BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

Odisha State Board BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି Important Questions and Answers.

BSE Odisha Class 9 Political Science Important Questions Chapter 7 ଜାତୀୟ ସଂହତି

Subjective Type Questions With Answers
ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଜାତୀୟ ସଂହତି କାହାକୁ କୁହାଯାଏ ? ଏହା କିପରି ସୁଦୃଢ଼ ହୁଏ ଓ ଏହାର ମୂଳମନ୍ତ୍ର କ’ଣ ?
Answer:

  • ସଂକୀର୍ଣ୍ଣ ଅର୍ଥରେ, ଜାତୀୟ ସଂହତି କହିଲେ ‘‘କ୍ଷୁଦ୍ର ଆଞ୍ଚଳିକ ମନୋଭାବକୁ ପରିତ୍ୟାଗ କରି ଜାତୀୟ ମହାସ୍ରୋତରେ ସାମିଲ ହେବାର ପ୍ରକ୍ରିୟା’’କୁ ବୁଝାଏ ।
  • ବ୍ୟାପକ ଅର୍ଥରେ, ‘ଯେଉଁ ପ୍ରକ୍ରିୟା ମାଧ୍ୟମରେ ଗୋଟିଏ ଦେଶରେ ବାସ କରୁଥିବା ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ଗୋଷ୍ଠୀ ସେହି ନିର୍ଦ୍ଦିଷ୍ଟ ରାଷ୍ଟ୍ର ନାମରେ ନିଜର ପରିଚୟ ସାବ୍ୟସ୍ତ କରନ୍ତି, ତାହାକୁ ‘ଜାତୀୟ ସଂହତି’ କୁହାଯାଏ ।’’
  • ଜାତୀୟ ସଂହତି ଏକ ଭାବଗତ ଓ ମନସ୍ତାତ୍ତ୍ଵିକ ଧାରଣା । ଏହାଦ୍ଵାରା ଆମ ଦେଶରେ ଅନୈକ୍ୟ ମଧ୍ୟରେ ଐକ୍ୟର ଓ ବିଭିନ୍ନତା ମଧ୍ୟରେ ଏକତାର ପ୍ରତିଷ୍ଠା ହୋଇପାରିଛି ।
  • ଗୋଟିଏ ଦେଶର ସମସ୍ତ ଅଧ୍ବବାସୀ ଜାତି, ଧର୍ମ, ଭାଷା ଓ ଆଞ୍ଚଳିକତାର ସଂକୀର୍ଣ୍ଣତାକୁ ଅତି କ୍ରମ କରି ଦେଶାତ୍ମବୋଧରେ ଭାବବିହ୍ଵଳିତ ହେଲେ ଓ ଗୋଟିଏ ମାତୃଭୂମିର ସନ୍ତାନ ଭାବରେ ନିଜ ଦେଶର ନାଗରିକତାର ପରିଚୟ ପ୍ରଦାନ କଲେ ସେମାନଙ୍କ ମଧ୍ୟରେ ଚଳଣି ଓ ସଂସ୍କୃତି ମଧ୍ୟ ଭିନ୍ନ ।
  • ଜାତୀୟ ସଂହତି ର ମୂଳ ମନ୍ତ୍ର ହେଉଛି ଦେଶାତ୍ମବୋଧର ପ୍ରେରଣା, ମାତୃଭୂମି ପ୍ରତିଏକାନ୍ତ ସ୍ନେହ, ପ୍ରେମ ଓ ମାତୃଭୂମିର ନିରାପତ୍ତା ଓ ସଂକଳ୍ପର ପରାକାଷ୍ଠା । ପ୍ରତ୍ୟେକ ଦେଶବାସୀ ଆପଣାର ଜାତି, ଧର୍ମ, ଭାଷା ଓ ସଂସ୍କୃତିର ବିଭିନ୍ନତାକୁ ଭୁଲି ନିଜକୁ ଜାତୀୟ ମହାସ୍ରୋତରେ ସାମିଲ କରିବା ଦରକାର ।

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

୨। ଭାରତ ପରିପ୍ରେକ୍ଷୀରେ ଜାତୀୟ ସଂହତିର କେଉଁସବୁ ଗୁରୁତ୍ଵ ରହିଛି ?
Answer:

  • ଭାରତ ଏକ ବିଶାଳ ଓ ପ୍ରାଚୀନ ଦେଶ । ଏହାର ଗୌରବମୟ ସଂସ୍କୃତି ରହିଛି । ବର୍ତ୍ତମାନ ଏହି ଭୂଖଣ୍ଡରେ ୧୨୧ କୋଟି ଲୋକ ବାସ କରୁଛନ୍ତି । ବିଶାଳ ଭୂଭାଗରେ ବାସ କରୁଥିବା ଲୋକମାନଙ୍କ ମଧ୍ୟରେ ଜାତି, ଧର୍ମ, ବର୍ଣ୍ଣ, ଭାଷା ଓ ସଂସ୍କୃତିର ବିଭିନ୍ନତା
  • ଭାରତରେ ସମ୍ବିଧାନ ସ୍ଵୀକୃତ ୨୨ ଗୋଟି ଭାଷାଭାଷୀ ଲୋକ ବାସ କରନ୍ତି । ଏହା ବ୍ୟତୀତ ଶତାଧ୍ଵ ‘କଣ୍ଠ-ଭାଷା’ ରହିଛି । ଭାରତରେ ଲକ୍ଷାଧ୍ଵ ଅନୁସୂଚିତ ଜାତି ଓ ଜନଜାତି ବାସ କରୁଛନ୍ତି ଓ ସେମାନଙ୍କର ଚଳଣି ଓ ସଂସ୍କୃତି ମଧ୍ୟ ଭିନ୍ନ ।
  • ଭାରତରେ ପ୍ରାକୃତିକ ଓ ଆଞ୍ଚଳିକ ଭିନ୍ନତା ରହିଛି । ଆମ ଦେଶର ପଶ୍ଚିମରେ ମରୁଭୂମି, ପୂର୍ବରେ ଘଞ୍ଚ ଅରଣ୍ୟ, ଉତ୍ତରରେ ହିମାଳୟ ପର୍ବତମାଳା ଏବଂ ଦକ୍ଷିଣରେ ଭାରତ ମହାସାଗର, ପଶ୍ଚିମରେ ଆରବ ସାଗର ଓ ପୂର୍ବ ସୀମାରେ ବଙ୍ଗୋପସାଗର ରହିଛି ।
  • ଜନ୍ ଷ୍ଟୁଚି ଙ୍କ ମତରେ ‘‘ଭାରତରେ କେବେହେଲେ ଏକତା ନଥୁଲା, ଏବେ ମଧ୍ୟ ନାହିଁ ।’’ ଭାରତବର୍ଷରେ ସାମାଜିକ ବା ଧାର୍ମିକବା ରାଜନୈତିକ ଏକତା କଦାପି ନଥୁ ଘଟଣାକୁ ସେ ଉପସ୍ଥାପନ କରିଛନ୍ତି । ଐତିହାସିକ ଭିନ୍‌ସେଣ୍ଟ ସ୍ମିଥଙ୍କ ମତରେ, ଭାରତ ‘ଅନୈକ୍ୟ ମଧ୍ୟରେ ଐକ୍ୟ’ ପାଇଁ ପ୍ରସିଦ୍ଧ । ଏଠାରେ ‘ବିଭିନ୍ନତା ମଧ୍ୟରେ ଏକତା’ ରହିଛି ।
  • ଭାରତୀୟ ବିଦ୍ବାନ୍ ସ୍ଵାମୀ ବିବେକାନନ୍ଦ ଓ ଏକତା ରହିଛି । ସନାତନ ଧର୍ମ ଭାରତର ଆତ୍ମା ସଦୃଶ । ବୈଦିକ ସଂସ୍କୃତି ଓ ସନାତନ ସୂତ୍ରରେ ବାନ୍ଧି ରଖୁଛି ।
  • ବିଭିନ୍ନତାରେ ପରିପୂର୍ଣ୍ଣ ଭାରତବର୍ଷ ନିମନ୍ତେ ଜାତୀୟ ସଂହତି ରକ୍ଷା ଏକାନ୍ତ ଅପରିହାର୍ଯ୍ୟ । କାରଣ ଜାତୀୟ ସଂହତି ଏକ ଶୃଙ୍ଖଳିତ ଜନଶକ୍ତି ଗଠନରେ ସହାୟକ ହୋଇଥାଏ, ଯାହାକି ଜାତୀୟ ଏକତାକୁ ଦୃଢ଼ଭିଭି ପ୍ରଦାନ କରିଥାଏ ।

