BSE Odisha 9th Class Political Science Solutions Chapter 5 ସୂଚନା ଅଧିକାର : ଭାରତର ସୂଚନା ଅଧିକାର ଆଇନ

Odisha State Board BSE Odisha 9th Class Political Science Solutions Chapter 5 ସୂଚନା ଅଧିକାର: ଭାରତର ସୂଚନା ଅଧିକାର ଆଇନ Textbook Exercise Questions and Answers.

BSE Odisha Class 9 Political Science Solutions Chapter 5 ସୂଚନା ଅଧିକାର : ଭାରତର ସୂଚନା ଅଧିକାର ଆଇନ

୧। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୬୦ ଗୋଟି ଶବ୍ଦ ମଧ୍ଯରେ ଲେଖ ।

(କ) ସୂଚନା ଅଧିକାର ଆଇନର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ ବର୍ଦ୍ଧନ କର ।
Answer:
ସୂଚନା ଅଧିକାର ଆଇନରେ ଏହାର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ବର୍ଣ୍ଣନା କରାଯାଇ ତିନିଗୋଟି ବିଷୟ ଉପରେ ଗୁରୁତ୍ଵ ପ୍ରଦାନ କରାଯାଇଛି । ସେଗୁଡ଼ିକ ହେଲା –

  • ସରକାରଙ୍କର ତଥା ସୂଚନା ଅଧିକାର ପରିସରଭୁକ୍ତ ଅନ୍ୟ ସମସ୍ତ କର୍ତ୍ତୃପକ୍ଷଙ୍କର କାର୍ଯ୍ୟାବଳୀକୁ ସୂଚନା ମାଧ୍ୟମରେ ପ୍ରକାଶ କରି ସ୍ଵଚ୍ଛତା ରକ୍ଷା କରିବା ।
  • ଦେଶର ନାଗରିକମାନଙ୍କ ନିକଟରେ ସରକାରୀ କଳ ଏହାର ସମସ୍ତ କାର୍ଯ୍ୟ ପାଇଁ ଉତ୍ତରଦାୟୀ ରହିବା, ଅର୍ଥାତ୍ କାର୍ଯ୍ୟରେ ଅବହେଳା କରୁଥିବା କିମ୍ବା ଭୁଲ୍ ନିଷ୍ପତ୍ତି ନେଇଥିବା କର୍ମଚାରୀ ନିଜେ ଏଥିଲାଗି ଉତ୍ତରଦାୟୀ ରହିବା ।
  • ସର୍ବୋପରି ଦେଶରୁ ତଥା ସମାଜରୁ ଦୁର୍ନୀତିକୁ ପ୍ରତିହତ କରିବା ।

BSE Odisha 9th Class Political Science Book Solutions Chapter 5 ସୂଚନା ଅଧିକାର : ଭାରତର ସୂଚନା ଅଧିକାର ଆଇନ

(ଖ) କେନ୍ଦ୍ରୀୟ ସୂଚନା କମିଶନର ଗଠନ ପ୍ରଣାଳୀ ସମ୍ପର୍କରେ ଆଲୋଚନା କର ।
Answer:

