିଟିଶ୍
(C) ଡେନ୍
(D) ପର୍ତ୍ତୁଗୀଜ୍
Answer:
(A) ଫରାସୀ

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

Question 27.
କେବେ ସିରିଆ ଓ ଲେବାନନ୍ ଫରାସୀମାନଙ୍କୁ ବିତାଡ଼ିତ କରି ସ୍ବାଧୀନ ହୋଇଥିଲେ ?
(A) ୧୯୪୨
(B) ୯୧୪୪
(C) ୧୯୪୬
(D) ୧୯୪୭
Answer:
(C) ୧୯୪୬

Question 28.
ଇଜିପ୍ଟର ଗଣଆନ୍ଦୋଳନ ସଂଘଟିତ ହୋଇ କାହା ସମର୍ଥିତ ରାଜତନ୍ତ୍ରର ପତନ ଘଟିଥିଲା ?
(A) ବ୍ରିଟିଶ୍
(B) ଫରାସୀ
(C) ପର୍ତ୍ତୁଗୀଜ୍
(D) ଡବ୍
Answer:
(A) ବ୍ରିଟିଶ୍

Question 29.
କେବେ ଜେନେରାଲ୍ ନାଗୁଇବ୍ ରାଜା ଫାରୁକ୍‌ ଙ୍କୁ ଗାଦିଚ୍ୟୁତ କରି ଇଜିପ୍ଟର ଶାସନ କ୍ଷମତା ହାତକୁ ନେଇଥିଲେ ?
(A) ୧୯୪୯
(B) ୧୯୫୦
(C) ୧୯୫୨
(D) ୧୯୫୭
Answer:
(C) ୧୯୫୨

Question 30.
ଫରାସୀ ସରକାର ବିରୋଧରେ ସଂଗ୍ରାମ ଚଳାଇ ମରକ୍କୋ ଓ ଟ୍ୟୁନିସିଆ କେବେ ସ୍ବାଧୀନ ହୋଇଥିଲେ ?
(A) ୧୯୫୨
(B) ୧୯୫୩
(C) ୧୯୫୬
(D) ୧୯୫୭
Answer:
(C) ୧୯୫୬

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

Question 31.
କର୍ଣ୍ଣେଲ ଗାମାଲ ଅବ୍‌ଦୁଲ ନାସେର କେଉଁ ଦେଶରେ ନୂତନ ସରକାର ଗଢ଼ିଥିଲେ ?
(A) ଇଥ୍‌ଓପିଆ
(B) ଇଜିପ୍ଟ
(C) ନାଇଜେରିଆ
(D) ଟାଞ୍ଜାନିଆ
Answer:
(B) ଇଜିପ୍ଟ

Question 32.
୧୯୫୪ ମସିହାରେ ଅଞ୍ଜେରିଆରେ ‘ଜାତୀୟ ମୁକ୍ତି ସାମ୍ମୁଖ୍ୟ’ ଗଠିତ ହୋଇ କେଉଁ ଶାସନ ବିରୋଧରେ ସଶସ୍ତ୍ର ସଂଗ୍ରାମ ଘୋଷଣା କରିଥିଲା ?
(A) ଫରାସୀ
(B) ବ୍ରିଟିଶ୍
(C) ପର୍ତ୍ତୁଗୀଜ୍
(D) ଡେନ୍
Answer:
(A) ଫରାସୀ

Question 33.
୧୯୫୭ ମସିହା ମାର୍ଚ୍ଚ ମାସ ୬ ତାରିଖରେ କେଉଁ ଦେଶ ବ୍ରିଟିଶ୍ ଶାସନରୁ ମୁକ୍ତ ହୋଇ ଘାନା ନାମରେ ପରିଚିତ ହୋଇଥିଲା ?
(A) ଅପରଭୋଲ୍‌ଟା
(B) ଆଇଭରିକୋଷ୍ଟ
(C) ଗୋଲ୍ଡକୋଷ୍ଟ
(D) ଟାଞ୍ଜାନିଆ
Answer:
(C) ଗୋଲ୍ଡକୋଷ୍ଟ

Question 34.
ଫରାସୀ ଶାସନାଧୀନ ଗିନି କେବେ ଏକ ସାଧାରଣତନ୍ତ୍ରରେ ପରିଣତ ହୋଇଥିଲା ?
(A) ୧୯୫୬ ମସିହା ମାର୍ଚ୍ଚ ୧୬
(B) ୧୯୫୭ ମସିହା ଜୁନ୍ ୧୮
(C) ୧୯୫୮ମସିହା ଅକ୍ଟୋବର ୨
(D) ୧୯୫୯ ମସିହା ନଭେମ୍ବର ୧୪
Answer:
(C) ୧୯୫୮ମସିହା ଅକ୍ଟୋବର ୨

Question 35.
ଦୁଇ ପର୍ତ୍ତୁଗୀଜ୍ ଉପନିବେଶ ମୋଜାମ୍ବିକ୍ ଓ ଆଙ୍ଗୋଲା କେବେ ସ୍ବାଧୀନତା ଲାଭ କରିଥିଲା ?
(A) ୧୯୭୦
(B) ୧୯୭୧
(C) ୧୯୭୪
(D) ୧୯୭୫
Answer:
(D) ୧୯୭୫

Question 36.
କେଉଁ ଭାରତୀୟଙ୍କ ନୀତି ଓ ଆଦର୍ଶରେ ଆଫ୍ରିକୀୟ ଆନ୍ଦୋଳନ ପରିଚାଳିତ ହୋଇଥିଲା ?
(A) ମହାତ୍ମା ଗାନ୍ଧି
(B) ଜବାହରଲାଲ ନେହେରୁ
(C) ସର୍ଦ୍ଦାର ପଟେଲ
(D) ନେତାଜୀ ସୁଭାଷଚନ୍ଦ୍ର ବୋଷ
Answer:
(A) ମହାତ୍ମା ଗାନ୍ଧି

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

Question 37.
କେବେ ନେଲ୍ସନ୍ ମାଣ୍ଡେଲା ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ହୋଇଥିଲେ ?
(A) ୧୯୯୨ ଜୁନ୍ ୧୧
(B) ୧୯୯୨ ମେ ୧୮
(C) ୧୯୯୩ ଅଗଷ୍ଟ ୧୮
(D) ୧୯୯୪ ମେ ୧୦
Answer:
(D) ୧୯୯୪ ମେ ୧୦

Question 38.
ଡେସ୍‌ମଣ୍ଡ ଲୁଥୁଲି କେଉଁ ଦେଶର ମୁକ୍ତି ସଂଗ୍ରାମୀ ଥିଲେ ?
(A) ଦକ୍ଷିଣ-ପଶ୍ଚିମ ଆଫ୍ରିକା
(B) ଦକ୍ଷିଣ ଆଫ୍ରିକା
(C) କଙ୍ଗୋ ସାଧାରଣତନ୍ତ୍ର
(D) ଟ୍ୟୁନିସିଆ
Answer:
(B) ଦକ୍ଷିଣ ଆଫ୍ରିକା

Leave a Comment