୩। ‘ଜାତୀୟ ସଂହତି ପରିଷଦ’ ଭାରତର ଜାତୀୟ ସଂହତିର କେଉଁସବୁ ଉପାଦାନ ଉପରେ ବିଶେଷ ଗୁରୁତ୍ବ ଆରୋପ କରିଛି ?
Answer:

  • ଭାରତରେ ୧୯୬୧ ମସିହାରେ ‘ଜାତୀୟ ସଂହତି ପରିଷଦ’ ଗଠନ କରାଗଲା । ଏହି ପରିଷଦ ଭାରତର ପ୍ରଧାନମନ୍ତ୍ରୀ, ସ୍ଵରାଷ୍ଟ୍ର ମନ୍ତ୍ରୀ, ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳର ୭ ଜଣ ସଭ୍ୟ ଓ ବିଶିଷ୍ଟ ଶିକ୍ଷାବିତ୍‌ମାନଙ୍କୁ ନେଇ ଗଠିତ ।
  • ଏହି ପରିଷଦ ଜାତୀୟ ସଂହତିର ନିମ୍ନୋକ୍ତ ଉପାଦାନ ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି । ଯଥା –
    (କ) ଏକ-ନାଗରିକତା ।
    (ଖ) ବିଭିନ୍ନତା ମଧ୍ୟରେ ଏକତା ।
    (ଗ) ଦେଶାତ୍ମବୋଧ ଭାବ ବା ଦେଶ ପ୍ରତି ପ୍ରଗାଢ଼ ଅନୁରକ୍ତି ।
    (ଘ) ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଭ୍ରାତୃଭାବ ବା ସାମ୍ପ୍ରଦାୟିକ ସଦ୍‌ଭାବ ପ୍ରତିଷ୍ଠା ।
    (ଙ) ଧର୍ମନିରପେକ୍ଷତା ଓ ଧର୍ମଗତ ସ୍ଵାଧୀନତା ଅଧିକାର ।
    (ଚ) ସମାନତା ।
    (ଜ) ଭୌଗୋଳିକ ଅଖଣ୍ଡତା ।
    (ଝ) ଜାତୀୟ ସଂହତିର ସୃଷ୍ଟି ତଥା ଭାବଗତ ସଂହତି ଏବଂ ଭାଷା ଓ ପରମ୍ପରାର ସ୍ୱତନ୍ତ୍ର ପରିଚୟ ।
    (ଛ) ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ ପ୍ରଦାନ ।
    ଞ) ନୈତିକ ସଂହତି ।

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

୪ । ଭାରତରେ ଧର୍ମନିରପେକ୍ଷତା ଓ ସର୍ବ ଧର୍ମ ସମଭାବ ରହିଛି ବୋଲି ଆମେ କିପରି ଜାଣିବା ?
Answer:

  • ଭାରତର ସମ୍ବିଧାନରେ ଭାରତରେ ଜାତୀୟ ସଂହତି ପ୍ରତିଷ୍ଠା ଦିଗରେ କେତେକ ପଦକ୍ଷେପ ନି ଆଯାଇଛି । ସେଗୁଡ଼ିକ ମଧ୍ୟରୁ ଅନ୍ୟତମ । ଏହି ନୀତିକୁ ସମ୍ମାନ ପୂର୍ବକ ଆମ ସମ୍ବିଧାନର ପ୍ରାକ୍ କଥନରେ ଭାରତକୁ ଏକ କରାଯାଇଛି ।
  • ଆମ ଦେଶରେ ପ୍ରଚଳିତ ଧର୍ମନିରପେକ୍ଷତା କହିଲେ (କ) ସବୁଧର୍ମ ପ୍ରତି ସହନଶୀଳତା ପ୍ରଦର୍ଶନ, ଏବଂ (ଖ) ପରସ୍ପର ଧର୍ମ ପ୍ରତି ସହୃଦୟତା ଓ ସମ୍ମାନ ପ୍ରଦର୍ଶନକୁ ବୁଝାଇଥାଏ ।
  • ଭାରତରେ ପ୍ରଚଳିତ ଧର୍ମନିରପେକ୍ଷତା ସମ୍ପର୍କରେ କେତୋଟି ଅସ୍ତିସୂଚକ ବ୍ୟବସ୍ଥା ରହିଛି । ସେଗୁଡ଼ିକ ହେଉଛି –
    (କ) ଆମ ରାଷ୍ଟ୍ର କୌଣସି ନିର୍ଦ୍ଦିଷ୍ଟ ଧର୍ମ
    (ଖ) ଆମର ‘କୌଣସି ରାଷ୍ଟ୍ରଧର୍ମ’ ନାହିଁ ।
    (ଗ) ଧର୍ମ ଏକ ବ୍ୟକ୍ତିଗତ ବ୍ୟାପାର ।
    (ଘ)ପ୍ରତ୍ୟେକ ବ୍ୟକ୍ତିର ଧର୍ମଗତ ଓ ଉପାସନାଗତ ସ୍ଵାଧୀନତା ରହିଛି ।
    (ଙ) ସବୁ ଧର୍ମ ସମାନ ।
    (iv) ଭାରତର ସ୍ଵାଧୀନତା ଆନ୍ଦୋଳନ ମଧ୍ୟ ଏକ ଧର୍ମନିରପେକ୍ଷ ଆନ୍ଦୋଳନ ଥିଲା କାରଣ ଏହି ଆନ୍ଦୋଳନରେ ସବୁ ଧର୍ମର ଲୋକେ ଭାଗ ନେଇଥିଲେ ଓ ଦେଶ ପାଇଁ ପ୍ରାଣବଳି ଦେଇଥିଲେ ।
    (v) ଭାରତ ସମ୍ବିଧାନର ଧାରା ୧୪, ୧୫, ୧୬, ୨୫ରୁ ୨୮ ଏବଂ ୨୯ରୁ ୩୦ରେ ପ୍ରଦତ୍ତ ରାଷ୍ଟ୍ରରୂପେ ପରିଚିତ କରାଇଛି । ସ୍ଵାଧୀନତା ପରେ ଆମେ ସମସ୍ତେ ଧର୍ମଗତ ସଦ୍‌ଭାବ ପ୍ରତିଷ୍ଠା କରିବା ସହିତ ଦେଶରେ ଶାନ୍ତି, ମୈତ୍ରୀ ଓ ଜାତୀୟ ସଂହତି ପ୍ରତିଷ୍ଠା ହୋଇପାରିଛି ।