  • କେନ୍ଦ୍ରୀୟ ସୂଚନା କମିଶନର ମୁଖ୍ୟ ଭାବେ ମୁଖ୍ୟ ସୂଚନା ଆୟୁକ୍ତ ବା ମୁଖ୍ୟ ସୂଚନା କମିଶନର ରହିବେ । ମୁଖ୍ୟ ସୂଚନା କମିଶନରଙ୍କ ବ୍ୟତୀତ ସର୍ବାଧ‌ିକ ଦଶଜଣ କେନ୍ଦ୍ରୀୟ ସୂଚନା ଆୟୁକ୍ତଙ୍କୁ ନିଯୁକ୍ତ କରାଯିବ ।
  • ଏକ କମିଟି ଏହି ନିଯୁକ୍ତି ପାଇଁ ସୁପାରିସ କରିବା ପରେ ରାଷ୍ଟ୍ରପତି ମୁଖ୍ୟ ସୂଚନା କମିଶନର ଓ ଅନ୍ୟ ସୂଚନା କମିଶନରମାନଙ୍କୁ ନିଯୁକ୍ତି ଦେବେ । ନିଯୁକ୍ତି ଲାଗି ସୁପାରିସ କରିବା କମିଟି ନିମ୍ନଲିଖତ ଭାବେ ଗଠିତ ହେବ ।
    (କ) ଏହି କମିଟିର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ରହିବେ ।
    (ଖ) ଲୋକସଭାରେ ବିରୋଧୀ ଦଳର ନେତା ଏହି କମିଟିର ସଦସ୍ୟ ରହିବେ ।
    (ଗ) ପ୍ରଧାନମନ୍ତ୍ରୀ ମନୋନୀତ କରିଥିବା ଜଣେ କେନ୍ଦ୍ରୀୟ କ୍ୟାବିନେଟ୍ ମନ୍ତ୍ରୀ ଏହି କମିଟିର ଅନ୍ୟତମ ସଦସ୍ୟ ରହିବେ ।
  • କେନ୍ଦ୍ରୀୟ ମୁଖ୍ୟ ସୂଚନା କମିଶନର ଏବଂ ଅନ୍ୟ ସୂଚନା କମିଶନର ଭାବରେ ଯେଉଁମାନେ ନିଯୁକ୍ତ ହେବେ, ସେମାନଙ୍କର ବିଧ, ବିଜ୍ଞାନ ଓ ବୈଷୟିକ ବିଦ୍ୟା, ସମାଜସେବା, ମ୍ୟାନେଜମେଣ୍ଟ, ଗଣମାଧ୍ୟମ, ସାମ୍ବାଦିକତା ବା ପ୍ରଶାସନ ଓ ଶାସନ କ୍ଷେତ୍ରରେ ଗଭୀର ଜ୍ଞାନ ଥୁବା ସହିତ ସେମାନେ ସାଧାରଣ ଜୀବନରେ ପ୍ରଖ୍ୟାତ ବ୍ୟକ୍ତି ହୋଇଥିବା ଆବଶ୍ୟକ ।
  • ସେମାନେ ପାର୍ଲିଆମେଣ୍ଟର ସଭ୍ୟ ବା କୌଣସି ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ବା ବିଧାନ ପରିଷଦର ସଭ୍ୟ ହୋଇନଥ‌ିବେ । ସେମାନେ କୌଣସି ଲାଭଜନକ ପଦ ଧାରଣ କରିନଥୁବେ କିମ୍ବା କୌଣସି ରାଜନୈତିକ ଦଳ ସହିତ ସମ୍ପୃକ୍ତ ନଥ‌ିବେ ।
  • କେନ୍ଦ୍ରୀୟ ସୂଚନା କମିଶନଙ୍କ ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀରେ ରହିବ ।

BSE Odisha 9th Class Political Science Book Solutions Chapter 5 ସୂଚନା ଅଧିକାର : ଭାରତର ସୂଚନା ଅଧିକାର ଆଇନ

(ଗ) କେନ୍ଦ୍ରୀୟ ସୂଚନା କମିଶନ ଓ ରାଜ୍ୟ ସୂଚନା କମିଶନରଗୁଡ଼ିକର କ୍ଷମତା ସଂକ୍ଷେପରେ ଲେଖ ।
Answer:

  • ସୂଚନା ଆଇନ ଅନୁସାରେ ନିମ୍ନଲିଖ୍ତ କ୍ଷେତ୍ରରେ ବିଧ୍ଵବଦ୍ଧ ତଦନ୍ତ କରିବା କେନ୍ଦ୍ର ସୂଚନା କମିଶନ ବା ରାଜ୍ୟ
  • ଯଦି ଲୋକସୂଚନା ଅଧିକାରୀ ପଦବୀ ଖାଲି ପଡ଼ିଥିବାରୁ ନାଗରିକଙ୍କ ଦରଖାସ୍ତ ଗ୍ରହଣ କରାଯାଇ ପାରୁନାହିଁ;
    (ଖ) ଆବେଦନକାରୀଙ୍କ ଦରଖାସ୍ତ ଗ୍ରହଣ କରିବାପାଇଁ ଲୋକସୂଚନା ଅଧିକାରୀ ମନାକଲେ;
    (ଗ) ସୂଚନା ପାଇବାକୁ ଦରଖାସ୍ତ ଦେଇ ଯଦି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ଯରେ ଲୋକ ସୂଚନା ଅଧିକାରୀ ସୂଚନା ଦେଇପାରିଲେ ନାହିଁ; ଭାବନ୍ତି;
    (ଙ)ଲୋକସୂଚନା ଅଧିକାରୀ ଭୁଲ୍ ବା ଅସମ୍ପୂର୍ଣ୍ଣ ବା ବିଭ୍ରାନ୍ତିକର ବା ମିଥ୍ୟା ତଥ୍ୟ ଦେଇଛନ୍ତି ବୋଲି ଯଦି ଦରଖାସ୍ତକାରୀ ଭାବନ୍ତି । ତଥ୍ୟ ଦେଇଛନ୍ତି ବୋଲି ଯଦି
  • ଯଦି କେନ୍ଦ୍ରୀୟ ସୂଚନା କମିଶନ ବା ରାଜ୍ୟ ସୂଚନା କମିଶନ ଇଚ୍ଛା କଲେ ଓ ତଦନ୍ତ ପାଇଁ ଯଥାଯଥ କାରଣ ରହିଛି ବୋଲି ବିଚାର କଲେ, ତେବେ ନିର୍ଭୁଲ୍ ତଥ୍ୟ ଜାଣିବାଲାଗି ଏହାର ବିଧବଦ୍ଧ ତଦନ୍ତ ଆରମ୍ଭ କରିପାରିବେ ।
  • କେନ୍ଦ୍ରୀୟ ସୂଚନା କମିଶନ ବା ରାଜ୍ୟ ସୂଚନା କମିଶନ କୌଣସି ଦରଖାସ୍ତ ଉପରେ ତଦନ୍ତ କଲାବେଳେ କମିଶନଙ୍କର ଏକ ଦେୱାନୀ ଅଦାଲତ ବା ସିଭିଲ୍ କୋର୍ଟର କ୍ଷମତା ରହିବ ଓ କମିଶନ –
    (କ) ସମନ ଜାରି କରି ଯେକୌଣସି ବ୍ୟକ୍ତିଙ୍କୁ ଶପଥ ପୂର୍ବକ ଲିଷ୍କୃତ ବା ମୌଖ୍କ ସାକ୍ଷ୍ୟ ଦେବାପାଇଁ ହାଜର
    (ଗ) ସତ୍ୟପାଠ ବା ଆଫିଡ଼େଭିଦ୍ଵାରା ସାକ୍ଷ୍ୟ ଗ୍ରହଣ କରିପାରିବେ;
    (ଘ) ସାକ୍ଷୀ କିମ୍ବା ଦସ୍ତାବିଜ୍ ବା ଦଲିଲ୍‌ର ପରୀକ୍ଷା ନିରୀକ୍ଷା ପାଇଁ ସମନ ଜାରି କରିପାରିବେ;
    (ଙ) ଯେକୌଣସି ନ୍ୟାୟାଳୟ ବା କାର୍ଯ୍ୟାଳୟ ବା ଦପ୍ତରରୁ ସରକାରୀ ରେକର୍ଡ଼ପତ୍ର ମଗାଇ ପାରିବେ ବା ତାହାର ନକଲମାନ ବରାଦ କରିପାରିବେ ।
  • ସଂସଦ ବା ରାଜ୍ୟ ବିଧାନମଣ୍ଡଳଦ୍ଵାରା କେତେକ କ୍ଷେତ୍ରରେ ସରକାରୀ ରେକର୍ଡ଼ ଯାଞ୍ଚ ନ କରିବାପାଇଁ ଆଇନ ପ୍ରଣୟନ କରାଯାଇଥାଏ । ମାତ୍ର କେନ୍ଦ୍ରୀୟ ସୂଚନା କମିଶନ ଓ ରାଜ୍ୟ ସୂଚନା କମିଶନଙ୍କ ପକ୍ଷରୁ ସୂଚନା ଆଇନ ବଳରେ ସେସବୁ ରେକର୍ଡପତ୍ର ପରୀକ୍ଷା ନିରୀକ୍ଷା କରିବାପାଇଁ ମଗାଯାଇ ପାରିବ । ଏ କ୍ଷେତ୍ରରେ ମନା କରାଯାଇ ପାରିବ ନାହିଁ ।

୨। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨୦ ଗୋଟି ଶବ୍ଦରେ ଲେଖ ।

(କ) ସୂଚନା ଅଧିକାର ଆଇନରେ ଉଲ୍ଲେଖ ଥିବା ଶାସ୍ତିବିଧାନ ବ୍ୟବସ୍ଥା ବିଷୟରେ ସଂକ୍ଷେପରେ ଲେଖ ।
Answer:
ସୂଚନା ଅଧିକାର ଆଇନ ବଳରେ ସୂଚନା କମିଶନ ଯେତେବେଳେ ଅନୁଭବ କରନ୍ତି ଯେ ଲୋକ ସୂଚନା ଅଧିକାରୀ