୫। ଜାତୀୟ ସଂହତି ସୁଦୃଢ଼ ହେବା ପଛରେ ଅର୍ଥନୈତିକ ବିକାଶର କେଉଁ ଭୂମିକା ରହିଛି ?
Answer:

  • ଗୋଟିଏ ରାଷ୍ଟ୍ରର ଜାତୀୟ ସଂହତି ସୁଦୃଢ଼ ଅବସ୍ଥା ସ୍ଵଚ୍ଛଳ ରହିବା ଆବଶ୍ୟକ । ଭାରତ ପରି ଏକ ବିଶାଳ ଦେଶରେ ସମସ୍ତ ନାଗରିକଙ୍କର ଆର୍ଥିକ ବିକାଶ ଏକ ଦୁରୂହ ବ୍ୟାପାର ।
  • ଇଂରେଜ ଶାସନ ସମୟରେ ଭାଙ୍ଗି ପଡ଼ିଥ‌ିବା ଆର୍ଥିକ ମେରୁଦଣ୍ଡ, ସ୍ଵାଧୀନତା ଲାଭ ପରେ ପରିମାଣରେ ସୁଦୃଢ଼ ହୋଇପାରିଛି ।
  • କୃଷି ଓ ଶିଳ୍ପ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଘଟିଛି । ଆମ ଦେଶର ବିଭିନ୍ନ ପ୍ରାନ୍ତରେ ବୃହତ୍ ଲୋକଙ୍କୁ କାର୍ଯ୍ୟ କରିବାର ସୁଯୋଗ ମିଳିବା ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରାଯାଇ ଲକ୍ଷାଧ୍ଵ ଯୋଗୁଁ ସେମାନଙ୍କର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ହୋଇପାରିଛି ।
  • ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଆମ ଦେଶରେ ବିରାଟ ପରିବର୍ତ୍ତନ ଘଟିଛି । ବିଜ୍ଞାନ ଓ । ପ୍ରଯୁକ୍ତିବିଦ୍ୟାରେ ଭାରତ ସମଗ୍ର ବିଶ୍ବରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ସମାଜର ପଛୁଆବର୍ଗ ଓ ମହିଳାମାନେ ନିଯୁକ୍ତି କ୍ଷେତ୍ରରେ ପାଇଛନ୍ତି । ଫଳସ୍ବରୂପ ଦେଶରେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୁଣ୍ଡପିଛା ଆୟ ବୃଦ୍ଧି ହୋଇଛି ।
  • ସରକାରଙ୍କଦ୍ବାରା ଜନମଙ୍ଗଳକାରୀ ନୀତିର ପ୍ରଣୟନ ଓ ପ୍ରୟୋଗ ଯୋଗୁଁ ସମାଜରେ ଆର୍ଥିକ ବିକାଶ ଖୁବ୍ ଉଚ୍ଚକୁ ଉଠିପାରିଛି ଯାହାକି ଆମ ଦେଶରେ ଜାତୀୟ ସଂହତିର ଶୁଭଙ୍କର ହୋଇପାରିଛି ।

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଆମ ଭାରତବର୍ଷକୁ ଏକ ବିଭିନ୍ନତାର ଦେଶ ବୋଲି କୁହାଯାଇଛି କାହିଁକି ?
Answer:

  • ଭାରତରେ ଆଞ୍ଚଳିକ ବିଭିନ୍ନତା ବ୍ୟତୀତ ଧର୍ମ ଓ ଭାଷାଗତ ବିଭିନ୍ନତା ରହିଛି ।
  • ଏଠାରେ ଅନେକ ଜାତିର ଓ ସଂପ୍ରଦାୟର ଲୋକମାନେ ବସବାସ କରୁଛନ୍ତି । ସେଥ୍ୟପାଇଁ ଭାରତକୁ ଏକ ବିଭିନ୍ନତାର ଦେଶ ବୋଲି

୨। ଜାତୀୟ ସଂହତି କ’ଣ ?
Answer:

  • ଜାତୀୟ ସଂହତି ଏକ ଭାବଗତ ଓ ମନସ୍ତାତ୍ତ୍ଵିକ ଧାରଣା ।
  • ଏକାତ୍ମବୋଧର ଏହା ଏକ ଉଦ୍‌ବେଳନ ; ଅନୈକ୍ୟ ମଧ୍ଯରେ ଐକ୍ୟର ଓ ବିଭିନ୍ନତା ମଧ୍ୟରେ ଏକତାର ପ୍ରତିଷ୍ଠା ଏହାର ଉଦ୍ଦେଶ୍ୟ ଅଟେ ।

୩। ଜାତୀୟ ସଂହତି ସୁଦୃଢ଼ ହୁଏ କିପରି ?
Answer:
ଜାତି, ଧର୍ମ, ଭାଷା ଓ ଆଞ୍ଚଳିକତାର ସଂକୀର୍ଣ୍ଣତାକୁ ଅତିକ୍ରମ ଦେଶାତ୍ମବୋଧରେ ଭାବବିହ୍ଵଳିତ ହୋଇଯାଆନ୍ତି, ସେତେବେଳେ ସେମାନଙ୍କ ମଧ୍ୟରେ ଭ୍ରାତୃଭାବ ପ୍ରତିଷ୍ଠିତ ହୁଏ ଓ ଜାତୀୟ ସଂହତି ସୁଦୃଢ଼ ହୁଏ ।

୪। ସମ୍ବିଧାନ ପ୍ରଣେତାମାନେ ସ୍ବାଧୀନ ଭାରତରେ ଜାତୀୟ ଜାତୀୟ ସଂହତି ପ୍ରତିଷ୍ଠା ନିମନ୍ତେ ସମ୍ବିଧାନରେ ତିନିଗୋଟି ଖୁବ୍ ଗୁରୁତ୍ଵପୂର୍ଣ୍ଣ ?
Answer:
ସମ୍ବିଧାନ ପ୍ରଣେତାମାନେ ସ୍ବାଧୀନ ଭାରତରେ ଜାତୀୟ ସଂହତି ପ୍ରତିଷ୍ଠା ନିମନ୍ତେ ସମ୍ବିଧାନରେ ରଖୁଥ‌ି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ହେଉଛି – (କ) ଧର୍ମନିରପେକ୍ଷତା ଓ ସର୍ବଧର୍ମ-ସମଭାବ, (ଖ) ସାମାଜିକ ନ୍ୟାୟ, (ଗ) ଅର୍ଥନୈତିକ ବିକାଶ ।