  • ସୂଚନା ଅଧିକାର ଆଇନ ବଳରେ ସୂଚନା କମିଶନ ଯେତେବେଳେ ଅନୁଭବ କରନ୍ତି ଯେ ଲୋକ ସୂଚନା ଅଧିକାରୀ ଦରଖାସ୍ତ ଗ୍ରହଣ କରିବାକୁ ପ୍ରତ୍ୟାଖ୍ୟାନ କରିଛନ୍ତି କିମ୍ବା ସୂଚନା ଦେବାକୁ ମନା କରିଛନ୍ତି ବା ଦେଇଥ‌ିବା ସୂଚନା ଅସତ୍ୟ, ଅସମ୍ପୂର୍ଣ୍ଣ, ଭ୍ରମାତ୍ମକ କିମ୍ବା ମଗାଯାଇଥିବା ରେକର୍ଡକୁ ନଷ୍ଟ କରିଛନ୍ତି, ଧାର୍ଯ୍ୟ ଦିନ ପରେ  ସୂଚନା ଦେଇଛନ୍ତି ତେବେ ତାଙ୍କ ପ୍ରତି ଶାସ୍ତିବିଧାନ କରିବେ ।
  • ପାଇଁ ପ୍ରତି ଦିନକୁ ୨୫୦ଟଙ୍କା ହିସାବରେ ସର୍ବାଧ୍ଵକ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବା ଶାସ୍ତିବିଧାନ ହୋଇପାରିବ ।

BSE Odisha 9th Class Political Science Book Solutions Chapter 5 ସୂଚନା ଅଧିକାର : ଭାରତର ସୂଚନା ଅଧିକାର ଆଇନ

(ଖ) ସୂଚନା କିପରି ମିଳିପାରିବ, ସେହି ପ୍ରଣାଳୀ ସୂଚିତ କର ।
Answer:

  • ଦେଶର ଯେକୌଣସି ନାଗରିକ ଯେ କୌଣସି ଘଟଣା, ନିଷ୍ପଭି ବା ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ତଥ୍ୟ ପାଇବାପାଇଁ ନିର୍ଦ୍ଦିଷ୍ଟ ଫର୍ମରେ ଦରଖାସ୍ତ କରିପାରିବେ ଓ ତାହାକୁ ସହକାରୀ ଲୋକସୂଚନା ଅଧିକାରୀ ବା ବ୍ୟତୀତ ଅନ୍ୟମାନେ ୧୦ଟଙ୍କା ଲେଖାଏଁ ଫିସ୍ ନଗଦ ଅର୍ଥ କିମ୍ବା ଟ୍ରେଜେରି ଚାଲାଣ ଜରିଆରେ ଦେବେ । ଏହି ଦରଖାସ୍ତକୁ ଡାକ ଯୋଗେ ବା ଇ-ମେଲ୍ ଜରିଆରେ ପଠାଯାଇପାରିବ ।
  • ଆବେଦନକାରୀଙ୍କୁ ଦରଖାସ୍ତ ଦେବାର ୩୦ଦିନ ମଧ୍ୟରେ ସୂଚନା ମିଳିପାରିବ ।

(ଗ) କେଉଁ କ୍ଷେତ୍ରରେ ଆବେଦନକାରୀ ମାଗିଥ୍ୟା ତଥ୍ୟର ସୂଚନା ତାଙ୍କୁ ମିଳିବ ନାହିଁ, ତାହା ସଂକ୍ଷେପରେ ଲେଖ ।
Answer:
ଦେଶର ସାର୍ବଭୌମ, ସଂହତି, ଅଖଣ୍ଡତା, ନିରାପତ୍ତା ପ୍ରତି ଆଞ୍ଚ ଆସୁଥୁବା ଭଳି ସୂଚନା; ସାମରିକ, ବୈଜ୍ଞାନିକ ଗବେଷଣା, ଅର୍ଥନୈତିକ ସ୍ଵାର୍ଥ ସମ୍ପର୍କିତ ସୂଚନା; ପାର୍ଲିଆମେଣ୍ଟ ବା ରାଜ୍ୟ ବିଧାନମଣ୍ଡଳର ସ୍ବାଧ୍ୟାକାର ଭଙ୍ଗ କଲା ଭଳି ସୂଚନା; ମନ୍ତ୍ରୀମଣ୍ଡଳର ବା ସଚିବ ସ୍ତରୀୟ ବୈଠକର ଆଲୋଚନା ଓ ଯେଉଁ ସୂଚନା ପ୍ରକାଶ କରିବାପାଇଁ ନ୍ୟାୟାଳୟ ବାରଣ କରିଥାଆନ୍ତି ବା ଯାହାକୁ ଘୋଷଣା କଲେ ନ୍ୟାୟାଳୟ ପ୍ରତି ଅବମାନନା ହେବାର ସମ୍ଭାବନା ଥାଏ, ସେପରି କୌଣସି ସୂଚନା ଆବେଦନକାରୀଙ୍କୁ ମିଳିପାରିବ ନାହିଁ ।

(ଗ) କେଉଁ କ୍ଷେତ୍ରରେ ଆବେଦନକାରୀ ମାଗିଥ୍ୟା ତଥ୍ୟର ସୂଚନା ତାଙ୍କୁ ମିଳିବ ନାହିଁ, ତାହା ସଂକ୍ଷେପରେ ଲେଖ ।
Answer:
ଦେଶର ସାର୍ବଭୌମ, ସଂହତି, ଅଖଣ୍ଡତା, ନିରାପତ୍ତା ପ୍ରତି ଆଞ୍ଚ ଆସୁଥୁବା ଭଳି ସୂଚନା; ସାମରିକ, ବୈଜ୍ଞାନିକ ଗବେଷଣା, ଅର୍ଥନୈତିକ ସ୍ଵାର୍ଥ ସମ୍ପର୍କିତ ସୂଚନା; ପାର୍ଲିଆମେଣ୍ଟ ବା ରାଜ୍ୟ ବିଧାନମଣ୍ଡଳର ସ୍ବାଧ୍ୟାକାର ଭଙ୍ଗ କଲା ଭଳି ସୂଚନା; ମନ୍ତ୍ରୀମଣ୍ଡଳର ବା ସଚିବ ସ୍ତରୀୟ ବୈଠକର ଆଲୋଚନା ଓ ଯେଉଁ ସୂଚନା ପ୍ରକାଶ କରିବାପାଇଁ ନ୍ୟାୟାଳୟ ବାରଣ କରିଥାଆନ୍ତି ବା ଯାହାକୁ ଘୋଷଣା କଲେ ନ୍ୟାୟାଳୟ ପ୍ରତି ଅବମାନନା ହେବାର ସମ୍ଭାବନା ଥାଏ, ସେପରି କୌଣସି ସୂଚନା ଆବେଦନକାରୀଙ୍କୁ ମିଳିପାରିବ ନାହିଁ ।

BSE Odisha 9th Class Political Science Book Solutions Chapter 5 ସୂଚନା ଅଧିକାର : ଭାରତର ସୂଚନା ଅଧିକାର ଆଇନ

(ଘ) ଲୋକସୂଚନା ଅଧିକାରୀଙ୍କ କର୍ତ୍ତବ୍ୟ ଉଲ୍ଲେଖ କର ।
Answer:

  • ଲୋକସୂଚନା ଅଧିକାରୀ ଆବେଦନକାରୀଙ୍କୁ ଦରଖାସ୍ତ ଲେଖିବାରେ ସାହାଯ୍ୟ କରି ତାଙ୍କଠାରୁ ପ୍ରଥମେ ଦରଖାସ୍ତ ଗ୍ରହଣ କରିବେ । ତାଙ୍କ ଅଫିସ୍‌ରେ ତଥ୍ୟ ନଥିଲେ, ପାଞ୍ଚଦିନ ମଧ୍ଯରେ ଦରଖାସ୍ତଟିକୁ ତଥ୍ୟ ମିଳୁଥିବା ଅଫିସ୍‌ର ଗ୍ରହଣ କରିବେ ।
  • ଲୋକସୂଚନା ଅଧିକାରୀ ଦରଖାସ୍ତ ପାଇବାର ୩୦ ଦିନ ମଧ୍ୟରେ ସୂଚନା ଦେବେ । ଜୀବନ ବା ସ୍ଵାଧୀନତା ପ୍ରତି ବିପଦ ଥ‌ିବା କ୍ଷେତ୍ରରେ ଦୁଇ ଦିନ ବା ୪୮ ଘଣ୍ଟା ମଧ୍ୟରେ ସୂଚନା ଦେବେ । ଆବେଦନକାରୀ ଚାହିଁବା ଅନୁସାରେ ସୂଚନାଟିକୁ ଦରଖାସ୍ତକାରୀଙ୍କ ପାଖକୁ ବ୍ୟକ୍ତିଗତ ଭାବେ ବା ରେଜିଷ୍ଟର୍ଡ ଡାକ ବା ସ୍ପିଡ୍‌ପୋଷ୍ଟଦ୍ଵାରା ପଠାଇବେ ।

(ଙ) ରାଜ୍ୟ ସୂଚନା କମିଶନ କିପରି ଗଠିତ ହୁଏ ?
Answer:

  • ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟିର ସୁପାରିସ କ୍ରମେ ରାଜ୍ୟପାଳଙ୍କଦ୍ବାରା ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ବା କମିଶନର ଓ ସର୍ବାଧ‌ିକ ଦଶଜଣ ରାଜ୍ୟ ସୂଚନା ଆୟୁକ୍ତ ବା କମିଶନର ନିଯୁକ୍ତ ହେବେ । ଏହି ପଦବୀରେ ଅଧିଷ୍ଠିତ ହେବାପାଇଁ ବିଧ, ବିଜ୍ଞାନ ଓ ବୈଷୟିକ ବିଦ୍ୟା, ସମାଜସେବା, ମ୍ୟାନେଜମେଣ୍ଟ, ସାମ୍ବାଦିକତା, ପ୍ରଶାସନ ଓ ଶାସନ କ୍ଷେତ୍ରରେ ଗଭୀର ଜ୍ଞାନ ଓ ଅଭିଜ୍ଞତା ଥ‌ିବା ଦରକାର ।
  • ଯେଉଁମାନେ ଏହି ପଦବୀରେ ନିଯୁକ୍ତ ହେବେ ସେମାନେ ସଂସଦର ସଭ୍ୟ କିମ୍ବା ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ବା ବିଧାନ ପରିଷଦର ସଭ୍ୟ ହୋଇନଥ୍, କୌଣସି ବ୍ୟବସାୟ କରୁନଥ୍ ବା କୌଣସି ରାଜନୈତିକ ଦଳ ସହ ସଂପୃକ୍ତ ନଥ‌ିବେ ।

BSE Odisha 9th Class Political Science Book Solutions Chapter 5 ସୂଚନା ଅଧିକାର : ଭାରତର ସୂଚନା ଅଧିକାର ଆଇନ

(ଚ) କେନ୍ଦ୍ରୀୟ ସୂଚନା କମିଶନର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କର କାର୍ଯ୍ୟକାଳ ଏବଂ ସେମାନଙ୍କର ଅବସର ପାଇଁ ଉଦ୍ଦିଷ୍ଟ ବୟସସୀମା ଉଲ୍ଲେଖ କର ।
Answer:

  • କେନ୍ଦ୍ରୀୟ ସୂଚନା କମିଶନର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କର କାର୍ଯ୍ୟକାଳ ୫ ବର୍ଷ ।
  • ସେମାନେ କାର୍ଯ୍ୟରେ ଯୋଗଦାନ କରିବା ଦିନଠାରୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ବା ସେମାନଙ୍କୁ ପଞ୍ଚଷଠି ବର୍ଷ ବୟସ ହେବା ପର୍ଯ୍ୟନ୍ତ ସେହି ପଦରେ ରହିବେ ।

୩ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) କେତେ ବର୍ଷ ପୂର୍ବର ଘଟଣା ହୋଇଥିଲେ, ସେ ସମ୍ପର୍କରେ ତଥ୍ୟ ଦିଆଯାଇ ପାରିବ ନାହିଁ ?
Answer:
୨୦ବର୍ଷ ପୂର୍ବର ଘଟଣା ହୋଇଥିଲେ, ସେ ସମ୍ପର୍କରେ ତଥ୍ୟ ଦିଆଯାଇ ପାରିବ ନାହିଁ ।

(ଖ) କେତେଦିନ ମଧ୍ୟରେ ଆବେଦନକାରୀଙ୍କୁ ସୂଚନା ଦେବାକୁ ପଡ଼ିବ ?
Answer:
ଦରଖାସ୍ତ ପାଇବାର ୩୦ ଦିନ ମଧ୍ୟରେ ଆବେଦନକାରୀଙ୍କୁ ସୂଚନା ଦେବାକୁ ହେବ; କିନ୍ତୁ ଜୀବନ ବା ସ୍ବାଧୀନତା ପ୍ରତି ବିପଦ ଥ‌ିବା କ୍ଷେତ୍ରରେ ଦୁଇଦିନ ମଧ୍ଯରେ ସୂଚନା ଦେବାକୁ ପଡ଼ିବ ।

(ଗ) କେଉଁ କ୍ଷେତ୍ରରେ ୪୮ ଘଣ୍ଟା ମଧ୍ୟରେ ସୂଚନା ଦେବାକୁ ପଡ଼ିବ ?
Answer:
ଦରଖାସ୍ତକାରୀଙ୍କ ଜୀବନ ବା ସ୍ଵାଧୀନତା ପ୍ରତି ବିପଦ ଥ‌ିବା କ୍ଷେତ୍ରରେ ୪୮ ଘଣ୍ଟା ମଧ୍ୟରେ ସୂଚନା ଦେବାକୁ ପଡ଼ିବ ।