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

୫। ସାମାଜିକ ନ୍ୟାୟ ପ୍ରଦାନ ପାଇଁ ଆମ ସମ୍ବିଧାନରେ କେଉଁ ବ୍ୟବସ୍ଥା ରହିଛି ?
Answer:

  • ସାମାଜିକ ନ୍ୟାୟ ପ୍ରଦାନ ପାଇଁ ଆମ ସମ୍ବିଧାନରେ ସମାନତାର ଅଧିକାର ଏବଂ ସ୍ଵାଧୀନତାର ଅଧିକାର ଓ ଭ୍ରାତୃଭାବକୁ ବର୍ଣ୍ଣନା କରାଯାଇଛି ।
  • ଆମ ସମାଜର ଦୁର୍ବଳ ଶ୍ରେଣୀର ବ୍ୟକ୍ତି, ଯଥା – ଅନୁସୂଚିତ ଜାତି ଓ ଜନଜାତି, ଶିଶୁ ଓ ମହିଳାମାନଙ୍କ ବିକାଶ ପାଇଁ ସମ୍ବିଧାନରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଶିଶୁ ଶ୍ରମିକ ପ୍ରଥା ନିର୍ଯାତନା ବା ତାଡ଼ନାରୁ ସୁରକ୍ଷା ମିଳିଛି ।

୬। କେଉଁମାନଙ୍କ ପାଇଁ ‘ମାଗଣା ଆଇନ ସହାୟତା’ର ବ୍ୟବସ୍ଥା କରାଯାଉଛି ଓ ଏହାଦ୍ଵାରା କି ଫଳ ମିଳୁଛି ?
Answer:

  • ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ବ୍ୟକ୍ତିମାନଙ୍କ ପାଇଁ ‘ମାଗଣା ଆଇନ ସହାୟତା’ର ବ୍ୟବସ୍ଥା କରାଯାଇଛି ।
  • ଏହାଦ୍ୱାରା ଶ୍ରମିକଙ୍କ ପାଇଁ ଉଚିତ ପାରିଶ୍ରମିକ ବ୍ୟବସ୍ଥା, ଅନଗ୍ରସର ବର୍ଗର ଲୋକମାନଙ୍କର ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବା ସହିତ ଜାତୀୟ ସଂହତିର ସୁରକ୍ଷା ହୋଇପାରିଛି ।

୭ । ସ୍ଵାଧୀନତା ପରେ ଆମ ଦେଶର ଆର୍ଥିକ ଅବସ୍ଥା କିପରି ସ୍ବଚ୍ଛଳ ହୋଇଛି ?
Answer:

  • ସ୍ଵାଧୀନତା ପରବଭା କାଳରେ ପଆବାଷ୍ଠିକ ଯୋଜନା ମାଧ୍ୟମରେ ଆମ ଦେଶର ଆର୍ଥିକ ଅବସ୍ଥା ସୁଧୁରିଛି ।
  • କୃଷି ଓ ଶିଳ୍ପକ୍ଷେତ୍ରରେ ବିଶେଷ ଅଗ୍ରଗତି ଘଟିଛି । ବଡ଼ ବଡ଼ କଳକାରଖାନାରେ ଲକ୍ଷାଧ୍ଵ ଶ୍ରମିକ ନିୟୋଜିତ ହେବା ଯୋଗୁଁ ସେମାନଙ୍କର ଆର୍ଥିକ ଅବସ୍ଥା ସ୍ଵଚ୍ଛ ଳ ହୋଇପାରିଛି ।

୮। ଭାରତର ଜାତୀୟ ସଂହତି ପଥରେ ବହିଃଶତ୍ରୁ ଆକ୍ରମଣ ବା ଆକ୍ରମଣର ଆଶଙ୍କା କିପରି ବିପଦ ସୃଷ୍ଟି କରିଛି ?
Answer:

  • ଭାରତର ନିରାପତ୍ତା ଓ ଅଖଣ୍ଡତା ପ୍ରତି ବିପଦ ମୁଖ୍ୟତଃ ଚୀନ୍ ଓ ପାକସ୍ତାନର ଭାରତ ସହିତ ଥ‌ିବା ତିକ୍ତ ସମ୍ପର୍କ ଯୋଗୁଁ ସୃଷ୍ଟି ହୋଇଛି ।
  • ସୀମାରେଖା ନିର୍ଦ୍ଧାରଣ କାରଣରୁ ଭାରତ ସହିତ ଏହି ଦୁଇଟି ପଡ଼ୋଶୀ ରାଷ୍ଟ୍ରର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସମ୍ଭବ ହୋଇପାରୁ ନାହିଁ ।

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

୯ । ଆଞ୍ଚଳିକ ବୈଷମ୍ୟ କିପରି ଭାରତର ଜାତୀୟ ସଂହତି ପଥରେ ପ୍ରତିବନ୍ଧକ ସୃଷ୍ଟି କରୁଛି ?
Answer:

  • ଆଞ୍ଚଳିକ ସ୍ବାର୍ଥ ପ୍ରତି ଅଧ୍ବକ ପ୍ରାଧାନ୍ୟ ପ୍ରଦାନ ଓ ଆଞ୍ଚଳିକ ବୈଷମ୍ୟ ଜନସାଧାରଣଙ୍କ ମନକୁ ଅଶାନ୍ତ କରି ଆଞ୍ଚଳିକବାଦକୁ ପ୍ରଶ୍ରୟ ଦିଏ, ଯାହା ଫଳରେ ବିଚ୍ଛିନ୍ନତାବାଦ ଜନ୍ମନିଏ ।
  • ଲୋକମାନେ ସ୍ବତନ୍ତ୍ର ରାଜ୍ୟ ଗଠନ ପାଇଁ ଦାବି ଲୋକମାନେ ସ୍ବତନ୍ତ୍ର ରାଜ୍ୟ ଗଠନ ପାଇଁ ଦାବି କରି ଆନ୍ଦୋଳନ କରିବା ଫଳରେ ଜାତୀୟ ସଂହତି ବିପନ୍ନ ହୁଏ ।

୧୦। ଜାତିଗତ ଭେଦଭାବ କିପରି ଭାରତର ଜାତୀୟ ସଂହତି ପଥରେ ପ୍ରତିବନ୍ଧକ ସୃଷ୍ଟି କରିଛି ?
Answer:

  • ଉଚ୍ଚ-ନୀଚ ଜାତିଭେଦ ଭାରତର ସାମାଜିକ ବ୍ୟବସ୍ଥାକୁ ଦୋହଲାଇ ଦେଇଛି ।
  • ଫଳରେ ଭାରତୀୟ ସମାଜରେ ଅସ୍ଥିରତା ବୃଦ୍ଧି ପାଉଛି ଏବଂ ଜାତୀୟ ସଂହତି ବାଧାପ୍ରାପ୍ତ ହେଉଛି ।

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

Objective Type Questions With Answers
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୨। ଜାତୀୟ ଏକତା କିପରି ପ୍ରତିଷ୍ଠିତ ହୋଇପାରିବ ?
Answer:
ଗୋଟିଏ ଦେଶର ସମସ୍ତ ନାଗରିକ ବିଭିନ୍ନତା ଓ ଭେଦଭାବକୁ ଭୁଲିଯାଇ ନିଜକୁ ଗୋଟିଏ ଦେଶରନାଗରିକ ବୋଲି ବିଚାର କଲେ ଓ ଦେଶପ୍ରାଣତାରେ ଉଦ୍‌ ବୁଦ୍ଧହେଲେ, ଜାତୀୟ ଏକତା ପ୍ରତି ଷ୍ଠିତ ହୋଇପାରିବ ।

୧। ଆମ ଦେଶର ସବୁ ଅଞ୍ଚଳର ବାସ କରୁଥିବା ଲୋକମାନଙ୍କର ଆର୍ଥିକ ଅବସ୍ଥା ସମାନ ନୁହେଁ କାହିଁକି ?
Answer:
ଆମ ଦେଶର କେତେକ ଅଞ୍ଚଳରେ ପ୍ରାକୃତିକ ସମ୍ପଦ, ଜଳ ଓ ଜଙ୍ଗଲ ସମ୍ପଦ ଭରପୂର ହୋଇଥିବାବେଳେ, ଅନ୍ୟାନ୍ୟ ଅଞ୍ଚଳରେ କମ୍ ପରିମାଣରେ ଉପଲବ୍ଧ ହେଉଥ‌ିବାରୁ ସବୁ ଅଞ୍ଚଳର ଅଧିବାସୀଙ୍କ ଆର୍ଥିକ ଅବସ୍ଥା ସମାନ ନୁହେଁ ।

୩। ଜାତୀୟ ସଂହତିର ଉତ୍ସ କ’ଣ ?
Answer:
ଜାତୀୟତାବୋଧ ବା ରାଷ୍ଟ୍ରୀୟତାବୋଧ ହେଉଛି ଜାତୀୟ ସଂହତିର ଉତ୍ସ ।

୪। କିଏ ଜାତୀୟ ସଂହତିର ପଥକୁ ଉନ୍ମୁକ୍ତ କରେ ?
Answer:
ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଉତ୍ସୁକତା ଜାତୀୟ ସଂହତିର ପଥକୁ ଉନ୍ମକ୍ତ କରେ ।

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

୫। ସଂକୀର୍ୟ ଅର୍ଥରେ ଜାତୀୟ ସଂହତିର ସଂଜ୍ଞା କ’ଣ ?
Answer:
ସଂକୀର୍ଣ୍ଣ ଅର୍ଥରେ ଜାତୀୟ ସଂହତି କହିଲେ ‘କ୍ଷୁଦ୍ର ଆଞ୍ଚଳିକ ମନୋଭାବକୁ ପରିତ୍ୟାଗ କରି ଜାତୀୟ ମହାସ୍ରୋତରେ ସାମିଲ ହେବାର ପ୍ରକ୍ରିୟା’କୁ ବୁଝାଏ ।

୬ । ବ୍ୟାପକ ଅର୍ଥରେ ଜାତୀୟ ସଂହତିର ସଂଜ୍ଞା ଲେଖ ।
Answer:
ବ୍ୟାପକ ଅର୍ଥରେ ‘ଯେଉଁ ପ୍ରକ୍ରିୟା ମାଧ୍ୟମରେ ଗୋଟିଏ ଦେଶରେ ବାସ କରୁଥିବା ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ଗୋଷ୍ଠୀ ସେହି ନିର୍ଦ୍ଦିଷ୍ଟ ରାଷ୍ଟ୍ର ନାମରେ ନିଜର ପରିଚୟ ସାବ୍ୟସ୍ତ କରନ୍ତି, ତାହାକୁ ‘ଜାତୀୟ ସଂହତି’ କୁହାଯାଏ ।’’

୭ । କାହା ସମୃଦ୍ଧିରେ ଜାତୀୟ ସଂହତିର ଅଭିବୃଦ୍ଧି ଘଟେ ?
Answer:
ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ ଓ ଅଞ୍ଚଳର ସମୃଦ୍ଧିରେ ଜାତୀୟ ସଂହତିର ଅଭିବୃଦ୍ଧି ଘଟେ ।

୮ ।ଭାରତର ଏକତା ସମ୍ପର୍କରେ ସ୍ଵାମୀ ବିବେକାନନ୍ଦ ଓ ଶ୍ରୀଅରବିନ୍ଦଙ୍କ ମତ କ’ଣ ?
Answer:
ସ୍ଵାମୀ ବିବେକାନନ୍ଦ ଓ ଶ୍ରୀଅରବିନ୍ଦଙ୍କ ପରି ମହାପୁରୁଷମାନଙ୍କ ମତରେ, ସନାତନ ଧର୍ମ ଭାରତର ଆତ୍ମା ସଦୃଶ ଏବଂ ବୈଦିକ ସଂସ୍କୃତି ଓ ସନାତନ ଧର୍ମ ରଖୁଛି ।

୯। ସମ୍ବିଧାନ ପ୍ରଣେତାମାନେ କାହିଁକି ଆଗଭର ହେଲେ ?
Answer:
ଭାରତର ବିଭାଜନ ସମୟର ସାମ୍ପ୍ର ଦ। ୟି କ ହିଂସାଭାବଜନିତ ଆଚରଣକୁ ଆଗରେ ରଖି ଭବିଷ୍ୟତରେ ବିଭେଦକାରୀ ଶକ୍ତିକୁ ନିୟନ୍ତ୍ର ତ କରିବାପାଇଁ ଏକ ‘ଜାତୀୟ କର୍ମସୂଚୀ’ ନିର୍ଦ୍ଧାରଣ ଆଗଭର ହୋଇଥିଲେ ।

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

୧୦। ସମ୍ବିଧାନର ଧାରା କେତେରୁ କେତେ ମଧ୍ୟରେ ପ୍ରଦଇ ବନ୍ୟାବସ୍ଥାତିକ ଭାବତକ ଧର୍ମନିରପେଷ୍ ରାଷ୍ଟ୍ରରୂପେ ପରିଚିତ କରିବାପାଇଁ ଉଦ୍ଦିଷ୍ଟ ?
Answer:
ଭାରତୀୟ ସମ୍ବିଧାନର ଧାରା ୧୪, ୧୫, ୧୬, ୨୫ରୁ ୨୮ ଏବଂ ୨୯ ଓ ୩୦ରେ ପ୍ରଦତ୍ତ ପ୍ରଦଇ ବନ୍ୟାବସ୍ଥାତିକ ଭାବତକ ଧର୍ମନିରପେଷ୍ ପରିଚିତ କରିବାପାଇଁ ଉଦ୍ଦିଷ୍ଟ ।