BSE Odisha 9th Class Political Science Book Solutions Chapter 5 ସୂଚନା ଅଧିକାର : ଭାରତର ସୂଚନା ଅଧିକାର ଆଇନ

(ଘ) ଆବେଦନକାରୀ କେତେ ଟଙ୍କା ଫିସ୍ ଦାଖଲ କରିବେ ଓ କେଉଁ ବର୍ଗର ଦରଖାସ୍ତକାରୀଙ୍କୁ ଫିସ୍ ଦେବାକୁ ପଡ଼ିବ ନାହିଁ ?
Answer:
ଆବେଦନକାରୀ ୧୦ ଟଙ୍କା ଫିସ୍ ଦାଖଲ କରିବେ ଓ ଦାରିଦ୍ର୍ୟ ସୀମାରେଖା ତଳେ (ବି. ପି. ଏଲ୍)ଥବା ବର୍ଗର ଦରଖାସ୍ତକାରୀଙ୍କୁ ଫିସ୍ ଦେବାକୁ ପଡ଼ିବ ନାହିଁ ।

(ଘ) ଆବେଦନକାରୀ କେତେ ଟଙ୍କା ଫିସ୍ ଦାଖଲ କରିବେ ଓ କେଉଁ ବର୍ଗର ଦରଖାସ୍ତକାରୀଙ୍କୁ ଫିସ୍ ଦେବାକୁ ପଡ଼ିବ ନାହିଁ ?
Answer:
ଆବେଦନକାରୀ ୧୦ ଟଙ୍କା ଫିସ୍ ଦାଖଲ କରିବେ ଓ ଦାରିଦ୍ର୍ୟ ସୀମାରେଖା ତଳେ (ବି. ପି. ଏଲ୍)ଥ‌ିବା ବର୍ଗର ଦରଖାସ୍ତକାରୀଙ୍କୁ ଫିସ୍ ଦେବାକୁ ପଡ଼ିବ ନାହିଁ ।

(ଙ) ପ୍ରତି କାର୍ଯ୍ୟାଳୟରେ କାର୍ଯ୍ୟରତ କେଉଁ ଅଧିକାରୀଙ୍କ ନିକଟରେ ସୂଚନା ପାଇବାପାଇଁ ଦରଖାସ୍ତ ଦାଖଲ କରାଯିବ ?
Answer:
ପ୍ରତି କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଲୋକସୂଚନା ଅଧିକାରୀ (ଏ.ପି.ଆଇ.ଓ.) ବା ଲୋକସୂଚନା ଅଧିକାରୀ (ପି. ଆଇ. ଓ)ଙ୍କ ନିକଟରେ ସୂଚନା ପାଇବାପାଇଁ ଦରଖାସ୍ତ ଦାଖଲ କରାଯିବ ।

(ଚ) ସୂଚନା ଅଧିକାର ଆଇନ କେଉଁଦିନ ଓଡ଼ିଶାରେ କାର୍ଯ୍ୟକାରୀ ହେଲା ?
Answer:
ସୂଚନା ଅଧିକାର ଆଇନ ୨୦୦୫ ମସିହା ନଭେମ୍ବର ମାସ ୧୯ ତାରିଖ ଦିନ ଓଡ଼ିଶାରେ କାର୍ଯ୍ୟକାରୀ ହେଲା ।

(ଛ) କେତେ ଦିନ ମଧ୍ୟରେ ପ୍ରଥମ ଅପିଲ୍ ଦାୟର କରାଯିବ ଓ କେତେ ଟଙ୍କାର କୋର୍ଟ ଫି ଷ୍ଟାମ୍ପ ଲଗାଇ ଦରଖାସ୍ତ କରାଯିବ ?
Answer:
ଦରଖାସ୍ତକାରୀ ମାଗିଥିବା ସୂଚନା ୩୦ ଦିନ ମଧ୍ୟରେ ନ ପାଇଲେ ସେ ପ୍ରଥମ ଅପିଲ୍ ଦାୟର କରିପାରିବେ ଏବଂ ଏଥ‌ିପାଇଁ ବି. ପି. ଏଲ୍. ଶ୍ରେଣୀଭୁକ୍ତ ଦରଖାସ୍ତକାରୀମାନଙ୍କ ବ୍ୟତୀତ ଅନ୍ୟମାନେ ୨୦ ଟଙ୍କାର କୋର୍ଟ ଫି ଷ୍ଟାମ୍ପ ଲଗାଇ ଦରଖାସ୍ତ କରିବେ ।