୧୧ । କେଉଁଥ‌ିପାଇଁ ଜାତୀୟ ସଂହତି ବାଧାପ୍ରାପ୍ତ ହୁଏ ?
Answer:
ସାମାଜିକ ଅନ୍ୟାୟ, ବୈଷମ୍ୟ ଓ ଭେଦଭାବ ଯୋଗୁଁ ଜାତୀୟ ସଂହତି ବାଧାପ୍ରାପ୍ତ ହୁଏ।

୧୨ । ଏକ ସ୍ଥିର ସରକାର କିଭଳି ପଦକ୍ଷେପ ନେଇଥାଏ ?
Answer:
ଏକ ସ୍ଥିର ସରକାର ପ୍ରଗତିସୂଚକ ଓ ସଂସ୍କାରମୂଳକ ପଦକ୍ଷେପ ନେଇଥାଏ।

୧୩ । କେଉଁ ଘଟଣାକୁ ଗୁରୁତ୍ବ ଦେଇ ସରକାର ନୀତି ନିର୍ଦ୍ଧାରଣ କରିବା ଉଚିତ ?
Answer:
ଲୋକମାନଙ୍କର ଅସୁବିଧା ଓ ଅଭାବକୁ ଗୁରୁତ୍ଵ ଦେଇ ସରକାର ନୀତି ନିର୍ଦ୍ଧାରଣ କରିବା ଉଚିତ।

୧୪। ଆର୍ଥିକ ସ୍ଵଚ୍ଛତା ଓ ସୁସ୍ଥତା ଦେଶର କିପରି ବିକାଶ କରାଏ ?
Answer:
ଆର୍ଥିକ ସ୍ଵଚ୍ଛତା ଓ ସୁସ୍ଥତା ଦେଶକୁ ଅଧ‌ିକ ସବଳ, ଉନ୍ନତ ଓ ବିକଶିତ କରେ ଏବଂ ଅର୍ଥନୈତିକ ତଥା ସାମାଜିକ ବୈଷମ୍ୟ ଦୂର କରେ, ତେଣୁ ଦାରିଦ୍ର୍ୟ ଲୋପପାଏ ଓ ଜାତୀୟ ସଂହତି ସଂରକ୍ଷିତ ରହେ ।

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

୧୫ । ଗଣତାନ୍ତ୍ରିକ ମୂଲ୍ୟବୋଧ କିପରି ଜାତୀୟ ସଂହତିକୁ ବିକଶିତ କରୁଛି ?
Answer:
ଗଣତାନ୍ତ୍ରିକ ମୂଲ୍ୟବୋଧ ସମାନତୀ ସାମାକିକ ନ୍ୟାୟ ଓ ସ୍ବାଧୀନ ମନୋଭାବର ପ୍ରସାର ଘଟେ ଏବଂ ଜାତୀୟ ଐକ୍ୟ ବା ସଂହତି ଅଧୂକ ଉନ୍ନତ ଓ ବିକଶିତ ହୁଏ ।

୧୬ । କିପରି ‘ଜାତିଭିତ୍ତିକ ଭୋଟ୍ ବ୍ୟାଙ୍କ’ ବ୍ୟବସ୍ଥାର ଦୁର୍ଗୁଣ ହ୍ରାସ ପାଇବ ?
Answer:
ନିର୍ବାଚନ ବ୍ୟବସ୍ଥା ଅବାଧ, ମୁକ୍ତ ଓ ନିରପେକ୍ଷ ହେଲେ

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

୧। କେଉଁମାନଙ୍କ ପାଇଁ ‘ମାଗଣା ଆଇନ ସହାୟତା’ ବ୍ୟବସ୍ଥା ରହିଛି ?
୨ । ଆମ ଦେଶରେ କେତୋଟି ସମ୍ବିଧାନ ସ୍ଵୀକୃତ ଭାଷାଭାଷୀ ଲୋକେ ବାସ କରନ୍ତି ?
୩। କେଉଁ ଦେଶ ଭାରତର ନିରାପତ୍ତା ଓ ଅଖଣ୍ଡତା ପ୍ରତି ଲଗାତର ବିପଦ ସୃଷ୍ଟି କରି ଆସୁଅଛି ?
୪। ଆମର ମୁଖ୍ୟ ପଡ଼ୋଶୀ ରାଷ୍ଟ୍ର ଚୀନ୍ ଓ ପାକିସ୍ତାନ ଆମ ଦେଶର କାହା ପ୍ରତି ବିପଦ ସୃଷ୍ଟି କରୁଛନ୍ତି ?
୫। ‘‘ଜାତୀୟ ସଂହତି କାଦୁଅ ଓ ଇଟା ନିର୍ମିତ ଏକ ଗୃହ ନୁହେଁ । ଏହା ଏପରି ଏକ ଭାବନା ଯାହା ଲୋକମାନଙ୍କର ହଦୟରେ ଗଭାରତମ ଗହର ମଧରେ ସ୍ରରେ ଶ କରିବା ଦରକାର । ଏହି ଭାବନାର ଅନୁ ପ୍ରବେଶ ଲୋକମାନଙ୍କୁ ଜାଗ୍ରତ କରିପାରିବ ।’’ – ଏହି ଉକ୍ତିଟି କିଏ କହିଥିଲେ ?
୬। ‘‘ଭାରତରେ କେବେହେଲେ ଏକତା ନଥୁଲା, ଏବେ ମଧ୍ୟ ନାହିଁ ।’’ – ଏହି ଉକ୍ତିଟି କିଏ କହିଥିଲେ ?
୭। ‘ଭାରତ ‘ଅନୈକ୍ୟ ମଧ୍ଯର ଐକ୍ୟ’ ପାଇଁ ପ୍ରସିଦ୍ଧ । – ଏଠାରେ ରହିଛି ‘ବିଭିନ୍ନତା ମଧ୍ଯରେ ଏକତା’ ।’’ – ଏହି ଉକ୍ତିଟି କିଏ କହିଥିଲେ ?
୮ । ଜାତୀୟ ସଂହତି ପରିଷଦରେ ବିରୋଧୀ ଦଳର କେତେଜଣ ସଭ୍ୟ ରହିବେ ?

Answer:
୧ । ଅର୍ଥନୈତିକ ଦୁର୍ବଳ ଶ୍ରେଣୀ
୨। ୨୨
୩। ପାକିସ୍ତାନ
୪। ନିରାପତ୍ତା ଓ ଅଖଣ୍ଡତା
୫। ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍
୬। ଜନ୍ ଷ୍ଟୁଚି
୭। ଭିନ୍‌ସେଣ୍ଟ ସ୍ମିଥ୍
୮। ୭ ଜଣ ।

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

C ଶୂନ୍ୟସ୍ଥାନ ପୂରଣ କର ।

୧ । ଭାରତ ରେ ପ୍ର।ୟ ___________ କୋଟି ଲୋକ ବାସ କରୁ ଛନ୍ତି ।
Answer:
୧୨୧

୨। ଭାରତ ସମ୍ବିଧାନରେ __________ ଟି ଭାଷାକୁ ସ୍ବୀକୃତି ଦିଆଯାଇଛି ।
Answer:
୨୨

୩। ______________ ମସିହାରେ ଭାରତରେ ଗୋଟିଏ ‘ଜାତୀୟ ସଂହତି ପରିଷଦ’ ଗଠନ କରାଗଲା ।
Answer:
୧୯୬୧

୪। ପ୍ରତିବର୍ଷ __________ ଦିନଟିକୁ ଭାରତର ଜାତୀୟ ସଂହତି ଦିବସରୂପେ ପାଳନ କରାଯାଏ ।
Answer:
ଅକ୍ଟୋବର ମାସ ୩୧ ତାରିଖ

୫। ସ୍ଵାଧୀନତା ପରେ ___________ ମାଧ୍ୟମରେ ଆମ ଦେଶର ଆର୍ଥିକ ପରିସ୍ଥିତି ସୁଧୁରିଛି ।
Answer:
ପଞ୍ଚବାର୍ଷିକ ଯୋଜନା

୬। ସୁସ୍ଥ ରାଜନୈତିକ ପରମ୍ପରା ଅନୁସୃତ ହେଲେ ସୁଦୃଢ଼ ____________ ସୃଷ୍ଟି ହୁଏ ।
Answer:
ଜନମତ

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

୭। ____________ ରେ ଅନୁପ୍ରାଣିତ ହେଲେ ବ୍ୟକ୍ତି ଦେଶର ଏକତା ଓ ଅଖଣ୍ଡତା ରକ୍ଷା କରିବାର ସମର୍ଥ ହୁଏ ।
Answer:
ଦେଶପ୍ରେମ

୮। ଜାତୀୟ ସଂହତି __________ ପ୍ରକାରର ।
Answer:

D. ଠିକ୍ ଉକ୍ତି ପାଇଁ (✓ ) ଓ ଭୁଲ୍ ଉକ୍ତି ପାଇଁ (X) ଚିହ୍ନ ଦିଅ ।

୧। ଆଞ୍ଚଳିକ ବୈଷମ୍ୟ ଦୂର କରିବା ଓ ଦେଶରେ ସଦ୍‌ଭାବ ପ୍ରତିଷ୍ଠା କରିବା ଥିଲା ଜାତୀୟ ସଂହତି ପରିଷଦର ମୁଖ୍ୟ ଉଦ୍ଦେଶ୍ୟ ।
୨। ଆମ ଦେଶରେ ସମ୍ବିଧାନ ସ୍ବୀକୃତ ଭାଷା ସଂଖ୍ୟା ୨୧ ।
୩। ଜାତୀୟ ସଂହତି ପରିଷଦ ୧୯୬୨ ମସିହାରେ ଗଠିତ ହୋଇଥିଲା ।
୪। ଜାତୀୟ ସଂହତି ମୁଖ୍ୟତଃ ୫ ପ୍ରକାର ।
୫। ବ୍ରାହ୍ମଣ୍ୟ ଧର୍ମକୁ ଭାରତର ଆତ୍ମା କୁହାଯାଏ ।
୬। ପ୍ରତିବର୍ଷ ମାର୍ଚ୍ଚ ୩୧ ତାରିଖକୁ ‘ଜାତୀୟ ସଂହତି ଦିବସ’ ରୂପେ ପାଳନ କରାଯାଇଥାଏ ।
୭। ମାଗଣା ଆଇନ ସେବା ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ।
୮। ଚୀନ୍ ଓ ପାକିସ୍ତାନ ଭାରତର ନିରାପତ୍ତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଛନ୍ତି ।
୯। ଆଞ୍ଚଳିକ ବୈଷମ୍ୟ ବିଚ୍ଛିନ୍ନତାବାଦକୁ ଜନ୍ମ ଦେଇଥାଏ ।
୧୦। ‘‘ଜାତୀୟ ସଂହତି ଆମ ଜାତିର ଲକ୍ଷ୍ୟ’’ ଏକଥା ମହାତ୍ମା ଗାନ୍ଧି କହିଥିଲେ ।

Answers
୧। (√)
୨। (×)
୩ । (×)
୪ । (×)
୫। (×)
୬ | (×)
୭। (√)
୮। (√)
୯। (√)
୧୦। (×)

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

E ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି Q.1
BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି Q.2

F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।

୧।‘ଜାତୀୟ ସଂହତି ଦିବସ’ ପ୍ରତିବର୍ଷ ଡିସେମ୍ବର ୩୧ ତାରିଖରେ ପାଳନ କରାଯାଏ ।
୨। ୧୯୨୧ ମସିହାରେ ଜାତୀୟ ସଂହତି ପରିଷଦ ଗଠିତ ହୋଇଥିଲା ।
୩। ଜାତୀୟ ସଂହତି ଏକ ବହୁମୁଖୀ ଅର୍ଥନୈତିକ ପ୍ରକ୍ରିୟା ।
୪। ‘ଭାରତ ଅନୈକ୍ୟ ମଧ୍ଯରେ ଐକ ପାଇଁ ପ୍ରସିଦ୍ଧ’ ଏକଥା ଜନ ଷ୍ଟୁଚି କହିଥିଲେ ।
୫। ଜାତୀୟ ସଂହତିକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି ।
୬। ଜାତୀୟ ସଂହତି ପଥରେ ଥ‌ିବା ପ୍ରତିବନ୍ଧକ ମଧ୍ୟରେ ମୁଖ୍ୟ ହେଉଛି ଆର୍ଥକ ମାନ୍ଦାବସ୍ଥା
୭। ସମ୍ବିଧାନର ପ୍ରାକ୍ କଥନରେ ଭାରତକୁ ଏକ ଧର୍ମବିରୋଧୀ ରାଷ୍ଟ୍ର ବୋଲି ସୂଚିତ କରାଯାଇଛି ।
୮। ଜାତୀୟ ସଂହତି ପରିଷଦରେ ବିରୋଧୀ ଦଳର ୧୦ଜଣ ସଭ୍ୟ ରହିବାର ବ୍ୟବସ୍ଥା ଅଛି ।
୯। ଆମ ସମ୍ବିଧାନରେ ୨୧ଟି ଭାଷାକୁ ସ୍ବୀକୃତି ପ୍ରଦାନ କରାଯାଇଛି ।
୧୦। ମାଗଣା ଆଇନ ସେବା ଅର୍ଥନୈତିକ ସବଳ ଶ୍ରେଣୀର ଲୋକମାନଙ୍କୁ ଯୋଗାଇ ଦିଆଯାଇଥାଏ ।
୧୧ । ଭାରତ ପ୍ରତି ଆମର ପଡ଼ୋଶୀ ଦେଶ ଶ୍ରୀଲଙ୍କା ବିପଦ ସୃଷ୍ଟି କରୁଛି ।
୧୨ । ଭାରତରେ ୧୦୦ କୋଟି ଲୋକ ବାସ କରନ୍ତି ।