BSE Odisha 9th Class Political Science Book Solutions Chapter 5 ସୂଚନା ଅଧିକାର : ଭାରତର ସୂଚନା ଅଧିକାର ଆଇନ

(ଜ) କେତେ ଦିନ ମଧ୍ୟରେ ପ୍ରଥମ ଅପିଲ୍ ଅଧିକାରୀ ତାଙ୍କର ନିଷ୍ପତ୍ତି ଜଣାଇବେ ?
Answer:
ପ୍ରଥମ ଅପିଲ୍ ଅଧିକାରୀ ତାଙ୍କର ନିଷ୍ପତ୍ତି ୩୦ଦିନ ବା ଯୁକ୍ତିଯୁକ୍ତ କାରଣ ଦର୍ଶାଇ ସର୍ବମୋଟ ୪୫ଦିନ ମଧ୍ୟରେ ଜଣାଇବେ ।

(ଝ) କେତେ ଦିନ ମଧ୍ୟରେ ସୂଚନା କମିଶନଙ୍କ ନିକଟରେ ଦ୍ଵିତୀୟବାର ଅପିଲ୍ କରିହେବ ଓ ସେଥ୍ପାଇଁ କେତେ ଟଙ୍କାର କୋର୍ଟ ଫି ଦେବାକୁ ପଡ଼ିବ ?
Answer:
ପ୍ରଥମ ଅପିଲ୍ ଅଧିକାରୀଙ୍କ ନିଷ୍ପଭି ତାରିଖଠାରୁ ୯୦ ଦିନ ମଧ୍ୟରେ ସୂଚନା କମିଶନଙ୍କ ନିକଟରେ ଦ୍ଵିତୀୟବାର ଅପିଲ୍ କରିହେବ ଓ ଏଥପାଇଁ ଦରଖାସ୍ତରେ ୨୫ଟଙ୍କାର କୋର୍ଟ ଫି ଲଗାଇବାକୁ ହେବ; କିନ୍ତୁ ବି. ପି. ଏଲ୍. ଶ୍ରେଣୀଭୁକ୍ତ ଆବେଦନକାରୀଙ୍କୁ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ ।

(ଞ) ଭାରତରେ ସୂଚନା ଅଧିକାର ଆଇନ କେଉଁଦିନ କାର୍ଯ୍ୟକାରୀ ହେଲା ?
Answer:
ଭାରତରେ ସୂଚନା ଅଧିକାର ଆଇନ ୨୦୦୫ ମସିହା ଅକ୍ଟୋବର ୧୨ ତାରିଖରୁ କାର୍ଯ୍ୟକାରୀ ହେଲା ।

(ଟ) ଭାରତରେ ସୂଚନା ଅଧିକାର ଆଇନ ପ୍ରଣୀତ ହେବା ପୂର୍ବରୁ ଦେଶର ଅନ୍ୟ କେଉଁ ରାଜ୍ୟରେ ଏ ସମ୍ପର୍କିତ ଆଇନ ପ୍ରଣୟନ କରାଯାଇଥିଲା ?
Answer:
ଭାରତରେ ସୂଚନା ଅଧିକାର ଆଇନ ପ୍ରଣୀତ ହେବା ପୂର୍ବରୁ ତାମିଲନାଡୁ, ଗୋଆ, ରାଜସ୍ଥାନ, କର୍ଣ୍ଣାଟକ, ମହାରାଷ୍ଟ୍ର, ଦିଲ୍ଲୀ ଓ ଆସାମ ପ୍ରଭୃତି ରାଜ୍ୟରେ ଏ ସମ୍ପର୍କିତ ଆଇନ ପ୍ରଣୟନ କରାଯାଇଥିଲା ।

BSE Odisha 9th Class Political Science Book Solutions Chapter 5 ସୂଚନା ଅଧିକାର : ଭାରତର ସୂଚନା ଅଧିକାର ଆଇନ

(୦) ସୂଚନା କମିଶନ ସର୍ବାଧ‌ିକ କେତେ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବା ଶାସ୍ତିବିଧାନ କରିପାରିବେ ?
Answer:
ସୂଚନା କମିଶନ ସର୍ବାଧ‌ିକ ୨୫,୦୦୦ ଟଙ୍କା (ପଚିଶ ହଜାର ଟଙ୍କା) ପର୍ଯ୍ୟନ୍ତ ଜୋରିମାନା ବା ଶାସ୍ତିବିଧାନ କରିପାରିବେ ।

Leave a Comment