Answers
୧। ଅକ୍ଟୋବର ୩୧
୨। ୧୯୬୧
୩। ସାମାଜିକ
୪। ଭିସେଣ୍ଟ ସ୍ମିଥ୍
୫। ଛଅ
୬। ସାମ୍ପ୍ରଦାୟିକତା
୭। ଧର୍ମନିରପେକ୍ଷ ରାଷ୍ଟ୍ର
୮। ୭ ଜଣ
୯। ୨୨
୧୦। ଦୁର୍ବଳ
୧୧। ପାକିସ୍ତାନ
୧୨। ୧୨୧ କୋଟି

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

G. ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ନିମ୍ନୋକ୍ତ ଉକ୍ତିଟି କିଏ କହିଥିଲେ ? ‘‘ଭାରତରେ କେବେହେଲେ ଏକତା ନଥୁଲା, ଏବେ ମଧ୍ୟ ନାହିଁ ।’’
(A) ଲର୍ଡ଼ ମ୍ୟାକ୍‌ଲେ
(B) ମାଜିନି
(C) ଜନ୍ ଷ୍ଟ୍ରାଚି
(D) ଭିନ୍‌ସେଣ୍ଟ ସ୍ମିଥ୍
Answer:
(C) ଜନ୍ ଷ୍ଟ୍ରାଚି

2. ନିମ୍ନୋକ୍ତ ଉକ୍ତିଟି କିଏ କହିଥିଲେ ? ‘ଭାରତ ‘ଅନୈକ୍ୟ ମଧ୍ଯର ଐକ୍ୟ’ ପାଇଁ ପ୍ରସିଦ୍ଧ । ଏଠାରେ ରହିଛି ‘ବିଭିନ୍ନତା ମଧ୍ଯରେ ଏକତା’ ।’’
(A) ସର୍ଦ୍ଦାର ବଲ୍ଲଭଭାଇ ପଟେଲ
(B) ମହାତ୍ମା ଗାନ୍ଧି
(C) ରାଜା ରାମମୋହନ ରାୟ
(D) ଭିନ୍‌ସେଣ୍ଟ ସ୍ମିଥ୍
Answer:
(D) ଭିନ୍‌ସେଣ୍ଟ ସ୍ମିଥ୍

3. ନିମ୍ନୋକ୍ତ ଉକ୍ତିଟି କିଏ କହିଥିଲେ ? ‘ଜାତୀୟ ସଂହତି ହେଉଛି ଆମର ଜାତୀୟ ଲକ୍ଷ୍ୟ ।’’
(A) ମହାତ୍ମା ଗାନ୍ଧି
(B) ଜବାହରଲାଲ ନେହେରୁ
(C) ରବୀନ୍ଦ୍ରନାଥ ଠାକୁର
(D) ବଙ୍କିମଚନ୍ଦ୍ର
Answer:
(B) ଜବାହରଲାଲ ନେହେରୁ

4. ଆମ ଦେଶରେ ସମ୍ବିଧାନ ସ୍ଵୀକୃତ ନିମ୍ନୋକ୍ତ କେତୋଟି ଭାଷାଭାଷୀ ଲୋକ ବାସ କରୁଛନ୍ତି ?
(A) ୨୦ଟି
(B) ୨୧ଟି
(C) ୨୨ଟି
(D) ୨୩ଟି
Answer:
(C) ୨୨ଟି

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

5. କରିବାପାଇଁ ନିମ୍ନୋକ୍ତ କେଉଁ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଥିଲା ?
(A) ୧୯୫୮
(B) ୧୯୬୦
(C) ୧୯୬୧
(D) ୧୯୬୨
Answer:
(C) ୧୯୬୧

7. ଭବିଷ୍ୟତରେ ବିଭେଦକାରୀ ଶକ୍ତିକୁ ନିୟନ୍ତ୍ରଣ କରିବାପାଇଁ ନିମ୍ନୋକ୍ତ କେଉଁ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଥିଲା ?
(A) ଜାତୀୟ ସଂହତି ପରିଷଦ ଗଠନ
(B) ପଞ୍ଚବାର୍ଷିକ ଯୋଜନା
(C) ଜାତୀୟ ପରିଚୟ
(D) ଜାତୀୟ କର୍ମସୂଚୀ
Answer:
(D) ଜାତୀୟ କର୍ମସୂଚୀ

6. ଜାତୀୟ ସଂହତି ପରିଷଦରେ ବିରୋଧୀ ଦଳର କେତେଜଣ ସଭ୍ୟ ରହିବେ ?
(A) ୫ ଜଣ
(B) ୬ ଜଣ
(C) ୭ ଜଣ
(D) ୮ ଜଣ
Answer:
(C) ୭ ଜଣ

8. ନିମ୍ନୋକ୍ତ କେଉଁଟି ଭାରତୀୟ ଜାତୀୟ ସଂହତିର ଏକ ଉପାଦାନ ନୁହେଁ ?
(A) ଏକ-ନାଗରିକତା
(B) ଭୌଗୋଳିକ ଅଖଣ୍ଡତା
(C) ବିଭିନ୍ନତା ମଧ୍ୟରେ ଏକତା
(D) ସମସ୍ତଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା
Answer:
(D) ସମସ୍ତଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା

9.‘ଜାତୀୟ ସଂହତି ପରିଷଦ’ରେ ନିମ୍ନୋକ୍ତ କିଏ ଜଣେ ସଭ୍ୟ ନୁହଁନ୍ତି ?
(A) ଭାରତର ପ୍ରଧାନମନ୍ତ୍ରୀ
(B) ସ୍ଵରାଷ୍ଟ୍ର ମନ୍ତ୍ରୀ
(C) ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ
(D) ସବୁ ରାଜ୍ୟର ରାଜ୍ୟପାଳ
Answer:
(D) ସବୁ ରାଜ୍ୟର ରାଜ୍ୟପାଳ

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

10. ପ୍ରତିବର୍ଷ କେଉଁ ଦିନଟିକୁ ଭାରତରେ ଜାତୀୟ ସଂହତି ଦିବସ ରୂପେ ପାଳନ କରାଯାଉଅଛି ?
(A) ଅଗଷ୍ଟ ମାସ ୧୮ ତାରିଖ
(B) ସେପ୍ଟେମ୍ବର ମାସ ୧୨ ତାରିଖ
(C) ଅକ୍ଟୋବର ମାସ ୩୧ ତାରିଖ
(D) ନଭେମ୍ବର ମାସ ୨୪ ତାରିଖ
Answer:
(C) ଅକ୍ଟୋବର ମାସ ୩୧ ତାରିଖ

11. କେଉଁ ଦେଶ ସହ ଭାରତର ସୀମା ବିବାଦ ରହିଛି ?
(A) ନେପାଳ
(B) ଶ୍ରୀଲଙ୍କା
(C) ଚୀନ୍ ଓ ନେପାଳ
(D) ଚୀନ୍ ଓ ପାକିସ୍ତାନ
Answer:
(D) ଚୀନ୍ ଓ ପାକିସ୍ତାନ

Leave a Comment